Several projects in Delhi which were incomplete for many years were taken up by our government and finished before the scheduled time: PM
All MPs have taken care of both the products and the process in the productivity of Parliament and have attained a new height in this direction: PM
Parliament proceedings continued even during the pandemic: PM Modi

ନମସ୍କାର,

ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀ, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଏହି ସମିତିର ଅଧ୍ୟକ୍ଷ ଶ୍ରୀ ସି.ଆର. ପାଟିଲ ଜୀ, ସାଂସଦ, ଭାଇ ଓ ଭଉଣୀମାନେ!! ଦିଲ୍ଲୀରେ ଜନ ପ୍ରତିନିଧିମାନଙ୍କ ପାଇଁ ଏହି ନୂଆ ଆବାସିକ ସୁବିଧାର ଉଦଘାଟନ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି ଆଉ ଏକ ସୁଖଦ ସଂଯୋଗ ମଧ୍ୟ। ଆଜି ଆମର ସଂକଳ୍ପବଦ୍ଧ ଏବଂ ସ୍ୱଳ୍ପଭାଷୀ ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କ ଜନ୍ମଦିନ ମଧ୍ୟ। ଓମ ଜୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣ ସୁସ୍ଥ ଏବଂ ଦୀର୍ଘଜୀବୀ ହୁଅନ୍ତୁ ଏବଂ ଦେଶ ସେବା ଜାରି ରଖନ୍ତୁ ।

ବନ୍ଧୁଗଣ,

ଗତ ବର୍ଷ ଉତ୍ତର ଆଭେନ୍ୟୁରେ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ପ୍ରସ୍ତୁତ ହୋଇସାରିଥିଲା। ଏବେ ବି.ଡି. ରୋଡ ଠାରେ ଥିବା ଏହି ତିନୋଟି ବହୁତଳ ଅଟ୍ଟାଳିକା ଆବଣ୍ଟନ ପାଇଁ ପ୍ରସ୍ତୁତ । ମୁଁ ଆଶା କରୁଛି ଯେ ଏହି ତିନୋଟି ବହୁତଳ ଅଟ୍ଟାଳିକା–ଗଙ୍ଗା, ଯମୁନା ଓ ସରସ୍ୱତୀ–ଜନପ୍ରତିନିଧିମାନଙ୍କୁ ସୁସ୍ଥ, ସମ୍ପୃକ୍ତ ଏବଂ ସନ୍ତୁଷ୍ଟ ରଖିବ । ଏସବୁ ଫ୍ଲାଟରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି ଯାହାକି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହୋଇପାରିବ। ଏହା ସଂସଦ ଭବନ ନିକଟରେ ରହିଥିବାରୁ ସାଂସଦମାନଙ୍କ ପାଇଁ ସୁବିଧାଜନକ ହେବ।

ବନ୍ଧୁଗଣ,

ଦିଲ୍ଲୀରେ ସାଂସଦମାନଙ୍କୁ ବାସସ୍ଥାନ ଯୋଗାଇ ଦେବା ଦୀର୍ଘଦିନ ଧରି ଏକ ସମସ୍ୟା ହୋଇ ରହିଆସିଥିଲା। ଯେପରିକି କିଛି ସମୟ ପୂର୍ବରୁ ବିର୍ଲାଜୀ କହୁଥିଲେ ସାଂସଦମାନଙ୍କୁ ଦୀର୍ଘ ଦିନ ଧରି ହୋଟେଲରେ ରହିବାକୁ ପଡ଼ିଥିଲା। ଏହା ମଧ୍ୟ ଆର୍ଥିକ ଚାପ ବଢ଼ାଉଥିଲା। ସେମାନଙ୍କ ପାଇଁ ମଧ୍ୟ ଏହା ସହଜ ନଥିଲା, କିନ୍ତୁ ବାଧ୍ୟ ହୋଇ ସେମାନେ ଏଠାରେ ରହୁଥିଲେ। ମାତ୍ର 2014 ପରଠାରୁ ଏହି ସମସ୍ୟାକୁ ଦୂର କରିବା ଲାଗି ଗମ୍ଭୀରତା ପୂର୍ବକ ପ୍ରୟାସ କରାଗଲା । ଦଶନ୍ଧି ଧରି ଚାଲି ଆସିଥିବା ସମସ୍ୟା ଟାଳିବା ଦ୍ୱାରା ନୁହେଁ, ବରଂ ସେଗୁଡ଼ିକର ସମାଧାନ କରିବା ମାଧ୍ୟମରେ ସମାପ୍ତ ହୋଇଥାଏ। କେବଳ ସାଂସଦଙ୍କ ବାସସ୍ଥାନ ନୁହେଁ, ବରଂ ଏଠାରେ ଦିଲ୍ଲୀରେ ଏପରି ଅନେକଗୁଡ଼ିଏ ପ୍ରକଳ୍ପ ରହିଛି, ଯାହା ଅନେକ ବର୍ଷ ଧରି ଅଧୁରା ପଡ଼ି ରହିଥିଲା, ଅଟକି ରହିଥିଲା। ଏହି ସରକାରଙ୍କ ଅମଳରେ ଅନେକଗୁଡ଼ିଏ ଅଟ୍ଟାଳିକାର ନିର୍ମାଣ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟରେ ଏବଂ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରାଗଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ, ଆମ୍ବେଦକର ନ୍ୟାସନାଲ ମେମୋରିଆଲ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ଏହାର ନିର୍ମାଣ ପାଇଁ ବର୍ଷ ବର୍ଷ ଲାଗିଲା। ଏହି ସରକାର ଆସିବା ପରେ ଯାଇ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିଲା। ଦୀର୍ଘ 23 ବର୍ଷର ପ୍ରତୀକ୍ଷା ପରେ ଏହି ସରକାରଙ୍କ ଅମଳରେ ହିଁ ଡ. ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟର ନିର୍ମାଣ କରାଯାଇଥିଲା। ଏ ସରକାରଙ୍କ ଅମଳରେ ହିଁ ଜାତୀୟ ସୂଚନା କମିଶନର ନୂଆ କୋଠା ନିର୍ମାଣ କରାଯାଇଥିଲା। ବହୁଦିନ ଧରି ଦେଶରେ ଯୁଦ୍ଧ ସ୍ମାରକୀକୁ ନେଇ ଚର୍ଚ୍ଚା ହେଉଥିଲା। ଆମ ଦେଶର ସାହସୀ ଯବାନମାନେ ଏ ନେଇ ଆଶାବାଦୀ ଥିଲେ ଏବଂ ଏଥିପାଇଁ ଦାବି ମଧ୍ୟ କରି ଆସୁଥିଲେ । ଦେଶର ବୀର ଶହୀଦଙ୍କ ଉଦ୍ଦେଶ୍ୟରେ ଇଣ୍ଡିଆ ଗେଟ ନିକଟରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରିବାର ସୌଭାଗ୍ୟ  ଆମ ସରକାର ପାଇଥିଲା। ଆଇନ ଶୃଙ୍ଖଳା ରକ୍ଷା ଲାଗି ଆମ ଦେଶର ହଜାର ହଜାର ପୋଲିସ କର୍ମୀ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି। ହଜାର ହଜାର ପୋଲିସ କର୍ମୀ ସହିଦ ହୋଇଛନ୍ତି । ସେମାନଙ୍କ ସ୍ମୃତିରେ ଜାତୀୟ ପୋଲିସ ସ୍ମାରକୀ ମଧ୍ୟ ଏ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଆଜି ସାଂସଦମାନଙ୍କ ପାଇଁ ନୂଆ ଆବାସଗୁଡ଼ିକର ଉଦଘାଟନ ଏହି କ୍ରମରେ ଏକ ଜରୁରି ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମର ଲୋକସଭା ବାଚସ୍ପତି ସାଧାରଣତଃ କ୍ୱାଲିଟି ଓ ସଞ୍ଚୟରେ ବିଶ୍ୱାସ କରିଥାନ୍ତି । ସଦନ ମଧ୍ୟରେ ସେ ସମୟ ସଞ୍ଚୟ ଏବଂ ଉନ୍ନତ ବିତର୍କ ସୁନିଶ୍ଚିତ କରିଥାନ୍ତି । ଏହାର ନିର୍ମାଣ ସମୟରେ ମଧ୍ୟ ଏସବୁ କଥା ପ୍ରତି ଭଲ ଭାବେ ସଫଳତାପୂର୍ବକ ପ୍ରୟୋଗ କରାଯାଇଛି । ଆପଣମାନଙ୍କର ମନେ ଥିବ ଏବେ ଆମେ ମୌସୁମୀ ଅଧିବେଶନରେ ମଧ୍ୟ ବାଚସ୍ପତିଙ୍କ ଏହି କାର୍ଯ୍ୟଶୈଳୀର ଝଲକ ଦେଖିଥିଲୁ। କରୋନା ସମୟରେ ଅନେକ ପ୍ରକାରର ସତର୍କତା ମଧ୍ୟରେ, ନୂଆ ବ୍ୟବସ୍ଥା ସହିତ ସଂସଦ ଅଧିବେଶନ ଚାଲିଥିଲା । ସରକାର ଓ ବିପକ୍ଷର ସମସ୍ତ ସାଥୀମାନଙ୍କର ପ୍ରତ୍ୟେକ ମୁହୂର୍ତ୍ତର ସଦୁପଯୋଗ କରାଗଲା। ଉଭୟ ସଦନ ପର୍ଯ୍ୟାୟ କ୍ରମେ କାମ କରିଥିଲା ଏବଂ ଶନିବାର ଓ ରବିବାରରେ ମଧ୍ୟ ଅଧିବେଶନ ଚାଲିବାରେ ସହଯୋଗ ମିଳିଥିଲା। ସବୁ ଦଳ ସହଯୋଗ କରିଥିଲେ।

ସାଥୀଗଣ,

ଆମ ସଂସଦର ଏ ଯେଉଁ ଶକ୍ତି ବୃଦ୍ଧି ପାଇଛି, ଏହା ପଛରେ ଆଉ ଏକ ବଡ଼ କାରଣ ରହିଛି । ଏହାର ଆରମ୍ଭ 2014ରେ ଏକପ୍ରକାର ଆରମ୍ଭ ହୋଇଥିଲା। ସେତେବେଳେ ଦେଶ ନୂଆ ଦିଗ ଆଡ଼କୁ ବଢ଼ିବାକୁ ଚାହୁଁଥିଲା, ପରିବର୍ତ୍ତନ ଚାହୁଁଥିଲା । ଦେଶର ସଂସଦରେ 300ରୁ ଅଧିକ ସାଂସଦ ପ୍ରଥମ ଥର ଲାଗି ନିର୍ବାଚିତ ହୋଇ ଆସିଥିଲେ, ମୁଁ ମଧ୍ୟ ପ୍ରଥମ ଥର ନିର୍ବାଚିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଥିଲି। ଚଳିତ ସପ୍ତଦଶ ଲୋକସଭାରେ ମଧ୍ୟ ଏପରି 260 ଜଣ ସାଂସଦ ଅଛନ୍ତି, ଯେଉଁମାନେ ପ୍ରଥମ ଥର ଲାଗି ନିର୍ବାଚିତ ହୋଇ ଆସିଛନ୍ତି । ସେହିପରି 400ରୁ ଅଧିକ ଏପରି ସାଂସଦ ଅଛନ୍ତି ଯେଉଁମାନେ ପ୍ରଥମ ଥର କିମ୍ବା ଦ୍ୱିତୀୟ ଥର ସଂସଦକୁ ନିର୍ବାଚିତ ହୋଇ ଆସିଛନ୍ତି । କେବଳ ସେତିକି ନୁହେଁ ସପ୍ତଦଶ ଲୋକସଭା ସବୁଠୁ ଅଧିକ ସଂଖ୍ୟକ ମହିଳା ସାଂସଦଙ୍କୁ ନିର୍ବାଚିତ କରିବାର ରେକର୍ଡ ବହନ କରିଛି । ଦେଶର ଏହି ଯୁବ ଚିନ୍ତାଧାରା, ଏହି ନୂଆ ମନୋବୃତ୍ତି ସଂସଦର ଢାଞ୍ଚାରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ଏହି କାରଣରୁ ଆଜି ଦେଶର କାର୍ଯ୍ୟ ପ୍ରଣାଳୀରେ, ପ୍ରଶାସନରେ ଏକ ନୂଆ ଚିନ୍ତାଧାରା ଏବଂ ଏକ ନୂଆ କାର୍ଯ୍ୟପଦ୍ଧତି ଦେବାକୁ ମିଳୁଛି । ଏହି କାରଣରୁ ଦେଶର ସଂସଦ ଆଜି ଏକ ନୂଆ ଭାରତ ନିର୍ମାଣ ଦିଗରେ ଆଗକୁ ପାଦ ବଢ଼ାଉଛି । ଖୁବ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି । ବିଗତ ଷୋଢ଼ଶ ଲୋକସଭାରେ ପୂର୍ବ ତୁଳନାରେ 15 ପ୍ରତିଶତ ଅଧିକ ବିଲ ପାରିତ ହୋଇଛି । ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ନିର୍ଦ୍ଧାରିତ ସମୟ ମଧ୍ୟରେ 135 ପ୍ରତିଶତ କାମ ହୋଇଛି । ରାଜ୍ୟସଭା ମଧ୍ୟ ଶତପ୍ରତିଶତ କାମ କରିଛି । ଏହି ପ୍ରଦର୍ଶନ ବିଗତ ଦୁଇ ଦଶନ୍ଧି ମଧ୍ୟରୁ ସବୁଠୁ ଅଧିକ । ବିଗତ ଶୀତ ଅଧିବେଶନରେ ମଧ୍ୟ ଲୋକସଭାର କାର୍ଯ୍ୟଦକ୍ଷତା 110 ପ୍ରତିଶତରୁ ଅଧିକ ଥିଲା ।

 

ବନ୍ଧୁଗଣ,

ସଂସଦର ଏହି କାର୍ଯ୍ୟଦକ୍ଷତାରେ ଆପଣମାନେ ସମସ୍ତେ ସାଂସଦଗଣ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟପଦ୍ଧତି ଉଭୟକୁ ଧ୍ୟାନରେ ରଖିଛନ୍ତି । ଆମର ଲୋକସଭା ଏବଂ ରାଜ୍ୟ ସଭା ଉଭୟର ସାଂସଦମାନେ ଏ ଦିଗରେ ଏକ ନୂତନ ଉଚ୍ଚତା ହାସଲ କରିଛନ୍ତି । ନିଶ୍ଚିତ ଭାବେ ଏଥିରେ ସେ ସାଂସଦମାନଙ୍କର ମଧ୍ୟ ଯୋଗଦାନ ରହିଛି ଯେଉଁମାନେ ଏବେ ସଂସଦର ଅଂଶବିଶେଷ ହୋଇନାହାନ୍ତି । ଆପଣମାନେ ଦେଖନ୍ତୁ, ଆମେ କେତେ କ’ଣ ହାସଲ କରିଛୁ । ସାଥୀ ହୋଇ ମିଶି କେତେ କ’ଣ ନୂଆ କରିଛୁ । କେବଳ ବିଗତ ଏକ ଦେଢ଼ ବର୍ଷର କଥା କହିଲେ, ଦେଶର କୃଷକମାନଙ୍କୁ ଦଲାଲଙ୍କ କବଳରୁ ମୁକ୍ତ କରିବାର କାମ କରିଛୁ । ଦେଶ ଐତିହାସିକ ଶ୍ରମ ସଂସ୍କାର ଆଣିଛି, ଶ୍ରମଜୀବୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିଛୁ । ଦେଶ ଜମ୍ମୁ ଓ କଶ୍ମୀର ଲୋକମାନଙ୍କୁ ମଧ୍ୟ ବିକାଶର ମୁଖ୍ୟଧାରା ଏବଂ ଅନେକ ଆଇନ ସହ ଯୋଡ଼ିବାର କାମ କାମ କରିଛି । ପ୍ରଥମ ଥର ଜମ୍ମୁ କଶ୍ମୀରରେ ଏବେ ଦୁର୍ନୀତି ବିରୋଧରେ ପଦକ୍ଷେପ ଗ୍ରହଣ କରିବା ଲାଗି ଆଇନ ପ୍ରଣୟନ କରାଯାଇଛି ।

ଦେଶ ମହିଳାମାନଙ୍କୁ ତିନି ତଲାକ ଭଳି ସାମାଜିକ କୁପ୍ରଥାରୁ ମଧ୍ୟ ମୁକ୍ତି ଦେଇଛି । ଏଥିପୂର୍ବରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କଲେ, ନିରୀହ ଶିଶୁଙ୍କ ବଳାକ୍ରାର କରୁଥିବା ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ମଧ୍ୟ ଏହି ସମୟରେ କରାଯାଇଥିଲା । ଆଧୁନିକ ଅର୍ଥବ୍ୟବସ୍ଥା ଲାଗି ଜିଏସଟି, ଦେବାଳିଆ ଓ ଦେବାଳିଆପଣ ସଂହିତା ଭଳି ଅନେକଗୁଡ଼ିଏ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଭାବେ ଭାରତର ଯେଉଁ ସମ୍ବେଦନଶୀଳ ପରିଚୟ ରହିଛି, ସେହି ପ୍ରତିବଦ୍ଧତାକୁ ପୂରଣ କରି ଆମେ ସମସ୍ତେ ମିଶି ନାଗରିକତା ସଂଶୋଧନ ଆଇନକୁ ପାସ କରିଛୁ । ଆମର ଏହି କାମ, ଏହି ସଫଳତା ଯଦି ଆମର ଉତ୍ପାଦ ତା’ହେଲେ ଏହାକୁ ନିର୍ମାଣ କରିବାର ପ୍ରକ୍ରିୟା ମଧ୍ୟ ଚମତ୍କାର ରହିଛି । ସମ୍ଭବତଃ ଅନେକ ଲୋକ ଧ୍ୟାନ ଦେଇନଥିବେ, କିନ୍ତୁ ଶୋଢ଼ଷ ଲୋକସଭାରେ ଏପରି 60 ପ୍ରତିଶତ ବିଲ ରହିଛି ଯାହାକୁ ପାସ କରିବା ଲାଗି ହାରାହାରୀ 2ରୁ 3 ଘଣ୍ଟା ଧରି ବିତର୍କ ହୋଇଛି । ଆମେ ବିଗତ ଲୋକସଭାରେ ଅଧିକ ବିଲ ପାସ କରିଛୁ, ତଥାପି ଆମେ ଅଧିକ ବିତର୍କ କରିଛୁ ।

ଏହା ଦର୍ଶାଉଛି ଯେ ଆମେ ଉତ୍ପାଦ ଉପରେ ମଧ୍ୟ ଫୋକସ କରିଛୁ ଏବଂ ପ୍ରକ୍ରିୟାକୁ ମଧ୍ୟ ଆହୁରି ମାର୍ଜିତ କରିଛୁ । ଆପଣମାନେ ସମସ୍ତେ ସାଂସଦମାନେ ଏହା କରିଛନ୍ତି । ଏହା ଆପଣମାନଙ୍କ କାରଣରୁ ସମ୍ଭବ ହୋଇପାରିଛି । ମୁଁ ଏଥିପାଇଁ ଆପଣମାନଙ୍କୁ ସମସ୍ତ ସାଂସଦମାନଙ୍କୁ ସାର୍ବଜନୀନ ଭାବେ ଧନ୍ୟବାଦ ଦେଉଛି, ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ସାଧାରଣତଃ ଏହା କୁହାଯାଇଥାଏ ଯେ ଯୁବକମାନଙ୍କ ଲାଗି 16-17-18 ବର୍ଷର ବୟସ, ସେମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । 16-17-18   ବର୍ଷର ଆୟୁ କୌଣସି ଯୁବ ଲୋକତନ୍ତ୍ର ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆପଣମାନେ ଦେଖନ୍ତୁ, ନିକଟରେ 2019ରେ ନିର୍ବାଚନ ସହିତ ଆମେ ଷୋଢ଼ଶ ଲୋକସଭାର କାର୍ଯ୍ୟକାଳ ପୂରଣ କରିଛୁ । ଏ ସମୟ ଦେଶର ପ୍ରଗତି, ଦେଶର ବିକାଶ ଲାଗି ଅତ୍ୟନ୍ତ ଐତିହାସିକ ରହିଛି । 2019 ପରେ ସପ୍ତଦଶ ଲୋକସଭାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ମଧ୍ୟ ଦେଶ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛି, ଯେଉଁ ପଦକ୍ଷେପ ନେଇଛି, ସେଥିରୁ ଏହି ଲୋକସଭା ଏବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ । ଏହାପରେ ଅଷ୍ଟାଦଶ ଲୋକସଭା ଆସିବ । ମୋର ବିଶ୍ୱାସ, ଆସନ୍ତା ଲୋକସଭା ମଧ୍ୟ ଦେଶକୁ ନୂଆ ଦଶକରେ ଆଗକୁ ନେଇ ଯିବା ଲାଗି ଅତ୍ୟନ୍ତ ଗୁରୁତ୍ୱ ଭୂମିକା ନିର୍ବାହ କରିବ । ସେଥିପାଇଁ ମୁଁ ଏହି 16-17-18 ବର୍ଷର ମହତ୍ୱ ଆପଣଙ୍କ ସାମ୍ନାରେ ବିଶେଷ ଭାବେ ଉପସ୍ଥାପନ କଲି । ଦେଶ ସାମ୍ନାରେ ଅନେକ କିଛି ଲକ୍ଷ୍ୟ ରହିଛି, ଆମ ସମସ୍ତଙ୍କୁ ଏହି ସମୟ ମଧ୍ୟରେ ସେଗୁଡ଼ିକୁ ହାସଲ କରିବାକୁ ପଡ଼ିବ । ଆତ୍ମନିର୍ଭର ଭାରତ ଅଭିଯାନ ହେଉ, ଅର୍ଥବ୍ୟବସ୍ଥା ସହ ଜଡ଼ିତ ଲକ୍ଷ୍ୟ ହେଉ, କିମ୍ବା ପୁଣି ଆହୁରି କେତେକ ସଂକଳ୍ପ, ଏସବୁ ଆମକୁ ଏହି ସମୟରେ ହିଁ ସିଦ୍ଧ କରିବାକୁ ହେବ ଏବଂ ସେଥିପାଇଁ ଷୋଢ଼ଶ, ସପ୍ତଦଶ, ଅଷ୍ଟାଦଶ ଲୋକସଭାର ଏହି କାଳଖଣ୍ଡ ଆମର ଯୁବ ଦେଶ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମ ସମସ୍ତଙ୍କୁ ଏହାର ଅଂଶବିଶେଷ ହେବାର ସୌଭାଗ୍ୟ ମିଳିଛି । ସେଥିପାଇଁ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ହେଉଛି ଯେତେବେଳେ ଇତିହାସରେ ଲୋକସଭାର ଭିନ୍ନ ଭିନ୍ନ କାର୍ଯ୍ୟକାଳ ବିଷୟରେ ଅଧ୍ୟୟନ କରାଯିବ, ଏହି କାର୍ଯ୍ୟକାଳଗୁଡ଼ିକୁ ଦେଶର ପ୍ରଗତିରେ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ପରିଗଣିତ ହେବ ।

ବନ୍ଧୁଗଣ,

ଆମର ପ୍ରାଚୀନ ଶାସ୍ତ୍ରରେ କୁହାଯାଇଛି– “କ୍ରିୟାସିଦ୍ଧିଃ ସତ୍ୱେ ଭବତି ମହତାମ ନୋପକରଣେ”

ଅର୍ଥାତ, କର୍ମର ସିଦ୍ଧି ଆମର ସତ୍ୟ ସଂକଳ୍ପ ଉପରେ, ଆମର ସ୍ୱଭାବ ଉପରେ ହିଁ ନିର୍ଭର କରିଥାଏ ।

ଆଜି ଆମ ପାଖରେ ସାଧନ ଅଛି, ଏବଂ ଦୃଢ଼ ସଂକଳ୍ପ ମଧ୍ୟ ରହିଛି । ଆମେ ନିଜ ସଂକଳ୍ପ ଲାଗି ଯେତେ ଅଧିକ ପରିଶ୍ରମ କରିବା, ସିଦ୍ଧି ସେତେ ଅଧିକ ଓ ବଡ଼ ହେବ । ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଶି 130 କୋଟି ଦେଶବାସୀଙ୍କ ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବୁ । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବୁ । ଏହି ଶୁଭକାମନା ସହିତ ଆପଣମାନଙ୍କୁ ସମସ୍ତେ ଅନେକ ଅନେକ ଶୁଭ କାମନା ।

ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।