PM Modi inaugurates the new headquarters building of the Archaeological Survey of India in New Delhi
We need to device new ways to promote civil and social involvement in preserving and promoting our historical heritage: PM
Until we feel proud of our heritage we will not be able to preserve it, says PM Modi
PM Modi says that India must take pride in the rich history of our nation

ମୁଁ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଏହି ଭବ୍ୟ ଭବନ ପାଇଁ ଏବଂ ଅତ୍ୟାଧୁନିକ ଭବନ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଯେଉଁ ସଂଗଠନର ବୟସ 150 ବର୍ଷ ହୋଇ ଯାଇଥିବ । ଅର୍ଥାତ୍ ଏହି ସଂସ୍ଥାନ ନିଜକୁ ନିଜ ମଧ୍ୟରେ ପ୍ରତ୍ନତତ୍ତ୍ଵର ବିଷୟ ହୋଇ ଯାଇଛି ଏବଂ 150 ବର୍ଷରେ କିଭଳି, କିଭଳି ଭାବେ କେଉଁଠାରୁ ବାହାରିଥିବ, କେଉଁଠି ପହଂଚିଥିବ, କିପରି ବିସ୍ତାରିତ ହୋଇଥିବ । କ’ଣ କିଛି ପାଇଥିବ, କ’ଣ ସବୁ ପଲ୍ଲବିତ ହୋଇଥିବ । ଅର୍ଥାତ୍ ନିଜକୁ ନିଜ ମଧ୍ୟରେ 150 ବର୍ଷ ଏକ ସଂସ୍ଥାନ ପାଇଁ ବହୁତ ବଡ଼ ସମୟ ହୋଇଥାଏ ।

ମୁଁ ଜାଣି ନାହିଁ କି ଏଏସ୍ଆଇ ପାଖରେ ନିଜର 150 ବର୍ଷ କାର୍ଯ୍ୟକାଳର କୌଣସି ଇତିହାସ ମଧ୍ୟ ରହିଛି କି ନାହିଁ । ଗୋଟିଏ ପୁରାତତ୍ତ୍ଵ ସମ୍ବନ୍ଧୀୟ କାମ ଏହା ମଧ୍ୟ କରିବା ଭଳି ହେବ ଯଦି ନାହିଁ, ଯଦି ରହିଥିବ ତ ବହୁତ ଭଲ କଥା । କେତେ ଲୋକ ଏହି କାର୍ଯ୍ୟଭାରକୁ ସମ୍ଭାଳିଥିବେ । କେଉଁ କଳ୍ପନାରୁ ଏହା ଆରମ୍ଭ ହୋଇଥିବ । କିଭଳି କିଭଳି ଭାବେ ତାହାର ବିସ୍ତାର ହୋଇଥିବ । ଟେକ୍ନୋଲୋଜି ସେଥିରେ କେଉଁ-କେଉଁ ବାଟ ଦେଇ ପ୍ରବେଶ କରିଥିବ । ଏଭଳି ବହୁତ ଗୁଡ଼ିଏ କଥା ରହିଥିବ ଆଉ ଏଏସ୍ଆଇ ଦ୍ୱାରା ହୋଇଥିବା କାମ ତାହାଦ୍ୱାରା ସେ ସମୟର ସମାଜ ଉପରେ କ’ଣ ପ୍ରଭାବ ସୃଷ୍ଟି କରିଥିବ । ସେ ବିଶ୍ୱର ଏହି କ୍ଷେତ୍ରର ଲୋକମାନଙ୍କୁ କେଉଁଭଳି ଭାବେ ଆକର୍ଷିତ କରିଥିବେ । ଆଜି ମଧ୍ୟ ବିଶ୍ୱରେ ଆମ ଦେଶର ଏହି ପ୍ରତ୍ନତତ୍ତ୍ଵ ସମ୍ବନ୍ଧୀତ ଜିନିଷ ସବୁ ରହିଛି ସେ ସମ୍ବନ୍ଧରେ ବିଶ୍ୱକୁ ଯେଉଁ ଅନୁମାନ ରହିଛି ତା’ମଧ୍ୟରୁ ବାସ୍ତବତାକୁ ନେଇ ଯିବା ପାଇଁ ବହୁତ ବଡ଼ ସମ୍ବଳ ଦେଇଥାଏ । ଆଉ ଆମେ ଜାଣିଛୁ କି ଯେଭଳି ଯେମିତି ବିଜ୍ଞାନର ବିକାଶ ହେଲା ମହାକାଶ ଟେକ୍ନୋଲଜି ଆସିଲା । ଯେଉଁ ସବୁ ପୁରୁଣା ମାନ୍ୟତା ସବୁ ଥିଲା ମାନବ ଜୀବନ ସମ୍ବନ୍ଧରେ ଆଉ ଯାହାକୁ ନେଇ ବଡ଼ କଠୋରତାର ସହିତ ସଙ୍ଘର୍ଷ ଚାଲୁଥିଲା ଦୁଇଟି ଧାରା ଚାଲୁଥିଲା ଇତିହାସ ଜଗତରେ ସେଗୁଡ଼ିକୁ ଧ୍ୱସ୍ତ କରିଦେବାର କାମ ଟେକ୍ନୋଲଜି କରିଛି । ସରସ୍ୱତୀଙ୍କର ଅସ୍ତିତ୍ୱକୁ ହିଁ ସ୍ୱୀକାର ନ କରିବା ମଧ୍ୟ ଏକ ବର୍ଗ ଥିଲା । କିନ୍ତୁ ମହାକାଶ ଟେକ୍ନୋଲଜି ରାସ୍ତା ଦେଖାଉଛି କି ନାହିଁ ଆଜ୍ଞା ଏଭଳି ନ ଥିଲା । ଏହା କାଳ୍ପନିକ ନ ଥିଲା । ଆର୍ଯ୍ୟ ବାହାରୁ ଆସି ଥିଲେ କି ଆସି ନ ଥିଲେ – ସମଗ୍ର ବିଶ୍ୱରେ ଏହା ବିବାଦର ବିଷୟ ହୋଇ ରହିଛି । ଆଉ କିଛି ଲୋକ ତାହାର ଏଭଳି ମନ ପସନ୍ଦ ବିଷୟ ଗୁଡ଼ିକୁ ନେଇ କରି ବସିଛନ୍ତି ଏ ହେଉଛନ୍ତି ବଡ଼ ବର୍ଗ କିନ୍ତୁ ଯେମିତି ଯେଭଳି ଟେକ୍ନୋଲଜି ସାହାଯ୍ୟରେ ପୁରାତତ୍ତ୍ଵ ସମ୍ବନ୍ଧୀୟ କ୍ଷେତ୍ରରେ କାମ ହେଲା ତ ଏକ ବହୁତ ବଡ଼ ବର୍ଗ ସୃଷ୍ଟି ହୋଇଛନ୍ତି ଯାହାକି ଏକ ନୂତନ ଚର୍ଚ୍ଚା ନେଇ ଆସିଛି ।

ମୁଁ ଭାବୁଛି କି ଏହି ପୁରୁଣା ଶିଳାଲେଖ କିମ୍ବା କିଛି ପୁରୁଣା ଜିନିଷ, ଅବା କଛି ପଥର, ଏହା ଏକ ନିର୍ଜୀବ ଦୁନିଆ ନୁହେଁ ଆଜ୍ଞା, ଏଠାକାର ପ୍ରତ୍ୟେକ ପଥର କଥା କୁହେ । ପ୍ରତ୍ନତତ୍ତ୍ଵ ସହିତ ଜଡ଼ିତ ପ୍ରତ୍ୟେକ କାଗଜର ନିଜସ୍ୱ ଏକ କାହାଣୀ ରହିଛି । ପ୍ରତ୍ନତତ୍ତ୍ଵରୁ ବାହାରିଥିବା ପ୍ରତ୍ୟେକ ଜିନିଷରେ ମାନବର ପୁରୁଷାର୍ଥର, ପରାକ୍ରମର, ସ୍ୱପ୍ନର ଏକ ବହୁତ ବଡ଼ ଶିଳାଲେଖ ଅନ୍ତଃସ୍ମୃତ ହୋଇଥାଏ ଆଉ ଏଥିପାଇଁ ପ୍ରତ୍ନତତ୍ତ୍ଵ କ୍ଷେତ୍ରରେ କାମ କରୁଥିବା ଯେଉଁ ଲୋକ ମାନେ ଥାଆନ୍ତି ଏଭଳି ଶୂନଶାନ ଭୂମିରେ କାମ ଆରମ୍ଭ କରି ଥାଆନ୍ତି । କେତେ ବର୍ଷ ଧରି ଦୁନିଆର ଧ୍ୟାନ ପଡ଼ି ନ ଥାଏ । ଯେପରି ଜଣେ ବୈଜ୍ଞାନିକ ଭବିଷ୍ୟତକୁ ନେଇ ନିଜର ପରୀକ୍ଷାଗାରରେ ବୁଡ଼ି ରହିଥାଆନ୍ତି, ଏବେ ଦୁନିଆ ସାମ୍ନାକୁ ଯେବେ ଯାଆନ୍ତି ତ’ ଚମତ୍କାର ରୂପରେ ଦୃଷ୍ଟିଗୋଚର ହୋଇ ଥାଆନ୍ତି । ପ୍ରତ୍ନତତ୍ତ୍ଵ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମଧ୍ୟ ଏକ ଶୂନଶାନ ଜଙ୍ଗଲରେ, ପାହାଡ଼ରେ, କେଉଁଠି ପଥର ମଧ୍ୟରେ, ନିଜକୁ ନିଜେ ହଜାଇ ରଖିଥାଏ ଆଉ ଦଶ-ଦଶ, କୋଡ଼ିଏ-କୋଡ଼ିଏ ବର୍ଷ ସେ ସେଠାରେ ବୁଡ଼ି ରହି ନିଜକୁ ହଜାଇ ଦେଇଥାଏ । ଜଣା ମଧ୍ୟ ପଡ଼ି ନ ଥାଏ । ଆଉ ହଠାତ୍ ଯେତେବେଳେ ସେ କିଛି ନୂଆ ଜିନିଷ ବା ସନ୍ଦର୍ଭ ନେଇ କରି ଦୁନିଆ ଆଗକୁ ଆସିଥାଏ, ତ ବିଶ୍ୱର ଧ୍ୟାନ ପଡ଼ିଥାଏ କି କ’ଣ ରହିଛି । ଆଉ ଏଥିପାଇଁ ଆମର ଏଠି ଚଣ୍ଡିଗଡ଼ ନିକଟରେ ଜଣେ ଛୋଟ ପାହାଡ ବା ପଥରଗଦା ଥିଲା , ଲୋକମାନଙ୍କ ପାଇଁ ତାହା ପଥରଗଦା ହିଁ ଥିଲା । କିନ୍ତୁ ଫ୍ରାନ୍ସର କିଛି ଲୋକ ଏବଂ ଏଠାକାର କିଛି ଲୋକ ଏବଂ ଜୀବ ଶାସ୍ତ୍ରକୁ ଜାଣିଥିବା ଲୋକ, ପ୍ରତ୍ନତତ୍ତ୍ଵର ଲୋକ ଲାଗିଗଲେ ଆଉ ସେମାନେ ଏହା ଖୋଜି ବାହାର କଲେ କି ଦୁନିଆର ସବୁଠାରୁ ପୁରୁଣା, ଲକ୍ଷ ଲକ୍ଷ ବର୍ଷ ତଳର ପୁରୁଣା ଜୀବର ଅବଶେଷ ଏହି ଟିଲେରେ ଉପଲବ୍ଧ ରହିଛି । ଆଉ ଫ୍ରାନ୍ସର ରାଷ୍ଟ୍ରପତି ଆସିଥିଲେ ତ ସେ ମୋତେ ଅନୁରୋଧ କଲେ କି ମୋତେ ସେଠାକୁ ଯିବାର ଅଛି ଯେଉଁଠାରେ ମୋ ଦେଶର ଲୋକମାନେ କିଛି କାମ କରିଛନ୍ତି । ଆଉ ମୁଁ ତାଙ୍କୁ ନେଇ କରି ଯାଇଥିଲି । କହିବାର ଉଦ୍ଦେଶ୍ୟ ଏହା ଯେ, ଏହି ଜିନିଷ ଗୁଡ଼ିକ ହେଉଛି ମାନ୍ୟତାକୁ ଅତିକ୍ରମ କରି ଆଗକୁ ଯିବା ଭଳି ଜିନିଷ ସବୁ । ନୂତନ ଉପାୟରେ ଚିନ୍ତା କରିବା ପାଇଁ ଜଣେ ପ୍ରତ୍ନତତ୍ତ୍ଵବୀତ ଏହି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଏକ ବହୁତ ବଡ଼ ପରିବର୍ତ୍ତନ ଆଣି ଦେଇଥାଏ ।

ଇତିହାସକୁ ମଧ୍ୟ କେବେ କେବେ ଆହ୍ୱାନ ଦେବାର ସାମର୍ଥ୍ୟ ଏହି ପଥରରୁ ସୃଷ୍ଟି ହୋଇ ଯାଇଥାଏ । ଯାହାକୁ ବୋଧହୁଏ ଆରମ୍ଭରେ କେହି ସ୍ୱୀକାର କରି ନ ଥାଆନ୍ତି । କିନ୍ତୁ ଆମ ଦେଶରେ କେବେ କେବେ ଆମେ ଏହି ଜିନିଷ ଗୁଡ଼ିକ ଦ୍ୱାରା ଏତେ ପରିଚିତ ହୋଇଥାଉ, ଅଭ୍ୟସ୍ତ ହୋଇ ଯାଉ ତ କେବେ କେବେ ଏହାର ମୂଲ୍ୟ ମଧ୍ୟ କମ୍ ହୋଇ ଯାଇଥାଏ ।

ଦୁନିଆରେ ଯାହା ପାଖରେ କିଛି ନ ଥାଏ, ସେ ତାକୁ ଖୁବ୍ ସାଉଁଟି କରି ରଖିଥାଏ କି ଭାଇ ମୋର ସଂପୂର୍ଣ୍ଣ ରୂପେ ମନେଅଛି ମୁଁ ଥରେ ଆମେରିକାର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଏକ ପ୍ରତିନିଧି ଦଳରେ ଆମେରିକା ଯାଇଥିଲି । ତ ଯାତ୍ରା କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଲେକ ପଚାରୁଥିଲେ କି କେଉଁଠିକୁ ଯିବାକୁ ଚାହିଁବେ, କ’ଣ ଦେଖିବାକୁ ଚାହିଁବେ, କ’ଣ ଜାଣିବାକୁ ଚାହିଁବେ ଇତ୍ୟାଦି ସମସ୍ତେ ପୂରଣ କରିବାକୁ ପନଥାଏ । ତ ମୁଁ ଲେଖିଥିଲି, ମୁଁ କହିଥିଲି କି ସେଠାରେ ସବୁଠାରୁ ଛୋଟ ଗାଁରେ ରହିଥିବା ହସପିଟାଲ କିପରି ହୋଇଥାଏ । କି ତାହା ମୋତେ ଦେଖିବାର ଅଛି । ସବୁଠାରୁ ଛୋଟ ଗାଁରେ ରହିଥିବା ହସପିଟାଲ କିପରି ହୋଇଥାଏ । କି ତାହା ମୋତେ ଦେଖିବାର ଅଛି । ସବୁଠାରୁ ଛୋଟ ଗାଁରେ ରହିଥିବା ସ୍କୁଲ କିପରି ହୋଇଥାଏ ତାହା ମୋତେ ଦେଖିବାର ଅଛି । ଆଉ ମୁଁ ଏହା ଲେଖିଥିଲି କି ଆପଣଙ୍କର ଯେଉଁଟି ସବୁଠାରୁ ପୁରୁଣା ଜିନିଷ ଥିବ ଯାହାପାଇଁ ଆପଣ ଗର୍ବ କରନ୍ତି ଏଭଳି କୌଣସି ଜାଗାକୁ ମୋତେ ନେଇ ଯାଆନ୍ତୁ । ଯେତେବେଳେ ମୋତେ ନେଇଗଲେ ବୋଧହୁଏ ପେନସିଲଭାନିଆ ରାଜ୍ୟକୁ ନେଇ ଯାଇଥିଲେ । ତ ଗୋଟିଏ ବଡ଼ ଖଣ୍ଡ ଥିଲା ତାହାକୁ ମୋତେ ଦେଖାଇଲେ ଏବଂ ବହୁତ ଗର୍ବର ସହିତ କହୁଥିଲେ ତାହା ହେଉଛି ଚାରି ଶହ ବର୍ଷ ପୁରୁଣା । ସେମାନଙ୍କ ପାଇଁ ଏହା ବହୁତ ପୁରୁଣା ଏବଂ ଗର୍ବର ବିଷୟ ଥିଲା । ଆମର ଏଠି କେଉଁ ଦୁଇ ହଜାର, ପାଂଚ ହଜାର ବର୍ଷ ପୁରୁଣା ରେ ଭଲ, ଭଲ ଜିନିଷ ଥିବ । ଅର୍ଥାତ୍ ଏ ଯେଉଁ ଆମର ବ୍ୟବଧାନ ଅଛି ଏହା ଆମର ବହୁତ କ୍ଷତି କରିଛି ।

ଦେଶ ସ୍ୱାଧୀନ ହେବା ପରେ ଏହି ମନଃସ୍ଥିତିରୁ ବାହାରକୁ ଆସିବାର ଥିଲା କିନ୍ତୁ ଦୁର୍ଭାଗ୍ୟରୁ ଏକ ଏପରି ଚିନ୍ତାଧାରା ହିନ୍ଦୁସ୍ଥାନକୁ ଜାବୁଡ଼ି ଧରି ରଖିଥିଲା । କି ଯିଏ ଆମର ପୁରାତନର ଗର୍ବକୁ ଦାସତ୍ୱ ଭାବେ ମାନୁଛି । ଆଉ ମୁଁ ମାନୁଛି କି ଯେ ପର୍ଯ୍ୟନ୍ତ ଆମକୁ ଆମର ଏହି ପରମ୍ପରା ଉପରେ, ଆମର ଏହି ଐତିହ୍ୟ ଉପରେ ଗର୍ବ ହେବ ନାହିଁ ତ ଏହି ଐତିହ୍ୟକୁ ଗୁନ୍ଥିବା, ସଜେଇବାର ମନ ମଧ୍ୟ ହୋଇ ନ ଥାଏ । କୌଣସି ଜିନିଷକୁ ସଜାଡ଼ିବାକୁ ସେତେବେଳେ ମନ ହୋଇଥାଏ, ଯେତେବେଳେ ସେହି ଜିନିଷ ଉପରେ ଗର୍ବ ହୋଇଥାଏ । ନଚେତ ତାହା ଏମିତି ଏକ ଖଣ୍ଡ ହୋଇ ରହିଥାଏ । ମୁଁ ଯେତେବେଳେ ଛୋଟ ଥିଲି ତ ମୋର ଏକ ସୌଭାଗ୍ୟ ରହିଥିଲା କି ମୁଁ ଏହି ଗାଁରେ ଜନ୍ମ ହୋଇଛି । ଯାହାର କି ଜୀବନ୍ତ ଇତିହାସ ରହିଛି । ଶତାବ୍ଦୀ ଶତାବ୍ଦୀ ଧରି ମାନବ ବ୍ୟବସ୍ଥା ବିକଶିତ ରହିଛି ଏବଂ ହୁଏନ୍ ସାଂ ମଧ୍ୟ ଲେଖିଥିଲେ କି ସେଠାରେ ବୌଦ୍ଧ ଭିକ୍ଷୁକଙ୍କର ଏକ ବହୁତ ବଡ଼ ବିଶ୍ୱବିଦ୍ୟାଳୟ ରହିଥିଲା । ଆଉ ସେ ସମସ୍ତ ଜିନିଷ ସେଠାରେ ରହିଛି । କିନ୍ତୁ ଆମ ଗାଁରେ ଜଣେ ଯେତେବେଳେ ଆମେ ପଢ଼ୁଥିଲୁ ଜଣେ ଶିକ୍ଷକ ଥିଲେ… ସେ ଆମକୁ ବୁଝାଉଥିଲେ କି ଆପଣ ଯେଉଁଠାକୁ ମଧ୍ୟ ଯାଆନ୍ତୁ ଯେ କୌଣସି ମଧ୍ୟ ପଥର ଯାହା ଉପରେ କିଛି ନା କିଛି କାର୍ଯ୍ୟ ହୋଇଛି, ଏଭଳି ଦୃଷ୍ଟିକୁ ଆସୁଛି ତ ସେଗୁଡ଼ିକୁ ଏକାଠି କରି ସ୍କୁଲର ଗୋଟିଏ କଣରେ ପକେଇ ଦିଅ । ଏଭଳି ଆଣି ଛାଡ଼ି ଦିଅ । ଆଉ ଆମ ପିଲା ମାନଙ୍କର ଅଭ୍ୟାସ ହୋଇ ଯାଇଥିଲା ଯେ କେଉଁଠି ଏଭଳି ଜିନିଷ ଦୃଷ୍ଟିକୁ ଆସିଲେ ଯେଉଁଠି ପଥର ଉପରେ ଦୁଇଟି ମଧ୍ୟ ଅକ୍ଷର ଲେଖା ଯାଇଥିବାର ନଜରକୁ ଆସିଲେ ତ’ ଉଠାଇ କରି ଆଣୁଥିଲୁ, ସେହି କୋଣରେ ପକାଇ ଦେଉଥିଲୁ । ସେ ଯାହା ହେଉ ଏବେ ତ ମୋତେ ଜଣା ନାହିଁ ପରେ ତା’ର କ’ଣ ହେଲା କିନ୍ତୁ ପିଲା ମାନଙ୍କର ଅଭ୍ୟାସ ହୋଇ ଯାଇଥିଲା । କିନ୍ତୁ ସେତେବେଳେ ମୁଁ ବୁଝିପାରିଥିଲି କି ଯେଉଁ ଦେଖାଗଲା ଭଳି ପଥର ରହିଛି ଯାହା କି ଏମିତି ଭାବେ ରାସ୍ତା ଉପରେ ପଡ଼ି ରହିଥାଏ ତାହାର ମଧ୍ୟ କେତେ ମୂଲ୍ୟ ରହିଛି । ଜଣେ ଶିକ୍ଷକଙ୍କର ସଚେତନତା ମନୋଭାବ ଥିଲା ଯିଏକି ଏହି ସଂସ୍କାର ହେଇଥିଲେ । ଆଉ ସେତେବେଳ ଠାରୁ ହିଁ ନେଇ ଅନ୍ତର୍ମନରେ, ମନର ଗଭୀରତମ ପ୍ରଦେଶରେ ଏହି ଜିନିଷ ଗୁଡ଼ିକ ପଡ଼ି ରହିଛି ଆଉ ତାହାକୁ ଆମେ କରି ଚାଲିଛୁ ।

ମୋର ସଂପୂର୍ଣ୍ଣ ରୂପେ ମନେ ଅଛି ଅହମ୍ମଦାବାଦରେ ଜଣେ ଡ. ହରି ଭାଇ ଗୋଧାନୀ ରହୁଥିଲେ । ସେ ତ ଡାକ୍ତରୀ ଅଭ୍ୟାସ କରୁଥିଲେ ତ’ ଏହି ଗୋଟିଏ ସ୍ୱଭାବ କାରଣରୁ ଯେତେବେଳେ ମୁଁ ତାଙ୍କ କଥା ଶୁଣିଲି ତ ମୁଁ ତାଙ୍କୁ ଦେଖା କରିବାକୁ ଗଲି । ସେ କହିଲେ ଦେଖନ୍ତୁ ଭାଇ ମୁଁ ମୋ ଜୀବନରେ 20ଟି ଫିଏଟ୍ କାର, ତ ସେହି ସମୟରେ ତ’ ଫିଏଟ୍ କାର ଥିଲା । ଏ ସବୁ ନୂଆ-ନୂଆ ଗାଡ଼ିମାନ ତ’ ନ ଥିଲା । ମୁଁ ୨୦ଟି ଗାଡ଼ି ନଷ୍ଟ କରି ଦେଇଛି । କହିଲେ ମୁଁ ଶନିବାର ରବିବାର ମୋର ଫିଏଟ୍ କାର୍ ନେଇ ବାହାରି ପଡ଼ୁଛି । ଆଉ ଜଙ୍ଗଲକୁ ଯାଉଛି, ପାହାଡ, ପଥର ଆଡକୁ ମଧ୍ୟ ଚାଲି ଯାଉଛି । କଚ୍ଚା ରାସ୍ତା ହୋଇଥାଏ । ଗୋଟିଏ ବର୍ଷରୁ ଅଧିକ ସମୟ ଗାଡ଼ି ମୋର ଚାଲି ନ ଥାଏ । ଆଉ ମୁଁ ମାନୁଛି କି ବ୍ୟକ୍ତିଗତ ଭାବେ ଜଣେ ବ୍ୟକ୍ତିଙ୍କର ଏତେ ବଡ଼ ସଂଗ୍ରହ ହୁଏତ ଖୁବ୍ କମ୍ ଲୋକଙ୍କ ପାଖରେ ଦେଖିବାକୁ ମିଳି ପାରିଥାଏ । ମୁଁ ସେହି ସମୟରେ ଯାହା ଦେଖିଥିଲି ଏତେ ବଡ଼ ସଂଗ୍ରହ ତାଙ୍କର ରହିଥିଲା ପ୍ରତ୍ନତତ୍ତ୍ଵର । ନିଜେ ମେଡିକାଲ ବୃତିଧାରୀ ଥିଲେ ଆଉ ମୋତେ ସେ କିଛି ସ୍ଲାଇଡ଼୍ ଦେଖାଇଲେ । ମୋର ବୟସ ବହୁତ କମ୍ ଥିଲା କିନ୍ତୁ ଜିଜ୍ଞାସା ବହୁତ ଥିଲା, ସେଥିରେ ସେ ମୋତେ ଗୋଟିଏ ପଥରର ଖୋଦେଇ ଦେଖାଇଲେ । ଯେଉଁଥିରେ ଜଣେ ଗର୍ଭବତୀ ମହିଳା, ଆଉ ତାଙ୍କର କହିବା କଥା ଥିଲା କି ବୋଧହୁଏ ତାହା ଆଠଶହ ବର୍ଷ ପୁରୁଣା ସେହି କୃତି । ଏବେ ସେ ଗର୍ଭବତୀ ମହିଳାଙ୍କର ଅସ୍ତ୍ରୋପଚାର କରି ଗୋଟିଏ ପଟ କାଟି କରି ତାହାର ପେଟକୁ ଦେଖେଇ ଦିଆ ଯାଇଥିଲା । ଚମଡ଼ାର କେତେ ସ୍ତର ରହିଛି ତାହା ପଥର ଉପରେ ଅଙ୍କା ଯାଇଥିଲା । ପେଟରେ ବାଳକ କେଉଁ ଭଳି ଭାବେ ଶୋଇ ରହିଛି ତାହାକୁ ପଥର ଉପରେ ଖୋଦେଇ କରା ଯାଇଥିଲା ।

ମୋତେ କିଏ ଜଣେ କହୁଥିଲେ କି ଡାକ୍ତରୀ ବିଜ୍ଞାନ ଏହି ଉଦ୍ଭାବନ କିଛି ଶହ ବର୍ଷ ପୂର୍ବରୁ ହିଁ କରିଛନ୍ତି । ଏହି ଆମର ଜଣେ ଶିଳ୍ପକାର ପ୍ରାୟ ଆଠଶହ ବର୍ଷ ପୂର୍ବେ ଯାହା ରହିଛି ପଥରରେ ଯେଉଁ ଜିନିଷ ଗୁଡ଼ିକ ଅଙ୍କିତ କରିଛନ୍ତି । ପରେ ବିଜ୍ଞାନ ଏହାକୁ ହିଁ ପ୍ରମାଣିତ କରିଛି କି ହଁ ଚମଡ଼ାର ଏତିକିଟି ସ୍ତର ରହିଛି । ବାଳକ ମାଆର ଗର୍ଭରେ ଏହି ପ୍ରକାର ହିଁ ରହିଥାଏ । ଏବେ ଆମେ କଳ୍ପନା କରି ପାରିବା କି ଆମର ଏଠି ଜ୍ଞାନ କେତେ ନିମ୍ନ ପର୍ଯ୍ୟନ୍ତ ପହଂଚିଥିବ । ଆଉ କେଉଁ ଭଳି ଭାବେ କାମ ହେବ ଏହି ସ୍ଲାଇଡ଼୍ ସେ ମୋତେ ଦେଖାଇଥିଲେ ।
ଅର୍ଥାତ୍ ଆମ ପାଖରେ ଏଭଳି ପରମ୍ପରା ରହିଛି ଏହାର ଅର୍ଥ ସେହି ସମୟରେ କୌଣସି ନା କୌଣସି ଜ୍ଞାନ ତ ଥିବ ନହେଲେ ସେମାନଙ୍କୁ କିପରି ଜଣା ଥାଆନ୍ତା କି ଚମଡ଼ାର ଏତିକିଟି ସ୍ତର ରହିଛି ଆଉ ତାହା ପଥର ଉପରେ କିଭଳି ଖୋଦେଇ ହୋଇ ଥାଆନ୍ତା । ଅର୍ଥାତ୍ ସେଠାରୁ ବିଜ୍ଞାନ ଆମର କେତେ ପୁରୁଣା ରହିଥିବ । ତାହାର ଜ୍ଞାନ ଆମକୁ ପ୍ରାପ୍ତ ହୋଇଥାଏ । ଅର୍ଥାତ୍ ନିଜକୁ ନିଜ ମଧ୍ୟରେ ହେଉଛି ଏଭଳି ଏକ ସାମର୍ଥ୍ୟବାନ ସୃଷ୍ଟି ଯାହା ପାଇଁ ଗର୍ବ କରି ତାହାକୁ ସୂକ୍ଷ୍ମ ଭାବେ ଖୋଜୁ ।

ଦୁନିଆରେ ଗୋଟିଏ ଭଲ କଥା ଆମେ ଅନୁଭବ କରୁ ଯେଉଁ ଲୋକମାନେ ମଧ୍ୟ ବିଶ୍ୱରେ ଏହି ଜିନିଷ ଗୁଡ଼ିକ ଉପରେ ରୁଚି ରଖନ୍ତି । ସେଠାରେ ଏକ ଜନ ଭାଗିଦାରୀ ଏବଂ ଜନ ସହଯୋଗ ଏସବୁ କ୍ଷେତ୍ରରେ ବହୁତ ରହିଥାଏ । ଆପଣ ଦୁନିଆର କୌଣସି ମଧ୍ୟ ସ୍ମାରକୀକୁ ଯାଆନ୍ତୁ । ଅବସରପ୍ରାପ୍ତ ଲୋକମାନେ ସେବା ଭାବନା ରଖି ୟୁନିଫର୍ମ ପିନ୍ଧି ସେଠାକୁ ଆସନ୍ତି, ପଥପ୍ରଦର୍ଶକ (ଗାଇଡ଼୍) ଭାବେ କାମ କରନ୍ତି, ନେଇ ଯାଆନ୍ତି, ଦେଖାନ୍ତି, ସମ୍ଭାଳନ୍ତି, ସମାଜ ଉଠାଇଥାଏ ଏହି ଦାୟିତ୍ୱ, ଆମ ଦେଶରେ ଏବେ ଏହି ସଦ୍ଭାବନା ଗଠନ କରିବାର ଅଛି, ଆମର ଯେଉଁ ବରିଷ୍ଠ ନାଗରିକ ଅଛନ୍ତି ସେମାନଙ୍କର ଏଭଳି କ୍ଲବ ଗଠନ କରି ଏହି ଜିନିଷକୁ ଆମେ କିପରି ଚିହ୍ନଟ କରିବା । ସମାଜର ଭାଗିଦାରୀ ଦ୍ୱାରା ଆମର ଏହି ଐତିହ୍ୟକୁ ବଂଚାଇବାର କାମ ଭଲ ହେବ, ସରକାରଙ୍କର କୌଣସି କର୍ମଚାରୀ ଠିଆ ହୋଇଯିବେ ଏବଂ ହେବ । ଉପାୟ ସେ ଗୋଟିକ ହୋଇଥାଏ, ଜଣେ କେହି ହେଲେ ମଧ୍ୟ ଭଲ ଚୌକିଦାର ଥିବ ବଗିଚାକୁ ସମ୍ଭାଳି ପାରିବ ନାହିଁ । କିନ୍ତୁ ସେଠାକୁ ଆସୁଥିବା ନାଗରିକ ସ୍ଥିର କରିବେ କି ଏହି ବଗିଚାର ଗୋଟିଏ ହେଲେ ମଧ୍ୟ ଗଛ ଭାଙ୍ଗିବାକୁ ଦେବା ନାହିଁ । ହେବ, ସେହି ବଗିଚାକୁ ଶତାବ୍ଦୀ ଶତାବ୍ଦୀ ଧରି କିଛି ହେବ ନାହିଁ । ଜନ ଭାଗିଦାରୀର ଗୋଟିଏ ଶକ୍ତି ରହିଛି । ଆଉ ତେଣୁ ଆମେ ଯଦି ଆମର ସାମାଜିକ ଜୀବନରେ ଏ ସମସ୍ତ ଜିନିଷଗୁଡ଼ିକୁ ଆନୁଷ୍ଠନିକ କରିବା ଲୋକମାନଙ୍କୁ ଯେଉଁମାନେ ଏଭଳି ଭାବେ ସେବା ପ୍ରଦାନ କରନ୍ତି ସେମାନଙ୍କୁ ନିମନ୍ତ୍ରିତ କରିବା । ଏହା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ କାମ ହେବ ।

ଆମର ଏଠି କର୍ପୋରେଟ ଦୁନିଆ ରହିଛି ସେମାନଙ୍କର ସାହାଯ୍ୟ ନିଆଯାଇ ପାରେ । ସେମାନଙ୍କର କର୍ମଚାରୀ ମାନଙ୍କୁ କହି ପାରିବା । କି ଭାଇ ଯଦି ଆପଣ ସେବା ଭାବନା ସହିତ 10 ଘଂଟା, 15 ଘଂଟା ଯଦି କାମ କରିବାକୁ ଅଛି ମାସକ ମଧ୍ୟରେ । ଏ ହେଉଛି ଗୋଟିଏ ସ୍ମାରକୀ, ଏହାକ ସମ୍ଭାଳିବାକୁ ଆସନ୍ତୁ, ମଇଦାନକୁ ଆସନ୍ତୁ । ଧୀରେ ଧୀରେ ଏହି ଜିନିଷ ଗୁଡ଼ିକର ମୂଲ୍ୟ ସୃଷ୍ଟି ହୋଇଥାଏ ।

ଅନ୍ୟ ଗୋଟିଏ କ୍ଷେତ୍ର ରହିଛି ଯାହା ଉପରେ ଚିନ୍ତା କରିବାର ଆବଶ୍ୟକତା ମୋତେ ଅନୁଭବ ହୋଇଥାଏ । ମାନି ନିଅନ୍ତୁ ଆମେ ସ୍ଥିର କରିବା ଆଉ ଏହା ଆବଶ୍ୟକ ନୁହେଁ କି କେବଳ ଏଏସଆଇ ବାଲା କରିବେ, ପର୍ଯ୍ୟଟନ ବିଭାଗ ଯୋଡ଼ି ହୋଇ ପାରେ, ସଂସ୍କୃତି ବିଭାଗ ଯୋଡ଼ି ହୋଇ ପାରେ । ସରକାରଙ୍କର ଅନ୍ୟ କିଛି ବିଭାଗ ମଧ୍ୟ ଯୋଡ଼ି ହୋଇ ପାରନ୍ତି । ରାଜ୍ୟ ସରକାରଙ୍କ ବିଭାଗ ମଧ୍ୟ ଯୋଡ଼ି ହୋଇ ପାରନ୍ତି ।

କିନ୍ତୁ ମାନି ନିଅନ୍ତୁ ଆମେ ସ୍ଥିର କରିବା କି ଆମେ ଦେଶର ଶହେଟି ସହରକୁ ବାଛିବ । 100 ସହର ଯେଉଁଗୁଡ଼ିକ ଏହି ଧରୋହର ଦୃଷ୍ଟିରୁ ହେଉଛନ୍ତି ବହୁତ ମୂଲ୍ୟବାନ । ପର୍ଯ୍ୟଟନ କ୍ଷେତ୍ର ଦୃଷ୍ଟିରୁ ବହୁତ ଭଲ ଲକ୍ଷ୍ୟ । ଆଉ ସେହି ସହରର ପିଲାମାନଙ୍କର ଯେଉଁ ସିଲାବସ୍ (ପାଠ୍ୟକ୍ରମ) ରହିଥାଏ, ସେମାନଙ୍କୁ ସେମାନଙ୍କ ସହର ବିଷୟରେ ସହରର ପ୍ରତ୍ନତତ୍ତ୍ଵ ବିଷୟରେ ତାଙ୍କ ସିଲାବସରେ ପଢ଼ାଯାଉ । ସେହି ସହରର ଇତିହାସ ସମ୍ପର୍କରେ ପଢ଼ାଯାଉ । ସେତେବେଳେ ଯାଇ ପିଢି ପରେ ପିଢି ଯେଉଁ ସହରରେ ତାହା ହୋଇଛି । ଯଦି ଆଗ୍ରାର ପିଲାମାନଙ୍କର ସିଲାବସରେ ତାଜମହଲର ସଂପୂର୍ଣ୍ଣ କଥା ରହିଥିବ ତ ପୁଣି କେବେ ଦ୍ୱନ୍ଦ ବା ଭ୍ରମ ଆସିବ ନାହିଁ । ସେ ପିଢି ପରେ ପିଢି ପ୍ରସ୍ତୁତ ହୋଇ ଚାଲିବ ସେହି କ୍ଷମତାର ସହିତ, ସାମର୍ଥ୍ୟର ସହିତ ପ୍ରସ୍ତୁତ ହେବେ ।

ଅନ୍ୟଟି ହେଉଛି ଆନୁଷ୍ଠାନିକ ଭାବେ ଏଭଳି ଶହେଟି ସହର, ଧରି ନିଅନ୍ତୁ ଆମେ ସେହି ସହରର ଅନ୍ ଲାଇନ୍ ସାର୍ଟିଫିକେଟ କୋର୍ସ ଆରମ୍ଭ କରି ପାରିବା କି । ଆଉ ସେଥିରେ ଯେଉଁମାନେ ଉତୀର୍ଣ୍ଣ ହୁଅନ୍ତି ଫଳରେ ସେମାନଙ୍କୁ ଗୋଟିଏ ଗୋଟିଏ ପ୍ରତ୍ୟେକ ସୂକ୍ଷ୍ମରୁ ସୂକ୍ଷ୍ମ ବିଷୟରେ ଜଣାପଡ଼ିଲା । ବର୍ଷ ମନେ ଥିବ ଆଉ ପୁଣି ଆମେ ସର୍ବୋତମ ପର୍ଯ୍ୟଟନ ଗାଇଡ଼୍ ପ୍ରସ୍ତୁତ କରି ପାରିବା ।

ମୁଁ କେବେ ଥରେ ଟିଭି ଚ୍ୟାନେଲ ବାଲାଙ୍କ ସହିତ କଥା ହେଉଥିଲି ସେତେବେଳେ ତ ମୁଁ ପ୍ରଧାନମନ୍ତ୍ରୀ ନ ଥିଲି । ମୁଁ ସେମାନଙ୍କ ସହିତ ଥରେ କଥା ହେଲି, ମୁଁ କହିଲି କି ଭାଇ ଏ ଯେଉଁ ପ୍ରତିଭା ଅନ୍ୱେଷଣର କାମ କରିବା । ଗୀତ ଗାଉଥିବା ପିଲାମାନେ, ନାଚ କରୁଥିବା ପିଲାମାନେ ଆହୁରି ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ଦେଶର ବାଳକ ମାନଙ୍କ ମଧ୍ୟରେ ଏଭଳି ଏକ ପ୍ରତିଭା ରହିଛି ତାହା ଟିଭି ମାଧ୍ୟମରେ ଆମକୁ ଜଣା ପଡ଼ିବାକୁ ଲାଗିଲା । ମୁଁ କହିଲି କି ସର୍ବଶ୍ରେଷ୍ଠ ଗାଇଡ଼୍ ଏହାର ପ୍ରତିଭା ପ୍ରତିଯୋଗିତା କରି ପାରିବା କି । ଆଉ ତାଙ୍କୁ କୁହାଯିବ କି ସେ ପରଦା ଉପରେ ଯେଉଁ ସହରର ସେ ଗାଇଡ଼୍ ଭାବେ କାମ କରିବାକୁ ଚାହୁଁଛନ୍ତି ତାହାକୁ ଆଣି ଉପସ୍ଥାପନା କରନ୍ତୁ । ସେ ଗାଇଡ଼୍ ଭାବେ ଗୋଟିଏ ବଢ଼ିଆ ପୋଷାକ ପିନ୍ଧି ଆସନ୍ତୁ । ଭାଷାକୁ ଶିଖନ୍ତୁ ଆଉ କିଏ କିପରି ଟୁରିଷ୍ଟ ଗାଇଡ଼୍ ଭାବେ ଦୁନିଆକୁ ଦେଖାଇବେ, ପ୍ରତିଯୋଗିତା କରାଯାଉ । ଏହାଦ୍ୱାରା ଲାଭ ହେବ ଏହା ତ ହିନ୍ଦୁସ୍ଥାନର ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ, ପ୍ରଚାର ହେବ, ଧୀରେ-ଧୀରେ ଗାଇଡ଼୍ ନାମରେ ଲୋକ ପ୍ରସ୍ତୁତ ହେବେ । ଆଉ ବିନା ଗାଇଡ଼୍ରେ ଏ ଜିନିଷ ଗୁଡ଼ିକର ଚାଲିବା ବହୁତ କଷ୍ଟ ହୋଇଥାଏ ।

କିନ୍ତୁ ଯେତେବେଳେ ହୃଦୟରେ ଭରି ରହିଯାଇଥାଏ, ଏହାର ପଛରେ ଏହି ଇତିହାସ ରହିଛି ତ’ ତାହା ପ୍ରତି ଏକ ଆତ୍ମୀୟତା ସୃଷ୍ଟି ହୋଇଥାଏ । ଆପଣଙ୍କୁ କେହି କୋଠରୀରେ ବନ୍ଦ କରି ଦେବେ ଆଉ କୌଣସି ବ୍ୟକ୍ତି କୋଠରୀରେ ବନ୍ଦ ଥିବେ ଆଉ କୋଠରୀର କବାଟରେ ଗୋଟିଏ ଛୋଟ କଣା କରି ଦିଆଯିବ ଆଉ ଭିତରୁ ବାହାରକୁ କେହି ହାତ ବାହାର କରିବେ ଆଉ ଗୋଟିଏ ଲମ୍ବା ଧାଡ଼ି କରି ଦିଆଯିବ ଆଉ ସମସ୍ତଙ୍କୁ କୁହାଯିବ କି ଏହାଙ୍କ ସହିତ କରମର୍ଦ୍ଦନ କରନ୍ତୁ । କିଏ ବ୍ୟକ୍ତି ଅଛନ୍ତି, ଜଣା ନାହିଁ । କଣା କରାଯାଇଛି, ହାତ ଲଟକିଛି ଆପଣ ଯାଉଛନ୍ତି ତ ଏଭଳି ଲାଗିବ କି ଯେପରି ଏଠାରେ ମୃତବ୍ୟକ୍ତିକୁ ହାତ ଲଗାଇ ଚାଲି ଯାଉଛୁ । କିନ୍ତୁ ଯେତେବେଳେ ଆପଣଙ୍କୁ ଏହା କୁହାଯିବ କି ଆରେ ଭାଇ ଏହା ତ ହେଉଛି ସଚ୍ଚିନ ତେନ୍ଦୁଲକରଙ୍କ ହାତ ତ ଆପଣ ତାକୁ ଛାଡ଼ିବେ ହିଁ ନାହିଁ । ଅର୍ଥାତ୍ ଯେତେବେଳେ ସୂଚନା ରହିଥାଏ, ତ ଆପଣାରପଣ ନିଜସ୍ୱ ଶକ୍ତି ବଢ଼ି ଯାଇଥାଏ । ଆମକୁ ଏହି ଜିନିଷ ଗୁଡ଼ିକର ଐତିହ୍ୟ ସୂଚନା ରହିବା ବହୁତ ଜରୁରୀ ଅଟେ ।

ମୁଁ ଥରେ କଚ୍ଛ ସମ୍ମୁଖରେ ମରୁଭୂମିରେ ବିକାଶ କରିବାକୁ ଚାହୁଁଥିଲି । ଏବେ ମରୁଭୂମିରେ ପର୍ଯ୍ୟଟନର ବିକାଶ କରିବା ଏକ ବହୁତ ବଡ଼ ଆହ୍ୱାନ ହୋଇଥାଏ । ତ ଆରମ୍ଭରୁ ମୁଁ କହିଲି କି ପିଲା ମାନଙ୍କୁ ପ୍ରଶିକ୍ଷଣ କରାଗଲା ଗାଇଡ଼୍ ରୂପରେ ଆଉ ସେମାନଙ୍କୁ ଶିକ୍ଷା ଦିଆଗଲା କି ଲୁଣ କିପରି ପ୍ରସ୍ତୁତ ହୋଇଥାଏ, ଲୋକଙ୍କୁ ଶିଖିବାର ଅଛି । ମରୁଭୂମିରେ ଲୁଣ କ’ଣ ହୋଇଥାଏ । ଆଉ ଆପଣ ଆଶ୍ଚର୍ଯ୍ୟ ହେବେ ଆଜ୍ଞା ଅଷ୍ଟମ, ନବମ ଶ୍ରେଣୀର ଛାତ୍ର, ଛାତ୍ରୀମାନେ ଏତେ ବଢ଼ିଆ ଢ଼ଂଗରେ କାହାକୁ ମଧ୍ୟ ବୁଝାଇ ପାରିଲେ କି ଏହି ଅଂଚଳ ହେଉଛି କେଉଁଭଳି, ଏଠାରେ କେଉଁ ପ୍ରକାରର ଲୁଣର ଚାଷ ହୋଇଥାଏ, ପ୍ରଣାଳୀ କ’ଣ ହୋଇଥାଏ । ସର୍ବ ପ୍ରଥମେ କିଏ ଆସିଥିଲେ । କେଉଁ ଇଂରେଜ ଆସି କିଭଳି….. ତ ବହୁତ ବଢ଼ିଆ ଢ଼ଂଗରେ ବୁଝାଉଥିଲେ । ଲୋକମାନଙ୍କୁ ଏଥିରେ ଆଗ୍ରହ ହେବାକୁ ଲାଗିବାକୁ ଲାଗିଲା । ସେ ପିଲାମାନଙ୍କୁ ରୋଜଗାର ମିଳିଗଲା । ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଆଜ୍ଞା, ଟେକ୍ନୋଲଜି ବଦଳି ଯାଇଛି । ଆପଣମାନେ ମୋତେ କ୍ଷମା କରିଦେବେ, ମୁଁ କିଛି କଥା କହିବି, ଆପଣମାନେ ଖରାପ ଭାବିବେନି । ଦୁନିଆ ଆଜି କିଭଳି ଚାଲୁଛି ଆଜ୍ଞା, ଆଜି ମହାକାଶ ବିଜ୍ଞାନ ଦ୍ୱାରା ହଜାର ହଜାର ମାଇଲ ଉପରୁ ଦିଲ୍ଲୀର କେଉଁ ଗଳିରେ କେଉଁ ସ୍କୁଟର ପାର୍କିଂ କରାଯାଇଛି ତାହାର ନମ୍ବର କ’ଣ ସେ ଫଟୋ ଆପଣ ନେଇ ପାରିବେ । କିନ୍ତୁ ସ୍ମାରକୀରେ ଫଳକରେ ଲେଖା ଯାଇଛି କି ଏଠାରେ ଫଟୋ ଉଠାଇବା ମନା । ଏବେ ସମୟ ବଦଳି ଯାଇଛି ଆଜ୍ଞା, ଟେକ୍ନୋଲଜି ବଦଳି ଯାଇଛି ।

ମୁଁ ଥରେ ଆମର ଯେଉଁ ସରଦ୍ଦାର ସରୋବର ଡ୍ୟାମ ତିଆରି ହେଉଥିଲା । ସେହି ସମୟରେ ଲୋକମାନେ ଆସିବାକୁ ଚାହୁଁଥିଲେ, କେବେ କେବେ ଭରି ଉଠୁଥିଲା ପାଣି ବହାରି ଆସିଥାଏ, ଲୋକ ଦେଖିବାକୁ ଚାହୁଁଥିଲେ । ସେଠାରେ ବଡ଼ ବଡ଼ ଫଳକ ଲାଗିଥିଲା । ଫଟୋ ନେବା ମନା, ଇତ୍ୟାଦି, ଇତ୍ୟାଦି ତ ମୁଁ ଓଲଟା କରିଦେଲି । ମୁଁ ମୁଖ୍ୟମନ୍ତ୍ରୀ ଥିଲି ତ’ କରି ପାରିଥିଲି । ମୁଁ କହିଲି କି ଏଠାରେ ଯିଏ ବଢ଼ିଆ ଫଟୋ ଉଠାଇବ ତାହାକୁ ପୁରସ୍କାର ଦିଆଯିବ । ଆଉ ସର୍ତ୍ତ ଏହା ଥିଲା କି ସେ ଫଟୋ ଅପ୍-ଲୋଡ କରିବାକୁ ହେବ ନିଜର ୱେବସାଇଟରେ । ଆପଣ ଆଶ୍ଚର୍ଯ୍ୟ ହେବେ ଆଜ୍ଞା ଲୋକଙ୍କ ଭାଗିଦାରୀରେ ଲୋକମାନେ ଫଟୋ ଉଠାଇବାକୁ ଲାଗିଲେ । ଲୋକମାନେ ନିଜର ଫଟୋକୁ ଅନ୍-ଲାଇନରେ ଦେବାକୁ ଲାଗିଲେ । ଆଉ ପୁଣି ମୁଁ କହିଲି କି ଏବେ ଟିକଟ ରହିବ । ଯିଏ ମଧ୍ୟ ଡ୍ୟାମ ଦେଖିବାକୁ ଆସିବେ, ସେଥିପାଇଁ ଟିକଟ ଲାଗିବ । ଆଉ ଟିକେଟରେ ପଞ୍ଜିକରଣ ହେବ । ପୁଣି ମୁଁ କହିଲି କି ଯେତେବେଳେ ପାଂଚ ଲକ୍ଷ ହୋଇଯିବ, ଡିଜିଟାଲରେ ପାଂଚ ଲକ୍ଷତମ ସ୍ଥାନ ଯାହାର ହେବ ତାହାଙ୍କୁ ସମ୍ମାନିତ କରାଯିବ । ଆଉ ମୋ ପାଇଁ ଏହା ଆଶ୍ଚର୍ଯ୍ୟର ବିଷୟ ଥିଲା କି ଯେତେବେଳେ ପାଂଚଲକ୍ଷତମ ସ୍ଥାନ ଥିଲା ତ କାଶ୍ମୀରର ବାରମୂଳାର ଏକ ଦମ୍ପତି ପାଂଚଲକ୍ଷତମ ସ୍ଥାନରେ ରହିଥିଲେ ଆଜ୍ଞା । ସେତେବେଳେ ଜଣା ପଡ଼ିଲା କି କେତେ ବଡ଼ ଶକ୍ତି ହୋଇଥାଏ ଆଜ୍ଞା । ଆଉ ତାଙ୍କୁ ଆମେ ସମ୍ମାନିତ କରିଥିଲୁ । ତ ଏହା ଯେଉଁ ପୁରୁଣା, ସେଠାରେ ମଧ୍ୟ ମୁଁ ଦେଖିଲି ଆମର କିଛି ପିଲାଙ୍କୁ ପ୍ରସ୍ତୁତ କଲୁ ଅଷ୍ଟମ, ଦଶମ ଶ୍ରେଣୀର ଥିଲେ ମୁଁ କହିଲି ଗାଇଡ ଭଳି କାର୍ଯ୍ୟ କର, ପୁଣି ସେ ଡ଼୍ୟାମର ନିର୍ମାଣ କେବେ ଆରମ୍ଭ ହେଲା, କିଭଳି ଅନୁମତି ମିଳିଲା, କେତେ ସିମେଂଟ ଉପଯୋଗ ହେଲା କେତେ ଲୁହା ଲାଗିଲା, କେତେ ପାଣି ଗଚ୍ଛିତ ହୋଇ ରହିବ, ଏତେ ଭଲ ଭାବେ ସେମାନେ ହେଉଛନ୍ତି ଆଦିବାସୀ ପିଲା । କେତେ ଭଲ ଭାବେ ସେମାନେ ଗାଇଡ୍ କାମ କରୁଥିଲେ । ମୋତେ ଲାଗୁଛି କି ଆମ ଦେଶରେ ଅତି କମରେ ଶହେ ସହରରେ ଯାହାକୁ ଆମେ ସ୍ଥିର କରିବା । ସେହିଭଳି ଭାବେ ଏହି ପ୍ରକାରରେ ଆମେ ନୂତନ ପିଢିକୁ ଆମେ ପ୍ରସ୍ତୁତ କରି ପାରିବା । ଯେଉଁମାନେ ଗାଇଡ ଭଳି ବୃତ୍ତି ପାଇଁ ଧୀରେ ଧୀରେ ଆଗକୁ ଆସିବେ । ଯେଉଁମାନଙ୍କର ଅଙ୍ଗୁଳିରେ ଇତିହାସ ସୃଷ୍ଟି ହୋଇଥାଏ, ଇତିହାସ ଅଟକି ଯାଇଥାଏ ଯେଉଁମାନଙ୍କର ଅଙ୍ଗୁଳିରେ, ଏଭଳି ଯଦି ଆମେ କରି ପାରିବା, ଆପଣମାନେ ଦେଖିବେ କି ଦେଖୁ ଦେଖୁ ଏହି ଭାରତ ପାଖରେ ଯେଉଁ ମହାନ ପରମ୍ପରା ଅଛି । ହଜାର ହଜାର ବର୍ଷ ଧରି ଆମ ପାଖରେ ଯେଉଁ ଗାଥା ଅଛି । ବିଶ୍ୱ ପାଇଁ ଆଶ୍ଚର୍ଯ୍ୟ ଜନକ ଆଜ୍ଞା, ଆଉ ଆମକୁ ବିଶ୍ୱକୁ କିଛି ଦେବାର ଆବଶ୍ୟକତା ନାହିଁ । ଏହା ଯାହା ଆମର ପୂର୍ବ ପୁରୁଷ ଛାଡି କରି ଯାଇଛନ୍ତି । ଆପଣ ମାନଙ୍କୁ କେବଳ ମାତ୍ର ଦେଖାଇବାର ଅଛି । ହିନ୍ଦୁସ୍ଥାନର ପର୍ଯ୍ୟଟନକୁ କେହି ଅଟକାଇ ପାରିବେ ନାହିଁ । ଆଉ ଆମେ ତ ଏଭଳି ସନ୍ତାନ ନୁହନ୍ତି କି ଆମର ପୂର୍ବ ପୁରୁଷ ମାନଙ୍କର ପରାକ୍ରମକୁ ଆମେ ଭୁଲି ଯିବା । ଏହା ହେଉଛି ଆମମାନଙ୍କର ଦାୟିତ୍ୱ । କି ଆମେ ଆମର ପୂର୍ବପୁରୁଷଙ୍କର ଯେଉଁ ପରମ୍ପରା ଅଛି ସେହି ପରମ୍ପରାକୁ ଆମେ ବିଶ୍ୱ ଆଗରେ ପ୍ରସ୍ତୁତ କରିବା, ବଡ଼ ଗର୍ବର ସହିତ ପ୍ରସ୍ତୁତ କରିବା, ବଡ଼ ରାଜକୀୟ ଭାବେ ପ୍ରସ୍ତୁତ କରିବା ଆଉ ସାରା ବିଶ୍ୱକୁ ଏହି ମହାନ କିର୍ତ୍ତିରାଜୀକୁ ସ୍ପର୍ଶ କରିବାକୁ ଇଚ୍ଛା ହେବ, ତାହାକୁ ପୂଜା କରିବାକୁ ଇଚ୍ଛା ହେବ । ଏହି ଆତ୍ମବିଶ୍ୱାସ ସହିତ ଆମେ ଚାଲିବା । ଏହି ଆଶା ସହିତ ଏଇ ଐତିହ୍ୟ ଭବନରୁ ସେହି ଭାବନା ପ୍ରଜ୍ଵଳିତ ହେଉ । ଏହି ଭାବନା ସହିତ ମୁଁ ବହୁତ ବହୁତ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi dons traditional Bengali panjabi and dhuti as BJP marks historic West Bengal win

Media Coverage

PM Modi dons traditional Bengali panjabi and dhuti as BJP marks historic West Bengal win
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value of truth and perseverance
May 05, 2026

The Prime Minister, Shri Narendra Modi, said that success achieved through tireless effort and by following the path of truth is lasting. He noted that such success not only builds self-confidence but also brings a deep sense of satisfaction to the mind.

The Prime Minister shared a Sanskrit Subhashitam-

“न तथा बलवीर्याभ्यां जयन्ति विजिगीषवः।
यथा सत्यानृशंस्याभ्यां धर्मेणैवोद्यमेन च॥”

The Subhashitam conveys that those who aspire to win do not succeed merely through strength and power, but through truth, compassion, righteousness and unwavering effort.

The Prime Minister wrote on X;

“अथक परिश्रम और सत्य के मार्ग पर चलकर प्राप्त की गई सफलता स्थायी होती है। इससे जहां आत्मविश्वास बढ़ता है, वहीं मन को अद्भुत संतोष भी मिलता है।

न तथा बलवीर्याभ्यां जयन्ति विजिगीषवः।

यथा सत्यानृशंस्याभ्यां धर्मेणैवोद्यमेन च ।।”