ମହାମହିମ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚା,

ମହାମହିମ ଗଣ,

ମହାଭାଗ,

ଭାରତ-ଆସିଆନ ଶିଖର ସମ୍ମିଳନୀରେ ଆପଣମାନଙ୍କ ସହ ଆଉ ଥରେ ଭେଟ ହେବା ନେଇ ମୁଁ ଖୁସି ଅନୁଭବ କରୁଛି । ମୁଁ ଥାଇଲାଣ୍ଡକୁ ଉତ୍କୃଷ୍ଟ ବ୍ୟବସ୍ଥା ଏବଂ ଉଚ୍ଚକୋଟ୍ଟୀର ଆତିଥ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରୁଛି । ମୁଁ ଭିଏତନାମକୁ ମଧ୍ୟ ଆଗାମୀ ବର୍ଷ ଆସିଆନ ତଥା ଇଷ୍ଟ ଏସିଆ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ପାଇଁ ଶୁଭକାମନା ଜଣାଉଛି ।

ମହାମହିମଗଣ,

ଭାରତ ଓ ଆସିଆନ ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗର ଆଉଟଲୁକର ପାରସ୍ପରିକ ସମନ୍ୱୟକୁ ମୁଁ ସ୍ୱାଗତ କରୁଛି । ଭାରତର ଆକ୍ଟ ଇଷ୍ଟ ନୀତି ଆମର ଭାରତ-ପ୍ରଶାନ୍ତ ମହାସାଗର ପରିକଳ୍ପନାର ଏକ ମହତ୍ୱପୂର୍ଣ୍ଣ ଅଂଶବିଶେଷ । ଆସିଆନ ହେଉଛି ଆମ ଆକ୍ଟ ଇଷ୍ଟ ନୀତିର ମର୍ମ ଏବଂ ସବୁବେଳେ ଏହା ବଜାୟ ରହିବ । ସମନ୍ୱିତ, ସଙ୍ଗଠିତ ଏବଂ ଆର୍ଥିକ ଭାବେ ବିକାଶଶୀଳ ଆସିଆନ ଭାରତର ମୌଳିକ ହିତରେ ରହିଛି । ଅଧିକ ମଜଭୁତ ସଡକ, ସାମୁଦ୍ରିକ ଓ ବିମାନ  ସଂଯୋଗ ମାଧ୍ୟମରେ ତଥା ଡିଜିଟାଲ-ଲିଙ୍କ ମାଧ୍ୟମରେ ଆମର ଭାଗିଦାରୀକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଆମେ ପ୍ରତିବଦ୍ଧ । ଭୌତିକ ଓ ଡିଜିଟାଲ ସଂଯୋଗ ପାଇଁ 1 ବିଲିଅନ ଡଲାରର ଲାଇନ ଅଫ କ୍ରେଡିଟ ଉପଯୋଗୀ ହେବ । ଆମର ଉଦ୍ଦେଶ୍ୟ ହେଉଛି ଅଧ୍ୟୟନ, ଗବେଷଣା, ବ୍ୟବସାୟ ଓ ପର୍ଯ୍ୟଟନକୁ ନେଇ ଲୋକମାନଙ୍କ ଆଗମନକୁ ବହୁଳ ଭାବେ ବୃଦ୍ଧି କରିବା ।

ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଭାରତ ଆସିଆନ ସହିତ ପାରସ୍ପରିକ ହିତ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ । ଗତ ବର୍ଷ ସ୍ମାରକୀ ଶିଖର ସମ୍ମିଳନୀ ତଥା ସିଙ୍ଗାପୁରରେ ଅନୌପଚାରିକ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଲାଗୁ କରାଯିବା ଦ୍ୱାରା ଆମ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି । କୃଷି, ବିଜ୍ଞାନ, ଗବେଷଣା, ଆଇସିଟି ଓ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ଏବଂ ଭାଗିଦାରୀକୁ ଅଧିକ ବୃଦ୍ଧି କରିବା ପାଇଁ ଆମେ ପ୍ରସ୍ତୁତ । ଏଇ ନିକଟରେ ଆସିଆନ-ଭାରତ ଏଫଟିଏର ସମୀକ୍ଷାର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି ।

ଏହାଦ୍ୱାରା ଆମର ଆର୍ଥିକ ସମ୍ବନ୍ଧ କେବଳ ଅଧିକ ମଜଭୁତ ହେବ ନାହିଁ ବରଂ ଆମ ବ୍ୟବସାୟ ମଧ୍ୟ ଅଧିକ ସନ୍ତୁଳିତ ହେବ । ସାମୁଦ୍ରିକ ସୁରକ୍ଷା, ନୀଳ ଅର୍ଥବ୍ୟବସ୍ଥା ଓ ମାନବୀୟ ସହାୟତା କ୍ଷେତ୍ରରେ ମଧ୍ୟ ଆମର ଭାଗିଦାରୀକୁ ଆମେ ଅଧିକ ମଜଭୁତ କରିବାକୁ ଚାହୁଁଛୁ । ମହାମହିମଙ୍କ ବକ୍ତବ୍ୟକୁ ଶୁଣିବା ପରେ ମୁଁ କିଛି ପଦକ୍ଷେପ ଉପରେ ବିସ୍ତୃତ ଭାବେ ବିଚାର କରିବାକୁ ଚାହିଁବି । ମୁଁ ପୁଣିଥରେ ଥାଇଲାଣ୍ଡକୁ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

Disclaimer: PM's speech was delivered in Hindi. This is an approximate translation of the speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour