Social infrastructure is essential for the development of every nation: PM Narendra Modi
Centre would not stop at laying foundation stones but ensure completion of projects on time: PM
Our Government will do everything it can for welfare of farmers: PM Modi
Pakistan now knows well what the Indian Army is capable of: PM Modi
Our Govt is taking steps to ensure that the middle class is not exploited and the poor get their due: PM

ଏହା ମୋର ସୌଭାଗ୍ୟ ଯେ ମୋତେ ଆପଣମାନଙ୍କ ମଧ୍ୟକୁ ଆସିବାର ଆଉ ଥରେ ଏକ ସୁଯୋଗ ମିଳିଲା । ଗତ ମାସରେ ଲୁଧିଆନା ଆସିଥିଲି । ସେତବେଳେ ମୁଁ କହିଥିଲି ଯେ ସମୟ ଅଭାବରୁ ମୁଁ ଭଟିଣ୍ଡା ଯାଇପାରୁ ନାହିଁ ମାତ୍ର ଖୁବ୍ ଶୀଘ୍ର ମୁଁ ଭଟିଣ୍ଡା ଆସିବି ଏବଂ ଆଜି ସେହି ପ୍ରତିଜ୍ଞାକୁ ମୁଁ ପୂରଣ କରୁଛି ।

ଦେଶର ବିକାଶ ପାଇଁ ରାସ୍ତା, ବିମାନ ବନ୍ଦର ନିର୍ମାଣ ହେବା ଓ ରେଳ ଚାଲିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସାଧାରଣ ନାଗରିକମାନଙ୍କ ପାଇଁ ସାମାଜିକ ଭିତ୍ତିଭୂମି ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ସାମାଜିକ ଭିତ୍ତିଭୂମି ମଧ୍ୟରେ ବିଦ୍ୟାଳୟ, ହସପିଟାଲର ନିର୍ମାଣ ହେଉ, ଗରିବ ବ୍ୟକ୍ତିମାନଙ୍କର ସେବା ହେଉ ଓ ସେମାନଙ୍କୁ ଶିକ୍ଷା ମିଳୁ, ତେବେ ଯାଇ ସମାଜ ଶକ୍ତିଶାଳୀ ହୋଇଥାଏ । ଏବଂ ଆଜି ଭାରତ ସରକାର ଓ ପଞ୍ଜାବ ସରକାର ମିଳିତ ଭାବେ, କାନ୍ଧରେ କାନ୍ଧ ମିଳାଇ ଗାଁ, ଗରିବ, କୃଷକ, ଦୂର ଦୂରାନ୍ତ ଅଂଚଳର ଜୀବନର ରୂପାନ୍ତର ପାଇଁ, ଯେଉଁଠାରେ ବିଜୁଳି ନାହିଁ ସେଠାରେ ଯେପରି ବିଜୁଳି ପହଂଚିବ, ଯେଉଁଠାରେ ପାଣି ନାହିଁ ସେଠାରେ କିପରି ପାଣି ପହଂଚିବ, ଯେଉଁଠାରେ ହସପିଟାଲ ନାହିଁ ସେଠାରେ କିପରି ହସପିଟାଲର ନିର୍ମାଣ ହେବ, ଯେଉଁଠାରେ ବିଦ୍ୟାଳୟ ନାହିଁ ସେଠାରେ କିପରି ବିଦ୍ୟାଳୟର ନିର୍ମାଣ ହେବ ସେହି କାମ ଉପରେ ବଳ ଦିଆଯାଉଛି । ଏବଂ ଏହି କାର୍ଯ୍ୟ ସ୍ୱରୂପ ଭଟିଣ୍ଡାରେ ସାଢେ ନଅ କୋଟିରୁ ଉର୍ଦ୍ଧ୍ଵ, ପାଖାପାଖି ହଜାର କୋଟି ଟଙ୍କା ବ୍ୟୟରେ ଏମ୍ସର ନିର୍ମାଣ କରାଯାଉଛି । ଏହି ଏମ୍ସ କେବଳ ରୋଗୀମାନଙ୍କର ରୋଗ ଦୂର କରିବ ତାହା ନୁହେଁ, ବରଂ ଏଠାରେ ପାରାମେଡିକାଲ ଶିକ୍ଷା, ନର୍ସିଂ ଶିକ୍ଷା, ଡାକ୍ତରୀ ଶିକ୍ଷା ପ୍ରଦାନ କରାଯିବ । ଏପରିକି ନବ ଯୁବକମାନଙ୍କ ଜୀବନରେ ପୁରାପୁରି ସେମାନଙ୍କ ଭବିଷ୍ୟତ ଏବଂ ଏହା ଗୋଟିଏ ପୀଡ଼ି ପାଇଁ ନୁହେଁ ଆଗକୁ ଆସୁଥିବା ପୀଢ଼ିଙ୍କ ଭବିଷ୍ୟତ ବଦଳାଇବା ଲାଗି ଏହି ଏମ୍ସ ନିର୍ମାଣର ଯୋଜନା କରାଯାଇଛି ।

ଏହାଫଳରେ ଏହି ଅଂଚଳର କେତେ ପରିମାଣରେ ଉନ୍ନତି ହେବ, ସେ ସମ୍ବନ୍ଧରେ ମୋର ପୂର୍ବ ବକ୍ତାମାନେ ପୂଙ୍ଖାନୂପୂଙ୍ଖ ଭାବେ ଚର୍ଚ୍ଚା କରିଛନ୍ତି । ଏବଂ ଯେପରି ଭାବେ ବାଦଲ ସାହେବ କହୁଥିଲେ, ଉଦ୍ଘାଟନର ଚର୍ଚ୍ଚା ଏହି ସରକାରର ସ୍ୱଭାବ । ଯେଉଁ କାର୍ଯ୍ୟର ଶିଳାନ୍ୟାସ ଆମେ କରୁ, ତାର ଉଦ୍ଘାଟନ ମଧ୍ୟ ଆମ କାର୍ଯ୍ୟାଳୟରେ କରିଥାଉ । ଅନ୍ୟଥା ପୂର୍ବ ସରକାର ନିର୍ବାଚନ ପାଖେଇ ଆସିବା ମାତ୍ରେ ଗଳି କନ୍ଦିରେ ପଥର ଠିଆ କରି ଚାଲିଆସନ୍ତି । ଲୋକମାନଙ୍କୁ ବୁଝେଇ ଦିଅନ୍ତି କି ୟା ହେବ ତା ହେବ, ମାତ୍ର ପରେ ଭୁଲି ଯାଆନ୍ତି । ଆମେ ଯୋଜନା ତିଆରି କଲେ ପଚାରୁ କି ଭାଇ କେଉଁ ତାରିଖରେ ଏହାକୁ ପୂରଣ କରିବ, ଏବଂ ତେବେ ଯାଇ ଦେଶରେ ଗତି ଆସିଥାଏ । ଏବେ ତ ମୁଁ ଦେଖିଛି ଯେ ଭାରତ ସରକାର ଯେଉଁ ପ୍ରକଳ୍ପ ଗ୍ରହଣ କରନ୍ତି, ତାର ତାରିଖ ମଧ୍ୟ ସ୍ଥିର କରନ୍ତି ଓ ପରେ ନିର୍ମାଣକାରୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ବୃଦ୍ଧି ପାଇଥାଏ । କିଛି ଲୋକ ତ ସମୟ ପୂର୍ବରୁ କାମ ଶେଷ କରନ୍ତି ଏବଂ ମୁଁ ଏହି ଲୋକମାନଙ୍କୁ ପୁରସ୍କାର ଦିଏ ଯାହାଫଳରେ କି ଦେଶରେ ଶୀଘ୍ର କାମ କରାଯିବାର ଏକ ଅଭ୍ୟାସ ସୃଷ୍ଟି ହେବ ।

ଭାଇ ଓ ଭଉଣୀମାନେ ପାକିସ୍ତାନ ଏଠାରୁ ଦୂର ନୁହେଁ । ସୀମାରେ ରହୁଥିବା ବ୍ୟକ୍ତି, ସୀମା ସେପାରିର ଅତ୍ୟାଚାର ସହ୍ୟ କରନ୍ତି । ସେନା ଯବାନମାନଙ୍କ ଛାତିରେ ଦମ ଥିଲେ ମଧ୍ୟ, ହାତରେ ହତିଆର ଥିବା ସତ୍ତ୍ୱେ ମଧ୍ୟ ନିଜର ପରାକ୍ରମ ଦେଖାଇ ପାରନ୍ତି ନାହିଁ । ସେମାନଙ୍କୁ ସହିବାକୁ ପଡେ । ଭାଇ ଓ ଭଉଣୀମାନେ ଆମ ସେନାର ଶକ୍ତି ଦେଖନ୍ତୁ, ୨୫୦ କିଲୋମିଟର ପରିବ୍ୟାପ୍ତ ଅଂଚଳରେ ଯେତବେଳେ ଆମ ସେନାର ବାହାଦୂର ଯବାନମାନେ ସର୍ଜିକାଲ ଷ୍ଟ୍ରାଇକ କଲେ, ସୀମା ସେପାରରେ ସେତେବେଳେ କମ୍ପନ ଖେଳିଗଲା, ଏବେ ବି ସେମାନେ ବିଚଳିତ । ମାତ୍ର ମୁଁ ଏବେ ପାକିସ୍ତାନର ପଡୋଶୀ ଅଂଚଳରେ ଠିଆହେଇଛି ଏବଂ ସୀମା ଉପରେ ଠିଆହେଇଛି । ମୁଁ ପୁଣିଥରେ ପାକିସ୍ତାନ ଅଧିବାସୀଙ୍କ ସହ କଥା ହେବାକୁ ଚାହିଁବି । ମୁଁ ପାକିସ୍ତାନବାସୀଙ୍କୁ କହିବାକୁ ଚାହିଁବି ଯେ, ଏହା ହେଉଛି ହିନ୍ଦୁସ୍ଥାନ ଏବଂ ଏଠାରେ ଦେଶବାସୀଙ୍କ ସଂଖ୍ୟା ୧୨୫ କୋଟି । ଯେତବେଳେ ପେଶାୱରରେ ଛୋଟପିଲାଙ୍କୁ ମାରି ଦିଆଯାଏ, ସେତବେଳେ ସବୁ ଭାରତୀୟଙ୍କ ଆଖିରେ ଲୁହ ଆସିଯାଇଥାଏ । ଆପଣମାନଙ୍କ କଷ୍ଟରେ ଭାରତୀୟମାନଙ୍କୁ ମଧ୍ୟ କଷ୍ଟ ହୋଇଥାଏ । ପାକିସ୍ତାନର ଅଧିବାସୀ ନିର୍ଣ୍ଣୟ ନିଅନ୍ତୁ, ସେମାନଙ୍କ ଶାସକମାନଙ୍କୁ ଜବାବ ମାଗନ୍ତୁ । ଆରେ ଯଦି ଲଢିବାର ଅଛି ତ ଭ୍ରଷ୍ଟାଚାର ବିପକ୍ଷରେ ଲଢ଼େଇ କରନ୍ତୁ, ଯଦି ଲଢ଼େଇ କରିବାର ଅଛି ତ କଳାଧନ ବିପକ୍ଷରେ ଲଢ଼େଇ କରନ୍ତୁ, ଜାଲ ନୋଟ ଖିଲାପରେ ଲଢ଼େଇ କରନ୍ତୁ ଏବଂ ଯଦି ଲଢ଼ିବାର ଅଛି ତ ଦାରିଦ୍ର୍ୟ ବିରୋଧରେ ଲଢ଼େଇ କରନ୍ତୁ । ଭାରତ ସହିତ ଲଢ଼େଇ କରି ନିଜକୁ ଧ୍ୱଂସ କରୁଛ ଓ ନିର୍ଦ୍ଦୋଷମାନଙ୍କ ହତ୍ୟା ଲାଗି ଦୋଷୀ ହୋଇ ଚାଲିଛ । ପାକିସ୍ତାନ ଜନତା ମଧ୍ୟ ଦାରିଦ୍ର୍ୟରୁ ମୁକ୍ତି ଚାହାନ୍ତି । ନିଜର ରାଜନୈତିକ ଫାଇଦା ଲାଗି ସଂଘର୍ଷର ପରିବେଶ ସୃଷ୍ଟି କରାଯାଏ ଏବଂ ଏହାର କୌଣସି କାରଣ ନାହିଁ । ଏବେ ପାକିସ୍ତାନ ଦେଖିନେଲା ଯେ ଭାରତୀୟ ସେନାର ଦମ୍ କେତେ ଅଛି, ଆମର ଫୌଜୀମାନଙ୍କର ଶକ୍ତି କେତେ ଅଛି, ଏବେ ତାହାର ପରିଚୟ କରେଇଦିଆଯାଇଛି ।

ଭାଇ ଏବଂ ଭଉଣୀମାନେ ଇଣ୍ଡସ ଜଳ ଚୁକ୍ତି ଅନ୍ତର୍ଗତ ସତଲେଜ, ବ୍ୟାସ ଓ ରବୀ, ଏହି ତିନି ନଦୀର ଜଳରେ ହିନ୍ଦୁସ୍ଥାନର ଯେଉଁ ହକ୍ ରହିଛି, ସେଥିରେ ମୋ କୃଷକ ଭାଇମାନଙ୍କର ହକ୍ ର ଜଳ ରହିଛି । ସେ ପାଣି ଆପଣଙ୍କ ଖେତକୁ ଆସୁନାହିଁ, ପାକିସ୍ତାନ ମାଧ୍ୟମରେ ସମୁଦ୍ରକୁ ବୋହିଯାଉଛି । ନାଁ ପାକିସ୍ତାନ ଏହାର ଉପଯୋଗ କରୁଛି ନାଁ ଏହା ହିନ୍ଦୁସ୍ଥାନର କୃଷକର କାମରେ ଲାଗିପାରୁଛି । ମୁଁ ଏକ ବଡ଼ ଲକ୍ଷ୍ୟର ସହ ଆଗକୁ ବଢ଼ୁଛି । ମୁଁ ଏକ ଟାସ୍କ ଫୋର୍ସ ଗଠନ କରିଛି । ଇଣ୍ଡସ ଜଳ ଚୁକ୍ତି ମୁତାବକ ଭାରତର ଯେଉଁ ହକ୍ ପାଣି ରହିଛି, ଯାହାକି ପାକିସ୍ତାନକୁ ବୋହିଯାଉଛି, ଏବେ ତା’ର ପ୍ରତିଟି ବୁନ୍ଦା ପାଣିକୁ ରୋକାଯାଇ ପଞ୍ଜାବର, ଜାମ୍ମୁ-କାଶ୍ମୀରର, ହିନ୍ଦୁସ୍ଥାନର କୃଷକମାନଙ୍କ ହିତରେ ଲାଗାଇବା ପାଇଁ ମୁଁ ସଂକଳ୍ପବଦ୍ଧ ।

ଭାଇ ଏବଂ ଭଉଣୀମାନେ ଆମେ ଆମର ହକ୍ ର ବ୍ୟବହାର ନକରିବାର କୌଣସି କାରଣ ନାହିଁ । ମୋର କୃଷକ ପାଣି ବିନା ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଭାଇ ଏବଂ ଭଉଣୀମାନେ ମୁଁ ଆପଣମାନଙ୍କଠାରୁ ଆଶୀର୍ବାଦ ଚାହୁଁଛି । ଆପଣମାନଙ୍କ କ୍ଷେତକୁ ପାଣିରେ ଭରିବାର ଉଦ୍ଦେଶ୍ୟ ନେଇ ମୁଁ ଆଗକୁ ବଢ଼ୁଛି । ପାଣି ସମସ୍ୟାର ସମାଧାନ ରହିଛି । ମିଳିମିଶି ରାସ୍ତା ବାହାର କରାଯାଇ ପାରିବ । ପାକିସ୍ତାନକୁ ପାଣି ଚାଲିଯାଉଛି, ଦିଲ୍ଲୀରେ ସରକାର ଆସିଛି ଓ ଚାଲିଯାଇଛି, ଶୋଇପଡ଼ିଛି, ମାତ୍ର ମୋର କୃଷକ କାନ୍ଦି ଚାଲିଛି । ଭାଇ ଓ ଭଉଣୀମାନେ ପଞ୍ଜାବର କୃଷକଙ୍କୁ ଯଦି ପାଣି ମିଳିଯାଏ, ତେବେ ସେମାନେ ମାଟିରୁ ସୁନା ଫଳେଇ ଦେଶର ଟ୍ରେଜେରୀ ଭରି ଦେବେ, ଦେଶର ପେଟ ଭରିଦେବେ । ଏହି କୃଷକଙ୍କ ଚିନ୍ତା କରିବା । ତା’ର ହକ୍ ତାକୁ ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାର ଭଳି ବାଦଲ ସରକାର ମଧ୍ୟ କାନ୍ଧରେ କାନ୍ଧ ମିଶାଇ ଚାଲିଲା ଭଳି ସରକାର ।

ଭାଇ ଓ ଭଉଣୀମାନେ ମୁଁ ଆଜି ଆଗ୍ରହର ସହିତ କୃଷକମାନଙ୍କୁ ଏକ କଥା କହିବାକୁ ଚାହେଁ । କେହି ଏହା ମଧ୍ୟ କହିବ ଯେ ମୋଦୀଙ୍କୁ ରାଜନୀତି ଆସେନାହିଁ । ନିର୍ବାଚନ ପାଖେଇ ଆସୁଛି ଏବଂ ସେ କୃଷକମାନଙ୍କୁ ଏପରି ପରାମର୍ଶ ଦେଉଛନ୍ତି । ମୋର କୃଷକ ଭାଇ ଓ ଭଉଣୀମାନେ, ନିର୍ବାଚନ ଗଣିତ ସହିତ ମୋର କୌଣସି ଦବା ନବା ନାହିଁ । କୃଷକମାନଙ୍କର ଭଲ ହେଉ, ଏହା ହେଉଛି ମୋର ହିସାବ କିତାବ । ମୋର କୃଷକ ଭାଇମାନେ ମୋତେ ଆପଣମାନେ କୁହନ୍ତୁ ପୂର୍ବରୁ ଯେତେବେଳେ ଆମର ବେଶୀ ଜ୍ଞାନ ନଥିଲା ସେତେବେଳେ ଆମେ କ୍ଷେତରୁ ଫସଲ କାଟିବା ପରେ, ଯେଉଁ ଅବଶିଷ୍ଟାଂଶ ରହୁଥିଲା ତାକୁ ଆମେ ଜଳାଇ ଦେଉଥିଲୁ । ସେତେବେଳ ଆମକୁ ଅଧିକ ଜ୍ଞାନ ନଥିଲା । ଆମେ ମନେ କରୁଥିଲୁ ଯେ ଏହି କାରଣରୁ ହିଁ ଆମ କ୍ଷେତ ନଷ୍ଟ ହେଉଛି ତେଣୁ ସେଗୁଡ଼ିକୁ ଜଳାଇ ଦିଅ । କେବେକେବେ ତରବରିଆ ଭାବେ ମଧ୍ୟ ଆମେ ଏହାକୁ ଜଳାଇ ଦେଉଥିଲୁ । ମାତ୍ର ଏବେ ବିଜ୍ଞାନ ସିଦ୍ଧ କରିଦେଲା ଯେ, ଯେଉଁ କ୍ଷେତରେ ଫସଲ ହୁଏ, ଏଥିରୁ ଫସଲ କାଟିବା ପରେ ଯେଉଁ ଅଦରକାରୀ ପଦାର୍ଥ ବାହାରେ ତାହା କ୍ଷେତରେ ଥିବା ଧରିତ୍ରୀ ମାତା ପାଇଁ ଉତ୍ତମରୁ ଉତ୍ତମ ଖୋରାକ ହୋଇଥାଏ । ଯଦି ଏଗୁଡିକ ଉପରେ ଥରେ ମେସିନ ଚଲେଇ ଦିଆଯାଏ, ଟ୍ରାକ୍ଟର ଚଲେଇ ଦିଆଯାଏ, ଏଗୁଡ଼ିକ ମାଟିରେ ପୋତିଦିଆଯାଏ ତେବେ ଆପଣଙ୍କ କ୍ଷେତ ମଧ୍ୟ ଧରିତ୍ରୀ ମାତା ପାଇଁ ଭଲ ଖାଦ୍ୟ ଯୋଗାଇ ଦିଏ ।

ମୋର କୃଷକ ଭାଇ ଓ ଭଉଣୀମାନେ, ଯେମିତି ଧରିତ୍ରୀ ମାତାକୁ ପାଣିର ଶୋଷ ହୋଇଥାଏ, ସେହିପରି ଧରିତ୍ରୀ ମାତାକୁ ଭୋକ ମଧ୍ୟ ହୁଏ, ତାକୁ ଖାଦ୍ୟ ମଧ୍ୟ ଦରକାର । ଚାଷରୁ ମିଳୁଥିବା ଅଦରକାରୀ ଜିନିଷକୁ ଯଦି ତା’ ପେଟରେ ଭର୍ତ୍ତି କରିଦଆଯାଏ, ତେବେ ଏହି ଧରିତ୍ରୀ ମାତା ଆପଣମାନଙ୍କୁ ଆଶୀର୍ବାଦ ଦେଇଥାଏ । ୧୦ ଗୁଣା ଅଧିକ ଆଶୀର୍ବାଦ ଦେଇଥାଏ ଯାହାଫଳରେ କି ଆପଣଙ୍କ କ୍ଷେତରେ ଭଲ ଫଳ, ଫୁଲ ଫଳିଥାଏ ଭାଇ ଓ ଭଉଣୀମାନେ । ତେଣୁ ଏହାକୁ ଜଳାନ୍ତୁ ନାହିଁ, ଏଗୁଡ଼ିକ ଆପଣମାନଙ୍କ ସମ୍ପତ୍ତି । କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜଳାନ୍ତୁ ନାହିଁ । ତେଣୁ ମୁଁ କେବଳ ପରିବେଶ ଉପରେ କହିବା ବ୍ୟକ୍ତି ନୁହେଁ, ମୁଁ ତ ସିଧାସିଧା କୃଷକମାନଙ୍କର ମଙ୍ଗଳ ବିଷୟରେ କହୁଛି । ଏଥିପାଇଁ ପଞ୍ଜାବ ହେଉ, ହରିଆନା ହେଉ, ପଶ୍ଚିମ ଉତ୍ତର ପ୍ରଦେଶ ହେଉ, ଉତ୍ତର ରାଜସ୍ଥାନ ହେଉ ଆମେ ଯେପରି ଏହି ଅବଶିଷ୍ଟାଂଶକୁ ନଜଳାଉ । ଏବେ ତ ବିଜ୍ଞାନ ଆଗକୁ ବଢ଼ୁଛି । ଏହି ଅବଶିଷ୍ଟାଂଶରୁ ଇଥାନଲ ସୃଷ୍ଟି ହେବାର ସମ୍ଭାବନା ସଫା ନଜରକୁ ଆସୁଛି । ଭାରତ ସରକାର ଖୁବ୍ ଜୋରରେ ଏହି ସମ୍ବନ୍ଧରେ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଆଗାମୀ ଦିନରେ ଆମ କୃଷକମାନଙ୍କୁ ଏହାର ଲାଭ ମିଳିବ । ଏବଂ ଯେତେବେଳେ ଲାଭ ମିଳିବ ସେତେବେଳେ ଅବଶିଷ୍ଟାଂଶରୁ ମଧ୍ୟ ପଇସା ମିଳିବ । ତେଣୁ ଏଥିପାଇଁ ମୋର ଭାଇ ଓ ଭଉଣୀମାନେ ଆଜିଠାରୁ ସଂକଳ୍ପ କରନ୍ତୁ ଯେ ଆମର ଏହି ଧରିତ୍ରୀ ମାତାର ହକ୍ ଯେଉଁ ଖାଦ୍ୟ ରହିଛି, ତାହାକୁ ଆମେ ଜଳାଇ ଦେବା ନାହିଁ । ସେଗୁଡ଼ିକୁ ସେହି ଜମିରେ ପୋତି ଦେବା । ସେଗୁଡ଼ିକ ଖାଦ୍ୟ ବନିଯିବ, ମା’ର ପେଟ ବି ଭରିବ ଓ ଉତ୍ତମ ଫସଲ ମଧ୍ୟ ହେବ ଯାହାଫଳରେ କି ଦେଶର ପେଟ ମଧ୍ୟ ଭରିବ । ଏବଂ ଏଥିପାଇଁ ମୁଁ ଆଜି ଆପଣଙ୍କ ପାଖରେ ଆଗ୍ରହ ପ୍ରକାଶ କରିବାକୁ ଆସିଛି ।

ଭାଇ ଓ ଭଉଣୀମାନେ ଆପଣମାନେ ଜାଣନ୍ତି ଯେ ଭ୍ରଷ୍ଟାଚାର ଓ କଳାଧନ ଏହି ଦେଶର ମଧ୍ୟମବର୍ଗକୁ ଲୁଟିଛି । ସେମାନଙ୍କର ଶୋଷଣ କରିଛି । ଭ୍ରଷ୍ଟାଚାର ଓ କଳାଧନ ମଧ୍ୟ ଗରିବମାନଙ୍କୁ ସେମାନଙ୍କ ହକ୍ ରୁ ବଂଚିତ ରଖିଛି । ମୋତେ ମଧ୍ୟମ ବର୍ଗର ଶୋଷଣକୁ ବନ୍ଦ କରିବାକୁ ପଡ଼ିବ । ଯେଉଁ ଲୁଟ ଚାଲିଛି, ସେମାନଙ୍କ ପାଇଁ ସେହି ଲୁଟକୁ ବନ୍ଦ କରିବାକୁ ପଡ଼ିବ । ମୋତେ ମଧ୍ୟ ଗରିବମାନଙ୍କୁ ସେମାନଙ୍କର ହକ୍ ଦେବାକୁ ପଡିବ । କିଛି ବି କାମ କରନ୍ତୁ, ପିଲାମାନଙ୍କୁ ସ୍କୁଲ ପଠାଇବାକୁ ହେଲେ, ସ୍କୁଲ ବାଲା କୁହନ୍ତି, ଚେକ୍ ରେ ଏତେ ନେବୁ, କ୍ୟାସରେ ଏତେ ନେବୁ । ଜମି କିଣିବାକୁ ହେଲେ ଚେକ୍ ରେ ଏତେ ଓ କ୍ୟାସ୍ ରେ ଏତେ ଦେବାକୁ ପଡେ । ଡାକ୍ତରଖାନାରେ ଡାକ୍ତର ପାଖକୁ ଗଲେ ସେ କୁହେ, ଏତିକି ଚେକ୍ ରେ ଦିଅ ଓ ଏତିକି କ୍ୟାସରେ ଦିଅ । ଏପରି କଳା କାରବାର ଦେଶକୁ କାଠ ପୋକ ପରି ଖାଇ ଚାଲିଛି । ତେଣୁ ଭାଇ ଓ ଭଉଣୀମାନେ ଏଥିପାଇଁ ୫୦୦ ଓ ୧୦୦୦ ଟଙ୍କିଆ ଉପରେ ପ୍ରତିବନ୍ଧ ଲଗାଯାଇଛି । ନୂଆ ନୋଟ ଧୀରେ ଧୀରେ ଆସିବାରେ ଲାଗିଛି । ଦେଶର ଜନତା ଯେଉଁ କଷ୍ଟ ଉଠାଇଛନ୍ତି, ଭାଇ ଓ ଭଉଣୀମାନେ କୋଟି କୋଟି ଦେଶବାସୀଙ୍କୁ କୃତଜ୍ଞତା ଜଣାଇବା ଲାଗି ମୋ ପାଖରେ ଶବ୍ଦ କମ୍ ପଡିଯାଉଛି । ଏତେ କଷ୍ଟ ସହିବା ପରେ ମଧ୍ୟ, ଭଲ କାମ ସାଥିରେ ଆପଣ ଠିଆ ହୋଇଛନ୍ତି । ସଚ୍ଚୋଟତାର ସହିତ ଆପଣ ଠିଆ ହୋଇଛନ୍ତି ।

ଭାଇ ଏବଂ ଭଉଣୀମାନେ କଷ୍ଟରେ ଭରା ରାସ୍ତା ରହିଛି ଏବଂ ଏହି ରାସ୍ତା ଲାଗି ମୁଁ ଆପଣଙ୍କ ସହାୟତା ପାଇଁ ଆସିଛି । ଆପଣଙ୍କ ପାଖରେ ଯେଉଁ ମୋବାଇଲ ଫୋନ ଅଛି, ତାହା କେବଳ ମୋବାଇଲ ଫୋନ ନୁହେଁ । ଆପଣଙ୍କ ମୋବାଇଲ ଫୋନକୁ ଆପଣ ନିଜର ବ୍ୟାଙ୍କ ବନେଇ ପାରିବେ । ଆପଣଙ୍କ ମୋବାଇଲ ଫୋନକୁ ଆପଣ ନିଜର ପର୍ସ ବନେଇ ପାରିବେ । ଆପଣଙ୍କ ପାଖରେ ଗୋଟିଏ ଟଙ୍କାର ନୋଟ ନଥିଲେ ମଧ୍ୟ ଯଦି ଆପଣଙ୍କ ଅର୍ଥ ବ୍ୟାଙ୍କରେ ଜମା ହୋଇଛି, ତେବେ ଆଜିର ବିଜ୍ଞାନ ଓ ବୈଷୟିକ ବିଦ୍ୟା ଏପରି ଯେ ଆପଣ ମୋବାଇଲ ଫୋନ ମାଧ୍ୟମରେ ବଜାରରୁ କ୍ରୟ କରିପାରିବେ । ମୋବାଇଲ ଫୋନ ମାଧ୍ୟମରେ ଦେୟ ପ୍ରଦାନ କରିପାରିବେ । ଟଙ୍କାକୁ ଆଦୌ ନଛୁଇଁ ମଧ୍ୟ ଆପଣ ପୁରା କାରବାର କରିପାରିବେ । ଆମ ଦେଶରେ ଯେତିକି ପରିବାର ରହିଛି, ତା’ର ଚାରି ଗୁଣା ଟେଲିଫୋନ ଲୋକମାନଙ୍କ ହାତରେ ରହିଛି । ମୋବାଇଲ ଫୋନ ଅଛି ତ ଆଜିକାଲି ମୋବାଇଲ ବ୍ୟାଙ୍କିଙ୍ଗ ଚାଲିଛି । ଭବିଷ୍ୟତରେ ମଧ୍ୟ ଭ୍ରଷ୍ଟାଚାରୀମାନଙ୍କୁ ଉଠାଇ ନଦେବା ପାଇଁ, କଳାଧନବାଲାଙ୍କୁ ଉଠାଇ ନଦେବା ପାଇଁ, ମୁଁ ଦେଶବାସୀଙ୍କଠାରୁ ଆଗ୍ରହ କରୁଛି ଯେ ଆପଣ ଆପଣଙ୍କ ମୋବାଇଲ ଫୋନକୁ ହିଁ ବ୍ୟାଙ୍କର ଶାଖା ବନେଇ ଦିଅନ୍ତୁ । ମୋବାଇଲ ଫୋନରେ ବ୍ୟାଙ୍କର ଆପ ଥାଏ, ଏହାର ଡାଉନଲୋଡ କରନ୍ତୁ । ମୁଁ ନବଯୁବକମାନଙ୍କୁ କହିବି, ବିଶ୍ୱବିଦ୍ୟାଳୟମାନଙ୍କୁ କହିବି, ରାଜନେତାମାନଙ୍କୁ କହିବି କି ସେମାନଙ୍କ ଅଂଚଳର ନାଗରିକମାନଙ୍କୁ ପ୍ରଶିକ୍ଷିତ କରନ୍ତୁ ଓ ବ୍ୟବସାୟୀମାନଙ୍କୁ ମଧ୍ୟ ଶିକ୍ଷା ଦିଅନ୍ତୁ । ସମସ୍ତଙ୍କ ମୋବାଇଲରେ ଯଦି ଆପ୍ ଆସିଗଲା, ତେବେ ମୁଁ ଯେଉଁ ଦୋକାନକୁ ଯିବି, ତାକୁ କହିବି କି ମୋ ପାଖରେ ଏହି ଆପ୍ ରହିଛି । ମୋର ୨୦୦ ଟଙ୍କାର ଜିନିଷ ଦରକାର । ଆପଣ ମୋବାଇଲ ଫୋନର ଏହି ନମ୍ବର ଲଗାନ୍ତୁ, ୨୦୦ ଟଙ୍କା ଏକ ସେକେଣ୍ଡରେ ଆପଣଙ୍କ ପାଖରୁ ଚାଲିଯାଇଛି । ସେ ମଧ୍ୟ ଦେଖିବେ ଯେ ମୋ ୨୦୦ ଟଙ୍କା ତା ପାଖକୁ ଆସିଯାଇଛି । ଆପଣଙ୍କ କାମ ହୋଇଗଲା ।

ଭାଇ ଏବଂ ଭଉଣୀମାନେ ଏବେ ସେ ସମୟ ଚାଲିଗଲାଣି ଯେତେବେଳେ କି ନୋଟ୍ ଭରିକି ଯିବା ପାଇଁ ପଡୁଥିଲା । ଚୋର ଲୁଟେରାମାନଙ୍କର ମଧ୍ୟ କୌଣସି ଭୟ ନାହିଁ । ଭାଇ ଓ ଭଉଣୀମାନେ, ଜାଲିନୋଟ ଏହା ହିଁ ଆମ ଦେଶର ନବଯୁବକଙ୍କୁ ଧ୍ୱଂସ କରିଛି । ମୋ ଦେଶର ନବଯୁବକମାନଙ୍କୁ ବଂଚାଇବା ପାଇଁ ଜାଲିନୋଟର ଅନ୍ତ କରିବାକୁ ପଡିବ । ଏହା ହିଁ ସମୟର ଆହ୍ୱାନ । ଏଥିପାଇଁ ମୋର ପ୍ରିୟ ଭାଇ ଓ ଭଉଣୀମାନେ ମୁଁ ଆପଣମାନଙ୍କଠାରୁ ଅନୁରୋଧ କରିବି, ମୁଁ ଆପଣମାନଙ୍କୁ ନିବେଦନ କରିବା ପାଇଁ ଆସିଛି, ଦେଶକୁ ମହାନ ବନେଇବା ପାଇଁ ଯେଉଁ ଅଭିଯାନ ଚାଲିଛି ତାକୁ ଆପଣ ପୁରା ସମର୍ଥନ ଦିଅନ୍ତୁ । ଏହି ଅଭିଯାନରେ କାନ୍ଧକୁ କାନ୍ଧ ମିଶାଇ ଚାଲନ୍ତୁ । ସମସ୍ତଙ୍କର ସହାୟତା କରନ୍ତୁ ଓ ଆମ ପଞ୍ଜାବକୁ ଆଗେଇ ନେଇ ଚାଲନ୍ତୁ ।

ଏହା ପଞ୍ଜାବର ସୌଭାଗ୍ୟ ଯେ ବାଦଲ ସାହେବଙ୍କ ପରି ଜଣେ ମହାନ ନେତା ପଞ୍ଜାବ ମାଟିରେ ଅଛନ୍ତି । ଏ ଦେଶ ଏହି କଥାକୁ ନେଇ ଗର୍ବ କରିଥାଏ ଯେ ଯେତେବେଳେ ହିନ୍ଦୁସ୍ଥାନର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀଙ୍କ ସମ୍ବନ୍ଧରେ ଚର୍ଚ୍ଚା ହେଉଥିଲା, ସେତେବେଳେ ପ୍ରକାଶ ସିଂ ବାଦଲଙ୍କ ନାମ ସାମନାକୁ ଆସୁଥିଲା । ଏବଂ ଆଜି ଯେତେବେଳେ ଭାରତର ସବୁଠାରୁ ବରିଷ୍ଠ ମୁଖ୍ୟମନ୍ତ୍ରୀ କିଏ ସେ ନେଇ ଚର୍ଚ୍ଚା ହୁଏ, ସେତେବେଳେ ସେ ହେଉଛନ୍ତି ପ୍ରକାଶ ସିଂ ବାଦଲ । ଏତେ ଦୀର୍ଘ ସମୟ ଧରି ଜନତା ଜନାର୍ଦ୍ଦନଙ୍କର ଜଣେ ବ୍ୟକ୍ତି ପ୍ରତି ବିଶ୍ୱାସ ଯେ କେତେ ବଡ ତପସ୍ୟାର ରାସ୍ତା ତାହା ଆମେ ସବୁ ଅନୁଭବ କରୁଛୁ ।

ଆସନ୍ତୁ ଭାଇ ଓ ଭଉଣୀମାନେ, ପଞ୍ଜାବର ଭାଇ ଓ ଭଉଣୀମାନେ, ପଞ୍ଜାବର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିଲ୍ଲୀ ଆପଣଙ୍କ ସହିତ ରହିଛି । ହୃଦୟର ସହ ଆପଣଙ୍କ ସହିତ ରହିଛି । ମିଳିମିଶି ଚାଲିବାକୁ ପଡିବ । ନୂଆ ପଞ୍ଜାବ ତିଆରି କରିବାକୁ ପଡିବ । ଶକ୍ତିଶାଳୀ ପଞ୍ଜାବ ତିଆରି କରିବାକୁ ପଡିବ । ଏପରିକି ନବଯୁବକମାନଙ୍କର ଜୀବନକୁ ବଦଳାଇଲା ଭଳି ପଞ୍ଜାବର ନିର୍ମାଣ କରିବାକୁ ପଡିବ । ଏମ୍ସର ନୂଆ ଅଧ୍ୟାୟ ଖୋଲୁଛି ଯାହାକି ସୁସ୍ଥ ପଞ୍ଜାବ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'History Created In Glasgow': PM Modi Hails Indian Athletes For CWG 2026 Glory

Media Coverage

'History Created In Glasgow': PM Modi Hails Indian Athletes For CWG 2026 Glory
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Global Tiger Day, reaffirms commitment to tiger conservation
July 29, 2026

The Prime Minister, Shri Narendra Modi, has extended greetings to all wildlife enthusiasts on Global Tiger Day.

The Prime Minister said that the people of India are proud that the country is home to almost 70 per cent of the global tiger population.

He noted that India’s tiger conservation efforts are inspired by the country’s centuries-old culture of living in harmony with nature and powered by the collective will of its people.

Shri Modi reaffirmed the commitment to science-based conservation, community participation and sustainable development that strengthens tiger conservation.

Shri Modi also lauded the efforts and dedication of forest personnel, scientists and conservationists for their key role in tiger protection. The Prime Minister added that India remains committed to empowering local communities and reducing human-wildlife conflict.

In a thread posts on X, Shri Modi said;

“Greetings to all wildlife enthusiasts on Global Tiger Day. The people of India are proud of the fact that we are home to almost 70% of the global tiger population. India’s tiger conservation efforts are inspired by our centuries-old culture of living in harmony with nature and powered by the collective will of our people. We also reaffirm our commitment to science-based conservation, community participation and sustainable development that strengthens tiger conservation.”

“The efforts and dedication of our forest personnel, scientists and conservationists have also played a key role in tiger protection. In that spirit, India remains committed to empowering local communities and reducing human-wildlife conflict.”