Chaudhary Chhotu Ram had said about Farmers- “To me a farmer is a sign of poverty as well as a soldier raising his voice against the atrocities of the British Army”: PM
Not many people would be aware that the idea of constructing the Bhakra Dam was Chaudhary Chhotu Ram’s idea. He, along with the King of Bilaspur, signed the Bhakra Dam project: PM
Inspired by Chaudhary Sahab’s vision, we are working towards welfare of our farmers: PM
We are ensuring that the income of farmers of Haryana is increased and Haryana’s villages become prosperous: PM
Today, the soul of Chaudhary Chhotu Ram would be delighted to see the success of the ‘Beti Bachao, Beti Padhao’ campaign in Haryana: PM
Today, Haryana is accelerating the growth of the country. We all need to work together to ensure that this growth continues in the long run: PM

ମୁଁ କହିବି – ସାର ଛୋଟୁରାମ

ଆପଣ ମାନେ ସମସ୍ତେ କହିବେ, ଦୁଇ ଥର କହିବେ – ଅମର ରହେ, ଅମର ରହେ ।

ସାର ଛୋଟୁରାମ – ଅମର ରହେ, ଅମର ରହେ ।

ସାର ଛୋଟୁରାମ – ଅମର ରହେ, ଅମର ରହେ ।

ସାର ଛୋଟୁରାମ – ଅମର ରହେ, ଅମର ରହେ ।

ସାର ଛୋଟୁରାମ – ଅମର ରହେ, ଅମର ରହେ ।

ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିବା ଆମର ଜବାନ, ଦେଶର କୋଟି କୋଟି ଜନସଂଖ୍ୟାର ପେଟକୁ ଖାଦ୍ୟ ଯୋଗାଉଥିବା ଆମର କୃଷକ ଭାଇମାନେ ଏବଂ ଖେଳରେ ସବୁଠାରୁ ଅଧିକ ପଦକ ଜିତି ଆସୁଥିବା ଖେଳାଳୀ ସୃଷ୍ଟି କରିଥିବା ହରିୟାଣାର ଏହି ମାଟିକୁ ମୁଁ ପ୍ରଣାମ କରୁଛି । ଦେଶର ନାମ, ସ୍ୱାଭିମାନ ବଜାୟ ରଖିବାରେ ସବୁଠାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ହରିୟାଣାବାସୀଙ୍କର କୌଣସି ତୁଳନା ନାହିଁ ।

ମଞ୍ଚରେ ବିରାଜମାନ ହରିୟାଣାର ରାଜ୍ୟପାଳ ଶ୍ରୀମାନ ସତ୍ୟଦେବ ନାରାୟଣ ଆର୍ଯ୍ୟ ମହାଶୟ,କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ବୀରେନ୍ଦ୍ର ସିଂହ ମହାଶୟ, ଶ୍ରୀ କୃଷ୍ଣପାଲ ଗୁର୍ଜର ମହାଶୟ, ହରିୟାଣାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମନୋହର ଲାଲ ମହାଶୟ, ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ସତ୍ୟପାଲ ମଲ୍ଲିକ ମହାଶୟ, ହିମାଚଳ ପ୍ରଦେଶର ରାଜ୍ୟପାଳ ଏବଂ ଏହି ମାଟିର ସନ୍ତାନ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ହରିୟାଣା ସରକାରଙ୍କର ମନ୍ତ୍ରୀ ଆମର ପୁରୁଣା ସାଥୀ ଭାଇ ଓ.ପି.ଧନକଡ ମହାଶୟ, ବିଧାୟକ ଶ୍ରୀ ସୁଭାଷ ବରାଲା ମହାଶୟ, ଏବଂ ହରିୟାଣା ସହିତ ପଞ୍ଜାବ ଓ ରାଜସ୍ଥାନରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ମୁଁ ଆଜି ମହାନ ଦୀନବନ୍ଧୁ ଛୋଟୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଆସିଛି । ଏହାଠାରୁ ବଳି ଖୁସିର ଦିନ ଆଉ କ’ଣ ହୋଇ ପାରେ ।

ସାଥୀଗଣ, ଏହା ହେଉଛି ମୋର ସୌଭାଗ୍ୟ କି ଆଜି ମୋତେ ଏହି ସାମ୍ପଲାରେ କୃଷକଙ୍କ ସ୍ୱର,କୃଷକଙ୍କ ଭଗବାନ, ରହବରେ ଆଜମ ଦୀନବନ୍ଧୁ ଚୌଧୁରୀ ଛୋଟୁରାମଙ୍କ ଏତେ ଭବ୍ୟ ଏବଂ ବିଶାଳ ପ୍ରତିମୂର୍ତ୍ତିର ଅନାବରଣ କରିବାର ସୁଯୋଗ ମିଳିଛି । ଏଠାରେ ଏହି ସଭାରେ ଆସିବା ପୂର୍ବରୁ ମୁଁ ଚୌଧୁରୀ ଛୋଟୁରାମ ମହାଶୟଙ୍କର ସ୍ମୃତିରେ ନିର୍ମାଣ କରାଯାଇଥିବା ସଂଗ୍ରହାଳୟକୁ ମଧ୍ୟ ଯାଇଥିଲି । ଏବେ ଏହି ସଂଗ୍ରହାଳୟ ସହିତ ହରିୟାଣାର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ସାମ୍ପଲା, ରୋହତକ ପାଇଁ ଆଉ ଏକ ପରିଚୟ ପାଲଟି ଗଲା । ଆଉ ମୋର ସୌଭାଗ୍ୟ ହେଉଛି କି ଏହି ଅକ୍ଟୋବର ମାସରେ ମୁଁ କୃଷକମାନଙ୍କ ଭଗବାନ, ସାର ଛୋଟୁରାମଙ୍କ ହରିୟାଣାରେ ସବୁଠାରୁ ବଡ଼ ପ୍ରତିମୂର୍ତ୍ତି ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଛି ତ 31 ଅକ୍ଟୋବରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ତାହାର ଲୋକାର୍ପଣ କରିବାର ସୌଭାଗ୍ୟ ମିଳିବ । ଆଉ ଦୁଇ ମହାପୁରୁଷ କୃଷକଙ୍କ ପାଇଁ ଥିଲେ ଆଉ କୃଷକମାନଙ୍କୁ ଦେଶ ପାଇଁ ଏକାଠି କରିବାର କାର୍ଯ୍ୟ କରିଥିଲେ । ଆଉ ଦ୍ୱିତୀୟ ବିଶେଷତ୍ୱ ହେଉଛି ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରିଛନ୍ତି ଶ୍ରୀମାନ ସୁତାର ମହାଶୟ । ଏବେ 90 ରୁ ଅଧିକ ବର୍ଷ ବୟସ ହୋଇ ଯାଇଛି, ଏବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଆଉ ଆମର ସେହି ସୁତାର ମହାଶୟ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ମଧ୍ୟ ସେ ନିର୍ମାଣ କରିଛନ୍ତି । ମୁଁ ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବ ସହିତ ସମଗ୍ର ଦେଶର ସଚେତନ ନାଗରିକଙ୍କୁ ଶୁଭେଚ୍ଛା ଜଣାଉଛି ।

ଭାଇ ଓ ଭଉଣୀମାନେ, ଆମ ଦେଶରେ ବିଭିନ୍ନ ସମୟରେ ଏଭଳି ମହାନ ବିଭୂତିମାନେ ଜନ୍ମ ନେଇଛନ୍ତି, ଯେଉଁମାନେ ନିଜର ସମଗ୍ର ଜୀବନ ନା କେବଳ ସମାଜ ସେବା ବରଂ ଦେଶକୁ ମାର୍ଗଦର୍ଶନ ଦେବାରେ ସମର୍ପିତ କରିଛନ୍ତି । କେତେ ଗରିବ ହୁଅନ୍ତୁ ନା କାହିଁକି, ଅଭାବ ରହିଥାଉ, କେତେ ସମସ୍ୟା ଥାଉ, ସଙ୍ଘର୍ଷ ଥାଉ, ଏଭଳି ବ୍ୟକ୍ତି ପ୍ରତ୍ୟେକ ଆହ୍ୱାନକୁ ଅତିକ୍ରମ କରି ନିଜକୁ ନିୟୋଜିତ କରି ସମାଜକୁ ସୁଦୃଢ଼ କରି ଚାଲିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ହେଉଛି ଗୌରବର କଥା କି ହରିୟାଣାର ଏହି ମାଟିରେ ଚୌଧୁରୀ ଛୋଟୁରାମ ମହାଶୟଙ୍କର ଜନ୍ମ ହୋଇଥିଲା ।

ଚୌଧୁରୀ ଛୋଟୁରାମ ମହାଶୟ ଦେଶର ସେହି ମସାଜ ସଂସ୍କାରକମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଭାରତ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ କୃଷକ, ଶ୍ରମିକ, ବଂଚିତ, ଶୋଷିତମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିଲେ । ସେ ସମାଜରେ ଭେଦଭାବ ସୃଷ୍ଟି କରୁଥିବା ପ୍ରତ୍ୟେକ ଶକ୍ତିଙ୍କ ସାମ୍ନାରେ ଦୃଢ଼ତାର ସହିତ ଠିଆ ହୋଇ ରହୁଥିଲେ । କୃଷି ସହିତ ଜଡ଼ିତ ସମସ୍ୟା, କୃଷକ, ଛୋଟ ଉଦ୍ୟୋଗୀ ମାନେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟା ଓ ଆହ୍ୱାନକୁ ସେ ବହୁତ ନିକଟରୁ ଦେଖିଥିଲେ, ବୁଝିଥିଲେ ଆଉ ସେହି ଆହ୍ୱାନକୁ ହ୍ରାସ କରିବା ପାଇଁ ପ୍ରୟାସ ମଧ୍ୟ କରିଥିଲେ ।

ସାଥୀଗଣ, ଆଜି ସାର ଛୋଟୁରାମ ମହାଶୟଙ୍କର ଆତ୍ମା ଯେଉଁଠାରେ ମଧ୍ୟ ଥିବ, ଏହା ଦେଖି ଖୁସି ହେଉଥିବ କି ଆଜିର ଦିନରେ ହିଁ ସୋନିପତରେ ଏକ ଆଧୁନିକ ଜ୍ଞାନ କୌଶଳ ଯୁକ୍ତ ରେଳଡବା କାରଖାନାର ଶିଳାନ୍ୟାସ ମଧ୍ୟ ହୋଇଛି ।

ପ୍ରାୟ 500 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାରଖାନାର ନିର୍ମାଣ କରାଯିବ । ଏହି ରେଳଡବା କାରଖାନାରେ ପ୍ରତିବର୍ଷ ଯାତ୍ରୀବାହୀ ଟ୍ରେନର 250 ଡବାର ମରାମତି ଏବଂ ତା’ର ଆଧୁନିକୀକରଣ କାର୍ଯ୍ୟ କରାଯିବ । ଏହି ରେଳଡବା କାରଖାନା ନିର୍ମାଣ ହେବାପରେ ଯାତ୍ରୀବାହୀ ରେଳ ଡବାର ରକ୍ଷଣା-ବେକ୍ଷଣ ପାଇଁ ଡବାଗୁଡିକୁ ଆଉ ଦୂରରେ ଥିବା କାରଖାନାକୁ ପଠାଇବାର ବାଧ୍ୟବାଧକତା ଶେଷ ହୋଇଯିବ । ଆଉ ଏହାଦ୍ୱାରା ଏହି କ୍ଷେତ୍ରରେ ଚାଲୁଥିବା ଟ୍ରେନରେ ଯାତ୍ରୀବାହୀ ଡବାର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇବ ଏବଂ ଲୋକଙ୍କୁ ଆରାମଦାୟକ କୋଚର ସୁବିଧା ମଧ୍ୟ ମିଳିବ ।

ଭାଇ ଓ ଭଉଣୀମାନେ, ଏହି କାରଖାନା କେବଳ ସୋନିପତ ହିଁ ନୁହେଁ  ବରଂ ହରିୟାଣାର ଔଦ୍ୟୋଗିକ ବିକାଶକୁ ବୃଦ୍ଧି କରିବାରେ ସହାୟତା କରିବ । ରେଳଡବା ମରାମତି ପାଇଁ ଯାହା ମଧ୍ୟ ଜିନିଷର ଆବଶ୍ୟକତା ହେବ, ତାହାର ଯୋଗାଣ ଏଠାକାର ଛୋଟ-ଛୋଟ ଉଦ୍ୟମୀମାନଙ୍କୁ ଏଥିପାଇଁ ନୂଆ-ନୂଆ କାମର ସୁଯୋଗ ମିଳିବ, ଲାଭ ମିଳିବ । ତାହା ସିଟ କଭର ହେଉ, ପଙ୍ଖା ହେଉ,ଇଲେକ୍ଟ୍ରିକ ଫିଟିଙ୍ଗ ହେଉ, କୋଚରେ ଲାଗୁଥିବା ସମସ୍ତ ସୁବିଧା ହେଉ, ତାହାକୁ ଉପଲବ୍ଧ କରିବାର ବଡ଼ ସୁଯୋଗ ହରିୟାଣାର ଛୋଟମୋଟ ଉଦ୍ୟମୀମାନଙ୍କୁ ମିଳିବ ।

ଆପଣ ଚିନ୍ତା କରନ୍ତୁ, ଏହି ରେଳଡବା କାରଖାନା ଦ୍ୱାରା ଏଠାକାର ଯୁବକମାନଙ୍କ ପାଇଁ ରୋଜଗାରର କେତେ ନୂଆ ସୁଯୋଗ ଉପଲବ୍ଧ ହେବାକୁ ଯାଉଛି । ଏହି କାରଖାନା ଦ୍ୱାରା ଆଉ ଏକ ଲାଭ ହେବ,ଏଠାକାର ଇଂଜିନିୟର ଆଉ ଟେକ୍ନିସିଏନମାନଙ୍କୁ ଏହି କାରଖାନା ଯୋଗୁଁ ରେଲଡବାର ମରାମତି କ୍ଷେତ୍ରରେ ସ୍ଥାନୀୟ ବିଶେଷଜ୍ଞମାନେ ମଧ୍ୟ ବିକଶିତ ହେବେ । ଅର୍ଥାତ ଏଠାକାର ଇଂଜିନିୟର,ଟେକ୍ନିସିଏନ, ଏହି କାରଖାନା ଯୋଗୁଁ ଏକ ଭିନ୍ନ ଧରଣର ସ୍ୱତନ୍ତ୍ରତା ଆଉ ବିଶେଷଜ୍ଞଙ୍କର ଲାଭ ଦେଶକୁ ଦେଶକୁ ଦେଇ ପାରିବେ ।

ସାଥୀଗଣ, ଏହା ମୋର ସୌଭାଗ୍ୟ ଥିଲା କି ମୋତେ ଅନେକ ବର୍ଷ ପର୍ଯ୍ୟନ୍ତ ହରିୟାଣାରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ଆଉ ଯେତେବେଳେ ମୁଁ ଏଠାରେ ଦଳ ପାଇଁ କାର୍ଯ୍ୟ କରୁଥିଲି ତ ବୋଧହୁଏ ଏପରି କୌଣସି ଦିନ ନ ଥିଲା, କି ମୋତେ କୌଣସି ନା କୌଣସି ବ୍ୟକ୍ତି ସାର ଛୋଟୁରାମ ମହାଶୟଙ୍କ ବିଷୟରେ, ତାଙ୍କ ମହାନତା ବିଷୟରେ କୌଣସି ନା କୌଣସି ବିଷୟ ଶୁଣାଉ ନ ଥିଲେ । ତାଙ୍କ ବିଷୟରେ ଯାହା କିଛି ମୁଁ ପଢ଼ିଛି-ଶୁଣିଛି, ତାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରେରଣା ଯୋଗାଇବ,ଯେଉଁମାନେ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରି ଦେଶ ଆଉ ସମାଜ ପାଇଁ କିଛି କରିବାକୁ ଚାହୁଁଛନ୍ତି । ଏହି ରୋହତକରେ ଚୌଧୁରୀ ସାହେବ କହିଥିଲେ କି ମୋ ପାଇଁ କୃଷକ ହେଉଛନ୍ତି ଦାରିଦ୍ର୍ୟତାର ପ୍ରତୀକ ଆଉ ଇଂରେଜ ସୈନିକଙ୍କର ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିବାର ମଧ୍ୟ ହେଉଛନ୍ତି ସୈନିକ । ଏହା ଥିଲା ସାର ଛୋଟୁରାମଙ୍କ ଶବ୍ଦ ।

ସାଥୀଗଣ, ଆଜି ହରିୟାଣାରେ ଏମିତି କୌଣସି ଗାଁ ନାହିଁ, ଯେଉଁଠାର କୌଣସି ସଦସ୍ୟ ସେନା ବାହିନୀ ସହିତ ଜଡ଼ିତ ହୋଇ ନାହାଁନ୍ତି । ସେନା ବାହିନୀ ସହିତ ଜଡ଼ିତ ହୋଇ ଦେଶସେବାର ଭାବ ଜାଗ୍ରତ କରିବାର ଶ୍ରେୟ ବହୁମାତ୍ରାରେ ଦୀନବନ୍ଧୁ ଛୋଟୁରାମ ମହାଶୟଙ୍କୁ ଯାଇଥାଏ । ସେ ହିଁ ଏଠାକାର କୃଷକମାନଙ୍କୁ ବଡ଼ ସଂଖ୍ୟାରେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରେରଣା ଦେଲେ । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଏଠାକାର ଅନେକ ସୈନିକ ବିଶ୍ୱ ଶାନ୍ତି ପାଇଁ ଲଢ଼ିଥିଲେ ।

ସାଥୀଗଣ, ନିଜ ଜୀବନରେ ସେ ସ୍ୱାଧୀନ ଭାରତକୁ ଦେଖି ପାରିଲେ ନାହିଁ, କିନ୍ତୁ ଭାରତର ଆହ୍ୱାନଗୁଡ଼ିକୁ, ତାହାର ଆଶା ଆକାଂକ୍ଷାଗୁଡ଼ିକୁ ଏବଂ ତାହାର ଆବଶ୍ୟକତାଗୁଡ଼ିକୁ ସେ ଭଲ ଭାବରେ ବୁଝିଥିଲେ । ସେ ସଦାସର୍ବଦା ଇଂରେଜମାନଙ୍କର ‘ବିଭାଜନ କର – ଶାସନ କର’, ନୀତି ବିରୁଦ୍ଧରେ ସ୍ୱର ଉଠାଉଥିଲେ । ଚୌଧୁରୀ ଛୋଟୁରାମ ମହାଶୟ ମଧ୍ୟ ତାଙ୍କର ଏହି ବିଚାରଧାରା ବିରୁଦ୍ଧରେ ରାଜନୀତିର ପ୍ରତ୍ୟେକ ଧାରାରେ, ଛୋଟୁରାମ ମହାଶୟଙ୍କୁ ସମ୍ମାନ ଦିଆ ଯାଇଥାଏ । ତାଙ୍କ ଉଚ୍ଚତା,ତାଙ୍କ ବ୍ୟକ୍ତିତ୍ୱ କେତେ ବଡ଼ ଥିଲା, ଏହି କଥାରୁ ତାହାର ଅନୁମାନ କରାଯାଇ ପାରିବ କି ସର୍ଦ୍ଦାର ପଟେଲ ଥରେ ସାର ଛୋଟୁରାମଙ୍କ ପାଇଁ କହିଥିଲେ ଆଉ ମୁଁ ମାନୁଛି କି ହରିୟାଣାର ପ୍ରତ୍ୟେକ ନାଗରିକ ଏହି କଥା ପାଇଁ ଗର୍ବ କରିପାରିବ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଥରେ କହିଥିଲେ ଯଦି ଆଜି ସାର ଛୋଟୁରାମ ଜୀବିତ ଥାଆନ୍ତେ ତ ମୋତେ ବିଭାଜନ ପରେ, ଭାରତ ବିଭାଜନ ପରେ, ସେହି ବିଭାଜନ ସମୟରେ ପଞ୍ଜାବର ଚିନ୍ତା ମୋତେ କରିବାକୁ ପଡ଼ି ନ ଥାଆନ୍ତା, ଛୋଟୁରାମ ମହାଶୟ ସମ୍ଭାଳି ନେଇ ଥାଆନ୍ତେ । ଏହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସାର ଛୋଟୁରାମ ମହାଶୟଙ୍କ ସାମର୍ଥ୍ୟ ଆଉ ଶକ୍ତି ବିଷୟରେ କହିଥିଲେ ।

ପଶ୍ଚିମ ଏବଂ ଉତ୍ତର ଭାରତର ଏକ ବୃହତ ଅଂଶରେ ତାଙ୍କର ପ୍ରଭାବ ଏତେ ବ୍ୟାପକ ଥିଲା କି ଇଂରେଜ ପ୍ରଶାସକ ମଧ୍ୟ ତାଙ୍କ କଥା ଏଡ଼ାଇ ଦେବା ପୂର୍ବରୁ ପ୍ରଥମେ ଶହେ ଥର ଭାବିବାକୁ ବାଧ୍ୟ ହେଉଥିଲେ । ଚୌଧୁରୀ ଛୋଟୁରାମ ମହାଶୟ ଆଉ ସାହୁକାରଙ୍କର ସେହି ଘଟଣା, ମୁଁ ମଧ୍ୟ କେବେ-କେବେ ଅତି କମରେ 100 ଥର ଶୁଣିଥିବି । ଆପଣ ସମସ୍ତେ ଭଲ ଭାବେ ପରିଚିତ ଥିବେ । ସାହୁକାର ତାଙ୍କୁ ଋଣ ଦେବା ପରିବର୍ତ୍ତେ ହିସାବ କିତାବ ରଖିବା କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇ ଦେଇଥିଲେ । କିନ୍ତୁ ସାହୁକାରଙ୍କୁ ମଧ୍ୟ ଏହି କଥାର ଅନୁମାନ ନ ଥିଲା କି ଯାହାଙ୍କୁ ସିଏ ହିସାବ କିତାବ ରଖିବା କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଉଛନ୍ତି, ସେ ଦିନେ ପଞ୍ଜାବର ହଜାର-ହଜାର ହିସାବ ରକ୍ଷକଙ୍କର ଭାଗ୍ୟ ନିର୍ଦ୍ଧାରିତ କରିବେ । କେବଳ ନିଜ ସାମର୍ଥ୍ୟ ବଳରେ ସଂଘର୍ଷ କରି ଚୌଧୁରୀ ସାହେବ ପଞ୍ଜାବର ରାଜସ୍ୱ ମନ୍ତ୍ରୀ ହୋଇ ପାରିଥିଲେ ।

ଭାଇ ଓ ଭଉଣୀମାନେ, ମନ୍ତ୍ରୀ ଥିବା ସମୟରେ ସେ କେବଳ ପଞ୍ଜାବ ହିଁ ନୁହେଁ, ବରଂ ଦେଶର କୃଷକମାନଙ୍କ ପାଇଁ, ବିଲ ବାଡ଼ରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ, ଭାରତର ରାଜସ୍ୱ ବ୍ୟବସ୍ଥା ପାଇଁ, ଫସଲର ବଜାର ବ୍ୟବସ୍ଥା ପାଇଁ ଏପରି ଆଇନ ତିଆରି କରିଥିଲେ, ଯାହା ଆଜି ମଧ୍ୟ ଆମ ବ୍ୟବସ୍ଥାର ଅଂଶ ହୋଇ ରହିଛି । କୃଷକମାନଙ୍କ ଋଣ ସହିତ ଜଡ଼ିତ ଅନେକ ଆଇନ ହେଉ, ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଜଡ଼ିତ ଆଇନ ହେଉ, ଅଥବା କୃଷି ବଜାର ସହିତ ଜଡ଼ିତ ଆଇନ, ଏହାର ମୂଳଦୁଆ ଚୌଧୁରୀ ସାହେବ ହିଁ ରଖିଥିଲେ ।

ଆମେ ଏହା ମଧ୍ୟ ଭୁଲିବା ଉଚିତ ନୁହେଁ କି ସମସ୍ତ କାର୍ଯ୍ୟ ସେହି ସମୟରେ ହୋଇଥିଲା,ଯେତେବେଳେ ଦେଶ ପରାଧୀନ ଥିଲା, ଚୌଧୁରୀ ସାହେବଙ୍କ ସାମ୍ନାରେ ଅନେକ ପ୍ରକାରର ପରିସୀମା ଥିଲା, କିନ୍ତୁ ଏହା ପରେ ମଧ୍ୟ ସେ କୃଷକମାନଙ୍କ ପାଇଁ ନା କେବଳ ଚିନ୍ତା କରିଥିଲେ, ବରଂ କରି ଦେଖାଇଥିଲେ । ସେ କୃଷି ଇଂଜିନିୟରିଂକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରବଳ ସପକ୍ଷବାଦୀ ଥିଲେ । ସେହି ସମୟରେ ମଧ୍ୟ ସେ କୁଟୀର ଶିଳ୍ପ, ଲଘୁ ଉଦ୍ୟୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସେ ଉଦ୍ୟମୀମାନଙ୍କୁ ନିରନ୍ତର ପ୍ରେରଣା ଦେଇ ଆସୁଥିଲେ କି ଦେଶର କୃଷକମାନଙ୍କ ସହିତ ଜଡ଼ିତ, କୃଷି କ୍ଷେତ୍ରରେ ପ୍ରତ୍ୟେକଙ୍କୁ ଯୋଡ଼ି ହେବା ଦରକାର ।

ସାଥୀଗଣ, ଛୋଟୁରାମ ମହାଶୟଙ୍କର ଏହି ଦୂରଦୃଷ୍ଟିକୁ ଦେଖି ଚକ୍ରବର୍ତ୍ତି ରାଜଗୋପାଳାଚାର୍ଯ୍ୟ ମହାଶୟ କହିଥିଲେ, ରାଜଗୋପାଳାଚାର୍ଯ୍ୟ ମହାଶୟ ସାର ଛୋଟୁରାମଙ୍କ ନିମନ୍ତେ କହିଥିଲେ କି ଚୌଧୁରୀ ଛୋଟୁରାମ ନା’କେବଳ ଉଚ୍ଚ ଲକ୍ଷ୍ୟ ସ୍ଥିର କରିବା ଜାଣନ୍ତି ବରଂ ସେହି ଲକ୍ଷ୍ୟଗୁଡ଼ିକୁ କିଭଳି ଭାବେ ହାସଲ କରାଯିବ, ତାହାର ମାର୍ଗ ମଧ୍ୟ ତାଙ୍କୁ ଭଲ ଭାବେ ଜଣା ଥିଲା ।

ଭାଇ ଓ ଭଉଣୀମାନେ, ଦେଶରେ ବହୁତ ଲୋକଙ୍କୁ ଏହା ମଧ୍ୟ ଜଣା ନଥିବ, ଏ ଯେଉଁ ଭାକ୍ରା ନଦୀବନ୍ଧ ଅଛି, ଏ ଯେଉଁ ଭାକ୍ରା ନଦୀବନ୍ଧ ଅଛି, ତାହାର ପ୍ରକୃତ ଚିନ୍ତାଧାରା ଚୌଧୁରୀ ସାହେବଙ୍କର ହିଁ ଥିଲା । ସେ ହିଁ ବିଳାସପୁରର ରାଜାଙ୍କ ସହିତ ଭାକ୍ରା ନଦୀବନ୍ଧ ପାଇଁ ସ୍ୱାକ୍ଷର କରିଥିଲେ । ଏହାଦ୍ୱାରା ପଞ୍ଜାବ,ହରିୟାଣା, ରାଜସ୍ଥାନର ଲୋକଙ୍କୁ, କୃଷକମାନଙ୍କୁ ଆଜି ମଧ୍ୟ ଯେଉଁ ଲାଭ ମିଳୁଛି, ତାହା ଆମେ ସମସ୍ତେ ଦେଖି ପାରୁଛେ । ଚିନ୍ତା କରନ୍ତୁ, ତାଙ୍କର ଦୃଷ୍ଟିଭଙ୍ଗୀ କେତେ ବଡ଼ ଥିଲା, ତାଙ୍କର କିଭଳି ଦୂରଦୃଷ୍ଟି ଥିଲା ।

ସାଥୀଗଣ, ଯେଉଁ ବ୍ୟକ୍ତି ଦେଶ ପାଇଁ ଏତେ କିଛି କଲେ, ଏତେ ବ୍ୟାପକ ସଂସ୍କାର ଆଣିଲେ, ଏଭଳି ଦୃଷ୍ଟିଭଙ୍ଗୀ ସାମ୍ନାରେ ରଖିଲେ, ତାଙ୍କ ବିଷୟରେ ଜାଣିବା, ବୁଝିବା ପ୍ରତ୍ୟେକ ବ୍ୟକ୍ତିଙ୍କର ହେଉଛି ଅଧିକାର । ଅନେକ ଥର ତ ମୋତେ ଆଶ୍ଚର୍ଯ୍ୟ ଲାଗିଥାଏ, କି ଏତେ ବଡ଼ ମହାନ ବ୍ୟକ୍ତିଙ୍କୁ ଏହି ଅଂଚଳର ପରିସର ମଧ୍ୟରେ ହିଁ ସୀମିତ କରି ଦିଆ ଯାଇଛି । ମୋର କହିବାର କଥା ହେଉଛି କି ଏହା ଦ୍ୱାରା ଚୌଧୁରୀ ସାହେବଙ୍କର ଉଚ୍ଚତା ଉପରେ ତ କୌଣସି ପ୍ରଭାବ ପଡିନାହିଁ, କିନ୍ତୁ ଦେଶର ଅନେକପିଢି ତାଙ୍କ ଜୀବନରୁ କିଛି ଶିଖିବାରୁ ବଂଚିତ ରହିଗଲେ ।

ଭାଇ ଓ ଭଉଣୀମାନେ, ଆମ ସରକାର ଦେଶ ପାଇଁ ନିଜ ଜୀବନ ସମର୍ପିତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ ବୃଦ୍ଧି କରିବାରେ କାର୍ଯ୍ୟ କରୁଛନ୍ତି । ବିଗତ ଚାରି ବର୍ଷରେ ନା କେବଳ ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବାର କାର୍ଯ୍ୟ ହେଉଛି, ବରଂ ସେମାନେ ଦେଖାଇ ଯାଇଥିବା ପଥକୁ ମଧ୍ୟ ବିସ୍ତାର କରାଯାଉଛି । କୃଷକମାନଙ୍କୁ, ଛୋଟ ଉଦ୍ୟମୀଙ୍କୁ ସାହାଯ୍ୟ ପାଇବା ପାଇଁ ସାହୁକାରମାନଙ୍କ ଭରସାରେ ରହିବାକୁ ନ ପଡ଼ୁ, ଏଥିପାଇଁ ବ୍ୟାଙ୍କର ଦ୍ୱାର ଖୋଲା ରଖାଯାଇଛି । ଜନ-ଧନ ଯୋଜନା ମାଧ୍ୟମରେ ହରିୟାଣାର ମଧ୍ୟ ପ୍ରାୟ ସାଢ଼େ ଛଅଷଠି ଲକ୍ଷ ଭାଇ ଓ ଭଉଣୀଙ୍କ ଖାତା ଖୋଲା ଯାଇଛି । ସରକାରଙ୍କ ଦ୍ୱାରା ସମବାୟ ବ୍ୟାଙ୍କରୁ ଋଣ ନେବା ସହଜ କରାଯାଇଛି । ନିକଟରେ ଇଣ୍ଡିଆ ପୋଷ୍ଟ-ପେମେଣ୍ଟ ବ୍ୟାଙ୍କ ମଧ୍ୟ ଆରମ୍ଭ ହୋଇଛି । ଏହାଦ୍ୱାରା ଆପଣମାନଙ୍କୁ ନିଜ ଗାଁରେ ହିଁ ଡାକବାଲା ମାଧ୍ୟମରେ ଘରେ ହିଁ ବ୍ୟାଙ୍କିଙ୍ଗ ସେବା ମିଳିବା ସୁନିଶ୍ଚିତ ହୋଇଛି ।

ସାଥୀଗଣ, ଚୌଧୁରୀ ସାହେବ ଯେଭଳି ଭାବରେ କୃଷକ, ଶ୍ରମିକଙ୍କ ଉତ୍ଥାନ ପାଇଁ ସମ୍ପୂର୍ଣ୍ଣତାର ସହ ଚିନ୍ତା କରୁଥିଲେ, ସେହି ପ୍ରକାରରେ ଆମ ସରକାର ମଧ୍ୟ ବିହନ ଠାରୁ ବଜାର ପର୍ଯ୍ୟନ୍ତ ଏକ ସଶକ୍ତ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛନ୍ତି । କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନର ପ୍ରକୃତ ମୂଲ୍ୟ ମିଳୁ, ମୌସୁମୀ ଯୋଗୁଁ କୃଷକମାନଙ୍କୁ ସୁରକ୍ଷା କବଚ ମିଳୁ, ଆଧୁନିକ ବିହନ ମିଳୁ, ପର୍ଯ୍ୟାପ୍ତ ମାତ୍ରାରେ ୟୁରିଆ ମିଳୁ, ଜଳସେଚନର ଉଚିତ ବ୍ୟବସ୍ଥା ମିଳୁ, ମାଟିର ସ୍ୱାସ୍ଥ୍ୟ ଅତୁଟ ରହୁ, ଏହା ଉପରେ ନିରନ୍ତର କାର୍ଯ୍ୟ କରାଯାଉଛି । ମୁଁ ଆନନ୍ଦିତ ଯେ ଏହାର ଲାଭ ହରିୟାଣାକୁ ମଧ୍ୟ ମିଳୁଛି । ଦେଶର ପ୍ରାୟ 50 ଲକ୍ଷ କୃଷକ ପରିବାରକୁ ମୃତ୍ତିକ ସ୍ୱାସ୍ଥ୍ୟ କାର୍ଡ ମିଳିଛି । ପ୍ରାୟ ସାଢ଼େ ଛଅ ଲକ୍ଷ କୃଷକ ଫସଲ ବୀମା ସହିତ ଯୋଡ଼ି ହୋଇଛନ୍ତି, ଯେଉଁମାନଙ୍କୁ ସାଢ଼େ ତିନି ଶହ କୋଟିରୁ ଅଧିକ ବୀମା ରାଶି ମିଳି ସାରିଛି । ଯେଉଁଠାରେ ବିଗତ 30-40 ବର୍ଷ ପର୍ଯ୍ୟନ୍ତ ପାଣି ପହଂଚି ନ ଥିଲା, ସେଠାରେ ଆଜି ପାଣି ପହଂଚା ଯାଉଛି । ନିକଟରେ ଲଖୱାର ବନ୍ଧ ପାଇଁ ଛଅଟି ରାଜ୍ୟଙ୍କ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ମଧ୍ୟ ହରିୟାଣାକୁ ବହୁତ ଲାଭ ମିଳିବ ।

ସାଥୀଗଣ, ଆଠ-ନଅ-ଦଶକ ପୂର୍ବେ ଚୌଧୁରୀ ସାହେବ କୃଷକଙ୍କୁ ଫସଲର ଉଚିତ ମୂଲ୍ୟ ଦେବା ପାଇଁ କୃଷି ଉତ୍ପାଦ ବଜାର ଅଧିନିୟମ ଆଣିଥିଲେ । ଆମ ସରକାର ମଧ୍ୟ ପି.ଏମ. ଆଶା ଅର୍ଥାତ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି । ଏହା ଅଧୀନରେ ସରକାର ଏହି ବ୍ୟବସ୍ଥା କରିଛନ୍ତି କି ଯଦି କୃଷକ ମାନଙ୍କୁ ସହାୟକ ମୂଲ୍ୟରୁ କମ ଦର ବଜାରରେ ମିଳୁଛି, ତ ରାଜ୍ୟ ସରକାର ଏହାର ଭରଣା କରି ପାରିବେ । ଏତିକି ହିଁ ନୁହେଁ, ଆମେ ଯେଉଁ ପ୍ରତିଶ୍ରୁତି ଦେଇ ଥିଲୁ କି ଖର୍ଚ୍ଚଠାରୁ ଅତି କମରେ 50 ପ୍ରତିଶତ ଲାଭ କୃଷକମାନଙ୍କୁ ମିଳୁ, ଏହା ମଧ୍ୟ ପୂରଣ କରାଯାଇଛି ।

ସାଥୀଗଣ, ସରକାର ଧାନ, ଗହମ, ଆଖୁ ସମେତ 21ଟି ପ୍ରମୁଖ ଫସଲର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି 200 ଟଙ୍କା ବୃଦ୍ଧି କରାଯାଇଛି । ଏବେ ଏହାର ଦର 1550 ଟଙ୍କା ବଦଳରେ କ୍ୱିଂଟାଲ ପ୍ରତି 1750 ଟଙ୍କା ହୋଇ ଯାଇଛି । ସେହି ପରି ମକାର ଏମଏସପି  275 ଟଙ୍କା, ସୂର୍ଯ୍ୟମୁଖୀ ପ୍ରାୟ 1300 ଟଙ୍କା ଆଉ ବାଜରାର ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ପାଞ୍ଚ ଶହ ପଚିଶ ଟଙ୍କା ବୃଦ୍ଧି କରାଯାଇଛି ।

ଭାଇ ଓ ଭଉଣୀମାନେ, ମନେ ପକାନ୍ତୁ – କେତେ ବର୍ଷ ଧରି ଆମର କୃଷକମାନେ ଏହି ଦାବି କରି ଆସୁଥିଲେ । ଦେଶର କୃଷକ ବାରମ୍ବାର କହୁଥିଲେ – ଏବେ ଯାଇ ଆମ ସରକାର ଏହି ଦାବି ପୂରଣ କରିଛନ୍ତି ।

ସାଥୀଗଣ, ହରିୟାଣାର ଗାଁ ଓ କୃଷକଙ୍କର ଆୟ ବଢ଼ୁ, ଏହା ତ ସୁନିଶ୍ଚିତ କରାଯାଇଛି, ଏହା ସହିତ ସେମାନଙ୍କର ଏହି ଆୟ ରୋଗ ଦୂର କରିବାରେ ବ୍ୟୟ ନ ହେଉ, ସେଥିପାଇଁ ବ୍ୟବସ୍ଥା କରାଯାଉଛି ।

ମୁଁ ହରିୟାଣାବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି କି ଆୟୂଷ୍ମାନ ଭାରତର ପ୍ରଥମ ଲାଭାର୍ଥୀ ହେଉଛି ଆପଣଙ୍କ ରାଜ୍ୟର ଜଣେ ଝିଅ । ଏହା ମଧ୍ୟ ଆତ୍ମସନ୍ତୋଷର କଥା କି ଏହି ଯୋଜନା ମାଧ୍ୟମରେ ଦୁଇ ସପ୍ତାହରେ ହିଁ 50 ହଜାରରୁ ଅଧିକ ଗରିବ ଭାଇ ଭଉଣୀଙ୍କୁ ଚିକିତ୍ସା ସୁବିଧା ମିଳି ସାରିଛି ଅଥବା ସେମାନଙ୍କ ଚିକିତ୍ସା ଚାଲୁ ରହିଛି ।

ମୁଁ ଏଥିପାଇଁ ଖୁସି ଯେ ହରିୟାଣା ନିଜକୁ ଖୋଲା ମଳମୁକ୍ତ ଘୋଷିତ କରି ଦେଇଛି । ମୁଁ ରୋହତକକୁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି କାରଣ ଏଠାକାର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟକୁ ସ୍ୱଚ୍ଛତାତାଲିକାରେ ପ୍ରଥମ ସ୍ଥାନ ମିଳିଛି ।

ସାଥୀଗଣ, ଆଜି ଚୌଧୁରୀ ସାହେବଙ୍କର ଆତ୍ମା ଯେଉଁଠାରେ ମଧ୍ୟ ଥିବ, ସେ ହରିୟାଣାରେ ‘ବେଟୀ ବଚାଓ-ବେଟୀ ପଢ଼ାଓ’ ଅଭିଯାନର ସଫଳତା ଦେଖି ସବୁଠାରୁ ଅଧିକ ଆନନ୍ଦିତ ହେଉଥିବ । ସେ ପରିବର୍ତ୍ତନ ପାଇଁ କେବଳ ସ୍ୱର ଉଠାଇ ନ ଥିଲେ, ବରଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନର ଶୁଭାରମ୍ଭ ନିଜ ଘର ଠାରୁ ହିଁ କରିଥିଲେ । ଝିଅମାନଙ୍କୁ ନେଇ ଯେଉଁ ଚିନ୍ତାଧାରା ଆମ ସମାଜରେ ରହିଆସିଛି, ତାହାକୁ ସେ ସବୁବେଳେ ବିରୋଧ କରୁଥିଲେ । ଏହା କାରଣ ଥିଲା କି ସମାଜର ପ୍ରତ୍ୟେକ ଚାପ ସତ୍ତ୍ୱେ ସେ ନିଜର ଦୁଇ ଝିଅଙ୍କ ସହିତ ସର୍ବଦା ଦୃଢ଼ତାର ସହିତ ଠିଆ ହେଉଥିଲେ ।

ଭାଇ ଓ ଭଉଣୀମାନେ, ଆଜି ଯେତେବେଳେ ହରିୟାଣାର ଛୋଟ ଛୋଟ ଗାଁରେ ଜନ୍ମ ନେଉଥିବା ଝିଅମାନେ ବିଶ୍ୱ ମଞ୍ଚରେ ଦେଶର ଗୌରବ ବୃଦ୍ଧି କରୁଛନ୍ତି, ହରିୟାଣାର ଯୁବକ ଭାରତକୁ ଖେଳରେ ବିଶ୍ୱଶକ୍ତି ଭାବେ ଗଢିବା ପାଇଁ ଯୋଡ଼ି ହୋଇଛନ୍ତି, ଯେତେବେଳେ ଦେଶର ଗରିବରୁ ଗରିବ ପରିବାରର ଯୁବକ ଆଗକୁ ବଢ଼ୁଛନ୍ତି, ସେତେବେଳେ ଲାଗୁଛି କି ଆମେ ଚୌଧୁରୀ ସାହେବଙ୍କ ସ୍ୱପ୍ନକୁ ସାକାର କରିବା ଆଡ଼କୁ ଦ୍ରୁତ ଅଗ୍ରସର ହେଉଛୁ ।

ସାଥୀଗଣ, ଆଜି ହରିୟାଣା ଦେଶର ବିକାଶକୁ ଗତି ଦେଉଛି । ଏହି ଗତି ନିରନ୍ତର ଦ୍ରୁତତର ହେଉ,ଏଥିପାଇଁ ଆମ ସମସ୍ତଙ୍କୁ କାମ କରିବାର ଅଛି । ଏହି ସନ୍ଦେଶ ଚୌଧୁରୀ ଛୋଟୁରାମ ମହାଶୟଙ୍କ ଆମ ସମସ୍ତଙ୍କ ପାଇଁ ଅଛି । ସାମାଜିକ ସମାନତା ଏବଂ ରାଷ୍ଟ୍ରୀୟ ଏକତା ପାଇଁ ସମର୍ପିତ ରାଷ୍ଟ୍ର ପୁରୁଷଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ସେତେବେଳେ ଦିଆ ଯାଇପାରିବ, ଯେତେବେଳେ ଆମେ ମିଳିମିଶି ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା, ନୂତନ ଭାରତ ନିର୍ମାଣ କରିବା ।

କିଛି ଦିନ ପରେ ହରିୟାଣା ଦିବସ ମଧ୍ୟ ଆସିବାକୁ ଯାଉଛି । ଏଥିପାଇଁ ମଧ୍ୟ ମୁଁ ସମସ୍ତ ହରିୟାଣା ବାସୀଙ୍କୁ ଆଗୁଆ ବହୁତ – ବହୁତ ଶୁଭକାମନା ଜଣାଉଛି । ଆଉ ଆପଣ ସମସ୍ତେ ଏତେ ବିଶାଳ ସଂଖ୍ୟାରେ, ସାର ଛୋଟୁରାମ ମହାଶୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଲେ, ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି ।

ବହୁତ – ବହୁତ ଧନ୍ୟବାଦ ।   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
PM Modi offers prayers at Arulmigu Subramaniyaswamy Temple, Thirupparankundram in Madurai
March 01, 2026

The Prime Minister, Shri Narendra Modi, visited and offered prayers at the Arulmigu Subramaniyaswamy Temple in Thirupparankundram, Madurai today.

During his visit to the sacred temple, the Prime Minister sought blessings for the peace, prosperity, and well-being of all citizens. The Prime Minister expressed his hope that Lord Murugan would continue to guide us with strength, courage, and wisdom.

The Prime Minister shared his sentiments with the invocation, "Vetrivel Muruganukku Arogara!"

The Prime Minister Shared on X:

"Vetrivel Muruganukku Arogara!

Prayed at the Arulmigu Subramaniyaswamy Temple, Thirupparankundram, Madurai.

Sought blessings for peace, prosperity and the well-being of all. May Lord Murugan always guide us with strength, courage and wisdom."