Ayushman Bharat is one of the revolutionary steps of New India
Ayushman Bharat symbolizes the collective resolve and strength of 130 crore people as India: PM Modi
Ayushman Bharat is a holistic solution for a healthy India: PM

ମଞ୍ଚ ଉପରେ ଉପସ୍ଥିତ ମନ୍ତ୍ରୀ ପରିଷଦର ମୋର ସାଥୀ ଡଃ ହର୍ଷବର୍ଦ୍ଧନ ଜୀ, ଅଶ୍ୱିନୀ କୁମାର ଚୌବେ ଜୀ, ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା, ଭିନ୍ନ ଭିନ୍ନ ସଂସ୍ଥାରୁ ଆସିଥିବା ପ୍ରତିନିଧି ଗଣ, ଆୟୁଷ୍ମାନ ଭାରତ ସହିତ ଜଡିତ ସମସ୍ତ ସାଥୀ ତଥା ଏଠାକୁ ଆସିଥିବା ସମସ୍ତ ହିତାଧିକାରୀ ।

ଭାଇ ଓ ଭଉଣୀମାନେ, ଆଜି ହେଉଛି ନବରାତ୍ରର ତୃତୀୟ ଦିନ । ଆଜି ମା’ଙ୍କୁ ଚନ୍ଦ୍ରଘଣ୍ଟା ସ୍ୱରୂପରେ ପୂଜା କରାଯାଏ । ମାନ୍ୟତା ରହିଛି ଯେ ଦଶଭୁଜା ଦେବୀ ଚନ୍ଦ୍ରଘଣ୍ଟା ଚନ୍ଦ୍ରମାର ଶୀତଳତା ଓ ସୌମ୍ୟତା ପାଇଁ ସମ୍ପୂର୍ଣ୍ଣ ଜଗତର ପୀଡ଼ାକୁ ନାଶ କରନ୍ତି । ଭାରତର 50 କୋଟିରୁ ଅଧିକ ଗରିବଙ୍କ କଷ୍ଟକୁ ଦୂର କରିବାକୁ ଥିବା ଆୟୁଷ୍ମାନ ଭାରତ ଯୋଜନାର ପ୍ରଥମ ବର୍ଷରେ ଆଲୋଚନା ପାଇଁ ଏହାଠାରୁ ଉତ୍ତମ ସଂଯୋଗ ଆଉ କ’ଣ ହୋଇପାରେ ।

ବନ୍ଧୁଗଣ, ଆୟୁଷ୍ମାନ ଭାରତର ଏହି ପ୍ରଥମ ବର୍ଷ ସଂକଳ୍ପର, ସମର୍ପଣର ଓ ଶିକ୍ଷାର ବର୍ଷ ରହିଛି । ଏହା ହେଉଛି ଭାରତର ସଂକଳ୍ପ ଶକ୍ତି ଯାହା ଫଳରେ ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନାକୁ ଆମେ ଭାରତରେ ସଫଳତାର ସହ ଚଲାଉଛୁ । ଏହି ସଫଳତା ପଛରେ ସମର୍ପଣର ଭାବନା ରହିଛି, ସଦଭାବନା ରହିଛି । ଏହି ସମର୍ପଣ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର, ଏହି ସମର୍ପଣ ଦେଶର ହଜାର ହଜାର ସରକାର ଓ ଘରୋଇ ଡାକ୍ତରଖାନା ମାନଙ୍କର, ଏହି ସମର୍ପଣ ସମସ୍ତ କର୍ମଚାରୀ, ସମସ୍ତ ସ୍ଵାସ୍ଥ୍ୟକର୍ମୀ, ଆୟୁଷ୍ମାନ ମିତ୍ର, ଆଶା କର୍ମୀ, ସାମାଜିକ ସଙ୍ଗଠନ, ଜନପ୍ରତିନିଧି ମାନଙ୍କର ଅର୍ଥାତ ସମସ୍ତଙ୍କର ।

ଭାଇ ଓ ଭଉଣୀମାନେ, ଏହି ସମର୍ପଣ କାରଣରୁ ଆଜି ଦେଶ ବିଶ୍ୱାସର ସହ କହୁଛି, ଗର୍ବର ସହ କହୁଛି-ବର୍ଷ ଏକ-ଆୟୁଷ୍ମାନ ଅନେକ ।

ସମଗ୍ର ଦେଶର ଗରିବ ଲୋକ, 46 ଲକ୍ଷ ଗରିବ ପରିବାରଙ୍କ ମଧ୍ୟରେ ରୋଗର ନିରାଶାରୁ ସୁସ୍ଥ ଜୀବନର ଆଶାର ଜାଗରଣ କରିବା, ଏହା ଏକ ବହୁତ ବଡ ସିଦ୍ଧି । ଏହି ଗୋଟିଏ ବର୍ଷ ମଧ୍ୟରେ ଯଦି କୌଣସି ବ୍ୟକ୍ତିର ଜମି, ଘର, ଗହଣା କିମ୍ବା ଅନ୍ୟ କୌଣସି ଜିନିଷ ଚିକିତ୍ସା ଖର୍ଚ୍ଚ ପାଇଁ ବନ୍ଧା ପଡିବାରୁ ବର୍ତ୍ତିଯାଇଛି, ତେବେ ଏହା ଆୟୁଷ୍ମାନ ଭାରତର ଏକ ବହୁତ ବଡ ସଫଳତା ।

ବନ୍ଧୁଗଣ, କିଛି ସମୟ ପୂର୍ବରୁ କିଛି ହିତାଧିକାରୀମାନଙ୍କ ସହିତ ମୋତେ କଥା ହେବାର ଅବସର ମିଳିଥିଲା । ଗତ ଏକ ବର୍ଷ ମଧ୍ୟରେ, ଏପରିକି ନିର୍ବାଚନ ସମୟରେ ମଧ୍ୟ ସମଗ୍ର ଦେଶରେ ମୁଁ ଏପରି ଅନେକ ସାଥୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଲଗାତର ପ୍ରୟାସ କରିଥିଲି । ସେମାନଙ୍କ ସହିତ ଆଲୋଚନା କରିବା ପରେ ଯାଇଁ ଆପଣଙ୍କୁ ଅନୁଭବ ହେବ କି ଆୟୁଷ୍ମାନ ଭାରତ ‘ପିଏମଜେଏୱାଇ’ ଗରିବ ଲୋକଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆଣୁଛି । ଆଉ ଏବେ ପିଏମଜେଏୱାଇ ଏକପ୍ରକାର ଗରିବଙ୍କ ଜୟରେ ପରିଣତ ହୋଇଛି । ଯେତେବେଳେ ଗରିବ ଲୋକର ପିଲା ସୁସ୍ଥ ହୋଇଥାଏ, ଯେତେବେଳେ ପ୍ରତି ଘରର ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ସୁସ୍ଥ ହୋଇ କାମକୁ ବାହାରିଯାଏ, ତେବେ ଆୟୁଷ୍ମାନ ହେବାର ଅର୍ଥ ବୁଝାପଡିଥାଏ । ଏବଂ ଏଥିପାଇଁ ଆୟୁଷ୍ମାନ ଭାରତ ‘ପିଏମଜେଏୱାଇ’ ର ସଫଳତା ପାଇଁ  ସମର୍ପିତ ପ୍ରତ୍ୟେକ ବ୍ୟକ୍ତି, ସମସ୍ତ ସଂସ୍ଥା ସହିତ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଅନେକ ଅନେକ ଶୁଭକାମନା । ଏହି ମହାନ କାର୍ଯ୍ୟ ସହିତ ଜଡିତ ସମସ୍ତ ସାଥୀମାନଙ୍କୁ ମୁଁ ଅନେକ ଅନେକ ସାଧୁବାଦ ପ୍ରଦାନ କରୁଛି, ଅଭିନନ୍ଦନ ଜଣାଉଛି ।

ଭାଇ ଓ ଭଉଣୀମାନେ ସଂକଳ୍ପ ଓ ସମର୍ପଣ ସହିତ ଏହି ପ୍ରଥମ ବର୍ଷରେ ଆମେ ଅନୁଭୁତିରୁ ଅନେକ କିଛି ଶିକ୍ଷା କରିଛୁ । ଏଠାକୁ ଆସିବା ପୂର୍ବରୁ ମୁଁ ପ୍ରଦର୍ଶନୀ ମାଧ୍ୟମରେ ଏକ ବର୍ଷର ଯାତ୍ରାକୁ ମଧ୍ୟ ଦେଖିଲି । କିପରି ସମୟ ସହିତ ଆମେ ସମସ୍ତ ସମସ୍ୟାକୁ ଦୂର କରିଛୁ, ପ୍ରଯୁକ୍ତିଗତ ଭାବେ ନିରନ୍ତର ବିସ୍ତାର କରିଛୁ, ସମସ୍ତ ଭାଗୀଦାରଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରିଛୁ, ଶଙ୍କା ଓ ଆଶଙ୍କା ଦୂର କରିଛୁ । ଶିକ୍ଷା ଓ ଆଲୋଚନାର ସୁଧାର ଦିଗରେ ଏହି କାର୍ଯ୍ୟଧାରା ଆଗକୁ ନିରନ୍ତର ଭାବେ ଚାଲୁ ରହିବ ।

ବନ୍ଧୁଗଣ, ଏହି ଯୋଜନାର ବ୍ୟାପକତାକୁ, ପରିଚାଳନାକୁ କିପରି ଭାବେ ପ୍ରଭାବୀ କରିହେବ, ହିତାଧିକାରୀମାନଙ୍କ ପାଇଁ କିପରି ଏହାକୁ ସୁଗମ କରିହେବ, ଡାକ୍ତରଖାନାର ସମସ୍ୟା ଗୁଡିକୁ କିପରି ଭାବେ ଦୂର କରାଯାଇ ପାରିବ, ଏସବୁକୁ ନେଇ ଏଠାରେ ଦୁଇ ଦିନ ଧରି ବ୍ୟାପକ ଭାବେ ଚର୍ଚ୍ଚା ହୋଇଛି । ଗୁଣାତ୍ମକତାରୁ ଆରମ୍ଭ କରି ସାମର୍ଥ୍ୟ ବୃଦ୍ଧି ପର୍ଯ୍ୟନ୍ତ, ଏଠାରେ ମୁକ୍ତ ଭାବେ ବିଚାର ରଖାଯାଇଛି । ବିଶେଷ କରି ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଅର୍ଥାତ ଏହି ଯୋଜନାର କ୍ଷେତ୍ର ସମସ୍ତ ପରିବାର ଉପରେ କିପରି ଭାବେ ଲାଗୁ ହେବ, ଏହାକୁ ନେଇ ଦେଶର କିଛି ରାଜ୍ୟ ସେମାନଙ୍କର ଯେଉଁ ଅନୁଭବ ବାଣ୍ଟିଛନ୍ତି, ତାହା ଉପରେ ଗମ୍ଭୀରତାର ସହ ବିଚାର ହେବା ଆବଶ୍ୟକ । ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ କି ଆମେ ଗରିବ ଲୋକଙ୍କ ପାଇଁ, ସମସ୍ତ ଦେଶବାସୀଙ୍କ ପାଇଁ କଷ୍ଟକର ସମୟରେ ଡାକ୍ତରଖାନାର ଦ୍ୱାର ଖୋଲା ରଖିବା ଆବଶ୍ୟକ, ଉନ୍ନତ ଚିକିତ୍ସା ଉପଲବ୍ଧ ହେବା ଆବଶ୍ୟକ ।

ଭାଇ ଓ ଭଉଣୀମାନେ, ଆୟୁଷ୍ମାନ ଭାରତ ହେଉଛି ନୂତନ ଭାରତର କ୍ରାନ୍ତିକାରୀ ପଦକ୍ଷେପ ମଧ୍ୟରୁ ଅନ୍ୟତମ । କେବଳ ଏଥିପାଇଁ ନୁହେଁ କି ଏହା ଦେଶର ସାଧାରଣ ନାଗରିକଙ୍କ, ଗରିବଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ବରଂ ଏଥିପାଇଁ ମଧ୍ୟ କାରଣ ଏହା 130 କୋଟି ଲୋକଙ୍କ ସାମୂହିକ ସଂକଳ୍ପ ଓ ସାମର୍ଥ୍ୟର ମଧ୍ୟ ପ୍ରତୀକ । ଏହା ମୁଁ ଏଥିପାଇଁ କହୁଛି କି ଆମ ଦେଶରେ ଗରିବ ବ୍ୟକ୍ତିମାନଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ପ୍ରୟାସ ପୂର୍ବରୁ ମଧ୍ୟ କରାଯାଇଛି । ସମସ୍ତ ରାଜ୍ୟ, ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ସୀମିତ ସ୍ତରରେ ସବୁ ପ୍ରକାରର ଉଦ୍ୟମ କରୁଛନ୍ତି । ରାଜ୍ୟମାନଙ୍କର ସମସ୍ତ ସଦ୍ଭାବନା ସତ୍ତ୍ୱେ ଗରିବ ଲୋକଙ୍କୁ ଲାଭ ମିଳିପାରୁନଥିଲା କିମ୍ବା ମେଡିକାଲ ଭିତ୍ତିଭୂମି କ୍ଷେତ୍ରରେ କୌଣସି ସୁଧାର ଆସିପାରୁନଥିଲା । ମାତ୍ର ଆୟୁଷ୍ମାନ ଭାରତ ପ୍ରମାଣ କରିଦେଇଛି କି ଯେତେବେଳେ ଭାରତର ସାମୂହିକ ଶକ୍ତି କେଉଁଠାରେ ଲାଗିଯାଇଥାଏ ତେବେ ଏହାର ଲାଭ ଓ ଶକ୍ତି ବହୁତ ବ୍ୟାପକ ହୋଇଥାଏ, ବିରାଟ ହୋଇଥାଏ । ଆୟୁଷ୍ମାନ ଭାରତ ଦେଶର ଯେକୌଣସି ଭାଗର ରୋଗୀକୁ ଯେକୌଣସି କୋଣରେ ଲାଭ ସୁନିଶ୍ଚିତ କରିଥାଏ ଯାହାକି ପୂର୍ବରୁ ଅସମ୍ଭବ ଥିଲା । ଏହି କାରଣରୁ ବିଗତ ଏକ ବର୍ଷ ମଧ୍ୟରେ ପାଖାପାଖି 50 ହଜାର ହିତାଧିକାରୀ ସେମାନଙ୍କ ରାଜ୍ୟ ବାହାରେ ଅନ୍ୟ ରାଜ୍ୟରେ ଏହି ଯୋଜନାର ଲାଭ ନେଇଛନ୍ତି ।

ଭାଇ ଓ ଭଉଣୀମାନେ, କୌଣସି ବି ବ୍ୟକ୍ତି ଚିକିତ୍ସା ପାଇଁ ନିଜର ଘର, ନିଜ ଜିଲ୍ଲା, ନିଜ ରାଜ୍ୟରୁ ଦୂରକୁ ଯିବାକୁ ଚାହେଁ ନାହିଁ, ଏହି ପଦକ୍ଷେପ ବାଧ୍ୟବାଧକତାରୁ ହିଁ ଉଠାଇବାକୁ ପଡିଥାଏ । ଦେଶର ପ୍ରତ୍ୟେକ ନାଗରିକଙ୍କୁ ଘର ପାଖରେ ହିଁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମିଳୁ, ଏଥିପାଇଁ ସମସ୍ତ ରାଜ୍ୟ ପ୍ରୟାସ କରୁଛନ୍ତି । ଏହା ମଧ୍ୟ ସତ ଯେ ଦେଶର ସେହି ଭାଗମାନଙ୍କରେ, ଯେଉଁଠାରେ ସ୍ୱାସ୍ଥ୍ୟ ସୁବିଧା ଉନ୍ନତ, ସେଠାରେ ଚାପ ଟିକେ ଅଧିକ ରହିଛି, ମାତ୍ର ଏହା ପ୍ରତ୍ୟେକ ଭାରତର ଦାୟିତ୍ୱ ଯେ ଦେଶର କୌଣସି ନାଗରିକ ଆଧୁନିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନରହିବା ଆବଶ୍ୟକ । ଆୟୁଷ୍ମାନ ଭାରତ ଏହି ଭାବନାକୁ ମଜଭୁତ କରୁଛି ।

ବନ୍ଧୁଗଣ, ଆୟୁଷ୍ମାନ ଭାରତ ସମ୍ପୂର୍ଣ୍ଣ ଭାରତ ପାଇଁ ସାମୂହିକ ସମାଧାନ ସହିତ ସୁସ୍ଥ ଭାରତର ସମଗ୍ର ସମାଧାନର ମଧ୍ୟ ଯୋଜନା । ସରକାରଙ୍କ ସମସ୍ତ ଚିନ୍ତାଧାରାର ବିସ୍ତାର ଯାହା ଅନ୍ତର୍ଗତ ଆମେ ଭାରତର ସମସ୍ୟା ଓ ଆହ୍ୱାନ ସହିତ ମୁକାବିଲା କରିବା ପାଇଁ ଖଣ୍ଡିତ ଭାବେ ଚିନ୍ତା କରିବା ପରିବର୍ତ୍ତେ ସାମଗ୍ରୀତାର ସହ କାମ କରୁଛେ । କିଛି ଦିନ ପୂର୍ବେ ଜାତିସଂଘରେ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ନେଇ ଏକ କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ମୋତେ ଭାରତ କଥା କହିବାର ଅବସର ମିଳିଥିଲା । ଭାରତରେ ସ୍ୱାସ୍ଥ୍ୟସେବାକୁ ନେଇ ଯେଉଁପରି ସାମଗ୍ରୀକ ଭାବେ କାମ ହେଉଛି, ଯେଉଁ ପରିମାଣରେ କାମ ହେଉଛି ଏହା ବିଶ୍ୱ ପାଇଁ ଏକ ଆଶ୍ଚର୍ଯ୍ୟ, ସାରା ବିଶ୍ୱ ଏହାକୁ ନେଇ ଚକିତ ।

ଭାଇ ଓ ଭଉଣୀମାନେ, ଜାତିସଂଘରେ ଉପସ୍ଥିତ ସମଗ୍ର ବିଶ୍ୱର ପ୍ରତିନିଧିମାନଙ୍କୁ ମୁଁ କହିଥିଲି ଯେ କିପରି ଭାବେ ଆମେ ସୁସ୍ଥ ଭାରତକୁ ଚାରୋଟି ମଜଭୁତ ସ୍ତମ୍ଭ ଉପରେ ଠିଆ କରିଛୁ । ପ୍ରଥମଟି ହେଉଛି ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ଦ୍ୱିତୀୟ ହେଉଛି ସୁଲଭ ସ୍ୱାସ୍ଥ୍ୟସେବା, ତୃତୀୟ ହେଉଛି ଯୋଗାଣ ଦିଗରେ ସୁଧାର ଏବଂ ଚତୁର୍ଥ ହେଉଛି  ରାଷ୍ଟ୍ରୀୟ ପୋଷଣ ଅଭିଯାନ ।

ପ୍ରଥମ ସ୍ତମ୍ଭ ବିଷୟରେ ଯଦି କୁହାଯାଏ ତେବେ ଆଜି ସ୍ୱଚ୍ଛତା, ଯୋଗ, ଆୟୁଷ, ଟିକାକରଣ ଏବଂ ଫିଟନେସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଯାହା ଫଳରେ କି ଲାଇଫ ଲାଇନ ସହିତ ଜଡିତ ରୋଗ ହ୍ରାସ ପାଉଛି । କେବଳ ଏତିକି ନୁହେଁ ପଶୁମାନଙ୍କ କାରଣରୁ ମଧ୍ୟ ବିସ୍ତାର ଲାଭ କରୁଥିବା ରୋଗ ମଣିଷ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏଥିପାଇଁ ଏଥର ଆମେ ଏକ ମିଶନ ମୋଡରେ କାମ କରୁଛୁ-ପଶୁଙ୍କ ଠାରେ ଫାଟୁଆ ରୋଗରୁ ଭାରତକୁ ମୁକ୍ତ କରିବା । ଅର୍ଥାତ ପଶୁମାନଙ୍କର ମଧ୍ୟ ଚିନ୍ତା, ଏହାକୁ ମଧ୍ୟ ଆମେ ଭୁଲି ନାହୁଁ । ମୁଁ ସେଠାରେ ଦ୍ୱିତୀୟ ସ୍ତମ୍ଭର କଥା କହିଥିଲି । ଦ୍ୱିତୀୟ ସ୍ତମ୍ଭ ଅର୍ଥାତ ଦେଶର ସାଧାରଣ ନାଗରିକଙ୍କୁ ଉତ୍ତମ ଓ ଶସ୍ତା ଚିକିତ୍ସା ଯେପରି ମିଳିବ ସେନେଇ ନିରନ୍ତର ପ୍ରୟାସ କରାଯାଉଛି ।

ଭାଇ ଓ ଭଉଣୀମାନେ, ଏହି ଦୁଇ ସ୍ତମ୍ଭକୁ ଆୟୁଷ୍ମାନ ଭାରତ ଯୋଜନା ମଜଭୁତ କରୁଛି । ସମଗ୍ର ଦେଶରେ ଦେଢ଼ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ନିର୍ମାଣ ହେଉ କିମ୍ବା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମିଳୁ, ଏକ୍ଷେତ୍ରରେ ଆୟୁଷ୍ମାନ ଭାରତର ଭୂମିକା ଗୂରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ, ଆୟୁଷ୍ମାନ ଭାରତ ଆମ ତୃତୀୟ ସ୍ତମ୍ଭ ଅର୍ଥାତ ସେବା ପ୍ରଦାନର ଆଧାରକୁ ମଧ୍ୟ ଶକ୍ତିଶାଳୀ କରିଛି । ଆୟୁଷ୍ମାନ ଭାରତ ଫଳରେ ଦେଶରେ ସ୍ୱାସ୍ଥ୍ୟ ସେବାର ଚାହିଦାରେ ବୃଦ୍ଧି ହେଉଛି । ଯେଉଁ ଗରିବ ରୋଗୀ ଚିକିତ୍ସା ବାବଦରେ କେବେ ଚିନ୍ତା ମଧ୍ୟ କରୁନଥିଲା ସେ ମଧ୍ୟ ଡାକ୍ତରଖାନାରେ ପହଞ୍ଚୁଛି । ସେ ଘରୋଇ ଡାକ୍ତରଖାନାରେ ତ ଚିକିତ୍ସାର କଳ୍ପନା ମଧ୍ୟ କରିପାରୁନଥିଲା । ଆଜି ପିଏମଜେଏୱାଇ ସେବା ପ୍ରଦାନ କରୁଥିବା 18 ହଜାରରୁ ଅଧିକ ଡାକ୍ତରଖାନା ମଧ୍ୟରୁ ପାଖାପାଖି 10 ହଜାର, ଅର୍ଥାତ ଅଧାରୁ ଅଧିକ ଘରୋଇ ଡାକ୍ତରଖାନା । ଆଗାମୀ ସମୟରେ ଏହି ଭାଗିଦାରୀ ଆହୁରି ଅଧିକ ବୃଦ୍ଧି ପାଇବ ।

ବନ୍ଧୁଗଣ, ଯେପରି ଭାବେ ଚାହିଦା ବୃଦ୍ଧି ପାଉଛି, ସେହିପରି ଦେଶର ଛୋଟ ଛୋଟ ସହରରେ ଆଧୁନିକ ଚିକିତ୍ସା ଭିତ୍ତିଭୂମିର ଜାଲ ବିସ୍ତୃତ ହେଉଛି । ଆଗାମୀ ସମୟରେ ଅନେକ ନୂତନ ଡାକ୍ତରଖାନା ନିର୍ମାଣ ହେବ । ରୋଜଗାରର ଅନେକ ଅବସର ସୃଷ୍ଟି ହେବ । ଏକ ଅନୁମାନ ଅନୁଯାୟୀ ଆଗାମୀ ପାଞ୍ଚରୁ ସାତ ବର୍ଷ ମଧ୍ୟରେ କେବଳ ଆୟୁଷ୍ମାନ ଯୋଜନାରେ ସୃଷ୍ଟି ହୋଇଥିବା ଚାହିଦା କାରଣରୁ ପାଖାପାଖି 1 ଲକ୍ଷ ନୂତନ ରୋଜଗାର ସୃଜନ ହେବ । ଏହାଠାରୁ ଅଧିକ ନିଯୁକ୍ତି ସୁଯୋଗ କେବଳ ଭାରତୀୟ ରେଳବାଇ ହିଁ ସୃଷ୍ଟି କରିଥାଏ ।

ଭାଇ ଓ ଭଉଣୀମାନେ, ରୋଜଗାରର ଏହି ସମ୍ଭାବନା ପାଇଁ ଆମ ଯୁବ ସାଥୀମାନଙ୍କୁ ପ୍ରଶିକ୍ଷିତ କରିବା ଅନେକ ପରିମାଣରେ ଜରୁରି । ଏହି କାରଣରୁ ଡାକ୍ତରୀ ଶିକ୍ଷା ସହିତ ଜଡିତ ଭିତ୍ତିଭୂମିର ବିସ୍ତାର କରାଯାଉଛି ଏବଂ ନୀତିରେ ନିରନ୍ତର ସୁଧାର ଅଣାଯାଉଛି । ଗୋଟିଏ ପଟେ ଦେଶରେ ଡାକ୍ତରୀ ଶିକ୍ଷାରେ ଆସନ ସଂଖ୍ୟା ବୃଦ୍ଧି କରାଯାଉଛି, ଅନ୍ୟପଟେ ନାମଲେଖାଠାରୁ ଆରମ୍ଭ କରି ନିୟମ ପର୍ଯ୍ୟନ୍ତ ଏକ ସ୍ୱଚ୍ଛ ବ୍ୟବସ୍ଥା ସୃଷ୍ଟି କରାଯାଉଛି । ସମଗ୍ର ଦେଶରେ 75ଟି ନୂତନ ମେଡିକାଲ କଲେଜ ନିର୍ମାଣ କରିବାର ନିଷ୍ପତ୍ତି ହେଉ କିମ୍ବା ଦେଶରେ ନୂତନ ଜାତୀୟ ଚିକିତ୍ସା ଆୟୋଗ ଗଠନ, ଏହାଦ୍ୱାରା ମେଡିକାଲ କ୍ଷେତ୍ରକୁ ନିଶ୍ଚିତ ଭାବେ ଲାଭ ହେବ ।

ଜାତୀୟ ଚିକିତ୍ସା ଆୟୋଗ ଦ୍ୱାରା ଦେଶରେ ଡାକ୍ତରୀ ଶିକ୍ଷାର ସଂପ୍ରସାରଣ ତ୍ୱରାନ୍ୱିତ ହେବ । ଏହାର ଗୁଣାତ୍ମକ ମାନରେ ସୁଧାର ଆସିବ ଏବଂ ଦୁର୍ନୀତି ବାବଦରେ ଅଭିଯୋଗ ଦୂର ହେବ ।

ବନ୍ଧୁଗଣ, ଆୟୁଷ୍ମାନ ଯୋଜନାକୁ ମଧ୍ୟ ବ୍ୟବହାରକାରୀଙ୍କ ଅନୁକୂଳ କରିବାକୁ ହେଲେ ଏହାକୁ ସଂପୂର୍ଣ୍ଣ ବିଶ୍ଵସନୀୟ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ଆଉ ମୋତେ କୁହାଯାଇଛି କି ଏଥିସହିତ ଜଡିତ ଆଇଟି ସିଷ୍ଟମକୁ ପିଏମଜେଏୱାଇ 2.0 ରୂପରେ ଅପଗ୍ରେଡ କରାଯାଇଛି ଏବଂ ଏଥିରେ ନିରନ୍ତର ସୁଧାର କରାଯାଉଛି । ଆଜି ଯେଉଁ ଆପର ଶୁଭାରମ୍ଭ କରାଯାଇଛି, ଏହାଦ୍ୱାରା ହିତାଧିକାରୀଙ୍କୁ ଅନେକ ଲାଭ ମିଳିବ । ମାତ୍ର ବନ୍ଧୁଗଣ ଏହି ଯୋଜନାକୁ ଅଧିକ ସକ୍ଷମ ଓ ଅଧିକ ବ୍ୟାପକ କରିବା ପାଇଁ ଆମକୁ ଏବେ ଅଧିକ ପ୍ରଯୁକ୍ତିଗତ ସମାଧାନର ଆବଶ୍ୟକତା ରହିଛି । ଆୟୁଷ୍ମାନ ଭାରତର ଭିନ୍ନ-ଭିନ୍ନ ଅଂଶବିଶେଷ ରହିଛି, ଯାହାକୁ ପରସ୍ପର ସହିତ ଯୋଡିବା ପାଇଁ ଏକ ପ୍ରଭାବୀ ଏବଂ ସୁଗମ ପଦ୍ଧତିର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଆରମ୍ଭ କରି ବଡ ଡାକ୍ତରଖାନାର ଅପରେସନ ଥିଏଟର ପର୍ଯ୍ୟନ୍ତ ନିଦାନ ରେଫରାଲ ଓ ଫଲୋଅପ କେୟାରର ଏକ ବୈଷୟିକ ବ୍ୟବସ୍ଥା ଆମକୁ ବିକଶିତ କରିବାକୁ ପଡିବ । ଆମକୁ ସେହି ସ୍ଥିତି ଆଡକୁ ଆଗେଇବାକୁ ପଡିବ ଯେତେବେଳେ ଗ୍ରାମର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟଗତ ତଥ୍ୟ ସେହି ବ୍ୟକ୍ତିର ରୋଗ ନିଦାନରେ ଯେପରି କାମରେ ଆସିବ । ଏହି ତଥ୍ୟ ବଡ ଡାକ୍ତରଖାନାକୁ ରେଫର କରିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ଯେପରି ପ୍ରଭାବୀ ଭୂମିକା ନିର୍ବାହ କରିପାରିବ । ଏଥିପାଇଁ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡିବ, ନୂତନ ପିଢିର ଲୋକଙ୍କୁ ଯୋଡିବାକୁ ପଡିବ ।

ବନ୍ଧୁଗଣ, ଏଥିପାଇଁ ଆଜି ଆରମ୍ଭ କରାଯାଇଥିବା ପିଏମଜେଏୱାଇ ଷ୍ଟାର୍ଟଅପ ଗ୍ରାଣ୍ଡ ଚାଲେଞ୍ଜ ପ୍ରମୁଖ ଭୂମିକା ନିର୍ବାହ କରିବ । ପୁଣି ମୁଁ ଦେଶର ଯୁବ ଶକ୍ତିକୁ ବିଶେଷକରି ଆଇଟି ବୃତ୍ତିଧାରୀଙ୍କୁ ଅନୁରୋଧ କରିବି ଯେ, ଏହି ମାନବତାର କାର୍ଯ୍ୟ, ଏହି ଆହ୍ୱାନକୁ ଆପଣମାନେ ମଧ୍ୟ ଗ୍ରହଣ କରନ୍ତୁ, ଏବଂ ଆଗାମୀ ସମୟରେ ଆପଣ ଏକ ଉତ୍ତମ ସମାଧାନ ବାହାର କରନ୍ତୁ । ଏହାର ମାଧ୍ୟମରେ ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା ଷ୍ଟାର୍ଟ-ଅପମାନଙ୍କୁ ଆୟୁଷ୍ମାନ ଭାରତ ସହିତ ଯୋଡା ଯାଉଛି । ମୁଁ ଦେଶର ସମସ୍ତ ଯୁବ ଉଦ୍ୟୋଗୀଙ୍କୁ, ନବୋନ୍ମେଷକାରୀଙ୍କୁ ଏହି ଅବସରର ଲାଭ ଉଠାଇବା ପାଇଁ ପୁଣି ଥରେ ଆମନ୍ତ୍ରିତ କରୁଛି ।

ଭାଇ ଓ ଭଉଣୀମାନେ, ନୂତନ ଭାରତର ସ୍ୱାସ୍ଥ୍ୟସେବା ପ୍ରକ୍ରିୟା ପ୍ରକୃତରେ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ହେବ । ଏଥିରେ ମଧ୍ୟ ଆୟୁଷ୍ମାନ ଭାରତର ଏକ ବହୁତ ବଡ ଯୋଗଦାନ ରହିବ । ଦେଶର କୋଟି କୋଟି ଜନସାଧାରଣଙ୍କୁ ଆୟୁଷ୍ମାନ କରିବା ନେଇ ଆମର ପ୍ରତିବଦ୍ଧତା ଆହୁରି ଅଧିକ ମଜଭୁତ ହେଉ, ଆମର ସମସ୍ତ ପ୍ରୟାସ ସଫଳ ହେଉ । ଏହି କାମନା ସହିତ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ, ଅନେକ ଅନେକ ଶୁଭକାମନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Handloom — weaving India’s heritage into global growth

Media Coverage

Handloom — weaving India’s heritage into global growth
NM on the go

Nm on the go

Always be the first to hear from the PM. Get the App Now!
...
PM to address the 57th Convocation Ceremony of IIT Delhi on 8th August
August 07, 2026
PM to present Institute's Highest Honours to Meritorious Students
PM to inaugurate Param Pragya, an AI-powered high-performance supercomputing facility established at Sonipat Campus of IIT Delhi

Prime Minister Shri Narendra Modi will participate in the 57th Convocation Ceremony of the Indian Institute of Technology (IIT) Delhi as the Chief Guest on 8 August 2026 at 11 AM. He will address over 3000 graduating students including 587 Ph.D. scholars who will be conferred their degrees during the ceremony.

Recognizing outstanding academic excellence, Prime Minister will present the Institute's most prestigious honours, including the President's Gold Medal, Director's Gold Medal, Shankar Dayal Sharma Gold Medal, and Perfect Ten Gold Medals to the meritorious students.

Further emphasising India's commitment to advancing cutting-edge research and artificial intelligence, Prime Minister will inaugurate Param Pragya, an AI-powered high-performance supercomputing facility established at the Sonipat Campus of IIT Delhi. The state-of-the-art facility is expected to significantly enhance the institute's capabilities in AI, data science, advanced computing, and interdisciplinary research.