PM Modi lays foundation stone and inaugurates multiple development projects in Jammu
Government is working to ensure development of regions which remained isolated for long time: PM Modi
Our approach is “Isolation to Integration”: PM Modi
Government’s focus is on Highway, Railways, Waterways, i-Ways and Roadways: PM Modi

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆମ ଚମନଲାଲଙ୍କ ଭଳି ବେଶ ପୁରୁଣା ପରିଚିତ ଚେହେରା ମୁଁ ଦେଖିପାରୁଛି । ଜାମ୍ମୁ କାଶ୍ମୀର ପାଇଁ ଆଜିର ଏହି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଏହା ମୋର ଆଜି ଚତୁର୍ଥ କାର୍ଯ୍ୟକ୍ରମ । ଆଜି ସକାଳେ ହିଁ ଲେହ-ଲଦାଖର ଉଚ୍ଚ ପାହାଡ଼ରୁ କାଶ୍ମୀର ଘାଟି ଦେଇ ଏବେ ଜାମ୍ମୁ ତରାଇ ପର୍ଯ୍ୟନ୍ତ, ବିକାଶର ପ୍ରବାହିତ ଧାରାକୁ ମୁଁ ଦେଖିପାରୁଛି ଏବଂ ଏହି କାର୍ଯ୍ୟକ୍ରମ ପାଇଁ ବିଳମ୍ବରେ ମଧ୍ୟ ପହଞ୍ଚିଲି । ଠିକ ସମୟରେ ପହଁଚିପାରିନଥିବାରୁ ଆପଣମାନଙ୍କଠାରୁ କ୍ଷମା ଚାହୁଁଛି  ।

ଲେହକୁ ଅବଶିଷ୍ଟ ଭାରତ ସହ ସଂଯୋଗ କରୁଥିବା ଜୋଜିଲା ସୁଡ଼ଙ୍ଗ ହେଉ, ବାନ୍ଦୀପୋରାର କୃଷ୍ଣଗଙ୍ଗା ପ୍ରକଳ୍ପ ହେଉ କିମ୍ବା ପୁଣି କିସ୍ତୱାଡ଼ରେ ଚେନାବ ନଦୀ ଉପରେ ନିର୍ମିତ ଜଳବିଦ୍ୟୁତ ପ୍ରକଳ୍ପ, ଜାମ୍ମୁ-କାଶ୍ମୀରର ଜଳ ଧାରା ଆଗାମୀ ସମୟରେ ଏଠାକାର ବିକାଶଧାରାକୁ ତ୍ୱରାନ୍ୱିତ କରିବ ।

ଗୋଟିଏ ହାଇଡ୍ରୋପାୱାର ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିବା ଏବଂ ଅନ୍ୟଟିର ଶିଳାନ୍ୟାସ କରିବା, ଆଜିର ଏହି ଦିନ ଅଦ୍ଭୂତ ଏବଂ ସ୍ମରଣୀୟ ଦିନ ହୋଇପାରିଛି । କିଛି ସମୟ ପୂର୍ବରୁ ମୋତେ ଜାମ୍ମୁ ଲାଗି ଭିତ୍ତିଭୂମି ସହ ଜଡ଼ିତ ଥିବା 4ଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ମିଳିଛି । ଏଥିମଧ୍ୟରୁ ଦୁଇଟି ମାତା ବୈଷ୍ଣୋଦେବୀଙ୍କୁ ସମର୍ପିତ । ଏଠାରେ ଏବେ ପାକଲ ଦୁଲ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଗଲା । ଏହା କେତେ ଲାଭକାରୀ ହେବ, ତାହାର ଅନୁମାନ ଆପଣ ଏଥିରେ ଲଗାଇପାରିବେ ଯେ ଯେତେ ବିଦ୍ୟୁତ ଆଜି ଜାମ୍ମୁ-କାଶ୍ମୀରରେ ଉତ୍ପାଦିତ ହେଉଛି ତା’ର ଏକ ତୃତୀୟାଂଶ ଏହି ବିଦ୍ୟୁତ ପ୍ରକଳ୍ପରୁ ହୋଇପାରିବ ।

ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ବିକାଶ କାର୍ଯ୍ୟକ୍ରମ ଅଧୀନରେ ତିଆରି କରାଯାଉଛି । ଏକ ହଜାର ମେଗାୱାଟର ଏହି ପ୍ରକଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ । 8 ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଏଠାରେ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି କରିବ । ପାଖାପାଖି ଅଢ଼େଇ ହଜାର ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବ । ଏହାବ୍ୟତୀତ ଏଠାରେ କେହି ପରିବା ଚାଷୀ, କ୍ଷୀର ବିକାଳି ଥିବେ, ଆଉ ପ୍ରତ୍ୟେକ ପ୍ରକାର କାମ କରୁଥିବା ଲୋକମାନଙ୍କୁ ନୂଆ ସୁଯୋଗ, ନୂଆ ଲାଭର ସୁଯୋଗ ଜୁଟିବ ।

ସାଥୀଗଣ, ଆମ ସରକାର ଦେଶର ବିକାଶକୁ ନେଇ ଏକ ନୂଆ ଆଭିମୁଖ୍ୟ ସହିତ କାମ କରୁଛି । ଏହି ଆଭିମୁଖ୍ୟ ହେଉଛି ଆଇସୋଲେସନ ଟୁ ଇଂଟିଗ୍ରେସନ, ଅର୍ଥାତ୍ ଦେଶର ଯେଉଁ ଅଂଚଳ, କୌଣସି କାରଣରୁ ବିଚ୍ଛିନ୍ନ ହୋଇ ରହିଛି, ବିକାଶର ଆଲୋକ ଯେଉଁଠି ପହଁଚି ପାରିନାହିଁ, ସେଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି । ଏବଂ ଏହି କାରଣରୁ ତାହା ଉତ୍ତର-ପୂର୍ବାଂଚଳ ହେଉ କିମ୍ବା ଜାମ୍ମୁ କାଶ୍ମୀର, ଆମର ପ୍ରୟାସ ରହିଛି ଯେ ଯେତେ ଅଧିକ ହୋଇପାରିବ ଯଦି ସେଠାରେ ପହଁଚି ହେବ ମୁଁ ନିଜେ ପହଁଚିଯିବା ଲାଗି ପ୍ରୟାସ କରିଥାଏ । ମୁଁ ଖୁସି ଅଛି । ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏପରି ସୁଯୋଗ ମିଳିଥିଲା କି ନାହିଁ ମୁଁ ଜାଣେ ନାହିଁ । ରାଜନୈତିକ କାମ ବ୍ୟତୀତ ବୋଧହୁଏ ଏକ ଡଜନରୁ ଅଧିକ ଥର ଜାମ୍ମୁ-କାଶ୍ମୀର ଆସିଛି ପ୍ରଧାନମନ୍ତ୍ରୀ ରୂପରେ । ପୂର୍ବରୁ ତ’ ଛାଡ଼ ଆପଣମାନେ ମୋତେ ଅନେକ ଦିନ ପାଖରେ ରଖିଛନ୍ତି, ମୋର ଲାଳନ-ପାଳନ କରିଛନ୍ତି ଆପଣମାନେ ।

ସଂଯୋଗୀକରଣଠାରୁ ବିକାଶ ସୂତ୍ରରେ ଆମେ କାମ କରୁଛୁ । ଯୋଗାଯୋଗ ସଡ଼କ ଜରିଆରେ ହେଉ କିମ୍ବା ହୃଦୟରେ, କୌଣସି ସ୍ତରରେ କିଛି ଊଣା ରହିଯାଉନାହିଁ । ଜାମ୍ମୁ-କାଶ୍ମୀର ବିକାଶ ଲାଗି ସେହି ପ୍ରତ୍ୟେକ ପଦକ୍ଷେପ ନିଆଯାଉଛି ଯାହା ଏ ରାଜ୍ୟକୁ ନୂତନ ଭାରତର ଉଦିତ ସୂର୍ଯ୍ୟରେ ପରିଣତ କରିବାର ସାମର୍ଥ୍ୟ ରଖିଛି । ଟିକିଏ ଭାରତର ସେହି ମାନଚିତ୍ରର ପରିକଳ୍ପନା କରନ୍ତୁ, ଯେତେବେଳେ ଦେଶର ମୁକୁଟ ହୀରା ମୁକୁଟ ଭଳି ଚମକିବ ଏବଂ ଏହି ଚମକ ଅନ୍ୟ ଦେଶକୁ ବିକାଶର ମାର୍ଗଦର୍ଶନ କରିବ ।

ଭାଇ ଓ ଭଉଣୀମାନେ, ଏବଂ ଏହି ମିଶନ ସହିତ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ଆମେ କାମକୁ ଆଗେଇ ନେଉଛୁ, ଭୂମିରେ କାର୍ଯ୍ୟକାରୀ କରୁଛୁ । କିଛି ସମୟ ପୂର୍ବରୁ ଜାମ୍ମୁ ସହରକୁ ଜାମ୍ ମୁକ୍ତ କରିବା ଲାଗି, ଏଠାକାର ଟ୍ରାଫିକ ସମସ୍ୟା ସମାଧାନ କରିବା ଲାଗି ରିଙ୍ଗରୋଡର ଶିଳାନ୍ୟାସ କରାଗଲା । ପରବର୍ତ୍ତୀ ତିନି ବର୍ଷରେ ଏହି ରିଙ୍ଗ ରୋଡକୁ ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବ । ଯେତେବେଳେ ଏହି ରିଙ୍ଗ ରୋଡ ନିର୍ମିତ ହୋଇଯିବ ତ’ ଆପଣମାନେ ସମସ୍ତ ଜାମ୍ମୁବାସୀ ଏବଂ ଏଠାକୁ ଆସୁଥିବା ଲକ୍ଷାଧିକ ପର୍ଯ୍ୟଟକଙ୍କ ପାଇଁ ଏହା ବହୁତ ସୁବିଧା ହେବ ।

ଆହୁରି ଆପଣମାନେ ଦେଖନ୍ତୁ ଯେଉଁ ଲୋକମାନେ ବିକାଶ ଡିଜାଇନକୁ ବୁଝିଥାନ୍ତି, ଏହା ପାଖାପାଖି 50 କିଲୋମିଟରରୁ ଅଧିକ ଲମ୍ବ ରିଙ୍ଗରୋଡ, ଏହା ଏକ ନୂଆ ଜାମ୍ମୁର ନିର୍ମାଣ କରିବ । ଏହାର ଦୁଇ ପାଶ୍ୱର୍ରେ ଏକ ନୂଆ ଜାମ୍ମୁ ନିର୍ମାଣ ହେବ । ଅର୍ଥାତ କିପରି ଏହି ସମ୍ପ୍ରସାରଣ ହେବ, କିପରି ବିକାଶ ହେବ, ମୁଁ ଭଲଭାବେ ତାହା ଦେଖିପାରୁଛି । ଏଥିରେ ଜାମ୍ମୁ ସହର ଭିତରେ ଏବଂ ଏହାର ଆଖପାଖରେ ହେଉଥିବା ଟ୍ରାଫିକ ଭିଡ ତ’ ନିଶ୍ଚିତ ଭାବେ କମ ହେବ । କେବଳ ସେତିକି ନୁହେଁ ଏହି ରିଙ୍ଗରୋଡ ପୁଞ୍ଝ, ରାଜୌରୀ, ନୌସେରା ଏବଂ ଅଖନୁର କ୍ଷେତ୍ରର ସୀମାବର୍ତ୍ତୀ ଏବଂ ସାମରିକ କ୍ଷେତ୍ରରେ ମଧ୍ୟ ଭାରୀ ମେସିନ ଓ ସରଞ୍ଜାମ ନେଇଯାଉଥିବା ସେନା ବାହୀନର ପରିବହନକୁ ମଧ୍ୟ ସହଜ କରିଦେବ ।

ସାଥୀଗଣ, ଆପଣଙ୍କ ଏହି ଜାମ୍ମୁ ସହର ସ୍ମାର୍ଟ ସିଟି ମିଶନ ଅଧୀନରେ ଚୟନ କରାଯାଇଛି । ଏଠାରେ ଟ୍ରାଫିକଠାରୁ ଆରମ୍ଭ କରି ଜଳ ନିଷ୍କାସନ ପର୍ଯ୍ୟନ୍ତ, ସ୍ମାର୍ଟ ବ୍ୟବସ୍ଥା ପ୍ରସ୍ତୁତ ହେଉଛି । ରାଜ୍ୟ ସରକାର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । କେନ୍ଦ୍ରରୁ ମଧ୍ୟ ଏହି କାମ ପାଇଁ ଟଙ୍କା ମଞ୍ଜୁର କରାଯାଇସାରିଛି ।

ଭାଇ ଓ ଭଉଣୀମାନେ ବିକାଶ ଲାଗି ଆମର ସମ୍ପୂର୍ଣ୍ଣ ଲକ୍ଷ୍ୟ ଭିତ୍ତିଭୂମି ଉପରେ ରହିଛି- ରାଜପଥ ହେଉ, ରେଳପଥ ହେଉ, ଜଳପଥ ହେଉ, ଆଇୱେ ହେଉ କିମ୍ବା ସଡ଼କ ପଥ, ଏ ସମସ୍ତ ଏକବିଂଶ ଶତାବ୍ଦୀର ଆବଶ୍ୟକତା । ସରକାରଙ୍କ ଚିନ୍ତାଧାରା ସ୍ପଷ୍ଟ, ଯଦି 130 କୋଟି ଦେଶବାସୀଙ୍କ ଜୀବନସ୍ତରରେ ଉନ୍ନତି ଆଣିବାର ଅଛି ତା’ହେଲେ ଏହାକୁ ପ୍ରଥମେ ସରଳ ଏବଂ ସୁଗମ କରିବାକୁ ହେବ । ଅନ୍ୟ ଅର୍ଥରେ ଏହାକୁ ସ୍ମାର୍ଟ  ବ୍ୟବସ୍ଥାର ନାମ ମଧ୍ୟ ଆପଣ ଦେଇପାରିବବେ । ଏହି ବିଚାରର ପରିଣାମ ସ୍ୱରୂପ ଆଜି ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ସାରା ଦେଶରେ ଜାତୀୟ ରାଜପଥର ଜାଲ ଖୁବ୍ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଛି ।

ଜାମ୍ମୁ କାଶ୍ମୀର ହେଉ, ପଶ୍ଚିମବଙ୍ଗ ହେଉ କିମ୍ବା ପୁଣି ଉତ୍ତର-ପୂର୍ବ, ଦେଶକୁ ହାଇୱେର ଶୃଙ୍ଖଳାରେ ବାନ୍ଧିବା ଲାଗି ଏହି ପ୍ରକଳ୍ପ ଉଦ୍ଦିଷ୍ଟ ।  ଚଳିତ ବର୍ଷର ବଜେଟରେ ଏହି ଯୋଜନା ଅନ୍ତର୍ଗତ ନିର୍ମାଣ ହେବାକୁ ଥିବା 35 ହଜାର କିଲୋମିଟର ସଡ଼କ ପାଇଁ 5 ହଜାର କୋଟି ଟଙ୍କାରୁ ଅଧିକ ବ୍ୟବସ୍ଥା କରାଯାଇଛି । ଜାମ୍ମୁ-କାଶ୍ମୀରରେ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ପାଖାପାଖି 2700 କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଭାଇ ଓ ଭଉଣୀମାନେ, ଜାମ୍ମୁ କାଶ୍ମୀରରେ, ଏଠାରେ ମଧ୍ୟ ରାଜପଥର ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଜାମ୍ମୁକୁ ଶ୍ରୀନଗର ଏବଂ ଦେଶର ଅନ୍ୟ ଭାଗ ସହିତ ଯୋଡ଼ୁଥିବା ଏକ ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି, ଆହୁରି କିଛି ଏପରି ପ୍ରକଳ୍ପ ଅଛି ଯାହାର କାମ ଖୁବ ଦ୍ରୁତଗତିରେ ଚାଲିଛି । ଜାମ୍ମୁ-ପୁଞ୍ଚ, ଉଦ୍ଧମପୁର-ରାମବନ, ରାମବନ-ବନିହାଲ, ଶ୍ରୀନଗର-ବନିହାଲ ଏବଂ କାଜିଗୁଣ୍ଡ-ବନିହାଲ ଭଳି ଅନେକ ରାଜପଥ ପ୍ରକଳ୍ପ, ଆଜି ସେ ଦିଗରେ କାର୍ଯ୍ୟ ଚାଲିଛି ଏବଂ ଯାହା ଆଗାମୀ ଦିନରେ ଏହି କ୍ଷେତ୍ର ଲାଗି ଜୀବନରେଖା ଭାବେ କାର୍ଯ୍ୟ କରିବ । ପାଖାପାଖି 15 ହଜାର କୋଟି ଟଙ୍କା ଏହି ସଡ଼କ ଉପରେ ଖର୍ଚ୍ଚ କରାଯିବାର ଅଛି । ଏହାବ୍ୟତୀତ ଗ୍ରାମଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଦ୍ୱାରା ଯୋଡ଼ା ଯାଉଅଛି । ଗତ ଦୁଇ ବର୍ଷରେ ପାଖାପାଖି ଏକ ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କ ଏହି ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଇସାରିଛି । ଜାମ୍ମୁ-କାଶ୍ମୀର ଗ୍ରାମରେ ମଧ୍ୟ ଗତ ଦୁଇ ବର୍ଷ ମଧ୍ୟରେ ସାଢ଼େ ତିନି ହଜାର କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ କରାଯାଇଛି ।

ସାଥୀଗଣ, ଜାମ୍ମୁ-କାଶ୍ମୀର ଲାଗି ପର୍ଯ୍ୟଟକଙ୍କ ଆଗମନ ଏକ ବହୁତ ବଡ଼ ଆୟ ତଥା ରୋଜଗାରର ସ୍ରୋତ । ବିଶେଷକରି ଏଠାରେ ଆସ୍ଥା ସହ ଜଡ଼ିତ ବଡ଼ ବଡ଼ ସ୍ଥାନ ରହିଛି । ବାବା ବର୍ଫାନୀ ହୁଅନ୍ତୁ କିମ୍ବା ପୁଣି ମାତା ରାଣୀଙ୍କ ଦରବାର, ଦେଶବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଆସ୍ଥା ସହ ଓତଃପ୍ରୋତ ଭାବେ ଶ୍ରଦ୍ଧାଳୁଙ୍କୁ ସୁବିଧା ମିଳୁ ଏବଂ ଏଠାକାର ଜନସାଧାରଣଙ୍କ ପାଇଁ ଆୟର ସୁଯୋଗ ସୃଷ୍ଟି ହେଉ, ସରକାର ଏଥିପାଇଁ ଅନେକ ପ୍ରୟାସ କରୁଛନ୍ତି ।

ଆଜି କଟରାରେ ମାତାଙ୍କ ଦରବାର ପର୍ଯ୍ୟନ୍ତ ରେଳ ପହଁଚିସାରିଛି । ପ୍ରଧାନମନ୍ତ୍ରୀ ହେବାର ତୁରନ୍ତ ପରେ ମୋତେ ଏହି ରେଳ ମାର୍ଗର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ଏହି ରେଳମାର୍ଗରୁ ମାତାଙ୍କ ଭକ୍ତମାନଙ୍କୁ ଅନେକ ସୁବିଧା ହୋଇଛି । ଆମେ ଏଠାରେ ହିଁ ସୀମିତ ରହିବାକୁ ଚାହୁଁନାହୁଁ । ଏହି କାରଣରୁ ଆଜି ଦୁଇଟି ବଡ଼ ପ୍ରକଳ୍ପର ଉଦଘାଟନ କରାଯାଇଛି । ଗୋଟିଏ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ବୈକଳ୍ପିକ ମାର୍ଗ ଅଟେ ତ’ ଅନ୍ୟଟି ମାତାଙ୍କ ଦ୍ୱାର ପର୍ଯ୍ୟନ୍ତ ସାମଗ୍ରୀ ପହଁଚାଇବା ଲାଗି ରୋପୱେ ।

ସାଥୀଗଣ, ମାତାଙ୍କ ଦର୍ଶନ ଲାଗି ଏବେ ଶ୍ରଦ୍ଧାଳୁମାନେ ତାରାକୋଟା ମାର୍ଗରେ ମଧ୍ୟ ଯାଇପାରିବେ । କାଟ୍ରା ଏବଂ ଅର୍ଦ୍ଧକୁୱାଁରୀ ମଧ୍ୟରେ ପାଦରେ ଚାଲିଚାଲି ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହା ବିକଳ୍ପ ପାଦଚଲା ମାର୍ଗ । ଏହାଦ୍ୱାରା ଭିଡ଼ରୁ ମଧ୍ୟ ଆଶ୍ୱସ୍ତି ମିଳିବ । ଆହୁରି ମୋତେ କୁହାଯାଇଛି ଯେ ଏହି ମାର୍ଗକୁ ଦେଢ଼ କିଲୋମିଟର ଲିଙ୍କ ରୋଡ ଦ୍ୱାରା ବର୍ତ୍ତମାନର ପାଦଚଲା ମାର୍ଗ ସହିତ ମଧ୍ୟ ଯୋଡ଼ାଯିବ । ଯାହାଦ୍ୱାରା ପାଦରେ ଚାଲି ଯାଉଥିବା ଯାତ୍ରୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିବା ଲାଗି ଉଭୟ ଉପଲବ୍ଧ ମାର୍ଗ ମଧ୍ୟରୁ କୌଣସି ଗୋଟିଏ ଚୟନ କରିପାରିବେ । ମାତାରାଣୀଙ୍କ ଭକ୍ତଙ୍କ ଲାଗି ଏହା ସମ୍ପୂର୍ଣ୍ଣ ଭାବେ ସୁଖଦ ଏବଂ ସୁରକ୍ଷିତ ମାର୍ଗ ଅଟେ । ଯେଉଁଠି ସେମାନଙ୍କ ସବୁ ସୁବିଧା ପ୍ରତି ଧ୍ୟାନ ରଖାଯାଇଛି ।

ସାଥୀଗଣ, ବିକଳ୍ପ ମାର୍ଗ ବ୍ୟତୀତ ମାତାଙ୍କ ଦ୍ଵାର ପର୍ଯ୍ୟନ୍ତ ମେଟେରିଆଲ ରୋପୱେର ଉଦଘାଟନ କରିବାର ଆଜି ମୋତେ ସୌଭାଗ୍ୟ ମିଳିଛି । ଏହି ମେଟେରିଆଲ ରୋପୱେ ଜରିଆରେ ସାମଗ୍ରୀ ପରିବହନ ଆହୁରି ଅଧିକ ସହଜ ହେବ । ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ଏହି ଅଭିନବ ସୁବିଧାର ଅଧିକରୁ ଅଧିକ ଉପଯୋଗ କରି ଯାତ୍ରୀଙ୍କ ଲାଗି ସହଜରେ ଖାଦ୍ୟପେୟ ସୁବିଧା ଉପଲବ୍ଧ କରାଇପାରିବ । ମନ୍ଦିର ପାଖରେ ବର୍ଜବସ୍ତୁ ପରିଚାଳନା ଲାଗି ମଧ୍ୟ ଏହି ରୋପୱେରୁ ବଡ଼ ସୁବିଧା ମିଳିପାରିବ । କାଟ୍ରାଠାରୁ ମନ୍ଦିର ପର୍ଯ୍ୟନ୍ତ ସାମଗ୍ରୀ ପରିବହନ ହେବ ଏବଂ ସେଠାରୁ ବର୍ଜ୍ୟବସ୍ତୁ ଅଣାଯିବ ।

ସାଥୀଗଣ, ମେଟେରିଆଲ ରୋପୱେ ଢାଂଚାରେ ଯାତ୍ରୀଙ୍କ ଲାଗି ମଧ୍ୟ ଏପରି ସୁବିଧା ବିକଶିତ କରାଯାଉଛି । 60 କୋଟି ଟଙ୍କା ବ୍ୟୟ ନିର୍ମାଣ କରାଯାଉଥିବା ଭବନ ଭୈରୋଁ ଘାଟି ପର୍ଯ୍ୟନ୍ତ ଶୀଘ୍ର ସମ୍ପୂର୍ଣ୍ଣ ହେବାର ଅଛି । ଏହି ରୋପୱେର କ୍ଷମତା ଘଣ୍ଟା ପ୍ରତି 800 ଲୋକଙ୍କୁ ନେଇଯିବା ଭଳି । ଏହାଦ୍ୱାରା ବୟସ୍କ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ସହାୟତା ମିଳିପାରିବ । ଯେତେବେଳେ ଏହି ରୋପୱେ ସମ୍ପୂର୍ଣ୍ଣ ଭାବେ କାମ କରିବା ଆରମ୍ଭ କରିଦେବ, ଥରକେ, ତିନି ମିନିଟ ଭିତରେ 40-45 ବ୍ୟକ୍ତିଙ୍କୁ ନେଇଯାଇପାରିବ । ଏହି ରୋପୱେ ସିଷ୍ଟମରେ ଦିଲ୍ଲୀ ମେଟ୍ରୋ ଢାଂଚାରେ ସ୍ଵୟଂକ୍ରିୟ ଟିକେଟିଂ ସିଷ୍ଟମ ମଧ୍ୟ ରହିବ । ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବା ଲାଗି ମନ୍ଦିର ବୋର୍ଡ ଯେପରି ଭାବେ କାମ କରୁଛି ସେଥିପାଇଁ ମୁଁ ଏହାର ଅଧ୍ୟକ୍ଷ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ଭାଇ ଓ ଭଉଣୀମାନେ, ଜାମ୍ମୁ-କାଶ୍ମୀରରେ ଭିତ୍ତିଭୂମି ନିର୍ମାଣ ହେବା ଦ୍ୱରା ପର୍ଯ୍ୟଟକ ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନରେ ରୋଜଗାର ବଢ଼ିବ । କିନ୍ତୁ ରୋଜଗାର ଲାଗି ଶିକ୍ଷା ଏବଂ ଦକ୍ଷତା ବିକାଶର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ରାଜ୍ୟ ଶିକ୍ଷା ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି । ଜାମ୍ମୁରେ ପ୍ରତିଷ୍ଠା ହେବାକୁ ଥିବା ଆଇଆଇଏମ ହେଉ କିମ୍ବା ପୁଣି ଆଇଆଇଟି ହେଉ, ଏହି ସଂସ୍ଥାନ ରାଜ୍ୟ ଲାଗି ମାଇଲଖୁଂଟ ସାବ୍ୟସ୍ତ ହେବ । ଏହାବ୍ୟତୀତ ଜାମ୍ମୁ-କାଶ୍ମୀରର 16 ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ପଢ଼ିବା ଲାଗି ବୃତ୍ତି ଦିଆଯାଇଛି ।

ଭାଇ ଓ ଭଉଣୀମାନେ, ମହିଳା ସଶକ୍ତିକରଣ ସରକାରଙ୍କ ପ୍ରାଥମିକତା । ଗତ ଚାରି ବର୍ଷରେ ଏପରି ଅନେକ ଯୋଜନା ଆରମ୍ଭ କରାଯାଇଛି ଯାହାଦ୍ୱାରା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ ଶକ୍ତି ମିଳିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ସାରା ଦେଶରେ ପାଖାପାଖି ସାଢ଼େ 9 କୋଟି ମହିଳା ଉଦ୍ୟୋଗୀ ଛୋଟ ଛୋଟ ବ୍ୟବସାୟ ଲାଗି ବିନା ଗ୍ୟାରେଂଟିରେ ଋଣ ପାଇଛନ୍ତି । ଏଥିରେ ଜାମ୍ମୁ-କାଶ୍ମୀରର 50 ଲକ୍ଷରୁ ଅଧିକ ମହିଳା ମଧ୍ୟ ସାମିଲ ଅଛନ୍ତି ।

ସେହିପରି ଉଜ୍ଜ୍ୱଳା ଯୋଜନାରେ ସରକାର ଦେଶର ଗରିବ ମହିଳାମାନଙ୍କୁ ଏବଂ ଭଉଣୀମାନଙ୍କୁ ଧୂଆଁମୁକ୍ତ ରୋଷେଇ ସୁବିଧା ପ୍ରଦାନ ଲାଗି ପ୍ରୟାସ କରୁଛନ୍ତି । କ୍ଲିନ କୁକିଂ-ବିଶେଷ କରି ଗ୍ରାମର ମା’ଭଉଣୀମାନେ, ତଫସିଲଭୁକ୍ତ ଜାତି ହୁଅନ୍ତୁ, ବଂଚିତ ହୁଅନ୍ତୁ, ପଛୁଆବର୍ଗର ହୁଅନ୍ତୁ, ଏପରି ସବୁ ସମାଜରୁ ଆସୁଥିବା ମା’-ଭଉଣୀଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଉପକାର ସିଦ୍ଧ ହେଉଛି । ସାରା ଦେଶରେ ଯେଉଁଠି ପାଖାପାଖି 4 କୋଟି ମାଗଣା ଏଲପିଜି ସଂଯୋଗ ଦିଆଯାଇଛି, ସେହିପରି ଜାମ୍ମୁ-କାଶ୍ମୀରରେ ମଧ୍ୟ ସାଢ଼େ 4 ଲକ୍ଷରୁ ଅଧିକ ମା’-ଭଉଣୀଙ୍କ ରୋଷେଇଶାଳ ପର୍ଯ୍ୟନ୍ତ ମଧ୍ୟ ଉଜ୍ଜ୍ୱଳା ପହଁଚିପାରିଛି ।

ସାଥୀଗଣ, ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସାରା ଦେଶକୁ ଖୋଲା ମଳମୁକ୍ତ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏହା କେବଳ ସ୍ୱଚ୍ଛତା ସହ ଜଡ଼ିତ ପ୍ରସଙ୍ଗ ନୁହେଁ ବରଂ ଏହା ମହିଳାଙ୍କ ସମ୍ମାନର ବିଷୟ ମଧ୍ୟ । ଜାମ୍ମୁ-କାଶ୍ମୀରର ମା’-ଭଉଣୀମାନେ ଏହି ଅଭିଯାନକୁ ନେଇ କେତେ ସଚେତନ, ଏହାର ଏକ ପ୍ରମାଣ ନିକଟରେ ଦେଶ ଏବଂ ଦୁନିଆ ଦେଖିଛି । ମୁଁ ନିଜେ ଗଣମାଧ୍ୟମରେ ଉଦ୍ଧମପୁରର 87 ବର୍ଷ ବୟସ୍କା ମହିଳାଙ୍କ ସାହସକୁ ଦେଖିଲି । ଏହି ମା’ ଏତେ ଅଧିକ ବୟସରେ ନିଜେ ଗୋଟିଏ ଗୋଟିଏ ଇଟା ଯୋଡ଼ି ଶୌଚାଳୟ ନିର୍ମାଣରେ ଜଡ଼ିତ ଥିଲେ । କାହାର ସାହାଯ୍ୟ ଏବଂ ସହାୟତା ବିନା, କେବଳ ଗୋଟିଏ ଝୁଙ୍କ ଯେ, ସ୍ୱଚ୍ଛତା ଅଭିଯାନ ସହ ଯୋଡ଼ି ହେବା ।

ସାଥୀଗଣ, ଏପରି ପ୍ରୟାସ ଯେତେବେଳେ କରାଯାଏ ସାହସ ଏବଂ ଉତ୍ସାହ ଅନେକ ଗୁଣ ବଢ଼ିଯାଇଥାଏ । କେଉଁଠି 5 ବର୍ଷର ବାଳିକା ଏହି ଅଭିଯାନ ସହ ଯୋଡ଼ି ହେଉଛନ୍ତି ତ’ ଆଉ କେଉଁଠି 87 ବର୍ଷର ମାତାମାନେ ଯୋଡ଼ି ହେଉଛନ୍ତି । ଏହାର ଅନୁମାନ କରାଯାଇପାରେ ଯେ ସ୍ୱଚ୍ଛତା ଏବଂ ସମ୍ମାନର ଭାବନା କେତେ ଗଭୀର । ଏହି କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମୀଣ ସ୍ୱଚ୍ଛତାର ପରିଧି 80 ପ୍ରତିଶତରୁ ଅଧିକ ହୋଇପାରିଛି । ଜାମ୍ମୁ-କାଶ୍ମୀରରେ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ପାଖାପାଖି ସାଢ଼େ 8 ଲକ୍ଷ ଘରେ ଶୌଚାଳୟ ନିର୍ମାଣ କରାଯାଇଛି ।

ସାଥୀଗଣ, ମହିଳାମାନଙ୍କ  ଆର୍ଥିକ ଏବଂ ସାମାଜିକ ସଶକ୍ତିକରଣ ସେପର୍ଯ୍ୟନ୍ତ ଅଧୁରା ରହିଥିବ ଯେପର୍ଯ୍ୟନ୍ତ ଦକ୍ଷତା ବିକାଶ ପ୍ରତି ଧ୍ୟାନ ଦିଆଯିବ ନାହିଁ । ଏହି କାରଣରୁ ଜାମ୍ମୁ-କାଶ୍ମୀର ମହିଳାମାନଙ୍କ ଦକ୍ଷତା ବିକାଶ ଲାଗି ମଧ୍ୟ ଅନେକ ପ୍ରକାର ପ୍ରୟାସ କରାଯାଉଛି । ପାଖାପାଖି 5 ହଜାର ମହିଳାଙ୍କୁ ହସ୍ତତନ୍ତ, ସିଲେଇ, କୃଷି ଏବଂ ତତସମ୍ବନ୍ଧୀୟ ବ୍ୟବସାୟ ଲାଗି ପ୍ରଶିକ୍ଷଣ ଦିଆଯାଇଛି ।

ଭାଇ ଓ ଭଉଣୀମାନେ, ଦୁଇ ବର୍ଷ ପୂବେ ଯେତେବେଳେ ମୁଁ ଏଠାକୁ ଆସିଥିଲେ ସେତେବେଳେ ମୁଁ ଏଠାକାର ନବଯୁବକମାନଙ୍କୁ, ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରିଥିଲି ଯେ ସରକାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି ତା’ର ଫାଇଦା ଉଠାନ୍ତୁ । ଆଜି ମୁଁ ଏହା କହି ଗର୍ବ ଅନୁଭବ କରୁଛି ଯେ ଏଠାକାର ନବଯୁବକମାନେ ଏସବୁ ଯୋଜନାର ଲାଭ ଉଠାଇଛନ୍ତି ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ରାଜ୍ୟରେ ପାଖାପାଖି 20 ଲକ୍ଷ ଲୋକଙ୍କର ବ୍ୟାଙ୍କ ଏକାଉଣ୍ଟ ଖୋଲଯାଇଛି । ଏହି ଏକାଉଣ୍ଟରେ ଆଜିର ତାରିଖରେ ପାଖାପାଖି 800 କୋଟି ଟଙ୍କା ଜମା ହୋଇଛି, ମୁଁ କେବଳ ଜାମ୍ମୁ-କାଶ୍ମୀର କଥା କହୁଛି । ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଯେଉଁ ମୋର ଶ୍ରମିକ ଭାଇ-ଭଉଣୀ ଅଛନ୍ତି ସେମାନଙ୍କ ପାଇଁ କରାଯାଇଥିବା ଅଟଳ ପେନସନ ଯୋଜନାରେ ଏଠାକାର 40 ହଜାରରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି । କମ ପ୍ରିମିୟମର ଦୁଇଟି ଜୀବନ ବୀମା ଯୋଜନା ଯାହାକୁ ସରକାର ଚଳାଉଛନ୍ତି, ସେଥିରେ ରାଜ୍ୟର ପାଖାପାଖି 9 ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି । ଏହି ଯୋଜନା ମାଧ୍ୟମରେ ପାଖାପାଖି ତିନି କୋଟି ଟଙ୍କାର ଦାବି ଅର୍ଥ ମଧ୍ୟ ଦିଆଯାଇଛି ।

ସାଥୀଗଣ, ଏଠାକାର ନବଯୁବକମାନେ ସେନାରେ ଭର୍ତ୍ତି ହେବା ଲାଗି ସବୁବେଳେ ଆଗରେ ରହିଥା’ନ୍ତି । ପରମ୍ପରା ମୁତାବକ ସୁରକ୍ଷାବାହିନୀରେ ଏହି ରାଜ୍ୟର ନବଯୁବକମାନଙ୍କୁ ଅନେକ ସୁଯୋଗ ଉପଲବ୍ଧ କରାଯାଉଛି । ସ୍ଥଳସେନା, କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ପୋଲିସ ବାହିନୀ, ଭାରତୀୟ ରିଜର୍ଭ ବାଟାଲିୟନ ଦ୍ୱାରା ଚଳାଯାଉଥିବା ସ୍ୱତନ୍ତ୍ର ନିଯୁକ୍ତି ମେଳାରେ 20 ହଜାରରୁ ଅଧିକ ଚାକିରି ଦିଆଯାଇଛି ।

ସାଥୀଗଣ, ଏହା ଡୋଗ୍ରାମାନଙ୍କ ଭୂମି, ବୀରମାନଙ୍କ ଭୂମି । ଏଠାରେ ସୌର୍ଯ୍ୟ ମଧ୍ୟ ରହିଛି, ସଂଯମ ମଧ୍ୟ ରହିଛି, ତ’ ଏଠାରେ ମଧୁର ସଂଗୀତ ମଧ୍ୟ ରହିଛି । ଏଠାରେ ବାସୁମତୀର କ୍ଷେତରୁ ଆସୁଥିବା ବାସ୍ନା ମଧ୍ୟ ରହିଛି, ତ’ ଆଧୁନିକ କାଲିର କାରଖାନାର ସମ୍ଭାବନାର ମୂଳଦୁଆ ମଧ୍ୟ ପଡ଼ିଛି । ଆମର ସଂକଳ୍ପ ମଧ୍ୟ ମଜଭୁତ ଏବଂ ରାସ୍ତା ମଧ୍ୟ ସଠିକ ।

ମୋର ତିଳେ ମାତ୍ର ସନ୍ଦେହ ନାହିଁ ଯେ ମା’ ବୈଷ୍ଣୋଦେବୀଙ୍କ ଆଶୀର୍ବାଦରୁ, ଏବଂ ଆପଣ ସମସ୍ତଙ୍କର ପରିଶ୍ରମରୁ ଏହି ରାଜ୍ୟ ବିକାଶର ନୂତନ ଉଚ୍ଚତାକୁ ଛୁଇଁବ ଏବଂ ସିଦ୍ଧି ପ୍ରାପ୍ତ କରି ରହିବ ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Receives Sweden's Top Honour, Royal Order Of Polar Star

Media Coverage

PM Modi Receives Sweden's Top Honour, Royal Order Of Polar Star
NM on the go

Nm on the go

Always be the first to hear from the PM. Get the App Now!
...
Prime Minister's address at the European Round Table for the Industry
May 18, 2026

Your Excellency, Prime Minister क्रिस्टर्सन,
Your Excellency उर्सुला जी,
Your Royal Highness,
वॉल्वो ग्रुप के President and CEO,
European Round Table के अध्यक्ष,
यहाँ उपस्थित Europe के प्रमुख business leaders,
देवियों और सज्जनों,

नमस्कार!

सबसे पहले मैं Prime Minister क्रिस्टर्सन का इस Round Table में मुझे आमंत्रित करने के लिए हृदय से आभार व्यक्त करता हूँ। मुझे खुशी है कि यह बैठक "गोथनबर्ग” में आयोजित की जा रही है। एक ऐसा शहर जो innovation के साथ-साथ यूरोप की manufacturing spirit का एक जीवंत प्रतीक है।

Friends,

European Round Table for Industry जैसे प्रतिष्ठित मंच को संबोधित करना मेरे लिए सम्मान की बात है।

आप में से कुछ मित्रों से मेरी पहले मुलाकात हुई है। कुछ से आज पहली बार मिल रहा हूँ। लेकिन एक बात निश्चित है, आप सभी किसी न किसी रूप में भारत से जुड़े हुए हैं।

किसी की manufacturing भारत में है। किसी का R&D भारत में है। किसी का talent base भारत में है। किसी की supply chain भारत से जुड़ी है। और कोई भारत में बड़ा इन्वेस्टमेंट कर रहा है। आज की यह बैठक इस साझेदारी को और मजबूत करने का अवसर है।

Friends,

आज भारत और यूरोप के संबंध एक नए turning point पर हैं। सरकारों के स्तर पर हमने एक ambitious और strategic agenda तय किया है।

India-EU Free Trade Agreement पर सहमति बन चुकी है। जैसे उर्सुला जी ने कहा था, यह वाकई "Mother of all Deals” है। हमारा प्रयास है कि इसे जल्द से जल्द implement किया जाए।

Security and Defence Partnership तथा Mobility Agreement ने भी हमारे सहयोग को नई दिशा दी है। India-EU Trade and Technology Council ने हमारी साझेदारी को नई institutional strength दी है। Digital technologies, supply chains और innovation, इन सभी क्षेत्रों में भारत और यूरोप साथ मिलकर काम कर रहे हैं।

India-Middle East-Europe Economic Corridor जैसे ऐतिहासिक initiatives connectivity और economic integration को नई गति दे रहे हैं। Green transition और sustainable growth को लेकर भी हमारी सोच और प्राथमिकताएँ समान हैं।

यानि, Big Picture देखें तो हमारे बीच गहरा political, economic और strategic कन्वर्जन्स है। India and Europe are strategic partners for a balanced, secure and sustainable world.

लेकिन friends,

सरकारें केवल framework, framework support और policy direction दे सकती हैं। ज़मीनी स्तर पर असली बदलाव आप सभी के प्रयासों से ही संभव रहेगा। इसलिए आज मैं आपको भारत के साथ मिलकर काम करने के लिए आमंत्रित करने आया हूँ।

Fastest-growing major economy के रूप में भारत आज एक नए आत्मविश्वास के साथ आगे बढ़ रहा है। भारत 140 करोड़ लोगों की आकांक्षाओं का देश है। हमारी young population, expanding middle class और infrastructure expansion भारत की growth को नई गति दे रहे हैं।

पिछले बारह वर्ष में भारत reform, perform और transform के मूलमंत्र पर चला है। और सरकार की पोलिटिकल विल से यह रिफॉर्म एक्स्प्रेस full speed पर आगे बढ़ रही है।

Goods and Services Tax ने भारत को one nation, one tax, one market की दिशा में आगे बढ़ाया। Insolvency and Bankruptcy Code से business culture में accountability आई। Corporate tax reforms ने manufacturing को competitive बनाया। Labour codes ने compliance को सरल और transparent बनाने की दिशा दी।

FDI reforms ने अनेक sectors को global capital के लिए खोला। PLI schemes ने electronics, pharma, auto components, solar modules, telecom, textiles जैसे कई sectors में manufacturing momentum बनाया।

हमने compliances का बोझ कम किया है। हजारों outdated regulations समाप्त किए हैं। Ease of Doing Business को governance का हिस्सा बनाया है। Digital India ने public services को अधिक transparent, efficient और accessible बनाया है।

भारत में आज दुनिया का तीसरा सबसे बड़ा startup ecosystem है। हमारे startups AI, fintech, space, drones, biotech, climate tech, और mobility में global solutions बना रहे हैं।

आज भारत में talent है, scale है, demand है, stability है, और सबसे बड़ी बात, भारत में 140 करोड़ भारतीयों की इच्छा-शक्ति है। इसीलिए अब समय है कि हम intent से investment की ओर बढ़ें।

इस विषय में मैं आपके सामने पाँच सुझाव रखना चाहता हूँ।

पहला: Telecom और digital इन्फ्रास्ट्रक्चर। Vodafone, Ericsson, Nokia, Orange, जैसी कंपनियों का भारत में विशाल अनुभव है। भारत 5G से 6G ट्रैन्ज़िशन, AI-enabled networks, secure connectivity, और digital inclusion में बड़ा partner बन सकता है। आप सभी भारत को global R&D hub बनाने में योगदान दे सकते हैं।

दूसरा: AI, semiconductors, electronics और deep-tech manufacturing. ASML, NXP, SAP, Capgemini जैसे leaders आज यहाँ मौजूद हैं। मैं आपको भारत के तेजी से विकसित हो रहे end-to-end technology ecosystem का भागीदार बनने के लिए आमंत्रित करता हूँ।

भारत का विज़न स्पष्ट है: technology innovation की अगली wave भारत में co-create होनी चाहिए।

तीसरा: green transition और क्लीन एनर्जी। अनिश्चित global environment में भारत energy security और clean energy capacity को मजबूत करने पर focus कर रहा है। ENGIE, Total Energies, Shell, Umicore जैसी कंपनियां clean energy, हाइड्रोजन, energy storage, EV और decarbonisation में लीडर्स हैं। आप भारत में बड़े पैमाने पर निवेश कर सकते हैं।

चौथा: infrastructure, mobility और urban transformation. Volvo, Maersk, Airbus, Saab, ArcelorMittal, और Heidelberg। इन सबकी expertise भारत के transformation से सीधे जुड़ती है। Sustainable cement, green steel, mobility, logistics, aerospace, defence, इन क्षेत्रों में भारत और यूरोप की पार्ट्नर्शिप world-class outcomes दे सकती है।

पाँचवां: healthcare और life-sciences। AstraZeneca, Roche, Merck, Philips, Nestlé और Unilever जैसी कंपनियों का भारत से पुराना संबंध रहा हैं। अब हमें इस पार्ट्नर्शिप को next level पर ले जाना चाहिए।

Vaccines, cancer care, digital health, nutrition और medical devices में बहुत बड़ा scope है। आप design for India, make in India, and export from India के मॉडल पर आगे बढ़ सकते हैं।

समय की सीमा के कारण मैं यहाँ उपस्थित सभी कंपनियों का नाम नहीं ले सका, लेकिन भारत के अवसर सभी के लिए हैं, और मेरा निमंत्रण भी आप सभी के लिए है।

Friends,

इन सुझावों के बाद मैं आपके सामने एक challenge भी रखना चाहता हूँ। क्या यहाँ मौजूद हर company भारत के लिए एक नया बड़ा commitment कर सकती है? क्या हम अगले पाँच वर्षों में भारत में शुरू किए जाने वाले flagship projects की पहचान कर सकते हैं?

भारत सरकार इन सभी प्रोजेक्ट्स को समयबद्ध तरीके पूरा करने में आपकी पूरी मदद करेगी। हम इन सभी प्रोजेक्ट्स की नियमित समीक्षा करने की एक institutional व्यवस्था भी बना सकते है।

Friends,

हम साल में एक बार भारत-यूरोप CEO Roundtable का आयोजन कर सकते हैं। इसमें भारत और यूरोप की industry bodies को जोड़ा जा सकता है। Sector-specific working groups भी बनाए जा सकते हैं।

मैं यह भी सुझाव दूँगा कि ERT एक India Desk या India Action Group भी बनाए। इसका mandate simple हो: जो companies भारत में हैं, उनके expansion को support करना; जो नई कंपनियाँ भारत आना चाहती हैं, उनके entry को facilitate करना; और business concerns का proactive समाधान करना।

Friends,

भारत और यूरोप की partnership केवल आर्थिक आंकड़ों तक सीमित नहीं है। यह साझा मूल्यों की partnership है। यह लोकतंत्र और विविधता की partnership है। यह trust और transparency की partnership है। यह innovation और inclusion की partnership है।

आज के विश्व में जहां अनिश्चितता है, Supply chains दबाव में हैं, टेक्नॉलजी में competition बढ़ रहा है, ऊर्जा सुरक्षा और climate action दोनों को चुनौती दी जा रही है, ऐसे समय में भारत और यूरोप मिलकर stability, sustainability और shared prosperity के मजबूत स्तंभ बन सकते हैं।

इसी भावना के साथ मैं आप सभी को भारत की विकास यात्रा से जुड़ने के लिए आमंत्रित करता हूँ। मुझे विश्वास है कि आज "गोथनबर्ग” से जो संवाद शुरू हो रहा है, वह आने वाले वर्षों में भारत और यूरोप की industrial partnership का एक नया अध्याय लिखेगा।

आप इतनी बड़ी संख्या में आये। इस समिट में मुझे आपके बीच अपने बात रखने का अवसर दिया। इसके लिए में आप सब का विशेष रूप से बहुत बहुत आभार व्यक्त करता हूँ।

बहुत-बहुत धन्यवाद।
Thank you.