India is one of the world's leading digital economies and we're developing digital infrastructure at rapid pace: PM
Digital audit & digital governance can strengthen institutional memory for several organisations: PM Modi
I'm sure that CAG will play a strong role in the formation of New and Clean India: PM

ଶ୍ରୀ ରାଜୀବ ମହର୍ଷି, ଦୁଇଜଣ ଉପ-ମହାଲେଖାକାର, ସାରା ଦେଶରୁ ଆସିଥିବା ସମସ୍ତ ସାଥୀ, ବନ୍ଧୁଗଣ,

ମହାଲେଖାକାରରେ ମୋତେ ପୁଣି ଥରେ ଆସିବାର ସୁଯୋଗ ମିଳିଛି । ଅଧିକ ସୁଯୋଗ ତ ମୋତେ ମିଳୁ ନାହିଁ କଥାବାର୍ତ୍ତା କରିବା ପାଇଁ କିନ୍ତୁ କିଛି ସମୟରେ ହିଁ କିଛି ଅନୁଭବ ହୋଇ ଯାଇଥାଏ । ଗାନ୍ଧିଜୀଙ୍କର 150ତମ ଜନ୍ମ ଜୟନ୍ତୀ ବର୍ଷରେ ଏହି କାର୍ଯ୍ୟକ୍ରମ ହେବା, ଏହା ମଧ୍ୟ ହେଉଛି ନିଜକୁ ନିଜ ମଧ୍ୟରେ ଏକ ସୁଖଦ ଅନୁଭବ । ଆଉ ଗାନ୍ଧିଜୀ କହୁଥିଲେ କି ଯେଉଁଭଳି ଭାବେ ବ୍ୟକ୍ତି ନିଜର ପିଠିକୁ ଦେଖିପାରେ ନାହିଁ, ନିଜର ପଛ ଦେଖିପାରେ ନାହିଁ, ସେହିଭଳି ଭାବେ ବ୍ୟକ୍ତି ପାଇଁ ନିଜର ତ୍ରୁଟିଗୁଡ଼ିକୁ ଦେଖିବା ମଧ୍ୟ ବଡ଼ କଷ୍ଟକର ହୋଇଥାଏ ।

କିନ୍ତୁ ଆପଣମାନେ ସମସ୍ତେ ହେଉଛନ୍ତି ସେହି ବିଶିଷ୍ଟ ବ୍ୟକ୍ତି ଯେଉଁମାନେ ଏକ ଦର୍ପଣ ନେଇ ସରକାରୀ ବ୍ୟବସ୍ଥା ସମ୍ମୁଖରେ ଆସି ଠିଆ ହୋଇ ଯାଉଛନ୍ତି – ଏହି ତ୍ରୁଟି ସବୁ ରହିଛି, ଏହି ତ୍ରୁଟିମାନ ରହିଛି, ଏହି ପ୍ରଣାଳୀ ଠିକ୍ ନୁହେଁ, ଆଉ ଆପଣ ହିସାବ-କିତାବ ରଖିବାବାଲାଙ୍କର ହିସାବ କିତାବ କରନ୍ତି । କିନ୍ତୁ ଏବେ ମହର୍ଷି ମହାଶୟ ଯେଉଁ ଉପସ୍ଥାପନା ଦେଖାଇଲେ, ସେଥିରେ ମୁଁ ଖୁସି ଯେ ଆପଣ ନିଜେ ନିଜର ହିସାବ କିତାବ ଦେଖାଇଲେ, ଏହା ହେଉଛି ଏକ ଭଲ ପଦକ୍ଷେପ ।

ସାଥୀଗଣ, ତିନି ବର୍ଷ ପୂର୍ବେ ଯେଉଁ ସମ୍ମିଳନୀ ହୋଇଥିଲା, ସେଥିରେ ଆପଣ ସମସ୍ତଙ୍କ ମଧ୍ୟରେ ବିସ୍ତୃତ ଭାବେ ଚର୍ଚ୍ଚା କରିବାର ସୁଯୋଗ ମିଳିଥିଲା, ଆଉ ସେହି ସମୟରେ ଚର୍ଚ୍ଚା ଅନେକଗୁଡ଼ିଏ ବିନ୍ଦୁ ଉପରେ ଯେଭଳି ମୁଁ ଦେଖୁଥିଲି, ବହୁତ ଗୁଡ଼ିଏ କଥାଗୁଡ଼ିକୁ ଆପଣ ଧରି ସେଗୁଡ଼ିକୁ ଲାଗୁ କରିବାର କାର୍ଯ୍ୟ ଆପଣ କଲେ ଆଉ ଆଗକୁ ମଧ୍ୟ ଆପଣଙ୍କ ପ୍ରକ୍ରିୟା ଚାଲୁ ରହିଛି । ଆଉ ମୋର ମନେଅଛି କି ସେତେବେଳେ ମୁଁ କହିଥିଲି, ସିଏଜିକୁ ଖଣ୍ଡ ଖଣ୍ଡ ଭାବେ ଚିନ୍ତା ନ କରି ସଂପୂର୍ଣ୍ଣତାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । କେବଳ ପରିସଂଖ୍ୟାନ ଏବଂ ପ୍ରକ୍ରିୟା ମଧ୍ୟରେ ହିଁ ଏହି ସଂଗଠନ ସୀମିତ ନ ରହି, ବରଂ ପ୍ରକୃତରେ ଉତ୍ତମ ଶାସନର ଏକ ଉତପ୍ରେରକ ଭାବେ ଆଗକୁ ଆସିବାର ଅଛି । ସିଏଜି ଏବଂ ସିଏଜି ପ୍ଲସ୍ ନିର୍ମାଣ କରିବାର ପରାମର୍ଶ ଉପରେ ଆପଣ ଗମ୍ଭୀରତାର ସହିତ ବିଚାର କରୁଛନ୍ତି, ଏହା ମୋ ପାଇଁ ହେଉଛି ଏକ ଖୁସିର ବିଷୟ । ଆଉ ଏହାର ଅନେକ ସୁଖଦ ପରିଣାମ ମଧ୍ୟ ଦେଶକୁ ମିଳିଛି । ଦେଶରେ ଉତ୍ତରଦାୟୀ ଏବଂ ସଚ୍ଚୋଟତାର ପରିବେଶ ସୃଷ୍ଟି କରିବାରେ ଏହା ମାଧ୍ୟମରେ ଏକ ସାହାଯ୍ୟ ମିଳି ପାରିଛି, ଫଳରେ ଏକ ବାତାବରଣ ସୃଷ୍ଟି ହୋଇଛି । ଦେଶରେ ଫଳାଫଳ ଆଧାରିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନର ଯେଉଁ ବ୍ୟବସ୍ଥା ବିକଶିତ ହୋଇଛି, ସେଥିରେ ସିଏଜିର ଏକ ବହୁତ ବଡ଼ ଭୂମିକା ରହିଛି । ଏ ସବୁ ସମ୍ଭବ ହୋଇ ପାରୁଛି ତ ଏହା ପଛରେ ଆପଣମାନଙ୍କର ଏବଂ ଆପଣଙ୍କ ସାଥୀମାନଙ୍କର ଭୂମିକା ରହିଛି, ବିଶେଷ କରି ଯେଉଁମାନଙ୍କୁ କ୍ଷେତ୍ରକୁ ଯାଇ କାର୍ଯ୍ୟ କରିବାକୁ ପଡ଼ୁଛି, କ୍ଷେତ୍ରକୁ ଯାଇ ଅଡିଟ୍ କରିବାକୁ ପଡ଼ିଥାଏ, କେଉଁଠାରେ ଖଣି କାରବାର ଚାଲିଥାଏ ତ ତାହାଙ୍କୁ ସେଠାକୁ ଯିବାକୁ ପଡ଼ିଥାଏ, ଯାଇ ଦେଖିବାକୁ ପଡ଼ିଥାଏ । ଆଉ ରାଜ୍ୟଗୁଡ଼ିକୁ ମଧ୍ୟ ମାସ ମାସ ଧରି ଯାଇ ଏଜି ଅଫିସ ସହିତ ହିଁ କ୍ଷେତ୍ରକୁ ଯାଇ ରହିବାକୁ ପଡ଼ିଥାଏ, ସେଠାରେ ବସି ରହିବାକୁ ପଡ଼ିଥାଏ, ଗୋଟି ଗୋଟି କରି କାଗଜ ଦେଖିବାକୁ ପଡ଼ିଥାଏ । ଆଉ କେବେ କେବେ ତ ପରିବାରଙ୍କଠାରୁ ଦୀର୍ଘ ସମୟ ଧରି ଦୂରରେ ରହିବାକୁ ପଡିଥାଏ, ଆଉ ସେତେବେଳେ ଯାଇ ସବୁ ପ୍ରକ୍ରିୟା ସରି ପାରିଥାଏ । ଏଭଳି ନିଷ୍ଠାବାନ ସାଥୀଙ୍କ କାରଣରୁ ହିଁ ସିଏଜିଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇଛି ଏବଂ ସୁଦୃଢ଼ ହୋଇ ପାରିଛି ।

ସାଥୀଗଣ, ଦଶକ ଦଶକ ଧରି କରାଯାଇଥିବା ଏହି ବ୍ୟବସ୍ଥାରେ ଖୁବ ଦ୍ରୁତ ଗତିରେ ପରିବର୍ତ୍ତନ ଆଣିବା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ଆହ୍ୱାନ । କାରଣ ବୋଧହୁଏ ସରକାରୀ ବ୍ୟବସ୍ଥାରେ ଯେଉଁ ସଂସ୍ଥାର ବୟସ ସବୁଠାରୁ ଅଧିକ ହୋଇଥିବ, ଏଭଳି କୌଣସି ଅନୁଷ୍ଠାନ ରହିଛି ତ ତାହା ହେଉଛି ସିଏଜି, 1860ରେ ହେଲା? ଆଉ ତାହା ମଧ୍ୟ 1857 ପରେ ହୋଇଥିଲା ତ ତାହାର ଏକ ଇତିହାସ ରହିଛି । ଆପଣମାନେ ଯଦି କେବେ ଗଭୀରତାକୁ ଯିବେ ତ ତା’ମଧ୍ୟରୁ ବହୁତ କିଛି ମିଳିବ । ଆଜିକାଲି ତ ସଂସ୍କାରକୁ ଏକ ବଡ଼ ହିଁ ଫ୍ୟାନ୍ସି ଶବ୍ଦ ଭାବେ ପରିଗଣିତ କରାଯାଉଛି । ସମସ୍ତେ କହୁଛନ୍ତି ମୁଁ ମଧ୍ୟ କିଛି ସଂସ୍କାର କରୁଛି । କେଉଁଠି କିଛି ମଧ୍ୟ କରନ୍ତୁ ତାହାର ନାମ ରିଫର୍ମ ଦିଆଯାଉଛି । କିନ୍ତୁ ବାସ୍ତବିକ ସଂସ୍କାର ସେତେବେଳେ ଆସିଥାଏ, ଯେତେବେଳେ କୌଣସି ସଂଗଠନରେ ସମସ୍ତ ରେଙ୍କ ଏବଂ ଫାଇଲ ସଂପୂର୍ଣ୍ଣ ବିଶ୍ୱସ୍ତନୀୟତା ସହିତ ସେଥିପାଇଁ ପ୍ରସ୍ତୁତ ହୋଇଥାଏ, ଉତ୍ସାହିତ ହୋଇଥାଏ । ଆଉ ଏହି କଥା ଦେଶର ପ୍ରତ୍ୟେକ ସରକାର, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ଅନୁଷ୍ଠାନ ଉପରେ ଲାଗୁ ହୋଇଥାଏ ଆଉ ଯେଉଁଥିରେ ସିଏଜି ମଧ୍ୟ ରହିଛି । ସିଏଜିର ଦାୟିତ୍ୱ ଏଇଥିପାଇଁ ମଧ୍ୟ ଅଧିକ କାରଣ ଆପଣ ଦେଶ ଏବଂ ସମାଜର ଆର୍ଥିକ ଆଚରଣକୁ ପବିତ୍ର ରଖିବାରେ ଏକ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଆଉ ଏଥିପାଇଁ ଆପଣଙ୍କଠାରୁ ଟିକେ ଅଧିକ ଆଶା ରଖା ଯାଉଛି ।

ସାଥୀଗଣ, ନୀତିର, ଅର୍ଥଶାସ୍ତ୍ର ଏବଂ ଅଡିଟ ପ୍ରକ୍ରିୟାର ପ୍ରେରଣା ସ୍ରୋତ ଚାଣକ୍ୟ କହୁଥିଲେ – ଜ୍ଞାନ ଭାରଂ: କ୍ରିୟାଂ ବିନା – ଅର୍ଥାତ ଯଦି ଆପଣଙ୍କ ପାଖରେ ଜ୍ଞାନ ରହିଛି ଏବଂ ଆପଣ ତାକୁ ସଠିକ୍ ସ୍ଥାନରେ ସଠିକ୍ ମାର୍ଗରେ ଲଗାଉ ନାହାଁନ୍ତି ତ ତାହା ନିଜକୁ ନିଜ ମଧ୍ୟରେ ଏକ ବୋଝ ସଦୃଶ ହୋଇ ପଡ଼ିବ ଆଉ ତାହା ନିରର୍ଥକ ଅଟେ । ଆଉ ଏଥିପାଇଁ ଆପଣଙ୍କ ପାଖରେ ଗୋଟିଏ ପ୍ରକାରରେ ଦୁଇ ଦୁଇଟି ଦାୟିତ୍ୱ ରହିଛି । ଆପଣଙ୍କୁ ଆପଣଙ୍କର ଜ୍ଞାନ ଏବଂ ଅନୁଭବର ପ୍ରସାର କରିବାକୁ ହେବ ପୁଣି ଏହା ସହିତ ଆପଣଙ୍କର ଆଚାର ବିଚାରକୁ ମଧ୍ୟ ସୁଦୃଢ଼ କରିବାକୁ ହେବ- ଆଉ ଯାହାକୁ ଚାଣକ୍ୟ ନିଜର ନୀତିଶାସ୍ତ୍ର ଭିତରେ ସବୁଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ଆଉ ଏଥିପାଇଁ ମୁଁ ଭାବୁଛି କି ଆଜିକାର ଡିଜିଟାଲ ବିଶ୍ୱରେ, ପରିବର୍ତ୍ତିତ ଟେକ୍ନୋଲଜିର ଏହି ସମୟରେ ଅଡିଟ ଏବଂ ଆସ୍ୟୁରାନ୍ସର ଭୂମିକା ଏବଂ ସେଥିରେ ପରିବର୍ତ୍ତନ ବହୁତ ପ୍ରମୁଖ ହୋଇ ଯାଇଛି ।

ସାଥୀଗଣ, ଟେକ୍ନୋଲଜିକୁ ଆଧାର ଭାବେ ଗ୍ରହଣ କରି ସ୍ୱଚ୍ଛତା ଆଣିବାର ପ୍ରୟାସ ଆପଣମାନେ ସମସ୍ତେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ନିରନ୍ତର ଭାବେ ଲକ୍ଷ୍ୟ ରଖୁଥିବେ । ସରକାରଙ୍କର ହିସାବ କିତାବରେ ସ୍ୱଚ୍ଛତା ଏବଂ ପାରଦର୍ଶୀତା ରହି ଆସିଛି, ବରଂ କହିବାକୁ ଗଲେ ଏକ ଡ୍ୟାସବୋର୍ଡ ଭଳି ରହି ଆସିଛି । ଯାହା କିଛି ମଧ୍ୟ ରହିଛି ତାହା ସମସ୍ତଙ୍କ ସମ୍ମୁଖରେ ରହିଛି, ଯେତିକି ମଧ୍ୟ ରହିଛି ତାହା ସ୍ପଷ୍ଟ ଭାବେ ଦେଖା ଯାଉଛି । ଟେଣ୍ଡରରୁ ନେଇ କ୍ରୟ ପର୍ଯ୍ୟନ୍ତ ଏକ ପାରଦର୍ଶୀ ପ୍ରକ୍ରିୟା ସରକାର ସୃଷ୍ଟି କରିଛନ୍ତି । ଏବେ ଅଧିକାଂଶ ଟେଣ୍ଡର ଅନଲାଇନ ହେଉଛି, ଭିତ୍ତିଭୂମି ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକର ମନିଟରିଂ ଏବଂ ନିରୀକ୍ଷଣ ମଧ୍ୟ ବୈଜ୍ଞାନିକ ଉପାୟରେ ହେଉଛି । ଜାମ୍ ଅର୍ଥାତ ଜନ-ଧନ-ଆଧାର-ମୋବାଇଲ-ଏହାଦ୍ୱାରା ସାଧାରଣ ମଣିଷଙ୍କ ପର୍ଯ୍ୟନ୍ତ ସରକାରୀ ଯୋଜନାଗୁଡ଼ିକର ଲାଭ ସିଧାସଳଖ ପହଞ୍ଚି ପାରୁଛି । ଆଉ ଜିଇଏମ୍ (ଜେମ୍) ଅର୍ଥାତ୍  ସରକାରୀ ଇ-ବଜାର ସ୍ଥାନ, ଏହାଦ୍ୱାରା ସରକାର ସିଧାସଳଖ ନିଜର କ୍ରୟ କରି ପାରୁଛନ୍ତି । ଆଜି ସରକାରଙ୍କର 425ରୁ ଅଧିକ ଯୋଜନାଗୁଡ଼ିକର ଲାଭ ସିଧାସଳଖ ଭାବେ ହିତାଧିକାରୀଙ୍କୁ ମିଳିପାରୁଛି । ଯେଉଁଥିପାଇଁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ଖରାପ ଲୋକଙ୍କ ହାତକୁ ନ ଯାଇ ସଞ୍ଚୟ ହୋଇ ପାରିଛି । ବିଶେଷ ଭାବେ ଜିଏସଟି ଭଳି ଆହ୍ୱାନପୂର୍ଣ୍ଣ ଏବଂ ଜଟିଳ ସଂସ୍କାରକୁ ଦେଶର ବ୍ୟବସାୟିକ ସଂସ୍କୃତିର ଅଂଶ କରାଇବାରେ ତ ଆପଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

ସାଥୀଗଣ, ଆଜି ଭାରତ ହେଉଛି ଦୁନିଆର ସବୁଠାରୁ ଅଗ୍ରଣୀ ଡିଜିଟାଲ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଆଉ ଏଠାରେ ଦ୍ରୁତ ଗତିରେ ଡିଜିଟାଲ ଭିତ୍ତିଭୂମିର ନିର୍ମାଣ ହେଉଛି । ଡିଜିଟାଲ ବ୍ୟବସ୍ଥା ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଥିବା ଦୁଇଟି ବିଷୟ ଆଦିକୁ, ସଦ୍ଭାବକୁ, ବିଶ୍ୱାସକୁ ତ ସୁଦୃଢ଼ କରିଛି ହିଁ, ସରକାରୀ ପ୍ରକ୍ରିୟାଗୁଡ଼ିକ ଉପରେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ପଡ଼ିଛି । ଆମର ରେକର୍ଡ ପତ୍ର ସଜାଡ଼ି ରଖିବାର ଉପାୟରେ ମଧ୍ୟ ପରିବର୍ତ୍ତନ ଆସିଛି । ଆଉ ମୁଁ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେଉଛି- ଆଗରୁ ସରକାରଙ୍କୁ ଯେଉଁ ଦେୟ ଦିଆ ଯାଉଥିଲା ତାହାର ଚାଲାଣ ନାଗରିକଙ୍କୁ, ସରକାରୀ ଅଫିସକୁ, ଟ୍ରେଜେରୀକୁ, ସମସ୍ତଙ୍କୁ ଭିନ୍ନ ଭିନ୍ନ ଭାବେ ରଖିବାକୁ ପଡ଼ୁଥିଲା । କିନ୍ତୁ ଏବେ ଆଉ ମୂଳ ନକଲର ଆବଶ୍ୟକତା ନାହିଁ ବରଂ ତାହା ଗୋଟିଏ ଆପ୍ ମାଧ୍ୟମରେ ହିଁ ବିନା କାଗଜରେ ସଂରକ୍ଷିତ ହୋଇ ଯାଉଛି । ଏହାଦ୍ୱାରା ଜନତାଙ୍କୁ ତ ସୁବିଧା ହୋଇଛି ହିଁ ସିଏଜିଙ୍କର ଅଡିଟ୍ ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି ।

ସାଥୀଗଣ, ଆଜି ଯେତେବେଳେ ଭାରତ 5 ଟ୍ରିଲିୟନ ଡଲାରର ଆର୍ଥିକ ଶକ୍ତି ହେବା ଆଡ଼କୁ ଅଗ୍ରସର ହେଉଛି, ସେଥିରେ ମଧ୍ୟ ଆପଣମାନଙ୍କର ଭୂମିକା ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । କାରଣ ଆପଣମାନେ ଯାହା କିଛି କରିବେ, ତାହାର ସିଧା ସଳଖ ପ୍ରଭାବ ସରକାରଙ୍କର ଦକ୍ଷତା ଉପରେ ପଡ଼ିବ, ସରକାରଙ୍କର ନିଷ୍ପତ୍ତି ଗ୍ରହଣ ଏବଂ ନୀତି ନିର୍ଦ୍ଧାରଣ ଉପରେ ପଡ଼ିବ । ଆପଣ ଯାହା କିଛି ମଧ୍ୟ କରିବେ, ତାହାର ସିଧାସଳଖ ପ୍ରଭାବ ମଧ୍ୟ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଦକ୍ଷତା ଉପରେ ପଡ଼ିବ, ଆପଣ ଯାହା କିଛି ମଧ୍ୟ କରିବେ, ତାହାର ସିଧାସଳଖ ପ୍ରଭାବ ଭାରତର ନିବେଶ ଉପରେ ପଡ଼ିବ, ବ୍ୟବସାୟ ସୁଗମତା ଉପରେ ପଡ଼ିବ । ଆଜି ଯେତିକି ମଧ୍ୟ ହିତାଧିକାରୀ ଅଛନ୍ତି, ସେମାନଙ୍କର ସଠିକ ଅଡିଟ ଆବଶ୍ୟକ, ଫଳରେ ସେମାନେ ନିଜ ଯୋଜନାର ସଠିକ ରୂପାୟନ କରି ପାରିବେ । ସେଠି ଅନ୍ୟପଟେ ସେମାନେ ଏହା ମଧ୍ୟ ଚାହାଁନ୍ତି ନାହିଁ କି ଅଡିଟରେ ଅଧିକ ସମୟ ଲାଗୁ । ଏହିଠାରୁ ହିଁ ଆପଣଙ୍କ ପାଇଁ ଆହ୍ୱାନ ଆରମ୍ଭ ହୋଇଥାଏ । ଏହି ଆହ୍ୱାନ ସହିତ ଲଢ଼ିବା ପାଇଁ ଦୁଇଟି କାର୍ଯ୍ୟର ଆବଶ୍ୟକତା ରହିଛି । ଗୋଟିଏ ହେଲା କୌଶଳ ଓ ପ୍ରଶିକ୍ଷଣ ସହିତ ଜଡ଼ିତ ଏବଂ ଅନ୍ୟଟି ଟୁଲ୍ସ ସହିତ ଜଡ଼ିତ । ଯେଉଁ ନୂତନ ସାଥୀମାନେ ଏହି ବୃତ୍ତି ସହିତ ଜଡ଼ିତ ହେଉଛନ୍ତି, ସେମାନଙ୍କୁ ତ ନୂତନ ଟେକ୍ନୋଲଜି ସହିତ ଆମକୁ ପ୍ରଶିକ୍ଷିତ କରାଇବାର ଅଛି, ଯେଉଁ କାର୍ଯ୍ୟ ଆମେ କରୁଛୁ, ତାଙ୍କର କୌଶଳକୁ ଅପଗ୍ରେଡ କରିବା ମଧ୍ୟ ସେତିକି ଆବଶ୍ୟକ । ସାରା ଦୁନିଆରେ ଅଡିଟିଂ ସହିତ ଜଡ଼ିତ ଯେଉଁ ସବୁ ସଂସ୍ଥାମାନ ରହିଛି, ସେମାନେ କ୍ରାଉଡ଼ ବେସଡ଼୍ ସମାଧାନ ଆଡ଼କୁ ଅଗ୍ରସର ହେଉଛନ୍ତି । ଏହିଭଳି ଭାବେ ଟେକ୍ନୋଲଜିକୁ ନେଇ ଯେଉଁ ସର୍ବୋତ୍କୃଷ୍ଟ ଗ୍ଲୋବାଲ ପ୍ରାକ୍ଟିସ ରହିଛି, ସେଗୁଡ଼ିକୁ ଆମକୁ ଆମର ବ୍ୟବସ୍ଥାର ଏକ ଅଂଶ ଭାବେ ନେବାକୁ ତ ପଡ଼ିବ, ଭାରତ ପ୍ରଶାନ୍ତ ମହାସାଗୀୟ ଟୁଲ୍ସ ଉପରେ ମଧ୍ୟ ଆମକୁ କାର୍ଯ୍ୟ କରିବାକୁ ରହିଛି ।

ସାଥୀଗଣ, ଆମର ଲକ୍ଷ୍ୟ ରହିଛି କି ବର୍ଷ 2022 ପର୍ଯ୍ୟନ୍ତ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଶାସନର ଅଭିନ୍ନ ଅଂଶ କରାଯାଉ । ଏହା ଆମକୁ ନ୍ୟୁ ଇଣ୍ଡିଆର ନୂତନ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଏଭଳି ସ୍ଥିତିରେ ଅଡିଟ୍ ଏବଂ ବୀମା କ୍ଷେତ୍ରର ପରିବର୍ତ୍ତନ ପାଇଁ ମଧ୍ୟ ଏହା ହେଉଛି ସଠିକ୍ ସମୟ । ଏବେ ସିଏଜିକୁ ସିଏଜି 2.0 ଆଡକୁ ବଢ଼ିବାକୁ ହେବ । ମୋତେ ଅବଗତ କରାଯାଇଛି କି ଆପଣମାନେ ଦ୍ରୁତ ଗତିରେ ମଧ୍ୟ ଏହି ଆଡ଼କୁ ଅଗ୍ରସର ହେଉଛନ୍ତି । ଏହି କାର୍ଯ୍ୟକୁ ମଧ୍ୟ ଆମେ ଆହୁରି ଦ୍ରୁତ ଗତିରେ କରି ପାରିବା ଯେତେବେଳେ ଏଥି ମଧ୍ୟରେ ରହିଥିବା କିଛି ବ୍ୟବଧାନକୁ, କିଛି ଶୃଙ୍ଖଳଗୁଡ଼ିକୁ ଆମେ ଦ୍ରୁତ ଗତିରେ ଯୋଡ଼ି ପାରିବା । ଏବେ ଆମର ଏଠି ଯେଉଁ ସବୁ ତଥ୍ୟ ଉତ୍ପତ୍ତି ହେଉଛି, ସେସବୁ ହେଉଛି ବହୁତ ବିଶାଳ ଆଉ ଅନେକ ସଂସ୍ଥାଗୁଡ଼ିକ, ଅନେକ ବିଭାଗ ପାଖରେ ସାଇତା ହୋଇ ରହିଛି । ଏହି ଡାଟା ମଧ୍ୟ ଏହିସବୁ ସଂସ୍ଥା ଏବଂ ବିଭାଗ ଗୁଡ଼ିକ ନିଜର ବ୍ୟବହାର ପାଇଁ ସଂଗ୍ରହ କରିଛନ୍ତି । କିନ୍ତୁ ଏହା ମଧ୍ୟ ସଠିକ୍ ଯେ ଅଧିକାଂଶ ସମୟରେ ଜଣଙ୍କ ସହିତ ଅନ୍ୟ ଜଣେ ବିନିମୟ କରନ୍ତି ନାହିଁ । ଏହି ବିଶାଳ ଡାଟା ଲିଙ୍କ ହୋଇ ନଥାଏ । ତେଣୁ ବିଶ୍ୱସନୀୟତାରେ ବ୍ୟବଧାନ ମଧ୍ୟ ସାଧାରଣ ଭାବେ ଆସି ଯାଇଥାଏ । ଆମକୁ ଏହାକୁ ଯୋଡ଼ିବାକୁ ପଡ଼ିବ । ଆଉ ଏଥିପାଇଁ ସରକାରଙ୍କ ସ୍ତରରେ ମଧ୍ୟ କିଛି ଚେଷ୍ଟା କରାଯାଉଛି, ପଦକ୍ଷେପ ଉଠା ଯାଉଛି । ଆଉ ମୋର ବିଶ୍ୱାସ ରହିଛି କି ଆପଣମାନେ ସମସ୍ତେ ଏହି ବିଷୟରେ ନିଜ ନିଜ ସହିତ ଆଲୋଚନା କରିବେ ଏବଂ ଅନ୍ୟାନ୍ୟ ସଂସ୍ଥା ଏବଂ ବିଭାଗ ସହିତ ମଧ୍ୟ ଆଲୋଚନା କରିବେ । ଆଉ ମୋର ମନେଅଛି ଗତ ଥର ମୁଁ ଆପଣମାନଙ୍କୁ ଗୋଟିଏ ହିଁ ଜିଲ୍ଲାରେ ସଡ଼କ ଯୋଗାଯୋଗର ଉଦାହରଣ ଦେଇଥିଲି । ଏହା ଜଣାଇଥିଲି କି କିଭଳି ଗୋଟିଏ ହିଁ ଜିଲ୍ଲାରେ ସମାନ ଦୂରତାର ସଡ଼କ ଦୁଇଟି ଭିନ୍ନ ଭିନ୍ନ ବିଭାଗ କରି ଥାଆନ୍ତି ତ କେତେଥର ତାହାର ଖର୍ଚ୍ଚରେ କେତେବଡ଼ ଫରକ ରହିଥାଏ । ଏବେ ଅଲଗା ଅଲଗା ସମୟରେ ଅଡିଟ କଲାବେଳେ ତ ଦୁଇଟି ଯାକ ଠିକ୍ ଲାଗିଥାଏ, କିନ୍ତୁ ସାର୍ବଜନୀନ ଭାବେ ଦେଖିବା ତ ସଠିକ୍ ତଥ୍ୟ ମିଳି ନଥାଏ । ଏଭଳି କେତେଗୁଡ଼ିଏ ଉଦାହରଣ ସରକାରୀ ବିଭାଗ ଗୁଡ଼ିକରେ ରହିଛି ଯେଉଁଠାରେ ବୃହତ ଡାଟା ବିଶ୍ଳେଷଣରେ ସଂସ୍କାର କରାଯାଇ ପାରିବ । ଆଉ ମୁଁ ବୁଝୁଛି କି ଯେତେବେଳେ ଆପଣ ବୃହତ ଡାଟାବେସକୁ ନିଜର ଅଡିଟ୍ ପାଇଁ ଅନୁଧ୍ୟାନ କରୁଛନ୍ତି ତ ଆପଣଙ୍କର ଗୋଚରାର୍ଥେ କହୁଛି କି ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣରେ ବହୁତ କାର୍ଯ୍ୟରେ ଆସି ପାରେ । ଯଦି ଏଥିରେ ସିଏଜି ଏହି ଡାଟା ସହିତ ଜଡ଼ିତ କିଛି ଉପଦେଶ ଦେଇ ପାରିବେ, କିଛି ଅନୁଷ୍ଠାନିକ ସମାଧାନ ଦେଇ ପାରିବେ, ତ ମୁଁ ବୁଝୁଛି କି ଏହାଦ୍ୱାରା ଦେଶର ବହୁତ ବଡ଼ ସେବା ହୋଇ ପାରିବ । ଆଉ ମୋର ତ ଏହା ମଧ୍ୟ ଅନୁରୋଧ ରହିବ କି ଆପଣମାନେ କେବଳ ଅଡିଟ ହିସାବରେ ହିଁ ନୁହେଁ ଏକ ଚିନ୍ତାଶୀଳ ଗୋଷ୍ଠୀ ଦୃଷ୍ଟିକୋଣରୁ ମଧ୍ୟ ଚିନ୍ତା କରନ୍ତୁ ।

ସାଥୀଗଣ, ମୁଁ ଗତଥର ସଂସ୍ଥାଗତ ତଥ୍ୟ ସଂରକ୍ଷଣ  କଥା ମଧ୍ୟ କହିଥିଲି । ଡିଜିଟାଲ ଅଡିଟ୍ ଏବଂ ଡିଜିଟାଲ ଶାସନ, ଭିନ୍ନ ଭିନ୍ନ ସଂସ୍ଥାରେ ଏହି ସଂସ୍ଥାଗତ ତଥ୍ୟ ସଂରକ୍ଷଣକୁ ମଧ୍ୟ ସୁଦୃଢ଼ କରିବାର କାର୍ଯ୍ୟ କରି ପାରିବେ । ଗୋଟିଏ ପଟେ ଆପଣ ସହଜରେ କାର୍ଯ୍ୟଟି କରି ପାରିବେ, ସିଏଜି ଅନେକ ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକର ଅଡିଟ୍ କରିଥାଏ, ଅନ୍ୟ ଦେଶଗୁଡ଼ିକୁ ଅଡିଟରେ ବୈଷୟିକ ସାହାଯ୍ୟ ପ୍ରଦାନ କରିଥାଏ । ଆପଣ ଏଭଳି ଏକ ଆନୁଷ୍ଠାନିକ ମେକାନିଜିମ୍ ପ୍ରସ୍ତୁତ କରି ପାରନ୍ତି ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ଅଡିଟ୍ କରୁଥିବା ଦଳ ନିଜର ଅନୁଭବ ବିନିମୟ କରି ପାରିବେ, ସେଠାକାର ସର୍ବୋତ୍ତମ ପ୍ରଥାକୁ ବାଣ୍ଟି ପାରିବେ, ସିଏଜିର ଅଡିଟ୍ ରିପୋର୍ଟ ଅଧିକ ସାର୍ଥକ ହେଉ । ଏଥିପାଇଁ ଆମେ କ’ଣ ଅଡିଟର ବିଷୟବସ୍ତୁକୁ ବିଚାର ବିମର୍ଷ କରିବା ପାଇଁ ବାଛି ପାରିବା କି? ଆମକୁ ଏହା ଉପରେ ନିଶ୍ଚୟ ବିଚାର ବିମର୍ଷ କରିବାକୁ ପଡ଼ିବ । ଆପଣମାନେ ଅନେକ ପ୍ରକାରର ଅଡିଟ୍ କରି ଆସିଛନ୍ତି । ମୋର ଗୋଟିଏ ପରାମର୍ଶ ରହିଛି କି ଆପଣ ପ୍ରକ୍ରିୟାର ଅଡିଟ୍ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତୁ । ଏ ପର୍ଯ୍ୟନ୍ତ ତ ଆପଣ ମାନେ ଏହା ଦେଖୁଥିଲେ କି ପ୍ରକ୍ରିୟାକୁ ଅନୁସରଣ କରାଯାଇଛି କି ନାହିଁ । କିନ୍ତୁ କ’ଣ ସେହି ପ୍ରକ୍ରିୟାରେ କୌଣସି ସଂସ୍କାର ସମ୍ଭବ ହୋଇ ପାରିବ, ଫଳରେ ନିର୍ଦ୍ଧାରିତ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚା ଯାଇ ପାରିବ? ଏହି ପରାମର୍ଶ ଆସିବ ଆଉ ମୁଁ ବୁଝୁଛି କି ଏହା ଖୁବ ସାହାଯ୍ୟକାରୀ ସାବ୍ୟସ୍ତ ହେବ । ଗୋଟିଏ ପଟେ ବିଭାଗଗୁଡ଼ିକ ତରଫରୁ ଏହି ଅଭିଯୋଗ ଆସିଥାଏ କି ସିଏଜି ଅଡିଟ୍ ଖୁବ୍ ଶୀଘ୍ର ଶୀଘ୍ର ହୋଇଥାଏ, ଯେଉଁ କାରଣରୁ ଯେଉଁସବୁ ଯାଞ୍ଚ ପରିଣାମ ବାହାରିଥାଏ, ସେଗୁଡ଼ିକ ସେତେ ପରିମାଣରେ କାର୍ଯ୍ୟରେ ଆସି ପାରି ନଥାଏ । ଏପରି କ’ଣ କେବେ ସମ୍ଭବ କି ବିଭାଗ ଗୁଡ଼ିକର ଅନ୍ତରୀଣ ଅଡିଟ୍, ସେଥିରେ କିଭଳି ଭାବେ ଦୃଢ଼ତା ଆସୁ, ଆଉ ତାହା ସିଏଜି ସହିତ ମିଶି କିଭଳି ହେଉ, ଫଳରେ ଆମେ ସମୟ ମଧ୍ୟ ବଞ୍ଚାଇ ପାରିବା ଏବଂ ଦକ୍ଷତା ମଧ୍ୟ ବୃଦ୍ଧି କରି ପାରିବା । ଆଉ ଏହା ଫଳରେ ଏହା ହେବ କି ରୁଟିନ୍ ଅଡିଟ ବିଭାଗ ଯେତେବେଳେ ନିଜେ କରିଥାଏ ତ ଏସବୁ ବିଷୟଗୁଡ଼ିକୁ ସୂକ୍ଷ୍ମତାର ସହିତ ବିଚାର କରିବା କଥା ଫଳରେ ଯେତେବେଳେ ସିଏଜି ସେଠାକୁ ଯିବେ ତ ତାହାଙ୍କୁ ଯେଉଁ ପ୍ରସ୍ତୁତ ହୋଇ ରହିଥିବା ରେଡିମେଡ଼୍ ମ୍ୟାଟେରିଆଲ ମିଳିବ, ସେଥିରେ ଖୁବ୍ କମ୍ ଜିନିଷର ଆବଶ୍ୟକତା ପଡ଼ିବ ଆଉ ଆମେ ଦକ୍ଷତା ବୃଦ୍ଧି କରି ପାରିବା, ଆମେ ବେଗ ମଧ୍ୟ ବଢ଼ାଇ ପାରିବା ।

ସାଥୀଗଣ, ଏହି ଆହ୍ୱାନ ହେଉଛି ସେହି ଟେକ୍ନୋଲଜି ସହିତ ଆମକୁ ଲଢ଼ିବା ପାଇଁ, ଯାହା ଭୁଲ କାମ କରୁଥିବା ଲୋକମାନଙ୍କ ପାଖରେ ରହିଛି । ଏବେ ସିଏଜି ସହିତ ସମସ୍ତ ଅଡିଟର୍ସଙ୍କୁ, ସେମାନେ ହୁଏତ ଅନ୍ତରୀଣ ହୁଅନ୍ତୁ ଅବା ବହିଃର୍ଗତ, ନୂତନ ଆହ୍ୱାନ ସହିତ ଲଢ଼ିବା ପାଇଁ ନବସୃଜନ ଉପାୟ ଖୋଜିବାକୁ ହିଁ ପଡ଼ିବ । ଆଉ ଏଥିପାଇଁ ସର୍ବପ୍ରଥମେ ଆମକୁ ଅଡିଟର୍ସଙ୍କ ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାକୁ ହେବ, ତେବେଯାଇ ଆମେ ବୃତ୍ତିଗତ ଠକମାନଙ୍କ ଉପରେ ଅଙ୍କୁଶ ଲଗାଇ ପାରିବା । ବିଗତ କିଛି ବର୍ଷ ମଧ୍ୟରେ ସରକାରୀ ବିଭାଗ ଗୁଡ଼ିକରେ ଠକମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଅନେକ କିଛି ପ୍ରୟାସ କରାଯାଇଛି । ଏବେ ସିଏଜିଙ୍କୁ ଏଭଳି ଟେକ୍ନିକାଲ ଟୁଲ୍ସ ବିକଶିତ କରାଇବାକୁ ହେବ ଫଳରେ ସଂସ୍ଥାନ ଗୁଡ଼ିକରେ ଠକମାନଙ୍କ ପାଇଁ କୌଣସି ସ୍ଥାନ ରହିବ ନାହିଁ । ଆଉ ମୁଁ ଆପଣମାନଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହିଁବି – ମୁଁ ବିଗତ ଦିନରେ ଏହାର ପ୍ରୟୋଗ କରିଛି, କ’ଣ ସିଏଜି ଏହା ଉପରେ ଚିନ୍ତା କରି ପାରିବେ? ମୁଁ ଭାରତ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗଙ୍କୁ ପ୍ରାର୍ଥନା କଲି କି ଆପଣଙ୍କ ପାଖରେ ଏଭଳି କେଉଁ ଅସୁବିଧା ରହିଛି, କି ଯାହାର ସମାଧାନ ପାଇଁ କିମ୍ବା ସେହି ସମସ୍ୟାଗୁଡ଼ିକର ସମାଧାନ କଲାବେଳେ କିମ୍ବା ହସ୍ତାନ୍ତର କରିବା ବେଳେ ଆପଣମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି? ଆରମ୍ଭରେ ତ ବିଭାଗଗୁଡ଼ିକ ପାଇଁ ଏହି କଥାକୁ ସ୍ୱୀକାର କରିବା କଷ୍ଟକର ହୋଇଥିଲା, ତ ସମସ୍ତଙ୍କର ପ୍ରଥମ ରିପୋର୍ଟ ଏହା ହୋଇଥାଏ, ନା.. ଆମର ଏଠି କୌଣସି ଅସୁବିଧା ନାହିଁ, ସବୁକିଛି ବହୁତ ଭଲ ରହିଛି, କୌଣସି ଅସୁବିଧା ନାହିଁ, ବହୁତ ଭଲ ଭାବେ ଚାଲୁ ରହିଛି । ମୁଁ କିନ୍ତୁ ପଛରେ ତାଙ୍କର ଲାଗି ରହିଲି, ବାରମ୍ବାର ପଚାରି ଚାଲିଲି, ତ ଭିନ୍ନ ଭିନ୍ନ ବିଭାଗରୁ ପ୍ରାୟ 400 ପ୍ରସଙ୍ଗ ସବୁ ଆସିଲା । ସେମାନଙ୍କୁ ଲାଗୁଥିଲା କି ଏହାର ବୈଷୟିକ ସମାଧାନ ହେବ ତ ଭଲ ହେବ ।

ଏହି 400 ପ୍ରସଙ୍ଗଗୁଡ଼ିକୁ ମୁଁ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟ କରୁଥିବା ଛାତ୍ରମାନଙ୍କୁ ଦେଲି ଆଉ ସାରା ଦେଶରେ ହାକାଥନ ଚଲାଇଲି । ଲକ୍ଷ ଲକ୍ଷ ଯୁବକ ସେଥିରେ ଅଂଶଗ୍ରହଣ କଲେ । ଅତି କମରେ 36 ଘଣ୍ଟା ଅନବରତ ଏହି ଦଳଗୁଡ଼ିକ କାର୍ଯ୍ୟ କଲେ । ସେଥିରୁ ବାହାରି-ବାହାରି-ବାହାରି ଉପରେ ଯେତେବେଳେ ପ୍ରାୟ 10-12 ହଜାର ପିଲା ଥିଲେ ତ ମୁଁ ନିଜେ ସେମାନଙ୍କ ସହିତ ଚର୍ଚ୍ଚା, ଆଲୋଚନା କଲି । ଆଉ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଏହି ଯେଉଁ 400 ପ୍ରସଙ୍ଗ ଥିଲା, ଅଧିକାଂଶ ପ୍ରସଙ୍ଗର ସମାଧାନ ଏହି 18-20-22 ବର୍ଷର ପିଲାମାନେ ବାହାର କରି ଦେଲେ, ଟେକ୍ନୋଲଜି ଆଧାରିତ ସମାଧାନ, ଆଉ ମୁଁ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବି କି ସେଥି ମଧ୍ୟରୁ ପ୍ରାୟ 80 ପ୍ରତିଶତ ସେ ନିଜର ବ୍ୟବସ୍ଥା ମଧ୍ୟରେ ଲାଗୁ କରି ଦେଇଛନ୍ତି, ଅନ୍ତର୍ଭୁକ୍ତ କରିଛନ୍ତି । ଆଜି ଯେଉଁସବୁ ଆହ୍ୱାନ ରହିଛି କ’ଣ ସିଏଜି ଏହିସବୁ ଆହ୍ୱାନ ଗୁଡ଼ିକୁ, ଯେଭଳି ଏବେ ଆପଣ ଉପସ୍ଥାପନାରେ କହିଲେ କି , ଯେଉଁ ହସ୍ପାତାଲ ରହିଛି ତାହାର ଅଡିଟ୍ କରିବା ହେଉଛି କେତେ ବଡ଼ ବୈଷୟିକ କାର୍ଯ୍ୟ, କିପରି କରିବାକୁ ହେବ । ଏବେ ଆପଣ ତ ସେହି କ୍ଷେତ୍ରର ନୁହଁନ୍ତି । କୌଣସି ଜଣେ ଡାକ୍ତର ମିଳିଯିବେ, ସେ ଆପଣଙ୍କୁ ଯାହା କହିଦେବେ ତ ଆପଣ ସେହି ଦିଗରେ ଯାଇ ଦେଖିନେବେ । ଆମେ କ’ଣ ଏହି ପ୍ରକାରର ଜିନିଷ ଗୁଡ଼ିକ ପାଇଁ ଚିହ୍ନଟ କରି ଏତେ-ଏତେ ସବୁ ପ୍ରସଙ୍ଗ ରହିଛି, ସେଗୁଡ଼ିକର ବୈଷୟିକ ସମାଧାନ ବାହାର କରାଯାଇ ପାରିବ ।

ଆପଣ ଯଦି ଏହିଭଳି ଭାବେ ପ୍ରସଙ୍ଗ ଏହି ଯୁବକମାନଙ୍କୁ ଦେବେ ଆଉ ମୁଁ ଏଚଆରଡି ମନ୍ତ୍ରଣାଳୟକୁ କହୁଛି କି ଭାଇ ଏହାଙ୍କ ସହିତ ଉତ୍ତମ ଯୋଗାଯୋଗ ସ୍ଥାପନ କରନ୍ତୁ । ଆଉ ଏ ପ୍ରକାରର ହାକାଥନ ହେଉ ଯାହା ସିଏଜି ପାଇଁ ଏଭଳି ଟୁଲ୍ସ ପ୍ରସ୍ତୁତ କରନ୍ତୁ, ସିଏଜି ପାଇଁ ଏଭଳି ସମାଧାନ ବାହାର କରି ଆଣନ୍ତୁ । ଆପଣଙ୍କର କିଛି ଲୋକଙ୍କୁ ସେମାନଙ୍କ ସହିତ ବିଚାର ବିମର୍ଷ କରିବାର ସୁଯୋଗ ମିଳିବ ତ ମୁଁ ଭାବୁଛି କି ଏକ ଭଲ ମେକାନିଜିମ ସୃଷ୍ଟି ହେବ ଏବଂ ଏହା ବାର୍ଷିକ କରାଯାଇପାରେ । ଏହି ହାକାଥନ, ଏହା ଫଳରେ ଏହି ଲାଭ ହେବ କି ଆମ ଦେଶର ଯେଉଁ ଯୁବ ପିଢି ରହିଛନ୍ତି ସେମାନଙ୍କୁ ମଧ୍ୟ ଜଣା ପଡ଼ିବ କି ହିନ୍ଦୁସ୍ଥାନର ଶାସନ ବ୍ୟବସ୍ଥାର ସବୁଠାରୁ ବୟୋଜ୍ୟେଷ୍ଠ, ଅନୁଭବ ସମ୍ପନ୍ନ ଏହି ସଂସ୍ଥା କେଉଁ ପ୍ରକାରର କାର୍ଯ୍ୟ କରୁଛି ଆଉ କେଉଁ ପ୍ରକାରର ଆହ୍ୱାନ ସବୁକୁ ନେଇ ଗତି କରୁଛି । ମୁଁ ଭାବୁଛି କି ଏହି କାର୍ଯ୍ୟ କରିବା ଦିଗରେ ଚିନ୍ତା କରାଯାଇ ପାରେ ଆଉ ଦେଖିବା ଦରକାର । ଆଉ ଏଭଳି ପ୍ରୟାସ ଦ୍ୱାରା ଦେଶର ସାଧାରଣ ମନୁଷ୍ୟଙ୍କର ଚିନ୍ତା ଦୂର ହେବ ଆଉ ଦେଶର ତମାମ ସଂସ୍ଥାଗୁଡ଼ିକ ଉପରେ ତାଙ୍କର ବିଶ୍ୱାସ ମଧ୍ୟ ସୁଦୃଢ଼ ହେବ । ଏକା ସମୟରେ ସରକାରୀ କଳ ଯାହା ରହିଛି, ତାଙ୍କର ଏବଂ ଆପଣଙ୍କର ମଧ୍ୟ-ଏ ଦୁଇ ଜଣଙ୍କ ମଧ୍ୟରେ ତାରତମ୍ୟ ସୃଷ୍ଟି ହେବ ।

ମୋର ବିଶ୍ୱାସ ରହିଛି କି ସିଏଜି ଦେଶର ଯାବତୀୟ ଆଶା ଆକାଂକ୍ଷାରେ ନିଜକୁ ପ୍ରମାଣିତ କରି ଉତୀର୍ଣ୍ଣ ହେବ ଆଉ ନ୍ୟୁ ଇଣ୍ଡିଆକୁ କ୍ଲିନ୍ ଇଣ୍ଡିଆ, କ୍ଲିନ୍ ଇଣ୍ଡିଆ -ସେହି ପ୍ରକାରର ନୁହେଁ, ଯାହା ମୁଁ କରୁଛି, ଆପଣଙ୍କର ହେଉଛି ଅନ୍ୟ ପ୍ରକାରର- କରିବାରେ ନିଜର ଭୂମିକାକୁ ସଶକ୍ତ କରିବେ । ଆଉ ମୋର ଆପଣମାନଙ୍କୁ ଅନୁରୋଧ -ଗୋଟିଏ ତ ହୋଇଥାଏ ଆମେ ଯାହାକୁ ଅଡିଟ୍ କରୁ । କିନ୍ତୁ କ’ଣ ଅଡିଟ କାହାକୁ କାଠଗଡ଼ାରେ ଠିଆ କରିବା ପାଇଁ ତ ଠିକ୍ ଅଛି, କିନ୍ତୁ ଆମେ କ’ଣ ସେହିଠାରେ ରହିଯିବା ପାଇଁ କରିବା? ଆଜ୍ଞା ନୁହେଁ, ଆମେ ଯେଉଁଠାରେ ମଧ୍ୟ ଥାଉ, କୌଣସି ମଧ୍ୟ ଛତାତଳେ କାର୍ଯ୍ୟ କରୁଥାଉ, କିନ୍ତୁ ଶେଷରେ ଆମେ ସମସ୍ତେ ଦେଶ ପାଇଁ କାର୍ଯ୍ୟ କରୁଛୁ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛୁ, ଆମର ଆଗାମୀ ପିଢିଙ୍କ ପାଇଁ କାର୍ଯ୍ୟ କରୁଛୁ । ଆଉ ଏଥିପାଇଁ ଆମେ ଏ ଯେଉଁ ପରିଶ୍ରମ କରୁଛୁ, କ’ଣ ତାହା ସୁଶାସନ ପାଇଁ କାର୍ଯ୍ୟରେ ଆସି ପାରିବ କି? ଦକ୍ଷତା ବୃଦ୍ଧି କାର୍ଯ୍ୟରେ ଆସି ପାରିବ କି? ଆଉ ଏହା କରାଯାଇ ପାରେ- ଯେପରି ପ୍ରତ୍ୟେକ ଥର ଏହା ଆବଶ୍ୟକ ନୁହେଁ କି ଯାହା ରହିଛି ଆମେ ସେଥିରେ ରହିଥିବା ତ୍ରୁଟିକୁ ହିଁ ଖୋଜି ଚାଲିବା, ପ୍ରତ୍ୟେକ ଥର ଏହା ଆବଶ୍ୟକ ନୁହେଁ । କିନ୍ତୁ ବର୍ଷ ଆରମ୍ଭରେ ଯଦି ଆପଣ ଗୋଟିଏରୁ ଦଶଟି ବିଭାଗକୁ ଧରି ନେବେ । ଦଶଟି ବିଭାଗ ସମ୍ବନ୍ଧରେ ବୁଦ୍ଧିଶୀଳତା ପରୀକ୍ଷା ହେଉ, ବିଭାଗ ସହିତ, ଆପଣଙ୍କ ଲୋକମାନଙ୍କ ସହିତ, ଯେଉଁମାନଙ୍କର କୌଣସି ଶକ୍ତି ରହିଛି, ତୃଣମୂଳ ସ୍ତରରେ ମଧ୍ୟ କେହି କାର୍ଯ୍ୟ କରୁଥିବା ଲୋକ ହୋଇଥିବ, ସେ ମଧ୍ୟ ହୁଅନ୍ତୁ, ଜିଲ୍ଲା ସ୍ତରରେ କାର୍ଯ୍ୟ କରିବା ବାଲା ହୋଇ ଥାଆନ୍ତୁ, ରାଜ୍ୟ ସ୍ତରରେ କରିବା ବାଲା ହୋଇ ଥାଆନ୍ତୁ, ଜାତୀୟ ସ୍ତରରେ ହୋଇ ଥାଆନ୍ତୁ । ବ୍ରେନ୍ ଷ୍ଟର୍ମିଂ କରି ମାନି ନିଅନ୍ତୁ ଆପଣ ସିଧାସଳଖ ଭାବେ 100ଟି ବିନ୍ଦୁ ବାହାର କରି ଦେଉଛନ୍ତି, ଆଉ ସେମାନଙ୍କୁ କୁହାଯିବ କି ଦେଖନ୍ତୁ ଭାଇ ଆମେ ଗୋଟିଏ ବର୍ଷ ପରେ ଅଡିଟ୍ ପାଇଁ ଆସିବୁ । ଆମେ ସମସ୍ତେ ମିଶି ଏ ଯେଉଁ 100 ବିନ୍ଦୁ ବାହାର କରିଛୁ, ଆପଣ ଆପଣଙ୍କ କାର୍ଯ୍ୟକୁ ଟିକେ ଏହି 100 ବିନ୍ଦୁ ବାଲା ତରାଜୁ ସହିତ ତଉଲନ୍ତୁ । ଆପଣ ଯେଉଁ ଜିନିଷଗୁଡ଼ିକର ରେକର୍ଡ ରଖିବେ, ଏହି 100ଟି ଦିଗ ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବେ ।

ଏହାର ଅର୍ଥ ଏହା ହେଲା କି ଯେଉଁମାନେ ଅଡିଟ୍ ସମ୍ପନ୍ନ ଅଟନ୍ତି ସେମାନେ ପ୍ରଥମରୁ ତାଙ୍କୁ ଇଙ୍ଗିତ କରିଦେବେ କି ଦେଖନ୍ତୁ ଆପଣଙ୍କର ଭୁଲ ନ ହେଉ, ଏଥିପାଇଁ ମୁଁ ଆପଣଙ୍କୁ ଢାଞ୍ଚା ଦେଉଛି । ଆପଣ ଦେଖନ୍ତୁ, ଏହା ଦ୍ୱାରା ଏହି ଫରକ ପଡ଼ିବ କି ଦକ୍ଷତା ବୃଦ୍ଧି ହେବ, ଶାସନର କିଛି ନୂତନ କଥା ଉଜାଗର ହେବ, ଯାହାକି ସରକାରଙ୍କ ପାଇଁ ନିଜକୁ ନିଜ ମଧ୍ୟରେ ଏକ ଶକ୍ତି ଆଣିଦେବ । ଆଉ ଏଥିପାଇଁ ମୁଁ ଚାହିଁବି କି ଆମେ ଏଭଳି କିଛି ପ୍ରୟାସ କରି ପାରିବା କି? ଆଉ ଆପଣମାନେ ଦେଖିଥିବେ, ସବୁଠାରୁ ଶେଷରେ ଆପଣ ଦେଖିଥିବେ, ଆମେ ବଜେଟରେ, ଆମେ ଗୃହରେ ଆଉଟ୍ କମ୍ ରିପୋର୍ଟ ମଧ୍ୟ ଉପସ୍ଥାପନ କରୁ, ଯାହା ଆଗରୁ ଆମର ଏଠି ନଥିଲା । କାରଣ ଆଉଟ୍ ପୁଟ୍ ର ଚର୍ଚ୍ଚା ତ ବହୁତ ସରଳ ହୋଇଥାଏ, କି ଦଶ ଟଙ୍କା ଥିଲା, ଦଶ ଟଙ୍କା ଦେଇ ଦେଲୁ । କ’ଣ ଦେଲ, କାହିଁକି ଦେଲ, କିପରି ଦେଲ, କେଉଁଥିପାଇଁ ଦେଲ, କେତେବେଳେ ଦେଲ, କରିବା ଦରକାର ଥିଲା, କରିବା ଦରକାର ନଥିଲା, ସବୁ କଥା- ତାହା ଆପଣଙ୍କ ଅଞ୍ଚଳକୁ ଚାଲି ଯାଇଥାଏ । ଆଉ ସେହି ଆଉଟକମ୍ ଆରମ୍ଭ ହୋଇଥାଏ । ତେଣୁ ଗୃହ ଭିତରେ ଏବେ ଆମେ ଆଉଟକମ୍ ବ୍ୟବସ୍ଥାକୁ ବିକଶିତ କରିଛୁ ଆଉ ଏହାକୁ ଆନୁଷ୍ଠାନିକ କରିଛୁ ।

କିନ୍ତୁ କେବେ କେବେ ପ୍ରକ୍ରିୟା ଖୁବ୍ ଭଲ ଥିବ, ଉତ୍ପାଦ ଖୁବ୍ ଭଲ ଥିବ, ପରିଣାମ କ’ଣ? ପରିଣାମ କେଉଁଠାରେ କମ୍ ହୋଇଥାଏ, ଯେଉଁଠାରେ ଚୋରି ହୋଇଥାଏ ସେହିଠାରେ ପରିଣାମ କମ୍ ହୋଇଥାଏ କଥା ଭିନ୍ନ ହୋଇଥାଏ, ଅଧିକାଂଶ କୁଶାସନ ପାଇଁ ଦାୟୀ ରହିଥାଆନ୍ତି । ଯଦି ଶାସନ ସଠିକ ହୋଇଥାଏ ତ ପ୍ରାକୃତିକ ଉପାୟରେ ପରିଣାମ ଏବଂ ଦକ୍ଷତା ଦୃଷ୍ଟିଗୋଚର ହୋଇଥାଏ । ଆଉ ଏଥିପାଇଁ ଆମେ ଆମର କଥାଗୁଡ଼ିକୁ ସୁଶାସନର ଗୋଟିଏ ଅଂଶ ଭାବେ ମଧ୍ୟ ବିଚାର କରି ପାରିବା । ଆଉ ଏଥିପାଇଁ ମୁଁ କହିବି କି କ’ଣ ଲକ୍ଷ୍ୟ ଥିଲା, କ’ଣ ହାସଲ କରାଯାଇ ପାରିଛି, ଆଉ ଏହାକୁ ନେଇ ଆପଣଙ୍କର ଦୃଷ୍ଟିକୋଣ ସୂକ୍ଷ୍ମ ହୋଇଥିବା ସତ୍ତ୍ୱେ ମଧ୍ୟ ମୁଁ ନିଶ୍ଚିତ ଭାବେ ଚାହିଁବି କି ଆମେ ଆଡଭାନ୍ସରେ ନିଜ ନିଜ ସଂସ୍ଥାନକୁ ସୁଦୃଢ଼ କରିବା ପାଇଁ କିଭଳି ଭାବେ ଆଗକୁ ବଢ଼ି ପାରିବୁ -ଆମେ ଏହା ପ୍ରୟାସ କରିବା ।

ମୋତେ ଆଉ ଥରେ ପୁଣି- ଆଜି ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି । ଆପଣମାନଙ୍କୁ ସମସ୍ତଙ୍କୁ ଦେଶର ଏକ ଉତ୍ତମ ସେବା କରିଥିବା ଯୋଗୁଁ ଶୁଭେଚ୍ଛା ଜଣାଉଛି । 2022ରେ ସ୍ୱାଧୀନତରେ 75 ବର୍ଷ ହେବ । କ’ଣ ସିଏଜି 2022 ସ୍ୱାଧୀନତାର 75 ବର୍ଷକୁ ଗୋଟିଏ ପ୍ରତିଷ୍ଠାନ ଭାବେ ଆମର ଲକ୍ଷ୍ୟ କ’ଣ ହେବ? ଆମେ ଏହି ଅନୁଷ୍ଠାନକୁ କିପରି ଆହୁରି ଅଧିକ ବନ୍ଧୁତ୍ୱପୂର୍ଣ୍ଣ କରିବା? ଅଧିକ କାର୍ଯ୍ୟକ୍ଷମ କିପରି କରି ପାରିବା? ସୁଶାସନରେ କିପରି ଯୋଗଦାନ ରହିବ? ଆମର ଏହି ଅନୁଭବର ଉପଯୋଗ ଖରାପ କଥା ଖୋଜିବା ହେଉଛି ଯାହାର ଶକ୍ତି, ତା’ର ଖରାପ କାର୍ଯ୍ୟକୁ ରୋକିବାର ମଧ୍ୟ ଶକ୍ତି ରହିଥାଏ । ଯାହାର ଖରାପ କାର୍ଯ୍ୟକୁ ରୋକିବାର ଶକ୍ତି ଥାଏ, ଯାହାକୁ ଖରାପ କାର୍ଯ୍ୟ ହେବାରୁ ବଞ୍ଚାଇବାର ମଧ୍ୟ ଶକ୍ତି ଥାଏ, କ’ଣ ଆମେ ଏହିସବୁ ଦିଗ ସହିତ ଯୋଡ଼ି ହୋଇ ଏହି ସମସ୍ତ ଏତେ ବଡ଼ ଅନୁଷ୍ଠାନକୁ ଆହୁରି ଅଧିକ ପ୍ରଭାବଶାଳୀ ଭାବେ ଉପଯୋଗ କରି ପାରିବା? ଆଉ ମୁଁ ମାନୁଛି କି ହଁ, ସମ୍ଭବ ।

ଆପଣମାନଙ୍କୁ ଲାଗୁଥିବ କି ଫାଇଲଗୁଡ଼ିକୁ ଦେଖି ଦେଖି ବିବ୍ରତ ହୋଇ ପଡ଼ୁଥିବେ ଆଉ ଏହି ପ୍ରଧାନମନ୍ତ୍ରୀ ନୂଆ ଚାରୋଟି କାମ ଦେଇ କରି ଯାଉଛନ୍ତି, କିନ୍ତୁ ମୁଁ ମାନୁଛି, କି ପୁଣି ଆପଣମାନଙ୍କର ଏହି ଯେଉଁ ବୋଝ ଅଛି, ତାହା ନିଜକୁ ନିଜେ ହ୍ରାସ ପାଇବ । ଆଉ ଆପଣମାନଙ୍କୁ ଆତ୍ମ ସନ୍ତୋଷ ହେବ କି ଆପଣ ଆଉ ଯେଉଁ ଯୋଗଦାନ ଦେଇଛନ୍ତି ତାହା ଆନୁଷ୍ଠାନିକ ହୋଇ ଯାଇଛି ଯେଭଳି ଭାବେ ଦେଶର ନକ୍ସାକୁ ଯେଉଁ ଏକ ଚିନ୍ତାଧାରା ରହିଛି ତାକୁ ବଦଳାଇବାରେ ବହୁତ ବଡ଼ ଭୂମିକା ରହିଛି, ଆଉ ଏହା ହୋଇ ପାରିବ ।

ଏହି ଆଶା ସହିତ ମୋର ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ।

ବହୁତ-ବହୁତ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.