"ବଜେଟ 2019 ଆଶା, ବିଶ୍ୱାସ ଏବଂ ଆକାଂକ୍ଷାର ବଜେଟ ଏବଂ ଏକବିଂଶ ଶତାବ୍ଦୀରେ ଭାରତର ଆଶାକୁ ପୁରା କରିବା ଦିଗରେ ନୂତନ ଭାରତ ନିର୍ମାଣ ଲାଗି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ #BudgetForNewIndia :ପ୍ରଧାନମନ୍ତ୍ରୀ ମୋଦୀ "
"#BudgetForNewIndia ଦେଶକୁ ସମୃଦ୍ଧ ଏବଂ ଲୋକଙ୍କୁ ସାମର୍ଥ୍ୟ କରିବାର ବଜେଟ ଅଟେ । ଏହି ବଜେଟ ଦ୍ୱାରା ଗରିବ ସଶକ୍ତ ହେବେ, ଯୁବକଙ୍କୁ ଉନ୍ନତ ଭବିଷ୍ୟତ ମିଳିବ :ପ୍ରଧାନମନ୍ତ୍ରୀ ମୋଦୀ "
"#BudgetForNewIndia ଉଦ୍ୟୋଗ ଏବଂ କୃଷି କ୍ଷେତ୍ରକୁ ମଜବୁତ କରିବ ଏବଂ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ସ୍ୱପ୍ନକୁ ସାକାର କରିବ :ପ୍ରଧାନମନ୍ତ୍ରୀ ମୋଦୀ "

ଦେଶର ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମକୁ ମୁଁ ଏହି ଲୋକାଭିମୂଖୀ, ବିକାଶ ଉନ୍ମୁଖି ତଥା ଭବିଷ୍ୟତ ଅଭିମୁଖୀ ବଜେଟ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ଏହା ଦେଶକୁ ସମୃଦ୍ଧ ଏବଂ ଲୋକଙ୍କୁ ସାମର୍ଥ୍ୟ କରିବାର ବଜେଟ ଅଟେ । ଏହି ବଜେଟ ଦ୍ୱାରା ଗରିବ ସଶକ୍ତ ହେବେ, ଯୁବକଙ୍କୁ ଉନ୍ନତ ଭବିଷ୍ୟତ ମିଳିବ ।

ଏହି ବଜେଟ ମାଧ୍ୟମରେ ମଧ୍ୟମ ବର୍ଗର ଲୋକଙ୍କୁ ପ୍ରଗତୀ ମିଳିବ, ବିକାଶର ଗତିକୁ ବଳ ମିଳିବ ।

ଏହି ବଜେଟ ଦ୍ୱାରା ଟିକସ ବ୍ୟବସ୍ଥାର ସରଳୀକରଣ ହେବ, ଭିତ୍ତିଭୂମିର ଆଧୁନିକୀକରଣ ହେବ ।

ଏହି ବଜେଟ ଉଦ୍ୟୋଗ ଓ ଉଦ୍ୟୋଗୀଜଗତକୁ ଦୃଢ଼ିଭୂତ କରିବ, ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବ ।
ଏହି ବଜେଟ ଶିକ୍ଷାକୁ ଅଧିକ ଉନ୍ନତ କରିବ । ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ମହାକାଶ ଗବେଷଣାର ଲାଭ ଲୋକଙ୍କ ନିକଟରେ ପହଂଚାଇବ ।

ଏହି ବଜେଟରେ ଆର୍ଥିକ ଜଗତର ସଂସ୍କାର, ସାଧାରଣ ଲୋକଙ୍କ ଲାଗି ସରଳ ଜୀବନ ଧାରଣ ସହିତ ଗାଁ ଓ ଗରୀବଙ୍କ କଲ୍ୟାଣ ପାଇଁ ସୁବିଧା ରହିଛି ।

ଏହି ବଜେଟ ଏକ ସବୁଜ ବଜେଟ ଅଟେ ଯେଉଁଥିରେ ପରିବେଶ, ବୈଦ୍ୟୁତିକ ପରିବହନ, ଅକ୍ଷୟଶକ୍ତି କ୍ଷେତ୍ର ଉପରେ ବିଶେଷ ଭାବେ ବଳ ଦିଆଯାଇଛି ।

ଗତ ପାଞ୍ଚ ବର୍ଷରେ ଦେଶ ନିରାଷର ବାତାବରଣକୁ ପଛରେ ଛାଡି ଆସିଛି, ସେହି ବାତାବରଣରୁ ବାହାରି ଆସିସାରିଛି ଏବଂ ଦେଶ ଆଶାରେ ଭରି ରହିଛି । ଆତ୍ମବିଶ୍ୱାସରେ ଭରି ରହିଛି ।

ବିଜୁଳି, ଗ୍ୟାସ, ସଡକ, ମଇଳା, ଭ୍ରଷ୍ଟାଚାର, ଭିଆଇପି ସଂସ୍କୃତି, ଅନେକ-ଅନେକ ବାଧାବିଘ୍ନ, ସମସ୍ୟା, ଜନସାଧାରଣଙ୍କ ନିଜ ଅଧିକାର ପାଇବା ପାଇଁ ସଂଘର୍ଷ, ଅର୍ଥାତ୍ ଏକ ପ୍ରକାରରେ ନିଜ ଭିତରେ ସମସ୍ୟାରେ ଘାଂଟି ହେବାକୁ କମାଇବା ଲାଗି ଆମେ ବାରମ୍ବାର ଚେଷ୍ଟା କରିଛୁ । ସଫଳତା ମଧ୍ୟ ମିଳିଛି ।

ଆଜି ଲୋକଙ୍କ ଜୀବନରେ ନୂତନ ଆଶା ଆକାଂକ୍ଷା ରହିଛି । ଏହି ବଜେଟ ଦେଶକୁ ବିଶ୍ୱାସ ଦେଉଛି କି ଏହାକୁ ପୁରା କରାଯାଇପାରିବ । ଏହା ବିଶ୍ୱାସ ଦେଉଛି କି, ଦେଶ ଠିକ୍ ବାଟରେ ରହିଛି, ପ୍ରକ୍ରିୟା ଠିକ୍ ଅଛି, ବେଗ ଠିକ୍ ଅଛି ଏବଂ ଏଥିଲାଗି ଲକ୍ଷ୍ୟ ସ୍ଥଳରେ ପହଂଚିବା ମଧ୍ୟ ନିଶ୍ଚିତ ଅଛି ।

ଏହି ବଜେଟ ଆଶା, ବିଶ୍ୱାସ ଏବଂ ଆକାଂକ୍ଷାର ବଜେଟ ଅଟେ । ଏହି ବଜେଟ ଏକବିଂଶ ଶତାବ୍ଦୀରେ ଭାରତର ଆଶାକୁ ପୁରା କରିବା ଦିଗରେ ନୂତନ ଭାରତ ନିର୍ମାଣ ଲାଗି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହି ବଜେଟ ବର୍ଷ 2022 ଅର୍ଥାତ୍ ସ୍ୱାଧିନତାର 75ତମ ବର୍ଷ ସହିତ ଜଡିତ ସମସ୍ତ ସଂକଳ୍ପକୁ ପୁରା କରିବାରେ ଦେଶର ମାର୍ଗ ନିର୍ଦ୍ଧାରଣ କରିବ ।

ଗତ ପାଞ୍ଚ ବର୍ଷ ଆମର ସରକାର ଗରୀବ, ଚାଷୀ, ଅନୁସୂଚୀତ ଜାତି, ପିଡିତ, ଶୋଷିତ, ବଂଚିତଙ୍କୁ ସଶକ୍ତ କରିବାରେ ସେମାନଙ୍କ ଲାଗି କଠୋର ପଦକ୍ଷେପ ଗ୍ରହଣ କରିଛି । ଏବେ ଆଗାମୀ ପାଞ୍ଚ ବର୍ଷରେ ଏହି ସଶକ୍ତିକରଣ ସେମାନଙ୍କୁ ଦେଶର ବିକାଶର ଉପଯୁକ୍ତ ବାହାକ ହେବାର ଶକ୍ତି କେନ୍ଦ୍ରରେ ପରିଣତ କରିବ ।

5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାର ସ୍ୱପ୍ନକୁ ସାକାର କରିବା ଲାଗି ଦେଶକୁ ଏହି ଶକ୍ତି କେନ୍ଦ୍ରରୁ ଇନ୍ଧନ ମିଳିବ ।

ବଜେଟରେ କୃଷି କ୍ଷେତ୍ରରେ ଢ଼ାଂଚାଗତ ସୁଧାର ଲାଗି ନୂତନ ଯୋଜନାର ଘୋଷଣା କରାଯାଇଛି । ପିଏମ କିଷାନ ସମ୍ମାନ ନିଧି ମାଧ୍ୟମରେ କୃଷକଙ୍କୁ 87 ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ହେଉ ଅବା 10 ହଜାରରୁ ଅଧିକ କୃଷି ଉତ୍ପାଦ ସଂଗଠନ ପ୍ରତିଷ୍ଠାର ସଂକଳ୍ପ, ମତ୍ସ୍ୟଜିବୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ହେଉ କିମ୍ବା ଜାତୀୟ ଭଣ୍ଡାରଣ ଗ୍ରୀଡର ପ୍ରତିଷ୍ଠା : ଏସବୁ ଯୋଜନା 2022 ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ନିବେଶକୁ ବଢ଼ାଇବା ଦ୍ୱାରା ଗାଁରେ ହିଁ ନିଯୁକ୍ତିର ନୂତନ ଅବସର ସୃଷ୍ଟି ହେବ ।

ଜନଶକ୍ତି ବିନା ଜଳ ସଂଚୟ ସମ୍ଭବ ନୁହେଁ । ଜଳ ସଂଚୟ ଜନ ଆନ୍ଦୋଳନ ଭାବନାରୁ ହିଁ ସମ୍ଭବ ହୋଇପାରିବ । ଏହି ବଜେଟରେ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଚିନ୍ତା କରାଯାଇଛି । ସ୍ୱଚ୍ଛ ଭାରତ ମିଶନ ଭଳି ପ୍ରତ୍ୟେକ ଘରକୁ ଜଳ ଯୋଗାଣ ଅଭିଯାନ ଦେଶକୁ ଜଳ ସଂକଟର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଭାବେ ସକ୍ଷମ କରିବ ।

ବଜେଟରେ ନିଆଯାଇଥିବା ନିଷ୍ପତ୍ତି ପରବର୍ତ୍ତୀ ଦଶନ୍ଧି ପାଇଁ ମୂଳଦୂଆ ମଜଭୁତ କରିବା ସହିତ ଯୁବକମାନଙ୍କ ଲାଗି ନୂତନ ସମ୍ଭାବନାର ମାର୍ଗ ପ୍ରଶସ୍ତ କରିବ ।

ଏହି ବଜେଟ ଆପଣମାନଙ୍କ ଆଶା, ସ୍ୱପ୍ନ ଓ ସଂକଳ୍ପର ଭାରତ ନିର୍ମାଣ ଦିଗରେ ଏକ ଐତିହାସିକ ପଦକ୍ଷେପ ।
ମୁଁ ଆସନ୍ତା କାଲି କାଶୀରେ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବାକୁ ଯାଉଛି କିନ୍ତୁ ଆଜି ମୁଁ ପୁଣି ଥରେ ଅର୍ଥମନ୍ତ୍ରୀ ଏବଂ ତାଙ୍କର ପୁରା ଟିମ୍ କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ତଥା ଭାରତର ସମସ୍ତ ନାଗରୀକଙ୍କ ଉଜ୍ଜଳ ଭବିଷ୍ୟତ ଲାଗି ଅନେକ ଅନେକ ଶୁଭକାମନା ଦେଉଛି ।

ବହୁତ ବହୁତ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Labour reforms: Govt fully operationalises four new codes by publishing rules

Media Coverage

Labour reforms: Govt fully operationalises four new codes by publishing rules
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets Andhra Pradesh Chief Minister Shri N. Chandrababu Naidu and his family in Hyderabad
May 10, 2026

The Prime Minister, Shri Narendra Modi met the Chief Minister of Andhra Pradesh, Shri N. Chandrababu Naidu, and his family at his residence in Hyderabad today.

The Prime Minister said that it is always a delight to meet Shri Chandrababu Naidu and his family and exchange views on a wide range of subjects and diverse topics.

The Prime Minister wrote on X;

“In Hyderabad, went to Andhra Pradesh Chief Minister Shri Chandrababu Naidu Garu’s residence and met him along with his family. It’s always a delight to meet them and exchange views on so many diverse topics.

@ncbn”