PM Modi inaugurates the Arunachal Civil Secretariat in Itanagar, Arunachal Pradesh
I can tell you with great pride that ministers & officials from the Centre are visiting the Northeast very regularly: PM Modi
I am delighted to visit Arunachal Pradesh and be among the wonderful people of this state: PM Modi in Itanagar
For farmers, we are ensuring they get better access to markets, says PM Modi
#AyushmanBharat scheme will take the lead in providing quality and affordable healthcare: PM in Itanagar
PM Modi says that development will originate in Arunachal Pradesh in the coming days & this development will illuminate India

ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଯେତେବେଳେ ସାରା ହିନ୍ଦୁସ୍ଥାନ ଉଦୀୟମାନ ସୂର୍ଯ୍ୟଙ୍କ ଆଡ଼କୁ ଦେଖିଥାଏ, ସୂର୍ଯ୍ୟଙ୍କ ଉଦୟକୁ ଦେଖିଥାଏ; ସାରା ହିନ୍ଦୁସ୍ଥାନକୁ ସର୍ବପ୍ରଥମେ ଅରୁଣାଚଳ ପ୍ରଦେଶ ଆଡ଼କୁ ମୁହଁ ବୁଲାଇବାକୁ ପଡ଼ିଥାଏ । ଆମର ସାରା ଦେଶ, 130ରୁ କୋଟିରୁ ଅଧିକ ଦେଶବାସୀଙ୍କୁ ସୂର୍ଯ୍ୟଙ୍କ ଉଦୟକୁ ଦେଖିବାକୁ ହେଲେ ଅରୁଣାଚଳ ଆଡ଼କୁ ନଚାହିଁ ସୂର୍ଯ୍ୟଙ୍କ ଉଦୟକୁ ଦେଖିପାରିନଥା’ନ୍ତି । ଯେଉଁ ଅରୁଣାଚଳ ପ୍ରଦେଶରୁ ଅନ୍ଧାର ଦୂର ହେଉଛି, ଆଲୋକ ବ୍ୟାପୁଛି, ଆଗାମୀ ଦିନରେ ମଧ୍ୟ ଏଠାରେ ବିକାଶର ଏପରି ଆଲୋକ ବ୍ୟାପିବ ଯାହା ସାରା ଭାରତକୁ ଆଲୋକିତ କରିବାରେ ସହାୟକ ହେବ ।

ମୋତେ ଅନେକ ଥର ଅରୁଣାଚଳ ଆସିବାର ସୁଯୋଗ ମିଳିଛି । ଯେତେବେଳେ ସଂଗଠନର କାମ କରୁଥିଲି, ସେତେବେଳେ ମଧ୍ୟ ଆସିଥିଲି, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ଆସିଥିଲି ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ଦ୍ୱିତୀୟ ଥର ପାଇଁ ଆପଣମାନଙ୍କ ଗହଣରେ, ଆପଣମାନଙ୍କର ଦର୍ଶନ କରିବା ଲାଗି ମୋତେ ସୁଯୋଗ ମିଳିଛି ।

ଅରୁଣାଚଳ ଏପରି ଏକ ରାଜ୍ୟ ଯଦି ଆପଣ ସାରା ହିନ୍ଦୁସ୍ତାନ ଭ୍ରମଣ କରି ଆସୁଛନ୍ତି, ସପ୍ତାହ ବ୍ୟାପୀ ଭ୍ରମଣ କରି ଆସୁଛନ୍ତି ଏବଂ ଅରୁଣାଚଳରେ ଦିନେ ଭ୍ରମଣ କରନ୍ତୁ, ସାରା ସପ୍ତାହବ୍ୟାପୀ ଭ୍ରମଣରେ ସାରା ହିନ୍ଦୁସ୍ତାନରେ ଆପଣ ଯେତେଥର ଜୟ ହିନ୍ଦ ଶୁଣିଥିବେ, ଗୋଟିଏ ଦିନରେ ତା’ଠାରୁ ଅଧିକ ଥର ଜୟହିନ୍ଦ ଆପଣ ଅରୁଣାଚଳ ପ୍ରଦେଶରେ ଶୁଣିବାକୁ ପାଇବେ । ଅର୍ଥାତ ବୋଧହୁଏ ସାରା ଭାରତରେ ଏପରି ପରମ୍ପରା କେବଳ ଅରୁଣାଚଳ ପ୍ରଦେଶରେ ଦେଖିବାକୁ ମିଳିଥାଏ, ଯେଉଁଠି ପରସ୍ପରକୁ ଅଭିବାଦନ ଜଣାଇବା ଲାଗି ସାମାଜିକ ଜୀବନର ସ୍ୱଭାବ ଜୟହିନ୍ଦରୁ ଆରମ୍ଭ ହେଉଛି ଏବଂ ଜୟହିନ୍ଦ ସହ ଯୋଡ଼ି ହୋଇଯାଇଛି । ରକ୍ତର ପ୍ରତିଟି ବିନ୍ଦୁରେ ଭରି ରହିଥିବା ଦେଶଭକ୍ତି, ଦେଶ ପ୍ରତି ଭଲ ପାଇବା; ଏହା ଅରୁଣାଚଳବାସୀ ନିଜେ; ଏହି ତପସ୍ୟା କରି ଏହାକୁ ନିଜ ରକ୍ତର ପ୍ରତିଟି ବିନ୍ଦୁର ଅଂଶବିଶେଷ କରିଦେଇଛନ୍ତି, ପ୍ରତିଟି ପ୍ରାଣବିନ୍ଦୁର ଅଂଶ କରିଦେଇଛନ୍ତି ।

ଉତ୍ତର-ପୂର୍ବାଂଚଳରେ ସବୁଠୁ ଅଧିକ ହିନ୍ଦୀ କହୁଥିବା-ବୁଝୁଥିବା ରାଜ୍ୟ ଯଦି କେଉଁଠି ଅଛି, ତାହା ମୋର ଅରୁଣାଚଳ ପ୍ରଦେଶ । ଆହୁରି ମୁ ତ’ ଆଶ୍ଚର୍ଯ୍ୟରେ ପଡ଼ିଥାଏ ଏବେ ଉତ୍ତର-ପୂର୍ବାଂଚଳକୁ ମୁଁ ନିୟମିତ ଆସୁଛି, ପୂର୍ବରୁ ତ’ ଆପଣମାନେ ଜାଣିଥିବେ ପ୍ରଧାନମନ୍ତ୍ରୀମାନଙ୍କର ଏତେ କାମ ଥିଲା ଯେ ସେ ଏଠାକୁ ଆସିପାରୁନଥିଲେ । ଆହୁରି ମୁଁ ଏମିତି ଏକ ପ୍ରଧାନମନ୍ତ୍ରୀ ଯେ ଆପଣମାନଙ୍କ ଗହଣକୁ ନଆସି ରହିପାରୁନାହିଁ । କିନ୍ତୁ ଉତ୍ତର-ପୂର୍ବାଂଚଳକୁ ଆସିଲେ ମୁଁ ଏବେ ଦେଖିପାରୁଛି ଯେ ବହୁସଂଖ୍ୟାରେ ନବଯୁବକ ହାତରେ ବ୍ୟାନର ଧରି ଛିଡ଼ା ହୋଇଯାଉଛନ୍ତି ଏବଂ ଦାବି କରୁଛନ୍ତି ଯେ ଆମକୁ ହିନ୍ଦୀ ଶିଖିବାର ଅଛି, ଆମକୁ ହିନ୍ଦୀ ଶିଖାଅ । ଏହା, ଏହା ଏକ ବଡ଼ ବିପ୍ଳବ । ନିଜ ଦେଶର ଲୋକମାନଙ୍କ ସହିତ ସେମାନଙ୍କ ଭାଷାରେ କଥାବାର୍ତ୍ତା କରିପାରିବା, ଏହି ଯେଉଁ ଲୋଭ ଯୁବପିଢ଼ି ନିକଟରେ ରହିଛି; ଏହା ବହୁତ ବଡ଼ ଶକ୍ତି ନେଇ ଆସିଛି ।

ଆଜି ମୁଁ ଏଠାରେ ତିନୋଟି କାର୍ଯ୍ୟକ୍ରମରେ ଭାଗ ନେଇଛି । ଭାରତ ସରକାରଙ୍କ ବଜେଟରୁ, ଭାରତ ସରକାରଙ୍କ ଯୋଜନାରୁ, DoNER(ଉତ୍ତର ପୂର୍ବାଂଚଳ ବିକାଶ) ମନ୍ତ୍ରଣାଳୟର ମାଧ୍ୟମରେ ଏହି ଦୁର୍ଲଭ ଉପହାର ଅରୁଣାଚଳର ଜନତାଙ୍କୁ ମିଳିଛି । ସଚିବାଳୟର କାମ ଆରମ୍ଭ ହୋଇସାରିଛି । ବେଳେ ବେଳେ ଆମେ ଖବରକାଗଜରେ ଦେଖିଥାଉ ଯେ ସେତୁ ନିର୍ମାଣ ହୋଇଥାଏ କିନ୍ତୁ ନେତାଙ୍କୁ ସମୟ ମିଳେ ନାହିଁ, ସେଥିପାଇଁ ସେତୁର ଉଦଘାଟନ ହୋଇନଥାଏ ଏବଂ ମାସ ମାସ ପର୍ଯ୍ୟନ୍ତ ପଡ଼ିରହିଥାଏ । ରାସ୍ତା ନିର୍ମାଣ ହୋଇଯାଇଥାଏ, କିନ୍ତୁ ନେତାଙ୍କୁ ସମୟ ମିଳେ ନାହିଁ, ରାସ୍ତା ସେପରି ପଡ଼ିରହିଥାଏ ।

ଆମେ ଆସି ଏକ ନୂଆ ସଂସ୍କୃତି ଆରମ୍ଭ କରିଛୁ । ଆମେ ଏହି ନୂଆ ପରମ୍ପରା ଆରମ୍ଭ କରିଛୁ ଯେ ଆପଣମାନେ ନେତାଙ୍କୁ ଅପେକ୍ଷା କରନ୍ତୁ ନାହିଁ, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରନ୍ତୁ ନାହିଁ  । ଯଦି ଯୋଜନା ସମ୍ପୂର୍ଣ୍ଣ ହୋଇସାରିଛି, ଉପଯୋଗ କରିବା ଆରମ୍ଭ କରିଦିଅନ୍ତୁ, ଯେତେବେଳେ ଆସିବାର ସୁଯୋଗ ମିଳିବ ସେଦିନ ଲୋକାର୍ପଣ କରିଦେବେ, କାମ ଅଟକିବା ଉଚିତ ନୁହେଁ । ଆହୁରି ମୁଁ ପେମାଜୀଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେ କାର୍ଯ୍ୟ ଆରମ୍ଭ କରିଦେଲେ ଏବଂ ଲୋକାର୍ପଣ କାର୍ଯ୍ୟ ଆଜି ହେଉଛି । ଅର୍ଥ କିପରି ସଂଚୟ ହୋଇପାରିବ? ଅର୍ଥର କିପରି ସଦୁପଯୋଗ ହେବ? ଏହା ଆମେ ଭଲ ଭାବେ ଛୋଟ ନିଷ୍ପତ୍ତି ନେଇ ମଧ୍ୟ ବୁଝିପାରିବା, ଦେଖିପାରିବା ।

ଯେତେବେଳେ ସରକାରୀ କଳ ଭିନ୍ନ ଭିନ୍ନ ସ୍ଥାନରେ ଥାଏ, କୌଣସି ବିଭାଗ ଏଠି, କୌଣସି ବିଭାଗ ସେଠି, କେହି ଏଠି ବସିଛି ତ’ ପୁଣି ଆଉ କେହି ସେଠି ବସିଛି । କୋଠା ମଧ୍ୟ ପୁରୁଣା, ଯେଉଁ ଅଫିସର ବସିଛନ୍ତି ସେ ମଧ୍ୟ ଭାବୁଥିବେ ଘରକୁ କେମିତି ଶୀଘ୍ର ଯିବେ । ଏପରି ପରିବେଶ କ’ଣ ଠିକ? ଯଦି କାର୍ଯ୍ୟାଳୟର ପରିବେଶ ଠିକ ହୋଇଥାଏ ତା’ହେଲେ କାର୍ଯ୍ୟ ସଂସ୍କୃତି ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପଡ଼ିଥାଏ, ସେତେ ସ୍ୱଚ୍ଛ ହୋଇଥାଏ, ଫାଇଲ ଠିକ ଭାବେ ସଜା ହୋଇ ରଖାଯାଇଥାଏ, ନଚେତ କେତେକେବେଳେ କ’ଣ ହୋଇଥାଏ ଅଧିକାରୀ ଯେତେବେଳେ କାର୍ଯ୍ୟାଳୟକୁ ଯାଇଥା’ନ୍ତି ପ୍ରଥମେ ଚୌକିକୁ ଏପଟସେପଟ କରିଥା’ନ୍ତି, ଯେମିତି ଧୂଳି ଉଡ଼ିଯାଉ ଓ ତା’ପରେ ସେ ବସିଥା’ନ୍ତି । କିନ୍ତୁ ତାଙ୍କୁ ଜଣାନଥାଏ ଯେ ସେ ଯାହା ଉଡ଼ାଇଥା’ନ୍ତି, ପରେ ତାହା ସେହିଠାରେ ପଡ଼ିରହିଥାଏ । କିନ୍ତୁ ଏକ ଭଲ କାର୍ଯ୍ୟାଳୟ ଥିବା କାରଣରୁ ଏବଂ ଗୋଟିଏ କ୍ୟାମ୍ପସରେ ସମସ୍ତ ୟୁନିଟ ଆସିଯିବା କାରଣରୁ ଏବେ ଗାଁରୁ କୌଣସି ବ୍ୟକ୍ତି ଆସିଲେ, ସଚିବାଳୟରେ ତା’ର କାମ ଥିଲେ ତା’କୁ ବିଚରାକୁ, ତା’କୁ କିଏ କହିଥାଏ ଯେ ଏଠି ନୁହେଁ, ଦୂରକୁ ଯାଅ, ତା’କୁ ସେଠାରୁ ଦୁଇ କିଲୋମିଟର ଦୂର ଯିବାକୁ ପଡ଼ିଥାଏ । ଏହାପରେ ସେ ସେଠାକୁ ଯାଇଥାଏ, କେହି କହିଥାଏ ଯେ ଏଠାରେ ନୁହେଁ, ପୁଣି ଦୁଇ କିଲୋମିଟର ଦୂର ତୃତୀୟ କାର୍ଯ୍ୟାଳୟକୁ ଯାଇଥାଏ । ଏବେ ସେ ଏଠାକୁ ଆସି କୌଣସି ଭୁଲ ବିଭାଗରେ ପହଁଚିଗଲେ ତ’ ସିଏ କହିବ ଯେ ବାବୁ ଆପଣ ଆସିଛନ୍ତି ଭଲ କରିଛନ୍ତି, କିନ୍ତୁ ଆପଣ ପାଖରେ ଥିବା କୋଠାରୀକୁ ଚାଲିଯାଆନ୍ତୁ । ସାଧାରଣ ଜନତାଙ୍କୁ ଏହି ବ୍ୟବସ୍ଥା କାରଣରୁ ଅନେକ ସୁବିଧା ହେବ ।

ଦ୍ୱିତୀୟତଃ, ସରକାର ଅଲଗା ଅଲଗା ହୋଇ ଚାଲିପାରିବ ନାହିଁ । ଯେତେବେଳେ ସମସ୍ତେ ମିଳିମିଶି ଗୋଟିଏ ଦିଗରେ ଚାଲିଥା’ନ୍ତି ସେତେବେଳେ ସରକାର ଫଳପ୍ରଦାନକାରୀ ହୋଇଥାଏ । କିନ୍ତୁ ଯଦି ବୈଷୟିକ ରୂପରେ ସମନ୍ୱୟ ରହିଥାଏ ତା’ହେଲେ ଏହାର ଶକ୍ତି ସାମାନ୍ୟ କମିଯାଇଥାଏ, କିନ୍ତୁ ଯଦି ସହଜ ଭାବେ ସମନ୍ୱୟ ରହିଥାଏ ତା’ହେଲେ ଏହାର ଶକ୍ତି ବହୁତ ଅଧିକ ହୋଇଥାଏ । ଗୋଟିଏ କ୍ୟାମ୍ପସରେ ଯେତେବେଳେ ସମସ୍ତ କାର୍ଯ୍ୟାଳୟ ରହିଛି ତା’ହେଲେ ସହଜ ଭାବେ ମିଳାମିଶା ହୋଇଥାଏ, କ୍ୟାଣ୍ଟିନକୁ ମଧ୍ୟ ଅଧିକାରୀମାନେ ଏକ ସଙ୍ଗେ ଚାଲିଯା’ନ୍ତି, ପରସ୍ପରର ସମସ୍ୟା ସମ୍ପର୍କରେ ଚର୍ଚ୍ଚା କରି ସମାଧାନ କରିନିଅନ୍ତି । ଅର୍ଥାତ କାର୍ଯ୍ୟର ନିଷ୍ପତ୍ତି ପ୍ରକ୍ରିୟାରେ ସମନ୍ୱୟ ବଢ଼ିଥାଏ, ଡେଲିଭରୀ ସିଷ୍ଟମ ତ୍ୱରାନ୍ୱିତ ହୋଇଥାଏ, ନିଷ୍ପତ୍ତି ପ୍ରକ୍ରିୟା ବହୁତ ସରଳ ହୋଇଯାଏ । ଏବଂ ସେଥିପାଇଁ ଏହି ନୂଆ ସଚିବାଳୟ କାରଣରୁ ଅରୁଣାଚଳର ଲୋକମାନଙ୍କ ସାଧାରଣ ମାନବ ଜୀବନର ଆଶା ଆକାଂକ୍ଷା ପୂରଣ ଲାଗି… । ସେହିପରି ଆଜି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଏବଂ ଏହାକୁ ନେଇ ମୁଁ ଗର୍ବ କରୁଛି । ଶ୍ରୀମାନ ଦୋର୍ଜି ଖାଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ର ଇଟାନଗରର ଆଜି ଲୋକାର୍ପଣ କରି । ଏହା କେବଳ ଏକ ଅଟ୍ଟାଳିକାର ଲୋକାର୍ପଣ ନୁହେଁ, ଏହା ଏକପ୍ରକାରର ଅରୁଣାଚଳ ସ୍ୱପ୍ନର ଏକ ଜୀବନ୍ତ ଶକ୍ତି କେନ୍ଦ୍ର ହୋଇପାରିବ । ଏପରି ଏକ ସ୍ଥାନ ଯେଉଁଠି ସମ୍ମିଳନୀର ପାଇଁ ସୁବିଧା ରହିବ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସୁବିଧା ରହିବ ଏବଂ ଯଦି ଆମେ ଅରୁଣାଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛୁ ତା’ହେଲେ ମୁଁ ଭାରତ ସରକାରଙ୍କ ଭିନ୍ନ ଭିନ୍ନ କମ୍ପାନୀଗୁଡ଼ିକୁ କହିବି ଯେ ଏଠାରେ ଏବେ ଏକ ସମ୍ମେଳନ କେନ୍ଦ୍ର ନିର୍ମାଣ କରାଯାଇଛି, ଆପଣ ସାଧାରଣ ପରିଷଦ ବୈଠକ ଅରୁଣାଚଳ ପ୍ରଦେଶରେ  ଆୟୋଜନ କରନ୍ତୁ । ମୁଁ ଘରୋଇ ସଂସ୍ଥା ଲୋକମାନଙ୍କୁ ମଧ୍ୟ କହିବି ଯେ ଭାଇ ଠିକ ଅଛି, ଏବେ ଦିଲ୍ଲୀ-ମୁମ୍ବାଇରେ ବହୁତ କରିନେଲେ, ଟିକିଏ ଯାଆନ୍ତୁ ମୋର ପ୍ରିୟ ପ୍ରଦେଶ ଅରୁଣାଚଳକୁ, ସେହି ଉଦିତ ସୂର୍ଯ୍ୟଙ୍କ ଅଂଚଳକୁ ଯାଇ ଦେଖନ୍ତୁ । ମୁଁ ଲୋକମାନଙ୍କୁ ଠେଲିବି । ଏତେ ଅଧିକ ସଂଖ୍ୟାରେ ଲୋକମାନଙ୍କ ଯିବା-ଆସିବା ଆରମ୍ଭ ହେବ । ଆଜିକାଲି ପର୍ଯ୍ୟଟନର ଏକ କ୍ଷେତ୍ର ହେଉଛି ସମ୍ମିଳନୀ ପର୍ଯ୍ୟଟନ ଏବଂ ଏପରି ବ୍ୟବସ୍ଥା ଯଦି ରହିଛି ତା’ହେଲେ ସବୁଲୋକଙ୍କ ଆସିବା ଅତ୍ୟନ୍ତ ସ୍ୱାଭାବିକ ।

ଆମେମାନେ ସରକାରରେ ମଧ୍ୟ ଏକ ନୂଆ ପ୍ରୟୋଗ ଆରମ୍ଭ କରିଛୁ । ଆମ ସରକାର ଦିଲ୍ଲୀରେ 70 ବର୍ଷ ପର୍ଯ୍ୟନ୍ତ ଚାଲିଲା ଏବଂ ଲୋକମାନେ ଦିଲ୍ଲୀ ଆଡ଼କୁ ଦେଖୁଥିଲେ । ଆମେ ଆସି ସରକାରଙ୍କୁ ଭାରତର ପ୍ରତ୍ୟେକ କୋଣକୁ ନେଇଯିବାର ଦାୟିତ୍ୱ ଉଠାଇଛୁ । ଏବେ ସରକାର ଦିଲ୍ଲୀରୁ ନୁହେଁ, ଭାରତର ପ୍ରତ୍ୟେକ କୋଣଅନୁକୋଣରେ ଥିବା ଲୋକମାନେ ଭାବନ୍ତୁ ଯେ ସରକାର ସେମାନେ ଚଳାଉଛନ୍ତି ।

ଆମେ ଆମର ଏକ କୃଷି ସମ୍ମିଳନୀ ଆୟୋଜନ କଲୁ ତ’ ତାହା ସିକ୍କିମରେ କଲୁ, ସାରା ଦେଶର ମନ୍ତ୍ରୀମାନଙ୍କୁ ଡାକିଲୁ । ଆମେ କହିଲୁ ଟିକିଏ ଦେଖ, ସିକ୍କିମକୁ ଦେଖ, କିପରି ଜୈବିକ କୃଷିର କାର୍ଯ୍ୟ ହୋଇଛି । ଆଗାମୀ ଦିନରେ ଉତ୍ତର-ପୂର୍ବର ଭିନ୍ନ ଭିନ୍ନ ରାଜ୍ୟରେ ଭାରତ ସରକାରଙ୍କ ଭିନ୍ନ ବିଭାଗର ମନ୍ତ୍ରଣାଳୟର ବଡ଼ ବଡ଼ ବୈଠକ ଭିନ୍ନ ଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ହେଉ । ଉତ୍ତର-ପୂର୍ବ ପରିଷଦର ବୈଠକରେ ବୋଧହୁଏ ମୋରାରଜୀ ଭାଇ ଦେଶାଇ, ଶେଷ ପ୍ରଧାନମନ୍ତ୍ରୀ ଭାବେ ଆସିଥିଲେ । ଏହାପରେ କାହାକୁ ଫୁରସତ ବି ମିଳିଲା ନାହିଁ, ବହୁ ବ୍ୟସ୍ତ ଥା’ନ୍ତି ନା ପ୍ରଧାନମନ୍ତ୍ରୀ, କିନ୍ତୁ ମୁଁ ଆପଣଙ୍କ ପାଇଁ ତ’ ଆସିଛି, ଆପଣଙ୍କ କାରଣରୁ ଆସିଛି ଏବଂ ଆପଣଙ୍କ ଉଦ୍ଦେଶ୍ୟରେ ଆସିଛି ।

ତେଣୁ ସେଥିପାଇଁ ଉତ୍ତର-ପୂର୍ବ ପରିଷଦ ବୈଠକରେ ମୁଁ ଉପସ୍ଥିତ ଥିଲି, ବିସ୍ତୃତ ଭାବେ ଆଲୋଚନା କଲି । କେବଳ ସେତିକି ନୁହେଁ, ସମ୍ପୂର୍ଣ୍ଣ ଦିଲ୍ଲୀ ସରକାରର ମନ୍ତ୍ରୀମାନଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି ଯେ ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ମନ୍ତ୍ରୀ ନିଜ କର୍ମଚାରୀମାନଙ୍କୁ ନେଇ ଉତ୍ତର-ପୂର୍ବାଂଚଳର ଭିନ୍ନ ଭିନ୍ନ ରାଜ୍ୟକୁ ଯିବେ । ମାସରେ ଏମିତି ଗୋଟିଏ ସପ୍ତାହ ନଥିବ ଯେତେବେଳେ ଭାରତ ସରକାରଙ୍କ କେହି ମନ୍ତ୍ରୀ, ଉତ୍ତର-ପୂର୍ବାଂଚଳର କୌଣସି ନା କୌଣସି ରାଜ୍ୟରେ କୌଣସି ନା କୌଣସି କୋଣକୁ ଯାଇନଥିବେ ଏବଂ ଏହା ଗତ ତିନି ବର୍ଷ ଧରି ଲଗାତାର ଚାଲିଆସିଛି । କେବଳ ସେତିକି ନୁହେଁ ଡୋନର(DoNER) ମନ୍ତ୍ରଣାଳୟ ଦିଲ୍ଲୀରେ ବୈଠକ କରି ଉତ୍ତର-ପୂର୍ବାଂଚଳର କଲ୍ୟାଣ କରିବାରେ ଲାଗିଥିଲା । ଆମେ କହିଲୁ, ଯାହା କଲ, ଭଲ କଲ; ଏବେ ଆଉ ଏକ କାମ କର । ସମ୍ପୂର୍ଣ୍ଣ ଡୋନର ମନ୍ତ୍ରଣାଳୟ ପ୍ରତ୍ୟେକ ମାସ, ଏହାର ସମ୍ପୂର୍ଣ୍ଣ ସଚିବାଳୟ, ଉତ୍ତର-ପୂର୍ବକୁ ଆସୁଛି । ଭିନ୍ନ ଭିନ୍ନ ରାଜ୍ୟକୁ ଯାଉଛି, ସମୀକ୍ଷା କରୁଛି, ଅନୁଧ୍ୟାନ କରୁଛି, ଉତ୍ତରଦାୟିତ୍ୱ ରହୁଛି, ଏବଂ ଏହି କାରଣରୁ ପାରଦର୍ଶୀତା ମଧ୍ୟ ଆସିପାରୁଛି, ତୃଣମୂଳସ୍ତରରେ ପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ଏହିପରି ଏକ ବ୍ୟବସ୍ଥା ଯାହା ନିର୍ମାଣ ହୋଇଥାଏ, ଏହି ଯେଉଁ ସମ୍ମେଳନ କେନ୍ଦ୍ର ନିର୍ମିତ ହୋଇଛି, ତାହା ଭାରତ ସରକାରଙ୍କର ମଧ୍ୟ ଅନେକ ବୈଠକ ଲାଗି ଏକ ନୂଆ ସୁଯୋଗ ନେଇ ଆସିବ, ଏବଂ ଏହାର ମଧ୍ୟ ଲାଭ ମିଳିବ ।

ଆଜି ଏଠାରେ ଏକ ମେଡ଼ିକାଲ କଲେଜ, ମେଡ଼ିକାଲ ହସ୍ପିଟାଲ, ଏହାର ଶିଳାନ୍ୟାସ ପାଇଁ ମୋତେ ସୁଯୋଗ ମିଳିଛି । ଆମ ଦେଶରେ ଆରୋଗ୍ୟ କ୍ଷେତ୍ରରେ ଅନେକ କିଛି କରିବାର ଆମେ ଆବଶ୍ୟକତା ଅନୁଭବ କରୁଛୁ । ଗୋଟିଏ ହେଉଛି ମାନବ ସମ୍ବଳ ବିକାଶ, ଅନ୍ୟଟି ହେଉଛି ଭିତ୍ତିଭୂମି, ତୃତୀୟରେ ହେଉଛି ସବୁଠୁ ଅତ୍ୟାଧୁନିକ ପ୍ରଯୁକ୍ତି ସରଞ୍ଜାମ, ଆମେ ଏହି ତିନୋଟି ଦିଗରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ କାମ କରୁଛୁ ।

ଆମର ଏକ ସ୍ୱପ୍ନ ରହିଛି, ଯେତେଶୀଘ୍ର ସମ୍ଭବ ଦେଶର ପ୍ରତ୍ୟେକ ତିନୋଟି ସଂସଦୀୟ କ୍ଷେତ୍ର ମଧ୍ୟରେ ସର୍ବନିମ୍ନ ଗୋଟିଏ ବଡ଼ ହସପିଟାଲ ଏବଂ ଗୋଟିଏ ଭଲ ମେଡ଼ିକାଲ କଲେଜ ନିର୍ମିତ ହେଉ । ଭାରତରେ ଏତେ ଅଧିକ ସଂଖ୍ୟାରେ ମେଡ଼ିକାଲ କଲେଜ ନିର୍ମାଣ ହେବ ଏବଂ ସେଠାକାର ସ୍ଥାନୀୟ ପିଲା, ଛାତ୍ରଛାତ୍ରୀ ଯଦି ସେଠାରେ ମେଡ଼ିକାଲ କଲେଜରେ ପଢ଼େ ତା’ହେଲେ ସେଠାକାର ରୋଗ, ସ୍ୱାଭାବିକ ଭାବେ ହେଉଥିବା ରୋଗ, ସମ୍ପର୍କରେ ତା’କୁ ଜଣାଥାଏ ।

ସେ ଦିଲ୍ଲୀରେ ପଢ଼ିବ ତ’ ଭିନ୍ନ ବିଷୟ ପଢ଼ିବ ଏବଂ ଅରୁଣାଚଳର ରୋଗ ଭିନ୍ନ ପ୍ରକାରର ହୋଇଥିବ । କିନ୍ତୁ ଅରୁଣାଚଳରେ ପଢ଼ିବ ତ’ ତା’କୁ ଜଣାଥିବ ଯେ ଏଠାକାର ଲୋକମାନଙ୍କୁ ସାଧାରଣ ଭାବେ ଏହି ଚାରି ପାଞ୍ଚ ପ୍ରକାରର କଷ୍ଟ ରହିଥାଏ । ଏହି କାରଣରୁ ଚିକିତ୍ସାରେ ଉନ୍ନତମାନର ସୁଧାର ଆସିଥାଏ, କାରଣ ମାନବ ସମ୍ବଳ ବିକାଶରେ ସ୍ଥାନୀୟ ସ୍ପର୍ଶ ରହିଥାଏ । ଏବଂ ସେଥିପାଇଁ ଆମେ ମେଡ଼ିକାଲ ଶିକ୍ଷାକୁ ଦୂରଦୂରାନ୍ତ ଆଭ୍ୟନ୍ତରୀଣ ଅଂଚଳକୁ ନେଇଯିବା ଲାଗି ଚାହୁଁଛୁ । ଆହୁରି ଦ୍ୱିତୀୟରେ, ଯେତେବେଳେ ସେ ସେଠାକାର ମେଡ଼ିକାଲ କଲେଜରେ ପଢ଼ି ବାହାରିଥାଏ, ପରେ ସେଠାରେ ହିଁ ରହିବା ଲାଗି ପସନ୍ଦ କରିଥାଏ, ସେହି ଲୋକମାନଙ୍କ ପାଇଁ ଚିନ୍ତା କରିବା ଲାଗି ପସନ୍ଦ କରିଥାଏ ଏବଂ ଏହି କାରଣରୁ ତା’ର ଜୀବନଜୀବିକା ମଧ୍ୟ ନିର୍ବାହ ହୋଇଥାଏ ଆହୁରି ଲୋକମାନଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିଥାଏ । ମୁଁ ଆନନ୍ଦିତ ଯେ ଆଜି ଅରୁଣାଚଳରେ ସେପରି ଏକ ନିର୍ମାଣ କାର୍ଯ୍ୟର ଏକ ଶିଳାନ୍ୟାସ କରିବା ଲାଗି ମୋତେ ସୁଯୋଗ ମିଳିଛି ଯାହାର ଲାଭ ଆଗାମୀ ଦିନରେ ମିଳିପାରିବ ।

ଭାରତ ସରକାର ଚାହାନ୍ତି ପ୍ରତିଟି ଗ୍ରାମରେ ଆରୋଗ୍ୟର ସୁବିଧା ଭଲ ମିଳୁ,  ଏହାକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ, କାରଣ ପ୍ରତ୍ୟେକକୁ ବଡ଼ ରୋଗ ହୋଇନଥାଏ । ସାଧାରଣ ରୋଗ ପ୍ରତି ଅବହେଳା ଭାବନା ଅସୁବିଧାର କାରଣ, ଛାଡ଼ ଅଳ୍ପ ଦିନରେ ଭଲ ହୋଇଯିବ, ପୁଣି ଏଣୁତେଣୁ କୌଣସି ସାମଗ୍ରୀ ଆଣି ଚଳାଇନେବା, ଏବଂ ଗାଡ଼ି ଆଗକୁ ଗଡ଼ିଯିବ, ପୁଣି ରୋଗ ହୋଇଯିବ ଓ ରୋଗ ଗୁରୁତର ହେବା ପର୍ଯ୍ୟନ୍ତ ତା’କୁ ଜଣାପଡ଼ିବ ନାହିଁ । ଏପରି ସ୍ଥିତିକୁ ବଦଳାଇବା ଲାଗି ଏହି ବଜେଟରେ ଭାରତ ସରକାର ଦେଶର 22 ହଜାର ପଂଚାୟତରେ, ବୋଧହୁଏ ମୋର ତଥ୍ୟ କିଛି ଭୁଲ ହୋଇଯାଇପାରେ; ଦେଢ଼ ଲକ୍ଷ କିମ୍ବା ଦୁଇ ଲକ୍ଷ; ଯେଉଁଠି ଆମେ କଲ୍ୟାଣ କେନ୍ଦ୍ର ନିର୍ମାଣ କରିବାକୁ ଚାହୁଁଛୁ, କଲ୍ୟାଣ କେନ୍ଦ୍ର; ଯାହାଦ୍ୱାରା ଆଖପାଖର ଦୁଇତିନୋଟି ଗ୍ରାମର ଲୋକମାନେ ସେହି କଲ୍ୟାଣ କେନ୍ଦ୍ରର ଲାଭ ଉଠାଇପାରିବେ । ଏବଂ ଏହି କଲ୍ୟାଣ କେନ୍ଦ୍ରରୁ ସେଠାରେ ସର୍ବନିମ୍ନ ପାରାମିଟରର ସାମଗ୍ରୀ, ବ୍ୟବସ୍ଥା, କର୍ମଚାରୀ ଉପଲବ୍ଧ ହେବା ଉଚିତ । ଏହା ବହୁତ ବଡ଼ କାର୍ଯ୍ୟ, ଗ୍ରାମୀଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଏହି ବଜେଟରେ ଆମେ ଘୋଷଣା କରିଛୁ । କଲ୍ୟାଣ କେନ୍ଦ୍ରର, ପାଖାପାଖି ଭାରତର ସମସ୍ତ ପଂଚାୟତ ପର୍ଯ୍ୟନ୍ତ ପହଁଚାଇବା ଲାଗି ଆମର ପ୍ରୟାସ । ଆହୁରି ଯାହା ମୁଁ 22 ହଜାର କହୁଥିଲି, ତାହା କୃଷକଙ୍କ ପାଇଁ । ଆମେ ଆଧୁନିକ ବଜାର ଲାଗି କାମ କରୁଛୁ, ଦେଶରେ ଯାହାଦ୍ୱାରା ଆଖପାଖର 12, 15, 20ଟି ଗ୍ରାମର ଲୋକ, ସେହି ମଣ୍ଡିରେ କୃଷକ ଆସି ନିଜର ସାମଗ୍ରୀ ବିକ୍ରି କରିପାରିବେ । ଆହୁରି ପ୍ରତ୍ୟେକ ପଂଚାୟତରେ କଲ୍ୟାଣ କେନ୍ଦ୍ର ଏବଂ ବ୍ଲକରେ ଦୁଇଟି କିମ୍ବା ତିନୋଟି, ପାଖାପାଖି 22 ହଜାର କୃଷକଙ୍କ ପାଇଁ କ୍ରୟ-ବିକ୍ରୟର ବଡ଼ କେନ୍ଦ୍ର, ଏହି ଦୁଇ ଦିଗରେ ଆମେ ଗ୍ରାମାଂଚଳର ଲୋକାମାନଙ୍କ ପାଇଁ କାର୍ଯ୍ୟ କରୁଛୁ ।

କିନ୍ତୁ ଏହାଠାରୁ ଅଧିକ ଏକ ବଡ଼ କାର୍ଯ୍ୟ- ଆମ ଦେଶରେ ଅସୁସ୍ଥ ବ୍ୟକ୍ତିର ଚିନ୍ତା କରିବା ଲାଗି ଆମେ ଅନେକ ପଦକ୍ଷେପ ନେଇଛୁ, ସାମଗ୍ରୀକ ପଦକ୍ଷେପ ନେଇଛୁ, ଖଣ୍ଡ ଖଣ୍ଡରେ ନୁହେଁ । ଯେମିତିକି ଗୋଟିଏ ପଟେ ମାନବ ସମ୍ବଳ ବିକାଶ, ଅନ୍ୟପଟେ ଡାକ୍ତରଖାନା ନିର୍ମାଣ କରିବା, ମେଡ଼ିକାଲ ଜଲେ ନିର୍ମାଣ କରିବା, ଭିତ୍ତିଭୂମି ନିର୍ମାଣ କରିବା, ତୃତୀୟତଃ ଗରିବ ଘରେ ଯଦି ଆଜି ରୋଗ ବ୍ୟାପିଛି, ମଧ୍ୟମବର୍ଗର ପରିବାର ହେଉ, ଝିଅର ବାହାଘର ଠିକ ହୋଇଯାଇଛି, କାର କିଣିବା ଠିକ ହୋଇଯାଇଛି; କେବଳ ଆସନ୍ତା ଦିପାବଳୀରେ କାର ଆଣିବା ଲାଗି ନିଷ୍ପତ୍ତି ହୋଇଛି ଏବଂ ଅଚାନକ ଜଣାପଡ଼ିଲା ଯେ ପରିବାରରେ କେହି ଅସୁସ୍ଥ ହୋଇପଡ଼ିଛି ତା’ହେଲେ ଝିଅର ବାହାଘର ଅଟକିଯାଇଥାଏ, ମଧ୍ୟମ ବର୍ଗର ପରିବାର କାର ଆଣିବାର ସ୍ୱପ୍ନ ବିଚରା ଛାଡ଼ି ଦେଇ ସାଇକେଲ ଚଳାଇବାକୁ ଲାଗିଥାଏ ଏବଂ ସର୍ବପ୍ରଥମେ ପରିବାରର ଲୋକଙ୍କ ଚିକିତ୍ସା ବିଷୟରେ ଚିନ୍ତା କରିଥାଏ । ଏବେ ଏପରି ସ୍ଥିତି ଆସିଛି ଯେ ଦାମୀ ଔଷଧ, ଏତେ ମହଙ୍ଗା ଅପରେସନ, ମଧ୍ୟମ ବର୍ଗର ଜନସାଧାରଣ ତିଷ୍ଠି ପାରିବେ ନାହିଁ  ।

ଏହି ସରକାର ବିଶେଷ କରି, କାହିଁକି ନା ଗରିବଙ୍କ ପାଇଁ ବହୁତ ଯୋଜନା ହେଉଛି ଲାଭପ୍ରଦ ହେଉଛି, କିନ୍ତୁ ମଧ୍ୟମ ବର୍ଗଙ୍କ ପାଇଁ ଅସୁବିଧା ହୋଇ ଯାଇଥାଏ । ଆମକୁ ଆଗରୁ ଯଦି ହୃଦରୋଗ ହେଉଥିଲା, ଷ୍ଟେଣ୍ଟ ଲଗାଇବାକୁ ପଡ଼ିଥାଏ ତ ଏହାର ମୂଲ୍ୟ ଏକ ଲକ୍ଷ, ଲକ୍ଷେ ପଚିଶ ହଜାର, ଦେଢ଼ ଲକ୍ଷ ହେଉଥିଲା । ଆଉ ସେ ବିଚରା ଯାଉଥିଲା, ଡାକ୍ତରଙ୍କୁ ପଚାରୁଥିଲା କି ସାହେବ ଷ୍ଟେଣ୍ଟ  କଥା, ତ ଡାକ୍ତର କହୁଥିଲେ ଏହା ଲଗାଇବ ତ ଦେଢ଼ ଲକ୍ଷ, ଏହା ଲଗାଇବ ତ ଏକ ଲକ୍ଷ । ପୁଣି ସେ ପଚାରୁଥିଲା ସାହେବ ଏହି ଦୁଇଟି ମଧ୍ୟରେ ପ୍ରଭେଦ କ’ଣ ରହିଛି? ତ ସେ ବୁଝାଉଥିଲେ କି ଏକ ଲକ୍ଷ ବାଲା ହେଲେ ତ ପାଞ୍ଚ ବର୍ଷ-ବର୍ଷେ ତ ଚଳେଇ ନେବ, କିନ୍ତୁ ଦେଢ଼ ଲକ୍ଷ ବାଲାରେ କୌଣସି ଚିନ୍ତା ନାହିଁ-ଜୀବନ ସାରା ରହିବ । ତ ଏବେ କିଏ କହିବ କି ପାଞ୍ଚ ବର୍ଷ ପାଇଁ ଜୀଇଁବି ନା ଜୀବନକୁ ପୂରଣ କରିବି? ସେ ଦେଢ଼ ଲକ୍ଷ ବାଲା ହିଁ କରିବ ।

ଆମେ କହିଲୁ ଭାଇ ଏତେ ଖର୍ଚ୍ଚ କିପରି ହୋଇଥାଏ? ଆମ ସରକାର ବୈଠକ କଲେ, କଥାବାର୍ତ୍ତା କଲେ, ସେମାନଙ୍କୁ ବୁଝିବାର ପ୍ରୟାସ କଲେ । ଆଉ ମୋର ପ୍ରିୟ ଦେଶବାସୀଗଣ, ମୋର ପ୍ରିୟ ଅରୁଣାଚଳର ଭାଇ-ଭଉଣୀମାନେ, ଆମେ ଷ୍ଟେଣ୍ଟର ଦାମ 70-80 ପ୍ରତିଶତ କମ୍ କରିଦେଇଛୁ । ଯାହା ଲକ୍ଷେ-ଦେଢ଼ ଲକ୍ଷ ଟଙ୍କାରେ ଥିଲା ତାହା ଆଜି ଆଜି 15 ହଜାର, 20 ହଜାର, 25ହଜାର ଟଙ୍କାରେ ଆଜି ସେହି ରୋଗରେ ତାର ଆବଶ୍ୟକ ଉପଚାର ହୋଇ ଯାଉଛି ।

ଔଷଧ, ଆମେ ପାଖାପାଖି 800 ଔଷଧ, ଯାହା ହେଉଛି ଦୈନନ୍ଦିନ ଜୀବନରେ ଆବଶ୍ୟକ । ପ୍ରାୟ ତିନି ହଜାର ଡାକ୍ତରଖାନାରେ ସରକାରଙ୍କ ତରଫରୁ ଜନ-ଔଷଧାଳୟ ପରିଯୋଜନା ଆରମ୍ଭ କରିଛୁ । ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା- ପିଏମବିଜେପି । ଏବେ ଏହା ମାଧ୍ୟମରେ 800ରୁ ପାଖାପାଖି ଔଷଧ- ଆଗରୁ ଯେଉଁ ଔଷଧ 150 ଟଙ୍କାରେ ମିଳୁଥିଲା, ସେହି ଔଷଧ, ସେହି ଗୁଣାତ୍ମକ ମାନର ଔଷଧ କେବଳ 15 ଟଙ୍କାରେ ମିଳିଯିବ, ଏଭଳି ବ୍ୟବସ୍ଥା କରିବାର କାର୍ଯ୍ୟ କରିଛୁ ।

ଏବେ ଗୋଟିଏ କାମ କରିଛୁ କି ଗରିବ ବ୍ୟକ୍ତି ଏହା ପରେ ମଧ୍ୟ, ଦଶ କୋଟି ପରିବାର ଏଭଳି ରହିଛନ୍ତି କି ରୋଗ ହେଲା ପରେ ମଧ୍ୟ ନା ସେମାନେ ଔଷଧ ନିଅନ୍ତି ନା ସେମାନଙ୍କ ପାଖରେ ପଇସା ରହିଥାଏ । ଏବେ ଏହି ଦେଶର ଗରିବ ଯଦି ରୋଗଗ୍ରସ୍ତ ରହିବ ତ ଦୈନନ୍ଦିନ ପାଇଁ ମଧ୍ୟ ରୋଜଗାର କରି ପାରିବ ନାହିଁ । ସଂପୂର୍ଣ୍ଣ ପରିବାର ରୋଗଗ୍ରସ୍ତ ହୋଇଯାଏ ଆଉ ସମଗ୍ର ସମାଜକୁ ଗୋଟିଏ ପ୍ରକାରରେ ରୋଗ ହୋଇଯାଏ । ରାଷ୍ଟ୍ର ଜୀବନକୁ ରୋଗ ହୋଇଯାଏ । ଅର୍ଥ ବ୍ୟବସ୍ଥାକୁ ଅଟକାଇଲା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଏ ।

ଆଉ ଏଥିପାଇଁ ଏହି ସରକାର ଏକ ବହୁତ ବଡ଼ କାମ ଉଠାଇଛନ୍ତି । ଆମେ ଗୋଟିଏ ଆୟୁଷ୍ମାନ ଭାରତ – ଏହି ଯୋଜନା ଆଉ ଏହା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଥିବା ଯେଉଁ ପରିବାର ରହିଛନ୍ତି- ତାଙ୍କ ପରିବାରରେ କେହି ମଧ୍ୟ ରୋଗଗ୍ରସ୍ତ ହେଲେ ତ ସରକାର ତାହାଙ୍କର ବୀମା ବାହାର କରିବେ ଆଉ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ- ଗୋଟିଏ ବର୍ଷରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯଦି ଔଷଧରେ ଖର୍ଚ୍ଚ ହେଲା ତ ସେହି ଦେୟ ତାଙ୍କୁ ବୀମାରୁ ମିଳିଯିବ, ତାକୁ ନିଜକୁ ଡାକ୍ତରଖାନାରେ କିଛି ହେଲେ ଟଙ୍କା ଦେବାକୁ ପଡ଼ିବନି ।

ଆଉ ଏହି କାରଣରୁ ଲୋକ ଏବେ ଘରୋଇ ଡାକ୍ତରଖାନା ତିଆରି କରିବା ପାଇଁ ମଧ୍ୟ ଆଗକୁ ଆସିବେ । ଆଉ ମୁଁ ତ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି କି ଆପଣ ଆପଣଙ୍କ ଏଠି ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରନ୍ତୁ, ଘରୋଇ ଲୋକ ଏବେ ଡାକ୍ତରଖାନା ତିଆରି କରିବା ପାଇଁ ଆଗକୁ ଆସିବେ ତ ସେମାନଙ୍କୁ ଜମି କିପରି ଦେବେ, କେଉଁଭଳି ଭାବେ କରିବେ, କିଭଳି ସରକାରୀ-ଘରୋଇ ସହଭାଗିତା କରିବେ, ସେମାନଙ୍କୁ ଉତ୍ସାହିତ କରନ୍ତୁ । ଆଉ ପ୍ରତ୍ୟେକ ରାଜ୍ୟରେ 50-50, 100-100ଟି ନୂତନ ଡାକ୍ତରଖାନା ଖୋଲିଯିବ, ସେହି ଦିଗରେ ବଡ଼-ବଡ଼ ରାଜ୍ୟ କାମ କରି ପାରିବେ ।

ଆଉ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତ ଏକ ବହୁତ ବଡ଼ ବିପ୍ଳବ ଆଣିବାର ସମ୍ଭାବନା ଏହି ଆୟୁଷ୍ମାନ ଭାରତ ଯୋଜନା ଭିତରେ ରହିଛି । ଆଉ ସେହି କାରଣରୁ ସରକାରୀ ଡାକ୍ତରଖାନା ମଧ୍ୟ ଦ୍ରୁତ ଗତିରେ ଚାଲିବେ, ଘରୋଇ ଡାକ୍ତରଖାନା ମଧ୍ୟ ଆସିବେ, ଆଉ ଗରିବ ରୁ ଗରିବ ଲୋକଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଗହେବା ସ୍ଥିତିରେ ପ୍ରତି ବର୍ଷ, ପରିବାରର କୌଣସି ମଧ୍ୟ ସଦସ୍ୟଙ୍କୁ ରୋଗ ହେଲେ, ଅସ୍ତ୍ରୋପଚାର କରିବାର ଆବଶ୍ୟକତା ପଡ଼ିଲେ, ତାହାର ଚିନ୍ତା ହେବ । ତ ଆଜି ଭାରତ ସରକାର ଏହି କାମଟିକୁ ମିଶନ ମୋଡରେ ଉଠାଇଛନ୍ତି । ଆଉ ଆଗାମୀ ଦିନ ମାନଙ୍କରେ ଏହାର ଲାଭ ମିଳିବ ।

ଭାଇ ଓ ଭଉଣୀମାନେ-ଆଜି ମୁଁ ଆପଣ ମାନଙ୍କ ମଧ୍ୟକୁ ଆସିଛି, ତିନୋଟି କାର୍ଯ୍ୟକ୍ରମର ସୂଚନା ତ ଆପଣମାନଙ୍କୁ ଥିଲା କିନ୍ତୁ ଗୋଟିଏ ଚତୁର୍ଥ ଉପହାର ମଧ୍ୟ ନେଇ ଆସିଛି- କହିବି? ଆଉ ଏହି ଚତୁର୍ଥ ଉପହାରଟି ହେଉଛି ନୂଆଦିଲ୍ଲୀରୁ ନହାଲାଗାଁଓ ଏକ୍ସପ୍ରେସ ଏବେ ସପ୍ତାହରେ ଦୁଇ ଦିନ ଚାଲିବ ଆଉ ତାହାର ନାମ ହେବ ଅରୁଣାଚଳ ଏକ୍ସପ୍ରେସ ।

ଆପଣ- ଏବେ ଆମର ମୁଖ୍ୟମନ୍ତ୍ରୀ ମହାଶୟ କହୁଥିଲେ କି ସଂଯୋଗୀକରଣ ହୁଏତ ଡିଜିଟାଲ ସଂଯୋଗୀକରଣ ହେଉ, ହୁଏତ ଏୟାର ସଂଯୋଗୀକରଣ ହେଉ, ହୁଏତ ରେଳ ସଂଯୋଗୀକରଣ ହେଉ, ହୁଏତ ସଡ଼କ ସଂଯୋଗୀକରଣ ହେଉ, ଆମର ଉତ୍ତର-ପୂର୍ବର ଲୋକମାନେ ହେଉଛନ୍ତି ଏତେ ଶକ୍ତିଶାଳୀ, ଏତେ ଉର୍ଜ୍ଜାବାନ, ଏତେ ତେଜସ୍ୱୀ, ଯଦି ଏହି ସଂଯୋଗୀକରଣ ମିଳିଯିବ ନା ତା’ହେଲେ ସଂପୂର୍ଣ୍ଣ ହିନ୍ଦୁସ୍ଥାନ ସେମାନଙ୍କ ପାଖରେ ଆସି ଠିଆ ହୋଇଯିବ, ଏତେ ସମ୍ଭାବନା ରହିଛି ।

ଆଉ ଏଥିପାଇଁ, ଯେପରି ଏବେ ଆମର ମନ୍ତ୍ରୀ ମହାଶୟ, ଆମର ନିତୀନ ଗଡ଼କରି ମହାଶୟଙ୍କର ଭରପୂର ପ୍ରଶଂସା କରୁଥିଲେ । 18 ହଜାର କୋଟି ଟଙ୍କାର ଅଲଗା-ଅଲଗା ପ୍ରକଳ୍ପ ଏହି ଦିନମାନଙ୍କରେ ଏକୁଟିଆ ଅରୁଣାଚଳ ପ୍ରଦେଶରେ ଚାଲୁ ରହିଛି, 18 ହଜାର କୋଟି ଟଙ୍କାର ଭାରତ ସରକାରଙ୍କର ପ୍ରକଳ୍ପ ଚାଲୁ ରହିଛି । ହୁଏତ ସଡ଼କର ପ୍ରଶସ୍ତୀକରଣ ହେଉ, ଚରି ଲାଇନ ବିଶିଷ୍ଟ ସଡକ କରିବାର ହେଉ; ହୁଏତ ଗ୍ରାମୀଣ ସଡ଼କ ତିଆରି କରିବା ହେଉ, ହୁଏତ ରାଜରାସ୍ତା ତିଆରି କରିବା ହେଉ, ଏକ ବହୁତ ବଡ଼ ମିଶନ ମୋଡ଼ରେ ଆଜି ଆମେ କାମ ଉଠାଇଛୁ, ଡିଜିଟାଲ କନେକ୍ଟିଭିଟି ପାଇଁ ।

ଆଉ ମୁଁ ମୁଖ୍ୟମନ୍ତ୍ରୀ ମହାଶୟଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ସେ କିଛି ଜିନିଷ ଏପରି କରିଛନ୍ତି ଯାହା ହୁଏତ ଏହି ଅରୁଣାଚଳ ପ୍ରଦେଶ ଦିଲ୍ଲୀ ପାଖରେ ହୋଇ ଥାଆନ୍ତା ନା ତ ପ୍ରତିଦିନ ପେମା ଖାଣ୍ଡୁ ଟିଭିରେ ଦେଖା ଯାଇ ଥାଆନ୍ତେ, ସବୁ ଖବର କାଗଜରେ ପେମା ଖଣ୍ଡୁଙ୍କ ଫଟୋ ଦେଖା ଦେଇ ଥାଆନ୍ତା । କିନ୍ତୁ ଏତେ ଦୂରରେ ଅଛନ୍ତି କି ଲୋକଙ୍କର ଧ୍ୟାନ ଯାଉ ନାହିଁ । ସେ 2027-କୋଡିଏ-ସତେଇଶ, ଦଶ ବର୍ଷ ଭିତରେ-ଭିତରେ ଅରୁଣାଚଳ କେଉଁଠି ପହଞ୍ଚିବା ଦରକାର, କିପରି ପହଂଚିବା ଦରକାର-ଏଥିପାଇଁ କେବଳ ସରକାରଙ୍କ ସୀମାରେ ନୁହେଁ, ସେ ଅନୁଭବୀ ଲୋକମାନଙ୍କୁ ଡକାଇଲେ, ସାରା ଦେଶରୁ ଲୋକଙ୍କୁ ଡକାଇଲେ, ପୁରୁଣା ଜାଣିଥିବା ଲୋକଙ୍କୁ ଡକାଇଲେ ଆଉ ତାଙ୍କ ସହିତ ବସି କରି ବିଚାର-ବିମର୍ଷ କଲେ ଆଉ ଗୋଟିଏ ବ୍ଲୁ-ପ୍ରିଂଟ ତିଆରି କଲେ କି ଏବେ ଏହି ରାସ୍ତାରେ ହିଁ ଯିବାର ଅଛି ଆଉ କୋଡିଏ-ସତେଇଶ ଯାଏଁ ଆମେ ଅରୁଣାଚଳ ପ୍ରଦେଶକୁ ଏଠାକୁ ନେଇ ଯିବୁ । ସୁଶାସନ ପାଇଁ ଏହା ହେଉଛି ଏକ ବହୁତ ବଡ଼ କାମ ଯାହା ମୁଖ୍ୟମନ୍ତ୍ରୀ ମହାଶୟ କରିଛନ୍ତି ଆଉ ମୁଁ ତାଙ୍କୁ ସାଧୁବାଦ ଦେଉଛି, ଶୁଭେଚ୍ଛା ଜଣାଉଛି, ତାଙ୍କୁ ଅଭିନନ୍ଦନ ଜଣାଉଛି ।

ଦ୍ୱିତୀୟରେ, ଭାରତ ସରକାର ଭ୍ରଷ୍ଟାଚାର ବିରୁଦ୍ଧରେ ଲଢାଇ ଲଢୁଛନ୍ତି । ଆଉ ମୁଁ ଖୁସି ଯେ ପେମା ଖାଣ୍ଡୁ ମହଶାୟଙ୍କ ତରଫରୁ ମୋତେ ସେହି କାର୍ଯ୍ୟ ପାଇଁ ସଂମ୍ପୂର୍ଣ୍ଣ ସହଯୋଗ ମିଳୁଛି । ପାରଦର୍ଶୀତା, ଉତ୍ତରଦାୟୀତ୍ୱ, ଏହି ଦେଶର ସମ୍ବିଧାନରେ ଅଭାବ ନାହିଁ, ଏଡି ଦେଶରେ ଧନର ଅଭାବ ନାହିଁ । କିନ୍ତୁ ଯେଉଁ ବାଲଟିରେ ପାଣି ଭରିବା, କିନ୍ତୁ ବାଲଟିର ତଳେ ଯଦି କଣା ଥିବ ତ’ ବାଲଟି ପୂର୍ଣ୍ଣ ହେବ କେମିତି? ଆମ ଦେଶରେ ପୂର୍ବରୁ ଏଭଳି ହିଁ ଚାଲୁଛି, ପ୍ରଥମରୁ ଏପରି ହିଁ ଚାଲିଛି ।

ଆମେ ଆଧାର କାର୍ଡର ବ୍ୟବହାର କରିବା ଆରମ୍ଭ କଲୁ, ସିଧାସଳଖ ସୁବିଧା ହସ୍ତାନ୍ତରର କାର୍ଯ୍ୟ କଲୁ । ଆପଣ ଆଶ୍ଚର୍ଯ୍ୟ ହେବେ, ଆମ ଦେଶରେ ବିଧବାମାନଙ୍କର ଯେଉଁ ତାଲିକା ଥିଲା, ବିଧବାମାନଙ୍କର; ଯେଉଁଥିପାଇଁ ଭାରତ ସରକାରଙ୍କ ତରଫରୁ ପ୍ରତ୍ୟେକମାସରେ କିଛି ନା କିଛି ଅର୍ଥ ମିଳୁଥିଲା, ଭତ୍ତା ଦିଆ ଯାଉଥିଲା । ଏପରି,ଏପରି ଲୋକଙ୍କର ନାମ ଥିଲା ସେଥିରେ ଯେଉଁ ଝିଅ କେବେ ଏହି ମାଟିରେ ଜନ୍ମ ହୋଇ ନାହିଁ, କିନ୍ତୁ ସରକାରୀ ଅଫିସରେ ସେ ବିଧବା ହୋଇଯାଇଥିଲା ଆଉ ତା ନାମରେ ଟଙ୍କା ଯାଉଥିଲା । ଏବେ କୁହନ୍ତୁ ଧନ କେଉଁଠାକୁ ଯାଉଥିବ? କିଏ ତ ଥିବ ନା?

ଏବେ ଆମେ ସିଧାସଳଖ ସୁବିଧା ହସ୍ତାନ୍ତର କରି ସବୁ ବାଟମାରଣା ବନ୍ଦ କରି ଦେଲୁ ଏବଂ ଦେଶର ପାଖାପାଖି ଏହି ଯୋଜନାରେ ପାଖାପାଖି 57ହଜାର କୋଟି ଟଙ୍କା ବଞ୍ଚି ଗଲା, କୁହନ୍ତୁ 57ହଜାର କୋଟି ଟଙ୍କା । ପୂର୍ବରୁ ଏ ଟଙ୍କା କାହା ପକେଟକୁ ଯାଉଥିଲା  ଯାହାକି ଏବେ ଦେଶର ବିକାଶ  କାର୍ଯ୍ୟରେ ଲାଗୁଛି । ଅରୁଣାଞ୍ଚଳର ବିକାଶର କାର୍ଯ୍ୟରେ ଆସୁଛି – ଏଭଳି କେତେ ପଦକ୍ଷେପ ଉଠାଇଛୁ, ଅନେକ ପଦକ୍ଷେପ ଉଠାଇଛୁ ।

ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ, ଆଜି ମୋର ଯେଉଁ ସ୍ୱାଗତ ସମ୍ମାନ କଲେ, ମତେ ମଧ୍ୟ ଆପଣମାନେ ଅରୁଣାଚଳୀ କରିଦେଇଛନ୍ତି । ମୋର ସୌଭାଗ୍ୟ କି ଭାରତକୁ ଯେଉଁଠାରୁ ଉଜ୍ଜ୍ୱଳତା ବା ଆଲୋକ ଯେଉଁଠାରୁ ମିଳିବା ଆରମ୍ଭ ହୋଇଥାଏ, ସେଠାରେ ବିକାଶର ସୂର୍ଯ୍ୟ ଉଦୟ ହେଉଛି; ଯେଉଁ ବିକାଶର ସୂର୍ଯ୍ୟ ଉଦୟ ସମଗ୍ର ଦେଶକୁ ବିକାଶର ଆଲୋକରେ ଆଲୋକିତ କରିବ । ଏହି ବିଶ୍ୱାସର ସହିତ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ମୋ ସହିତ କୁହନ୍ତୁ – ଜୟ ହିନ୍ଦ ।

ଅରୁଣାଚଳର ଜୟ ହିନ୍ଦ ସମଗ୍ର ଦେଶକୁ ଶୁଣିବାକୁ ମିଳିଥାଏ ।

ଜୟ ହିନ୍ଦ- ଜୟ ହିନ୍ଦ

ଜୟ ହିନ୍ଦ- ଜୟ ହିନ୍ଦ

ଜୟ ହିନ୍ଦ- ଜୟ ହିନ୍ଦ

ଜୟ ହିନ୍ଦ- ଜୟ ହିନ୍ଦ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Industry experts laud India-US trade deal, call it win-win for economy, markets

Media Coverage

Industry experts laud India-US trade deal, call it win-win for economy, markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam emphasising the Power of Self-Confidence in Building a Developed India
February 03, 2026

Prime Minister Shri Narendra Modi today shared a Sanskrit Subhashitam emphasizing the transformative role of self-confidence in realizing the vision of a developed India.

In a post on X, he wrote:

"आत्मविश्वास वह शक्ति है, जिसके बल पर सब कुछ संभव है। विकसित भारत के सपने को साकार करने में देशवासियों की यही शक्ति बहुत काम आने वाली है।

श्रीर्मङ्गलात् प्रभवति प्रागल्भ्यात् सम्प्रवर्धते।

दाक्ष्यात् तु कुरुते मूलं संयमात् प्रतितिष्ठति॥ "