ଗତ ବର୍ଷ ମଧ୍ୟ ମୋତେ ସେହି ଛାତ୍ରଛାତ୍ରୀମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଥିଲା ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏଥର ମଧ୍ୟ ମୋତେ ସୁଯୋଗ ମିଳିଛି, ମୁଁ ଶିକ୍ଷା ବିଭାଗ ନିକଟରେ କୃତଜ୍ଞ ଯେ ମୋତେ ଆପଣମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଦେଲେ ।

ଖୁସିର କଥା ହେଉଛି ଏହିକି ଯେ ପ୍ରାୟ ହିନ୍ଦୁସ୍ଥାନର ସମସ୍ତ ରାଜ୍ୟଗୁଡ଼ିକର ବିଦ୍ୟାର୍ଥୀ ଆଜି ଏଠାରେ ଉପସ୍ଥିତ ଅଛନ୍ତି । ମୋ ସମ୍ମୁଖରେ ଗୋଟିଏ ପ୍ରକାରରେ କ୍ଷୁଦ୍ର ଭାରତ ରହିଛି । କିନ୍ତୁ ଅନ୍ୟ ପ୍ରକାରରେ ଭବିଷ୍ୟତର ଭାରତ ମଧ୍ୟ ମୋ ସମ୍ମୁଖରେ ରହିଛି ।

ଆପଣମାନଙ୍କ ସହିତ ବାର୍ତ୍ତାଳାପ କରିବା ପୂର୍ବରୁ ଆଜି ସକାଳେ ହିଁ ଆମ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ ଜର୍ଜ ଫର୍ଣ୍ଣାଣ୍ଡିସ, ତାଙ୍କର ନିଧନ ହୋଇଗଲା । ସେ ଜଣେ ଲଢ଼ୁଆ ନେତା ଥିଲେ;ଜନ୍ମଭୂମି କେଉଁଠି, କର୍ମଭୂମି କେଉଁଠି; ଜନପ୍ରତିନିଧିତ୍ୱ କେଉଁଠି; ଗୋଟିଏ ପ୍ରକାରରେ ସଂପୂର୍ଣ୍ଣ ଭାରତରେ ସେ ଜଣାଶୁଣା ଥିଲେ । ଜରୁରୀ ପରିସ୍ଥିତିରେ, ଏମରଜେନ୍ସିରେ ଗଣତନ୍ତ୍ରର ସ୍ଥାପନା ପାଇଁ ସେ ବହୁତ ବଡ଼ ସଂଘର୍ଷ କରିଥିଲେ । କିନ୍ତୁ ବିଗତ କେତେ ବର୍ଷ ଧରି ସେ ରୋଗଗ୍ରସ୍ତ ଥିଲେ, ଅଚେତ ଥିଲେ, ବର୍ଷ-ବର୍ଷ ଧରି ଶଯ୍ୟାରେ ପଡ଼ି ରହିଥିଲେ; ଆଜି ସେ ଆମମାନଙ୍କୁ ଛାଡ଼ି ଚାଲିଗଲେ ।ଇହଲୀଳା ସମ୍ବରଣ କଲେ । ମୁଁ ଆଦରପୂର୍ବକ ଜର୍ଜ ସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।

ସାଥୀଗଣ, ଏହି ପରୀକ୍ଷା ପେ ଚର୍ଚ୍ଚା ବିଗତ ଥର ଏବଂ ଏଥରରେ, ଅନୁଭବ ଆଧାରରେ ମଧ୍ୟ କିଛି ପରିବର୍ତ୍ତନ ଆସିଛି । ଦୁନିଆର ବହୁ ଦେଶରୁ ଲୋକମାନଙ୍କର ଦାବି ରହିଥିଲା ତ ସେମାନେ ମଧ୍ୟ ଯୋଡ଼ି ହୋଇଛନ୍ତି । ସେହିଭଳି ଭାବେ ଭାରତର ମଧ୍ୟ ସମସ୍ତ ରାଜ୍ୟରୁ ପ୍ରତିନିଧିତ୍ୱ ହେଉ, ସେଠାକାର ବିଦ୍ୟାର୍ଥୀଙ୍କ ସହିତ କଥାବାର୍ତ୍ତା ହେଉ ।

ଏଥିରେ ବରିଷ୍ଠ ଛାତ୍ରମାନେ ମଧ୍ୟ ଅଛନ୍ତି, କନିଷ୍ଠ ଛାତ୍ରମାନେ ମଧ୍ୟ ଅଛନ୍ତି । ଆଉ ଏହି କଥା ଅଧା-ଅଧୁରା ରହିଥାଆନ୍ତା ଯଦି ଏଥିରେ ଅଭିଭାବକ ନ ରହିଥାନ୍ତେ,ଅବିଭାବକ ନ ରହିଥାନ୍ତେ, ଶିକ୍ଷକମାନେ ନ ରହିଥାନ୍ତେ, ଆଉ ଏଥିପାଇଁ ଚେଷ୍ଟା ଏହା କରାଯାଇଛି କି ଗୋଟିଏ ପ୍ରକାରରେ ବିଦ୍ୟାର୍ଥୀଙ୍କ ଜୀବନରେ ଯେଉଁମାନେ ସିଧାସଳଖ ସମ୍ପର୍କରେ ଆସନ୍ତି, ସେ ସମସ୍ତଙ୍କ ସହିତ ସମ୍ବାଦ କରିବାର ଏହା ଏକ ଅବସର ହେଉ ।

ବର୍ତ୍ତମାନ ଯେଉଁ ଏକ ନୃତ୍ୟ ପ୍ରଦର୍ଶିତ ହେଲା, ମୁଁ ବୁଝିପାରୁଛି କି ସେଥିରେ ଯେଉଁସବୁ କଥା କୁହାଯାଇଛି, ତା’ପରେ ମୋ ଭାଷଣର ଆଉ ଆବଶ୍ୟକତା କିଛି ନାହିଁ । ସେ ସମସ୍ତ କଥା ଏଥିରେ ସମାହିତ ହୋଇ ରହିଛି । ଯଦି ଆମେ ତାହାକୁ ଆଜିର ବାର୍ତ୍ତା ବୋଲି ମାନିନେବା ତ ମୋ ସହିତ ଏଠାରେ ଉପସ୍ଥିତ ଆଉ ଦେଶ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଦେଖୁଥିବା ପ୍ରତ୍ୟେକଙ୍କ ପାଇଁ ଏକ ନୂତନ ବିଶ୍ୱାସ ସୃଷ୍ଟି କରିବା ଭଳି, ନୂତନ ଆଶା ସୃଷ୍ଟି କରିବା ଭଳି ତାହା ଏକ ନୃତ୍ୟ ପ୍ରସ୍ତୁତି ଥିଲା । ମୁଁ ସେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏବଂ ସେ ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ରୀନା ମହୋଦୟା ଯେଉଁ କମାଲ ଦେଖାଇଛନ୍ତି; ଦୁଇଟି ଯାକ ହାତ ନାହିଁ, ଗୋଟିଏ ଗୋଡ ନାହିଁ; ପୁଣି ମଧ୍ୟ ଜୀବନର ସ୍ୱାଦ କିଛି ଅଲଗା ହିଁ ରହିଛି ।

ଏବେ ଆମେ ପୁରୁଣା ଭିଡିଓଟିକୁ ଦେଖୁଥିଲେ, ସେଥିରେ ମଧ୍ୟ ମୁଁ କହିଥିଲି, ଏଠାରେ ଆପଣମାନେ ମଧ୍ୟ ଭୁଲି ଯାଆନ୍ତୁ କି ଆପଣମାନେ କୌଣସି ସମାରୋହରେ ବସିଛନ୍ତି । ଆପଣମାନେ ଏହା ମାନି ଚାଲନ୍ତୁ କି ଆପଣ ଆପଣଙ୍କ ପରିବାର ମଧ୍ୟରେ ବସିଛନ୍ତି ଆଉ ପରିବାରରେ ହିଁ ଗପ-ସପ କରୁଛନ୍ତି ଆଉ ନିଜର ହିଁ ପରିବାରର କୌଣସି ଚିର-ପରିଚିତ ଚେହେରା ଆମ ସହିତ ବସି ଗପ ମାରୁଛନ୍ତି । ଯଦି ଏଭଳି ହାଲକା-ଫୁଲ୍କା ବାତାବରଣ ରହିବ ତ ବୋଧହୁଏ ମୋତେ ମଧ୍ୟ ବହୁତ କିଛି ଶିଖିବାକୁ ମିଳିବ ।

ମୋ ପାଇଁ ଏହି କାର୍ଯ୍ୟକ୍ରମ କାହାରିକୁ ଉପଦେଶ ଦେବା ନିମନ୍ତେ ନୁହେଁ । ନା ମୋତେ ଅଭିଭାବକମାନଙ୍କୁ କିଛି ଉପଦେଶ ଦେବାର ଅଛି, ନା ହିଁ ଶିକ୍ଷକମାନଙ୍କୁ କିଛି ଉପଦେଶ ଦେବାର ଅଛି ଆଉ ନା ହିଁ ବିଦ୍ୟାର୍ଥୀଙ୍କୁ କିଛି ଉପଦେଶ ଦେବାର ଅଛି । ମୁଁ ଏଠାରେ ଆପଣମାନଙ୍କ ମଧ୍ୟରେ ନିଜକୁ ନିଜ ଭଳି, ଆପଣମାନଙ୍କ ଭଳି, ଆପଣମାନଙ୍କର ସ୍ଥିତି-ମନଃସ୍ଥିତି ବାଲା, କିଛି କ୍ଷଣ ମୁଁ ବଞ୍ଚିବାକୁ ଚାହୁଁଛି – ଯେଭଳି ଭାବେ ଆପଣମାନେ ବଞ୍ଚନ୍ତି ।

ଆସନ୍ତୁ ଆରମ୍ଭ କରିବା – କେଉଁଠାରୁ ଆରମ୍ଭ କରିବା ?

ପ୍ରସ୍ତୁତକର୍ତ୍ତା – ମାନନୀୟ, ଏଥର ଛାତ୍ରମାନେ ମଧ୍ୟ ଅଛନ୍ତି ଶିକ୍ଷକମାନେ ମଧ୍ୟ ଅଛନ୍ତି ଅଭିଭାବକମାନେ ମଧ୍ୟ ଅଛନ୍ତି ଆଉ ସେମାନେ କେବଳ ଦେଶ ମଧ୍ୟରୁ ନୁହେଁ ବିଦେଶରୁ ମଧ୍ୟ ଅଛନ୍ତି । ସର୍ବପ୍ରଥମେ ରୋଲି ଦତ୍ତା, ଯିଏକି କଲିକତାରୁ ଆସିଛନ୍ତି, ଜଣେ ଶିକ୍ଷକ ଅଟନ୍ତି ଆଉ ସେ ଆପଣଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ।

ପ୍ରଶ୍ନକର୍ତ୍ତା – ନମସ୍କାର ସାର୍, ମୋର ନାମ ରୋଲି ଦତ୍ତା ଆଉ ମୁଁ କେନ୍ଦ୍ରୀୟ ବିଦ୍ୟାଳୟ, କୋଲକତାରେ ବାୟୋଲୋଜି ପଢ଼ାଏ । ମୋର ଆପଣଙ୍କ ପ୍ରଶ୍ନ ହେଉଛି କି ସାର୍, ଜଣେ ଶିକ୍ଷକ ହିସାବରେ ଆମକୁ ସେହି ଅଭିଭାବକମାନଙ୍କୁ କ’ଣ କହିବା ଦରକାର, ଯେଉଁମାନେ ଏହା ଭାବନ୍ତି କି ପରୀକ୍ଷା ଦ୍ୱାରା ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ହୁଏତ ସୁଧୁରିଯିବ ନଚେତ ବିଗିଡ଼ିଯିବ ?

ପ୍ରସ୍ତୁତକର୍ତ୍ତା – ମାନନୀୟ, ଏହା ସହିତ ସାମଞ୍ଜସ୍ୟ ରହିଥିବା ଆଉ ଏକ ପ୍ରଶ୍ନ ରହିଛି ଯାହାକି ଏ ସମୟରେ ଆମମାନଙ୍କ ଗହଣରେ ବସିଥିବା ରୋହିତ ଶ୍ରୀ, ଯିଏକି ମୂଳତଃ କେରଳରୁ ଆସିଛନ୍ତି କିନ୍ତୁ ଦିଲ୍ଲୀରେ ରହି ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛନ୍ତି ।

ପ୍ରଶ୍ନକର୍ତ୍ତା – ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର, ମୋର ନାମ ହେଉଛି ରୋହିତ ଶ୍ରୀ, ମୁଁ କେରଳର ବାସିନ୍ଦା ଆଉ ବର୍ତ୍ତମାନ ମୁଁ ଦିଲ୍ଲୀରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଛି । ମହୋଦୟ ଆମ ଅଭିଭାବକ ଆଉ ଆମ ଶିକ୍ଷକମାନଙ୍କର ଆମ ଉପରେ କିଛି ଅଧିକ ହିଁ ଆଶା ରହିଯାଏ, ଯେଉଁ କାରଣରୁ ଆମ ଉପରେ ବହୁତ ଚାପ ମଧ୍ୟ ରହିଥାଏ । ମହୋଦୟ, ମୋତେ ଲାଗୁଛି କି ଆପଣଙ୍କର ମଧ୍ୟ ଅବସ୍ଥା କିଛି ଆମମାନଙ୍କ ଭଳି । ଦେଶବାସୀ ଆପଣଙ୍କଠାରୁ କିଛି ଅଧିକ ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ଆମକୁ ବତାନ୍ତୁ ଆପଣ ଏହି ଆଶାକୁ ନେଇ କିଭଳି ଡିଲ୍ କରୁଛନ୍ତି,ଆଉ ଆମେ ଏହା ସହିତ କିଭଳି ଡିଲ୍ କରିବୁ ? ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା – ମାନନୀୟ, ଆପଣଙ୍କୁ ଅନୁରୋଧ ଯେ କୃପା କରି ଏମାନଙ୍କୁ କିଛି ପ୍ରେରଣା ପ୍ରଦାନ କରନ୍ତୁ ।

ମୋଦୀଜୀ – ଆପଣ କେରଳରୁ ଆସିଛନ୍ତି କିନ୍ତୁ ମୋଠାରୁ ମଧ୍ୟ ଅଧିକ ଭଲ ଭାବେ ହିନ୍ଦୀ କହୁଛନ୍ତି । ଆପଣମାନଙ୍କ ମଧ୍ୟରୁ ବହୁତ ଜଣ ଯେତେବେଳେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀକୁ ଯାଉଥିବେ ଅବା ବାର୍ଷିକ ପରୀକ୍ଷା ହୋଇଥିବ, କାହାକୁ ଦିନରେ ଦଶ ଥର ଶୁଣିବାକୁ ପଡ଼ିଥାଏ, ବୁଝା ପଡ଼ୁନି, ସାଙ୍ଗମାନଙ୍କ ସହିତ ଟେଲିଫୋନରେ ବସି ରହୁଛୁ, ଚାଲ କମ୍ପ୍ୟୁଟର ଛାଡ଼, କିଛି ପାଠ ପଢ଼ିଯାଅ । କ’ଣ କରୁଛ ?ଏଭଳି ହିଁ ହୋଇଥାଏ ନା ? ସତ କୁହନ୍ତୁ ନା ?

ବାସ୍ତବରେ ପରୀକ୍ଷାର ମହତ୍ତ୍ଵ ତ ରହିଛି, ତାହାକୁ ମନା କରି ପାରିବା ନାହିଁ । ଆଉ ମୁଁ ତ ଏହା କହୁନାହିଁ କି କିଛି ଚିନ୍ତାକର ନାହିଁ ସାଙ୍ଗ, ଯାହା ହେବ ଦେଖିବା – ଏଭଳି ତ କହି ପାରିବି ନାହିଁ । କିନ୍ତୁ, କ’ଣ ଏହି ପରୀକ୍ଷା ଜୀବନର ପରୀକ୍ଷା କି, ସେହି ଶ୍ରେଣୀର ହେଉଛି ପରୀକ୍ଷା ? ଯଦି ମନରେ ଥରେ ସ୍ଥିର କରିନେବା କି ଭାଇ ପରୀକ୍ଷା ହେଉଛି ଦଶମ ଶ୍ରେଣୀର କିମ୍ବା ଦ୍ୱାଦଶ ଶ୍ରେଣୀର, ଏହା ମୋ ଜୀବନର ଲକ୍ଷ୍ୟ ନୁହେଁ । ଯଦି ଏତିକି ମଧ୍ୟ ଆମେ ଚିନ୍ତା କରିନେବା ତ ଆମର ଯେଉଁ ଭାର ରହିଛି, ବୋଝ ରହିଛି;ତାହା ମଧ୍ୟ କମ୍ ହୋଇଯିବ ବୋଧହୁଏ ସେହି ଗୋଟିଏ କାର୍ଯ୍ୟ ପାଇଁ ଆମର ଫୋକସ୍ ବଢ଼ିଯିବ । ଏବେ ନୁହେଁ ତ କେବେ ନୁହେଁ – ଏହା ଯେଉଁମାନେ କହୁଛନ୍ତି ନା ଭାଇ ଏବେ ଦଶମରେ ଗଲା ତ ସବୁକିଛି ବେକାର, ଜୀବନ ସାରା ବେକାର; ଏଭଳି କିଛି ନୁହେଁ । ପରୀକ୍ଷାର ଗଳି ମଧ୍ୟଦେଇ ଜୀବନ ବାହାରିଥାଏ, ଏଭଳି ନୁହେଁ; ତା’ବାହାରେ ମଧ୍ୟ ବହୁତ ବଡ଼ ଦୁନିଆ ରହିଥାଏ ।

ବହୁତ ଦିନ ପୂର୍ବେ ମୁଁ ଗୋଟିଏ କବିତା ପଢ଼ିଥିଲି, ସେଥିରେ ଗୋଟିଏ ବଢ଼ିଆ ବାକ୍ୟ ଥିଲା । ସେଥିରେ ଲେଖାଥିଲା – ସଂପୂର୍ଣ୍ଣ କବିତାଟି ତ ମୋର ମନେ ନାହିଁ ଆଜି-

କୁଛ୍ ଖିଲୌନେ କେ ଟୁଟନେ ସେ ବଚପନ ନହିଁ ମରା କରତା

ଅର୍ଥାତ କିଛି ଖେଳଣା ଭାଙ୍ଗିଯିବା ଦ୍ୱାରା ପିଲାଦିନ ମରିଯାଏ ନାହିଁ;

ମୁଁ ଭାବୁଛି ଏଥିରେ ବହୁତ ବଡ଼ ବାର୍ତ୍ତା ରହିଛି – କିଛି ଖେଳଣା ଭାଙ୍ଗିଯିବା ଦ୍ୱାରା ପିଲାଦିନ ମରିଯାଏ ନାହିଁ । ଗୋଟିଏ-ଅଧେ ପରୀକ୍ଷାରେ କିଛି ଏପଟ-ସେପଟ ହୋଇଗଲେ ତ ଜୀବନ ଥମିଯାଏ ନାହିଁ । କିନ୍ତୁ ଜୀବନରେ ପ୍ରତିଟି କ୍ଷଣ ଲକ୍ଷ୍ୟ ଯୁକ୍ତ ରହିବା ଆବଶ୍ୟକ । କସଟି ଆମକୁ କସିଥାଏ, କସଟି ଦ୍ୱାରା ଆମେ ଏକ ନୂତନ ଉର୍ଜ୍ଜା ପ୍ରାପ୍ତ କରିଥାଉ, ଆମର ଭିତରେ ଯେଉଁ ଉତ୍ତମରୁ ଅତି ଉତ୍ତମ ବିଦ୍ୟା ରହିଛି,ତାହା ପ୍ରକଟ ହେବାର ଅବସର ରହିଥାଏ । ଯଦି ଆମେ ନିଜକୁ ନିଜେ କସଟିର ତରାଜୁରେ ତଉଲିବା ନାହିଁ, ତେବେ ତ ଜୀବନରେ ସ୍ଥିରତା ଚାଲି ଆସିବ ଆଉ ସ୍ଥିରତା ଜୀବନ ହୋଇପାରେ ନାହିଁ । ଜୀବନର ଅର୍ଥ ହିଁ ହୋଇଥାଏ ଗତି, ଜୀବନର ଅର୍ଥ ହିଁ ହୋଇଥାଏ ସ୍ୱପ୍ନ, ଜୀବନର ଅର୍ଥ ହିଁ ହୋଇଥାଏ ମନ-ପ୍ରାଣ ଦେଇ ତାହାକୁ ପ୍ରାପ୍ତ କରିବା ପାଇଁ ଲାଗି ରହିବା, ନ ହେଲେ ସେହି ଜୀବନର ଅର୍ଥ ଆଉ କ’ଣ ରହିବ ? ଆଉ ଦ୍ୱିତୀୟ କଥାଟି ହେଉଛି ଚାପ । କେବେ-କେବେ ତ ଆମ ବାଳକମାନଙ୍କର ମନଃସ୍ଥିତି ଏଭଳି ହୋଇଥାଏ କି ଗୋଟିଏ ଅବସ୍ଥାରେ ଆମେ ପହଞ୍ଚିଯାଉଛେ କି ମାଆ, ମମ୍ମି-ପାପା କିଛି କହିଲେ ମଧ୍ୟ ଆମକୁ ଏହା ଲାଗେ କି ଏମାନେ ମୋତେ ବିଗାଡ଼ୁଛନ୍ତି । ମୁଁ ଯାହାକିଛି ମଧ୍ୟ କରୁଛି ତାହା ହିଁ ହେଉଛି ସଠିକ, ସେମାନଙ୍କୁ କିଛି ବୁଝା ପଡ଼ୁନି । ଏଭଳି ହିଁ ହୋଇଥାଏ ନା ? ଏମାନେ କିଛି ବୁଝିପାରୁ ନାହାଁନ୍ତି । ଏଭଳି ହିଁ ହୋଇଥାଏ ନା ?

ଆଗରୁ ଆମେ, ଖାସକରି ମୁଁ ଛାତ୍ରମାନଙ୍କୁ କହିବାକୁ ଚାହୁଁଛି, କି ଆମ ବାପା-ମାଆମାନେ ଆମକୁ ଯାହା କିଛି କହୁଛନ୍ତି, ଆମେ ତୁରନ୍ତ ସେହିକଥା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ନାହିଁ, ମନଧ୍ୟାନ ଦେଇ ଶୁଣିବା । ଶୁଣିବା ସମୟରେ ମଧ୍ୟ ତାଙ୍କୁ ଜଣା ପଡ଼ିବା ଦରକାର କି ତୁମେ ମନଧ୍ୟାନ ଦେଇ ତାଙ୍କ କଥାକୁ ଶୁଣୁଛ । ଆପଣଙ୍କୁ ଭଲ ଲାଗୁଛି । ବହୁତ ଆଗ୍ରହର ସହିତ ଶୁଣୁଛ । ଥରେ-ଅଧେ ପଚାରିଦେବେ ଆରେ ମାମା, ଏହା ବୁଝି ହେଲା ନାହିଁ, ଟିକେ କ’ଣ କହୁଥିଲ ? ଥରେ ଏତିକି କରିଦିଅନ୍ତୁ, ସନ୍ଧ୍ୟା ହେଉ-ହେଉ ମାମା କହିବେ ଯେ ବେଟା ସକାଳେ ମୁଁ ତୁମକୁ କିଛି ଅଧିକ କହିଗଲି । ଆପଣଙ୍କୁ ମାମାଙ୍କୁ ବୁଝାଇବାକୁ ପଡ଼ିବ ନାହିଁ । ସେ ନିଜକୁ ନିଜେ ବୁଝି ପାରିବେ ।

ଏଥିପାଇଁ ଛୋଟ-ଛୋଟ ଜିନିଷ ବ୍ୟବହାର ଲାଗି ହୋଇଥାଏ । ଆଉ ପୁଣି କେବେ ଯେତେବେଳେ ମମ୍ମି-ପାପା ଭଲ ମୁଡ଼ରେ ଥିବେ, ତ ଆପଣ ମଧ୍ୟ ନିଜର ଦୃଷ୍ଟିକୋଣ – ଯେ ମୁଁ ବହୁତ ଚିନ୍ତାକଲି – ଆପଣ ସେହି ଦିନ କହିଥିଲେ ନା ସୋମବାର ଦିନ – ବହୁତ ଭଲ କଥା କହିଥିଲେ, ମୁଁ ଚେଷ୍ଟା ମଧ୍ୟ କଲି, ପୁଣି ମଧ୍ୟ କମ୍ ହୋଇଗଲା । ମୋତେ ପୁଣିଥରେ କୁହନ୍ତୁ ନା କିପରି କରିବି ? ଆପଣଙ୍କର ପରୀକ୍ଷା ଶେଷ, ସେମାନଙ୍କର ପରୀକ୍ଷା ଆରମ୍ଭ । ଘଣ୍ଟାଘଣ୍ଟା ସମୟ ସେମାନଙ୍କୁ ବୁଝା ପଡ଼ିବ ନାହିଁ କ’ଣ ଉତ୍ତର ଦେବେ । ଏହାର ଅର୍ଥ ଏହା ନୁହେଁ କି ମୁଁ ଆପଣଙ୍କର ବାପା-ମାଆଙ୍କର ବୋଲିବା ବନ୍ଦ କରାଇବାକୁ ଶିକ୍ଷା ଦେଉଛି, କିନ୍ତୁ ବେଳେ-ବେଳେ ନ ଶୁଣିବା ଦ୍ୱାରା ଯୁଦ୍ଧ ସୃଷ୍ଟି ହୋଇଥାଏ । ପରେ ମାଆ-ବାପାଙ୍କ ସହିତ ଦେଖନ୍ତୁ ଜଣେ ମିତ୍ର ହିସାବରେ ଆପଣଙ୍କର ସମ୍ବାଦ ଆରମ୍ଭ ହେବ, ସେମାନେ ଆପଣଙ୍କର ସାହାଯ୍ୟକାରୀ ହୋଇଯିବେ ।

ମୋର ଅଭିଭାବକମାନଙ୍କୁ ଏହା ମଧ୍ୟ ଅନୁରୋଧ କି କ’ଣ ଏମିତି ମଧ୍ୟ ନୁହେଁ କି ଆପଣ ପିଲାଦିନେ ଚିନ୍ତା କରିଥିଲେ ଡାକ୍ତର ହେବି, ଆଉ ଏବେ କିରାଣୀ ହୋଇଗଲେ ତ ସଂପୂର୍ଣ୍ଣ ଦଣ୍ଡ ପିଲାମାନଙ୍କୁ ଦେଉଛନ୍ତି । ସେହି ବାପା-ମାଆମାନେ ହେଉଛନ୍ତି ବିଫଳ, ଯେଉଁମାନେ ନିଜ ଜୀବନର ଅଧୁରା ସ୍ୱପ୍ନଗୁଡ଼ିକୁ ନିଜ ପିଲାମାନଙ୍କ ଉପରେ ଲଦି ସେମାନଙ୍କ ମାଧ୍ୟମରେ କରାଇବାକୁ ଚେଷ୍ଟା କରନ୍ତି, ଏହା ସେମାନେ କରିବା ଅନାବଶ୍ୟକ । ତାହା ଭିତରେ ଯେଉଁ ଶକ୍ତି ରହିଛି, ଯେଉଁ ସାମର୍ଥ୍ୟ ରହିଛି, ତାହାକୁ ଜାଣିବା, ଚିହ୍ନିବା ପାଇଁ ପ୍ରୟାସ ହେବା ଆବଶ୍ୟକ । ଆଚ୍ଛା, ଏଭଳି ନୁହେଁ କି କୌଣସି ବାପା-ମାଆଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ଅଛି । ଆପଣମାନେ ଦେଖିଥିବେ- ଘରେ ଛୋଟ ପିଲା ରହିଥାଏ ସେ ଉଠି ଚାଲିବା ଶିଖିଥାଏ- ତ ମାଆ କ’ଣ କରନ୍ତି- ସେ ଉଠେ, ଗୋଟିଏ ଦୁଇଟି ପାଦ ଚାଲି ପଡ଼ି ଯାଇଥାଏ, ତ ରାଗ ହୁଅନ୍ତି କି ? ତାଳି ବଜାନ୍ତି । ତାଳି ବଜାନ୍ତି- ସେ ପିଲାକୁ ଲାଗିଥାଏ, ପଡ଼ିଯିବା କୌଣସି ଖରାପ କଥା ନୁହେଁ । ଏବେ କୌଣସି ମାଆଙ୍କୁ କୌଣସି ପ୍ରଧାନମନ୍ତ୍ରୀ କେବେ ଭାଷଣ ଦେଇଥିଲେ କି କ’ଣ କୌଣସି ପିଲା ପଡ଼ିଗଲେ ତାଳି ବଜାଇବାକୁ ହୁଏ ? କୌଣସି ପୁସ୍ତକରେ ପଢ଼ିଥିଲେ କି ? କିନ୍ତୁ ତାଙ୍କୁ ଜଣାଅଛି କି ପିଲାଙ୍କର ସାହସ ବଢ଼ାଇବା ହେଉଛି ଜରୁରୀ । ପୁଣି କ’ଣ କରିବେ- ତିନି ଚାରି ପାଦ ଚାଲିବା ଶିଖିଯିବ ତ ମାଆ ତା’ର କୌଣସି ପ୍ରିୟ ଜିନିଷ ନେଇ ଦୂରରେ ଠିଆ ହୋଇ ରହିବେ ଆଉ କହିବେ- ଆସ, ଆସ, ଆସ- ପୁଣି ହଟିଯିବେ, ଏଭଳି କରନ୍ତି ନା ? ଆଉ ପିଲାମାନଙ୍କୁ ଲାଗିଥାଏ କି ମୁଁ ଟିକେ ଦୌଡ଼ିକରି ନେଇ ଆସିବି । ତାହାର ସାହସକୁ ସୁଦୃଢ଼ କରିଥାଆନ୍ତି ବାପା-ମାଆ । କିନ୍ତୁ ଏସବୁ ଜ୍ଞାନ ହେବା ପରେ, ପିଲାଦିନରେ ସବୁକିଛି କରାଯିବା ପରେ ମଧ୍ୟ ଗୋଟିଏ ସ୍ଥିତି ଆସିଯିବା ପରେ ମାଆଙ୍କର ମନ ହୋଇଯାଇଥାଏ, ବାପାଙ୍କର ମନ ହୋଇଯାଇଥାଏ, ବାସ୍ ଏବେ ତ ସେ ପ୍ରସ୍ତୁତ ହୋଇଗଲା, ମୋତେ କିଛି କରିବାର ଆବଶ୍ୟକତା ନାହିଁ । ଭୁଲ ସେହିଠାରୁ ଆରମ୍ଭ ହୋଇଥାଏ । ମାଆ-ବାପା ପିଲାମାନଙ୍କୁ ଆଜୀବନ ସେହି ରୂପରେ ଦେଖିବା ଦରକାର, ପଚାରିବା ଦରକାର, ପ୍ରୋତ୍ସାହିତ କରିବା ଦରକାର ଯଦି ପଡ଼ି ମଧ୍ୟ ଯାଉଥାଏ ତ ତାହାର ସାହାସ ବାନ୍ଧିବା ଦରକାର । ତାକୁ ତଳକୁ ପଡ଼ି ଯାଉଥିବାର ଦେଖି ତାକୁ ରାଗ ହୋଇଚାଲିବା ଦ୍ୱାରା କୌଣସି ପରିବର୍ତ୍ତନ ଆସିବ ନାହିଁ ।

ଯେଉଁ ପର୍ଯ୍ୟନ୍ତ ଆଶା ଆକାଂକ୍ଷାର ପ୍ରଶ୍ନ ଆସୁଛି, ଗୋଟିଏ ପ୍ରକାରରେ ଆଶା ରଖିବା ହେଉଛି ଏକ ଭଲ କଥା । ମୁଁ କହିଲି ନା – ବାଳକକୁ ମାଆ ଦୂର କରି ଦୌଡ଼ାନ୍ତି, ତାହା ହେଉଛି ସେହି ଆଶା କି ତୁମେ ଭାଇ ଏବେ ଦଶ ପାଦ ଦୌଡ଼ିକରି ମୋ ପାଖକୁ ଆସ । ଆଶା ରଖିବା ହେଉଛି ବହୁତ ଭଲ ଏବଂ ଆବଶ୍ୟକ । ଆଶା କରିବା କାରଣରୁ ଆମକୁ ମଧ୍ୟ କିଛି ଅଧିକ କରିବାର ଇଚ୍ଛା ଜାଗ୍ରତ ହୋଇଥାଏ । ଯଦି ଆଶା ହିଁ ରହିବ ନାହିଁ ତ ଆପଣମାନେ ମୋତେ କୁହନ୍ତୁ- ଜଣେ ରୋଗୀ ରହିଛି, ଯାହାଙ୍କ ପାଖରେବଞ୍ଚିବାର ଇଚ୍ଛା ହିଁ ନଥିବ, ଏବେ ଠିକ ହେବାର ମନ ହିଁ ହେଉ ନଥିବ, ଏଭଳି ହିଁ ସବୁକିଛି ଛାଡ଼ିଛୁଡ଼ି ମୃତ୍ୟୁକୁ ଅପେକ୍ଷା କରୁଥିବ, କେତେ ମଧ୍ୟ ଭଲରୁ ଅତି ଭଲ ଡାକ୍ତର ଆଣି ଦିଅନ୍ତୁ, କେତେ ମଧ୍ୟ ଭଲରୁ ଅତି ଭଲ ଡାକ୍ତରଖାନା ଆଣି ଦିଅନ୍ତୁ, ସେ ରୋଗୀ ଠିକ୍ ହୋଇ ପାରିବ କି ? ହୋଇ ପାରିବ କି ? ତ ନିରାଶାର ଗର୍ତ୍ତରେ ବୁଡ଼ି ରହିଥିବା ସମାଜ କିମ୍ବା ବ୍ୟକ୍ତି ଅବା ପରିବାର କେବେ ହେଲେ ମଧ୍ୟ କାହାର ଭଲ କରି ପାରିବ କି? ଆଉ ଏଥିପାଇଁ ଆଶା ଏବଂ ଆକାଂକ୍ଷା ଉର୍ଦ୍ଧ୍ଵରେ ଗତି ପାଇଁ ହେଉଛି ଅନିବାର୍ଯ୍ୟ ।ଆଉ ମୁଁ ଯେଭଳି ଆପଣମାନଙ୍କୁ ପ୍ରଶ୍ନ ପଚାରିଲି, କାହିଁକି ନା ଆପଣ ଆଇଏଏସ ହେବାକୁ ଚାହୁଁଛନ୍ତି ତ ଆପଣଙ୍କ ମନରେ ଏହି ପ୍ରଶ୍ନ ସ୍ୱାଭାବିକ ଥିଲା । ଏହା ହେଉଛି ବହୁତ ସ୍ୱାଭାବିକ କି ସମାଜରେ ଆଶା ରହୁ, ନିରାଶା ନ ରହିବା ଆବଶ୍ୟକ । ନ ହେଲେ ଏହାକୁ ଛାଡ଼ନ୍ତୁ ବନ୍ଧୁ, ମୋଦୀ ତ ଏମିତି ବହୁତ ଅଛନ୍ତି,କିଛି କାମ ହେବାଭଳି ନୁହେଁ, ଚାଲ ବନ୍ଧୁ ନିଜ କାମ କରିବା । ଆଜ୍ଞା ନୁହେଁ, ସେ କହିଥାଏ ମୋଦୀଜୀ ଆପଣ ଅଛନ୍ତି ଆଉ ଏହା ହେଉ ନାହିଁ, ଏହା ହିଁ ତ ହେଉଛି ବିଶ୍ୱାସ । ମୁଁ ତ ଚାହୁଁଛି – ଲୋକମାନେ କହୁଛନ୍ତି କି ମୋଦୀ ବହୁତ ଆଶା ଜଗେଇ ଦେଇଛନ୍ତି, ମୁଁ ତ ଚାହୁଁଛି ଶହେ ପଚିଶ କୋଟି ଦେଶବାସୀଙ୍କର ଶହେ ପଚିଶ କୋଟି ଆଶା ରହିଥିବା ଆବଶ୍ୟକ, ସେଗୁଡ଼ିକୁ ଜାଗ୍ରତ କରିବା ଆବଶ୍ୟକ; ଦେଶ ସେତେବେଳେ ଯାଇ ଚାଲିଥାଏ । ଆଶା ଆକାଂକ୍ଷାର ବୋଝ ତଳେ ଚାପି ଦେଲେ ଚାଲେ ନାହିଁ, ଆମକୁ ଆଶାଗୁଡ଼ିକୁ ପୂରଣ କରିବା ପାଇଁ ନିଜକୁ ନିଜେ ସଜେଇବା ଦରକାର । ଚାଲନ୍ତୁ- ଦୀର୍ଘ ହୋଇଗଲା ଆପଣଙ୍କର ଉତ୍ତର ।

ପ୍ରସ୍ତୁତକର୍ତ୍ତା – ସାର୍, ଜାମ୍ମୁରୁ ଆମ ସହିତ ଯୋଡ଼ି ହୋଇଛନ୍ତି କୃଷ୍ଣ କୁମାର ଶର୍ମା, ଯେ କି ହେଉଛନ୍ତି ଜଣେ ଅଭିଭାବକ । ତାଙ୍କର ଗୋଟିଏ ସମସ୍ୟା ରହିଛି ଯାହାକି ସେ ଆପଣଙ୍କ ସହିତ ବାଣ୍ଟିବାକୁ ଚାହୁଁଛନ୍ତି ।

ପ୍ରଶ୍ନକର୍ତ୍ତା – ନମସ୍କାର ସାହେବ, ମୋ ନାମ ହେଉଛି କୃଷ୍ଣ କୁମାର ଶର୍ମା, ମୁଁ ରୂପନଗର, ଜାମ୍ମୁର ହେଉଛି ବାସିନ୍ଦା । ଆଜିକାଲି ପିଲାମାନଙ୍କ ଉପରେ ହିଁ ନୁହେଁ, ଆମ ଅଭିଭାବକମାନଙ୍କ ଉପରେ ମଧ୍ୟ ଆମ ସାଙ୍ଗମାନଙ୍କର ଚାପ ରହୁଛି, କାହାର ପିଲା କେତେ ଭଲ ନମ୍ବର ଆଣୁଛି । ଏହି ଚିନ୍ତାରୁ କିପରି ବାହାରକୁ ବାହାରି ଆସିହେବ ? ଧନ୍ୟବାଦ ସାର୍ ।

ପ୍ରସ୍ତୁତକର୍ତ୍ତା – ମାନନୀୟ ଏଭଳି ହିଁ ଗୋଟିଏ ପ୍ରଶ୍ନ ରହିଛି ଉତ୍ତର-ପୂର୍ବ ଅର୍ଥାତ ଇମ୍ଫାଲରୁ ନୀଲା କୁମାରୀ ପଚାରିଛନ୍ତି – ଏ ମଧ୍ୟ ହେଉଛନ୍ତି ଜଣେ ଅଭିଭାବକ ।

ପ୍ରଶ୍ନକର୍ତ୍ତା – ମୁଁ ହେଉଛି ଇମ୍ଫାଲ, ମଣିପୁରରୁ ନୀଲା କୁମାରୀ । ଜଣେ ଅଭିଭାବକ ଏବଂ କର୍ମଜୀବୀ ମହିଳା ଭାବେ, ମୁଁ ଜାଣିବାକୁ ଚାହୁଁଛି ମୁଁ କିପରି ଭାବେ ନିଜକୁ ନିଜେ ପିଲାମାନଙ୍କର ପରୀକ୍ଷା ସମୟରେ ଚିନ୍ତାମୁକ୍ତ ରଖିପାରିବି ? ଧନ୍ୟବାଦ ସାର୍ ।

ପ୍ରସ୍ତୁତକର୍ତ୍ତା – ଅଭିଭାବକ ଭାବେ ମୋ ପିଲାମାନଙ୍କର ପରୀକ୍ଷା ସମୟରେ ମୁଁ ନିଜକୁ କିପରି ଭାବେ ଚିନ୍ତାମୁକ୍ତ ରଖିପାରିବି ? ମାନନୀୟ, ବାଙ୍ଗାଲୋରରୁ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ଲାବଣ୍ୟ, ଏ ହେଉଛନ୍ତି ଜଣେ ଛାତ୍ରୀ ।

ପ୍ରଶ୍ନକର୍ତ୍ତା – ଶୁଭ ସକାଳ, ମୁଁ ହେଉଛି ଲାବଣ୍ୟ । ମୁଁ ବାଙ୍ଗାଲୁରୁର ସେଣ୍ଟ ମେରୀ ପବ୍ଲିକ୍ ସ୍କୁଲ, କୁଇନ୍ସ୍ ରୋଡ଼ରେ ପଢ଼ୁଛି । ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ମୋର ପ୍ରଶ୍ନ । ସାର୍ ଶୁଭ ସକାଳ, ଆଜିର ମୋର ପ୍ରଶ୍ନ ହେଉଛି ଆମେ ଛାତ୍ରଛାତ୍ରୀମାନେ କିଭଳି ଆମ ଅଭିଭାବକ, ଶିକ୍ଷକ ଏବଂ ଭଲ ପାଉଥିବା ବ୍ୟକ୍ତିଙ୍କ ଭୟରୁ ନିଜକୁ ଉଭୁରିବୁ ?

ପ୍ରସ୍ତୁତକର୍ତ୍ତା – ଆମେ ଛାତ୍ରଛାତ୍ରୀମାନେ ଆମ ଅଭିଭାବକ, ଶିକ୍ଷକ ଏବଂ ଭଲ ପାଉଥିବା ବ୍ୟକ୍ତିଙ୍କ ଦ୍ୱାରା କରାଯାଉଥିବା ଚାପର ଭୟରୁ ଆମେ କିପରି ବାହାରକୁ ବାହାରିବୁ । ସାର୍, ପିଲାମାନେ,ଅଭିଭାବକ, ଦୁଇ ଜଣଙ୍କର ହିଁ ଚିନ୍ତା ସମ୍ବନ୍ଧରେ କଥାବାର୍ତ୍ତା ହେଉଛି । ଆମେ ସମସ୍ତେ ଆପଣଙ୍କର ଉତ୍ତର ଶୁଣିବା ପାଇଁ ଉତ୍ସୁକ ।

ମୋଦୀଜୀ – ଅଭିଭାବକମାନଙ୍କ ପାଇଁ ଏହା ହେଉଛି ମୋର ଅନୁରୋଧ କି ଆପଣମାନଙ୍କର ସ୍ୱପ୍ନ ମଧ୍ୟ ରହିଥିବା ଆବଶ୍ୟକ, ଆଶା ମଧ୍ୟ ରଖିବା ଆବଶ୍ୟକ କିନ୍ତୁ ଚାପ ଦ୍ୱାରା ପରିସ୍ଥିତି ବିଗିଡ଼ି ଯାଇଥାଏ । ଯେତେବେଳେ ମଧ୍ୟ ଆପଣ ପିଲାମାନଙ୍କୁ ମନେ କରନ୍ତୁ କେବେ, ବହୁତ ବଢ଼ିଆ ଖାଦ୍ୟ ଆପଣ ପ୍ରସ୍ତୁତ କରିଛନ୍ତି । ସେ ନିଜ ମନକୁ ମନ ଖାଉଛି, କିନ୍ତୁ କାହିଁକି ନା ଆପଣ ଭଲକରି ପ୍ରସ୍ତୁତ କରିଛନ୍ତି, ଆପଣଙ୍କୁ ବହୁତ ପସନ୍ଦ – ପୁଣି ପିଲାଙ୍କୁ କୁହନ୍ତୁ, ଖାଅ, ଖାଅ, ଖାଅ- ସେ ଠିଆ ହୋଇପଡ଼ି ଚାଲି ଯାଇଥାଏ । ହୋଇଥାଏ କି ହୋଇ ନଥାଏ ? ଚାପ ଫଳରେ ପ୍ରତିକ୍ରିୟା ପ୍ରକାଶ ପାଇଥାଏ । ଏଭଳି ନ ହେଉ,ଏଥିପ୍ରତି ଆମକୁ ସଂପୂର୍ଣ୍ଣ ରୂପେ ଧ୍ୟାନ ରଖିବାକୁ ପଡ଼ିବ । କିନ୍ତୁ ମାଆ-ବାପା ଏଭଳି କାହିଁକି କରିଥାଆନ୍ତି? ତା’ପଛରେ ଗୋଟିଏ ମନୋବୈଜ୍ଞାନିକ କାରଣ ରହିଛି । ଆଉ ସେହି ମନୋବୈଜ୍ଞାନିକ କାରଣଟି ହେଉଛି ସେମାନେ କେବେ କେବେ ନିଜ ସାଙ୍ଗ-ସାଥୀ କିମ୍ବା ପାରିବାରିକ ପର୍ବରେ କିମ୍ବା ସାମାଜିକ ପର୍ବରେ ଯାଆନ୍ତି ତ ନିଜ ପିଲାମାନଙ୍କର ରିପୋର୍ଟ କାର୍ଡକୁ ନିଜର ଭିଜିଟିଙ୍ଗ୍ କାର୍ଡ ଭାବେ ନେଇ ଯାଇଥାଆନ୍ତି । ଏହା ହେଉଛି ସମସ୍ୟାର ସବୁଠାରୁ ବଡ଼ ମୂଳ କାରଣ । ଏହା ହେଉଛି ସମସ୍ୟାର ସବୁଠାରୁ ବଡ଼ ମୂଳ କାରଣ କି ସେମାନଙ୍କୁ ସମାଜରେ – ମୋ ପୁଅ ଏହା କଲା, ମୋ ପୁଅ ଏହା କଲା,ମୋ ପୁଅ ବାସ୍ ଏହାକୁ ନେଇ ବୁଲୁଥାଆନ୍ତି । ଆଉ ଏଥିପାଇଁ ସେ ଆପଣଙ୍କ ଘରକୁ ଆସି, ଆଚ୍ଛା ଆପଣ ଠିକ ନ କରିବେ ତ ଘରେ ହିଁ ଗାଳି କରନ୍ତି – ମୁଁ କିପରି ତାଙ୍କ ବାହାଘରକୁ ଯିବି ? ତୁ ଏ କ’ଣ ରେଜଲ୍ଟ କରି ଆସିଛୁ ? ସେ ଯେତେବେଳେ ପଚାରିବ ତ ମୁଁ କ’ଣ କରିବି ? ଏହିଭଳି ହିଁ କରନ୍ତି ନା ? ଅର୍ଥାତ ଆପଣଙ୍କର ସଫଳତା କିମ୍ବା ବିଫଳତା ତାଙ୍କର ସାମାଜିକ ଜୀବନ ଉପରେ ଯେଭଳି, ଜଣା ନାହିଁ ଯେପରିକି ବହୁତ ବଡ଼ ପାହାଡ଼ ଗଳି ପଡ଼େ ଆଉ ସେହି କାରଣରୁ ସେମାନେ ସଦା ସର୍ବଦା ଚେଷ୍ଟା କରନ୍ତି କି ସେମାନଙ୍କର ସମାଜରେ ଗୋଟିଏ ସ୍ଥାନ ସୁରକ୍ଷିତ ହୋଇ ରହୁ । ଏଥିପାଇଁ ବାପା-ମାଆଙ୍କର ପିଲାମାନଙ୍କ ଉପରେ ଏହି ଚାପ ପକାଇବାର ଅଭ୍ୟାସ ହୋଇ ଯାଇଥାଏ । ସେମାନଙ୍କ ଉଦ୍ଦେଶ୍ୟ ଏହା ନୁହେଁ, ସେମାନଙ୍କ ସହିତ ଆମକୁ ଅନ୍ୟାୟ କରିବାର ଆବଶ୍ୟକତା ନାହିଁ, କିନ୍ତୁ ଯଦି ସେ ମଧ୍ୟ ଏହାକୁ ସଠିକ ଢଙ୍ଗରେ କରନ୍ତି । ବାସ୍ତବରେ  ମା-ବାପା ଗୋଟିଏ ବୟସ ପରେ ପିଲାଙ୍କ ସହିତ ସଂପର୍କ ତୁଟାଇ ଦେଇ ଥାଆନ୍ତି । ଯେବେ ଛୋଟ ପିଲା ହୋଇଥାଏ, ତ ସେହି ମାଆ- ବାପା ତାହାର ଭୁଲ ତୃଟିକୁ ବହୁତ ଭଲ ଭାବେ ନିଜର ଅତିଥିମାନଙ୍କ ଆଗରେ କହିଥାଆନ୍ତି- କାଲି ଇଏ ଏଭଳି କଲା, ସେ ପୂରା କ୍ଷୀରର ବୋତଲକୁ ଢ଼ାଳିଦେଲା, ସେ କାଲି ତା’ର ଗରମ ଚା’ ତଳକୁ ପକାଇଦେଲା, ପୋଡ଼ିଗଲା । ଦୋଷତ୍ରୁଟି ଗୁଡ଼ିକର ବର୍ଣ୍ଣନା କରନ୍ତି, କାହିଁକି, ତାହାର କାର୍ଯ୍ୟକଳାପଗୁଡ଼ିକୁ ନୀରିକ୍ଷଣ କରନ୍ତି । ଆମେ ଆମ ପିଲାମାନଙ୍କର- ବାଳକ ଅବସ୍ଥାରେ ତାହାର ପ୍ରତ୍ୟେକ କଥାକୁ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁ କିନ୍ତୁ ସାତ ଆଠ ବର୍ଷ ବୟସର ହେବା କ୍ଷଣି ଲାଗି ନଥାଏ କି ତାହାର ପ୍ରତ୍ୟେକ ଅବସ୍ଥାକୁ ସୂକ୍ଷ୍ମତାର ସହ ଅନୁଧ୍ୟାନ କରିବା ଆବଶ୍ୟକ । ଏବେ ତା ଦେହରେ କ’ଣ ପରିବର୍ତନ ଆସିଛି, କେଉଁଥିରେ ରୂଚି ରଖୁଛି,କ’ଣ କରୁଛି, କିପରି କରୁଛି । ପ୍ରାୟ ମାଆ-ବାପାଙ୍କୁ ଏହି ସମ୍ପର୍କ ପିଲାମାନଙ୍କ ସହିତ ସାତ-ଆଠ ବର୍ଷ ପର୍ଯ୍ୟନ୍ତ ରହିଥାଏ, ତ ଯାହା ଏବେ ଦୂରେଇ ଯାଉଛି । ସେ ତିନି ମାସ-ଛଅ ମାସର ଥିଲା,ସେତେବେଳେ ଯେତେ ସୂକ୍ଷ୍ମ ଭାବେ ଅନୁଧ୍ୟାନ କରୁଥିଲେ, ଯେ ପର୍ଯ୍ୟନ୍ତ ସେ ବୟସ୍କ ହୋଇ ନଥାଏ,ସେ ପର୍ଯ୍ୟନ୍ତ ଆପଣମାନେ ତାକୁ ଅନୁଧ୍ୟାନ କରିବା ଦରକାର । ଅନୁଧ୍ୟାନ କରିବାର ଅର୍ଥ ଏହା ନୁହେଁ କି ନିଜର ଚିନ୍ତାଧାରାକୁ ଏହି ଦିଗରେ ପକାଇବା ଦରକାର । ଦେଖିବା ଦରକାର, ତାହାର ଶକ୍ତି ଆପଣମାନଙ୍କ ଧ୍ୟାନକୁ ଆସିବ । ଯଦି ଏତିକି କରିନେବା ତ ଏହି ଯେଉଁ ଚାପର ବାତାବରଣ ସୃଷ୍ଟି ହୋଇଥାଏ, ସେଥିରୁ ମୁକ୍ତି ମିଳିଯିବ ।

ପ୍ରସ୍ତୁତକର୍ତ୍ତା – ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ବର୍ତ୍ତମାନ ଆମ ଗହଣରେ ଜଣେ ମାଆ ଉପସ୍ଥିତ ଅଛନ୍ତି ଯିଏକି ମୂଳତଃ ଆସାମରୁ ଆସିଛନ୍ତି, କିନ୍ତୁ ଦିଲ୍ଲୀରେ ରହୁଛନ୍ତି ତ ଟିକେ ଚିନ୍ତିତ ଅଛନ୍ତି ଆଉ ତାଙ୍କର ସମସ୍ୟା ମୋତେ ଲାଗୁଛି କି ବହୁତ ସାଧାରଣ ସମସ୍ୟା ଅଛି । କିଛି କହିବାକୁ ଚାହୁଁଛନ୍ତି ମଧୁମିତା ସେନଗୁପ୍ତା ।

ପ୍ରଶ୍ନକର୍ତ୍ତା – ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର । ମୋ ନାମ ହେଉଛି ମଧୁମିତା ସେନ୍ ଗୁପ୍ତା । ମୋ ପୁଅ ହେଉଛି ନବମ ଶ୍ରେଣୀର ଛାତ୍ର । ମହୋଦୟ, ପ୍ରଥମେ ମୋ ପୁଅ ବହୁତ ଭଲ ପାଠ ପଢ଼ୁଥିଲା । ଶିକ୍ଷକମାନେ ପ୍ରଶଂସା କରୁଥିଲେ, କିନ୍ତୁ ଏବେ କିଛି ଦିନ ହେବ ସେ ଅନ୍ ଲାଇନ୍ ଗେମ୍ ଆଡ଼କୁ ତାହାର ଆକର୍ଷଣ କିଛି ଅଧିକ ମାତ୍ରାରେ ବଢ଼ିଯାଇଛି, ଯେଉଁ କାରଣରୁ ତାହାର ପାଠପଢ଼ା ଉପରେ ଫରକ ପଡ଼ିଛି । ମୁଁ ତାକୁ ବହୁତ ବୁଝାଇବାର ପ୍ରୟାସ କରିଛି କିନ୍ତୁ ମୋତେ ଲାଗୁଛି କି ମୁଁ ଅସଫଳ ହୋଇଛି । ଦୟାକରି ମୋର ମାର୍ଗଦର୍ଶନ କରନ୍ତୁ କି ମୁଁ ଏହି ସ୍ଥିତିକୁ କିଭଳି ଭାବରେ ସମ୍ଭାଳିବି? ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା – ମାନନୀୟ ଦୟାକରି ଏହା ଉପରେ ନିଜର ବିଚାର ପ୍ରକଟ କରନ୍ତୁ ।

ମୋଦୀଜୀ –  ଏହା ପିୟୁବିଜି ବାଲାଙ୍କ ଭଳି କି ? ଅଥବା ଫ୍ରଣ୍ଟଲାଇନ୍ ବାଲା ହୋଇଥିବ । ଏହା ମଧ୍ୟ ହେଉଛି ଏକ ସମସ୍ୟା, ସମାଧାନ ମଧ୍ୟ ରହିଛି । ଆମେ ଏହା ଚାହିଁବା କି ଆମର ପିଲାମାନେ ଟେକ୍ନୋଲଜିଠାରୁ ଦୂରକୁ ଚାଲି ଯାଆନ୍ତୁ, ପୁଣି ତ ତାହା ଏକ ପ୍ରକାରରେ ନିଜର ସମସ୍ତ ଜୀବନରୁ,ଗୋଟିଏ ପ୍ରକାରରେ ପଛକୁ ଯିବା ଭଳି ଆରମ୍ଭ ହୋଇଯିବ । ଆଉ ଏଥିପାଇଁ ତାକୁ ଏହି ଟେକ୍ନୋଲଜି ସମ୍ବନ୍ଧରେ ପ୍ରୋତ୍ସାହିତ କରିବା ଦରକାର । କିନ୍ତୁ ସେହି ସେହି ଟେକ୍ନୋଲଜିର କିଭଳି ଉପଯୋଗ କରିବାର ଅଛି, କ’ଣ ଟେକ୍ନୋଲଜି ତାକୁ  ରୋବର୍ଟ କରିଦେଉଛି କି, ଅବା ମନୁଷ୍ୟ କରି ଗଢ଼ି ତୋଳୁଛି ?ଯଦି ମାଆ- ବାପା ଟିକେ ଆଗ୍ରହ ଦେଖାନ୍ତି, କେତେବେଳେ ଖାଇବା ସମୟରେ ଟେକ୍ନୋଲଜି ବିଷୟରେ ଆଲୋଚନା କରନ୍ତି, କି ଭାଇ କୁହ ଏବେ କ’ଣ ଚାଲିଛି, ଟେକ୍ନୋଲଜି କ୍ଷେତ୍ରରେ କ’ଣ କ’ଣ ନୂଆ ଆସିଛି ? କେଉଁ ପ୍ରକାରର ନୂଆ-ନୂଆ ଆପ୍ସ ଆସିଛି? ସେଥିରେ କ’ଣ ହୋଇଥାଏ ? ତ ସେହି ପିଲାକୁ ଲାଗିବ କି ମୁଁ ଯାହା କରୁଛି, ମୋ ମାଆ-ବାପା ହୋଇପାରେ ମୋତେ ସହାୟତା କରିବେ । ତ ପ୍ରଥମ କାମ ଆପଣ କାହାକୁ ଅଟକାଇବା, ମୁଁ ଦେଖୁଛି ଏଠାରେ ପ୍ରାୟ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଅଛି । ହୋଇପାରେ କିଛି ଲୋକ ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଥିବେ କିନ୍ତୁ ପ୍ରୟାସ କରୁଥିବେ ସାଙ୍ଗ-ସାଥୀମାନଙ୍କୁ ଜଣାଇବା ପାଇଁ, ମୁଁ ଏଠାରେ ବସିଛି । ଏଥବରେ କ’ଣ ହୋଇଥାଏ,ଧୀରେ-ଧୀରେ ଆମେ ସଙ୍କୁଚିତ ହୋଇ ଯାଇଥାଉ, ଏହା ବହୁତ ବଡ଼ କ୍ଷୁଦ୍ର ଚିନ୍ତାଧାରାରେ ପରିଣତ ହୋଇଯାଇଥାଏ କି ବୋଧହୁଏ ଆମକୁ ଜୀବନରେ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ । ଟେକ୍ନୋଲଜିର ବ୍ୟବହାର ଆମର ସଂପ୍ରସାରଣ ପାଇଁ ହେବା ଦରକାର, ଆମର ବିସ୍ତାର ପାଇଁ ହେବା ଦରକାର,ମୋର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ହେବା ଦରକାର । ଆଉ ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ବାରମ୍ବାର ଏହି ବିଷୟରେ ଚର୍ଚ୍ଚା କରି ଚାଲିବା ଆବଶ୍ୟକ, ତେବେ ଯାଇ ହେବ; ଅନ୍ୟଥା ଯେପରି ପିଲାମାନେ ଖେଳପଡ଼ିଆରେ ନାହାଁନ୍ତି । କେବେ କେବେ ମାଆ-ବାପାଙ୍କୁ ଲାଗିଥାଏ କି ପଢ଼ିବା ହେଉଛି ବହୁତ ଭଲ । କିନ୍ତୁ ପରୀକ୍ଷାର କିଛି ଦିନ ପୂର୍ବରୁ ପିଲା ରୋଗଗ୍ରସ୍ତ ହୋଇଯାଇଥାଏ ତ ମାଆ-ବାପାଙ୍କ ଝାଳ ବୋହି ଯାଇଥାଏ । ଆରେ ଭାଇ, ପୂର୍ବରୁ ସେ ବହି ପଢ଼ୁଥିଲା, କେଉଁଠାକୁ ଖେଳ ପଡ଼ିଆକୁ ମଧ୍ୟ ପଠାଇବାର ଥିଲା । ଆପଣମାନଙ୍କ ମଧ୍ୟରୁ କେହି ଚିନ୍ତା କରନ୍ତୁ ମୁଁ କେବେ-କେବେ ମୋର ପିଲାମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିବାର ମୋର ଏହି ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିଲି, ସେବେଠାରୁ ଏହି କାର୍ଯ୍ୟକ୍ରମ କ୍ରମାଗତ ଭାବେ ଚାଲୁ ରହିଛି । ଏବେ ତାହାର ରୂପ, ତାହାର ରଙ୍ଗ ବଦଳି ଯାଇଛି । କିନ୍ତୁ ମୁଁ ଏହି କାର୍ଯ୍ୟକ୍ରମକୁ କରି ଚାଲିଛି । ମୁଁ ଦେଖିଛି କି, ମୁଁ କେବେ ପିଲାଙ୍କୁ ପଚାରୁଥିଲି କି କେତେ ଜଣ ପିଲା ଅଛନ୍ତି ଯେଉଁମାନଙ୍କୁ ଦିନକୁ ଚାରିଥର ପରିଶ୍ରମ କରିବା କାରଣରୁ ଶରୀରରୁ ଝାଳ ବୋହିଥାଏ । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଗାଁର ତ ପିଲାମାନେ କହୁଥିଲେ ନାହିଁ, ଏପରି ତ ହୋଇ ନଥାଏ । ଏବେ ଏହା କିଭଳି ଜୀବନ ? ହସିବା, ଖେଳିବା, ଖୋଲା ପଡ଼ିଆରେ; ଏହା ଜୀବନର ଅଂଶ ହେବା ଦରକାର, ଆଉ ତା’ ମଧ୍ୟ ଏକ ନୂତନ ଉର୍ଜ୍ଜା ଦେଇଥାଏ । ଆଉ ଏଥିପାଇଁ ଟେକ୍ନୋଲଜିର ସଠିକ ଉପଯୋଗ କିପରି ହେବ ? ମୁଁ ସ୍ୱୟଂ ହେଉଛି ଟେକ୍ନୋଲଜିକୁ ବହୁତ ଶକ୍ତିଶାଳୀ ଭାବୁଥିବା ବ୍ୟକ୍ତି । ମୁଁ ନିଜେ ତାହାର ବ୍ୟବହାର, ଆଜି ମୁଁ ମଧ୍ୟ ଦୁନିଆରେ ଏତେ ଦେଶ ସହିତ ଆଉ ଏତେ ଦେଶର ଲୋକଙ୍କ ସହିତ କଥା ହେଉଛି ତ କାହାର କାରଣ ହେଉଛି ଟେକ୍ନୋଲଜିର ଉପଯୋଗ । ତ ଗୋଟିଏ ହିଁ କଥାର ଦୁଇଟି ଭଲ ଦିଗ ରହିଥାଏ- ଗୋଟିଏ ହେଉଛି କାହାକୁ ବହୁତ ସୀମିତ କରି ଦେଇଥାଏ ଆଉ ଦ୍ୱିତୀୟଟି ହେଉଛି ବହୁତ ବିସ୍ତୃତ କରି ଦେଇଥାଏ । ଆପଣଙ୍କର ଏହି ଚିନ୍ତା କରିବା ଠିକ୍ ଅଛି କିନ୍ତୁ ଆପଣ ତା ସାଙ୍ଗରେ ବସନ୍ତୁ, ତାକୁ କେବେ ଆପଣ କାମ ଦିଅନ୍ତୁ କି ମୁଁ ଶୁଣିଛି କି ନର୍ଥ-ଇଷ୍ଟରେ ଏକ ଏଭଳି ଚାଉଳ ରୋଷେଇ ହୁଏ, ଦେଖ ପୁଅ, ଟିକେ ଟେକ୍ନୋଲଜି ମାଧ୍ୟମରେ ଖୋଜି ମୋତେ କହ, ସେହି ଚାଉଳ ବିଷୟରେ ତ ତାକୁ ଲାଗିବ ହଁ ମାଆ ମୋତେ ଟେକ୍ନୋଲଜିର  ସହାୟତାରେ ନିଜକୁ ଭାତ ରୋଷେଇ କରିବାରେ ନାଗାଲେଣ୍ଡର ପଦ୍ଧତି କ’ଣ ଅଛି, ତାହା ଶିଖିବା ଦରକାର, ଏହି ଟେକ୍ନୋଲଜି ଆପଣ ଦୁଇ ଜଣଙ୍କୁ ଯୋଡ଼ିବାର କାରଣ ହୋଇ ପାରିବ । ଆଉ ତା’ର ମଧ୍ୟ ମନ ଟେକ୍ନୋଲଜି ମାଧ୍ୟମରେ ନୂଆ-ନଆ ଜିନିଷ ଜାଣି ପାରିବ, ଶିଖିପାରିବ, ଯାହା ଜୀବନରେ କାର୍ଯ୍ୟରେ ଆସିବ, ସେହି ଦିଗରେ ଆପଣ ତାକୁ ଧୀରେ-ଧୀରେ ନେଇ ଯାଇ ପାରିବେ । ଆପଣ କେବେ ତାକୁ ପଚାରି ପାରିବେ କି ଭାଇ ଆଜି ଆମେ ଶୁଣିଛୁ କି ମହାକାଶରେ ଏପରି ହୋଇଛି, ଅଥବା ଆଜି ଆମେ ଶୁଣିଛୁ କି ବାତ୍ୟା ଆସୁଛି । ତ ତୁମେ ଟିକେ ଦେଖ କି ବାତ୍ୟା ଆସିବାର ଖବର ସେ ଲୋକମାନେ କିପରି ଦେଇ ଥାଆନ୍ତି । ତ ସେହି ପିଲା ତାହା ଉପରେ କାର୍ଯ୍ୟ କରିବ । ଆପଣ ତାକୁ ଧୀରେ-ଧୀରେ ଟେକ୍ନୋଲଜିର ସଠିକ ଉପଯୋଗ ଆଡ଼କୁ ନେଇ ଯାଆନ୍ତୁ ଆଉ ତାକୁ ଲାଗିବା ଦରକାର କି ଏହି ପିଲା ବିକାଶ ଦିଗରେ, ତ ଭୁଲ ରାସ୍ତାରେ ଯିବା ବଦଳରେ, ସମୟ ନଷ୍ଟ କରିବା ବଦଳରେ ନିଜେ ଖେଳକୁଦ ଭିତରେ ନ ରହି ଆଉ ମୁଁ ଭାବୁଛି କି ଟିକେ ଖେଳକୁଦରୁ ଖେଳପଡ଼ିଆ ଆଡ଼କୁ ସେ ଚାଲିଯିବ । ତ ସେହି ଦିଗରେ ଆମେ ସମସ୍ତେ ପ୍ରୟାସ କରିବା ।

ପ୍ରସ୍ତୁତକର୍ତ୍ତା – ସାର୍, ବଂଶ ଅଗ୍ରୱାଲା ଫରିଦାବାଦରୁ ଆସିଛନ୍ତି । ଏବେ ଏଠାରେ ଉପସ୍ଥିତ ଅଛନ୍ତି,ତାଙ୍କର ପ୍ରଶ୍ନ କିଛି ଭିନ୍ନ ଧରଣର, ବଂଶ ।

ପ୍ରଶ୍ନକର୍ତ୍ତା – ସାର୍ ନମସ୍କାର । ସାର୍, ମୋ ନାମ ହେଉଛି ବଂଶ ଅଗ୍ରୱାଲା । ମୁଁ ମାନବ ରଚନାଇଣ୍ଟରନେସନାଲ ସ୍କୁଲର ଦଶକ ଶ୍ରେଣୀର ଛାତ୍ର । ସାର୍, ମୋର ଆପଣଙ୍କୁ ଏହି ପ୍ରଶ୍ନ ରହିଛି କି ଆମେ କିଭଳି ନିଜ ଲକ୍ଷ୍ୟକୁ ନିର୍ଦ୍ଧାରିତ କରିବା ଦରକାର । ଆମକୁ ଆମ ଲକ୍ଷ୍ୟ ନିର୍ଦ୍ଧାରିତ କରିବାରେ ରକ୍ଷଣଶୀଳ ହେବା ଦରକାର ଅଥବା ସର୍ବଦା ବଡ଼ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଦରକାର ? ଏ ଦିଗରେ ଆପଣଙ୍କ ଅନୁଭବ କ’ଣ କହୁଛି ? ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା – ମାନନୀୟ, ଏହା ଉପରେ ଆମକୁ କିଛି କୁହନ୍ତୁ ।

ମୋଦୀଜୀ – ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି, ଟିକେ ହାତକୁ ଉପରକୁ କରନ୍ତୁ । ଏଭଳି କେତେ ଲୋକ ମାନନ୍ତି କି ଲକ୍ଷ୍ୟ ବହୁତ ଛୋଟ ହେବା ଆବଶ୍ୟକ ? ଟିକେ ହାତକୁ ଉପରକୁ କରନ୍ତୁ । ଯେଉଁମାନେ ଏହା ମାନନ୍ତି କି ଲକ୍ଷ୍ୟ ବହୁତ ଛୋଟ ହେବା ଆବଶ୍ୟକ, ଏଭଳି କେତେ ଲୋକ ଅଛନ୍ତି ?ଦୁଇ ତିନି ଜଣ ହିଁ ଅଛନ୍ତି । ଯେଉଁମାନେ ଏହା ମାନନ୍ତି କି ଲକ୍ଷ୍ୟ ବହୁତ ବଡ଼ ହେବା ଆବଶ୍ୟକ, ଏଭଳି କେତେ ଲୋକ ଅଛନ୍ତି ? ତ ଗଣତାନ୍ତ୍ରିକ ଉପାୟରେ ତ ସ୍ଥିର ହୋଇଗଲା । ଆମେ ଗୁଜରାଟରେ ଅଛୁ,ପିଲାଦିନରୁ ହିଁ ଗୋଟିଏ ଲୋକକଥା ଶୁଣି ଆସିଛୁ- ନିଶାନ୍ ଚୁକ୍ ମାଫ୍, ନହିଁ ମାଫ୍ ନିଚୁ ନିଶାନ୍- ଅର୍ଥାତ୍ ଯଦି ଲକ୍ଷ୍ୟ ଭ୍ରଷ୍ଟ ହୋଇଯାଏ ତ କ୍ଷମା ମିଳି ପାରିଥାଏ, କିନ୍ତୁ ଯଦି ଲକ୍ଷ୍ୟ ତଳ ସ୍ତରର ରଖିବେ ତ ସେଥିପାଇଁ କୌଣସି କ୍ଷମା ନଥାଇ ପାରେ । ଯେତେବେଳେ ଲକ୍ଷ୍ୟ ସ୍ଥିର କରିବ ତ ମୋର ଏକ ମତ ହେଉଛି କି ଲକ୍ଷ୍ୟ ଏଭଳି ହେବା ଦରକାର, ଯେଉଁ ପର୍ଯ୍ୟନ୍ତ ପହଞ୍ଚି ହେବ କିନ୍ତୁ ହାତକୁ ନ ଆସିବ ଏଭଳି ନ ହେଉ । ଅର୍ଥାତ ଲାଗିଥାଏ ଭାଇ, ଧରି ନିଅନ୍ତୁ ଭାଇ ଏଠାକୁ ଛୁଇଁବାର ଅଛି, ମୁଁ ପ୍ରୟାସ କରୁଛି କିନ୍ତୁ ଛୁଇଁ ପାରୁ ନାହିଁ, ମୋ ହାତ ପାହାନ୍ତାରେ ଅଛି, ଯଦି ଏକ ଫୁଟ ଡେଇଁବି ତ ମୁଁ ଧରି ପାରିବି; ଅର୍ଥାତ ମୋ ହାତ ପାହାନ୍ତାରେ ଅଛି । ମୋ ହାତ ମୁଠାରେ ନାହିଁ । ଥରେ ପହଞ୍ଚିବା ଭଳି ଲକ୍ଷ୍ୟ ହେବ,ଯେତେବେଳେ ଧରା ପଡ଼ିଯିବ, ତ ବଡ଼ ଲକ୍ଷ୍ୟର କଥା କହିବା । ମୁଁ କିଛି ଏଭଳି ପିଲାମାନଙ୍କୁ ଦେଖିଛି କି ସ୍ନାତକ ପରେ ପଚାରିବେ କ’ଣ କରୁଛ, ତ ମୁଁ ଦେଖିଲି ସେମାନେ କହୁଥିଲେ ସିଏ କରୁଛି । ତ ମୁଁ ଆଶ୍ଚର୍ଯ୍ୟ ଥିଲି, ଏତେ ଲୋକ ସିଏ କରୁଛନ୍ତି କି, କ’ଣ ଏପରି କରୁଛନ୍ତି ? ତ ଜଣା ପଡ଼ିଲା କି ଏଭଳି ମୁଁ ତ କେଉଁ କୋଡ଼ିଏ ବର୍ଷ ତଳର କଥା କହୁଛି, ଏହି ସିଏ କରିବା କଥା, ସେମାନେ ଏଭଳି କ’ଣ କରୁଛନ୍ତି ? ତ ମୁଁ ଟିକେ ତାଙ୍କ ପରିବାର, ଏଠି ସେଠି କଥା ହେବାର ଦେଖିଲି ତ ଜାଣି ପାରିଲି କିଛି କରୁ ନାହିଁ, ଏହି ଜବାବ ମନକୁ ବଡ଼ କଷ୍ଟ ଦେଇଥାଏ । ଏବେ 20-22 ବର୍ଷ ବୟସ ହୋଇଗଲା, ପ୍ରସ୍ତାବ ମଧ୍ୟ ଆସୁଛି, ତ ମାଆ-ବାପା କ’ଣ ଉତ୍ତର ଦେବେ? ତ ସେମାନେ ମଧ୍ୟ ସେହି ସହଜରେ କହି ଦେଉଥିଲେ ପୁଅ ସିଏ କରୁଛି । ଏବେ ଏହା ଲକ୍ଷ୍ୟ ହୋଇ ରହିଲା ନାହଁ ଆଜ୍ଞା । ଏହା ତ ଗୋଟିଏ ପ୍ରକାରରେ ହେଉଛି ଚାଲବାଜି ନିଜକୁ ନିଜେ ସୁରକ୍ଷିତ ରଖିବା ପାଇଁ । ଆମେ ପ୍ରଥମେ ନିଜକୁ ଭଲ ଭାବେ ଜାଣିବା ଦରକାର, ନିଜସ୍ୱ ଶୈଳୀରେ ଜାଣିବା ଦରକାର, ଅନ୍ୟ କୌଣସି ସନ୍ଦର୍ଭରେ ନୁହେଁ; ନିଜ ମାଆ-ବାପାଙ୍କ ସ୍ୱପ୍ନର ସନ୍ଦର୍ଭରେ ନୁହେଁ, ନିଜ ଗୁରୁଙ୍କ ସନ୍ଦର୍ଭରେ ନୁହେଁ, ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସନ୍ଦର୍ଭରେ ନୁହେଁ; ନିଜ ସନ୍ଦର୍ଭରେ । ମୁଁ ପୂର୍ବରୁ ଯାହା କିଛି ସ୍ଥିର କରିଥିଲି, ତାହାର କ’ଣ ହେଲା । ସେଥିରୁ ଆପଣଙ୍କୁ ଜଣା ପଡ଼ିବ, ହଁ, ମୁଁ ଏତିକି ତ କରି ପାରିବି, ତ ସ୍ଥିର କରନ୍ତୁ ଏଠାରେ ରହି ଯିବାର ନାହିଁ,ଆହୁରି ପାଞ୍ଚ ପାଦ ଯିବାକୁ ଅଛି । ଲକ୍ଷ୍ୟ ନିଜର ସାମର୍ଥ୍ୟ ସହିତ ଯୋଡ଼ା ହୋଇ ରହିଥିବା ଆବଶ୍ୟକ ଆଉ ନିଜର ସ୍ୱପ୍ନ ଆଡ଼କୁ ନେଇ ଯାଉଥିବା ଭଳି ହେବା ଆବଶ୍ୟକ । ଏଭଳି ନ ହେଉ କି ସ୍ୱପ୍ନ ହିଁ ମରି ପଡ଼ି ରହିଥିବ ତ ସାମର୍ଥ୍ୟ ମଧ୍ୟ ମରି ଚାଲିଥାଏ ଆଉ ଏଭଳି ଜୀବନ କେବେ ହେବା ଆବଶ୍ୟକ ନୁହେଁ ଆଉ ଏଥିପାଇଁ ମୋର ମତ ରହିବ କି ଲକ୍ଷ୍ୟ ସ୍ପଷ୍ଟ ହେବା ଦରକାର । ଲକ୍ଷ୍ୟ ଦୁଇ ପ୍ରକାରର ମଧ୍ୟ ହୋଇଥାଏ- ଏକ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତି ପାଇଁ ଛୋଟ-ଛୋଟ । ଆପଣମାନେ ଦେଖିଥିବେ କି କେହି ଯିଏ ବଡ଼ ପାହାଡ଼ ଚଢ଼ିଥାଏ ତ ପ୍ରଥମେ ଛୋଟ-ଛୋଟ ପାହାଡ଼ଗୁଡ଼ିକୁ ଲକ୍ଷ୍ୟ ଧାର୍ଯ୍ୟ କରି ଚଢ଼ି ଚଢ଼ି ତାହାକୁ ସିଦ୍ଧି କରି ପରବର୍ତ୍ତୀ ଶିଖରରେ ପହଞ୍ଚିଯାଇଥାଏ । ଆମକୁ ମଧ୍ୟ ଏହିଭଳି ପ୍ରୟାସ କରିବା ଦରକାର,ତେବେଯାଇ ମୁଁ ବୁଝିଛି କି ସେହି ଲକ୍ଷ୍ୟ ସହିତ ଜୀବନକୁ ଚଲାଇ ପାରିବ । ଆଉ ସେହି ଲକ୍ଷ୍ୟକୁ ପ୍ରାପ୍ତ କରି ପାରିବା । ଆଉ ଯଦି ଲକ୍ଷ୍ୟ ପ୍ରାପ୍ତି ହୁଏ ନାହିଁ ତ ଆମେ ଏକ ଆମକୁ ଆଉ ଥରେ ସମୀକ୍ଷା କରିବା ଦରକାର, ଦେଖିବା ଦରକାର ମୁଁ ମନ ମଧ୍ୟରେ କ’ଣ ସ୍ଥିର କରିଥିଲି, କେଉଁଠି ଊଣା ରହିଗଲା । ମୋ ପରିଶ୍ରମରେ ଊଣା ରହିଲା, ମୋ ଯୋଜନାରେ ଊଣା ରହିଗଲା; ଏହି ଛୋଟ-ଛୋଟ ଲକ୍ଷ୍ୟକୁ ଯାଞ୍ଚକରି ଚାଲିବା ତ ବଡ଼ ଲକ୍ଷ୍ୟ ପର୍ଯ୍ୟନ୍ତ ଯିବାରେ କୌଣସି ବଡ଼ ସମସ୍ୟା ରହିବ ନାହିଁ । ଆପଣ ତାହାକୁ ସହଜରେ ମାର୍ଜିତ କରିଚାଲିବେ, ଅତିକ୍ରମ କରି ଚାଲିବେ । ତ ଖାଲି ଲକ୍ଷ୍ୟ ରଖିବା ଯଥେଷ୍ଟ ନୁହେଁ,ଲକ୍ଷ୍ୟ ହାସଲ କରିବାର ରାସ୍ତାରେ ଆପଣ କେତେ ନିମଗ୍ନ ରହୁଛନ୍ତି, ଆପଣ କେତେ ଶକ୍ତି ଲଗାଉଛନ୍ତି,  କେଉଁ କାର୍ଯ୍ୟ ପାଇଁ କେତେ ସମୟ ଲଗାଇବା ଦରକାର, କିପରି ଲଗାଇବା ଦରକାର,ଏହି ଦିଗରେ ଯଦି ଆପଣ ଜାଗ୍ରତ ରହିବେ, ମୋର ବିଶ୍ୱାସ ରହିଛି କି କୌଣସି ଲକ୍ଷ୍ୟ ବେକାର ହୋଇ ନଥାଏ, ସେହି ଲକ୍ଷ୍ୟ ଆପଣଙ୍କୁ ମଧ୍ୟ ସାମର୍ଥ୍ୟବାନ କରିଥାଏ ।

ପ୍ରସ୍ତୁତକର୍ତ୍ତା – ସାର୍, ତାମିଲନାଡ଼ୁର ଜଣେ ଛାତ୍ର ନରେନ୍ ନିଜ ମନର କଥା ଆପଣଙ୍କୁ କହିବାକୁ ଚାହୁଁଛି ।

ପ୍ରଶ୍ନକର୍ତ୍ତା – ନମସ୍କାର ସାର୍, ମୁଁ ତାମିଲନାଡ଼ୁର ନରେନ୍ଦ୍ରନ୍ । ଆପଣଙ୍କୁ କ’ଣ ପ୍ରଭାବିତ କରିଥାଏ ?ଆପଣ କିପରି ନିଜର ସମୟକୁ ପରିଚାଳନା କରିଥାଆନ୍ତି ? ଧନ୍ୟବାଦ ସାର୍ ।

ପ୍ରସ୍ତୁତକର୍ତ୍ତା – ଯେତେବେଳେ ଆମେ ପରୀକ୍ଷା ଅଥବା ଖେଳ କିମ୍ବା କୌଣସି ପ୍ରତିଯୋଗିତାରେ ଅସଫଳ ହୋଇଥାଉ କିମ୍ବା କଷ୍ଟ ଆସିଥାଏ, ତ ଆପଣଙ୍କ ଦ୍ୱାରା ରାଷ୍ଟ୍ରକୁ କ୍ରମାଗତ ଶିଖରକୁ ନେଇ ଯିବା ପାଇଁ ଆପଣଙ୍କ ପ୍ରୟାସ ସର୍ବଦା ପ୍ରେରଣା ଦେଇଥାଏ । 17 ଘଣ୍ଟାର ଆପଣଙ୍କର ବ୍ୟସ୍ତ ଦିନ ଚର୍ଚ୍ଚାରେ ଆପଣଙ୍କୁ ଉର୍ଜ୍ଜାବାନ କରି ରଖିବା ଏବଂ ଥକି ନ ପଡ଼ି ଉତ୍ସାହିତ ରଖିବାରେ ଏଭଳି କ’ଣ କଥା ରହିଛି ଯାହା ସଦା ସର୍ବଦା ଆପଣଙ୍କୁ ଉତ୍ସାହିତ କରି ଚାଲିଥାଏ ? ଆମେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ କିଭଳି ସମୟ ପରିଚାଳନାର ବ୍ୟବସ୍ଥା ପାଳନ କରି ପାରିବା ? ମାନନୀୟ, ଦୟାକରି କହିବେ ।

ମୋଦୀଜୀ – ଆପଣମାନେ ନିଜ ପରିବାରରେ ଦେଖିଥିବେ, ଆପଣ କେବେ ଥକି ଯାଇଥିବେ, ଆପଣ କେବେ ମାନ୍ଦା ଅନୁଭବ କରୁଥିବେ, ଆପଣଙ୍କ ମନ କରୁଥିବ କି ଆରେ ନାଇଁ ଆଉ କିଛି କରିବା, କିନ୍ତୁ କ’ଣ କେବେ ଭାବିଥିବେ କି ଆମର ମାଆଙ୍କର ମଧ୍ୟ ଶରୀର ଅଛି, ତାଙ୍କୁ ମଧ୍ୟ ମେବେ ଥକା ଲାଗୁଥିବ ?ତାକୁ ମଧ୍ୟ କେବେ ବେମାର ଆସୁଥିବ । ତା’ର ମଧ୍ୟ ମନ ହେଉଥିବ କି ଚାଲ ଆଜି ଶୋଇଯିବା । କିନ୍ତୁ ସେ ପ୍ରତିକ୍ଷଣ କେତେ ମଧ୍ୟ ବେମାରରେ ଥାଉ ନା କାହିଁକି, ପିଲାର ସ୍କୁଲରୁ ଫେରିବା ସମୟ ହୋଇ ଯାଇଥିବ ତ ହସ ହସ ମୁଖମଣ୍ଡଳରେ କବାଟ ପାଖରେ ଠିଆ ହୋଇଥିବ । ଯଦି ତାକୁ କେହି ପ୍ରଶ୍ନ ପଚାରୁଥିବେ କି ମାଆ ତୁମ ମଧ୍ୟରେ ଏହି ଉର୍ଜ୍ଜା କେଉଁଠାରୁ ଆସିଥାଏ, ତମେ ତ ଦିନରେ 24 ଘଣ୍ଟରୁ ଆଠ-ଆଠ ଘଣ୍ଟା ରୋଷେଇ ଘରେ ଠିଆ ହୋଇ ରହୁଛ, ଏଠାକୁ ଦୌଡ଼ି ଆସୁଛ, ଟେଲିଫୋନ ଆସିଲା ତ ତାକୁ ଉଠାଉଛ, ଘରର ଘଣ୍ଟି ବାଜିଲା ତ ଦୌଡ଼ି ଯାଉଛ, ଅତିଥି ଆସିଲେ ତ ପାଣି ପିଇବାକୁ ଦେଉଛ, କାମବାଲି ଆସିଲା ନାହିଁ ତ ତାକୁ ଡାକିବାର ବ୍ୟବସ୍ଥା କରୁଛ; ନାହିଁ, ଏତେ ସମସ୍ତ କାର୍ଯ୍ୟ କିପରି କରୁଛ ? କାରଣ ପରିବାର ହେଉଛି ମୋର, ଏ ସଦସ୍ୟମାନେ ହେଉଛନ୍ତି ମୋର; ମାଆ ମନରେ ଭାବ ରହିଥାଏ କି ମୁଁ କରିବି ନାହିଁ ତ କିଏ କରିବ । ଯେତେବେଳେ ଏହି ଭାବ ସୃଷ୍ଟି ହୋଇଥାଏ ତ ନିଜ ମନରେ ନିଜକୁ ନିଜେ ଉର୍ଜ୍ଜା ଆସିଯାଇଥାଏ, ଥକାପଣ କେବେ ଘରର ଦରଜା ଦେଖି ନଥାଏ । ମୋ ପାଇଁ ମଧ୍ୟ ଶହେ ପଚିଶ କୋଟି ଦେଶବାସୀ ହେଉଛନ୍ତି ମୋର ପରିବାର । ଆଉ ଶହେ ପଚିଶ କୋଟି ଦେଶବାସୀ ହେଉଛନ୍ତି ମୋର ପରିବାର ତ ମୁଁ କ୍ଳାନ୍ତ ଅନୁଭବ କରି ନଥାଏ । ପ୍ରତିକ୍ଷଣ ମୁଁ ଚିନ୍ତା କରୁଛି, ରାତିକୁ ଯେବେ ଶୋଇବାକୁ ଯାଉଛି ତ ସକାଳ କଥା ଚିନ୍ତା କରି ଯାଉଛି, ସାରା ଦିନ କେତେ କଲି, କଲି ନାହିଁ, ତା’ତ ହେଉଛି ପରର କଥା । କାଲି ସକାଳ ନୂତନ ଉତ୍ସାହ ସହିତ ବାହାରି ପଡ଼ିବି,ଏହା ଚିନ୍ତା କରି ଶେଜକୁ ଯାଇଥାଏ । ଆଉ ନୂତନ ଉତ୍ସାହ ନୂତନ ଉନ୍ମାଦନା, ନୂତନ ଉର୍ଜ୍ଜାର ସହିତ ଆସିଥାଏ । ଯେଉଁ ସମୟ ପରିଚାଳନା କଥା ଆସୁଛି ତ, ଆପଣ ଯଦି କାହାଠାରୁ ସମୟ ମାଗୁଛନ୍ତି ଆଉ ସେ କହୁଛନ୍ତି କି ମୋ ପାଖରେ ସମୟ ନାହିଁ କାରଣ ମୁଁ ବହୁତ ବ୍ୟସ୍ତ ଅଛି ତ ଲେଖି ରଖନ୍ତୁ, ସେ ମିଛ କହୁଛି । ଅର୍ଥାତ ତାକୁ ସମୟର ଉପଯୋଗ କରି ଆସୁନାହିଁ । ଏପରି କେବେ ହୋଇ ନଥାଏ, ଯଦି ଆପଣ ନିଜ ସମୟ ସମ୍ବନ୍ଧରେ ସଚେତନ ଅଛନ୍ତି, ଆପଣମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ଥିବେ ଯେଉଁମାନେ ବାସ୍ତବରେ ନିଜର 24 ଘଣ୍ଟାର ଦିନଚର୍ଯ୍ୟାର ଅତ୍ୟନ୍ତ ପକ୍ଷେ ଗୋଟିଏ ପକ୍ଷକୁ ସମୀକ୍ଷା କରିଥିବେ, ବହୁତ କମ୍ ଥିବେ । ଆପଣ ଏକ କାମ କରନ୍ତୁ – ବିଗତ ଏକ ସପ୍ତାହରେ ଆପଣ ସକାଳୁ ରାତି ପର୍ଯ୍ୟନ୍ତ ନିଜର କାମକୁ ମନେ ପକାଇ ଲେଖନ୍ତୁ- ସମୟର କ’ଣ ଉପଯୋଗ କରିଛନ୍ତି, ତ ଆପଣଙ୍କୁ ଜଣା ପଡ଼ିବ ମୁଁ ଏ କାମ କାହିଁକି କଲି, ସାଙ୍ଗ ମୁଁ ତ ବେକାରରେ ହିଁ ସମୟ ନଷ୍ଟ କରିଦେଲି,ଦେଖିବା ତ ଏଠାରେ ଖାଲି ବସିଥିଲି, ମୁଁ ତ ଏମିତି ହିଁ କଥା ହେଉଥିଲି, ମୁଁ ଏହି ଜିନିଷକୁ ଦେଖୁଥିଲି;ଆପଣ ତୁରନ୍ତ ଚିନ୍ତା କରିବେ ନାହିଁ, ଏହି ଛଅଟି ଜିନିଷ କମ୍ କରିଦେବି । ଏହି ସମୟ ବାହାର କରି ସେଠାରେ ଉପଯୋଗ କରିବି । ସମୟ ପରିଚାଳନା, ଏହା ହେଉଛି ଆମର ନିଜ ହାତର କଥା । ଆମେ ତାହାକୁ ବଡ଼ ସହଜରେ କରି ପାରିବା । ଆଉ ଏଥିପାଇଁ କୌଣସି ବଡ଼ ଏମବିଏ, ବହୁତ ବଡ଼ କୌଣସି ଅକ୍ସଫୋର୍ଡର ବହି ପଢ଼ିବା ଜରୁରୀ ନୁହେଁ ଆଜ୍ଞା । ଆପଣ ସାଧାରଣ ଭାବେ ଆପଣଙ୍କର ଏଠାରେ ଘରକାମ କରିବାକୁ ଆସୁଥିବା ମହିଳାଙ୍କୁ ଟିକେ ଅନୁଧ୍ୟାନ କରନ୍ତୁ । ସମ୍ପ୍ରତି ଗୋଟିଏ ପରିବାରରେ ଘର କାର୍ଯ୍ୟ କରିବା ପାଇଁ ଯେଉଁ ଲୋକ ଥିବେ, ବହୁତ କମ୍ ଥିବେ । ସେମାନେ 10-12 ଘରର କାମ ନେଇଥାଆନ୍ତି ଆଉ ସେମାନଙ୍କୁ ଜଣାଥାଏ କି ଆଙ୍କ ଘରେ ସାତଟାରେ ବାସନ ସଫା କରିବାର ଅଛି,ତାଙ୍କ ଘରେ ନ’ଟା ବେଳେ ବାସନ ସଫା କରିବାର ଅଛି, ତାଙ୍କ ଘରେ 11ଟାରେ କପଡ଼ା ଧୋଇବାର ଅଛି, ତାଙ୍କ ଘରେ 12ଟାରେ ରୋଷେଇ ଘରକୁ ଯିବାର ଅଛି । ଆପଣ ଦେଖିବେ ସାଇକେଲ ଥିବ,ସ୍କୁଟି ଥିବ, ଟ୍ରାଫିକର ସମସ୍ତ ହିସାବ କିତାବ ଥିବ କିନ୍ତୁ ତାହାର ସମୟ ପରିଚାଳନା ପୁରା ସଠିକ ଥିବ । ସେ ତିନିଟ-ଚାରିଟା ପର୍ଯ୍ୟନ୍ତ ଯେତୋଟି ପରିବାରରେ ସେବା କରିଥାଏ ଅବା କରୁଥିଲା, ସେ ପୁରା ସଠିକ ଭାବେ ବସମୟ ପରିଚାଳନା କରିଥାଏ ନା କରି ନ ଥାଏ ? ଆମେ ତାକୁ ଅନୁଧ୍ୟାନ କରି ନ ଥାଉ ?ଅର୍ଥାତ ଯିଏ ସ୍କୁଲ ଦେଖି ନାହିଁ, କ୍ଲାସ ଦେଖିନାହିଁ, କିନ୍ତୁ ସେ ମଧ୍ୟ ବୁଝିଥାଏ କି ମୋ ସମୟକୁ ମୁଁ ଏପରିବାଣ୍ଟିବି ଆଉ ଆପଣ ଦେଖିଥିବେ କୌଣସି ଘରେ ଯଦି ଗାଧେଇବା ବିଳମ୍ବ ହୋଇଥାଏ, କପଡା ଧୋଇବା ବାକି ଥାଏ, ତ ସେ କହିଥାଏ ଠିକ୍ ଅଛି ରଖ ରଖିଦିଅ, କାଲି ଏକାଠି ଧୋଇ ଦେବି, ଆଜି ଧୋଇବି ନାହିଁ, ମୋର ନିର୍ଦ୍ଦିଷ୍ଟ ସମୟ ସ୍ଥିର ହୋଇଛି । ଏପରି ହୋଇଥାଏ ନା ହୋଇ ନ ଥାଏ ? ଆପଣ ହିଁ ଅନୁଧ୍ୟାନ କରି ନଥିବେ, ଏଭଳି ଗଡବଡ଼ ହୋଇଥାଏ । ଆପଣ ଅନୁଧ୍ୟାନ କରନ୍ତୁ, ଯେଉଁମାନେ ସଫଳ ଲୋକ ଅଛନ୍ତି, ସେମାନେ ବିଲକୁଲ ହସି-ଖେଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଖରେ ସମୟର କୌଣସି ଚାପ ନ ଥାଏ । କେବେ ଟ୍ରେନ ଧରିବାକୁ ଦୌଡି ନ ଥାନ୍ତି, କେବେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଡ଼ବା ନେବାକୁ ଭୁଲି ଯାଇ ନ ଥାନ୍ତି, କେବେ ଚଷମା ନେବାକୁ ଭୁଲି ଯାଇ ନ ଥାନ୍ତି, କେବେ ବହି,କିଛି ହୋଇ ନ ଥାଏ ସବୁ ଠିକଠାକ୍ ଚାଲିଥାଏ, କାହିଁକି ? ସେମାନେ ନିଜ ସମୟର ମୂଲ୍ୟ ବୁଝିଥାନ୍ତି । ସମୟ ହିଁ ଧନ, ସମୟ ହିଁ ଧନ- ଆମେ ଶୁଣି ଆସିଛୁ କିନ୍ତୁ ତାହାକୁ ସବୁଠାରୁ ଅଧିକ ନଷ୍ଟ କରିବା ଆମର ସ୍ୱଭାବ ହୋଇଯାଇଛି । ଆମେ ସ୍ଥିର କରିବା- କିଛି ରହିଯିବ ତ ରହି ଯାଉ, ସମୟ ନଷ୍ଟ ହେବାକୁ ଦେବି ନାହିଁ । ସେହି ସମୟ ମଧ୍ୟରୁ, 24 ଘଣ୍ଟା ମୋ ପାଖରେ ମଧ୍ୟ ଅଛି, 24 ଘଣ୍ଟା ଆପଣଙ୍କ ପାଖରେ ମଧ୍ୟ ଅଛି, ଗରିବରୁ ଗରିବ ପାଖରେ ମଧ୍ୟ 24 ଘଣ୍ଟା ଅଛି । ଆଉ ଏଥି ପାଇଁ ତାହାର ସର୍ବାଧିକ ଭଲ ଉପଯୋଗ କରିବାର ଅଭ୍ୟାସ ସହଜରେ କରିନେବା ଆବଶ୍ୟକ ।

ପ୍ରସ୍ତୁତକର୍ତ୍ତା– ସାର୍, ପଠାନକୋଟରୁ ଜଣେ ଛାତ୍ର ଯୋଡ଼ି ହୋଇଛନ୍ତି, ନାମ ହେଉଛି, ଅମିତ ଚୌହାନ ।

ପ୍ରଶ୍ନକର୍ତ୍ତା– ନମସ୍କାର ସାର୍, କିପରି ଆଗ୍ରହ ଏବଂ ଆନନ୍ଦର ସହିତ ପାଠ ପଢ଼ିହେବ?

ପ୍ରସ୍ତୁତକର୍ତ୍ତା– କୁହନ୍ତୁ, ଫଳରେ ଆମେ ପାଠପଢ଼ାକୁ ଆନନ୍ଦ ଏବଂ ଆଗ୍ରହ ସହକାରେ କରିବୁ, ଚାପଗ୍ରସ୍ତ ଭାବେ ନୁହେଁ । ମାନନୀୟ, ପରୀକ୍ଷାର ଚାପ ସମ୍ବନ୍ଧିତ ପ୍ରଶ୍ନ ପଚାରିଛନ୍ତି କାଠମାଣ୍ଡୁରୁ ସୁରପିତ ଡାଂଗୋଲେ । ଏ ହେଉଛନ୍ତି ଜଣେ ଛାତ୍ରୀ ।

ପ୍ରଶ୍ନକର୍ତ୍ତା – ସୁପ୍ରଭାତ ଆଜ୍ଞା, ମୁଁ ହେଉଛି ସୁରପିତ ଡାଂଗୋଲେ, କାଠମାଣ୍ଡୁର ଜଣେ ଛାତ୍ର । ଆପଣ ଭାବୁଛନ୍ତି କି ପରୀକ୍ଷା ଆମର ବ୍ୟକ୍ତିତ୍ୱକୁ ପୂର୍ଣ୍ଣ ବିକାଶ କରିଥାଏ ଅବା ପ୍ରତିବନ୍ଧକ ସୃଷ୍ଟି କରିଥାଏ?ଧନ୍ୟବାଦ ସାର୍ ।

ପ୍ରସ୍ତୁତକର୍ତ୍ତା– ଆମେ ପ୍ରାଥମିକ ଶ୍ରେଣୀରୁ ହିଁ ପରୀକ୍ଷା ଶବ୍ଦ ସହିତ ଜୀଇଁବା ଆରମ୍ଭ କରିଥାଏ, ଏହା ଆମ ବ୍ୟକ୍ତିତ୍ୱର ଅଂଶ ପାଲଟି ଯାଇଥାଏ । ମାନନୀୟ, କ’ଣ ଆପଣ ଭାବୁଛନ୍ତି କି ପରୀକ୍ଷା ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିଥାଏ ଅବା ପୁଣି ପରୀକ୍ଷା ଆମ ବ୍ୟକ୍ତିତ୍ୱକୁ ସଂପୂର୍ଣ୍ଣ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ? ମାନନୀୟ, ଦୟାକରି ଏହି ଦୁଇଟିଯାକ ପ୍ରଶ୍ନ ବିଷୟରେ ଆମ ସମସ୍ତଙ୍କୁ କିଛି କୁହନ୍ତୁ ।

ମୋଦୀଜୀ– ଦେଖନ୍ତୁ, କଷଟି ପଥରରେ ପରୀକ୍ଷା ଖରାପ କଥା ହୋଇ ନଥାଏ, ପରୀକ୍ଷା ଖରାପ କଥା ହୋଇ ନଥାଏ । ଆମେ ତା’ ସହିତ କିଭଳି ଭାବରେ ସେ ଆଡ଼କୁ ଦେଖୁଛେ, କିଭଳି ଭାବରେ ତା’ସହିତ ବ୍ୟବହାର କରୁଛେ, ତା’ଉପରେ ନିର୍ଭର କରିଥାଏ, ଆଉ ମୋର ତ ସିଦ୍ଧାନ୍ତ ହେଉଛି କି କଷଟି କଷି ଚାଲିଥାଏ । କଷଟି ଦୋଷ ଦେବା ପାଇଁ ହୋଇ ନଥାଏ । ଲୋକ କଷଟି ଉପରେ ହିଁ ଧ୍ୟାନ କେନ୍ଦ୍ରୀତ କରିଥାଆନ୍ତି । ବାସ୍ତବରେ ଯଦି ଆମେ, ଏବେ ଧରି ନିଅନ୍ତୁ କାହାକୁ ଅଲମ୍ପିକ ଖେଳିବାକୁ ଯିବାର ଅଛି,ଯଦି ସେ ତହସିଲରେ ଖେଳି ନାହିଁ, ଜିଲ୍ଲାରେ ଖେଳି ନାହିଁ, ରାଜ୍ୟରେ ଖେଳି ନାହିଁ, ଆନ୍ତଃ-ରାଜ୍ୟ ଖେଳି ନାହିଁ, ଜାତୀୟ ଖେଳି ନାହିଁ, ଆଉ ସେ ଅଲମ୍ପିକର ସ୍ୱପ୍ନ ଦେଖିବ ତ କିପରି ହେବ ଭାଇ । ତାକୁ ପ୍ରତିକ୍ଷଣରେ କଷଟିରେ କଷି ହେବାକୁ ପଡ଼ିବ । ଏଥିପାଇଁ ଆମେ ପରୀକ୍ଷାକୁ କଷଟିକୁ ସୁଯୋଗ ବୋଲି ଧରି ନେବା, ଏହା ହେଉଛି ଅବସର ବା ସୁଯୋଗ । ଯଦି ଆମେ ଏହାକୁ ସୁଯୋଗ ବୋଲି ମାନିବା, ତ ଆପଣଙ୍କୁ ଏଥିରୁ ଆନନ୍ଦ ଆସିବ । ଆଉ ଯେତେବେଳେ ଆହ୍ୱାନ ରହିଥାଏ ତ ଏହି ଈଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଏକ ଅସାଧାରଣ ଶକ୍ତି ଦେଇ ଦେଇଥାଆନ୍ତି । ଏବେ ଦେଖନ୍ତୁ, ଆପଣ ସାଧାରଣ ସ୍ୱରରେ କଥା ହେଉଛନ୍ତି କିନ୍ତୁ ଭିଡ଼ ଭିତରେ କାହାକୁ ଡାକିବାର ଅଛି ତ ଏକ ଏଭଳି ଶକ୍ତି ଆପଣଙ୍କ ଭିତରେ, ଆପଣ ଏତେ ଯୋରରେ ଡାକିଥାଆନ୍ତି ଯେପରି ଆର୍ମିର କୌଣସି ଅଫିସରଙ୍କ ସ୍ୱର ବାହାରିବ, ଆପଣ ଏତେ ବଡ଼ ସ୍ୱରରେ ଡାକିଥାଆନ୍ତି । ଧରିନିଅନ୍ତୁ କି ଗୋଟିଏ କ୍ଷଣ ପାଇଁ ବାହାରିଥିବ,କିନ୍ତୁ ଶକ୍ତି ଆପଣଙ୍କ ଭିତରେ ପଡ଼ି ରହିଥିଲା, ଗୋଟିଏ ସମୟର ସୁଯୋଗ ଆସିଲା, ଆପଣଙ୍କର ଶକ୍ତି ବାହାରକୁ ଆସିଲା । ଆପଣଙ୍କ ଭିତରେ ବହୁତ କିଛି ପଡ଼ି ରହିଥାଏ, ଆପଣଙ୍କୁ ଅନୁଧ୍ୟାନ କରିବା ଦରକାର କି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ମୋର ସେହି କେଉଁ କ୍ଷମତା ବାହାରକୁ ବାହାରି ଆସିଛି । କେବେ ତ ଆପଣ ମଧ୍ୟ ଦେଖିଥିବେ କି ଏଭଳି କଥା ଆପଣଙ୍କ ମନରେ ଆସିଥିବ, ଏଭଳି ବିଚାର ଆସିଥିବ, ବନ୍ଧୁମାନଙ୍କ ସହ କଥାବାର୍ତ୍ତା ସମୟରେ ଏଭଳି ବାକ୍ୟ ବାହାରିଥିବ ଯାହା କେବେ ଆପଣ ଭାବି ନଥିବେ । ଏହାର ଅର୍ଥ ଏହା ହେଉଛି କି ଆପଣଙ୍କ ଭିତରେ ପରମାତ୍ମା ବହୁତ କିଛି ସାମର୍ଥ୍ୟ ରଖିଛନ୍ତି । କିନ୍ତୁ ସେହି ସାମର୍ଥ୍ୟକୁ ପରଖିବା ପାଇଁ ଆପଣଙ୍କର ନିଜସ୍ୱ ମେକାନିଜିମ ନାହିଁ । ଏହା ତ ପରୀକ୍ଷା ଯାହା ଆପଣଙ୍କୁ ସୁଯୋଗ ଦେଇଥାଏ, ଆପଣଙ୍କର ନିଜର ସାମର୍ଥ୍ୟକୁ ପରଖିବା ପାଇଁ । ଦ୍ୱିତୀୟରେ ଆମେ ପରୀକ୍ଷା ପାଇଁ ଜୀବନ ଜୀଇଁ ନଥାଉ । ଆମେ ନିଜ ପାଇଁ ଜୀଇଁବା, ଯେତେବେଳେ ଆମେ ନିଜ ପାଇଁ ଜୀବନ ଜୀଇଁବା, ଆମକୁ ଲାଗିଥାଏ କି ଜ୍ଞାନ ରହିବା ଦରକାର, ଯଦି ଜ୍ଞାନ ଗ୍ରହଣ କରିବା ଆରମ୍ଭ କରିବା ତ ଆପଣ ଦେଖିନିଅନ୍ତୁ ନମ୍ବର ନିଜକୁ ନିଜେ ଅନୁସରଣ କରିବ । ଆପଣଙ୍କୁ ଅନୁସରଣ କରି କରି ଆପଣଙ୍କ ଦ୍ୱାରକୁ ଆସି ଠିଆ ହୋଇଯିବ । କିନ୍ତୁ ତ୍ରୁଟି ତ ଆମେ କରୁଛେ । ଆମେ ମାର୍କ ପଛରେ ଧାଉଁଛୁ, ଜୀବନ ପଛକୁ ରହିଯାଉଛି । ଆମେ ଜୀବନ ସହିତ ଯୋଡ଼ି ହୋଇ ଚାଲିଲେ,ଜ୍ଞାନ ଆହରଣ କରି ଚାଲିଲେ, ନମ୍ବର ନିଜକୁ ନିଜେ ଆପଣଙ୍କ ପଛରେ ଦୌଡ଼ିକରି ଆସିବ, ନମ୍ବର ନିଜେ ଆପଣଙ୍କୁ ଆଲିଙ୍ଗନ କରିବା ପାଇଁ ଆପଣଙ୍କ ପଛରେ ଦୌଡ଼ିବ ତ ଏଥିପାଇଁ ଏହାକୁ ଦେଖିବାର କୌଶଳ, ଏହା ଯଦି ଆପଣଙ୍କ ସଫାସୁତୁରା ଥିବ, ମୋର ବିଶ୍ୱାସ କି ପରୀକ୍ଷା କେବେ ମଧ୍ୟ, କେବେ ମଧ୍ୟ ବୋଝ ଲାଗିବ ନାହିଁ । ବାସ୍ତବରେ ମୁଁ ତ ପରୀକ୍ଷାକୁ ଏକ ଉତ୍ସବ ଭାବେ, ଏକ ସୁଯୋଗ ଆସିଛି,ଚାଲନ୍ତୁ ସେଠାରେ ମଜା ଆସିବ । ଖେଳ ଦେଖୁଛି, ଏହି ମୁଡ଼୍ ଦରକାର ।

ପ୍ରସ୍ତୁତକର୍ତ୍ତା– ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ମହମ୍ମଦ ସଲିମ ହେଉଛନ୍ତି ଜଣେ ଛାତ୍ର, ଯିଏ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛନ୍ତି ।

ପ୍ରଶ୍ନକର୍ତ୍ତା– ନମସ୍କାର ସାର୍ । ମୋ ନା ହେଉଛି ମହମ୍ମଦ ସଲିମ । ମୁଁ, ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ହେଉଛି ପ୍ରଥମ ବର୍ଷର ଛାତ୍ର । ମୁଁ ଚିନ୍ତାକରୁଛି କି ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରମାନଙ୍କର ମନରେ ସବୁଠାରୁ ପ୍ରଥମ ପ୍ରଶ୍ନ ଏହାଥାଏ କି କ୍ୟାରିୟରର ଚୟନ କିପରି କରିବା । ସେହି ପ୍ରକାରରେ ଦଶମ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ କି କେଉଁ ପ୍ରକାରର ଷ୍ଟ୍ରିମରେ ପଢ଼ିବେ, ତାହା ବାଛିବେ । ଅଭିଭାବକମାନେ ପିଲାମାନଙ୍କର ଆଗ୍ରହକୁ ନ ବୁଝି ସେମାନଙ୍କୁ ବିଜ୍ଞାନ ପାଠ ପଢ଼ିବା ପାଇଁ ବାଧ୍ୟ କରିଥାଆନ୍ତି । ଦୟାକରି ଆମକୁ ଏହି ବିଷୟ ଉପରେ ଆମର ମାର୍ଗଦର୍ଶନ କରନ୍ତୁ । ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା– ଆଉ ଏବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଶମ୍ଭାବୀ ଶୁକ୍ଳା, ଯିଏକି ହେଉଛନ୍ତି ଜଣେ ଛାତ୍ରୀ, ଆପଣଙ୍କ ମାର୍ଗଦର୍ଶନ ଚାହୁଁଛନ୍ତି ।

ପ୍ରଶ୍ନକର୍ତ୍ତା– ନମସ୍କାର ସାର୍, ମୁଁ ହେଉଛି ଶମ୍ଭାବୀ ଶୁକ୍ଳା, ବନାରସର ବିଏଚୟୁ ଅଧିନସ୍ଥ ରାଜଘାଟରେ ଥିବା ବସନ୍ତ କଲେଜର ବି.ଏ. ତୃତୀୟ ବର୍ଷର ଛାତ୍ରୀ । ସାର୍, ମୋର ପ୍ରଶ୍ନ ହେଉଛି, ବର୍ତମାନ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରିବାର । ତେବେ ସାର୍, ଦୟାକରି ମୋତେ ଭଲ ନିଯୁକ୍ତି ଏବଂ କ୍ୟାରିୟର ସୁଯୋଗ ପାଇଁ ମାର୍ଗଦର୍ଶନ କରନ୍ତୁ । ବହୁତ-ବହୁତ ଧନ୍ୟବାଦ ସାର୍ ।

ପ୍ରସ୍ତୁତକର୍ତ୍ତା– ସାର୍, ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି କରୁଛି । ଆମେ ବି.ଏ. ପଢ଼ୁଥିବା ଛାତ୍ରଙ୍କ ଜୀବନରେ ହେଉଛି ଏକ ନୂଆ ସମୟ । ଭଲ ଚାକିରୀ ତଥା ପାଠ୍ୟକ୍ରମ ପାଇବା ପାଇଁ ଆସୁଥିବା ଆହ୍ୱାନ ସମ୍ପର୍କରେ ଦୟାକରି ଆମର ମାର୍ଗଦର୍ଶନ କରନ୍ତୁ ।

ପ୍ରଶ୍ନକର୍ତ୍ତା– ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୋର ହେଉଛି ଆପଣଙ୍କୁ ଏହି ପ୍ରଶ୍ନ କି ଯେପରି ଭାବେ ପ୍ରତ୍ୟେକ ପିଲାଙ୍କର ଆପ୍ଟିଚ୍ୟୁଡ଼୍ ଭିନ୍ନ ପ୍ରକାରର ହୋଇଥାଏ । କିଛି ଲୋକ ଲେଖିପାରନ୍ତି, କିଛି ଲୋକ ଗୀତ ଗାଇ ପାରନ୍ତି, କିଛି ଲୋକ ନାଚ କରି ପାରନ୍ତି, କିନ୍ତୁ ଆବଶ୍ୟକ ନୁହେଁ କି ସେହି ଲୋକମାନେ ଗଣିତ କରି ପାରୁଥିବେ, ବିଜ୍ଞାନ କରି ପାରିବେ; ଯାହା କି ଆମ ଦେଶରେ ବହୁତ ବଡ଼ କଥା ଭାବେ ମାନି ନିଆଯାଇଥାଏ, ଗଣିତ ଏବଂ ବିଜ୍ଞାନ କରିବା । ତ ନିଜର ବାପା-ମାଆଙ୍କୁ ଏହି କଥା କିପରି ବୁଝାଯାଇ ପାରିବ କି ଆମେ ଯଦି ଗଣିତ କିମ୍ବା ବିଜ୍ଞାନ କରି ପାରୁନୁ, ତେବେ ଆଉ କିଛି ଅଧିକ ଭଲ ଭାବେ କରିପାରିବୁ ଆଉ ଏହା ମଧ୍ୟ କୌଣସି ବଡ଼ କଥା ନୁହେଁ କି ଆମେ କୌଣସି ଗୋଟିଏ ଜିନିଷରେ ଏତେ ଭଲ ନୁହେଁ ।

ପ୍ରସ୍ତୁତକର୍ତ୍ତା– ମାନନୀୟ, କୃପାକରି ଏ ସମ୍ପର୍କରେ ଆମ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରନ୍ତୁ ।

ମୋଦୀଜୀ– ଆପଣଙ୍କର ଚିନ୍ତା ହେଉଛି ବହୁତ ସ୍ୱାଭାବିକ ଯେ ପିଲାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ମିଳେ ନାହିଁ, ଏଭଳି ସମୟରେ ଏକ ଉପଯୁକ୍ତ ମାର୍ଗଦର୍ଶନ ମିଳିବା ଦରକାର, ତାହା ମିଳେ ନାହିଁ । ଲୋକମାନେ ନିଜ ନିଜ ଅନୁଭବର କଥାସବୁ କହିଥାଆନ୍ତି । ମାଆ ଗୋଟିଏ ଉପଦେଶ ଦେବେ, ତ ବାପା ଅନ୍ୟ ଏକ ମତାମତ ଦେବେ, ତ ଅଙ୍କଲ ତୃତୀୟ ମତାମତ ଦେବେ, ମହଲ୍ଲାର ସାଙ୍ଗମାନେ ଚତୁର୍ଥ ମତାମତ ଦେବେ ଆଉ ଆମେ କନଫ୍ୟୁଜ ହୋଇଯାଉ । ଏହି ଦ୍ୱନ୍ଦ ରହିଥିବା ପଛରେ ଗୋଟିଏ କାରଣ ହେଉଛି ଏହା କି ଆମକୁ ଆମ ନିଜ ବିଷୟରେ ଜଣାଅଛି ତ? ମୋର ନିଜର ଆବେଗ/ଆଗ୍ରହକ’ଣ ରହିଛି? ମୋର ରୂଚି କେଉଁଥିରେ ରହିଛି? ଆଉ ମୁଁ ମୋ ରୂଚି ଅନୁସାରେ ଏହା ପୂର୍ବରୁ କିଛି କରି ପାରିଛି କି? ମୋର କ’ଣ ସବୁ ସ୍ୱପ୍ନ ରହିଛି, ତାହା ହେଉଛି ପରବର୍ତି ସମୟର କଥା । ଆଗ ମୋର ଆବେଗ କ’ଣ । ଆଉ ଏହା ପରେ ଆପଣ ଆପଣଙ୍କର ମାଆ-ବାପାଙ୍କୁ ମଧ୍ୟ ମନେଇ ପାରିବେ । ଦେଖନ୍ତୁ ଅଷ୍ଟମ ଶ୍ରେଣୀରେ ମୁଁ ଏପରି କରିଥିଲି, ନବମ ଶ୍ରେଣୀରେ ମୁଁ ଏପରି କରିଥିଲି । ମୋ ଶିକ୍ଷକ ମୋତେ କହୁଥିଲେ । ସେ ସମୟରେ ଯେତେବେଳେ ତହସିଲ ଭିତରେ ପ୍ରତିଯୋଗିତା ଥିଲା, ତ ମୁଁ ସେଠାକୁ ଯାଇଥିଲି, ମୁଁ ଏପରି କରି ଆସିଥିଲି । ମୋତେ ଲାଗୁଛି କି ମୋ ଭିତରେ ଏହି ଶକ୍ତି ରହିଛି । କେବେ ଆମେ ଆମ ଶିକ୍ଷକ, ଯାହାଙ୍କ ପ୍ରତି ଆମର ପ୍ରଗାଢ଼ ଭକ୍ତି ରହିଛିତାଙ୍କ ସହିତ ଆମକୁ କଥା ହେବାକୁ ପଡ଼ିବ କି ଆଜ୍ଞା ଆପଣ ମୋତେ ଚାରି ବର୍ଷ ଧରି ପଢ଼ାଉଛନ୍ତି, ମୋତେ ଦେଖୁଛନ୍ତି, ଆପଣଙ୍କୁ କ’ଣ ଲାଗୁଛି । ମୋତେ କ’ଣ କରିବା ଦରକାର ଆଉ ଏପରି ନୁହେଁ କି ଶିକ୍ଷକ ଆମକୁ ସମୟ ଦିଅନ୍ତି ନାହିଁ । ଯଦି କୌଣସି ବିଦ୍ୟାର୍ଥୀ ଶିକ୍ଷକଙ୍କ ପ୍ରତି ଆତ୍ମୀୟ ଭାବନା ସହିତ ଯୋଡ଼ି ହୋଇ ଥାଆନ୍ତି । ତ ସେହି ଶିକ୍ଷକଙ୍କୁ ମଧ୍ୟ ଲାଗିଥାଏ କି ହଁ, ଏହି ବିଦ୍ୟାର୍ଥୀଙ୍କୁ ମୁଁ ସମୟ ଦେବି, ତାକୁ ମାର୍ଗଦର୍ଶନ କରିବି,ତାକୁ ମଧ୍ୟ ଲାଗିଥାଏ କିନ୍ତୁ ଅଧିକ ଦ୍ୱନ୍ଦ  ଏହି କଥାକୁ ନେଇ ହେବା ଉଚିତ ନୁହେଁ କି କେହି ଆପଣଙ୍କୁ କ’ଣ କହୁଛନ୍ତି, ମାଆ-ବାପା କ’ଣ କହୁଛନ୍ତି । ଆପଣ ନିଜେ ଦ୍ୱନ୍ଦରେ ଅଛନ୍ତି, ଏହା ହେଉଛି ସମସ୍ୟା । ଏଥିପାଇଁ ଦ୍ୱନ୍ଦରେ ଅଛନ୍ତି କାରଣ ଆପଣଙ୍କୁ ଜଣା ନାହିଁ କି ଆପଣଙ୍କୁ କ’ଣ କରିବାକୁ ଅଛି । ମୋର ବାରମ୍ବାର ମନେଅଛି କି ବହୁତ ବର୍ଷ ପୂର୍ବେ ବରୋଦାରେ ଏମଏସ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲକୁ ଯାଉଥିଲି, ଛାତ୍ରଛାତ୍ରୀଙ୍କ ସହ ପରିଚିତ ହେବାକୁ, ଏହା କେଉଁ 77, 88, 89ବର୍ଷର କଥା କହୁଛି । ତ ସେମାନଙ୍କୁ ଭେଟୁଥିଲି, ବସୁଥିଲି, କଥା ହେଉଥିଲି, ତ ମୁଁ ଏଭଳି ସେମାନଙ୍କୁ ମଧ୍ୟ କେବେ ପଚାରୁଥିଲି ଆପଣଙ୍କ ମନରେ ଉଦ୍ଦେଶ୍ୟ କ’ଣ ରହିଛି, କ’ଣ ଚିନ୍ତାକରୁଛ? ତ ଅଧିକାଂଶ ପିଲା ଉତ୍ତର ଦେଉଥିଲେ,ଥରେ ସ୍ନାତକ ହୋଇଯାଏ, ଆଗକୁ ଜଣା ନାହିଁ, ଆଗକୁ କ’ଣ ହେବ ତାହା ତାକୁ ଜଣା ନାହିଁ । ଥରେ ସ୍ନାତକ ହୋଇଯାଏ । ଥରେ ମୁଁ ପଚାରୁଥିଲି, ତ ଜଣେ ପିଲା ସେଠାରେ ଗୁଜରାଟ ବାହାରୁ ଆସିଥିଲା,ସେ ସେଠାରେ ପଢ଼ୁଥିଲା । ସେ କହିଲା, ମୁଁ ଶାସନ କରିବାକୁ ଚାହୁଁଛି, ମୁଁ ଗାଳି ଦେଲି, କହିଲା ମୁଁ ଶାସନ କରିବାକୁ ଚାହୁଁଛି, ତ ମୁଁ କହିଲି ରାଜନୀତିରେ ଯିବାକୁ ଚାହୁଁଛୁ କି? କହିଲା ନାହିଁ, ରାଜନୀତିରେ ଯିବାକୁ ଚାହୁଁନାହିଁ । କହିଲା ମୋତେ ବାବୁ ହେବାର ଅଛି, ବାବୁମାନେ ତ ଶାସନ କରନ୍ତି । ରାଜନେତାମାନେ ତ ଆସୁଛନ୍ତି ଯାଉଛନ୍ତି । ମୁଁ ଏହା 40 ବର୍ଷ ତଳର ଘଟଣା ଏଥିପାଇଁ ଶୁଣାଉଛି କି ସେହି ପିଲାର ଏତେ ସ୍ପଷ୍ଟତା ଥିଲା କି ମୋତେ କ’ଣ କରିବାର ଅଛି, ଆଉ ପରେ ମୁଁ ଅନୁସନ୍ଧାନ କଲି ତ ମୁଁ ଶୁଣିଲି କି ସେ ସରକାରୀ ବିଭାଗରେ ଯାଇଛନ୍ତି ଆଉ ଭଲ ସ୍ଥିତିରେ ଅଛନ୍ତି । ତାଙ୍କର ଯେଉଁ ସାଙ୍ଗମାନେ ଥିଲେ, ସେମାନଙ୍କଠାରୁ ମୁଁ ଶୁଣିଥିଲି ।

ମୋର କହିବାର ତାତ୍ପର୍ଯ୍ୟ ହେଉଛି ଏହା କି ଆମ ମନରେ ସ୍ପଷ୍ଟତା ରହିବା ଦରକାର । ଚିନ୍ତାଧାରାରେ ସ୍ଫଷ୍ଟତା, ଦୋଷକୁ ସ୍ୱୀକାର ମୋର ଦୋଷକୁ ସ୍ୱୀକାର କରିବାରେ ବିଶ୍ୱାସ ରହିଥିବା ଦରକାର । ଆଉ ସେହି ଅନୁସାରେ କାର୍ଯ୍ୟ କରିବାଭଳି ମୋର ସାହସ, ମୋର ଶରୀର, ମୋର ମନ, ମୋର ବୁଦ୍ଧି,ମୋର ସମୟ ଏସବୁ ଯଦି ଆମେ ବିକଶିତ କରିବା ତ ଆମେ ସହଜରେ ସେହି ଦିଗକୁ ଯାଇ ପାରିବା । ବିଜ୍ଞାନ, ଗଣିତ ତାହାର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । କିନ୍ତୁ କ’ଣ ଅନ୍ୟ ସବୁ ସ୍ୱପ୍ନଗୁଡ଼ିକର ମହତ୍ୱ ନାହିଁ,ଏହା ଯେଉଁ ଆମ ଦେଶରେ ଚିନ୍ତାଧାରା ରହିଛି ତାହା ପ୍ରକୃତରେ ଠିକ୍ ନୁହେଁ । ବିଜ୍ଞାନ ଏବଂ ଗଣିତରେ ଆମର ଗୁରୁତ୍ୱ ରହିବା ସତ୍ତ୍ୱେ ମଧ୍ୟ ଯେତେ ସଂଖ୍ୟାରେ ସେଠାକୁ ଲୋକ ଯିବା ଦରକାର, ଯାଉ ନାହାଁନ୍ତି, ଏହା ହେଉଛି ଚିନ୍ତାର ବିଷୟ, ଆଉ ତାହାର କାରଣ ହେଉଛି କି ପ୍ରାରମ୍ଭିକ କାଳରେ ତାକୁ ଏହି ପ୍ରକାରରେ ଯେଉଁ ପ୍ରେରଣା ମିଳିବା ଦରକାର, ତାହା ଆମର ଏଠାରେ ବୋଧହୁଏ କିଛି କମ୍ ରହିଯାଇଛି । ଆଉ ସେହି କାରଣରୁ କିଛି ଶିକ୍ଷକ, କିଛି ବିଦ୍ୟାଳୟ, କିଛି ଅଭିଭାବକମାନେ ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରି ଏହି ଜିନିଷକୁ ପ୍ରୋତ୍ସାହନ ଦେବେ ତ ବହୁତ ଆଗକୁ ବାହାରି ଯାଉଛନ୍ତି । କିଛି ଲୋକ ଅଛନ୍ତି, ଠିକ୍ ଅଛି ଭାଇ ସ୍ନାତକର କାରଖାନାକୁ ଚାଲିଯିବା, ସେଠାରୁ କାରଖାନାରୁ ବାହାରିଯିବା । ଏହିଭଳି ଚାଲୁ ରହିଥାଏ ଆଉ ଏଥିପାଇଁ ଆପଣଙ୍କର ଏହି ଚିନ୍ତା ହେଉଛି ବହୁତ ସ୍ୱାଭାବିକ । ମୋର ପରାମର୍ଶ ଏହା ରହିବ କି ଆପଣ ଚାପରେ ଆସି କିଛି କରନ୍ତୁ ନାହିଁ । ଆପଣ ନିଜର କ୍ଷମତାର ଆଧାରରେ ଆଉ ସେଥିରେ କାହାର ସାହାଯ୍ୟ ମଧ୍ୟ ନିଅନ୍ତୁ, ଏପରି ନୁହେଁ କି ଆପଣଙ୍କୁ ନିଜର ରାୟ ଭୁଲ ହେଉ, କିନ୍ତୁ ଯଦି ଖୋଲାଖୋଲି ଭାବେ କଥା ହେବେ ତ ବୋଧହୁଏ ଆପଣଙ୍କୁ ସଠିକ ମାର୍ଗଦର୍ଶନ,ଆପଣଙ୍କୁ ଭିନ୍ନ ଭିନ୍ନ ଲୋକଙ୍କଠୁ ମିଳିବ ।

ଛାତ୍ର ଜେନିଥ୍– ଶୁଭ ସକାଳ ସାର୍! ମୋ ନାଁ ହେଉଛି ଜେନିଥ୍ । କେନ୍ଦ୍ରୀୟ ବିଦ୍ୟାଳୟ ମସ୍କୋର ମୁଁ ନବମ ଶ୍ରେଣୀର ଛାତ୍ର । ଆପଣ ଗତବର୍ଷ ଆମ ପିତା-ମାତାଙ୍କୁ ଅନେକ ପରାମର୍ଶ ଦେଇଥିଲେ, ଏହାର ପରିଣାମ ସ୍ୱରୂପ ଆମ ପିତା-ମାତାଙ୍କର ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି । ଆଉ ବର୍ତମାନ ମୁଁ ମୋ ପରୀକ୍ଷା ଚିନ୍ତାନେଇ ସେମାନଙ୍କ ସହିତ ଆଲୋଚନା କରୁଛି, ଭୟ ଓ ବିଫଳତା ଆଦି ବିଷୟକୁ ନେଇ । ସେମାନେ ହସି ହସି ଗୋଟିଏ ପ୍ରତିକ୍ରିୟା ଦେଉଛନ୍ତି ତମେ ଏହା କରିପାରିବ । ମୋତେ ପ୍ରେରଣା ଦେଉଛନ୍ତି । ବାସ୍ତବରେ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛି ।

ଗତ ସପ୍ତାହରେ ଆପଣ ଆମ ପିତା-ମାତାଙ୍କୁ ବହୁତ ଭଲ-ଭଲ ପରାମର୍ଶ ଦେଇଥିଲେ, ଏହାର ପରିଣାମ ଏହା ହେଲା କି ସେମାନଙ୍କ ଦୃଷ୍ଟିଭଙ୍ଗୀ ବଦଳିଗଲା, ଏବେ ର୍ମୁ ନିଜ ପିତା-ମାତାଙ୍କ ସହିତ ମୋର ପରୀକ୍ଷା ତଥା ଅସଫଳତାର ଡର ଏହି ସମସ୍ତ ବିଷୟରେ ଆଲୋଚନା କରୁଛି । ତାଙ୍କ ହସ ଏହା ସୂଚାଉଛି କି ତୁମେ ଏହା କରିପାରିବ, ଅର୍ଥାତ ତୁମେ କରିପାରିବ, ମୋତେ ମଧ୍ୟ ଅଧିକ ପ୍ରେରଣାରେ ଭରିଦେଉଛି । ଏଥିପାଇଁ ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ ।

ମୋଦୀଜୀ – ଆପଣ ମୋତେ ସବୁ ଶ୍ରେୟ ଦେଇ ଦେଲେ । ବାସସ୍ତବରେ ସବୁ ଶ୍ରେୟ  ତମ ପିତା-ମାତାଙ୍କୁ ଯାଉଛି । କାରଣ ସେମାନେ ସଠିକ କଥାକୁ ଧରିଛନ୍ତି ଆଉ ତାହାକୁ ଧରିବା ସହିତ ନିଜର ଯେଉଁ ପୁରୁଣା ଅଭ୍ୟାସ ଥିଲା, ଅବା ଅହଂକାର ଥିଲା, ତାକୁ ଛାଡି ନୂତନ ଭାବେ ସେମାନେ ଭାବିବା ପାଇଁ ସେମାନେ ଚିନ୍ତା କରିଛନ୍ତି । ଏକଥା ହେଉଛି ସ୍ପଷ୍ଟ । ଅଭିଭାବକମାନଙ୍କର ସକରାତ୍ମକ ଭୂମିକା ପିଲାମାନଙ୍କର ଜୀବନରେ ବହୁତ ବଡ଼ ଶକ୍ତି ରଖିଥାଏ । ଶିକ୍ଷକମାନଙ୍କୁ ମଧ୍ୟ ଆପଣମାନେ ଦେଖିଥିବେ, କିଛି ଶିକ୍ଷକ ଏଭଳି ହୋଇଥାନ୍ତି, ଯେଉଁମାନେ ତିନି-ଚାରିଜଣ ପିଲାଙ୍କ ପାଇଁ ସେ ଲାଗିଥାନ୍ତି । ସେ ପ୍ରଶ୍ନ ପଚାରିବେ ସେମାନଙ୍କୁ, କଥା ହେବେ ତ ସେମାନଙ୍କ ସାଙ୍ଗରେ, ପ୍ରଶ୍ନ ଆସିଲା ତ ସେମାନଙ୍କୁ ପଚାରିବେ, ସେ ହାତ ଉଠାଇଥିବ ତ ତାକୁ କହିବେ, ଆଚ୍ଛା କୁହ । ତାଙ୍କୁ ଭଲ ଲାଗିଥାଏ,ତାଙ୍କୁ ଲାଗିଥାଏ ସେ ତୁରନ୍ତ ଠିକ୍ କରି ନେଇଥାଏ । ଆଉ ସେହି କାରଣରୁ ଶ୍ରେଣୀର ବାକି ପିଲାଙ୍କ ମନରେ ସେହି ଶିକ୍ଷକଙ୍କ ପ୍ରତି ମଧ୍ୟ ଏକ ଏକ ଅଭାବ ବୋଧ ସୃଷ୍ଟି ହୋଇଯାଇଥାଏ । ଗୋଟିଏ ଯାହା ସମ୍ୟକ ଦୃଷ୍ଟିର ଅଭାବ ହୋଇଥାଏ । ତାହାର ପରିଣାମ ହୋଇଥାଏ । ସେହି ପ୍ରକାରରେ ମା-ବାପା ମଧ୍ୟ କେବେ କେବେ ନିଜର ସାଙ୍ଗ-ବନ୍ଧୁଙ୍କ ଘରକୁ ଯାଇଛନ୍ତି, ତ ଆପଣ ଦେଖିଥିବେ କି ଜଣାପଡେ ହଁ ତାଙ୍କ ପୁଅ ଏହା କରିଛି, ତ ତାକୁ ଡକିବେ କି ଶୁଣ, ଦେଖ ଇଏ ଏହା କରିଛି । ଅର୍ଥାତ 25 ଲୋକଙ୍କ ମଧ୍ୟରେ ସଂପର୍କୀୟଙ୍କ ମଧ୍ୟରେ ମାଆ-ବାପା ତାକୁ ସେହି କଥା ଶିଖାଇବାକୁ ଚାହୁଁଛନ୍ତି କି ଦେଖ ମୋହନ ଭାଇଙ୍କ ପୁଅ କ’ଣ କଲା, ଦେଖ ତୁ ହେଉଛୁ କି କିଛି କରୁ ନାହୁଁ । ହୋଇଗଲା ମାମଲା ଶେଷ । ଆଉ ଏହି ଅଭ୍ୟାସ ପ୍ରାୟ ସମସ୍ତଙ୍କ ପାଖରେ ଥାଏ । ଆପଣ ଘରେ ମଧ୍ୟ ଯାଇ ଦେଖନ୍ତୁ, ତ ଶୁଣାଇବେ କି ଦେଖନ୍ତୁ ମାମୁଙ୍କ ପୁଅ କେତେ ଆଗକୁ ଚାଲିଗଲା, ତୁମେ କିଛି ଚିନ୍ତାକର । ଏହି ଯେଉଁ ତୁଳନା ହେଉଛି । ଏହା ମାଆ-ବାପାମାନେ, ଶିକ୍ଷକମାନେ, କେବେ କରିବା ଉଚିତ ନୁହେଁ । ଏହାଦ୍ୱାରା ତାହାଙ୍କୁ ବହୁତ ନିରାଶା ଭାବ ମିଳିଥାଏ । ତାକୁ ହତୋତ୍ସାହିତ କରିଦିଏ । ଏହା ଏକ ଏଭଳି ମନୋବୈଜ୍ଞାନିକ ପରିଣାମ ଆଣିଥାଏ, ଯାହାକୁ ବୋଧହୁଏ ଆମେ କଳ୍ପନା କରି ପାରିବା ନାହିଁ । ଆମର କାମ ହେବା ଦରକାର ତାକୁ ପ୍ରୋତ୍ସାହିତ କରିବା । ଠିକ୍ ଅଛି, ପିଲା ଦୁର୍ବଳ ଅଛି, କାରଣ ଆପଣ 90% ବାଲାଙ୍କ ସହିତ ତୁଳନା କରିବା ଆରମ୍ଭ କଲେ ଏଥିପାଇଁ ଆପଣଙ୍କୁ ଖରାପ ଲାଗୁଛି । କିନ୍ତୁ ଆପଣ ତାକୁ ଏହା କୁହନ୍ତୁ, ଦେଖ୍ ପୁଅ, ଗତ ଥର ତୁମେ 55% ଆଣିଥିଲ, ଏଥର 60% ନେଇ ଆସିଲ । କ’ଣ ଚମତ୍କାର କରିଦେଲ ତୁମେ? ପୁଅ, ତୁମେ ମୋ ନାମକୁ ଉଜ୍ଜ୍ୱଳ କରିଦେଲ । 55ରୁ 60ର ଯେଉଁ ଖୁସି ଅଛି, ତାହାକୁ 60ରୁ 90 ପର୍ଯ୍ୟନ୍ତ ନେଇଯିବାର ଖୁସି ଦେଇ ପାରିବ, କିନ୍ତୁ 90 କାହିଁକି ନ ଆଣିଲା,ଏଥିପାଇଁ 60କୁ ଦୋଷ ଦେଇ ଚାଲିବା, ତ ପିଲା 60ରୁ 40 ଆଡ଼କୁ ଆସିଯିବ । 60ରୁ 70 ଆଡ଼କୁ ଯିବ ନାହିଁ । ଆଉ ଏହି ବାତାବରଣର ବହୁତ ଆବଶ୍ୟକତା ଅଛି । ଆମେ ଗାଳି ଦେଇ ଚାଲିବା, ଆମେ ତାକୁ ନ୍ୟୁନ ଦେଖାଇ ଚାଲିବା, ପିଲାମାନଙ୍କୁ ତ ଆମେ ତାକୁ କେବେ ହେଲେ ଶକ୍ତିଶାଳୀ କରି ପାରିବା ନାହିଁ ।

ମୁଁ ସରକାରରେ କାର୍ଯ୍ୟ କରୁଛି ଯଦି ମୋତେ କେହି କୌଣସି ଅବସରରେ ଛୋଟ କଥାଟିଏ କହୁଛି ତ ଅନ୍ୟ ସମୟରେ କେବେ ମିଳିଯାଉଛି ତ କହୁଛି କି ଦେଖ ବନ୍ଧୁ ଏହାକୁ କିଭଳି କରିବା । କିନ୍ତୁ ସାମୂହିକ ଭାବେ ଯେତେବେଳେ ଭେଟ ହେଉଛି ମୁଁ ମନପ୍ରାଣ ଦେଇ ତା’ର ପ୍ରଶଂସା କରୁଛି । ଆଉ ସେ ପ୍ରଶଂସା ମିଥ୍ୟା ହୋଇ ନଥାଏ । ସେ ମଧ୍ୟ ନିଜ ସମୟର ଯେଉଁ ମଧ୍ୟ ଶକ୍ତି ରହିଛି, ଅନୁଭବ ହେଉଛି ସଂପୂର୍ଣ୍ଣ ଭାବେ ଚିପୁଡ଼ି ଦିଆଯାଇଥାଏ । ଠିକ୍ ଅଛି ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷାଠାରୁ ଦୁଇ ପାଦ ପଛରେ ରହିଗଲା । କିନ୍ତୁ ସେହି କାରଣରୁ ତା’ର ପରିଶ୍ରମ ବେକାର ନୁହେଁ ଆଜ୍ଞା, ଦଳଗତ ପ୍ରେରଣା ପାଇଁ ଏହି ଗୁଣ ବହୁତ ଆବଶ୍ୟକ ହୋଇଥାଏ । ମୋର ମଧ୍ୟ ଆପଣମାନଙ୍କୁ ଅନୁରୋଧ ରହିବ, ଆପଣ ନିଜର ତୁଳନା,ନିଜର ପୁରୁଣା ରେକର୍ଡ ସହିତ କରନ୍ତୁ, ଆପଣ ନିଜର ପୁରୁଣା ରେକର୍ଡ ସହିତ ପ୍ରତିଦ୍ୱନ୍ଦିତା କରନ୍ତୁ । ଆପଣ ନିଜର ପୁରୁଣା ରେକର୍ଡ ଭାଙ୍ଗନ୍ତୁ । ଆପଣ ଯଦି ନିଜର ନିଜସ୍ୱ ରେକର୍ଡ ଭାଙ୍ଗୁଛନ୍ତି, ତ ଆପଣଙ୍କୁ କେବେ ହେଲେ ମଧ୍ୟ ନିରାଶାର ଗର୍ତ୍ତରେ ବୁଡ଼ିଯିବାର ସୁଯୋଗ ଆସିବ ନାହିଁ । ଆପଣ ନିଜେ ନିଜ ଆଗକୁ ବଢ଼ିବା ଆଉ ସେଥିରେ ଆପଣଙ୍କୁ ଜଣାଅଛି କି 3 ଘଣ୍ଟା ଅବିରତ କାମ କରି ପାରିବେ । ସାଢ଼େ ତିନି ଘଣ୍ଟାର କରିବାର ଅଛି, ତ ତିନି ଜଣାଅଛି ତ ସାଢ଼େ ତିନି ଘଣ୍ଟା ବିଷୟରେ ଚିନ୍ତା କରିବେ । ସାମ୍ନାବାଲା ପାଞ୍ଚ କରି ପାରିବ, ତ ମୁଁ ପାଞ୍ଚ କରି ପାରିବି ନାହିଁ, ଛାଡ଼ିଦିଅ ସାଙ୍ଗ, ମୁଁ କିପରି ତିନିକୁ ସାଢ଼େ ତିନି କରିଦିଏ । ଏହି ପରିବର୍ତ୍ତନ ହେଉଛି ବହୁତ ଜରୁରୀ । ଯଦି ଏହା ଆପଣ କରିଦେଲେ ତ ମୁଁ ମାନୁ ନାହିଁ କି କୌଣସି ଚାପ ଦେଇ ଆପଣଙ୍କ ଯିବାକୁ ପଡ଼ିବ ।

ଛାତ୍ର- ଜୟପ୍ରିତ ସିଂହ– ନମସ୍କାର ଆଜ୍ଞା, ମୋ ନାମ ହେଉଛି ଜୟପ୍ରିତ ସିଂହ ଶାହପୁରୀ । ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ତେହେରାନ୍ ଦୂତାବାସ ସ୍କୁଲରେ ପଢ଼ୁଛି । ମୁଁ ତେହେରାନ୍, ଇରାନ୍ରୁ କହୁଛି । ସାର୍ ମୋର ଆପଣଙ୍କୁ ଏକ ପ୍ରଶ୍ନ ଅଛି, ଶିଖିବା ସମୟରେ ପ୍ରଶଂସା ମିଳିବ ତ, ଶିଖିବାରେ ଅଧିକ ମନ ଲାଗିଥାଏ । ତ ଆମ ଅଭିଭାବକ ଏବଂ ଶିକ୍ଷକ ଏହାସବୁ କାହିଁକି ଆପଣାଉ ନାହାଁନ୍ତି । ଶ୍ରେଣୀରେ ଦୁଇ-ତିନୋଟି ପିଲାମାନଙ୍କୁ ଛାଡ଼ି ବାକି ପିଲାମାନେ ଭଲ କଲେ ମଧ୍ୟ ସେମାନଙ୍କୁ ପ୍ରଶଂସା ମିଳୁନାହିଁ । ତ ସାର୍, କ’ଣ ଆପଣଙ୍କ ସହିତ ମଧ୍ୟ ଏଭଳି ହେଉଥିଲା? ଧନ୍ୟବାଦ ।

ମୋଦୀଜୀ– ଗୋଟିଏ ପ୍ରକାରରେ ତ ଏହା କାହିଁକି ସମସ୍ତଙ୍କ ଦୃଷ୍ଟିକୁ ଆସିଥାଏ, ଏହି କଥା ଉପରେ ଆମର ଧ୍ୟାନ କାହିଁକି ଯାଇଥାଏ । ଏହାର କାରଣ ହେଉଛି ଏହା କି ଆମେ ମାତ୍ରାଧିକ ସଚେତନ ଆଉ ଆମେ ଭିତରୁ ହେଉଛୁ ଦୁର୍ବଳ । ଯେ ପର୍ଯ୍ୟନ୍ତ କେହି ପଚାରେ ନାହିଁ, ଆଉଁସି ଦିଏ ନାହିଁ, ସେତେବେଳ ପର୍ଯ୍ୟନ୍ତ ମୋତେ ମୋ କରିଥିବା କାର୍ଯ୍ୟ ପାଇଁ ଆନନ୍ଦ ମିଳିନଥାଏ । ଯାହାଙ୍କ ଭିତରେ ଆତ୍ମବିଶ୍ୱାସ ରହିଥାଏ, ସେ କେତେ ପରିମାଣରେ ତାଳି ବାଜିଲା, କେତେ ବାଜିଲା ନାହିଁ, ଏହି କଥା ପ୍ରତି ଧ୍ୟାନ ଦେଇ ନଥାଏ ଆଜ୍ଞା । ତାକୁ ବିଶ୍ୱାସ ଥାଏ ଆଉ ମୁଁ ମାନୁଛି କି ସର୍ବପ୍ରଥମେ ଏହି ବାକି କଥା ପରେ ଆପଣଙ୍କ ଭିତରେ, ନିଜକୁ ନିଜ ଉପରେ ଏତିକି ମାତ୍ରାରେ ବିଶ୍ୱାସ ରଖିବା ଦରକାର କି କେହି ଆମକୁ ପ୍ରଶଂସା କରୁ ଅବା ନକରୁ, କେହି ପଚାରୁ ଅବା ନ ପଚାରୁ, ଆମ ପାଇଁ କେହି ଭଲ କରୁ ଅବା ନକରୁ, କିନ୍ତୁ ମୁଁ ନିଜେ ଏପରି ଏକ ସ୍ଥିତି ସୃଷ୍ଟି କରିବି କି କେବେ ନା କେବେ ମୋ ଶିକ୍ଷକ ମୋ ପ୍ରତି ଗୁରୁତ୍ୱ ଦେବେ, ତାଙ୍କୁ ଆହ୍ୱାନ ନ ଦେବା, ମନରେ ରଖିବା । ମୁଁ ତାଙ୍କୁ ଜିତିକରି ରହିବି ଆଉ ଥରେ ଆପଣ ତାଙ୍କୁ ଜିତିବାକୁ ସ୍ଥିର କରିନେବେ ତ ଆପଣ ଦେଖିବେ ପିଲାମାନଙ୍କ ମଧ୍ୟରେ ଶକ୍ତି ରହିଥାଏ, ତିନି ମାସ ମଧ୍ୟରେ ଶିକ୍ଷକଙ୍କୁ ଜିତିନେବେ ।

ଆଉ ଏକ ବିଷୟ ମଧ୍ୟ ମଝିରେ ଏକ ପ୍ରଶ୍ନ ଆସିଥିଲା, ମୋ ମନରେ ବିଚାର ଆସିଲା ଦେଖନ୍ତୁ କେବେ କେବେ କ’ଣ ହୋଇଥାଏ, ଶିକ୍ଷକ ମଧ୍ୟ ସେହି ପିଲାଙ୍କୁ ବିଶ୍ୱାସ କରିଥାଆନ୍ତି ଅବା ଆଗ୍ରହ ରଖିଥାଆନ୍ତି,ଯେତେବେଳେ ଶିକ୍ଷକଙ୍କୁ ଲାଗିଥାଏ କି ତାଙ୍କ ଅଭିଭାବକ ପିଲାଙ୍କ ପ୍ରତି ଆଗ୍ରହୀ ଅଛନ୍ତି, ଏଭଳି ବହୁତ ମାଆ-ବାପା ଥିବେ, ଯେଉଁମାନେ ପିଲାମାନଙ୍କୁ ସପ୍ତମରୁ ଦଶମ ଅଥବା ଦ୍ୱାଦଶ ପର୍ଯ୍ୟନ୍ତ କେଉଁ ଶିକ୍ଷକ ପଢ଼ାଉଛନ୍ତି, ଜଣା ନଥିବ । କାରଣ କେବେ ପିଲାଙ୍କ ଜନ୍ମଦିନରେ ସାଙ୍ଗସାଥୀଙ୍କ ସହିତ ମାଆ-ବାପା ଶିକ୍ଷକଙ୍କୁ ଡାକିଲେ କି? କ’ଣ ବାପା-ମାଆ କେବେ ସ୍କୁଲକୁ ଯାଇ କୌଣସି ଶିକ୍ଷକଙ୍କ ଜନ୍ମଦିନ ଅଛି, ପିଲା କହିଲା କି ମୋ ଶିକ୍ଷକଙ୍କ ଜନ୍ମଦିନ ଅଛି, ମାଆ-ବାପା ସ୍କୁଲ ଚାଲିଗଲେ, ପିଲାର ଶିକ୍ଷକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆଉ କହିଲେ ମୋ ପାଖରେ ତ ଘରେ ପିଲା ତିନି-ଚାରି ଘଣ୍ଟା ରହୁଛି, ପାଞ୍ଚ-ଛଅ ଘଣ୍ଟା ଆପଣଙ୍କ ପାଖରେ ରହୁଛି । ଏବେ ତାହାର ଜୀବନ ଆପଣଙ୍କ ହାତରେ ଅଛି । ଆପଣଙ୍କୁ ମୁଁ ଶୁଭକାମନା ଦେବାକୁ ଆସିଛି । ସେ ଶିକ୍ଷକଙ୍କର ମନ କ’ଣ କହିବ, କୁହନ୍ତୁ । ତାଙ୍କୁ ଲାଗିବ କି ଭାଇ,ଏହି ପିଲାକୁ ତ ସେମାନେ ମୋତେ ସମର୍ପଣ କରିଦେଇ ଯାଇଛନ୍ତି । ମୋର ଦାୟିତ୍ୱ ହେଉଛି । କିନ୍ତୁ ଅଭିଭାବକଙ୍କର ଏହି ଭୂମିକା ରହୁନାହିଁ । ଶିକ୍ଷକଙ୍କୁ ନା କେହି ନିଜ ଘରକୁ ଡାକୁଛନ୍ତି, ନା ମାଆ-ବାପା ଯାଉଛନ୍ତି, ପିଲା ଆସି କହିଦେଲା କି ଶିକ୍ଷକ ମୋତେ ଗାଳି ଦେଲେ, ବାସ୍ ହୋଇଗଲା । ମାଆ-ବାପା ସତ କ’ଣ ମିଛ କ’ଣ, ପିଲା କ’ଣ କହୁଛି, କାହିଁକି କହୁନାହିଁ, ଆଉ କେଉଁ ଅସୁବିଧା କିମ୍ବା ବେମାରୀ ଅଛି,କ’ଣ ଅଛି, ବାହାନା କରୁଛି, କିଛି ନାହିଁ । କ’ଣ ଭାବିଛନ୍ତି । ମୁଁ ଆରଟିଆଇ କରିବି, ମୁଁ ଏଫଆଇଆର ଦେଇଦେବି । ବହୁତ ମାଆ-ବାପା ଅଛନ୍ତି, ଯେଉଁମାନେ ନିଜ ପିଲାଙ୍କ ମଧ୍ୟରେ କୌଣସି ଊଣା ଅନୁଭବ କରନ୍ତି, କେବେ କରନ୍ତି ନାହିଁ, ଆଉ ସେହି କାରଣରୁ ବୋଧହୁଏ ନିଜକୁ ସମ୍ଭାଳି ନେଇଥାଆନ୍ତି କିନ୍ତୁ ପିଲାର ଜୀବନ ପାଇଁ ସମସ୍ୟା ସୃଷ୍ଟି ହୋଇଯାଇଥାଏ ।

ଭଲ ହେବ ଶିକ୍ଷକ, ପରିଚାଳକ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏମାନଙ୍କର ଏକ ବୈଠକ ହେବା ଦରକାର । ପରସ୍ପର ମଧ୍ୟରେ ଆଲୋଚନା ହେବା ଦରକାର । ସେମାନେ ନିଜ ନିଜ କାମ କରିବେ,ଚାରିକୋଣରେ ଭିନ୍ନ ଭିନ୍ନ କାର୍ଯ୍ୟ କରିବେ, ଏପରି ହେବ ନାହିଁ, ଏହି ବ୍ୟବସ୍ଥା ସହଜରେ ବିକଶିତ ହୋଇ ପାରିବ ଆଉ ଏହାର ପରିଣାମ ମଧ୍ୟ ମିଳିଥାଏ ଆଉ ମୁଁ ମାନୁଛି କି ଆମମାନଙ୍କୁ ପ୍ରୟାସ କରିବା ଦରକାର କି ଯେଉଁ ଶିକ୍ଷକଙ୍କ ପାଖରେ ପଢ଼ୁଛନ୍ତି, ସେମାନଙ୍କ ପ୍ରତି ସଂପୂର୍ଣ୍ଣ ପରିବାରର ଏକ ଆଦରଭାବ ସୃଷ୍ଟି ହେବା ଦରକାର, ସେହି ଶିକ୍ଷକଙ୍କ ପାଖରେ ଯେତେ ମଧ୍ୟ ଜ୍ଞାନ ଅଛି ନା ସେ ସବୁକିଛି ଆପଣମାନଙ୍କ ପାଇଁ ନିଗାଡ଼ି ଦେବେ, ସ୍ୱତନ୍ତ୍ର ଧ୍ୟାନ ଦେବେ ।

ଛାତ୍ର- ସାର- ମୁଁ ହେଉଛି ଅଷ୍ଟମ ଶ୍ରେଣୀର ଛାତ୍ର, ମୁଁ ଏହି କଥାକୁ ଅନୁଧ୍ୟାନ କରୁଛି କି ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ଆଉ ଯେଉଁ ଲକ୍ଷ୍ୟ ରଖି ଆମେସବୁ ପାଠ ପଢ଼ୁଛୁ, ସେଥି ମଧ୍ୟରେ କୌଣସି ତାଳମେଳ ନାହିଁ । ଆମର ଶିକ୍ଷକମାନେ ଅଧିକାଂଶ ସମୟରେ କହନ୍ତି କି ଆମକୁ ଏକ ଭଲ ମଣିଷ ହେବା ଆବଶ୍ୟକ କିନ୍ତୁ ପ୍ରଶ୍ନପତ୍ରରେ ଏହି ବିଷୟରେ କୌଣସି ତଥ୍ୟ ରହିନଥାଏ, ଆମର ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଉପଦେଶ ହେଉଛି କି ଆମର ପରୀକ୍ଷା ଶିକ୍ଷାର ବ୍ୟାପକ ଲକ୍ଷ୍ୟ ସହିତ ଯୋଡ଼ି ହୋଇ ରହିବା ଆବଶ୍ୟକ ଆଉ ଏହି କଥା ପ୍ରତି ଶିକ୍ଷକମାନେ, ଛାତ୍ରଛାତ୍ରୀମାନେ, ଅଭିଭାବକମାନେ,ବୋର୍ଡ ପରୀକ୍ଷକମାନେ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ । ମାନନୀୟ ଏ ବିଷୟରେ ଆପଣଙ୍କର ବିଚାର ଆମେ ସମସ୍ତେ ଜାଣିବାକୁ ଚାହିଁବୁ ।

ମୋଦୀଜୀ- ଦେଖନ୍ତୁ ମୂଳତଃ ଶିକ୍ଷାରେ ଏ ସମସ୍ତ କଥା ରହିଥାଏ, ଏହା ଯେଉଁ ଶିକ୍ଷା ରହିଛି ତାହା ରାତା-ରାତି ପ୍ରସ୍ତୁତ ହୋଇଯାଇ ନାହିଁ । ହଜାର ହଜାର ବର୍ଷ ଧରି ମାନବ ବିକାଶ ସହିତ ନୂଆ-ନୂଆ ଜିନିଷ ସବୁ ଯୋଡ଼ି ହୋଇ ଚାଲିଛି । ନୂଆ-ନୂଆ ଉପାୟ ଯୋଡ଼ି ହୋଇ ଚାଲିଛି । କିନ୍ତୁ ସେତେବେଳେ କଷ୍ଟ ହୋଇଥାଏ, ଆମେ ଶିକ୍ଷାକୁ ଜୀବନରୁ କାଟି ନେଇ ପରୀକ୍ଷା ସହିତ ଯୋଡ଼ି ଦେଇଛୁ । ଆଉ ତାହାର ହେଉଛି ପରିଣାମ କି ଆମକୁ ଲାଗୁଛି କି ସ୍କୁଲରେ ଯାହାକିଛି ଜଣାଇ ଦିଆଗଲା, ଏବେ ଯେମିତି ମାନିନିଅନ୍ତୁ ସ୍କୁଲ ପରିସରରେ ଆପଣ ଦେଖିଥିବେ, କେଉଁଠି ପର୍ଯ୍ୟଟନ ସ୍ଥଳକୁ ଆପଣ ଯିବେ ତ ପଞ୍ଚମ, ଷଷ୍ଠ, ସପ୍ତମ ଶ୍ରେଣୀର ପିଲାମାନେ ଯଦି ସେଠାକୁ ପର୍ଯ୍ୟଟକ ଭାବେ ଆସିଥିବେ କେଉଁଠିକୁ ସ୍କୁଲ ବସ୍ ଆସିଥିବ ଆଉ ଶିକ୍ଷକ କହିଥିବେ କି ଏଭଳି ଚାଲିବାକୁ ପଡ଼ିବ । ଏଭଳି ହୋଇଥାଏ ନା । ହାତ ପଛକୁ କରି, ସଂପୂର୍ଣ୍ଣ ଟୁରକୁ ଦେଖିବେ, ଏହିଭଳି ହିଁ କରନ୍ତି ନା । ଏବେ ଏହା ତ ଶିକ୍ଷାରେ ନାହିଁ । କିନ୍ତୁ ଏହା ଯାହା ସେ ଶିଖାଇଲେ, ଏହା କ’ଣ ଜୀବନ ସହିତ ଜଡ଼ିତ ବିଷୟ ନୁହେଁ କି? ଶୃଙ୍ଖଳା, ଅର୍ଥ ମୁଁ ଏହା କହୁନାହିଁ କି ହାତ ଗୋଡ଼ ଏପରି କରିବେ ହିଁ ନାହିଁ । କହିବାର ତାତ୍ପର୍ଯ୍ୟ ଏହି କି ଏଭଳି ସମସ୍ତ ଜିନିଷ ହୋଇଥାଏ, ଆମର ତା’ଉପରେ ଧ୍ୟାନ ନଥାଏ, ହୁଏତ ଯାହାକିଛି ଶିକ୍ଷକ କହନ୍ତି, ତାହା ହୁଏତ ପାଠ୍ୟକ୍ରମ ସମ୍ପର୍କରେ ଜ୍ଞାନ ଦେଇଥାଏ, କିନ୍ତୁ ଏସବୁ ଜିନିଷ ଜୀବନରେ କିପରି କାର୍ଯ୍ୟରେ ଲାଗିଥାଏ,ସେସବୁ କହି ନଥାନ୍ତି । ସତ କଥା ହେଉଛି ଶିକ୍ଷାର ପ୍ରତ୍ୟେକ ଦିଗକୁ ଜୀବନ ସହିତ ଜଡ଼ିତ କରି ପ୍ରସ୍ତୁତ କରିବା ଏହା ଶିକ୍ଷକଙ୍କର ଅଭ୍ୟାସ ହେବା ଆବଶ୍ୟକ । ମୁଁ ଛୋଟ କଥାଟିଏ କହୁଛି । ମୁଁ ଯେତେବେଳେ ଛୋଟ ଥିଲି, ତ ଆମର ଜଣେ ଶିକ୍ଷକ ଥିଲେ, ମୁଁ ସରକାରୀ ସ୍କୁଲରେ ପଢ଼ୁଥିଲି । ସରକାରୀ ପ୍ରାଥମିକ ସ୍କୁଲରେ ଆଉ ମୋର ଯେଉଁ ଗାଁ ଥିଲା, ତାହା ଗାଏକୱାଡ ରାଜ୍ୟରେ ଥିଲା । ତ ଗାଏକୱାଡ ରାଜାଙ୍କର ଗୋଟିଏ ବିଶେଷତ୍ୱ ଥିଲା, କି ଯେଉଁଠି ମଧ୍ୟ ତାଙ୍କ ରାଜ୍ୟ ହେଉଥିଲା, ସେଠାରେ ପ୍ରାଥମିକ ସ୍କୁଲ ଥିଲା,ଝିଅମାନଙ୍କର ଶିକ୍ଷା ବାଧ୍ୟତାମୂଳକ ଥିଲା, ଡାକଘର ଥିଲା, ପୋଖରୀ ରହୁଥିଲା, ପାଠାଗାର ଥିଲା,ଏଭଳି କିଛି ବିଶେଷତା ତାଙ୍କର ଥିଲା । ଯେଉଁଠି-ଯେଉଁଠି ତାଙ୍କର ରାଜୁତି ହେଉଥିଲା, ସେତିକି ଜିନିଷ ହେଉଥିଲା । ତ ମୋ ଗାଁରେ ମଧ୍ୟ ତାଙ୍କର ଏକ ସ୍କୁଲ ଥିଲା, ତ ସରକାରୀ ସ୍କୁଲ ଥିଲା, ମୁଁ ସେଠି ପଢ଼ୁଥିଲି । ଆମର ଶିକ୍ଷକଙ୍କର କିଛି ବିଶେଷତ୍ୱ ଥିଲା । ସେ କ’ଣ କହୁଥିଲେ, ଆମ ସମସ୍ତ ଛାତ୍ରଙ୍କୁ କହୁଥିଲେ କି ଚାଲ, ତୁମେ ପାଞ୍ଚ ଜଣ ଠିଆ ହୁଅ । ତୁମେମାନେ କାଲି ଘରୁ ତୁମେ ପାଞ୍ଚଟି ମୁଗର ଦାନା ଆଣିବ, ତୁମେ ସାତଟି ମୁଗର ଦାନା ଆଣିବ, ତୁମେ ନଅଟି ମୁଗର ଦାନା ଆଣିବ । ଅନ୍ୟଜଣଙ୍କୁ କହୁଥିଲେ, ତୁମେ ତିନୋଟି ଚଣାର ଦାନା ଆଣିବ । ତୁମେ ପାଞ୍ଚଟି ଚାଉଳର ଦାନା ଆଣିବ । ଏଭଳି ସେ କିଛି ଅନ୍ନର ଦାନା, ଅଧିକ ନୁହେଁ, ଅଳ୍ପକିଛି ଆଣି ଆସିବ । ତ ପିଲା କ’ଣ କରୁଥିଲା, ମନେ ରଖୁଥିଲା କି ମୋତେ ପାଞ୍ଚଟି ମୁଗର ଦାନା ଆଣିବାକୁ ପଡ଼ିବ, ତ ଘରେ କାହାକୁ ମୁଗ କହୁଥିଲେ ଶିଖିଯାଉଥିଲା । ଧରି ନେଇ ଆସୁଥିଲା, ସମ୍ଭାଳିକରି, ତ ମୁଗ ବିଷୟରେ ପୁଣି ପଢ଼ିବାକୁ ପଡ଼ୁନଥିଲା, ଏହାକୁ ମୁଗ କହନ୍ତି । ମୁଁ ସଂପୂର୍ଣ୍ଣ ପିଲାବେଳର କଥା କହୁଛି । ପୁଣି ଶିକ୍ଷକ କ’ଣ କରୁଥିଲେ, ସବୁ ଜିନିଷଗୁଡ଼ିକୁ ମିଶେଇ ଦେଉଥିଲେ । ପୁଣି ପିଲାମାନଙ୍କୁ କହୁଥିଲେ, ଆଚ୍ଛା ପିଲାମାନେ, ପାଞ୍ଚ ଜଣ ପିଲା ଚାଲିଆସ,ସେମାନଙ୍କ ମଧ୍ୟରୁ ଜଣକୁ କହିବେ କି ଭାଇ ପାଞ୍ଚଟି ଚଣା ଖୋଜ । ତ ତାକୁ ଗଣିତ ଆସିଗଲା । ଚଣା ଚିହ୍ନି ପାରିଲା । ଅନ୍ୟ ଜଣଙ୍କୁ କହିବେ କି ପାଞ୍ଚୋଟି ଚାଉଳ ଉଠାଅ, ଦେଖାଅ । ଅର୍ଥାତ ପାଠ ପଢ଼ାର ଏକ ସ୍ୱତନ୍ତ୍ର କୌଶଳ ତାଙ୍କର ରହିଥିଲା । ଏବେ କଥା ହେଉଛି କିଛି ସାଧାରଣ, କିନ୍ତୁ ଜୀବନ ସହିତ କିଭଳି ଯୋଡ଼ି ଦେଉଥିଲେ । ଅର୍ଥାତ କି ଶିକ୍ଷାରେ କେବଳ ଏମିତି ରହିଛି, ତାହା ନୁହେଁ । ସବୁ ରହିଥାଏ,ଗୀତ ରହିଥାଏ, ସଙ୍ଗୀତ ରହିଥାଏ, ସମ୍ବେଦନା ରହିଥାଏ, ସ୍ୱପ୍ନ ରହିଥାଏ । ସବୁକିଛି ରହିଥାଏ, କିନ୍ତୁ ଆମେ ନିଜେ ନିଜକୁ ପରିବାର, ଶିକ୍ଷକ, ସମସ୍ତେ ରେଙ୍କିଙ୍ଗ, ରେଙ୍କିଙ୍ଗ, ରେଙ୍କିଙ୍ଗ, ସେହିଠାରେ ହିଁ ସମସ୍ୟା ଆରମ୍ଭ ହୋଇଯାଇଥାଏ । ଜୀବନକୁ ମୁକ୍ତ କରି ଦିଅନ୍ତୁ, ଜୀବନକୁ ଆମେ ବିସ୍ତୃତ କରିଦେବା । ପ୍ରତି କଥାରେ ଆମେ ନିଜସ୍ଵପଣ ଶିକ୍ଷା କରିବା ଆରମ୍ଭ କରିଦେବା । ତ ଆପେ ଆପେ ଦେଖିବା ନିଜ ଜୀବନରେ ପରିବର୍ତ୍ତନ ହୋଇଯିବ, ପରିସରର ଜୀବନ ମଧ୍ୟ ବଦଳିଯିବ ।

ଛାତ୍ରୀ- ମୋଲି ସିଂହ- ନମସ୍କାର ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ । ମୁଁ ହେଉଛି ମୋଲି ସିଂହ,ଠାକୁର ତେଜ ସିଂହ, ଆଗ୍ରାରୁ । ଆଉ ମୋର ଆପଣଙ୍କ ପାଇଁ ଏହା ହେଉଛି ପ୍ରଶ୍ନ କି ବହୁତ ଛାତ୍ର ଘରୁ ଦୂରରେ ରହି ପାଠ ପଢ଼ୁଛନ୍ତି । ସେମାନେ ନୂତନ ଜାଗାରେ ଏତେ ଶୀଘ୍ର ଉପଯୋଜନ କରି ପାରନ୍ତି ନାହିଁ, ଆଡ଼ଜଷ୍ଟ କରି ପାରନ୍ତି ନାହିଁ । ବହୁତ ଛାତ୍ରଙ୍କୁ ହୋମ୍ ସିକ୍ନେସ୍ (ଘରେ ସବୁବେଳେ ରହିବା ଇଚ୍ଛା) ଏବଂ ଡିପ୍ରେସନର ସାମ୍ନା କରିବାକୁ ପଡ଼ିଥାଏ । ତ ସେମାନେ ଏଭଳି ପରିସ୍ଥିତିକୁ କିପରି ସାମ୍ନା କରିବେ ଆଉ କିଭଳି ତାଙ୍କ ଅଭିଭାବକ ଏବଂ ଶିକ୍ଷକ ତାଙ୍କୁ ସାହାଯ୍ୟ କରି ପାରିବେ? ଧନ୍ୟବାଦ ।

ମୋଦୀଜୀ- ଭାରତ ଭଳି ଦେଶରେ ଏ ଯେଉଁ ଡିପ୍ରେସନର କଥା ରହିଛି, ତାହା ତ ଚିନ୍ତାରେ ପକାଇଲା ଭଳି ଜିନିଷ । ଭାରତର ମୂଳଭୂତ ସମାଜ ରଚନା ରହିଛି ସେଥିରେ ଏହି ଚାପକୁ ଚାପମୁକ୍ତ କରିବା ପାଇଁ ବ୍ୟବସ୍ଥା ରହିଛି, ସହଜ ବ୍ୟବସ୍ଥା ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ସମାଜ ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ଆସିଛି, ପରିବର୍ତ୍ତନ ଆସିଥାଏ, ତାହା କୌଣସି ଖରାପ କଥା ନୁହେଁ । କିନ୍ତୁ କିଛି ଏଭଳି ଜିନିଷ ଆସିଛି, ଯିଏ ଏଭଳି ପରିସ୍ଥିତି ସୃଷ୍ଟି କରିଛି । ଆଗରୁ ଆମର ଯୌଥ ପରିବାର ଥିଲା । ଆଉ ଯୌଥ ପରିବାର ରହିଥିବା କାରଣରୁ ପିଲା ଯେଉଁସବୁ କଥା ବାପାଙ୍କୁ କହି ପାରୁ ନଥିଲା, ତାହା ଜେଜେମାଆଙ୍କୁ କହି ଦେଉଥିଲା । ମନ ହାଲୁକା ହୋଇ ଯାଉଥିଲା, ଦୁଇକଥା ଜେଜେମାଆଙ୍କୁ କହି ଦେଉଥିଲା, କିନ୍ତୁ ଲାଗୁଥିଲା କି ଟିକେ ଯାଇ ମାଆଙ୍କୁ ପଚାରିଦିଏ, ଏକ ପ୍ରକାରରେ ତାକୁ ଏକ ଅବସର ମିଳିଯାଉଥିଲା ନିଜକୁ ନିଜେ ବ୍ୟକ୍ତ କରିବା ପାଇଁ । ଆଜି ସ୍ଥିତି ଏଭଳି ରହିଛି କି ବ୍ୟକ୍ତ କରିବା ପାଇଁ କମ୍ ଆଉ ଚାପି ରଖିବା ପାଇଁ ଅଧିକ ଆଡ଼କୁ ଆମେ ବଢ଼ି ଚାଲିଛୁ । ଆଉ ଏଠାରେ ଯେଉଁ ପ୍ରେସର କୁକର୍ ଫାଟିଯାଉଛି ତାହାର ମୂଳ କାରଣ ହେଉଛି ଏହା କି ଏହି ପ୍ରକାରର ବାଷ୍ପ ଭରି ଯାଉଛି, ତାହାକୁ ବାହାରକୁ ବାହାର କରିବା ପାଇଁ କିଛି ସ୍ଥାନ ଦରକାର । ତାହାକୁ ବାହାରକୁ ବାହାର କରିବା ପାଇଁ ସ୍ଥାନ ଦରକାର । ମାଆ-ବାପା ପିଲାମାନଙ୍କ ସହିତ ତାହାର ରୁଚି ଅନୁସାରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବା ଆବଶ୍ୟକ । ଯଦି ମାନିନିଅନ୍ତୁ ସେ ହଷ୍ଟେଲ ମଧ୍ୟ ଚାଲି ଯାଇଛି ତ ତାକୁ ମଧ୍ୟ ଏହି ବିଶ୍ୱାସ ରହିଛି କି ଏହି ପରିସ୍ଥିତିକୁ ମୋ ବାପା-ମାଆଙ୍କୁ ମୁଁ କହିବି ତ ସେମାନେ ବୁଝି ପାରିବେ । କିନ୍ତୁ ଯଦି ଆପଣ ନମ୍ବର ଆସିବ, କାହିଁକି ଡେରିରେ ଆସିଲୁ, କାହା ସାଥୀରେ ଯାଇଥିଲୁ, ଫୋନରେ କାହା ସହିତ କଥା ହେଉଥିଲୁ । ଏହିଥିରେ ହିଁ ଲାଗି ରହିବେ ତ ଏହି କଟ୍ଅଫ୍ ଷ୍ଟେଜ୍ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଅନ୍ୟ ପଟେ କହିବାକୁ ଗଲେ ଏହା ହେଉଛି ବାପା-ମାଆଙ୍କର କର୍ତ୍ତବ୍ୟ କି ଡିପ୍ରେସନ ହଠାତ ଆସିନଥାଏ । ଏହା ହେଉଛି ଏକ ବହୁତ ବଡ଼ ଦୀର୍ଘ ପ୍ରକ୍ରିୟା । କିଛି ଜଣ ଅଛନ୍ତି ଯେଉଁମାନେ ଉତ୍ତେଜନାପ୍ରବଣ ହୋଇ କିଛି କରିଦେବେ, ତାହା ତ ଗୋଟିଏ ଅଲଗା କଥା ହେବ, କିନ୍ତୁ ଅଧିକାଂଶ ଧୀରେ ଧୀରେ ତାହା ନମନୀୟ ହୋଇ ଯାଇଥାଏ । ଜାଗ୍ରତ ବାପା-ମାଆ ଦେଖନ୍ତି କି ଆରେ କ’ଣ କଥା ଭାଇ । ଏମାନେ ତ ଆଗରୁ ବଡ଼ ଅନୁରୋଧ କରୁଥିଲେ କି କିଛି ଖାଉନି, ହଠାତ ବସୁଛି, କେବଳ ଖାଇ ଚାଲୁଛି । ଏହା ତାର ଓଜନ ହଠାତ ବଢ଼ି ଚାଲିଛି, ମନସ୍ତତ୍ୱ କ’ଣ ହେଲା । ତୁରନ୍ତ ବାପା-ମାଆ ଦେଖନ୍ତି କି ଭାଇ କିଛି ଥିବ, ତେଣୁ ଏ ଏମିତି ଚାପଗ୍ରସ୍ତ ରହିଛି, କିଛି ନା କିଛି ଅଧିକ ଖାଉଛି । କେବେ ହେଲେ ମଧ୍ୟ ଦ୍ୱିପ୍ରହରରେ ଶୋଉ ନଥିଲା, ଆଜି ଅଫିସରୁ ଆସିଗଲା, ହଠାତ ଶୋଇପଡ଼ିଲା । କୋଠରୀକୁ ଚାଲିଗଲା ତ ମୁହଁ ଘୋଡେଇ ବସିଗଲା । କ’ଣ କରୁଛି । ଯଦି ତାହାକୁ ଜାଗ୍ରତ ଅବସ୍ଥାରେ ଆଣୁଛନ୍ତି,ଆଉ ତାକୁ ସେହି ସମୟରେ ଧରି ଦେଉଛନ୍ତି, ବାପା-ମାଆଙ୍କୁ ଦେଖିବା ଦରକାର କି ସେଠାରେ କୌଣସି ନା କୌଣସି ପରିବାର ସହିତ ଆମେ ତାକୁ ଯୋଡ଼ି ପାରିବା କି? ପିଲାମାନଙ୍କୁ? ଚିହ୍ନା-ପରିଚିତ ଥିବା ଲୋକଙ୍କ ସହିତ, ସେଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ତ କରିବା ଦରକାର ଆଉ ସେମାନଙ୍କୁ କହିବା ଦରକାର କି ଭାଇ ସପ୍ତାହରେ ଗୋଟିଏ ଦିନ ଛୁଟି ଅଛି ତ ଭାଇ ପିଲାଟିକୁ ଟିକେ ଘରକୁ ଡକାଇଦେବ, ଆପଣ ମଧ୍ୟ କେବେ ଯାଇ ଟିକେ ଦେଖି ଆସିବେ । ଆଉ ପିଲାପାଖରେ କିଛି ସାଧାରଣ କଥା ଥିବ ତ ତାକୁ ଏକ ନୂଆ ପରିବାର ମିଳିଯିବ ।

ଅନ୍ୟଟି ହେଉଛି କାଉନସେଲିଂ ଦ୍ୱାରା ଆମକୁ ସଙ୍କୋଚ କରିବା ଆବଶ୍ୟକ ନୁହେଁ । କେବେ-କେବେ ତ ବାପା-ମାଆଙ୍କୁ ଲାଗିଥାଏ କି କେଉଁଠି କଥା ବାହାରକୁ ବାହାରିଯିବ ତ, କାହାକୁ ଜଣା ପଡ଼ିଯିବ ତ ପୁଅର କାଉନସେଲିଂ ଚାଲୁଛି । ଆମେ ତାହାଦ୍ୱାରା ନିଜର ଇଜ୍ଜତ ମଧ୍ୟ ହରାଉଛେ, ପିଲାମାନେ ମଧ୍ୟ ହରାଉଛନ୍ତି । କୌଣସି ସଙ୍କୋଚ କରିବା ଉଚିତ ନୁହେଁ । ସାମନ୍ୟତମ ଲକ୍ଷଣ ଦେଖିବା କ୍ଷଣି ହିଁ, ଆମେ ତାହାର କାଉନସେଲିଂ କରିବା ଆବଶ୍ୟକ । ପିଲାମାନଙ୍କ ସହିତ ଉପଯୁକ୍ତ ଭାବେ ସଠିକ ଢ଼ଂଗରେ କାମ କରିବା ଭଳି ଏକ୍ସପର୍ଟ ରହିଛନ୍ତି, ସେମାନେ ଧୀରେ-ଧୀରେ ତା’ମଧ୍ୟରେ ରହିଥିବା ରୋଗକୁ ବାହାରକୁ ବାହାର କରି ଦିଅନ୍ତି ।

ଏ ଯେଉଁ ହଷ୍ଟେଲରେ ରହୁଛନ୍ତି ସେମାନଙ୍କୁ ଗୋଟିଏ ଛୋଟିଆ କଥା ମୋ ଅନୁଭବରୁ ମୁଁ କହୁଛି ଏହି କାର୍ଯ୍ୟଟି କରି ପାରିବେ । ହୋଇପାରେ କିଛି ଘଟଣା ଆପଣଙ୍କୁ ଚିନ୍ତିତ କରି ଦେଇଛି । କିମ୍ବା ଆପଣ କିଛି ଶୁଣିଛନ୍ତି, ଆପଣ ବ୍ୟସ୍ତବିବ୍ରତ ଅଛନ୍ତି, ମନର କ୍ରୋଧ, ମନର କଷ୍ଟ ପ୍ରକଟ କରିବାରେ ଟିକେ ସଙ୍କୋଚ ଅନୁଭବ କରୁଛନ୍ତି । କିଛି ନାହିଁ, ଆପଣ ହଷ୍ଟେଲ ବାହାରକୁ ଚାଲିଯାଆନ୍ତୁ, କୌଣସି ଗଛ ମୂଳରେ ଏକୁଟିଆ ବସନ୍ତୁ ଆଉ ଗୋଟିଏ ନୋଟବୁକ୍ ନେଇଯାଆନ୍ତୁ । ସେହି କାଗଜ ଉପରେ ସମସ୍ତ ଘଟଣା ବର୍ଣ୍ଣନା କରି ଲେଖିଦିଅନ୍ତୁ । ଲେଖି ଚାଲିଯାଆନ୍ତୁ । କ’ଣ ହେଲା, କିପରି ହେଲା, କିଏ କ’ଣ କହିଲା, ନିଜକୁ କିପରି ଲାଗିଲା, ସବୁକିଛି ଯେମିତି ଫିଲ୍ମରେ ଦେଖାଯାଏ, ସେହିଭଳି ଭାବେ ସବୁକିଛି ଲେଖି ଚାଲିଯାଆନ୍ତୁ । ପୁଣି ତାକୁ ପଢ଼ନ୍ତୁ ନାହିଁ, ସେହିଠାରେ ତାକୁ ଚିରି ପକେଟରେ ଖଣ୍ଡଗୁଡ଼ିକୁ ଭର୍ତି କରିଦିଅନ୍ତୁ, ଏହା ହେଉଛି ସ୍ୱଚ୍ଛ ଭାରତ, ଅନ୍ୟ କେଉଁଠି ପକାନ୍ତୁ ନାହିଁ । ପୁଣି ମଧ୍ୟ ମନ ହାଲୁକା ଲାଗିଲା ନାହିଁ, ପୁଣି ଆଉଥରେ ଲେଖନ୍ତୁ । ପ୍ରଥମେ ଯଦି ଆପଣ ଆଠ ପୃଷ୍ଠା ଲେଖିଥିଲେ ତ ଏବେ ତାହା ଆଉ ଥରେ ଲେଖିବେ ତ ତିନି-ଚାରି ପୃଷ୍ଠାରେ  ଲେଖି ହୋଇଯିବ । ପୁଣି ମଧ୍ୟ ତାହାକୁ ଚିରିଦିଅନ୍ତୁ,ପକେଟରେ ଖଣ୍ଡଗୁଡ଼ିକୁ ଭର୍ତି କରିଦିଅନ୍ତୁ । ତୃତୀୟ ଥର ଲେଖନ୍ତୁ, ଏବେ ଦେଖିବେ ସେହି କଥା ଗୋଟିଏ-ଦେଢ଼ ପୃଷ୍ଠାରେ ହୋଇଯିବ । ଭିତରର ଯାହା କିଛି ରହିଛି, ତାହା କାଗଜ ଉପରେ ଅଜାଡ଼ି ହୋଇପଡ଼ିବ, ଭିତରୁ କମ୍ ହୋଇ ଚାଲିବ । ଆପଣ ସଂପୂର୍ଣ୍ଣ ରୂପେ ଆଶ୍ୱସ୍ତ ଅନୁଭବ କରିବେ ।ଆପଣଙ୍କୁ ଏହା ମଧ୍ୟ ଡର ନଥିବ କି କେହି ପଢ଼ିଦେବ ତ, କାହାକୁ କହିବି ତ, ଆମେ କାହାକୁ କଥା ସବୁ କହି ନଥାଉ କାହିଁକି । ଡର ଲାଗିଥାଏ, ସାଙ୍ଗ କାହାକୁ କହିଦେବି ତ, ସେ ଆଉ କାହାକୁ ଜଣାଇବ ତ ମୋର ମାନ ସମ୍ମାନରେ ହାନି ଘଟିବ । ନିଜେ ହିଁ ଭିତରେ, ଗୋଟିଏ ଜାଗାରେ ଅଛନ୍ତି, ନିଜେ ହିଁ ଲେଖନ୍ତୁ, ତାକୁ ଚିରି ଦିଅନ୍ତୁ, ଆପଣ ଦେଖିବେ ଘରେ ମଧ୍ୟ ଏଭଳି ବାତାବରଣ ବିଗିଡ଼ି ଯାଇଥିବ, ମାଆ ଅଭିମାନ କରିଥିବେ, ଅମୁକ ଥିବ, ସମୁକ ଥିବ । ଆଉ ମାନିନିଅନ୍ତୁ ଆପଣ ଲେଖଛନ୍ତି, ଆପଣ ଅଲଗା ଭାବେ ବସି ଲେଖି ଦିଅନ୍ତୁ, ଆପଣଙ୍କ ଭିତରେ ସବୁ ଯେଉଁ ମାନବୀୟ ବିକୃତି ରହିଛି ତାହାସବୁ କାଗଜ ସାହାଯ୍ୟରେ ବାହାରକୁ ଚାଲି ଆସିବ । ଏହା ଏକମାତ୍ର ଉପାୟ ନୁହେଁ । ଗୋଟିଏ ଛୋଟିଆ ଉପାୟ ଅଟେ । ଏହି ଗୋଟିଏ ଛୋଟିଆ ଉପାୟ ମଧ୍ୟ କିଛି ସମୟ ପାଇଁ ତ ଆପଣଙ୍କୁ ସହାୟତା ଦେଇ ପାରିବ,କିଛି ଦିନ ପାଇଁ ଆପଣଙ୍କୁ ସାହାରା ଦେଇ ପାରିବ । ନିଜକୁ ଠିଆ ହେବା ପାଇଁ ଶକ୍ତି ଦେଇ ପାରିବ । ଅନ୍ୟ କିଏ ଜଣେ ଯଦି ହଷ୍ଟେଲରେ ରହିଛନ୍ତି ତ କେହି ବରିଷ୍ଠ ଛାତ୍ର ହୁଅନ୍ତୁ କିମ୍ବା କୌଣସି ଶିକ୍ଷକ ହୁଅନ୍ତୁ କାହାଙ୍କୁତ ଆମେ ଖୋଜି ରଖିବା ଯାହା ଉପରେ ଆମେ ଭରସା କରି ପାରୁଥିବା । ତାଙ୍କୁ କେବେ ନିଜ ମନର କଥା କୁହନ୍ତୁ । ଦେଖ ସାଙ୍ଗ, ଏଥର ତ ମାଆଙ୍କର ଫୋନ୍ ହିଁ ଆସିଲା ନାହିଁ । ଜିନିଷ ବଡ଼ କଥା ନୁହେଁ । ତା ସାମ୍ନାରେ କହିଦିଅ ସେ କହିବ । ସେ ଯଦି ଆପଣଙ୍କଠାରୁ ବୟସରେ ସାନ ଥିବ ତ କହିବ, ଆରେ ଚିନ୍ତା କରନାହିଁ ମାଆ କାମରେ ବ୍ୟସ୍ତ ଥିବ । ଆମକୁ ଲାଗିଥାଏ ଆମ ଔଷଧ ଆମକୁ ମିଳିଗଲା । ଆମର ଚିକିତ୍ସା ହୋଇଗଲା, କାହିଁକି । କେହି କହିଦେଲା କି ହଁ, ମାଆ କାମରେ ବ୍ୟସ୍ତ ଥିବ,ମୋର ମନ ଦୁଇ ଘଂଟା ଧରି ବିଚଳିତ ରହୁଥିଲା, ଦେଖ ଆଜି ହେଉଛି ଜନ୍ମଦିନ, ଆଉ ଆଜି ଫୋନ୍ ଆସିଲା ନାହିଁ । ହୋଇପାରେ ସେଠାରେ ଇଣ୍ଟରନେଟ୍ କେନକ୍ଟିଭିଟିର ସେଠାରେ ଅସୁବିଧା ଥିବ । ଆଉ ଆମେ ମାଆ ଉପରେ ରାଗ ସୁଝାଉ । ଟେକ୍ନୋଲଜି ହୁଏତ ଫେଲ୍ ମାରିଥିବ । ତ ତାହା ହେଉଛି ଏକ ଛୋଟିଆ ଅସୁବିଧା । ଆରେ ଚିନ୍ତା କର ନାହିଁ, ଚାଲ, ଚାଲ ଖାଇଦେବା । ଚାଲ ସାଙ୍ଗ, ହଷ୍ଟେଲକୁ ଯାଇ ଖାଇଦେବା । କୌଣସି କଥା ନାହିଁ ତୋର ଜନ୍ମଦିନ, ମାଆଙ୍କର ଫୋନ୍ ଆସିଲା ନାହିଁ, ଚାଲ ଆମେ ଯିବା, ମୋ ପାଖରେ ପଇସା ଅଛି, ଆମେ ଚକୋଲେଟ୍ ଖାଇଦେବା । ଜଣେ-ଅଧେ ସାଙ୍ଗ ବ୍ୟସ୍ତବିବ୍ରତ ଜୀବନକୁ ମଧ୍ୟ ବହୁତ ହାଲକା-ଫୁଲକା ଭାବେ ଠିକ୍ କରିଦିଅନ୍ତି । ମୁଁ ଭାବୁଛି କି ଜୀବନରେ ଯଦି ଏଭଳି ଖୋଲାପଣ ରହିବ, ଆଉ ମୁଁ ତ ବହୁତ ଛୋଟ ବୟସରୁ ହିଁ ଘରୁ ବାହାରେ ରହି ଆସିଛି, ତ ମୁଁ ଜୀବନକୁ ବହୁତ ଭିନ୍ନ ଢ଼ଂଗରେ ଦେଖିଛି । ମୋ ଜୀବନ ଭିନ୍ନ ଧରଣର ଉତ୍ଥାନ-ପତନ ଦେଇ ଗତି କରିଛି । ସେ ହିଁ ମୋତେ ବଂଚିବା ଶିଖାଇଛି । ଆଉ ମୁଁ ବୁଝୁଛି କି ବୋଧହୁଏ, ମୋ ଭଳି ଜୀବନ କହୁତ ଅଲଗା ଥିଲା, ତ ସମସ୍ତଙ୍କୁ କାମ ଦେଇ ପାରିବ ନାହିଁ, କିନ୍ତୁ ଏ ହେଉଛି ଏକ ଛୋଟିଆ ପ୍ରୟାସ, କିନ୍ତୁ ଡିପ୍ରେସନକୁ ପିଲାମାନେ ହାଲୁକା ଭାବେ ଗ୍ରହଣ କରିବା କଥା ନୁହେଁ, ନା ହିଁ ଅଭିଭାବକ ନେବା ଦରକାର, ନା ହିଁ ଶିକ୍ଷକ ନେବା ଦରକାର । ଏହାକୁ ପ୍ରାୟତଃ ମୁଖ୍ୟ ଭାବି କରିବା ଦରକାର । ଯଦି ସମୟ ଥାଉ ଥାଉ ସଠିକ୍ ଢ଼ଂଗରେ ତାଙ୍କୁ ଆପଣ ଯୋଗାଯୋଗ କରିବେ, କଥାବାର୍ତା କରିବେ ତ,ସମୟ ଗଡ଼ି ଚାଲିବା ସହିତ ଏହି ସ୍ଥିତିରୁ ଖୁବ ସହଜରେ ଅତିକ୍ରମ କରି ଚାଲି ଆସିହେବ । ଆଉ ଭାରତୀୟ ସମାଜ ବ୍ୟବସ୍ଥା ହେଉଛି ଏଭଳି ଯେଉଁଥିରେ ଆମକୁ ପରିବାରରେ ହିଁ, ଗୋଟିଏ ପ୍ରକାରରେ ଆମର ଡିଏନଏ ଏଭଳି ପ୍ରସ୍ତୁତ ହୋଇଛି ଆମେ ଏଭଳି ଜିନିଷଗୁଡ଼ିକୁ ସହଜରେ ସହ୍ୟ କରି ପାରିବା । ଏଭଳି ଜିନିଷଗୁଡ଼ିକ ସହିତ ସହଜରେ ଲଢ଼ି ପାରିବା ଆଉ ଏଭଳି ଜିନିଷଗୁଡ଼ିକ ମାଧ୍ୟମରେ ଜୀବନର ରାସ୍ତା ସହଜରେ ଖୋଲି ପାରିବା । ମୋର ବିଶ୍ୱାସ ରହିଛି କି ଆପଣ ସମସ୍ତେ ଏହି ଦିଗରେ ଆଗକୁ ବଢ଼ିବେ । ମୁଁ ଭାବୁଛି କି ଏହା ଶେଷ ପ୍ରଶ୍ନ ଥିଲା । ଆପଣମାନଙ୍କ ସହିତ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ଆପଣମାନଙ୍କର ପ୍ରଶ୍ନଗୁଡ଼ିକ ବହୁତ ହିଁ ଭଲ ଥିଲା । ମୋତେ ମଧ୍ୟ ଆରାମ ଭାବେ ଆପଣମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଲା, କିନ୍ତୁ ମୋର ଅଭିଭାବକମାନଙ୍କୁ ଶେଷରେ ଗୋଟିଏ ଅନୁରୋଧ ରହିଛି ଆପଣ କେବେ, ଯଦି ଆପଣଙ୍କର ପୁଅ 14 ବର୍ଷ ବୟସର ତ,ଦିନରେ ଥରେ ମାଆ ଆଉ ବାପା ଦିନରେ ଗୋଟିଏ ଥର, ଆପଣ ଯେତେବେଳେ 14 ବର୍ଷ ବୟସର ଥିଲେ, ସେତେବେଳେ କ’ଣ ହେଉଥିଲା । ସେତେବେଳେ ଆପଣଙ୍କ ମନରେ କ’ଣ ସବୁ ବିଚାର ଆସୁଥିଲା । ସେତେବେଳେ ଆପଣଙ୍କର ମାଆ-ବାପା ଯାହା କରୁଥିଲେ, ସେଥିପାଇଁ ଆପଣଙ୍କ କ’ଣ ଲାଗୁଥିଲା । ଥରଟିଏ ମନେ ପକାଇଦେବେ, ତ ଆପଣଙ୍କର ଆଉ ଆପଣଙ୍କ ପିଲାମାନଙ୍କ ମଧ୍ୟରେ ତିକ୍ତତା କେବେ ବଢ଼ିବ ନାହିଁ । ନିଜେ ଥରେ ମନେ ପକାଇବେ କି ଆପଣ ଯେତେବେଳେ 14 ବର୍ଷ ବୟସର ଥିଲେ, ସେତେବେଳେ କ’ଣ ହେଉଥିଲା । ତ 14 ବର୍ଷ ବୟସର ପିଲା ସହିତ କ’ଣ କରିବାକୁ ହୁଏ, ତାହା ଆପଣଙ୍କର ହିଁ ଅନୁଭବ ଆପଣଙ୍କୁ ଶିଖାଇଦେବ । ଆପଣଙ୍କର ବାପା-ମାଆଙ୍କଠାରୁ ଆପଣ ଯାହା କିଛି ଶିଖିଛନ୍ତି, ତାହା ଶିଖାଇଦେବ । କିନ୍ତୁ ବହୁତ ବାପା-ମାଆ ଅଛନ୍ତି, ସେମାନେ ଯଦି 50 ବର୍ଷ ବୟସର ହୋଇଗଲେ, ତ ପିଲା ମଧ୍ୟ 50 ବର୍ଷ ହିସାବରେ ତାଙ୍କ ସହିତ କଥା ହେବ । ଆବଶ୍ୟକତା ହେଉଛି ପୁଅ ହେଉଛି 14 ବର୍ଷ ବୟସର, ବାପା 50 ବର୍ଷ ବୟସର । ବାପା 14 ବର୍ଷ ବୟସର ହୋଇ ସେହି ପୁଅକୁ ବୁଝିବାକୁ ଚେଷ୍ଟା କରନ୍ତୁ । ବହୁତଗୁଡ଼ିଏ ସମସ୍ୟା ପରିବାରର ସମାଧାନ ହୋଇଯିବ । ମୁଁ ପୁଣିଥରେ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଏହି ପରୀକ୍ଷା ଉତ୍ସବ ଭଳି ହେଉ, ଆପଣ ଜୀବନକୁ ସଫଳ କରନ୍ତୁ, ଜୀବନକୁ ଜିତନ୍ତୁ, ଗୁଣ-ସମ୍ପଦ ଆପଣଙ୍କ ଜୀବନର ହେଉଛି ଶକ୍ତି । କାଗଜରେ ଲେଖାଯାଇଥିବା ଗୁଣାଙ୍କ, ଏହା ଜୀବନରେ ସର୍ବଶେଷ ହୋଇ ନଥାଏ । ଆମେ ନିଜକୁ ନିଜେ ଶିକ୍ଷିତ ମଧ୍ୟ କରିବା ଆମେ ନିଜକୁ ନିଜେ ପ୍ରଶିକ୍ଷିତ ମଧ୍ୟ କରିବା । ଯେତିକି ମହତ୍ୱ ଶିକ୍ଷାର ରହିଛି, ସେତିକି ମଧ୍ୟ ମହତ୍ୱ ଜୀବନରେ ହେଉଛି ପ୍ରଶିକ୍ଷଣର । ଏହି ସନ୍ତୁଳନ ରକ୍ଷା କରି ଚାଲନ୍ତୁ । ମୋର ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା । ବହୁତ-ବହୁତ ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's robust economic growth is expected to continue says OPEC

Media Coverage

India's robust economic growth is expected to continue says OPEC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds establishment of three AI Centres of Excellence (CoE)
October 15, 2024

The Prime Minister, Shri Narendra Modi has hailed the establishment of three AI Centres of Excellence (CoE) focused on Healthcare, Agriculture and Sustainable Cities.

In response to a post on X by Union Minister of Education, Shri Dharmendra Pradhan, the Prime Minister wrote:

“A very important stride in India’s effort to become a leader in tech, innovation and AI. I am confident these COEs will benefit our Yuva Shakti and contribute towards making India a hub for futuristic growth.”