Mahatma Gandhi always highlighted the importance of villages and spoke about 'Gram Swaraj': PM Modi
Urge people to focus on the education of their children: PM Modi
Our efforts are towards self-reliance in the agriculture sector: PM
Jan Dhan, Van Dhan, Gobar Dhan trio aimed at empowering the tribal and farm communities: PM Modi
A transformation of villages would ensure a transformation of India: PM Modi

ମଞ୍ଚ ଉପରେ ବିରାଜମାନ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ୍ ପଟେଲ, ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରରେ ମନ୍ତ୍ରୀ ପରିଷଦରେ ରହିଥିବା ମୋର ସାଥୀ ଶ୍ରୀମାନ ନରେନ୍ଦ୍ର ସିଂହ ତୋମର ମହାଶୟ, ଶ୍ରୀମାନ ପୁରୁଷୋତ୍ତମ ରୂପାଲା, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗୋପାଲଜୀ ମହାଶୟ, ଓମ୍ ପ୍ରକାଶ ମହାଶୟ, ସଞ୍ଜୟଜୀ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ଫଗ୍ନ ସିଂହ କୁଲସ୍ତେ ମହାଶୟ, ଶ୍ରୀମତୀ ସମ୍ପତ୍ୟା ବି.କେ.ମହାଶୟା, ଏବଂ ଏବେ ଭାରତୀୟ ଜନତା ଦଳର ଯିଏ ରାଜ୍ୟ ଅଧ୍ୟକ୍ଷ ଆମର ଜବଲପୁରର ସାଂସଦ ଶ୍ରୀମାନ ରାକେଶ ସିଂହ ମହାଶୟ, ମାଣ୍ଡଲା ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ମରାୱୀ ମହାଶୟା ଆଉ ଆଜି ବଡ଼ ଗର୍ବର ସହିତ ଆଉ ଏକ ପରିଚୟ ମଧ୍ୟ କରାଇବାକୁ ଚାହୁଁଛି-ଆମମାନଙ୍କ ଗହଣରେ ବସିଛନ୍ତି ତ୍ରିପୁରାର ଉପ-ମୁଖ୍ୟମନ୍ତ୍ରୀ । ବିଗତ ଦିନମାନଙ୍କରେ ତ୍ରିପୁରାର ନିର୍ବାଚନ ଗୋଟିଏ ଐତିହାସିକ କାର୍ଯ୍ୟ କରିଛି । ସେଠାକାର ଜନତା ଏକ ଐତିହାସିକ ନିର୍ଣ୍ଣୟ କରିଛନ୍ତି ଆଉ ଅଧିକ ବହୁମତରେ ଭାରତୀୟ ଜନତା ଦଳର ସରକାର ଗଠନ କରିଛନ୍ତି ।

ତ୍ରିପୁରାରେ ଅଧିକାଂଶ ଜନଜାତୀୟ ସମୁଦାୟ ରହିଛନ୍ତି । ଆପଣମାନଙ୍କ ଯେପରି ଏଠାରେ ଯେପରି ଗୋଣ୍ଡ ପରମ୍ପରାର ଇତିହାସ ରହିଛି ସେହିପରି ତ୍ରିପୁରାରେ ଆଦିମ ଜନଜାତିର ଲୋକମାନଙ୍କର, ଜନଜାତି ସମୁଦାୟଙ୍କର, ସେଠାକାର ରାଜ୍ୟ ଶାସନର ହେଉଛି ଏକ ବହୁତ ବଡ଼ ଦୀର୍ଘ ଇତିହାସ । ଆଉ ମୁଁ ଖୁସି ଯେ ଆଜି ସେହି ତ୍ରିପୁରାର ନବ-ନିର୍ବାଚିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମାନ ଜିଷ୍ଣୁଦେବ ବର୍ମା ମହାଶୟ ମୋ ଗହଣରେ ଅଛନ୍ତି ଆଉ ସେ ତ୍ରିପୁରାର ସେହି ଜନଜାତି ସମୁଦାୟ ମଧ୍ୟରୁ ଆସିଛନ୍ତି ଆଉ ସେହି ରାଜପରିବାରରୁ ଆସିଛନ୍ତି ଯିଏ ଇଂରେଜ ଶାସନ ସମ୍ମୁଖରେ ଲୁହା ପ୍ରାଚୀର ହୋଇ ଠିଆ ହୋଇଥିଲେ; ଆଜି ସେମାନଙ୍କର ଏଠାରେ ମଧ୍ୟ ପ୍ରଦେଶର ମାଟିରେ ସ୍ୱାଗତ କରିବାରେ ମୁଁ ଗର୍ବ ଅନୁଭବ କରୁଛି ।

ଭାଇ ଓ ଭଉଣୀମାନେ, ଆଜି ଆମେ ସମସ୍ତେ ମାଆ ନର୍ମଦାଙ୍କ କୋଳରେ ଏକାଠି ହୋଇଛନ୍ତି । ମୁଁ ସର୍ବପ୍ରଥମେ ପ୍ରାୟ 1300 କିଲୋମିଟର ଦୀର୍ଘ କାୟା ବିସ୍ତାର କରିଥିବା ମାଆ ନର୍ମଦା, ଏଠାରୁ ଆରମ୍ଭ ହୋଇ ଗୁଜରାଟରେ ସାମୁଦ୍ରିକ କୂଳ ପର୍ଯ୍ୟନ୍ତ ଯାଇଥିବା ମାଆ ନର୍ମଦା, ଆମର କୋଟି-କୋଟି ଲୋକଙ୍କର ଜୀବନକୁ ସମ୍ଭାଳୁଥିବା-ସଜାଡ଼ୁଥିବା ମାଆ ନର୍ମଦା; ଆମର ପଶୁପାଳନ ହେଉ, ଆମର କୃଷି ହେଉ, ଆମର ଗ୍ରାମୀଣ ଜୀବନ ହେଉ, ଶହ-ଶହ ବର୍ଷ ଧରି ମାଆ ନର୍ମଦା ଆମକୁ ନୂତନ ଜୀବନ ଦେବାର କାମ କରିଛନ୍ତି । ମୁଁ ସେହି ମାଆ ନର୍ମଦାଙ୍କୁ ପ୍ରଣାମ କରୁଛି ।

ଆଜି ଏହା ହେଉଛି ମୋର ସୌଭାଗ୍ୟ ଯେ, ମୋତେ ଏହି କ୍ଷେତ୍ରକୁ ଆସିବାର ସୌଭାଗ୍ୟ ଆଗରୁ ମଧ୍ୟ ମିଳିଛି । ରାଣୀ ଦୁର୍ଗାବତୀ, ପରାକ୍ରମର ଗାଥାମାନ, ତ୍ୟାଗ ଏବଂ ବଳିଦାନର ଗାଥାମାନ ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଆସିଅଛି । ଆଉ ଏହା ଆମ ଦେଶର ବିଶେଷତା ରହି ଆସିଛି ହୁଏତ ରାଣୀ ଦୁର୍ଗାବତୀ ହୁଅନ୍ତୁ, ହୁଏତ ରାଣୀ ଅବନ୍ତୀବାଈ ହୁଅନ୍ତୁ; ସମାଜ ପାଇଁ ସଂଘର୍ଷ କରି ଚାଲିବା, ବିଦେଶୀ ଶାସନ ସମ୍ମୁଖରେ କେତେବେଳେ ମୁଣ୍ଡ ନୁଆଁଇବା ନାହିଁ, ବଂଚିବା ତ ଗୌରବର ସହିତ, ମରିବା ତ ଗୌରବର ସହିତ, ସଂକଳ୍ପକୁ ନେଇ କରି ମରିବା, ଏହି ପରମ୍ପରା ସହିତ ଆଜି ଆମେ ଏହି ମାଟିରେ ଆମର ଆଦିମ ଜନଜାତିଙ୍କର ଏକ ଗୌରବ ପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରାରମ୍ଭ କରୁଛନ୍ତି ।

କିନ୍ତୁ ଏହା ସହିତ ଆଜି ହେଉଛି ପଞ୍ଚାୟତିରାଜ ଦିବସ । ପୂଜ୍ୟ ବାପୁଙ୍କର ସ୍ୱପ୍ନକୁ ସାକାର କରିବାର ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ଅବସର କାରଣ ମହାତ୍ମା ଗାନ୍ଧି ଭାରତର ପରିଚୟ – ଯିଏ କହିଥିଲେ ଯେ ଭାରତର ଆତ୍ମା ଗାଁ ମାନଙ୍କରେ ରହିଛି, ଏହି କଥାକୁ ବାରମ୍ବାର ଦୋହରାଇଥିଲେ । ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ କଳ୍ପନା ଦେଇଥିଲେ । ମହାତ୍ମା ଗାନ୍ଧି ଗ୍ରାମୋଦୟରୁ ରାଷ୍ଟ୍ରୋଦୟ, ଏହି ପଥକୁ ପ୍ରଶସ୍ତ କରିବା ପାଇଁ ପ୍ରେରିତ କରିଥିଲେ । ଆଉ ଆଜି ପଞ୍ଚାୟତିରାଜ ଦିବସ ଅବସରରେ ମୁଁ ଦେଶର ପାଖାପାଖି ଦୁଇ ଲକ୍ଷ ଚାଳିଶ ହଜାର ପଞ୍ଚାୟତକୁ, ଏହି ପଞ୍ଚାୟତରେ ରହୁଥିବା କୋଟି-କୋଟି ମୋର ଭାରତବାସୀଙ୍କୁ, ଏହି ପଞ୍ଚାୟତର ଜନ ପ୍ରତିନିଥି ଭାବେ ବସିଥିବା 30 ଲକ୍ଷରୁ ଅଧିକ ଜନ ପ୍ରତିନିଧିମାନଙ୍କୁ ଆଉ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ମାଆ-ଭଉଣୀ, ଯେଉଁମାନେ ଆଜି ଗ୍ରାମ୍ୟ ଜୀବନର ନେତୃତ୍ୱ ନେଉଛନ୍ତି, ସେହି ସମସ୍ତଙ୍କୁ ଆଜି ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଣାମ କରୁଛି, ବହୁତ-ବହୁତ ଶୁଭକାମନା ଦେଉଛି ।

ଆଉ ମୁଁ ସେମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି ଆପଣମାନଙ୍କର ଗାଁର ବିକାଶ ପାଇଁ, ଆପଣମାନଙ୍କର ନିଜ ଗାଁ ଲୋକଙ୍କ ସଶକ୍ତିକରଣ ପାଇଁ, ଆପଣଙ୍କ ନିଜ ଗାଁକୁ ସମସ୍ୟା ଗୁଡ଼ିକରୁ ମୁକ୍ତି ଦେବା ପାଇଁ ଆପଣ ଯେ କୌଣସି ସଂକଳ୍ପ ମଧ୍ୟ କରିବେ ସେହି ସଂକଳ୍ପକୁ ପୂରଣ କରିବା ପାଇଁ ଆମେ ମଧ୍ୟ ଭାରତ ସରକାର କାନ୍ଧରେ କାନ୍ଧ ମିଳାଇ ଆପଣଙ୍କ ସହିତ ଚାଲିବ । ଆପଣଙ୍କ ସ୍ୱପ୍ନ ସହିତ ଆମ ସ୍ୱପ୍ନ ମଧ୍ୟ ଯୋଡ଼ି ହେବ ଆଉ ଆମ ସମସ୍ତଙ୍କର ସ୍ୱପ୍ନ ମିଶି ଶହେ ପଚିଶ କୋଟି ଦେଶବାସୀଙ୍କ ସ୍ୱପ୍ନକୁ ଆମେ ସିଦ୍ଧ କରି ରହିବା । ଏହି ଏକ ଭାବନା ସହିତ ଆଜି ପଞ୍ଚାୟତିରାଜ ଦିବସ ଅବସରରେ ଗାଁ ପାଇଁ କିଛି କରିବାର ସଂକଳ୍ପ କରିବା ।

ପୁରାତନ କାଳରେ କେବେ-କେବେ ଆମେ ଯେବେ ଏଠାକୁ ମାଣ୍ଡଲାକୁ ଆସୁଥିଲେ ତ ସେହି ଦୁର୍ଗ ସହିତ ପରିଚୟ ହେଉଥିଲା, ସେହି ରାଜ ପରିବାରର ବ୍ୟବସ୍ଥା ସହିତ ପରିଚୟ ହେଉଥିଲା ଆଉ ଆମେ ସମସ୍ତେ ଛାତି ଫୁଲାଇ କହୁ କି ଶହ-ଶହ ବର୍ଷ ପୂର୍ବେ ଗୋଣ୍ଡ ରାଜାମାନେ କେତେ ବଡ଼ କାର୍ଯ୍ୟ କରିଥିଲେ, କିପରି ଏତେ ବଡ଼ ବ୍ୟବସ୍ଥା କରିଥିଲେ । ସେହି ସମୟରେ ରାଜ ବ୍ୟବସ୍ଥାଗୁଡ଼ିକ ମଧ୍ୟ ଥିଲା, ରାଜ ପରମ୍ପରା ଗୁଡ଼ିକ ଥିଲା ଆଉ ରାଜ ପରମ୍ପରା ସହିତ ଜଡ଼ିତ ଲୋକ ନିଜ ଅଂଚଳର ନାଗରିକମାନଙ୍କ ମଙ୍ଗଳ ପାଇଁ କିଛି ଏଭଳି କାମ କରିବା ପାଇଁ ପ୍ରୟାସ କରିଥିଲେ କି ଆଜି ଯାହାକୁ ଶହ-ଶହ ବର୍ଷ ପରେ ମଧ୍ୟ ଇତିହାସ ମାଧ୍ୟମରେ ସ୍ମରଣ କରୁଛୁ । ଗର୍ବ କରୁଛୁ ଆଉ ଆମର ଆଗାମୀ ପିଢିକୁ କହୁଛୁ । ସେହି ସମୟରେ ଯେଉଁ ବ୍ୟବସ୍ଥା ଥିଲା ଆଜ୍ଞା, ସେହି ବ୍ୟବସ୍ଥା ଅନୁସାରେ ଏହା ହେଉଥିଲା ।

ଏବେ ହେଉଛି ଗଣତନ୍ତ୍ର, ଏକ ନିଶ୍ଚିତ ସମୟ ପାଇଁ ଗାଁ ଲୋକ ଆମକୁ ଦାୟିତ୍ୱ ଦେଇଛନ୍ତି, ଗାଁର ଲୋକମାନେ ଆମ ଉପରେ ଭରସା ରଖିଛନ୍ତି । ଏପରି ମୋର ପଞ୍ଚାୟତ ପ୍ରଧାନ ଥିବେ, ଏପରି କିଏ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଥିବେ, ଯେଉଁମାନଙ୍କ ହୃଦୟରେ ଇଚ୍ଛା ନ ଥିବ କି ପାଞ୍ଚ ବର୍ଷରେ ଯାହା ମୋତେ ମିଳିଛି, ମୁଁ ପାଞ୍ଚ ବର୍ଷ ମଧ୍ୟରେ ମୋ ଗାଁ ପାଇଁ 5ଟି ଭଲ କାମ, 10ଟି ଭଲ କାମ, 15ଟି ଭଲ କାମ ମୋ କାର୍ଯ୍ୟକାଳରେ କରି ରହିବି । ଏହି ସଂକଳ୍ପ, ଆଉ ତେବେ ଯାଇ 20 ବର୍ଷ, 25 ବର୍ଷ, 30 ବର୍ଷ ପରେ, ଯେତେବେଳେ ଆପଣ ବୃଦ୍ଧ ଅବସ୍ଥା ଦେଇ ଗତି କରୁଥିବେ, ଘରେ ନାତି-ନାତୁଣୀମାନଙ୍କୁ ନେଇ କେବେ ରାସ୍ତାରେ ବାହାରି ଯିବେ, ତ ଆପଣ ମଧ୍ୟ ନିଜ ନାତି-ନାତୁଣୀ ମାନଙ୍କୁ କହିବେ କି 25 ବର୍ଷ ପୂର୍ବେ ମୁଁ ପଞ୍ଚାୟତର ପ୍ରଧାନ ଥିଲି, 25 ବର୍ଷ ପୂର୍ବେ ମୁଁ ପଞ୍ଚାୟତକୁ ନିର୍ବାଚିତ ହୋଇ ଆସିଥିଲି ଆଉ ଦେଖ ମୋରି ସମୟରେ ମୁଁ ଏହି ପୋଖରୀର ନିର୍ମାଣ କାର୍ଯ୍ୟ କରିଥିଲି, ମୋ ସମୟରେ ଏହି ସ୍କୁଲରେ ମୁଁ ଗଛ ଲଗାଇଥିଲି । ମୋ ସମୟରେ ମୁଁ ଏହି ପୋଖରୀ କାମ କରିଥିଲି, ମୋ ସମୟରେ ମୁଁ ଏହି କୂଅ ଖୋଳାଇଥିଲି, ଗାଁକୁ ପାଣି ମିଳିଥିଲା । ଆପଣ ମଧ୍ୟ ନିଶ୍ଚୟ ଚାହିଁବେ କି କିଛି ଏଭଳି କାମ କରିଯିବେ କି ଯେତେବେଳେ ନିଜ ନାତି-ନାତୁଣୀମାନଙ୍କୁ ଆପଣ କହିବେ କି ଜନତା ଆପଣଙ୍କୁ ନିର୍ବାଚିତ କରି ବସାଇଥିଲେ ଆଉ ଆପଣ 25 ବର୍ଷ 30 ବର୍ଷ ପୂର୍ବେ ଏହି କାର୍ଯ୍ୟ କରିଥିଲେ ଆଉ ଯେଉଁ କାମ ପାଇଁ ମୁଁ ଆତ୍ମସନ୍ତୋଷ ଲାଭ କରିଛି । କିଏ ସେହି ପଞ୍ଚାୟତର ବ୍ୟକ୍ତି ଅଛନ୍ତି ଯାହାଙ୍କ ହୃଦୟରେ ଏହି ଇଚ୍ଛା ନ ଥିବ?

ମୁଁ ଆପଣମାନଙ୍କ ହୃଦୟରେ ସେହି ଇଚ୍ଛାକୁ ବହୁଗୁଣିତ କରିବାକୁ ଚାହୁଁଛି । ଆପଣମାନଙ୍କୁ ଦୃଢ଼ ସଂକଳ୍ପରେ ଧନୀ କରିବାକୁ ଚାହୁଁଛି । ଆପଣମାନଙ୍କ ମଧ୍ୟରେ ଗାଁ ପାଇଁ କିଛି କରିଯିବାର ଉଦ୍ଦେଶ୍ୟ ରହିଛି ଆଉ ସେଥିପାଇଁ ଯେଉଁ ପାଞ୍ଚ ବର୍ଷ ମିଳିଥାଏ, ସେହି ପାଞ୍ଚ ବର୍ଷର ପ୍ରତି କ୍ଷଣରେ ଜନତା-ଜନାର୍ଦ୍ଦନଙ୍କ ପାଇଁ ନିୟୋଜିତ କରିବାର ଯଦି ପ୍ରଣ ନେଇ ଚାଲିବା ତ ଦୁନିଆର କୌଣସି ଶକ୍ତି ନାହିଁ, ଦୁନିଆର କୌଣସି ଆହ୍ୱାନ ନାହିଁ, ଏଭଳି କୌଣସି ସମସ୍ୟା ନାହିଁ ଯାହାକୁ ଆମେ ପରାସ୍ତ କରି, ଆମେ ଆମର ଗାଁର ଜୀବନକୁ ବଦଳାଇ ପାରିବା ନାହିଁ ।

କେବେ-କେବେ ଗାଁର ବିକାଶର କଥା ଆସିଥାଏ ତ ଅଧିକାଂଶ ଲୋକ ବଜେଟ କଥା କହି ଥାଆନ୍ତି । କୌଣସି ଏକ ସମୟ ଥିଲା, ଯେତେବେଳେ ବଜେଟ ଯୋଗୁଁ ବୋଧହୁଏ ଅସୁବିଧା ହେଉଥିଲା, କିନ୍ତୁ ଆଜି ବଜେଟ ଚିନ୍ତା କମ୍ ଅଛି, ଆଜି ଚିନ୍ତା ହେଉଛି ବଜେଟର, ପଇସାର ଉପଯୁକ୍ତ ବିନିଯୋଗ କିଭଳି ହେବ? ସଠିକ ସମୟରେ କିପରି ହେବ? ଉପଯୁକ୍ତ ଓ ଭଲ କାମ କିପରି ହେବ? ଉପଯୁକ୍ତ ଲୋକଙ୍କ ପାଇଁ କିପରି ହେବ? ଆଉ ଯାହା ହେବ ସେଥିରେ ସଚ୍ଚୋଟତା ମଧ୍ୟ ହେଉ, ପାରଦର୍ଶିତା ମଧ୍ୟ ହେଉ, ଆଉ ଗାଁରେ ପ୍ରତ୍ୟେକଙ୍କୁ ଜଣାଥିବା ଦରକାର କି ଏହି କାମ ହେଲା, ଏତେ ପଇସାରେ ହେଲା ଆଉ ଏହା ଗାଁର ହିସାବ ମୁଁ ଦେଉଛି । ଏହି ଅଭ୍ୟାସ, ସମସ୍ୟା ମଧ୍ୟ ପଇସାର ଅଭାବ ପାଇଁ ନୁହେଁ, କିନ୍ତୁ ସମସ୍ୟା କେବେ କେବେ ପ୍ରାଥମିକତା ନିମନ୍ତେ ହୋଇଥାଏ ।

ଆପଣ ମୋତେ କୁହନ୍ତୁ, ଗାଁରେ ସ୍କୁଲ ଅଛି, ସ୍କୁଲର ଭଲ ଘର ଅଛି, ଗାଁରେ ଶିକ୍ଷକ ମହାଶୟଙ୍କୁ ନିଯୁକ୍ତି ଦିଆଯାଇଛି, ଶିକ୍ଷକ ମହାଶୟଙ୍କୁ ନିୟମିତ ବେତନ ମିଳୁଛି, ସ୍କୁଲ ସମୟରେ ସ୍କୁଲ ଖୋଲା ରହୁଛି, ଯଦି ଏହା ପରେ ମଧ୍ୟ ମୋ ଗାଁର ପାଞ୍ଚ-ପଚିଶ ପିଲା ସ୍କୁଲ ଯାଉ ନାହାଁନ୍ତି, ବିଲରେ ଯାଇ ଲୁଚି ଯାଉଛନ୍ତି, ଗଛ ଉପରେ ଚଢ଼ି ବସି ରହୁଛନ୍ତି, ଆଉ ମୋ ଗାଁରେ 5-25 ପିଲା ଅପାଠୁଆ ରହି ଯାଆନ୍ତି, ମୋତେ କୁହନ୍ତୁ ଏହି 5-25 ଅପାଠୁଆ ପିଲା ରହିଗଲେ, କ’ଣ ବଜେଟ ସମସ୍ୟା ଥିଲା? ଆଜ୍ଞା ନୁହେଁ, ଶିକ୍ଷକଙ୍କ ସମସ୍ୟା ଥିଲା? ଆଜ୍ଞା ନୁହେଁ । ଆମେ ଗାଁ ଲୋକ ଆମ ଗ୍ରାମବାସୀଙ୍କର ଏହି ଯେଉଁ କଥା ବୁଝିବା ଦରକାର କି ଭାଇ ସ୍କୁଲ ଅଛି, ଶିକ୍ଷକ ଅଛନ୍ତି, ସରକାର ଫି’ ଦେଉଛନ୍ତି, ସରକାର ପୋଷାକ ଦେଉଛନ୍ତି, ସରକାର ମଧ୍ୟାହ୍ନ ଭୋଜନ ଦେଉଛନ୍ତି । ଆସନ୍ତୁ, ଆମ ଗାଁରେ ଗୋଟିଏ ମଧ୍ୟ ପିଲା ସ୍କୁଲ ଯିବାରୁ ଯେପରି ବଂଚିତ ନ ରହୁ । ଆମ ଗାଁରେ ଗୋଟିଏ ମଧ୍ୟ ପିଲା ଅପାଠୁଆ ରହିବ ନାହିଁ, କ’ଣ ଆମେ ଏହି ନିର୍ଣ୍ଣୟ କରି ପାରିବା ନାହିଁ?

ଆମର ପିତା-ମାତା ଅପାଠୁଆ ରହିଥିବେ, ସେମାନଙ୍କୁ ବୋଧହୁଏ ସୌଭାଗ୍ୟ ମିଳି ନ ଥିବ । ସେହି ସମୟରେ ରହିଥିବା ସରକାରମାନଙ୍କ ପାଇଁ ବୋଧହୁଏ ସେମାନେ ପଢ଼ି ପାରି ନ ଥିବେ କିନ୍ତୁ ଆମେ ଯଦି ପଞ୍ଚାୟତକୁ ନିର୍ବାଚିତ ହୋଇ ଆସିଛେ, ରାଜ୍ୟରେ ମଧ୍ୟ ସରକାର, କେନ୍ଦ୍ରରେ ମଧ୍ୟ ସରକାର ପିଲା ମାନଙ୍କର ଶିକ୍ଷା ପାଇଁ ଆଗ୍ରହୀ ଅଛନ୍ତି, ଝିଅ ମାନଙ୍କର ଶିକ୍ଷା ପାଇଁ ବିଶେଷ ଆଗ୍ରହୀ ଅଛନ୍ତି; ତ କ’ଣ ଆମର ଦାୟିତ୍ୱ ନୁହେଁ କି ଜନପ୍ରତିନିଧି ହିସାବରେ ପାଞ୍ଚ ବର୍ଷରେ ଏଭଳି କାମ କରିବା କି ସ୍କୁଲ ଯିବା ବୟସର ଗୋଟିଏ ମଧ୍ୟ ପିଲା ଅପାଠୁଆ ନ ରହିବେ । ଆପଣ ଦେଖନ୍ତୁ ଏହି ପିଲା ଯେତେବେଳେ ବଡ଼ ହେବ, ଭଲ ଭାବେ ପଢ଼ି ଆଗକୁ ବାହାରିବ; ତ ପିଲା ବଡ଼ ହୋଇ କହିବ କି ମୁଁ ତ ଗରିବ ମାଆ-ବାପାଙ୍କ ପୁଅ ଥିଲି, କେବେ ମାଆ ସହିତ ବିଲକୁ କାମ କରିବାକୁ ଯାଉଥିଲି, କିନ୍ତୁ ମୋ ଗାଁର ପ୍ରଧାନ ମହାଶୟ ଥିଲେ, ସେ ବିଲରୁ ମୋତେ ଧରି ଆଣିଥିଲେ ଆଉ ମୋତେ କହିଲେ-ପୁଅ, ଏବେ ତୋ ବୟସ କ୍ଷେତରେ କାମ କରିବାର ନୁହେଁ, ଚାଲ, ସ୍କୁଲ ଚାଲ, ପାଠ ପଢ଼ । ଆଉ ପ୍ରଧାନ ମହାଶୟ ମୋତେ ନେଇ ଯାଇଥିଲେ । ତାହାର ପରିଣାମ ସ୍ୱରୂପ ଆଜି ମୁଁ ଡାକ୍ତର ହୋଇ ପାରିଛି, ଆଜି ମୁଁ ଇଂଜିନିୟର ହୋଇ ପାରିଛି, ଆଜି ମୁଁ ଆଇଏଏସ ଅଫିସର ହୋଇ ପାରିଛି, ମୋ ପରିବାରର ଜୀବନ ବଦଳି ଯାଇଛି । ଜଣେ ପ୍ରଧାନ ମହାଶୟଙ୍କ କାରଣରୁ ଗୋଟିଏ ଜୀବନ ମଧ୍ୟ ବଦଳି ଯାଇଥାଏ ତ ସମଗ୍ର ହିନ୍ଦୁସ୍ଥାନ ବଦଳି ଯିବାର ସଠିକ୍ ଦିଗରେ ଚାଲିଥାଏ ।

ଆଉ ଏଥିପାଇଁ ମୋର ପ୍ରିୟ ସମସ୍ତ ପ୍ରତିନିଧି, ଏହି ପଞ୍ଚାୟତିରାଜ ଦିବସ, ଏହା ଆମର ସଂକଳ୍ପର ଦିନ ହେବା ଦରକାର । ଆପଣ ମୋତେ କୁହନ୍ତୁ ଆଜିର ସମୟରେ ଆରୋଗ୍ୟ କ୍ଷେତ୍ରରେ ଏତେ ଭଲ ସଂସାଧନ ଅଛି । ଯଦି ପୋଲିଓର ବୁନ୍ଦା ଠିକ୍ ସମୟରେ ପିଲାମାନଙ୍କୁ ଦିଆଯାଏ, ତ ଆମ ଗାଁରେ ପିଲାଙ୍କୁ ପୋଲିଓ ହେବାର ସମ୍ଭାବନା ରହିବ ନାହିଁ, ବଂଚି ଯାଇଥାଆନ୍ତି । ଆପଣ ମୋତେ କୁହନ୍ତୁ ଆଜି ମଧ୍ୟ ଆପଣଙ୍କ ଗାଁରେ କିଏ 40 ବର୍ଷର, କିଏ 50 ବର୍ଷର ବ୍ୟକ୍ତି ପୋଲିଓ କାରଣରୁ କଷ୍ଟକର ଜୀବନ ଜୀଉଁଥିବେ, ଦିବ୍ୟାଙ୍ଗ ଅବସ୍ଥାରେ ଆପଣ ଦେଖୁଥିବେ, ଆପଣଙ୍କ ମନରେ କଷ୍ଟ ହେଉଥିବ, କଷ୍ଟ ହେଉ ନଥିବ କି? ଆପଣଙ୍କୁ ଲାଗୁଥିବ କି ଲାଗୁ ନ ଥିବ, ଆରେ ଭଗବାନ ତା’ ସହିତ ଏଭଳି କାହିଁକି କରିଦେଲେ, ବିଚରା ଚାଲି ପାରୁନାହିଁ । ଆପଣଙ୍କ ମନରେ ନିଶ୍ଚୟ ଏହି ଭାବନା ଉଠୁଥିବ ।

ମୋ ଭାଇ ଓ ଭଉଣୀ ମାନେ, 40-50ବର୍ଷ ବୟରେ ସେହି ବ୍ୟକ୍ତିକୁ ବୋଧହୁଏ ସେହି ସୌଭାଗ୍ୟ ମିଳି ନଥିଲା । କିନ୍ତୁ ଆଜି, ଆଜି ପୋଲିଓର ବୁନ୍ଦା, ଆପଣଙ୍କ ଗାଁରେ କୌଣସି ମଧ୍ୟ ପିଲାକୁ ପଙ୍ଗୁ ହେବାକୁ ଦେଉ ନାହିଁ, ଦିବ୍ୟାଙ୍ଗ ହେବାକୁ ଦେଉ ନାହିଁ, ତାକୁ ପୋଲିଓର ବେମାରୀ ଆସୁନାହିଁ । କ’ଣ ପୋଲିଓର ବୁନ୍ଦା, ଏଥି ପାଇଁ କ’ଣ ବଜେଟ ଲାଗିବ କି? ଡାକ୍ତର ଆସୁଛନ୍ତି, ସରକାର ଆସୁଛନ୍ତି, ଟଙ୍କା ଖର୍ଚ୍ଚ କରାଯାଉଛି, ପୋଲିଓ ବୁନ୍ଦାର ତାରିଖ ଟିଭିରେ, ସମ୍ବାଦ ପତ୍ର ମାଧ୍ୟମରେ କ୍ରମାଗତ ଘୋଷଣା କରାଯାଉଛି । କ’ଣ ମୁଁ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ଲୋକ, ମୁଁ ମୋ ଗାଁରେ ପୋଲିଓ ବୁନ୍ଦାରୁ କେବେ ମଧ୍ୟ କୌଣସି ପରିସ୍ଥିତିରେ ମଧ୍ୟ କାହାକୁ ବଂଚିତ କରିବି ନାହିଁ, କ’ଣ ଏହି ନିର୍ଣ୍ଣୟ ମୁଁ କରି ପାରିବି କି, କରି ପାରିବି ନାହିଁ? କ’ଣ ଏହି କାମକୁ ମୁଁ କରି ପାରିବି କି, କରି ପାରିବି ନାହିଁ?

କିନ୍ତୁ କେବେ-କେବେ ଜନ ପ୍ରତିନିଧିମାନଙ୍କୁ ଲାଗିଥାଏ କି ଏହି କାମ ତ ହେଉଛି ସରକାରୀ ବାବୁ ମାନଙ୍କର, ଆମର ନୁହେଁ । ଆଜ୍ଞା ନୁହେଁ, ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଆମେ ହେଉଛୁ ଜନତାଙ୍କ ସେବକ, ଆମେ ସରକାରଙ୍କ ସେବକ ନୁହେଁ । ଆମେ ଜନପ୍ରତିନିଧି ଜନତାଙ୍କ ସୁଖ ପାଇଁ ଆସିଛୁ ଆଉ ଏଥିପାଇଁ ଆମର ଶକ୍ତି, ଆମର ସମୟ ଯଦି ସେହି କାମ ପାଇଁ ଲାଗିଥାଏ ତ ଆମେ ଗାଁର ଜୀବନ ବଦଳାଇ ପାରିବା ।

ଆପଣ ମୋତେ କୁହନ୍ତୁ- ମୁଁ ଛୋଟ-ଛୋଟ କଥା ଏଥିପାଇଁ କହୁଛି କି କେବେ-କେବେ ବଡ଼ ବଡ଼ କଥା କହିବା ପାଇଁ ବହୁତ ସଠିକ୍ ଜାଗା ହୋଇଥାଏ । ଆଉ ବଡ଼ ବଡ଼ ଲୋକ ବଡ଼ ବଡ଼ କଥା ମଧ୍ୟ କହି ଥାଆନ୍ତି । କିନ୍ତୁ ଆମକୁ ଆମ ଗାଁରେ ଛୋଟ-ଛୋଟ କଥା ମାଧ୍ୟମରେ ମଧ୍ୟ ପରିବର୍ତ୍ତନ ଆସିଥାଏ ।

ଆମକୁ ଜଣାଅଛି କି ଆମ ଗାଁର କୃଷକ-କ’ଣ ତାକୁ ଏହା ଜଣା ଅଛି କି ଯଦି ଯେଉଁ କ୍ଷେତରୁ ସେ ନିଜର ପେଟ ପୂରାଉଛି, ଯେଉଁ କ୍ଷେତ ମାଧ୍ୟମରେ ସେ ସମାଜର ପେଟ ପୂରାଉଛି, ଯଦି ସେହି ମାଟିର ସ୍ୱାସ୍ଥ୍ୟ ଭଲ ନ ରହିବ, ତ କେବେ ନା କେବେ ସେହି ଧରଣୀ ମାତା ରାଗି ଯିବ କି ନ ଯିବ? ଧରଣୀ ମାତା ଆଜି ଯେତେ ଫସଲ ଦେଉଛି ସେ ତାହା ଦେବା ବନ୍ଦ କରିବ କି ନ କରିବ? ଆମେ ମଧ୍ୟ ଭୋକରେ ମରିବା ଆଉ ସେ ମଧ୍ୟ ଭୋକରେ ମରିବ । ଆମର ଭବିଷ୍ୟତ ପିଢି ମଧ୍ୟ ଗରିବୀ ମଧ୍ୟରେ ଚଳିବା ପାଇଁ ବାଧ୍ୟ ହୋଇଯିବେ । । କ’ଣ କେବେ ଭାବିଛନ୍ତି କି ଆମେ କେବେ ଗାଁ ଲୋକଙ୍କୁ ବସାଇବା, ବସାଇ ସ୍ଥିର କରିବା କି ଭାଇ, କହନ୍ତୁ, ଆମେ ଶୀଘ୍ର ଶୀଘ୍ର ଫସଲ, ଅଧିକରୁ ଅଧିକ ଫସଲ ଉତ୍ପାଦନ ହେଉ, ଏଥିପାଇଁ ଅଧିକ ମାତ୍ରରେ ୟୁରିଆ ଦେଇ ଚାଲିଛେ । ପାଖ ଲୋକ ଏକ ବସ୍ତା ୟୁରିୟା ପକାଇ ଦେଲା ତ ମୁଁ ମଧ୍ୟ ଏକ ବସ୍ତା ପକାଇ ଦେଉଛି । ପାଖ ଲୋକ ଦୁଇ ବସ୍ତା ପକାଇ ଦେଲା ତ ମୁଁ ମଧ୍ୟ ଦୁଇ ବସ୍ତା ପକାଇ ଦେଉଛି । ପାଖ ଲୋକ ନାଲି ଡବା ବାଲା ଔଷଧ ପକାଇ ଦେଲା ତ ମୁଁ ମଧ୍ୟ ନାଲି ଡବା ବାଲା ଔଷଧ ପକାଇ ଦେବି । ଆଉ ଏହି କାରଣରୁ ମୁଁ ମୋ କ୍ଷେତକୁ ନଷ୍ଟ କରୁଛି ।

କ’ଣ ଗାଁର ଲୋକ ମିଳିମିଶି ସ୍ଥିର କରିବେ କି ଆମେ ଯଦି ଆଗରୁ ସମଗ୍ର ଗାଁ ପାଇଁ 50 ବସ୍ତା ୟୁରିଆ ଆସୁଥିଲା, ଏବେ ଆମେ 40 ବସ୍ତାରେ ଚଳାଇ ନେବା, 40 ବସ୍ତାରେ ଚଳାଇ ଦେବା । ଏହା କୁହନ୍ତୁ, ଗାଁର ଲୋକମାନଙ୍କର ଦଶ ବସ୍ତାର ପଇସା ବଂଚିବ ନା ବଂଚିବ ନାହିଁ? ଗାଁ ଭିତରେ ୟୁରିଆ ଯୋଗୁଁ ଆମର ଯେଉଁ ମାଟିର ସ୍ୱାସ୍ଥ୍ୟ ଖରାପ ହେଉଛି, ଆମର କ୍ଷେତ ନଷ୍ଟ ହେଉଛି, ଆମର ଧରଣୀ ମାତା ନଷ୍ଟ ହେଉଛି, ତାହାକୁ ବଂଚାଇବା ପାଇଁ ଆମର ଟିକେ ଯଦି କିଛି ଭୂମିକା ରହିବ କି ରହିବ ନାହିଁ? ଟଙ୍କା ମଧ୍ୟ ବଂଚିବ, ଧୀରେ ଧୀରେ ଫସଲ ମଧ୍ୟ ଭଲ ହେବାରେ ଲାଗିବ । ଆମର ମାଆ, ଧରଣୀ ମାଆ ଆମ ଉପରେ ଖୁସି ହୋଇଯିବ, ସେ ମଧ୍ୟ ଆମ ଉପରେ ଆଶୀର୍ବାଦ ବର୍ଷା କରିବ କି ଔଷଧ ପିଆଇ ପିଆଇ ମୋତେ ମାରୁଥିଲା, ଏବେ ମୋ ପୁଅ ସୁଧୁରି ଗଲା, ଏବେ ମୁଁ ମଧ୍ୟ ଏକ ଧରଣୀ ମାଆ ଭଳି ତା ପେଟ ପୁରାଇବା ପାଇଁ ଅଧିକା କରିବି । ଆପଣ ମୋତେ କହନ୍ତୁ କରି ପାରିବା କି କରି ପାରିବା ନାହିଁ?

ମୁଁ ଆପଣମାନଙ୍କୁ, ମୋର ଆଦିବାସୀ ଭାଇମାନଙ୍କୁ ପଚାରିବାକୁ ଚାହୁଁଛି, ମୁଁ ଜନଜାତିର ଭାଇମାନଙ୍କୁ ପଚାରିବାକୁ ଚାହୁଁଛି, କି ଏହି କାମ ଆମେ କରି ପାରିବା କି କରି ପାରିବା ନାହିଁ? କରି  ପାରିବା କି କରି ପାରିବା ନାହିଁ?

ଆପଣ ମୋତେ କୁହନ୍ତୁ ଏବେ ସରକାର ଗୋଟିଏ ବଡ଼ ଭଲ ନିୟମ ପ୍ରସ୍ତୁତ କରିଛନ୍ତି । ମୁଁ ମାଣ୍ଡଲାର ଜଙ୍ଗଲ ମଧ୍ୟରେ ଆଜି ଛିଡା ହୋଇଛି । ଏଠାରେ ବାଉଁଶ ଚାଷ ହୋଇଥାଏ । ଗୋଟିଏ ସମୟ ଥିଲା ଆମ ଦେଶରେ ବାଉଁଶକୁ ଗଛ ବୋଲି ବିବେଚନା କରାଯାଉଥିଲା । ଏବେ ମୁଁ ମଧ୍ୟ ବୁଝି ପାରୁନାହିଁ, ମୁଁ ଫାଇଲ ପଢୁଛି କି ଏତେ ବର୍ଷ ପର୍ଯ୍ୟନ୍ତ ଏହି ବାଉଁଶକୁ, ବାଉଁଶକୁ କାହିଁକି ଗଛ ବୋଲି ଗଣା ଯାଉଥିଲା । ଆଉ ସେହି କାରଣରୁ କ’ଣ ହେଲା, ମୋର ଯେଉଁ ଜନଜାତି ଭାଇ ଜଙ୍ଗଲରେ ରହନ୍ତି, ସେମାନେ ବାଉଁଶକୁ କାଟି ପାରିବେ ନାହିଁ, ବାଉଁଶକୁ ବିକ୍ରି କରି ପାରିବେ ନାହିଁ, ଆଉ ଯଦି କେବେ ନେଇ କରିଯାଏ, ଆଉ କୌଣସି ଜଙ୍ଗଲ ଅଧିକାରୀ ଦେଖି ନିଅନ୍ତି ତ ପୁଣି  ତାକୁ ଦିନରେ ରାତିର ତାରା ଦେଖାଯାଏ । ଏହି ଅସୁବିଧା ଆସିଥାଏ ନା ଆସି ନ ଥାଏ? କଷ୍ଟ ଆସିଥାଏ ନା ଆସି ନ ଥାଏ?

ସରକାର ଏକ ବଡ଼ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଲେ । ସରକାର ଏକ ବଡ଼ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଲେ କି ଏବେ ବାଉଁଶକୁ, ବାଉଁଶ(Bamboo)କୁ ଗଛ ଶ୍ରେଣୀରେ ନୁହେଁ, ତାହାକୁ ଘାସ ଶ୍ରେଣୀରେ ରଖାଯିବ ଫଳରେ କୃଷକ ନିଜ କ୍ଷେତର ଚାରିକଡେ ବାଉଁଶ ଚାଷ କରି ପାରିବ, ବାଉଁଶ ବିକ୍ରି କରି ପାରିବ, ବାଉଁଶରୁ ଭିନ୍ନ ଭିନ୍ନ ଜିନିଷ ତିଆରି କରି ବଜାରରେ ବିକ୍ରି କରି ପାରିବ, ଗାଁ ଭିତରେ ଏକ ନୂତନ ରୋଜଗାର ସୃଷ୍ଟି ହୋଇ ପାରିବ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ଜଙ୍ଗଲ, ମୋର ଏତେ ଜନଜାତି ସମୁଦାୟ, ଏତେ ବାଉଁଶ, କିନ୍ତୁ ମୋ ଦେଶକୁ 12-15ହଜାର କୋଟି ଟଙ୍କାର ବାଉଁଶ ଆମେ ବିଦେଶରୁ ଆଣୁଛୁ । ଅଗରବତୀ ତିଆରି କରିବାର ଅଛି ବାଉଁଶ ବିଦେଶରୁ ଆଣ, ଗୁଡି ତିଆରି କରିବାର ଅଛି ବାଉଁଶ ବିଦେଶରୁ ଆଣ । ଘର ତିଆରି କରିବାର ଅଛି, ବାଉଁଶ କାଟିବାର ଅନୁମତି ନାହିଁ । ହଜାର ହଜାର କୋଟି ଟଙ୍କା ବିଦେଶକୁ ଚାଲି ଯାଉଛି ।

ଏବେ ମୁଁ ମୋର ଜନଜାତିର ଭାଇମାନଙ୍କୁ ଗାଁର ମୋର କୃଷକ ଭାଇମାନଙ୍କୁ ଅନୁରୋଧ କରୁଛି କି, ଉନ୍ନତମାନର ବାଉଁଶ ନିଜ କ୍ଷେତ ଚାରିପଟେ, ଅନ୍ୟ ଯେଉଁମାନେ ଚାଷ କରୁଛନ୍ତି ସେମାନେ କରନ୍ତୁ ଆମେ କ୍ଷେତ କଡରେ ବାଉଁଶ ଲଗାଇ ଦେବା, ଦୁଇ ବର୍ଷରେ, ତିନି ବର୍ଷରେ ତାହା ଆୟ କରିବା ଆରମ୍ଭ କରିଦେବ । ମୋର କୃଷକଙ୍କର ଆୟ ବଡ଼ିବ କି ବଢିବ ନାହିଁ । ଯେଉଁ ବିଲ ବେକାର ହୋଇ ପଡିଥିଲା, ତା, କଡେ କଡେ ସେଠାରେ ଅତିରିକ୍ତ ଆୟ ହେବ ନା ହେବ ନାହିଁ?

ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, କି ମୋର ପଞ୍ଚାୟତର ପ୍ରତିନିଧିମାନଙ୍କୁ ଅନୁରୋଧ କରୁଛି କି କ’ଣ ଆମେ କୃଷି କ୍ଷେତ୍ରରେ ଆମ ଗାଁର କୃଷକମାନଙ୍କୁ ଆତ୍ମନିର୍ଭର କରିପାରିବା କି କରି ପାରିବା ନାହିଁ? ଆମର ହିମାଚଳ ପ୍ରଦେଶର ରାଜ୍ୟପାଳ ସାହେବ ଅଛନ୍ତି, ଦେବବ୍ରତ ମହାଶୟ, । ସେ ହେଉଛନ୍ତି ରାଜ୍ୟପାଳ କିନ୍ତୁ ସମ୍ପର୍ଣ୍ଣ ସମୟ ଶୂନ୍ୟ ବଜେଟରେ ଚାଷବାସ ଭଳି କୌଶଳ ଲୋକଙ୍କୁ ଶିଖାଉଛନ୍ତି । ଗୋଟିଏ ଗାଈ ହେଉ, ଗୋଟିଏ ଗାଈ ଆଉ ଦୁଇ ଏକର ଜମି ହେଉ, ତ କିଭଳି ଶୂନ୍ୟ ବଜେଟରେ ଚାଷବାସ ହୋଇପାରିବ, ସେ ଶିଖାଇ ଚାଲିଛନ୍ତି ଆଉ ଅନେକ ଲୋକ ସେହି ପ୍ରକାରର ପଥ ଆପଣେଇଛନ୍ତି । କ’ଣ ମୋର ପଞ୍ଚାୟତର ପ୍ରତିନିଧି ଏହି ଜିନିଷଗୁଡିକୁ ଶିଖି ନିଜ ଗାଁର କୃଷକମାନଙ୍କୁ ପ୍ରସ୍ତୁତ କରି ପାରିବେ କି କରିପାରିବେ ନାହିଁ?

ଏବେ ଆମେ ମହୁକୁ ନେଇ ଜନ ଅଭିଯାନ ଚଲାଇଛୁ । ମହୁମାଛି ପାଳନର । ଛୋଟ କୃଷକ ଜଣେ ହେଉ, ଯଦି 50 ବାକ୍ସ ନିଜ କ୍ଷେତରେ ରଖିଦେବ ତ ବର୍ଷକୁ ଦେଢ-ଦୁଇ ଲକ୍ଷ ଟଙ୍କାର ମହୁ ବିକ୍ରି କରି ପାରିବ ଆଉ ଯଦି ବିକ୍ରି କରି ପାରିଲା ନାହିଁ, ଗାଁରେ ମଧ୍ୟ ଖାଇଲା, ତେବେ ମଧ୍ୟ ଶରୀରକୁ ଲାଭ ମିଳି ଯିବ । ଆପଣ ମୋତେ କୁହନ୍ତୁ ଚାଷରୁ ଆୟ ବଢି ପାରିବ କି ବଢି ପାରିବ ନାହିଁ? କ’ଣ ଏହି କାର୍ଯ୍ୟ ବଜେଟରୁ କରିବାର ଆବଶ୍ୟକତା ଅଛି, ଆଜ୍ଞା ନୁହେଁ । ଏହି କାମ ନିଜକୁ ନିଜେ ହୋଇ ପାରିବ । ଆଉ ଏଥିପାଇଁ ଆମେ ସ୍ଥିର କରିବା ।

ଏବେ ମନରେଗାରୁ ଅର୍ଥ ଆସୁଛି, ଲୋକମାନଙ୍କୁ ସରକାର, ଭାରତ ସରକାର ଅର୍ଥ ଦେଉଛନ୍ତି । ପରିଶ୍ରମ ପାଇଁ ମଜୁରୀ ଟଙ୍କା ଦେଉଛନ୍ତି । କ’ଣ ଆମେ ସ୍ଥିର କରିବା କି ଭାଇ ଅପ୍ରେଲ, ମଇ, ଜୁନ୍ – ତିନି ମାସରେ ଯେଉଁ ମନରେଗା କାମ ହେବ, ଯାହା ଆମେ ମଜୁରୀ ଦେବୁ, ଆମେ ପ୍ରଥମେ ସ୍ଥିର କରିବା କି ଗାଁରେ ପାଣି ବଂଚାଇବା ପାଇଁ କ’ଣ କ’ଣ କାମ ହୋଇପାରିବ । ଯଦି ପୋଖରୀକୁ ଗଭୀର କରିବାର ଅଛି, ଛୋଟ ଛୋଟ ଆଡି ବନ୍ଧ ତିଆରି କରିବାର ଅଛି, ପାଣି ଅଟକାଇବା ପାଇଁ ବ୍ୟବସ୍ଥା କରିବାର ଅଛି । ଗୋଟିଏ ଗୋଟିଏ ବୁନ୍ଦା ବର୍ଷା ଜଳ, ଏହି ପାଣି ବଂଚାଇବା ପାଇଁ ହିଁ ତିନି ମାସ ମନରେଗା ଅର୍ଥର କାର୍ଯ୍ୟ, ସେଥିରେ ଲଗାଇବା । ଯେଉଁମାନେ ଶ୍ରମିକଭାବେ କାର୍ଯ୍ୟ କରିବେ ସେହି କାମ ପାଇଁ କରିବେ ।

ଆପଣ ମୋତେ କୁହନ୍ତୁ ଯଦି ଗାଁର ପାଣି ଗାଁରେ ରହିଥାଏ, ଗୋଟିଏ ଗୋଟିଏ ବୁନ୍ଦା ବର୍ଷା ଜଳ ବଂଚି ଯାଇଥାଏ ତ ଭୂତଳ ଜଳ ଯାହା ତଳକୁ ତଳ ଚାଲି ଯାଉଛି ସେହି ପାଣି ଉପରକୁ ଆସିବ କି ଆସିବ ନାହିଁ? ପାଣି ବାହାର କରିବାର ଖର୍ଚ୍ଚ କମ୍ ହେବ କି ହେବ ନାହିଁ? ଯଦି ଅଧିକ କିମ୍ବା କମ୍ ବର୍ଷା ହୋଇଗଲା ତ ସେହି ପାଣିରେ କ୍ଷେତକୁ ଜୀବନଦାନ ମିଳିଥାଏ କି ମିଳି ନ ଥାଏ? ଗାଁର କେହି ଭୋକରେ ମରିବାର ପରିସ୍ଥିତି ଆସିବ କି?

ଏପରି ନୁହେଁ କି ଯୋଜନାଗୁଡିକ ନାହିଁ, ଏପରି ନୁହେଁ କି ଅର୍ଥର ଅଭାବ ଅଛି । ମୁଁ ଗାଁର ପ୍ରତିନିଧିମାନଙ୍କୁ ଅନୁରୋଧ କରୁଛି କି, ଆପଣ ସ୍ଥିର କରନ୍ତୁ- ସେ  ଶିକ୍ଷାର ବିଷୟ ହେଉ, ସେ  ଆରୋଗ୍ୟର ବିଷୟ ହେଉ, ସେ ପାଣି ସଂଚୟର ବିଷୟ ହେଉ, ସେ କୃଷିରେ ପରିବର୍ତ୍ତନ ଆଣିବାର ବିଷୟ ହେଉ, ଏହା ହେଉଛି ଏଭଳି କାର୍ଯ୍ୟ ଯେଉଁଥିରେ ନୂଆ ବଜେଟ ବିନା ମଧ୍ୟ ଗାଁ ଲୋକ ଆଜି ଯେଉଁଠାରେ ଅଛନ୍ତି, ସେଠାରୁ ଆଗକୁ ଯାଇ ପାରିବେ ।

ଆଉ ଗୋଟିଏ କଥା ମୁଁ କହିବାକୁ ଚାହିଁବି- ଗୋଟିଏ ଯୋଜନା ଆମେ ଲାଗୁ କରିଥିଲୁ ଜନ-ଧନ ଯୋଜନା, ବ୍ୟାଙ୍କରେ ଖାତା ଖୋଲିବା ପାଇଁ । ଅନ୍ୟ ଯୋଜନାଟିଏ ନେଇଥିଲୁ 90 ପଇସାରେ ବୀମା ଯୋଜନା । ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଗରିବରୁ ଗରିବ 90ପଇସା ଖର୍ଚ୍ଚ କରି ପାରିବେ ନାହିଁ । ଯଦି ତାକୁ ବିଡ଼ି ପିଇବାର ଅଭ୍ୟାସ ଥିବ ତ ବୋଧହୁଏ ଦିନରେ ଦୁଇ ଟଙ୍କାର ବିଡ଼ି ପିଇ ନେଉଥିବ । 90 ପଇସା ସେ ବାହାର କରି ପାରିବ ।  

ଆପଣମାନେ ଦେଖିଥିବେ ଏଠାରେ ମଞ୍ଚ ଉପରେ ମୋତେ ଜଣେ ଜନଜାତି ସମୁଦାୟର ମାଆଙ୍କୁ ଦୁଇ ଲକ୍ଷ ଟଙ୍କା ଦେବାର ସୌଭାଗ୍ୟ ମିଳିଲା । ଏହି ଦୁଇ ଲକ୍ଷ ଟଙ୍କା କ’ଣ ଥିଲା? ସେ ଯେଉଁ 90 ପଇସା ଭଳି ବୀମା ନେଇଥିଲେ ଆଉ ତାଙ୍କ ପରିବାରରେ ବିପତ୍ତି ଆସିଗଲା, ପରିବାରର ମୁଖ୍ୟଙ୍କର ସ୍ୱର୍ଗବାସ ହୋଇଗଲା । ସେହି 90 ପଇସା କାରଣରୁ ଆଜି ତାଙ୍କୁ ଦୁଇ ଲକ୍ଷ ଟଙ୍କାର ବୀମା ରାଶି ମିଳିଗଲା । ଜଣେ ଗରିବ ମାଆର ହାତରେ ଦୁଇ ଲକ୍ଷ ଟଙ୍କା ଆସିଯିବ, ମୋତେ କହନ୍ତୁ ଜୀବନର ଏହି ଅସୁବିଧା ସମୟରେ ତାଙ୍କ ଜୀବନକୁ ସାହାଯ୍ୟ ମିଳିବ କି ନ ମିଳିବ?

କ’ଣ ମୋର ଜନପ୍ରତିନିଧି, କ’ଣ ମୋର ପଞ୍ଚାୟତର ପ୍ରଧାନ ମୋ ଗାଁରେ ଗୋଟିଏ ମଧ୍ୟ ଏପରି ପରିବାର ନ ଥିବ ଯାହାଙ୍କର ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଖାତା ନ ଥିବ ଆଉ ଯାହାର ଅତି କମ୍ ରେ 90 ପଇସା ବାଲା ବୀମା ନ ଥିବ, ଆଉ ଯଦି ସେହି ପରିବାରରେ ଅସୁବିଧା ଆସିଲା ତ ଦୁଇ ଲକ୍ଷ ଟଙ୍କା ସେହି ପରିବାରକୁ ସାହଯ୍ୟ ମିଳିଯିବ । ଗାଁ ଉପରେ କେବେ ସେହି ପରିବାର ବୋଝ ହେବ ନାହିଁ, କ’ଣ ସେହି କାମ କରି ପାରିବା ନାହିଁ?

ଭାଇ ଓ ଭଉଣୀମାନେ, ତିନୋଟି କଥା ଉପରେ ମୁଁ ଆପଣଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛି ଆଉ ସେଗୁଡିକ-ଗୋଟିଏ ଜନ-ଧନ, ଦ୍ୱିତୀୟଟି ବନ-ଧନ ଆଉ ତୃତୀୟଟି ଗୋବର-ଧନ, ଗୋବରଧନ । ଏହି ତିନୋଟି କଥା ଦ୍ୱାରା ଆମେ ଗାଁର ଅର୍ଥ ବ୍ୟବସ୍ଥାରେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ।

ଜନ-ଧନ ଯୋଜନା ଦ୍ୱାରା ଅର୍ଥ ବ୍ୟବସ୍ଥାର ମୁଖ୍ୟ ଧାରାରେ ଆମ ପ୍ରତି ଗରିବ ପରିବାରକୁ, ପ୍ରତ୍ୟେକ ନାଗରିକଙ୍କୁ ଆଣି ପାରିବା । ଏ ଦିଗରେ ସଫଳ ପ୍ରୟାସ ହୋଇଛି ।

ବନ-ଧନ – ଆମର ଏଠି ଯେଉଁ ବନ ସମ୍ପଦ ସବୁ ଅଛି, ଯେଉଁ ପ୍ରାକୃତିକ ସମ୍ପଦ ଗୁଡ଼ିକ ଅଛି; ତାହାର ମୂଲ୍ୟ ବୁଝି କରି – ଆରେ ଆଜି ତ, ଯଦି ଗାଁ ଭିତରେ ନିମ ଗଛ ଅଛି ତ ନିମର ଫଳ ତଳେ ପଡ଼ିଥାଏ- ଯଦି ପାଞ୍ଚ-ପଚିଶ ଜଣ ମହିଳା ସେହି ନିମର ଫଳକୁ ଏକାଠି କରି ନେବେ, ତାହାର ତେଲ ବାହାର କରନ୍ତି ଆଉ ୟୁରିଆରେ ନିମ ଲେପିତ ହୋଇଥାଏ, ଗାଁର ମହିଳାମାନଙ୍କର ମଧ୍ୟ ରୋଜଗାର ହୋଇ ଯାଇଥାଏ । ସେହି ନିମ ଗଛ, ସେହି ନିମ ଫଳ କେବେ କେବେ ମାଟିରେ ମିଶି ଯାଉଥିଲା, ଆଜି – ଆଜି ତାହା ବନ-ଧନ ହୋଇ ପାରିବ । କ’ଣ ଆମେ ଏହି ପରିବର୍ତ୍ତନ ଆଣି ପାରିବା ନାହିଁ?

ମୁଁ ଜଙ୍ଗଲରେ ରହୁଥିବା ମୋର ଜନଜାତିର ବନ୍ଧୁମାନଙ୍କୁ କହିବାକୁ ଚାହିଁବି, ମୁଁ ସମସ୍ତ ସରକାରଙ୍କୁ ମଧ୍ୟ କହିବାକୁ ଚାହିଁବି । ଆଉ ଆଜି ଏଠାରେ ମଧ୍ୟ ପ୍ରଦେଶର ସରକାର ଜନଜାତିୟ ସମୁଦାୟଙ୍କ ପାଇଁ ଏକ ବହୁତ ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି ଯେଉଁଥିରେ ବନ-ଧନର ମଧ୍ୟ ମହାତ୍ମ୍ୟ ଅଛି ।

ତୃତୀୟ କଥା ମୁଁ କହିଲି- ଗୋବର-ଧନ । ଗାଁରେ ପଶୁ ରହିଥାଆନ୍ତି, ଯେଉଁ ଗୋବର ମିଳେ ତାହାର ବୈଜ୍ଞାନିକ ପଦ୍ଧତିରେ ଉପଯୋଗ ହୋଇ ନ ଥାଏ । ଯଦି ଗାଁର ଗୋବର, ଗାଁର ଅଳିଆ-ଆବର୍ଜନା, ଏହାକୁ ଏକ ସମ୍ପତ୍ତି ଭାବିବା, ସେଥିରୁ ଗ୍ୟାସ ଉତ୍ପାଦନ ହୋଇ ପାରେ, ସେଥିରୁ ବିଜୁଳି ବାହାରି ପାରେ, ସେଥିରୁ ଉତ୍ତମ ପ୍ରକାରର ଉର୍ବରକ ତିଆରି ହୋଇପାରେ । ୟୁରିଆର ଆବଶ୍ୟକତା ବିନା ଉତ୍ତମ ଖତରୁ ଗାଁର ଚାଷ ହୋଇ ଯାଇପାରିବ । ଗାଁକୁ ବେମାରୀ ଆସିବ ନାହିଁ । ଏହି କାମ ମଧ୍ୟ ବିନା ପଇସାରେ ହୋଇ ପାରିବ । ସରକାରଙ୍କ ଯୋଜନା ଗୁଡ଼ିକର ଲାଭ ନେଇ ହୋଇ ପାରିବ ।

ଭାଇ ଓ ଭଉଣୀ ମାନେ ଆଉ ଏଥିପାଇଁ, ଆଜି ଯେତେବେଳେ ମୁଁ ସାରା ଦେଶର ପଞ୍ଚାୟତଗୁଡ଼ିକର ନିର୍ବାଚିତ ଲୋକମାନଙ୍କ ସହିତ ହିନ୍ଦୁସ୍ଥାନର ସମସ୍ତ ଗାଁରେ, ଦୁଇ ଲକ୍ଷ ଚାଳିଶ ହଜାର ଗାଁକୁ ଆଜି ମାଆ ନର୍ମଦାଙ୍କ ଧରଣୀରୁ ମାଣ୍ଡଲାର ଧରଣୀରୁ, ମାତା ଦୁର୍ଗାବତୀଙ୍କ ଆଶୀର୍ବାଦ ସହିତ ଆଜି ଯେତେବେଳେ ମୁଁ ସମ୍ବୋଧନ କରୁଛି, ସେତେବେଳେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆସନ୍ତୁ ଏହି ସଂକଳ୍ପ କରିବା-2022, ଯେତେବେଳେ ସ୍ୱାଧୀନତାର 75ବର୍ଷ ହେବ, ଆଉ ଏହି ବର୍ଷ 2 ଅକ୍ଟୋବରକୁ ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ ଆରମ୍ଭ ହେବ, ଏପରି ଭାବେ ଆମ ପାଇଁ ହେଉଛି ସୁଯୋଗ କି ଆମେ ଗାନ୍ଧିଜୀଙ୍କ ସ୍ୱପ୍ନର ଗାଁ ପ୍ରତିଷ୍ଠା କରିବା । ଆମେ ମିଳିମିଶି ଭାରତକୁ ବଦଳାଇବା ପାଇଁ ଗାଁକୁ ବଦଳାଇବା । ଆମେ ସମସ୍ତେ ମିଳିମିଶି ଗାଁ ଭିତରେ ଅର୍ଥର ଉପଯୁକ୍ତ ବ୍ୟବହାର କରିବା ।

ଆଜି ଏବେ ଗୋଟିଏ କାର୍ଯ୍ୟକ୍ରମର ମୁଁ ଶୁଭାରମ୍ଭ କଲି ଯାହା ମାଧ୍ୟମରେ ଟେକ୍ନୋଲଜିର ଶୁଭାରମ୍ଭ କରି ସରକକାରଙ୍କ ପାଖରୁ କେତେ ଅର୍ଥ ଆସିଥାଏ, କେଉଁ କାମ ପାଇଁ ଆସିଥାଏ, ସେହି କାମ ହେଲା କି ନ ହେଲା, ସେହି କାମ ହେଲା କି ନ ହେଲା, ଯେଉଁଠାରେ ହେବା ଦରକାର ସେଠାରେ ହେଲା କି ନ ହେଲା, ଏହି ସମସ୍ତ ବିବରଣୀ ଆଜି ଆପଣ ନିଜ ମୋବାଇଲରେ ଦେଖି ପାରିବେ । ଆପଣଙ୍କୁ ଜଣା ପଡ଼ିବ କି କୂଅ ପାଇଁ ପଇସା ଆସିଥିଲା କିନ୍ତୁ କୂଅ ତ କେଉଁଠାରେ ଦେଖିବାକୁ ମିଳୁ ନାହିଁ ତ ଆପଣ ଗାଁରେ ପଚାରିବେ କି ଭାଇ ଏହା ଯାହା ସରକାର ବ୍ୟବସ୍ଥା କରିଥିଲେ, ଏଠାରେ ତ କୂଅ ଦେଖିବାକୁ ମିଳୁ ନାହିଁ । ତ ଗାଁ ଲୋକ ମଧ୍ୟ ଚିନ୍ତା କରିବେ କି ହଁ ଭାଇ ଚାଲ, ଗୋଟିଏ ମାସରେ କରି ଦେବା । ମୋତେ କୁହନ୍ତୁ ହିସାବ- କିତାବ ହୋଇ ପାରିବ କି ହୋଇ ପାରିବ ନାହିଁ? ଗାଁରେ ସଚ୍ଚୋଟତାର ସହ କାମ କରିବାର ଅଭ୍ୟାସ ଆସିବ କି ଆସିବ ନାହିଁ? ବାବୁମାନଙ୍କୁ କାମର ଉତ୍ତର ଦେବାକୁ ପଡ଼ିବ କି ପଡ଼ିବ ନାହିଁ? ଗୋଟିଏ-ଗୋଟିଏ ପଇସାର ହିସାବ ଦେବାକୁ ପଡ଼ିବ କି ପଡ଼ିବ ନାହିଁ?

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଉ ଏଥିପାଇଁ ସଠିକ ସମୟରେ ଉପଯୁକ୍ତ କାମ-ଆପଣ ଦେଖନ୍ତୁ ପାଞ୍ଚ ବର୍ଷରେ ଆମର କାର୍ଯ୍ୟକ୍ରମ ସ୍ୱର୍ଣ୍ଣିମ କାର୍ଯ୍ୟକାଳ ହୋଇ ପାରିବ । ଗାଁ ମନେ ରଖିବ କି ଭାଇ ଅମୁକ ବର୍ଷରେ ଅମୁକ ବର୍ଷ ଯେଉଁ ସମିତି ନିର୍ବାଚିତ ହୋଇ ଆସିଥିଲେ, ସେମାନେ ଗାଁର ରୂପ-ଚେହେରା ବଦଳାଇ ଦେଲେ । ଏହି ସଂକଳ୍ପକୁ ନେଇ କରି ଆଗକୁ ଚାଲିବା ଆଉ ଏଥିପାଇଁ ଆଜି ମୋତେ ଏଠାରେ ଗୋଟିଏ ଏଲପିଜି  ପ୍ଲାଂଟର ଲୋକାର୍ପଣ କରିବାର ସୁଯୋଗ ମିଳିଲା ଆଉ ଏହି ଏଲପିଜି ପ୍ଲାଂଟ ଯାହାକୁ ମୁଁ ଲୋକାର୍ପଣ କଲି, ଆପଣମାନେ ଦେଖିଥିବେ କି ଆମେ ଲୋକମାନଙ୍କ ପାଖରେ ଗ୍ୟାସ ପହଂଚାଉଛୁ କିନ୍ତୁ ଏବେ ସେମାନେ ଗ୍ୟାସ ଭରିବା ପାଇଁ ଯେଉଁ ସିଲିଣ୍ଡର ଅଛି, ତାହାର କାରଖାନା ତିଆରି କରିବାକୁ ପଡ଼ୁଛି । ଏଠାରେ 120 କୋଟି ଟଙ୍କା ବ୍ୟୟରେ ଏହି କାରଖାନା ତିଆରି ହେବ । ଗ୍ୟାସ ସିଲିଣ୍ଡର ଭରିବାର କାମ ହେବ ଆଉ ଏହି ବ୍ୟବସ୍ଥା କହୁଛନ୍ତି କି ଆଖ-ପାଖରେ ପନ୍ନା ହେଉ, ସତନା ହେଉ, ରିୱା ହେଉ, ସିଙ୍ଗରୋଲି ହେଉ, ସହଡୋଲ ହେଉ, ଉମରିୟା ହେଉ, ଡିଣ୍ଡୋରୀ ହେଉ, ଅନୁପୁର ହେଉ, ମାଣ୍ଡଲା ହେଉ, ସିବନ ହେଉ, ବାଲାଘାଟ ହେଉ, ଜବଲପୁର ହେଉ, କଟନୀ ହେଉ, ଦମୋହ ହେଉ; ଏହି ସମସ୍ତ ଜିଲ୍ଲାରେ ଏହି ଗ୍ୟାସ ସିଲିଣ୍ଡର ପହଂଚାଇବାର କାମ ସରଳ ହୋଇଯିବ । ଏଠାକାର ଲୋକଙ୍କୁ ରୋଜଗାର ମିଳିବ ଆଉ ଆପଣଙ୍କର ଏଠାରେ ଏକ ନୂତନ ଦୁନିଆ ଆରମ୍ଭ ହୋଇଯିବ । ଏହି କାମ ମଧ୍ୟ ଆଜି ମୋତେ ଆପଣଙ୍କ ମଧ୍ୟରେ କରିବାର ସୁଯୋଗ ମିଳିଛି ।

ଭାଇ ଓ ଭଉଣୀ ମାନେ, ଅନେକ ବିଷୟ ଅଛି ଯାହାର ମୁଁ ଚର୍ଚ୍ଚା କରି ପାରିବି । କିନ୍ତୁ ମୁଁ ଚାହୁଁଛି କି ଆମେ ଗ୍ରାମ କୈନ୍ଦ୍ରିକ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ ଏହି ମନ୍ତ୍ରକୁ ଆଗକୁ ବଢ଼ାଇ ଯିବାର ଅଛି ।

ଏବେ ଆପଣ ମାନେ ଦେଖିଲେ-ମୁଁ ଦେଖୁଥିଲି କି ଏବେ ଯେତେବେଳେ ଶିବରାଜ ସିଂହ ମହାଶୟ କହୁଥିଲେ କି ଭାରତ ସରକାର ଝିଅମାନଙ୍କ ସହିତ ଦୁର୍ବ୍ୟବହାର କରୁଥିବା ରାକ୍ଷସ ମନୋବୃତ୍ତିର ଲୋକଙ୍କୁ ଏବେ ଫାସିରେ ଝୁଲାଇବାର ଆଇନ ତିଆରି କରିଛନ୍ତି ଆଉ ଯେତେବେଳେ ମୁଖ୍ୟମନ୍ତ୍ରୀ ମହାଶୟ ଏହି କଥା କହିଲେ, ମୁଁ ଦେଖୁଥିଲି ସମଗ୍ର ମଣ୍ଡପ ତାଳିରେ ଗୁଞ୍ଜରିତ ହେଉଥିଲା । ତାଳି ବନ୍ଦ ହେଉ ନ ଥିଲା । ଏହା ଦିଲ୍ଲୀରେ ଏପରି ସରକାର ଅଛନ୍ତି, ଯିଏ ଆପଣଙ୍କ ହୃଦୟର ସ୍ୱର ଶୁଣନ୍ତି ଆଉ ନିଷ୍ପତ୍ତି କରନ୍ତି ।

ଆଉ ମୁଁ କହିବି, ଆମେ ପରିବାରରେ ଝିଅମାନଙ୍କୁ ସମ୍ମାନ ଦେବା ଶିଖିବା, ଆମେ ପରିବାରରେ ଝିଅ ମାନଙ୍କର ମହାତ୍ମ୍ୟ ବଢ଼ାଇବା ଆଉ ପରିବାରରେ ଟିକେ ପୁଅମାନଙ୍କୁ ଦାୟିତ୍ୱ ଶିଖାଇବା ମଧ୍ୟ ଆରମ୍ଭ କରିବା । ଯଦି ପୁଅମାନଙ୍କୁ ଦାୟିତ୍ୱ ଶିଖାଇବା ଆରମ୍ଭ କରିବା ତ, ଝିଅମାନଙ୍କୁ ସୁରକ୍ଷିତ କରିବା କେବେ କଠିନ ହେବ ନାହିଁ, ଆଉ ଏଥିପାଇଁ ଯିଏ ବେଇମାନୀ କରିବ, ଯିଏ ଭ୍ରଷ୍ଟ ଆଚରଣ କରିବ, ରାକ୍ଷସ କାର୍ଯ୍ୟ କରିବ, ସେ ତ ଫାଶୀରେ ଝୁଲିବ । କିନ୍ତୁ ଆମେ ଆମ ପରିବାରରେ ମଧ୍ୟ ଆମ ଝିଅମାନଙ୍କର ମାନ-ସମ୍ମାନର ଦାୟିତ୍ୱ ଉଠାଇବାକୁ ପଡ଼ିବ, ଏକ ସାମାଜିକ ଆନ୍ଦୋଳନ ଠିଆ କରିବାକୁ ପଡ଼ିବ । ଆଉ ଆମେ ସମସ୍ତେ ମିଳିମିଶି ଦେଶକୁ ଏଭଳି ଅସୁବିଧାରୁ ବାହାର କରି ଆଣି ପାରିବା । ଆଉ ମୁଁ ଚାହିଁବି କି ଏହି କଥା ଆପଣ ମାନେ ଆଗକୁ ବଢ଼ାଇବେ ।

ଭାଇ ଓ ଭଉଣୀମାନେ, ସରକାର ଏକ ବହୁତ ବଡ଼ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଚିନ୍ତା କରିଛନ୍ତି । ଆମ ଦେଶର ଦୁର୍ଭାଗ୍ୟ କି ସ୍ୱାଧୀନତା ଲଢ଼େଇରେ ମାତ୍ର କିଛି ଲୋକଙ୍କ ପାଖରେ, କିଛି ପରିବାର ପାଖରେ ହିଁ ସୀମିତ ରହିଗଲା । ପ୍ରକୃତ ବଳିଦାନକାରୀଙ୍କ କଥା ଇତିହାସ ପୃଷ୍ଠାରେ ମଧ୍ୟ ଲେଖା ଯାଇପାରିଲା ନାହିଁ, କ’ଣ ଅସୁବିଧା ଆସିଲା ମୁଁ ଜାଣେ ନାହିଁ ।

ଯଦି 1857ରୁ ଦେଖିବା, ତା’ ପୂର୍ବରୁ ମଧ୍ୟ ଶହେ ବର୍ଷର ପରାଧୀନତା ସମୟରେ କୌଣସି ଗୋଟିଏ ବର୍ଷ ଏପରି ଯାଇ ନଥିବ କି ହିନ୍ଦୁସ୍ଥାନର କୌଣସି ନା କୌଣସି ଅଂଚଳରେ ଆତ୍ମସମ୍ମାନ ପାଇଁ, ସଂସ୍କୃତି ପାଇଁ, ସ୍ୱାଧୀନତା ପାଇଁ ଆମର ପୂର୍ବ ପୁରୁଷମାନେ ଯେଉଁ ବଳିଦାନ ଦେଇଛନ୍ତି । ଶହ-ଶହ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦେଇଛନ୍ତି । କିନ୍ତୁ ଧରି ନିଅନ୍ତୁ 1857 ପରେ ମଧ୍ୟ ଦେଖିବା, ବହୁତ କମ୍ ଲୋକଙ୍କୁ ମଧ୍ୟ ଜଣା ଅଛି କି ଆଉ ଆମକୁ ଭୁଲାଇ ଦିଆଯାଇଛି କି ମୋର ଜନଜାତିର ଭାଇ ଭଉଣୀମାନେ ଭାରତର ସ୍ୱାଧୀନତା ପାଇଁ କେତେ ବଳିଦାନ ଦେଇଛନ୍ତି । ଭାରତର ସମ୍ମାନ ପାଇଁ କେତେ ବଡ଼-ବଡ଼ ଳଢ଼େଇ ଲଢ଼ିଛନ୍ତି । ଦୁର୍ଗାବତୀ, ଅବନ୍ତୀବାଈଙ୍କୁ ତ ସ୍ମରଣ କରୁଛେ, ବିର୍ସାମୁଣ୍ଡାଙ୍କୁ ସ୍ମରଣ କରୁଛେ, କେତେ ଲୋକ ବଳିଦାନ ଦେଇଛନ୍ତି ।

ମୋର ଏପରି ସ୍ୱପ୍ନ ଅଛି କି ହିନ୍ଦୁସ୍ଥାନର ପ୍ରତ୍ୟେକ ରାଜ୍ୟରେ ଯେଉଁଠାରେ –  ଯେଉଁଠାରେ ଜନଜାତିୟ ସମୁଦାୟର ଆମର ପୂର୍ବ ପୁରୁଷମାନେ ସ୍ୱାଧୀନତାର ଲଢ଼େଇ ଲଢ଼ିଥିଲେ, ସେମାନଙ୍କ ପାଇଁ ପ୍ରତ୍ୟେକ ରାଜ୍ୟରେ ଗୋଟିଏ-ଗୋଟିଏ ଆଧୁନିକ ସଂଗ୍ରହାଳୟ ନିର୍ମାଣ କରାଯିବ, ସ୍କୁଲର ପିଲାଙ୍କୁ ସେଠାକୁ ନିଆଯିବ ଆଉ ସେମାନଙ୍କୁ କୁହାଯିବ କି ଏମାନେ ଆମର ଜଙ୍ଗଲରେ ରହୁଥିବା ଆମର ଜନଜାତିର ବନ୍ଧୁମାନେ ଆମ ଦେଶର ସଂସ୍କୃତି ଆଉ ଇତିହାସ ପାଇଁ କେତେ ବଳିଦାନ ଦେଇଥିଲେ ଆଉ ଆଗାମୀ ଦିନରେ ମଧ୍ୟ ପ୍ରଦେଶରେ ଏହି କାମ ହେବାକୁ ଯାଉଛି ।

ଆଉ ଏଥିପାଇଁ ମୋର ଭାଇ ଓ ଭଉଣୀ ମାନେ, ଆଜି ଆମେ ମାଣ୍ଡଲାର ଧରଣୀରେ ମାଆ ଦୁର୍ଗାବତୀଙ୍କୁ ସ୍ମରଣ କରି ଆଦିମେଳା କରୁଛେ, ସେତେବେଳେ ପଞ୍ଚାୟତିରାଜର ଏହି ମହତ୍ୱପୂର୍ଣ୍ଣ ପର୍ବରେ ଆମର ପଂଚୟତିରାଜର ସଶକ୍ତିକରଣ ହେଉ, ଆମ ଲୋକତନ୍ତ୍ରର ମୂଳଦୁଆ ମଜବୁତ ହେଉ, ଆମର ଜନପ୍ରତିନିଧି ମାଆ ଧରଣୀର କଲ୍ୟାଣ ପାଇଁ, ନିଜ ଗାଁର କଲ୍ୟାଣ ପାଇଁ ନିଜକୁ ନିଜେ ନିୟୋଜିତ କରନ୍ତୁ । ଏହି ଗୋଟିଏ ଭାବନା ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭ କାମନା ଦେଉଛି । ଶ୍ରୀମାନ ତୋମର ମହାଶୟ, ରୂପାଲା ମହାଶୟ ଆଉ ତାଙ୍କ ବିଭାଗର ସମସ୍ତ ଅଧିକାରୀମାନଙ୍କୁ ମଧ୍ୟ ମୁଁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି । କାରଣ ସେମାନେ ସମଗ୍ର ଦେଶରେ ଗାମ ସ୍ୱରାଜ୍ୟ ଅଭିଯାନ ଆରମ୍ଭ କରିଛନ୍ତି ।

ଆସନ୍ତା 30 ଅପ୍ରେଲକୁ ଆୟୂଷ୍ମାନ ଭାରତର ଜନ ଜାଗରଣ ହେବାକୁ ଯାଉଛି । ମଇ 2 ତାରିଖରେ କୃଷକମାନଙ୍କ ପାଇଁ କାର୍ଯ୍ୟଶାଳାମାନ ହେବାକୁ ଯାଉଛି । ଗାଁର ଜୀବନ ସହିତ ଯୋଡ଼ି ହୋଇଥିବା କଥା ଯୋଡ଼ି ହେବାକୁ ଯାଉଛି । ଆପଣମାନେ ସମସ୍ତେ ବଡ଼ ଉତ୍ସାହ ଏବଂ ଉଦ୍ଦୀପନା ସହିତ ଏଥିରେ ସାମିଲ ହୁଅନ୍ତୁ ।

ଏହି ଗୋଟିଏ ଅନୁରୋଧ ସହିତ ବହୁତ-ବହୁତ ଶୁଭ କାମନା, ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Italy and India: A strategic partnership for the Indo-Mediterranean

Media Coverage

Italy and India: A strategic partnership for the Indo-Mediterranean
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam emphasising that well-ordered standards must guide human conduct
May 20, 2026

Prime Minister Shri Narendra Modi today shared a Sanskrit Subhashitam, noting that righteous conduct is like a lamp that illuminates not only an individual but the entire society. Shri Modi highlighted that adopting this very ideal, the people of our country are engaged in nation-building today with complete restraint, capability, and devotion to duty.

The Prime Minister posted on X:

"श्रेष्ठ आचरण वह दीपक है, जिससे व्यक्ति के साथ-साथ समाज भी आलोकित होता है। इसी आदर्श को अपनाते हुए हमारे देशवासी आज पूरे संयम, सामर्थ्य और कर्तव्यनिष्ठा से राष्ट्र निर्माण में जुटे हुए हैं।

तस्माच्छास्त्रं प्रमाणं ते कार्याकार्यव्यवस्थितौ।
ज्ञात्वा शास्त्रविधानोक्तं कर्म कर्तुमिहार्हसि।।"

The determination of what ought to be done and what ought not to be done should not rest upon subjective opinion or momentary impulse but upon a well-ordered standard grounded in the Śāstra, which imparts direction and discipline to conduct. Therefore, a person ought to act in accordance with that established system of standards, so that one's conduct becomes balanced, validated and meaningful.