Sports should occupy a central place in the lives of our youth: PM Modi
Sports are an important means of personality development, says Prime Minister Modi
Khelo India is not only about winning medals. It is an effort to give strength to a mass movement for playing more: PM Modi

ମନ୍ତ୍ରୀ ପରିଷଦରେ ମୋର ସାଥୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଶ୍ରୀ ଅନୀଲ ବୈଜଲ ମହାଶୟ, ଶ୍ରୀ ରାହୁଲ ଭଟ୍ଟନାଗର ମହାଶୟ, ଶ୍ରୀ ନରେନ୍ଦ୍ର ବାତ୍ରା ମହାଶୟ, ସୁଶୀଲ କୁମାର ମହାଶୟ, ଦେଶ ଏବଂ ଦୁନିଆରେ ଭାରତର ନାମକୁ ଉଜ୍ଜ୍ୱଳ କରିଥିବା ସମସ୍ତ ଖେଳାଳୀ ଏବଂ ସେମାନଙ୍କର ଗୁରୁଜନ, ଆଉ ଭବିଷ୍ୟତରେ ଦେଶର ନାମକୁ ଉଜ୍ଜ୍ୱଳ କରିବାର ସଂକଳ୍ପ ନେଇକରି, ମନ-ପ୍ରାଣ ସହିତ ଏକାଠି ହୋଇଥିବା, ଦେଶର କୋଣ ଅନୁକୋଣରୁ ଆସିଥିବା ମୋର ସମସ୍ତ ଯୁବ ସାଥୀ । ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି ।

ଭାରତର ପ୍ରତ୍ୟେକ କୋଣ ଅନୁକୋଣରୁ 17 ବର୍ଷରୁ କମ୍ ବୟସର ଉଦୀୟମାନ ଖେଳାଳୀ ଆଜି ଆମମାନଙ୍କ ମଧ୍ୟରେ ଅଛନ୍ତି । ‘ଖେଲୋ-ଇଣ୍ଡିଆ’ – ଏହା ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଏକ ମିଶନ । ଭାରତର ଜନ-ସାଧାରଣଙ୍କ ସ୍ୱଭାବରେ କ୍ରୀଡା କିଭଳି ପ୍ରାଥମିକତା ପାଇବ, ମା-ବାପାମାନେ ମଧ୍ୟ ପିଲାଙ୍କ କ୍ୟାରିୟରରେ ଖେଳର ମହତ୍ୱକୁ ଅନୁଭବ କରନ୍ତୁ । ଶିକ୍ଷକମାନେ ସ୍କୁଲ ବାତାବରଣରେ, ଆମର ଶିକ୍ଷଣ ପରିବେଶ ମଧ୍ୟରେ ଖେଳକୁ ଜୀବନ ବିକାଶର ଏକ ମହତ୍ୱପୁର୍ଣ୍ଣ ଦିଗ ରୂପେ ଦେଖନ୍ତୁ । ଏହି ଭାବ କିପରି ଦୃଢୀଭୂତ ହେଉ, ପାଞ୍ଚ-ସାତ କାମ ମଧ୍ୟରୁ ଅଗ୍ରାଧିକାର ସ୍ଥିର କରିବାର ଅଛି ତ ଖେଳ ଅଗ୍ରାଧିକାର ତାଲିକାରେ ରହୁ ।

ଆଜି ସବୁ କାମ ଶେଷ କରିବା ପରେ ଚାଲ ଏବେ ସମୟ ବଂଚିଛି, ଟିକେ ଖେଳି ନେବା; ତା ବଦଳରେ ଆସନ୍ତୁ ଖେଳିବା ମଧ୍ୟ, ପ୍ରସ୍ପୁଟିତ ହେବା ମଧ୍ୟ- ଏହି ସଂକଳ୍ପ ସହିତ ଆମେ କିପରି ଆଗକୁ ବଢି ପାରିବା? ଭାରତର ନାମକୁ ଉଜ୍ଜ୍ୱଳ କରିଥିବା ଯେଉଁ ଖେଳାଳୀମାନେ ଏଠାରେ ବସିଛନ୍ତି, ସେମାନେ ଖାଲି ଏମିତିରେ ଖେଳାଳୀ ହୋଇଯାଇ ନାହାନ୍ତି । କେହି ସେମାନଙ୍କ ଭିତରେ ପ୍ରତିଭା ଦେଖିଲେ, କିଏ ତାହାକୁ ସାକାର କରିବାକୁ ଚେଷ୍ଟା କଲେ । ପ୍ରାରମ୍ଭରେ ମା-ବାପା ଅଟକାଇବାକୁ ପ୍ରୟାସ କରିଥିବେ । ସ୍କୁଲରେ ମଧ୍ୟ କେବେ-କେବେ କୁହାଯାଇଥିବ, ଆରେ ତମେ ତ ପଢା-ଲେଖାରେ ଏତେ ତେଜସ୍ୱୀ ଅଛ, ଏହି ଖେଳକୁଦରେ ସମୟ କାହିଁକି ନଷ୍ଟ କରୁଛ? ଏଭଳି ବହୁତ କିଛି ପ୍ରତିବନ୍ଧକ ଆସିଥିବ । କିନ୍ତୁ କିଏ ଥିବେ ଯିଏ ସେହି ଖେଳାଳୀଙ୍କ ଅଙ୍ଗୁଳି ଧରି ଆଗକୁ ବଢାଇ ନେଇଥିବେ, ଲକ୍ଷ୍ୟ ହାସଲ ଆଡକୁ ନେଇ ଯିବା ପାଇଁ ତାଙ୍କୁ ପ୍ରସ୍ତୁତ କରିଥିବେ ଏବଂ ସେ ନିଜେ-ନିଜକୁ ଏଥିରେ ମଜାଇ ରଖିଥିବେ ।

ଆଜି ଭାରତରେ ପ୍ରତିଭାର ଅଭାବ ନାହିଁ । ଶହେ ପଚିଶ କୋଟିର ଦେଶ, 35 ରୁ କମ୍ ବୟସର 65 ପ୍ରତିଶତ ଯୁବକ- କ’ଣ ହିନ୍ଦୁସ୍ଥାନ କ୍ରୀଡା ଜଗତରେ ନିଜର ନାମ ଉଜ୍ଜ୍ୱଳ କରିପାରିବ ନାହିଁ? ଆମେ କହୁ କି ଭାରତକୁ ବହୁତ ଆଗକୁ ବଢିବା ଦରକାର । ଭାରତକୁ ଆଗକୁ ବଢିବାର ଅର୍ଥ ଏହା ନୁହେଁ ଯେ ଖାଲି ସୈନ୍ୟ ଶକ୍ତି ବଢିଯିବ, ତ ଭାରତ ଆଗକୁ ବଢିଯିବ, କେବଳ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଯିବ ତ ଭାରତ ଆଗକୁ ବଢ଼ିଯିବ । ଆଜ୍ଞା ନୁହେଁ- ଭାରତ ବିଶ୍ୱରେ ଉଚ୍ଚତମ ଶିଖରକୁ ସେତେବେଳେ ପ୍ରାପ୍ତ କରିବ ଯେତେବେଳେ ଆମେ ଜୀବନର ସମସ୍ତ କ୍ଷେତ୍ରରେ- ନୋବେଲ ପୁରସ୍କାର ମିଳିଥାଏ ତ ତେବେ ମଧ୍ୟ ଧାଡ଼ିରେ କେବଳ ଭାରତ ହିଁ ଭାରତ ଦେଖାଯାଉ, ଚଳଚ୍ଚିତ୍ର ତାରକାଙ୍କୁ ଦୁନିଆର ଓସ୍କାର ପୁରସ୍କାର ମିଳୁଛି ତ ଭାରତ ହିଁ ଭାରତ ଦେଖାଯାଉ, ଦୁନିଆର ବୈଜ୍ଞାନିକଙ୍କ ବିଷୟରେ ଚର୍ଚ୍ଚା ହେଉଛି ତ ଭାରତ ହିଁ ଭାରତ ଦୃଷ୍ଟିକୁ ଆସୁ, ଖେଳର ଚର୍ଚ୍ଚା ହେଉ ତ ଭାରତ ହିଁ ଭାରତ ଦୃଷ୍ଟିକୁ ଆସୁ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯଦି ଆମେ ଭାରତକୁ ବିଶ୍ୱର ଶୀର୍ଷରେ ପହଂଚାଇବାର ସଂକଳ୍ପ କରି ଚାଲିବା- ଆଜି ନୁହେଁ ତ କାଲି ଏହା ହୋଇ କରି ରହିବ । ଆଉ ମୁଁ ଏହା ଆତ୍ମବିଶ୍ୱାସର ସହିତ ଏଥିପାଇଁ କହୁଛି କାରଣ ମୋତେ ଦେଶର ପ୍ରତିଭାମାନଙ୍କ ମଧ୍ୟରେ, ଦେଶର ଯୁବ ପିଢିମାନଙ୍କ ଉପରେ ସଂପୂର୍ଣ୍ଣ ଭରସା ଅଛି ।

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ – ଯେପରି କି ମୁଁ କହିଲି କି ଏକ ପ୍ରତିଦ୍ୱନ୍ଦିତା ହୋଇଯିବ, ଜିତିଲାବାଲାଙ୍କୁ ପଦକ ମିଳିଯିବ- ଏତିକି ନୁହେଁ । ଏକ ବୌଦ୍ଧିକ ଅଭିବ୍ୟକ୍ତି ସହିତ, ଏକ ବିସ୍ତୃତ ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରେ ସେ ହୁଏତ ଭିତ୍ତିଭୂମି ବିକାଶ କରିବାର ହେଉ, ତାଲିମର, ପ୍ରଶିକ୍ଷଣର ବିଷୟ ହେଉ, ମାନବ ସମ୍ବଳ ବିକାଶର କଥା ହେଉ, ଖେଳର ନିୟମ ତଳ ସ୍ତର ପର୍ଯ୍ୟନ୍ତ ସମାନ ଭାବେ ପହଂଚୁ, ଖେଳ ପଡ଼ିଆ ବିଷୟରେ ସୂଚନା ଶେଷ ସ୍ତର ପର୍ଯ୍ୟନ୍ତ ଠିକ୍ ହେଉ; ଗୋଟିଏ-ଗୋଟିଏ ଜିନିଷ ଉପରେ ଧ୍ୟାନ ଦେଇ ଖେଳକୁ ବୈଜ୍ଞାନିକ କୌଶଳ ପ୍ରୟୋଗ କରି ବିକଶିତ କରିବାର ପ୍ରୟାସ ଆରମ୍ଭ ହୋଇଛି ।

ସବୁଠାରୁ ବଡ଼ କଥା ହେଉଛି ପ୍ରତିଭାଙ୍କୁ ଖୋଜିବା, ଦେଶର କୋଣ ଅନୁକୋଣରୁ ପ୍ରତିଭା ଖୋଜିବା । ଆଉ ସେହି ପ୍ରତିଭା, ଅନଲାଇନ ପରୀକ୍ଷା ଦେଇ ଖୋଜାଯାଇ ପାରିବ ନାହିଁ । ଖେଳ ବିଷୟରେ କିଏ କେତେ ଭଲ ଉତ୍ତର ଦେଉଛି ଏହାଦ୍ୱାରା ହୁଏ ନାହିଁ । ଖେଳ ପାଇଁ ପ୍ରତିଭା ଖେଳ ପଡ଼ିଆରୁ ହିଁ ବାହାରି ଥାଆନ୍ତି, ଖେଳ ପଡ଼ିଆରୁ ହିଁ ବିକଶିତ ହୋଇ ଥାଆନ୍ତି । ଆଉ ଏଥିପାଇଁ ସ୍କୁଲ ସ୍ତରରେ କ୍ରମାଗତ ଭାବେ ଖେଳ ଚାଲୁ ରହୁ, ସେମାନଙ୍କର ରେକର୍ଡ ବଜାୟ ରହୁ, ସେହି ରେକର୍ଡ ବଜାୟ ରଖି ସେଥିରୁ ତେଜସ୍ୱୀ ପ୍ରତିଭାମାନଙ୍କୁ ବଛାଯାଉ । ଆଉ ପ୍ରକୃତ ଅର୍ଥରେ ତେଜସ୍ୱୀ ପ୍ରତିଭାମାନଙ୍କୁ ସୁଯୋଗ ମିଳିବ ଆଉ ସେହି ପ୍ରତିଭାମାନଙ୍କୁ ଭଲ ପ୍ରଶିକ୍ଷଣ ମିଳିବ ତ ମୋର ବିଶ୍ୱାସ ଅଛି ମୋ ଦେଶର ଯୁବକ ପ୍ରଶିକ୍ଷଣ ପାଇଁ ନିଜକୁ ନିଜେ ଯେତିକି ନିୟୋଜିତ କରିବେ, ଯୋଡ଼ିବେ, ପରିଶ୍ରମ କରିବେ; ସେମାନେ କେବେ ହେଲେ ମଧ୍ୟ ପଛକୁ ଫେରିବ ନାହିଁ, ସେ ପରିଣାମ ଆଣି କରି ରହିବେ ।

ଆଉ ଏଥିପାଇଁ ପ୍ରତିଭା ଅନ୍ୱେଷଣ ପରେ, ସରକାର ଏକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ କରିଛନ୍ତି । ସାରା ଦେଶରେ ପାଖାପାଖି ଖେଳ ସହିତ ଜଡିତ ଏକ ହଜାର ପିଲାଙ୍କୁ ମନୋନୀତ କରାଯିବ । ଯିଏ ହେଉଛନ୍ତି ତେଜସ୍ୱୀ, ଯିଏ ହେଉଛି ସାମର୍ଥ୍ୟବାନ, ଯେଉଁମାନଙ୍କଠାରେ ଜନ୍ମଗତ ଗୁଣ ଅଛି, କ୍ରୀଡା ପାଇଁ ଯେଉଁ ସାମର୍ଥ୍ୟ ଦରକାର, ଗୁଣ ଆବଶ୍ୟକ- ତାଙ୍କ ମଧ୍ୟରେ ଅଛି, ପ୍ରତ୍ୟେକ କଷଟିକୁ ଅତିକ୍ରମ କରି ବାହାରି ଆସିଥାନ୍ତି- ଏଭଳି 1000 ପିଲାଙ୍କୁ ପ୍ରତ୍ୟେକ ବର୍ଷ ପାଞ୍ଚ ଲକ୍ଷ ଟଙ୍କାର ରାଶି ଦିଆଯିବ ।

ପ୍ରତ୍ୟେକ ବର୍ଷ ଏକ-ଏକ ହଜାର ପିଲାଙ୍କୁ ମନୋନୀତ କରାଯିବ । ପାଞ୍ଚ ବର୍ଷରେ, ଆମ ଦେଶରେ, ଆମ ପାଖରେ ଏଭଳି ପାଞ୍ଚ ହଜାର ପିଲା ଥିବେ ଯେଉଁମାନଙ୍କ ମଧ୍ୟରେ ଏହି ଜନ୍ମଗତ ଗୁଣ ଥିବ । ଆଗକୁ ବଢିବା ପାଇଁ ପ୍ରଶିକ୍ଷଶ ବ୍ୟବସ୍ଥା ହେବ, ଦୁନିଆର ସର୍ବୋତ୍ତମ ପ୍ରଶିକ୍ଷକ ସେମାନଙ୍କ ପାଇଁ ଉପଲବ୍ଧ ହେବେ, ଦୁନିଆରେ ଯେଉଁଠାରେ ମଧ୍ୟ ଉତ୍ତମ ପ୍ରଶିକ୍ଷଣ ଥିବ, ସେଠାକୁ ଯିବାର ସୁଯୋଗ ମିଳିବ ଏବଂ ସେମାନଙ୍କର ମାତା-ପିତାଙ୍କୁ ମଧ୍ୟ ଆର୍ଥିକ କାରଣରୁ ପିଲାମାନଙ୍କୁ କେବେ ଅଟକାଇ ଦେଉଥିଲେ, ଆଉ ଏହା ଅନୁଭବ ହୋଇଛି କି ଏହି ଦିନମାନଙ୍କରେ ଭାରତରେ ଗାଁର ପିଲା ଆଗକୁ ଆସୁଛନ୍ତି, ଦ୍ୱିତୀୟ ଶ୍ରେଣୀ ସହରର ପିଲା ଆଗକୁ ଆସୁଛନ୍ତି । ଏବେ ସେମାନଙ୍କ ପରିବାର ପାଖରେ ସଂସାଧନ ନାହିଁ ତ ଭାରତର ଏକ ରତ୍ନ ସେଠାରେ ଅଟକି ଯିବ । ଆଉ ଏଥିପାଇଁ ପାଞ୍ଚ ଲକ୍ଷ ଟଙ୍କାର ବ୍ୟବସ୍ଥା, ପରିବାରର ସମର୍ଥନ ମଧ୍ୟ ତାକୁ ମିଳିବ । ତା ପାଇଁ କି ପ୍ରକାରର ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି, ତାର ମାନସିକ ସ୍ଥିତି ପାଇଁ କ’ଣ କରିବା ଦରକାର-ଏହି ସମସ୍ତ କଥା ଉପରେ ପ୍ରଶିକ୍ଷଣ ଦେବା ଉପରେ କାର୍ଯ୍ୟ ହେବ ।

ଆମେ ଆଉ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛୁ-ଏବେ ଯେତେବେଳେ ଭାରତୀୟ ଖେଳାଳୀ ଭାରତର ନାମ ଉଜ୍ଜ୍ୱଳ କରି ଆସୁଛନ୍ତି ତ ରାଜ୍ୟରେ ଏକ ଆନନ୍ଦ ଦାୟକ ବାତାବରଣ ସୃଷ୍ଟି ହେଉଛି, ରାଜ୍ୟ ଗୁଡିକ ଅନେକ ପ୍ରକାରର ପୁରସ୍କାର ଘୋଷଣା କରିଥାନ୍ତି, ସାଧାରଣ ସମାଜରୁ ମଧ୍ୟ ଲୋକ ପୁରସ୍କାର ଘୋଷଣା କରିଥାନ୍ତି, କିନ୍ତୁ ଏବେ ସେମାନଙ୍କର ଯିଏ ପ୍ରଶିକ୍ଷକ ଥାଆନ୍ତି, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯହାଙ୍କ ସହିତ ତାଙ୍କର ସଂପର୍କ ରହିଥାଏ- ତାଙ୍କୁ ସ୍ୱୀକୃତି ଦିଆଯାଉଛି ।

ଏହାତ କରିବା ଦରକାର, କିନ୍ତୁ ବାଳକ ଅବସ୍ଥାରେ ଯେଉଁ ଗୁରୁ ତାଙ୍କୁ ଅନ୍ୱେଷଣ କରିଛନ୍ତି, ପ୍ରାରମ୍ଭିକ ଅବସ୍ଥାରେ ଯେଉଁ ଗୁରୁ ଦୁଇ-ଚାରି-ପାଞ୍ଚ ବର୍ଷ ଲାଗି ତାଙ୍କୁ ପ୍ରସ୍ତୁତ କରିଛନ୍ତି, ଆଗକୁ ନୂଆ ନୂଆ ଗୁରୁ ମିଳି ଚାଲିଥିବେ କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ଯେଉଁ ଗୁରୁ ମିଳିଥିଲେ, ତାଙ୍କରି ଠାରୁ ସେ ଜୀବନରେ ଏହି କ୍ଷେତ୍ରରେ ଆଗକୁ ବଢ଼ିଛି । ଆଉ ଏଥିପାଇଁ ଆମେ ସ୍ଥିର କରିଛୁ କି ଯେଉଁ ଖେଳାଳୀ ନାମ ଉଜ୍ଜ୍ୱଳ କରୁଛନ୍ତି, ସେମାନଙ୍କ ପାଇଁ, ସେମାନଙ୍କ ପାଇଁ ଯାହା ପୁରସ୍କାର ସ୍ଥିର ହେଉଛି, ସେଥିରୁ ମଧ୍ୟ ତାଙ୍କ ପ୍ରଶିକ୍ଷକଙ୍କ ପାଇଁ ସ୍ଥିର ହେଉଛି- ଏବେ ସେହି ଖେଳାଳୀଙ୍କ ସମ୍ପୂର୍ଣ୍ଣ ଜୀବନକାଳରେ ଯେଉଁ-ଯେଉଁ ଗୁରୁମାନଙ୍କର ଯୋଗଦାନ ରହିଛି- ସେମାନେ ମଧ୍ୟ ପୁରସ୍କାରର ଅଧିକାରୀ ହେବେ । ଏହା ବହୁତ ବଡ଼…ଆଉ ଏଥିପାଇଁ କ୍ରୀଡା ନିମନ୍ତେ ଯେଉଁ ଲୋକମାନେ ସମର୍ପିତ ହୋଇଥାଆନ୍ତି ସେମାନେ ଧନ ଏବଂ ପ୍ରସିଦ୍ଧି ପାଇଁ ନୁହେଁ, ସେମାନଙ୍କ ମଧ୍ୟରେ ଏକ ଇଚ୍ଛାଶକ୍ତି ରହିଥାଏ । ଆପଣମାନେ ମଧ୍ୟ ଦେଖିଥିବେ ଯେତେବେଳେ ଅନ୍ତରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା ହୋଇଥାଏ ଏବଂ ଭାରତର ଖେଳାଳୀ ଯେବେ ଖେଳିଥା’ନ୍ତି- ସେ ଲଢ଼େଇ କରିଥା’ନ୍ତି, ସଂପୂର୍ଣ୍ଣ ଭାବେ ମନ ପ୍ରାଣ ଲଗାଇ ଦେଇଥା’ନ୍ତି । କିନ୍ତୁ ଯେମିତି ହିଁ ବିଜୟୀ ହୋଇ ତାଙ୍କ ହାତକୁ ତ୍ରିରଙ୍ଗା ଆସିଥାଏ, ତାଙ୍କ ସଂପୂର୍ଣ୍ଣ ଶରୀରର ପରିଭାଷା ବଦଳି ଯାଇଥାଏ । ସମସ୍ତ ଥକାପଣ ଦୂର ହୋଇ ଯାଇଥାଏ । କୌଣସି ଠାରେ ଆଘାତ ଲାଗିଥାଉ, ରକ୍ତ ବାହାରି ଥାଉ, ସବୁ କିଛି ଭୁଲି ଯାଇଥାଏ । ହାତରେ ତ୍ରିରଙ୍ଗା ନେଇ ଏପରି ଦୌଡ଼ିଥାଏ- ଜଣେ ଖେଳାଳୀ ଦୁନିଆର କୌଣସି ଏକ କୋଣରେ ହାତରେ ତ୍ରିରଙ୍ଗା ନେଇ ଦୌଡ଼ିଥାଏ- ସମଗ୍ର ହିନ୍ଦୁସ୍ଥାନରେ ଉର୍ଜ୍ଜା ଭରି ଦେଇଥାଏ, ଚେତନା ଭରି ଦେଇଥାଏ ।

ଆଉ ଥରେ ଏହି ପରମ୍ପରାକୁ ଆମେ ସାବ୍ୟସ୍ତ କରିବା ଏବଂ ଭାରତରେ କ୍ରୀଡ଼ା ନୂଆ କଥା ନୁହେଁ । ଆପଣମାନଙ୍କ ମଧ୍ୟରୁ କାହାକୁ ଯଦି ମହେଞ୍ଜୋଦାରୋ ସଂସ୍କୃତି ଏବଂ ସେହି ପରମ୍ପରାର ଅଧ୍ୟୟନ କରିବାର ଅବସର ମିଳିଥିବ- ହଜାର ବର୍ଷ ପୁରୁଣା ଜୀବନ ବ୍ୟବସ୍ଥା, ଗୁଜରାଟ ମଧ୍ୟରେ ଧୌଲାଙ୍ଗବୀରା- ପାଞ୍ଚ ହଜାର ବର୍ଷ ପୁରୁଣା ସେହି ସ୍ଥାନ ପ୍ରତ୍ନତତ୍ତ୍ଵବିଦମାନେ ଖୋଜି ବାହାର କରିଛନ୍ତି । ମୁଁ ଯେତେବେଳେ ସେଠାକୁ ପ୍ରଥମ ଥର ଦେଖିବାକୁ ଯାଇଥିଲି ତ ସେଠାକାର ମାର୍ଗଦର୍ଶକ ମୋତେ କହିଲେ କି ପାଞ୍ଚ ହଜାର ବର୍ଷ ପୂର୍ବରୁ ଧୌଲାଙ୍ଗବୀରାରେ ହଜାରେ ଲୋକ ବସିଲା ଭଳି, ଏପରି ବହୁତ ବଡ଼ ଷ୍ଟାଡିୟମ ଥିଲା । ଆଉ ଆଜି ମଧ୍ୟ ତାହାର ସମସ୍ତ ଅବଶିଷ୍ଟାଂଶ ଦେଖିବାକୁ ମିଳୁଛି ।

କହିବାର ତାତ୍ପର୍ଯ୍ୟ ଏହା କି ଭାରତରେ ଖେଳ ପରମ୍ପରା ନୂଆ ନୁହେଁ । ଆମେ ନୂତନ ଭାବରେ ବିଶ୍ୱସ୍ତରୀୟ ପରିବେଶରେ, ଆଧୁନିକ ସଂସାଧନ ସହିତ, ଆଧୁନିକ ବାତାବରଣ ସହିତ, ଆଧୁନିକ ନିୟମ ସହିତ ଏହି କ୍ରୀଡ଼ା ଜଗତରେ ନିଜକୁ ଉପସ୍ଥାପିତ କରିବାର ଅଛି ।

ଆଜିକାର ଏହି ଅବସର ‘ଖେଲୋ ଇଣ୍ଡିଆ’, ଦେଶର କୋଣ ଅନୁକୋଣରୁ 17 ବର୍ଷରୁ କମ୍ ପିଲା ଏଠାକୁ ଖେଳିବାକୁ ଆସିଛନ୍ତି ଆଉ ଖେଳ, ଖେଳୁ-ଖେଳୁ ହିଁ ଖେଳୁଆଡ଼ ମନୋଭାବ ନିଜ ଭିତରେ ଜନ୍ମ ନେଇଥାଏ । ଏଠାକୁ ଯେତେଜଣ ଆସିଛନ୍ତି- ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଅନୁଭୂତି ନେଇ କରି ଯିବେ । ଭାରତର ବିବିଧତାଗୁଡ଼ିକୁ ଅନୁଭବ କରିଯିବେ । ଭାଷା ନ ଆସୁଥିଲେ ମଧ୍ୟ ନିଜସ୍ୱ ଭାବର ମହକରେ ନୂତନ ଉର୍ଜ୍ଜା, ନୂତନ ଶକ୍ତି ଦେବ ।

ମୁଁ ଏହି ଏକ ଭାବନା ସହିତ ଆପଣ ସମସ୍ତ ଖେଳାଳୀଙ୍କୁ ହୃଦୟର ସହିତ ଅନେକ-ଅନେକ ଶୁଭକାମନା ଜଣାଉଛି । 8 ଫେବୃୟାରୀରେ ଯେତେବେଳେ ଖେଳ ସମାପ୍ତ ହେବ, ଆପଣମାନେ ଯେତେବେଳେ ନିଜ ଅଂଚଳକୁ ଫେରିବେ- ବହୁତଗୁଡ଼ିଏ ନୂଆ କଥା ଶିକ୍ଷା କରି ଯିବେ, ଅନେକ ନୂତନ ବନ୍ଧୁ ସୃଷ୍ଟି କରିଯିବେ, ଗୋଟିଏ ଭାରତକୁ ଏହି ଷ୍ଟାଡିୟମରେ ଅନୁଭବ କରିବାର ସୁଯୋଗ ନେଇ ଯିବେ । ନିଜକୁ କିପରି ସମୂହ ମଧ୍ୟରେ ରଖିବାକୁ ହୁଏ, ଏହି ସହଜ ସଂସ୍କାର ପ୍ରାପ୍ତ କରିଯିବେ ।

ମୁଁ ସେହି ସମସ୍ତ ପିଲାମାନଙ୍କୁ ଶୁଭକାମନା ଜଣାଉଛି, ସେମାନଙ୍କର ଗୁରୁଜନମାନଙ୍କୁ ଶୁଭକାମନା ଜଣାଉଛି, ସେମାନଙ୍କ ମାତା-ପିତାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଯେ ସେମାନେ ନିଜ ପିଲାଙ୍କୁ କ୍ରୀଡ଼ା ଜଗତରେ ଆଗକୁ ଆସିବା ପାଇଁ ପ୍ରୋତ୍ସାହିତ କରିଛନ୍ତି । ଆଉ ଏଥିପାଇଁ ଅନେକ-ଅନେକ ଶୁଭକାମନା ସହିତ ମୁଁ ପ୍ରଥମ ‘ଖେଲୋ ଇଣ୍ଡିଆ’ ସ୍କୁଲ କ୍ରୀଡ଼ାର ଶୁଭାରମ୍ଭର ଘୋଷଣା କରୁଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares address by Shri Amit Shah in Lok Sabha on India’s decisive fight against Naxalism
March 30, 2026

The Prime Minister, Shri Narendra Modi shared the outstanding speech delivered by Union Home Minister Shri Amit Shah ji, noting that it was filled with important facts, historical context, and a detailed account of the Government’s efforts over the past decade. Shri Modi highlighted that for decades, the retrograde Maoist ideology had an adverse impact on the development of several regions, with Left Wing Extremism severely affecting the future of countless youngsters.

He further underlined that over the last ten years, the Government has worked towards uprooting this menace, while simultaneously ensuring that the benefits of development reach areas affected by Naxalism. The Prime Minister reaffirmed that the Government will continue to focus on strengthening good governance and ensuring peace and prosperity for all.

The Prime Minister posted on X:

“This is an outstanding speech by the Home Minister, Shri Amit Shah Ji, filled with important facts, historical context and the efforts of our Government in the last decade.

For decades, the retrograde Maoist ideology had an adverse impact on the development of several regions. Left Wing Extremism has ruined the future of countless youngsters.

In the last decade, our Government has worked towards uprooting this menace and at the same time ensuring the fruits of development reach areas affected by Naxalism. We will keep focusing on furthering good governance and ensuring peace and prosperity for all.”