We cannot achieve a Clean India, unless 1.25 billion people come together: PM Modi
We keep fighting over building statues for great leaders but we don't fight over cleanliness in India. Let us change that: PM
Criticise me, but don't politicise issue of cleanliness, says PM Narendra Modi
A positive spirit of competition has been created due to Swachh Bharat Mission, says PM Modi

ଉପସ୍ଥିତ ସମସ୍ତ ସ୍ୱେଚ୍ଛାଗ୍ରହୀ ଭାଇ ଓ ଭଉଣୀମାନେ ।

ଆଜି ଅକ୍ଟୋବର 2 ତାରିଖ; ପୂଜ୍ୟ ବାପୁଙ୍କର ଜୟନ୍ତୀ, ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜନ୍ମ । ତିନି ବର୍ଷ ଭିତରେ ଆମେ କେଉଁଠାରୁ କେଉଁଠି ପହଞ୍ଚିଗଲେ । ମୋର ସ୍ପଷ୍ଟ ମନେ ଅଛି କି ମୁଁ ଆମେରିକାରେ ଥିଲି ସଂଯୁକ୍ତ ରାଷ୍ଟ୍ରର ସଭା ପାଇଁ; ଆଉ ଅକ୍ଟୋବର 1 ତାରିଖରେ ଡେରିରେ ଆସିଲି, ଆଉ ଅକ୍ଟୋବର 2 ତାରିଖ ସକାଳୁ ଝାଡ଼ୁ ମାରିବା ପାଇଁ ବାହାରି ପଡ଼ିଥିଲି । କିନ୍ତୁ ସେହି ସମୟରେ ସମସ୍ତ ଖବରକାଗଜ, ଗଣମାଧ୍ୟମ, ଆମର ସମସ୍ତ ସହଯୋଗୀଦଳର ସାଥୀମାନେ, ଅର୍ଥାତ ରାଜନୈତିକ ଦଳ ସମସ୍ତେ, ମୋର ଏତେ ସମାଲୋଚନା କରିଥିଲେ, ଏତେ ସମାଲୋଚନା କରିଥିଲେ ଯେ ଅକ୍ଟୋବର 2 ତାରିଖ ଛୁଟି ଦିନ ହୋଇଥାଏ; ଆମେ ପିଲାମାନଙ୍କର ଛୁଟି ଖରାପ କରିଦେଲୁ । ପିଲାମାନେ ସ୍କୁଲ ଯିବେ କି ଯିବେ ନାହିଁ, ପିଲାମାନଙ୍କୁ ଏହି କାମରେ କାହିଁକି ଲଗାଇଲେ; ବହୁତ, ବହୁତ କିଛି ହେଲା ।

ଏବେ ମୋର ସ୍ୱଭାବ ହେଉଛି କି ଚୁପଚାପ ବହୁତ କିଛି କଥାକୁ ସହି ନିଏ କାରଣ ଦାୟିତ୍ୱ ମଧ୍ୟ ଏଭଳି ରହିଛି କି ସହ୍ୟ କରି ନେବା ଆବଶ୍ୟକ ଆଉ ଧୀରେ-ଧୀରେ ମୋର ସହିବାର ସାମର୍ଥ୍ୟ ମଧ୍ୟ ବଢ଼ୁଅଛି । କିନ୍ତୁ ଆଜି ତିନି ବର୍ଷ ପରେ ଅସ୍ଥିର ନ ହୋଇ, କୁଣ୍ଠିତ ନ ହୋଇ ଏହି କାମରେ ଆମେ ଲାଗି ରହିଲୁ ଆଉ ଏଇଥିପାଇଁ ଲାଗି ରହିଲୁ  କାରଣ ମୋର ପୂର୍ଣ୍ଣ ବିଶ୍ୱାସ ଥିଲା କି ମହାତ୍ମା ଗାନ୍ଧୀ ଯାହା କହିଛନ୍ତି, ବାପୁ ଯେଉଁ କଥା କହିଛନ୍ତି, ସେହି ରାସ୍ତା କେବେ ହେଲେ ମଧ୍ୟ ଭୁଲ ହୋଇ ନ ପାରେ ।

ସେହି ଗୋଟିଏ ଶ୍ରଦ୍ଧା, ଏହାର ଅର୍ଥ ଇଏ ନୁହେଁ କି କୌଣସି ଆହ୍ୱାନ ନାହିଁ । ଆହ୍ୱାନ ରହିଛି, କିନ୍ତୁ ଆହ୍ୱାନ ରହିଥିବାରୁ ଦେଶକୁ ଏହିଭଳି ଭାବରେ ରହିବାକୁ ଦିଆଯିବ କି? ଆହ୍ୱାନ ରହିଛି ସେଥିପାଇଁ ସେହି କାମ ଗୁଡ଼ିକରେ ହାତ ଲଗା ଯିବ ଯେଉଁଠାରେ ବାଃ ବାଃ ରହିଥାଏ, ଜୟଗାନ କରା ଯାଇଥାଏ? କ’ଣ ଏଭଳି କାମରୁ ଦୌଡ଼ି ପଳାଇବା ଦରକାର କି? ଆଉ ମୋତେ ଲାଗୁଛି ଆଉ ଆଜି ଯେଉଁ ଦେଶବାସୀ ଗୋଟିଏ ସ୍ୱରରେ ସେହି କଥାରେ ନିଜର ଅଭିବ୍ୟକ୍ତି ପ୍ରକାଶ କରୁ ଅଛନ୍ତି । ଏଭଳି ନୁହେଁ କି ଆବର୍ଜନା ଆମ ଆଖି ସାମ୍ନାରେ ନ ଥିଲା । ଏଭଳି ନୁହେଁ କି ଆବର୍ଜନା ପାଇଁ ଆମେ କିଛି ଯୋଗଦାନ ଦେଉ ନ ଥିଲେ; ଆଉ ଏଭଳି ମଧ୍ୟ ନୁହେଁ କି ଆମକୁ ପରିଷ୍କାର ପରିଚ୍ଛନ୍ନତା ପସନ୍ଦ ନୁହେଁ । କୌଣସି ମନୁଷ୍ୟ ଏଭଳି ହୋଇ ନ ପାରେ ଯାହାଙ୍କୁ ସ୍ୱଚ୍ଛତା ପସନ୍ଦ ହୋଇ ନ ଥିବ ।

ଯଦି ଆପଣ ରେଳ ଷ୍ଟେସନକୁ ଯିବେ, ଚାରୋଟି ବେଞ୍ଚ ପଡ଼ିଛି, କିନ୍ତୁ ଦୁଇଟି କିଛି ଅପରିଷ୍କାର ହୋଇଛି ତ ଆପଣ ସେଠି ବସନ୍ତି ନାହିଁ, ଯେଉଁଠାରେ ଭଲ ଜାଗା ଥାଏ, ସେହିଠାରେ ଯାଇ ବସନ୍ତି, କାହିଁକି? ମୂଳତଃ ଆମର ପ୍ରକୃତି ହେଉଛି ସ୍ୱଚ୍ଛତାକୁ ପସନ୍ଦ କରିବା । କିନ୍ତୁ ଆମ ଦେଶରେ ଗୋଟିଏ ହିଁ ବ୍ୟବଧାନ ରହିଗଲା ଆଉ ସେହି ବ୍ୟବଧାନ ଏହା ରହିଗଲା କି ଏହା ମୋତେ କରିବାର ଅଛି । ସ୍ୱଚ୍ଛତା ହେବା ଦରକାର ଏଥିରେ ଦେଶ ମଧ୍ୟରେ କାହାରି ମତଭେଦ ନାହିଁ । ସମସ୍ୟା ଏହା ରହିଲା କି କିଏ କରିବ? ଆଉ ଗୋଟିଏ କଥା ମୁଁ କହି ଦିଏ ଆଉ ମୋତେ ଏହା ନିଃସଂକୋଚ ଭାବେ କହିବାରେ କୌଣସି ସଂକୋଚ ନାହିଁ, ଏହି ମୋର ବାକ୍ୟଟି କହିଲା ପରେ ହୋଇ ପାରେ କାଲି ମୋର ଅଧିକ ସମାଲୋଚନା (ଧୁଲେଇ) ମଧ୍ୟ ହୋଇ ଯାଇପାରେ, କିନ୍ତୁ ଏବେ ଦେଶବାସୀଙ୍କୁ କ’ଣ ଲୁଚେଇବାର ଅଛି? ଯଦି 1000 ମହାତ୍ମା ଗାନ୍ଧୀ ଆସିଯିବେ, ଏକ ଲକ୍ଷ ନରେନ୍ଦ୍ର ମୋଦୀ ଆସି ଯିବେ, ସମସ୍ତ ମୁଖ୍ୟମନ୍ତ୍ରୀ ମିଶିଯିବେ, ସମସ୍ତ ସରକାର ମିଶିଯିବେ, ତାହେଲେ ମଧ୍ୟ ସ୍ୱଚ୍ଛତାର ସ୍ୱପ୍ନ କେବେ ବି ପୂରଣ ହୋଇ ପାରିବ ନାହିଁ, ବିଲକୁଲ ହୋଇ ପାରିବ ନାହିଁ । କିନ୍ତୁ ଯଦି ଶହେ ପଚିଶ କୋଟି ଦେଶବାସୀ ଆସିଯିବେ, ତ ଚାହୁଁ ଚାହୁଁ ସ୍ୱପ୍ନ ପୂରଣ ହୋଇଯିବ ।

 

ଦୁର୍ଭାଗ୍ୟ ବଶତଃ ଆମେ ବହୁତଗୁଡ଼ିଏ ଜିନିଷ ପାଇଁ ସରକାରଙ୍କୁ ଚାବି କରି ଦେଇଛେ, ସରକାରୀ କରି ଦେଇଛେ । ଯେ ପର୍ଯ୍ୟନ୍ତ ତାହା ଜନସାଧାରଣଙ୍କ ରହିଥାଏ, କଷ୍ଟ ଆସି ନଥାଏ ଏହିଭଳି । ଏବେ ଆପଣ ଦେଖନ୍ତୁ କୁମ୍ଭ ମେଳା ହୋଇଥାଏ । ପ୍ରତ୍ୟେକ ଦିନ ଗଙ୍ଗା କୂଳରେ କୁମ୍ଭ ମେଳାରେ ୟୁରୋପର ଗୋଟିଏ ଛୋଟିଆ ଦେଶ ଏକାଠି ହୋଇ ଥାଏ । କିନ୍ତୁ ସେମାନେ ହିଁ ସବୁକିଛି ସମ୍ଭାଳି ନିଅନ୍ତି, ନିଜର ଜିନିଷ ସବୁ କରି ଚାଲନ୍ତି ଆଉ ଶତାବ୍ଦୀ ଶତାବ୍ଦୀ ଧରି ଏହା ଚାଲି ଆସୁଛି ।

ସମାଜର ଶକ୍ତିକୁ ଯଦି ଆମେ ସ୍ୱୀକାର କରି ଚାଲିବା, ଜନ-ଭାଗିଦାରୀକୁ ସ୍ୱୀକାର କରି ଚାଲିବା, ସରକାରଙ୍କୁ କମ୍ କରି ଚାଲିବା, ସମାଜକୁ ବଢ଼ାଇ ଚାଲିବା; ତ ଏହି ଆନ୍ଦୋଳନ କୌଣସି ମଧ୍ୟ ପ୍ରଶ୍ନ ଚିହ୍ନ ପରେ, ଏହା ବାଦ ମଧ୍ୟ ସଫଳ ହୋଇ ହିଁ ଚାଲିବ ଏହା ହେଉଛି ମୋର ବିଶ୍ୱାସ । ଆଉ ଆଜି ମୁଁ ଖୁସି, କିଛି ଲୋକ ଅଛନ୍ତି ଯେଉଁମାନେ ଆଜି ମଧ୍ୟ ଏହାକୁ ଥଟ୍ଟା କରୁଛନ୍ତି, ଆଲୋଚନା କରୁଛନ୍ତି, ସେମାନେ କେବେ ସ୍ୱଚ୍ଛତା ଅଭିଯାନରେ ହିଁ ଯାଇ ନାହାଁନ୍ତ । ସେମାନଙ୍କର ଇଚ୍ଛା, ତାଙ୍କର ହୁଏତ କିଛି ଅସୁବିଧା ଥିବ । ଆଉ ମୋର ବିଶ୍ୱାସ ରହିଛି, ଆପଣ ଦେଖନ୍ତୁ 5 ବର୍ଷ ଆସୁ-ଆସୁ ଦେଶର ଗଣମାଧ୍ୟମ ଏହି ଖବର ଛାପିବ ନାହିଁ କି ସ୍ୱଚ୍ଛତାରେ କିଏ କାମ କରୁଛନ୍ତି, କିଏ ଭାଗ ନେଉଛନ୍ତି । ଖବରରେ ତାଙ୍କ ଛବି ଛାପିବ କି କେଉଁମାନେ ଏହାଠାରୁ ଦୂରକୁ ପଳାଉଥିଲେ, ଏହା ବିରୁଦ୍ଧରେ କେଉଁମାନେ ଥିଲେ? ତାଙ୍କ ଛବି ଛାପିବ । କାରଣ ଯେତେବେଳେ ଦେଶ ସ୍ୱୀକାର କରି ନିଏ ତ ଆପଣ ଚାହାଁନ୍ତୁ ବା ନ ଚାହାଁନ୍ତୁ, ଆପଣଙ୍କୁ ତାହା ସହିତ ଯୋଡ଼ି ହେବା ପାଇଁ ପଡ଼ିଥାଏ ।

ଆଜି ସ୍ୱଚ୍ଛତା ଅଭିଯାନ, ଏହା ନା ପୂଜ୍ୟ ବାପୁଙ୍କର ହୋଇ ରହିଛି, ନା ଇଏ ଭାରତ ସରକାରଙ୍କର ହୋଇ ରହିଛି, ନା ଇଏ ରାଜ୍ୟ ସରକାରଙ୍କର କାର୍ଯ୍ୟକ୍ରମ ହୋଇ ରହିଛି, ନା ଇଏ ପୌର ସଂସ୍ଥାର ହୋଇ ରହିଛି । ଆଜି ସ୍ୱଚ୍ଛତା ଅଭିଯାନ, ଦେଶର ସାଧାରଣ ନାଗରିକର ନିଜର ସ୍ୱପ୍ନ ହୋଇଯାଇଛି । ଆଉ ଏ ପର୍ଯ୍ୟନ୍ତ ଯେଉଁ ସିଦ୍ଧି ମିଳିଛି, ସେହି ସିଦ୍ଧି ହେଉଛି ସରକାରଙ୍କର, ଏଭଳି ସାମାନ୍ୟତମ ଦାବି ମୋର ନୁହେଁ । ନା ଏହା ହେଉଛି ଭାରତ ସରକାରଙ୍କ ସିଦ୍ଧି, ନା ଏହା ରାଜ୍ୟ ସରକାରଙ୍କ ସିଦ୍ଧି, ଯଦି ଏହା ସିଦ୍ଧି ହୁଏ ତ ତାହା ହେଉଛି ସ୍ୱେଚ୍ଛାଗ୍ରହୀ ଦେଶବାସୀଙ୍କର ସିଦ୍ଧି ଓ ସଫଳତା ।

ଆମକୁ ସ୍ୱରାଜ୍ୟ ମିଳିଛି, ସ୍ୱରାଜ୍ୟର ଅସ୍ତ୍ର ଥିଲା ସତ୍ୟାଗ୍ରହ । ଶ୍ରେଷ୍ଠ ଭାରତର ଅସ୍ତ୍ର ହେଉଛି ସ୍ୱଚ୍ଛତା, ସ୍ୱେଚ୍ଛାଗ୍ରହୀ । ଯଦି ସ୍ୱରାଜ୍ୟର କେନ୍ଦ୍ରରେ ସତ୍ୟାଗ୍ରହୀ ଥିଲେ ତ ଶ୍ରେଷ୍ଠ ଭାରତର କେନ୍ଦ୍ରରେ ସ୍ୱେଚ୍ଛାଗ୍ରହୀ ଅଛନ୍ତି । ଆଉ ଆମେ ମଧ୍ୟ ଜାଣୁ ଦୁନିଆର ଯେ କୌଣସି ଦେଶକୁ ଯାଉଛୁ, ସେଠାକାର ପରିସ୍କାର ପରିଚ୍ଛନ୍ନତା ଦେଖୁଛୁ, ତ ଆସି ଚର୍ଚ୍ଚା କରୁଛୁ, ଆରେ ସାଙ୍ଗ କେତେ ସଫା-ସୁତୁରାରେ ଭାଇ ମୁଁ ତ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲି । ଏଭଳି ଲୋକ ମୋତେ କୁହନ୍ତି ମୁଁ ପଚାରେ, ସେଠାରେ ସଫା ସୁତୁରା ଦେଖିଲେ ଆପଣଙ୍କୁ ଆନନ୍ଦ ଲାଗିଲା, କିନ୍ତୁ କାହାକୁ ଅଳିଆ ଆବର୍ଜନା ଫୋପାଡ଼ୁଥିବାର ଦେଖିଲେ କି? କହିଲେ ତାହା ଦେଖିନାହିଁ । ମୁଁ କହିଲି ତାହା ହେଉଛି ଆମର ସମସ୍ୟା ।



ଆଉ ଏଥିପାଇଁ ଖୋଲାଖୋଲି ଭାବରେ ଚର୍ଚ୍ଚା, ଆମେ ଡରୁଥିଲେ, ଜଣା ନାହିଁ କାହିଁକି ଚର୍ଚ୍ଚା କରୁ ନ ଥିଲେ । ରାଜନେତା ଏଥିପାଇଁ ଚର୍ଚ୍ଚା କରୁ ନଥିଲେ, ସରକାରମାନେ ଏଥିପାଇଁ ଚର୍ଚ୍ଚା କରୁ ନଥିଲେ, ସେମାନଙ୍କୁ ଡର ଲାଗୁଥିଲା କି ଏହା କାଳେ ଆମ ମୁଣ୍ଡ ଉପରେ ପଡ଼ି ନ ଯିବ । ଆରେ ଭାଇ, ପଡ଼ିବ ତ ପଡ଼ିବ, କ’ଣ ହେଉଛି ଆଜ୍ଞା? ଆମେ ହେଉଛେ ଉତ୍ତରଦାୟୀ, ଆମର ଦାୟିତ୍ୱବୋଧ ରହିଛି ।

ଆଉ ଆଜି ସ୍ୱଚ୍ଛତା କାରଣରୁ ପରିସ୍ଥିତି କ’ଣ ହୋଇଛି । ଏହି ଯେଉଁ ସ୍ୱଚ୍ଛତା ପାଇଁ ତାଲିକା (Ranking) ହେଉଅଛି ଆଉ ସବୁଠାରୁ ସ୍ୱଚ୍ଛ ସହର କେଉଁଟି, ଦ୍ୱିତୀୟ କେଉଁଟି, ତୃତୀୟ କିଏ ହେଲା; ଆଉ ଯେବେ ତାହାର ନମ୍ବର ସାମ୍ନାକୁ ଆସୁଛି ତ ସେହି ପ୍ରତ୍ୟେକ ସହରରେ ଚର୍ଚ୍ଚା ହେଉଛି । ଚାପ ସୃଷ୍ଟି ହେଉଛି ତଳୁ ରାଜନେତାଙ୍କ ଉପରେ ମଧ୍ୟ, ସରକାରଙ୍କ ଉପରେ ମଧ୍ୟ କି ଦେଖ ସେହି ସହରକୁ ତ ସ୍ୱଚ୍ଛତାର ନମ୍ବର ଲାଗିଗଲା, ତୁମେ କ’ଣ କରୁଅଛ? ପୁଣି ନାଗରିକ ସମାଜ ମଧ୍ୟ ମଇଦାନକୁ ଚାଲିଆସେ କି ଭାଇ ଇଏ ତ ଆମଠାରୁ ପଛରେ ଥିଲା, ଆଗକୁ ଚାଲିଗଲା; ଚାଲ ଆମେ ମଧ୍ୟ କିଛି କରିବା । ଗୋଟିଏ ସକରାତ୍ମକ ପ୍ରତିଯୋଗିତା, ଏକ ପରିବେଶ ସୃଷ୍ଟି ହୋଇଛି । ଆଉ ତାହାର ମଧ୍ୟ ଗୋଟିଏ ଭଲ ପରିଣାମ ଏହି ସମସ୍ତ ବ୍ୟବସ୍ଥା ମଧ୍ୟରେ ଦୃଷ୍ଟିକୁ ଆସିଛି ।

ଏହି କଥାଟି ଠିକ୍ ଯେ ଶୌଚାଳୟ ତିଆରି କରୁଛନ୍ତି କିନ୍ତୁ ବ୍ୟବହାର କରୁ ନାହାଁନ୍ତି । କିନ୍ତୁ ଯେବେ ଏହି ଖବର ସବୁ ଆସେ ତାହା ଖରାପ ନୁହେଁ । ଏହା ମାଧ୍ୟମରେ ଆମକୁ ଜାଗ୍ରତ କରନ୍ତି ଏହା ଦ୍ୱାରା ମନଦୁଃଖ କରିବା ଉଚିତ ନୁହେଁ । ହଁ, ସେଥିରେ ଯଦି ଏହା ଆସିବ ତ ଭଲ ହେବ କି ଭାଇ ଏହା ହେଉଛି ସମାଜର ଦାୟିତ୍ୱ, ପରିବାରର ଦାୟିତ୍ୱ, ବ୍ୟକ୍ତିର ଦାୟିତ୍ୱ କି ସେ ଏହି ଶୌଚାଳୟକୁ ନେଇ ଆଗ୍ରହୀ ହୁଅନ୍ତୁ ।

ମୁଁ ବାରମ୍ବାର ଅଛି, ମୁଁ ତ ଆଗେ ସାମାଜିକ ସଂଗଠନରେ କାମ କରୁଥିଲି, ରାଜନୀତିକୁ ବହୁତ ଡେରିରେ ଆସିଲି । ମୁଁ ଗୁଜରାଟରେ କାମ କରୁଥିଲି, ସେଠାରେ ମୋର୍ଭିରେ ମାଚୁ Dam ର ବନ୍ଧ ଭାଙ୍ଗି ଯାଇଥିଲା, ହଜାର ହଜାର ଲୋକ ମରି ଯାଇଥିଲେ, ସଂପୂର୍ଣ୍ଣ ସହର ପାଣିରେ ବୁଡ଼ି ଯାଇଥିଲା, ତ ପରେ ସେଠାରେ ସଫେଇ ସେବା କାମ ପାଇଁ ଦରକାର ହେଉଥିବା କାମ କରୁଥିଲି । ସଫେଇ-ସ୍ୱଚ୍ଛତା, ଏହି ସବୁ କାମ ଚାଲୁ ରହିଥିଲା, ପାଖାପାଖି ମାସେ ଯାଏଁ କାମ ଚାଲୁ ରହିଥିଲା । ପରେ ଆମେ ମାନେ କିଛି ନାଗରିକ ସମାଜ, ଏନଜିଓ ମାଧ୍ୟମରେ ସ୍ଥିର କଲୁ ଯେଉଁମାନଙ୍କ ଘର-ବାରି ନଷ୍ଟ ହୋଇ ଯାଇଛି, କିଛି ଘର ତିଆରି କରିବୁ, ତ ଆମେ ଗୋଟିଏ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲୁ । ଲୋକମାନଙ୍କ ଠାରୁ ଧନ  ସଂଗ୍ରହ କଲୁ ଆଉ ଗାଁର ପୁନଃନିର୍ମାଣ କରିବାକୁ ଥିଲା, ଛୋଟିଆ ଗାଁ ଥିଲା, 350 ରୁ 400 ପାଖାପାଖି ଘର ହେବ । ତ ନକ୍ସା ତିଆରି କରୁଥିଲୁ, ମୋର ବଡ଼ ଇଚ୍ଛା ଥିଲା ଶୌଚାଳୟ ରହିବା ଦରକାର । ଗାଁ ବାଲା କହୁଥିଲେ ନାଇଁ ଆଜ୍ଞା ଶୌଚାଳୟର ଆବଶ୍ୟକତା ନାହିଁ, ଆମର ଏଠି ତ ଖୋଲାରେ ବହୁତ ପଡ଼ିଆ ଅଛି, ଶୌଚାଳୟ କରନ୍ତୁ ନାହିଁ ଟିକେ ବଖରା ବଡ଼ କରି ଦିଅନ୍ତୁ । ମୁଁ କହିଲି ସେହି ବୁଝାମଣା କରିବି ନାହିଁ । ଆମ ପାଖରେ ଯେତିକି ପଇସା ଅଛି ସେତିକିରେ ବଖରା ତିଆରି କରି ଦେବୁ କିନ୍ତୁ ଶୌଚାଳୟ ହେବ । ସେ ଯାହା ହେଉ, ତାଙ୍କୁ ତ ମାଗଣାରେ ମିଳିବାକୁ ଥିଲା ତେଣୁ କରି ସେମାନେ ଅଧିକ ଗଣ୍ଡଗୋଳ କଲେ ନାହିଁ, ତିଆରି ହୋଇଗଲା ।

ପାଖାପାଖି 10-12 ବର୍ଷ ପରେ ମୁଁ ସେଠାକୁ ଗଲି ତ ମୋତେ ଲାଗିଲା ଚାଲ ବନ୍ଧୁ ପୁରୁଣା ଲୋକଙ୍କ ସହିତ ଦେଖା କରି ଆସିବି କି ମୁଁ କେତେ ମାସ ଯାଏଁ ସେଠାରେ ରହି କାମ କରିଥିଲି, ତ ଦେଖା କରିବାକୁ ଚାଲିଗଲି । ଆଉ ଯାଇ କରି ମୁଁ ମୋ ମୁଣ୍ଡରେ ହାତ ଦେଇ ଦେଲି । ଯେତିକି ଶୌଚାଳୟ ତିଆରି ହୋଇଥିଲା, ସବୁଠାରେ ଛେଳି ବନ୍ଧା ହୋଇଥିଲେ । ଏବେ ଏହା ହେଉଛି ସମାଜର ସ୍ୱଭାବ, ନା ତିଆରି କଲାବାଲାଙ୍କର ଦୋଷ, ନା ସରକାରଙ୍କ ଦୋଷ କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ । ସମାଜର ହେଉଛି ଏହା ଏକ ସ୍ୱଭାବ । ଏହି ମର୍ଯ୍ୟାଦାଗୁଡ଼ିକୁ ବୁଝି ମଧ୍ୟ ଆମକୁ ପରିବର୍ତ୍ତନ ଆଣିବାର ଅଛି ।

କେହି ମୋତେ କୁହନ୍ତୁ କ’ଣ ହିନ୍ଦୁସ୍ଥାନରେ ଏବେ ଆବଶ୍ୟକତା ଅନୁସାରେ ବିଦ୍ୟାଳୟ ତିଆରି ହୋଇଛି କି ହୋଇନାହିଁ? ଆବଶ୍ୟକତା ଅନୁସାରେ ଶିକ୍ଷକ ନିଯୁକ୍ତ ହୋଇଛନ୍ତି କି ହୋଇ ନାହାଁନ୍ତି? ଆବଶ୍ୟକତା ଅନୁସାରେ ବିଦ୍ୟାଳୟରେ ସୁବିଧାଗୁଡିକ - ବିଦ୍ୟାଳୟ ଭିତରେ ବହି, ଅନ୍ୟାନ୍ୟ ସବୁ ଅଛି ନା ନାହିଁ? ବହୁତ ମାତ୍ରାରେ ରହିଛି । ତା’ ତୁଳନାରେ ଶିକ୍ଷାର ସ୍ଥିତି ପଛରେ ରହିଛି । ଏବେ ସରକାର ଏହି ଚେଷ୍ଟା କରିବା ପରେ ମଧ୍ୟ, ଧନ ଖର୍ଚ୍ଚ କରିବା ପରେ ମଧ୍ୟ, ଘର ତିଆରି କରିବା ପରେ ମଧ୍ୟ, ଶିକ୍ଷକ ରଖିବା ପରେ ମଧ୍ୟ, ସମାଜର ଯଦି ସହଯୋଗ ମିଳିବ ତା’ହେଲେ ଶିକ୍ଷା ଶତ-ପ୍ରତିଶତ ହେବା ପାଇଁ ଡେରି ଲାଗିବ ନାହିଁ । ଏହି ଭିତ୍ତିଭୂମି, ଏତିକି ହିଁ ଶିକ୍ଷକ ଶତ-ପ୍ରତିଶତ ଆଡ଼କୁ ଯାଇ ପାରିବେ । ସମାଜର ଭାଗିଦାରୀ ବିନା ଏହା ସମ୍ଭବ ନୁହେଁ ।

ସରକାର ଭାବନ୍ତୁ କି ଆମେ କୋଠାଘର ତିଆରି କରିଦେବୁ, ଶିକ୍ଷକଙ୍କୁ ଦରମା ଦେଇ ଦେବୁ ତ କାମ ହୋଇଯିବ । ଆମକୁ ସନ୍ତୋଷ ହେବ କି, ହଁ ଆଗରୁ ଏତିକି ଥିଲା ଆମେ ଏତିକି କରି ଦେଲୁ । କିନ୍ତୁ ଜନ-ଭାଗିଦାରୀ ହେବ, ଗୋଟିଏ-ଗୋଟିଏ ବିଦ୍ୟାଳୟରେ ଏବେ ପିଲା ନାଁ ଲେଖାଉଛନ୍ତି ପୁଣି ଆସିବା ବନ୍ଦ କରି ଦେଉଛନ୍ତି । ଆଉ ମାଆ ବାପା ତାକୁ ପଚାରୁ ନାହାଁନ୍ତି । ଏହି ଶୌଚାଳୟର ବିଷୟ ମଧ୍ୟ ସେହିଭଳି ଆଜ୍ଞା । ଏବେ ସେଥିପାଇଁ ସ୍ୱଚ୍ଛତା ଗୋଟିଏ ଦାୟିତ୍ୱ ଭାବରେ, ଗୋଟିଏ ଦାୟିତ୍ୱ ରୂପରେ, ଯେମିତି ଆମେ ଗୋଟିଏ ପରିବେଶ ସୃଷ୍ଟି କରି ପାରିବା ତ ପ୍ରତ୍ୟେକଙ୍କୁ ଲାଗିବ କି ହଁ ଭାଇ ଟିକେ 50 ଥର ଭାବ ।

 

ଆଉ ଆପଣ ଦେଖନ୍ତୁ ଆମର ଯେଉଁ ଶିଶୁ ଅଛନ୍ତି, ଛୋଟ ପିଲା ଯେଉଁ ଘରେ ଅଛନ୍ତି, ପୁଅ ଅଛନ୍ତି, ନାତି ନାତୁଣୀ ଅଛନ୍ତି, ସେମାନେ ହେଉଛନ୍ତି ଗୋଟିଏ ପ୍ରକାରରେ ମୋର ସ୍ୱଚ୍ଛତାର ସବୁଠାରୁ ବଡ଼ ରାଜଦୂତ (Ambassador) । ଏହି ପିଲାମାନେ ଘରେ ଜେଜେ ମଧ୍ୟ କେଉଁଠି କିଛି ଫୋପାଡ଼ି ଦିଅନ୍ତି, ଜେଜେ ଉଠେଇ ଦିଅନ୍ତୁ, ଜେଜେ ଏଠାରେ ଏହା ପକାନ୍ତୁ ନାହିଁ, ଏହାକୁ ପ୍ରତିଟି ଘରର ପରିବେଶ କରାନ୍ତୁ । ଯଦି ଯେଉଁ କଥାଟି ପିଲାଙ୍କ ଦ୍ୱାରା ଆଦୃତ ହୋଇ ଯାଇଛି, ଆମେ କାହିଁକି ଗ୍ରହଣ କରି ପାରୁ ନାହୁଁ ?

କେବଳ ହାତ ଧୋଇବା-ହାତ ନ ଧୋଇବା, କେତେ ପିଲାଙ୍କର ଖାଇବା ପୂର୍ବରୁ ସାବୁନରେ ହାତ ନ ଧୋଇ କାରଣରୁ କେତେ ବାଳକଙ୍କର ମୃତ୍ୟୁ ହେଉଅଛି । କିନ୍ତୁ ଏହି ବିଷୟ ଯେମିତି ଆପଣ କହିବେ, ଲୋକ ସାବୁନ କେଉଁଠୁ ଆଣିବେ, ଲୋକ ପାଣି କେଉଁଠୁ ଆଣିବେ? ମୋଦୀଙ୍କୁ ତ ଭାଷଣ ଦେବାର ଅଛି । ଲୋକେ ହାତ କେଉଁଠାରେ ଧୋଇବେ? ଆରେ ଭାଇ ଧୋଇ ନ ପାରିବ ତ ନାହିଁ କିନ୍ତୁ ଯିଏ ଧୋଇ ପାରିବେ ତାଙ୍କୁ ତ ଧୋଇବାକୁ ଦିଅନ୍ତୁ । ମୋଦୀଙ୍କୁ ଗାଳି ଦେବା ପାଇଁ ଏବେ ହଜାରେ ବିଷୟ ଅଛି । ଆପଣଙ୍କୁ ପ୍ରତି ଦିନ କିଛି ନା କିଛି ଦେଉଛି, ଆପଣ ତା’ର ଉପଯୋଗ କରନ୍ତୁ ବନ୍ଧୁ । କିନ୍ତୁ ସମାଜରେ ଯେଉଁ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି, ତାହାକୁ ଏଭଳି ଆମେ ମଜାଳିଆ ବିଷୟ କିମ୍ବା ରାଜନୀତିର କାଠଗଡ଼ାରେ ଠିଆ କରିବା ନାହିଁ । ଆମେ ଏକ ସାମୁହିକ ଦାୟିତ୍ୱ ଆଡ଼କୁ ଚାଲିବା, ଆପଣ ଦେଖିବେ ପରିବର୍ତ୍ତନ ଦେଖାଯିବ ।

ଆପଣ ଦେଖନ୍ତୁ ଏହି ପିଲାମାନେ ଯେଉଁ କାମ କଲେ । ମୁଁ ପ୍ରତିଦିନ ଏହି ପିଲାମାନଙ୍କର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ୍ କରୁଥିଲି, ବଡ଼ ଗୌରବର ସହିତ ପୋଷ୍ଟ୍ କରୁଥିଲି । ମୁଁ ସେହି ପିଲାମାନଙ୍କୁ ଜାଣି ମଧ୍ୟ ନଥିଲି । କିନ୍ତୁ ମୁଁ ଚିତ୍ର ଦେଖିଲି, ପିଲାମାନେ ସ୍ୱଚ୍ଛତା ପାଇଁ ଉତ୍ସାହ ଦେଖାଇଲେ, ମୁଁ ତାକୁ ପୋଷ୍ଟ୍ କରୁଥିଲି ଆଉ କୋଟି କୋଟି ଲୋକଙ୍କ ପାଖରେ ତାହା ପହଁଚୁଥିଲା, ଚାଲ ଭାଇ । ଏହା କାହିଁକି କରୁଛନ୍ତି, ଏହି ପ୍ରବନ୍ଧ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା ଦ୍ୱାରା ସ୍ୱଚ୍ଛତା ହୋଇଥାଏ? ସଙ୍ଗେ ସଙ୍ଗେ ଏହା ଲାଗିବ କି ହୋଇ ନଥାଏ, ଚିତ୍ରାଙ୍କନ ପ୍ରତିଯୋଗିତା ଦ୍ୱାରା ସ୍ୱଚ୍ଛତା ହୋଇଥାଏ, ନାହିଁ ।

ସ୍ୱଚ୍ଛତା ପାଇଁ ମଧ୍ୟ ବିଚାରଗତ ଆନ୍ଦୋଳନ ହେଉଛି ଜରୁରୀ । ବ୍ୟବସ୍ଥାଗୁଡ଼ିକର ବିକାଶ ଦ୍ୱାରା ହିଁ ପରିବର୍ତ୍ତନ ଆସି ନ ଥାଏ ଯେ ପର୍ଯ୍ୟନ୍ତ କି ବିଚାରଗତ ଆନ୍ଦୋଳନ  ସୃଷ୍ଟି ହୋଇ ନଥାଏ । ଏହି ଯେଉଁ ପ୍ରୟାସ, ଚଳଚ୍ଚିତ୍ର ତିଆରି କରନ୍ତୁ, ସୃଜନଶୀଳତା ଆଣନ୍ତୁ, ପ୍ରବନ୍ଧ ଲେଖନ୍ତୁ; ଏ ସମସ୍ତ ଜିନିଷ ଏହାକୁ ଏକ ବିଚାରଗତ ଅଧିଷ୍ଠାନ ଦେବାର ହେଉଛି ଏକ ପ୍ରୟାସ । ଆଉ ଯେତେବେଳେ କୌଣସି କଥା ଆମ ହୃଦୟରେ ବିଚାର ରୂପରେ ପଶି ଯାଏ, ତତ୍ତ୍ଵ ରୂପରେ ସ୍ଥାନ ପାଇଯାଏ, ପୁଣି ତାକୁ କରିବା ବଡ଼ ସରଳ ହୋଇ ଯାଏ । ତ ଏ ଯେଉଁ ଅନ୍ୟ କାର୍ଯ୍ୟକଳାପ ସହିତ ଯୋଡ଼ା ଯାଏ, ତା’ ପଛରେ ମଧ୍ୟ ଏହି ଉଦ୍ଦେଶ୍ୟ ରହିଛି । ଆଉ ମୁଁ ଚାହିଁବି, ଏବେ ଆପଣ ଦେଖନ୍ତୁ, ଗୋଟିଏ ସମୟ ଏଭଳି ଥିଲା ଆଉ ମୋତେ ସେତେବେଳେ ଏହା ବହୁତ କଷ୍ଟ ହେଉଥିଲା; ଦୋଷ ଏଭଳି କରିବାବାଲାଙ୍କର ଟିକେ ବି ନୁହେଁ, ଆଉ ସେଥିପାଇଁ ମୁଁ ସେମାନଙ୍କର ଦୋଷ ଦେଉନାହିଁ । କିନ୍ତୁ ହେଉଛି ବ୍ୟବସାୟିକ ଦୁନିଆ, ଯେଉଁଥିରୁ ରୋଜଗାର ହୋଇଥାଏ ତାହାକୁ ଟିକେ ଆଗକୁ ବଢ଼ାଇବା ପ୍ରତ୍ୟେକଙ୍କର ସଉକ ରହିଥାଏ, ପ୍ରତ୍ୟେକଙ୍କୁ ରୋଜଗାର ପାଇଁ ଆଗ୍ରହ ରହିବ ହିଁ ରହିବ ।

ଆଜକୁ ଚାରି-ପାଂଚ ବର୍ଷ ପୂର୍ବେ ଆପଣ ଯଦି କୌଣସି ଟିଭିରେ ଏଭଳି କାର୍ଯ୍ୟକ୍ରମ ଦେଖିଥିବେ ଯେଉଁଥିରେ କୌଣସି ବିଦ୍ୟାଳୟର ପିଲାମାନେ ଯଦି ସଫେଇ କରିବାର ଜଣା ପଡ଼ିଲା ତ ବଡ଼ କାହାଣୀ ହେଉଥିଲା, ଶିକ୍ଷକଙ୍କ ଉପରେ ଆକ୍ରମଣ ହେଉଥିଲା କି ପିଲାଙ୍କ ଦ୍ୱାରା ବିଦ୍ୟାଳୟରେ ସଫେଇ କରାଉଛ? ଆଉ ପୁଣି ତ ଅଭିଭାବକମାନଙ୍କୁ ମଧ୍ୟ ମଜା ଆସୁଥିଲା ମଉକା ମିଳିଛି, ସେ ମଧ୍ୟ ପହଂଚି ଯାଉଥିଲେ । କ’ଣ ମୋ ପିଲାମାନଙ୍କୁ ପଢ଼ାଇବ ନା ପରିଷ୍କାର ପରିଚ୍ଛନ୍ନ କରାଇବ? ଆଜି ଏତେ ପରିବର୍ତ୍ତନ ଆସିଛି କି କୌଣସି ବିଦ୍ୟାଳୟର ପିଲାମାନେ ଯଦି ପରିଷ୍କାର ପରିଚ୍ଛନ୍ନ କାର୍ଯ୍ୟ କରୁଛନ୍ତି ତ ଟିଭିର ମୁଖ୍ୟ ଖବର ହୋଇ ଯାଉଛି ଆଜ୍ଞା । ଏହା ଛୋଟିଆ କଥା ନୁହେଁ ଆଜ୍ଞା ।

ଆଉ ମୁଁ ମାନୁଛି ଏହି ସମଗ୍ର ଆନ୍ଦୋଳନକୁ ଏହି ଦେଶର ଗଣ ମାଧ୍ୟମ ନିଜର କାନ୍ଧ ଉପରେ ଉଠାଇ ନଥା’ନ୍ତେ; ତିନି ବର୍ଷ ହୋଇଗଲା ଦେଶର ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ,ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛତା ସହିତ ନିଜକୁ ନିଜେ ଯୋଡ଼ି ଦେଇଛନ୍ତି, କେବେ କେବେ ଆମଠାରୁ ଦୁଇ ପାଦ ଆଗରେ ଚାଲୁଛନ୍ତି ।

ମୁଁ ଦେଖିଛି ଏହି ପିଲାମାନଙ୍କର, ପିଲାମାନଙ୍କ ପାଇଁ ଫିଲ୍ମ ଦେଖାଉଥିବା କିଛି ଟିଭି ଚାନେଲ କ୍ରମାଗତ ଭାବେ ନିଶ୍ଚିତ ସମୟ ଦେଲେ । ଏହା ହେଉଛି ସବୁ ଲୋକ କିପରି ଯୋଡ଼ି ହୋଇଥିଲେ, ଯେତେ ଅଧିକ ଲୋକ ଯୋଡ଼ି ହେବେ, ଆପଣ ଦେଖନ୍ତୁ ଦୁନିଆ ଭିତରେ ଯଦି ଆମକୁ ଏବେ ସୁଯୋଗ ଅଛି ଦେଶକୁ ଆଗକୁ ବଢ଼ାଇବା ପାଇଁ ଆଜ୍ଞା, 2022 ପର୍ଯ୍ୟନ୍ତ ଆମକୁ ଦେଶକୁ ଏମିତି ସ୍ଥାନ ପର୍ଯ୍ୟନ୍ତ ପହଂଚାଇବାର ଅଛି, ଏଭଳି ଚୁପ ବସିବାର ନାହିଁ ଆଜ୍ଞା । ଯଦି ଏହା କରିବାର ଅଛି ତ ଏହା ଏକ ବଡ଼ କଥା ଆଜ୍ଞା । କୌଣସି ମଧ୍ୟ ବ୍ୟକ୍ତି, ଯଦି ଆମ ଘରେ ଅଳିଆ ପଡ଼ିଛି ଆଉ ବନ୍ଧୁ ଆସିଗଲେ । ବାହାଘର ପାଇଁ ମଧ୍ୟ ଆସିଛନ୍ତି କିନ୍ତୁ ଟିକେ ଏଠି ସେଠି ପଡ଼ିଥିବ ତ ଭାବିବେ ସାଙ୍ଗ ସବୁ ତ ଠିକ୍ ଅଛି, ପୁଅ ବହୁତ ପଢ଼ାଲେଖା କିନ୍ତୁ ଘରର ଅବସ୍ଥା ଏହିଭଳି, ଏଠାରେ ଆମେ ଝିଅ ଦେଇ କ’ଣ କରିବା, ଫେରି ଚାଲିଯିବ । ଯଦି କେହି ବାହାରୁ ଆସିବେ ତ ହିନ୍ଦୁସ୍ଥାନକୁ ଦେଖିବେ, ଆଗ୍ରା-ତାଜମହଲ ଏତେ ବଢ଼ିଆ, ଆଉ ଯାଇକରି ଆଖ-ପାଖରେ କିଏ ଦେଖିବ ତ ବ୍ୟସ୍ତ ହୋଇଯିବ ତ କେମିତି ହେବ ଆଜ୍ଞା?

କିଏ ହେଉଛି ଦୋଷୀ ଏହା ମୋର ପ୍ରସଙ୍ଗ ନୁହେଁ । ଆମେ ସମସ୍ତେ ମିଳିମିଶି କରିବା ତ ଏହା ହୋଇ ପାରିବ; ଏହା ବିଗତ ତିନି ବର୍ଷରେ ମୋ ଦେଶବାସୀମାନେ ଦେଖାଇ ଦେଇଛନ୍ତି ଆଜ୍ଞା, ନାଗରିକ ସମାଜ ଦେଖାଇ ଦେଇଛନ୍ତି, ଗଣମାଧ୍ୟମ ଦେଖାଇ ଦେଇଛନ୍ତି । ଆଉ ଯଦି ଏତିକି ସହଯୋଗ-ସମର୍ଥନ ରହିଥିବ ଆଉ ପୁଣି ମଧ୍ୟ ଆମେ ଜିନିଷଗୁଡ଼ିକରେ ଗତି ଆଣି ପାରିବା ନାହିଁ, ପୁଣି ତ ଆମ ସମସ୍ତଙ୍କୁ ନିଜକୁ ନିଜେ ଉତ୍ତର ଦେବାକୁ ପଡ଼ିବ ।

ମୁଁ ଚାହୁଁଛି ଏହି କଥାଗୁଡ଼ିକ ଉପରେ ଆମେ ଗରୁତ୍ୱ ଦେବା, ଏହାକୁ ଆଗକୁ ବଢ଼ାଇବା । ସଂଖ୍ୟାରେ ତ ଆପଣଙ୍କୁ କହିଲି, କେଉଁଠାରୁ କେଉଁଠାରେ ପହଂଚିଛେ, କିନ୍ତୁ ଏବେ ମଧ୍ୟ, ତିଆରି ହେବା ପରେ ମଧ୍ୟ ଏହା ହେଉଛି ଏକ ଲଗାତାର କରିବାର କାମ, ତେବେ ଯାଇ କରି ହୋଇଥାଏ ।

ଗାଁ ମାନଙ୍କରେ ମନ୍ଦିର ଥାଏ କିନ୍ତୁ ସବୁ ଲୋକ କ’ଣ ମନ୍ଦିର ଯାଆନ୍ତି ଆଜ୍ଞା । ମନୁଷ୍ୟର ହେଉଛି ସ୍ୱଭାବ, ଯାଆନ୍ତି ନାହିଁ । ମନ୍ଦିର ଥିବା ପରେ ମଧ୍ୟ ଯାଆନ୍ତି ନାହିଁ । ମସଜିଦ ଅଛି ତା’ହେଲେ ମଧ୍ୟ ଯାଆନ୍ତି ନାହିଁ, ଗୁରୁଦ୍ୱାରା ଥିବ ତେବେ ମଧ୍ୟ ଯିବେ ନାହିଁ, ଗୋଟିଏ ଅଧେ ଉତ୍ସବରେ ଚାଲିଯିବେ । ତ ଏହା ହେଉଛି ସମାଜର ସ୍ୱଭାବ, ଦୁନିଆ ଚାଲିଥାଏ ସେମାନେ ନିଜ ଦୁନିଆରେ ଚାଲିଥା’ନ୍ତି । ଆମକୁ ତାହାଙ୍କୁ ଯୋଡ଼ିବାକୁ ପଡ଼ିଥାଏ, ଚେଷ୍ଟା କରିବାକୁ ପଡ଼ିଥାଏ । ଯେତେବେଳେ ଚେଷ୍ଟା କରିଥାଉ ତ ଗାଡ଼ି ଠିକ୍ ଠାକ୍ ଚାଲିଥାଏ ।

ପରିସଂଖ୍ୟାନ ହିସାବରେ ତ ଲାଗୁଛି କି ଗତି ମଧ୍ୟ ଠିକ୍ ଅଛି, ଦିଗ ମଧ୍ୟ ଠିକ୍ ଅଛି । ସ୍କୁଲରେ ଶୌଚାଳୟ ତିଆରି କରିବା ଦିଗରେ ଅଭିଯାନ ଆରମ୍ଭ କଲୁ । ଏବେ ଝିଅମାନେ ସ୍କୁଲକୁ ଯାଉଛନ୍ତି ତ’ ଏହି କଥାକୁ ନେଇ ବଡ଼ ସଚେତନ ରହୁଛନ୍ତି । ପଚାରୁଛନ୍ତି, ବ୍ୟବସ୍ଥା ଦେଖୁଛନ୍ତି, ତା ପରେ  ନାମ ଲେଖାଉଛନ୍ତି । ପ୍ରଥମେ ନ ଥିଲା ଆଜ୍ଞା, ଠିକ୍ ଅଛି, ଯାହା ଅଛି ଚଳେଇନେବା । କାହିଁକି, ଚଳେଇନେବା କାହିଁକି? ଆମ ଝିଅମାନେ ଚଳେଇନେବେ କାହିଁକି?

ଆଉ ଏହି ସ୍ୱଚ୍ଛତା ବିଷୟକୁ ଯେ ପର୍ଯ୍ୟନ୍ତ ଆପଣ ସେହି ମହିଳାଙ୍କ ଦୃଷ୍ଟିରେ ନ ଦେଖିବେ, କେବେ ଏହି ସ୍ୱଚ୍ଛତାର ଶକ୍ତି ସମ୍ପର୍କରେ ଅନୁମାନ ଆସିବ ନାହିଁ । ଆପଣ ସେହି ମାଆକୁ ଦେଖନ୍ତୁ ଯିଏ ଘରେ ସମସ୍ତଙ୍କୁ ଅଳିଆ ଆବର୍ଜନା, ଜିନିଷ ଏଠି-ସେଠି ପକାଇବାର ଅଧିକାର ଅଛି । ସେହି ଏକୁଟିଆ ମାଆ, ସମସ୍ତେ ଚାକିରିକୁ, ସ୍କୁଲକୁ ଚାଲି ଯାଆନ୍ତି, ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେ ପରିଷ୍କାର କରିବାରେ ଲାଗିଥାଏ । ଅଣ୍ଟା ଭାଙ୍ଗି ଯାଏ ତେବେ ମଧ୍ୟ କରି ଚାଲିଥାଏ, ସେଇ ମାଆକୁ ପଚାରନ୍ତୁ ଯେବେ ଆମେମାନେ ଯିବା ପୂର୍ବରୁ ନିଜ ନିଜ ଜିନିଷ ଠିକ ଭାବେ ରଖିଥାଉ, ତ ମାଆ ତୁମକୁ କିପରି ଲାଗେ? ମାଆ ନିଶ୍ଚୟ କହିବେ କି ପୁଅ ମୋର ଅଣ୍ଟା ଭାଙ୍ଗି ଯାଉଥିଲା, ଭଲ ହେଲା ଏବେ ତୁମେ ସବୁ ଜିନିଷ ଯେଉଁଠି ରଖିବା ଦରକାର, ସେଠାରେ ରଖୁଛ ତ ମୋ କାମ ଦଶ ମିନିଟରେ ଶେଷ ହୋଇ ଯାଉଛି । ମୋତେ କୁହନ୍ତୁ ପ୍ରତ୍ୟେକ ମଧ୍ୟମ ବର୍ଗର ହୁଅନ୍ତୁ, ନିମ୍ନ ମଧ୍ୟବର୍ଗର ହୁଅନ୍ତୁ, ଗରିବ ମାଆ ହୁଅନ୍ତୁ, ଯାହାଙ୍କୁ ଘର ପରିଷ୍କାର କରିବାରେ ଅଧା ଦିନ ଚାଲି ଯାଉଥାଏ, ଯଦି ପରିବାରର ସବୁ ଲୋକ ନିଜ ଜିନିଷ ନିଜ ଜାଗାରେ ରଖନ୍ତେ, ମାଆଙ୍କୁ ଅଳିଆ ସଫା କରିବାରେ ସାହାଯ୍ୟ କରନ୍ତୁ ବା ନ କରନ୍ତୁ; ଖାଲି ନିଜ ଜିନିଷ ନିଜ ଜାଗାରେ ରଖନ୍ତି ତ ତେବେ ମଧ୍ୟ ସେହି ମାଆକୁ କେତେ ଆଶ୍ୱସ୍ତି ମିଳିଥାଏ, କ’ଣ ଏହି କାମ ଆମେ କରି ପାରି ନଥା’ନ୍ତେ?

ଆଉ ଏଥିପାଇଁ ସ୍ୱଚ୍ଛତାର ଏକ ସମ୍ପୂର୍ଣ୍ଣ ତରାଜୁ ମୋ ମୁଣ୍ଡରେ ଅଛି । ଆପଣ କଳ୍ପନା କରି ପାରିବେ ଆଜ୍ଞା । ପୁରୁଷମାନଙ୍କୁ ମୁଁ ଟିକେ ପଚାରିବାକୁ ଚାହୁଁଛି । ଆପଣମାନଙ୍କୁ କେଉଁଠାରେ ମଧ୍ୟ ଚଉତରା ମିଳି ଯାଏ ତ ଠିଆ ହୋଇ ଯାଆନ୍ତି । କ୍ଷମା କରିବେ ମୋତେ ଏ ପ୍ରକାର କଥା ପାଇଁ । ସେହି ମାଆର, ଝିଅର, ଭଉଣୀଙ୍କର ଅବସ୍ଥା ଦେଖିଥିବେ, ସେ ମଧ୍ୟ କେବେ ବଜାର ଯାଇଥାଆନ୍ତି କିଛି କିଣିବାକୁ ଯାଇଥାଆନ୍ତି, କ’ଣ ତାଙ୍କୁ ମଧ୍ୟ ପ୍ରାକୃତିକ ଆବଶ୍ୟକତା ରହିଥାଏ? କିନ୍ତୁ ସେ କେବେ ମଧ୍ୟ ଖୋଲା ଜାଗାରେ କୌଣସି କ୍ରିୟା କରି ନଥା’ନ୍ତି, ଘରେ ପହଂଚିବା ପର୍ଯ୍ୟନ୍ତ ନିଜ ଶରୀରକୁ ଦବାଇ କରି ରଖିଥାଆନ୍ତି, ସମ୍ଭାଳି ନିଅନ୍ତି । ତାହା ହେଉଛି କେଉଁ ପ୍ରକାରର ସଂସ୍କାର? ଯଦି ସେଇ ମାଆଙ୍କର ନିଜ ଘରେ ନିଜ ଭଉଣୀ ନିଜ ଝିଅଙ୍କ ମଧ୍ୟରେ ସଂସ୍କାର ଅଛି, ମୋଠାରେ କାହିଁକି ନାହିଁ? କାରଣ ପୁରୁଷ ହିସାବରେ ଆମେ ମାନି ଚାଲିବା, ଏସବୁ ପାଇଁ ତ ଆମକୁ ଅନୁମତି ମିଳିଛି? ଯେ ପର୍ଯ୍ୟନ୍ତ ଏହି ପରିବର୍ତ୍ତନ ଆସିବ ନାହିଁ ଆମେ ସ୍ୱଚ୍ଛତାକୁ ଭଲ ଭାବେ ବୁଝି ପାରିବା ନାହିଁ ।

ଆପଣ କଳ୍ପନା କରନ୍ତୁ ଗାଁରେ ରହୁଥିବା ମାଆ-ଭଉଣୀ, ଏପରିକି ସହରରେ ମଧ୍ୟ ବସ୍ତିରେ ରହୁଥିବା ମାଆ-ଭଉଣୀ ସକାଳେ ଶୀଘ୍ର ଉଠି ଯାଆନ୍ତି ଆଉ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାକୃତିକ କାର୍ଯ୍ୟ ପାଇଁ ବାହାରକୁ ଯାଆନ୍ତି, ଜଙ୍ଗଲକୁ ଯାଆନ୍ତି । ଡର ରହିଥାଏ ଏଥିପାଇଁ ପାଞ୍ଚ-ସାତ ଜଣ ବାନ୍ଧବୀଙ୍କୁ ନେଇ ଯାଆନ୍ତି । ଆଉ ଯଦି ଥରେ ସକାଳ ହୋଇଗଲା ପୁଣି ମଧ୍ୟ କେବେ ଆବଶ୍ୟକତା ରହିଲା, ଅନ୍ଧାର ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି; ଶରୀର ଉପରେ କେତେ ଚାପ ପଡିଥାଏ, ଆପଣ କଳ୍ପନା କରନ୍ତୁ ଆଜ୍ଞା । ସେହି ମାଆର ସ୍ୱାସ୍ଥ୍ୟର ଅବସ୍ଥା କ’ଣ ହେଉଥିବ, ତାକୁ ସକାଳ 9-10ଟା ବେଳେ ଶୌଚ ହେବା ପାଇଁ ଇଚ୍ଛା ହେଲା କିନ୍ତୁ ଦିନ ହୋଇ ଯାଇଥାଏ ଏଥିପାଇଁ ଯାଇ ପାରି ନଥାଏ ଆଉ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଅପେକ୍ଷା କରି ଥାଆନ୍ତି, ଟିକେ ଅନ୍ଧାର ହୋଇଯିବ ତେବେ ଯାଇ ଯିବି । ସେହି ମାଆର ଅବସ୍ଥା କ’ଣ ହେଉଥିବ, ମୋତେ କୁହନ୍ତୁ । ଯଦି ଏତିକି ମାତ୍ର ସମ୍ବେଦନା ଥିବ ତ ସ୍ୱଚ୍ଛତା ବିଷୟରେ ଆପଣଙ୍କୁ କୌଣସି ଟିଭି ଚାନେଲ ଦେଖିବାକୁ ପଡ଼ିବ ନାହିଁ, କୌଣସି ଟିଭିବାଲାଙ୍କ ସମ୍ବୋଧନକୁ ବୁଝିବାକୁ ପଡ଼ିବ ନାହିଁ, କୌଣସି ପ୍ରଧାନମନ୍ତ୍ରୀଙ୍କର ଆବଶ୍ୟକତା ପଡ଼ିବ ନାହିଁ, କୌଣସି ରାଜ୍ୟ ସରକାରଙ୍କର ଆବଶ୍ୟକତା ପଡ଼ିବ ନାହିଁ, ଏହା ନିଜକୁ ନିଜ ମଧ୍ୟରେ ଗୋଟିଏ ଦାୟିତ୍ୱର ଅଂଶ ହୋଇଯିବ ।

ଆଉ ଏଥିପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି । ଏବେ ୟୁନିସେଫ୍ ଗୋଟିଏ ରିପୋର୍ଟ ଦେଇଛି, ସେ ଭାରତରେ ପାଖାପାଖି  10 ହଜାର ପରିବାରଙ୍କର ସର୍ଭେ କରିଛି, ଯେଉଁମାନେ ଏବେ ଶୌଚାଳୟ ତିଆରି କରିଛନ୍ତି, ଆଉ ପୂର୍ବର ତୁଳନା କରିଛି । ଆଉ ତାଙ୍କର ଆକଳନ ଏହା ହେଉଛି ଯେ ଗୋଟିଏ ପରିବାରରେ ଶୌଚାଳୟ ନ ଥିବା କାରଣରୁ, ସ୍ୱଚ୍ଛତା ପ୍ରତି ଜାଗ୍ରତ, ସଚେତନ ନ ଥିବା କାରଣରୁ ରୋଗ ବାବଦରେ ବାର୍ଷିକ ହାରାହାରି 50 ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ପରିବାରର ଜଣେ ମୁଖିଆ ରୋଗଗ୍ରସ୍ତ ହୋଇ ଗଲେ, ବାକି ସମସ୍ତ କାମ ବନ୍ଦ ହୋଇଯାଏ । ଅଧିକ ରୋଗଗ୍ରସ୍ତ ହୋଇ ଗଲେ ତ ପରିବାରର ଅନ୍ୟ ଦୁଇ ଜଣଙ୍କୁ ତାଙ୍କ ସେବାରେ ଲାଗିବାକୁ ପଡ଼େ । ରୋଗରୁ ରକ୍ଷା ପାଇବା ପାଇଁ କାହାଠାରୁ, ସାହୁକାର ଠାରୁ ଅଧିକ ସୁଧ ଦେଇ ପଇସା ଆଣିବାକୁ ପଡ଼ିଥାଏ । ଗୋଟିଏ ପ୍ରକାରରେ 50 ହଜାର ଟଙ୍କାର ବୋଝ ଗୋଟିଏ ଗରିବ ପରିବାର ଉପରେ ପଡିଥାଏ ।

ଯଦି ଆମେ ସ୍ୱଚ୍ଛତାକୁ ନିଜର ଧର୍ମ ବୋଲି ମାନି ନେବା, ସ୍ୱଚ୍ଛତାକୁ ନିଜର କାର୍ଯ୍ୟ ବୋଲି ମାନି ନେବା, ଗୋଟିଏ-ଗୋଟିଏ ଗରିବ ପରିବାରରେ 50 ହଜାର ଟଙ୍କାର, ଆଉ ରୋଗ କାରଣରୁ ଯେଉଁ ଅସୁବିଧା ଆସିଥାଏ, ତାହାଠାରୁ ଆମେ ବଂଚାଇ ପାରିବା । ତା’ ପକେଟରେ ଆମେ ଟଙ୍କା ରଖୁ ନ ରଖୁ, କିନ୍ତୁ ତା’ ଜୀବନରେ ଏହି 50 ହଜାର ଟଙ୍କା ବହୁତ କାମରେ ଆସିଥାଏ ଆଜ୍ଞା । ଆଉ ଏଥିପାଇଁ ଏହି ଯେଉଁ ସର୍ଭେ ଆସିଥାଏ, ଯେଉଁ ତଥ୍ୟ ଆସିଥାଏ, ତାହାକୁ ଏକ ସାମାଜିକ ଦାୟିତ୍ୱ ଭାବରେ ଆମ ସମସ୍ତଙ୍କୁ ନିର୍ବାହ କରିବା ଆବଶ୍ୟକ ।

ମୁଁ ଯେବେଠାରୁ ପ୍ରଧାନମନ୍ତ୍ରୀ ହୋଇଛି ବହୁତ ଲୋକ ଆସି ମୋ ସହିତ ଦେଖା କରିଛନ୍ତି । ରାଜନୈତିକ କାର୍ଯ୍ୟକର୍ତ୍ତା ଦେଖା କରନ୍ତି, ଯେଉଁ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି ସେମାନେ ଦେଖା କରନ୍ତି, କିଛି ସାମାଜିକ ଜୀବନରେ କାମ କଲାବାଲା ମଧ୍ୟ ଦେଖା କରନ୍ତି । ଆଉ ବହୁତ ବିବେକ ଏବଂ ନମ୍ରତାର ସହିତ ଦେଖା କରନ୍ତି, ବହୁତ ଭଲ ପାଇବା ନେଇ ଦେଖା କରନ୍ତି । ଆଉ ଯାଉ-ଯାଉ ପୁଣି ଏକ ବାୟୋଡାଟା ମୋତେ ଧରେଇ ଦିଅନ୍ତି ଆଉ ଧୀର ଭାବରେ କୁହନ୍ତି କି ମୁଁ ଯଦି କୌଣସି ସେବା କରି ପାରିବି ତ କହିବେ । ଆପଣ ଯାହା ମଧ୍ୟ କହିବେ ମୁଁ ହାଜର ହୋଇଯିବି । ଏତେ ଶ୍ରଦ୍ଧାର ସହିତ କହୁଛନ୍ତି ଆଜ୍ଞା, ତ ମୁଁ ଧୀର ଭାବରେ କୁହେ, ଏମିତି କରନ୍ତୁ ସ୍ୱଚ୍ଛତା ପାଇଁ କିଛି ସମୟ ଦିଅନ୍ତୁ ନା; ସେ ଦ୍ୱିତୀୟ ଥର ଆଉ ଆସନ୍ତି ନାହିଁ ।

ଏବେ ମୋତେ କୁହନ୍ତୁ ମୋଠାରୁ କାମ ମାଗିବାକୁ ଆସୁଛନ୍ତି, ବଢ଼ିଆ ବାୟୋଡାଟା ନେଇ ଆସୁଛନ୍ତି, ଆଉ ଏସବୁ ଦେଖି ମୁଁ କହୁଛି ଏହା କରନ୍ତୁ ତ ଆସୁ ନାହାଁନ୍ତି । ଦେଖନ୍ତୁ କୌଣସି କାମ ଛୋଟ ହୋଇ ନ ଥାଏ ଆଜ୍ଞା, କୌଣସି କାମ ଛୋଟ ହୋଇ ନ ଥାଏ । ଯଦି ଆମେ ହାତ ଲଗାଇବା ତ କାମ ବଡ଼ ହେଇଯିବ ଆଜ୍ଞା ଆଉ ଏଥିପାଇଁ ଆମେ ବଡ଼ ହେବା ଦରକାର ।

ମୁଁ ସେହି ସମସ୍ତଙ୍କୁ ହୃଦୟର ସହିତ ଶୁଭେଚ୍ଛା ଦେବାକୁ ଚାହୁଁଛି, ଏହି 15 ଦିନରେ ପୁଣି ଥରେ ଏଥିରେ ଗତି ଦେବାରେ ବହୁତ ବଡ଼ କାମ କରିଛନ୍ତି । କିନ୍ତୁ ଏ ସମସ୍ତ ଜିନିଷ, ଏବେ ମଧ୍ୟ ମୁଁ କହୁଛି ଏହା ହେଉଛି ଆରମ୍ଭ, ବହୁତ କିଛି କରିବାକୁ ବାକି ଅଛି । ଯେଉଁ ବାଳକମାନେ ଉତ୍ସାହର ସହିତ ଭାଗ ନେଇଛନ୍ତି, ଯେଉଁ ବିଦ୍ୟାଳୟର ଶିକ୍ଷକମାନେ ସେମାନଙ୍କୁ ପ୍ରୋତ୍ସାହିତ କଲେ-କେହି ଚଳଚ୍ଚିତ୍ର ନିର୍ମାଣ କରିଥିବେ, କେହି ପ୍ରବନ୍ଧ ଲେଖିଥିବେ, କିଛି ଲୋକ ନିଜେ ସ୍ୱଚ୍ଛତା ମଧ୍ୟରେ ଯୋଡ଼ି ହେଲେ, କିଛି ବିଦ୍ୟାଳୟରେ ତ କ୍ରମାଗତ ସକଳୁ-ସକାଳୁ ଅଧ ଘଂଟା ଗାଁର ଅଲଗା-ଅଲଗା ଅଂଚଳରେ ଯାଇ କରି ସ୍ଵଚ୍ଛ ପରିବେଶ ସୃଷ୍ଟି କଲେ ।

କିଛି ଲୋକମାନେ ତ ମହାପୁରୁଷଙ୍କ ପ୍ରତିମା, ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଆଜ୍ଞା । ମହାପୁରୁଷଙ୍କ ପ୍ରତିମା ଲଗାଇବା ପାଇଁ ଆମେ ଏତେ ଝଗଡ଼ା କରୁ, ସବୁ ରାଜନେତା, ସବୁ ରାଜନୈତିକ ଦଳ, ସବୁ ଲୋକ । କିନ୍ତୁ ପରେ ସଫା ରଖିବାର ଦାୟିତ୍ୱ କେହି ନେବା ପାଇଁ ରାଜି ନୁହଁନ୍ତି । ସମସ୍ତଙ୍କୁ ଲାଗେ ମୁଁ ତାଙ୍କୁ ମାନୁଛି ତାଙ୍କର ପ୍ରତିମା ଲଗାଇବା ଦରକାର, ମୁଁ ତାଙ୍କୁ ମାନୁଛି ତାଙ୍କର ପ୍ରତିମା ଲଗାଇବା ଦରକାର । କିନ୍ତୁ ସେହି ସମାଜର, ତାଙ୍କର ପଛରେ ଲାଗିଥିବା ଲୋକ ତାକୁ, ତାହାର ସଫା କରିବାରେ କୌଣସି ଆଗ୍ରହ ରଖି ନ’ଥାଆନ୍ତି, ପୁଣି ତା’ଉପରେ ଆସି ପାରା ବସି ଯାହା କରିବା କଥା କରୁ, ପଡ଼ିଆ ଖୋଲା ଅଛି ।

ଏହା, ଏହା ହେଉଛି ସମାଜ ଜୀବନର ଦୋଷ । ଆଉ ଏଥିପାଇଁ ଏହା ଆମ ସମସ୍ତଙ୍କର ହେଉଛି ଦାୟିତ୍ୱ । କେହି ଭଲ କେହି ଖରାପ ଏଥିରେ ମୋର କୌଣସି ମତ ଦେବାର ନାହିଁ, ଆମ ସମସ୍ତଙ୍କୁ ଭାବିବାକୁ ପଡ଼ିବ । ଆଉ ଯଦି ଆମେ ସମସ୍ତେ ଭାବିବା ତ ନିଶ୍ଚୟ ପରିଣାମ ମିଳିବ । ଆଉ ଏଥିପାଇଁ ମୁଁ ସତ୍ୟାଗ୍ରହୀ ସ୍ୱେଚ୍ଛାଗ୍ରହୀ, ସ୍ୱେଚ୍ଛାଗ୍ରହୀ ସମସ୍ତ ମୋର ଦେଶବାସୀଙ୍କୁ ହୃଦୟର ସହିତ ବହୁତ-ବହୁତ ଶୁଭକାମନା ଦେଉଛି । ପୂଜ୍ୟ ବାପୁ ଆଉ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀରେ ଆମେମାନେ ପୁଣି ଥରେ ନିଜକୁ ନିଜେ ଦେଶକୁ ସମର୍ପିତ କରିବା, ସ୍ୱଚ୍ଛତାକୁ ଆମେ ପ୍ରାଥମିକତାର ସହିତ ନେବା ଆଉ ଏହି ସ୍ୱଚ୍ଛତା ଏଭଳି ଏକ କାମ, କିଛି କରି ପାରିବା ନାହିଁ, ଯିଏ ଦେଶର ସେବା ପାଇଁ ଆଉ କିଛି କରିବାର ଶକ୍ତି ରଖି ନଥାଏ, ଏହା କରି ପାରିବ । ଏହା ଏତେ ସରଳ କାମ ଆଜ୍ଞା । ଯେପରି ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀ କହିଥିଲେ, ‘କିଛି କରି ପାରିବ ନାହିଁ, ତକଲି ନେଇ କେବଳ ବସ’ ଏହା ହେଉଛି ସ୍ୱାଧୀନତାର କାର୍ଯ୍ୟ । ମୋତେ ଲାଗୁଛି ଶ୍ରେଷ୍ଠ ଭାରତ ଗଢ଼ିବା ପାଇଁ ଏହି ଛୋଟିଆ କାମ ପ୍ରତ୍ୟେକ ହିନ୍ଦୁସ୍ଥାନୀ କରି ପାରିବେ । ଚାଲନ୍ତୁ ପ୍ରତ୍ୟେକ ଦିନ 5 ମିନିଟ, 10 ମିନିଟ, 15 ମିନିଟ, ଅଧ ଘଂଟା, କିଛି ନା କିଛି ମୁଁ କରିବି । ଆପଣ ଦେଖିବେ, ଦେଶରେ ପରିବର୍ତ୍ତନ ସ୍ୱାଭାବିକ ଭାବେ ଆସିବ ଆଉ ଏହି କଥା ପରିଷ୍କାର ଅଟେ ଆଜ୍ଞା ଦୁନିଆ ସାମ୍ନାରେ ଆମକୁ ଭାରତକୁ ଦୁନିଆର ଦୃଷ୍ଟିଭଙ୍ଗୀରେ ଦେଖିବାର ଅଭ୍ୟାସ ରଖିବାକୁ ପଡ଼ିବ, ସେହିଭଳି କରିବାକୁ ହିଁ ହେବ ଆଉ ତାହା କରି ଦେଖାଇବା ।

ବହୁତ-ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Ayushman Bharat Digital Mission Crosses 90 Crore ABHA Registrations, Nearly Half Are Women

Media Coverage

India's Ayushman Bharat Digital Mission Crosses 90 Crore ABHA Registrations, Nearly Half Are Women
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”