PM Modi lays foundation stone and inaugurates multiple development projects in Jammu
Government is working to ensure development of regions which remained isolated for long time: PM Modi
Our approach is “Isolation to Integration”: PM Modi
Government’s focus is on Highway, Railways, Waterways, i-Ways and Roadways: PM Modi

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆମ ଚମନଲାଲଙ୍କ ଭଳି ବେଶ ପୁରୁଣା ପରିଚିତ ଚେହେରା ମୁଁ ଦେଖିପାରୁଛି । ଜାମ୍ମୁ କାଶ୍ମୀର ପାଇଁ ଆଜିର ଏହି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଏହା ମୋର ଆଜି ଚତୁର୍ଥ କାର୍ଯ୍ୟକ୍ରମ । ଆଜି ସକାଳେ ହିଁ ଲେହ-ଲଦାଖର ଉଚ୍ଚ ପାହାଡ଼ରୁ କାଶ୍ମୀର ଘାଟି ଦେଇ ଏବେ ଜାମ୍ମୁ ତରାଇ ପର୍ଯ୍ୟନ୍ତ, ବିକାଶର ପ୍ରବାହିତ ଧାରାକୁ ମୁଁ ଦେଖିପାରୁଛି ଏବଂ ଏହି କାର୍ଯ୍ୟକ୍ରମ ପାଇଁ ବିଳମ୍ବରେ ମଧ୍ୟ ପହଞ୍ଚିଲି । ଠିକ ସମୟରେ ପହଁଚିପାରିନଥିବାରୁ ଆପଣମାନଙ୍କଠାରୁ କ୍ଷମା ଚାହୁଁଛି  ।

ଲେହକୁ ଅବଶିଷ୍ଟ ଭାରତ ସହ ସଂଯୋଗ କରୁଥିବା ଜୋଜିଲା ସୁଡ଼ଙ୍ଗ ହେଉ, ବାନ୍ଦୀପୋରାର କୃଷ୍ଣଗଙ୍ଗା ପ୍ରକଳ୍ପ ହେଉ କିମ୍ବା ପୁଣି କିସ୍ତୱାଡ଼ରେ ଚେନାବ ନଦୀ ଉପରେ ନିର୍ମିତ ଜଳବିଦ୍ୟୁତ ପ୍ରକଳ୍ପ, ଜାମ୍ମୁ-କାଶ୍ମୀରର ଜଳ ଧାରା ଆଗାମୀ ସମୟରେ ଏଠାକାର ବିକାଶଧାରାକୁ ତ୍ୱରାନ୍ୱିତ କରିବ ।

ଗୋଟିଏ ହାଇଡ୍ରୋପାୱାର ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିବା ଏବଂ ଅନ୍ୟଟିର ଶିଳାନ୍ୟାସ କରିବା, ଆଜିର ଏହି ଦିନ ଅଦ୍ଭୂତ ଏବଂ ସ୍ମରଣୀୟ ଦିନ ହୋଇପାରିଛି । କିଛି ସମୟ ପୂର୍ବରୁ ମୋତେ ଜାମ୍ମୁ ଲାଗି ଭିତ୍ତିଭୂମି ସହ ଜଡ଼ିତ ଥିବା 4ଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ମିଳିଛି । ଏଥିମଧ୍ୟରୁ ଦୁଇଟି ମାତା ବୈଷ୍ଣୋଦେବୀଙ୍କୁ ସମର୍ପିତ । ଏଠାରେ ଏବେ ପାକଲ ଦୁଲ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଗଲା । ଏହା କେତେ ଲାଭକାରୀ ହେବ, ତାହାର ଅନୁମାନ ଆପଣ ଏଥିରେ ଲଗାଇପାରିବେ ଯେ ଯେତେ ବିଦ୍ୟୁତ ଆଜି ଜାମ୍ମୁ-କାଶ୍ମୀରରେ ଉତ୍ପାଦିତ ହେଉଛି ତା’ର ଏକ ତୃତୀୟାଂଶ ଏହି ବିଦ୍ୟୁତ ପ୍ରକଳ୍ପରୁ ହୋଇପାରିବ ।

ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ବିକାଶ କାର୍ଯ୍ୟକ୍ରମ ଅଧୀନରେ ତିଆରି କରାଯାଉଛି । ଏକ ହଜାର ମେଗାୱାଟର ଏହି ପ୍ରକଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ । 8 ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଏଠାରେ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି କରିବ । ପାଖାପାଖି ଅଢ଼େଇ ହଜାର ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବ । ଏହାବ୍ୟତୀତ ଏଠାରେ କେହି ପରିବା ଚାଷୀ, କ୍ଷୀର ବିକାଳି ଥିବେ, ଆଉ ପ୍ରତ୍ୟେକ ପ୍ରକାର କାମ କରୁଥିବା ଲୋକମାନଙ୍କୁ ନୂଆ ସୁଯୋଗ, ନୂଆ ଲାଭର ସୁଯୋଗ ଜୁଟିବ ।

ସାଥୀଗଣ, ଆମ ସରକାର ଦେଶର ବିକାଶକୁ ନେଇ ଏକ ନୂଆ ଆଭିମୁଖ୍ୟ ସହିତ କାମ କରୁଛି । ଏହି ଆଭିମୁଖ୍ୟ ହେଉଛି ଆଇସୋଲେସନ ଟୁ ଇଂଟିଗ୍ରେସନ, ଅର୍ଥାତ୍ ଦେଶର ଯେଉଁ ଅଂଚଳ, କୌଣସି କାରଣରୁ ବିଚ୍ଛିନ୍ନ ହୋଇ ରହିଛି, ବିକାଶର ଆଲୋକ ଯେଉଁଠି ପହଁଚି ପାରିନାହିଁ, ସେଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି । ଏବଂ ଏହି କାରଣରୁ ତାହା ଉତ୍ତର-ପୂର୍ବାଂଚଳ ହେଉ କିମ୍ବା ଜାମ୍ମୁ କାଶ୍ମୀର, ଆମର ପ୍ରୟାସ ରହିଛି ଯେ ଯେତେ ଅଧିକ ହୋଇପାରିବ ଯଦି ସେଠାରେ ପହଁଚି ହେବ ମୁଁ ନିଜେ ପହଁଚିଯିବା ଲାଗି ପ୍ରୟାସ କରିଥାଏ । ମୁଁ ଖୁସି ଅଛି । ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏପରି ସୁଯୋଗ ମିଳିଥିଲା କି ନାହିଁ ମୁଁ ଜାଣେ ନାହିଁ । ରାଜନୈତିକ କାମ ବ୍ୟତୀତ ବୋଧହୁଏ ଏକ ଡଜନରୁ ଅଧିକ ଥର ଜାମ୍ମୁ-କାଶ୍ମୀର ଆସିଛି ପ୍ରଧାନମନ୍ତ୍ରୀ ରୂପରେ । ପୂର୍ବରୁ ତ’ ଛାଡ଼ ଆପଣମାନେ ମୋତେ ଅନେକ ଦିନ ପାଖରେ ରଖିଛନ୍ତି, ମୋର ଲାଳନ-ପାଳନ କରିଛନ୍ତି ଆପଣମାନେ ।

ସଂଯୋଗୀକରଣଠାରୁ ବିକାଶ ସୂତ୍ରରେ ଆମେ କାମ କରୁଛୁ । ଯୋଗାଯୋଗ ସଡ଼କ ଜରିଆରେ ହେଉ କିମ୍ବା ହୃଦୟରେ, କୌଣସି ସ୍ତରରେ କିଛି ଊଣା ରହିଯାଉନାହିଁ । ଜାମ୍ମୁ-କାଶ୍ମୀର ବିକାଶ ଲାଗି ସେହି ପ୍ରତ୍ୟେକ ପଦକ୍ଷେପ ନିଆଯାଉଛି ଯାହା ଏ ରାଜ୍ୟକୁ ନୂତନ ଭାରତର ଉଦିତ ସୂର୍ଯ୍ୟରେ ପରିଣତ କରିବାର ସାମର୍ଥ୍ୟ ରଖିଛି । ଟିକିଏ ଭାରତର ସେହି ମାନଚିତ୍ରର ପରିକଳ୍ପନା କରନ୍ତୁ, ଯେତେବେଳେ ଦେଶର ମୁକୁଟ ହୀରା ମୁକୁଟ ଭଳି ଚମକିବ ଏବଂ ଏହି ଚମକ ଅନ୍ୟ ଦେଶକୁ ବିକାଶର ମାର୍ଗଦର୍ଶନ କରିବ ।

ଭାଇ ଓ ଭଉଣୀମାନେ, ଏବଂ ଏହି ମିଶନ ସହିତ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ଆମେ କାମକୁ ଆଗେଇ ନେଉଛୁ, ଭୂମିରେ କାର୍ଯ୍ୟକାରୀ କରୁଛୁ । କିଛି ସମୟ ପୂର୍ବରୁ ଜାମ୍ମୁ ସହରକୁ ଜାମ୍ ମୁକ୍ତ କରିବା ଲାଗି, ଏଠାକାର ଟ୍ରାଫିକ ସମସ୍ୟା ସମାଧାନ କରିବା ଲାଗି ରିଙ୍ଗରୋଡର ଶିଳାନ୍ୟାସ କରାଗଲା । ପରବର୍ତ୍ତୀ ତିନି ବର୍ଷରେ ଏହି ରିଙ୍ଗ ରୋଡକୁ ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବ । ଯେତେବେଳେ ଏହି ରିଙ୍ଗ ରୋଡ ନିର୍ମିତ ହୋଇଯିବ ତ’ ଆପଣମାନେ ସମସ୍ତ ଜାମ୍ମୁବାସୀ ଏବଂ ଏଠାକୁ ଆସୁଥିବା ଲକ୍ଷାଧିକ ପର୍ଯ୍ୟଟକଙ୍କ ପାଇଁ ଏହା ବହୁତ ସୁବିଧା ହେବ ।

ଆହୁରି ଆପଣମାନେ ଦେଖନ୍ତୁ ଯେଉଁ ଲୋକମାନେ ବିକାଶ ଡିଜାଇନକୁ ବୁଝିଥାନ୍ତି, ଏହା ପାଖାପାଖି 50 କିଲୋମିଟରରୁ ଅଧିକ ଲମ୍ବ ରିଙ୍ଗରୋଡ, ଏହା ଏକ ନୂଆ ଜାମ୍ମୁର ନିର୍ମାଣ କରିବ । ଏହାର ଦୁଇ ପାଶ୍ୱର୍ରେ ଏକ ନୂଆ ଜାମ୍ମୁ ନିର୍ମାଣ ହେବ । ଅର୍ଥାତ କିପରି ଏହି ସମ୍ପ୍ରସାରଣ ହେବ, କିପରି ବିକାଶ ହେବ, ମୁଁ ଭଲଭାବେ ତାହା ଦେଖିପାରୁଛି । ଏଥିରେ ଜାମ୍ମୁ ସହର ଭିତରେ ଏବଂ ଏହାର ଆଖପାଖରେ ହେଉଥିବା ଟ୍ରାଫିକ ଭିଡ ତ’ ନିଶ୍ଚିତ ଭାବେ କମ ହେବ । କେବଳ ସେତିକି ନୁହେଁ ଏହି ରିଙ୍ଗରୋଡ ପୁଞ୍ଝ, ରାଜୌରୀ, ନୌସେରା ଏବଂ ଅଖନୁର କ୍ଷେତ୍ରର ସୀମାବର୍ତ୍ତୀ ଏବଂ ସାମରିକ କ୍ଷେତ୍ରରେ ମଧ୍ୟ ଭାରୀ ମେସିନ ଓ ସରଞ୍ଜାମ ନେଇଯାଉଥିବା ସେନା ବାହୀନର ପରିବହନକୁ ମଧ୍ୟ ସହଜ କରିଦେବ ।

ସାଥୀଗଣ, ଆପଣଙ୍କ ଏହି ଜାମ୍ମୁ ସହର ସ୍ମାର୍ଟ ସିଟି ମିଶନ ଅଧୀନରେ ଚୟନ କରାଯାଇଛି । ଏଠାରେ ଟ୍ରାଫିକଠାରୁ ଆରମ୍ଭ କରି ଜଳ ନିଷ୍କାସନ ପର୍ଯ୍ୟନ୍ତ, ସ୍ମାର୍ଟ ବ୍ୟବସ୍ଥା ପ୍ରସ୍ତୁତ ହେଉଛି । ରାଜ୍ୟ ସରକାର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । କେନ୍ଦ୍ରରୁ ମଧ୍ୟ ଏହି କାମ ପାଇଁ ଟଙ୍କା ମଞ୍ଜୁର କରାଯାଇସାରିଛି ।

ଭାଇ ଓ ଭଉଣୀମାନେ ବିକାଶ ଲାଗି ଆମର ସମ୍ପୂର୍ଣ୍ଣ ଲକ୍ଷ୍ୟ ଭିତ୍ତିଭୂମି ଉପରେ ରହିଛି- ରାଜପଥ ହେଉ, ରେଳପଥ ହେଉ, ଜଳପଥ ହେଉ, ଆଇୱେ ହେଉ କିମ୍ବା ସଡ଼କ ପଥ, ଏ ସମସ୍ତ ଏକବିଂଶ ଶତାବ୍ଦୀର ଆବଶ୍ୟକତା । ସରକାରଙ୍କ ଚିନ୍ତାଧାରା ସ୍ପଷ୍ଟ, ଯଦି 130 କୋଟି ଦେଶବାସୀଙ୍କ ଜୀବନସ୍ତରରେ ଉନ୍ନତି ଆଣିବାର ଅଛି ତା’ହେଲେ ଏହାକୁ ପ୍ରଥମେ ସରଳ ଏବଂ ସୁଗମ କରିବାକୁ ହେବ । ଅନ୍ୟ ଅର୍ଥରେ ଏହାକୁ ସ୍ମାର୍ଟ  ବ୍ୟବସ୍ଥାର ନାମ ମଧ୍ୟ ଆପଣ ଦେଇପାରିବବେ । ଏହି ବିଚାରର ପରିଣାମ ସ୍ୱରୂପ ଆଜି ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ସାରା ଦେଶରେ ଜାତୀୟ ରାଜପଥର ଜାଲ ଖୁବ୍ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଛି ।

ଜାମ୍ମୁ କାଶ୍ମୀର ହେଉ, ପଶ୍ଚିମବଙ୍ଗ ହେଉ କିମ୍ବା ପୁଣି ଉତ୍ତର-ପୂର୍ବ, ଦେଶକୁ ହାଇୱେର ଶୃଙ୍ଖଳାରେ ବାନ୍ଧିବା ଲାଗି ଏହି ପ୍ରକଳ୍ପ ଉଦ୍ଦିଷ୍ଟ ।  ଚଳିତ ବର୍ଷର ବଜେଟରେ ଏହି ଯୋଜନା ଅନ୍ତର୍ଗତ ନିର୍ମାଣ ହେବାକୁ ଥିବା 35 ହଜାର କିଲୋମିଟର ସଡ଼କ ପାଇଁ 5 ହଜାର କୋଟି ଟଙ୍କାରୁ ଅଧିକ ବ୍ୟବସ୍ଥା କରାଯାଇଛି । ଜାମ୍ମୁ-କାଶ୍ମୀରରେ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ପାଖାପାଖି 2700 କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଭାଇ ଓ ଭଉଣୀମାନେ, ଜାମ୍ମୁ କାଶ୍ମୀରରେ, ଏଠାରେ ମଧ୍ୟ ରାଜପଥର ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଜାମ୍ମୁକୁ ଶ୍ରୀନଗର ଏବଂ ଦେଶର ଅନ୍ୟ ଭାଗ ସହିତ ଯୋଡ଼ୁଥିବା ଏକ ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି, ଆହୁରି କିଛି ଏପରି ପ୍ରକଳ୍ପ ଅଛି ଯାହାର କାମ ଖୁବ ଦ୍ରୁତଗତିରେ ଚାଲିଛି । ଜାମ୍ମୁ-ପୁଞ୍ଚ, ଉଦ୍ଧମପୁର-ରାମବନ, ରାମବନ-ବନିହାଲ, ଶ୍ରୀନଗର-ବନିହାଲ ଏବଂ କାଜିଗୁଣ୍ଡ-ବନିହାଲ ଭଳି ଅନେକ ରାଜପଥ ପ୍ରକଳ୍ପ, ଆଜି ସେ ଦିଗରେ କାର୍ଯ୍ୟ ଚାଲିଛି ଏବଂ ଯାହା ଆଗାମୀ ଦିନରେ ଏହି କ୍ଷେତ୍ର ଲାଗି ଜୀବନରେଖା ଭାବେ କାର୍ଯ୍ୟ କରିବ । ପାଖାପାଖି 15 ହଜାର କୋଟି ଟଙ୍କା ଏହି ସଡ଼କ ଉପରେ ଖର୍ଚ୍ଚ କରାଯିବାର ଅଛି । ଏହାବ୍ୟତୀତ ଗ୍ରାମଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଦ୍ୱାରା ଯୋଡ଼ା ଯାଉଅଛି । ଗତ ଦୁଇ ବର୍ଷରେ ପାଖାପାଖି ଏକ ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କ ଏହି ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଇସାରିଛି । ଜାମ୍ମୁ-କାଶ୍ମୀର ଗ୍ରାମରେ ମଧ୍ୟ ଗତ ଦୁଇ ବର୍ଷ ମଧ୍ୟରେ ସାଢ଼େ ତିନି ହଜାର କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ କରାଯାଇଛି ।

ସାଥୀଗଣ, ଜାମ୍ମୁ-କାଶ୍ମୀର ଲାଗି ପର୍ଯ୍ୟଟକଙ୍କ ଆଗମନ ଏକ ବହୁତ ବଡ଼ ଆୟ ତଥା ରୋଜଗାରର ସ୍ରୋତ । ବିଶେଷକରି ଏଠାରେ ଆସ୍ଥା ସହ ଜଡ଼ିତ ବଡ଼ ବଡ଼ ସ୍ଥାନ ରହିଛି । ବାବା ବର୍ଫାନୀ ହୁଅନ୍ତୁ କିମ୍ବା ପୁଣି ମାତା ରାଣୀଙ୍କ ଦରବାର, ଦେଶବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଆସ୍ଥା ସହ ଓତଃପ୍ରୋତ ଭାବେ ଶ୍ରଦ୍ଧାଳୁଙ୍କୁ ସୁବିଧା ମିଳୁ ଏବଂ ଏଠାକାର ଜନସାଧାରଣଙ୍କ ପାଇଁ ଆୟର ସୁଯୋଗ ସୃଷ୍ଟି ହେଉ, ସରକାର ଏଥିପାଇଁ ଅନେକ ପ୍ରୟାସ କରୁଛନ୍ତି ।

ଆଜି କଟରାରେ ମାତାଙ୍କ ଦରବାର ପର୍ଯ୍ୟନ୍ତ ରେଳ ପହଁଚିସାରିଛି । ପ୍ରଧାନମନ୍ତ୍ରୀ ହେବାର ତୁରନ୍ତ ପରେ ମୋତେ ଏହି ରେଳ ମାର୍ଗର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ଏହି ରେଳମାର୍ଗରୁ ମାତାଙ୍କ ଭକ୍ତମାନଙ୍କୁ ଅନେକ ସୁବିଧା ହୋଇଛି । ଆମେ ଏଠାରେ ହିଁ ସୀମିତ ରହିବାକୁ ଚାହୁଁନାହୁଁ । ଏହି କାରଣରୁ ଆଜି ଦୁଇଟି ବଡ଼ ପ୍ରକଳ୍ପର ଉଦଘାଟନ କରାଯାଇଛି । ଗୋଟିଏ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ବୈକଳ୍ପିକ ମାର୍ଗ ଅଟେ ତ’ ଅନ୍ୟଟି ମାତାଙ୍କ ଦ୍ୱାର ପର୍ଯ୍ୟନ୍ତ ସାମଗ୍ରୀ ପହଁଚାଇବା ଲାଗି ରୋପୱେ ।

ସାଥୀଗଣ, ମାତାଙ୍କ ଦର୍ଶନ ଲାଗି ଏବେ ଶ୍ରଦ୍ଧାଳୁମାନେ ତାରାକୋଟା ମାର୍ଗରେ ମଧ୍ୟ ଯାଇପାରିବେ । କାଟ୍ରା ଏବଂ ଅର୍ଦ୍ଧକୁୱାଁରୀ ମଧ୍ୟରେ ପାଦରେ ଚାଲିଚାଲି ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହା ବିକଳ୍ପ ପାଦଚଲା ମାର୍ଗ । ଏହାଦ୍ୱାରା ଭିଡ଼ରୁ ମଧ୍ୟ ଆଶ୍ୱସ୍ତି ମିଳିବ । ଆହୁରି ମୋତେ କୁହାଯାଇଛି ଯେ ଏହି ମାର୍ଗକୁ ଦେଢ଼ କିଲୋମିଟର ଲିଙ୍କ ରୋଡ ଦ୍ୱାରା ବର୍ତ୍ତମାନର ପାଦଚଲା ମାର୍ଗ ସହିତ ମଧ୍ୟ ଯୋଡ଼ାଯିବ । ଯାହାଦ୍ୱାରା ପାଦରେ ଚାଲି ଯାଉଥିବା ଯାତ୍ରୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିବା ଲାଗି ଉଭୟ ଉପଲବ୍ଧ ମାର୍ଗ ମଧ୍ୟରୁ କୌଣସି ଗୋଟିଏ ଚୟନ କରିପାରିବେ । ମାତାରାଣୀଙ୍କ ଭକ୍ତଙ୍କ ଲାଗି ଏହା ସମ୍ପୂର୍ଣ୍ଣ ଭାବେ ସୁଖଦ ଏବଂ ସୁରକ୍ଷିତ ମାର୍ଗ ଅଟେ । ଯେଉଁଠି ସେମାନଙ୍କ ସବୁ ସୁବିଧା ପ୍ରତି ଧ୍ୟାନ ରଖାଯାଇଛି ।

ସାଥୀଗଣ, ବିକଳ୍ପ ମାର୍ଗ ବ୍ୟତୀତ ମାତାଙ୍କ ଦ୍ଵାର ପର୍ଯ୍ୟନ୍ତ ମେଟେରିଆଲ ରୋପୱେର ଉଦଘାଟନ କରିବାର ଆଜି ମୋତେ ସୌଭାଗ୍ୟ ମିଳିଛି । ଏହି ମେଟେରିଆଲ ରୋପୱେ ଜରିଆରେ ସାମଗ୍ରୀ ପରିବହନ ଆହୁରି ଅଧିକ ସହଜ ହେବ । ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ଏହି ଅଭିନବ ସୁବିଧାର ଅଧିକରୁ ଅଧିକ ଉପଯୋଗ କରି ଯାତ୍ରୀଙ୍କ ଲାଗି ସହଜରେ ଖାଦ୍ୟପେୟ ସୁବିଧା ଉପଲବ୍ଧ କରାଇପାରିବ । ମନ୍ଦିର ପାଖରେ ବର୍ଜବସ୍ତୁ ପରିଚାଳନା ଲାଗି ମଧ୍ୟ ଏହି ରୋପୱେରୁ ବଡ଼ ସୁବିଧା ମିଳିପାରିବ । କାଟ୍ରାଠାରୁ ମନ୍ଦିର ପର୍ଯ୍ୟନ୍ତ ସାମଗ୍ରୀ ପରିବହନ ହେବ ଏବଂ ସେଠାରୁ ବର୍ଜ୍ୟବସ୍ତୁ ଅଣାଯିବ ।

ସାଥୀଗଣ, ମେଟେରିଆଲ ରୋପୱେ ଢାଂଚାରେ ଯାତ୍ରୀଙ୍କ ଲାଗି ମଧ୍ୟ ଏପରି ସୁବିଧା ବିକଶିତ କରାଯାଉଛି । 60 କୋଟି ଟଙ୍କା ବ୍ୟୟ ନିର୍ମାଣ କରାଯାଉଥିବା ଭବନ ଭୈରୋଁ ଘାଟି ପର୍ଯ୍ୟନ୍ତ ଶୀଘ୍ର ସମ୍ପୂର୍ଣ୍ଣ ହେବାର ଅଛି । ଏହି ରୋପୱେର କ୍ଷମତା ଘଣ୍ଟା ପ୍ରତି 800 ଲୋକଙ୍କୁ ନେଇଯିବା ଭଳି । ଏହାଦ୍ୱାରା ବୟସ୍କ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ସହାୟତା ମିଳିପାରିବ । ଯେତେବେଳେ ଏହି ରୋପୱେ ସମ୍ପୂର୍ଣ୍ଣ ଭାବେ କାମ କରିବା ଆରମ୍ଭ କରିଦେବ, ଥରକେ, ତିନି ମିନିଟ ଭିତରେ 40-45 ବ୍ୟକ୍ତିଙ୍କୁ ନେଇଯାଇପାରିବ । ଏହି ରୋପୱେ ସିଷ୍ଟମରେ ଦିଲ୍ଲୀ ମେଟ୍ରୋ ଢାଂଚାରେ ସ୍ଵୟଂକ୍ରିୟ ଟିକେଟିଂ ସିଷ୍ଟମ ମଧ୍ୟ ରହିବ । ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବା ଲାଗି ମନ୍ଦିର ବୋର୍ଡ ଯେପରି ଭାବେ କାମ କରୁଛି ସେଥିପାଇଁ ମୁଁ ଏହାର ଅଧ୍ୟକ୍ଷ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ଭାଇ ଓ ଭଉଣୀମାନେ, ଜାମ୍ମୁ-କାଶ୍ମୀରରେ ଭିତ୍ତିଭୂମି ନିର୍ମାଣ ହେବା ଦ୍ୱରା ପର୍ଯ୍ୟଟକ ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନରେ ରୋଜଗାର ବଢ଼ିବ । କିନ୍ତୁ ରୋଜଗାର ଲାଗି ଶିକ୍ଷା ଏବଂ ଦକ୍ଷତା ବିକାଶର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ରାଜ୍ୟ ଶିକ୍ଷା ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି । ଜାମ୍ମୁରେ ପ୍ରତିଷ୍ଠା ହେବାକୁ ଥିବା ଆଇଆଇଏମ ହେଉ କିମ୍ବା ପୁଣି ଆଇଆଇଟି ହେଉ, ଏହି ସଂସ୍ଥାନ ରାଜ୍ୟ ଲାଗି ମାଇଲଖୁଂଟ ସାବ୍ୟସ୍ତ ହେବ । ଏହାବ୍ୟତୀତ ଜାମ୍ମୁ-କାଶ୍ମୀରର 16 ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ପଢ଼ିବା ଲାଗି ବୃତ୍ତି ଦିଆଯାଇଛି ।

ଭାଇ ଓ ଭଉଣୀମାନେ, ମହିଳା ସଶକ୍ତିକରଣ ସରକାରଙ୍କ ପ୍ରାଥମିକତା । ଗତ ଚାରି ବର୍ଷରେ ଏପରି ଅନେକ ଯୋଜନା ଆରମ୍ଭ କରାଯାଇଛି ଯାହାଦ୍ୱାରା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ ଶକ୍ତି ମିଳିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ସାରା ଦେଶରେ ପାଖାପାଖି ସାଢ଼େ 9 କୋଟି ମହିଳା ଉଦ୍ୟୋଗୀ ଛୋଟ ଛୋଟ ବ୍ୟବସାୟ ଲାଗି ବିନା ଗ୍ୟାରେଂଟିରେ ଋଣ ପାଇଛନ୍ତି । ଏଥିରେ ଜାମ୍ମୁ-କାଶ୍ମୀରର 50 ଲକ୍ଷରୁ ଅଧିକ ମହିଳା ମଧ୍ୟ ସାମିଲ ଅଛନ୍ତି ।

ସେହିପରି ଉଜ୍ଜ୍ୱଳା ଯୋଜନାରେ ସରକାର ଦେଶର ଗରିବ ମହିଳାମାନଙ୍କୁ ଏବଂ ଭଉଣୀମାନଙ୍କୁ ଧୂଆଁମୁକ୍ତ ରୋଷେଇ ସୁବିଧା ପ୍ରଦାନ ଲାଗି ପ୍ରୟାସ କରୁଛନ୍ତି । କ୍ଲିନ କୁକିଂ-ବିଶେଷ କରି ଗ୍ରାମର ମା’ଭଉଣୀମାନେ, ତଫସିଲଭୁକ୍ତ ଜାତି ହୁଅନ୍ତୁ, ବଂଚିତ ହୁଅନ୍ତୁ, ପଛୁଆବର୍ଗର ହୁଅନ୍ତୁ, ଏପରି ସବୁ ସମାଜରୁ ଆସୁଥିବା ମା’-ଭଉଣୀଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଉପକାର ସିଦ୍ଧ ହେଉଛି । ସାରା ଦେଶରେ ଯେଉଁଠି ପାଖାପାଖି 4 କୋଟି ମାଗଣା ଏଲପିଜି ସଂଯୋଗ ଦିଆଯାଇଛି, ସେହିପରି ଜାମ୍ମୁ-କାଶ୍ମୀରରେ ମଧ୍ୟ ସାଢ଼େ 4 ଲକ୍ଷରୁ ଅଧିକ ମା’-ଭଉଣୀଙ୍କ ରୋଷେଇଶାଳ ପର୍ଯ୍ୟନ୍ତ ମଧ୍ୟ ଉଜ୍ଜ୍ୱଳା ପହଁଚିପାରିଛି ।

ସାଥୀଗଣ, ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସାରା ଦେଶକୁ ଖୋଲା ମଳମୁକ୍ତ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏହା କେବଳ ସ୍ୱଚ୍ଛତା ସହ ଜଡ଼ିତ ପ୍ରସଙ୍ଗ ନୁହେଁ ବରଂ ଏହା ମହିଳାଙ୍କ ସମ୍ମାନର ବିଷୟ ମଧ୍ୟ । ଜାମ୍ମୁ-କାଶ୍ମୀରର ମା’-ଭଉଣୀମାନେ ଏହି ଅଭିଯାନକୁ ନେଇ କେତେ ସଚେତନ, ଏହାର ଏକ ପ୍ରମାଣ ନିକଟରେ ଦେଶ ଏବଂ ଦୁନିଆ ଦେଖିଛି । ମୁଁ ନିଜେ ଗଣମାଧ୍ୟମରେ ଉଦ୍ଧମପୁରର 87 ବର୍ଷ ବୟସ୍କା ମହିଳାଙ୍କ ସାହସକୁ ଦେଖିଲି । ଏହି ମା’ ଏତେ ଅଧିକ ବୟସରେ ନିଜେ ଗୋଟିଏ ଗୋଟିଏ ଇଟା ଯୋଡ଼ି ଶୌଚାଳୟ ନିର୍ମାଣରେ ଜଡ଼ିତ ଥିଲେ । କାହାର ସାହାଯ୍ୟ ଏବଂ ସହାୟତା ବିନା, କେବଳ ଗୋଟିଏ ଝୁଙ୍କ ଯେ, ସ୍ୱଚ୍ଛତା ଅଭିଯାନ ସହ ଯୋଡ଼ି ହେବା ।

ସାଥୀଗଣ, ଏପରି ପ୍ରୟାସ ଯେତେବେଳେ କରାଯାଏ ସାହସ ଏବଂ ଉତ୍ସାହ ଅନେକ ଗୁଣ ବଢ଼ିଯାଇଥାଏ । କେଉଁଠି 5 ବର୍ଷର ବାଳିକା ଏହି ଅଭିଯାନ ସହ ଯୋଡ଼ି ହେଉଛନ୍ତି ତ’ ଆଉ କେଉଁଠି 87 ବର୍ଷର ମାତାମାନେ ଯୋଡ଼ି ହେଉଛନ୍ତି । ଏହାର ଅନୁମାନ କରାଯାଇପାରେ ଯେ ସ୍ୱଚ୍ଛତା ଏବଂ ସମ୍ମାନର ଭାବନା କେତେ ଗଭୀର । ଏହି କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମୀଣ ସ୍ୱଚ୍ଛତାର ପରିଧି 80 ପ୍ରତିଶତରୁ ଅଧିକ ହୋଇପାରିଛି । ଜାମ୍ମୁ-କାଶ୍ମୀରରେ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ପାଖାପାଖି ସାଢ଼େ 8 ଲକ୍ଷ ଘରେ ଶୌଚାଳୟ ନିର୍ମାଣ କରାଯାଇଛି ।

ସାଥୀଗଣ, ମହିଳାମାନଙ୍କ  ଆର୍ଥିକ ଏବଂ ସାମାଜିକ ସଶକ୍ତିକରଣ ସେପର୍ଯ୍ୟନ୍ତ ଅଧୁରା ରହିଥିବ ଯେପର୍ଯ୍ୟନ୍ତ ଦକ୍ଷତା ବିକାଶ ପ୍ରତି ଧ୍ୟାନ ଦିଆଯିବ ନାହିଁ । ଏହି କାରଣରୁ ଜାମ୍ମୁ-କାଶ୍ମୀର ମହିଳାମାନଙ୍କ ଦକ୍ଷତା ବିକାଶ ଲାଗି ମଧ୍ୟ ଅନେକ ପ୍ରକାର ପ୍ରୟାସ କରାଯାଉଛି । ପାଖାପାଖି 5 ହଜାର ମହିଳାଙ୍କୁ ହସ୍ତତନ୍ତ, ସିଲେଇ, କୃଷି ଏବଂ ତତସମ୍ବନ୍ଧୀୟ ବ୍ୟବସାୟ ଲାଗି ପ୍ରଶିକ୍ଷଣ ଦିଆଯାଇଛି ।

ଭାଇ ଓ ଭଉଣୀମାନେ, ଦୁଇ ବର୍ଷ ପୂବେ ଯେତେବେଳେ ମୁଁ ଏଠାକୁ ଆସିଥିଲେ ସେତେବେଳେ ମୁଁ ଏଠାକାର ନବଯୁବକମାନଙ୍କୁ, ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରିଥିଲି ଯେ ସରକାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି ତା’ର ଫାଇଦା ଉଠାନ୍ତୁ । ଆଜି ମୁଁ ଏହା କହି ଗର୍ବ ଅନୁଭବ କରୁଛି ଯେ ଏଠାକାର ନବଯୁବକମାନେ ଏସବୁ ଯୋଜନାର ଲାଭ ଉଠାଇଛନ୍ତି ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ରାଜ୍ୟରେ ପାଖାପାଖି 20 ଲକ୍ଷ ଲୋକଙ୍କର ବ୍ୟାଙ୍କ ଏକାଉଣ୍ଟ ଖୋଲଯାଇଛି । ଏହି ଏକାଉଣ୍ଟରେ ଆଜିର ତାରିଖରେ ପାଖାପାଖି 800 କୋଟି ଟଙ୍କା ଜମା ହୋଇଛି, ମୁଁ କେବଳ ଜାମ୍ମୁ-କାଶ୍ମୀର କଥା କହୁଛି । ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଯେଉଁ ମୋର ଶ୍ରମିକ ଭାଇ-ଭଉଣୀ ଅଛନ୍ତି ସେମାନଙ୍କ ପାଇଁ କରାଯାଇଥିବା ଅଟଳ ପେନସନ ଯୋଜନାରେ ଏଠାକାର 40 ହଜାରରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି । କମ ପ୍ରିମିୟମର ଦୁଇଟି ଜୀବନ ବୀମା ଯୋଜନା ଯାହାକୁ ସରକାର ଚଳାଉଛନ୍ତି, ସେଥିରେ ରାଜ୍ୟର ପାଖାପାଖି 9 ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି । ଏହି ଯୋଜନା ମାଧ୍ୟମରେ ପାଖାପାଖି ତିନି କୋଟି ଟଙ୍କାର ଦାବି ଅର୍ଥ ମଧ୍ୟ ଦିଆଯାଇଛି ।

ସାଥୀଗଣ, ଏଠାକାର ନବଯୁବକମାନେ ସେନାରେ ଭର୍ତ୍ତି ହେବା ଲାଗି ସବୁବେଳେ ଆଗରେ ରହିଥା’ନ୍ତି । ପରମ୍ପରା ମୁତାବକ ସୁରକ୍ଷାବାହିନୀରେ ଏହି ରାଜ୍ୟର ନବଯୁବକମାନଙ୍କୁ ଅନେକ ସୁଯୋଗ ଉପଲବ୍ଧ କରାଯାଉଛି । ସ୍ଥଳସେନା, କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ପୋଲିସ ବାହିନୀ, ଭାରତୀୟ ରିଜର୍ଭ ବାଟାଲିୟନ ଦ୍ୱାରା ଚଳାଯାଉଥିବା ସ୍ୱତନ୍ତ୍ର ନିଯୁକ୍ତି ମେଳାରେ 20 ହଜାରରୁ ଅଧିକ ଚାକିରି ଦିଆଯାଇଛି ।

ସାଥୀଗଣ, ଏହା ଡୋଗ୍ରାମାନଙ୍କ ଭୂମି, ବୀରମାନଙ୍କ ଭୂମି । ଏଠାରେ ସୌର୍ଯ୍ୟ ମଧ୍ୟ ରହିଛି, ସଂଯମ ମଧ୍ୟ ରହିଛି, ତ’ ଏଠାରେ ମଧୁର ସଂଗୀତ ମଧ୍ୟ ରହିଛି । ଏଠାରେ ବାସୁମତୀର କ୍ଷେତରୁ ଆସୁଥିବା ବାସ୍ନା ମଧ୍ୟ ରହିଛି, ତ’ ଆଧୁନିକ କାଲିର କାରଖାନାର ସମ୍ଭାବନାର ମୂଳଦୁଆ ମଧ୍ୟ ପଡ଼ିଛି । ଆମର ସଂକଳ୍ପ ମଧ୍ୟ ମଜଭୁତ ଏବଂ ରାସ୍ତା ମଧ୍ୟ ସଠିକ ।

ମୋର ତିଳେ ମାତ୍ର ସନ୍ଦେହ ନାହିଁ ଯେ ମା’ ବୈଷ୍ଣୋଦେବୀଙ୍କ ଆଶୀର୍ବାଦରୁ, ଏବଂ ଆପଣ ସମସ୍ତଙ୍କର ପରିଶ୍ରମରୁ ଏହି ରାଜ୍ୟ ବିକାଶର ନୂତନ ଉଚ୍ଚତାକୁ ଛୁଇଁବ ଏବଂ ସିଦ୍ଧି ପ୍ରାପ୍ତ କରି ରହିବ ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to former Prime Minister, Shri Atal Bihari Vajpayee at Sadaiv Atal
August 16, 2026

Prime Minister Shri Narendra Modi earlier this morning paid homage to former Prime Minister, Shri Atal Bihari Vajpayee at his memorial, Sadaiv Atal. He emphasized that the former Prime Minister's role in India’s progress remains unparalleled.

In a post on X, the Prime Minister wrote:

"Earlier this morning, paid homage to Atal Ji at Sadaiv Atal. His role in India’s progress is unparalleled!"