ଏଠାରେ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାମାନେ ।

ପୂର୍ବାଂଚଳର ମହାନ ଶିଳ୍ପୀକାର ଭାଇମାନଙ୍କୁ ମୋର ପ୍ରଣାମ । ଦେଶ ଦୁନିଆରେ ନିଜ ହାତର ଚମକ୍ରାରିତା ପାଇଁ ପ୍ରଶଂସିତ ହୋଇଥିବା ଭାଇ-ଭଉଣୀମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ । ପୁରାତନ କାଳରୁ କାଶୀ ନଗରୀ ଦୁନିଆର ବଜାରରେ ନିଜର ପ୍ରତିଷ୍ଠା ବଜାୟ ରଖିଆସିଛି । ରେଶମର ଶାଢ଼ୀ ହେଉ ଅବା ହାତ ତିଆରି ଖେଳନା, ମୋ କାଶୀ ସବୁଠାରୁ ଆଗରେ ରହିଛି ।

ଯେତେବେଳେ ପଚୌରୀ ମହାଶୟ କହୁଥିଲେ କି ପ୍ରଧାନମନ୍ତ୍ରୀ ମହୋଦୟ ଆମର ଅତିଥି ଭାବେ ଆସିଛନ୍ତି । ଆଜ୍ଞା ନୁହେଁ, ମୁଁ ଆଉ ଅତିଥି ହୋଇ ରହିନାହିଁ । ଆପଣମାନେ ମୋତେ ନିଜର ଭଲପାଇବା ଦେଇଛନ୍ତି, ମୋତେ ନିଜର କରି ନେଇଛନ୍ତି । ମୋତେ ଅବଗତ କରାଯାଇଛି କି ରେଶମ, ଫାବ୍ରିକ, ସୂତା, କପଡ଼ା ଏବଂ କୋଲିନ୍ ସହିତ ଜଡ଼ିତ 11ଜିଲ୍ଲାର ଉଦ୍ୟମୀମାନେ ଏଠାକୁ ଆସିଛନ୍ତି । ଆଉ କିଛି ସମୟ ପୂର୍ବରୁ ଏଠାରେ ପଡ଼ିଥିବା ଷ୍ଟଲଗୁଡ଼ିକୁ ମୁଁ ଯାଇଥିଲି, ସେଠାରେ ଗୋଟିଏରୁ ବଳି ଆଉ ଗୋଟିଏ ସୁନ୍ଦର ଉତ୍ପାଦ ରଖାଯାଇଛି । ଏଠାରେ କିଛି ଲୋକଙ୍କୁ ମଧ୍ୟ ଋଣ ସହାୟତା ମିଳି ପାରିଛି ଆଉ କିଛି ହସ୍ତଶିଳ୍ପୀ ଭାଇ ଭଉଣୀଙ୍କୁ ଟୁଲ୍ କିଟ୍ ମଧ୍ୟ ଦିଆଯାଇଛି । ଆପଣମାନଙ୍କୁ ସମସ୍ତଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ।

ସାଥୀଗଣ, କିଛି ସମୟ ପୂର୍ବରୁ ଏଠାକୁ ବାରଣାସୀ ଏବଂ ଦେଶ ସହିତ ଜଡ଼ିତ ହଜାର ହଜାର କୋଟି କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ମଧ୍ୟ କରାଯାଇଛି । ଏଥିରେ ବାରଣାସୀର ଭିତ୍ତିଭୂମି ସହିତ ଜଡ଼ିତ ପ୍ରକଳ୍ପ ତ ରହିଛି ହିଁ, ତା’ସହିତ ଟେଲିକମ ବିଭାଗର ସାରା ଦେଶର ପେନସନ୍ ଧାରକ ଭାଇ ଭଉଣୀମାନଙ୍କୁ ବିଭିନ୍ନ ସୁବିଧା ଦେବାଭଳି ଯୋଜନା ମଧ୍ୟ ସାମିଲ ରହିଛି । ଏ ସମସ୍ତ ପ୍ରକଳ୍ପ ପାଇଁ ମୁଁ ବାରାଣସୀ ସହିତ ସମସ୍ତ ହିତାଧିକାରୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଭାଇ ଓ ଭଉଣୀମାନେ, ଆଜି ଏଠାରେ ଯେତେଗୁଡ଼ିଏ ଯୋଜନା କିମ୍ବା ପ୍ରକଳ୍ପଗୁଡ଼ିକର ମଧ୍ୟ ଲୋକାର୍ପଣ ଅବା ଶିଳାନ୍ୟାସ କରାଯାଇଛି, ସେହି ସବୁଗୁଡ଼ିକ ମୂଳରେ ଗୋଟିଏ ପ୍ରମୁଖ କଥା ହେଉଛି- ଜୀବନ ସହଜ ହେଉ, ବ୍ୟବସାୟ-କାରବାର ସହଜ ହେଉ, ସହାବସ୍ଥାନ ସୁଗମତା ଏବଂ ବ୍ୟବସାୟ ସୁଗମତା ଅର୍ଥାତ, ଜୀବନ ମଧ୍ୟ ସରଳ ହେଉ, ସୁଗମ ହେଉ ଆଉ ବ୍ୟବସାୟ-କାରବାର କରିବା ସହଜ ହେଉ । ଏହି ଦୁଇଟିର ପରସ୍ପର ମଧ୍ୟରେ ଯେତେ ସମ୍ବନ୍ଧ ଅଛି, ସେତିକି ହିଁ ବିକାଶର ଏହି ସମସ୍ତ ପ୍ରକଳ୍ପଗୁଡ଼ିକର ନିଜ ନିଜ ମଧ୍ୟରେ ସମ୍ବନ୍ଧ ରହିଛି । ବର୍ତ୍ତମାନର ସରକାର ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି ।

ୟୁପି ସରକାରଙ୍କର ‘ଏକ ଜିଲ୍ଲା, ଏକ ସାମଗ୍ରୀ’ ଏହି ପ୍ରୟୋଗ ମେକ୍ ଇନ୍ ଇଣ୍ଡିଆକୁ ଗୋଟିଏ ପ୍ରକାରରେ ଦୃଢ଼ତାର ସହିତ ସମ୍ପ୍ରସାରଣ କରାଇବ । ଏହି ଯୋଜନା ୟୁପିକୁ ଦୁନିଆର ଔଦ୍ୟୋଗିକ ମାନଚିତ୍ରରେ ସ୍ଥାପିତ କରିବାରେ ସକ୍ଷମ ହେବ । ଏଥିପାଇଁ ମୁଁ ଯୋଗୀ ମହାଶୟ ଆଉ ତାଙ୍କର ପୂରା ଟିମକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ୟୁପି ତ ହେଉଛି କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗଗୁଡ଼ିକର କେନ୍ଦ୍ର । କୃଷି ପରେ ସବୁଠାରୁ ଅଧିକ ରୋଜଗାର ଏମଏସଏମଇ କ୍ଷେତ୍ର ଦେଉଛି । ଏଠାରେ ଏମଏସଏମଇ କ୍ଷେତ୍ର ହେଉଛି ପରମ୍ପରାର ଏକ ଅଂଶ ।

ମୁରାଦାବାଦର ପିତଳ କଳା ହେଉ, ଭଦୋଇର ଚାଦର, ବନାରସର ରେଶମ ଉତ୍ପାଦ, ଏଠାକାର ଶାଢ଼ୀ, ଆଗ୍ରାର ପେଠା, ମିରଟର କ୍ରୀଡ଼ା ସାମଗ୍ରୀ, ଲକ୍ଷ୍ନୌର ଚିକନକାରୀ, ଗୋରଖପୁରର ଟେରାକୋଟା କଳା, ପ୍ରତିପଗଡ଼ର ଅଁଳା, ଶ୍ରାବସ୍ତୀର ଥାରୁକଳା, ପ୍ରତ୍ୟେକ ଜିଲ୍ଲାରେ କିଛି ନା କିଛି ଭିନ୍ନତା ରହିଛି, ସ୍ୱତନ୍ତ୍ରତା ରହିଛି, ବିଶେଷତ୍ୱ ରହିଛି । ଯାହା ଏଠାକାର ଲୋକଙ୍କୁ ରୋଜଗାର ସହିତ ଯୋଡ଼ିଛି । ଏହି କଳାର ସମ୍ପ୍ରସାରଣ କରିବା ପାଇଁ ଏକ ଜନପଦ -ଏକ ସାମଗ୍ରୀ ଯୋଜନା ଲାଭକାରୀ ସାବ୍ୟସ୍ତ ହେବ ।

ସାଥୀଗଣ, ବାରଣାସୀ ସମେତ ସଂପୂର୍ଣ୍ଣ ପୂର୍ବାଂଚଳ ତ ହେଉଛି ହସ୍ତଶିଳ୍ପର ହବ୍ ବା ପ୍ରାଣକେନ୍ଦ୍ର । କଳାକୌଶଳ ସେ ହୁଏତ କପଡ଼ାରେ ହେଉ ଅବା ଗାଲିଚାରେ ହେଉ ଅବା ପୁଣି ମାଟି ଅଥବା ଧାତୁବାସନରେ, ଏଠାକାର କୋଣ ଅନୁକୋଣରେ କଳା ହିଁ ସମୃଦ୍ଧ ହୋଇ ରହିଛି । ବାରଣାସୀର ଆଖପାଖ ଅଂଚଳ ସହିତ ଜଡ଼ିତ 10ଟି ସାମଗ୍ରୀକୁ ତ ଜିଆଇ ଟ୍ୟାଗ ଅର୍ଥାତ ଭୌଗୋଳିକ ମାନକର ପ୍ରମାଣ ମଧ୍ୟ ମିଳି ସାରିଛି ।

ଏଠାରେ ପ୍ରାୟ 60 ହଜାର ଚରଖା ଅଛି, ପ୍ରାୟ 70 ହଜାର ପାୱାରଲୁମ ଅଛି, ପାଖାପାଖି ଦେଢ଼ଲକ୍ଷ ବୁଣାକାର ଏହି କଳାକୁ ସମୃଦ୍ଧ କରୁଛନ୍ତି । ଏକ ଜିଲ୍ଲା, ଏକ ସାମଗ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଏହି କଳାକୁ ଏକ ଲାଭଦାୟକ ବ୍ୟବସାୟରେ ବଦଳାଇବା ପାଇଁ ଲାଗିଛନ୍ତି ।

ଉଦ୍ୟମୀମାନଙ୍କୁ, ହସ୍ତଶିଳ୍ପୀମାନଙ୍କୁ, କଳାକାରମାନଙ୍କୁ ପାଣ୍ଠିର ଅଭାବ ନ ହେଉ, ସେମାନଙ୍କୁ ଭଲ ମେସିନ, ଭଲ ଯନ୍ତ୍ରପାତି ମିଳୁ, ସେମାନଙ୍କୁ ଭଲ ତାଲିମ ମିଳୁ, ସେମାନଙ୍କ ଉତ୍ପାଦର ଉପଯୁକ୍ତ ବଜାରୀକରଣ ହେଉ, ଉଚିତ ଦାମ ମିଳୁ, ଏଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ।

ଏହି କଳା, ଏହି ପରମ୍ପରା ଅତୁଟ ରହୁ, ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି । ମୁଁ ନିଜେ ମଧ୍ୟ ଦେଶର ଏଭଳି 100 ଜିଲ୍ଲାର ସମୀକ୍ଷା ନିୟମିତ ଭାବେ କରୁଛି ଯେଉଁଠାରେ ଲଘୁ ଉଦ୍ୟୋଗ, ଏମଏସଏମଇ ଆମ ପରମ୍ପରାର ଅଂଶ ପାଲଟିଛନ୍ତି ।

ଭାଇ ଓ ଭଉଣୀମାନେ, ଯେପରି କୁହାଯାଇଛି କି ଏହି ସମ୍ମିଳନୀ ଅବସରରେ ପ୍ରାୟ ଦୁଇ ହଜାର କୋଟି ଟଙ୍କାର ଋଣ ବିତରଣ କରାଯିବାର ଅଛି । ଏବେ ଦୁଇ ହଜାର କୋଟି ଟଙ୍କା ଏହି କାରବାର ସହିତ ଜଡ଼ିତ ଲୋକଙ୍କ ହାତକୁ ଆସିବ, ଏହା ଆର୍ଥିକ ବିକାଶକୁ ଅନେକ ଗତି ଦେବ ।

ଏଠାକାର ସମସ୍ତ ଉଦ୍ୟମୀଙ୍କ ବ୍ୟତୀତ ବ୍ୟାଙ୍କମାନଙ୍କର ସମସ୍ତ ମହାନୁଭବ ଉପସ୍ଥିତ ଅଛନ୍ତି । ସବୁକିଛି ଏହି ସ୍ଥାନରେ ହିଁ ସମାଧାନ କରାଯାଉଛି । ମୁଁ ଖୁସି ଯେ ଯେଉଁ ଲକ୍ଷ୍ୟକୁ ନେଇ ଏହି ଦୀନଦୟାଲ ହସ୍ତକଳା ଶଙ୍କୁଳର ନିର୍ମାଣ କରାଯାଇଥିଲା, ସେହି ସ୍ୱପ୍ନ ଆଜି ଆମ ଆଖି ଆଗରେ ପୂରଣ ହେବା ଦୃଷ୍ଟିଗୋଚର ହେଉଛି । ଆପଣ ସମସ୍ତଙ୍କ ପାଇଁ ଏହି ବ୍ୟବସାୟ, କାରବାର ଆଉ ସମ୍ବାଦର ମାଧ୍ୟମ ହେଉ, ଏହା ହେଉଛି ତା’ପଛରେ ରହିଥିବା ଚିନ୍ତାଧାରାର କାରଣ ।

ସାଥୀଗଣ, ଏକ ଗ୍ରାମ -ଏକ ସାମଗ୍ରୀରୁ ନେଇ ବିକ୍ରି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ଦେବାର ଅଛି । ମୁଁ ଆପଣମାନଙ୍କୁ ଏଠାକାର ବନାରସର ବୁଣାକାର ଏବଂ ଶିଳ୍ପୀକାରମାନଙ୍କ ଉଦାହରଣ ଦେବି । ସରକାରଙ୍କ ଦ୍ୱାରା ସେମାନଙ୍କୁ ସହଜ ସର୍ତ୍ତରେ ବ୍ୟାଙ୍କରୁ ଋଣ ଉପଲବ୍ଧ କରାଯାଉଛି, କଂଚାମାଲ ପାଇଁ ସହାୟତା ଦିଆଯାଉଛି । ‘ପହଚାନ’ – ଏହି ପହଚାନ ନାମରେ ଯେଉଁ ପରିଚୟ ପତ୍ର ବୁଣାକାରମାନଙ୍କୁ ଦିଆଯାଇଛି, ତାହାଦ୍ୱାରା ମଧ୍ୟସ୍ଥିମାନଙ୍କୁ ହଟାଇବାରେ ବହୁତ ବଡ଼ ସହାୟତା ମିଳିଛି । କାରଣ ମଧ୍ୟସ୍ଥିମାନଙ୍କ ଭଳି କଥା ପସନ୍ଦ ଆସିଲା ନାହିଁ? କଷ୍ଟ ହେଉଥିବ ନା? କିନ୍ତୁ କଷ୍ଟ ସହି ଦେଶକୁ ମଧ୍ୟସ୍ଥି ବା ଦଲାଲମାନଙ୍କ କବଳରୁ ବଂଚାଇବାର ଅଛି ।

ଏହା ବ୍ୟତୀତ ଏଠାରେ ବନାରସରେ ହିଁ 9ଟି ସାଧାରଣ ସୁବିଧାସୁଯୋଗ ଉପଲବ୍ଧ କେନ୍ଦ୍ର- ସାଧାରଣ ସେବାକେନ୍ଦ୍ର ନିର୍ମାଣ କରାଯାଇଛି । ଏହି କେନ୍ଦ୍ର ମାଧ୍ୟମରେ ବିକ୍ରିବଟା ପାଇଁ ବୁଣାକାରମାନଙ୍କୁ ସହାୟତା ଦିଆଯାଉଛି । ଏହା ବ୍ୟତୀତ ଭଦୋଇ, ମିର୍ଜାପୁର, ବୃହତ କାର୍ପେଟ ବା ଗାଲିଚା କ୍ଲଷ୍ଟର ବା ପୁଞ୍ଜ ମଧ୍ୟ ବୁଣାକାରମାନଙ୍କୁ ଆଧୁନିକ ବୁଣିବା ସୁବିଧା ଦିଆଯାଇଛି ।

ବୁଣାକାରଙ୍କ ସହିତ ମାଟିକାମ ସହିତ ଜଡ଼ିତ ଶିଳ୍ପୀମାନଙ୍କୁ ମଧ୍ୟ ଆଧୁନିକ ‘ଚକ’ ଦିଆଯାଇଛି, ନୂତନ ମେସିନ ଉପଲବ୍ଧ କରାଯାଉଛି, ଏବେ ମୋତେ ଆମର ଏକ ଶିଳ୍ପୀ କହୁଥିଲେ- ଆଧୁନିକ ଚକ ଏକ ଛୋଟ ଟେବୁଲ ଉପରେ ନେଇ ରଖିଛନ୍ତି, ବାସନ ତିଆରି କରୁଛନ୍ତି ।

ସେ କହିଲେ ତାଙ୍କୁ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କା ମିଳିଯାଇଛି । ପ୍ରଥମେ ଧୀରେ ଧୀରେ କାରବାର ବନ୍ଧ ହେବାକୁ ଯାଉଥିଲା, ଏବେ ବହୁତ ବଡ଼ ମାତ୍ରାରେ ପରିବାର ପୁଣିଥରେ ଏହି କାରବାରରେ ଲାଗି ପଡ଼ିଛନ୍ତି । ଦେଖନ୍ତୁ କିପରି ପରିବର୍ତ୍ତନ ଆସିଥାଏ । ଆଉ ମୁଁ ତାଙ୍କ ଚେହେରାରେ ଏକ ଚମକ ଦେଖୁଥିଲି । ତାଙ୍କୁ ଲାଗୁଥିଲା କି ତାଙ୍କ ଜୀବନ ବଦଳି ଯାଇଛି । ଆଉ ଯେତେବେଳେ ତାଙ୍କ ଚେହେରାରେ ଚମକ ଦେଖୁଛି ତ, ମୋ ଚେହେରା ମଧ୍ୟ ଚମକି ଉଠୁଛି । ଏହି ସମସ୍ତ ପ୍ରୟାସ ମଧ୍ୟରେ ଆଜି ଯେଉଁ ସ୍ଥାନରେ ଏହି କାର୍ଯ୍ୟକ୍ରମ ହେଉଛି, ସେହି ବହୁମୂଲ୍ୟ ଉପହାରର ସାର୍ଥକତା ତ ଆମେ ସମସ୍ତେ କ୍ରମାଗତ ଭାବେ ଦେଖି ଆସୁଛେ ।

ସାଥୀଗଣ, ସାଧାରଣରୁ ଅତି ସାଧାରଣ ପରିବାରର ଯୁବକମାନଙ୍କୁ ରୋଜଗାର ସହିତ ଯୋଡ଼ିବାର ଏହି କାର୍ଯ୍ୟକୁ ଆମେ ନିରନ୍ତର ସମ୍ପ୍ରସାରଣ କରି ଚାଲିଛୁ । କିଛି ସମୟ ପୂର୍ବେ ଏଭଳି କିଛି ହିତାଧିକାରୀମାନଙ୍କୁ ମଧ୍ୟ ଏଠାରେ ସହାୟତା ଦିଆଯାଇଛି, ଯେଉଁମାନେ ଏଲପିଜି ଗ୍ୟାସର ପରିବହନ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ସରକାର ଟ୍ରକ କିଣିବା ପାଇଁ ଏଭଳି ଉଦ୍ୟମୀମାନଙ୍କୁ ସହାୟତା ଦେଉଛନ୍ତି ଆଉ ତୈଳ କମ୍ପାନୀଗୁଡ଼ିକ ଏମାନଙ୍କର ସେବା ନେଉଛନ୍ତି ।

ଭାଇ ଓ ଭଉଣୀମାନେ, ସାଧାରଣ ମଣିଷର ଜୀବନ ଯେତେବେଳେ ସରଳ ଏବଂ ସୁଗମ ହୋଇଥାଏ, ତ ବ୍ୟବସାୟ ଆଉ କାରବାର କରିବା ନିଜକୁ ନିଜେ ସହଜ ହୋଇଯାଇଥାଏ । ଯେତେବେଳେ ଭିତ୍ତିଭୂମି ଭଲ ରହିବ ଏବଂ ସରକାରୀ ପ୍ରକ୍ରିୟାଗୁଡ଼ିକ ଲୋକମାନଙ୍କୁ ଦ୍ୱନ୍ଦ ମଧ୍ୟରେ ନ ରଖିବ, ସେତେବେଳେ ଜୀବନ ମଧ୍ୟ ଏବଂ କାରବାର ମଧ୍ୟ ସହଜ ହୋଇଥାଏ । ଏହି ସଂକଳ୍ପକୁ ନେଇ ବିଗତ ଚାରି ବର୍ଷ ଧରି ଆମେ କାର୍ଯ୍ୟ କରୁଛୁ ।

ମୁଁ ମନୋଜ ସିହ୍ନା ମହାଶୟ ଏବଂ ତାଙ୍କ ବିଭାଗକୁ ଶୁଭେଚ୍ଛା ଜଣାଉଛି । ସେ ଟେଲିକମ ବିଭାଗରେ ସରକାରୀ ପ୍ରକ୍ରିୟା ସହିତ ଜଡ଼ିତ ଏକ ବଡ଼ ସମସ୍ୟାକୁ ମଧ୍ୟ ଆଜି ଦୂର କରିଛନ୍ତି ।

ସାରା ଜୀବନ ଦେଶକୁ ସେବା ଦେବାପରେ ପେନସନଧାରୀମାନଙ୍କୁ ଯେଉଁ କାର୍ଯ୍ୟାଳୟରୁ କାର୍ଯ୍ୟାଳୟକୁ ବୁଲିବାକୁ ପଡ଼ୁଥିଲା, ଯେଉଁ ଅସୁବିଧା ଆସୁଥିଲା, ସେହି ପ୍ରକ୍ରିୟାକୁ ସହଜ କରିବାର ପ୍ରୟାସ କରାଯାଇଛି । ‘ଏସଏଏମପିଏଏନ୍’-‘ସମ୍ପନ୍ନ’ ଅର୍ଥାତ ପେନସନ ପରିଚାଳନା ଏବଂ ବ୍ୟବସ୍ଥା ପ୍ରାଧିକରଣ ଯୋଜନା ଆଜି ଶୁଭାରମ୍ଭ ହୋଇଛି ।

ସାଥୀଗଣ, ଏବେ ପେନସନର ମଞ୍ଜୁରିଠାରୁ ନେଇ ଦେବା ପ୍ରକ୍ରିୟା ପର୍ଯ୍ୟନ୍ତ କାର୍ଯ୍ୟ ନିଜେ ବିଭାଗ ହିଁ କରିବ । ଏହାଦ୍ୱାରା ସରକାରଙ୍କର ପ୍ରତିବର୍ଷ କୋଟି କୋଟି ଟଙ୍କା ତ ସଂଚୟ ହେବ, ପେନସନ ଧାରକଙ୍କୁ ବହୁତ ବଡ଼ ସୁବିଧା ମିଳିବ । ଏହାଦ୍ୱାରା ପ୍ରାୟ 11 ହଜାର କୋଟି ଟଙ୍କାର ପେନସନ ଉପଯୁକ୍ତ ସମୟରେ ପ୍ରଦାନ କରିବା ସମ୍ଭବ ହୋଇପାରିବ । ପେନସନଧାରକ ନିଜର ପେନସନର ସ୍ଥିତିକୁ ଘରେ ବସି–ବସି ମୋବାଇଲ ଫୋନରେ ଟ୍ରାକ କରିପାରିବେ । ପ୍ରଥମେ ଭିନ୍ନ ଭିନ୍ନ ସଂସ୍ଥାଗୁଡ଼ିକ ଯୋଡ଼ି ହେଉଥିବା କାରଣରୁ ଯେଉଁ ଅସୁବିଧାଗୁଡ଼ିକ ସାମ୍ନାକୁ ଆସୁଥିଲା, ତାହା ବହୁତ ମାତ୍ରାରେ ହ୍ରାସ ପାଇବ । ଯଦି କୌଣସି ଅଭିଯୋଗ ଆସୁଛି ତ ତାହାର ସମାଧାନ କରିବାରେ କମ ସମୟ ଲାଗିବ । ଏହାଦ୍ୱାରା ସାରା ଦେଶରେ ଡାକବିଭାଗର ଲକ୍ଷ ଲକ୍ଷ ପୂର୍ବତନ କର୍ମଚାରୀମାନଙ୍କୁ ଲାଭ ମିଳିବ ।

ଏପରି ତ ବାରଣାସୀ ଏବଂ ପୂର୍ବାଂଚଳ ଲୋକଙ୍କ ପାଇଁ ଏହା ତ ଦୁଇଗୁଣ ଖୁସିର କଥା କାରଣcontrol communication account ଅର୍ଥାତ ସିସିଏର ଉପ-କାର୍ଯ୍ୟାଳୟ ବାରଣାସୀରେ ଏବେ ଖୋଲାଯାଇ ସାରିଛି । ଏବେ ଆପଣମାନଙ୍କୁ ପେନସନ ସହିତ ଜଡ଼ିତ ନଥିପତ୍ର ଜମା କରିବା ପାଇଁ ଏବଂ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ନିମାରଣ କରିବା ପାଇଁ ବାରମ୍ବାର ଲକ୍ଷ୍ନୌ ଯିବାର ଆବଶ୍ୟକତା ପଡ଼ିବ ନାହିଁ ।

ସାଥୀଗଣ, ପେନସନଧାରକଙ୍କ ପାଇଁ ଟେଲିକମ ବିଭାଗର ଏ ଯେଉଁ ଯୋଜନାର ଆଜି ଶୁଭାରମ୍ଭ ହୋଇଛି, ଏହା ସରକାରଙ୍କର ନାଗରିକକେନ୍ଦ୍ରିକ ଅଭିବ୍ୟକ୍ତି, ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ ର ହେଉଛି ଏକ ମୌଳିକ ଅଂଶ । ଅର୍ଥାତ ସରକାରଙ୍କର ପ୍ରକ୍ରିୟାଗୁଡ଼ିକ କିପରି ସରଳ ହେବ, ସାଧାରଣ ମଣିଷ ପାଖରେ ପହଂଚିବ, ସରକାର କ୍ରମାଗତଭାବେ ସେହି ପ୍ରୟାସକୁ ଆଗକୁ ବଢ଼ାଉଛନ୍ତି ।

ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଦେଶର ଜନତାଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରୟାସର ଏହା ହେଉଛି ଏକ ଅଂଶ । ଆଜି ଜନ୍ମପ୍ରମାଣପତ୍ର ଠାରୁ ନେଇ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ, ସରକାରଙ୍କର ହଜାର ହଜାର ସେବାଗୁଡ଼ିକର ବିସ୍ତାର ବହୁତ ଦ୍ରୁତ ଗତିରେ ହେଉଛି ।

ଇପିଏଫ୍- ଏହାର ଅନଲାଇନ୍ କିମ୍ବା ଟ୍ରାନ୍ସଫର ବା ଉଠାଣର ସୁବିଧା ତ ପ୍ରଥମରୁ ହିଁ ଦିଆଯାଇ ସାରିଛି । ଏବେ ପେନସନ ଭଳି ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ସହଜ କରାଯାଉଛି ।

ଘରକୁ ଯାଇ କରି ହିଁ ଦିବ୍ୟାଙ୍ଗ, ବୃଦ୍ଧଜନଙ୍କୁ ଡିଜିଟାଲ ପ୍ରମାଣପତ୍ର ଦେବାର କାର୍ଯ୍ୟ ଆଜି ଚାଲୁ ରହିଛି । ଜୀବନ ପ୍ରମାଣପତ୍ର ଯୋଜନା ଦ୍ୱାରା ପ୍ରାୟ ଦେଢ଼ କୋଟି ପେନସନଧାରୀମାନଙ୍କୁ ଲାଭ ମିଳି ସାରିଛି ।

ଭାଇ ଓ ଭଉଣୀମାନେ, ସରକାର ଭାରତୀୟ ପୋଷ୍ଟ ପେମେଂଟ ବ୍ୟାଙ୍କ ମାଧ୍ୟମରେ ଗାଁ-ଗାଁ, ଘର-ଘର ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବା ପହଂଚାଇବାରେ ଲାଗିଛନ୍ତି ।  ଡାକବାଲା ହିଁ ଆପଣଙ୍କ ଘର ପାଖରେ ବ୍ୟାଙ୍କ ସହିତ ଜନିତ ଦେଣନେଣ କରିବେ । ଏହି ବ୍ୟବସ୍ଥା ଆଡ଼କୁ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି ଆଉ କାର୍ଯ୍ୟ ଆଗକୁ ବଢ଼ୁଛି ।

ଏ ପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ 25 ହଜାର ଡାକଘରେ ଏହି ସୁବିଧା ଆରମ୍ଭ ହୋଇ ସାରିଛି । ଅନ୍ୟଗୁଡ଼ିକରେ ମଧ୍ୟ ବହୁତ ଶୀଘ୍ର ବ୍ୟାଙ୍କିଙ୍ଗ ସେବା ଆରମ୍ଭ ହେବ ।

ସାଥୀଗଣ, ବ୍ୟାଙ୍କିଙ୍ଗଠାରୁ ନେଇ ତୃଣମୂଳ ସହିତ ଜଡ଼ିତ ସୂଚନାଠାରୁ ନେଇ ନିଜ ଫସଲ, ନିଜ ଉତ୍ପାଦ ଅନ୍-ଲାଇନରେ ବିକ୍ରି କରିବାର ଅନେକ ସୁବିଧାଗୁଡ଼ିକ ଆଜି ଅନ୍ ଲାଇନ୍ରେ ହୋଇଛି । ସାରା ଦେଶରେ ଖେଳେଇ ହୋଇ ରହିଥିବା ତିନି ଲକ୍ଷର ଅଧିକ ସାଧାରଣ ସେବାକେନ୍ଦ୍ରର ନେଟୱାର୍କ ଜରିଆରେ ଗାଁରେ ମଧ୍ୟ ଏହି ସୁବିଧା ପହଂଚୁଛି । ଏହି ନେଟୱାର୍କକୁ ବିଗତ ସାଢ଼େ ଚାରି ବର୍ଷରେ ପ୍ରସ୍ତୁତ କରାଯାଇଛି ।

ଆପଣମାନେ ମଧ୍ୟ ଖବରକାଗଜରେ ପଢ଼ିଥିବେ କି ବିଗତ ଦୁଇ-ଅଢ଼େଇ ବର୍ଷ ମଧ୍ୟରେ ହିଁ ଭାରତରେ ଇଂଟରନେଟ୍ କନେକ୍ସନରେ 65 ପ୍ରତିଶତର ବୃଦ୍ଧି ହୋଇଛି ଆଉ ଦେଶରେ 50 କୋଟିରୁ ଅଧିକ ଇଂଟରନେଟ୍ କନେକ୍ସନ ଆଜି କାର୍ଯ୍ୟକ୍ଷମ ରହିଛି । ସହରମାନଙ୍କରେ ତ ଏହାର ସଂଖ୍ୟାରେ ବୃଦ୍ଧି ହୋଇଛି, ଗାଁରେ ମଧ୍ୟ ଦ୍ରୁତ ଗତିରେ ଇଂଟରନେଟ୍ ସେବାର ପରିସୀମା ବୃଦ୍ଧି ହୋଇଛି । ଦେଶର ପ୍ରାୟ ଲକ୍ଷେ ପଚିଶ ହଜାର ପଂଚାୟତ ବ୍ରଡବ୍ୟାଣ୍ଡ ସହିତ ଯୋଡ଼ି ହୋଇ ସାରିଛି । ଯାହା ମଧ୍ୟରୁ ସବୁଠାରୁ ଅଧିକ ପ୍ରାୟ 29 ହଜାର ଉତ୍ତରପ୍ରଦେଶରେ ପହଂଚି ସାରିଛି, 29 ହଜାର ଗାଁମାନଙ୍କରେ ।

ଆଗାମୀ ସମୟରେ ଯେତେବେଳେ ଦେଶର କୋଣ ଅନୁକୋଣକୁ ଦ୍ରୁତ ଇଂଟରନେଟ୍ ସେବାପହଂଚିଯିବ, ସେତେବେଳେ ଡିଜିଟାଲ ଇଣ୍ଡିଆ ଆଉ ନିଉ ଇଣ୍ଡିଆକୁ ନୂତନ ଶକ୍ତି, ନୂତନ ପରିଚୟମିଳିଯିବ ।

ସାଥୀଗଣ, ଡିଜିଟାଲ ଇଣ୍ଡିଆ ଦ୍ୱାରା ଦେଶର ସାଧାରଣ ନାଗରିକଙ୍କୁ ସୁବିଧା ତ ବଢ଼ୁଛି ହିଁ, ଏହା ସହିତ ଭ୍ରଷ୍ଟାଚାରକୁ କମ୍ କରିବା ପାଇଁ ଏବଂ ସରକାରୀ ନେଣଦେଣରେ ପାରଦର୍ଶିତାର ସାଧନ ମଧ୍ୟ ହେଉଛି । ଆଗରୁ ସରକାରୀ ବିଭାଗର ବିକ୍ରିଖରିଦକୁ ନେଇ କେଉଁ ପ୍ରକାରର ସନ୍ଦେହ ଏବଂ ଅଭିଯୋଗ ସାମ୍ନାକୁ ଆସୁଥିଲା? ଏବେ କେନ୍ଦ୍ର ସରକାର ନିଜର ବିଭାଗଗୁଡ଼ିକ ପାଇଁ ବିକ୍ରି-ଖର୍ଦ୍ଦିର ଏକ ନୂତନ ପାରଦର୍ଶି ବ୍ୟବସ୍ଥା ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାର ସରକାରୀ ଇ-ବଜାର ଅର୍ଥାତ ଜେମ (GeM) ନାମରେ ଏକ ପୋର୍ଟାଲ କରିଛନ୍ତି ଆଉ ମୁଁ ଆପଣମାନଙ୍କଠାରୁ ଆଶା କରିବି କି ଆପଣମାନେ ଏହାର ଭରପୂର ଲାଭ ଉଠାନ୍ତୁ । ଉତ୍ତରପ୍ରଦେଶର ଛୋଟ ଛୋଟ ବ୍ୟବସାୟୀ ଭାଇ ମଧ୍ୟ ଏହାର ଭରପୂର ଲାଭ ଉଠାଇ ପାରିବେ ।

ଏହା ମାଧ୍ୟମରେ ଦେଶର କୌଣସି ମଧ୍ୟ ଛୋଟରୁ ଅତି ଛୋଟ ବ୍ୟବସାୟୀ ନିଜର ଉତ୍ପାଦ କେନ୍ଦ୍ର ସରକାରଙ୍କୁ, ରାଜ୍ୟ ସରମାରଙ୍କୁ ସିଧାସଳଖ ବିକ୍ରି କରିପାରିବେ । ଏହାର ବଡ଼ ଲାଭ ସାଧାରଣରୁ ସାଧାରଣ ଗୃହିଣୀମାନଙ୍କ ଠାରୁ ନେଇ ଆମର ଏମଏସଏମଇ କ୍ଷେତ୍ର ସହିତ ଜଡ଼ିତ ଉଦ୍ୟମୀଙ୍କୁ ହୋଇଛି ।

ସାଥୀଗଣ, କ୍ଷୁଦ୍ର, ଲଘୁ, ମଧ୍ୟମ ଉଦ୍ୟୋଗ ଅର୍ଥାତ ଏମଏସଏମଇ ପାଇଁ ତ ଏହା ଏକ ଉନ୍ନତ ପ୍ଲାଟଫର୍ମ ପ୍ରମାଣିତ ହେଉଛି । ନିକଟରେ ହିଁ ଏମଏସଏମଇ କ୍ଷେତ୍ର ପାଇଁ ଯେଉଁ 12 ଦିପାବଳୀ ଉପହାରର ଘୋଷଣା କରାଯାଇଥିଲା, ସେଥିରେ ଜିଇଏମର ଏକ ବଡ଼ ପ୍ରଭାବ ରହିଛି । ବଡ଼ ବଡ଼ କମ୍ପାନୀଗୁଡ଼ିକ ପାଖରେ ଛୋଟ ଉଦ୍ୟମୀମାନଙ୍କର ପଇସା ଫସି ନ ରହୁ, ନଗଦ ପ୍ରବାହ/ଉପଲବ୍ଧତା ବ୍ୟାହତ ନ ହେଉ, ଏଥିପାଇଁ କେନ୍ଦ୍ର ସରକାରଙ୍କର ସମସ୍ତ କମ୍ପାନୀଗୁଡ଼ିକୁ ଜିଇଏମ ସହିତ ଯୋଡ଼ିବା ବାଧ୍ୟତାମୂଳକ କରାଯାଇଛି ।

କେବଳ ଏତିକି ହିଁ ନୁହେଁ, ଡିଜିଟାଲ ସେବାଗୁଡ଼ିକର ଶକ୍ତି ମାଧ୍ୟମରେ ହିଁ ଏମଏସଏମଇକୁ ଋଣ ନେବାରେ ଅସୁବିଧା ନ ହେଉ, ଏଥିପାଇଁ ଅନ୍-ଲାଇନ ମାଧ୍ୟମରେ ଋଣ ସ୍ୱୀକୃତ କରାଯାଉଛି । ଆଉ ଆପଣମାନେ ଏହା ଜାଣି ଖୁସି ହେବେ କି, ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଏହାର ଲାଭ ଉଠାଇଥିବେ । କେବଳ 59 ମିନିଟ ଭିତରେ, ଅଣଷଠି ମିନିଟରେ ଏକ କୋଟି ପର୍ଯ୍ୟନ୍ତ ଟଙ୍କାର ଋଣ ଅନ୍-ଲାଇନ ପୋର୍ଟାଲ ମାଧ୍ୟମରେ ସ୍ୱୀକୃତ ଦେବାର କାର୍ଯ୍ୟ ଚାଲୁ ରହିଛି, ସଫଳତାପୂର୍ବକ ଚାଲୁ ରହିଛି । ନହେଲେ ଏକ କୋଟି ଟଙ୍କାର ଋଣ ହେବ ତ ଜଣା ନାହିଁ କେତେ ଜୋତା ଘସି ହୋଇ ଯାଉଥିବ । ଆଜି ଅଣଷଠି ମିନିଟରେ ଏହି କାର୍ଯ୍ୟ ହୋଇଯାଉଛି ।

ସାଥୀଗଣ, ଦେଶରେ ଏମଏସଏମଇକୁ ସଶକ୍ତ କରିବା ପାଇଁ ସରକାର ହେଉଛନ୍ତି ପ୍ରତିବଦ୍ଧ । ସରକାରଙ୍କର ପ୍ରୟାସ ହେଉଛି କି ଯେତିକି ମଧ୍ୟ ଏମଏସଏମଇ ଅଛନ୍ତି, ଜିଏସଟି ସହିତ ଯୋଡ଼ି ହୋଇ ରହିଛନ୍ତି, ସେମାନଙ୍କୁ ବ୍ୟାଙ୍କରୁ ଋଣ ନେବା ପାଇଁ ବହୁତ କୁସ୍ତି କସରତ କରିବାକୁ ନ ପଡ଼ୁ, ସେମାନେ ଅନଲାଇନରେ ଏହାକୁ ଦେଖି କାମକୁ ଆଗକୁ ବଢ଼ାଇ ପାରିବେ । କେବଳ ଜିଏସଟି ଏବଂ ନିଜର ରିଟର୍ଣ୍ଣ କାଗଜପତ୍ର ମାଧ୍ୟମରେ କିମ୍ବା ଅନଲାଇନ୍ ରେକର୍ଡ ଦେଖାଇବା ପରେ ବ୍ୟାଙ୍କ ନିଜ ତରଫରୁ ଋଣ ଦେବା ପାଇଁ ଯୋଗାଯୋଗ କରିବେ ।

ଏ ତମାମ ପ୍ରୟାସ ଦେଶରେ ବ୍ୟବସାୟ ସୁଗମତା ସୁନିଶ୍ଚିତ କରୁଛନ୍ତି, ଯାହାଦ୍ୱାରା ବ୍ୟବସାୟ ଏବଂ କାରବାରରେ ସହଜ ହେଉଛି, ଯୁବକମାନଙ୍କୁ ରୋଜଗାରର ସୁଯୋଗ ମିଳୁଛି ।

ସାଥୀଗଣ, କାଶୀ ଏବଂ ପୂର୍ବାଂଚଳ ସମେତ ସଂପୂର୍ଣ୍ଣ ପୂର୍ବ ଭାରତରେ ଆଧୁନିକ ସୁବିଧା ସୁଯୋଗ ଏବଂ ଉଦ୍ୟୋଗଗୁଡ଼ିକ ପାଇଁ ଉନ୍ନତ ପରିବେଶ ସୃଷ୍ଟି କରିବାର କାର୍ଯ୍ୟ ବ୍ୟାପକ ସ୍ତରରେ ଚାଲୁ ରହିଛି । ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଯୋଜନା ମାଧ୍ୟମରେ ଗ୍ୟାସ ପାଇପ୍ ଲାଇନ ବିଛା ଯାଉଛି । ଏହା ଫଳରେ ଘରର ରୋଷେଇ ଠାରୁ ଆରମ୍ଭ କରି ସାର କାରଖାନା ପର୍ଯ୍ୟନ୍ତ ଗ୍ୟାସ ମିଳିବା ଆରମ୍ଭ ହୋଇ ଯାଇଛି । ବାରାଣସୀରେ ମଧ୍ୟ ଏହି ଶସ୍ତା ରୋଷେଇ ଗ୍ୟାସର ଯୋଜନା ଦ୍ୱାରା ହଜାର ହଜାର ଘର ଯୋଡ଼ି ହୋଇ ସାରିଛନ୍ତି । ଉତ୍ତରପ୍ରଦେଶ ହେଉ, ବିହାର ହେଉ, ପଶ୍ଚିମ ବଙ୍ଗଳା ହେଉ, ଜଗଦୀଶପୁରଠାରୁ ହଳଦିଆ ପର୍ଯ୍ୟନ୍ତ ପ୍ରାୟ 13 ହଜାର କୋଟି ଟଙ୍କା ବ୍ୟୟରେ ପାଇପ ଲାଇନ୍ ବିଛାଯାଉଛି । ଏହାର ପ୍ରଥମ ପର୍ଯ୍ୟାୟ ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି ।

ମହିଳାମାନଙ୍କୁ ସ୍ଵଚ୍ଛ ଇନ୍ଧନ ଏବଂ ଶସ୍ତା ଗ୍ୟାସ ମିଳିବ । ସିଏନଜି ଦ୍ୱାରା ଗାଡ଼ିସବୁ ଚାଲିବ ତ ପ୍ରଦୂଷଣ କମ୍ ହେବ ଏବଂ ଯୁବକ ସାଥୀମାନଙ୍କୁ ଉଦ୍ୟୋଗଗୁଡ଼ିକର ବିସ୍ତାର କରିବା ଫଳରେ ରୋଜଗାରର ନୂତନ ସୁଯୋଗ ମିଳିବ ।

ସାଥୀଗଣ, ଏଠାକୁ ଆସିବା ପୂର୍ବରୁ ମୁଁ ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ପରିସରକୁ ମଧ୍ୟ ଯାଇଥିଲି । ଏହି ପ୍ରତିଷ୍ଠାନ ହେଉଛି ବିଜ୍ଞାନ ଏବଂ ଟେକ୍ନୋଲଜି ଦ୍ୱାରା ଚାଷକୁ ଲାଭଦାୟକ କରିବାର ଆମର ଯେଉଁ ନୀତି ରହିଛି ତାହାର ହିଁ ପରିଣାମ । ଏଠାରେ ଭାରତ ପାଇଁ ଧାନ ସହିତ ଜଡ଼ିତ ଉନ୍ନତ କିସମ, ବିହନ ଏବଂ ଅନ୍ୟାନ୍ୟ ଟେକ୍ନୋଲଜି ଉପରେ ଗବେଷଣା ତ ହେବ ହିଁ, ଏସିଆ ଏବଂ ଦୁନିଆର ଅନ୍ୟାନ୍ୟ ଦେଶଙ୍କ ପାଇଁ ମଧ୍ୟ ଏଠାରେ ସମାଧାନ ପ୍ରସ୍ତୁତ ହେବ ।

ସାଥୀଗଣ, ଏବେ ତ କାଶୀରେ ପରିବର୍ତ୍ତନ ଦେଖା ଦେଲାଣି । ଦିବ୍ୟ କାଶୀର ସ୍ୱରୂପ ଏବେ ଆହୁରି ଅଧିକ ଭବ୍ୟ ହେବାରେ ଲାଗିଛି । ଆଜି ମଧ୍ୟ ବନାରସର ବିକାଶ ସହିତ ଜଡ଼ିତ ଅନେକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଏଥିମଧ୍ୟରୁ ଅଧିକାଂଶ ପ୍ରକଳ୍ପ ସଡ଼କକୁ ପ୍ରଶସ୍ତୀକରଣ କରିବା ସହିତ ଯୋଡ଼ି ହୋଇଛି ଏବଂ ଏଠାକାର ଐତିହାସିକ ଆସ୍ଥା ସହିତ ଜଡ଼ିତ ମହତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ ସହିତ ମଧ୍ୟ ଯୋଡ଼ି ହୋଇଛି ।

ଏ ସମସ୍ତ କାର୍ଯ୍ୟ କାଶୀର ସୁନ୍ଦରତାକୁ ଆହୁରି ଅଧିକ ପ୍ରସ୍ଫୁଟିତ କରିବାକୁ ଯାଉଛି । କାଶୀବାସୀଙ୍କର,କାଶୀକୁ ଯିବା ଆସିବା କରୁଥିବା ଲୋକମାନଙ୍କର ଜୀବନକୁ ସହଜ କରିବାକୁ ଯାଉଛି । ଏଭଳି କେତେଗୁଡ଼ିଏ କାର୍ଯ୍ୟକୁ ମଧ୍ୟ କରାଯାଉଛି, ଯାହା ଉପରେ ସ୍ୱାଧୀନତା ପୂର୍ବରୁ କିଛି-କିଛି କାର୍ଯ୍ୟ କରାଯାଇଥିଲା ।

ଭାଇ ଓ ଭଉଣୀମାନେ, ସରକାରଙ୍କର ପ୍ରୟାସ ହେଉଛି କି କାଶୀର ଆତ୍ମା ସହିତ କୌଣସି ପ୍ରକାରର ଆଘାତ ନ କରି ଆମର ଏହି ଚୀର-ପୁରାତନ ସହର ନୂତନ କାୟା ସହିତ ଦୁନିଆ ସାମ୍ନାକୁ ଆସିବ ।

ବାବା ବିଶ୍ୱନାଥଙ୍କର ଅସୀମ କୃପା ଆମମାନଙ୍କ ଉପରେ ରହିଛି । ଆମମାନଙ୍କର ଏ ହେଉଛି କର୍ତ୍ତବ୍ୟ କି ଯେଉଁ କାମ ମାତା ଅହଲ୍ୟାବାଈ ହୋଲ୍କର ପ୍ରାୟ ଦୁଇ ବର୍ଷ ତଳେ କରିଥିଲେ, ତାହାକୁ ଆଜି ଆଗକୁ ବଢ଼େଇବାର ସୌଭାଗ୍ୟ ଆମକୁ ମିଳିଛି । ଅନେକ ଦଶକର ଉଦାସୀନତା ପରେ ବନାରସର ଘାଟ,ଏଠାକାର ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣର କାର୍ଯ୍ୟକୁ ଆପଣମାନେ ଯେଉଁଭଳି ଭାବେ ସମର୍ଥନ କରୁଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ, କାଶୀବାସୀଙ୍କୁ ହୃଦୟପୂର୍ବକ କୃତଜ୍ଞତା ଜ୍ଞାପନ କରୁଛି ।

ଏଠାକାର ସାଂସଦ ହେବା କାରଣରୁ ମୁଁ କାଶୀବାସୀଙ୍କ ନିକଟରେ ଏହି ସମର୍ଥନ ଫଳରେ କୃତଜ୍ଞ । ବାବାଙ୍କର ଚୀର-ପୁରାତନ ସ୍ଥାନର ଦିବ୍ୟତାକୁ ଭବ୍ୟତା ସହିତ ଯୋଡ଼ିବା ମଧ୍ୟ ହେଉଛି ଆମର ଦାୟିତ୍ୱ ଫଳରେ ଦେଶ ଏବଂ ଦୁନିଆରୁ ଆସୁଥିବା ପ୍ରତ୍ୟେକ ଭକ୍ତ କୌଣସି ପ୍ରତିବନ୍ଧକ ବିନା ନିଜର ବାବା ବିଶ୍ୱନାଥଙ୍କ ଦରବାରକୁ ଆସି ପ୍ରଣାମ ଜଣାଇପାରିବ ।

ଏଭଳି ଅନେକ ସୁବିଧାଗୁଡ଼ିକର ନିର୍ମାଣ ଆମେ ସମସ୍ତେ କାଶୀବାସୀ ମିଳିମିଶି କରୁଛେ ଆଉ ଏହି କାମକୁ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ାଇନେବାକୁ ହେବ ।

ସାଥୀଗଣ, ଏହିଭଳି ଭାବେ ମାଆ ଗଙ୍ଗାଙ୍କର ପବିତ୍ରତା ଏବଂ ଚିରପ୍ରବାହ ବା ଚିରସ୍ରୋତା ପ୍ରତି ମଧ୍ୟ ଆମର ପ୍ରତିବଦ୍ଧତା ରହିଛି । ମୁଁ ଖୁସି ଯେ ଆମର ପ୍ରୟାସ ଗୁଡ଼ିକର ପରିଣାମ ମଧ୍ୟ ଧୀରେ ଧୀରେ ଦେଖାଦେଲାଣି । ଆପଣମାନେ ସମସ୍ତେ ଗଣମାଧ୍ୟମରେ ଆସିଥିବା ସେହି ରିପୋର୍ଟ ଗୁଡ଼ିକୁ ଦେଖିଥିବେ କି କିଭଳି ମାଛସବୁ, କୁମ୍ଭୀର ସମେତ ଅନେକ ଜୀବ-ଜନ୍ତୁ ଜୀବନଦାୟିନୀ ମାଆ ଗଙ୍ଗା ମଧ୍ୟକୁ ପୁଣି ଥରେ ଫେରିବାକୁ ଲାଗିଲେଣି । ନିକଟରେ ଦେଶର ଅନେକ ବୈଜ୍ଞାନିକମାନଙ୍କର ଟିମ୍ ଗଙ୍ଗାଙ୍କର ଜଳ ପରୀକ୍ଷଣ କରିବା ପରେ ଗୋଟିଏ ରିପୋର୍ଟ ମଧ୍ୟ ଦେଇଛନ୍ତି । ଏହି ରିପୋର୍ଟ କହେ କି ମାଆ ଗଙ୍ଗାରେ ଥିବା ପ୍ରଦୂଷଣ ସ୍ତରରେ ହ୍ରାସ ଘଟିଛି । ନମାମୀ ଗଙ୍ଗେର ଅଭିଯାନ ଯେମିତି-ଯେମିତି ଆଗକୁ ବଢ଼ୁଛି, ସେମିତି-ସେମିତି ନିର୍ମଳ ଏବଂ ଚିରସ୍ରୋତା ଗଙ୍ଗା ପାଇଁ ରହିଥିବା ଲକ୍ଷ୍ୟ ପାଖକୁ ଆସୁଥିବାର ଦେଖାଯାଉଛି । ଏସବୁ ଆପଣ ସମସ୍ତ କାଶୀବାସୀଙ୍କ ପାଇଁ, ଗଙ୍ଗା ମାତାଙ୍କ କୂଳରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛାଶକ୍ତି ଏବଂ ସହଯୋଗ ଦ୍ୱାରା ସମ୍ଭବ ହୋଇ ପାରିଛି ।

ସାଥୀଗଣ, ଯେତେବେଳେ ସଂପୂର୍ଣ୍ଣ ପାରଦର୍ଶିତାର ସହିତ, ପ୍ରାମାଣିକତାର ସହିତ, ଜନଭାଗିଦାରୀ ସହିତ ସରକାର କାର୍ଯ୍ୟ କରନ୍ତି ତ ସେତେବେଳେ ତାହାର ସାର୍ଥକ ପରିଣାମ ନିଶ୍ଚିତ ଭାବେ ମିଳିଥାଏ । ନହେଲେ, ଆପଣମାନେ ତ ସାକ୍ଷୀ ରହିଛନ୍ତି କି କେବେ ଗଙ୍ଗା କାର୍ଯ୍ୟାନ୍ୱୟନ ଯୋଜନାରୁ ନେଇ ଗଙ୍ଗା ଅବବାହିକା ପ୍ରାଧିକରଣ ପର୍ଯ୍ୟନ୍ତ କେଜାଣି କେତେ ଯୋଜନା କାର୍ଯ୍ୟକାରୀ କରାଯାଇଛି । ମାଆ ଗଙ୍ଗାଙ୍କ ନାମରେ ହଜାର ହଜାର କୋଟି ଟଙ୍କାକୁ ସ୍ୱାହା ବା ଆତ୍ମସାତ କରି ଦେଇଛନ୍ତି ।

ମାଆ ଗଙ୍ଗାଙ୍କୁ ସ୍ୱଚ୍ଛ କରିବା ପାଇଁ କେବଳ ଧନର ଶକ୍ତି ହିଁ ଯଥେଷ୍ଟ ନୁହେଁ, ସ୍ୱଚ୍ଛ ଉଦ୍ଦେଶ୍ୟ ମଧ୍ୟ ରହିଥିବା ଆବଶ୍ୟକ । ଉଦ୍ଦେଶ୍ୟ ସ୍ୱଚ୍ଛ ରହିଛି ତ ଗଙ୍ଗା ମଧ୍ୟ ସ୍ୱଚ୍ଛ ହୋଇଯିବେ ଏହା ସ୍ଥିର ନିଶ୍ଚିତ । ଆମେ ସଂପୂର୍ଣ୍ଣ ସଚ୍ଚୋଟତାର ସହିତ, ସ୍ୱଚ୍ଛ ଉଦ୍ଦେଶ୍ୟ ସହିତ ଗଙ୍ଗା ମାତାଙ୍କୁ ସ୍ୱଚ୍ଛ କରିବାର ଅଭିଯାନରେ ଯୋଡ଼ି ହୋଇଛୁ ।

କାଶୀର ଭାଇ ଓ ଭଉଣୀମାନେ, ପ୍ରବାସୀ ଭାରତୀୟ ଦିବସ ପାଇଁ ଏବେ ଦୁଇ-ତିନି ସପ୍ତାହ ହିଁ ବାକି ରହିଛି । ମୁଁ ନିଜେ ସମଗ୍ର ଦୁନିଆର ପ୍ରବାସୀ ଭାରତୀୟମାନଙ୍କୁ କାଶୀ ଆସିବା ପାଇଁ ନିମନ୍ତ୍ରଣ ଦେଇ ଆସିଛି । ଆପଣମାନଙ୍କ ତରଫରୁ ମୁଁ ହିଁ ଜଣାଇ ଚାଲିଛି । ଆଗାମୀ ଦିନମାନଙ୍କରେ ଆମକୁ ଦୁନିଆ ସମ୍ମୁଖରେ ପୁରାତନ କାଶୀର ଆଧୁନିକ ସ୍ୱରୂପ, ଦୁନିଆର ଆଖିକୁ ପ୍ରଭାବିତ କରିବା ଭଳି ଦୃଶ୍ୟ ଆଣି ରଖିବା ହେଉଛି ଆମ କାଶୀବାସୀଙ୍କର ଦାୟିତ୍ୱ । କାଶୀ ସେମାନଙ୍କୁ ପ୍ରଭାବିତ ମଧ୍ୟ କରୁ, କାଶୀ ସେମାନଙ୍କୁ ପେରିତ ମଧ୍ୟ କରୁ, ଏହା ଏଭଳି ଏକ ସୁଯୋଗ ଯାହାକୁ କାଶୀବାସୀ ହାତଛଡ଼ା କରିବା ଉଚିତ ନୁହେଁ ।

ଆମେ ନିଶ୍ଚିତ ରୂପେ ଏକ ଭବ୍ୟ ଏବଂ ସଫଳ ଆୟୋଜନ କରିବା ଆଉ ମୁଁ ଜଣେ ସାଂସଦ ଭାବେ,ଆପଣମାନଙ୍କର ପ୍ରତିନିଧି ଭାବେ ସମଗ୍ର ବିଶ୍ୱରୁ ଆସିଥିବା ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ମାନ କରିବାର ଅଛି, ଏଭଳି ଗୌରବଯୁକ୍ତ କରିବାର ଅଛି କି ପୁଣି ଥରେ ଦୁନିଆରେ କାଶୀର ସୁନାମ ବାଜିବାକୁ ଲାଗିବ ।

ଶେଷରେ ପୁଣି ଥରେ ଆପଣ ସମସ୍ତ ଶିଳ୍ପୀକାର ସାଥୀମାନଙ୍କୁ, ସମସ୍ତ ହିତାଧିକାରୀଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବେ ଦୁଇ ଦିନ ପରେ 2018 ର ବିଦାୟ ହୋଇଯିବ, 2019 ଦ୍ୱାର ଦେଶରେ ଆସି ଉପନୀତ ହେଲାଣି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନୂତନ ବର୍ଷର ଶୁଭକାମନା ଜଣାଉଛି । କାଶୀ ଏବଂ ୟୁପିର ସମସ୍ତ ସଜ୍ଜନଙ୍କୁ ମୋ ତରଫରୁ ମଙ୍ଗଳକାମନା । ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ ଆମେ ସମସ୍ତେ ଦେଶର ନବ ନିର୍ମାଣ ପାଇଁ, ଆମ ଉତ୍ତର ପ୍ରଦେଶର ନବନିର୍ମାଣ ପାଇଁ ଦିନ-ରାତି ଏକ କରି ଚାଲିବା, ନିଜର ପରିଶ୍ରମରେ କେଉଁଠି ମଧ୍ୟ କୌଣସି ଊଣା ନ ରହୁ, ଏହି କାମନା ସହିତ ମୁଁ ନିଜର କଥାକୁ ସମସ୍ତ କରୁଛି ।

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ।

ହର-ହର ମହାଦେବ ।

ଧନ୍ୟବାଦ ମହାଶୟ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pharma exports to UK may rise up to 10% in FY27 as CETA takes effect

Media Coverage

Pharma exports to UK may rise up to 10% in FY27 as CETA takes effect
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.