Ties between India and Uganda are special and date back to thousands of years: PM Modi
African countries including Uganda hold special prominence for India, says PM Modi
Due to 'Make in India', the country is getting a new identity as a manufacturing hub for the world: PM Modi
India has always been a partner in Africa's development journey and will remain so: PM Modi
You are the true 'Rashtradoots': PM Modi to Indian community in Uganda
Glad that several African countries are a part of the International Solar Alliance: PM Modi

 

ମହାମହିମ ରାଷ୍ଟ୍ରପତି ମୁସେଭେନୀ, ତାଙ୍କ ଧର୍ମପତ୍ନୀ ଜେନେତ ମୁସେଭେନୀ ଏବଂ ଏଠାରେ ଉପସ୍ଥିତ ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ  ।

ମୋର ଆପଣ ସମସ୍ତଙ୍କ ସହିତ ସ୍ନେହ ଶ୍ରଦ୍ଧାର ସଂପର୍କ ରହିଛି, ଗଭୀର ସଂପର୍କ ରହିଛି । ମୁଁ ଆପଣଙ୍କ ପରିବାରର ଜଣେ ସଦସ୍ୟ । ଏହି ବିଶାଳ ପରିବାରର ଜଣେ ସଦସ୍ୟ ଏବଂ ଏହି ସଂପର୍କ ପାଇଁ ଆପଣମାନଙ୍କ ସହ ସାକ୍ଷାତ ମୋର ଖୁସିକୁ ଦ୍ୱିଗୁଣିତ କରିଛି । ଆମର ଏହି ସାକ୍ଷାତର ମର୍ଯ୍ୟାଦାକୁ ଆହୁରୀ ବଢାଇବା ପାଇଁ ଆଜି ସ୍ୱୟଂ ମହାମହିମ ରାଷ୍ଟ୍ରପତି ଏଠାରେ ଉପସ୍ଥିତ ଅଛନ୍ତି । ଏଠାରେ ତାଙ୍କର ଉପସ୍ଥିତି 125 କୋଟି ହିନ୍ଦୁସ୍ତାନୀ ଏବଂ ଉଗାଣ୍ଡାରେ ବସବାସ କରୁଥିବା ହଜାର ହଜାର ଭାରତୀୟଙ୍କ ପ୍ରତି ଅଗାଧ ଶ୍ରଦ୍ଧାର ପ୍ରତୀକ ଏବଂ ଏଥିପାଇଁ ମୁଁ ରାଷ୍ଟ୍ରପତିଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି, ଆଜି ଏଠାରେ ମୁଁ ଆପଣମାନଙ୍କ ପାଖକୁ ଆସିଛି କାଲି ଉଗାଣ୍ଡା ସଂସଦକୁ ସମ୍ବୋଧନ କରିବାର ସୁଯୋଗ ମୋତେ ମିଳିବାକୁ ଯାଉଛି । ଏବଂ ଦୁଇ ଦିନ ପୂର୍ବରୁ ଦିଲ୍ଲୀ ସଂସଦରେ ଆପଣମାନେ ବିସ୍ତୃତ ଅଭିଭାଷଣ ଶୁଣିଥିଲେ, ଆପଣମାନେ ମଧ୍ୟ ଶୁଣିଥିବେ, ସଂପୂର୍ଣ୍ଣ ଉଗାଣ୍ଡା ଶୁଣିଥିଲା । ମୁଁ ଆପଣମାନଙ୍କ ନିକଟରେ ଜ୍ଞୃତଜ୍ଞ  ।

ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବାର ସୁଯୋଗ ମିଳିବ । ଏହି ସମ୍ମାନ ପାଇଁ ରାଷ୍ଟ୍ରପତିଙ୍କ ଏବଂ ଉଗାଣ୍ଡାର ଜନସାଧାରଣଙ୍କୁ 125 କୋଟି ଭାରତୀୟଙ୍କ ତରଫରୁ ଜ୍ଞୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି  । ବନ୍ଧୁଗଣ ଉଗାଣ୍ଡାକୁ ଆଗମନ ଏବଂ ଆପଣମାନଙ୍କ ସହିତ ସାକ୍ଷାତ ଏବଂ ଆଲୋଚନା କରିବା କୌଣସି ଭାରତୀୟଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ବିଷୟ, ଆନନ୍ଦର ବିଷୟ। ଆପଣମାନଙ୍କ ଉତ୍ସାହ,ଆପଣମାନଙ୍କ ସ୍ନେହ, ଆପଣମାନଙ୍କ ପ୍ରେମ, ଆପଣମାନଙ୍କ ଭାବନା ମୋତେ ନିରନ୍ତର ଭାବେ ଏହିଭଳି ପ୍ରାପ୍ତ ହେଉଥାଉ, ଏହା ମୋର ଆପଣମାନଙ୍କଠାରୁ କାମନା । ଉଗାଣ୍ଡାରେ ଆପଣମାନଙ୍କ ପାଖକୁ ଆସିବାର ଏହା ହେଉଛି ମୋର ଦ୍ୱିତୀୟ ସୁଯୋଗ । ଏହା ପୂର୍ବରୁ 11 ବର୍ଷ ପୂର୍ବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏଠାକୁ ଆସିଥିଲି ଏବଂ ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଆସିଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମଧ୍ୟ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଯେଉଁମାନଙ୍କ ସହିତ ମୁଁ ଆଲୋଚନା କରିବାର ସୁଯୋଗ ପାଇଥିଲି, ଆତ୍ମ ସନ୍ତୋଷ ହେବା ପର୍ଯ୍ୟନ୍ତ କଥାବାର୍ତ୍ତା କରିବାର ସୁଯୋଗ ମିଳିଥିଲା । ଏଠାରେ ମଧ୍ୟ ଅନେକ ପରିଚିତ ମୁହଁ, ମୁଁ ମୋ ସମ୍ମୁଖରେ ଦେଖିପାରୁଛି ଏବଂ ମୋତେ ଖୁସି ଲାଗୁଛି ଯେ ରାଷ୍ଟ୍ରପତି ଜଣ ଜଣଙ୍କର ଚିହ୍ନଟ କରୁଥିଲେ । ଆପଣମାନଙ୍କ ସହିତ ତାଙ୍କର ସତରେ କେତେ ନିବିଡ ସଂପର୍କ ରହିଛି ଏବଂ ଆଜି ଦିନସାରା ଆମେ ସାଙ୍ଗରେ ରହିଛୁ, ଅନେକ ପରିବାରଙ୍କ ବିଷୟରେ ସେ ନାଁ ଧରି କହୁଥିଲେ, କହୁଥିଲେ ଯେ ସେ ତାଙ୍କ ସହ କେତେ ବର୍ଷରୁ ପରିଚିତ ଅଛନ୍ତି, କିପରି ପରିଚିତ ହେଲେ, ସବୁକଥା କହୁଥିଲେ । ଏହି ସମ୍ମାନ ଆପଣମାନେ ନିଜ ପରିଶ୍ରମ ଦ୍ୱାରା, ନିଜର ଆଚରଣ ଦ୍ୱାରା, ନିଜର ଚରିତ୍ର ଦ୍ୱାରା ପ୍ରାପ୍ତ କରିଛନ୍ତି । ଏହିପୁଞ୍ଜି କିଛି ଛୋଟ କଥା ନୁହେଁ ଯାହା ଆପଣମାନେ ପ୍ରାପ୍ତ କରିଛନ୍ତି ଏବଂ ଏଥିପାଇଁ ଉଗାଣ୍ଡାର ଭୂମି ଉପରେ ହିନ୍ଦୁସ୍ତାନରୁ ଆସିଥିବା ତିନି-ତିନି, ଚାରି-ଚାରି ପିଢି ଏହି ଭୂମି ସହ ନିଜର ସଂପର୍କ ମଜବୁତ କରିଛନ୍ତି, ଶ୍ରଦ୍ଧା କରିଛନ୍ତି  ।

ବନ୍ଧୁଗଣ, ଉଗାଣ୍ଡା ସହିତ ଭାରତର ସଂପର୍କ ଆଜିର ନୁହେଁ । ଏହି ସଂପର୍କ ଅନେକ ଶତାବ୍ଦୀର  । ଆମ ମଧ୍ୟରେ ଶ୍ରମର ସଂପର୍କ ରହିଛି, ଶୋଷଣ ବିରୁଦ୍ଧରେ ସଂଗ୍ରାମର ସଂପର୍କ ରହିଛି । ଉଗାଣ୍ଡାର ବିକାଶ ଯେଉଁଠି ଆଜି ପହଂଚିଛି ତାହାର ଭିତ୍ତିଭୂମି ମଜବୁତ କରୁଛି ଉଗାଣ୍ଡାବାସୀଙ୍କର ଝାଳବୁହା ପରିଶ୍ରମ ସହିତ ଭାରତୀୟଙ୍କର ଝାଳର ବାସ୍ନା ମଧ୍ୟ ରହିଛି । ଆପଣମାନଙ୍କ ମଧ୍ୟରୁ ଅନେକ ପରିବାର ଯେଉଁଠାରେ ତିନି-ତିନି, ଚାରି-ଚାରି ପିଢିରୁ ଏଠାରେ ରହିଆସୁଛନ୍ତି । ମୁଁ ଏଠାରେ ଉପସ୍ଥିତ ଯୁବଗୋଷ୍ଠି, ଉଗାଣ୍ଡାର ଯୁବଗୋଷ୍ଠିଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ, ଆଜି ଯେଉଁ ଟ୍ରେନରେ ଆପଣମାନେ ଯାତ୍ରା କରୁଛନ୍ତି, ତାହା ଭାରତ ଏବଂ ଉଗାଣ୍ଡାର ସଂପର୍କକୁ ମଧ୍ୟ ଗତି ପ୍ରଦାନ କରୁଛି । ସମୟ ଥିଲା, ଯେତେବେଳେ ଉଗାଣ୍ଡା ଏବଂ ଭାରତ ଦୁଇଟି ଦେଶକୁ ଗୋଟିଏ ଶକ୍ତି ପରାଧୀନ କରି ରଖିଥିଲା, ସେତେବେଳେ ଆମର ପୂର୍ବଜଙ୍କୁ ଭାରତରୁ ଏଠାକୁ ଅଣାଯାଇଥିଲା । ବନ୍ଧୁକ ଏବଂ ଚାବୁକ୍ ମାଡରେ ତାଙ୍କୁ ରେଳ ଲାଇନ ବିଛାଇବା ପାଇଁ ବାଧ୍ୟ କରାଯାଇଥିଲା । ସେହି କଠିନ ପରିସ୍ଥିତିରେ,ସେହି ମହାନ ଆତ୍ମାମାନେ ଉଗାଣ୍ଡାର ଭାଇ ଓ ଭଉଣୀମାନଙ୍କ ସହିତ ସଂଗ୍ରାମ କରିଥିଲେ । ଉଗାଣ୍ଡା ସ୍ୱାଧୀନ ହୋଇଥିଲା, କିନ୍ତୁ ଆମର ଅନେକ ପୂର୍ବଜ ଏହିଠାରେ ହିଁ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯେଉଁଭଳି ଭାବେ କ୍ଷୀରରେ ଚିନି ମିଶିଯାଏ, ସେହିଭଳି ଆମ ଲୋକମାନେ ଏକାକାର ହୋଇଯାଇଥିଲେ ।

ଆଜି ଆପଣ ସମସ୍ତଙ୍କୁ ଉଗାଣ୍ଡାର ବିକାଶ, ଏଠାକାର ବାଣିଜ୍ୟ, ଏଠାକାର କଳା, କ୍ରୀଡା, ସମାଜର ସମସ୍ତ କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରୁଛି, ନିଜର ଜୀବନଶୈଳୀରେ ଆଦୃତ କରୁଛି । ଏଠାକାରଜିଞ୍ଜାରେ (Jinjaa) ମହାତ୍ମା ଗାନ୍ଧୀଙ୍କ ଅସ୍ଥି ବିସର୍ଜିତ ହୋଇଥିଲା  । ଏଠାକାର ରାଜନୀତିରେ ମଧ୍ୟ ଅନେକ ଭାରତୀୟମାନେ ନିଜର ସକ୍ରୀୟ ଭୂମିକା ଗ୍ରହଣ କରିଛନ୍ତି ଏବଂ ଆଜି ମଧ୍ୟ କରୁଛନ୍ତି  । ସ୍ୱର୍ଗୀୟ ନରେନ୍ଦ୍ର ଭାଇ ପଟେଲ ସ୍ୱତନ୍ତ୍ର ଉଗାଣ୍ଡାର ସଂସଦରେ ପ୍ରଥମ ଅଣ-ୟୁରୋପୀୟ ବାଚସ୍ପତି ଥିଲେ ଏବଂ ତାଙ୍କ ଚୟନ ସର୍ବସହମତି କ୍ରମେ ହୋଇଥିଲା । କିନ୍ତୁ ଏପରି ଏକ ସମୟ ମଧ୍ୟ ଆସିଥିଲା ଯେତେବେଳେ ସମସ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥିଲା, ଅନେକ ଲୋକମାନଙ୍କୁ ଦେଶ ଛାଡି ମଧ୍ୟ ଯିବାକୁ ପଡିଥିଲା, କିନ୍ତୁ ଉଗାଣ୍ଡା ସରକାର ଏବଂ ଉଗାଣ୍ଡାର ଲୋକମାନେ ତାଙ୍କୁ ନିଜର ହୃଦୟରୁ ଯିବାକୁ ଦେଇନଥିଲେ । ମୁଁ ବିଶେଷ ଭାବେ ରାଷ୍ଟ୍ରପତି ଏବଂ ଉଗାଣ୍ଡାର ଜନସାଧାରଣ ଭାରତୀୟ ବଂଶୋଦ୍ଭବଙ୍କୁ ଯେଉଁଭଳି ଭାବେ ହୃଦୟରେ ରଖିଛନ୍ତି ସେଥିପାଇଁ ଆଜି ସେମାନଙ୍କୁ ଜ୍ଞୃତଜ୍ଞତା ଜ୍ଞାପନ କରୁଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଜନ୍ମ ଏହିଠାରେ ହିଁ ହୋଇଛି, ବୋଧହୁଏ କିଛି ଲୋକଙ୍କୁ ମଧ୍ୟ ଭାରତକୁ ଦେଖିବାର ସୁଯୋଗ ମଧ୍ୟ ମିଳିନଥିବ । କିଛି ଜଣ ଏପରି ମଧ୍ୟ ଥିବେ ଯେଉଁମାନେ ନିଜର ଅସ୍ତିତ୍ୱ ବିଷୟରେ, କେଉଁ ରାଜ୍ୟରୁ ଆସିଥିଲେ, କେଉଁ ଗାଁ ବା ସହରରୁ ଆସିଥିବେ ତାହା ମଧ୍ୟ ବୋଧହୁଏ ଜଣାନଥିବ । କିନ୍ତୁ ଆପଣମାନେ ଆପଣଙ୍କ ଭାରତକୁ ନିଜ ହୃଦୟରେ ଉଜ୍ଜୀବିତ ରଖିଛନ୍ତି । ହୃଦୟର ଗୋଟିଏ ସ୍ପନ୍ଦନ ଉଗାଣ୍ଡା ପାଇଁ ଥିଲାବେଳେ ଆଉ ଗୋଟିଏ ସ୍ପନ୍ଦନ ଭାରତ ପାଇଁ ରହିଛି । ବିଶ୍ୱ ସମ୍ମୁଖରେ ଆପଣମାନେ ହିଁ ପ୍ରକୃତରେ ଭାରତର ରାଜଦୂତ, ରାଷ୍ଟ୍ରଦୂତ । କିଛି ସମୟ ପୂର୍ବରୁ ରାଷ୍ଟ୍ରପତିଙ୍କ ସହିତ ମୁଁ ଷ୍ଟେଜ ଉପରକୁ ଆସୁଥିଲି, ସେତେବେଳେ ମୁଁ ଦେଖୁଥିଲି ଯେ ମୋ ଆସିବା ପୂର୍ବରୁ ଏଠାରେ କେଉଁଭଳି ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହା ସତ୍ୟ ଯେ ମନ୍ତ୍ରମୁଗ୍ଧ କରିଦେଉଥିବା ଭାରତୀୟତାକୁ ଆପଣମାନେ ଯେଉଁଭଳି ଭାବେ ଉଜ୍ଜିବୀତ ରଖିଛନ୍ତି, ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ । ମୋର ପୂର୍ବର ଅନୁଭୂତି ଏବଂ ଆଜି ଯେତେବେଳେ ଏଠାକୁ ଆସିଛି ସେତେବେଳେ ଏହା ଆଧାରରେ ମୁଁ କହିପାରିବି ଯେ ଭାରତୀୟ ଭାଷାକୁ, ଖାଦ୍ୟ ପେୟକୁ, କଳା ଏବଂ ସଂସ୍କୃତିକୁ, ଭିନ୍ନତା ମଧ୍ୟରେ ଏକତା, ପାରିବାରିକ ମୂଲ୍ୟବୋଧ ଏବଂ ବସୁଧୈବ କୁଟୁମ୍ବକମର ଭାବନାକୁ ନେଇ ଯେଉଁଭଳି ଭାବେ ଆପଣ ଜୀବନ ଅତିବାହିତ କରୁଛନ୍ତି, ସେହିଭଳି ଉଦାହରଣ ବହୁତ କମ ଦେଖିବାକୁ ମିଳୁଛି ଏବଂ ଏଥିପାଇଁ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ଆପଣମାନଙ୍କ ଉପରେ ଗର୍ବ ଅନୁଭୂତ ହେଉଛି, 125 କୋଟି ଦେଶବାସୀ ଆପଣଙ୍କୁ ନେଇ ଗର୍ବିତ । ମୁଁ ମଧ୍ୟ ଆପଣମାନଙ୍କର ଅଭିନନ୍ଦନ କରୁଛି । ମୁଁ ଆପଣମାନଙ୍କୁ ନମସ୍କାର କରୁଛି ।

ବନ୍ଧୁଗଣ, ଉଗାଣ୍ଡା ସମେତ ଆଫ୍ରିକାର ସମସ୍ତ ଦେଶ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଏହାର ଗୋଟିଏ କାରଣ ହେଉଛି ଆପଣମାନଙ୍କ ଭଳି ଭାରତୀୟ ବଂଶୋଦ୍ଭବମାନଙ୍କର ଏଠାରେ ଭାରୀ ସଂଖ୍ୟାରେ ଉପସ୍ଥିତି ଏବଂ ଦ୍ୱିତୀୟତଃ ଆମେ ସମସ୍ତେ ଗୋଲାମି ବିରୁଦ୍ଧରେ ସଂଗ୍ରାମ କରିଛୁ,ତୃତୀୟତଃ ଆମ ସମସ୍ତଙ୍କ ସମ୍ମୁଖରେ ବିକାଶର ସମସାମୟିକ ଆହ୍ୱାନ ରହିଛି । ପରସ୍ପର ମଧ୍ୟରେ ସୁଃଖ-ଦୁଃଖ ବାଣ୍ଟିବାର ଆମର ଅନେକ ଲମ୍ବା ଇତିହାସ ରହିଛି । ଆମେ ସମସ୍ତେ ପରସ୍ପରଠାରୁ କିଛି ନା କିଛି ଶିକ୍ଷାଲାଭ କରିଛେ । ଯଥାସମ୍ଭବ ପରସ୍ପରକୁ ସାହାରା ଦେଇଛୁ, ସହଯୋଗ ମଧ୍ୟ କରିଛୁ  । ଆଜି ମଧ୍ୟ ଆମେ ସେହି ଭାବନାକୁ ନେଇ ଅଗ୍ରସର ହେଉଛୁ । ଆମେ ଉଗାଣ୍ଡା ସହିତ ମଜବୁତ ପ୍ରତିରକ୍ଷା ସଂପର୍କ ରକ୍ଷା କରିବାକୁ ଚାହୁଁଛୁ । ଉଗାଣ୍ଡାର ସେନାର ଆବଶ୍ୟକତା ଅନୁସାରେ ଭାରତରେ ସେମାନଙ୍କ ପ୍ରଶିକ୍ଷଣ ପାଇଁ ଆମେ ବ୍ୟବସ୍ଥା କରୁଛୁ  । ଉଗାଣ୍ଡାରୁ ହଜାରରୁ ଅଧିକ ଛାତ୍ର ବର୍ତ୍ତମାନ ସମୟରେ ଭାରତରେ ଅଧ୍ୟୟନ କରୁଛନ୍ତି । ବନ୍ଧୁଗଣ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଯେତେବେଳେ ଉଗାଣ୍ଡା ଆସିଥିଲେ, ସେତେବେଳେ ଭାରତ ଏବଂ ବର୍ତ୍ତମାନର ଭାରତରେ ଅନେକ ପରିବର୍ତ୍ତନ ଆସିସାରିଛି  । ଆଜି ଯେଉଁ ପ୍ରକାର ଉଗାଣ୍ଡା ଆଫ୍ରିକା ଦୃତ ଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ରହିଛି, ସେହି ପ୍ରକାର ଭାରତ ଦୁନିଆର ସବୁଠାରୁ ଦୃତ ଗତିରେ ଆଗକୁ ଯାଉଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଭାରତର ଅର୍ଥବ୍ୟବସ୍ଥା ପୂରା ଦୁନିଆର ବିକାଶକୁ ଗତି ପ୍ରଦାନ କରୁଛି । ‘ମେକ ଇନ ଇଣ୍ଡିଆ’ ଆଜି ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଭାରତରେ ପ୍ରସ୍ତୁତ ହେଉଥିବା କାର ଏବଂ ସ୍ମାର୍ଟ ଫୋନ ଭଳି ଅନେକ ଜିନିଷ ଆଜି ସେହି ଦେଶଗୁଡିକୁ ବିକ୍ରୀ କରାଯାଉଛି ଯେଉଁଠାରୁ କେବେ ଆମେ ଦ୍ରବ୍ୟ ଭାରତକୁ ଅମଦାନୀ କରୁଥିଲୁ । ସମ୍ଭବତଃ ଅତିଶୀଘ୍ର ଉଗାଣ୍ଡାରେ ଯେତେବେଳେ ଆପଣମାନେ ସ୍ମାର୍ଟ ଫୋନ କ୍ରୟ କରିବା ପାଇଁ ଯିବେ ସେତେବେଳେ ଆପଣଙ୍କୁ ‘ମେଡ ଇନ ଇଣ୍ଡିଆ’ର ଲେବୁଲ ଦେଖିବାକୁ ମିଳିବ । କିଛି ଦିନ ପୂର୍ବେ ଦୁନିଆର ସବୁଠାରୁ ବଡ ବିନିର୍ମାଣର ମୂଳଦୂଆ ଭାରତରେ ରଖାଯାଇଛି  । ଭାରତ ଦୃତ ଗତିରେ ସଂସାର ପାଇଁ ବିନିର୍ମାଣ ପେଣ୍ଠ/ହବ୍ ଭାବେ ପରିବର୍ତ୍ତିତ ହେଉଛି । ଏଥିସହିତ ଡିଜିଟାଲ ଟେକ୍ନୋଲଜିକୁ ଭାରତରେ ଲୋକମାନଙ୍କ ଶସକ୍ତିକରଣର, ମାଧ୍ୟମ କରାଯାଇଛି । ସରକାରଙ୍କ ସହିତ ଜଡିତ ତମାମ କାର୍ଯ୍ୟ ଗୋଟିଏ ମୋବାଇଲ ଫୋନରେ ଉପଲବ୍ଧ । ଶିଶୁ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପଞ୍ଜିକରଣ ବ୍ୟବସ୍ଥା ଡିଜିଟାଲ କରାଯାଇଛି, ଅନଲାଇନ କରାଯାଇଛି । ଦେଶର ପ୍ରତ୍ୟେକ ବଡ ପଂଚାୟତକୁ ବ୍ରଡବ୍ୟାଣ୍ଡ ଇଂଟରନେଟ ସହିତ ସଂଯୋଗ କରିବା ନେଇ ଦୃତ ଗତିରେ କାର୍ଯ୍ୟ ଚାଲିଛି । ଆଜି ଛୁଞ୍ଚି ଠାରୁ ନେଇ ରେଳ ପଥ, ମେଟ୍ରୋ ଟ୍ରେନର କୋଚ ଏବଂ ଉପଗ୍ରହ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିବା ଷ୍ଟିଲ ଭାରତରେ ହିଁ ପ୍ରସ୍ତୁତ କରାଯାଉଛି  । କେବଳ ବିନିର୍ମାଣ ନୁହେଁ, ବରଂ ଷ୍ଟାର୍ଟ ଅପ ହବ୍ ହେବା ପାଇଁ ମଧ୍ୟ ଭାରତ ଦୃତ ଗତିରେ ଆଗକୁ ଅଗ୍ରସର ହେଉଛି  ।

ସଂସାରରେ, ମୁଁ ଯେଉଁଠିକୁ ଗସ୍ତ କରୁଛି ଆପଣମାନଙ୍କ ଭଳି ଶୁଦ୍ଧିଜନମାନଙ୍କୁ ନିଶ୍ଚିତ ଭାବେ ସ୍ମରଣ କରାଉଛି ଯେ ପୂର୍ବରୁ ଦୁନିଆରେ ଦେଶର କେଉଁଭଳି ଛବି ରହିଥିଲା । ହଜାର ହଜାର ବର୍ଷରଗୌରବମୟ ଇତିହାସକୁ ନେଇ ଦେଶକୁ ସାପୁଆ କେଳାର ଦେଶ ଭାବେ ଦୁନିଆରେ ହିନ୍ଦୁସ୍ତାନକୁ ପ୍ରସ୍ତୁତ କରାଯାଉଥିଲା  । ଭାରତ ଅବା ସାପ-ସାପୁଆ କେଳା, ଯାଦୁ-ମନ୍ତ୍ର….. ଏହାହିଁ ଥିଲା ପରିଚୟ?ଆମ ଯୁବଗୋଷ୍ଠି ଏହି ଛବି, ଏହି ଧାରଣାକୁ ପରିବର୍ତ୍ତନ କରିଛନ୍ତି ଏବଂ ଭାରତକୁ Mouse ଅବା ITSoftwareର ଭୂମି ଭାବେ ପରିଚିତ କରାଇଛନ୍ତି । ଆଜି ଏହାହିଁ ହେଉଛି ଭାରତ ଦେଶ ଏବଂ ଦୁନିଆଁ ପାଇଁ ହଜାର ହଜାର ଷ୍ଟାର୍ଟ ଅପ ର ଆରମ୍ଭ କରୁଛନ୍ତି । ଆପଣମାନଙ୍କୁ ଏହା ଜାଣି ଗର୍ବ ଅନୁଭବ ହେବ ଯେ କେବଳ ଦୁଇ ବର୍ଷ ମଧ୍ୟରେ ହିଁ ଦେଶରେ ପ୍ରାୟ 11 ହଜାର ଷ୍ଟାର୍ଟ ଅପ ପଞ୍ଜିକୃତ କରାଯାଇଛି । ଦେଶ ଏବଂ ସଂସାରର ଆବଶ୍ୟକତା ଅନୁସାରେ ଆମ ଯୁବଗୋଷ୍ଠି ନବସୃଜନ କରୁଛନ୍ତି । ସମସ୍ୟାର ସମାଧାନ ଖୋଜୁଛନ୍ତି, ବନ୍ଧୁଗଣ ଆଜି ଭାରତର 6 ଲକ୍ଷ ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯାଇଛି । ଆଜି ଭାରତରେ ଏଭଳି କୌଣସି ଗ୍ରାମ ନାହିଁ ଯେଉଁଠାରେ ବିଜୁଳି ପହଂଚି ନାହିଁ । ଭାରତରେ ବିଜୁଳି ମିଳିବା କେତେ ସହଜ ହୋଇପାରିଛି ବିଶ୍ଵ ବ୍ୟାଙ୍କର ରେଙ୍କିଂରୁ ଏହାର ଅନୁମାନ ଆପଣମାନେ କରିପାରିବେ । ସହଜ ବିଦ୍ୟୁତ ଉପଲବ୍ଧତା ରେଙ୍କିଂରେ ଭାରତ ବିଗତ ଚାରି ବର୍ଷରେ 82 ସ୍ଥାନରେ ପହଂଚି ପାରିଛି । ଆଜି ଆମେ ବିଶ୍ୱରେ 29ତମ ସ୍ଥାନରେ ପହଂଚିସାରିଛୁ । କେବଳ ବିଜୁଳି ଉପଲବ୍ଧତା ନୁହେଁ । ଏକ ଅଭିଯାନ ଜରିଆରେ ଲୋକମାନଙ୍କୁ ବିଜୁଳି ବିଲର ଖର୍ଚ୍ଚ କମ କରିବାର ପ୍ରୟାସ ମଧ୍ୟ କରାଯାଉଛି  । ବିଗତ ଚାରି ବର୍ଷରେ ଦେଶରେ ଶହେ କୋଟି ଏଲଇଡି ବଲ ର ବିକ୍ରୀ ହୋଇଛି । ଶହେ କୋଟିରୁ ଅଧିକ । ବନ୍ଧୁଗଣ ଏହି ପ୍ରକାରର ଅନେକ ପରିବର୍ତ୍ତନ ଭାରତରେ ହେଉଛି,କାରଣ ସେଠାରେ ବ୍ୟବସ୍ଥା ଏବଂ ସମାଜରେ ବହୁତ ବଡ ପରିବର୍ତ୍ତନ ଆସିଛି । ଭାରତ ଆଜି ନ୍ୟୁ ଇଣ୍ଡିଆର ସଂକଳ୍ପର ସହିତ ଆଗକୁ ଅଗ୍ରସର ହେଉଛି ।

ବନ୍ଧୁଗଣ, ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୁଁ ଏଠାକୁ ଆସିବା ପାଇଁ ବହୁତ ଉତ୍ସାହୀ ଥିଲି । ତିନି ବର୍ଷ ପୂର୍ବେ ରାଷ୍ଟ୍ରପତି ଯେତେବେଳେ ଭାରତ-ଆଫ୍ରିକା ସମ୍ମେଳନରେ ଭାରତ ଆସିଥିଲେ, ସେତେବେଳେ ସେ ବହୁତ ଆଗ୍ରହର ସହିତ ମୋତେ ନିମନ୍ତ୍ରଣ କରିଥିଲେ, କିନ୍ତୁ କୌଣସି ନା କୌଣସି କାରଣରୁ କାର୍ଯ୍ୟକ୍ରମ ହୋଇପାରିନଥିଲା । ମୁଁ ବହୁତ ଖୁସି ଯେ ଆଜି ଆପଣମାନଙ୍କୁ ଦେଖିବା ପାଇଁ ମୋତେ ସୁଯୋଗ ମିଳିଛି । ବିଗତ ଚାରି ବର୍ଷରେ ମୁଁ ଆଫ୍ରିକା ସହିତ ଆମ ଐତିହାସିକ ସଂପର୍କକୁ ବିଶେଷ ମହତ୍ୱ ଦେଇଆସିଛି । ଭାରତର ବିଦେଶ ନୀତିରେ ଆଜି ଆଫ୍ରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । 2015ରେ ଯେତେବେଳେ ଭାରତ-ଆଫ୍ରିକା ଫୋରମ ସମ୍ମିଳନୀର ଆୟୋଜନ କରାଯାଇଥିଲା ସେତେବେଳେ ପ୍ରଥମଥର ଆଫ୍ରିକାର ସମସ୍ତ ଦେଶମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହା ପୂର୍ବରୁ କିଛି ଚୟନିତ ଦେଶଗୁଡିକ ସହିତ ହିଁ କେବଳ ସାକ୍ଷାତ ହୋଇପାରୁଥିଲା, ଖୁସିର କଥା ଥିଲା ଯେ କେବଳ ସମସ୍ତ ଦେଶ କେବଳ ଆମ ନିମନ୍ତ୍ରଣ ସ୍ୱୀକାର କରିନଥିଲେ ବରଂ 41ଟି ଦେଶର ପ୍ରମୁଖ ନେତୃତ୍ୱମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଆସିଥିଲେ । ଆମେ ହାତ ଆଗକୁ ବଢାଇଥିଲୁ, ଆଫ୍ରିକା ମଧ୍ୟ ଆଗକୁ ଆସି ହିନ୍ଦୁସ୍ତାନକୁ ଆଲିଙ୍ଗନ କରିଥିଲା । ଆମ ହାତ ଧରିପକାଇଥିଲା । ବିଗତ ଚାରି ବର୍ଷରେ ଆଫ୍ରିକାର ଗୋଟିଏ ମଧ୍ୟ ଦେଶ ଏଭଳି ନାହିଁ ଯେଉଁଠିକୁ ଭାରତରୁ ଅତି କମରେ ମନ୍ତ୍ରୀ ସ୍ତରୀୟ ଗସ୍ତ ହୋଇନଥିବ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସ୍ତରରେ 20 ରୁ ଅଧିକ ଗସ୍ତ ହୋଇଛି  । ଇଣ୍ଡିଆ-ଆଫ୍ରିକା ଫୋରମ ସମ୍ମିଳନୀ ବ୍ୟତୀତ ଆଫ୍ରିକାରୁ 32ଟି ରାଷ୍ଟ୍ର ମୁଖ୍ୟ ଭାରତ ଆସି ଭାରତର ନେତାମାନଙ୍କ ସହ ସାକ୍ଷାତ କରିସାରିଛନ୍ତି । ଆମେ 18ଟି ଦେଶରେ ନିଜର ଦୂତାବାସ ଖୋଲିବାର ନିଷ୍ପତ୍ତି ନେଇଛୁ । ଏହାଦ୍ୱାରା ଆଫ୍ରିକାରେ ମଧ୍ୟ ଆମର ଦୂତାବାସର ସଂଖ୍ୟା ବୃଦ୍ଧି ପାଇ 47ରେ ପହଂଚିବ । ଆଫ୍ରିକାର ସାମାଜିକ ବିକାଶ ଏବଂ ସଂଘର୍ଷରେ ଆମର ସହଯୋଗ ରହିଛି । ଏଠାକାର ଅର୍ଥବ୍ୟବସ୍ଥାର ବିକାଶରେ ମଧ୍ୟ ଆମେ ସକ୍ରୀୟ ଭାଗିଦାରୀତାକୁ ସୁନିଶ୍ଚିତ କରୁଛୁ  । ଏହି କାରଣରୁ ବିଗତ ବର୍ଷ ଆଫ୍ରିକା ଉନ୍ନୟନ ବ୍ୟାଙ୍କର ବାର୍ଷିକ ବୈଠକ ମଧ୍ୟ ଭାରତରେ ଆୟୋଜିତ କରାଯାଇଥିଲା । ଆଫ୍ରିକା ପାଇଁ ତିନି ବିଲିଅନ ଡଲାରରୁ ଅଧିକ  ଋଣ ସହାୟତାପ୍ରାପ୍ତ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି । ଇଣ୍ଡିଆ-ଆଫ୍ରିକା ଫୋରମ ସମ୍ମିଳନୀ ଅନ୍ତର୍ଗତ ଆମର ଦଶ ବିଲିଅନ ଡଲାର ର ସଙ୍କଳ୍ପ ମଧ୍ୟ ରହିଛି । ଏହାବ୍ୟତୀତ ଛଅ ଶହ ନିୟୁତ ଡଲାରର ଅନୁଦାନ ସହାୟତା ଏବଂ 50 ହଜାର  ଛାତ୍ରଛାତ୍ରୀ ଭାରତରେ ଅଧ୍ୟୟନ ପାଇଁ ମେଧାବୃତ୍ତି ଦେବାକୁ ଆମେ ପ୍ରତିଶୃତିବଦ୍ଧ ।ଆଫ୍ରିକାର 33 ଟି ଦେଶଗୁଡିକ ପାଇଁ ଭାରତରେ ଇ-ଭିସା ର ବ୍ୟବସ୍ଥା କରାଯାଇଛି ଏବଂ ଆଫ୍ରିକା ପ୍ରତି ଦୃଢ ପ୍ରତିବଦ୍ଧତାର ପରିଣାମ ମଧ୍ୟ ଦେଖିବାକୁ ମିଳୁଛି  ।

ବିଗତ ବର୍ଷ ଆଫ୍ରିକାର ଦେଶଗୁଡିକ ସହିତ ଭାରତର ବାଣିଜ୍ୟରେ 32 ପ୍ରତିଶତ ବୃଦ୍ଧି ହୋଇଛି  ।ଆନ୍ତର୍ଜାତିକ ସୌର ମେଣ୍ଟର ସଦସ୍ୟ ହେବାକୁ ମୁଁ ଆଫ୍ରିକାର ସମଗ୍ର ଦେଶଗୁଡିକୁ ଅନୁରୋଧ କରିଥିଲି ଏବଂ ମୋର ଅନୁରୋଧ ପରେ ଆଜି ସଦସ୍ୟ ଦେଶମାନଙ୍କ ମଧ୍ୟରୁ ଅଧା ଦେଶ ହେଉଛନ୍ତି ଆଫ୍ରିକାର । ଅନ୍ତର୍ରାଷ୍ଟ୍ରୀୟ ମଂଚରେ ମଧ୍ୟ ଆଫ୍ରିକାର ଦେଶଗୁଡିକ ଏକ ସ୍ୱରରେ ଭାରତର ସମର୍ଥନ କରିଛନ୍ତି । ମୁଁ ଭାବୁଛି ଯେ ନୂତନ ବୈଶ୍ଵିକ ଶୃଙ୍ଖଳାରେ ଏସିଆ ଏବଂ ଆଫ୍ରିକା ଦେଶଗୁଡିକର ଉପସ୍ଥିତି ପ୍ରତିଦିନ ଆହୁରି ଅଧିକ ମଜବୁତ ହୋଇଚାଲିଛି  । ଏହି ଦିଗରେ ମୁଁ ଆମ ଭଳି ଦେଶଗୁଡିକର ପାରମ୍ପରିକ ସହଯୋଗ କୋଟି କୋଟି ଲୋକମାନଙ୍କ ଜୀବନରେ ସକାରାତ୍ମକ, ସକାରାତ୍ମକ ପରିବର୍ତ୍ତନ ନିଶ୍ଚିତ ରୂପେ ଆଣିଦେବ । ଯେଉଁ ଉତ୍ସାହ ଏବଂ ଉଦ୍ଦୀପନା ସହିତ ଆପଣମାନେ ସମୟ ବାହାର କରି ଆଜି ଏଠାକୁ ଆସିଛନ୍ତି । ମୋତେ ଆପଣମାନେ ସ୍ନେହ ଦେଇଛନ୍ତି, ଆଶୀର୍ବାଦ ଦେଇଛନ୍ତି, ସମ୍ମାନ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି । ରାଷ୍ଟ୍ରପତିଙ୍କ ଏବଂ ଉଗାଣ୍ଡାର ସରକାର ଏବଂ ଜନମାନସର ମଧ୍ୟ ମୁଁ ହୃଦୟର ସହିତ ଅଭିନନ୍ଦନ କରୁଛି । ଏବଂ ଆପଣମାନେ ଜାଣିଛନ୍ତି 2019 ଯାହା ଆପଣମାନଙ୍କ ମନରେ ରହିଛି ତାହା ମୋ ମନରେ ନାହିଁ । ଆପଣମାନେ କଣ ଭାବୁଛନ୍ତି 2019 କଥା ? କ’ଣ ଭାବୁଛନ୍ତି । 2019ରେ ଜାନୁଆରୀ ମାସରେ ମୁଁ ପ୍ରବାସୀ ଭାରତୀୟ ଦିବସ 22-23 ଜାନୁଆରୀରେ ହେବାକୁ ଯାଉଛି ଏବଂ ଏଥର ପ୍ରବାସୀ ଭାରତୀୟ ଦିବସର ସ୍ଥାନ ହେଉଛି କାଶୀ, ବନାରସ । ଏବଂ ଯେଉଁଠାର ଜନତା ମୋତେ ପ୍ରଧାନମନ୍ତ୍ରୀ କରିଛନ୍ତି,ସାଂସଦ କରିଛନ୍ତି ଏବଂ ଦେଶ ମୋତେ ପ୍ରଧାନମନ୍ତ୍ରୀ କରିଛି, ସେହି କାଶୀ ପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରିତ କରିବାକୁ ଆସିଛି । ଏବଂ ଏହା ମଧ୍ୟ ଖୁସିର କଥା ଯେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗୁଜରାଟରେ Vibrant Gujarat Global Investors Summit କରାଯାଏ, ତାହା ମଧ୍ୟ 18, 19,20 ପାଖାପାଖି, 22,23 କାଶୀରେ ଏବଂ ଏହାପରେ 14 ଜାନୁଆରୀରୁ କୁମ୍ଭ ମେଳା ଆରମ୍ଭ ହେଉଛି ।ତାହେଲେ 22, 23 ପ୍ରବାସୀ ଭାରତୀୟ ଦିବସ ସହିତ ବନାରସରୁ କୁମ୍ଭ ମେଳାକୁ ଆସନ୍ତୁ  । ପ୍ରୟାଗରାଜରେ ବୁଡ ପକାନ୍ତୁ ଏବଂ ପୁଣି 26 ଜାନୁଆରୀରେ ଆପଣମାନେ ଦିଲ୍ଲୀ ଆସନ୍ତୁ, ଗୋଟିଏ ସପ୍ତାହର ପୁରା ପ୍ୟାକେଜ ଆପଣମାନଙ୍କ ପାଇଁ ହିନ୍ଦୁସ୍ତାନରେ ଗୋଟିଏ ପରେ ଗୋଟିଏ ଅନେକ ସୁଯୋଗ ରହିଛି । ଆପଣମାନେ ଯେଉଁ ଶ୍ରଦ୍ଧା, ସ୍ନେହଁ ଦେଇଛନ୍ତି, ଆପଣମାନଙ୍କ ପ୍ରଗତି ପାଇଁ ଭାରତର ଶୁଭକାମନା ଜଣାଉଛି । ଏବଂ ଆପଣମାନଙ୍କ ଏଠାରେ ଜୀବନ ଭାରତର ଗୌରବ ବୃଦ୍ଧି କରିବାରେ ସହଯୋଗ କରୁଛି, ଏଥିପାଇଁ ଆମେ ଗୌରବ ଅନୁଭବ କରୁଛୁ । ମୁଁ ପୁନର୍ବାର ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରୁଛି । ବହୁତ ବହୁତ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s interaction with BJP booth Karyakartas from Assam ahead of Assembly Elections
March 30, 2026
‘Seva, Sangathan, and Samarpan’, PM Modi says Assam’s BJP karyakartas embody the true spirit of the organisation
When every booth becomes strong, victory becomes certain, and Assam’s future becomes brighter: PM Modi lauding the efforts of BJP karyakartas
The importance of protecting Assam’s identity and tackling issues like illegal infiltration is not just a political issue but one of security, culture and justice: PM Modi
Over a dozen key peace agreements have brought lasting stability, especially in regions like Bodoland: PM Modi

PM Modi interacted with BJP booth karyakartas across Assam as a part of the ‘Mera Booth, Sabse Mazboot’ programme via NaMo App. He energised booth-level members and reaffirmed that every booth remains the foundation of the party’s strength and electoral success. He hailed the true spirit of Assam, calling it a powerful force driving BJP’s growth in the Northeast.

Opening the interaction, PM Modi described himself as a karyakarta first, expressing pride in working alongside the grassroots cadre. He lauded booth karyakartas for their tireless dedication, emphasising that their connect with every household is the BJP’s greatest strength. “Booth jeetoge toh chunav jeetoge,” he reiterated.

Highlighting Assam’s transformation over the past decade, PM Modi underlined the shift from instability and violence to peace, progress, and prosperity under the double engine government. He noted that over a dozen key peace agreements have brought lasting stability, especially in regions like Bodoland.

He stressed the importance of educating first-time voters about Assam’s past challenges, urging karyakartas to actively communicate the contrast between earlier regimes marked by unrest and the current era of stability. He encouraged innovative booth-level engagements to emotionally connect with voters while showcasing developmental achievements.

PM Modi also called for focused outreach to beneficiaries of key welfare schemes such as PM Awas Yojana, PM-Kisan, Ujjwala, and others, urging workers to compile beneficiary lists and strengthen direct engagement. He emphasised turning polling day into a Jan Utsav, with collective participation ensuring maximum voter turnout.
Encouraging youth and women’s participation, PM Modi praised Assam’s Nari Shakti and highlighted initiatives empowering women economically and socially. He urged workers to leverage platforms like the NaMo App and social media to share real-life stories.

Addressing key regional concerns, PM Modi underscored the importance of protecting Assam’s identity and tackling issues like illegal infiltration, calling it not just a political issue but one of security, culture, and justice. He urged karyakartas to raise awareness at the grassroots and support efforts ensuring the rights and dignity of indigenous communities.

He also highlighted the empowerment of tea garden workers through land rights and welfare schemes, calling it a historic step towards dignity and long-term security for lakhs of families.

Reaffirming the guiding principles of ‘Seva, Sangathan, and Samarpan’, PM Modi said that Assam’s BJP karyakartas embody the true spirit of the organisation.

He concluded with a powerful call to action:“When every booth becomes strong, victory becomes certain, and Assam’s future becomes brighter.”