" ଗତ ସାଢ଼େ ଚାରି ବର୍ଷ ହେବ କେନ୍ଦ୍ର ସରକାର ଉତ୍ତମ ପ୍ରଶାସନର ଲକ୍ଷ୍ୟକୁ ଗ୍ରହଣ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "
"ବ୍ୟାପକ ଭାବେ ସ୍ଥାନୀୟ ଉତ୍ତରପୂର୍ବାଞ୍ଚଳରେ “ସହଜ ଜୀବନଧାରଣ” କୁ ସମ୍ପ୍ରସାରଣ କରିବ :ପ୍ରଧାନମନ୍ତ୍ରୀ ମୋଦୀ "
"ମଜବୁତ ଏବଂ ପ୍ରଗତିଶୀଳ ପୂର୍ବ ଭାରତ ,ଏକ ମଜବୁତ ଏବଂ ପ୍ରଗତିଶୀଳ ଭାରତର ଚାବି :ପ୍ରଧାନମନ୍ତ୍ରୀ ମୋଦୀ "

ମଞ୍ଚ ଉପରେ ଉପସ୍ଥିତ ପ୍ରଫେସର ଜଗଦୀଶ ମୁଖୀ ମହାଶୟ, ମୁଖ୍ୟମନ୍ତ୍ରୀ ଭାଇ ସର୍ବାନନ୍ଦ ସୋନୱାଲ ମହାଶୟ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମାଖଣ୍ଡୁ ମହାଶୟ, ଭାଇ ହେମନ୍ତ ବିଶ୍ୱଶର୍ମା ମହାଶୟ, ମନ୍ତ୍ରିପରିଷଦର ମୋର ସାଥୀ ଭାଇ ରାଜନ ଗୋହାଇ ମହାଶୟ, ମଞ୍ଚ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଏତେ ବିପୁଳ ସଂଖ୍ୟାରେ ଆପଣମାନେ ଆଶୀର୍ବାଦ ଦେବା ପାଇଁ ଆସିଲେ, ମୁଁ ଆପଣମାନଙ୍କ ନିକଟରେ ବହୁତ ଋଣୀ । ଆଜି ହେଉଛି ଉତ୍ତର-ପୂର୍ବ, ପୂର୍ବଭାରତ ପାଇଁ ଏକ ବଡ଼ ଐତିହାସିକ ଦିନ । ଆପଣମାନଙ୍କୁ ସମସ୍ତଙ୍କୁ ଦେଶର ସବୁଠାରୁ ଦୀର୍ଘତମ ସଡ଼କ-ରେଳ ସେତୁ ପାଇଁ ବହୁତ ବହୁତ ଶୁଭେଚ୍ଛା ।

ମୁଁ ଆଜି ଏହି ସେତୁ ମଧ୍ୟଦେଇ ଆପଣମାନଙ୍କ ନିକଟକୁ ଆସି ପହଂଚିଛି । ମନ ମୋର ଖୁବ ପ୍ରଫୁଲ୍ଲିତ ଅଛି ।

ସାଥୀଗଣ, ଆଜି ସମଗ୍ର ଦୁନିଆ ଖ୍ରୀଷ୍ଟମାସ ପର୍ବ ପାଳନ କରୁଛି । ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ ସମଗ୍ର ଦେଶକୁ ଖ୍ରୀଷ୍ଟମାସ ପାଇଁ ବହୁତ ବହୁତ ଶୁଭକାମନା । ସାଥୀଗଣ, ମୁଁ ଅହମିଆ ସମାଜ ପାଇଁ ସମର୍ପିତ ସ୍ୱାର୍ଗୋଦେଓ ସାଉଲୁଙ୍ଗ ସୁ-କା-ଫାଙ୍କୁ ପ୍ରଣାମ କରୁଛି । ଏହା ସହିତ ହିଁ ବୀରତା ଏବଂ ବଳିଦାନର ପ୍ରତୀକ ଲାସିତ ବୋରଫୁକାଁନ, ବୀର ଶିଳାରାଈ, ସ୍ୱାର୍ଗୋଦେଓ ସର୍ବାନନ୍ଦ ସିଂହ,ବୀରାଙ୍ଗନା ହାଁତି ସାଧିନୀ, ବୋଦୌସା, ବୀର ରାଘବ ମୋରାନ, ମାନିକ ରଜା, ହାଁତି ଜାଁୟମାଁତି, ହାଁତି ରାଧିକା ସମେତ ସମସ୍ତ ନାୟକ-ନାୟିକାମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସ୍ୱାଧୀନତାର ଲଢ଼େଇରୁ ନେଇ ଦେଶ ଏବଂ ଆସାମର ନବନିର୍ମାଣ ପାଇଁ ଅନେକ ଲୋକ ସେମାନଙ୍କର ଯୋଗଦାନ ଦେଇଛନ୍ତି । ରାଜନୀତିରୁ ନେଇ ସମାଜସେବା, ଜ୍ଞାନ-ବିଜ୍ଞାନ ଏବଂ ଖେଳକୁଦ ପର୍ଯ୍ୟନ୍ତ, ଆସାମକୁ ନେଇ ଦେଶକୁ ଗୌରବାନ୍ୱିତ କରିଥିବା ପ୍ରତ୍ୟେକ ବ୍ୟକ୍ତିତ୍ୱଙ୍କୁ ମୋର କାର୍ଯ୍ୟାଞ୍ଜଳି ସମର୍ପିତ ।

ମୁଁ ଆସାମର ସ୍ୱର କୋକିଳା ପଦ୍ମଶ୍ରୀ ଦୀପାଲୀ ବୋଷ ଠାକୁର ମହାଶୟଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ସେ ଚାଲିଯିବା ଦ୍ୱାରା ଅହମିଆକୁ ଦେଶ ବିଦେଶରେ ଅସଂଖ୍ୟ ଜିଲ୍ଲାଗୁଡ଼ିକୁ ଯାଉଥିବା ଏକ ସ୍ୱର ଚାଲିଯାଇଛି ।

ସାଥୀଗଣ, ଆଜି ସୁଶାସନ ପାଇଁ ସମର୍ପିତ ଦେଶର ସବୁଠାରୁ ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଆମ ସମସ୍ତଙ୍କର ସହ-ହୃଦୟର ସହିତ ଜଡିତ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟ ହେଉଛି ଜନ୍ମଦିନ । ଅଟଳ ଜୀଙ୍କର ଜୟନ୍ତୀକୁ ଆଜି ଦେଶ ସୁଶାସନ ଦିବସ ଭାବେ ପାଳନ କରୁଛି । ଭାଇ ଓ ଭଉଣୀମାନେ ସୁଶାସନର ଅର୍ଥ ହେଉଛି ଜନତାଙ୍କର ସରକାର । ହେଉଛି ସାଧାରଣ ମନୁଷ୍ୟଙ୍କର ଜୀବନକୁ ଉନ୍ନତ କରିବାର ସଂସ୍କାର । ନିଜ-ପର, ତୋର-ମୋର, ଏଥିମଧ୍ୟରୁ ଉପରକୁ ଉଠି ଯେତେବେଳେ ଦେଶ ସମାଜର ଉନ୍ନତ ଭବିଷ୍ୟତ ପାଇଁ ନିଷ୍ପତ୍ତି ନିଆଯାଉଥିଲା । ଜୀବନକୁ ସହଜ କରୁଥିବା ଭଳି ବ୍ୟବସ୍ଥାଗୁଡ଼ିକର ଏବଂ ସଂସାଧନଗୁଡ଼ିକର ନିର୍ମାଣ କରାଯାଇଥାଏ, ତେବେ ଯାଇ ସୁଶାସନ, ସ୍ୱରାଜ ଆଡ଼କୁ ଦେଶ ଅଗ୍ରସର ହୋଇଥାଏ । ଯେତେବେଳେ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶର ଧ୍ୟେୟ ମନ୍ତ୍ର ସହିତ କାର୍ଯ୍ୟ ହୋଇଥାଏ । ଦେଶର ସନ୍ତୁଳିତ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥାଏ,ସେତେବେଳେ ସୁଶାସନ ସ୍ୱରାଜ ଆଡ଼କୁ ଅଗ୍ରସର ହୋଇଥାଏ । ସାଥୀଗଣ, ଏହି ପ୍ରୟାସ ବିଗତ ସାଢ଼େ ଚାରି ବର୍ଷ ଧରି କେନ୍ଦ୍ର ଏବଂ ଏବେ ଆସାମର ସରକାର ହୁଅନ୍ତୁ, ଅରୁଣାଚଳର ସରକାର ହୁଅନ୍ତୁ ଏହା ନିରନ୍ତର ଭାବେ କରୁଛନ୍ତି । ମୁଁ ଖୁସି ଯେ ଆଜିକାର ପବିତ୍ର ଦିନରେ ସୁଶାସନର ଏକ ବିଶାଳ ପ୍ରତୀକ ଐତିହାସିକ ବୋଗିବିଲ ରେଳ-ସଡ଼କ ସେତୁର ମଧ୍ୟ ଲୋକାର୍ପଣର ସହିତ ଆମେ ସମସ୍ତେ ଏକାଠି ହୋଇଛେ । ଏହା ହେଉଛି ଦେଶର ସବୁଠାରୁ ଦୀର୍ଘତମ ରେଳ-ସଡ଼କ ସେତୁ  । ଏହା ହେଉଛି ଦେଶର ପ୍ରଥମ ସଂପୂର୍ଣ୍ଣ ଭାବେ ଷ୍ଟିଲ ନିର୍ମିତ ସେତୁ  । ପାଣିରୁ 30 ମିଟରରୁ ମଧ୍ୟ ଅଧିକ ଉଚ୍ଚତାରେ ନିର୍ମାଣ କରାଯାଇଥିବା ଏହି ସେତୁ ହେଉଛି ଆମ ଇଂଜିନିୟରିଂ ଏବଂ ବୈଷୟିକ ତଥା ପ୍ରଯୁକ୍ତି ସାମର୍ଥ୍ୟର ମଧ୍ୟ ହେଉଛି ଉଦାହରଣ । ଏକା ସଙ୍ଗେ ଗାଡ଼ି ଏବଂ ଟ୍ରେନର ବେଗ ଏବଂ ଭାରକୁ ସହିବାର କ୍ଷମତା ଦେଶର ସାମରିକ ଶକ୍ତିକୁ ମଧ୍ୟ ବହୁ ଗୁଣ ସୁଦୃଢ଼ କରିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, ଏହା କେବଳ ଏକ ସେତୁ ହିଁ ନୁହେଁ, ବରଂ ଏହା ହେଉଛି ଏହି ଅଂଚଳର ଲକ୍ଷ ଲକ୍ଷ ଲୋକଙ୍କର ଜୀବନକୁ ଯୋଡ଼ିବାଭଳି ଏକ ଲାଇଫଲାଇନ ବା ଜୀବନରେଖା । ଏହାଦ୍ୱାରା ଆସାମ ଏବଂ ଅରୁଣାଚଳ ମଧ୍ୟରେ ରହିଥିବା ଦୂରତା ହ୍ରାସ ହୋଇଯାଇଛି । ଇଟାନଗରରୁ ଦିବ୍ରୁଗଡ଼ର ରେଳଯାତ୍ରା ଏବେ ପାଖାପାଖି 700 କିଲୋମିଟର ହ୍ରାସ ପାଇ 200 କିଲୋମିଟରରୁ ମଧ୍ୟ କମ୍ ରହିଯାଇଛି । ରେଳ ଯୋଗେ ଯେଉଁ ଯାତ୍ରା  ପାଇଁ ଆଗରୁ ପ୍ରାୟ 24 ଘଣ୍ଟା ଲାଗିଯାଉଥିଲା, ଏବେ ସେହି ଯାତ୍ରା 5-6 ଘଣ୍ଟା ମଧ୍ୟରେ ସୀମିତ ହୋଇ ରହିଯାଇଛି । ପ୍ରାୟ 5 କିଲୋମିଟରର ଏହି ସେତୁ ଦ୍ୱାରା ଆସାମର ତିନସୁଖିୟା ଏବଂ ଅରୁଣାଚଳ ପ୍ରଦେଶର ନାହରଲାଗୁ ମଧ୍ୟରେ ରହିଥିବା ଦୂରତା ହିଁ କମ୍ ହୋଇ ନାହିଁ । ଲୋକମାନଙ୍କୁ ଅନେକ ପ୍ରକାରର ଅସୁବିଧାରୁ ମୁକ୍ତି ମଧ୍ୟ ମିଳିଯାଇଛି । ସେମାନଙ୍କର ଜୀବନ ମଧ୍ୟ ସହଜ ହୋଇଯାଇଛି ।

ମୋତେ ଅବଗତ କରାଯାଇଛି କି ଆଗରୁ ଧେମାଜୀ ଲଖୀମପୁର ଏବଂ ଅରୁଣାଚଳର ଅନେକ ଜିଲ୍ଲାର ଲୋକମାନଙ୍କୁ ନୌକା ମାଧ୍ୟମରେ ବ୍ରହ୍ମପୁତ୍ର ନଦୀକୁ ପାର ହେବାକୁ ପଡ଼ୁଥିଲା କିମ୍ବା ସଡ଼କ ଅବା ରେଳ ପଥରେ ପ୍ରାୟ ଦିନ ତମାମ ଯାତ୍ରା କରିବାକୁ ପଡ଼ୁଥିଲା । କେତେ ଟ୍ରେନ ବଦଳାଇବାକୁ ମଧ୍ୟ ପଡ଼ୁଥିଲା । ଭାଇ ଓ ଭଉଣୀମାନେ, ଆଜି ଯେଉଁ ଟ୍ରେନକୁ ସବୁଜ ପତାକା ଦେଖା ଯାଇଛି, ତାହା ହେଉଛି 14 ଡବା ଥିବା ଏହି ସିଧାସଳଖ ଟ୍ରେନ, ଯାହା ଏହି ସମଗ୍ର ଅଂଚଳରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ଯାଉଛି । ଯେଉଁ ସ୍ୱପ୍ନକୁ ଦେଖିକରି ପିଢି ପରେ ପିଢି ବିତି ଚାଲିଗଲା, ଏବେ ଯାଇ ସେ ସ୍ୱପ୍ନ ପୂରଣ ହେଲା । ଏବେ ଦିଲ୍ଲୀ, ମୁମ୍ବାଇ, କଲିକତା, ବେଙ୍ଗାଲୁରୁ ଯିବା ପାଇଁ ମଧ୍ୟ ଏଠାକାର ଲୋକମାନଙ୍କୁ ଗୌହାଟୀ ଦେଇ ଯିବାର ଆଉ ଆବଶ୍ୟକତା ନାହିଁ । ସ୍ୱାସ୍ଥ୍ୟ ସୁବିଧାମାନ ଉପଲବ୍ଧ ହେଉ, ଲେଖାପଢ଼ା ହେଉ,ରୋଜଗାର ହେଉ, ବ୍ୟାପକ କାରବାର ହେଉ, ଦିବ୍ରୁଗଡ଼ ହେଉଛି ଉତ୍ତର-ପୂର୍ବର ଏକ ସବୁଠାରୁ ବଡ଼ କେନ୍ଦ୍ର । ଲକ୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସେଠାକୁ ଯିବା ଆସିବା କରିବାକୁ ଯିବାକୁ ପଡିଥାଏ । ବିଶେଷ ଭାବେ ଗୁରୁତର ରୋଗଗ୍ରସ୍ତ ସ୍ଥିତିରେ ସାରାଦିନର ଯାତ୍ରା କିଭଳି ଭାବେ ଜୀବନ ଉପରେ କଷ୍ଟକର ହୋଇ ପଡ଼ି ଯାଉଥିଲା, ଏହା ଆପଣମାନେ ସମସ୍ତେ ଭଲ ଭାବରେ ଜାଣନ୍ତି ।

ସାଥୀଗଣ, ଦିବ୍ରୁଗଡ଼ ମେଡିକାଲ କଲେଜ, ହାସ୍ପାତାଳ ଏବଂ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ ଭଳି ସୁବିଧାମାନ ଏବେ ନର୍ଥବେଙ୍କରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଯୁବ ସାଥୀମାନଙ୍କ ପାଇଁ କିଛି ମିନିଟ ଗଣତିରେ ଦୂରତା ପାର କରିବା ସୁନିଶ୍ଚିତ ହୋଇଛି । ଏହି ବହୁତ ବଡ଼ ସୁବିଧା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ସଂପୂର୍ଣ୍ଣ ଉତ୍ତର-ପୂର୍ବର ଲୋକମାନଙ୍କୁ, ସମଗ୍ର ଦେଶର ଲୋକମାନଙ୍କୁ ପୁଣି ଆଉଥରେ ବହୁତ ବହୁତ ଶୁଭକାମନା ।

ଏହି ସେତୁ ନିର୍ମାଣ ସହିତ ଜଡ଼ିତ ଯାବତୀୟ ଇଂଜିନିୟରିଂ ଏବଂ ଶ୍ରମିକ ସାଥୀମାନଙ୍କୁ ମଧ୍ୟ ମୁଁ ସାଧୁବାଦ ଜଣାଉଛି, ଯେଉଁମାନେ ଦିନରାତିକୁ ଏକାକାର କରି କଠିନ ପରିସ୍ଥିତି ମଧ୍ୟରେ ଏହି ସେତୁ ନିର୍ମାଣ ପାଇଁ କାର୍ଯ୍ୟ କରିଛନ୍ତି । ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ।

ଭାଇ ଓ ଭଉଣୀମାନେ, ଆସାମ ଏବଂ ଉତ୍ତର-ପୂର୍ବ ପାଇଁ ଏହା ହେଉଛି ଦୁଇଗୁଣ ଶୁଭକାମନା ଜଣାଇବାର ଦିନ, କାରଣ ଦେଶର ସବୁଠାରୁ ବଡ଼ ସଡ଼କ-ସେତୁ ଏବଂ ରେଳ-ସଡ଼କ ସେତୁ ଦୁଇଟି ଯାକ ଆସାମର ମାଟିରେ ରହିଛି । ଏହା ମୋର ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଚାଲୁ ରହିଥିବା କେନ୍ଦ୍ର ସରକାରଙ୍କର ହେଉଛି ସୌଭାଗ୍ୟ କି ଦେଶର ଭିତ୍ତିଭୂମିର ଏହି ଦୁଇ ମହତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାର ସୁଯୋଗ ଆମକୁ ହିଁ ମିଳିଛି ।

ବିଗତ ବର୍ଷ ମଇ ମାସରେ, ସାଦିଆରେ, ଭୁପେନ ହଜାରିକା ସେତୁ ଲୋକାର୍ପଣ କରିବାକୁ ଆସିଥିଲି । ତ ଆଜି ବୋଗିବିଲରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ଅଛି । ଭାଇ ଓ ଭଉଣୀମାନେ, ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ବ୍ରହ୍ମପୁତ୍ରରେ ନିର୍ମାଣ କରାଯାଇଥିବା ଏହା ହେଉଛି ତୃତୀୟ ସେତୁ । ସ୍ୱାଧୀନତାର 60-70 ବର୍ଷ ମଧ୍ୟରେ ବ୍ରହ୍ମପୁତ୍ରରେ ତିନୋଟି ସେତୁ ନିର୍ମାଣ କରାଯାଇଛି । 60 -70 ବର୍ଷ ମଧ୍ୟରେ ତିନୋଟି । ଆଉ ବିଗତ ସାଢ଼େ ଚାରି ବର୍ଷ ଭିତରେ ମଧ୍ୟ ଆମେ ଆଉ ତିନୋଟି ସେତୁ ନିର୍ମାଣ କରିଛୁ ।ପାଞ୍ଚୋଟି ନୂତନ ସେତୁର ନିର୍ମାଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଯେତେବେଳେ ଏ ସମସ୍ତ ସେତୁ ପ୍ରସ୍ତୁତ ହୋଇଯିବ ତ ବ୍ରହ୍ମପୁତ୍ରର ଉତ୍ତର ଏବଂ ଦକ୍ଷିଣ କୂଳ ମଧ୍ୟରେ ଯୋଗାଯୋଗ ତ ସୁଦୃଢ଼ ହେବ ହିଁ । ଏଠାକାର, ଉଦ୍ୟୋଗ ଏବଂ ବ୍ୟବସାୟରେ ମଧ୍ୟ ନୂତନ ଅଧ୍ୟାୟ ଲେଖାଯିବ ।

ସାଥୀଗଣ, ଏହା ହିଁ ତ ହେଉଛି ସୁଶାସନ । ଏହା ହିଁ ତ ହେଉଛି ସୁରାଜ୍ୟ ଆଡ଼କୁ ବଢ଼ୁଥିବା ଆମର ପାଦ । ଆଜି ଆମେ ନିଶ୍ଚିତ ଭାବେ କହିପାରିବା କି ବିକାଶର ଏହି ଗତି ଫଳରେ ଆସାମ ସହିତ ସମଗ୍ର ଉତ୍ତର-ପୂର୍ବର ଛବି ପରିବର୍ତ୍ତନ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, ସମ୍ଭବତଃ, ଆଜି ଏଠାରେ ଏପରି କିଛି ଲୋକ ରହିଥିବେ ଯେଉଁମାନେ ସେତେବେଳେ ମଧ୍ୟ ଏଠାକୁ ଆସିଥିବେ ଯେତେବେଳେ 16 ବର୍ଷ ପୂର୍ବେ ଅଟଳ ମହୋଦୟ ଏଠାରେ ପହଂଚିଥିଲେ । ସେତେବେଳ ଠାରୁ ନେଇ, ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଗୋଟିଏ ପିଢି ବଦଳି ସାରିଛି । ଆପଣମାନେ ସତରେ ବହୁତ ଦୀର୍ଘ ସମୟ ଅପେକ୍ଷା କଲେ, ଧୈର୍ଯ୍ୟ ଧରି ରହିଛନ୍ତି । ସାଥୀଗଣ,ଆପଣମାନଙ୍କର ବର୍ଷ ବର୍ଷ ଧରି କରାଯାଉଥିବା ଦାବି ପରେ ଏହି ସେତୁ ସହିତ ଜଡ଼ିତ ପ୍ରକ୍ରିୟା ସବୁ ଦୁଇ ଦଶକ ପୂର୍ବରୁ ଆରମ୍ଭ ହେଲା, କିନ୍ତୁ ସତ କଥା ହେଉଛି ଏହା କି ଏହାର ନିର୍ମାଣ ଅଟଳ ଜୀଙ୍କ ଅଟଳ ପ୍ରୟାସ ଫଳରେ ହିଁ ଆରମ୍ଭ ହୋଇପାରିଲା । କିନ୍ତୁ ଏହା ଦୁର୍ଭାଗ୍ୟର କଥା କି ବର୍ଷ 2004ରେ ଅଟଳ ଜୀଙ୍କ ସରକାର ଚାଲିଗଲା ଆଉ ତାଙ୍କଦ୍ୱାରା ଆରମ୍ଭ କରାଯାଇଥିବା ସମସ୍ତ ପ୍ରକଳ୍ପଗୁଡ଼ିକ ଭଳି ହିଁ ଉତ୍ତର-ପୂର୍ବର ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଝୁଲି ରହିଲା, ଅଟକି ଗଲା ।

ଭାଇ ଓ ଭଉଣୀମାନେ, ଆପଣମାନେ ସମସ୍ତେ ସାକ୍ଷୀ ଅଛନ୍ତି କି 2014ରେ କିପରି ଏଠାରେ, କିଛି ମାତ୍ର ଅଧା-ଅଧୁରା ଖୁଂଟ ବ୍ୟତୀତ କିଛି ଦେଖାଯାଉ ନଥିଲା । ସ୍ଥିତି ଏଭଳି ଥିଲା କି ଯେତେବେଳେ 2014ରେ ଆମର ସରକାର ଆସିଲେ ତ ଏହି ସେତୁର ଅଧା କାମ, ଅଧାରୁ ମଧ୍ୟ ଅଧିକ କାମ ବାକି ପଡ଼ିଥିଲା, ହୋଇ ନଥିଲା । ଏଥିରେ କୌଣସି ସନ୍ଦେହ ନାହିଁ କି ଯଦି ଅଟଳ ମହାଶୟଙ୍କ ସରକାରକୁ ପୁଣି ଥରେ ସୁଯୋଗ ମିଳି ଥାଆନ୍ତା ତ, 2007-2008 ପର୍ଯ୍ୟନ୍ତ ଏହି ସେତୁର ଲୋକାର୍ପଣ ହୋଇ ଯାଇଥାଆନ୍ତା । କିନ୍ତୁ ତା’ପରେ ଯେଉଁମାନେ ସରକାର ଗଠନ କରି କେନ୍ଦ୍ରକୁ ଆସିଲେ, ସେମାନେ ଆପଣମାନଙ୍କର ଆବଶ୍ୟକତା ଉପରେ ଧ୍ୟାନ ହିଁ ଦେଲେ ନାହିଁ ।

2014ରେ ସରକାର ଗଠନ ହେବା ପରେ ଆମେ ଏହି ପ୍ରକଳ୍ପ ପାଇଁ ଆସୁଥିବା ସମସ୍ତ ବାଧାବିଘ୍ନକୁ ଦୂର କଲୁ ଆଉ ଗତି ଦେଲୁ, ଆଉ ପ୍ରାୟ 6 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ବୋଗିବିଲ ସେତୁ ଜନ ସାଧାରଣଙ୍କ ସେବା ପାଇଁ ଆଜି ସମର୍ପିତ । ଅଟଳ ଜୀଙ୍କ ଜନ୍ମଦିବସରେ ତାଙ୍କର ଏକ ସ୍ୱପ୍ନ ପୂରଣ କରି କୃତଜ୍ଞ ରାଷ୍ଟ୍ର ତାଙ୍କୁ ଆଜି ଉତ୍ତମ ଶ୍ରଦ୍ଧାଞ୍ଜଳି ଦେଇଛି । ପୂର୍ବୋତ୍ତରର ଅନେକ ଲୋକମାନଙ୍କୁ ଆଜି ଏହି ଉପହାର ମିଳିବାର ଦେଖି ସେ ଯେଉଁଠାରେ ମଧ୍ୟ ରହିଥିବେ, ତାଙ୍କର ଆତ୍ମା ଯେଉଁଠାରେ ମଧ୍ୟ ଥିବ, ସେ ବହୁତ ଖୁସି ହେବେ, ଏହା ଆପଣଙ୍କର ଚେହେରାରେ ଯେଉଁ ଖୁସି ଦେଖାଯାଉଛି ସେସବୁ ଦେଖି ଅଟଳ ଜୀଙ୍କ ଆତ୍ମା ଅଧିକ ପ୍ରଫୁଲ୍ଲିତ ହେବ ।

ସାଥୀଗଣ, ପୂର୍ବ ସରକାରଙ୍କର ପରିଚୟ ଯଦି ଅଟକି ଥିବା ପ୍ରକଳ୍ପ ଭାବେ ପରିଚିତ ହେଉଥିଲା, ତ ଆମ ସରକାରଙ୍କର ପରିଚୟ ପରିବହନରୁ ନେଇ ପରିବର୍ତ୍ତିତ ରୂପ ପର୍ଯ୍ୟନ୍ତ ରହିଛି ଆଉ ଦେଶକୁ ମିଳୁଥିବା ଆଗାମୀ ପିଢିର ଭିତ୍ତିଭୂମି । 12 ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳର ଏଭଳି ଶହ ଶହ ପ୍ରକଳ୍ପକୁ  ଆମେ ଖୋଜି ବାହାର କରିଛୁ ଯାହା ବହୁ ବର୍ଷ ଧରି ଅଟକି ପଡ଼ି ରହିଥିଲା, କିମ୍ବା ଯେଉଁଠି ଧୀର ମନ୍ଥର ଗତିରେ କାର୍ଯ୍ୟ କରା ଯାଉଥିଲା । ଯଦି ସେଗୁଡ଼ିକର କାମର ସେହି ପୁରୁଣା ଗତି ରହିଥାଆନ୍ତା ତ, ଆଗାମୀ ଦଶକ ମଧ୍ୟ ବିତି ଯାଇଥାଆନ୍ତା । ଆଜି ସୁଶାସନ ଦିବସରେ ମୁଁ ଗର୍ବର ସହିତ କହି ପାରିବି କି ଲଟକାଇବା, ଭ୍ରମିତ କରିବା ଭଳି ସେହି ପୁରୁଣା କାର୍ଯ୍ୟ ସଂସ୍କୃତିକୁ ଆମେ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛୁ । ଏହି କାରଣରୁ ଦେଶରେ ଭିତ୍ତିଭୂମି କ୍ଷେତ୍ରକୁ ନୂତନ ଗତି ମିଳିଛି ।

ବିଗତ ବର୍ଷ ଏହିଭଳି ଲଟକି ରହିଥିବା ମିଜୋରାମର ଡୁଇରାଲ ଜଳ ବିଦ୍ୟୁତ ପ୍ରକଳ୍ପ, ସେହିପରି ଏହି ବର୍ଷ କିଛି ମାସ ପୂର୍ବରୁ ସିକ୍କିମ ବିମାନବନ୍ଦରର ଲୋକାର୍ପଣ ମଧ୍ୟ କରାଯାଇ ସାରିଛି । ଏଭଳି ଅନେକ ଯୋଜନା ସଂପୂର୍ଣ୍ଣ ହୋଇ ସାରିଛି, ଅନ୍ୟଗୁଡ଼ିକୁ ନେଇ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ, ଆଜି ନିର୍ଦ୍ଧାରିତ ସମୟରେ, ନିର୍ଦ୍ଧାରିତ ବ୍ୟୟରେ ହିଁ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ସମୟସୀମା କେବଳ କାଗଜରେ ଲେଖିବା କଥାରେ ହିଁ ରହି ଯାଇନାହିଁ ବରଂ ସରକାରୀ କାମକାର୍ଯ୍ୟର ସଂସ୍କାର ହୋଇଯାଇଛି । ମୁଁ ଆସାମର ସରକାର ସୋନୱାଲଙ୍କର ସଂପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଉଛି ଯେ ସେ ଏହି ସଂସ୍କାରକୁ ଅଭ୍ୟାସ କରି ନେଇଛନ୍ତି ।

ଆସାମରେ ଅନେକ ଏଭଳି ପ୍ରକଳ୍ପ ଯାହା ବର୍ଷ ବର୍ଷ ଧରି ଅଧା ହୋଇ ପଡ଼ି ରହିଥିଲା, ହୁଏତ ସଂପୂର୍ଣ୍ଣ ହୋଇ ଯାଇଛି ଅଥବା ସଂପୂର୍ଣ୍ଣ ହେବା ସ୍ଥିତିରେ ରହିଛି । 3 ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ପ୍ରାୟ 7 ଶହ କିଲୋମିଟରର ଜାତୀୟ ରାଜପଥ ସାଢ଼େ ଚାରି ବର୍ଷରେ ସଂପୂର୍ଣ୍ଣ ହୋଇସାରିଛି । ପ୍ରାୟ 6 ହଜାର କୋଟିର ଏକ ଡଜନରୁ ମଧ୍ୟ ଅଧିକ ଜାତୀୟ ରାଜପଥ ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ନୂତନ ବିମାନବନ୍ଦର ଟର୍ମିନାଲ ହେଉ, ରେଳ ଲାଇନଗୁଡ଼ିକରେ ବିଦ୍ୟୁତକରଣ ଏବଂ ସଂପ୍ରସାରଣର କାର୍ଯ୍ୟ ହେଉ, ଗୌହାଟୀ – ତିନସୁଖିୟା ଗ୍ୟାସ ପାଇପ୍ ଲାଇନ୍ ହେଉ, ଗୌହାଟୀରେ ଏମ୍ସ ହେଉ, ଧେମାଜୀରେ ଭାରତୀୟ କୃଷି ଗବେଷଣା  ପ୍ରତିଷ୍ଠାନ ହେଉ, ଏଭଳି ଅନେକ ପ୍ରକଳ୍ପର କାର୍ଯ୍ୟ ହୁଏତ ସଂପୂର୍ଣ୍ଣ ହୋଇ ଯାଇଛି ଅଥବା ଶୀଘ୍ର ସଂପୂର୍ଣ୍ଣ ହେବା ସ୍ଥିତିରେ ରହିଛି । ଦ୍ରୁତ ଇଂଟରନେଟ ସେବା ସୁନିଶ୍ଚିତ କରିବା ଭଳି ଅନ୍ତରାଷ୍ଟ୍ରୀୟ ସମୁଦ୍ରତଳ କେବୁଲ ନେଟୱାର୍କ ସେବା ଏବେ ତ୍ରିପୁରାରେ ପହଂଚିସାରିଛି ଏବଂ ଖୁବଶୀଘ୍ର ଏହା ଆସାମରେ ପହଂଚିବାକୁ ଯାଉଛି । ଏହାଦ୍ଵାରା ଅସାମରେ ଡିଜିଟାଲ ସେବା ଆହୁରି ସୁଦୃଢ଼ ହେବ ।

ସାଥୀଗଣ, ମୋର ଏହା ହେଉଛି ସ୍ପଷ୍ଟ ମତ ଯେ ପୂର୍ବ ଭାରତ ବଢ଼ିବ ତ ସଂପୂର୍ଣ୍ଣ ଭାରତ ବଢ଼ିବ । ଯେତେବେଳେ ପୂର୍ବ ଭାରତ ସୁଦୃଢ଼ ହେବ ତ ସଂପୂର୍ଣ୍ଣ ଭାରତ ସୁଦୃଢ଼ ହେବ । ପୂର୍ବ ଭାରତର ଅଭିନ୍ନ ଅଙ୍ଗ ହେଉଛି ଆମର ଉତ୍ତର-ପୂର୍ବ ଆଉ ଏଥିପାଇଁ ଭିତ୍ତିଭୂମିର ସମ୍ପ୍ରସାରଣ ଆସାମ ସହିତ ସମଗ୍ର ଉତ୍ତର-ପୂର୍ବରେ ହେଉଛି । ସମଗ୍ର ଉତ୍ତର-ପୂର୍ବରେ ପ୍ରାୟ 70 ହଜାର କୋଟି ଟଙ୍କା ବ୍ୟୟରେ ପ୍ରାୟ ସାଢ଼େ ପାଞ୍ଚ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିବା ଉପରେ କାର୍ଯ୍ୟ କରାଯାଉଛି । ଏଥିମଧ୍ୟରୁ ପ୍ରାୟ ଅଢ଼େଇ ହଜାର କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯାଇ ସାରିଛି । 1 ହଜାର କିଲୋମିଟରରୁ ମଧ୍ୟ ଅଧିକ ଦୈର୍ଘ୍ୟର ସଡ଼କ ଅନ୍ତରାଷ୍ଟ୍ରୀୟ ଯୋଗାଯୋଗ ଏକ୍ଟ ଇଷ୍ଟ ନୀତିକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ପ୍ରାୟ 8 ଶହ କିଲୋମିଟରର ସଡ଼କରେ କୌଣସି ନା କୌଣସି ସ୍ତରରେ କାର୍ଯ୍ୟ ଚାଲୁ ରହିଛି । ଯେଉଁ ପର୍ଯ୍ୟନ୍ତ ରେଳ ସଂଯୋଗର କଥା ରହିଛି, ଆଗାମୀ ଦୁଇ ତିନି ବର୍ଷ ଭିତରେ ଉତ୍ତର-ପୂର୍ବର ରାଜ୍ୟଗୁଡ଼ିକର ସମସ୍ତ ରାଜଧାନୀଗୁଡ଼ିକୁ ବ୍ରଡଗେଜ ଲାଇନ୍ ଦ୍ୱାରା ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି । ପ୍ରାୟ 47 ହଜାର କୋଟି ଟଙ୍କାର ବ୍ୟୟରେ 15 ନୂତନ ରେଳ ଲାଇନ୍ ପ୍ରସ୍ତୁତ ହେଉଛି । ପ୍ରାୟ 1 ହଜାର କିଲୋମିଟର ରେଳ ଲାଇନ୍ ଅର୍ଥାତ ଉତ୍ତର-ପୂର୍ବର ପ୍ରାୟ ସମସ୍ତ ଲାଇନଗୁଡ଼ିକୁ ବ୍ରଡ଼ଗଜରେ ପରିବର୍ତ୍ତିତ କରାଯାଇ ସାରିଛି । ଆଗରୁ ଉତ୍ତର-ପୂର୍ବରେ ପ୍ରତିବର୍ଷ ପ୍ରାୟ 100 କିଲୋମିଟର ରେଳଲାଇନ ତିଆରି କରାଯାଉଥିଲା, ପ୍ରଶସ୍ତିକରଣ ହେଉଥିଲା,ଯେତେବେଳେ କି ବିଗତ ସାଢ଼େ ଚାରି ବର୍ଷରେ 350 କିଲୋମିଟର ଲାଇନ ପ୍ରତିବର୍ଷ ତିଆରି ହେଉଛି କିମ୍ବା ବ୍ରଡ଼ଗଜରେ ପରିବର୍ତ୍ତିତ କରାଯାଉଛି । କେବଳ ଏତିକି ହିଁ ନୁହେଁ 19 ଜଳପଥ ଅର୍ଥାତ ନଦୀ ମାର୍ଗରେ କାର୍ଯ୍ୟ ଚାଲୁ ରହିଛି । ଏଠାରେ ଆସାମରେ ମଧ୍ୟ ବ୍ରହ୍ମପୁତ୍ର ଏବଂ ବଡ଼ାଗ ନଦୀଗୁଡ଼ିକ ମାଧ୍ୟମରେ ଚିଟଗାଁଓ ଆଉ ମଙ୍ଗଲା ବନ୍ଦର ପର୍ଯ୍ୟନ୍ତ ଅର୍ନ୍ତଃଦେଶୀୟ ଜଳପଥ ନିର୍ମାଣ କରାଯାଉଛି ।

ଭାଇ ଓ ଭଉଣୀମାନେ, ଭିତ୍ତିଭୂମି ବ୍ୟତୀତ ମଧ୍ୟ ଦେଶର ସାଧାରଣ ନାଗରିକଙ୍କ ଜୀବନ ସ୍ତରକୁ ଉପରକୁ ଉଠାଇବା ପାଇଁ ଯେଉଁ ସବୁ ଯୋଜନାମାନ କେନ୍ଦ୍ର ସରକାର ଚଲାଉଛନ୍ତି ସେଗୁଡ଼ିକୁ ଆସାମ ସରକାର ଗତି ଦେଉଛନ୍ତି । ଏହାର ପରିଣାମ ହେଉଛି କି ପିଲାମାନଙ୍କର ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, ଜନ-ଜନଙ୍କର ଗୁାହାରୀକୁ ଆସାମରେ ସୁନିଶ୍ଚିତ କରାଯାଉଛି । ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ପ୍ରାୟ 24 ଲକ୍ଷ ଗ୍ୟାସ ସଂଯୋଗ ଆସାମର ଗରିବ ଭଉଣୀମାନଙ୍କୁ ଦିଆଯାଇଛି ଯାହାର ପରିଣାମ ହେଉଛି କି ଆସାମରେ ସାଢ଼େ ଚାରି ବର୍ଷ ପୂର୍ବରୁ ଯେଉଁଠି ପ୍ରାୟ 40 ପ୍ରତିଶତ ଘରେ ଗ୍ୟାସ ସିଲିଣ୍ଡର ଥିଲା, ସେଠି ଆଜି ଏହାର ପରିମାଣ ବୃଦ୍ଧି ପାଇ ଦୁଇଗୁଣା ଅର୍ଥାତ ପ୍ରାୟ 80 ପ୍ରତିଶତ ହୋଇଯାଇଛି । ସ୍ୱଚ୍ଛ ଅଭିଯାନ ଅଧୀନରେ ପ୍ରାୟ 32 ଲକ୍ଷ ଶୌଚାଳୟ ଆସାମରେ ନିର୍ମାଣ କରାଯାଇ ସାରିଛି । ଯେଉଁଥିରେ ସାଢ଼େ ଚାରି ବର୍ଷରେ ହିଁ ସ୍ୱଚ୍ଛତାର ପରିସୀମା 38 ପ୍ରତିଶତରୁ 98 ପ୍ରତିଶତ ପର୍ଯ୍ୟନ୍ତ ହୋଇସାରିଛି । ସୌଭାଗ୍ୟ ଯୋଜନା ଅଧୀନରେ ବିଗତ ଏକ ବର୍ଷରେ ହିଁ ଆସାମରେ 12 ଲକ୍ଷରୁ ଅଧିକ ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଦିଆଯାଇଛି । ଯାହା ଫଳରେ ଆସାମରେ ବିଜୁଳୀକରଣର ପରିସୀମା ପ୍ରାୟ 50 ପ୍ରତିଶତରୁ ବୃଦ୍ଧି ପାଇ ପ୍ରାୟ 90 ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଇଛି । ଆପଣମାନେ ସେହି ପରିସ୍ଥିତିକୁ ମଧ୍ୟ ମନେ ପକାନ୍ତୁ ଯେତେବେଳେ ଏଠାରେ ଚା’-ବଗିଚାରେ କାମ କରୁଥିବା ଭାଇ ଓ ଭଉଣୀମାନଙ୍କର ବ୍ୟାଙ୍କରେ ଖାତା ନଥିଲା । ବ୍ୟାଙ୍କ ବିଷୟରେ ତାଙ୍କୁ କୌଣସି କଥା ଜଣା ନଥିଲା । ଜନ-ଧନ ଯୋଜନା ମାଧ୍ୟମରେ 7 ଲକ୍ଷ ଶ୍ରମିକ ଭାଇ ଓ ଭଉଣୀମାନଙ୍କର  ବ୍ୟାଙ୍କ ଖାତା ଖୋଲାଗଲା । ଯଦି ମୁଁ ସମଗ୍ର ଆସାମର କଥା କହିବି ତ ରାଜ୍ୟରେ ପ୍ରାୟ ଦେଢ଼ କୋଟି ଜନ-ଧନ ଖାତା ଆମ ସରକାର ହିଁ ଖୋଲାଇଛନ୍ତି । ଏହି ସମସ୍ତ ଯୋଜନାମାନ ସଂସ୍କାର ଏବଂ ଆପଣମାନଙ୍କର ସମସ୍ତଙ୍କର ସହଯୋଗ ତଥା ଆଶୀର୍ବାଦ ଦ୍ୱାରା ସଫଳତା ଆଡ଼କୁ ଅଗ୍ରସର ହେଉଛି ।

ସାଥୀଗଣ, ଗରିବ, ଶୋଷିତ, ବଂଚିତଙ୍କର ଯଦି ସବୁଠାରୁ ଅଧିକ କ୍ଷତି କିଏ କରିଥାଏ, ତ ତାହା ହେଉଛି ଭ୍ରଷ୍ଟାଚାର, ମଧ୍ୟମ ବର୍ଗର ପରିବାରଙ୍କ ଉପରେ ସବୁଠାରୁ ଅଧିକ ବୋଝ ଯଦି କିଏ ଲଦି ଦେଇଥାଏ, ତ’ ତାହା ହେଉଛି ଭ୍ରଷ୍ଟାଚାର । ଦେଶର ବିକାଶର ଅଣ୍ଟାକୁ ଯଦି କିଏ ଭାଙ୍ଗି ଦେଇଥାଏ, ତ,ତାହା ହେଉଛି ଭ୍ରଷ୍ଟାଚାର, ଭ୍ରଷ୍ଟାଚାର ଗରିବଙ୍କଠାରୁ ତାଙ୍କର ଅଧିକାର ଛଡ଼ାଇ ନେଇଥାଏ, ଅସୁବିଧା ହୋଇଥାଏ । ତେଣୁ ବିଗତ ଚାରି-ସାଢ଼େ ଚାରି ବର୍ଷରେ ଆମ ସରକାର ଯେଉଁଠି ଗୋଟିଏ ପଟେ ଗରିବଙ୍କୁ ତାଙ୍କର ଅଧିକାର ଦେଉଛନ୍ତି, ସେଠି କଳାଧନ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ସଂପୂର୍ଣ୍ଣ ଶକ୍ତିର ସହିତ ଲଢ଼େଇ ଲଢ଼ୁଛନ୍ତି ।

ଭାଇ ଓ ଭଉଣୀମାନେ, ଗୋଟିଏ ପଟେ ଆମ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏକ କୋଟି 25 ଲକ୍ଷରୁ ଅଧିକ ଗରିବ ଲୋକମାନଙ୍କୁ ଘର ଦେଇ ସାରିଛନ୍ତି, ସେଠି ବେନାମୀ ସମ୍ପତ୍ତିଆଇନ ବଳରେ ଭ୍ରଷ୍ଟାଚାରୀମାନଙ୍କର ପାଞ୍ଚ ହଜାର କୋଟି ଟଙ୍କାର ବଙ୍ଗଳା ଏବଂ ଗାଡିଗୁଡ଼ିକ ଜବତ କରାଯାଇ ସାରିଛି । ଗୋଟିଏ ପଟେ ଆମ ସରକାର ଯୁବକମାନଙ୍କୁ କେବଳ ଗୋଟିଏ ଦିନରେ ନୂତନ କମ୍ପାନୀ ପଞ୍ଜିକୃତ କରିବା ପାଇଁ ସୁବିଧା ପ୍ରଦାନ କରୁଛନ୍ତି ତ ଅନ୍ୟପଟେ ଭ୍ରଷ୍ଟାଚାରର ବହୁତ ବଡ଼ ମୂଳ କାରଣ ବୋଲି ଗଣାଯାଉଥିବା ତିନି ଲକ୍ଷ ପଚିଶ ହଜାରରୁ ଅଧିକ ସନ୍ଦିଗ୍ଧ କମ୍ପାନୀଗୁଡ଼ିକୁ ରଦ୍ଦ ବା ବନ୍ଦ କରିବାର କାମ ମଧ୍ୟ ଆମେ କରିଛୁ । ଗୋଟିଏ ପଟେ ଆମ ସରକାର ମହିଳାମାନଙ୍କୁ, ଯୁବକମାନଙ୍କୁ ସ୍ୱରୋଜଗାର ପାଇଁ ମୁଦ୍ରା ଯୋଜନା ଅଧୀନରେ ବିନା ବ୍ୟାଙ୍କ ଗ୍ୟାରେଂଟିରେ ସାତ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି, ତ ସେଠି ଅନ୍ୟପଟେ ପୂର୍ବ ସରକାର ବ୍ୟାଙ୍କର ଯେଉଁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଫସାଇଥିଲେ, ସେଥିମଧ୍ୟରୁ ତିନି ଲକ୍ଷ କୋଟି ଟଙ୍କା ଆମ ସରକାର ଫେରସ୍ତ ଆଣି ସାରିଛନ୍ତି । ଗୋଟିଏ ପଟେ ଆମ ସରକାର ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଗରିବମାନଙ୍କୁପାଞ୍ଚ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେଉଛନ୍ତି, ତ ଅନ୍ୟ ପଟେ ମେଡିକାଲ କ୍ଷେତ୍ରରେ ଭ୍ରଷ୍ଟାଚାର ଶେଷ କରିବା ପାଇଁ ମଧ୍ୟ କଠୋର ପଦକ୍ଷେପ ଉଠାଉଛନ୍ତି ।

ସାଥୀଗଣ, ଚାରି ବର୍ଷ ପୂର୍ବେ କେହି ଚିନ୍ତା ମଧ୍ୟ କରି ନ ଥିଲେ କି ହେଲିକେପ୍ଟର ଦୁର୍ନିତିର ସବୁଠାରୁ ବଡ଼ ମଧ୍ୟସ୍ଥି ଭାରତର ଜେଲ ପର୍ଯ୍ୟନ୍ତ ପହଂଚିଯିବ, ଏହା କେହି ଚିନ୍ତା ମଧ୍ୟ କରି ନ ଥିଲେ । କିନ୍ତୁ ଏହି ମଧ୍ୟସ୍ଥିଙ୍କୁ ଭାରତ ଆଣିବାର କାର୍ଯ୍ୟ ଏବଂ ଆଇନ ଆଗରେ ସମର୍ପଣ କରିବା କାର୍ଯ୍ୟ ମଧ୍ୟ ଆମ ସରକାର ସାହାସର ସହିତ କରିଛନ୍ତି । ଏହା ହେଉଛି ଆମ ସରକାରଙ୍କର କାର୍ଯ୍ୟ କରିବାର ଶୈଳୀ,ହେଉଛି ଆମର କାର୍ଯ୍ୟସଂସ୍କୃତି ।

ଭାଇ ଓ ଭଉଣୀମାନେ, ଯେତେବେଳେ ବ୍ୟବସ୍ଥାରେ ପାରଦର୍ଶିତା ଆସିଥାଏ, ଭ୍ରଷ୍ଟାଚାର ଶେଷ ହୋଇଥାଏ, ସୁବିଧା ସବୁ ମିଳିଥାଏ, ଜୀବନ ସହଜ ହୋଇଥାଏ, ତ ତାହାର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ଦେଖାଦିଏ । ଆମର କ୍ରୀଡ଼ାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଆଜି ଆସାମ ସମେତ ଦେଶର ଦୂର-ଦୂରାନ୍ତର ଗାଁ, ଗଣ୍ଡା ଏବଂ ଛୋଟ ସହରଗୁଡ଼ିକରୁ ସାଧାରଣ ପରିବାରରୁ ବାହାରିଥିବା ଯୁବକ ଦେଶର ନାମକୁ ଗୌରବାନ୍ୱିତ କରୁଛନ୍ତି । ହିମା ଦାସଙ୍କ ଭଳି ଅନେକ ଝିଅ,ଅନେକ ଯୁବ ସାଥୀ ଆଜି ନୂତନ ଭାରତର ନୂତନ ଆତ୍ମବିଶ୍ୱାସର ପ୍ରତୀକ ହୋଇଛନ୍ତି ।

ସାଥୀଗଣ, ଆମେ ସମସ୍ତେ ବ୍ୟବସ୍ଥା ପରିବର୍ତ୍ତନ, ବ୍ୟବହାର ପରିବର୍ତ୍ତନ ଏବଂ ଉନ୍ନତ ଭିତ୍ତିଭୂମି ମାଧ୍ୟମରେ ଦେଶକୁ ସଶକ୍ତ କରିବାର କାର୍ଯ୍ୟ କରୁଛୁ । ଆଜି ଦେଶରେ ଭବିଷ୍ୟତର ଆବଶ୍ୟକତା ଅନୁସାରେ ସଡ଼କ, ସ୍କୁଲ, ସହର, ଗାଁ, ଜନସେଚନ ଏବଂ ବିଜୁଳି ପ୍ରକଳ୍ପଗୁଡ଼ିକ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଆଗାମୀ ବର୍ଷମାନଙ୍କରେ ଯେତେବେଳେ ଏହି ସମସ୍ତ ବ୍ୟବସ୍ଥା ନିର୍ମାଣ ହୋଇଯିବ ତ ନ୍ୟୁ ଇଣ୍ଡିଆର ଭବ୍ୟ ଛବି ଦୁନିଆ ସମ୍ମୁଖକୁ ଆସିଯିବ ।

ସାଥୀଗଣ, ଅଟଳ ମହାଶୟ ଯଦି ଏକବିଂଶ ଶତାବ୍ଦୀର ଆରମ୍ଭରେ ଦେଶର ମୂଳଦୁଆକୁ ସୁଦୃଢ଼ କଲେ,ଆମେ ସେହି ମୂଳଦୁଆ ଉପରେ ଏକ ଦିବ୍ୟ-ଭବ୍ୟ, ନୂତନ ଭାରତ ନିର୍ମାଣ କରିବାର ପ୍ରୟାସ କରୁଛୁ । ଭାଇ ଓ ଭଉଣୀମାନେ ଆସାମର ଲୋକମାନେ, ଦେଶର ଲୋକମାନେ ଆମକୁ ସେବା କରିବାର ଯେଉଁ ସୌଭାଗ୍ୟ ପ୍ରଦାନ କରିଛନ୍ତି, ତାହାକୁ ଆମ ସରକାର ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପୂରଣ କରିବାରେ ପ୍ରୟାସ କରୁଛନ୍ତି । ଆମେ ସମ୍ପର୍କ-ସମ୍ପର୍କୀୟଙ୍କ ପାଇଁ ନୁହେଁ, ବରଂ ଦେଶ ଏବଂ ସମାଜ ପାଇଁ ଲାଗିପଡ଼ିଛୁ । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଆପଣମାନଙ୍କ ଆଶୀର୍ବାଦ ଦ୍ୱାରା ଆମେ ସମସ୍ତେ ମିଳିମିଶି ଆଇ ଅଖୋମୀ ଏବଂ ଭାରତ ମାତାଙ୍କୁ ନୂତନ ଶିଖରକୁ ନେଇଯିବା । ଆଉ ଥରେ ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ବୋଗିବିଲ ସେତୁ ଭଳି ଅଦ୍ଭୁତ ସୁବିଧା ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆପଣମାନେ ଏଠାକୁ ଏତେ ସଂଖ୍ୟାରେ ଆସି ପଦାର୍ପଣ କଲେ, ଆଶୀର୍ବାଦ ଦେଲେ ଏଥିପାଇଁ ମୁଁ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

ଦୁଇ ହାତ ଉପରକୁ କରି ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହ କୁହନ୍ତୁ-

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph