For me, Rising India means the rise of 125 crores Indians: PM Modi
In many countries it is believed that government leads change. But now common citizens lead change and government follows: PM at #News18RisingIndia Summit
#SwachhBharatMission has become a public revolution. The country's people have accepted digital payments and made it their weapon: PM at #News18RisingIndia
India is the fastest growing country to make digital payments at large: PM Modi at #News18RisingIndia
The transformational shift in India is due to people and their will power: PM at #News18RisingIndia Summit
The #UjjwalaYojana is not only changing the face of kitchens, but also face of the nation: PM Modi at #News18RisingIndia summit
Our Govt is focused on Act East and India Act Fast for East: PM Modi at #News18RisingIndia summit
Isolation to Integration, is the only way to a ‘Rising India.’ And we have adopted this mantra: PM at #News18RisingIndia summit
This Government is focused on the mantra – No Silos, only Solution: PM Narendra Modi at #News18RisingIndia summit
We now have nearly 80% sanitation coverage in the country: PM Modi at #News18RisingIndia Summit
Yoga has become a mass movement today: PM Modi at #News18RisingIndia summit
It’s very important to have affordable and easily accessible healthcare. Government has opened Jan Aushadhi Kendras that provide medicines at affordable prices: PM Modi at #News18RisingIndia summit
We aim to bring health wellness in every panchayat and make healthcare affordable to people. We have reduced prices of heart stents and knee implants: PM at #News18RisingIndia summit
We have launched #NationalNutritionMission. This will have a positive impact on health of mother and child: PM Modi at #News18RisingIndia summit
The power sector is undergoing transformation to fight power shortage: PM Narendra Modi at #News18RisingIndia summit
India is moving from power shortage to power surplus, network failure to exporter. We have also moved towards 'One Nation One Grid': PM Modi at #News18RisingIndia Summit
India is spearheading solar revolution in the world. In the last 4 years, India's influence on world stage has increased consistently: PM at #News18RisingIndia Summit
India is working towards eradicating TB by 2025, which is fine years ahead of global aim: PM Modi at #News18RisingIndia Summit
India helped 48 countries during the crisis in Yemen. Our motto of 'Sabka Saath, Sabka Vikas' is not just restricted to our country, but covers the world: PM Modi at #News18RisingIndiaSummit
India has contributed massively to world economy. Our contribution has increased by 7 times: PM Modi at #News18RisingIndia Summit
India is today among the top two emerging economies and one of the most popular FDI destinations: PM Modi at #News18RisingIndia Summit

ନେଟୱାର୍କ-18 ଗ୍ରୁପର ମୁଖ୍ୟ ସଂପାଦକ ରାହୁଲ ଯୋଶୀ ମହୋଦୟ, ଦେଶ ବିଦେଶରୁ ଆସିଥିବା ଅତିଥିଗଣ, ଏଠାରେ ଉପସ୍ଥିତ ଗଣମାଧ୍ୟମର ବନ୍ଧୁ, ସୂଧୀବୃନ୍ଦ ଏବଂ ଭଦ୍ର ମହିଳାମାନେ,
ସର୍ବପ୍ରଥମେ ଆପଣ ସମସ୍ତଙ୍କ ନିକଟରେ ମୁଁ ବହୁତ-ବହୁତ କୃତଜ୍ଞ କାରଣ ଆପଣମାନେ ମୋତେ ରାଇଜିଂ ଇଣ୍ଡିଆ ସମ୍ମେଳନରେ ସମ୍ମିଳିତ ହେବାର ସୁଯୋଗ ଦେଇଛନ୍ତି ।

ସାଥୀଗଣ, ଯେତେବେଳେ ଆମେ ରାଇଜିଂ ବା ଉଦୟର କଥା କହୁ ତ ପ୍ରଥମେ ଅନ୍ଧାରରୁ ଆଲୋକ ଆଡ଼କୁ ଯିବାର ଭାବନା ଆସିଥାଏ । ଆମେ ଯେଉଁଠାରେ ଥିଲେ, ଯେଉଁ ସ୍ଥିତିରେ ଥିଲେ, ସେହିଠାରୁ ଆଗକୁ ବଢ଼ିବା ପାଇଁ, ଉନ୍ନତ ଭବିଷ୍ୟତ ଆଡ଼କୁ ଯିବାର ଭାବନା ଆସିଥାଏ ।

ଏହି ରାଇଜ୍ କରିବା, ଉଦୟ ହେବା, ଯେତେବେଳେ ଆମେ ଦେଶ ସନ୍ଦର୍ଭରେ କହିଥାଉ, ତ ତାହାର ଅର୍ଥ ବହୁତ ବ୍ୟାପକ ହୋଇ ଯାଇଥାଏ । ପ୍ରଶ୍ନ ଏହା ହେଉଛି କି ପୁଣି ତା’ହେଲେ ରାଇଜିଂ ଇଣ୍ଡିଆ ହେଉଛି କ’ଣ? କେବଳ ଅର୍ଥ ବ୍ୟବସ୍ଥାର ଦୃଢ଼ତା ହେଉଛି ରାଇଜିଂ ଇଣ୍ଡିଆ, ସେନ୍ସେକ୍ସର ରେକର୍ଡ ସ୍ତରରେ ରହିବା ହେଉଛି ରାଇଜିଂ ଇଣ୍ଡିଆ, ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ରହିବା ହେଉଛି ରାଇଜିଂ ଇଣ୍ଡିଆ କିମ୍ବା ରେକର୍ଡ ସ୍ତରରେ ବିଦେଶୀ ନିବେଶ ଆସିବା ହେଉଛି ରାଇଜିଂ ଇଣ୍ଡିଆ?

ସାଥୀଗଣ,

ରାଇଜିଂ ଇଣ୍ଡିଆର ଅର୍ଥ ମୋ ପାଇଁ ହେଉଛି କି ଦେଶର ଶହେ ପଚିଶ କୋଟି ଲୋକଙ୍କର ସ୍ୱାଭିମାନ ଉଦୟ ହେବା, ଦେଶର ଆତ୍ମ ଗୌରବର ଉଦୟ ହେବା । ଯେତେବେଳେ ଏହି ଶହେ ପଚିଶ କୋଟି ଲୋକଙ୍କର ଆକାଂକ୍ଷା ଏକାଠି ହୋଇ ଯାଇଥାଏ, ସେମାନଙ୍କର ସଂକଳ୍ପ ଏକ ହୋଇଯାଏ, ତ ଅସାଧ୍ୟ ମଧ୍ୟ ସାଧ୍ୟ ହୋଇଯାଏ, ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ ।

ଏକାଠି ହୋଇଥିବା ଏହି ଇଚ୍ଛାଶକ୍ତି ଆଜି ନିଉ ଇଣ୍ଡିଆର ସଂକଳ୍ପକୁ ପୂରଣ କରୁଛି ।

ଭାଇ ଓ ଭଉଣୀମାନେ,

ବହୁତ ହିଁ ଦେଶମାନଙ୍କରେ ଏହି ଧାରଣା ରହି ଆସିଛି କି ସରକାର ବିକାଶକୁ, ପରିବର୍ତ୍ତନର ନେତୃତ୍ୱ ନିଅନ୍ତୁ ଆଉ ନାଗରିକମାନେ ତାହାକୁ ଅନୁସରଣ କରନ୍ତୁ । ବିଗତ ଚାରି ବର୍ଷରେ ଭାରତରେ ଏହି ସ୍ଥିତିକୁ ଆମେ ବଦଳାଇ ଦେଇଛୁ । ଏବେ ଦେଶର ନାଗରିକ ନେତୃତ୍ୱ ନେଉଛନ୍ତି ଆଉ ସରକାର ତାକୁ ଅନୁସରଣ କରୁଛନ୍ତି ।

ଆପଣ ନିଜେ ଦେଖିଛନ୍ତି କିଭଳି ଏତେ କମ୍ ସମୟରେ ସ୍ୱଚ୍ଛ ଭାରତ ମିଶନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଯାଇଛି । ଗଣମାଧ୍ୟମ ମଧ୍ୟ ଏଥିରେ ଜଣେ ସହଯୋଗୀ ଭଳି ନିଜର ଭୂମିକା ତୁଲାଇଛନ୍ତି ।

କଳାଧନ ଆଉ ଭ୍ରଷ୍ଟାଚାର ବିରୁଦ୍ଧରେ ହେଉଥିବା ଲଢ଼େଇରେ ଦେଶର ନାଗରିକମାନେ ଡିଜିଟାଲ ପାଉଣା/ଦେୟକୁ ନିଜର ଏକ ଦୃଢ଼ ଅସ୍ତ୍ର କରି ରଖିଛନ୍ତି । ଭାରତ ଆଜି ଡିଜିଟାଲ କାରବାର କରୁଥିବା ଦ୍ରୁତତମ ବିକାଶଶୀଳ ବଜାରମାନଙ୍କ ମଧ୍ୟରୁ ହେଉଛି ଅନ୍ୟତମ ।

ଭ୍ରଷ୍ଟାଚାର ବିରୁଦ୍ଧରେ ହେଉଥିବା ସରକାରଙ୍କର ସମସ୍ତ କାର୍ଯ୍ୟାନୁଷ୍ଠାନକୁ ଯେଉଁଭଳି ଭାବେ ଲୋକଙ୍କର ସମର୍ଥନ ମିଳିଛି, ତାହା ମଧ୍ୟ ଏହି କଥାର ହେଉଛି ପ୍ରମାଣ କି ଦେଶକୁ ତାହାର ଆଭ୍ୟନ୍ତରୀଣ କୁପ୍ରଥା ଗୁଡ଼ିକରୁ ମୁକ୍ତି ଦେବା ପାଇଁ କେଉଁ ଭଳି ଭାବେ ଲୋକମାନେ ଅଂଟା ଭିଡ଼ି ଠିଆ ହୋଇଛନ୍ତି ।

ଆମର ରାଜନୈତିକ ବିରୋଧୀ ଯାହା କିଛି କୁହନ୍ତୁ ନା କାହିଁକି, କିନ୍ତୁ ଦେଶର ଲୋକମାନଙ୍କର ଏହି ପ୍ରେରଣା କାରଣରୁ ସରକାର ବଡ଼ ନିଷ୍ପତ୍ତି ସବୁ ନେଇ ପାରିଲେ ଏବଂ ସେଗୁଡ଼ିକୁ ଲାଗୁ କରି ଦେଖାଇ ପାରିଲେ । ଯେଉଁ ନିଷ୍ପତ୍ତି ଗୁଡ଼ିକର ସୁପାରିଶ ଦଶ-ଦଶ ବର୍ଷ ବର୍ଷ ପୂର୍ବରୁ ଦିଆ ଯାଇଥିଲା, କିନ୍ତୁ ସେ ଗୁଡ଼ିକୁ ଫାଇଲରେ ଚପେଇ ରଖା ଯାଇଥିଲା, ଯେଉଁ ଆଇନ ଦଶ-ଦଶ ବର୍ଷ ପୂର୍ବରୁ ଗୃହିତ ହୋଇଥିଲା ମାତ୍ର ଭ୍ରଷ୍ଟ ଶାସନତନ୍ତ୍ରର ଚାପରେ ଲାଗୁ କରାଗଲା ନାହିଁ, ତାହାକୁ ମଧ୍ୟ ଏହି ସରକାର ଲାଗୁ କଲେ ଆଉ ଏବେ ଏହି ସବୁ ଆଇନ ବଳରେ ବୃହତ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି ।

ସାଥୀଗଣ,

ଭାରତରେ ଯେଉଁ ପରିବର୍ତ୍ତିତ ସମୟ ଆସୁଛି, ତାହା ନିଜର ନାଗରିକମାନଙ୍କ ଯୋଗୁଁ ଆସୁଛି, ସେମାନଙ୍କର ଇଚ୍ଛାଶକ୍ତି ଯୋଗୁଁ ଆସୁଛି । ଏହି ଇଚ୍ଛାଶକ୍ତି ଦେଶର ଲୋକମାନଙ୍କ ମଧ୍ୟରେ, ଦେଶର ବିଭିନ୍ନ ଅଂଚଳ ମାନଙ୍କରେ ଅସନ୍ତୁଳନର ଭାବକୁ କମ୍ କରୁଛି ।

ଭାଇ ଓ ଭଉଣୀମାନେ,

ହୁଏତ ଦେଶର ଉଦୟ ହେଉ ନଚେତ୍ କୌଣସି ସମାଜ କିମ୍ବା ବ୍ୟକ୍ତିଙ୍କର, ଯଦି ସମାନତାର ଭାବନା ନ ରହିବ, ତା’ହେଲେ ନା ସଂକଳ୍ପ ସିଦ୍ଧ ହେବ ଆଉ ନା ହିଁ ସମାଜ । ତେଣୁ ଯଦି ଗୋଟିଏ ଦୃଷ୍ଟିଭଙ୍ଗୀ ଭଳି ଦେଖିବା ତ ଆମ ସରକାର ରାଷ୍ଟ୍ରୀୟ ସ୍ତରରେ ଅସନ୍ତୁଳନର ଏହି ଭାବକୁ ଶେଷ କରିବାର ନିରନ୍ତର ପ୍ରୟାସ କରୁଛନ୍ତି । ଏହାର ପରିଣାମ କ’ଣ ଆସୁଛି, ଏହା ମୁଁ, ନେଟୱାର୍କ 18ର ଦର୍ଶକମାନଙ୍କୁ ଏକ ଭିଡିଓ ମାଧ୍ୟମରେ ଅନୁଭବ କରାଇବାକୁ ଚାହୁଁଛି ।

 

ସାଥୀଗଣ,

ଉଜ୍ଜ୍ୱଳା କେବଳ ରୋଷେଇ ନୁହେଁ, ବରଂ କୋଟି-କୋଟି ଲୋକଙ୍କ ପରିବାରର ଛବି ବଦଳାଉଛି । ଏହା ଆମ ସାମାଜିକ ବ୍ୟବସ୍ଥାରେ ଏକ ବଡ଼ ଅସନ୍ତୁଳନକୁ ସମାପ୍ତ କରୁଛି ।

ସାଥୀଗଣ,

ଆପଣଙ୍କ ଏଠାକୁ ଆସିବା ପୂର୍ବରୁ ମୁଁ ଆଜି ଦିନ ସାରା ମଣିପୁରରେ ଥିଲି । ବିଜ୍ଞାନ କଂଗ୍ରେସର ଉଦ୍ଘାଟନ, ପୁଣି କ୍ରୀଡ଼ା ବିଶ୍ୱ ବିଦ୍ୟାଳୟର ଶିଳାନ୍ୟାସ, ଉତ୍ତର ପୂର୍ବାଂଚଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆଜି ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ମୋର ଉତ୍ତର ପୂର୍ବାଂଚଳକୁ 28ତମ କିମ୍ବା 29 ତମ ଗସ୍ତ ଥିଲା ।

ଆପଣ ଶେଷରେ ଚିନ୍ତା କରନ୍ତୁ, ଏଭଳି କାହିଁକି? କାହିଁକି ଆମ ସରକାରଙ୍କ ଗୁରୁତ୍ୱ ପୂର୍ବ ଭାରତ ଉପରେ ଏତେ ଅଧିକ ରହିଛି । ଯେଉଁ ଲୋକମାନେ ଚିନ୍ତା କରୁଛନ୍ତି କି ଆମେ ଭୋଟ ପାଇଁ ଏପରି କରୁଛୁ, ସେମାନେ ଦେଶର ମାଟିରୁ ନୁହେଁ, ଲୋକ ମାନଙ୍କର ହୃଦୟରୁ ମଧ୍ୟ ଅଲଗା ହୋଇ ସାରିଲେଣି ।

ସାଥୀଗଣ,

ପୂର୍ବ ଭାରତର ଭାବନାତ୍ମକ ସମନ୍ୱୟ ଏବଂ ଜନସଂଖ୍ୟାଗତ ବିଭାଜନକୁ ଧ୍ୟାନରେ ରଖିବା ବହୁତ ଜରୁରୀ ଅଟେ ।

ତେଣୁ ଆମ ସରକାର ଏକ୍ଟ ଇଷ୍ଟ ‘Act East And Act Fast For India’s East’ ଏବଂ ପୂର୍ବ ଭାରତ ପାଇଁ ତ୍ୱରିତ ଗତିରେ କାର୍ଯ୍ୟ କରିବାର ମନ୍ତ୍ରକୁ ନେଇ ଚାଲୁଛି । ଆଉ ଆଜି ଯେତେବେଳେ ମୁଁ ଏକ୍ଟ ଇଷ୍ଟ ‘Act East’ କଥା କହୁଛି ତ ତାହାର ବିସ୍ତାର କେବଳ ଉତ୍ତର ପୂର୍ବର ରାଜ୍ୟଗୁଡ଼ିକ ମଧ୍ୟରେ ସୀମିତ ହୋଇ ରହି ନାହିଁ । ବରଂ ଏହା ପୂର୍ବ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ମଧ୍ୟ ଏଥିରେ ସାମିଲ ଅଛନ୍ତି ।

ଏହା ହେଉଛି ଦେଶର ସେହି ଅଂଶ, ଯେଉଁ ଅଂଶ ଗୁଡ଼ିକ ବିକାଶ ଦୌଡ଼ରେ ପଛରେ ରହି ଯାଇଥିଲେ । ଏହାର ଏକ ବଡ଼ କାରଣ ଥିଲା ଏହି କ୍ଷେତ୍ରର ବିକାଶକୁ ନେଇ ଉଦାସୀନତା । ଏହି କ୍ଷେତ୍ରରେ ଶହ-ଶହ ପ୍ରକଳ୍ପ ହୁଏତ ଆରମ୍ଭ ହୋଇ ପାରି ନାହିଁ କିମ୍ବା ଦଶକ-ଦଶକ ଧରି ଅଧାରେ ଅଟକି ପଡ଼ି ରହିଛି । ଆମ ସରକାର ଏହି ଅସନ୍ତୁଳନକୁ ଶେଷ କରିବା ପାଇଁ ଏବଂ ଅଧୁରା ପରିଯୋଜନା ଗୁଡ଼ିକୁ, ଅଟକି ରହିଥିବା ପରିଯୋଜନା ଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।

• ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଆସାମରେ ମହତ୍ୱପୂର୍ଣ୍ଣ ଗ୍ୟାସ କ୍ରାକର ପ୍ରକଳ୍ପ 31 ବର୍ଷ ଧରି ପଡ଼ି ରହିଥିଲା । ଆମେ ସରକାରକୁ ଆସିବା ପରେ ଏହି ପରିଯୋଜନା ଉପରେ ପୁଣି ଥରେ କାର୍ଯ୍ୟ ଆରମ୍ଭ କଲୁ ।

• ଆଜି ବହୁତ ଦ୍ରୁତ ଗତିରେ ଉତ୍ତରପ୍ରଦେଶର ଗୋରଖପୁର, ବିହାରର ବରୌନୀ ଆଉ ଝାଡ଼ଖଣ୍ଡର ସିନ୍ଦରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ସାର କାରଖାନାକୁ ଖୋଲିବାର କାର୍ଯ୍ୟ କରାଯାଉଛି ।

• ଏହି କାରଖାନାଗୁଡ଼ିକୁ ଜଗଦୀଶପୁରରୁ ହଳଦିଆ ପର୍ଯ୍ୟନ୍ତ ବିଛା ଯାଉଥିବା ଗ୍ୟାସ ପାଇପଲାଇନରୁ ଗ୍ୟାସ ମିଳିବ । ଏହି ପାଇପଲାଇନ ପୂର୍ବ ଭାରତର ପ୍ରମୁଖ ସହର ମାନଙ୍କରେ ଗ୍ୟାସ ପାଇପଲାଇନ ଉପରେ ଆଧାରିତ ଉଦ୍ୟୋଗଗୁଡ଼ିକ ପାଇଁ ସଂପୂର୍ଣ୍ଣ ଇକୋ-ସିଷ୍ଟମ ବା ଅନୁକୂଳ ପରିବେଶ ସୃଷ୍ଟି କରିବ ।

• ଏହା ଆମ ସରକାରଙ୍କର ହିଁ ପ୍ରୟାସ ଥିଲା କି ଓଡ଼ିଶାରେ ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟରେ ଦ୍ରୁତ ଗତି ଆସିଲା ଆଉ ଏବେ ପାରାଦୀପ ବିକାଶର ଦ୍ୱୀପ ହେବା ପାଇଁ ଅଗ୍ରସର ହେଉଛି । ଏହା ମଧ୍ୟ ଆମ ସରକାରଙ୍କର ହିଁ ପ୍ରୟାସ ଥିଲା କି ଆସାମ ଆଉ ଅରୁଣାଚଳକୁ ଯୋଡ଼ୁଥିବା ଆଉ ପ୍ରତିରକ୍ଷା ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ କି ଢୋଲା-ସାଦିଆ ସେତୁର କାମ ଦ୍ରୁତ ଗତିରେ ସଂପୂର୍ଣ୍ଣ ହେଲା ।

• ସେ ସଡ଼କ କ୍ଷେତ୍ର ହେଉ, କିମ୍ବା ରେଳ କ୍ଷେତ୍ର ସବୁ ଦିଗରୁ ପୂର୍ବ ଭାରତରେ ଭିତ୍ତିଭୂମି ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଉଛି । ସରକାର ଜଳପଥକୁ ପ୍ରୋତ୍ସାହିତ କରିବାର କାମ କରୁଛନ୍ତି । ବାରଣାସୀ ଏବଂ ହଳଦିଆ ମଧ୍ୟରେ ଜଳପଥର ବିକାଶ, ଏଠାକାର ଔଦ୍ୟୋଗିକ ପରିବହନକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ତୁଲାଇବ ।

• ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଉଡ଼ାଣ ଯୋଜନା ମାଧ୍ୟମରେ ପୂର୍ବ ଭାରତରେ 12 ଟି ନୂତନ ବିମାନ ବନ୍ଦରର ନିର୍ମାଣ କରାଯାଇଛି । ସେଥିମଧ୍ୟରୁ 6ଟି ବିମାନ ବନ୍ଦର ଉତ୍ତର-ପୂର୍ବରେ ତିଆରି ହୋଇଛି । ଏବେ କିଛି ଦିନ ପୂର୍ବେ ଆପଣ ଦେଖିଥିବେ ସିକ୍କିମରେ ପ୍ରଥମ ଥର ବାଣିଜ୍ୟିକ ବିମାନ ଅବତରଣ କରିଛି ।

• ଯେତେବେଳେ ନୂତନ ଅଖିଳ ଭାରତୀୟ ଅର୍ୟୁବିଜ୍ଞାନ ସଂସ୍ଥାନର କଥା ଆସିଲା, ଯେତେବେଳେ ନୂତନ ଭାରତୀୟ କୃଷି ଗବେଷଣା ସଂସ୍ଥାନର କଥା ଆସିଲା, ତ ଆମ ସରକାର ପୂର୍ବ ଭାରତକୁ ପ୍ରାଥମିକତା ଦେଲେ ।

• ମହାତ୍ମାଗାନ୍ଧୀଙ୍କର କର୍ମଭୂମି ପୂର୍ବ ଚମ୍ପାରଣ- ମୋତିହାରୀରେ ଏକ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ସ୍ଥାପନା ମଧ୍ୟ ଏହି ସରକାର କରିଛନ୍ତି ।

ସାଥୀଗଣ,

ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଯୋଜନାଗୁଡ଼ିକ ଦ୍ୱାରା ଏହି ଅଂଚଳମାନଙ୍କରେ ରୋଜଗାରର ଲକ୍ଷ-ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରାଯାଇଛି ।

‘ସୁଦୂର ଦିଲ୍ଲୀ’ର ଅବଧାରଣାରୁ ଭିନ୍ନ ଆମେ ଦିଲ୍ଲୀ, ପୂର୍ବ ଭାରତର ଦ୍ୱାର ପାଖରେ ନେଇ ଠିଆ କରିଦେଇଛୁ । ଆମେ ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ର ମନ୍ତ୍ରକୁ ସାଙ୍ଗରେ ନେଇ ଦେଶର ପ୍ରତ୍ୟେକ ଭୂଭାଗକୁ ବିକାଶର ମୁଖ୍ୟ ଧାରାରେ ସାମିଲ କରୁଛୁ ।

ସାଥୀଗଣ,

ମୁଁ ଆପଣମାନଙ୍କୁ ଗୋଟିଏ ମାନଚିତ୍ର ଦେଖାଇବାକୁ ଚାହୁଁଛି । ଏହି ମାନଚିତ୍ର ହେଉଛି ଏହି କଥାର ପ୍ରମାଣ କି ବିଗତ ଚାରି ବର୍ଷରେ କେଉଁ ଭଳି ଭାବେ ଏକ ବଡ଼ ଅସନ୍ତୁଳନ ସମାପ୍ତ ହୋଇଛି ଏବଂ ପୂର୍ବ ଭାରତରର ଗାଁ ଉଜ୍ଜଳ ହୋଇଛି ।

ମୁଁ ପ୍ରାୟତଃ ଆଲୋଚନା କରିଥାଏ କି ସ୍ୱାଧୀନତା ପରେ ଦେଶରେ 18 ହଜାର ଏଭଳି ଗାଁ ରହିଥିଲା, ଯେଉଁଠାରେ ବିଜୁଳି ପହଂଚି ନଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇ ରହିଯିବେ କି ଏଥିରୁ ପାଖାପାଖି 13ହଜାର ଗାଁ ଥିଲା ପୂର୍ବ ଭାରତର । ଏହି 13 ହଜାର ଗାଁ ମଧ୍ୟରୁ 5 ହଜାର ଗାଁ ଉତ୍ତର-ପୂର୍ବ ଭାରତର ଥିଲା । ଏହି ଗାଁ ମାନଙ୍କୁ ବିଜୁଳି ପହଂଚାଇବାର କାମ ପ୍ରାୟତଃ ଶେଷ ହୋଇ ସାରିଛି ।

ବରଂ ଏବେ ତ ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ସହିତ ଯୋଡ଼ିବା ପାଇଁ ଆମ ସରକାର ସୌଭାଗ୍ୟ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଏହା ଉପରେ ସରକାର 16 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ପୂର୍ବ ଭାରତର ଲୋକଙ୍କ ଜୀବନରେ ଆସିଥିବା ଏହି ଆଲୋକ, ବିଚ୍ଛିନ୍ନତା ରୁ ସମନ୍ୱିତ ଆଡକୁ ଏହା ହେଉଛି ସଠିକ୍ ମାର୍ଗ, ଯାହା ରାଇଜିଂ ଇଣ୍ଡିଆର ଚମକକୁ ଆହୁରି ଅଧିକ ପ୍ରଖର କରିବ ।
ସାଥୀଗଣ,

କର୍ପୋରେଟ ଜଗତରେ ଗୋଟିଏ କଥା ପ୍ରଚଳିତ ରହିଛି କି “ତୁମେ ତାହାକୁ ପରିଚାଳିତ କରି ପାରିବ ନାହିଁ, ଯାହାକୁ ତୁମେ ମାପି ପାରିବ ନାହିଁ ”। ଆମେ ମଧ୍ୟ ନା କେବଳ ଏହି ମନ୍ତ୍ରକୁ ନିଜର କାର୍ଯ୍ୟ ଶୈଳୀରେ ଆପଣେଇଛୁ, ବରଂ ଏହାକୁ ଆମେ ଆହୁରି ଆଗକୁ ନେଇ ଯାଇଛୁ- ପରିଚାଳନାକୁ ମାପିବା ଏବଂ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ପରିଚାଳନା କରିବା ।
ଯେତେବେଳେ ଜନ ଆନ୍ଦୋଳନ ହୋଇଥାଏ, ଯେତେବେଳେ ବ୍ୟାପକ ସ୍ତରରେ ସରକାର ଏବଂ ଜନତାଙ୍କ ଭାଗିଦାରୀ ହୋଇଥାଏ ତ, ତାହାର ଫଳାଫଳ ମଧ୍ୟ ଅଧିକ ଭଲ ହୋଇଥାଏ, ଦୂରଗାମୀ ହୋଇଥାଏ । ମୁଁ ଆପଣ ମାନଙ୍କୁ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର କଥା ବିଷୟରେ ଉଦାହରଣ ଦେବି ।
ଆମେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବହୁ କ୍ଷେତ୍ରୀୟ ଉପାୟରେ ଆଗକୁ ବଢ଼ାଇ ଏଥିରେ ଚାରୋଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଉଛୁ ।

• ପ୍ରତିଶେଧକ ସ୍ୱାସ୍ଥ୍ୟ

• ଶସ୍ତା ବା ମିତବ୍ୟୟୀ ସ୍ୱାସ୍ଥ୍ୟ ସେବା

• ଯୋଗାଣ କ୍ଷେତ୍ରରେ ହସ୍ତକ୍ଷେପ

• ମିଶନ ମୋଡ୍ ରେ ହସ୍ତକ୍ଷେପ

ଆମେ ଏହି ଚାରୋଟି ବିଷୟ ଉପରେ ଏକା ସଙ୍ଗେ ଅଧିକ ଧ୍ୟାନ ଦେଉଛୁ । ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରହିଥାଉ ଆଉ ତାହା ଏକୁଟିଆ କାମ କରି ଚାଲିଥାଉ ତ, ଏହାଦ୍ୱାରା କେବଳ ସମସ୍ୟା ସୃଷ୍ଟି ହୋଇଥାଏ, ସମାଧାନ ବାହାରି ନଥାଏ । ଆମର ପ୍ରୟାସ ରହିଛି-ସମସ୍ୟା ନୁହେଁ, କେବଳ ସମାଧାନ ।

ଜନତା-ଜନାର୍ଦ୍ଦନଙ୍କ ସହିତ ଯୋଡ଼ି ହୋଇଥିବା ଏହି ଅଭିଯାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଏହି ବିଷୟ ସହିତ ଜଡ଼ିତ ଅନ୍ୟ ମନ୍ତ୍ରଣାଳୟୁ, ସ୍ୱଚ୍ଛତା ମନ୍ତ୍ରଣାଳୟ, ଆୟୂଷ ମନ୍ତ୍ରଣାଳୟ, ସାର ଓ ରସାୟନ ମନ୍ତ୍ରଣାଳୟ, ଉପଭୋକ୍ତା ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ମଧ୍ୟ ଏହା ସହିତ ରଖିଲୁ । ଏହି ଭଳି ଭାବେ ଆମେ ସମସ୍ତଙ୍କୁ ଏକାଠି କରି ନିର୍ଦ୍ଧାରିତ ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ିବାର ପ୍ରୟାସ କରିଛୁ ।

ଯଦି ମୁଁ ପ୍ରଥମ ସ୍ତମ୍ଭ ଅର୍ଥାତ୍ ପ୍ରତିଶେଧକ ସ୍ୱାସ୍ଥ୍ୟ ସୁରକ୍ଷାର କଥା କହିବି ତ ଏହା ହେଉଛି ସବୁଠାରୁ ଶସ୍ତା ଏବଂ ଏହା ହେଉଛି ସବୁଠାରୁ ସହଜ ମଧ୍ୟ ।

ଆମେ ସମସ୍ତେ ଜାଣୁ କି ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତା ହେଉଛି ସର୍ବ ପ୍ରଥମ ଆବଶ୍ୟକତା ଆଉ ଏହା ଉପରେ ଗୁରୁତ୍ୱ ଦେଇ ଆମେ ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟକୁ ଗତିଶୀଳ କରିଛୁ । ଏହାର ପରିଣାମ ଦେଖନ୍ତୁ କି 2014 ପର୍ଯ୍ୟନ୍ତ ସମଗ୍ର ଭାରତରେ 6.5 କୋଟି ଘରେ ଶୌଚାଳୟ ଥିଲା କିନ୍ତୁ ଏବେ 13 କୋଟି ଘରେ ଶୌଚାଳୟ ରହିଛି ଅର୍ଥାତ୍ ଦୁଇ ଗୁଣା ବୃଦ୍ଧି ହୋଇଛି ।

ଆଜି ଦେଶରେ ପରିମଳର ବ୍ୟାପକତା 38 ପ୍ରତିଶତରୁ ବୃଦ୍ଧି ଘଟି ପାଖାପାଖି 80 ପ୍ରତିଶତ ହୋଇ ସାରିଛି । ଏହି ବୃଦ୍ଧି ମଧ୍ୟ ହେଉଛି ଦୁଇ ଗୁଣରୁ ଅଧିକ । ସ୍ୱଚ୍ଛତା ଅଭିଯାନ ସହିତ ଏହି ସନ୍ଦେଶ ମଧ୍ୟ ଦେଶର ଘରେ ଘରେ ପହଂଚିଛି, କି ଆବର୍ଜନା ନିଜ ସହିତ ରୋଗ ଗୁଡ଼ିକୁ ନେଇ ଆସିଥାଏ, ଯେତେବେଳେ କି ସ୍ୱଚ୍ଛତା ବିଭିନ୍ନ ଉପାଯରେ ରୋଗକୁ ଦୂରକୁ ଘଉଡ଼ାଇ ଦେଇଥାଏ ।
ପ୍ରତିଶେଧକ ସ୍ୱାସ୍ଥ୍ୟ ସେବା ଭାବେ ‘ଯୋଗ’ ନୂଆ ରୂପରେ ନିଜର ପରିଚୟ ସୃଷ୍ଟି କରିଛି । ଆୟୂଷ ମନ୍ତ୍ରଣାଳୟ ସକ୍ରିୟ ରହିବା ଫଳରେ ଯୋଗ ଆଜି ସମଗ୍ର ଦୁନିଆରେ ଏକ ଜନ ଆନ୍ଦୋଳନ ଭାବେ ପ୍ରତୀୟମାନ ହୋଇଛି ।

ଏହି ବଜେଟରେ ଆମେ ଆରୋଗ୍ୟ କେନ୍ଦ୍ର ନେଇ ଆସିଛୁ । ସରକାରଙ୍କର ପ୍ରୟାସ ଦେଶର ପ୍ରତ୍ୟେକ ବଡ଼ ପଂଚାୟତରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ।

ଟୀକାକରଣ କାର୍ଯ୍ୟକ୍ରମ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଇଛୁ । ଆମ ସରକାର ଆସିବା ପୂର୍ବରୁ ଦେଶରେ ଟୀକାକରଣ ବୃଦ୍ଧି ଦର କେବଳ 1 ପ୍ରତିଶତ ଥିଲା, ଯାହା ଆଜି ବୃଦ୍ଧି ପାଇ 6.7ପ୍ରତିଶତ ହୋଇ ସାରିଛି ।

ସାଥୀଗଣ,

ପ୍ରତିଶେଧକ ସ୍ୱାସ୍ଥ୍ୟ ସେବା ସହିତ ହିଁ ସ୍ୱାସ୍ଥ୍ୟ ସୁରକ୍ଷା ଶସ୍ତା ହେବା ମଧ୍ୟ ଜରୁରୀ । ସ୍ୱାସ୍ଥ୍ୟ ସୁରକ୍ଷା ସୁଲଭ ହେଉ ଆଉ ଶସ୍ତା ମଧ୍ୟ ହେଉ, ଜନ ସାଧାରଣଙ୍କ ପାଇଁ ଶସ୍ତା ଏବଂ ସୁଲଭ ହେଉ, ଏଥି ପାଇଁ ମଧ୍ୟ ଆମେ ପଦକ୍ଷେପ ଉଠାଇଛୁ ।

ଆମେ ରସାୟନ ଏବଂ ସାର ମନ୍ତ୍ରଣାଳୟକୁ କାର୍ଯ୍ୟକ୍ଷମ କଲୁ ଯିଏ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ସାରା ଦେଶରେ 3000ରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲା ଯାଇଛି ଯେଉଁଠାରେ 800ରୁ ଅଧିକ ଔଷଧ କମ୍ ମୂଲ୍ୟରେ ଉପଲବ୍ଧ କରାଯାଉଛି ।

ହୃଦରୋଗୀମାନଙ୍କୁ କମ୍ ଦାମରେ ଷ୍ଟେଣ୍ଟ ମିଳୁ, ସେଥିପାଇଁ ଆମେ ଉପଭୋକ୍ତା ମନ୍ତ୍ରଣାଳୟକୁ ସକ୍ରିୟ କଲୁ ଆଉ ସେ ଏହା ଉପରେ ବିଶେଷ ଭାବେ କାର୍ଯ୍ୟ କଲେ ତେଣୁ ଯାହାର ପରିଣାମ ହେଉଛି କି ଆଜି ହାର୍ଟ ଷ୍ଟେଣ୍ଟର ଦାମ 85 ପ୍ରତିଶତ ପର୍ଯ୍ୟନ୍ତ କମ ହୋଇ ଯାଇଛି । ଏହା ସହିତ ଆଣ୍ଠୁ ପ୍ରତିରୋପଣର ମୂଲ୍ୟକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି, ଯାହା ଦ୍ୱାରା ଏହାର ଦାମରେ 50 ରୁ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଚଳିତ ବଜେଟରେ ଆମେ ଆଉ ଏକ ବଡ଼ ଯୋଜନାର ଘୋଷଣା କରିଛୁ, ଆଉ ତାହା ହେଉଛି ଆୟୂଷ୍ମାନ ଭାରତ । ଆୟୂଷ୍ମାନ ଭାରତ ଯୋଜନା ଦ୍ୱାରା ଦେଶର ଗରିବରୁ ଗରିବ ବ୍ୟକ୍ତିକୁ ମଧ୍ୟ ବହୁତ ବଡ଼ ସାହାୟତା ମିଳିବାକୁ ଯାଉଛି । ପାଖାପାଖି 10 କୋଟି ପରିବାର ଅର୍ଥାତ୍ ପ୍ରାୟ 45 ରୁ 50 କୋଟି ନାଗରିକ ଚିକିତ୍ସା ଚିନ୍ତାରୁ ମୁକ୍ତ ହୋଇ ଯିବେ । ଯଦି ତାଙ୍କ ପରିବାରରେ କେହି ରୋଗଗ୍ରସ୍ତ ହେଲେ ତ ଗୋଟିଏ ବର୍ଷରେ 5 ଲକ୍ଷ ଟଙ୍କାର ଖର୍ଚ୍ଚ ଭାରତ ସରକାର ଏବଂ ବୀମା କମ୍ପାନୀ ମିଶି କରି ଦେବେ ।

ସାଥୀଗଣ,

ସ୍ୱାସ୍ଥ୍ୟ କ୍ଷେତ୍ରରେ ତୃତୀୟ ବଡ଼ ସ୍ତମ୍ଭ ହେଉଛି, ଯୋଗାଣ କ୍ଷେତ୍ରରେ ହସ୍ତକ୍ଷେପ, ସ୍ୱାସ୍ଥ୍ୟ ସହିତ ଯେଉଁ ଆବଶ୍ୟକ ସୁବିଧା ସବୁ ଯୋଡ଼ି ହୋଇ ରହିଛି, ତାକୁ ମଧ୍ୟ ସୁନିଶ୍ଚିତ କରିବା ପାଇଁ ଆମ ସରକାର କ୍ରମାଗତ ପ୍ରୟାସ କରୁଛନ୍ତି ।

ଦେଶରେ ଆଉ ବିଶେଷ କରି ଗାଁ ମାନଙ୍କରେ ଡାକ୍ତରମାନଙ୍କର ଅଭାବ ବହୁତ ଅନୁଭୂତ ହୋଇଥାଏ । ଏହାର ମୁକାବିଲା ପାଇଁ ଆମ ସରକାର କ୍ରମାଗତ ଭାବେ ଡ଼ାକ୍ତରୀ ଶିକ୍ଷା ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି ।

ସାଥୀଗଣ,

2014 ରେ ଯେତେବେଳେ ଆମ ସରକାର ଗଠନ ହୋଇଥିଲା ତ ଡାକ୍ତରଖାନାରେ 52 ହଜାର ଅଣ୍ଡର ଗ୍ରାଜୁଏଟ୍ ଆଉ 30 ହଜାର ପୋଷ୍ଟ୍ ଗ୍ରାଜୁଏଟ ଆସନ ଥିଲା । ଏବେ ଦେଶରେ 85 ହଜାରରୁ ଅଧିକ ଅଣ୍ଡର ଗ୍ରାଜୁଏଟ ଆଉ 46 ହଜାରରୁ ଅଧିକ ପୋଷ୍ଟ୍ ଗ୍ରାଜୁଏଟ ଆସନ ରହିଛି ।
ଏହା ବ୍ୟତୀତ ସମଗ୍ର ଦେଶରେ ନୂତନ ଏମ୍ସ ଏବଂ ଅଖିଳ ଭାରତ ଆୟୁର୍ବେଦ ବିଜ୍ଞାନ ସଂସ୍ଥାନର ପ୍ରତିଷ୍ଠା କରାଯାଉଛି । ଏହା ବ୍ୟତୀତ ତିନୋଟି ସଂସଦୀୟ ଆସନ ମଧ୍ୟରେ ଗୋଟିଏ ମେଡିକାଲ କଲେଜ ସ୍ଥାପନ କରିବାର ମଧ୍ୟ ଯୋଜନା ରହିଛି ।

ନୂତନ ପ୍ରୟାସ ଗୁଡ଼ିକର ସିଧା ସଳଖ ଲାଭ ଆମର ଯୁବକଙ୍କ ସହିତ ହିଁ ଦେଶର ଗରିବ ଜନତାଙ୍କୁ ମଧ୍ୟ ମିଳିବ । ନର୍ସିଂ ଏବଂ ପାରା ମେଡିକାଲ କ୍ଷେତ୍ରରେ ମଧ୍ୟ ମାନବ ସମ୍ବଳକୁ ପ୍ରୋତ୍ସାହନ ଦେବା ପାଇଁ କାମ କରାଯାଉଛି । ମେଡିକାଲ ବୃତ୍ତିଧାରୀଙ୍କ ସଂଖ୍ୟା ତ ବଢ଼ିବ, ତା’ସହିତ ସାମର୍ଥ୍ୟ ଏବଂ ଉପଲବ୍ଧତା ମଧ୍ୟ ବଢ଼ିବ ।

ଭାଇ ଓ ଭଉଣୀମାନେ,

ସ୍ୱାସ୍ଥ୍ୟ କ୍ଷେତ୍ରର ଚତୁର୍ଥ ଏବଂ ବହୁତ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ମିଶନ ମୋଡ୍ ରେ ପଦକ୍ଷେପ ଗ୍ରହଣ ।

କିଛି ଆହ୍ୱାନ ଏହିପରି ହୋଇଥାଏ ଯାହା ପାଇଁ ମିଶନ୍ ମୋଡରେ କାମ କରିବା ଜରୁରୀ ହୋଇଥାଏ ଆଉ ତା’ହେଲେ ଯାଇ ସେହି ଆହ୍ୱାନ ଗୁଡ଼ିକରୁ ମୁକୁଳିବା ପାଇଁ ସହାୟତା ମିଳିଥାଏ ଆଉ ତାହାର ପରିଣାମ ଦେଖିବାକୁ ମିଳିଥାଏ ।

ଦେଶରେ ମାଆ ଆଉ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଉନ୍ନତ ହେଉ, ସେମାନେ ରୋଗମୁକ୍ତ ରହନ୍ତୁ, ସୁସ୍ଥ ଏବଂ ସଶକ୍ତ ରହନ୍ତୁ ଏଥିପାଇଁ ଆମେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ସକ୍ରିୟ କଲୁ । ତା’ ମାଧ୍ୟମରେ ଆଜି କେତେଗୁଡିଏ କାର୍ଯ୍ୟକ୍ରମ ଚାଲୁ ରହିଛି ।

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମାଧ୍ୟମରେ ମାଆ ଏବଂ ଶିଶୁଙ୍କର ଉଚିତ ପୋଷଣକୁ ସୁନିଶ୍ଚିତ କରାଯାଉଛି ।

ଗତ ସପ୍ତାହରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ରାଷ୍ଟ୍ରୀୟ ପୁଷ୍ଟିସାଧନ ଅଭିଯାନ ଆରମ୍ଭ କରାଯାଇଛି । ଦେଶକୁ ସୁସ୍ଥ କରିବା ଦିଗରେ ଏହା ହେଉଛି ସବୁଠାରୁ ନୂତନ ଏବଂ ବଡ଼ ପଦକ୍ଷେପ । ଯେତେବେଳେ ପିଲା ଆଉ ମାଆମାନଙ୍କୁ ଉଚିତ ପୋଷଣ ମିଳିବ ତ ତାଙ୍କର ଭଲ ସ୍ୱାସ୍ଥ୍ୟ ମଧ୍ୟ ସୁନିଶ୍ଚିତ ହେବ ।

ମୁଁ ମାନୁଛି କି- ଗୋଟିଏ ମାନଦଣ୍ଡ ସମସ୍ତଙ୍କ ପାଇଁ ସଠିକ୍ ହେବ ନାହିଁ । ତେଣୁ ଆମ ସରକାର ଏହା ସୁନିଶ୍ଚିତ କରୁଛନ୍ତି କି ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ କ୍ଷେତ୍ରର ଅନନ୍ୟ ବିକାଶ ମଡେଲ ବିକଶିତ ହେଉ ।

ସାଥୀଗଣ,

ମୁଁ ଆପଣ ମାନଙ୍କୁ ଏକ ଭିଡିଓ ମାଧ୍ୟମରେ, ସମଗ୍ର ଦେଶର ଖୁସିରେ ଭାଗିଦାରୀ କରାଇ ବାକୁ ଚାହୁଁଛି ।

ଆପଣମାନେ ଯେଉଁ ଲୋକମାନଙ୍କ ମୁହଁରେ ଖୁସି ଦେଖିଛନ୍ତି, ତାହା ହେଉଛି ମୋ ପାଇଁ ରାଇଜିଂ ଇଣ୍ଡିଆ ।

ଶେଷରେ ଏହି ପରିବର୍ତ୍ତନ କିପରି ଆସିଲା?

ଆପଣମାନଙ୍କର ମନେ ଥିବ 6 ବର୍ଷ ପୂର୍ବେ ଜୁଲାଇ ମାସରେ ଗ୍ରୀଡ଼୍ ଅଚଳ ହୋଇ ଯିବାରୁ ସମଗ୍ର ଦେଶ ଅନ୍ଧାରରେ ବୁଡ଼ି ଯାଇଥିଲା । ଯାହା ହୋଇଥିଲା ତାହା ଗୋଟିଏ ବ୍ୟବସ୍ଥାର, ଶାସନ ତନ୍ତ୍ରର ଥିଲା ଅଚଳାବସ୍ଥା ।

ସମସ୍ୟାର ଏହି ସ୍ଥିତି ରହିଥିଲା କି ଗୋଟିଏ ସମୟରେ ଉର୍ଜ୍ଜା ମନ୍ତ୍ରଣାଳୟକୁ ଏହା ଜଣା ନଥିଲା କି କୋଇଲା ମନ୍ତ୍ରଣାଳୟର ରୋଡ଼ମ୍ୟାପ୍ ହେଉଛି କ’ଣ? ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର, ଶକ୍ତି ମନ୍ତ୍ରଣାଳୟ ସହିତ କୌଣସି ସମନ୍ୱୟ ନ ଥିଲା ।

ସମସ୍ୟାକୁ ଭାଙ୍ଗି ସମାଧାନ ବାହାର କରିବାର ଏହି କାର୍ଯ୍ୟ ଦେଶର ଶକ୍ତି କ୍ଷେତ୍ରରେ ମଧ୍ୟ ବହୁତ ବ୍ୟାପକ ଭାବେ ହେଉଛି ।

ଆଜି ଭାରତରେ ଉର୍ଜ୍ଜା ସୁରକ୍ଷାର ସର୍ବୋତ୍ତମ ସମାଧାନ ପାଇଁ ଶକ୍ତି ମନ୍ତ୍ରଣାଳୟ, ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଆଉ କୋଇଲା ମନ୍ତ୍ରଣାଳୟ ଗୋଟିଏ ଏକକ ଭାବେ କାର୍ଯ୍ୟ କରୁଛନ୍ତି ।
କୋଇଲାରୁ ଆମକୁ ଶକ୍ତି ସୁରକ୍ଷା ମିଳୁଛି, ତ ନବୀକରଣୀୟ ଶକ୍ତି ଆମର ଆଗାମୀ ପିଢିଙ୍କର ଉନ୍ନତ ଭବିଷ୍ୟତ ନିର୍ମାଣ ପାଇଁ ଆମକୁ ନିରନ୍ତର ଶକ୍ତି ଦେଇ ପାରେ । ଏହା ହେଉଛି କାରଣ କି ଆମେ ଶକ୍ତି ଅଭାବ ଠାରୁ ବଳକା ଶକ୍ତି ଆଡ଼କୁ, ନେଟୱାର୍କ ଅଚଳରୁ ନେଟ୍ ରପ୍ତାନୀ ଆଡ଼କୁ ଅଗ୍ରସର ହେଉଛେ । ସରକାରଙ୍କ ପ୍ରୟାସରୁ ଗୋଟିଏ ଦେଶ – ଗୋଟିଏ ଗ୍ରୀଡ଼ର ସ୍ୱପ୍ନ ମଧ୍ୟ ସାକାର ହୋଇଛି ।

ସାଥୀଗଣ,

ହାରିବା-ହତାଶା-ନିରାଶାର ପରିବେଶ କେବେ ହେଲେ ମଧ୍ୟ କୌଣସି ଦେଶକୁ ଆଗକୁ ନେଇ ଯାଇ ପାରିବ ନାହିଁ । ଆପଣ ମଧ୍ୟ ଦେଖିଥିବେ କି ବିଗତ ଚାରି ବର୍ଷରେ ଦେଶର ଲୋକଙ୍କ ମଧ୍ୟରେ, ଦେଶକୁ ଚଳାଉଥିବା ବ୍ୟବସ୍ଥା ଗୁଡ଼ିକରେ କୌଣସି ପ୍ରକାରରେ ଏକ ଉତ୍ସାହ ସୃଷ୍ଟି ହୋଇଛି, ଏକ ଭରସା ଆସିଛି । ଯେଉଁ ପରିବର୍ତ୍ତନ ଲୋକମାନେ ନିଜ ସାମ୍ନାରେ ଦେଖୁଛନ୍ତି, ନିଜ ଜୀବନରେ ଦେଖୁଛନ୍ତି, ତାହା ଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ମନରେ ଏହି ବିଶ୍ୱାସ ଆସିଛି କି ଏକବିଂଶ ଶତାବ୍ଦୀର ଭାରତ ନିଜର ଦୁର୍ବଳତା ଗୁଡ଼ିକୁ ଛାଡ଼ି ନିଜର ବନ୍ଧନକୁ ଛିଣ୍ଡାଇ ଆଗକୁ ବଢ଼ିପାରିବ, ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ସାକାର କରି ପାରେ । ଲୋକଙ୍କର ଏହି ପ୍ରବଳ ବିଶ୍ୱାସ ହେଉିଛି ରାଇଜିଂ ଇଣ୍ଡିଆ ଆଧାର ।

ଭାଇ ଓ ଭଉଣୀମାନେ,

ଏହା ହେଉଛି କାରଣ କି ଆଜି ସମଗ୍ର ବିଶ୍ୱ, ଭାରତର ଏହି ଉଦୟକୁ, ରାଇଜିଂ ଇଣ୍ଡିଆକୁ ମାନ ଦେଉଛି, ସମ୍ମାନ ଦେଉଛି । ପୂର୍ବ ସରକାରଙ୍କ ଦଶ ବର୍ଷରେ ଯେତେ ଦେଶର ରାଷ୍ଟ୍ର ଅଧ୍ୟକ୍ଷ ଏବଂ ରାଷ୍ଟ୍ର ପ୍ରମୁଖ ଭାରତ ଆସିଥିଲେ, ଆଉ ବିଗତ ଚାରି ବର୍ଷରେ ଯେତେ ଭାରତ ଆସିଛନ୍ତି, ତାହାର ତୁଳନା ହିଁ ନିଜକୁ ନିଜ ମଧ୍ୟରେ ବହୁତ କିଛି କହି ଯାଏ । ଗତ ସରକାରଙ୍କ ସମୟରେ ହାରାହାରି ଗୋଟିଏ ବର୍ଷରେ ବିଶ୍ୱର ଯେତେ ବଡ଼ ନେତା ଆସିଥିଲେ, ଏବେ ତା’ଠାରୁ ପ୍ରାୟ ଦୁଇ ଗୁଣ ରାଷ୍ଟ୍ର ଅଧ୍ୟକ୍ଷ ଏବଂ ରାଷ୍ଟ୍ର ପ୍ରମୁଖ ପ୍ରତିବର୍ଷ ଭାରତ ଆସୁଛନ୍ତି ।

ଏହା ହେଉଛି ରାଇଜିଂ ଇଣ୍ଡିଆର ଏକ ଏଭଳି ଛବି, ଯାହା ଉପରେ ଆପଣ ସମସ୍ତଙ୍କୁ ଗର୍ବ ହେବ ।

ସାଥୀଗଣ,

ଭାରତ କେବଳ ନିଜର ହିଁ ନୁହେଁ, ବରଂ ସମଗ୍ର ବିଶ୍ୱକୁ ବିକାଶର ଏକ ନୂତନ ଦିଗ ଦେଇଛି । ଭାରତ ଆଜି ସମଗ୍ର ବିଶ୍ୱରେ ସୌର ବିପ୍ଳବର ନେତୃତ୍ୱ ନେଉଛି । ଆପଣ ଦେଖିଥିବେ କିପରି ପାଞ୍ଚ ଦିନ ପୂର୍ବେ ଆନ୍ତର୍ଜାତୀୟ ସୌର ମେଣ୍ଟର କିପରି ସଫଳତା ପୂର୍ବକ ଆୟୋଜନ କରାଯାଇଥିଲା । ଏହି ସମ୍ମେଳନରେ ଶୁଭାରମ୍ଭ କରାଯାଇଥିବା ଦିଲ୍ଲୀ ସୋଲାର ଏଜେଣ୍ଡା (Delhi Solar Agenda)କୁ ଲାଗୁ କରିବା ପାଇଁ 60ରୁ ଅଧିକ ଦେଶ ନିଜର ସହମତି ପ୍ରକାଶ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଭଳି ବିଷୟରେ ଭାରତର ଏହି ପ୍ରୟାସ ଏକବିଂଶ ଶତାବ୍ଦୀରେ ସଂପୂର୍ଣ୍ଣ ମାନବତାର ସବୁଠାରୁ ବଡ଼ ସେବାମାନଙ୍କ ମଧ୍ୟରୁ ହେଉଛି ଗୋଟିଏ ।

ସାଥୀଗଣ,

ବିଗତ ଚାରି ବର୍ଷରେ ଯେଉଁ ଭଳି ଭାବେ ବିଶ୍ଵ ଦରବାରରେ ଭାରତର ପ୍ରଭାବ ବଢ଼ିଛି, ସେଥିପାଇଁ ବୁଝି-ବିଚାରି ଏକ ଯୁଗୋପଯୋଗୀ ରଣନୀତି ମାଧ୍ୟମରେ ନିରନ୍ତର କାର୍ଯ୍ୟ କରାଯାଇଛି । ଭାରତ ଦୁନିଆକୁ ସନ୍ଦେଶ ଦେଇଛି ଶାନ୍ତିର, ବିକାଶର, ନିରନ୍ତର ବିକାଶର ।

ଭାରତ ବଡ଼-ବଡ଼ ସମୂହ, ତାହା ହୁଏତ ଯୁକ୍ତରାଷ୍ଟ୍ର ହେଉ କିମ୍ବା ଜି-20, ଏଭଳି ବିଷୟ ଉଠାଇଛି ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । ଆତଙ୍କବାଦ କେବଳ ଗୋଟିଏ ଦେଶର କିମ୍ବା ଗୋଟିଏ ଅଂଚଳର ସମସ୍ୟା ନୁହେଁ, ବରଂ ଦୁନିଆର ପ୍ରତ୍ୟେକ ଦେଶ ପାଇଁ ଏହା ହେଉଛି ଏକ ଆହ୍ୱାନ, ଏହି କଥାକୁ ଭାରତ ହିଁ ଅନ୍ତରାଷ୍ଟ୍ରୀୟ ମଞ୍ଚମାନଙ୍କରେ ସ୍ଥାପିତ କରିଛି ।

ଭିନ୍ନ-ଭିନ୍ନ ଦେଶମାନଙ୍କରେ କଳାଧନର ପ୍ରବାହ ଏବଂ ଭ୍ରଷ୍ଟାଚାର କିପରି ବିଶ୍ୱର ବିକାଶରେ ବାଧା ଦେଉଛି, ପ୍ରଭାବଶାଳୀ ଅର୍ଥନୈତିକ ପ୍ରଶାସନ ପାଇଁ ଆହ୍ୱାନ ହୋଇ ରହିଛି, ଏହି ବିଷୟ ମଧ୍ୟ ଭାରତ ହିଁ ସବୁଠାରୁ ଦୃଢ଼ ଭାବରେ ଉପସ୍ଥାପନ କରିଛି ।

ସାଥୀଗଣ,

ଏହା ହେଉଛି ଭାରତର ଆତ୍ମ ବିଶ୍ୱାସ କି ଯେତେବେଳେ ସଂପୂର୍ଣ୍ଣ ବିଶ୍ୱ 2030 ମସିହା ମଧ୍ୟରେ ‘ଟିବି’କୁ ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଛି, ଆମେ ତା’ଠାରୁ 5ବର୍ଷ ପୂର୍ବରୁ, ଅର୍ଥାତ୍ 2025 ମଧ୍ୟରେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଦୃଢ଼ ନିଷ୍ପତ୍ତି କରି ନେଇଛୁ । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଭାରତ 2025ରେ ସାରା ଦୁନିଆକୁ ଏହି ଲକ୍ଷ୍ୟ ହାସଲ କରି ଦେଖାଇ ଦେବ ।

ଭାଇ ଓ ଭଉଣୀମାନେ,

ଦୁନିଆ ପାଇଁ ଆଜି ଇଣ୍ଡିଆ ରାଇଜିଂ କେବଳ ଦୁଇଟି ଶବ୍ଦ ନୁହେଁ । ଏହି ଦୁଇଟି ଶବ୍ଦ ହେଉଛି ଶହେ ପଚିଶ କୋଟି ଭାରତୀୟଙ୍କର ସେହି ଶକ୍ତିର ପ୍ରତୀକ, ଯାହାକୁ ଆଜି ସମଗ୍ର ଦୁନିଆ ପ୍ରଣାମ କରୁଛି । ଏହା ହେଉଛି କାରଣ କି ଯେଉଁ ସଂସ୍ଥାମାନଙ୍କର ସଦସ୍ୟତା ପାଇଁ ଭାରତ ବର୍ଷ ବର୍ଷ ଧରି ପ୍ରୟାସ କରୁଥିଲା, ତାହା ଏବେ ତାକୁ ହାସଲ ହେବାକୁ ଲାଗିଲାଣି ।

କ୍ଷେପଣାସ୍ତ୍ର ଟେକ୍ନୋଲଜି ନିୟନ୍ତ୍ରଣ ଗୋଷ୍ଠୀରେ ସାମିଲ ହେବା ପରେ ଭାରତ ‘ୱାସେନାର ଏରେଞ୍ଜମେଣ୍ଟ’ ଏବଂ ‘ଅଷ୍ଟ୍ରେଲିଆ ଗ୍ରୁପ’ ରେ ମଧ୍ୟ ସାମିଲ ହୋଇ ଯାଇଛି । ସାମୁଦ୍ରିକ ଆଇନ ସଂକ୍ରାନ୍ତ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ନିର୍ବାଚନ, ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନର ନିର୍ବାଚନ, ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ନିର୍ବାଚନରେ ଭାରତକୁ ବିଜୟ ପ୍ରାପ୍ତ ହୋଇଛି । ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଯେଉଁଭଳି ଭାବେ ଭାରତକୁ ବିଜୟ ମିଳିଲା, ତାହାର ତ ଚର୍ଚ୍ଚା ସାରା ଦୁନିଆରେ ହୋଇଛି ।

ସାଥୀଗଣ,

ଏହା ହେଉଛି ଭାରତର ବଢ଼ୁଥିବା ପ୍ରଭାବର କାରଣ କି ଯେତେବେଳେ ୟମେନରେ ସଙ୍କଟ ଆସେ, ଭାରତ ନିଜର ନାଗରିକଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରୁଥାଏ, ତ ଅନ୍ୟ ଦେଶ ମଧ୍ୟ ଭାରତ ଠାରୁ ସାହାଯ୍ୟ ପାଇବା ପାଇଁ ଅନୁରୋଧ କରି ଥାଆନ୍ତି । ଆପଣ ଏହା ଶୁଣି ଗର୍ବ ଅନୁଭବ କରିବେ କି ସେହି ସଙ୍କଟ ସମୟରେ ଭାରତ 48ଟି ଦେଶର ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଆଣିଥିଲା ।

କୁଟନୀତିରେ ମାନବୀୟ ମୂଲ୍ୟବୋଧ ଗୁଡ଼ିକୁ ସବୁଠାରୁ ଅଧିକ ମହତ୍ୱ ଦେବା ଭଳି ଆମର ନୀତି ଦୁନିଆକୁ ଏହି କଥା ଅନୁଭବ କରାଇଛି କି ଭାରତ କେବଳ ନିଜର ହିତ ପାଇଁ ନୁହେଁ ବରଂ ବିଶ୍ୱର ହିତ ପାଇଁ କାର୍ଯ୍ୟ କରୁଛି । ‘ସମସ୍ତଙ୍କ ସହିତ- ସମସ୍ତଙ୍କ ବିକାଶ’ ଆମର ଏହି ମନ୍ତ୍ର ଦେଶର ସୀମାର ପରିସର ଭିତରେ ବନ୍ଧା ହୋଇ ରହି ନାହିଁ ।

ଆଜି ଆମେ ଆୟୂଷ୍ମାନ ଭାରତ ପାଇଁ ହିଁ ନୁହେଁ, ବରଂ ଆୟୂଷ୍ମାନ ବିଶ୍ୱ ପାଇଁ ମଧ୍ୟ କାର୍ଯ୍ୟ କରୁଛୁ । ଯୋଗ ଆଉ ଆୟୁର୍ବେଦକୁ ନେଇ ସମଗ୍ର ଦୁନିଆରେ ଜାଗରଣ ଆସୁଛି, ତାହା ମଧ୍ୟ ହେଉଛି ରାଇଜିଂ ଇଣ୍ଡିଆର ଏକ ପ୍ରତିବିମ୍ବ ।

ସାଥୀଗଣ,

ଯଦି ଅର୍ଥବ୍ୟବସ୍ଥାର କଥା କହିବି ତ ବିଗତ ତିନି-ଚାରି ବର୍ଷରେ ଭାରତ ନିଜ ସାଥୀରେ ହିଁ ସାରା ଦୁନିଆର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ଼ କରି ଦେଇଛି । ଯେଉଁ ଦେଶ ବିଶ୍ୱ ଜିଡିପିର କେବଳ 3 ପ୍ରତିଶତ ଅଂଶୀଦାର ଥିଲା, ତାହା ଆଜି ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ 7 ଗୁଣ ଅଧିକ ଯୋଗଦାନ କରୁଛି ।

ଯେତିକି ମଧ୍ୟ ମାକ୍ରୋ ଅର୍ଥନୈତିକ ମାନଦଣ୍ଡ ରହିଛି – ମୁଦ୍ରାସ୍ଫୀତି, ଚଳନ୍ତି ଜମା ନିଅଣ୍ଟ ପରିମାଣ, ଆର୍ଥିକ ନିଅଣ୍ଟ ଜିଡିପି ଅଭିବୃଦ୍ଧି, ସୁଧ ହାର, ଏଫଡିଆଇ ଆଗମନ, ଭାରତ ସବୁଥିରେ ଭଲ ପ୍ରଦର୍ଶନ କରୁଛି ।

ଆଜି ବିଶ୍ୱରେ ଭାରତ ସନ୍ଦର୍ଭରେ ଯେଉଁ କଥାମାନ ହେଉଛି, ତାହା ଆଶା ଆଉ ବିଶ୍ୱାସର ସହିତ ହେଉଛି, ସଂପୂର୍ଣ୍ଣ ଭରସାର ସହିତ ହେଉଛି । ଏହା ହେଉଛି କାରଣ କି ସମସ୍ତ ରେଟିଂ ଏଜେନ୍ସି ଗୁଡ଼ିକ ଭାରତର ରେଟିଂରେ ସୁଧାର କରୁଛନ୍ତି ।

• ଆଜି ଦୁନିଆର ସର୍ବୋଚ୍ଚ ତିନୋଟି ପ୍ରଭାବଶାଳୀ ନିଜସ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତର ନାମ ନିଆ ଯାଉଛି ।

• FDI ବିଶ୍ୱସନୀୟତା ସୂଚୀରେ ଭାରତକୁ ଶ୍ରେଷ୍ଠ ଦୁଇଟି ଅଭିବୃଦ୍ଧି ସମ୍ପନ୍ନ ବଜାର ପ୍ରଦର୍ଶନ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

• UNCTAD ପକ୍ଷରୁ ବିଶ୍ୱ ନିବେଶରେ ମଧ୍ୟ ଭାରତକୁ ଦୁନିଆର ପସନ୍ଦ ଯୋଗ୍ୟ ଏଫଡିଆଇ ନିବେଶ ସ୍ଥଳ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

• ସହଜ ବ୍ୟବସାୟ ପଦ୍ଧତି କ୍ଷେତ୍ରରେ ବିଶ୍ୱ ବ୍ୟାଙ୍କର ମାନ୍ୟତାରେ ମଧ୍ୟ ଆମେ କେବଳ ତିନି ବର୍ଷରେ 42 ସ୍ଥାନ ଉନ୍ନୀତ ହୋଇଛୁ ।

• 2017-18 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଭାରତ 7.2 ପ୍ରତିଶତର ବିକାଶ ଦର ହାସଲ କରିଛି । ଅର୍ଥ ବ୍ୟବସ୍ଥାର ବିଶେଷଜ୍ଞମାନେ କହୁଛନ୍ତି କି ଏହି ଗତି ଏବେ ଆହୁରି ବଢିବ ।

ସାଥୀଗଣ,

2014 ପୂର୍ବରୁ ଦେଶର ଟିକସ ବ୍ୟବସ୍ଥାର ପରିଚୟ ଥିଲା, ଅଣ ବନ୍ଧୁତ୍ୱପୂର୍ଣ୍ଣ, ଅପ୍ରତ୍ୟାଶିତ ଏବଂ ଅଣପାରଦର୍ଶୀ । ଏବେ ଏହି ସ୍ଥିତିରେ ପରିବର୍ତ୍ତନ ଆସିଛି । ଜିଏସଟି ଭାରତକୁ ଦୁନିଆର ସବୁଠାରୁ ବଡ଼ ଆର୍ଥିକ ବଜାର ମଧ୍ୟରୁ ଗୋଟିଏ ଭାବେ ସ୍ଥାପିତ କରିଛି ।

ସାଥୀଗଣ,

ସରକାର ଗରିବ, ନିମ୍ନ ମଧ୍ୟମ ବର୍ଗ, ମଧ୍ୟମ ବର୍ଗଙ୍କ ଆକାଂକ୍ଷାକୁ ହୃଦୟଙ୍ଗମ କରି ବୌଦ୍ଧିକ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରୁଛନ୍ତି ।

• ଏହି ବଜେଟରେ ଆମେ ଶିକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମି ଆଧୁନିକୀକରଣ ଅର୍ଥାତ୍ RISE ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାର ଘୋଷଣା କରିଛୁ । ଏହା ଅଧୀନରେ ଆମ ସରକାର ଆଗାମୀ ଚାରି ବର୍ଷରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ 1 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

• ସରକାର ଦେଶରେ ବିଶ୍ୱ ସ୍ତରୀୟ 20ଟି ଉତ୍କର୍ଷ ପ୍ରତିଷ୍ଠାନ ନିର୍ମାଣ ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଉଚ୍ଚ ଶିକ୍ଷା ସହିତ ଜଡ଼ିତ ଘରୋଇ ଏବଂ ସରକାରୀ ପ୍ରତିଷ୍ଠାନ ସହିତ ମିଶି ଆମେ କାର୍ଯ୍ୟ କରୁଛୁ । ଏହି ମିଶନ ଅଧୀନରେ ଘରୋଇ କ୍ଷେତ୍ରରୁ ଚିହ୍ନଟ ହୋଇଥିବା 10ଟି ସଂସ୍ଥାନକୁ 10 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯିବ ।

• ସେହିପରି ଭାବେ ଦେଶର ଯୁବକମାନଙ୍କୁ ଆତ୍ମ ନିଯୁକ୍ତି ଏବଂ ବିଶେଷ କରି ଏମଏସଏମଇ କ୍ଷେତ୍ରରେ କାମ କରୁଥିବା ଉଦ୍ୟମୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆମେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ ମିଶନ ଭଳି କାର୍ଯ୍ୟକ୍ରମ ଚଲାଉଛୁ ।

• ବିଶେଷ କରି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୁବକ ଏବଂ ମହିଳାମାନଙ୍କ ସଶକ୍ତୀକରଣ ଦିଗରେ ଏକ ବଡ଼ ମାଧ୍ୟମ ହୋଇଛି । ଯେବେଠାରୁ ଏହି ଯୋଜନା ଆରମ୍ଭ ହୋଇଛି, ସେବେ ଠାରୁ ଏ ପର୍ଯ୍ୟନ୍ତ 11 କୋଟିରୁ ଅଧିକ ସଂଖ୍ୟାରେ ଋଣ ଆମ ସରକାର ମଞ୍ଜୁର କରିଛନ୍ତି । ଲୋକମାନଙ୍କୁ ବିନା ବ୍ୟାଙ୍କ ଗ୍ୟାରେଂଟିରେ 5 ଲକ୍ଷ କୋଟି ଟଙ୍କାର ଋଣ ଦିଆ ଯାଇଛି । ଏ ବର୍ଷ ବଜେଟରେ ମଧ୍ୟ ଆମେ 3 ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ଦେବା ପାଇଁ ସ୍ଥିର କରିଛୁ ।

ଯଦି ଏ ସମସ୍ତ ପ୍ରୟାସକୁ ଗୋଟିଏ ଫୁଲ ତୋଡ଼ା ଭଳି ଦେଖିବା, ତ ଏହି କାର୍ଯ୍ୟ ମଧ୍ୟବିତ୍ତ ଏବଂ ସହରୀ ଯୁବକଙ୍କ ଅଭିଳାଷକୁ ପୂରଣ କରିବା ଭଳି ଆଉ ରୋଜଗାରର ନୂତନ ଅବସର ସୃଷ୍ଟି କରିବା ଭଳି ପ୍ରମାଣିତ ହେଉଛି ।

ମୋର ବିଶ୍ୱାସ ରହିଛି କି ବିକାଶର ମୁଖ୍ୟଧାରାରେ ପଛରେ ରହି ଯାଇଥିବା ହୁଏତ କୌଣସି ବ୍ୟକ୍ତି ହୁଅନ୍ତୁ ବା କୌଣସି କ୍ଷେତ୍ର, ଯେତେବେଳେ ସେ ଦ୍ରୁତ ଗତିରେ ଆଗକୁ ବଢ଼ିବ, ତାହାର ଶକ୍ତିଗୁଡ଼ିକ, ତାହାର ସଂସାଧନ ସହିତ ନ୍ୟାୟ ହେବ, ତ ରାଇଜିଂ ଇଣ୍ଡିଆର କାହାଣୀ ମଧ୍ୟ ଆହୁରି ସଶକ୍ତ ହେବ ।

ଶେଷରେ, ମୁଁ ଆପଣଙ୍କ ଗଣମାଧ୍ୟମ ସମୂହଙ୍କୁ 2022 ଏବଂ ସଂକଳ୍ପରୁ ସିଦ୍ଧିର ଯାତ୍ରା ବିଷୟରେ ପୁଣି ଥରେ ମନେ ପକାଇ ଦେବାକୁ ଚାହୁଁଛି । କ’ଣ ଆପଣଙ୍କ ଗ୍ରୁପ୍ କୌଣସି ସଂକଳ୍ପ ନେଇଛନ୍ତି? କ’ଣ କୌଣସି ରୋଡ଼ମ୍ୟାପ୍ ପ୍ରସ୍ତୁତ କରିଛନ୍ତି? କ’ଣ ଏହି ବିଷୟରେ ଚିନ୍ତା କରିଛନ୍ତି କି ଆମେ ଏଭଳି କ’ଣ କରିବା ଯାହା 2022ରେ ନିଉ ଇଣ୍ଡିଆର ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ?

ମୋତେ ବହୁତ ଖୁସି ଲାଗିବ ଯଦି ଆପଣଙ୍କ ଗ୍ରୁପ୍ କୌଣସି ଆହ୍ୱାନକୁ ସ୍ୱୀକାର କରନ୍ତି, ନିଜର ସଂକଳ୍ପକୁ ନିଜ ଚାନେଲ ମାଧ୍ୟମରେ ପ୍ରୋତ୍ସାହିତ କରିବେ, ଆଉ ତାହାର ପରବର୍ତ୍ତୀ ପଦକ୍ଷେପ ମଧ୍ୟ ଦେଖାଇବେ ।

ସାଥୀଗଣ, ଶହେ ପଚିଶ କୋଟି ଦେଶବାସୀ, ହେଉଛନ୍ତି ଈଶ୍ୱରଙ୍କ ସ୍ୱରୂପ । ଆଉ ଦେଶର ପ୍ରତ୍ୟେକ ସଂସ୍ଥାକୁ, ପ୍ରତ୍ୟେକ ଅଂଚଳକୁ ରାଷ୍ଟ୍ର କଲ୍ୟାଣ ପାଇଁ, ରାଷ୍ଟ୍ର ନିର୍ମାଣ ପାଇଁ, ବିକାଶର ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।
ଆପଣଙ୍କର ଯାହା ମଧ୍ୟ ସଂକଳ୍ପ ହେଉ, ସେଥିପାଇଁ ମୋର ଅନେକ-ଅନେକ ଶୁଭକାମନା ରହିଛି ।
ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ!!!

Read Full Presentation Here

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Sabka Saath, Sabka Vikaas': Minority Enrolment In Schools Highest In Past 5 Years Under Modi Govt

Media Coverage

'Sabka Saath, Sabka Vikaas': Minority Enrolment In Schools Highest In Past 5 Years Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves 'Samudra Manthan' (National Offshore Exploration Scheme) with an outlay of Rs.84,084 crore
July 31, 2026

The Union Cabinet chaired by the Prime Minister Shri Narendra Modi has approved 'Samudra Manthan' – the National Offshore Exploration Scheme, a Central Sector Scheme of the Ministry of Petroleum & Natural Gas with an approved outlay of Rs.84,084 crore for implementation up to FY 2030–31.

The Scheme translates the Prime Minister's vision, articulated from the Red Fort on Independence Day 2025, of a modern-day Samudra Manthan to unlock India's vast offshore energy potential. It marks a landmark step towards strengthening India's energy security, accelerating domestic exploration and production, promoting technological leadership, and advancing the vision of Viksit Bharat.

The Scheme encompasses a comprehensive set of interventions across the offshore exploration value chain. It provides for large-scale acquisition, processing and interpretation of high-quality seismic data, accelerated deepwater and ultra-deepwater exploratory drilling, scientific drilling in frontier basins, development of common offshore production and evacuation infrastructure, and establishment of an integrated Oil & Gas Manufacturing and Services Zone. It also includes dedicated provisions for digital programme management, capacity building, technology adoption, stakeholder engagement and international outreach, creating an integrated ecosystem to accelerate offshore exploration and production in the country.

Samudra Manthan is expected to catalyse reserve accretion of over 600 Million Metric Tons of Oil Equivalentv(MMTOE), substantially increase offshore exploration activity, promote higher domestic oil and gas production, generate large-scale employment, strengthen indigenous manufacturing under Make in India and Atmanirbhar Bharat, and foster a globally competitive ecosystem for offshore technologies and services. The Scheme is also expected to stimulate significant investments across the exploration and production value chain, creating long-term opportunities for industry, innovation and economic growth.

As India progresses towards becoming a developed nation, Samudra Manthan represents a transformational national initiative that will unlock the country's offshore energy resources, strengthen long-term energy security, deepen technological capabilities, and create enduring value for the economy and future generations.

Over the past decade, the Government has undertaken transformative reforms across the upstream sector, including opening almost the entire offshore acreage for exploration, modernising the legislative and contractual framework, and strengthening the National Data Repository. Building on these reforms, Samudra Manthan will usher in a new era of accelerated offshore exploration through strategic public investment, cutting-edge technologies and world-class infrastructure.