A new India is being built, powered by the talented youth: PM Modi
Youth are at the forefront when it comes to making India a startup hub: PM Modi
This decade of the 21st century has brought great fortune for India, most of India's population is below 35 years of age: PM

ଲକ୍ଷ୍ନୌରେ ସମ୍ମିଳିତ ହୋଇଥିବା ସମସ୍ତ ଯୁବସାଥୀଙ୍କୁ ମୋର ନମସ୍କାର । ଆପଣ ସମସ୍ତଙ୍କୁ, ଦେଶର ଯୁବକମାନଙ୍କୁ, ରାଷ୍ଟ୍ରୀୟ ଯୁବ ଦିବସର ବହୁତ-ବହୁତ ଶୁଭକାମନା ।

ଆଜିର ଏହି ଦିନ ପ୍ରତ୍ୟେକ ଭାରତୀୟ ଯୁବକଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ଦିନ, ନୂତନ ସଂକଳ୍ପ ନେବାର ଦିନ, ଆଜିର ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ରୂପରେ ଭାରତକୁ ଏଭଳି ଉର୍ଜ୍ଜା ମିଳିଥିଲା ଯାହା ଆଜି ମଧ୍ୟ ଆମ ଦେଶକୁ ଉର୍ଜ୍ଜାବାନ କରି ଚାଲିଛି । ଏକ ଏଭଳି ଉର୍ଜ୍ଜା ଯାହା ନିରନ୍ତର ଆମକୁ ପ୍ରେରଣା ଦେଉଛି, ଆମକୁ ଭବିଷ୍ୟତର ପଥ ପ୍ରଦର୍ଶିତ କରୁଛି ।

ସାଥୀଗଣ, ସ୍ୱାମୀ ବିବେକାନନ୍ଦ ଭାରତର ଯୁବକମାନଙ୍କୁ ଗୌରବଶାଳୀ ଅତୀତ ଏବଂ ବୈଭବଶାଳୀ ଭବିଷ୍ୟତର ଏକ ସୁଦୃଢ଼ ଶୃଙ୍ଖଳ ରୂପରେ ଦେଖୁଥିଲେ । ବିବେକାନନ୍ଦ ମହୋଦୟ କହୁଥିଲେ କି ସମସ୍ତ ଶକ୍ତି ତୁମ ଭିତରେ ରହିଛି, ସେହି ଶକ୍ତିକୁ ପ୍ରକଟ କର, ଏହା ଉପରେ ବିଶ୍ୱାସ କର ଯେ ତୁମେ ସବୁକିଛି କରି ପାରିବ । ନିଜ ଉପରେ ଏହି ବିଶ୍ୱାସ ଅସମ୍ଭବ ଭଳି ଲାଗୁଥିବା କଥାକୁ ସମ୍ଭବ କରିବା ପାଇଁ ଏହି ସନ୍ଦେଶ ଆଜି ମଧ୍ୟ ଦେଶର ଯୁବକମାନଙ୍କ ପାଇଁ ସେତିକି ହିଁ ପ୍ରାସଙ୍ଗିକ, ପ୍ରଯୁଜ୍ୟ । ଏଥିପାଇଁ ମୁଁ ବହୁତ ଖୁସି ଯେ ଭାରତର ଆଜିର ଯୁବକମାନେ ଏ କଥାକୁ ଭଲ ଭାବେ ବୁଝି ପାରୁଛନ୍ତି, ନିଜ ଉପରେ ବିଶ୍ୱାସ ରଖି ଆଗକୁ ଅଗ୍ରସର ହେଉଛନ୍ତି ।

ଆଜି ନବସୃଜନ, ନବୋନ୍ମେଷ ଏବଂ ଷ୍ଟାର୍ଟ-ଅପର ନୂତନ ଧାରାର ନେତୃତ୍ୱ ଭାରତରେ କେଉଁମାନେ କରୁଛନ୍ତି? ଆପଣମାନେ ତ ହିଁ କରୁଛନ୍ତି, ଆମ ଦେଶର ଯୁବକମାନେ ହିଁ ତ କରୁଛନ୍ତି । ଆଜି ଯଦି ଭାରତ ଦୁନିଆର ଷ୍ଟାର୍ଟ-ଅପ୍ ଇକୋସିଷ୍ଟମରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି ତ ଏହା ପଛରେ କାହାର ପରିଶ୍ରମ ରହିଛି? ଆପଣମାନଙ୍କର, ଆପଣମାନଙ୍କ ଭଳି ଦେଶର ଯୁବକମାନଙ୍କର । ଆଜି ଭାରତ ବିଶ୍ଵରେ ୟୁନିକର୍ଣ୍ଣ ଉଦ୍ୟୋଗ ସୃଷ୍ଟି କରିବାରେ, ଏକ ବିଲିୟନ ଡଲାର ମୂଲ୍ୟରୁ ଅଧିକ କ୍ଷମତା ସମ୍ପନ୍ନ ନୂତନ କମ୍ପାନୀ ପ୍ରତିଷ୍ଠା କରିବା କ୍ଷେତ୍ରରେ ତୃତୀୟ ବୃହତର ଦେଶ ପାଲଟିଛି । ଏହା ପଛରେ କାହାର ଶକ୍ତି ଅଛି? ଆପଣମାନଙ୍କର, ଆପଣମାନଙ୍କ ଭଳି ଯୁବକମାନଙ୍କର ।

ସାଥୀଗଣ, 2014 ପୂର୍ବରୁ ଆମ ଦେଶରେ ହାରାହାରି ଚାରି ହଜାର ପ୍ୟାଟେଣ୍ଟ ଥିଲା । ଏବେ ଏହାର ସଂଖ୍ୟା ବୃଦ୍ଧି ପାଇ ବାର୍ଷିକ 15 ହଜାର ପ୍ୟାଟେଣ୍ଟରୁ ଅଧିକ ହୋଇ ଯାଇଛି, ଅର୍ଥାତ ପାଖାପାଖି 4 ଗୁଣ ଅଧିକ । ଏହା କାହା ପରିଶ୍ରମରୁ ହେଉଛି, ଏହା ପଛରେ କିଏ ଅଛି? ସାଥୀଗଣ, ମୁଁ ପୁଣିଥରେ ଦୋହରାଉଛି ଆପଣମାନେ ହିଁ ଅଛନ୍ତି, ଆପଣଙ୍କ ଭଳି ଯୁବ ସାଥୀମାନେ ଅଛନ୍ତି, ଆପଣ ଯୁବକମାନଙ୍କର ଶକ୍ତି ଏହା ସହିତ ରହିଛି ।

ସାଥୀଗଣ, 26 ହଜାର ନୂତନ ଷ୍ଟାର୍ଟ-ଅପ୍ସ ଖୋଲିବା ବିଶ୍ୱର କୌଣସି ମଧ୍ୟ ଦେଶରେ ସ୍ୱପ୍ନ ହୋଇପାରେ । ଏହି ସ୍ୱପ୍ନ ଆଜି ଭାରତରେ ବାସ୍ତବତାରେ ପରିଣତ ହୋଇଛି । ଏହା ପଛରେ ଭାରତର ଯୁବକମାନଙ୍କର ହିଁ ଶକ୍ତି ରହିଛି, ସେମାନଙ୍କର ସ୍ୱପ୍ନ ହିଁ ରହିଛି । ଆଉ ଏହାଠାରୁ ମଧ୍ୟ ବଡ଼ କଥା ହେଉଛି କି ଭାରତର ଯୁବକମାନେ ନିଜର ସ୍ୱପ୍ନକୁ ଦେଶର ଆବଶ୍ୟକତା ସହିତ ଯୋଡ଼ିଛନ୍ତି, ଦେଶର ଆଶା-ଆକାଂକ୍ଷା ସହିତ ଯୋଡ଼ିଛନ୍ତି । ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ହେଉଛି ମୋର, ମୋ ପାଇଁ, ଆଉ ମୋତେ ହିଁ କରିବାକୁ ପଡ଼ିବ । ଏହି ଭାବନା ଭାରତର ଯୁବକମାନଙ୍କ ଭିତରେ ଭରପୂର ହୋଇ ରହିଛି ।

ସାଥୀଗଣ, ଆଜି ଦେଶର ଯୁବକ ନୂଆ-ନୂଆ ଆପ୍ସ ତିଆରି କରୁଛନ୍ତି । ଫଳରେ ନିଜ ଜୀବନ ମଧ୍ୟ ସହଜ ଓ ସରଳ ହୋଇଯାଉ ଆଉ ଦେଶବାସୀଙ୍କୁ ମଧ୍ୟ ସହାୟତା ମିଳୁ । ଆଜି ଦେଶର ଯୁବକମାନେ ହାକାଥନ ମାଧ୍ୟମରେ ଟେକ୍ନୋଲଜି ମାଧ୍ୟମରେ ଦେଶର ହଜାର ହଜାର ସମସ୍ୟାରେ ନିଜ ଚିନ୍ତାଧାରାକୁ ନିୟୋଜିତ କରୁଛି, ସମାଧାନ ଖୋଜୁଛି ଆଉ ସମାଧାନର ବାଟ ମଧ୍ୟ ବତାଉଛି । ଆଜି ଦେଶର ଯୁବକ ପରିବର୍ତ୍ତିତ ନିଯୁକ୍ତି ପ୍ରକ୍ରିୟା ଅନୁସାରେ ନୂଆ-ନୂଆ ପ୍ରକଳ୍ପ ଆରମ୍ଭ କରୁଛନ୍ତି, ନିଜ କାର୍ଯ୍ୟ କରୁଛନ୍ତି, ଚାଲେଞ୍ଜ ନେଉଛନ୍ତି, ସାହସ କରୁଛନ୍ତି ଆଉ ଅନ୍ୟମାନଙ୍କୁ ମଧ୍ୟ କାମଧନ୍ଦା ଯୋଗାଇ ଦେଉଛନ୍ତି ।

ଆଜି ଦେଶର ଯୁବକମାନେ ଏହା ଦେଖୁ ନାହାନ୍ତି କି କିଏ ଯୋଜନା ଆରମ୍ଭ ହେଲା, ସେମାନେ ତ ନିଜେ ନେତୃତ୍ୱ ନେଇ ଆଗକୁ ଆସୁଛନ୍ତି । ମୁଁ ସ୍ୱଚ୍ଛ ଭାରତ ଅଭିଯାନ କଥା କହିବି ତ ଏହାର ନେତୃତ୍ୱ ଆମ ଦେଶର ଯୁବକମାନେ ହିଁ ତ କରୁଛନ୍ତି । ଆଜି ଦେଶର ଯୁବକମାନଙ୍କୁ ନିଜ ଆଖପାଖ, ଘର, ଗଳିକନ୍ଦି, ସହର, ସମୁଦ୍ରକୂଳରୁ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଦୂର କରିବାର କାର୍ଯ୍ୟରେ ସବୁଠାରୁ ଆଗରେ ଦେଖିବାକୁ ମିଳୁଛି ।

ସାଥୀଗଣ, ଆଜି ଦେଶର ଯୁବକମାନଙ୍କ ସାମର୍ଥ୍ୟ ବଳରେ ନୂତନ ଭାରତର ନିର୍ମାଣ ହେଉଛି । ଏକ ଏଭଳି ନୂତନ ଭାରତ ଯେଉଁଥିରେ ବ୍ୟବସାୟ ସୁଗମତା ମଧ୍ୟ ହେଉ ଏବଂ ଜୀବନଧାରଣ ମଧ୍ୟ ସହଜ ହେଉ । ଏକ ଏଭଳି ନୂତନ ଭାରତ ଯେଉଁଥିରେ ଲାଲବତି ସଂସ୍କୃତି ନାହିଁ, ଯେଉଁଥିରେ ପ୍ରତ୍ୟେକ ମଣିଷଙ୍କୁ ସମାନ ଭାବେ ଦେଖା ଯାଉଛି, ପ୍ରତ୍ୟେକ ମଣିଷ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ । ଏକ ଏଭଳି ନୂତନ ଭାରତ ଯେଉଁଥିରେ ସୁଯୋଗ ମଧ୍ୟ ଅଛି ଉଡ଼ିବା ପାଇଁ ଏବଂ ଏଥିପାଇଁ ବିସ୍ତିର୍ଣ୍ଣ ଆକାଶ ମଧ୍ୟ ଅଛି ।

ସାଥୀଗଣ, ଆଜି ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡ, ଏକବିଂଶ ଶତାବ୍ଦୀର ଏହି ଦଶକ ଭାରତ ପାଇଁ ବହୁତ ସୌଭାଗ୍ୟ ବହନ କରି ଆସିଛି । ଆମେ ହେଉଛେ ସୌଭାଗ୍ୟଶାଳୀ କି ଭାରତର ଅଧିକାଂଶ ଜନସଂଖ୍ୟା ହେଉଛନ୍ତି 35 ବର୍ଷ ବୟସରୁ କମ୍ ବୟସର । ଆମେ ଏହି ସୁଯୋଗର ସଂପୂର୍ଣ୍ଣ ଲାଭ ଉଠାଇ ପାରିବା । ଏଥିପାଇଁ ଗତ ବର୍ଷମାନଙ୍କରେ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି, ଅନେକ ନୀତି ପ୍ରସ୍ତୁତ କରାଯାଇଛି । ଯୁବକଶକ୍ତିଙ୍କୁ ପ୍ରକୃତ ରାଷ୍ଟ୍ରଶକ୍ତି ଭାବେ ପ୍ରସ୍ତୁତ କରିବା ପାଇଁ ବ୍ୟାପକ ରୂପେ ପ୍ରୟାସ ହେଉଛି ଯାହା ଆଜି ଦେଶରେ ଦେଖିବାକୁ ମିଳୁଛି । କୌଶଳ ବିକାଶଠାରୁ ନେଇ ମୁଦ୍ରାଋଣ ପର୍ଯ୍ୟନ୍ତ… ପ୍ରତ୍ୟେକ ପ୍ରକାରରେ ଯୁବକମାନଙ୍କୁ ସାହାଯ୍ୟ କରାଯାଉଛି । ଷ୍ଟାର୍ଟ-ଅପ୍ ଇଣ୍ଡିଆ ହେଉ, ଷ୍ଟାଣ୍ଡ୍-ଅପ୍ ଇଣ୍ଡିଆ ହେଉ, ଫିଟ୍ ଇଣ୍ଡିଆ ଅଭିଯାନ ହେଉ କିମ୍ବା ଖେଲୋ ଇଣ୍ଡିଆ.. ଏସବୁ ଯୁବକମାନଙ୍କ ଉପରେ ହିଁ କେନ୍ଦ୍ରିତ କରାଯାଉଛି ।

ସାଥୀଗଣ, ନିଷ୍ପତ୍ତି ଗ୍ରହଣ କରିବାରେ ଯୁବକମାନଙ୍କର ସକ୍ରିୟ ଭାଗିଦାରୀ ଉପରେ ମଧ୍ୟ ଆମର ଗୁରୁତ୍ୱ ରହିଛି । ଆପଣମାନେ ଶୁଣିଥିବେ ଏବେ ନିକଟରେ ଡିଆରଡିଓରେ ପ୍ରତିରକ୍ଷା ଗବେଷଣା ବା ଡିଫେନ୍ସ ରିସର୍ଚ୍ଚ ସହିତ ଜଡ଼ିତ ପାଞ୍ଚ ଜଣ ଯୁବ ବୈଜ୍ଞାନିକଙ୍କୁ ନେଇ ଗଠିତ ଗବେଷଣାଗାରର ଲୋକାର୍ପଣ କରିବାର ମୋତେ ସୁଯୋଗ ମିଳିଛି । ଏହି ଗବେଷଣାଗାରରେ ଗବେଷଣାରୁ ନେଇ ପରିଚାଳନା ପର୍ଯ୍ୟନ୍ତ ସଂପୂର୍ଣ୍ଣ ନେତୃତ୍ୱ 35 ବର୍ଷରୁ କମ୍ ବୟସର ବୈଜ୍ଞାନିକଙ୍କୁ ଦିଆଯାଇଛି । ଆପଣମାନେ ଏଭଳି କେବେ ହେଲେ ମଧ୍ୟ ଶୁଣି ନଥିବେ କି ଏତେ ଗୁରୁତ୍ୱପୂର୍ଣ୍ଣ ଗବେଷଣାଗାରର ଦାୟିତ୍ୱ 35 ବର୍ଷରୁ କମ୍ ବୟସର ଯୁବକଙ୍କ ହାତରେ ଅର୍ପଣ କରା ଯାଇଥିବା କଥା । କିନ୍ତୁ ଏହା ହେଉଛି ଆମର ଚିନ୍ତାଧାରା, ଏହା ହେଉଛି ଆମର ଆଭିମୁଖ୍ୟ । ଆମେ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ କ୍ଷେତ୍ରରେ ଏହି ପ୍ରକାରର ପ୍ରୟୋଗକୁ ଦୋହରାଇବା ପାଇଁ କ୍ରମାଗତ ଭାବେ କାର୍ଯ୍ୟ କରୁଛୁ ।

ସାଥୀଗଣ, ଯୁବକମାନଙ୍କ ମଧ୍ୟରେ ଏକ ଅଦ୍ଭୁତ କ୍ଷମତା ରହିଥାଏ, ସମସ୍ୟାଗୁଡ଼ିକୁ ନୂତନ ଧାରାରେ ସମାଧାନ କରିବା ପାଇଁ । ଏହିଭଳି ଯୁବ ଚିନ୍ତାଧାରା ଆମକୁ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଶିଖାଇଥାଏ ଯେଉଁ ବିଷୟ ଗୁଡ଼ିକରେ କେବେ ଚିନ୍ତା କରିବା ମଧ୍ୟ ଅସମ୍ଭବ ହୋଇଥାଏ । ଯୁବ ଚିନ୍ତାଧାରା ଆମକୁ ଏହା କହିଥାଏ କି ସମସ୍ୟାଗୁଡ଼ିକ ସହିତ ଲଢ଼େଇ କର, ସେଗୁଡ଼ିକର ସମାଧାନ କର, ଦେଶ ମଧ୍ୟ ଏହି ଚିନ୍ତାଧାରାକୁ ନେଇ ଚାଲୁଛି । ଆଜି ଜମ୍ମୁ-କଶ୍ମୀରରେ ଧାରା-370 ଉଚ୍ଛେଦ କରି ଦିଆଯାଇ ସାରିଛି, ରାମ ଜନ୍ମଭୂମି ଉପରେ ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ବିବାଦ ସମାପ୍ତ ହୋଇ ଯାଇଛି, ତିନି ତଲାକ ବିରୁଦ୍ଧରେ ଆଇନ ପ୍ରସ୍ତୁତ ହୋଇ ସାରିଛି, ନାଗରିକ (ସଂଶୋଧନ) ଆଇନ ହେଉଛି ଆଜିକାର ବାସ୍ତବ ସତ୍ୟ । ଏମିତି ମଧ୍ୟ ଦେଶରେ ଏଭଳି ଏକ ଚିନ୍ତାଧାରା ଥିଲା କି ଆତଙ୍କବାଦ ଆକ୍ରମଣ ହେଲା ପରେ ଚୁପ୍ ହୋଇ ବସିଯିବା । ଏବେ ଆପଣ ସର୍ଜିକାଲ ଷ୍ଟ୍ରାଇକ୍ ମଧ୍ୟ ଦେଖୁଛନ୍ତି, ଏୟାର ଷ୍ଟ୍ରାଇକ୍ ମଧ୍ୟ ।

ସାଥୀଗଣ, ଆମ ସରକାର ଯୁବକମାନଙ୍କ ସହିତ ରହିଛନ୍ତି, ଯୁବକଙ୍କ ସାହସ, ଯୁବକଙ୍କ ସ୍ୱପ୍ନ ସହିତ ଅଛନ୍ତି । ଆପଣମାନଙ୍କର ସଫଳତା ସଶକ୍ତ, ସକ୍ଷମ ଏବଂ ସମୃଦ୍ଧ ଭାରତର ସଂକଳ୍ପକୁ ମଧ୍ୟ ସିଦ୍ଧି କରିବ । ଆଉ ମୁଁ ଆଜିକାର ଏହି ଅବସରରେ ଆପଣମାନଙ୍କୁ ଗୋଟିଏ ଅନୁରୋଧ ମଧ୍ୟ କରିବାକୁ ଚାହୁଁଛି । ଆଉ ମୁଁ ଏହି ଅନୁରୋଧ ଆପଣମାନଙ୍କ ନିକଟରେ ଏଥିପାଇଁ କରୁଛି କି ମୋର ଆପଣମାନଙ୍କ ଉପରେ ବିଶ୍ୱାସ ରହିଛି । ମୁଁ ଆପଣମାନଙ୍କ ନେତୃତ୍ୱରେ ଦେଶକୁ ଏଥିରେ ସଫଳ କରିବା ପାଇଁ ଆପଣମାନଙ୍କୁ ବିଶେଷ ଭାବେ ଅନୁରୋଧ କରୁଛି ଆଉ ବିବେକାନନ୍ଦଙ୍କ ଜୟନ୍ତିରେ ତ ଏହି ସଂକଳ୍ପ ଆମର ଦାୟିତ୍ୱ ହୋଇ ଯାଇଛି ।

ଆପଣମାନେ ସମସ୍ତେ ଜାଣନ୍ତି ବର୍ଷ 2022 ପର୍ଯ୍ୟନ୍ତ ଯାହାକି ହେଉଛି ଆମ ସ୍ୱାଧୀନତାର 75ତମ ବର୍ଷ । ଦେଶର ସ୍ୱାଧୀନତା ପ୍ରେମୀମାନେ ସମୃଦ୍ଧ ଭାରତର ସ୍ୱପ୍ନ ଯୋଡ଼ିଥିଲେ ଏବଂ ନିଜର ଯୁବାବସ୍ଥାକୁ ଦେଶ ପାଇଁ ବଳି ଦେଇଥିଲେ । ସେହି ମହାପୁରୁଷଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ ପ୍ରକାରର କାର୍ଯ୍ୟ ଆମକୁ କରିବାର ଅଛି । ସେଥି ମଧ୍ୟରୁ ଗୋଟିଏ କାର୍ଯ୍ୟ କରିବା ପାଇଁ ମୁଁ ଆଜି ଆପଣମାନଙ୍କୁ ଅନୁରୋଧ କରୁଛି, ଯୁବକମାନଙ୍କୁ ଅନୁରୋଧ କରୁଛି, ଆପଣମାନଙ୍କ ମାଧ୍ୟମରେ ସମଗ୍ର ଦେଶରେ ଆନ୍ଦୋଳନ ଚାଲୁ ରହୁ.. ଏହି ଆଶା ରଖି ଅନୁରୋଧ କରୁଛି । ଆମେ କ’ଣ 2022 ପର୍ଯ୍ୟନ୍ତ, ଆଗକୁ ଆମେ ଆଉ ଦେଖିବା ନାହିଁ, 2022 ପର୍ଯ୍ୟନ୍ତ ଯାହା କିଛି ସମ୍ଭବ ହୋଇ ପାରିଲେ ସ୍ଥାନୀୟ ଉତ୍ପାଦକୁ ହିଁ କିଣିବା । ଏଭଳି କରି ଆପଣ ଜାଣତରେ କିମ୍ବା ଅଜାଣତରେ ନିଜର କୌଣସି ଯୁବକ ବନ୍ଧୁଙ୍କୁ ହିଁ ସାହାଯ୍ୟ କରିବେ । ଆପଣ ଆପଣଙ୍କର ଲକ୍ଷ୍ୟରେ ସଫଳ ହୁଅନ୍ତୁ, ନିଜ ଜୀବନରେ ସଫଳ ହୁଅନ୍ତୁ, ଏହି କାମନା ସହିତ ମୁଁ ମୋର କଥାକୁ ସମାପ୍ତ କରୁଛି ।
ପୁଣିଥରେ ରାଷ୍ଟ୍ରୀୟ ଯୁବ ଦିବସରେ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଏବଂ ଭାରତ ମାତାର ମହାନ ସୁପୁତ୍ର ବିବେକାନନ୍ଦ ମହୋଦୟଙ୍କ ଶ୍ରୀଚରଣରେ ପ୍ରଣାମ କରୁଛି ।

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”