ଭାରତ ମାତା କି ଜୟ ।

ସର୍ଦ୍ଦାର ସାହେବ ଅମର ରହେ, ଅମର ରହେ ।

ବିଶାଳ ସଂଖ୍ୟାରେ ଆସିଥିବା ମହାଭାରତୀର ପ୍ରିୟ ସନ୍ତାନ, ସମସ୍ତ ଯୁବ ସାଥୀଗଣ, ଆଜି ଅକ୍ଟୋବର 31 ହେଉଛି ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଜୟନ୍ତୀ । ଆଜି ଅକ୍ଟୋବର 31 ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟ ତିଥି ମଧ୍ୟ । ଆଜି ସମଗ୍ର ଦେଶରେ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀ ଅବସରରେ ଆସନ୍ତୁ ସ୍ମରଣ କରିବା ଯେ ଏହି ମହାପୁରୁଷ ଦେଶର ସ୍ୱାଧୀନତା ପାଇଁ କିପରି ଭାବେ ନିଜର ଜୀବନ ହରାଇଥିଲେ । ଏହି ମହାପୁରୁଷ ଜଣକ ସ୍ୱାଧୀନତା ପରର ସଂକଟ ସମୟରେ , ବିଖଣ୍ଡିତ ବାତାବରଣରେ ଆନ୍ତରିକ ସଂଘର୍ଷର ଚରମ ସୀମା ମଧ୍ୟରେ ନିଜର କୌଶଳ ଦ୍ୱାରା, ନିଜର ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା, ନିଜର ସର୍ବୋତମ ଭାରତ ଶକ୍ତି ଦ୍ୱାରା ଦେଶକୁ କେବଳ ସ୍ୱାଧୀନତା ସମୟରେ ସୃଷ୍ଟି ହୋଇଥିବା ସଂକଟରୁ ରକ୍ଷା କରିନଥିଲେ ବରଂ ସେ ଶହେରୁ ଉର୍ଦ୍ଧ୍ଵ ରାଜାରାଜୁଡା ଶାସନ ଅଂଚଳକୁ ଭାରତ ସହିତ ମିଶାଇଥିଲେ ଯେତବେଳେ କି ଇଂରେଜମାନଙ୍କର ଇଚ୍ଛା ଥିଲା ଯେ ସେମାନେ ଯିବା ପରେ ଦେଶ ବିଖଣ୍ଡିତ ହୋଇଯାଉ । ଛୋଟ ଛୋଟ ଅଂଶରେ ବାଣ୍ଟି ହୋଇଯାଉ । ଭାରତର ନାମ ନିଶାନ ନରହୁ, ଏହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସଂକଳ୍ପକୁ ଦୃଢୀଭୁତ କରିଥିଲା । ଏହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଥିଲା ଯେ ସେ ଶାମ, ଦାନ, ଦଣ୍ଡ ଭେଦ ଆଦି ସମସ୍ତ ପ୍ରକାରର ନୀତି, କୁଟନୀତି, ରଣନୀତି ଆଦିର ଉପଯୋଗ କରି ବହୁତ କମ ସମୟରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ଦେଇଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ବୋଧହୁଏ ଆମ ଦେଶର ନୂତନ ପିଢି ସହିତ ଏତେଟା ପରିଚୟ କରାଯାଇ ନାହିଁ । ଏକ ପ୍ରକାରର ଇତିହାସର ଝରକାରୁ ଏହି ମହାପୁରୁଷଙ୍କ ନାମକୁ ହଟେଇ ଦିଆଯିବାର ପ୍ରୟାସ କରାଯାଇଛି କିମ୍ବା ଏହାକୁ ଛୋଟ କରାଯିବାର ପ୍ରୟାସ କରାଯାଇଛି । ମାତ୍ର ଇତିହାସ ସାକ୍ଷୀ ଯେ ସର୍ଦ୍ଦାର ସାହେବ ସର୍ଦ୍ଦାର ସାହେବ ହିଁ ଥିଲେ । କୌଣସି ଶାସନ ତାଙ୍କୁ ସ୍ୱୀକୃତି ଦେଉ ବା ନଦେଉ, କୌଣସି ରାଜନୈତିକ ଦଳ ତାଙ୍କ ମହାନତାକୁ ସ୍ୱୀକାର କରୁ ବା ନ’କରୁ । ମାତ୍ର ଏହି ଦେଶ ଓ ଏହି ଦେଶର ଯୁବ ପିଢି ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ସର୍ଦ୍ଦାର ସାହେବଙ୍କୁ ଭୁଲିବା ପାଇଁ ପ୍ରସ୍ତୁତ ନୁହେଁ । ଇତିହାସ ପୃଷ୍ଠାରୁ ଲିଭିବା ପାଇଁ ଦେବାକୁ ପ୍ରସ୍ତୁତ ନୁହେଁ  ଏବଂ ଏହାର ପରିମାଣ ହେଉଛି ଯେତେବେଳେ ଦେଶ ଆମମାନଙ୍କୁ ସେବା କରିବାର ସୁଯୋଗ ପ୍ରଦାନ କଲା ସେତେବେଳେ ଆମେ ଦେଶ ସମ୍ମୁଖରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀକୁ ଏକ ବିଶେଷ ରୂପରେ ପାଳନ କରୁଛୁ ଯେପରିକି ଏହି ମହାପୁରୁଷଙ୍କ ସେହି ମହାନ କାର୍ଯ୍ୟକୁ  ପିଢି ପରେ ପିଢି ସ୍ମରଣ ରଖିବେ ଏବଂ ଏଥିପାଇଁ ଏକତା ଦୌଡ(Run For Unity) ଅଭିଯାନକୁ ଆମେ ଚଲାଉଛୁ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଦେଶର ଯୁବ ପିଢି ବହୁ ସଂଖ୍ୟାରେ ଏହି ଦୌଡରେ ଭାଗ ନେଉଛନ୍ତି ।

ଥରେ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ବାବୁ  ଗୋଟିଏ କଥା କହିଥିଲେ ଏବଂ ତାଙ୍କ ଶବ୍ଦ ଆମ ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରୁଛି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ବାବୁ କହିଥିଲେ ଯେ ଆଜି ଚିନ୍ତା କରିବା ଏବଂ କହିବା ପାଇଁ ଆମ ପାଖରେ ଭାରତର ନାମ, ଭାରତ ନାମକ ଦେଶ ଉପଲବ୍ଧ ରହିଛି...ଏହା ମହାନ ରାଷ୍ଟ୍ରନୀତିଜ୍ଞ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ରାଷ୍ଟ୍ରଭକ୍ତି ଏବଂ ପ୍ରଶାସନ ଉପରେ ତାଙ୍କର ଜବରଦସ୍ତ ପ୍ରଭାବ ବିସ୍ତାର ଯୋଗୁ ସମ୍ଭବ ହୋଇପାରିଛି । ସେ ପୁଣି କହିଥିଲେ ଯେ ଏପରି ହେବା ସତ୍ତ୍ୱେ ମଧ୍ୟ ଆମେ ବହୁତ ଶୀଘ୍ର ସର୍ଦ୍ଦାର ସାହେବଙ୍କୁ ଭୁଲିଯାଇଛୁ ।  ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ବାବୁ  ସର୍ଦ୍ଦାର ସାହେବଙ୍କୁ ଭୁଲିଯିବା ବିଷୟକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଆଜି  ଯେତବେଳେ ଅକ୍ଟୋବର 31ରେ ଆମେ ସର୍ଦ୍ଦାର ସାହେବଙ୍କ  ଜୟନ୍ତୀକୁ ଏକତା ଦୌଡ ସହିତ ପାଳନ କରୁଛୁ ସେତବେଳେ ରାଜେନ୍ଦ୍ର ବାବୁଙ୍କ ଆତ୍ମା ଯେଉଁଠାରେ ଥିଲେ ମଧ୍ୟ ତାଙ୍କୁ ନିଶ୍ଚିତ ଭାବେ ସନ୍ତୋଷ ମିଳୁଥିବ ଯେ ସର୍ଦ୍ଦାର ସାହେବଙ୍କୁ ଭୁଲି ଯିବାର ଅନେକ ପ୍ରୟାସ କରାଯାଇଥିଲେ ମଧ୍ୟ ସର୍ଦ୍ଦାର ସାହେବ ଏହି ଦେଶର ଆତ୍ମାରେ ବିରାଜମାନ ଅଛନ୍ତି । ସେ ପୁଣିଥରେ ଆମମାନଙ୍କ ସମ୍ମୁଖରେ ଏହି ଯୁବ ସଂକଳ୍ପ ସହିତ ଉଭା ହୋଇଛନ୍ତି ଏବଂ ଆମକୁ ନୂତନ ପ୍ରେରଣା ପ୍ରଦାନ କରୁଛନ୍ତି ।

ଭାରତ ବିବିଧତାରେ ଭରା ଦେଶ ଏବଂ ବିବିଧତା ମଧ୍ୟରେ ଏକତା ଆମ ଦେଶର ବିଶେଷତା । ଏହି ମନ୍ତ୍ର ଆମେ ବୋଲି ଚାଲିଛୁ, ଏହାର ଗୁଞ୍ଜରଣ ହୋଇଚାଲିଛି । ମାତ୍ର ଯେତବେଳେ ପର୍ଯ୍ୟନ୍ତ ଆମେ ଏହି ବିବିଧତାକୁ ସମ୍ମାନ ପ୍ରଦାନ କରିବା ନାହିଁ, ଆମର ବିବିଧତା ପ୍ରତି ଗର୍ବ କରିବା ନାହିଁ ଓ ଆମର ବିବିଧତା ମଧ୍ୟରେ ଏକତାର ସାମର୍ଥ୍ୟ ସହ ଆମେ ନିଜକୁ ଆତ୍ମିକ ଭାବେ ଯୋଡିବା ନାହିଁ ସେତେବେଳେ ହୁଏତ ବିବିଧତା କେବଳ ଶବ୍ଦରେ ଆମକୁ କାମ ଦେବ ନାହିଁ । ମାତ୍ର ରାଷ୍ଟ୍ରର ଭବ୍ୟ ନିର୍ମାଣ ପାଇଁ ଆମେ ଏହାର ଏତେଟା ଉପଯୋଗ କରିପାରିବା ନାହିଁ । ସବୁ ଭାରତବାସୀ ଏହି କଥାକୁ ନେଇ ଗର୍ବ କରିପାରେ ଯେ ବିଶ୍ୱକୁ ଆମେ ଗୌରବର ସହ କହିପାରିବା କି ବିଶ୍ୱର ସମସ୍ତ ପନ୍ଥ, ସମସ୍ତ ପରମ୍ପରା, ସମସ୍ତ ଆଚାର ବିଚାରକୁ କୌଣସି ନା କୌଣସି ରୂପରେ ଭାରତ ନିଜ ମଧ୍ୟରେ ସାମିଲ କରିଛି । ଭାଷା ଅନେକ, ବସ୍ତ୍ର ଅନେକ, ଖାଦ୍ୟପେୟର ଶୈଳୀ ଅନେକ, ମାନ୍ୟତା ଅନେକ ମାତ୍ର ଏହା ସତ୍ତ୍ୱେ ଦେଶ ପାଇଁ ଏକ ରହିବା ଓ ଦେଶ ପାଇଁ ସଚ୍ଚୋଟ ରହିବା ଆମେ ଆମ ସାଂସ୍କୃତିକ ଐତିହ୍ୟରୁ  ଶିଖିଛୁ । ଆଜି ବିଶ୍ୱର ଗୋଟିଏ ପନ୍ଥ ଏବଂ ପରମ୍ପରାରେ ପାଳି ବଢ଼ିଥିବା ଲୋକମାନେ ମଧ୍ୟ ପରସ୍ପରକୁ ଜୀବନ୍ତ ଦେଖିବା ପାଇଁ ପ୍ରସ୍ତୁତ ନୁହନ୍ତି । ପରସ୍ପରକୁ ହତ୍ୟା କରିବା ପାଇଁ ସେମାନେ ପ୍ରସ୍ତୁତ । ବିଶ୍ୱକୁ ହିଂସାର ଗର୍ତ୍ତରେ ବୁଡାଇ ନିଜର ମାନ୍ୟତାର ପ୍ରଭାବକୁ ବୃଦ୍ଧି କରିବା ପାଇଁ ଆଜି ଏକବିଂଶ ଶତାବ୍ଦୀରେ କିଛି ଲୋକ ଲାଗିଛନ୍ତି । ଏହି ସମୟରେ ଭାରତ ବର୍ଷ ବର୍ଗର ସହ କହିପାରେ ଯେ ଆମେ ହେଉଛୁ ସେହି ଦେଶ, ଆମେ ସେହି ହିନ୍ଦୁସ୍ତାନବାସୀ ଯିଏକି ଦୁନିଆର ସମସ୍ତ ମାନ୍ୟତାକୁ, ସମସ୍ତ ପରମ୍ପରାକୁ ଓ ପଥକୁ ନିଜ ଭିତରେ ସ୍ଥାନ ଦେଇ ଏକତା ସୂତ୍ରରେ ବାନ୍ଧିଛୁ । ଏ ହେଉଛି ଆମର ସାଂସ୍କୃତିକ ମହାନତା ଏବଂ ଆମର ଶକ୍ତି । ଏହା ଆମ ଉଜ୍ଜ୍ୱଳ ଭବିଷ୍ୟତର ମାର୍ଗ ଏବଂ ଆମ ଲୋକମାନଙ୍କର ଦାୟିତ୍ୱ ହେଉଛି ଭାଇ ଏବଂ ଭଉଣୀଙ୍କ ପ୍ରେମରେ କୌଣସି ଉଣା ହେବାକୁ ଦେବା ନାହିଁ । ଭାଇ ଓ ଭଉଣୀ ପରସ୍ପର ପାଇଁ ତ୍ୟାଗ କରିବା ଏକ ସହଜ ପ୍ରକୃତି ପ୍ରବୃତି ହୋଇଥାଏ । ଏହା ସତ୍ତ୍ୱେ ମଧ୍ୟ ଏହି ସଂସ୍କାର ସରିତାକୁ ବୃଦ୍ଧି କରିବା ପାଇଁ ଆମେ ରକ୍ଷା ବନ୍ଧନ ପର୍ବ ପାଳନ କରିଥାଉ । ଭାଇ ଓ ଭଉଣୀ ସମ୍ପର୍କକୁ ପ୍ରତିବର୍ଷ ସଂସ୍କାରିତ କରିବାର ପ୍ରୟାସ କରିଥାଉ । ସେହିପରି ଦେଶର ଏକତା ଓ ଦେଶର ସାଂସ୍କୃତିକ ଐତିହ୍ୟ ସାମର୍ଥ୍ୟବାନ ହେବା ସତ୍ତ୍ୱେ ମଧ୍ୟ ଆମକୁ ସବୁବେଳେ ଏହାକୁ ପୁନଃସଂସ୍କାରିତ କରିବା ଜରୁରୀ । ବାରମ୍ବାର ଏକତା ମନ୍ତ୍ର ସ୍ମରଣ କରିବା ଆବଶ୍ୟକ । ବାରମ୍ବାର ଏକତା ପାଇଁ ଜିଇଁବାର ସଂକଳ୍ପ ଜରୁରୀ ।

ଦେଶ ବିଶାଳ, ପିଢିରେ ପରିବର୍ତ୍ତନ ହେଉଛି । ଇତିହାସର ସମସ୍ତ ଘଟଣା ବିଷୟରେ ଜଣାପଡେ ନାହିଁ । ସେତେବେଳେ ଭାରତ ପରି ବିବିଧତାରେ ପୂର୍ଣ୍ଣ ଦେଶରେ ସବୁ ସମୟରେ ଏକତାର ମନ୍ତ୍ର ଗୁଞ୍ଜରଣକୁ ଚାଲୁ ରଖିବା, ସବୁ ସମୟରେ ଏକତା ରାସ୍ତାର ଅନ୍ୱେଷଣ କରିବା, ସବୁ ସମୟରେ ଏକତାକୁ  ମଜଭୁତ କରିବାର ପନ୍ଥା ସହିତ ଜଡିତ ରହିବା, ଭାରତ ପରି ଦେଶ ପାଇଁ ଅନିବାର୍ଯ୍ୟ । ଆମ ଦେଶ ଏକ ରହୁ, ଅଖଣ୍ଡ ରହୁ... ସର୍ଦ୍ଦାର ସାହେବ ଆମକୁ ଯେଉଁ ଦେଶ ଦେଇଛନ୍ତି ତାହାର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କୋଟି କୋଟି ଦେଶବାସୀଙ୍କ ଦାୟିତ୍ୱ । ଏଥିପାଇଁ ସର୍ଦ୍ଦାର ପଟେଲଙ୍କୁ ଆମେ ତାଙ୍କ ପୂଣ୍ୟ ତିଥିରେ ସର୍ବଦା ସ୍ମରଣ କରୁଛୁ ଯିଏକି ଦେଶର ଏକତା ପାଇଁ ଭାଗୀରଥର କାର୍ଯ୍ୟ କରିଯାଇଛନ୍ତି । ଏହି କାର୍ଯ୍ୟ ସହିତ ଦେଶବାସୀ ଯୋଡି ହେବା ଆବଶ୍ୟକ । କିପରି ସେ ଦେଶକୁ ଏକ କରିଥିଲେ । ସବୁ ପିଢି ଏ ସମ୍ବନ୍ଧରେ ଜାଣିବା ଆବଶ୍ୟକ ଏବଂ ଏହି ବିଷୟକୁ ନେଇ ଆଜି ଅକ୍ଟୋବର 31ରେ ସର୍ଦ୍ଦାର ସାହେବଙ୍କ ଜୟନ୍ତୀ ପାଳନ କରାଯାଉଛି । ଆଠ ବର୍ଷ ପରେ ସର୍ଦ୍ଦାର ସାହେବଙ୍କ ଜୟନ୍ତୀର 150ତମ ବର୍ଷ ହେବ । ଯେତେବେଳେ ସର୍ଦ୍ଦାର ସାହେବଙ୍କ ଜୟନ୍ତୀର 150ତମ ବର୍ଷ ହେବ ସେତେବେଳେ ଆମେ ଦେଶର ଏକତାକୁ କେଉଁ ଏକ ନୂତନ ଉଚ୍ଚତାରେ ପହଂଚାଇବୁ; ପ୍ରତି ଜନସାଧାରଣଙ୍କ ମଧ୍ୟରେ କିପରି ଭାବେ ଏକତାର ଏହି ଭାବକୁ ପ୍ରବଳ କରାଇବୁ; ଏହି ସଂକଳ୍ପକୁ ନେଇ ଆମକୁ ଆଗକୁ ବଢ଼ିବାକୁ ହେବ ।

 

2022ସ୍ୱାଧୀନତାର 75ତମ ବର୍ଷ ହେବ । ଭଗତ ସିଂ, ସୁଖଦେବ, ରାଜଗୁରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲଙ୍କ ପରି ଅଗଣିତ ଦେଶଭକ୍ତ, ଅଗଣିତ ଲକ୍ଷ୍ୟବଦ୍ଧ ଦେଶଭକ୍ତ ରାଷ୍ଟ୍ର ହିତ ପାଇଁ ଜିଇଁଛନ୍ତି ଓ ଦେଶ ପାଇଁ ମରିଛନ୍ତି । 2022 ସ୍ୱାଧୀନତାର 75ତମ ବର୍ଷରେ ଆମେ ମଧ୍ୟ ଏକ ସଂକଳ୍ପକୁ ହୃଦୟରେ ସ୍ଥିର କରିବା ଏବଂ ଏହି ସଂକଳ୍ପକୁ ସିଦ୍ଧ କରିବା ପାଇଁ ଲାଗିପଡିବା । ସମସ୍ତ ହିନ୍ଦୁସ୍ତାନୀର କିଛି ନା କିଛି ସଂକଳ୍ପ ରହିବା ଆବଶ୍ୟକ । ସମସ୍ତ ହିନ୍ଦୁସ୍ତାନୀ ସେମାନଙ୍କ ସଂକଳ୍ପକୁ ସାକାର କରିବା ପାଇଁ ଭରପୁର ପ୍ରୟାସ କରିବା ଆବଶ୍ୟକ ଏବଂ ସେହି ସଂକଳ୍ପ ଦେଶର ଭଲ ପାଇଁ ହେବା ଦରକାର । ସେହି ସଂକଳ୍ପ ଦେଶର କଲ୍ୟାଣ ପାଇଁ ହେବା ଦରକାର । ସେହି ସଂକଳ୍ପ ଯାହାକି ଦେଶର ଗରିମାକୁ ବଢ଼ାଇବ । ଏହି ପରି ସଂକଳ୍ପ ସହିତ ଆମେ ନିଜକୁ ଯୋଡିପାରିବ । ଆଜି ଭାରତର ସ୍ୱାଧୀନତାର ମହାନ ସୁପୁତ୍ର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ 2022 ପାଇଁ ମଧ୍ୟ ଆମେ ସଂକଳ୍ପ କରିବା – ମୁଁ ଭାବୁଛି ଏହା ହେଉଛି ସମୟର ଆହ୍ୱାନ ।

ଆପଣମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଛନ୍ତି । ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଏଥିରେ ସାମିଲ ହୋଇଛନ୍ତି । ସମଗ୍ର ଦେଶରେ ଯୁବକମାନେ ଏକାଠି ହୋଇଛନ୍ତି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସରେ ଶପଥ ପାଠ କରିବା ପାଇଁ ନିମନ୍ତ୍ରଣ କରୁଛି । ଆମେ ସମସ୍ତେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟ ସ୍ମରଣ କରି ମୁଁ ଯେଉଁ ଶପଥ ଆପଣମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରୁଛି ଆପଣମାନେ ତାକୁ ଦୋହରାଇବେ ଏବଂ କେବଳ ବାଣୀରେ ନୁହେଁ ବରଂ ମନରେ ସଂକଳ୍ପ ଭାବେ ଧାରଣ କରିବେ । ଏହି ଭାବ ସହିତ ତାହାକୁ ଦୋହରାଇବେ । ଆପଣମାନେ ସମସ୍ତେ ଡାହାଣ ହାତ ଆଗକୁ କରି ମୋର ଏହି କଥାକୁ ଦୋହରାନ୍ତୁ -

“ମୁଁ ସତ୍ୟ ଓ ନିଷ୍ଠାର ସହିତ ଶପଥ ନେଉଛି ଯେ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପତ କରିବି ଏବଂ ମୋର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତାର ପ୍ରସାର ପାଇଁ ମଧ୍ୟ ଭରପୁର ପ୍ରୟାସ କରିବି । ମୁଁ ଏହି ଶପଥ ଦେଶର ଏକତା ଭାବନା ସହିତ ଗ୍ରହଣ କରୁଛି ଯାହାକୁ କି ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟ ଦ୍ୱାରା ସମ୍ଭବ କରାଯାଇ ପାରିଛି । ମୁଁ ମୋ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିଜର ଯୋଗଦାନ ପାଇଁ  ସତ୍ୟ ଓ ନିଷ୍ଠାର ସହ ସଂକଳ୍ପ କରୁଛି ” ।

ଭାରତ ମାତା କି ଜୟ

ଭାରତ ମାତା କି ଜୟ



बहुत-बहुत धन्‍यवाद

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's chip dreams get a Rs 1.25 lakh crore push with Semiconductor Mission 2.0

Media Coverage

India's chip dreams get a Rs 1.25 lakh crore push with Semiconductor Mission 2.0
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets CA fraternity on Chartered Accountants' Day
July 01, 2026

The Prime Minister, Shri Narendra Modi, today extended his greetings to the Chartered Accountant fraternity on the occasion of Chartered Accountants' Day. Shri Modi said that Chartered Accountants have long been trusted partners in India's economic journey. He noted that through their commitment to transparency and professional excellence, they have strengthened the country's financial systems, supported businesses, encouraged entrepreneurship and inspired confidence among investors.

The Prime Minister posted on X:

Greetings on Chartered Accountants' Day to the entire CA fraternity. They have long been trusted partners in India's economic journey. Through their commitment to transparency and professional excellence, they strengthen our financial systems, support businesses, encourage entrepreneurship and inspire confidence among investors. Their expertise contributes significantly to economic growth and nation-building. As we move towards becoming a Viksit Bharat, their efforts help create an environment where enterprise can flourish and opportunities can expand for all.