ସେୟାର
 
Comments
ଗୃହରେ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି :ପ୍ରଧାନମନ୍ତ୍ରୀ ମୋଦୀ 
ଆଜି କିଛି ସଦସ୍ୟମାନଙ୍କର ନକାରାତ୍ମକତାକୁ ଦେଶ ଦେଖିଛି । ବିକାଶକୁ କିଛି ବ୍ୟକ୍ତି  କିପରି ପ୍ରବଳ ଭାବେ ବିରୋଧ କରୁଛନ୍ତି ତାହା ଭାରତ ଦେଖିଛି :ପ୍ରଧାନମନ୍ତ୍ରୀ 
ଆମେ ବିରୋଧି ଦଳର ସଦସ୍ୟମାନଙ୍କ ମଧ୍ୟରେ ଯାହା ଦେଖିଲୁ ତାହା ହେଉଛି କେବଳ ଗର୍ବ । ସେମାନଙ୍କୁ କେବଳ ଗୋଟିଏ କଥା କହିବାର ଅଛି ଯେ- ମୋଦୀଙ୍କୁ ହଟାଅ :ପ୍ରଧାନମନ୍ତ୍ରୀ 
125 କୋଟି ଭାରତୀୟଙ୍କ ଆଶୀର୍ବାଦ ପାଇଁ ଆମେ ଏଠାରେ ଅଛୁ । ଆମ ସ୍ୱାର୍ଥ ପାଇଁ ଆମେ ଏଠାରେ ନାହୁଁ :ଲୋକସଭାରେ ପ୍ରଧାନମନ୍ତ୍ରୀ 
‘ସବକା ସାଥ ସବକା ବିକାଶ’ ମନ୍ତ୍ର ସହିତ ଆମେ ଦେଶସେବା କରିଛୁ :ପ୍ରଧାନମନ୍ତ୍ରୀ ମୋଦୀ 
ଆମ ସରକାରଙ୍କ ପାଇଁ ସମ୍ମାନର ବିଷୟ ହେଉଛି 70 ବର୍ଷ ଧରି ଅନ୍ଧକାର ମଧ୍ୟରେ ଥିବା 18,000 ଗ୍ରାମଗୁଡ଼ିକର ବିଦ୍ୟୁତକରଣ ଦିଗରେ କାର୍ଯ୍ୟ କରିବା :ପ୍ରଧାନମନ୍ତ୍ରୀ ମୋଦୀ 
ଆମ ସରକାର ଗରିବମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିଛନ୍ତି । ପୂର୍ବରୁ ବ୍ୟାଙ୍କର ଦ୍ୱାର ଗରିବମାନଙ୍କ ପାଇଁ କେବେ ଖୋଲୁନଥିଲା :ପ୍ରଧାନମନ୍ତ୍ରୀ ମୋଦୀ 
ଏହି ସରକାର ହିଁ ଆୟୁଷ୍ମାନ ଭାରତ ଭଳି ଏକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଯାହାକି ଗରିବମାନଙ୍କୁ ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବ :ଲୋକସଭାରେ ପ୍ରଧାନମନ୍ତ୍ରୀ 
ମୁଦ୍ରା ଯୋଜନା ବହୁ ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରୁଛି । ଷ୍ଟାର୍ଟ-ଅପ ଜଗତରେ ଭାରତ ଏହାର ପଦଚିହ୍ନ ଅଙ୍କିତ କରିଛି :ପ୍ରଧାନମନ୍ତ୍ରୀ 
ଭାରତୀୟ ଅର୍ଥବ୍ୟବସ୍ଥା ଶକ୍ତିଶାଳୀ ହେଉଛି ଏବଂ ଭାରତ ମଧ୍ୟ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଶକ୍ତିଶାଳୀ କରୁଛି :ପ୍ରଧାନମନ୍ତ୍ରୀ 
କଳାଧନ ବିରୋଧରେ ଲଢ଼େଇ ଜାରି ରହିବ । ମୁଁ ଜାଣିଛି ଯେ ଏଥିପାଇଁ ମୁଁ ଅନେକ ଶତୃ ତିଆରି କରିଛି କିନ୍ତୁ ଠିକ ଅଛି:ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ 
ଇସିଆଇ, ବିଚାର ବିଭାଗ, ଆରବିଆଇ ତଥା ଆନ୍ତର୍ଜାତିକ ଏଜେନ୍ସିମାନଙ୍କ ଉପରେ କଂଗ୍ରେସର କୌଣସି ବିଶ୍ୱାସ ନାହିଁ । ସେମାନଙ୍କର କୌଣସି କଥା ଉପରେ ବିଶ୍ୱାସ ନାହିଁ :ପ୍ରଧାନମନ୍ତ୍ରୀ 
ଜଣେ ନେତା ଡୋକଲାମ ବିଷୟରେ କହୁଥିଲେ । ସେହି ନେତା ଯିଏକି ଆମ ସୈନ୍ୟବାହିନୀକୁ ଛାଡି ଚୀନର ରାଷ୍ଟ୍ରଦୂତଙ୍କୁ ବିଶ୍ୱାସ କରିଥିଲେ । ଆମେ ଏଠାକୁ କାହିଁକି ଆସିଛୁ? ସବୁ କଥାକୁ ନେଇ ଛୋଟପିଲା ଭଳି ବ୍ୟବହାର ଶୋଭା ପାଏ ନାହିଁ :ପ୍ରଧାନମନ୍ତ୍ରୀ 
ରାଫେଲ ଯୁଦ୍ଧ ବିମାନକୁ ନେଇ ଏକ ଖାମଖିଆଲ ଅଭିଯୋଗ ଯୋଗୁ ଉଭୟ ଦେଶଙ୍କୁ ବିବୃତି ପ୍ରଦାନ କରିବାକୁ ପଡିଲା :ପ୍ରଧାନମନ୍ତ୍ରୀ ମୋଦୀ 
ଆପଣ ସର୍ଜିକାଲ ଷ୍ଟ୍ରାଇକକୁ ଜୁମଲା ଷ୍ଟ୍ରାଇକ କହିଲେ ।ଆପଣ ଯେମିତି ଚାହିଁବେ ମୋତେ ଗାଳିଦେଇ ପାରିବେ । କିନ୍ତୁ ଭାରତର ଯବାନଙ୍କୁ ଅପମାନିତ କରିବା ବନ୍ଦ କରନ୍ତୁ :ପ୍ରଧାନମନ୍ତ୍ରୀ 
କଂଗ୍ରେସ ଚରଣ ସିଂହ’ଙ୍କ ସହିତ କ’ଣ କଲା? ସେମାନେ ଚନ୍ଦ୍ର ଶେଖରଙ୍କ ସହ କ’ଣ କଲେ, ଦେବଗୌଡାଙ୍କ ସହ ସେମାନେ କ’ଣ କଲେ, ଆଇ.କେ.ଗୁଜରାଲଙ୍କ ସହ ସେମାନେ କ’ଣ କଲେ:ପ୍ରଧାନମନ୍ତ୍ରୀ ମୋଦୀ 
ସମଗ୍ର ଦେଶ ଆଜି ଦେଖିଛି ଯେ ଆଖି କ’ଣ କଲା? ସମସ୍ତଙ୍କ ଆଗରେ ଏହା ସ୍ପଷ୍ଟ : ପ୍ରଧାନମନ୍ତ୍ରୀ ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଆକ୍ଷେପ କରିଛନ୍ତି 
ଆନ୍ଧ୍ରପ୍ରଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ ; ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ବିକାଶ ପାଇଁ ଏନଡିଏ ସରକାର ସଂକଳ୍ପବଦ୍ଧ ରହିଛନ୍ତି :ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ 
ଇଣ୍ଟରନେଟ ବ୍ୟାଙ୍କିଙ୍ଗର ବହୁ ପୂର୍ବରୁ କଂଗ୍ରେସ ଦଳ ଫୋନ ବ୍ୟାଙ୍କିଙ୍ଗ ଆରମ୍ଭ କରିଥିଲା ଏବଂ ଏହାଫଳରେ ଏନପିଏ ସମସ୍ୟା ସୃଷ୍ଟି ହୋଇଥିଲା ।ଗୋଟିଏ ଫୋନ କଲରେ ସେମାନଙ୍କ ଘନିଷ୍ଠ ମିତ୍ରଙ୍କୁ ଋଣ ମିଳିଯାଉଥିଲା ଏବଂ ଏହାର ଯନ୍ତ୍ରଣା ଭୋଗୁଥିଲା ଦେଶ :ପ୍ରଧାନମନ୍ତ୍ରୀ ମୋଦୀ 
ମୁସଲିମ ମହିଳାମାନଙ୍କ ନ୍ୟାୟ ଅନ୍ୱେଷଣ ପଥରେ ଏହି ସରକାର ସେମାନଙ୍କ ସହ ଠିଆ ହୋଇଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ 
ହିଂସାର ଯେକୌଣସି ଘଟଣା ଦେଶପାଇଁ ଲଜ୍ଜା ଆଣିଥାଏ । ମୁଁ ପୁଣିଥରେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି ଯେ ଯେଉଁମାନେ ହିଂସାରେ ଜଡିତ ଅଛନ୍ତି ସେମାନଙ୍କୁ ଦଣ୍ଡିତ କରନ୍ତୁ :ପ୍ରଧାନମନ୍ତ୍ରୀ 

ଆଦରଣୀୟ ବାଚସ୍ପତି ମହୋଦୟା, ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଯେଉଁ ଧୈର୍ଯ୍ୟର ସହିତ ଆପଣ ଗୃହର ଆଜି ପରିଚାଳନା କଲେ ସେଥିପାଇଁ  । ଏହି ଅନାସ୍ଥା ପ୍ରସ୍ତାବ ଏକ ପ୍ରକାରରେ ଆମ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଶକ୍ତିର ପରିଚାୟକ ଅଟେ । ଯଦିଓ ଟିଡିପି ମାଧ୍ୟମରେ ଏହି ପ୍ରସ୍ତାବ ଆସିଥାଇପାରେ, କିନ୍ତୁ ଏଥିସହିତ ଯୋଡ଼ି ହୋଇଥିବା କେତେଜଣ ମାନନୀୟ ସଦସ୍ୟ ପ୍ରସ୍ତାବର ସମର୍ଥନ କରି କିଛି କଥା କହିଛନ୍ତି । ଆହୁରି ଏକ ବହୁତ ବଡ଼ ବର୍ଗ ଯେଉଁମାନେ ଏହି ପ୍ରସ୍ତାବକୁ ବିରୋଧ କରି କେତେକ କଥା କହିଛନ୍ତି । ମୁଁ ମଧ୍ୟ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମେ ସମସ୍ତେ ଏହି ପ୍ରସ୍ତାବକୁ ଖାରଜ କରିବା ଏବଂ ଆମେ ସମସ୍ତେ ତିରିଶ ବର୍ଷ ପରେ ସମ୍ପୂର୍ଣ୍ଣ ବହୁମତ ସହିତ ଗଠନ ହୋଇଥିବା ସରକାର ଯେଉଁ ଗତିରେ କାମ କରିଛନ୍ତି ସେଥିପ୍ରତି ପୁଣିଥରେ ବିଶ୍ୱାସ ପ୍ରକଟ କରିବା ।

ସେହିପରି ମୁଁ ଭାବୁଛି ଏହା ଏକ ଭଲ ସୁଯୋଗ ଅଟେ ଯେ ଆମକୁ ନିଜ କଥା କହିବାର ସୁଯୋଗ ମିଳୁଛି, କିନ୍ତୁ ଦେଶକୁ ଏପରି ଚେହେରା ମଧ୍ୟ ଦେଖିବାକୁ ମିଳୁଛି ଯେ ଏହା କି ପ୍ରକାରର ନକାରାତ୍ମକତା, ବିକାଶ ପ୍ରତି ଏହା କେଉଁ ପ୍ରକାରର ବିରୋଧଭାବନା ।  କିପରି ନକାରାତ୍ମକ ରାଜନୀତି କିଛି ଲୋକଙ୍କୁ ଘେରି ରହିଛି ଏବଂ ସେ ସମସ୍ତଙ୍କ ଚେହେରା ଉଜ୍ଜ୍ୱଳ ହୋଇ ସଜେଇ ହୋଇ ଆଗକୁ ଆସିଛି । କିଛି ଲୋକଙ୍କ ମନରେ ପ୍ରଶ୍ନ ରହିଛି ଯେ ଅନାସ୍ଥା ପ୍ରସ୍ତାବ ଆସିଲା କାହିଁକି? ସଂଖ୍ୟା ନାହିଁ, ସଂସଦରେ ବହୁମତ ଅଛି ଏବଂ ତଥାପି ଏହି ପ୍ରସ୍ତାବକୁ ସଦନରେ କାହିଁକି ଅଣାଗଲା । ଏବଂ ସରକାରଙ୍କୁ ଭାଙ୍ଗିବା ଲାଗି ଏପରି ଆତୁରତା ଥିଲା ତ’ ମୁଁ ଆଶ୍ଚର୍ଯ୍ୟରେ ପଡ଼ିଥିଲି ଯେ ଏହାକୁ 48 ଘଂଟା ପର୍ଯ୍ୟନ୍ତ ଅଟକାଇ ରଖାଯାଉ, ଚର୍ଚ୍ଚା ଶୀଘ୍ର କରିବାର ଆବଶ୍ୟକତା ନାହିଁ । ଯଦି ଅନାସ୍ଥା ପ୍ରସ୍ତାବ ଉପରେ ଶୀଘ୍ର ଚର୍ଚ୍ଚା ହେବ ନାହିଁ ତା’ହେଲେ କ’ଣ ଆକାଶ ଛିଡ଼ି ପଡ଼ିବ? ଭୂମିକମ୍ପ ଆସିବ କ’ଣ? କିଏ ଜାଣେ ଯଦି ଆଲୋଚନା ପାଇଁ ପ୍ରସ୍ତୁତି ନଥିଲା, 48 ଘଂଟା ଆହୁରି ବିଳମ୍ବ କରିଦିଅ, ତା’ହେଲେ କାହିଁକି ଅଣାଗଲା? ଏବଂ ସେଥିପାଇଁ ମୁଁ ଭାବୁଛି ଯେ ଏହାକୁ ଟାଳିବା ଲାଗି ଯେଉଁ ପ୍ରୟାସ ହେଉଥିଲା, ତାହା ମଧ୍ୟ ଏହା କହୁଛି ଯେ ସେମାନଙ୍କ ଆଗରେ କେଉଁ କଠିନତା ରହିଛି ।

ନାଉରିଆ ନାହିଁ, ନା ଅଛି ବାହକ, ପବନ ସୁହାଉ ନାହିଁ, ଏହା କେମିତିକା ଯାତ୍ରା  ।

ବେଳେବେଳେ ତ’ ଲାଗିଥାଏ ଯେ ଏ ସାରା ଯେଉଁ ଭାଷଣ ମୁଁ ଶୁଣୁଥିଲି, ଯେଉଁ ବ୍ୟବହାର ଦେଖୁଥିଲି ମୁଁ ମାନୁ ନାହିଁ ଯେ କିଛି ଅଜ୍ଞାନତାବଶତଃ ହୋଇନାହିଁ, ଏବଂ ଏହା ମିଥ୍ୟା ଆତ୍ମବିଶ୍ୱାସ କାରଣରୁ ହୋଇନାହିଁ । ଏବଂ ଏଥିପାଇଁ ହୋଇଛି ଯେ ଅହଂକାର କିପରି ପ୍ରଭୁତ୍ୱ ପ୍ରଦର୍ଶନ କରିବା ଲାଗି ଟାଣି ନେଇଯାଉଛି । ମୋଦୀ ହଟାଅ,ଏବଂ ମୁଁ ଚକିତ ଯେ ଆଜି ସକାଳେ ମଧ୍ୟ ଏବେ ତ’ ଆଲୋଚନା ଆରମ୍ଭ ହୋଇଥିଲା, ମତଦାନ ହୋଇନଥିଲା,ଜୟ-ପରାଜୟର ନିଷ୍ପତ୍ତି ହୋଇନଥିଲା, ତଥାପି ଯେଉଁମାନଙ୍କୁ ଏଠାରେ ପହଁଚିବାର ଉତ୍ସାହ ରହିଛି, ଉଠ, ଉଠ,ଉଠ । ଏମିତି ଏଠାରେ କେହି ଉଠାଇ ପାରିବ ନାହିଁ, ବସାଇପାରିବ ନାହିଁ, 120 କୋଟି ଦେଶବାସୀ ବସାଇପାରିବେ, 120 କୋଟି ଦେଶବାସୀ ଉଠାଇପାରିବେ ।

ଗଣତନ୍ତ୍ରରେ ଜନତାଙ୍କ ଉପରେ ଭରସା ରହିବା ଉଚିତ, ଏତେ ବିବ୍ରତ କାହିଁକି?… ଏବଂ ଏହା ହିଁ ସେହି ଅହକାଂର ଯାହା କହୁଛି ଯେ ଆମେ ଛିଡ଼ା ହେଲେ, ପ୍ରଧାନମନ୍ତ୍ରୀ 15 ମିନିଟ୍ ପର୍ଯ୍ୟନ୍ତ ଛିଡ଼ା ହୋଇପାରିବେ ନାହିଁ ।

ଆଦରଣୀୟ ଅଧ୍ୟକ୍ଷା ମହୋଦୟ, ମୁଁ ଛିଡ଼ା ମଧ୍ୟ ହୋଇଛି ଏବଂ 4 ବର୍ଷ ଆମେ ଯେଉଁ କାମ କରିଛୁ ସେଥିପ୍ରତି ଦୃଢ଼ ମଧ୍ୟ ରହିଛୁ । ଆମର ଚିନ୍ତାଧାରା ସେମାନଙ୍କ ଠାରୁ ଭିନ୍ନ । ଆମେ ତ’ ଶିଖିଛୁ “ସାର-ସାର କୋ ଗାହି ରହୈ,ଥୋଥା ଦେଇ ଉଡ଼ାୟ” (ସାର୍ଥକକୁ ବଂଚାଇ ରଖିବୁ ଏବଂ ନିରର୍ଥକକୁ ଉଡ଼ାଇଦେବୁ) । ଛାଡ଼ ମୁଁ ସାର୍ଥକକୁ ଗ୍ରହଣ କରିବା ଲାଗି ଯଥେଷ୍ଟ ପ୍ରୟାସ କରୁଥିଲି, କିନ୍ତୁ ଆଜି ସାର୍ଥକତା ମିଳିଲା ନାହିଁ । ଛାତି ପିଟି ଅହଂକାରରେ ଏହା କୁହାଉଛି ଯେ 2019ରେ କ୍ଷମତାରେ ଆସିବାକୁ ଦେବୁ ନାହିଁ, ଯେଉଁମାନେ ଲୋକମାନଙ୍କୁ ବିଶ୍ୱାସ କରନ୍ତି ନାହିଁ ଏବଂ ନିଜକୁ ହିଁ ଭାଗ୍ୟବିଧାତା ବୋଲି ଗ୍ରହଣ କରିଥାନ୍ତି ସେମାନଙ୍କ ମୁହଁରୁ ଏପରି ଶବ୍ଦ ବାହାରିଥାଏ ।

ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ ଭାଗ୍ୟବିଧାତା ହୋଇଥାନ୍ତି ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଭରସା ରହିବା ଜରୁରୀ ଅଟେ । ଯଦି 2019ରେ କଂଗ୍ରେସ ସବୁଠୁ ବଡ଼ ଦଳ ହୁଏ, ତା’ହେଲେ ମୁଁ ପ୍ରଧାନମନ୍ତ୍ରୀ ହେବି, କିନ୍ତୁ ଅନ୍ୟମାନଙ୍କର ଅନେକ ଆଶାଆକାଂକ୍ଷା ରହିଛି ସେମାନଙ୍କର କ’ଣ ହେବ? ଏହାକୁ ନେଇ ଦ୍ୱନ୍ଦ୍ୱ ରହିଛି । ଅଧ୍ୟକ୍ଷା ମହୋଦୟ, ଏହା ସରକାରଙ୍କ ଫ୍ଲୋର ଟେଷ୍ଟ ନୁହେଁ, ଏହା ତ’ କଂଗ୍ରେସ ପାଇଁ ନିଜର ତଥାକଥିତ ସାଥୀମାନଙ୍କର ଫ୍ଲୋର ଟେଷ୍ଟ ଅଟେ । ମୁଁ ହିଁ ପ୍ରଧାନମନ୍ତ୍ରୀ ହେବି ସ୍ୱପ୍ନକୁ ନେଇ ଏବଂ 10-20 କିଛି ମୋହର ମାରିଦେବେ, ସେଥିପାଇଁ ଟ୍ରାଏଲ ଚାଲିଛି । ଏହି ପ୍ରସ୍ତାବ ବାହାନାରେ ନିଜର ସ୍ଥିତି ଦୃଢ଼ କରିବା ଲାଗି ଯେଉଁ ପ୍ରୟାସ କରାଯାଇଛି, ତାହା ଯେମିତି ପଣ୍ଡ ନହୁଏ ତା’ର ଚିନ୍ତା ଲାଗି ରହିଛି । ଜଣେ ମୋଦୀଙ୍କୁ ହଟାଇବା ଲାଗି, ଯାହା ସହିତ କେବେ ଦେଖା ହେବାର ସମ୍ପର୍କ ନାହିଁ, ମିଶିବାର ସମ୍ପର୍କ ନାହିଁ, ସେପରି ଧାରଣାକୁ ଏକାଠି କରିବା ଲାଗି ପ୍ରୟାସ ହେଉଛି ।

ମୋର କଂଗ୍ରେସର ବନ୍ଧୁମାନଙ୍କୁ ଏହି ପରାମର୍ଶ ଯେ ଯେତେବେଳେ ବି ମୁଁ ଆପଣଙ୍କୁ ନିଜ ସମ୍ଭାବ୍ୟ ସାଥୀଙ୍କ ପରୀକ୍ଷା ନେବାର ଅଛି ତା’ହେଲେ ନିଶ୍ଚିତ ଭାବେ ନିଅନ୍ତୁ, କିନ୍ତୁ ଏଥିପାଇଁ ଅନାସ୍ଥା ପ୍ରସ୍ତାବର ବାହାନା କରନ୍ତୁ ନାହିଁ । ଯେତିକି ଅବିଶ୍ୱାସ ସରକାରଙ୍କ ଉପରେ କରୁଛନ୍ତି, ପାଖାପାଖି ସେତିକି ବିଶ୍ୱାସ ତ’ ନିଜ ସମ୍ଭାବ୍ୟ ସାଥୀଙ୍କ ଉପରେ କରନ୍ତୁ । ଆମେ ଏଠାରେ ଏଥିପାଇଁ ଅଛୁ ଯେ ଆମ ପାଖରେ ସଂଖ୍ୟା ରହିଛି, ଆମେ ଏଠାରେ ଏଥିପାଇଁ ଅଛୁ ଯେ 120 କୋଟି ଦେଶବାସୀଙ୍କର ଆମ ପ୍ରତି ଆଶୀର୍ବାଦ ରହିଛି । ନିଜର ସର୍ବାର୍ଥ ସିଦ୍ଧି ଲାଗି ଦେଶର ମନ ଉପରେ, ଦେଶବାସୀ ଦେଇଥିବା ଆଶୀର୍ବାଦ ଉପରେ ଏତେ ଅବିଶ୍ୱାସ ନକରନ୍ତୁ । କୌଣସି ତୁଷ୍ଟିକରଣ ନକରି,ଭୋଟ ବ୍ୟାଙ୍କ ରାଜନୀତି ବିନା, ସବକା ସାଥ, ସବକା ବିକାଶ ମନ୍ତ୍ରକୁ ନେଇ ଆମେ କାମ କରୁଛୁ । ଗତ 4 ବର୍ଷରେ ସେହି ବର୍ଗ ଏବଂ କ୍ଷେତ୍ରରେ କାମ କରିଛୁ ଯାହା ପାଖରେ ଚମକ ନଥିଲା । ପୂର୍ବରୁ ମଧ୍ୟ 18 ହଜାର ଗ୍ରାମରେ ବିଦ୍ୟୁତ ସଂଯୋଗ କରିବାର କାମ ଗତ ସରକାର ମଧ୍ୟ କରିପାରିଥା’ନ୍ତେ । କିନ୍ତୁ ଅଧ୍ୟକ୍ଷା ମହୋଦୟ ଏହି 18 ହଜାର ଗ୍ରାମରେ 15 ହଜାର ଗ୍ରାମ ପୂର୍ବ ଭାରତର ଏବଂ ସେହି 15 ହଜାରରେ ମଧ୍ୟ ଯେଉଁ 5 ହଜାର ଗ୍ରାମ ସମ୍ପୂର୍ଣ୍ଣ ଭାବେ ଉତ୍ତରପୂର୍ବାଂଚଳର ଆପଣ ଅନୁମାନ କରିପାରିବେ, ଏହି ଇଲାକାରେ କିଏ ରହିଥାଏ । ଆମର ଆଦିବାସୀ, ଆମର ଗରିବ ଏ ସମସ୍ତ ମହାନୁଭବ ରହୁଛନ୍ତି । ଦଳିତ, ପୀଡ଼ିତ ହୁଅନ୍ତୁ, ଶୋଷିତ ହୁଅନ୍ତୁ, ବଂଚିତ ହୁଅନ୍ତୁ, ଜଙ୍ଗଲରେ ଜୀବନ ବିତାଉଥିବା ଲୋକ ହୁଅନ୍ତୁ, ଏମାନଙ୍କୁ ବହୁତ ବଡ଼ ଜନବସତି ରହିଥାଏ, କିନ୍ତୁ ସେମାନେ ଏହି କାର୍ଯ୍ୟ କାହିଁକି କରୁନଥିଲେ, କାରଣ ଏହା ସେମାନଙ୍କ ଭୋଟର ଗଣିତରେ ଫିଟ ହେଉନଥିଲା । ଏବଂ ସେମାନଙ୍କ ଏହି ଜନସଂଖ୍ୟା ପ୍ରତି ବିଶ୍ୱାସନଥିଲା, ସେହି କାରଣରୁ ଉତ୍ତରପୂର୍ବାଂଚଳକୁ ବିଚ୍ଛିନ୍ନ କରିଦିଆଗଲା । ଆମେ କେବଳ ଏହି ଗ୍ରାମରେ ବିଦ୍ୟୁତ ସଂଯୋଗ ଦେଲୁ ତାହା ନୁହେଁ, ନିଜର ଯୋଗାଯୋଗର ପ୍ରତ୍ୟେକ ମାର୍ଗରେ ଦ୍ରୁତ ଗତିରେ କାମ କଲୁ ।

ବ୍ୟାଙ୍କର ଦୁଆର… ଗରିବଙ୍କ ନାମରେ ବ୍ୟାଙ୍କର ଜାତୀୟକରଣ କରାଗଲା, କିନ୍ତୁ ବ୍ୟାଙ୍କର ଦୁଆର ଗରିବଙ୍କ ପାଇଁ ଖୋଲିଲା ନାହିଁ । ଯେତେବେଳେ ସେମାନଙ୍କ ସରକାର ଥିଲା, ଏତେ ବର୍ଷ ବସିଥିଲେ, ସେମାନେ ମଧ୍ୟ ଗରିବଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲିପାରିଥା’ନ୍ତେ । ପାଖାପାଖି 32 କୋଟି ଜନଧନ ଏକାଉଣ୍ଟ ଖୋଲିବାର କାମ ଆମ ସରକାର କରିଛି । ଏବଂ ଆଜି 80 ହଜାର କୋଟି ଟଙ୍କା ସେହି ଗରିବମାନେ ସଂଚୟ କରି ଏହି ଜନଧନ ଏକାଉଣ୍ଟରେ ଜମା କରିଛନ୍ତି । ମା’ମାନେ ଏବଂ ଭଉଣୀମାନଙ୍କ ଲାଗି, ସେମାନଙ୍କ ସମ୍ମାନ ଲାଗି 8 କୋଟି ଶୌଚାଳୟ ନିର୍ମାଣ କରିବାର କାମ ଏ ସରକାର କରିଛନ୍ତି । ଏହା ପୂର୍ବର ସରକାର ମଧ୍ୟ କରିପାରିଥା’ନ୍ତେ ।“ଉଜ୍ଜ୍ୱଳା ଯୋଜନା ଦ୍ୱାରା ସାଢ଼େ 4 କୋଟି ଗରିବ ମା’-ଭଉଣୀଙ୍କୁ ଆଜି ଧୂଆଁମୁକ୍ତ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାର୍ଯ୍ୟ, ଏହି ବିଶ୍ୱାସ ଜଗାଇବାର କାମ ଆମ ସରକାର କରିଛନ୍ତି । ଏମାନେ ସେହି ଲୋକ ଯେଉଁମାନେ 9 ସିଲିଣ୍ଡର ପରେ 12 ସିଲିଣ୍ଡରର ଚର୍ଚ୍ଚାରେ ମଗ୍ନ ରହିଥିଲେ । ସେମାନଙ୍କ ଅନାସ୍ଥା ମଧ୍ୟରେ ସେମାନେ ଜନତାଙ୍କୁ ଭୂଆଁ ବୁଲାଉଥିଲେ । ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ ଗତ ଦୁଇ ବର୍ଷରେ 5 କୋଟି ଦେଶବାସୀ ଭୀଷଣ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି, 20 କୋଟି ଗରିବମାନଙ୍କୁ ମାତ୍ର 90 ପଇସା ପ୍ରତିଦିନ ଏବଂ ଏକ ଟଙ୍କା ମାସିକ ପ୍ରିମିୟମରେ ବୀମାର ସୁରକ୍ଷା କବଚ ମଧ୍ୟ ମିଳିଥାଏ । ଆଗାମୀ ଦିନରେ ଆୟୁଷ୍ମାନ ଭାରତ ଯୋଜନାଅଧୀନରେ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା କରିବା ଲାଗି ବୀମା ମଧ୍ୟ ଏ ସରକାର ଦେଇଛନ୍ତି । ଏମାନଙ୍କ ଏ କଥା ଉପରେ ମଧ୍ୟ ବିଶ୍ୱାସ ନାହିଁ । ଆମେ ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟବସ୍ଥା ଅଧୀନରେ ସୁଧାର କରୁଛୁ, ବାଧାମୁକ୍ତ ବ୍ୟବସ୍ଥା କରୁଛୁ, ଏହା ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ ନାହିଁ । 80 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ବର୍ଷ ବର୍ଷ ଧରି ଅଟକି ରହିଥିବା 99 ଜଳସେଚନ ଯୋଜନାକୁ, ଏହିସବୁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାର କାମ ଚାଲିଛି, କିଛି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ରହିଛି, କିଛି ଲୋକାର୍ପଣ ହୋଇସାରିଛି, କିନ୍ତୁ ଏହା ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ ନାହିଁ । ଆମେ 15 କୋଟି କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପହଁଚାଇଛୁ,ଆଧୁନିକ କୃଷି ଦିଗରେ କୃଷକମାନଙ୍କୁ ନେଇଯାଇଛୁ । କିନ୍ତୁ ଏହା ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ ନାହିଁ । ଆମେ ୟୁରିଆରେ ନିମ କୋଟିଂ, ସେମାନେ ଅଳ୍ପ କରି ଛାଡ଼ିଦେଲେ, ଶତ-ପ୍ରତିଶତ ନକରି ଏହାର ଲାଭ ମିଳିପାରିନଥା’ନ୍ତା । ଆମେ ଶତ ପ୍ରତିଶତ ନିମ ପ୍ରଲେପର କାମ କଲୁ । ଯାହାର ଲାଭ ଦେଶର କୃଷକମାନଙ୍କୁ ହୋଇଛି । ୟୁରିଆର ଯେଉଁ ଅଭାବ ଅନୁଭୂତ ହୋଇଥାଏ, ତାହା ବନ୍ଦ ହୋଇଛି ଏବଂ ଏହା ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ ନାହିଁ । କେବଳ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ କୃଷକମାନଙ୍କୁ ବିଶ୍ୱାସ ଦେବାର କାମ କରିଛୁ, କେବଳ ପ୍ରିମିୟମ କମ କଲୁ, କିନ୍ତୁ ବୀମାର ପରିଧି ମଧ୍ୟ ଆମେ ବଢ଼ାଇଲୁ । ଉଦାହରଣ ସ୍ୱରୂପ 2016-17ରେ କୃଷକମାନେ ପାଖାପାଖି 1300 କୋଟି ଟଙ୍କାର ବୀମା ପ୍ରିମିୟମ ରୂପରେ ଦେଲୁ,ଯେତେବେଳେକି ସେମାନଙ୍କ ସହାୟତା ଆକାରରେ 5500 କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବୀମା ରାଶି ଦିଆଯାଇଛି,ଅର୍ଥାତ୍ କୃଷକମାନଙ୍କ ଠାରୁ ଯେତିକି ନିଆଗଲା, ତା’ର ତିନି ଗୁଣରୁ ଅଧିକ ବୀମା ରାଶି ସେମାନଙ୍କୁ ଆମେ ପହଁଚାଇ ଦେଲୁ, କିନ୍ତୁ ଏହା ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସା ନାହିଁ ।

ମାନନୀୟ ଅଧ୍ୟକ୍ଷା ମହୋଦୟ, ଏଲଇଡି ବଲ୍ବ… ଟିକିଏ କହନ୍ତୁ ତ’ କେଉଁ କାରଣ ପାଇଁ ସେମାନଙ୍କ କାର୍ଯ୍ୟକାଳରେ ଏଲଇଡି ବଲ୍ବ ସାଢ଼େ ତିନି ଶହ, ଚାରି ଶହ, ସାଢ଼େ ଚାରି ଶହ ଟଙ୍କା ବିକ୍ରି ହେଉଥିଲା । ଆଜି ସେହି ଏଲଇଡି ବଲ୍ବ 40-45 ଟଙ୍କାରେ ଯୋଗାଇ ଦିଆଗଲା । ଏବଂ 100 କୋଟି ଏଲଇଡି ବଲ୍ବ ଆଜି ବିକ୍ରି ହୋଇସାରିଛି । କେବଳ ସେତିକି ନୁହେଁ, 5ଶହ କୋଟିରୁ ଅଧିକ ପୌରାଂଚଳରେ 62 ଲକ୍ଷରୁ ଅଧିକ ଏଲଇଡି ବଲ୍ବ ଷ୍ଟ୍ରିଟ ଲାଇନରେ ଲାଗି ସାରିଛି ଏବଂ ଏହି କାରଣରୁ ସେହି ନଗରପାଳିକାଗୁଡ଼ିକର ଅର୍ଥ ସଂଚୟ ମଧ୍ୟ ହୋଇଛି । ସେମାନଙ୍କ ସମୟରେ ମୋବାଇଲ ଉତ୍ପାଦକ କମ୍ପାନୀ ମାତ୍ର ଦୁଇଟି ଥିଲା, ଆଜି ମୋବାଇଲ ଫୋନ ନିର୍ମାଣ କରୁଥିବା 120ଟି କମ୍ପାନୀ ରହିଛି, କିନ୍ତୁ ଏହା ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ କାମ କରୁନାହିଁ । ଯୁବକମାନଙ୍କ ସ୍ୱରୋଜଗାର ଲାଗି ପୂର୍ବରୁ ପଢ଼ୁଆ ଯୁବକ-ଯୁବତୀମାନଙ୍କୁ ସାର୍ଟିଫିକେଟ ଧରାଇ ଦିଆଯାଉଥିଲା । ସେମାନେ ଜୀବନଜୀବିକା ପାଇଁ ଏଣେତେଣେ ବୁଲୁଥିଲେ, ଆମେ ମୁଦ୍ରା ଯୋଜନା ଅନ୍ତର୍ଗତ 13 କୋଟି ନବଯୁବକମାନଙ୍କୁ ଋଣ ଯୋଗାଇ ଦେବାର କାମ କଲୁ । କେବଳ ସେତିକି ନୁହେଁ, ସମୟ ବଦଳିଯାଇଛି । ଆଜି 10 ହଜାରରୁ ଅଧିକ ଷ୍ଟାର୍ଟଅପ ଆମ ଦେଶର ଯୁବକଯୁବତୀମାନେ ଚଳାଉଛନ୍ତି ଏବଂ ଦେଶକୁ ଇନୋଭେଟିଭ ଇଣ୍ଡିଆ ଦିଗରେ ନେବାର କାମ କରୁଛନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଡିଜିଟାଲ କାରବାର କଥା କହିଲୁ ସେତେବେଳେ ସଦନରେ ବଡ଼ ବଡ଼ ବିଦ୍ୱାନ ଲୋକମାନେ କହିଲେ, ଆମ ଦେଶ ଅଶିକ୍ଷିତ ଲୋକମାନଙ୍କର, ଡିଜିଟାଲ କାରବାର କିପି କରାଯାଇପାରିବ, ଆମେ ଦେଶର ଗରିବଙ୍କ ନିକଟରେ ଏହା କିଭଳି ପହଁଚିପାରିବ ।

ଅଧ୍ୟକ୍ଷା ମହୋଦୟ, ଯେଉଁ ଲୋକମାନେ ଏପରି ଦେଶର ଜନତାଙ୍କ ଶକ୍ତିକୁ କମ କରି ଆକଳନ କରୁଥିଲେ,ସେମାନଙ୍କୁ ଜନତା ଦୃଢ଼ ଜବାବ ଦେଇଛି । ଏକାକୀ ଭୀମ ଆପ ଏବଂ ମୋବାଇଲ ଫୋନ ଦ୍ୱାରା ଗୋଟିଏ ମାସରେ 41 ହଜାର କୋଟି ଟଙ୍କାର କାରବାର ଆମ ଏହି ଦେଶର ନାଗରିକମାନେ ଆଜି କରୁଛନ୍ତି । କିନ୍ତୁ ଦେଶର ଜନତାଙ୍କ ଉପରେ ବିଶ୍ୱାସ ନାହିଁ, ସେମାନେ ଅପାଠୁଆ, ଏହା କରିପାରିବେ ନାହିଁ, ସେମାନେ କରିବେ ନାହିଁ, ଏହି ମାନସିକତାର ପରିଣାମ ଧରାପଡ଼ିଯାଇଛି ।

ଅଧ୍ୟକ୍ଷା ମହୋଦୟ, ବ୍ୟବସାୟିକ ସୁଗମତାରେ 42ଟି ପଏଂଟ ସୁଧାର ଆସିଲା, ସେମାନଙ୍କୁ  ଏହା ଉପରେ ମଧ୍ୟ ସନ୍ଦେହ ହେଲା । ସେହି ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ଅବିଶ୍ୱାସ ପ୍ରକଟ କରିବାକୁ ଲାଗିଲେ । ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ 31 ପଏଂଟର ସୁଧାର ଆସିଲା, ଏଥିରେ ମଧ୍ୟ ସେମାନଙ୍କୁ ସନ୍ଦେହ ହେଉଛି । ନବସୃଜନସୂଚକାଙ୍କରେ 24 ପଏଂଟର ସୁଧାର ହୋଇଛି । ବ୍ୟବସାୟିକ ସୁଗମତାକୁ ବୃଦ୍ଧି କରି ସରକାର ବ୍ୟବସାୟ କରିବାର ମୂଲ୍ୟକୁ କମ କରୁଛନ୍ତି । ମେକ ଇନ ଇଣ୍ଡିଆ ହେଉ କିମ୍ବା ଜିଏସଟି ଏହା ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ ନାହିଁ । ଭାରତ ନିଜ ସହିତ ସାରା ବିଶ୍ୱର ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ତା ପ୍ରଦାନ କରିଛି । ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ସବୁଠୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଆହୁରି ଏହି ଜୟଘୋଷ ସରକାରରେ ବସିଥିବା ଲୋକମାନଙ୍କର ନୁହେଁ । 120 କୋଟି ହିନ୍ଦୁସ୍ଥାନୀଙ୍କ ପୁରୁଷାର୍ଥର ପରିଣାମ ଅଟେ । ଆରେ ଏଥିପାଇଁ ଗର୍ବ କରିବା ଶିଖ । କିନ୍ତୁ ଏହା ମଧ୍ୟ ଗୌରବ କରିବା ଜାଣିନାହାନ୍ତି ।

5 ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥା ହେବା ଦିଗରେ ଆଜି ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମେ କଳାଧନ ବିରୋଧରେ ଯୁଦ୍ଧ ଘୋଷଣା କଲୁ ଏବଂ ଏହି ଯୁଦ୍ଧ ଅଟକିବ ନାହିଁ । ଆହୁରି ଆମେ ଜାଣିଛୁ ଯେ ଏହି କାରଣରୁ କେଉଁ କେଉଁ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସେହି ଘା’ ଏବେସୁଦ୍ଧା ସେମାନଙ୍କର ଭଲ ହୋଇନାହିଁ । ଏହା ତ’ ଆପଣମାନଙ୍କ ବ୍ୟବହାରରୁ ଆମକୁ ଜଣାପଡ଼ୁଛି । ଆମେ ପ୍ରଯୁକ୍ତିର ଉପଯୋଗ କଲୁ । ଏବଂ ପ୍ରଯୁକ୍ତି ମାଧ୍ୟମରେ ସରକାର ରାଜକୋଷକୁ ଟଙ୍କା, ଯାହା ଅନ୍ୟ ଆଡ଼କୁ ଚାଲିଯାଉଥିଲା ସେଥିରେ 90 ହଜାର କୋଟି ଟଙ୍କା ସଂଚୟ କରିବାର କାମ ପ୍ରଯୁକ୍ତି ମାଧ୍ୟମରେ କରାଗଲା । ଭୁଲ ଲୋକଙ୍କ ପାଖକୁ ଯାଉଥିଲା,କିପରି ଚାଲୁଥିଲା, ଦେଶ ଭଲ ଭାବେ ଜାଣିଛି । ଅଢ଼େଇ ଲକ୍ଷରୁ ଅଧିକ ଜାଲି କମ୍ପାନୀରେ ଆମେ ତାଲା ମାରିଛୁ । ଆହୁରି ମଧ୍ୟ ପାଖାପାଖି ଦୁଇ ଲକ୍ଷ, ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ କମ୍ପାନୀ ଉପରେ ଆଜି ବି ନଜର ରହିଛି, କେତେବେଳେ ବି ସେଥିରେ ତାଲା ଲାଗିବାର ସମ୍ଭବା ହୋଇପାରେ । କାରଣ ଏଗୁଡ଼ିକୁ କିଏ ଭରଣପୋଷଣ ଦେଇଛି, କେଉଁ ଶକ୍ତି ଏଗୁଡ଼ିକୁ ପ୍ରୋତ୍ସାହନ ଦେଉଥିଲା ଏବଂ ଏହି ବ୍ୟବସ୍ଥାଗୁଡ଼ିକ ମାଧ୍ୟମରେ ନିଜ ଖେଳ ଖେଳାଯାଉଥିଲା । ବେନାମୀ ସମ୍ପତ୍ତି ଆଇନ ସଂସଦରେ ଗୃହୀତ ହେଲା । 20 ବର୍ଷ ପର୍ଯ୍ୟନ୍ତ ବିଜ୍ଞପିତ କରାଗଲା ନାହିଁ, କାହିଁକି? କାହାକୁ ବଂଚାଇବା ଲାଗି ଚାହୁଁଥିଲେ? ଆହୁରି ଆମେ ଆସି ଏହି କାମ ମଧ୍ୟ କଲୁ ଏବଂ ମୁଁ ଖୁସି ଯେ ବର୍ତ୍ତମାନ ସୁଦ୍ଧା 4,ସାଢ଼େ 4 ହଜାର କୋଟି ଟଙ୍କାର ସମ୍ପତ୍ତିକୁ ଏହି ବେନାମୀ ସମ୍ପତ୍ତି ଭଳି ଜବତ କରାଗଲା । ଦେଶର ବିଶ୍ୱାସ ରହିଛି, ବିଶ୍ୱର ବିଶ୍ୱାସ ରହିଛି, ବିଶ୍ୱର ସର୍ବଶ୍ରେଷ୍ଠ ସଂସ୍ଥାଗୁଡ଼ିକର ବିଶ୍ୱାସ ରହିଛି, କିନ୍ତୁ ଯେଉଁମାନେ ନିଜ ଉପରେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଆମ ଉପରେ ବିଶ୍ୱାସ କିଭଳି କରିବେ ।

ଆହୁରି ଏକ ପ୍ରକାର ମାନସିକତାଧାରୀ ଲୋକମାନଙ୍କ ପାଇଁ ଆମ ଶାସ୍ତ୍ରରେ ଖୁବ ଭଲ ଭାବରେ କୁହାଯାଇଛି ।“ଧାରା ନୈବ ପତନ୍ତି ଚାତକ ମୁଖେ ମେଘସ୍ୟ କିଂ ଦୋଷମ” ଅର୍ଥାତ୍ ଚାତକ ପକ୍ଷୀର ମୁଖରେ ବର୍ଷା ବୁନ୍ଦା ଯଦି ଠିକ ଭାବେ ପଡ଼ିନଥାଏ ଏଥିରେ ବାଦଲର ଦୋଷ କ’ଣ?

ବାଚସ୍ପତି ମହୋଦୟା, କଂଗ୍ରେସର ନିଜ ଉପରେ ବିଶ୍ୱାସ ନାହିଁ । ଏହା ଅବିଶ୍ୱାସ ମଧ୍ୟରେ ଘେରି ରହିଛି, ଅବିଶ୍ୱାସ ହିଁ ଏମାନଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟଶୈଳୀ, ସେମାନଙ୍କ ସାଂସ୍କୃତିକ ଜୀବନ ଶୈଳୀର ଅଂଶବିଶେଷ ଅଟେ । ସେମାନଙ୍କୁ ବିଶ୍ୱାସ ନାହିଁ, ସ୍ୱଚ୍ଛ ଭାରତ ସେଥିରେ ମଧ୍ୟ ବିଶ୍ୱାସ ନାହିଁ । ଅନ୍ତର୍ଜାତୀୟ ଯୋଗ ଦିବସ ଉପରେ ମଧ୍ୟ ବିଶ୍ୱାସ ନାହିଁ,ଦେଶର ପ୍ରଧାନ ବିଚାରପତିଙ୍କ ଉପରେ ମଧ୍ୟ ବିଶ୍ୱାସ ନାହିଁ, ରିଜର୍ଭ ବ୍ୟାଙ୍କ ଉପରେ ମଧ୍ୟ ବିଶ୍ୱାସ ନାହିଁ । ଅର୍ଥବ୍ୟବସ୍ଥାର ତଥ୍ୟ ଦେଉଥିବା ସଂସ୍ଥା ଉପରେ ମଧ୍ୟ ବିଶ୍ୱାସ ନାହିଁ । ଦେଶ ବାହାରେ ପାସପୋର୍ଟର ଶକ୍ତି କିପରି ବଢ଼ୁଛି କିମ୍ବା ଅନ୍ତର୍ଜାତୀୟ ମଂଚରେ ଦେଶର କିପରି ଗୌରବ ଗାନ ହେଉଛି ତା’ ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ ନାହିଁ । ନିର୍ବାଚନ ଆୟୋଗଙ୍କ ଉପରେ ବିଶ୍ୱାସ ନାହିଁ, ଇଭିଏମ ଉପରେ ବିଶ୍ୱାସ ନାହିଁ । କାହିଁକି? କାରଣ ସେମାନଙ୍କର ନିଜ ଉପରେ ବିଶ୍ୱାସ ନାହିଁ ଏବଂ ଏହି ଅବିଶ୍ୱାସ କାହିଁକି ବଢ଼ିଯାଇଛି, ଯେତେବେଳେ କିଛି ଲୋକ ହାତଗଣିତ ଲୋକ ନିଜର ଅଧିକାର ହିଁ ସାବ୍ୟସ୍ତ କରିବାକୁ ଚାହାନ୍ତି, ନିଜର ହିଁ ସ୍ୱତନ୍ତ୍ର ଅଧିକାର ଗ୍ରହଣ କରି ବସିଯା’ନ୍ତି ଯେତେବେଳେ ଏହା ଜନ ଅଧିକାରରେ ପରିବର୍ତ୍ତିତ ହେବାକୁ ଲାଗିବାରୁ ସେଠାରେ ମଧ୍ୟ ଟିକିଏଯୋରରେ ବଢ଼ିବାକୁ ଲାଗିଲା, ସମସ୍ୟା ହେବାରେ ଲାଗିଲା । କାରଣ ଯେତେବେଳେ ପ୍ରକ୍ରିୟାକୁ ପ୍ରଭାବିତ କରିବାର ପରମ୍ପରାକୁ ବନ୍ଦ କରିଦିଆଗଲା ସେମାନଙ୍କୁ ସମସ୍ୟା ହେବା ସ୍ୱାଭବିକ କଥା । ଯେତେବେଳେ ଦୁର୍ନୀତି ଉପରେ ସିଧା ପ୍ରହାର ହେବାରେ ଲାଗିଲ ସେମାନଙ୍କୁ ସମସ୍ୟା ହେବା ଅତି ସ୍ୱାଭାବିକ ଥିଲା । ଯେତେବେଳେ ଦୁର୍ନୀତିର ଆୟ ଆସିବା ବନ୍ଦ ହୋଇଗଲା ସେମାନଙ୍କ ବ୍ୟସ୍ତତା ବଢ଼ିଗଲା, ଏହା ମଧ୍ୟ ସ୍ପଷ୍ଟ, ଯେତେବେଳେ କୋର୍ଟ-କଚେରୀରେ ସେମାନଙ୍କୁ ମଧ୍ୟ ହାଜର ହେବାକୁ ପଡ଼ିଲା ସେମାନଙ୍କୁ ମଧ୍ୟ କଷ୍ଟ ହେବାକୁ ଲାଗିଲା ।

ମୁଁ ଆଶ୍ଚର୍ଯ୍ୟ, ଏଠାରେ ଏପରି ବିଷୟକୁ ସ୍ପଷ୍ଟ କରାଗଲା । ଆଜି କାଲି ଶିବଭକ୍ତିର ଆଲୋଚନା ହେଉଛି । ମୁଁ ମଧ୍ୟ ଭଗବାନ ଶିବଙ୍କୁ ପ୍ରାର୍ଥନା କରୁଛି । ମୁଁ 120 କୋଟି ଦେଶବାସୀଙ୍କୁ ମଧ୍ୟ ପ୍ରାର୍ଥନା କରୁଛି ଆପଣଙ୍କୁ ଏତେ ମାତ୍ରାରେ ଶକ୍ତି ଦିଅନ୍ତୁ, ଏତେ ଶକ୍ତି ଦିଅନ୍ତୁ ଯେ 2024ରେ ଆପଣମାନେ ପୁଣିଥରେ ଅନାସ୍ଥା ପ୍ରସ୍ତାବ ଆଗତ କରନ୍ତୁ । ମୁଁ ଆପଣମାନଙ୍କୁ ଶୁଭକାମନା ଜଣାଉଛି । ଏଠାରେ ଡୋକଲାମର ଚର୍ଚ୍ଚା କରାଗଲା । ମୁଁ ମାନୁଛି ଯେ ଯେଉଁ ବିଷୟର ସୂଚନା ନଥିଲା ବେଳେ ବେଳେ ତା’ ଉପରେ ମଧ୍ୟ ବିବୃତି ଦେଲେ କଥା ଓଲଟି ଯାଇଥାଏ । ଏଥିରେ ବ୍ୟକ୍ତିର କ୍ଷତି କମ, ଦେଶର ଅଧିକ କ୍ଷତି ହୋଇଥାଏ । ଏବଂ ସେଥିପାଇଁ ଏପରି ବିଷୟରେ କହିବା ପୂର୍ବରୁ ସାମାନ୍ୟ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଆମକୁ ଘଟଣାକ୍ରମ ଟିକିଏ ମନେ ପକାଇବାକୁ ପଡିବ ଯେତେବେଳେ ସାରା ଦେଶ, ସାରା ବ୍ୟବସ୍ଥା, ସାରା ସରକାର ଏକଜୁଟ ହୋଇ, ଡୋକଲାମର ବିଷୟକୁ ନେଇ ପ୍ରଗତିଶୀଳ ଥିଲା, ନିଜ ନିଜ ଦାୟିତ୍ୱ ତୁଲାଉଥିଲା, ସେତେବେଳେ ଡୋକଲାମର ଆଲୋଚନା କରିବା ଲାଗି ଚୀନର ରାଷ୍ଟ୍ରଦୂତଙ୍କ ସହିତ ବୈଠକ କଲେ । ଏବଂ ପରେ ସ୍ୱୀକାର କଲେ ନାହିଁ ଏବଂ ସ୍ୱୀକାର କଲେ ମଧ୍ୟ । ଯେପରି ଚଳଚ୍ଚିତ୍ର ଭଳି ଢଙ୍ଗରେ ଚାଲିଥିଲା, ନାଟକୀୟ ଢଙ୍ଗରେ ଚାଲିଥିଲା । କିଏ କହୁଥିଲା ଭେଟିଥିଲୁ ପୁଣି ଭେଟିନଥିଲୁ, କାହିଁ ଭାଇ? ଏପରି ଗୋପନୀୟତା କାହିଁକି? ମୁଁ ଭାବୁଛି… ଏବଂ କଂଗ୍ରେସର ମୁଖପାତ୍ରର ପ୍ରଥମେ ମନା କରିଦେଲେ ଯେ ସେମାନଙ୍କ ଉପାଧ୍ୟକ୍ଷ ଚୀନ ରାଷ୍ଟ୍ରଦୂତଙ୍କୁ ଭେଟିନାହାନ୍ତି । ଇତିମଧ୍ୟରେ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଆସିଲା ଏବଂ ତା’ପରେ ଯାଇ କଂଗ୍ରେସ ସ୍ୱୀକାର କରିବାକୁ ବାଧ୍ୟ ହେଲା ଯେ ଭେଟ ହୋଇଛି । କ’ଣ ଦେଶ,ଦେଶର ପ୍ରସଙ୍ଗରେ କୌଣସି ଗମ୍ଭୀରତା ରହିବା ଉଚିତ ନୁହେଁ କି? କ’ଣ ସବୁ କ୍ଷେତ୍ରରେ ପିଲାଳିଆମି କରିଚାଲିଥିବା?

ଏଠାରେ ରାଫେଲ ବିବାଦ ଉଠାଗଲା । ମୁଁ କଳ୍ପନା କରିପାରିବି ନାହିଁ ସେହି ସତ୍ୟକୁ କିପରି ମୋଡ଼ିମକଚି ଦିଆଯାଇପାରିବ । ସତ୍ୟକୁ ଏପରି ଦଳି ଦିଆଯିବ । ଏବଂ ବାରମ୍ବାର, ଚିତ୍କାର କରି ଦେଶକୁ ଭୂଆଁ ବୁଲାଇବାର କାର୍ଯ୍ୟ କରାଯାଉଛି । ଆହୁରି ଏହି ବିଷୟ ଉପରେ ଦେଶର ସୁରକ୍ଷା ସହ ଜଡ଼ିତ ବିଷୟ ଉପରେ ମଧ୍ୟ ଏପରି ଖେଳ ଖେଳାଯାଉଥିଲା । ଏହା ଦେଶ କେବେ କ୍ଷମା କରିବ ନାହିଁ । ଏହା କେତେ ଦୁଃଖଦ ଏ ସଦନରେ ଅଣାଯାଇଥିବା ଅଭିଯୋଗ ଉପରେ ଉଭୟ ଦେଶକୁ ବୟାନ ଜାରି କରିବାକୁ ପଡ଼ିଲା । ମୁଁ ଭାବୁଛି… ଏବଂ ଆହୁରି ଦୁଇ ଦେଶକୁ ଖଣ୍ଡନ କରିବାକୁ ପଡିଲା । କ’ଣ ଏପରି ପିଲାଳିଆମୀ ଆମେ କରିଚାଲିଥିବା । କିଛି ଉତ୍ତରଦାୟିତ୍ୱ ଅଛି ନା ନାହିଁ । ଯେଉଁ ଲୋକମାନେ ଏତେ ବର୍ଷ କ୍ଷମତାରେ ରହିଲେ… ହାତଗୋଡ଼ ବିନା,କୌଣସି ପ୍ରମାଣ ବିନା ଟାଣି ଚାଲିଥାଏ । ସତ୍ୟର ବେକ ମୋଡିବା ଲାଗି ପ୍ରୟାସ ରହିଛି, ଦେଶର ଜନତା ଭଲ ଭାବେ ଜାଣନ୍ତି ଏବଂ ପ୍ରତ୍ୟେକ ଥର ଜନତା ଆପଣଙ୍କୁ ମଧ୍ୟ ଜବାବ ଦେଇଛି । ଏବଂ ଏବେ ସୁଧୁରିବାର ସୁଯୋଗ ଦେଇଛି, ସୁଧୁରିବା ଲାଗି ଚେଷ୍ଟା କରନ୍ତୁ । ଏହି ରାଜନୀତି ସ୍ତର ଦେଶହିତରେ ନୁହେଁ ଏବଂ ମୁଁ ଏହି ସଦନ ଜରିଆରେ ଅଧ୍ୟକ୍ଷା ମହୋଦୟ, ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି, ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଏହି ବୁଝାମଣା ଦୁଇ ଦେଶ ମଧ୍ୟରେ ହୋଇଛି । ଏହା କୌଣସି ବ୍ୟବସାୟିକ ଦଳ ମଧ୍ୟରେ ହୋଇନାହିଁ । ଦୁଇ ଦାୟିତ୍ୱସମ୍ପନ୍ନ ସରକାରଙ୍କ ମଧ୍ୟରେ ହୋଇଛି ଏବଂ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ ହୋଇଛି । ଆହୁରି ମୋର ପ୍ରାର୍ଥନା ଯେ ଏହା ଜାତୀୟ ସୁରକ୍ଷା ଜଡ଼ିତ ପ୍ରସଙ୍ଗ ହୋଇଥିବାରୁ, ଏତେ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଏପରି ପିଲାଳିଆ ବୟାନ ଜାରି କରିବାରୁ ନିବୃତ ରହନ୍ତୁ । ଏହା ମୋର ଅନୁରୋଧ ।

ଆହୁରି ନାମଦାରଙ୍କ ଆଗରେ ମୁଁ ପ୍ରାର୍ଥନା ହିଁ କରିପାରିବି । କାରଣ ଆମେ ଦେଖିଛୁ, ଏପରି ମାନସିକ ପ୍ରବୃତ୍ତିହୋଇସାରିଛି ଯେ ଦେଶର ସେନାଧ୍ୟକ୍ଷଙ୍କ ପ୍ରତି କିଭଳି ଭାଷାର ପ୍ରୟୋଗ କରାଗଲା । କ’ଣ ଦେଶର ସେନାଧ୍ୟକ୍ଷଙ୍କ ପାଇଁ ଏପରି ଭାଷାର ପ୍ରୟୋଗ କରାଯିବ । ଆଜି ମଧ୍ୟ ହିନ୍ଦୁସ୍ତାନର ପ୍ରତ୍ୟେକ ସିପାହୀ ଯିଏ ସୀମାରେ ଥିବେ, ଯିଏ ନିବୃତି ହେବେ, ଆଜି ତାଙ୍କୁ ଏତେ ଗଭୀର ଆଘାତ ଲାଗିଥିବ ଯାହା ସଂସଦରେ ବସି ଆମେ କଳ୍ପନା କରିପାରିବା ନାହିଁ । ଯିଏ ଦେଶ ପାଇଁ ପ୍ରାଣବଳି ଦେବା ଲାଗି ପ୍ରସ୍ତୁତ, ଯିଏ ଦେଶର କଲ୍ୟାଣ କଥା କହିଥାନ୍ତି, ସେହି ସେନାର ଯବାନମାନଙ୍କ ପରାକ୍ରମକୁ ସେହି ପରାକ୍ରମକୁ ସ୍ୱୀକାର କରିବା ଲାଗି ଆପଣଙ୍କ ନିକଟରେ ସାମର୍ଥ୍ୟ ନାହିଁ, କିନ୍ତୁ ଆପଣ ସର୍ଜିକାଲ ଷ୍ଟ୍ରାଇକକୁ ଜୁମଲା ଷ୍ଟ୍ରାଇକ କହିଲେ । ଆପଣ ସର୍ଜିକାଲ ଷ୍ଟ୍ରାଇକକୁ ଜୁମଲା ଷ୍ଟ୍ରାଇକ କହିଲେ । ଏହା ଦେଶ କେବେ କ୍ଷମା କରିବ ନାହିଁ । ଆପଣଙ୍କୁ ଗାଳି ଦେବାର ଅଛି ତ’ମୋଦୀ ଏଠାରେ ଅଛି । ଆପଣଙ୍କ ସବୁ ଗାଳି ଶୁଣିବା ଲାଗି ପ୍ରସ୍ତୁତ ଅଛି । କିନ୍ତୁ ଦେଶର ଯବାନ ଯେଉଁମାନେ ପ୍ରାଣବଳୀ ଦେବା ଲାଗି ବାହାରିଛନ୍ତି ତାଙ୍କୁ ଗାଳି ଦେବା ବନ୍ଦ କରନ୍ତୁ । ସର୍ଜିକାଲ ଷ୍ଟ୍ରାଇକକୁ ଜୁମଲା ଷ୍ଟ୍ରାଇକକହୁଛନ୍ତି । ଏପରି ସେନାକୁ ଅପମାନିତ କରିବାର କାମ ନିରନ୍ତର ଜାରି ରହିଛି ।

ମାନନୀୟ ଅଧ୍ୟକ୍ଷ ମହୋଦୟା, ଅନେକ ପିଢି ଧରି ଚାଲିଆସିଥିବା ଏହି ଅନାସ୍ଥା କଂଗ୍ରେସର ପ୍ରକୃତି । କଂଗ୍ରେସ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅନାସ୍ଥା ପ୍ରସ୍ତାବର ସାମ୍ବିଧାନିକ ବ୍ୟବସ୍ଥାର ଦୂରୁପଯୋଗ କରିଛି । ଆମେ ଖବରକାଗଜରେ ପଢ଼ିଲୁ ଯେ ଅନାସ୍ଥା ପ୍ରସ୍ତାବର କିଛି ସମୟ ପରେ ବୟାନ ଦିଆଗଲା ଯେ, କିଏ କହୁଛି ଆମ ପାଖରେ ନମ୍ବର ନାହିଁ । ଏ ଯେଉଁ ଅହଂକାର ଦେଖନ୍ତୁ । ମୁଁ ଏହି ସଦନରେ ମନେ ପକାଇ ଦେବାକୁ ଚାହୁଁଛି ଯେ 1999ରେ ରାଷ୍ଟ୍ରପତି ଭବନ ଆଗରେ ଛିଡ଼ା ହୋଇ ଦାବି କରାଯାଇଥିଲା, ଆମ ପାଖରେ 272 ସଂଖ୍ୟା ରହିଛି ଏବଂ ଆମ ସହିତ ଆହୁରି କିଛି ଲୋକ ଯୋଡ଼ିହେବେ, 272, ସାରା ଦେଶରେ ଏବଂ ଅଟଳଜୀଙ୍କ ସରକାରକୁ ମାତ୍ର ଗୋଟିଏ ଭୋଟ ପାଇଁ ଭାଙ୍ଗି ଦିଆଗଲା, କିନ୍ତୁ ନିଜେ ଯିଏ 272ର ଦାବି କରୁଥିଲେ, ତାହା ଫମ୍ପା ବୋଲି ଜଣାପଡ଼ିଲା ଏବଂ 13 ମାସ ମଧ୍ୟରେ ଦେଶକୁ ନିର୍ବାଚନ ମଧ୍ୟକୁ ଠେଲି ଦିଆଗଲା । ନିର୍ବାଚନ ଲଦି ଦିଆଗଲା ଦେଶ ଉପରେ । ମାନନୀୟ ଅଧ୍ୟକ୍ଷା ମହୋଦୟ ଆଜି ପୁଣିଥରେ ଏକ ସ୍ଥିର ଜନାଦେଶ ଏହାକୁ ଅସ୍ଥିର କରିବା ଲାଗି ଖେଳ ଖେଳାଯାଉଛି । ରାଜନୈତିକ ଅସ୍ଥିରତା ସମୟରେ ନିଜର ସ୍ୱାର୍ଥ ସିଦ୍ଧି କରିବା ଏହା ତ’ କଂଗ୍ରେସର ସ୍ୱଭାବ ରହିଆସିଛି । 1979ରେ କୃଷକ ନେତା ମାଟିର ପୁଅ ଚୌଧରୀ ଚରଣ ସିଂଙ୍କୁ ପ୍ରଥମେ ସମର୍ଥନର ଭ୍ରମ ଦିଆଗଲା ଏବଂ ଏହାପରେ  ପ୍ରତ୍ୟାହାର କରିନିଆଗଲା । ଜଣେ କୃଷକ ଜଣେ କର୍ମଜୀବୀଙ୍କୁ ଏତେ ବଡ଼ ଅପମାନ କ’ଣ ହୋଇପାରେ । ଚନ୍ଦ୍ରଶେଖରଙ୍କ ସହିତ ମଧ୍ୟ ସେପରି କରାଗଲା, ଉଦ୍ଦେଶ୍ୟ ତାହା ଥିଲା । ପ୍ରଥମେ ସହଯୋଗର ରଶି ଫିଙ୍ଗାଯିବ ଏବଂ ଏହାପରେ ବିଶ୍ୱାସଘାତକତା ସହିତ ତା’କୁ ଫେରାଇ ନେବାର ଖେଳ ଚାଲିଲା । ଏହି ଫର୍ମୁଲା 1997ରେ ପୁଣି ଗ୍ରହଣ କରାଗଲା । ପ୍ରଥମେ ଦେବଗୌଡ଼ାଙ୍କୁ, ପ୍ରଥମେ ଆଦରଣୀୟ ଦେବଗୌଡ଼ାଜୀଙ୍କୁ ଅପମାନିତ କରାଗଲା ଏବଂ ପୁଣି ଇନ୍ଦ୍ର କୁମାର ଗୁଜରାଲ ଜୀଙ୍କ ପାଳି ଆସିଲା । ଦେବଗୌଡ଼ାଜୀ ହୁଅନ୍ତୁ, ମୁଲାୟମ ସିଂ ଯାଦବ ହୁଅନ୍ତୁ, କିଏ କହିପାରିବ ଯେ କଂଗ୍ରେସ ଏ ଲୋକମାନଙ୍କ ସହିତ କ’ଣ ନକରିଛି । ଭୂମିରୁ ଉଠିଥିବା ନିଜ ଶ୍ରମ ବଳରେ ଲୋକମାନଙ୍କ ହୃଦୟରେ ସ୍ଥାନ ପକ୍କା କରିଥିବା ଜନନେତାଙ୍କ ରୂପରେ ଆଗକୁ ଆସିଥିବା, ସେହି ନେତାମାନଙ୍କୁ ସେହି ଦଳଗୁଡ଼ିକ ସହିତ କଂଗ୍ରେସ ଛଳନା କରିଛି ଏବଂ ବାରମ୍ବାର ଦେଶକୁ ଅସ୍ଥିରତା ମଧ୍ୟକୁ ଠେଲିଦେବାର ପାପ କରିଛି । କିପରି କଂଗ୍ରେସ ନିଜ ସରକାରକୁ ସୁରକ୍ଷା ଦେବା ଲାଗି ଦୁଇ ଦୁଇ ଥର ବିଶ୍ୱାସକୁ କ୍ରୟ କରିବା ଲାଗି ପ୍ରୟାସ କରିଛି ଭୋଟ ବଦଳରେ ନୋଟ ଏହି ଖେଳକୁ କିଏ ନଜାଣିଛି । ଆଜି ଏଠାରେ ଏକ କଥା କୁହାଗଲା, ଏଠାରେ ପଚରାଗଲା ପ୍ରଧାନମନ୍ତ୍ରୀ ମୋ ଆଖି ସହିତ ଆଖି ମିଶାଇପାରିବେ ନାହିଁ । ଗରିବ ମା’ର ପୁଅ, ପଛୁଆ ଜାତିରେ ଜନ୍ମ ହୋଇଥିବା ପିଲା । ଆମେ କିପରି ଆଖି ମିଶାଇପାରିବୁ । ଆପଣଙ୍କ ନାମଦାର (ନାମଜାଦା) ଅଟନ୍ତି ନାମଦାର, ଆମେ ତ’ କାମଗର (କର୍ମଜୀବୀ) ଅଟୁ, ଆପଣଙ୍କ ଆଖିରେ ଆଖି ମିଶାଇବାର ସାହସ ଆମର ନାହିଁ । ଆମେ ଆଖି ମିଶାଇପାରିବୁ ନାହିଁ ଏବଂ ଇତିହାସ ସାକ୍ଷୀ ରହିଛି । ଅଧ୍ୟକ୍ଷା ମହୋଦୟ, ଇତିହାସ ସାକ୍ଷୀ ରହିଛି । ସୁଭାଷ ଚନ୍ଦ୍ର ବୋଷ ଥରେ ଆଖିରେ ଆଖି ମିଶାଇବା କାମ କରିଥିଲେ, ତାଙ୍କ ସହିତ କ’ଣ କରାଗଲା । ମୋରାରଜୀ ଭାଇ ଦେଶାଇ ସାକ୍ଷୀ ଅଛନ୍ତି ସେ ଆଖିରେ ଆଖି ମିଶାଇବା ଲାଗି ପ୍ରୟାସ କଲେ କ’ଣ କରାଗଲା । ଜୟପ୍ରକାଶ ନାରାୟଣ ସାକ୍ଷୀ ରହିଛନ୍ତି ସେ ଆଖିରେ ଆଖି ମିଶାଇବା ଲାଗି ପ୍ରୟାସ କଲେ ତାଙ୍କ ସହିତ କ’ଣ କରାଗଲା । ଚୌଧରୀ ଚରଣ ସିଂ ସେ ମଧ୍ୟ ଆଖିରେ ଆଖି ମିଶାଇବା ଲାଗି ଚେଷ୍ଟା କଲେ ତାଙ୍କ ସହିତ କ’ଣ କରାଗଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଖିରେ ଆଖି ମିଶାଇବା ଲାଗି ପ୍ରୟାସ କଲେ ତାଙ୍କ ସହିତ କ’ଣ କରାଗଲା । ଚନ୍ଦ୍ରଶେଖରଜୀ ଆଖିରେ ଆଖି ମିଶାଇବା ଲାଗି ଚେଷ୍ଟା କଲେ ତାଙ୍କ ସହିତ କ’ଣ କରାଗଲା । ଆରେ ପ୍ରଣବ ମୁଖାର୍ଜୀ ମଧ୍ୟ ଆଖିରେ ଆଖି ମିଶାଇବା ଲାଗି ପ୍ରୟାସ କଲେ ତାଙ୍କ ସହିତ କ’ଣ କରାଗଲା । ଆମେ କେବଳ ସେତିକି ନୁହେଁ ଆମ ଶରଦ ପାୱାରଜୀ ମଧ୍ୟ ଆଖିରେ ଆଖି ମିଶାଇବା ଲାଗି ଚେଷ୍ଟା କଲେ ତାଙ୍କ ସହିତ କ’ଣ କରାଗଲା । ମୁଁ ସବୁକିଛି ପର୍ଦ୍ଦାଫାଶ କରିବାକୁ ଚାହୁଁଛି । ଏହି ଆଖିରେ ଆଖି ମିଶାଇବା, ଆଜି ଯିଏ ଆଖିରେ ଆଖି ମିଶାଇବା କାମ କରିଛି ତାକୁ କିପରି ଅପମାନିତ କରାଯାଇଛି । କିପରି ସେମାନଙ୍କୁ ଝଟକା ଦେଇ ବାହାର କରାଗଲା । ଗୋଟିଏ ପରିବାର ଇତିହାସ ଏ ଦେଶକୁ ଅଛପା ନାହିଁ । ଏବଂ ଆମେ ତ’ କାମଗାର ଆମେ କିପରି ନାମଦାରଙ୍କ ଆଖିରେ ଆଖି ମିଶାଇପାରିବୁ । ଆହୁରି ଆଖି କଥା କହୁଥିବା ଲୋକଙ୍କ ଆଖି ମିଶାଇବାର କାର୍ଯ୍ୟ ଆଜି ମଧ୍ୟ ଟିଭିରେ ସାରା ଦେଶ ଦେଖୁଛି । କିପରି ଆଖି ଖୋଲାଯାଉଛି ଏବଂ କିପରି ବନ୍ଦ କରଯାଉଛି । ଏହି ଆଖିର ଖେଳ ।

ମାନନୀୟ ଅଧ୍ୟକ୍ଷା ମହୋଦୟ, କିନ୍ତୁ ଆଖିରେ ଆଖି ମିଶାଇ ଆଜି ଏହି ସତ୍ୟକୁ ଦଳି ଦିଆଯାଇଛି । ବାରମ୍ବାର ଦଳି ଦିଆଯାଇଛି ସତ୍ୟକୁ ବାରମ୍ବାର ଦଳିଚକଟି ଦିଆଯାଇଛି । ଏଠାରେ କୁହାଗଲା, କଂଗ୍ରେସ ହିଁ ଥିଲା, ଜିଏସଟି ଅଧୀନରେ ପେଟ୍ରୋଲିୟମ ଉତ୍ପାଦକୁ କାହିଁକି ଅଣାଗଲା ନାହିଁ । ମୁଁ ପଚାରିବାକୁ ଚାହୁଁଛି ନିଜ ପରିବାର ଇତିହାସ ବାହାରେ ମଧ୍ୟ କଂଗ୍ରେସର ଇତିହାସ ରହିଛି । ନିଜ ପରିବାର ବାହାରେ କଂଗ୍ରେସ ସରକାରର ମଧ୍ୟ ଇତିହାସ ରହିଛି ଆଉ ସେଥିପ୍ରତି ଟିକିଏ ଧ୍ୟାନ ତ’ ଦିଅନ୍ତୁ, ଯେତେବେଳେ ୟୁପିଏ ସରକାର ଥିଲା ସେତେବେଳେ ପେଟ୍ରୋଲିୟମକୁ ବାହାରେ ରଖିବା ଲାଗି, ଜିଏସଟିକୁ ବାହାରେ ରଖିବା ଲାଗି ନିଷ୍ପତ୍ତି ଆପଣଙ୍କ ସରକାର କରିଥିଲେ । ଆପଣମାନଙ୍କୁ ଏହା ମଧ୍ୟ ଜଣାନାହିଁ । ଆଜି ଏଠାରେ ଏକଥା ମଧ୍ୟ କୁହାଯାଉଛି ଯେ ଆପଣ ଚୌକୀଦାର ନୁହନ୍ତି, ଭାଗିଦାର ଅଟନ୍ତି । ମାନନୀୟ ଅଧ୍ୟକ୍ଷା ମହୋଦୟ, ମୁଁ ଗର୍ବର ସହିତ କହିବାକୁ ଚାହୁଁଛି ଆମେ ଚୌକୀଦାର ମଧ୍ୟ ଅଟୁ, ଆମେ ଭାଗିଦାର ମଧ୍ୟ ଅଟୁ, କିନ୍ତୁ ଆମେ ଆପଣଙ୍କ ଭଳି ସୌଦାଗର ନୋହୁଁ, ଠିକାଦାର ନୋହୁଁ । ଆମେ ନା ସୌଦାଗର, ନା ଠିକାଦାର । ଆମେ ସୌଦାଗର ନୋହୁଁ, ଆମେ ଠିକାଦାର ନୋହୁଁ । ଆମେ ଭାଗିଦାର ଅଟୁ ଦେଶର ଗରିବଲୋକମାନଙ୍କୁ ଦୁଃଖର ଭାଗିଦାର । ଆମେ ଦେଶର କୃଷକମାନଙ୍କ ପୀଡ଼ାର ଭାଗିଦାର । ଆମେ ଭାଗିଦାର ଅଟୁ ଦେଶର ଯୁବକଯୁବତୀମାନଙ୍କ ସ୍ୱପ୍ନର ଭାଗିଦାର ଅଟୁ । ଆମେ ଭାଗିଦାର ଅଟୁ ଦେଶର ସେହି 115ଟି ଜିଲ୍ଲା ଯାହା ଅଭଳଷିତ ଜିଲ୍ଲା ଅଟେ ସେଗୁଡ଼ିକର ବିକାଶର ସ୍ୱପ୍ନର ଭାଗିଦାର ଅଟୁ । ଆମେ ଆମ ଦେଶର ବିକାଶକୁ ନୂଆ ମାର୍ଗରେ ନେଇଯାଉଥିବା ପରିଶ୍ରମୀ ଶ୍ରମଜୀବୀଙ୍କ ଭାଗିଦାର ଅଟୁ । ଆମେ ଭାଗିଦାର ଅଟୁ ଏବଂ ଆମେ ଭାଗିଦାର ହୋଇ ରହିବୁ । ସେମାନଙ୍କୁ ଦୁଃଖକୁ ବାଂଟିବା ଏହା ଆମର ଭାଗିଦାରୀ ଅଟେ । ଆମେ ଏହାକୁ ତୁଲାଇବୁ ଆମେ ଠିକାଦାର ନୋହୁଁ । ଆମେ ସୌଦାଗର ନୋହୁଁ, ଆମେ ଚୌକିଦାର ମଧ୍ୟ ଅଟୁ, ଆମେ ଭାଗିଦାର ମଧ୍ୟ ଅଟୁ । ଆମେ ଏହାକୁ ନେଇ ଗର୍ବିତ ।

କଂଗ୍ରେସର ଗୋଟିଏ ହିଁ ମନ୍ତ୍ର, ଆମେ ରହିବୁ ନହେଲେ ଯଦି ନରହିବୁ ତ’ ଦେଶରେ ଅସ୍ଥିରତା ରହିବ । ଗୁଜବର ସାମ୍ରାଜ୍ୟ ରହିବ । ଏହି ସାରା ସମୟକୁ ଦେଖନ୍ତୁ । ସେଠାରେ ମଧ୍ୟ ଭୂକ୍ତଭୋଗୀ ବସିଛନ୍ତି । ସେଠାରେ କ’ଣ ହୋଇଛି ସମସ୍ତେ ଜାଣନ୍ତି ।

ଗୁଜବ ଉଡ଼ାଯାଉଛି । ମିଛ ପ୍ରସାର କରାଯାଉଛି । ପ୍ରଚାର କରାଯାଉଛି । ଆଜିର ଏ ଯୁଗରେ ଗୁଜବ ଖେଳାଇବା ଲାଗି ଟେକ୍ନୋଲଜି ଉପଲବ୍ଧ ରହିଛି । ଏବଂ ସଂରକ୍ଷଣ ଶେଷ ହୋଇଯିବ । ଦଳିତଙ୍କ  ଉପରେ ଅତ୍ୟାଚାର ନିରୋଧୀ ଆଇନ ଉଚ୍ଛେଦ କରିଦିଆଯାଇଛି । ଦେଶକୁ ହିଂସାର ନିଆଁ ମଧ୍ୟକୁ ଠେଲି ଦେବା ଲାଗି ଷଡ଼ଯନ୍ତ୍ର ହେଉଛି । ଅଧ୍ୟକ୍ଷା ମହୋଦୟ, ଏହି ଲୋକମାନେ ରାଜନୀତି ଦଳିତ, ପୀଡ଼ିତ, ଶୋଷିତ, ବଂଚିତ, ଗରିବମାନଙ୍କୁଭାବନାତ୍ମକ ବ୍ଲାକମେଲ କରି ରାଜନୀତି କରୁଛନ୍ତି । କର୍ମଜୀବୀ, କୃଷକ ସେମାନଙ୍କ ଦୁଃଖର ଚିନ୍ତା ନକରି ସମସ୍ୟାର ସମାଧାନର ରାସ୍ତା ଖୋଜିବା ପରିବର୍ତ୍ତେ ନିର୍ବାଚନ ଜିତିବାର ସର୍ଟକଟ ଖୋଜିବାର ପ୍ରୟାସ ଚାଲିଥିଲା । ଏବଂ ଏହି କାରଣରୁ ଦେଶର ବହୁତ ବଡ଼ ଜନସଂଖ୍ୟା ସଶକ୍ତିକରଣରୁ ବଂଚିତ ରହିଗଲା । ବାରମ୍ବାର ବାବା ସାହେବ ଆମ୍ବେଦକରଙ୍କ ଭାଷା ତାଙ୍କର ପୋଷାକ ଉପରେ ତାଙ୍କର ରାଜନୀତିକୁ ଉପହାସ କରୁଥିବା ଲୋକମାନେ, ଆଜି ବାବାସାହେବଙ୍କ ଗୀତ ଗାଇବାରେ ଲାଗିଛନ୍ତି । ଧାରା 356ର ବାରମ୍ବାର ଦୁରୂପଯୋଗ କରୁଥିବା ଲୋକ ଆମକୁ ଗଣତନ୍ତ୍ରର ପାଠ ପଢ଼ାଇବାର କଥା କହୁଛନ୍ତି । ଯେଉଁ ସରକାର, ଯେଉଁ ମୁଖ୍ୟମନ୍ତ୍ରୀ ପସନ୍ଦ ଆସୁନଥିଲା, ତାଙ୍କୁ ହଟାଇ ଅସ୍ଥିରତା ସୃଷ୍ଟି କରିବା ଏହି ଖେଳ ଦେଶ ସ୍ୱାଧୀନତା ହେବାର ତୁରନ୍ତ ପରେ ଆରମ୍ଭ ହୋଇଥିଲା । ତାହା ଆଜି ମଧ୍ୟ ସୁଯୋଗ ଉଣ୍ଡିଲେ ଖେଳାଯାଉଛି । ଆହୁରି ଏହି ନୀତିର ପରିଣାମ 1980, 19991, 1998, 1999ରେ ଦେଶକୁ ସମୟ ପୂର୍ବରୁ ନିର୍ବାଚନ ଆଡ଼କୁ ଟାଣିନିଆଗଲା । ନିର୍ବାଚନ ହେବାକୁ ଲାଗିଲା । ଗୋଟିଏ ପରିବାରର ସ୍ୱପ୍ନ, ଅକାଂକ୍ଷା ଆଗରେ ଯିଏ ବି ଆସିଲା ତା’ ସହିତ ସେପରି ଆଚରଣ କରାଗଲା । ଦେଶର ଗଣତନ୍ତ୍ରକୁ ହିଁ ବାଜି ଲଗାଇବାକୁ ପଡ଼ୁ ପଛେ ଏହା ସ୍ୱଭାବିକ ଥିଲା । ଯେଉଁମାନଙ୍କର ଏପରି ମାନସିକତା, ଯେଉଁମାନଙ୍କ ମଧ୍ୟରେ ଏତେ ଅହଂକାର ପୂରି ରହିଛି, ସେମାନେ ଆମକୁ ସ୍ୱୀକାର କିଭଳି କରିବେ । ଆମର ଏଠି ବସିବା ସେମାନେ କିଭଳି ଗ୍ରହଣ କରିପାରିବେ । ଏହା ଆମେ ଭଲ ଭାବେ ବୁଝିଛୁ । ଆହୁରି ସେଥିପାଇଁ ଆମକୁ ନାପସନ୍ଦ କରିବା ଅତି ସ୍ୱଭାବିକ ଅଟେ ।

ମାନନୀୟ ଅଧ୍ୟକ୍ଷା ମହୋଦୟ, କଂଗ୍ରେସ ପାର୍ଟି ଭୂମିରୁ ବିଚ୍ଛିନ୍ନ ହୋଇଯାଇଛି । ନିଜେ ତ’ ବୁଡ଼ିଛନ୍ତି କିନ୍ତୁ ସେମାନଙ୍କ ସହିତ ଯାଉଥିବା ଲୋକମାନେ ମଧ୍ୟ ମୁଁ ତ’ ବୁଡ଼ିଛି ପ୍ରିୟ ତୁମେ ମଧ୍ୟ ବୁଡ଼ିବ । କିନ୍ତୁ ମୁଁ ଅର୍ଥ ଏବଂ ଅନର୍ଥରେ ସବୁବେଳେ ଦ୍ୱନ୍ଦ୍ୱରେ ପଡ଼ି ନିଜକୁ ବହୁତ ବଡ଼  ବିଦ୍ୱାନ ବୋଲି ଭାବୁଥିବା ଏବଂ ବିଦବତ୍ତାର ଅହଂକାର ଯାହାର ରହିଛି । ଏବଂ ସବୁବେଳେ ଦ୍ୱନ୍ଦ୍ୱରେ ରହୁଥିବା ଜଣେ ବ୍ୟକ୍ତି ଏକ କଥା କହିଥିଲେ ତାଙ୍କର ଶବ୍ଦକୁ ମୁଁଉଦ୍ଧୃତ କରିବାକୁ ଚାହୁଁଛି ।

“କଂଗ୍ରେସ ପାର୍ଟି ଭିନ୍ନ ଭିନ୍ନ ରାଜ୍ୟରେ କାହିଁକି ଏବଂ କିଭଳି ଦୁର୍ବଳ ହୋଇଯାଇଛି । ମୁଁ ଏକ ଏପରି ରାଜ୍ୟରୁ ଆସୁଛି । ଯେଉଁଠି ଏ ଦଳର ପ୍ରଭୂତ୍ୱ ଶେଷ ହୋଇସାରିଛି । କାହିଁକି କଂଗ୍ରେସ ଏକ କଥାକୁ ବୁଝିପାରୁନାହିଁ ଯେ କ୍ଷମତା ଏବେ ଉଚ୍ଚ ବର୍ଗର ସାଧନ ସମ୍ପନ୍ନ ବର୍ଗରୁ ଧୀରେ ଧୀରେ ଗ୍ରାମର ଲୋକମାନଙ୍କ ଇଂଟରମିଡିଏଟ କାଷ୍ଟ ଏବଂ ଏପରିକି ଏପରି ଜାତିକୁ କଥିତ ସାମାଜିକ ଶୃଙ୍ଖଳାରେ ସବୁଠୁ ନିମ୍ନରେ ରହିଛନ୍ତି । ଗରିବ ବେରୋଜଗାର ଯେଉଁମାନଙ୍କ ପାଖରେ ସମ୍ପତ୍ତି ନାହିଁ, ଯେଉଁମାନଙ୍କର କୌଣସି ଆୟ ନାହିଁ, ଯେଉଁମାନଙ୍କର ସ୍ୱର ଆଜି ପର୍ଯ୍ୟନ୍ତ ଶୁଣାଯାଇନାହିଁ, ସେମାନଙ୍କ ପାଖରେ ପହଁଚିଛି । ଯେପରି କ୍ଷମତା ତଳ ଆଡ଼କୁ ଚାଲିଗଲା । ଯେପରି ଗଣତନ୍ତ୍ରରେ ହେବା ଉଚିତ । ସେପରି ଅନେକ ରାଜ୍ୟରେ କଂଗ୍ରେସର ପ୍ରଭାବ ଶେଷ ହୋଇଚାଲିଲା” । ଏହା ଇନପୁଟ କୋଟେବୁଲ କୋଟ ଅଟେ । ଆହୁରି ଏହା 11 ଏପ୍ରିଲ, 1997ର, ଏବଂ ଦେବଗୌଡ଼ାଜୀଙ୍କ ସରକାରଙ୍କୁ ଯେଉଁ ଅନସ୍ଥା ପ୍ରସ୍ତାବ ଚାଲିଥିଲା । ସେହି ସମୟରେ ଅର୍ଥ ଏବଂ ଅନର୍ଥର ଦ୍ୱନ୍ଦ୍ୱରେ ପଡ଼ିଥିବା ଆପଣଙ୍କ ବିଦ୍ୱାନ ମହାରଥୀ ଶ୍ରୀମାନ ଚିଦାମ୍ବରମଜୀଙ୍କ ଏହି ବାକ୍ୟ ଅଟେ । କେତେଜଣ ବିଦ୍ୱାନ ଲୋକମାନଙ୍କୁ ଏକ କଥା ବୋଧହୁଏ ସେଠାରେ ଲୋକମାନଙ୍କୁ ବୁଝାପଡ଼ିନଥିବ ।

18 ବର୍ଷ ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ତିନି ରାଜ୍ୟର ଗଠନ କରିଥିଲେ । ଉତ୍ତରାଖଣ୍ଡ,ଝାଡ଼ଖଣ୍ଡ, ଛତିଶଗଡ଼ କୌଣସି ଟଣାଓଟରା ନାହିଁ କୌଣସି ଝଗଡ଼ା, ମିଳିମିଶି ବସି ଯିଏ ଯେଉଁଠୁ ବାହାରିଲେ ସେମାନଙ୍କ ସହିତ ବସି ମାର୍ଗ ଖୋଜାଗଲା ଏବଂ ତିନୋଟି ରାଜ୍ୟ ଅତି ଶାନ୍ତିରେ ପ୍ରଗତି କରୁଛନ୍ତି ଏବଂ ଦେଶର ବିକାଶରେ ଯୋଗଦାନ ଦେଉଛନ୍ତି । କିନ୍ତୁ ରାଜନୈତିକ ଲାଭ ପାଇବା ଲାଗି ଆନ୍ଧ୍ରର ଲୋକମାନଙ୍କୁ ବିଶ୍ୱାସକୁ ନନେଇ ବିନା ରାଜ୍ୟ ସଭାର ଦ୍ୱାର ବନ୍ଦ କରି ଜୋର ଏବଂ ଜୁଲମ ମଧ୍ୟରେ ହାଉସ ଅର୍ଡରରେ ନଥାଇ ମଧ୍ୟ ଆପଣମାନେ ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାର ବିଭାଜନ କଲେ । ସେତେବେଳେ ମୁଁ ଏହା କହିଥିଲି, ତେଲୁଗୁ ଆମର ମା’, ସେହି ସମୟରେ ଆମେ କହିଥିଲୁ ତେଲୁଗୁ ଆମର ମା’, ତେଲୁଗୁର ଭାବନା ଭାଙ୍ଗିବା ଉଚିତ ନୁହେଁ । ସେମାନେ ସନ୍ତାନଙ୍କୁ ବଂଚାଇ ଦେଲେ କିନ୍ତୁ ମା’କୁ ମାରିଦେଲେ । ଆମ ସମସ୍ତଙ୍କ ଦାୟିତ୍ୱ ଅଟେ ଯେ ତେଲୁଗୁରୁ ଏହି ଭାବନାକୁ ବଂଚାଇବା ଉଚିତ । ଏହି ଶବ୍ଦ ମୋର ସେତେବେଳେ ଥିଲା ଏବଂ ଆଜି ମଧ୍ୟ ମୁଁ ମାନୁଛି । କିନ୍ତୁ 2014ରେ ଏବଂ ଆପଣଙ୍କର ଅବସ୍ଥା କ’ଣ ହେଲା । ଆପଣଙ୍କୁ ଲାଗୁଥିଲା ଯେ ଗୋଟିଏ ଯିବ କିନ୍ତୁ ଅନ୍ୟଟି ମିଳିଯିବ । କିନ୍ତୁ ଜନତା ଏତେ ବୁଦ୍ଧିମାନ ଥିଲେ ଯେ ନା ଏଇଟା ମିଳିଲା ନା ସେଇଟା ଓଲଟି ଆପଣ ପଛରେ ଏହି ବିପଦ ଛାଡ଼ି ଚାଲିଗଲେ । ଆହୁରି ଆପଣଙ୍କ ଲାଗି ନୂଆ ନୁହେଁ ଆପଣ ଭାରତ ପାକିସ୍ତାନର ବିଭାଜନ କରିଥିଲେ ଆଜି ବି ସେହି ବିପଦ ସାରା ଦେଶକୁ ସମ୍ମୁଖୀନ ହେବାକୁ ପଡ଼ୁଛି । ଆପଣମାନେ ଏମାନଙ୍କର ମଧ୍ୟ ବିଭାଜନ କରିଥିଲେ । ସେମାନଙ୍କୁ ବିଶ୍ୱାସ ଦେଇଥିଲେ ହୁଏତ ଏହି ବିପଦ ଆସିନଥାନ୍ତା । କିନ୍ତୁ କିଛି ଭାବିଲେ ନାହିଁ ଏବଂ ମୋର ଭଲ ଭାବେ ମନେ ଅଛି ଚନ୍ଦ୍ରବାବୁଙ୍କ ବିଷୟରେ ଏବଂ ସେଠାରେ ଆମ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ । କେସିଆର ପ୍ରଥମ ବର୍ଷ ବିଭାଜନକୁ ନେଇ ଚାପ ରହିଥିଲା, ଝଗଡ଼ା ହେଉଥିଲା, ଗଭର୍ଣ୍ଣରଙ୍କୁ ବସିବାକୁ ପଡ଼ୁଥିଲା, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ବସିବାକୁ ପଡ଼ୁଥିଲା ମୋତେ ବସିବାକୁ ପଡ଼ୁଥିଲା । ଏବଂ ସେ ସମୟରେ ଟିଡିପିର ସମ୍ପୂର୍ଣ୍ଣ ଶକ୍ତି ତେଲଙ୍ଗାନା ବିରୋଧରେ ଲାଗିଥିଲା । ସେଥିରେ ହିଁ ଲଢ଼ୁଥିଲେ । ଆମେ ସେମାନଙ୍କୁ ଶାନ୍ତ କରିବା ଲାଗି ଖୁବ ପ୍ରୟାସ କରୁଥିଲୁ । ସମ୍ଭାଳିବାକୁ ଚାହୁଁଥିଲୁ । ଏବଂ ଟିଆରଏସ ପରିପକ୍ଵତା ପ୍ରଦର୍ଶନ କଲା, ସେ ନିଜର ବିକାଶରେ ଲାଗିଲେ । ଅନ୍ୟପଟେ ଅବସ୍ଥା କ’ଣ ହେଲା ଆପଣମାନେ ଜାଣନ୍ତି । ସମ୍ବଳର ବିବାଦ ଆଜି ମଧ୍ୟ ଲାଗି ରହିଛି । ବିଭାଜନ ଏପରି ଆପଣମାନେ କଲେ ସମ୍ବଳର ବିବାଦ ଆଜି ମଧ୍ୟ ଚାଲିଛି । ଏନଡିଏ ସରକାର ଏହା ସୁନିଶ୍ଚିତ କରିଥିଲେ ଯେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ବିକାଶରେ କୌଣସି ଅଭାବ ରହିବ ନାହିଁ । ଏବଂ ଆମେ ସମ୍ପୂର୍ଣ୍ଣ ଭାବେ ସେଥିପ୍ରତି ସମର୍ପିତ ଥିଲୁ । ଏବଂ ଆମେ ଯେଉଁ ପଦକ୍ଷେପ ନେଲୁ ମୋର କେତେକେ ମିଡିଆ ରିପୋର୍ଟ ମନେ ଅଛି । କିଛି ମିଡିଆ ରିପୋର୍ଟ ମୋର ମନେ ପଡ଼ୁଛି । ଏହି ସଦନର ଜଣେ ମାନନୀୟ ସଦସ୍ୟ ସେ ବୟାନ ଦେଇଥିଲେ ଟିଡିପିର । ସେ ବୟାନ ଦେଇଥିଲେ ଯେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଠାରୁ ସ୍ୱତନ୍ତ୍ର ପ୍ୟାକେଜ ଖୁବ ଭଲା । ଏହି ଲୋକମାନେ ଦେଇଥିଲେ । ଅର୍ଥ ଆୟୋଗଙ୍କ ସୁପାରିସକୁ ମୁଁ ପୁଣିଥରେ ଦୋହରାଇବାକୁ ଚାହୁଁଛି । ଅର୍ଥ ଆୟୋଗଙ୍କ ସୁପାରିସ ଅଧୀନରେ ସ୍ୱତନ୍ତ୍ର ଏବଂ ସାଧାରଣ ପାହ୍ୟା ରାଜ୍ୟ ମଧ୍ୟରେ ପ୍ରଭେଦକୁ ଶେଷ କରି ଦିଆଗଲା । ଆୟୋଗ ଏକ ନୂଆ ବର୍ଗ ଉତ୍ତର ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକୁ ନେଇ ସୃଷ୍ଟି କଲେ । ଏହି ପ୍ରକ୍ରିୟାରେ ଆୟୋଗ ଏଥିପ୍ରତି ମଧ୍ୟ ଦୃଷ୍ଟି ଦେଲେ ଯେ ଅନ୍ୟ ରାଜ୍ୟଗୁଡ଼ିକ ପ୍ରତି ଯେପରି ଆର୍ଥିକ କ୍ଷତି ନପହଁଚିବ । ଏନଡିଏ ସରକାର ଆନ୍ଧ୍ରପ୍ରଦେଶର ଲୋକମାନଙ୍କ ଆଶା, ଆକାଂକ୍ଷାକୁ ସମ୍ମାନ କରୁଛି । କିନ୍ତୁ ଏଥିସହ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ସରକାର ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ସୁପାରିସରେ ବାନ୍ଧି ହୋଇ ରହିଛି । ସେଥିପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟ ପାଇଁ ଏକ ନୂଆ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ନିର୍ମାଣ କରାଗଲା । ଯାହାଦ୍ୱାରା ରାଜ୍ୟକୁ ସେତିକି ଆର୍ଥିକ ସହାୟତା ମିଳିବ ଯେତିକି ତାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଥିଲେ ପ୍ରାପ୍ତ ହୋଇଥାନ୍ତା । ଏହି ନିଷ୍ପତ୍ତିକୁ 8 ସେପ୍ଟେମ୍ବର 2016ରେ ଲାଗୁ କରାଗଲା । 4 ନଭେମ୍ବର 2016ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ନିଜେ ଏହି ପ୍ୟାକେଜକୁ ସ୍ୱୀକାର କରି ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ । ଏନଡିଏ ସରକାର ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ଏବଂ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଉପରେ କରାଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଥିଲା । କିନ୍ତୁ ଟିଡିପି ନିଜ ବିଫଳତାକୁ ଲୁଚାଇବା ପାଇଁ ୟୁ ଟର୍ଣ୍ଣ କଲା । ଆହୁରି ମାନନୀୟ ଅଧ୍ୟକ୍ଷ୍ୟା ମହୋଦୟ, ଟିଡିପି ଯେତେବେଳେ ଏନଡିଏ ଛାଡ଼ିବା ଲାଗି ନିଷ୍ପତ୍ତି ନେଲା ତ’ ମୁଁ ଚନ୍ଦ୍ରବାବୁଙ୍କୁ ଫୋନ କରିଥିଲି । ଟିଡିପି ଏନଡିଏରୁ ବାହାରିବା ବେଳେ ଚନ୍ଦ୍ରବାବୁଙ୍କ ସହିତ ମୋର ଫୋନରେ କଥାବାର୍ତ୍ତା ହୋଇଥିଲା । ଏବଂ ମୁଁ ଚନ୍ଦ୍ରବାବୁଙ୍କୁ କହିଥିଲି ଯେ ବାବୁ ଆପଣ ୱାଇଏସଆରର ଜାଲରେ ଫସୁଛନ୍ତି । ୱାଇଏସଆରର ଚକ୍ରରେ ଆପଣ ଫସୁଛନ୍ତି । ଆହୁରି ମୁଁ କହିଲି ଆପଣ ସେଠାକାର ପ୍ରତିଦ୍ୱନ୍ଦ୍ୱିତାରେ, ଆପଣ ନିଜ ରାଜ୍ୟର ପ୍ରତିଦ୍ୱନ୍ଦ୍ୱିତାରେ କୌଣସି ବି ସ୍ଥିତିରେ ଆପଣ ବଂଚିପାରିବେ ନାହିଁ  । ଏହା ମୁଁ ଦିନେ ତାଙ୍କୁ କହିଥିଲି । ଏବଂ ମୁଁ ଦେଖିପାରୁଛି । ଝଗଡ଼ା ତାଙ୍କ ସେଠାକାର । ଉପଯୋଗ ସଦନର କରାଯାଉଛି । ଆନ୍ଧ୍ରପ୍ରଦେଶର ଜନତା ମଧ୍ୟ ଏହି ଘନଘୋର ଅବସରବାଦିତାକୁ ଦେଖୁଛି । ନିର୍ବାଚନ ପାଖେଇଆସିଲାଣି, ପ୍ରଶଂସା ସମାଲୋଚନାରେ ବଦଳିଯାଇଛି । କୌଣସି ସ୍ୱତନ୍ତ୍ର ପ୍ରୋତ୍ସାହନ କିମ୍ବା ପ୍ୟାକେଜ ଦେଲେ ତା’ର ପ୍ରଭାବ ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ପଡ଼ିଥାଏ । ଆହୁରି ଏହି ସଦନରେ ଆପଣମାନେ ମଧ୍ୟ ଶୁଣିନିଅନ୍ତୁ । ଏହି ସଦନରେ ତିନି ବର୍ଷ ପୂର୍ବେ ଶ୍ରୀମାନ ବିରାପ୍ପା ମୋଇଲି କହିଥିଲେ । ଆପଣମାନେ କିଭଳି ଗୋଟିଏ ରାଜ୍ୟ ଏବଂ ଅନ୍ୟ ରାଜ୍ୟ ମଧ୍ୟରେ ଏପରି ଅସମାନତା ଏବଂ ପକ୍ଷପାତିତା କରିପାରିବେ । ଏହା ଏକ ଗୁରୁତର ପ୍ରସଙ୍ଗ କାରଣ ଆପଣ ଜଣେ ବିଚାରକ । ଏ କଥା ମୋଇଲିଜୀ କହିଥିଲେ ।

ଆହୁରି ମୁଁ ଆଜି ଏହି ସଦନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ଲୋକମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି । ମୁଁ ଆନ୍ଧ୍ରପ୍ରଦେଶର ଜନତାଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି । ରାଜଧାନୀର କାର୍ଯ୍ୟ ହେଉ କିମ୍ବା କୃଷକମାନଙ୍କ କଲ୍ୟାଣର କାର୍ଯ୍ୟ ହେଉ କେନ୍ଦ୍ର ସରକାର ଏନଡିଏର ସରକାର ଆନ୍ଧ୍ରର ଜନତାଙ୍କ କଲ୍ୟାଣ କାମରେ କେବେହେଲେ ପଛରେ ରହିବ ନାହିଁ । ସେମାନଙ୍କୁ ଯାହା ସହାୟତା କରାଯାଇପାରିବ ଆମେ କରିଚାଲିଥିବୁ । ଆନ୍ଧ୍ର ପ୍ରଦେଶର କଲ୍ୟାଣ ହେଉ ସେଥିରେ ହିଁ ଦେଶର କଲ୍ୟାଣ ରହିଛି । ଏହା ହିଁ ଆମର ବିଚାର ଅଟେ । ଆମେ ବିକାଶରେ କୌଣସି ଅଭାବ ଛାଡ଼ିବୁ ନାହିଁ । ଆମର ପ୍ରୟାସ ଆମର କାମ କରିବାର ପଦ୍ଧତି ସମସ୍ୟାର ସମାଧାନ ପାଇଁଉଦ୍ଦିଷ୍ଟି । ୱାନ ରେଙ୍କ ୱାନ ପେନସନ – କିଏ ଥିଲା ଯେଉଁମାନେ ଦଶନ୍ଧୀ ଧରି ଏହାକୁ ଝୁଲାଇ ରଖିଥିଲେ ।ଜିଏସଟିର ବିଷୟ ଏତେ ବର୍ଷ ପର୍ଯ୍ୟନ୍ତ କିଏ ଝୁଲାଇ ରଖିଥିଲା । ଏବଂ ଆଜି ଏଠାରେ କୁହାଗଲା ଯେ ଗୁଜରାଟର ମୁଖ୍ୟମନ୍ତ୍ରୀ ଅଟକାଇ ରଖିଥିଲେ । ମୁଁ ଏହି ସଦନକୁ ସୂଚନା ଦେବାକୁ ଚାହୁଁଛି । ସେ ସମୟରେ ଯିଏ ହର୍ତ୍ତାକର୍ତ୍ତାଥିଲେ ତାଙ୍କୁ ମଧ୍ୟ ଜଣା ଅଛି । ମୋର ମୁଖ୍ୟମନ୍ତ୍ରୀ ଭାବେ ଚିଠି ମଧ୍ୟ ଅଛି । ମୁଁ ସେ ସମୟରେ ଭାରତ ସରକାରଙ୍କୁ କହିଥିଲି ଯେ ଜିଏସଟିରେ ରାଜ୍ୟଗୁଡ଼ିକର ଯେଉଁ ଆପତ୍ତି ରହିଛି ତାହାର ସମାଧାନ ନକରି ଆଜି ଜିଏସଟିକୁ ଆଗକୁ ବଢ଼ାଇ ହେବ ନାହିଁ । ଆପଣମାନେ ରାଜ୍ୟ ପକ୍ଷରୁ ଯେଉଁ ଉଚିତ ଦାବି ଉଠାଇଲେ ରାଜ୍ୟଗୁଡ଼ିକ ସହିତ ବସି ସେଗୁଡ଼ିକର ସମାଧାନ କରାଗଲା । କିନ୍ତୁ ଏମାନଙ୍କ ଅହଂକାର ଏତେ ଥିଲା ଯେ ରାଜ୍ୟଗୁଡ଼ିକର ଗୋଟିଏ କଥା ଶୁଣିବା ଲାଗି ପ୍ରସ୍ତୁତ ନଥିଲେ । ଆହୁରି ଏହି କାରଣରୁ ଏବଂ ସେହି ରହସ୍ୟ ମଧ୍ୟ ମୁଁ ଆଜି ଖୋଲୁଛି । ବିଜେପି ବ୍ୟତୀତ ଅନ୍ୟ ଦଳର ମୁଖ୍ୟମନ୍ତ୍ରୀ ମଧ୍ୟ କଂଗ୍ରେସର ମୁଖ୍ୟମନ୍ତ୍ରୀ ମଧ୍ୟ ମୋତେ ଭେଟିଥିଲେ ବୈଠକରେସେମାନେ କହୁଥିଲେ ଆମେ ତ’ କହିପାରିବୁ ନାହିଁ ମୋଦୀଜୀ ଆପଣ କୁହନ୍ତୁ ଆମ ରାଜ୍ୟର ମଧ୍ୟ କିଛି କଲ୍ୟାଣ ହୋଇଯିବ । ଆହୁରି ମୁଁ ସ୍ୱର ଉଠାଇଲି । ଏବଂ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲି ତ’ ମୋର ମୁଖ୍ୟମନ୍ତ୍ରୀଙ୍କ ଅଭିଜ୍ଞତା କାମରେ ଆସିଲା । ଏବଂ ମୁଖ୍ୟମନ୍ତ୍ରୀ ହେବାର ସେହି ଅଭିଜ୍ଞତା କାରଣରୁ ସବୁ ରାଜ୍ୟଗୁଡ଼ିକର ସମସ୍ୟା ସମାଧାନ କରିବା ଲାଗି ନିଷ୍ପତ୍ତି ନିଆଗଲା । ସମସ୍ତ ରାଜ୍ୟଗୁଡ଼ିକୁ ସାଙ୍ଗରେ ଆଣିବାରେ ସଫଳ ହେଲୁ ଏବଂ ଏହାପରେ ଯାଇ ଜିଏସଟି ହେଲା । ଯଦି ଆପଣଙ୍କ ଅହଂକାର ନଥା’ନ୍ତା ଆପଣ ରାଜ୍ୟର ସମସ୍ୟାକୁ ବୁଝିଥା’ନ୍ତେ ତା’ହେଲେ ଜିଏସଟି 5 ବର୍ଷ ପୂର୍ବରୁ ଆସିପାରିଥା’ନ୍ତା । କିନ୍ତୁ ଆପଣଙ୍କ କାମ କରିବାର ପଦ୍ଧତି ହେଲାଝୁଲାଇ ରଖିବା ।

କଳାଧନକୁ ନେଇ ସୁପ୍ରିମକୋର୍ଟ ଏସଆଇଟି ଗଠନ କରିବା ଲାଗି କହିଥିଲେ । କିଏ ଝୁଲାଇ ବସିରହିଥିଲା ଏହାକୁ ଆପଣମାନେ ହିଁ ଝୁଲାଇ ରଖିଥିଲେ । ବେନାମୀ ସମ୍ପତ୍ତି ଆଇନକୁ କିଏ ଝୁଲାଇ ରଖିଥିଲା । ଏନଡିଏ ସରକାରଙ୍କ ଦ୍ୱାରା ଖରିଫ ଫସଲରେ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପିର ବ୍ୟୟ ଦେଢ଼ ଶହ ପ୍ରତିଶତ କରିବା ଲାଗି ଐତିହାସିକ ନିଷ୍ପତ୍ତି ନିଆଗଲା । ଏହାକୁ କିଏ ଅଟକାଇ ଥିଲା । ଆରେ ଆପଣମାନଙ୍କ ପାଖରେ ତ’ରିପୋର୍ଟ 2006 ପଡ଼ିଥିଲା । ଆହୁରି ଆପଣ 2014 ପର୍ଯ୍ୟନ୍ତ ସରକାରରେ ଥିଲେ । ଆଠ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ରିପୋର୍ଟ କଥା ମନେପଡ଼ିଲା ନାହିଁ । ଆମେ ନିଷ୍ପତ୍ତି ନେଇଥିଲୁ ଆମେ କୃଷକମାନଙ୍କ ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ଦେଢ଼ଗୁଣା କରିଦେବୁ । ଆମେ କଲୁ । ଏବଂ ଯେତେବେଳେ ୟୁପିଏ ସରକାର 2007ରେ ଜାତୀୟ କୃଷି ନୀତି ଘୋଷଣା କଲେ, ତ’ ସେଥିରେ 50 ପ୍ରତିଶତ କଥା  ଖାଇଗଲେ, ତା’କୁ ଗାଏବ କରିଦିଆଗଲା । ଏହା ପରେ ଆଗକୁ ମଧ୍ୟ 7 ବର୍ଷ କଂଗ୍ରେସ ସରକାର ରହିଲା । କିନ୍ତୁ ଏମଏସପି କେବଳ ପ୍ରତିଶ୍ରୁତିରେ ରହିଥିଲା । ଏବଂ ଜନତାଙ୍କୁ, କୃଷକମାନଙ୍କୁ ମିଛ ବିଶ୍ୱାସ ଦିଆଯାଉଥିଲା ।

ମୁଁ ଆଜି ଆଉ ଏକ କଥା କହିବାକୁ ଚାହୁଁଛି । ଦେଶ ଲାଗି ଏହି ସୂଚନା ଗୁରୁତ୍ୱପୂର୍ଣ୍ଣ ଅଟେ । ଯେଉଁମାନେ ଶୁଣିବାକୁ ଚାହୁଁନାହାନ୍ତି ସେମାନଙ୍କ ଏହା କାମରେ ଲାଗିବ ନାହିଁ, କିନ୍ତୁ ଦେଶ ପାଇଁ ଜରୁରୀ ଅଟେ । ଆମେ 2014ରେ କ୍ଷମତାକୁ ଆସିଲୁ । ସେତେବେଳେ ଅନେକ ଲୋକ ଆମକୁ କହିଥିଲେ ଯେ ଅର୍ଥବ୍ୟବସ୍ଥା ଉପରେ ଶ୍ୱେତପତ୍ର ଅଣାଯାଉ । ଏହା ଆମ ମନରେ ମଧ୍ୟ ଥିଲା ଶ୍ୱେତପତ୍ର ଆଣିବୁ । କିନ୍ତୁ ଯେତେବେଳେ ଆମେ ବସିଲୁ ଏବଂ ଆରମ୍ଭରେ ସବୁ ସୂଚନା ପାଇବାକୁ ଲାଗିଲୁ, ଗୋଟିଏ ପରେ ଗୋଟିଏ ଏପରି ସୂଚନା ଆସିଲା ଆମେ ଚକିତ ହୋଇ ରହିଗଲୁ । କ’ଣ ଅର୍ଥବ୍ୟବସ୍ଥାର ଏ କି ସ୍ଥିତି । ଏବଂ ସେଥିପାଇଁ ଆଜି ମୁଁ ଏକ କାହାଣୀ ଶୁଣାଇବାକୁ ଚାହୁଁଛି । ପରିସ୍ଥିତି କ’ଣ ସୃଷ୍ଟି କଲା । ଏ କାହାଣୀର ଆରମ୍ଭ ହୋଇଥିଲା 2008ରେ ଏବଂ 2009ରେ ନିର୍ବାଚନ ଥିଲା । କଂଗ୍ରେସ ଭାବୁଥିଲା ଯେ ଏବେ ଗୋଟିଏ ବର୍ଷ ବାକି ଅଛି । ସେତିକି ବ୍ୟାଙ୍କ ଖାଲି କରିହେବ କର । ଥରେ ଯେତେବେଳେ ଅଭ୍ୟାସ ହୋଇଯିବ ତ’ ପୁଣି ବ୍ୟାଙ୍ଗଗୁଡ଼ିକର ଅଣ୍ଡର ଗ୍ରାଉଣ୍ଡ ଲୁଟ 2009 ଠାରୁ 2014 ପର୍ଯ୍ୟନ୍ତ ଚାଲିଥିଲା । ଯେପର୍ଯ୍ୟନ୍ତ କଂଗ୍ରେସ କ୍ଷମତାରେ ଥିଲା ସେ ପର୍ଯ୍ୟନ୍ତ ଏମାନେ ବ୍ୟାଙ୍କଗୁଡ଼ିକର ଲୁଟ ଖେଳ ଚାଲିଥିଲା । ଏକ ତଥ୍ୟ ଏହି ସଦନର ଲୋକମାନଙ୍କୁ ମଧ୍ୟ ଚକିତ କରିଦେବ ସ୍ୱାଧୀନତାର ଷାଠିଏ ବର୍ଷ ପରେ ମାନନୀୟ ଅଧ୍ୟକ୍ଷା ମହୋଦୟ, ସ୍ୱାଧୀନତାର ଷାଠିଏ ବର୍ଷରେ, ଷାଠିଏ ବର୍ଷରେ ଆମ ଦେଶର ବ୍ୟାଙ୍କଗୁଡ଼ିକ ଋଣ ଆକାରରେ ଯେଉଁ ଅର୍ଥ ଦେଇଥିଲେ, ତାହା 18 ଲକ୍ଷ କୋଟି ଥିଲା । ଷାଠିଏ ବର୍ଷରେ 18 ଲକ୍ଷ କୋଟି । କିନ୍ତୁ 2008ରୁ 2014 – 6 ବର୍ଷରେ ଏହି ରାଶି 18 ଲକ୍ଷ କୋଟିରୁ 52 ଲକ୍ଷ କୋଟି ହୋଇଗଲା । ଷାଠିଏ ବର୍ଷରେ 18 ଲକ୍ଷ… ଛଅ ବର୍ଷରେ 52 ଲକ୍ଷ ପହଁଚିଗଲା । ଆହୁରି ଏହି 6 ବର୍ଷରେ – ଷାଠିଏ ବର୍ଷରେ ଯାହା ହୋଇଥିଲା –ତା’କୁ ଡବଲ କରିଦିଆଗଲା । ଏହା କିପରି ହେଲା, ବିଶ୍ୱରେ ଇଂଟରନେଟ ବ୍ୟାଙ୍କ ତ’ ବେଶ ବିଳମ୍ବରେ ଆସିଲା । କିନ୍ତୁ କଂଗ୍ରେସର ଲୋକ ବୁଦ୍ଧିମାନ ଓ ଚତୁର । ଏହି ଟେଲିଫୋନ ବ୍ୟାଙ୍କି ଆରମ୍ଭ ହେଲା । ଏବଂ ଟେଲିଫୋନ ବ୍ୟାଙ୍କିଙ୍ଗର ହିଁ କମାଲ ଥିଲା ଯେ 6 ବର୍ଷରେ 18 ଲକ୍ଷରୁ 52 ଲକ୍ଷ କୋଟି ଟଙ୍କା ନିଜ ପ୍ରିୟ ଲୋକମାନଙ୍କ ସମ୍ପତ୍ତି ବ୍ୟାଙ୍କରୁ ଖର୍ଚ୍ଚ କରିଦିଆଗଲା । ଆହୁରି ପଦ୍ଧତି କ’ଣ ଥିଲା କାଗଜ କିଛି ଦେଖିବା ଦରକାର ନାହିଁ ଟେଲିଫୋନ ଆସିଲା ଋଣ ଦେଇଦିଅ, ଋଣ ଦେବାର ସମୟ ଆସିଲା ସେଥିପାଇଁ ଅନ୍ୟକୁ ଋଣ ଦେଇଦିଅ । ସେହି ଋଣ ସୁଝିବାର ସମୟ ଆସିଲା ଅନ୍ୟ ଏକ ଋଣ ଦେଇଦିଅ । ଯାହା ଗଲା ତ’ ଗଲା ଜମା କରିବା ଲାଗି ନୂଆ ଋଣ ଦେଇ ଚାଲ ଏହି କୁଚକ୍ର ଚାଲିଥିଲା । ଆହୁରି ଦେଶ ଏବଂ ଦେଶର ବ୍ୟାଙ୍କ ଏନପିଏର ବିଶାଳ ଜଞ୍ଜାଳରେ ଫସିଗଲା । ଏହି ଏନପିଏର ଜଞ୍ଜାଳ ଏକପ୍ରକାରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଲାଗି ଏକ ଲେଣ୍ଡମାଇନ ଭଳି ବିଛାଗଲା । ଆମେ ସମ୍ପୂର୍ଣ୍ଣ ପାରଦର୍ଶୀତା ସହିତ ଯାଂଚ ଆରମ୍ଭ କଲୁ । ଏନପିଏର ସଠିକ ସ୍ଥିତି କ’ଣ ଅଟେ । ସେଥିପାଇଁ ମେକାନିଜମ ଆରମ୍ଭ କଲୁ । ଆମେ ଏଥିରେ ଏତେ ନିଖୁଣ ଭାବେ ଗଲୁ ଯେ ଏନପିଏର ଜଞ୍ଜାଳ ଗଭୀର ହେଲା ନିରନ୍ତର ଗଭୀର ହେଲା । ଏନପିଏ ବଢ଼ିବାର ଆଉ ଏକ କାରଣ ୟୁପିଏ ସରକାର କିଛି ଏପରି ନିଷ୍ପତ୍ତି ନେଲେ ଯେଉଁ କାରଣରୁ ଦେଶରେ କ୍ୟାପିଟାଲ ଗୁଡସ ଇମ୍ପୋର୍ଟରେ ଭାରୀ ବୃଦ୍ଧି ଘଟିଲା । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଳାଗିବ ଯେ କ୍ୟାପିଟାଲ ଗୁଡସର ଇମ୍ପୋର୍ଟ କଷ୍ଟମ ଡ୍ୟୁଟିକୁ କମ କରି ଏତେ ଅଧିକ ବୃଦ୍ଧି କରାଗଲା ଯେ ଆମର ଅଶୋଧିତ ତୈଳ ଅମଦାନୀର ସମତୁଲ୍ୟ ହୋଇଗଲା । ଏ ସମସ୍ତ ଇମ୍ପୋର୍ଟର ଫାଇନାନ୍ସିଂ ବ୍ୟାଙ୍କର ଲୋନ ଜରିଆରେ କରାଗଲା । ଦେଶରେ କ୍ୟାପିଟାଲ ଗୁଡସର ଉତ୍ପାଦନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଲା । ବ୍ୟାଙ୍କଗୁଡ଼ିର ଋଣ ବିନା ପ୍ରୋଜେକ୍ଟ ଆକଳନ ବିନା କ୍ଲିଅରାନ୍ସରେ ନିଆଗଲା । ଏପରିକି ଅନେକ ପ୍ରକଳ୍ପରେ ତ’ଇକ୍ୟୁଟି ବଦଳରେ ଋଣ ମଧ୍ୟ ବ୍ୟାଙ୍କଗୁଡ଼ିକ ଦେଲେ ।  ଏବେ ଗୋଟିଏ ପଟେ ଏହି କ୍ୟାପିଟାଲ ଗୁଡସର ଆମଦାନୀ ଏବଂ ପ୍ରୋଜେକ୍ଟର ନିର୍ମାଣରେ କଷ୍ଟମ ଡ୍ୟୁଟି କିମ୍ବା ସରକାରଙ୍କ ଟିକସରେ ହ୍ରାସ କରାଗଲା । ଅନ୍ୟପଟେ ସରକାରୀ ମଞ୍ଜୁରି ଦେବା ଲାଗି କେତେକ ନୂଆ ଟିକସ ଆଇନ ନିର୍ମାଣ କରାଗଲା । ଯେଉଁ ଟିକସ ସରକାରଙ୍କ ଖାତାକୁ ଯାଉନଥିଲା । ସେହି ଟିକସ କାରଣରୁ ସମସ୍ତ ପ୍ରକଳ୍ପ ମଞ୍ଜୁରିରେ ବିଳମ୍ବ ହେଲା । ବ୍ୟାଙ୍କଗୁଡ଼ିକର ଋଣ ଫସି ରହିଲା । ଏବଂ ଏନପିଏ ବଢ଼ିଚାଲିଲା । ଆଜି ମଧ୍ୟ ଯେତେବେଳେ ବାରମ୍ବାର ଏନପିଏର ସ୍ଥିତି ଉପରେ ଆପଣମାନେ ବୟାନ ଦିଅନ୍ତି, ତ’ ସରକାରଙ୍କୁ ବାଧ୍ୟ ହୋଇ ଦେଶର ଜନତାଙ୍କ ସମ୍ମୁଖରେ ଏହି ସଦନ ମାଧ୍ୟମରେ ମୋତେ ତଥ୍ୟ ପୁଣିଥରେ ରଖିବାକୁ ପଡ଼ୁଛି । ଗୋଟିଏ ପରେ ଆମ ସରକାର ବ୍ୟାଙ୍କଗୁଡ଼ିକର ବୁକସରେ ଏ ସମସ୍ତ ଏନପିଏକୁ ସଚ୍ଚୋଟତାର ସହିତ ଦେଖାଇବାର ନିଷ୍ପତ୍ତି ନେଲା । ସେପଟେ ଆମେ ବ୍ୟାଙ୍କରେ ସୁଧାର ଲାଗି ଅନେକ ନୀତିଗତ ନିଷ୍ପତ୍ତି ନେଲୁ । ଯାହା ଦେଶର ଅର୍ଥବ୍ୟବସ୍ଥାକୁ ଆଗାମୀ ବର୍ଷରେ ଲାଭ ପହଁଚାଇବ । ପଚାସ କୋଟି ଟଙ୍କାରୁ ଅଧିକ ସମସ୍ତ ଏନପିଏ ଏକାଉଣ୍ଟର ସମୀକ୍ଷା କରାଗଲା । ଏଥିରେ ସମ୍ପୂର୍ଣ୍ଣ ଡିଫଲ୍ଟର୍ସ ଏବଂ ଫ୍ରଡ/ଚଞ୍ଚକତାର ସମ୍ଭାବନାର ଆକଳନ କରାଯାଉଛି । ବ୍ୟାଙ୍କଗୁଡ଼ିରେ ଚପଗ୍ରସ୍ତ ସମ୍ପତ୍ତି ପରିଚାଳନା (ଷ୍ଟ୍ରେସ ଏସେଟ୍ସର ମ୍ୟାନେଜମେଂଟ) ଲାଗି ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରାଗଲା । ଦୁଇ ଲକ୍ଷ ଦଶ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ବ୍ୟାଙ୍କଗୁଡ଼ିର ପୁନଃ-ମୂଳଧନ ଲଗାଣଲାଗି ଦିଆଯାଉଛି । ଆମ ସରକାର ଇନସଲଭେନ୍ସି ଏବଂ ବ୍ୟାଙ୍କରପ୍ସି କୋଡ ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ଶୀର୍ଷ 12 ଡିଫଲ୍ଟର୍ସ ଯେଉଁମାନେ ଯାହାକି ମୋଟ ଏନପିଏର 25 ପ୍ରତିଶତ ପାଖାପାଖି ଅଟେ । ଏହି କେସ ଜାତୀୟକମ୍ପାନୀ ଆଇନ ଟ୍ରିବ୍ୟୁନାଲ ଦ୍ୱାରା କରାଯାଇସାରିଛି । ଏହି  12ଟି ବଡ଼ କେସରେ ପାଖାପାଖି 3 ଲକ୍ଷ କୋଟି ଟଙ୍କାର ଅର୍ଥ ଫସି ରହିଛି । କେବଳ ଗୋଟିଏ ବର୍ଷରେ ଏଥିମଧ୍ୟରୁ ତିନୋଟି ବଡ଼ ମାମଲାରେ ଆମ ସରକାର ପାଖାପାଖି 55 ପ୍ରତିଶତ ରିକଭରୀ(ଫେରସ୍ତ ଆଣିବା) ହାସଲ କରିଛନ୍ତି । ଅନ୍ୟପଟେ ଯଦି ମୋଟ 12ଟି ବଡ଼ ମାମଲାର କଥା କହିବା ତ ସେଥିମଧ୍ୟରୁ ପାଖାପାଖି 45 ପ୍ରତିଶତର ରିକଭରି କରାଯାଇସାରିଛି । ସେପରି ଲୋକମାନଙ୍କ ପାଇଁ କାଲି ହିଁ ଲୋକସଭାରେ ପଳାତକ ଅର୍ଥନୈତିକ ଅପରାଧୀ ବିଲ ପାସ କରାଯାଇଛି । ବ୍ୟାଙ୍କଗୁଡ଼ିକର ଋଣ ପରିଶୋଧ କରୁନଥିବା ଲୋକମାନଙ୍କ ପାଇଁ ଏବେ ଦେଶର ଆଇନରୁ ବଂଚିବା ଆହୁରି କଷ୍ଟକର ହୋଇଯାଇଛି ଏବଂ ଏହାଦ୍ୱାରା ଏନପିଏ ଉପରେ ମଧ୍ୟ ନିୟନ୍ତ୍ରଣ ଆସିବାରେ ସହାୟତା ମିଳିପାରିବ । ଯଦି 2014ରେ ଏନଡିଏ ସରକାର ଗଠନ ହୋଇନଥାନ୍ତା ଯେଉଁ ବ୍ୟବସ୍ଥାରେ କଂଗ୍ରେସ ସରକାର ଚଳାଉଥିଲା,ଯଦି ସେହି ବ୍ୟବସ୍ଥା ଚାଲିଥା’ନ୍ତା, ତ’ ଆଜି ଦେଶ ବହୁତ ବଡ଼ ସଂକଟ ଦେଇ ଗତି କରିଥା’ନ୍ତା ।

ମୁଁ ଏ ସଦନ ମଧ୍ୟମରେ ଦେଶକୁ କହିବାକୁ ଚାହୁଁଚି ଯେ ପୂର୍ବରୁ ସରକାର ଦେଶ ଉପରେ ସ୍ପେଶାଲ ଫରେନ କରେନ୍ସି ନନ ରେସିଡେଂଟ ଡିପୋଜିଟ ଅର୍ଥାତ୍ ଏଫସିଏନଆରର ପାଖାପାଖି 32 ବିଲିୟନ ଡଲାରର ଋଣ ଛାଡ଼ି ଯାଇଥିଲେ । ଏହି ଋଣକୁ ମଧ୍ୟ ଭାରତ ସମ୍ପୂର୍ଣ୍ଣ ଭାବେ ଆଜି ଫେରାଇ ସାରିଛି । ଏହି କାମ ଆମେ କରିଦେଖାଇଛୁ ।

ମାନନୀୟ ଅଧ୍ୟକ୍ଷ ମହୋଦୟା, ଦେଶରେ ଗ୍ରାମ ସ୍ୱରାଜ ଅଭିଯାନ – ଏହାକୁ ଆଗକୁ ନେବା ଲାଗି ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଆମେ 15 ଅଗଷ୍ଟ ପର୍ଯ୍ୟନ୍ତ 65 ହଜାର ଗ୍ରାମରେ – ସମସ୍ତଙ୍କ ପାଖରେ ବ୍ୟାଙ୍କ ଏକାଉଣ୍ଟ ଥାଉ, ଗ୍ୟାସ ସଂଯୋଗ ଥାଉ, ପ୍ରତ୍ୟେକ ଘରେ ବିଦ୍ୟୁତ ସଂଯୋଗ ଥାଉ, ସମସ୍ତଙ୍କ ଟିକାକରଣ ହୋଇଥାଉ, ସମସ୍ତଙ୍କୁ ବୀମାର ସୁରକ୍ଷା କବଚ ମିଳୁ ଏବଂ ସବୁ ଘରେ ଏଲଇଡି ବଲ୍ବ ଥାଉ – ଏହି ଗ୍ରାମ ମୋଟ 115ଟି ଜିଲ୍ଲାରେ ରହିଛି । ଯାହାକୁ ଭୁଲ ନୀତି କାରଣରୁ ପଛୁଆପଣର ଅବିଶ୍ୱାସ ଦିଆଗଲା ଏବଂ ଆମେ ସେଗୁଡ଼ିକୁ ଆକାଂକ୍ଷାର ନୂତନ ବିଶ୍ୱାସ ଦେଲୁ । ନିଉ ଇଣ୍ଡିଆର ବ୍ୟବସ୍ଥା ସ୍ମାର୍ଟ ମଧ୍ୟ, ସମ୍ବେଦନଶୀଳ ମଧ୍ୟ ଅଟେ । ସ୍କୁଲରେ ପରୀକ୍ଷାଗାରର ଠିକଣା ନଥିଲା, ଆମେ ଅଟଳ ଟିଙ୍କରିଂ ଲ୍ୟାବ, ସ୍କିଲ ଇଣ୍ଡିଆ, ଖେଲୋ ଇଣ୍ଡିଆ ଅଭିଯାନ ଦ୍ୱାରା ପ୍ରତିଭାର ଚିହ୍ନଟ ଏବଂ ସମ୍ମାନ ବଢ଼ାଇ ଦେଇଛୁ । ମହିଳାମାନଙ୍କ ଜୀବନର ପ୍ରତ୍ୟେକ ସୋପାନକୁ ଧ୍ୟାନରେ ରଖି ଯୋଜନା ନିର୍ମାଣ କଲୁ ଏବଂ ଆଜି ଗର୍ବର ସହିତ କହିବାକୁ ଚାହୁଁଛି । ସୁରକ୍ଷା ସଂକ୍ରାନ୍ତକ୍ୟାବିନେଟ କମିଟିରେ ପ୍ରଥମ ଥର ଦେଶରେ ଦୁଇ ଜଣ ମହିଳା ବସୁଛନ୍ତି । ଏବଂ ଦୁଇ ଜଣ ମହିଳା ମନ୍ତ୍ରୀ ନିଷ୍ପତ୍ତି ନେବାରେ ଭାଗିଦାର ଅଟନ୍ତି । ମହିଳାମାନେମାନଙ୍କୁ ଫାଇଟର ପାଇଲଟ ଭାବେ ଇଣ୍ଡକ୍ଟ କରାଗଲା । ତିନି ତଲାକ ଭୋଗୁଥିବା ମୁସଲିମ ଭଉଣୀଙ୍କ ସହିତ ସରକାର ଦୃଢ଼ତାର ସହିତ ଛିଡ଼ା ହୋଇଛନ୍ତି । ବେଟୀ ବଚାଓ ବେଟୀ ପଢ଼ାଓ ଜନ ଆନ୍ଦୋଳନ ହୋଇଛି । ଅନେକ ଜିଲ୍ଲାରେ କନ୍ୟାଙ୍କ ଜନ୍ମରେ ବୃଦ୍ଧି, କନ୍ୟାଙ୍କ ଉପରେ ଅତ୍ୟାଚାର କରୁଥିବା ଳୋକମାନଙ୍କ ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା, ଗଣତାନ୍ତ୍ରିକ ବ୍ୟବସ୍ଥାରେ ହିଂସା ଏବଂ ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ । ଏପରି ଘଟଣାରେ କୌଣସି ଜଣେ ଭାରତୀୟର ମଧ୍ୟ ନିଧନ ଦୁଃଖଦ ଅଟେ । ଏହା ମାନବତାର ମୂଳ ଭାବନା ବିରୋଧରେ ଅଟେ । ଯେଉଁଠି ଏପରି ଘଟଣା ଘଟୁଛି ସେଠାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ମୁଁ ଆଜି ଏହି ସଦନ ମଧ୍ୟମରେ ରାଜ୍ୟ ସରକାରଙ୍କୁ ପୁଣିଥରେ ଅନୁରୋଧ କରିବି ଯେ ଯେଉଁମାନେ ମଧ୍ୟ ଏପରି ହିଂସା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦେଶକୁ ଏକବିଂଶଶତାବ୍ଦୀର ଦେଶର ସ୍ୱପ୍ନ ପୂରଣ କରିବାକୁ ଅଛି । ଭାରତ ମାଳା ଦ୍ୱାରା ହାଇୱେର ଜାଲ ସାରା ଦେଶରେ ବିଛାଯାଇଛି । ସାଗରମାଳା ଦ୍ୱାରା ବନ୍ଦର ବିକାଶ ଏବଂ ବନ୍ଦର ଆଧାରିତ ବିକାଶକୁ ପ୍ରୋତ୍ସାହନ ଦିଆଯାଉଛି । ଟାୟର ଟୁ ଏବଂ ଟାୟର ଥ୍ରୀ ସହରରେ ବିମାନ ଯୋଗାଯୋଗ ଉପରେ ମଧ୍ୟ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଦେଶର ସହରଗୁଡିକରେ ମେଟ୍ରୋର ବ୍ୟାପକ ପ୍ରସାର ହେଉ ସେହି କାମ ମଧ୍ୟ ଜାରି ରହିଛି । ଏ ଦେଶର ପ୍ରତ୍ୟେକ ପଂଚାୟତ ପର୍ଯ୍ୟନ୍ତ ଇଂଟରନେଟ ପହଁଚାଇବା ଲାଗି ଦ୍ରୁତି ଗତିରେ କାମ ହେଉଛି । ଦେଶ ଏହାର ସାକ୍ଷୀ ରହିଛି । ଗାଁ ଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ଗରିବ ଏବଂ ମଧ୍ୟମବର୍ଗର ଜୀବନରେ ବଡପରିବର୍ତ୍ତନ ଆସୁଛି । ପୂର୍ବର ସରକାରଙ୍କ ତୁଳନାରେ ଆମ ସରକାରଙ୍କ ଗତି ଖୁବ ଅଧିକ ଦ୍ରୁତ । ସଡ଼କ ନିର୍ମାଣ ହେଉ, ରେଳବାଇ ଲଇନର ବିଦ୍ୟୁତିକରଣ ହେଉ, ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି ହେଉ, ନୂତନ ଶିକ୍ଷା ପ୍ରତିଷ୍ଠାନ ହେଉ, ଆଇଆଇଟି, ଆଇଆଇଏମ ହେଉ, ମେଡ଼ିକାଲ ସିଟ ସଂଖ୍ୟା ବୃଦ୍ଧି ହେଉ, କର୍ମଚାରୀ ସେହିମାନେ ହିଁ ଅଛନ୍ତି, ଅମଲାତନ୍ତ୍ର ସମାନ ରହିଛି, ଫାଇଲର ପଦ୍ଧତି ସେହିପରି ଅଛି, କିନ୍ତୁ ଏହା ସତ୍ତ୍ୱେ ଏହା ରାଜନୈତିକ ଇଚ୍ଛାଶକ୍ତି ରହିଛି । ଯେଉଁ କାରଣରୁ ଦେଶର ସାମର୍ଥ୍ୟରେ ନୂତନ ଶକ୍ତି ଭରି ଆମେ ଆଗକୁ ବଢ଼ୁଛୁ । ଏ ଦେଶରେ ରୋଜଗାରକୁ ନେଇ ଅନେକ ଭ୍ରମ ସୃଷ୍ଟି କରାଯାଉଛି । ଆହୁରି ପୁଣି ଥରେ ସତ୍ୟକୁ ମୋଡ଼ିବାର ପ୍ରୟାସ ଆଧାରହୀନ କଥା କୌଣସି ସୂଚନା ନାହିଁ, ସେପରି ଗପ ଚଳାଇବା ଭଲ ହେବ ଯଦି ସେଥି ପ୍ରତି ଟିକିଏ ନିଖୁଣ ଭାବେ ଦେଖନ୍ତେ ତ ଦେଶର ନବଯୁବକମାନଙ୍କୁ ନିରାଶ କରି ରାଜନୀତି କରିବାର ପାପ କରନ୍ତେ ନାହିଁ । ସରକାର ସିଷ୍ଟମରେ ଉପଲବ୍ଧ ନିଯୁକ୍ତି ସଂଲଗ୍ନ ଭିନ୍ନ ଭିନ୍ନ ତଥ୍ୟକୁ ଦେଶ ଆଗରେ ସବୁ ମାସରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଂଗଠିତ କ୍ଷେତ୍ର ଅର୍ଥାତ ଫର୍ମାଲ ସେକ୍ଟରରେ ନିଯୁକ୍ତିରେ ବୃଦ୍ଧିକୁ ମାପିବାର ଏହିପଦ୍ଧତି ଅଟେ, କର୍ମଚାରୀ ଭବିଷ୍ୟନିଧି ଅର୍ଥାତ ଇପିଏଫରେ କର୍ମଚାରୀମାନଙ୍କର ଘୋଷଣା ସେପ୍ଟେମ୍ବର 2017 ଠାରୁ ଆରମ୍ଭ କରି ମେ 2018 ଏହି 9 ମାସ ମଧ୍ୟରେ ପାଖାପାଖି 45 ଲକ୍ଷ ନୂଆ ନେଟ ସବସ୍କ୍ରାଇବର ଇପିଏଫ ସହ ଯୋଡ଼ି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 77 ପ୍ରତିଶତ 28 ବର୍ଷରୁ କମ ବୟସର । ଫର୍ମାଲ ସିଷ୍ଟମରେ ନିଉପେନସନ ସ୍କିମ ଅର୍ଥାତ ଏନପିଏସରେ ଗତ 9 ମାସରେ 5 ଲକ୍ଷ 68 ଜହାରରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି । ଏହିପରି ଇପିଏଫ ଏବଂ ଏନପିଏସ ଉଭୟ ତଥ୍ୟକୁ ମିଶାଇ ଗତ 9 ମାସରେ ଫର୍ମାଲ ସେକ୍ଟରରେ 50 ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ସହ ଯୋଡ଼ି ହୋଇଛନ୍ତି । ଏହି ସଂଖା ସାରା ବର୍ଷ ଲାଗି 70 ଲକ୍ଷରୁ ମଧ୍ୟ ଅଧିକ ହେବ । ଏହି 70 ଲକ୍ଷ କର୍ମଚାରୀମାନଙ୍କ ମଧ୍ୟରୁ ଇଏସଆଇସିର ତଥ୍ୟକୁ ମିଶାଯାଇନାହିଁ । କାରଣ ଏଥିରେ ଏବେ ଆଧାର ଲିଙ୍କି କରିବା କାମ ଜାରି ରହିଛି । ଏହା ବ୍ୟତୀତ ଦେଶରେ କେତେ ପ୍ରଫେସନାଲ ସଂସ୍ଥା ମଧ୍ୟ ରହିଛି, ଏମାନଙ୍କ ମଧ୍ୟରେ ଯୁବ ପ୍ରଫେସନାଲା ଡିଗ୍ରୀ ନେଇ ନିଜକୁ ରେଜିଷ୍ଟ୍ର କରୁଛନ୍ତି ଏବଂ ନିଜ କାମ କରୁଛନ୍ତି । ଉଦାହରଣ ସ୍ୱରୂପ ଡାକ୍ତର, ଇଞ୍ଜିନିୟର, ଆର୍କିଟେକ୍ଟସ, ଲୟର୍ସ, ଚାର୍ଟାର୍ଡ ଏକାଉଣ୍ଟାଣ୍ଟସ, କଷ୍ଟ ଏକାଉଣ୍ଟାଣ୍ଟସ କମ୍ପାନୀ,କମ୍ପାନୀ ସେକ୍ରେଟାରିଜ, ଏଥିରେ ଏକ ସ୍ୱତନ୍ତ୍ର ଇଣ୍ଡିପେଣ୍ଡେଂଟ ଇନଷ୍ଟିଟ୍ୟୁଟ ସର୍ଭେ କରିଛନ୍ତି । ଏବଂ ସ୍ୱାଧୀନ ସଂସ୍ଥା ଅନୁଧ୍ୟାନ କରି କହିଛି ଯେ ସେମାନେ ଯେଉଁ ତଥ୍ୟ ରଖିଛନ୍ତି । ସେମାନଙ୍କ କହିବା କଥା 2016-17ରେ ପାଖାପାଖି 17 ହଜାର ନୂଆ ଚାର୍ଟାର୍ଡ ଏକାଉଣ୍ଟାଣ୍ଟସ ସିଷ୍ଟମରେ ଯୋଡ଼ି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 5 ହଜାରରୁ ଅଧିକ  ଲୋକମାନେ ନୂଆ କମ୍ପାନୀ ଆରମ୍ଭ କରିଛନ୍ତି । ଆଜି ଜଣେ ଚାର୍ଟାର୍ଡ ଏକାଉଣ୍ଟସ ସଂସ୍ଥା ମଧ୍ୟରେ ଲୋକମାନଙ୍କୁ ନିଯୁକ୍ତି ମିଳୁଛି, ତ’ ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ 1 ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି । ପୋଷ୍ଟ ଗ୍ରାଜୁଏଟ ଡାକ୍ତର, ଡେଂଟାଲ ସର୍ଜନ ଏବଂ ଆୟୁଷ ଡାକ୍ତର –  ଆମ ଦେଶରେ 80 ହଜାର ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଡାକ୍ତର, ଡେଂଟାଲ ସର୍ଜନ ଏବଂ ଆୟୁଷ ଡାକ୍ତର ଶିଖିତ ହୋଇ ପ୍ରତିବର୍ଷ କଲେଜରୁ ବାହାରୁଛନ୍ତି । ଏମାନଙ୍କ ମଧ୍ୟରୁ ଯଦି ଷାଠିଏ ପ୍ରତିଶତ ନିଜେ ପ୍ରାକ୍ଟିସ କରିବେ ତ’ ପ୍ରତି ଡାକ୍ତର 5 ଜଣ ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦେଇପାରିବେ । ଏବଂ ଏହି ସଂଖ୍ୟା 2 ଲକ୍ଷ 40 ହଜାର ହେବ । ଓକିଲ 2017ରେ ପାଖାପାଖି 80 ହଜାର ସ୍ନାତକ ଏବଂ ସ୍ନାତକୋତ୍ତର ଓକିଲ ହୋଇଛନ୍ତି ଏମାନଙ୍କ ମଧ୍ୟରୁ ଯଦି 60 ପ୍ରତିଶତ ଲୋକମାନଙ୍କ ନିଜ ପ୍ରାକ୍ଟିସ ଆରମ୍ଭ କରିଥିବେ ଏବଂ ନିଜେ ଦୁଇ ତିନି ଜଣ ଲୋକଙ୍କୁ ନିଯୁକ୍ତି ଦେଇଥିବେ, ତ’ ପାଖାପାଖି 2 ଲକ୍ଷ ନିଯୁକ୍ତି ସେହି ଓକିଲମାନଙ୍କ ମାଧ୍ୟମରେ ମିଳିଛି । ଏହି ତିନି ପ୍ରଫେସନରେ ହିଁ 2017ରେ 6 ଲକ୍ଷରୁ ଅଧିକ ଲୋକମାନଙ୍କୁ ନିଯୁକ୍ତର ସୁଯୋଗ ମିଳିଛି । ଏବେ ଯଦି ଇନଫର୍ମାଲ ସେକ୍ଟର କଥା କହିବା, ତ’ ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଯଥେଷ୍ଟ ଲୋକମାନଙ୍କ ନିଯୁକ୍ତି ମିଳିଛି । ଗତ ବର୍ଷ ଟ୍ରାନ୍ସପୋର୍ଟ ସେକ୍ଟରେ 7 ଲକ୍ଷ 60 ହଜାର କମର୍ସିଆଲ ଗାଡ଼ି ବିକ୍ରି ହୋଇଛି । ସାତ ଲକ୍ଷ 60 ହଜାର କମର୍ସିଆଲ ଗାଡ଼ି ଯଦି ଏଥିମଧ୍ୟରୁ 25 ପ୍ରତିଶତ ଗାଡ଼ି ବିକ୍ରି ପୁରୁଣା ଗାଡ଼ିକୁ ବଦଳାଇବା ଲାଗି  ଗ୍ରହଣ କରିବା ତ’ 5 ଲକ୍ଷ 70 ହଜାର ଗାଡ଼ି  ସାମଗ୍ରୀ ପରିବହନ ଲାଗି ସଡ଼କରେ ଯାତାୟାତ କରିଛି ଏବଂ ନୂଆ ଗାଡ଼ି ଚାଲିଛି । ସେପରି ଏକ ଗାଡ଼ିରେ ଦୁଇ ଜଣ ଲୋକମାନଙ୍କୁ ମଧ୍ୟ ଯଦି ରୋଜଗାର ମିଳୁଛି ତ’ ରୋଜଗାର ପାଉଥିବା ଲୋକଙ୍କ ସଂଖ୍ୟା 11 ଲକ୍ଷ 40 ହଜାର ହୋଇଯିବ । ଏହିପରି ଯଦି ଆମେ ଯାତ୍ରୀବାହୀ ଯାନର ବିକ୍ରିକୁ ଦେଖିବା ତ’ ଏହି ସଂଖ୍ୟା 25 ଲକ୍ଷ 40 ହଜାର ଥିଲା । ଏଥିମଧ୍ୟରୁ 20 ପ୍ରତିଶତ ଗାଡ଼ି ପୁରୁଣା ଗାଡ଼ିକୁ ବଦଳାଇବା ଲାଗି ଗ୍ରହଣ କରାଯିବ, ତ’ ପାଖାପାଖି 30 ଲକ୍ଷ ଗାଡ଼ି ସଡ଼କରେ ଚଳାଚଳ କରିଛି । ଏହି ନୂଆ ଗାଡ଼ିରେ ପାଖାପାଖି 25 ପ୍ରତିଶତ ମଧ୍ୟ ଏପରି ଯଦି ଗ୍ରହଣ କରାଯାଏ ତ’ଜଣେ ଡ୍ରାଇଭରକୁ ରୋଜଗାର ଦିଆଯାଏ ତ’  5 ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ସେହିପରି ଗତ ବର୍ଷ ଆମ ଏଠି 2 ଲକ୍ଷ 55 ହଜାର ଅଟୋ ବିକ୍ରି ହୋଇଛି । ଏଥିମଧ୍ୟରୁ 10 ପ୍ରତିଶତ ବିକ୍ରି ଯଦି ପୁରୁଣା ଅଟେ ବଦଳାଇବା ଲାଗି ହୋଇଛି ବୋଲି ଧରାଯିବ, ତ ପାଖାପାଖି ଦୁଇ ଲକ୍ଷ 30 ହଜାର ନୂଆ ଅଟେ ଗତ ବର୍ଷ ସଡ଼କକୁ ଆସିଛି । ଅଟୋ ଦୁଇଟି ସିଫ୍ଟରେ ଚାଲୁଥିବାରୁ ଦୁଇଟି ଅଟୋରୁ ତିନି ଜଣ ଲୋକଙ୍କୁ ନିଯୁକ୍ତି ମିଳିଥାଏ । ଏପରିସ୍ଥିତିରେ ତିନି ଲକ୍ଷ 40 ହଜାର ଲୋକଙ୍କୁ ନୂଆ ଅଟୋ ଜରିଆରେ ନିଯୁକ୍ତି ମିଳୁଛି । ଏକାକୀ ପରିବହନ କ୍ଷେତ୍ରରେ ଏହି ତିନୋଟି ବାହନ ଦ୍ୱାରା ଗତ ଏକ ବର୍ଷରେ 20 ଲକ୍ଷ ଲୋକଙ୍କୁ ନୂଆ ସୁଯୋଗ ମିଳିଛି ।

ଇପିଏଫ, ଏନପିଏସ, ପ୍ରଫେସନାଲ ଟ୍ରାନ୍ସପୋର୍ଟ କ୍ଷେତ୍ର କଥା ଯଦି ଆମେ ଛାଡ଼ି ଦେଖିବା ତ’ 1 କୋଟିରୁ ଅଧିକ ଲୋକଙ୍କୁ କେବଳ ଗତ ବର୍ଷ ନିଯୁକ୍ତି ମିଳିଛି । ଏବଂ ଏକ ସ୍ୱାଧୀନ ସଂସ୍ଥାର ସର୍ଭେ କହୁଛି । ମୁଁ ସେହି ସ୍ୱାଧୀନ ସଂସ୍ଥାର ବିବୃତିକୁ ଉଦ୍ଧୃତ କରୁଛି । ଏହି ସରକାରୀ ତଥ୍ୟ ମୁଁ କହୁନାହିଁ । ଏବଂ ସେଥିପାଇଁ ମୋର ଅନୁରୋଧ ଯେ ଦୟାକରି ବିନା ତଥ୍ୟର ସତ୍ୟକୁ ମାନିବା ଲାଗି ପ୍ରୟାସ କରାନଯାଉ । ଦେଶକୁ ଭୂଆଁ ବୁଲାଇବା ଲାଗି ପ୍ରୟାସ କରାନଯାଉ । ଆଜି ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନରେ ରହିଛି, ଆସନ୍ତା 5 ବର୍ଷ 120 କୋଟି ହିନ୍ଦୁସ୍ତାନୀ ଯେଉଁମାନଙ୍କ ମଧ୍ୟରୁ 85 ପ୍ରତିଶତ ଆମ ନବଯୁବକ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ । ନିଉ ଇଣ୍ଡିଆ ଦେଶର ନୂଆ ଆଶା, ଆକାଂକ୍ଷାର ଆଧାର ହେବ । ଯେଉଁଠି ସମ୍ଭାବନା, ସୁଯୋଗ, ସ୍ଥିରତା ଉପରେ ଅନନ୍ତ ବିଶ୍ୱାସ ଥିବ,ଯେଉଁଠି ସମାଜକୁ କୌଣସି ବର୍ଗ କୌଣସି କ୍ଷେତ୍ର ପ୍ରତି କୌଣସି ଅବିଶ୍ୱାସ ନଥିବ, କୌଣସି ଭେଦଭାବ ନଥିବ – ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ବଦଳୁଥିବା ବିଶ୍ୱସ୍ତରୀୟ ପରିବେଶରେ ଆମ ସମସ୍ତଙ୍କୁ ମିଳିମିଶି ଚାଲିବାର ଆବଶ୍ୟକତା ରହିଛି ।

ଅଧ୍ୟକ୍ଷ ମହୋଦୟା, ଯେଉଁ ଲୋକମାନେ ଚର୍ଚ୍ଚାରେ ଭାଗ ନେଲେ ମୁଁ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକଟ କରୁଛି । ମୁଁ ପୁଣି ଥରେ ଆନ୍ଧ୍ର ପ୍ରଦେଶର ଜନତାଙ୍କ କଲ୍ୟାଣ ଲାଗି ଏନଡିଏର ସରକାର କୌଣସି ଅଭାବ ରଖିବେ ନାହିଁ । ହିନ୍ଦୁସ୍ତାନରେ ବିକାଶର ଗତିରେ ଚାଲୁଥିବା ସମସ୍ତଙ୍କ ଲାଗି ପ୍ରାଣପଣେ କାମ କରିବାର ବ୍ରତ ନେଇ ଆମେ ଆସିଛୁ । ମୁଁ ପୁଣିଥରେ ଏ ସମସ୍ତ ମହାନୁଭବମାନଙ୍କୁ 2024ରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ନିମନ୍ତ୍ରଣ ଦେଇ ମୋର ବକ୍ତବ୍ୟ ଶେଷ କରୁଛି । ଏବଂ ମୁଁ ଏହି ଅନାସ୍ଥା ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିବା ଲାଗି ଏ ସଦନକୁ ଅନୁରୋଧ କରୁଛି । ଆପଣମାନେ ମୋତେ ସମୟ ଦେଲେ ମୁଁ ଆପଣମାନଙ୍କ ପ୍ରତି କୃତଜ୍ଞତା ପ୍ରକଟ କରୁଛି । ଧନ୍ୟବାଦ ।

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Mann KI Baat Quiz
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Terror violence in J&K down by 41% post-Article 370

Media Coverage

Terror violence in J&K down by 41% post-Article 370
...

Nm on the go

Always be the first to hear from the PM. Get the App Now!
...
PM chairs high level meeting to review preparedness to deal with Cyclone Jawad
December 02, 2021
ସେୟାର
 
Comments
PM directs officials to take all necessary measures to ensure safe evacuation of people
Ensure maintenance of all essential services and their quick restoration in case of disruption: PM
All concerned Ministries and Agencies working in synergy to proactively counter the impact of the cyclone
NDRF has pre-positioned 29 teams equipped with boats, tree-cutters, telecom equipments etc; 33 teams on standby
Indian Coast Guard and Navy have deployed ships and helicopters for relief, search and rescue operations
Air Force and Engineer task force units of Army on standby for deployment
Disaster Relief teams and Medical Teams on standby along the eastern coast

Prime Minister Shri Narendra Modi chaired a high level meeting today to review the preparedness of States and Central Ministries & concerned agencies to deal with the situation arising out of the likely formation of Cyclone Jawad.

Prime Minister directed officials to take every possible measure to ensure that people are safely evacuated and to ensure maintenance of all essential services such as Power, Telecommunications, health, drinking water etc. and that they are restored immediately in the event of any disruption. He further directed them to ensure adequate storage of essential medicines & supplies and to plan for unhindered movement. He also directed for 24*7 functioning of control rooms.

India Meteorological Department (IMD) informed that low pressure region in the Bay of Bengal is expected to intensify into Cyclone Jawad and is expected to reach coast of North Andhra Pradesh – Odisha around morning of Saturday 4th December 2021, with the wind speed ranging upto 100 kmph. It is likely to cause heavy rainfall in the coastal districts of Andhra Pradesh, Odisha & W.Bengal. IMD has been issuing regular bulletins with the latest forecast to all the concerned States.

Cabinet Secretary has reviewed the situation and preparedness with Chief Secretaries of all the Coastal States and Central Ministries/ Agencies concerned.

Ministry of Home Affairs is reviewing the situation 24*7 and is in touch with the State Governments/ UTs and the Central Agencies concerned. MHA has already released the first instalment of SDRF in advance to all States. NDRF has pre-positioned 29 teams which are equipped with boats, tree-cutters, telecom equipments etc. in the States and has kept 33 teams on standby.

Indian Coast Guard and the Navy have deployed ships and helicopters for relief, search and rescue operations. Air Force and Engineer task force units of Army, with boats and rescue equipment, are on standby for deployment. Surveillance aircraft and helicopters are carrying out serial surveillance along the coast. Disaster Relief teams and Medical Teams are standby at locations along the eastern coast.

Ministry of Power has activated emergency response systems and is keeping in readiness transformers, DG sets and equipments etc. for immediate restoration of electricity. Ministry of Communications is keeping all the telecom towers and exchanges under constant watch and is fully geared to restore telecom network. Ministry of Health & Family Welfare has issued an advisory to the States/ UTs, likely to be affected, for health sector preparedness and response to COVID in affected areas.

Ministry of Port, Shipping and Waterways has taken measures to secure all shipping vessels and has deployed emergency vessels. The states have also been asked to alert the industrial establishments such as Chemical & Petrochemical units near the coast.

NDRF is assisting the State agencies in their preparedness for evacuating people from the vulnerable locations and is also continuously holding community awareness campaigns on how to deal with the cyclonic situation.

The meeting was attended by Principal Secretary to PM, Cabinet Secretary, Home Secretary, DG NDRF and DG IMD.