Film and society are a reflection of each other: PM Modi
New India is confident and capable of taking issues head on and resolving them: PM Modi
Indian Cinema has a big role in enhancing India’s soft power: PM Modi

ଏଠାରେ ଉପସ୍ଥିତ ସିନେ ଜଗତ ସହିତ ଜଡ଼ିତ ଥିବା ସମସ୍ତ ରଥୀ, ମହାରଥୀଗଣ । ଏହି ଭବ୍ୟ ସ୍ୱାଗତ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ଆଜି ମୋତେ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଲୋକମାନଙ୍କ ଗହଣକୁ ଆସିବା, ସୃଜନଶୀଳ ଜଗତ ସହିତ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଛି; ଏହା ହେଉଛି ବୋଧହୁଏ ମୋ ଜୀବନର ପ୍ରଥମ ଅବସର । କେବେ-କେବେ କାହା ସହିତ ନମସ୍ତେ-ନମସ୍ତେ ହୋଇଯାଇଥାଏ, କିନ୍ତୁ ଦେଖା ସାକ୍ଷାତ ହେବାର ସୁଯୋଗ କେବେ ଆସି ନଥିଲା । ଗୁଜରାଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ  କାର୍ଯ୍ୟ କରିଛି, କିନ୍ତୁ ପୁଣି ମଧ୍ୟ କେବେ ସୁଯୋଗ ମିଳି ନଥିଲା । କିନ୍ତୁ ଆଜି ସୁଯୋଗ ମିଳିଛି ।

ଆପଣମାନଙ୍କ ନିର୍ଦ୍ଦେଶନାରେ, ମାର୍ଗଦର୍ଶନରେ, ଆପଣମାନଙ୍କର ଦକ୍ଷତା ଯୋଗୁଁ ଭାରତରେ ଚଳଚ୍ଚିତ୍ର ନିରନ୍ତର ନୂତନ ଶୀଖରକୁ ଛୁଉଁଛି । ଆଉ ମୋର ଏହି କାମନା ରହିଛି କି ଏହି ଧାରା ଆଗକୁ ମଧ୍ୟ ଜାରି ରହୁ, ଚଳିତବର୍ଷ ବିଶେଷ ଭାବେ ଜାରି ରହୁ । ଆପଣମାନଙ୍କୁ ସମସ୍ତଙ୍କୁ ଭାରତୀୟ ଚଳଚ୍ଚିତ୍ରର ରାଷ୍ଟ୍ରୀୟ ସଂଗ୍ରହାଳୟ ପାଇଁ ମଧ୍ୟ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ବିଗତ ଦୁଇ ଦଶକ ଧରି ଏହି ସଂଗ୍ରହାଳୟ ବିଷୟରେ କୌଣସି ନା କୌଣସି ଭାବେ ଚର୍ଚ୍ଚା ଚାଲି ଆସୁଛି । ଆଜି ଏହାର ଲୋକାର୍ପଣ ସହିତ ଆମର ସିନେମାର ସ୍ୱର୍ଣ୍ଣିମ ଅତୀତକୁ ଗୋଟିଏ ସ୍ଥାନରେ ସଜାଇ ରଖିବାର ସ୍ୱପ୍ନ ପୂରଣ ହୋଇଛି । ଆଉ ମୁଁ ଅନୁଭବ କରୁଛି କି ଏଭଳି ବହୁତଗୁଡ଼ିଏ ଭଲ କାର୍ଯ୍ୟ ରହିଛି ମୋ ପୂର୍ବରୁ ଥିବା ଲୋକମାନେ ମୋ ପାଇଁ ଖାଲି ଛାଡ଼ି ଯାଇଛନ୍ତି ତ ସେ ସୁଯୋଗ ମୋତେ ହିଁ ମିଳି ଚାଲିଛି ।

ଆଜି ଯେତେବେଳେ ଆପଣମାନେ ସମସ୍ତେ ନୂତନ ଭାରତର ନୂତନ ଚଳଚ୍ଚିତ୍ରକୁ ନିର୍ମାଣ  କରିବାରେ ଲାଗି ପଡ଼ିଛନ୍ତି, ତ ମୋର ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ରହିଛି କାହିଁକି ନା ସବୁ ପିଢିମାନେ ଏଥିରେ ରହିଛନ୍ତି ବହୁତ-ପୁରୁଣା ପିଢିର ଲୋକମାନେ ମଧ୍ୟ ଏଥିରେ ଅଛନ୍ତି ଅଛନ୍ତି ଆଉ ସଂପୂର୍ଣ୍ଣ ନୂତନ ପିଢିର ଲୋକମାନେ ମଧ୍ୟ ଅଛନ୍ତି, ଆଉ ସେଥିପାଇଁ ମୋ ମନରେ ଗୋଟିଏ ପ୍ରଶ୍ନ ରହିଛି । ଆଉ ଆପଣମାନଙ୍କ ଗହଣକୁ ଆସିଛି ତ ବୋଧହୁଏ ତାହା ଅଧିକ ଭାବେ ସେହି ଉପାୟରେ ଭଲ ରହିବ ।

ହାଓ ଇଜ୍ ଦ ଯୋଶ୍ – ହାଓ ଇଜ୍ ଦ ଯୋଶ୍

ହାଓ ଇଜ୍ ଦ ଯୋଶ୍ – ହାଓ ଇଜ୍ ଦ ଯୋଶ୍

ଆଜିକାଲି ଆପଣମାନଙ୍କର ଏହି ଯୋଶ୍ ବିଷୟରେ ଦେଶରେ ଅଧିକ ଚର୍ଚ୍ଚା ହେଉଛି । ନୂତନ ଭାରତର ନିର୍ମାଣ ପାଇଁ ଆପଣମାନଙ୍କର ଏହି ଯୋଶ୍ ବହୁତ ହିଁ ଅର୍ଥ ରଖିଥାଏ ।

ସାଥୀଗଣ, ଚଳଚ୍ଚିତ୍ରର ଦୁନିଆ ବହୁରଙ୍ଗୀ ହୋଇଥାଏ ଆଉ ଏହାର ଅନେକଗୁଡ଼ିଏ ଦିଗ ରହିଛି । ଆଉ ରାଷ୍ଟ୍ରୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଏହିସବୁ ଦିଗଗୁଡ଼ିକର ଦର୍ଶନ ଦେଶବାସୀମାନଙ୍କୁ, କିମ୍ବା ଏହି ବିଷୟରେ ରୁଚି ରଖିଥିବା ଲୋକମାନଙ୍କ ପାଇଁ ଗୋଟିଏ ସୁଯୋଗ ଭଳି କାର୍ଯ୍ୟ କରିବ । ରାଷ୍ଟ୍ରୀୟ ଚଳଚ୍ଚିତ୍ର ସଂଗ୍ରହାଳୟରେ ମନୋରଞ୍ଜନ ଶିଳ୍ପର ଗୌରବଶାଳୀ ଇତିହାସ ବିଷୟରେ ଜଣା ପଡ଼ିବ ଆଉ ସେମାନଙ୍କର ସଂଘର୍ଷର ସ୍ୱର୍ଣ୍ଣିମ କଥା-କାହାଣୀଗୁଡ଼ିକର ଝଲକ  ସାଧାରଣ ମଣିଷ ଜାଣି ପାରିବ,ଦେଖିପାରିବ ।

ମୁଁ ବୁଝିପାରୁଛି କି ରାଷ୍ଟ୍ରୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଦ୍ୱାରା ଆମର ଯୁବ ପିଢିଙ୍କୁ ବହୁତ କିଛି ଦେଖିବା,ଶିଖିବା ଆଉ ବୁଝିବାର ସୁଯୋଗ ମିଳିବ । କିଛି ସମୟ ପୂର୍ବରୁ ମୁଁ ମଧ୍ୟ ଏହି ସଂଗ୍ରହାଳୟର ବ୍ୟବସ୍ଥାକୁ ଦେଖିଛି । ପୂର୍ବରୁ ଦୁଇ ମହଲା ଯାଇଥିଲି, ପୁଣି ମନ ହେଲା ତ ତୃତୀୟ ମହଲାକୁ ଚାଲିଗଲି । ମନ କହୁଥିଲା କି ଆପଣମାନେ ବସିଥିବେ, ଅପେକ୍ଷା କରିଥିବେ, କିନ୍ତୁ ଏପରି ତିଆରି ହୋଇଛି କି ମନ ହେଲା ତ, ଶେଷ ପର୍ଯ୍ୟନ୍ତ ଚାଲିଗଲୁ ଆଉ ସେହି କାରଣରୁ ଆପଣମାନଙ୍କ ନିକଟକୁ ଆସିବାରେ ବିଳମ୍ବ ହୋଇଗଲା, ଆପଣମାନଙ୍କୁ ଅପେକ୍ଷା ମଧ୍ୟ କରିବାକୁ ପଡ଼ିଲା । ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଲା, ଏଥିପାଇଁ ମୁଁ କ୍ଷମାଭିକ୍ଷା କରୁଛି ।

ଏହି ସଂଗ୍ରହାଳୟ ହେଉଛି ଆମମାନଙ୍କର ଚଳଚ୍ଚିତ୍ର ଭଳି ହିଁ ସମୃଦ୍ଧ । ଏଥିରେ ଇତିହାସର ଗୌରବ ମଧ୍ୟ ରହିଛି ଆଉ ଭବିଷ୍ୟତର ଉର୍ଜ୍ଜା ମଧ୍ୟ ରହିଛି । ଏଥିରେ ପ୍ରାଚୀନତାକୁ ସମ୍ମାନ ମଧ୍ୟ ଦିଆଯାଇଛି,ଏଥିରେ ଆଧୁନିକତା ପ୍ରତି ସମ୍ମାନ ମଧ୍ୟ ରହିଛି । ଏଠାରେ ଗୁଲସନ ବହଲର ଅଂଶ ଆମର ଇତିହାସର ସାକ୍ଷୀ ହେଉଛି ତ, ଅନ୍ୟାନ୍ୟ ଅତ୍ୟାଧୁନିକ ଅଟ୍ଟାଳିକା ଆମେ ଯେ ଦୂରଦର୍ଶୀ, ଏହି କଥାର ପ୍ରମାଣ ଦେଉଛି । ଗୁଲସନ ବହଲର ଅଟ୍ଟାଳିକାରେ ଚଳଚ୍ଚିତ୍ରର ପ୍ରାରମ୍ଭିକ ଗୌରବଗାଥା ରହିଛି ଆଉ ମୋତେ ଅବଗତ କରାଯାଇଛି କି ସଂଗ୍ରହାଳୟର ଏହି ଅଂଶରେ 30 ଘଂଟାର ଏଭଳି ଫୁଟେଜ୍ ରହିଛି ଯେଉଁଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମର ସୈନିକମାନଙ୍କର ସୌର୍ଯ୍ୟଗାଥାକୁ ପ୍ରଦର୍ଶୀତ କରାଯାଇଛି ।

ମୁଁ ଫିଲ୍ମ ଡିଭିଜନକୁ ଶୁଭକାମନା ଜଣାଇବାକୁ ଚାହୁଁଛି ଯେ ସେମାନେ ଏହାକୁ ସେବାଠାରୁ ଆରମ୍ଭ କରି ଡିଜିଟାଇଜେସନ୍ କରିବାର କାର୍ଯ୍ୟ କରିଛନ୍ତି । ଆଉ ଏହି ଡିଜିଟାଇଜେସନ୍ ମାଧ୍ୟମରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମ ଦେଶର 20 ଲକ୍ଷ ସୈନିକ ଆଉ ଅଧିକାରୀମାନଙ୍କର ସୌର୍ଯ୍ୟ ଏବେ ଆମର ଆଗାମୀ ପିଢି ଜାଣିବାକୁ ପାଇବେ, ସେମାନଙ୍କ ପାଇଁ ପ୍ରେରଣା ପାଲଟିବ । ବହୁତ କମ୍ ଲୋକଙ୍କୁ ଜଣାଅଛି – ନା ଆମକୁ ସେ ଭୂମିରୁ କିଛି ଦେବାନେବାର ଥିଲା, ନା କାହାର ପତାକା ପାଇଁ ମରୁଥିଲୁ, ନା ଆମ ପାଇଁ ମଧ୍ୟ ମରୁଥିଲୁ, କିନ୍ତୁ ମୋ ଦେଶର ଦେଢ଼ ଲକ୍ଷ ଯବାନ ପ୍ରଥମ ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଛନ୍ତି । ସେହି କଥାଗୁଡ଼ିକୁ ବିସ୍ମରଣ କରି ଦିଆଯାଇଛି ।

ତାହାକୁ ଥରେ ବୋଧହୁଏ ଏହି ସ୍ଥାନରୁ ହିଁ ଏହି ନୂତନ ରୂପରେ ସେହି ସତ୍ୟତାକୁ ହୁଏତ ଦେଶ ଜାଣି ପାରିବ, ନୂତନ ପିଢିଙ୍କୁ ପ୍ରେରଣା ମିଳିବ ଆଉ ବିଶ୍ୱକୁ- ମୁଁ ଯେତେବେଳେ ଦୁନିଆର ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଛି ତ ମୁଁ ସେମାନଙ୍କୁ କୁହେ କି ଆପଣମାନେ ମୋତେ ଶାନ୍ତି ବିଷୟରେ ଶିକ୍ଷା ଦିଅନ୍ତୁ ନାହିଁ । ଆମେ ଶାନ୍ତି ପାଇଁ ଦୁନିଆରେ, ଦେଢ଼ ଲକ୍ଷ ଯବାନଙ୍କୁ ଶହୀଦ କରିଦେଇଛୁ, ଆମେ ହେଉଛୁ ସେହି ଲୋକ । ଏହା ହେଉଛି ଆମର ଇତିହାସ, ହେଉଛି ଆମର ଗାଥା, ଆଗାମୀ ପିଢିଙ୍କୁ ପ୍ରେରଣା ଦେଇଥାଏ ।

ଆଉ ସାଥୀଗଣ, ବାସ୍ତବରେ ଚଳଚ୍ଚିତ୍ର ଏବଂ ସମାଜ, ଦୁଇଟି ଯାକ ହେଉଛନ୍ତି ଗୋଟିଏ ଅନ୍ୟଟିର ପ୍ରତିବିମ୍ବ । ସମାଜରେ କ’ଣ ଘଟୁଛି, ତାହା ଚଳଚ୍ଚିତ୍ରମାନଙ୍କରେ ଆମକୁ ଦେଖିବାକୁ ମିଳେ, ଆଉ ଯାହାକିଛି ଚଳଚ୍ଚିତ୍ରମାନଙ୍କରେ ହେଉଛି, ତାହା ମଧ୍ୟ ସମାଜରେ ଆପଣମାନଙ୍କୁ ଦୃଷ୍ଟିଗୋଚର ହେଉଥିବ । କେତେଥର ଆପଣମାନେ ମଧ୍ୟ ଏହା ଦେଖିଥିବେ କି ସମାଜରେ ଆସୁଥିବା ପରିବର୍ତ୍ତନକୁ ଲୋକମାନେ ଚିହ୍ନଟ କରୁଛନ୍ତି । ତାହା ପୂର୍ବରୁ ହିଁ ତାହାର ଝଲକ ଚଳଚ୍ଚିତ୍ରମାନଙ୍କରେ ମିଳିଯାଇଥାଏ,ଆଉ ମୁଁ ମାନୁଛି କି ଏହା ହେଉଛି ଏକ ବହୁତ ବଡ଼ କଥା । କଳା ଜଗତ ଆଗାମୀ ଭବିଷ୍ୟତକୁ ଚିହ୍ନଟ କରିଦେଇଥାଏ । ଆମ ସମସ୍ତଙ୍କର ମନେ ଥିବ କି ସ୍ୱାଧୀନତା ପରେ 60-70 ଦଶକରେ ଶ୍ରୀମାନ ମନୋଜ କୁମାର ମହାଶୟଙ୍କର ଦେଶଭକ୍ତିରେ ଭରପୁର ଚଳଚ୍ଚିତ୍ରର ସମୟ ଚାଲିଥିଲା । ଏହା ପଛରେ ସ୍ୱାଧୀନତାର ଦୀର୍ଘ ସଂଘର୍ଷ ବହୁତ ବଡ଼ ଭୂମିକା ତୁଲାଇଥିବ ।

ସେହିଭଳି ଭାବେ 70-80 ଦଶକରେ କ୍ରୋଧୀ ଯୁବକଙ୍କର ପ୍ରବେଶ ହୋଇଥାଏ । କିନ୍ତୁ ଯେତେବେଳେ ସମାଜରେ ବହୁତଗୁଡ଼ିଏ ସଂସ୍କର ଆସିଲା, କ୍ରୋଧ କମ୍ ହେଲା ତ ଆଶା ଏବଂ ଆକାଂକ୍ଷା ବୃଦ୍ଧି ପାଇଲା । ଚଳଚ୍ଚିତ୍ରଗୁଡ଼ିକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଲା । ସମାଜରେ ପରିବର୍ତ୍ତନର ସହିତ ପ୍ରତ୍ୟେକ ସମୟରେ ଚଳଚ୍ଚିତ୍ର ମଧ୍ୟ ପରିବର୍ତ୍ତିତ ହେବାକୁ ଲାଗିଲା । ଆଜି ଆମେମାନେ ଏକ ନୂତନ ଧାରା ଦେଖିବାକୁ ପାଉଛୁ ।

ଗୋଟିଏ ସମୟ ଥିଲା ଯେତେବେଳେ ମୁଁ, ମୁଖ୍ୟଧାରା ଚଳଚ୍ଚିତ୍ରରେ ନାୟକ ସର୍ବଦା ବଡ଼ ସହରରୁ, ବଡ଼ ପରିବାରରୁ, ମୁମ୍ବାଇରୁ, ଦିଲ୍ଲୀରୁ, ଚିକ୍କଣିଆ ରୂପ-ଚେହେରା ଥିବାଭଳି ଦୃଷ୍ଟିକୁ ଆସୁଥିଲା । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଏହି ଧାରାରେ ପରିବର୍ତ୍ତନ ଆସିଛି । ଟାୟାର-2, ଟାୟାର-3 ସହରର ବସ୍ତିରୁ ଆଉ ସାଧାରଣ ପରିବାରରୁ ଏଭଳି ଦକ୍ଷ ଯୁବକ ଆସୁଛନ୍ତି ଯେଉଁମାନେ ସଂପୂର୍ଣ୍ଣ ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂତନ ଜୀବନ ପ୍ରଦାନ କରୁଛନ୍ତି- ନିଜର କଳା ମାଧ୍ୟମରେ, ନିଜର କୌଶଳ ମାଧ୍ୟମରେ । ଆଉ ଏମିତି ମଧ୍ୟ,ଆଉ ଏହି କଥା ଯାହା ମୁଁ କହୁଛି କି ଏହି ଟାୟାର-2, ଟାୟାର-3 ସହର, ଛୋଟ ଛୋଟ ସ୍ଥାନରୁ- ଏହା ମଧ୍ୟ ହେଉଛି ଏକ ପରିବର୍ତ୍ତିତ ଭାରତର ସ୍ୱରୂପ, ଯାହା ଆମେ ଦେଖିଛୁ ଆଉ ଅନୁଭବ କରିଛୁ ।

ଆଜି କ୍ରୀଡ଼ା ହେଉ, ଷ୍ଟାର୍ଟ ଅପ୍ସ୍ ହେଉ,ଏପରିକି ଦଶମ, ଦ୍ୱାଦଶ ଶ୍ରେଣୀର ଫଳାଫଳକୁ ଆପଣ ଦେଖିବେ ତ ବଡ଼ ବଡ଼ ସହରର ବଡ଼ ବଡ଼ ନାମ ଥିବା ସ୍କୁଲର ପିଲାମାନେ ନଥିବେ, ଛୋଟ ଛୋଟ ସ୍ଥାନରୁ ହେଉଛନ୍ତି । ଅର୍ଥାତ ଦେଶର ସେହି ଶକ୍ତି ବାହାରକୁ ବାହାରି ଆସୁଅଛି । ଆମେମାନେ ଭାରତର ଦାରିଦ୍ର୍ୟତା ଉପରେ ତ ବହୁତଗୁଡ଼ିଏ ଚଳଚ୍ଚିତ୍ର ଦେଖିଛୁ, ଭାରତର ଅସହାୟତା ଉପରେ ମଧ୍ୟ ବହୁତଗୁଡ଼ିଏ ଚଳଚ୍ଚିତ୍ର ଦେଖିଛୁ । ଆଉ ମୁଁ ଏହା ମାନୁଛି କି ଏହା ହେଉଛି ଏକ ପରିବର୍ତ୍ତିତ ସମାଜର ରୂପ ଯେ ଏବେ ସମସ୍ୟା ସହିତ ସମାଧାନ ମଧ୍ୟ ଚଳଚ୍ଚିତ୍ରମାନଙ୍କରେ ଦେଖିବାକୁ ମିଳୁଛି,ନହେଲେ ଆମେମାନେ ହେଉଛୁ ସ୍ୱଭାବତଃ ସେହି ଲୋକ, ଯେଉଁମାନେ ଦାରିଦ୍ର୍ୟକୁ ଭାଗ୍ୟ ବୋଲି ମାନିନେଇଛୁ । ଚିରା କପଡ଼ା ହେଉ, କାରଣ ଆମେ ସତ୍ୟ ନାରାୟଣଙ୍କ କଥା ଶୁଣନ୍ତି ତ ଆରମ୍ଭ ହୋଇଥାଏ, ଗୋଟିଏ ବିଚରା ଗାଁର ଗରିବ ବ୍ରାହ୍ମଣ, ସେହିଠାରୁ ଆରମ୍ଭ ହୋଇଥାଏ । ଅର୍ଥାତ ଦାରିଦ୍ର୍ୟକୁ ନିଜର ଭାଗ୍ୟ ମାନିନେଇ ହିଁ ଆମର ମନସ୍ତତ୍ୱ ସେହିଭଳି ହୋଇଯାଇଛି ।

କିନ୍ତୁ ଏବେ ପରିବର୍ତ୍ତିତ ହିନ୍ଦୁସ୍ଥାନ ଭିନ୍ନ ଭାବେ ଚିନ୍ତା କରିଥାଏ, ଭିନ୍ନ ଦୃଷ୍ଟିକୋଣରେ ଦେଖିଥାଏ,ଦେଖାଇଥାଏ ମଧ୍ୟ । ଆଉ ଏହା ସ୍ପଷ୍ଟ ଯେ – ଆଜି ସମାଜ ସହିତ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି । ସମସ୍ୟା ତ ରହିଛି ଏବେ ତାହାର ସମାଧାନ ମଧ୍ୟ ରହିଛି । ପ୍ରତିବନ୍ଧକ ରହିଛି ତ ତାହାକୁ ଦୂର କରିବାର ନିଶା ମଧ୍ୟ ରହିଛି । ଭାରତ ବଦଳୁଛି, ଭାରତ ନିଜର ସମାଧାନ ନିଜେ ଖୋଜି ବାହାର କରୁଛି ।

ଯଦି ଲକ୍ଷ- ଲକ୍ଷ ସମସ୍ୟା ରହିଛି ତ କୋଟି- କୋଟି ସମାଧାନ ମଧ୍ୟ ରହିଛି । ଆମେ ବଦଳି ପାରିବା,ଏହି ଆତ୍ମବଳ ଦେଖାଯାଉଛି । ଆଉ ଏହା ହେଉଛି ସେହି ଦୃଢ଼ ମନୋବଳ, ଯେଉଁ କାରଣରୁ ଏବେ ସମାଜକୁ ଦୋହଲାଇ ଦେଉଥିବା ବିଷୟଗୁଡ଼ିକୁ ଉଠାଇବାରେ କୌଣସି ଦ୍ୱନ୍ଦ ଆସୁନାହିଁ । ଆମେ ସମସ୍ୟାଗୁଡ଼ିକ ଦ୍ୱାରା ବ୍ୟତିବ୍ୟସ୍ତ ହେଉ ନାହୁଁ, ଆଉ ନା ହିଁ ତାକୁ ଲୁଚାଉଛୁ । ବରଂ ତାକୁ ସାମ୍ନାକୁ ଆଣି ତାକୁ ଦୂର କରିବାର ପ୍ରୟାସ କରୁଛୁ । ଆଉ ଏହା ହେଉଛି ନିଉ ଇଣ୍ଡିଆର ସେହି ନୂତନ ବିଶ୍ୱାସ ଯାହା ଜଣେ ଭାରତୀୟକୁ ଗର୍ବରେ ଭରି ଦେଇଥାଏ ।

ସାଥୀଗଣ, ଆପଣମାନେ ଆଉ ଏକ ଧାରା ଉପରେ ଦୃଷ୍ଟି ଦେଇଥିବେ । ଆଗରୁ ଚଳଚ୍ଚିତ୍ର ହେଉଥିଲା ତ ଆଠ ବର୍ଷ, ଦଶ ବର୍ଷ, 10-10, 15-15 ବର୍ଷ ଲାଗି ଯାଉଥିଲା । ଆଉ ବହୁତ ପ୍ରସିଦ୍ଧ ଚଳଚ୍ଚିତ୍ରର ଏହା ପରିଚୟ ସୃଷ୍ଟି କରୁଥିଲା କି ତାକୁ ନିର୍ମାଣ କରିବାରେ କେତେ ସମୟ ଲାଗିଥିଲା । ଅର୍ଥାତ ତାହାକୁ ସେହି ଚଳଚ୍ଚିତ୍ରର ବିଶେଷତ୍ୱ ଭାବେ ମାନି ନେବାକୁ ପଡ଼ୁଥିଲା କି 8 ବର୍ଷରେ ହେଲା, 9 ବର୍ଷରେ ହେଲା,12 ବର୍ଷରେ ହେଲା ଆଉ ତାହାର ଚର୍ଚ୍ଚା ହେଉଥିଲା । ଆଉ ଏବେ ଚଳଚ୍ଚିତ୍ର ନିର୍ମାଣ ହେଉଛି, କିଛି ହିଁ ମାସର ଟାର୍ଗେଟ ମଧ୍ୟରେ ନିର୍ମାଣ ହୋଇ ଆସି ଯାଉଛି ।

ଏବେ ଆପଣମାନେ ଚିନ୍ତା କରନ୍ତୁ ଯେ ଯୋଜନାଗୁଡ଼ିକ ସହିତ ମଧ୍ୟ କ’ଣ ଆଗରୁ ଏହି କଥା ହେଉ ନଥିଲା । 30 ବର୍ଷ, 40 ବର୍ଷ, ସଂଗ୍ରହାଳୟକୁ ମଧ୍ୟ 20 ବର୍ଷ ହୋଇଗଲା । ଆଉ ଏବେ କିପରି ସରକାରଙ୍କର ସମସ୍ତ ଯୋଜନାକୁ ସ୍ଥିର କରାଯାଇଥିବା ସମୟ ମଧ୍ୟରେ ପୂରଣ କରିବା ପାଇଁ ଚେଷ୍ଟା ଜାରି ରହିଛି । ଆଉ ଯଦି ମୁଁ କହିବି କି ଦେଶର ଯୁବ ଆକାଂକ୍ଷାଗୁଡ଼ିକୁ ମାପିନେଇ ଆପଣ ନିଜେ ପ୍ରଥମେ ନିଜକୁ ବିକଶିତ କରି ନେଇଛନ୍ତି ତ ବୋଧହୁଏ ମୋ କଥା କିଛି ଭୁଲ ହେବ ନାହିଁ । ଆପଣ ଦୁଇ ପାଦ ଆଗରେ ଅଛନ୍ତି, ଆପଣମାନଙ୍କର ଏହି ଶକ୍ତି ଦେଶ ଗଠନରେ ବହୁତ ବଡ଼ କାର୍ଯ୍ୟ କରୁଛି ।

ସାଥୀଗଣ, ଆମର ମନୋରଞ୍ଜନ ଶିଳ୍ପର ଆଧାରରେ ମାନବୀୟ ଭାବନାଗୁଡ଼ିକୁ, ସମ୍ବେଦନାଗୁଡ଼ିକୁ,କ୍ରିୟା, ପ୍ରତିକ୍ରିୟା, ପରିହାସ, ଗମ୍ଭୀରତାର ସେହି ପ୍ରତ୍ୟେକ ଦିଗକୁ ଦର୍ଶାଇଥାଏ, ଯାହା ଦୁନିଆକୁ ଯୋଡ଼ିଥାଏ । ହୁଏତ ଦେଶ ଯାହ ମଧ୍ୟ ହେଉ, ମାନବିକ ଭାବନା ତ ସେହିଠାରେ ରହିଥାଏ ଆଉ ଭାରତୀୟ ମନୋରଞ୍ଜନ ଶିଳ୍ପ ଏହି ମର୍ମକୁ ଖୁବ ଭଲ ଭାବେ ଅନୁଭବ କରିଛି ।

ମୁଁ ଥରେ ବିଦେଶକୁ ଯାଉଥିଲି, ଉଡ଼ାଜାହାଜରେ ଆମର ଜଣେ ସହ ଯାତ୍ରୀ ବସିଥିଲେ । ସେ ମୋତେ ଗୋଟିଏ ଅଜବ ପ୍ରଶ୍ନ ପଚାରିଲେ । ପଚାରିଲେ- ମୁଁ ପ୍ରାୟ ସମୟ ଭାରତ ଆସିଥାଏ, ମୁଁ ଭାରତର ଚଳଚ୍ଚିତ୍ର ମଧ୍ୟ ଦେଖିଥାଏ । କହିଲେ- ଆପଣଙ୍କ ଏଠାକାର କଳାକାର ପାଦକୁ ଜାବୁଡ଼ି ଧରି କାନ୍ଦନ୍ତି କାହିଁକି । ମନ୍ଦିରଗୁଡ଼ିକୁ ଯାଇ କାନ୍ଦନ୍ତି କାହିଁକି, ଚିତ୍କାର କରନ୍ତି କାହିଁକି? ଅର୍ଥାତ ତାଙ୍କ ପାଇଁ ଏକ ଅଦ୍ଭୁତ ଦୃଶ୍ୟ ଥିଲା କି ହିନ୍ଦୁସ୍ଥାନରେ ଏହା କିଭଳି ଏକ ପରମ୍ପରା ରହିଛି କି ମଣିଷ କାନ୍ଦି ତୁରନ୍ତ ରିଲାକ୍ସ ହୋଇଯାଏ । ତାଙ୍କ ପାଇଁ ଏକ ଅଦ୍ଭୁତ ଦୃଶ୍ୟ ଥିଲା । କିନ୍ତୁ ଆମର ଚଳଚ୍ଚିତ୍ରଗୁଡ଼ିକ ସେହି ବିଶେଷତ୍ୱ ସାଧାରଣ ମଣିଷର ଭାବନାକୁ ବଡ଼ ସହଜ ଭାବେ ପ୍ରଭାବିତ କରିଛନ୍ତି । ଆଉ ମୁଁ ମାନୁଛି କି ଏହା କୌଣସି ଛୋଟିଆ କଥା ନୁହେଁ । କିନ୍ତୁ ଏହା ସେତେବେଳେ ହୋଇଥାଏ, ଯେତେବେଳେ କଳା,କଳାକାର ଏବଂ ସାହିତ୍ୟକାର ମାଟି ସହିତ ଯୋଡ଼ି ହୋଇଥାଏ, ସେତେବେଳେ ସେହିଠାରୁ ବୀଜ ଅଙ୍କୁରିତ ହୋଇଥାଏ, ସେତେବେଳେ ତାହା ହୋଇଥାଏ ।

କଥା ହୁଏତ ହାସ୍ୟରସ ସୃଷ୍ଟି କରିବାର ହେଉ, ଆମେ ଏଠାରେ ମଧ୍ୟ ନିଜର ପ୍ରଭାବ ପକାଇଥାଉ । ମୁଁ ଚଳଚ୍ଚିତ୍ର ଜଗତର ଏହି ଉପଲବ୍ଧ ପାଇଁ ମୁଁ ସତରେ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ-ବହୁତ ଶୁଭକାମନା ଜଣାଉଛି । ଆଉ ମୁଁ ଦେଖୁଛି କି ଆଜି ଆମର ପାଟି ଯଦି ବ୍ୟାଟମ୍ୟାନର ପ୍ରଶଂସା କରୁଛି ତ ତା’ସହିତ ବାହୁବଳୀର ମଧ୍ୟ ହେଉଛନ୍ତି ପ୍ରଶଂସା କରୁଛି ।  ଆମର ଚରିତ୍ରମାନଙ୍କର ବିଶ୍ୱସ୍ତରୀୟ ପ୍ରତିବେଦନ ରହିଛି ।

ସାଥୀଗଣ, ଭାରତର ସଫ୍ଟ ପାୱାର (soft power)ର ଶକ୍ତି, ମୁଁ ବୁଝୁଛି କି ସେଥିରେ ଆମର ଚଳଚ୍ଚିତ୍ରଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି । ଏହା ହେଉଛି ଚଳଚ୍ଚିତ୍ର ଯାହା ସମଗ୍ର ବିଶ୍ୱରେ ଭାରତୀୟତାର ପ୍ରତିନିଧିତ୍ୱ କରିଥାଏ । ଭାରତୀୟ ଚଳଚ୍ଚିତ୍ରରେ ଭାରତୀୟତାର ଦର୍ପଣ ରହିଥାଏ । ଦୁନିଆକୁ ମଧ୍ୟ ସେ ନିଜ ଆଡ଼କୁ ଆକର୍ଷିତ କରୁଛି । ଆମର ଚଳଚ୍ଚିତ୍ରଗୁଡ଼ିକ ତ, ବକ୍ସ ଅଫିସରେହଲଚଲ ସୃଷ୍ଟି କରିଥାଏ, ଏହା ସହିତ ସମଗ୍ର ବିଶ୍ୱରେ ଭାରତର ଗୁରୁତ୍ୱ ବଢ଼ାଇବାରେ, ଭାରତର ବ୍ରାଣ୍ଡ ବଢ଼ାଇବାରେ ମଧ୍ୟ ବହୁତ ବଡ଼ ଭୂମିକା ତୁଲାଇଥାଏ ।

ଆମେ ସମସ୍ତେ ଜାଣିଛୁ କି ରାଜ କପୁର ସାହେବଙ୍କର ଚଳଚ୍ଚିତ୍ରଗୁଡ଼ିକୁ ନେଇ କେବଳ ଦେଶରେ ହିଁ ନୁହେଁ, ବିଦେଶରେ ମଧ୍ୟ ଲୋକମାନଙ୍କର ଅଦ୍ଭୁତ ଧରଣର ପାଗଳାମୀ ରହିଥାଏ । ଆଉ ମୁଁ ଏହା ପ୍ରତ୍ୟକ୍ଷ ଅନୁଭବ କରୁଛି କି ଯେତେବେଳେ ମୁଁ ଯାଏ, ଲୋକମାନଙ୍କ ସହିତ ମିଶେ । ମୁଁ କିଛି ଦେଶର ରାଷ୍ଟ୍ରପତିଙ୍କୁ ଦେଖିଛି, ଯେଉଁମାନେ ସଂପୂର୍ଣ୍ଣ ଭାବେ ହିନ୍ଦୀ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ବଢ଼ିଆ ଢ଼ଂଗରେ ଗାଇ ପାରନ୍ତି ଆଜ୍ଞା ।

ମୁଁ ଏବେ ଇସ୍ରାଏଲ ଯାଇଥିଲି ତ ରାତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଘରକୁ ଭୋଜନ କରିବାକୁ ଯାଇଥିଲି, ଆମେ ଦୁଇ ଜଣ ଲୋକ ଥିଲୁ । ଏପରିକି ଆମର ବନ୍ଧୁତା ନିବିଡ଼ ରହିଥାଏ, ତ ଅଧିକ ସଂଭ୍ରାନ୍ତପଣିଆ ନ ଥାଏ । ତ ଏମିତିରେ କଥା ଚାଲିଲା । ଆମେ ଯାତ୍ରା କରି ଯାଇଥିଲୁ, କିନ୍ତୁ ରାତି ଦୁଇଟା-ଅଢେଇଟା ପର୍ଯ୍ୟନ୍ତ ଆମେ ବସିଲୁ, ଆମର ଗପ ଚାଲୁ ରହିଲା, ବହୁତ କଥା ହେଲୁ । ତ ସେ ମୋତେ ଇଚକ ଦାନା-ଇଚକ ଦାନା- ସମ୍ପୂର୍ଣ୍ଣ ଗୀତ ଶୁଣାଇଲେ ଆଜ୍ଞା । ଇସ୍ରାଏଲ ପ୍ରଧାନମନ୍ତ୍ରୀ- ଆମ ଭାଷା ଜାଣନ୍ତି ନାହିଁ, ତାହାର ଅର୍ଥ କ’ଣ ଜଣା ନଥାଏ; ମୋତେ ମଧ୍ୟ ଇଚକ ଦାନାର ଅର୍ଥ ଜଣା ନାହିଁ, ଆଉ ଏହାତ ହେଉଛି ଚଳଚ୍ଚିତ୍ର ଉଦ୍ୟୋଗର ଶକ୍ତି ଆଜ୍ଞା ।

ଆଉ ମୋର ମନେ ଅଛି କି ଯେତେବେଳେ କିଛି ଦିନ ପୂର୍ବେ ଦକ୍ଷିଣ କୋରିଆ ଯାଇଥିଲି, ଦକ୍ଷିଣ କୋରିଆ, ତ ସେଠାରେ ରାଷ୍ଟ୍ରପତି ମହୋଦୟ ଯେଉଁ ଭୋଜନ ଦେଇଥିଲେ । ତ ଭୋଜନ ସମୟରେ ପିଲାମାନଙ୍କର ପ୍ରଦର୍ଶନର ଏକ କାର୍ଯ୍ୟକ୍ରମ ରଖାଯାଇଥିଲା । ତ ସ୍କୁଲ ପିଲାମାନେ, ହାତୀ-ମେରେ ସାଥୀ ତାହାର ଗୀତ ଗାଇଲେ, ଆଉ ଅଭିନୟ କରି ଗାଇଲେ । ତ ପରେ ମୁଁ ପିଲାମାନଙ୍କୁ ଭେଟିଲି, ମୁଁ କହିଲି କି ତମମାନଙ୍କୁ ଜଣାଅଛି କି ତମେମାନେ କ’ଣ ସବୁ ଗାଉଥିଲ? କିଛି ପିଲା କହି ପାରିଲେ ହାତୀର ଅର୍ଥ ହେଉଛି କ’ଣ, ଅନ୍ୟମାନଙ୍କୁ ଜଣା ନଥିଲା । ତ ମୁଁ କହିଲି ଏତେ ବଢ଼ିଆ ତମେମାନେ ଅଭିନୟ କଲ, ଏତେ କମ୍ ସମୟରେ କିପରି ପରିଶ୍ରମ କରି କରି ପାରିଲ ।

ଦେଖନ୍ତୁ, ଆମ ଉଦ୍ୟୋଗର ପ୍ରଭାବ । ପୁଣି ମୋର ମନ ହେଲା, ମୁଁ ଆସି ସେହି ଗୀତକୁ କୋରିଆ ଭାଷାରେ ଡବିଂ କରାଇଲି ଆଉ ମୁଁ ତାହାକୁ ସ୍କୁଲର ପିଲାମାନଙ୍କ ପାଖକୁ ପଠାଇଲି । ଦେଖନ୍ତୁ, ଏହା ହେଉଛି ଆପଣମାନଙ୍କର ଶକ୍ତି, ଆଉ ଏହିଭଳି ଭାବେ ଚଳଚ୍ଚିତ୍ର ସହିତ କିଛି ଦିନ ହେବ ଆମର ଟିଭି ଧାରାବାହିକ ଗୁଡ଼ିକ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଶାଶ୍ ଭି କଭି ବହୁ ଥୀ- ଆମକୁ ଲାଗୁଥିବ କି ଏହା ହିନ୍ଦୁସ୍ଥାନରେ ଚାଲୁଥିବ, ଏପରି ନୁହେଁ ଆଜ୍ଞା । ମୁଁ ଦୁନିଆର ଯେଉଁ ଦେଶକୁ ଯାଇଛି ଆଉ ବିଶେଷ କରି ମୁଁ ଆଫଗାନିସ୍ଥାନରେ ଦେଖିଲି- ବୋଧହୁଏ ଏପରି କୌଣସି ପରିବାର ନଥିବେ କି ଯେଉଁମାନେ ଏହି ଧାରାବାହିକକୁ ଦେଖୁ ନଥିବେ ।

ଅର୍ଥାତ ଆମ ଆଖପାଖର ଦେଶର ଲୋକମାନଙ୍କୁ ଭାରତର ସାଧାରଣ ଜୀବନକୁ ଦେଖିବାର ଆଗ୍ରହ ଦୃଷ୍ଟି ଆସିଥାଏ ଆଉ ସେ ବିଷୟରେ ଚର୍ଚ୍ଚା କରିଥାଆନ୍ତି, ଖୋଲାଖୋଲି ଭାବେ ଆଲୋଚନା କରିଥାଆନ୍ତି । ମୁଁ ଥରେ ଭିଏତନାମର ପ୍ରଧାମନ୍ତ୍ରୀଙ୍କ ସହିତ ବସିଥିଲି ତ ଏପରି ମୁଁ କହିଲି ତ ସମସ୍ତଙ୍କୁ ପରିବାର ସହିତ ନିମନ୍ତ୍ରଣ କରିଥିଲୁ, ଆପଣ ଏକା କାହିଁକି ଆସିଛନ୍ତି? ଆପଣ କ’ଣ ସଂପୂର୍ଣ୍ଣ ଭାବେ ହେଉଛନ୍ତି ବାମପନ୍ଥୀ- ଦେଶ ବାମପନ୍ଥୀ, ନେତା ମଧ୍ୟ ବାମପନ୍ଥୀ । ଆଉ ବାମପନ୍ଥୀମାନଙ୍କୁ ତ ଜାଣନ୍ତି,ଏଠାରେ କିଛି ଲୋକ ଥିବେ, ତ ସେମାନଙ୍କୁ କହିଲେ କି କିଛି ଲୋକଙ୍କୁ ଆଘାତ ଲାଗିବ ।

ସେ କହିଲେ କି… ମୁଁ କହିଲି ଆପଣଙ୍କ ଶ୍ରୀମତୀଙ୍କୁ ସାଙ୍ଗରେ ଆଣିବା ଆବଶ୍ୟକ ଥିଲା, ଏହା ଯେଉଁ ବହୁତ ଭଲ ଅବସର ଥିଲା 26 ଜାନୁୟାରୀରେ ମୁଁ ସବୁ ଦେଶର ଲୋକଙ୍କୁ ନିମନ୍ତ୍ରଣ କରିଥିଲି,ସେତେବେଳର କଥା ହୋଇଥିଲା । ତ କହିଲେ, ଭାଇ ମୋର ଘରେ ଏକ ବଡ଼ ସମସ୍ୟା ରହିଛି । ମୁଁ କହିଲି କ’ଣ? ତାଙ୍କ ବୟସ ମଧ୍ୟ ଅଧିକ । କହିଲେ ମୋ ପତ୍ନୀ ରାମାୟଣ ଧାରାବାହିକ ଆମ ଭାଷାରେ ଡବିଂ ହୋଇଛି, ତ ସେ ଘଂଟା ଘଂଟା ରାମାୟଣ ଧାରାବାହିକ ଦେଖୁଛନ୍ତି । ଛାଡ଼ିବାକୁ ରାଜି ନୁହଁନ୍ତି । କହିଲେ ସେହି କାରଣରୁ ସେ ମୋ ସହିତ ଆସିବାକୁ ମନା କରିଦେଲେ । ଆପଣ କଳ୍ପନା କରି ପାରିବେ କି କିଭଳି ପ୍ରଭାବ ରହିଛି ଆମ ଲୋକମାନଙ୍କର । ଯଦି ଆମେ ଆମର ଏହି ଶକ୍ତିକୁ ଚିହ୍ନି ପାରିବା ନାହିଁ ତ ମୁଁ ବୁଝି ପାରୁଛି ଆଉ କାହାକୁ ଦୋଷ ଦେଇ ପାରିବା ନାହିଁ ।

ସାଥୀଗଣ, ଚଳଚ୍ଚିତ୍ରର ଏକ ନୀରବ ଶକ୍ତି, ସାଇଲେଂଟ ପାୱାର ଏହା ମଧ୍ୟ ରହିଛି କି ତାହା ଲୋକଙ୍କୁ ନ ଜଣାଇ, ସୂଚନା ନଦେଇ ଆମେ ଆପଣମାନଙ୍କୁ ଏହା ଶିଖାଉଛୁ, ବତାଉଛୁ; ଏକ ନୂତନ ଚିନ୍ତାଧାରା,ଏକ ନୂତନ ଚେତନା ଜାଗ୍ରତ କରିବାରେ ତାହା ନିଜକୁ ନିଜେ ପ୍ରେରଣାଦାୟୀ ଏଜେଂଟର ଭୂମିକା ନିର୍ବାହ କରିଥାଏ, ଜିନିଷ ଚାଲୁ ହୋଇଯାଇଥାଏ ଆଜ୍ଞା । ଅନେକଗୁଡ଼ିଏ ଏପରି ଚଳଚ୍ଚିତ୍ର ରହିଛି ଯାହାକୁ ଦେଖି ଲୋକମାନେ ବାହାରକୁ ବାହାରିଥାଆନ୍ତି ତ ନିଜ ଚିନ୍ତନ ପ୍ରକ୍ରିୟା ପାଇଁ କିଛି ନୂତନ ଗତି,କିଛି ନୂତନ ଚିନ୍ତାଧାରା ନେଇକରି ବାହାରିଥାଆନ୍ତି ।

ଏବେ ଆପଣ ଦେଖନ୍ତୁ, କିଛି ଦିନ ହେବ ଶୌଚାଳୟ ଭଳି ବିଷୟ ହେଉ, ମହିଳା ସଶକ୍ତୀକରଣ ଭଳି ବିଷୟ ହେଉ, କ୍ରୀଡ଼ା ହେଉ, ପିଲାମାନଙ୍କର ସମସ୍ୟାଗୁଡ଼ିକ ସହିତ ଜଡ଼ିତ ବିଷୟବସ୍ତୁ ହେଉ, ଜଟିଳ ରୋଗ ପ୍ରତି ସଚେତନତାର ବିଷୟ ହେଉ, ଅବା ପୁଣି ଆମ ସୈନିକମାନଙ୍କର ଶୌର୍ଯ୍ୟ- ଆଜି ଗୋଟିଏରୁ ଗୋଟିଏ ଉନ୍ନତମାନର ଚଳଚ୍ଚିତ୍ର ଆପଣ ସମସ୍ତଙ୍କ ମାଧ୍ୟମରେ ଦେଶବାସୀଙ୍କ ନିକଟରେ ପହଂଚୁଛି । ଏକ ଚିନ୍ତାଧାରା ପହଂଚୁଛି, ଏକ ଅନ୍ଦୋଳନ ପହଂଚୁଛି ।

ଏହି ଚଳଚ୍ଚିତ୍ରର ସଫଳତା ପ୍ରମାଣିତ କରିଛି କି ସାମାଜିକ ବିଷୟଗୁଡ଼ିକୁ ନେଇ ଯଦି ଉନ୍ନତ ଦୃଷ୍ଟିଭଙ୍ଗୀର ସହିତ ଚଳଚ୍ଚିତ୍ର ନିର୍ମାଣ ହେବ ତ ତାହା ବକ୍ସ ଅଫିସରେ ମଧ୍ୟ ସଫଳ ହୋଇ ପାରିବ । ଆଉ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ମଧ୍ୟ ଦେଇ ପାରିବ ।

ସାଥୀଗଣ, ଆପଣମାନଙ୍କର ଚଳଚ୍ଚିତ୍ର ଆଉ ଚଳଚ୍ଚିତ୍ର ପ୍ରଯୋଜନାର ପ୍ରକ୍ରିୟାରେ ଯେଭଳି ଭାବେ ଦେଶର ବିବିଧତାର, ଦେଶର ଅଖଣ୍ଡତାର ସମ୍ମାନ ହୋଇଥାଏ, ତାହା ‘ଏକ ଭାରତ- ଶ୍ରେଷ୍ଠ ଭାରତ’ଭାବନାକୁ ସୁଦୃଢ଼ କରିଥାଏ । ଆଉ ମୁଁ ମାନୁଛି କି ଚଳଚ୍ଚିତ୍ର ଜଗତର ଲୋକମାନଙ୍କୁ ଏହି ବିଷୟକୁ କେଉଁଠି ନା କେଉଁଠି ପ୍ରତିଫଳିତ କରି ଜାଗ୍ରତ କରିବାର ପ୍ରୟାସ କରିବା ଦରକାର ।

ଆମ ହିନ୍ଦୀ ଚଳଚ୍ଚିତ୍ରରେ ମନୋରଞ୍ଜନ ପାଇଁ ନେପାଳୀ ଭାଷାର ଆଉ ନେପାଳୀ କଳାକାରଙ୍କର ତ ପ୍ରତ୍ୟେକ ଲାଭ ଉଠାଇଛନ୍ତି, କିନ୍ତୁ ଭାରତର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଜଣେ ଅଧେ କଳାକାର ଦୁଇ ଚାରୋଟି ବାକ୍ୟ ମଧ୍ୟ ଚଳଚ୍ଚିତ୍ରରେ ଅନ୍ୟ କୌଣସି ଭାଷାର ଶବ୍ଦ, ଦେଶର ଏକତାର ସନ୍ଦେଶ ନେଇ କରି ଯାଇଥାଏ, ତାକୁ ନିଜର ଭଳି ଲାଗିଥାଏ । କେହି ନାଗାଲ୍ୟାଣ୍ଡର ବ୍ୟକ୍ତି ଦେଖା ଦେଇଥାଏ ଆଉ ନାଗା ଭାଷାରେ କହିଥାଏ ତ ଭାଇ, ଯେଉଁ ଦେଶ ପାଖରେ ଶହ ଶହ ଭାଷା ଅଛି,ସାତ ଶହ ଉପଭାଷା ରହିଛି; କେତେ ଧନାଢ୍ୟ ହେଉଛେ ଆମେ ।

ଆମେ ସମସ୍ତଙ୍କୁ କିଭଳି ଏକାଠିକରିବା, ଏକତାର ଶକ୍ତିକୁ କଭଳି ପ୍ରକଟ କରିବା । ଜଣେ କଳାକାର ଯଦି ଗୋଟିଏ ରାଜ୍ୟର ଗୋଟିଏ ଲୋକକଥା କହେ ତ ଅନ୍ୟ ଜଣେ ତୁରନ୍ତ ସେହି ଲୋକକଥାକୁ ନିଜ ଭାଷାରେ ମଧ୍ୟ କହିଥାଏ, ତ ଦେଶର ଏକତାର ସୂତ୍ର ନିଜକୁ ନିଜେ ପ୍ରକଟ ହୋଇ ଯାଇଥାଏ । ଏହି ଶକ୍ତି,ଏହି ଯୋଗାଯୋଗର ଶକ୍ତି ଆମମାନଙ୍କ ମଧ୍ୟରେ ଅଛି ।

ଦେଶରେ କେତେଗୁଡ଼ିଏ ପର୍ଯ୍ୟଟନ ସ୍ଥଳ, ଏବେ ରାଜ୍ୟବର୍ଦ୍ଧନ ମହାଶୟ କହୁଥିଲେ, ଚଳଚ୍ଚିତ୍ର ଯୋଗୁଁ ହିଁ ଜଣା ପଡ଼ିଥାଆନ୍ତି, ଆଉ ଆମର ମଧ୍ୟ ପ୍ରୟାସ ରହିବା ଦରକାର! ଆଜି ମଧ୍ୟ ଯେପରି ଯେ କୌଣସି ଜାଗାକୁ ଯିବା ତ ଲୋକ ମଧ୍ୟ ଆମକୁ କହିବେ କି ସେଠାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା,ଏଠାରେ ସେହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା । ଆପଣମାନଙ୍କୁ ଜଣା ମଧ୍ୟ ପଡ଼ିବ ନାହିଁ ତାହାର ଜନ୍ମ ମଧ୍ୟ ହୋଇ ନଥିବ, କିନ୍ତୁ ସେ କହି ପାରିବ କି ହଁ, ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ଆଉ ଦେବାନନ୍ଦ ସାହେବ ଏଠାକୁ ଆସିଥିଲେ । ଅମୁକ ଆସିଥିଲେ ସେ କହିବେ ।

ଭାରତର ଭିନ୍ନ- ଭିନ୍ନ ଛବିକୁ ଆମେ ସୁନ୍ଦର ଭାବରେ ଦେଶର ଲୋକମାନଙ୍କ ସାମ୍ନାରେ ରଖି, ଆଉ ମୁଁ ମାନୁଛି କି ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ଆମ ଉଦ୍ୟୋଗ ବହୁତ ବଡ଼ ଭୂମିକା ନିର୍ବାହ କରୁଛି । ଆଉ ସମ୍ପ୍ରତି ହିନ୍ଦୁସ୍ଥାନର ପର୍ଯ୍ୟଟନର ଅଭିବୃଦ୍ଧି ବହୁତ ଭଲ ଭାବରେ ହେଉ କିନ୍ତୁ ପୁଣି ମଧ୍ୟ ଦୁନିଆକୁ ତାଜମହଲଠାରୁ ଆଗକୁ ବହୁତ ଅଧିକ ତଥ୍ୟ ଜଣା ନାହିଁ, ଆଉ ମୋଟାମୋଟି ଭାବେ ଆମର ଯେଉଁ ସ୍ୱଭାବ ଅଛି, ଆମ ଦେଶ ହେଉଛି ବେକାର । ଏହା ଯେଭଳି ଆମର ଚିନ୍ତାଧାରା ସୃଷ୍ଟି ହୋଇଛି ନା ଏହା ହେଉଛି ତାହାର ପ୍ରତିଫଳନ ।

ଆମ ପାଖରେ ମଧ୍ୟ ଦୁନିଆକୁ ଦେଖାଇବା ପାଇଁ ବହୁତ କିଛି ଅଛି । ଏହା ଯେଉଁ ମାନ ସମ୍ମାନ ଏବଂ ରାଜକୀୟ ଠାଣୀ ଦ୍ୱାରା ଆଖିରେ ଆଖି ମିଶାଇ କଥା ହେବାର ଯେଉଁ ମାନସିକତା ଦରକାର, ତାହା ଆଣିବାରେ ଆପଣମାନେ ବହୁତ ବଡ଼ ଭୂମିକା ତୁଲାଇ ପାରିବେ । ଆଉ ମୁଁ ଜାଣିଛି କି ଆମେ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଏବଂ ପର୍ଯ୍ୟଟନ ହେଉଛି ଏକ ଏପରି କ୍ଷେତ୍ର ଯାହା ଗରିବରୁ ଗରିବଙ୍କୁ ରୋଜଗାର ଦେଇଥାଏ, ଚା’ବାଲାକୁ ମଧ୍ୟ ରୋଜଗାର କରିଥାଏ ।

ଆଉ ମୁଁ ମାନୁଛି କି ଦୁନିଆର ଭିନ୍ନ- ଭିନ୍ନ ଭାଗରେ, ଏ କଥା ଠିକ୍ ଯେ ଯାହା କିଛି ରାଜ୍ୟବର୍ଦ୍ଧନ ମହାଶୟ ଉଲ୍ଲେଖ କଲେ, ଆଉ ମୋତେ ମଧ୍ୟ କିଛି ଲୋକ ବିଗତ ଦିନରେ ସାକ୍ଷାତ କରୁଥିଲେ, ସେମାନେ ମଧ୍ୟ କିଛି କଥା କହିଥିଲେ କି ଭାଇ ଆମେ ଭିନ୍ନ- ଭିନ୍ନ ସ୍ଥାନକୁ ଯାଉଛୁ ତ ଆମକୁ ଅନୁମତି ପାଇଁ ସମସ୍ୟା ହେଉଛି, ଅମୁକ ହେଉଛି, ବହୁତ ବୁଲାବୁଲି କରିବାକୁ ପଡ଼ୁଛି, ଆମର କାର୍ଯ୍ୟସୂଚୀ ଓଲଟପାଲଟ ହୋଇ ଯାଉଛି, ଆମେ ସମସ୍ତ ପ୍ରସ୍ତୁତି କରିଯିବା, ଆଉ ଜଣେ ମହାନଗର ନିଗମ କମିଶନରଙ୍କର ଅନୁମତି ମିଳିଯିବ, ଆମର ସମସ୍ତଙ୍କର… ଗୋଟିଏ ମାତ୍ର ସମସ୍ୟା । ମୋ ଦୃଷ୍ଟିକୁ ଏହି ବିଷୟ ଆସିଲା,ମୁଁ ତ ଆପଣମାନଙ୍କର ଦୁନିଆ ବିଷୟରେ ଅଧିକ କିଛି ଜାଣି ନାହିଁ, କିନ୍ତୁ ଯେତେବେଳେ କୁହାଗଲା ତ ମୋର ମଧ୍ୟ ଧ୍ୟାନକୁ ଆସିଲା । ମୁଁ ମୋର ଅଫିସରମାନଙ୍କୁ କହିଲି କି ଭାଇ ଏହାର କ’ଣ କରାଯାଇ ପାରିବ? ସେମାନେ ପଚାରିଲେ, ଆଉ ମୁଁ ସେମାନଙ୍କୁ କହିଲି କି ପଦ୍ଧତି ବାହାରିବା ଦରକାର ।

ଆଜି ଯେତେବେଳେ ଆପଣମାନଙ୍କ ଗହଣକୁ ଆସିଛି ତ ମୋତେ ଏହା କହିବାକୁ ଆନନ୍ଦ ଲାଗୁଛି କି ଦେଶର ଭିନ୍ନ ଭିନ୍ନ ଭାଗରେ ଚଳଚ୍ଚିତ୍ର ସୁଟିଂ ସହିତ ଜଡ଼ିତ ସମସ୍ୟାଗୁଡ଼ିକ ପାଇଁ ଏକ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସର ଏକ ନୂତନ ବ୍ୟବସ୍ଥା କରିବାର କାର୍ଯ୍ୟ ଆରମ୍ଭ କରାଯାଇ ସାରିଛି ଆଉ ଏଥିପାଇଁ ଏକ ବିଶେଷ ପୋର୍ଟାଲ ନିର୍ମାଣ କରାଯାଉଛି, ଯେଉଁଥିରେ ଆପଣମାନଙ୍କୁ ସମସ୍ତ ସୂଚନା ଦେବାକୁ ପଡ଼ିବ,ପୁଣି ଏନଏଫଡିସିର ସମ୍ବନ୍ଧିତ ଅଧିକାରୀ ଏହି କାର୍ଯ୍ୟ ପାଇଁ ନିଯୁକ୍ତ କରାଯିବେ, ସେ ନିର୍ଦ୍ଧାରିତ ସମୟରେ ସେହିଠାରେ ହିଁ ଏହି ପ୍ରକ୍ରିୟାକୁ ସମାଧାନ କରି ଆପଣମାନଙ୍କୁ ଦେବେ; ଅର୍ଥାତ ସରକାର ସ୍ୱୟଂ ଏହାର ଚିନ୍ତା କରୁଛନ୍ତି ଆଉ ମୋତେ ଲାଗୁଛି କି ସରକାରଙ୍କର ଏହି ପ୍ରୟାସ ଦ୍ୱାରା ଆପଣଙ୍କର ଏହି ବହୁତ ବଡ଼ ସମସ୍ୟା ଯାହା ମୋ ସାମ୍ନାରେ, ଯେଉଁ ଯୁବକମାନେ ରଖିଥିଲେ, ତ ମୋତେ ଲାଗୁଛି କି ତା’ର କିଛି ନା କିଛି ସମାଧାନ ବାହାରିବା ଦରକାର ।

ଭବିଷ୍ୟତରେ ଆପଣମାନଙ୍କୁ ସୁଟିଂର ଅନୁମତି ପାଇଁ ମୁଁ ମାନୁଛି କି ଆପଣମାନଙ୍କୁ ଅଧିକ ଥର ଭିନ୍ନ ଭିନ୍ନ ସ୍ଥାନରେ ପଚାଶ ପଚାଶ ଲୋକମାନଙ୍କୁ ଆପଣମାନଙ୍କୁ ସଲାମ କରିବାକୁ ପଡ଼ିବ ନାହିଁ, ଆଉ କେବେ କେବେ ତ ସେ କହୁଥିବେ କି ଆପଣମାନଙ୍କର ଯେଉଁ ହିରୋ ଅଛନ୍ତି, ତା’ଙ୍କ ସହିତ ହାତ ମିଶାଉଥିବା ଫଟୋ ଉଠାଇବାର ଅଛି, ସେତେବେଳେ ମୁଁ ଅନୁମତି ଦେବି, ଏପରି ମଧ୍ୟ ହେଉଥିବ ।ଆପଣ କହୁ ନଥିବେ, କିନ୍ତୁ ଏଭଳି ସମସ୍ତ ଅନୁଭବ ଆପଣଙ୍କ ସାମ୍ନାରେ ଆସୁଥିବ ଆଉ ଆପଣମାନଙ୍କୁ ମଧ୍ୟ ଲାଗୁଥିବ କି ଏହା ହେଉଛି ସିଧା ସଳଖ ରାସ୍ତା, ଏହାକୁ ନେଇ ଚାଲ, ଅର୍ଥାତ ବ୍ୟବସାୟ ସୁଗମତାର ସହିତ ହିଁ ଫିଲ୍ମ ନିର୍ମାଣର ସୁଗମତାର ଲାଭ ଆପଣମାନଙ୍କୁ ମିଳୁ, ସେଥିପାଇଁ ସରକାର ଜାଗ୍ରତ ଅଛନ୍ତି, ଆଉ ମୋର ସଂପୂର୍ଣ୍ଣ ପ୍ରୟାସ ରହିବ; ଆପଣ ବିଶ୍ୱାସ କରନ୍ତୁ ।

ସାଥୀଗଣ, ଭାରତୀୟ ସିନେମାକୁ ଆହୁରି ଅଧିକ ସଶକ୍ତ କରିବା ପାଇଁ, ଦେଶରେ ସକରାତ୍ମକତା ପାଇଁ, ଏକ ବ୍ୟାପକ ମାର୍ଗଦର୍ଶନ ପ୍ରସ୍ତୁତ କରିବା ପାଇଁ ସରକାର ସଂପୂର୍ଣ୍ଣ ଶକ୍ତିର ସହିତ ଆପଣମାନଙ୍କ ସାଙ୍ଗରେ ଅଛନ୍ତି । ମୋତେ କିଛି ସାଥୀ କିଛି ସମୟ ପୂର୍ବରୁ ଜିଏସଟିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଏଠାରେ ରାଜଭବନରେ ମୋ ସହିତ ଦେଖା କରିଥିଲେ ତ ସେମାନଙ୍କୁ ଏହି ଚିନ୍ତାଥିଲା କି ସାହେବ ଆମେମାନେ ଏତେ ପରିଶ୍ରମ କରୁଛୁ କିନ୍ତୁ ଯଦି ଦେଖଣାହାରୀ ହିଁ ଆସିବେ ନାହିଁ ତ କ’ଣ କରିବୁ? ଆଉ କଳାକାର ଯେତେବେଳେ କୌଣସି କାମ କରିଥାଏ ତ, ବକ୍ସ ଅଫିସକୁ ଦେଖିଲା ଭଳି ଗୋଟିଏ ବର୍ଗ ରହିଥିବେ, ଯେଉଁମାନେ ପଇସା ଲଗାଇଛନ୍ତି, କିନ୍ତୁ ବଳକା ଯେଉଁ ସୃଜନଶୀଳ ପ୍ରକୃତିର ରହିଛନ୍ତି ସେମାନେ ହେଉଛନ୍ତି ଅଧିକ ଭାଇ ଜନତାଙ୍କ ହୃଦୟରେ ଏହାର କଥା କ’ଣ ହେବ, ତାହାଙ୍କର ମସ୍ତିଷ୍କରେ ତ ତାହା ହିଁ ରହିଥାଏ ନା । କେତେ ଲୋକ ଦେଖିଲେ, କ’ଣ ଅନୁଭବ କଲେ, କାରଣ ଯେଉଁ ସୃଜନଶୀଳ ବର୍ଗ ରହିଛନ୍ତି ସେମାନଙ୍କୁ ତ ଟଙ୍କା ପଇସା ସହିତ ଅଧିକ ଦେବାନେବା ନଥାଏ ।

ଯେତେବେଳେ ମୋ ପାଖକୁ ଏହି କଥା ଆସିଲା ତ ମୁଁ ଜିଏସଟି କାଉନସିଲକୁ ଏ ବିଷୟରେ କହିଲି,ସେମାନଙ୍କୁ କହିଲି କି ଭାଇ ଦେଖନ୍ତୁ, ଏହା ହେଉଛି ମୋ ପାଖରେ ରହିଥିôବା ବିଷୟ । କାହିଁକି ନା ଏହା ଆମ ହାତରେ ନାହିଁ ଜିଏସଟି କାଉନସିଲ ହାତରେ ଅଛି, କିନ୍ତୁ ଦେଶରେ ଏପରି ମାନି ନିଆଯାଏ,ସବୁକିଛି ମୁଁ କରୁଛି । କିନ୍ତୁ ମୋର ପ୍ରସ୍ତୁତି ରହିଛି ଏଭଳି କେହି ତ ଆବଶ୍ୟକ, ଯେଉଁଥିରେ ଡବା ମଧ୍ୟକୁ ସବୁ ପକାଇ ଦେଲୁ, ନହେଲେ ସଫେଇ କିପରି ହେବ । ଆଉ ମୁଁ ଖୁସି ଯେ ଜିଏସଟି କାଉନସିଲ ଏହି ଚିନ୍ତାକୁ ଦୂର କରିଛନ୍ତି ଆଉ 100ଟଙ୍କା ଉପରକୁ ଟିକେଟ ଉପରେ ଲାଗୁଥିବା ଜିଏସଟିକୁ 28 ପ୍ରତିଶତରୁ ହ୍ରାସ କରି 18 ପ୍ରତିଶତ କରି ଦେଇଛନ୍ତି ।

ସାଥୀଗଣ, ଗୋଟିଏ ବିଷୟ ମୋ ସମ୍ମୁଖକୁ ଆସିଛି ଆଉ ତାହା ହେଉଛି ପାଇରେସି ବା ଚୋରୀ ଅବା ନକଲ କରିବା । ମୁଁ ବୁଝିବାରେ ପାଇରେସି ବା ଚୋରୀକୁ ନେଇ ଆପଣମାନଙ୍କର ଚିନ୍ତା ହେଉଛି ବହୁତ ସ୍ୱାଭାବିକ । ଚୋରୀ ଅବା ନକଲ କରିବା ହେଉଛି ଆପଣଙ୍କର ଶ୍ରମ ଏବଂ ସାମର୍ଥ୍ୟର ଅପମାନ ଆଉ ଏହାକୁ ରୋକିବା ପାଇଁ ସରକାର ଚିତ୍ରୋତଳନ ବା ସିନେମାଟୋଗ୍ରାଫି ଅଧିନିୟମ 1952ରେ ପରିବର୍ତ୍ତନ କରିବା ଦିଗରେ ଦ୍ରୁତ ଗତିରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆମେ ଯେଉଁ ସଂଶୋଧନ ଦିଗରେ ଯାଉଛୁ, ସେହି ସଂଶୋଧନ ପରେ କ୍ୟାମେରାରେ ରେକଡିଂକୁ କେବଳ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ, ବରଂ ଏଥିପାଇଁ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା କରିବା ପାଇଁ ବନ୍ଦୋବସ୍ତ କରାଯିବ ।

ସାଥୀଗଣ, ବିଗତ ସାଢେ ଚାରି ବର୍ଷରେ ଆମ ସରକାର ପ୍ରାୟ 1400ରୁ ଅଧିକ ଆଇନକୁ ସମାପ୍ତ କରିଦେଇଛନ୍ତି । ଆଉ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେତେବେଳେ ମୁଁ 2013-14ରେ ନିର୍ବାଚନ ପ୍ରଚାର କରୁଥିଲି, ଯେତେବେଳେ ମୋ ଦଳର ନେତା କହିଦେଇଥିଲେ କି ମୋତେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘେଷଣା କରାଯାଇଥିଲା- ସାଧାରଣତଃ ସରକାରଙ୍କର କ’ଣ ପରିଚୟ ହୋଇଥାଏ, ପ୍ରତ୍ୟେକ ସରକାର ଏହି କଥାକୁ ନେଇ ବଜାରକୁ ଯାଇଥାନ୍ତି ଲୋକଙ୍କ ପାଖକୁ ଯାଇଥାନ୍ତି, କି ଆମେ ଏହି ଆଇନ ତିଆରି କଲୁ, ସେହି ଆଇନ ତିଆରି କଲୁ; କ’ଣ ହେବ, ତାହା ହେଉଛି ପଛ କଥା । ତାହା ଆପଣମାନେ ମଧ୍ୟ ଜାଣିଛନ୍ତି, ମୁଁ ମଧ୍ୟ ଜାଣିଛି, କିନ୍ତୁ ଆମେ ଏହା କରିଛୁ । ସେତେବେଳେ ମୁଁ କହିଥିଲି କି ସରକାର ଗଠନ କରିବାବାଲାଙ୍କୁ ମୁଁ ସରକାରରେ ଦେଖିଛି, ମୁଁ ଏପରି ଏକ ସରକାର ନେଇକରି ଆସିବାକୁ ଚାହୁଁଛି ଯିଏ ଆଇନଗୁଡିକୁ ସମାପ୍ତ କରିବ, ଆଉ ମୁଁ କହିଥିଲି ପ୍ରତ୍ୟେକ ଦିନ ଗୋଟିଏ ଆଇନ ସମାପ୍ତ କରିବି, ଏଭଳି ମୁଁ କହିଥିଲି । ଆଉ ଆପଣମାନଙ୍କୁ ବୋଧ ହୁଏ, ଆପଣଙ୍କ ପାଖରେ ଏହି କଥା ପହଂଚି ପାରି ନାହିଁ କାରଣ ଏଭଳି ବହୁତ ଭଲ କଥା ଅଛି ଯାହାର ଦେଶରେ, ତାହାର ମହତ୍ୱ ନ ଥାଏ ।  ଏପର୍ଯ୍ୟନ୍ତ 1400 ଆଇନକୁ ସମାପ୍ତ କରିଛି ଆଜ୍ଞା । ଚାରି-ସାଢ଼େ ଚାରି ବର୍ଷର କାର୍ଯ୍ୟକାଳରେ 1400 ଆଇନକୁ ସମାପ୍ତ କରିଛି ଫଳରେ ପ୍ରକ୍ରିୟା ସରଳ ହେଉ । ସରକାରଙ୍କ ସହିତ ନାଗରିକମାନଙ୍କୁ ପ୍ରତ୍ୟେକ ଦିନ ଦ୍ୱନ୍ଦ ବା ଅସାମଞ୍ଜସ୍ୟ ଭିତରେ ରହିବାକୁ ନ ପଡୁ, ଏହା ମୋ ମୁଣ୍ଡରେ ପଶୁ ନ ଥିଲା ଅବା ବୁଝି ହେଉ ନ ଥିଲା ।

ଆଜି ଯେତେବେଳେ ମୁଁ ଆପଣମାନଙ୍କ ପାଖକୁ ଆସିଛ ତ ମୁଁ ଆପଣମାନଙ୍କ ଠାରୁ କିଛି ସହାଯ୍ୟ ଚାହୁଁଛି ଆଉ ମୋର ବିଶ୍ୱାସ ଅଛି କି ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଏହି ସମଗ୍ର କ୍ଷେତ୍ରର ଚିନ୍ତା କରୁଛନ୍ତି- ଦେଖନ୍ତୁ ଏବେ ଟେକ୍ନୋଲଜି ବଦଳି ଯାଇଛି, ଆଜି ଆପଣ ମୋବାଇଲ ଫୋନରେ ବିଶ୍ୱର କୌଣସି ରେଡିଓ ମଧ୍ୟ ଶୁଣି ପାରୁଛନ୍ତି, କିନ୍ତୁ ପୁଣି ମଧ୍ୟ ସରକାରଙ୍କର ଆଇନ ରହିଛି କି ରେଡ଼ିଓ ପାଇଁ ଲାଇସେନ୍ସ ନେବାକୁ ପଡିବ; ଏବେ ମେଳଖାଉ ନାହିଁ ।

ଛାଡନ୍ତୁ ମୁଁ ବାହାର କରିଦେଲି କିନ୍ତୁ ମୁଁ କହିବାକୁ ଚାହୁଁଛି କି ଆଜି ଟେକ୍ନୋଲଜି ଏତେ ବଦଳି ଯାଇଛି ଆଉ ଆମ ଆଇନଗୁଡ଼ିକ ହେଉଛି 1952ର । କ’ଣ ଚଳଚ୍ଚିତ୍ର ଜଗତର ଲୋକମାନେ ଏହି ବିଷୟ ଉପରେ ଗୁରୁତ୍ୱର ସହିତ ଚିନ୍ତା କରିଛନ୍ତି କି ଭାଇ ଏହା ହେଉଛି କେଉଁ ଆଇନ ଯାହା ଆଜିର ଯୁଗରେ ଆଦୌ ପ୍ରାସଙ୍ଗିକ ନୁହେଁ, ହେଉଛି ସମ୍ପୂର୍ଣ୍ଣ ବେକାର । କିନ୍ତୁ ତାହା ଝୁଲି ରହିଛି ଆଜ୍ଞା, କୌଣସି ଉପଯୋଗ ହେଉ ନାହିଁ । ଆପଣ ନିଜର ବିଶେଷଜ୍ଞଙ୍କ ସହିତ କଥା ହୋଇ, ଗୋଟିଏ ଗୋଟିଏ ଶବ୍ଦ ପଢ଼ିକରି ଯଦି କେହି ବିସ୍ତୃତ ଭାବେ ଲେଖିକରି ମୋତେ ଦେଉଛନ୍ତି ତ ମୋର ପ୍ରୟାସ ରହୁଛି କି ମୁଁ ଆଉ କିଛି ଆଇନକୁ ଶେଷ କରିବି ଯାହା ଆପଣମାନଙ୍କ ପାଇଁ ପ୍ରତିବନ୍ଧକ ହୋଇ ରହିଛି, ଆଉ ପରିବର୍ତିତ ଯୁଗର ଅନୁକୂଳ ନୁହେଁ ।

ତ ମୁଁ ଚାହିଁବି କି ଆପଣମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ, କାରଣ ଦେଶ ପାଇଁ ଗୋଟିଏ ପ୍ରକାରରେ ଆଉ ମୋର ଏହା ପ୍ରୟାସ ରହିଛି କି ଆପଣମାନଙ୍କୁ ସରକାରଙ୍କର ଆଉ ଏକ ନିଷ୍ପତ୍ତିବିଷୟରେ କହିବାକୁ ଚାହୁଁଛି । ଆନିମେସନ୍, ଏବେ ଅଳ୍ପ-ବହୁତ ଆମର ରାଜ୍ୟବର୍ଦ୍ଧନ ଜୀ ତାହା କରିଥିଲେ, ଆନିମେସନ୍ ଏବଂ ଭିଜୁଆଲ ଇଫେକ୍ଟରେ ଆମର ଯୁବକମାନଙ୍କର ପ୍ରତିଭାକୁ ସାରା ଦୁନିଆରେ ପ୍ରଶଂସା କରାଯାଉଛି ।

ଦେଖନ୍ତୁ, ଦୁନିଆରେ ‘ମେକ୍ ଇନ୍ ଇଣ୍ଡିଆ’ର ଏକ ମହତ୍ୱ ରହିଛି, ସେହିପରି ଭାବେ ‘ଡିଜାଇନ୍ ଇନ୍ ଇଣ୍ଡିଆ’, ଏହାର ମଧ୍ୟ ଏକ ମହତ୍ୱ ରହିଛି । ଆମ ପାଖରେ ଯେଉଁ ସୃଜନଶୀଳ ପ୍ରତିଭା ଅଛନ୍ତି ସେମାନେ ଦୁନିଆକୁ ବହୁତ କିଛି ଦେଇ ପାରିବେ କିନ୍ତୁ ସେଥିପାଇଁ, ସଶକ୍ତ କରିବା ପାଇଁ ସରକାର ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ଯାହା ଆନିମେସନ୍, ଭିଜୁଆଲ ଇଫେକ୍ଟସ୍, ଗେମିଙ୍ଗ ଏବଂ କମିକ୍ସ ତାହାର ମଧ୍ୟ ସ୍ଥାପନ କରିବା ଦିଗରେ ଆମେ ଆଗକୁ ବଢ଼ୁଛୁ । ଆଉ ସେହିପରି ଭାବରେ ମୁଁ ପୁଣି ଚାହିଁବି କି ଚଳଚ୍ଚିତ୍ର ଉଦ୍ୟୋଗ ମିଳିମିଶି ଭବିଷ୍ୟତରେ ଆଉ ଏହି ଚିନ୍ତାଧାରା ସମ୍ପର୍କରେ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହିଁବି, କ’ଣ ସମୟର ଆବଶ୍ୟକତା ନାହିଁ କି ଦୁନିଆରେ ହିନ୍ଦୁସ୍ଥାନର ଚଳଚ୍ଚିତ୍ର ଉଦ୍ୟୋଗ ଯାହା ହେଉଛି ଏତେ ବଡ଼, ସୃଜନଶୀଳ ବିଶ୍ୱ, ସମଗ୍ର ବିଶ୍ୱ ତୁଳନାରେ ଆମର ବହୁତ ବଡ଼ ଶକ୍ତି ପଡ଼ି ରହିଛି, କିନ୍ତୁ ମାନବ ସମ୍ବଳ ବିକାଶ ଦିଗରେ କାମ କରି କରି ଶିଖିଯିବା । ପୂର୍ବରୁ ଘରେ କାହାକୁ ଗାଡ଼ି ସଫା କରିବା ପାଇଁ ରଖୁଥିଲେ, ପରେ ସେ ଡ୍ରାଇଭର ପାଲଟି ଯାଉଥିଲା । ଏବେ ସେଥିରେ କେତେ ବର୍ଷ ଯାଉଛି ।

ଆଜି ମୋତେ ଲାଗୁଛି ଦେଶର ଆବଶ୍ୟକତା ହେଉଛି ଏକ ଯୋଗାଯୋଗ ଏବଂ ମନୋରଂଜନ,ସେଥିପାଇଁ ଏକ ଭିନ୍ନ ବିଶ୍ୱବିଦ୍ୟାଳୟ ହେଉ । ଯଦି ଚଳଚ୍ଚିତ୍ର ଉଦ୍ୟୋଗର ଲୋକ ଏହି ବିଷୟକୁ ନେଇ ଆଗକୁ ଆସନ୍ତି ତ ଆଉ ଏକ ପୂର୍ଣ୍ଣକାଳୀନ ବିଶ୍ୱବିଦ୍ୟାଳୟ ହେଉ, ଏହି କାର୍ଯ୍ୟକ୍ରମ ପାଇଁ, ଯେଉଁଥିରେ ଟେକ୍ନୋଲଜି ହେଉ, ଯେଉଁଥିରେ ସୃଜନଶୀଳତା ପାଇଁ ସୁଯୋଗ ରହୁ, ଯେଉଁଥିରେ ଦୁନିଆରେ ପଡ଼ୁଥିôବା ପ୍ରଭାବ ଭାବେ ଦୁନିଆରେ ଆମେ କିପରି, ସେଥିରେ ଅର୍ଥଶାସ୍ତ୍ରର ବିଷୟ ମଧ୍ୟ ରହୁ, ଯଦି ସେହିଭଳି ଭାବେ କୌଣସି ପ୍ରସ୍ତାବ ନେଇ ଆସନ୍ତି, ଆଉ ମୁଁ ଚାହିଁବି କି ଏସବୁ ସରକାର କରି ପାରିବେ ତ ଜଣାଅଛି ସରକାର କ’ଣ କରିବେ । ପୁଣି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଆସିବ କି ମୋ ଉପରେ ଚଳଚ୍ଚିତ୍ର ନିର୍ମାଣ କର, ତ ମୋତେ ତାହା କରିବାର ନାହିଁ । ଦେଶର ସାଧାରଣ ମଣିଷଙ୍କ ପାଇଁ ଯାହା କାର୍ଯ୍ୟରେ ଆସିବ ଏଭଳି କିଛି ବ୍ୟବସ୍ଥାଗୁଡ଼ିକୁ ଆମେ ବିକଶିତ କରିବା, ଯଦି ଆପଣମାନେ ସେହି ପ୍ରକାରର କଥା କହିବେ, ସରକାର ସଂପୂର୍ଣ୍ଣ ଭାବେ ସହଯୋଗ କରିବେ, ପୂରା ସହଯୋଗ କରିବେ ।

 

ସାଥୀଗଣ, ଆପଣମାନଙ୍କ ସହିତ ଏମିତି ଏକ ଚର୍ଚ୍ଚା ସମୟରେ ଏକ ମହତ୍ୱପୂର୍ଣ୍ଣ   ପ୍ରସ୍ତାବ କିଛି ବନ୍ଧୁମାନଙ୍କ ତରଫରୁ ଆସିଥିଲା ଆଉ ମୋତେ ସେହି ପ୍ରସ୍ତାବ ଭଲ ଲାଗିଲା । ଆଉ ମୁଁ ଚାହୁଁଛି କି ଆମେ ନିଜେ-ନିଜକୁ ଏହି ମୁମ୍ବଇଆ ଦୁନିଆରୁ ବାହାରକୁ ନେଇ ଯିବାର ଅଛି ଆଜ୍ଞା, ଏହା ହେଉଛି ବହୁତ ଜରୁରୀ । ଆଉ ଏହି ପ୍ରସ୍ତାବ ମୋ ପାଖକୁ ଆସିଥିଲା କି ଯେଭଳି ଡାଭୋସରେ ବିଶ୍ୱ ଅର୍ଥନୈତିକ ସମ୍ମିଳନୀ ହେଉଛି, କ’ଣ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗ ସହିତ ଜଡିତ ଏକ ଅନ୍ତରାଷ୍ଟ୍ରୀୟ ଶିଖର ସମ୍ମିଳନୀ କ’ଣ ଆମେ ଦେଶରେ ପ୍ରତି ଦୁଇ ବର୍ଷରେ ଥରେ ନିୟମିତ ଆୟୋଜନ କରିପାରିବା କି । ଆପଣମାନଙ୍କର ଏବେ ଯେଉଁ ମହୋତ୍ସବ ହେଉଛି, ତାହାର ମୁଖ୍ୟ ଆଧାର ହେଉଛି ସୃଜନଶୀଳତା,ବ୍ୟବସାୟକୁ ମୁଖ୍ୟ ଆଧାର କରି, ନୂତନ ବଜାରକୁ ମୁଖ୍ୟ ଆଧାର କରି, ବିଶ୍ୱ ଚଳଚ୍ଚିତ୍ର  ଶିଖର ସମ୍ମିଳନୀ ହେଉ, ଟେକ୍ନୋଲଜି କ୍ଷେତ୍ରରେ ଭିନ୍ନ- ଭିନ୍ନ କର୍ମଶାଳା ହେଉ, କିଭଳି ଭାବରେ ନୂଆ ଢ଼ଙ୍ଗରେ ଏହି ଦୁନିଆରେ ଅର୍ଥ ଲଗାଣ ହେଉ, ତାହା ବିଷୟରେ ଚର୍ଚ୍ଚା ହେଉ ଅର୍ଥାତ ନିଜକୁ ନିଜେ ଆମେ କେବଳ କଳାକାରଙ୍କ ମଧ୍ୟରେ ସିମିତ ନୁହେଁ, ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ଯାହା ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ- ଜୀବିକା ଜଡିତ ହୋଇ ରହିଛି, ଏହାର ବିଶ୍ୱସ୍ତରରେ ପ୍ରଦର୍ଶନ କରାଯାଉ,ଦୁନିଆକୁ ଆମ ଉଦ୍ୟୋଗର ଏକ ସ୍ୱରୂପ ମିଳୁ ।

ଡାଭୋସ ଭଳି ସମ୍ମିଳନୀ, ତ ମୁଁ ସେହି ସମୟରେ କହିଥିଲି କି ଶୁଭାରମ୍ଭ ଆମେ ଏଭଳି କରିବା କି ପ୍ରଥମେ ବର୍ଷେ- ଦୁଇ ବର୍ଷ ଭାରତର ହିଁ ଭିନ୍ନ- ଭିନ୍ନ ପ୍ରକାରର ଯେଉଁ ଚଳଚ୍ଚିତ୍ର ବ୍ୟବସ୍ଥା ମାନ ରହିଛି,ଭିନ୍ନ- ଭିନ୍ନ  ଭାଷାରେ ରହିଛି, ତାହାର ଏକ ଶିଖର ସମ୍ମିଳନୀରୁ ଆରମ୍ଭ କରିବା ଆଉ ପୁଣି ଆମେ ବିଶ୍ୱ ଶିଖର ସମ୍ମିଳନୀ କରିବା ଆଉ ଡାଭୋସଠାରୁ ମଧ୍ୟ ଟିକେ କମ୍ ନୁହେଁ । ମୁଁ କିଛି ଲୋକଙ୍କର ସଫ୍ଟୱେରଥାଏ ନା, ସେହିଭଳି ମୋର ମଧ୍ୟ ଏପରି ସଫ୍ଟୱେର ଅଛି ସେବେଠାରୁ ହିଁ ମୋ ମୁଣ୍ଡ ସ୍ଥିର ହୋଇ ରହିନାହିଁ । ଆଉ ଏଥି ପାଇଁ ଏକ ବିଶ୍ୱ ଶକ୍ତି ଭାବରେ ବିକଶିତ ହେବାର ଗୋଟିଏ କୌଶଳ ହେଉଛି ଆଜ୍ଞା । ବିଶ୍ୱ ଆଗରେ ଆମ ଲୋକ ଆସି ଠିଆ ହେବେ, କଥା ହେବେ, କଥା ହେବେ, ଆଲୋଚନା କରିବେ, ବିଶ୍ୱକୁ ବୁଝାଇବାକୁ ପଡିବ-ହଁ ଏ ଯେଉଁ 50-60-100 ବର୍ଷର ଯାତ୍ରା ହୋଇଛି, ବେକାର ହୋଇ ନାହିଁ ଆଜ୍ଞା; ବହୁତ ବଡ଼ କାର୍ଯ୍ୟ ଦେଶ ପାଇଁ ହୋଇ ପାରିବ ।

ସାଥୀଗଣଅନେକ ସମୟରେ ଯେତେବେଳେ ଚଳଚ୍ଚିତ୍ର ଜଗତର କଥା ଆସିଥାଏ ତ, ତାହାର ଗୋଟିଏ ଦିଗ ମୋଟାମୋଟି ଭାବେ ଧ୍ୟାନରେ ଆସିଥାଏ- ଗ୍ଲାମର, ଚମକ- ଦମକ, ଚକାଚକ- ଏହାହିଁ ତାହାର ଆଖ ପାଖରେ, କିନ୍ତୁ ମୁଁ ମାନୁଛି  କି ଚଳଚ୍ଚିତ୍ର ଜଗତରେ ଗ୍ଲାମର ଏବଂ ଚକାଚକଠାରୁ ମଧ୍ୟ ଆଗକୁ ଏକ ବହୁତ ବଡ଼ ଦୁନିଆ ଅଛି, ଆଶା ଅଛି, ଅପେକ୍ଷା ଅଛି, ଦୁଃଖ ଅଛି, କଷ୍ଟ ଅଛି, ବହୁତ କିଛି ଅଛି ଆଜ୍ଞା । ଆଜି ଯେତେବେଳେ ମୁଁ ସଂଗ୍ରହାଳୟ ଦେଖୁଥିଲି, କେତେ କଷ୍ଟରେ ସେହି ଯୁଗରେ ଚଳଚ୍ଚିତ୍ର ନିର୍ମାଣ ହୋଇଥିବ- ଆମର ତ ଏ ବିଷୟରେ କୌଣସି ଜ୍ଞାନ ନ ଥିଲା, ଦେଖିବା ପରେ ମୋତେ ଜଣା ପହିଲା କି ଭାଇ ଏମିତ- ଏମିତି କାର୍ଯ୍ୟ ହେଉଥିଲା, ଏତେ ପରିଶ୍ରମ କରିବାକୁ ପଡୁଥିଲା,ଏତେ ଘଂଟା ପର୍ଯ୍ୟନ୍ତ ଠିଆ-ଠିଆ ହୋଇ କାର୍ଯ୍ୟ କରିବାକୁ ପଡୁଥିଲା । ଦୁନିଆକୁ ତ କେବଳ କଳାକାର ଦେଖାଯାଇଥାନ୍ତି, ଅନ୍ୟାନ୍ୟ ଜିନିଷଗୁଡ଼ିକ ବିଷୟରେ ଧାରଣା ନଥାଏ । ମୁଁ ବୁଝି ପାରୁଛି କି ସମୟର ଆବଶ୍ୟକତା ରହିଛି ଆଉ ମୁଁ ମାନୁଛି କି ଆମର ଏ ଯେଉଁ ଦେଶରେ ସବୁକିଛିକୁ ବୁଲେଇ ବଙ୍କେଇ ରାଜନେତାଙ୍କ ଆଖପାଖକୁ ଆସିଯାଇଥାଏ ନା, ତାହା ତ ଦେଶର ଅନେକ କିଛି କ୍ଷତି କରିଛି ଆଜ୍ଞା । ଆବଶ୍ୟକତାଠାରୁ ଅଧିକ ସ୍ଥାନ ତାଙ୍କୁ ମିଳିଯାଇଛି, ସେମାନଙ୍କୁ ଯେତିକି ମିଳିବା ଦରକାର ସେତିକି ମିଳୁ, ଏଥିରେ ମୋର କୌଣସି ଆପତି ନାହିଁ କିନ୍ତୁ ସଡ଼କ ନିର୍ମାଣ ହେବ ତ ତାଙ୍କରି ନାମରେ, ଚଉତରା ନିର୍ମାଣ ହେବ ତ ତାଙ୍କରି ନାମରେ, କୋଠା ନିର୍ମାଣ ହେବ ତ ତାଙ୍କରି ନାମରେ; ଏହା ଚାଲିଥାଏ ଆଜ୍ଞା ।

ମୁଁ ମାନୁଛି କି ଆପଣଙ୍କର ଉଦ୍ୟୋଗରେ ମଧ୍ୟ ଏଭଳି ଲୋକ ଅଛନ୍ତି ସେମାନେ ହୁଏତ ବୈଷୟିକଜ୍ଞାନ ପକ୍ଷର ହୁଅନ୍ତୁ, ସୃଜନଶୀଳ ପକ୍ଷର ହୁଅନ୍ତୁ, କଳା କ୍ଷେତ୍ରର ହୁଅନ୍ତୁ, ପ୍ରଦର୍ଶନ କରୁଥିବା ଲୋକ ହୁଅନ୍ତୁ;ଆପଣ ସ୍ୱୟଂ ନିଜେ ହେଉଛନ୍ତି ଏକ ପ୍ରତିଷ୍ଠାନ ଆଉ ଆପଣମାନେ ନିଜ ଜୀବନକୁ ଏହି ସ୍ଥିତିରେ ରଖିବା ପାଇଁ-କଳାକାର ହୋଇଥିବେ, ଆମକୁ ଭଲ ଲାଗିଥାଏ ଯେତେବେଳେ ଦେଖୁଥାଉ, ଜିତେନ୍ଦ୍ର ଜୀ ବହୁତ ଭଲ ଭାବେ ଶରୀରକୁ ସଜେଇ ରଖିଛନ୍ତି, କିନ୍ତୁ ଶରୀରକୁ ଏଭଳି ଭାବେ ରଖିବା ପାଇଁ କେତେ ପରିଶ୍ରମ କରିଥିବେ, ସେତେବେଳେ କରିଥିବେ ଭାଇ, କିନ୍ତୁ ଏହା ସାଧାରଣ ମଣିଷକୁ ଜଣା ନଥାଏ ।

ମୁଁ ବୁଝିପାରୁଛି କି କ’ଣ ଯେଉଁମାନେ ସଂଘର୍ଷ କରି ନିଜ ଜୀବନକୁ ଆଗକୁ ବଢ଼ାଇଛନ୍ତି, ଆପଣ ସଙ୍କୋଚ କରନ୍ତୁ ନାହିଁ, ଆପଣ ନିଜ ବନ୍ଧୁମାନଙ୍କ ସହିତ ଏହି ଜିନିଷକୁ ବାଂଟନ୍ତୁ, ଆଜି ଯେତେବେଳେ ସାମାଜିକ ଗଣମାଧ୍ୟମ ଏତେ ଲୋକଙ୍କ ପାଖରେ ପହଂଚିଛି, କୁହନ୍ତୁ ଆପଣଙ୍କ ଜୀବନ କିଭଳି ଆରମ୍ଭ ହୋଇଥିଲା, କେତେ କଷ୍ଟର ସହିତ ଆରମ୍ଭ ହୋଇଥିଲା, ଆପଣ କେତେ ସଂଘର୍ଷ କରିଥିଲେ । କିଭଳି ଅସୁବିଧା ମଧ୍ୟରେ ଦିନ କାଟିଥିଲେ, କେତେ ଘଂଟା କାମ କରୁଥିଲେ । କେବେ ହିମାଳୟର ବରଫାବୃତ ସ୍ଥାନରେ ସୁଟିଂ କରିବାକୁ ଯିବାକୁ ପଡ଼ୁଥିଲା, ଶରୀର ସାହାଯ୍ୟ କରୁ ନଥିଲା କିନ୍ତୁ କରିବାକୁ ପଡ଼ୁଥିଲା,ହସିବାକୁ ଅଛି ତ ହସିବାକୁ ପଡ଼ିଥାଏ, ଏହି ସମସ୍ତ କଥା ।

ନଚେତ କ’ଣ ହୋଇଥାଏ, ଆମର ନୂତନ ପିଢି ବାଟବଣା ହୋଇ ଯାଉଛନ୍ତି, ସେମାନଙ୍କୁ ଏକ ଚମକଦମକ ଦେଖାଯାଉଛି, ତା’ପଛରେ ଯେଉଁ ତପସ୍ୟା ଅଛି, ଯେଉଁ ପରିଶ୍ରମ ଅଛି, ଯେଉଁ ତ୍ୟାଗ ଅଛି, ବଳିଦାନ ଅଛି, ସେସବୁ ଜଣା ପଡ଼େ ନାହିଁ । ମୁଁ ଚାହିଁବି- ମୁଁ ଚାହିଁବି କି ଆପଣ କିଛି ନା କିଛି ଏଭଳି କଥା, କ୍ରମାଗତ ଭାବେ ଏବେ ସାମାଜିକ ଗଣମାଧ୍ୟମର ଯେଉଁ ପହଂଚ ଅଛି ଆଜ୍ଞା, ପହଂଚିଯିବ । ସେମାନଙ୍କୁ ଜଣା ପଡ଼ିବା ଦରକାର କି ଭାଇ ଜଣେ ବ୍ୟକ୍ତି ନିଜ ଜୀବନର ଏଭଳି ସ୍ଥାନକୁ ସହଜରେ ପହଂଚି ଯାଇନାହିଁ ଆଜ୍ଞା, ଆଉ ତାହା ତାଙ୍କୁ ମଧ୍ୟ ଜୀବନରେ କିଛି କରିବା ପାଇଁ ପ୍ରେରଣା ପାଲଟିଯିବ ।

ଆପଣ ନିଜକୁ ନିଜେ କିଛି କମ୍ ବୋଲି ଭାବନ୍ତୁ ନାହିଁ ଆଜ୍ଞା । ଆଜିର ଏକ ବହୁତ ବଡ଼ ବର୍ଗ ଅଛନ୍ତି,ଯେଉଁମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେଉଛନ୍ତି କିନ୍ତୁ ସେମାନେ ଆପଣମାନଙ୍କ ଦ୍ୱାରା ମଧ୍ୟ ପ୍ରେରଣା ପାଇ ପାରିବେ । ଯଦି ଆପଣଙ୍କ ଜୀବନର ସତ୍ୟତା ସହିତ ସେମାନେ ପରିଚିତ ହୋଇଯିବେ । ଆଉ ଆପଣମାନଙ୍କ ମଧ୍ୟରୁ କେହି ଏପରି ନଥିବେ ଯେଉଁମାନଙ୍କୁ କଷ୍ଟକର ସମୟ ମଧ୍ୟ ଦେଇ ଜୀଇଁବାକୁ ପଡ଼ି ନଥିବ; ଆଉ ସିଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଦୁନିଆକୁ ଶକ୍ତି ଦିଅନ୍ତି ।

ଆଉ ଏଥିପାଇଁ ମୁଁ ଆଜି ଆପଣମାନଙ୍କଠାରୁ ମଧ୍ୟ ଗୋଟିଏ କଥା ଚାହିଁବି କି ଆଜି ଯେତେବେଳେ ଆମର ଏହି ଦେଶର ଯୁବପିଢି ଆପଣମାନଙ୍କ ଆଡ଼କୁ ଦେଖିଥାଏ, ତ ତାକୁ ମଧ୍ୟ ଜଣା ପଡ଼ିବା ଦରକାର କି ଏହି ସମସ୍ତ ଏପରି ହିଁ ଆସିନାହିଁ । ଜନ୍ମ ହେବା ସମୟରେ ମୋତେ ଭଲ ଚେହେରା ମିଳିଗଲା,ଏଥିପାଇଁ ମୁଁ ଏଠାରେ ପହଂଚି ଯାଇନାହିଁ ଭାଇ, ତ ମୋତେ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡ଼ିଛି,ଏହିକଥା ନୂତନ ଲୋକଙ୍କ ସମ୍ମୁଖରେ କିଭଳି, ଆଉ ମୋର ଭାବନା ହେଉଛି କି ଜୀବନ ନିର୍ମାଣ ଆଉ ଚରିତ୍ର ଗଠନ ମୁଁ ଏ ପ୍ରକାରର ବାର୍ତ୍ତାଳାପ ଦ୍ୱାରା ଯୁବକମାନଙ୍କୁ ବହୁତ ଲାଭ ମିଳିବ । ମୁଁ ଆଶା କରୁଛି କି ଆପଣ ଏହା ସହିତ ଯୋଡ଼ି ହୁଅନ୍ତୁ, ନିଜର ଅନୁଭବକୁ ଯୁବକମାନଙ୍କ ସହିତ ଅବଶ୍ୟ ବାଂଟନ୍ତୁ ।

ଏହିଭଳି ଭାବେ ମୋର ଏହା ମଧ୍ୟ ଅନୁରୋଧ ରହିବ କି ଯେପରି ଏହି ସଂଗ୍ରହାଳୟ ନିର୍ମାଣ ହୋଇଛି,ସେହିଭଳି ଭାବେ ଭିନ୍ନ-ଭିନ୍ନ ସମୟରେ, ସମୟ ଅବଧିରେ ଭାରତୀୟ ସିନେମାର ଶକ୍ତି କ’ଣ ରହିଛି,ତା’ଉପରେ ମଧ୍ୟ କାର୍ଯ୍ୟ କରାଯାଉ, ସେଗୁଡ଼ିକୁ ମଧ୍ୟ ସଂଗୃହିତ କରାଯାଉ । ଯେପରି ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରଥମ 25 ବର୍ଷ କିଭଳି ରହିଥିବ? ସେତେବେଳେ ଚଳଚ୍ଚିତ୍ର ନିର୍ମାଣ କରିବାରେ କେଉଁ ପ୍ରକାରର ସଂଘର୍ଷ କରିବାକୁ ପଡ଼ୁଥିଲା? ଏବେ ସେଥିରେ କ’ଣ ପରିବର୍ତ୍ତନ ଆସିଛି? ଏସବୁକୁ ନେଇ ତାହାର ଗୋଟିଏ ବିଭାଗ ତିଆରି କରାଯାଇ ପାରନ୍ତା । ତ ଲୋକମାନଙ୍କୁ ଏହି ପ୍ରକାରର ଇତିହାସ ସହିତ ବଂଚିବାର ସୁଯୋଗ ମିଳନ୍ତା ।

ଏବେ ଆଜି ଯେତେବେଳେ ଏକବିଂଶ ଶତାବ୍ଦୀରେ ଚଳଚ୍ଚିତ୍ର ନିର୍ମାଣ କରିବାର ଉପାୟ, ଟେକ୍ନୋଲଜି,ସବୁକିଛି ବଦଳାଇ ଦିଆଯାଇଛି ତ ସେସବୁ ପୁରୁଣା ବିଷୟଗୁଡ଼ିକର ସମ୍ପର୍କିତ ତଥ୍ୟସବୁକୁ ସଜେଇ ରଖିବା ହେଉଛି ବହୁତ ଆବଶ୍ୟକ । ଏମିତି ମଧ୍ୟ ଏ ବିଷୟରେ କିଛି ବିଚାର କରିବାର ଆବଶ୍ୟକତା ରହିଛି କି ଆମେ ଏପରି କ’ଣ କରିବା ଯାହାଦ୍ୱାରା ଆଗାମୀ ପିଢିଙ୍କ ମଧ୍ୟରେ ବିଜ୍ଞାନ, ନବସୃଜନ, ଏସବୁ ପ୍ରତି ସେମାନଙ୍କର ଆଗ୍ରହ ବଢ଼ିବ । ଆପଣମାନେ ଦେଖିଥିବେ, ଦୁନିଆରେ ବିଜ୍ଞାନକୁ ଭିତ୍ତି କରି ଚଳଚ୍ଚିତ୍ରଗୁଡ଼ିକର ଏକ ଧାରା ହିଁ ଚାଲିଛି । ଭାରତକୁ ଏହା ମଧ୍ୟରେ ବହୁତ କିଛି କରିବାର ଆବଶ୍ୟକତା ଅଛି । ଆମର ଯୁବ ପିଢିଙ୍କୁ, ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହା ପ୍ରେରଣାର ଏକ ବହୁତ ବଡ଼ କାରଣ ହୋଇପାରେ । ବୈଜ୍ଞାନିକ ମନୋବୃତ୍ତି ପ୍ରତିଷ୍ଠା କରିବା ପାଇଁ ଏହିସବୁ ଜିନିଷଗୁଡ଼ିକର ମହତ୍ୱ ବହୁତ ବେଶୀ ରହିଥାଏ । ଆପଣମାନେ ଜୀବନୀ ତ ନିର୍ମାଣ କରୁଛନ୍ତି ହିଁ, ଭିନ୍ନ-ଭିନ୍ନ କ୍ଷେତ୍ରର ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି କିନ୍ତୁ ମୋତେ ଲାଗୁଛି କି ବିଜ୍ଞାନ, ନବସୃଜନ, ପରିବେଶ, ଏସବୁ ହେଉଛି ଏଭଳି ବିଷୟ ଯାହା ମାଧ୍ୟମରେ ବହୁତ କିଛି କରି ପାରିବା ।

ସାଥୀଗଣ, ଆପଣମାନେ ଦେଖିଥିବେ ଯେ ଆମ ସରକାର ଗୋଟିଏ ପରିବର୍ତ୍ତନ କରିଛନ୍ତି, ପଦ୍ମ ପୁରସ୍କାରକୁ ନେଇ । ବିଗତ ଚାରି ବର୍ଷ ମଧ୍ୟରେ ଆମେ ଖୋଜି-ଖୋଜି ଦେଶର ଏଭଳି ଅମୂଲ୍ୟ ରତ୍ନ ବାହାର କରିଛୁ ଯେଉଁମାନେ ନିସ୍ୱାର୍ଥ ଭାବନାର ସହିତ ବିନା କୌଣସି ପରିଚୟରେ ସେବା ମାନେଭାବରେ ଲାଗିଥିଲେ । ସେମାନଙ୍କ ପାଇଁ ରାଜ୍ୟର ମଧ୍ୟ କୌଣସି ଖବରକାଗଜ ଦୁଇଧାଡ଼ି ଲେଖି ନଥିଲେ । ଆମେ ଖୋଜିଲୁ, ସମଗ୍ର ଦେଶରେ ଖୋଜିଲୁ ଆଉ ମୁଁ ଲଗାତାର ଭାବେ ଏହି କାର୍ଯ୍ୟ କରି ଚାଲିଛି, ଆଉ ଏଭଳି ଲୋକମାନଙ୍କୁ ଆମେ ପଦ୍ମଶ୍ରୀ ଦେଇଛୁ, ଏହା ହେଉଛି ଏକ ଅଜବ ଘଟଣା ଆଜ୍ଞା । କେହି ପର୍ଯ୍ୟାବରଣ ସହିତ ଜଡ଼ିତ କାର୍ଯ୍ୟ କରୁଥିଲେ ତ ଆଉ କିଏ ଗରିବଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ, କିଏ ସ୍କୁଲ ଚଲାଉଥିଲେ, ଅର୍ଥାତ ନିଜ ଜୀବନରେ ଯାହା କିଛି ମଧ୍ୟ ଅଳ୍ପ ଆୟ କରିଥିଲେ, ସେମାନଙ୍କ ପାଇଁ ନିୟୋଜିତ କରି ଦେଉଥିଲେ । ଏଭଳି ଲୋକ ଅଛନ୍ତି ଆମ ଦେଶରେ ଆଉ ମୁଁ ଏଭଳି ଲୋକଙ୍କୁ ବହୁତ ମହାନ ଭାବେ ମାନୁଛି ଆଜ୍ଞା । ସେମାନଙ୍କୁ ଯେତେ ସମ୍ମାନ ଦେଲେ ମଧ୍ୟ ତାହା କମ୍ ହେବ । କିନ୍ତୁ କ’ଣ ଆମ ଚଳଚ୍ଚିତ୍ର ଉଦ୍ୟୋଗର ଧ୍ୟାନ ସେମାନଙ୍କ ଆଡ଼କୁ ଯାଇଛି କି?ଆପଣ ଦେଖନ୍ତୁ କାହାର ଜୀବନକୁ ନିରୀକ୍ଷଣ କରି ଦେଖନ୍ତୁ, ଯେତେବେଳେ ଆପଣ ବାୟୋପିକକୁ ନେଇ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି, ସେଥିରେ ମଧ୍ୟ ଏଭଳି ତଥ୍ୟ ଅନୁସନ୍ଧାନ ମିଳିବ ଆଜ୍ଞା । ଆପଣ କଳ୍ପନା କରିପାରିବେ ନାହିଁ, ଏଭଳି-ଏଭଳି ଲୋକ ଆମ ଦେଶରେ କାମ କରୁଛନ୍ତି ଆଉ ସେମାନେ ବହୁତ ବଡ଼ ପ୍ରେରଣା ହୋଇ ପାରିବେ ।

ଆପଣଙ୍କ କାହାଣୀଗୁଡ଼ିକ ପାଇଁ ଆପଣଙ୍କ ସିନେମା ପାଇଁ ଦୂର-ଦୂରାନ୍ତ ଜଙ୍ଗଲରେ ପଡ଼ିଥିବା ଏକ ମଣିଷ ମଧ୍ୟ ଦେଶ ପାଇଁ କାରଣ ହୋଇ ପାରିବେ ଆଜ୍ଞା । ଯଦି ଦଶରଥ ମାଂଝୀଙ୍କ ଭଳି କଥା ଏତେ ଶକ୍ତି ରଖୁଛି ଆଜ୍ଞା, କେତେ ଶକ୍ତି ରଖୁଛି ।

ସାଥୀଗଣ, ଗୋଟିଏ କଥା ଅଛି ଯାହା ଉପରକୁ ଆମର ଧ୍ୟାନ ଯିବା ଦରକାର, 1857ର ସ୍ୱାଧୀନତା ସଂଗ୍ରାମ, ଆମକୁ ଜଣା ନାହିଁ ଇତିହାସ ସଚେତନ ସମାଜ ରୂପରେ ଆମେ ଟିକେ ପଛରେ ଅଛେ କିନ୍ତୁ 1957ର ସ୍ୱାଧୀତନା ସଂଗ୍ରାମ ଆଡକୁ ଯେଉଁମାନେ ଦେଖିଥିବେ- ଆମ ଦେଶର ଆଦିବାସୀମାନେ ଯେଉଁଭଳି ସଂଗ୍ରାମ କରିଥିଲେ, ଇଂଗ୍ରେଜ ଶାସନ ବିରୁଦ୍ଧରେ 1857ର ସ୍ୱାଧୀତନା ସଂଗ୍ରାମର ନେତୃତ୍ୱ ଗୋଟିଏ ପ୍ରକାରରେ ଏହି ଦିଗରେ ଆଦିବାସୀମାନେ କରିଥିଲେ ଆଉ ପ୍ରତ୍ୟେକ ଆଦିବାସୀ ଅଂଚଳରେ ସେମାନଙ୍କର କଥାଗୁଡ଼ିକ ରହିଛି । ଏକ ସମୟରେ 100-100, 200-200 ଲୋକଙ୍କୁ ଫାଶୀ ଖୁଂଟରେ ଚଢ଼ାଇ ଦିଆଯାଇଥିଲା । ଆଉ ଆଜି ମଧ୍ୟ ରେକର୍ଡ ଉପଲବ୍ଧ ଅଛି, କିନ୍ତୁ ଦେଶ ପାଇଁ ତ୍ୟାଗ, ବଳିଦାନ ଦେଇଥିବା ଏହି ମହାନୁଭବଙ୍କ କଥା, ଜାଲିଆନାୱାଲାବାଗ ଆମ ମନରେ ଅଛି, କିନ୍ତୁ ପ୍ରତ୍ୟେକ ସ୍ଥାନରେ ଏଭଳି କଥାମାନ ପଡ଼ି ରହିଛି ।

ସମ୍ପ୍ରତ୍ତି ଗୋଟିଏ ମିଶନରେ ସରକାର ଏହି କାମ କରୁଛନ୍ତି । ମୁଁ ସ୍ଥିର କରିଛି କି ଯେଉଁ ରାଜ୍ୟରେ ଏହି ପ୍ରକାରର ଆଦିବାସୀ ସମାଜର ଘଟଣାଗୁଡ଼ିକ ଅଛି, ସେମାନଙ୍କର 1857 ସ୍ୱାଧୀତନା ସଂଗ୍ରାମରେ ଅନେକ ଯୋଗଦାନକୁ ଅନୁସନ୍ଧାନ କରି ଏକ ସଂଗ୍ରହାଳୟ ନିର୍ମାଣ କରିବା । ଭିନ୍ନ-ଭିନ୍ନ ରାଜ୍ୟରେ ଏହି ପ୍ରକାରର ସଂଗ୍ରହାଳୟର କାର୍ଯ୍ୟ ଚାଲୁ ରହିଛି । ସେହି ପୁରାତନ ଘଟଣାଗୁଡିକୁ ଖୋଜା ଯାଉଛି । ଆପଣଙ୍କ ପାଖରେ ସୃଜନଶୀଳ ପ୍ରତିଭା ଅଛନ୍ତି, କ’ଣ ଦେଶର ଏତେ ବଡ଼ ତ୍ୟାଗ, ବଳିଦାନ, ସେବା କରିଥିବା ଲୋକ, ଲଢେଇ କରିଥିବା ଲୋକ-ସରକାର ଯେଉଁ ସଂଗ୍ରହାଳୟ  ନିର୍ମାଣ କରୁଛନ୍ତି,ସେଥିରେ ଆପଣ କିଛି ଯୋଗଦାନ  କରି ପାରିବେ କି, ଆପଣଙ୍କ ପ୍ରତିଭାର? ଧରି ନିଅନ୍ତୁ ଭରଚୁଆଲ ସଂଗ୍ରହାଳୟ ନିର୍ମାଣ କରିବାର ଅଛି, ଆପଣଙ୍କ ପାଖରେ ସିଦ୍ଧହସ୍ତ ବ୍ୟକ୍ତି ଅଛନ୍ତି, ଗବେଷଣା କରିବାରେ, ଅନ୍ୟାନ୍ୟ କଥାରେ ସରକାର ଆପଣଙ୍କୁ ସହାୟତା କରିବେ । ଆଉ ମୋତେ ଲାଗୁଛି ଆମେ ଏହାକୁ କରି ପାରିବା ଆନିମେସନ ଫିଲ୍ମ ମାଧ୍ୟମରେ ଅବା କୌଣସି ଭରଚୁଆଲ ଉପସ୍ଥାପନା ମାଧ୍ୟମରେ । ଆମେ ଆମର ନୂତନ ପିଢିକୁ ଏଥିପାଇଁ ବହୁତ କିଛି ଦେଇ ପାରିବା । ଆଉ ଦେଶରେ ଏ ଯେଉଁ ନକ୍ସଲ ନାମରେ ଯେଉଁ ଦୁନିଆ ଚାଲାଉଥିବା ଲୋକ ଅଛନ୍ତି, ଆମେ ଯଦି ତା’ଠାରୁ ବଡ଼ କଥା ବତାଇବା, ଦେଶ ପାଇଁ ଆପଣମାନଙ୍କର ପୂର୍ବପୁରୁଷମାନେ ଏହା ଦେଇଛନ୍ତି ତ ମୁଁ ମାନିବି ନାହିଁ କି ଆଜି ଆମ ଦେଶରେ ହିଁ ସ୍କୁଲକୁ ଉଡ଼ାଇ ଦେଉଥିବା ଯେଉଁ ପରାକ୍ରମ କରୁଥିବା ଲୋକ ଅଛନ୍ତି,ସେମାନେ ସଠିକ ରାସ୍ତାରେ ଆସିବେ ନାହିଁ, ଏମିତି ନୁହେଁ-ଆସିବେ, ସେମାନେ ମଧ୍ୟ ସଠିକ ରାସ୍ତାରେ ଆସିବେ ।

ଆଉ ଏହିଭଳି ଭାବେ ଆଉ ଗୋଟିଏ କଥା ମୁଁ କହିବାକୁ ଚାହିଁବି କି ଯେଉଁ ଥିଏଟରର ଦୁନିଆ ଅଛି,ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କର ଜୀବନର ପୂର୍ବ ସମୟ ତଥା ପରିଶ୍ରମ କେଉଁଠି ନା କେଉଁଠି ଥିଏଟରରେ ହିଁ ରହିଛି । ଦେଖନ୍ତୁ, ଥିଏଟର ବା ମଂଚ ଭାରତର ସଶକ୍ତ ପରମ୍ପରା ଭାବେ ରହିଛି । ଶକୁନ୍ତଳାଠାରୁ ନେଇ ଆଜି ପର୍ଯ୍ୟନ୍ତ ଆମର ଏଠାରେ ଶାସ୍ତ୍ରଗୁଡ଼ିକରେ ତା’ର ବହୁତ ବଡ଼ ସ୍ଥାନ ରହିଛି । ଏବେ ଦୁନିଆକୁ କହିବା ପାଇଁ ବହୁତ କିଛି ଆମ ପାଖରେ ଅଛି । ଆଉ ମୁଁ ମାନିବି ନାହିଁ ଆମେ ମଂଚ ଏବଂ ସିନେମାକୁ ଭିନ୍ନ କରିବା ଦରକାର, ତାହାକୁ ସମନ୍ୱୟ କରି ତାହାର ଇତିହାସ ମଧ୍ୟ, ସେହି କଥାକୁ ମଧ୍ୟ ଦେଶ ଏବଂ ଦୁନିଆକୁ ଆଣିବା ପାଇଁ ଆମେ କାର୍ଯ୍ୟ କରିପାରିବା, ତ ଏହି କଳାଜଗତର ବହୁତ ବଡ଼ ସେବା ହେବ, ଭବିଷ୍ୟତ ପିଢିଙ୍କୁ ମଧ୍ୟ ଲାଭ ମିଳିବ । ଆଉ ଆମ ଦେଶରେ ଭିନ୍ନ ଭିନ୍ନ ସ୍ୱରୂପରେ, ଭିନ୍ନ-ଭିନ୍ନ ଭାଷାରେ ଏହାର ଅନେକ ସ୍ୱରୂପ ଦେଖିବାକୁ ମିଳିଥାଏ । ଆଉ ମୁଁ ଭାବୁଛି କି ମଂଚ ଏବଂ ସିନେମାକୁ ବହୁତ ଭିନ୍ନ କରି ଦେଖିବା ଉଚିତ ନୁହେଁ ।

ନୂତନ ଟେକ୍ନୋଲଜି ମାଧ୍ୟମରେ ଯଦି ଏହି ଦିଗରେ ଆପଣ କିଛି କରିପାରିବେ ତ ଥିଏଟରକୁ ମଧ୍ୟ ଏକ ନୂତନ ଶକ୍ତି ମିଳିବ ଆଉ ନୂତନ ପ୍ରତିଭାଙ୍କ ପାଇଁ ନୂତନ ସୁଯୋଗ ମିଳିବ ।

ସାଥୀଗଣ, ଗଣତନ୍ତ୍ରରେ କୌଣସି ମଧ୍ୟ ସରକାର ଯଦି ଏହା ଚିନ୍ତା କରିବେ କି ସମସ୍ତ କାର୍ଯ୍ୟ ସେ ନିଜେ ଏକା କରିପାରିବେ ତ ମୁଁ ବୁଝିବି କି ସେ ସରକାର ଆପଣଙ୍କୁ ମଧ୍ୟ ମୁର୍ଖ ବୋଲି ଭାବୁଛନ୍ତି, ଆଉ ସେମାନେ ମଧ୍ୟ ଭୁଲ କରୁଛନ୍ତି । ସରକାରଙ୍କୁ ସମସ୍ତଙ୍କର ବିକାଶ ପାଇଁ ସମସ୍ତଙ୍କର ସହାୟତା ମଧ୍ୟ ଦରକାର ।

ଜନ-ଭାଗୀଦାରୀ ବଢ଼ାଇବାରେ, ଦେଶପ୍ରତି ନିଜର କର୍ତ୍ତବ୍ୟକ ମନେ ପକାଇବାରେ, ଦେଶକୁ ଜାଗ୍ରତ କରିବାରେ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗର ଯୋଗଦାନକୁ ମୁଁ ପ୍ରଶଂସା କରୁଛି, ମୁଁ ଏହି ଯୋଗଦାନକୁ ପ୍ରଣାମ କରୁଛି ଆଉ ଯେଉଁମାନେ ଦେଶର ବହୁତ ବଡ଼ ସେବା କରିଛନ୍ତି ସେମାନଙ୍କୁ ଆଜି ଆପଣମାନଙ୍କ ଗହଣକୁ ଆସି ଗୌରବଗାନ କରିବା ମଧ୍ୟ ହେଉଛି ଏକ ଧନ୍ୟ ମଣିବାର ଏକ ବିଶେଷ ମୂହୁର୍ତ୍ତ । ଏହି କାର୍ଯ୍ୟ ପାଇଁ ମୋତେ ଆସିବାର ସୁଯୋଗ ମିଳିଲା, ଆପଣ ସମସ୍ତଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଲା ।

ଆପଣମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କୁ ପରାମର୍ଶ ଦେବା ପାଇଁ  କାହାର ଅଧିକାର ନାହିଁ । କାରଣ ପରାମର୍ଶ ମଧ୍ୟ ତ ହେଉଛି ସ୍ୱାଧୀନତାର ବିରୁଦ୍ଧରେ, ଏଭଳି ଧରି ନିଆଯାଉଛି । କିନ୍ତୁ ପୁଣି ମଧ୍ୟ ମୁଁ ବୋଧହୁଏ କିଛି ଅଧିକ ଆପଣମାନଙ୍କୁ କହିଦେଲି ତ କ୍ଷମା କରିଦେବେ । କିନ୍ତୁ ଆସନ୍ତୁ, ଆମେ ସବୁ ମିଳିମିଶି ଦେଶ ପାଇଁ ଆଉ ଏହି ଦେଶକୁ ଦୁନିଆ ପାଇଁ କିଛି କରିବା ପାଇଁ ପ୍ରସ୍ତୁତ କରିବା, ଶକ୍ତିର ସହିତ ଆଗକୁ ବଢ଼ିବା । ଏହି କ୍ଷେତ୍ର, ମୁଁ ସାମାନ୍ୟ ବୋଲି ମାନୁନାହିଁ । ଭାରତର ଏହା ହେଉଛି ଅସାମାନ୍ୟ ପୁଞ୍ଜି, 100 ବର୍ଷର ଆପଣଙ୍କର ତପସ୍ୟାର ହେଉଛି ପରିଣାମ । ଦୁନିଆର ମଧ୍ୟ ଆପଣଙ୍କ ଉପରେ ଅଧିକାର ରହିଛି, ଆମର ମଧ୍ୟ ଦାୟିତ୍ୱ ହେଉଛି କି ଦୁନିଆକୁ ଏହା ସହିତ ପରିଚିତ କରାଇବା,ଦୁନିଆକୁ ପ୍ରଭାବିତ କରିବା ଆଉ ଦୁନିଆକୁ ପ୍ରେରଣା ଦେଇ ଆମେ ଭାରତର ଧ୍ୱଜା ଉଡ଼ାଇବା ପାଇଁ ଆଗକୁ ଆସିବା ।

ଏହି ଗୋଟିଏ ଅନୁରୋଧର ସହିତ ବହୁତ-ବହୁତ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.