ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଥିବେ ଯେଉଁମାନେ ସମ୍ଭବତଃ କଚ୍ଛ ଭୂମିକୁ ପ୍ରଥମ ଥର ଲାଗି ଆସିଥିବେ । ପୁଣି କଚ୍ଛକୁ ଆସିଛ ହେଲେ ଏତେ ଦୂରରେ ମରୁଭୂମିରେ ଥିବା ପାକିସ୍ତାନ ସୀମାକୁ କିଏ ଯାଉଛି ବୋଲି ଭାବିଥିବେ । କିନ୍ତୁ ଆଜି ଆପଣମାନଙ୍କୁ ସେଠାକୁ ଯିବାର ଅବସର ମିଳିଛି । ଯେଉଁମାନେ ହିମାଳୟ କ୍ଷେତ୍ରରେ ଆସିଛନ୍ତି ସେମାନଙ୍କ ପାଇଁ ମରୁଭୂମି ଅଞ୍ଚଳ ଏକ ଭିନ୍ନ ଅନୁଭବ ହେବ । ଉତ୍ତର-ପୂର୍ବାଞ୍ଚଳର ସବୁଜିମା ଭରା ଜଙ୍ଗଲ ଇଲାକାରେ ଯେଉଁମାନେ ଜୀବନ ବଞ୍ଚିଥିବେ ସେମାନଙ୍କ ପାଇଁ ମରୁ କ୍ଷେତ୍ରର ଅନୁଭବ ଆଉ ଏକ ପ୍ରକାର ହେବ ଏବଂ ମୋର ବିଶ୍ୱାସ ଯେ ଏହି ପରିସରରେ ଆୟୋଜିତ ଚିନ୍ତନ ଶିବିରରେ ନିଶ୍ଚୟ କିଛି ନା କିଛି ସକାରାତ୍ମକ ପ୍ରଭାବ ସୃଷ୍ଟି ହେବ ।

ସରକାରରେ ଏ କଥାଟି ବେଶ ଆବଶ୍ୟକ ପଡିଥାଏ ଯେ ଆମେ ସଭିଏଁ ଏକତ୍ର ବସି ନିଜ କାର୍ଯ୍ୟକୁ ବୁଝିବା ଏବଂ ନିଜର କାର୍ଯ୍ୟକ୍ରମକୁ ହୃଦୟଙ୍ଗମ କରିବା । ବିଶ୍ୱ କେଉଁଭଳି ଭାବେ ବଦଳି ଚାଲିଛି । ଏଇ ପରିବର୍ତ୍ତନଶୀଳ ଦୁନିଆରେ ଆମର ସ୍ଥିତି କେଉଁଠି, କେଉଁଠି ପହଞ୍ଚିବାକୁ ଆମେ ପ୍ରୟାସ କରୁଛେ, କେଉଁ ପର୍ଯ୍ୟନ୍ତ ପହଞ୍ଚିପାରିଛେ, ଏଇ ସବୁ କଥାକୁ ଆମେ ନିରବଚ୍ଛିନ୍ନ ଭାବେ ମୂଲ୍ୟାୟନ କରିଚାଲିବା ଆବଶ୍ୟକ । ଦୁର୍ଭାଗ୍ୟକୁ ସରକାରଙ୍କର ଗୋଟିଏ ସ୍ୱଭାବ ସୃଷ୍ଟି ହୋଇଛି ଏବଂ ତାହା ହେଲା “ସାଇଲୋ”ରେ କାମ କରିବା । ବେଳେବେଳେ ତ ଗୋଟିଏ ବିଭାଗରେ ବି “ସାଇଲୋ” ଅର୍ଥାତ ସଂକୁଚିତ ଓ ଆବଦ୍ଧ କ୍ଷେତ୍ର ରହୁଛି । ଗୋଟିଏ ଟେବୁଲ ଉପରେ କଣ ଚାଲିଛି ସେ ଖବର ପାଖ ଟେବୁଲ ପର୍ଯ୍ୟନ୍ତ ନ ମିଳିବା ଲାଗି ଚିନ୍ତା ହୋଇଥାଏ ।

ଗୋଟିଏ ବିଭାଗର ଅନ୍ୟ ଏକ ବିଭାଗ ସହ ତାଳମେଳ ଓ ସମନ୍ୱୟ ରହୁନାହିଁ ଏବଂ ଏହାର କାରଣ ଗୋଟିଏ ବିଭାଗ ଗୋଟିଏ କଥା ଚିନ୍ତା କରୁଛି ତ ଆଉ ଗୋଟିଏ ବିଭାଗ ସମ୍ପୂର୍ଣ୍ଣ ଭିନ୍ନ ଓ ଓଲଟା କଥା ଭାବୁଛି । ବେଳେବେଳେ ତ ସମସ୍ୟା ଉପୁଜୁଛି ଯେ ବିଚାରାଳୟ ଭିତରେ ସରକାରଙ୍କର ଦୁଇ ବିଭାଗ ଓକିଲଙ୍କୁ ଟଙ୍କା ଦେଇ ସାମ୍ନାସାମ୍ନି କରାଉଛନ୍ତି, ଲଢ଼ାଉଛନ୍ତି । ଏଭଳି ଯେଉଁ ବ୍ୟବସ୍ଥା ଘଟାଯିବା ଜରୁରୀ ଏବଂ ବଦଳାଯିବାର ଉପାୟ ହେଉଛି ଏଇଆ ଯେ ଆମେ ମିଳିମିଶି ଏକତ୍ର ବସି ବିସ୍ତୃତ ଭାବେ ଏକ ବ୍ୟାପକ ଦୂରଦୃଷ୍ଟି ମାଧ୍ୟମରେ ଆମର ଭୂମିକା କଣ ରହିବ, ଆମ ବିଭାଗମାନଙ୍କର ଭୂମିକା କଣ ରହିବ, ଆମେ କି ପ୍ରକାର ପରିଣାମ ଆଣିପାରିବା, ସେ ବିଷୟରେ ଚିନ୍ତା କରିବା ସମୀଚୀନ ହେବ । କିଛି କିଛି ବିଭାଗ ଅଛି, ଏପରି କି ବିଭାଗ ଭିନ୍ନ ହେବା ସତ୍ତ୍ୱେ ସମ-ଉଦ୍ଦେଶ୍ୟଧର୍ମୀ ହୋଇଥାଏ । ଗୋଟିଏର ଅନ୍ୟ ଗୋଟିଏ ସହ କୌଣସି ତାଳମେଳ ରହିନଥାଏ ।

ଏଠାରେ ମୁଖ୍ୟତଃ, ଚାରିଟି ମନ୍ତ୍ରଣାଳୟର ଅଧିକାରୀମାନେ ଏକତ୍ରିତ ହୋଇଛନ୍ତି । ଗୋଟିଏ ଦୃଷ୍ଟିରୁ ପ୍ରତ୍ୟେକଙ୍କ ମଧ୍ୟରେ କୌଣସି ନା କୌଣସି ଦୃଷ୍ଟିରୁ କିଛି ସମ୍ବନ୍ଧ ରହିଛି । ତେଣୁ ଭଲ ହେବ ଯଦି ଆମେ ଏକତ୍ର ବସି ନିଜ ନିଜର ଅନୁଭବ ଓ ଅନୁଭୂତିକୁ ପରସ୍ପର ମଧ୍ୟରେ ବିନିମୟ କରିବା । ବିଶେଷଜ୍ଞ ଲୋକମାନେ ସେମାନଙ୍କୁ ଶୁଣନ୍ତୁ, ନିଜ ନିଜର ସମସ୍ୟାର ସମାଧାନର ଆମେମାନେ କିପରି ସମାଧାନ ଉପାୟ ବାହାର କରିପାରିବା, ତାହା ଖୋଜିବା । ସେ ସବୁକୁ କିପରି ପ୍ରୟୋଗ କରାଯାଇପାରିବ ତାକୁ ବୁଝିବାକୁ ପ୍ରୟାସ କରିବା । ଯଦି ଏହି ତିନିଦିନକୁ ବାସ୍ତବତା ଦୃଷ୍ଟିକୋଣରୁ ଯେଉଁ ଆନୁଷ୍ଠାନିକ ଅଧିବେଶନ ହେବ, ତଦ ଅତିରିକ୍ତ ଯେତେ ସମୟ ଆପଣମାନେ ପରସ୍ପର ସହ ମୁକ୍ତମନରେ ଭାବ ବିନିମୟ କରିବେ ସେଥିରୁ ସେତିକି ନିର୍ଯ୍ୟାସ ଓ ନିଷ୍କର୍ଷ ବାହାରିବ । ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲାବେଳେ, ଖାଇବା ବେଳେ, ଆସିବା ଯିବା ବେଳେ… ଏବଂ ତମ୍ବୁ ତଳେ ରହିବାର ଅବସର ତ ସମ୍ଭବତଃ କେତେକଙ୍କ ପାଇଁ ନିଶ୍ଚିତ ଭାବେ ଆସିଥିବ । ହୋଇଥାଇପାରେ, ଏବେ ହୁଏତ ଗରମ ଲାଗୁଥିବ, କିନ୍ତୁ ସନ୍ଧ୍ୟା ନଇଁବା ମାତ୍ରେ ଏଠାରେ ଶୀତ ଅଧିକ ବଢ଼ିଯାଏ । ଏବଂ ଏହା ବି … ଏପରି କଠିନତା ଭିତରେ ପରସ୍ପର ସହ ଏକତ୍ର ସହାବସ୍ଥାନ କରିବାର ଏକ ନିଆରା ସ୍ୱାଦ ରହିଛି । ତେଣୁ ନିର୍ଦ୍ଧାରିତ ଅଧିବେଶନ ବ୍ୟତୀତ ନିଜ ନିଜର ରାଜ୍ୟର ଅନୁଭବକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟନ୍ତୁ, ନିଜ ସାଥୀମାନଙ୍କ ସହ, ଅନ୍ୟ ରାଜ୍ୟର ଅଧିକାରୀମାନଙ୍କ ସହ, ସେମାନଙ୍କୁ ପଚାରନ୍ତୁ । ଏଭଳି ଅନୁଭବ ଆମ ଲାଗି ଏକ ପ୍ରକାର ଅମୂଲ୍ୟ ସମ୍ପଦ ହେବ ଯାହାକୁ ନେଇ ଆମେ ଆଗକୁ ଚାଲି ନିଜ ନିଜ ରାଜ୍ୟର ନୀତିରେ, ନିଜ ରାଜ୍ୟର ବିକାଶ ଯାତ୍ରାରେ ଆଗକୁ ବଢ଼ିପାରିବା ।

କିଛି କିଛି କାର୍ଯ୍ୟ ରହିଛି ଯାହାକୁ ନିଜ ବିଭାଗ ଅତିରିକ୍ତ, କେନ୍ଦ୍ର ରାଜ୍ୟ ସରକାରଙ୍କ ଅତିରିକ୍ତ ଆମକୁ କରିବାକୁ ହୋଇଥାଏ । ଆଜି ଏଠାରେ ଯେଉଁ ଚାରି ବିଭାଗର ଅଧିକାରୀମାନେ ଏଠାରେ ଏକତ୍ର ହୋଇଛନ୍ତି, ସେମାନଙ୍କ କାର୍ଯ୍ୟର ପ୍ରକୃତି ଏଭଳି, ଯାହାକୁ ନେଇ କାଶ୍ମୀରରେ ଥିବା ଲୋକଙ୍କ ପାଇଁ ଯେଉଁ ନିର୍ଣ୍ଣୟ କରିବାକୁ ହେବ, କିମ୍ବା କନ୍ୟାକୁମାରୀରେ ବସବାସ କରୁଥିବା ଲୋକଙ୍କ ସକାଶେ ଯେଉଁ ନିର୍ଣ୍ଣୟ କରିବାକୁ ହେବ, ସେଥିରେ କେନ୍ଦ୍ରୀୟ ବିଚାର ଏକ ହେବ । ସଂସାଧନ ଅନୁସାରେ କମ ଅଧିକ ମାତ୍ରାରେ ହୋଇପାରେ, କିନ୍ତୁ ଏହା ସମ୍ଭବ । ଯେପରିକି ଭାରତରେ କେଉଁ ସରକାର ଚାହିଁବେ ନାହିଁ ଯେ ଆମ ଯୁବଗୋଷ୍ଠୀ ଖେଳକୁଦ ଜଗତରେ ଆଗକୁ ନବଢ଼ନ୍ତୁ । ଏହାର ତାତ୍ପର୍ଯ୍ୟ ହେଲା, ଭାରତର ସବୁ ରାଜ୍ୟ ଏହା ହିଁ ଚାହାନ୍ତି । ଯଦି ସବୁ ରାଜ୍ୟ ଏଇକଥା ଚାହୁଁଛନ୍ତି, ତା ହେଲେ କଣ ସବୁ ରାଜ୍ୟ ଏକତ୍ର ବସି ବିଚାର ବିମର୍ଷ କରିପାରିବେ ନାହିଁ । ଆମର ବିଶାଳ ଜନସମ୍ପଦର କିପରି ସଦୁପଯୋଗ ହେବ ତାହା ଚିନ୍ତା କରିପାରିବା ।

ଆଜି ଦୁନିଆ ସମ୍ମୁଖରେ ଆମେ ସାମର୍ଥ୍ୟର ସହ କହିପାରୁଛୁ ଯେ ଆମ ନିକଟରେ 800 ନିୟୁତ 35 ବର୍ଷରୁ କମ ବୟସର ଯୁବବର୍ଗ ରହିଛନ୍ତି । ହିନ୍ଦୁସ୍ତାନ ଏବେ ଏକ ଯୁବରାଷ୍ଟ୍ର । 35 ବର୍ଷରୁ କମ ଆୟୁ ବର୍ଗର 65 ପ୍ରତିଶତ ଜନସଂଖ୍ୟା । ଆମେ କଣ ସରକାରଙ୍କୁ – ସେ କେନ୍ଦ୍ର ହୋଇଥାଉ ଅବା ରାଜ୍ୟ ସରକାର – ଆମମାନଙ୍କର କଣ ଏହା ଦାୟିତ୍ୱ ନୁହେଁ ଯେ ଯେଉଁ ରାଷ୍ଟ୍ର ନିକଟରେ ଏପରି ବିଶାଳ ଯୁବ ସମ୍ପଦ ରହିଛି, ସେ ଦେଶ ବିଶ୍ୱକୁ ଆଉ କଣ ଦେଇପାରିବ ? ଆମେ ଯୁବଧନର ଶକ୍ତିକୁ କେଉଁ ପ୍ରକାରେ ପ୍ରୟୋଗ କରିପାରିବା, ଆମ ସରକାରମାନେ ଏଥିଲାଗି କି କି ପ୍ରକାର ନୀତି ପ୍ରଣୟନ କରିବା ଉଚିତ, କେଉଁ ପ୍ରକାର “ରୋଡ ମ୍ୟାପ” ପ୍ରସ୍ତୁତ କରିବା ଆବଶ୍ୟକ, ଯଦ୍ୱାରା ଆମର ଯୁବଶକ୍ତିର ସର୍ବାଧିକ ଉପଯୋଗ ଦେଶ ଓ ଦୁନିଆ ପାଇଁ ହୋଇପାରିବ । ଯଦି ଆମେ ଏବେଠାରୁ, ଅବଶ୍ୟ ଆମକୁ ଏହି ପ୍ରସଙ୍ଗ ଉପରେ ଗତ ଶତାଦ୍ଦୀଠାରୁ ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ଥିଲା । କିନ୍ତୁ ଏବେ ସୁଦ୍ଧା ଯଦି ଆମେ ଏ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କରିବା, ତା ହେଲେ ହୁଏତ ଆମକୁ ବେଶ ସୁଖଦ ପରିଣାମ ଆଡକୁ ଏହା ନେଇଯିବ । ଆମ ମାନବ ସମ୍ବଳର ବିକାଶ କିପରି ହେବ । ବିଶ୍ୱ ସମ୍ମୁଖରେ ଆମର ଯୁବଶକ୍ତିର ପରିଚୟ କିପରି ହେବ । ଆମର ଯୁବଶକ୍ତିକୁ ଆମେ କେଉଁ ରୂପରେ ଆଗକୁ ଅଗ୍ରସର ହେବା ଚାହୁଁଛୁ, କେଉଁ ରୂପରେ ଗଢ଼ିବାକୁ ଚାହୁଁଛୁ, କେଉଁ ଭାବରେ ବଦଳାଇବାକୁ ଚାହୁଁଛୁ । ଯେତେବେଳେ ବି ଅନ୍ତରାଷ୍ଟ୍ରୀୟ ଖେଳଖୁଦର ଆଲୋଚନା ହୋଇଥାଏ, କୌଣସି ପୁରସ୍କାର ମିଳିଥାଏ, ସେତେବେଳେ ଆମକୁ ଖୁବ ଖୁସି ଅନୁଭବ ହୋଇଥାଏ । ଯେତେବେଳେ ମିଳିନଥାଏ, ସେତେବେଳେ ଲାଗେ, ନା, ନା, ଆର ଥରକୁ ଆମକୁ ଗଭୀର ଭାବେ ଚିନ୍ତା କରିବାକୁ ପଡିବ ।

ଆମେ ସମସ୍ତେ ବିଦ୍ୟାର୍ଥୀ ଥିବାବେଳେ ଏକଥା ଭଲଭାବେ ଲକ୍ଷ୍ୟ କରିଥିବା । ଆମମାନଙ୍କର ସ୍ୱଭାବ ଏଇଆ ଯେ ଯେତେବେଳେ ପରୀକ୍ଷା ବେଳ ଆସେ, ଆମେ ସଭିଏଁ ଚିନ୍ତା କରିଥାଉ ଯେ ଆସନ୍ତା ବର୍ଷ ସ୍କୁଲ, କଲେଜ ଖୋଲିବା ମାତ୍ରେ ପଢ଼ାପଢ଼ି ଆରମ୍ଭ କରିବା । ଆସ୍ତେ ଆସ୍ତେ ଶିକ୍ଷାବର୍ଷ ଚାଲିଯାଏ । ଛୁଟିବେଳେ ପୁଣି ସ୍ଥିର କେରୁ ଯେ ନା, ଏଇ ତ ଛୁଟି ସରିବା ମାତ୍ରେ ଯେମିତି ସ୍କୁଲ, କଲେଜ ଖୋଲିବ, ମୁଁ ନିଶ୍ଚୟ ପଢ଼ାପଢ଼ି ଆରମ୍ଭ କରିଦେବି । ଧୀରେ ଧୀରେ ପରୀକ୍ଷା ଆସିଯାଏ, ସେତେବେଳେ ଭାବୁ ଏବେ ଢ଼େର ରାତି ପର୍ଯ୍ୟନ୍ତ ପଢ଼ି, କୋର୍ସ ଶେଷ କରିବାକୁ ପଡିବ । ରାତିରେ ନିଦ ଆସିଲା ବେଳେ ଭାବେ, କାଲି ସକାଳୁ ଜଲଦି ଉଠି ପଢ଼ିବସିବି । ମା’କୁ ବି କହିଦିଏ ଯେ ମା କାଲି ସକାଳୁ ଉଠାଇଦେବ, ମୋର ବହୁତ ପଢ଼ାପଢ଼ି ଅଛି । ଆମେ ନିଜେ ନିଜର ସମୟ ନିର୍ଘଣ୍ଟକୁ ଏମିତି ବଦଳେଇ ଚାଲିଥାଏ ଏବଂ ନିଜକୁ ତା ସହ ଖାପ ଖୁଆଇ ଚାଲିଥାଏ । ସବୁବେଳେ ନୂଆ ନୂଆ ମାର୍ଗ ଖୋଜି ଚାଲିଥାଏ । ଏହା କଣ ଆବଶ୍ୟକ ନୁହେଁ ଯେ ଖେଳକୁଦ ଆଶା ଆକାଂକ୍ଷା ହାସଲ ଲାଗି ଆମକୁ ଏପରି ଏକ ସଂସ୍ଥାଗତ ବ୍ୟବସ୍ଥା କରିବା ଦରକାର । ଲଗାତାର ଆମର ଖେଳାଳୀମାନଙ୍କୁ ଏଭଳି ସୁଯୋଗ ମିଳିବା ଆବଶ୍ୟକ । ତାହା ତହସିଲ ସ୍ତରରେ ହୋଇଥାଉ, ଜିଲ୍ଲାସ୍ତରରେ ହୋଇଥାଉ, ସ୍କୁଲ, ଜଲେଜ ସ୍ତରରେ ହୋଇଥାଉ, ଯେଉଁ ପର୍ଯ୍ୟନ୍ତ ଏଭଳି ଖେଳକୁଦ ନିରନ୍ତର ଭାବେ ଜାରି ନରହିବ, ଖେଳାଳୀ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବେନାହିଁ । ଆମେ କେବଳ ଭିତ୍ତିଭୂମି ପ୍ରସ୍ତୁତ କରିଦେବା, ଏହା ଦ୍ୱାରା ହିଁ ଅନେକ ପରିବାର ସଚେତନ ହୋଇଯିବେ, କେହି କେହି ଖେଳାଳୀ ହେବେ, ଯିଏ ନିଜର ଅଜ୍ଞାତ ଜୀବନ ବଞ୍ଚୁଛି । ସୁଯୋଗ ମିଳିବା ମାତ୍ରେ ଆଗକୁ ବଢ଼ିପାରିବ । କିନ୍ତୁ ଗୋଟିଏ ରାଷ୍ଟ୍ରରେ ଯେତେବେଳେ ଏପରି ଏକ ବାତାବରଣ ଆମେ ସୃଷ୍ଟି ନ କରିଛେ, ତା ହେଲେ ଆମକୁ ଭଲ ଲୋକ କଦାପି ମିଳିବେ ନାହିଁ । କ୍ରିକେଟରେ ଏପରି ବାତାବରଣ କିଛି ମାତ୍ରାରେ ସୃଷ୍ଟି ହୋଇପାରିଛି । ପ୍ରତ୍ୟେକ ଗଳି ଓ ମହଲାରେ ଲୋକ କ୍ରିକେଟ ଖେଳୁଛନ୍ତି, ଛୋଟ ବଡ ମ୍ୟାଚ ଚାଲିଥାଏ, ତା’ରି ଭିତରୁ ଖେଳାଳୀମାନେ ବାହାରିଥାନ୍ତି ଏବଂ ବହୁତ ବଡ ମେକାନିଜମ ମୁଣ୍ଡ ଟେକିପାରିଛି । କିନ୍ତୁ ଦେଖିବାକୁ ହେବ ଯେ ଆମ ଦେଶରେ କ୍ରିକେଟ ଅତିରିକ୍ତ ଆହୁରି ଅନେକ କୌଶଳ ଅଛି, ସାମର୍ଥ୍ୟବାନ ଲୋକ ଅଛନ୍ତି ଏବଂ ଶାରୀରିକ ସାମର୍ଥ୍ୟର ସହ ଅନ୍ତରାଷ୍ଟ୍ରୀୟ ଖେଳଜଗତରେ ପ୍ରତିଭାର ବି ସେତିକି ମହତ୍ତ୍ଵ ରହିଛି । ଏହି ସବୁ ନୀତି ନିୟମ ମଧ୍ୟରେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ।

ଆମେ ଏହିସବୁ କଥା ଉପରେ ଯେତେ ସମ୍ଭବ ଆଲୋଚନା କରି କୌଣସି ନିର୍ଣ୍ଣୟରେ ପହଂଚିପାରିବା, କୌଣସି ଯୋଜନା ପ୍ରସ୍ତୁତ କରିବା, ଏହାର ପରିଣାମ ମିଳିବା ଆରମ୍ଭ କରିବାର ଆମେ ଲକ୍ଷ୍ୟ କରିପାରିବା ।

 

ସାରା ବିଶ୍ୱରେ କ୍ରୀଡା କମ ମାତ୍ରାରେ ସରକାରୀ କାର୍ଯ୍ୟକ୍ରମ ଭାବେ ଆୟୋଜିତ ହୋଇଥାଏ । ଏହା ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିଛି । ଔଦ୍ୟୋଗିକ ସଂସ୍ଥା ସବୁ ସେପରି କାର୍ଯ୍ୟକ୍ରମ ସହ ଯୋଡିହୋଇ ରହିଛନ୍ତି । ଗୋଟିଏ ଗୋଟିଏ କ୍ରୀଡା ସହ ଗୋଟିଏ ଗୋଟିଏ ରାଜ୍ୟ ନିଜକୁ ମିଳାଇ କରି ସେଥିରୁ ଫାଇଦା ଉଠାଇପାରିବେ ।

ଆମେ କଣ କେବେ ଆମ ନିଜ ରାଜ୍ୟ ଭିତରେ ନିରୀକ୍ଷଣ କରିଛେ ଯେ ଗୋଟିଏ ଅଧେ ଏପରି ଜିଲ୍ଲା ରହିଛି ଯେଉଁଠି ଭଲ ଫୁଟବଲ ଖେଳ ହେଉଛି । କେଉଁଠି ଗୋଟିଏ ଜିଲ୍ଲା ଅଛି ଯେଉଁଠି ପିଲାମାନେ ଭଲିବଲ ବଢ଼ିଆ ଖେଳୁଛନ୍ତି । ଆଉ କେଉଁ ଜିଲ୍ଲା ଅଛି, ଯେଉଁଠି ତୀରନ୍ଦାଜ(ତୀରଚାଳନା)ରେ ପିଲାମାନେ ଖୁବ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ଯେ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଆମେ ଏଭଳି ଚିହ୍ନଟ ନ କରିଛେ ସେତେ ପର୍ଯ୍ୟନ୍ତ ଆମ ନିକଟରେ କି ପ୍ରକାର ସାଧାନ ରହିଛି, କି କି ଖେଳରେ ଆମର ପାରଦର୍ଶିତା ଅଛି, ଆମ ନିକଟରେ କି କି ଖେଳ ପାଇଁ ଭଲ ପ୍ରଶିକ୍ଷକ ଅଛନ୍ତି ଏବଂ ସେ କ୍ଷେତ୍ରରେ ଆମେ ଖେଳାଳୀମାନେ କିପରି ପ୍ରସ୍ତୁତ ହେଉଛନ୍ତି, ତାହା ଆମେ ଭାରତ ଭିତରେ ସବୁ ଲୋକ ସବୁ ପ୍ରକାର ଖେଳ ଖେଳୁଥିବା ସତ ହେଲେ କେଉଁଠି କିଛି ସୁଫଳ ମିଳିବ ନାହିଁ । ତେଣୁ ଏଭଳି ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ଆମ ଯୁବଶକ୍ତିଙ୍କୁ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ କିପରି ଉପଯୋଗ କରାଯାଇପାରିବ । ଆମେମାନେ କଣ ଏ ଦିଗରେ କେବେ ଚିନ୍ତା କରିଦେଖିଛେ ? ଉତ୍ତମ ବିତର୍କ, ଉତ୍ତର ନେତୃତ୍ଵ ଗୁଣ, ଗାଁ ମାନଙ୍କର ସମସ୍ୟାଗୁଡିକୁ ବୁଝିବାରେ ଆମ ଯୁବଶକ୍ତିଙ୍କୁ କିପରି ଉପଯୋଗ କରାଯାଇପାରିବ ସେ ଦିଗରେ ପ୍ରୟାସ କରିବାକୁ ପଡିବ । ଆଜି ଦେଶରେ “ଡିଜିଟାଲ ଆନ୍ଦୋଳନ” ଜାରି ରହିଛି । ଯୁବ ସମାଜ ଖୁବ ଦ୍ରୁତଗତିରେ ଏହିସବୁ କଥାକୁ ଗ୍ରହଣ କରିବା ଭଳି ମାନସିକତା ପୋଷଣ କରିଛନ୍ତି । ଆମର ଯେତେବେଳେ ଯୁବକଙ୍କ ସହ ଯୋଡି ହୋଇ ରହିଥିବା ଯେତେଯେତେ ବ୍ୟବସ୍ଥା ରହିଛି, ସଂଗଠନ ଅଛି, ସରକାରୀ ବ୍ୟବସ୍ଥା ରହିଛି, ଆମେ କଣ ଏହିଭଳି କାର୍ଯ୍ୟରେ ସେ ସବୁକୁ ଲଗାଇ ପାରିବା ? ଆପଣମାନେ ଦେଖିଥିବେ ସ୍ୱଚ୍ଛ ଭାରତ ଅଭିଯାନ କଥା । ଅନେକ ରାଜ୍ୟର ଅନେକ ସହରରେ ଯୁବ ସଂଗଠନମାନେ ନିଜ ନିଜ ଉଦ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଏତେ ଶକ୍ତି ପ୍ରଦାନ କରିଛନ୍ତି, ଏତେ ପ୍ରତିଷ୍ଠା ପ୍ରଦାନ କରିଛନ୍ତି ଯେ ଏହାର ଏକ ସୃଜନଶୀଳତାକୁ ଉଚିତ ମାର୍ଗରେ ପରିଚାଳିତ କରିବା ସକାଶେ ସେମାନଙ୍କୁ ଅନୁପ୍ରାଣିତ କରିବା ଲାଗି ଗୋଟିଏ ବଡ ଅବସର ମିଳିଛି ।

ଆପଣମାନେ ଲକ୍ଷ୍ୟ କରିଥିବେ, ନିକଟରେ ଅନେକ ରେଳଷ୍ଟେସନରେ ସ୍ଥାନୀୟ ଲୋକମାନେ, ସ୍ଥାନୀୟ କଳାକାର ଯୁବକମାନେ ମିଶି ସୁଶୋଭିତ କରିଛନ୍ତି । ଏବେ ପୂର୍ବରୁ ଥିବା ରେଳଷ୍ଟେସନ ଏବଂ ଆଜିର ଯୁଗର ଲୋକମାନେ ଏକତ୍ର ମିଶିଯାଇଛନ୍ତି । ରେଳ ବିଭାଗକୁ ଏଥିଲାଗି କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡିନାହିଁ । ସେ ଲୋକମାନେ ନିଜର ରଙ୍ଗ ଓ ତୁଳୀ ଧରି ଆସିଲେ ଓ ସେମାନଙ୍କ ପାଖରେ ନିଜସ୍ୱ ଜ୍ଞାନକୌଶଳ ରହିଥିଲା । ସେମାନେ ନିଜ ରେଳଷ୍ଟେସନକୁ ନିଜ ଗାଁର ପରିଚୟ ପ୍ରଦାନ କରିଛନ୍ତି । ଏବେ ସେଠାକୁ ଯେଉଁ ଯାତ୍ରୀମାନେ ଆସୁଛନ୍ତି ତ ସେମାନେ ରେଳଷ୍ଟେସନକୁ ସମ୍ପୂର୍ଣ୍ଣ ଭାବେ ଦେଖିକରି ଯାଉଛନ୍ତି । ଆମେ ଆମର ଯୁବଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ କିପରି ଭାବେ ନିୟୋଜିତ କରିବା । ସେମାନଙ୍କ ସାମର୍ଥ୍ୟକୁ କିପରି ଉପଯୋଗ କରିବା । ଏ ଦିଗରେ ଆମମାନଙ୍କୁ ନିରନ୍ତର ଚିନ୍ତା କରିବାକୁ ପଡିବ । ଏଥିପାଇଁ ନୂଆ ନୂଆ ଯୋଜନାର ପରିକଳ୍ପନା କରିବାକୁ ହେବ ।

ଆମ ନିକଟରେ NSS, NCC ଭଳି ବ୍ୟବସ୍ଥା ରହିଛି । ଏହାବାଦ ସାହସିକ କାର୍ଯ୍ୟରେ ଆମ ଦେଶର ଯୁବବର୍ଗ କାହିଁକି ପଛରେ ପଡିରହିବେ ? ସାହସପୂଣ୍ଣ ଜୀବନ ବଞ୍ଚିବା ଲାଗି ସେମାନଙ୍କ ମନରେ କାହିଁକି ଇଚ୍ଛା ଜାଗ୍ରତ ନହେବ ? ସେମାନେ ନିଜର କିଛି ସମୟ, ଛୁଟିର କିଛି ସମୟ କାହିଁକି ସେଠାରେ ବିତାଇବେ ନାହିଁ ? ବେଳେବେଳେ ଆମେ ଦେଖିଥାଏ ଯେ ଆମ ଦେଶରେ ଶ୍ରମପ୍ରତି ଏପରି ଏକ ଚିନ୍ତନ ଜାଗ୍ରତ ହୋଇଥାଏ ଯେ ବଡ ଚାକିରି (White Colour Job)ହିଁ କେବଳ ଭଲ କାମ, ଆଉସବୁ କାର୍ଯ୍ୟ ବେକାର । ବାହାର ଦୁନିଆକୁ ଯେତେବେଳେ ଆମ ପିଲାମାନେ ଯାଉଛନ୍ତି, ସେତେବେଳେ ଶନିବାର ଓ ରବିବାର ଦିନ ସେମାନଙ୍କୁ ହୋଟେଲରେ କାମ କରିବାକୁ ମନରେ କଦାପି ସଂକୋଚ ଭାବ ଆସୁନାହିଁ । କାରଣ ସେମାନେ ସେଠାକାର ସଂସ୍କୃତିକୁ ଦେଖୁଛନ୍ତି ।

ଭାରତର ଯୁବବର୍ଗଙ୍କ ମନରେ ବି କର୍ମ ପ୍ରତି ନିଷ୍ଠା ଆସିବା ଉଚିତ । ହାତରେ କରାଯାଉଥିବା କାମ ଖରାପ ନୁହେଁ । ନିଜ ହାତରେ ପାଣି ନେଇ ପିଇବା ଖରାପ କାମ ନୁହେଁ । ଏଭଳି ସଂସ୍କାର ଓ ପରମ୍ପରାର ଆମେ କିପରି ବିକାଶ ଘଟାଇ ପାରିବା । ଆମର ଏଇ ଯେଉଁ ଛୋଟମୋଟ ସଂଗଠନ କାମ କରୁଛନ୍ତି, ସେମାନେ ଏଭଳି ପରିବର୍ତ୍ତନ ଆଣିପାରିବେ କି, ଏଇ ଦିଗରେ ପ୍ରୟାସ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଆମର ସାଂସ୍କୃତିକ ବୈଭବ ଅମୂଲ୍ୟ । ଆମେ ସଂସାର ଉପରେ ପ୍ରଭାବ ବିସ୍ତାର କରିପାରିବା ଏପରି ସାଂସ୍କୃତିକ ସମ୍ପଦ ଆମ ନିକଟରେ ମହଜୁଦ ରହିଛି । କିନ୍ତୁ ଆମେ ଯେଉଁ ଢ଼ଙ୍ଗରେ ବିଶ୍ୱ ସମ୍ମୁଖରେ ଏହାକୁ ଉପସ୍ଥାପନ କରିବା ଉଚିତ, ତାହା କରିପାରୁନାହୁଁ କି ନେଇପାରୁନାହୁଁ । କାରଣ ଆମେ ଆମ ଭିତରେ ଥିବା ବିଶ୍ୱାସକୁ ଯାହାର ନିଜ ପୂର୍ବଜଙ୍କୁ ନେଇ, ନିଜର ପ୍ରାଚୀନ ପରମ୍ପରାକୁ ନେଇ, ନିଜର ସଂସ୍କୃତିକୁ ନେଇ, ସାଂସ୍କୃତିକ ବୈଭବକୁ ନେଇ ଗର୍ବ କରାଯିବନାହିଁ । ଯଦି ଏହାକୁ ନେଇ ଆମ ମନରେ ଗର୍ବ ଜାତ ନହେବ, ତାହେଲେ ଆମେ ଦୁନିଆକୁ କଣ ଦେଖାଇବା ? ଆମ ନିକଟରେ ଯାହା ଅଛି, ସେଥିପ୍ରତି ଗର୍ବ କରିବାର ଭାବ, ତାହା ଆମ ଶିକ୍ଷାଦୀକ୍ଷାର ଅଂଶବିଶେଷ, ଆମ ଯୁବପ୍ରବୃତ୍ତିର ଅଂଶବିଶେଷ ଏବଂ ଆମର ସାଂସ୍କୃତିକ ବୈଭବକୁ ବିଶ୍ୱ ସମ୍ମୁଖରେ ଏକ ଅଭିନବ ସମ୍ପଦ ରୂପରେ ରଖିବାକୁ ଆମେ ନିରନ୍ତର ପ୍ରୟାସ ଜାରି ରଖିବା ବାଞ୍ଛନୀୟ । କେବଳ କିଛି କଳା ମଣ୍ଡଳ, ସେସବୁ ସେମାନଙ୍କ କାମ, ଏପରି ଚିନ୍ତାଧାରା ଯଦି ଆମ ମନରେ ରହେ, ତେବେ କଦାଚିତ ଚଳିବ ନାହିଁ । ଏହା ସମଗ୍ର ସମାଜର ଅଂଶବିଶେଷ ହେବା ବାଞ୍ଛନୀୟ । ଯଦି ଏହାକୁ ଆମେ ସମାଜର ଅଙ୍ଗ ଭାବେ ଆଗକୁ ଅଗ୍ରସର ହେବା, ତା ହେଲେ ଅବଶ୍ୟ ଏହାର ଏକ ଭିନ୍ନ ପରିଣାମ ମିଳିବ ଏବଂ ଏ ଦିଗରେ ଆମକୁ ପ୍ରୟାସ ଜାରି ରଖିବାକୁ ପଡିବ ।

ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଙ୍କ ନିକଟରେ, ଯଦି ସେମାନେ ଆଜି ପର୍ଯ୍ୟଟନ କ୍ଷେତ୍ରରେ ପ୍ରଗତି କରୁଛନ୍ତି, ତା ହେଲେ କୃତ୍ରିମ ଅବସର ବିନୋଦନ ପାଇଁ ସେମାନଙ୍କୁ ଢାଞ୍ଚାଗତ ବିକାଶ କରିବାକୁ ପଡିଛି । ଯେଉଁଠି ମନୋରଂଜନର ସୁବିଧା ରହିଛି, ଲୋକମାନେ ବାହାରୁ ଆସୁଛନ୍ତି, ରହୁଛନ୍ତି, ଟେକ୍ନୋଲଜିର ଉପଯୋଗ କରୁଛନ୍ତି । ଆମେ ସେଇ ଲୋକ, ଯାହାଙ୍କ ନିକଟରେ ହଜାର ହଜାର ବର୍ଷର ପ୍ରାଚୀନ ବସ୍ତୁ, ଐତିହ୍ୟ ଉପଲବ୍ଧ ଏବଂ ବିଶ୍ୱର ଏକ ବହୁତ ବଡ ବର୍ଗଙ୍କର ଏଥିପ୍ରତି ଗଭୀର ରୁଚି ରହିଛି । କିନ୍ତୁ ତାହା ସେତିକି ବେଳେ ସମ୍ଭବ ହେବ, ଯେତେବେଳେ ଆମର ସାଂସ୍କୃତିକ ବୈଭବ ସମ୍ପର୍କରେ ସମଗ୍ର ଦୁନିଆକୁ ଆମେ ଗୌରବର ସହ କହିପାରିବା । ଆମେ ଯେତିକି ଗର୍ବର ସହ ତାଜମହଲର ଚର୍ଚ୍ଚା କରିବା, ସେତିକି ଗୌରବରେ ଏହାର ଆକାର ପ୍ରକାର, ଏପରିକି ଆମର ସଂଗୀତର ଉଦାହରଣ ବି ନିଆଯାଇପାରେ, ଆମ ଅନ୍ୟ ବାଦ୍ୟକଳାକୁ ନିଆଯାଇପାରେ, ବାଦ୍ୟ ପରମ୍ପରାକୁ ବି ନିଆଯାଇପାରେ, ଆମ ସଂଗୀତର ରାଗ-ରାଗିଣୀକୁ ନିଆଯାଇପାରେ । ଏହା ଦୁନିଆ ପାଇଁ ଅମୂଲ୍ୟ ସମ୍ପଦ । ଅର୍ଥାତ, ଆମେ କେଉଁ ପ୍ରକାରେ ଆମର ଐତିହ୍ୟକୁ, ଖାଦ୍ୟ-ପାନୀୟକୁ, ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିବା । କେହି କେବେ କଳ୍ପନା କରିପାରିବ ଯେ ଭାରତରେ କେତେ ପ୍ରକାରର ଖାଦ୍ୟପେୟ ରହିଛି । ଆମେ ସମସ୍ତେ ଏଇ ମହାନ ଦେଶ ହିନ୍ଦୁସ୍ତାନରେ ଜନ୍ମ ନେଇଛେ ଯଦି ଆମେ ପ୍ରତିଦିନ ଗୋଟିଏ ଲେଖାଏଁ ନୂଆ ରାଜ୍ୟର ନୂଆ ଖାଦ୍ୟ ଖାଇବା ଢ଼ଙ୍ଗରେ ଖାଇବା ଆରମ୍ଭ କରିବା, ତା ହେଲେ ସମ୍ଭବତଃ ଆମର ଏଇ ଗୋଟିଏ ଜୀବନ ବି ପର୍ଯ୍ୟାପ୍ତ ହେବନାହିଁ । ଏତେ ବିବିଧତା ଆମ ଦେଶରେ ରହିଛି । ଏଭଳି ବିବିଧତାର ସହ ଆମେ ବିଶ୍ୱକୁ ନିଜର ପରିଚୟ କରାଇଛୁ । ଆମର ଦେଶ ଏପରି ନୁହେଁ ଯେ ଗୋଟିଏ କୋଣରେ ପିଜ୍ଜା-ହଟ ମିଳୁଥିବ 2000 କିମି ଦୂରରେ ତ ଆଉ ଗୋଟିଏ କୋଣରେ ବି ସେଇ ଏକ ପ୍ରକାର ପିଜ୍ଜା-ହଟ ମିଳୁଥିବ । ଗୋଟିଏ କୋଣରେ ଯେଉଁ ପ୍ରକାର ପିଜ୍ଜା-ହଟ ପ୍ରସ୍ତୁତ ହୁଏ, ଅନ୍ୟ ଗୋଟିଏ କୋଣରେ ଠିକ ଅନୁରୂପ ଢ଼ଙ୍ଗରେ ତାହା ପ୍ରସ୍ତୁତ ହୋଇଥାଏ । ଯେଉଁ ଉପାଦାନରେ ଏଠାରେ ମିଳେ, ସେଇ ଉପାଦାନରେ ସେଠାରେ ବି ମିଳେ । ଏଠାରେ କିନ୍ତୁ ଦକ୍ଷିଣରୁ ଯଦି ଆରମ୍ଭ କରିବା ତେବେ ଚାଉଳରୁ ଆରମ୍ଭ କରି ଯେତେବେଳେ ଉପରକୁ ଯିବା ଚାଉଳ ସରିସରି ଆସିବ ଏବଂ ତା ସ୍ଥାନରେ ପହଂଚିବ ଗହମ । ଏପରି ବିବିଧତା ସବୁ ରହିଛି ଯାହାକୁ ଦୁନିଆ ସମ୍ମୁଖରେ ଉପସ୍ଥାପନ କରିବାର କ୍ଷମତା ଆମର ରହିଛି । କିନ୍ତୁ ଆମେ ଏ କଥା ଉପରେ ବିଶେଷ ଧ୍ୟାନ ଦେଇନାହୁଁ ଯେ ଆମ ନିକଟରେ କଣ ସବୁ ଉପଲବ୍ଧ ଅଛି । ପ୍ରତ୍ୟେକ ରାଜ୍ୟର କାହିଁକି ଗୋଟିଏ ନିଜସ୍ୱ ପରିଚୟ ନ ରହିବ ।

ଯେ ପର୍ଯ୍ୟନ୍ତ ଆମେ ଗୋଟିଏ ରାଜ୍ୟର ନିଜସ୍ୱ ପରିଚୟ ସୃଷ୍ଟି ନ କରିଛେ, ପୁଣି ରାଜ୍ୟ ଭିତରେ ବି ଏପରି କିଛି କିଛି ଇଲାକା ରହିଛି, ଯାହାର ପରିଚୟକୁ ଆମେ ଠିଆ କରାଇପାରିବା ଏବେ ଆପଣମାନେ ଯଦି ହିମାଚଳ ଯିବେ, ଏବଂ ସୋଲନ ଆଡକୁ ଅଗ୍ରସର ହେବେ, ତା ହେଲେ ସେଠାରେ ବୋର୍ଡ ଲାଗିଥିବାର ଦେଖିବାକୁ ପାଇବେ – ସୋଲନ ଅଭିମୁଖେ, ଏହା ଛତୁ ନଗରୀ । ମୁଁ ଯେତେବେଳେ ହିମାଚଳରେ କାମ କରୁଥିଲି, ସେତେବେଳେ ଠାରୁ ମୋର ଏ ଅନୁଭୂତି ଯେ ସେମାନେ ତାକୁ ଗୋଟିଏ Mushroom city “ଛତୁ ନଗରୀ” ଭାବେ ପରିଚିତ କରାଇଛନ୍ତି । ଯଦି ଆପଣ ସୁରଟ ଯିବେ, ଦେଖିବେ ସୁରଟ ଲୋକମାନେ ତାକୁ ସିଲ୍କ ସହର ଭାବେ ସୁପରିଚିତ କରାଇ ପାରିଛନ୍ତି ।

ଆମର ଏପରି ଯେଉଁସବୁ ବୈଭବ ରହିଛି, ସେ ସବୁକୁ ଖୁବ ଯତ୍ନର ସହ ଏକ ସ୍ୱତନ୍ତ୍ର ବ୍ରାଣ୍ଡିଂ, ନିଜ ଇଲାକାରେ ନିଜ ସହରର, ଆମେ ଏ ଦିଗରେ ସଚେତନ ଭାବେ ପ୍ରୟାସ କରୁନାହୁଁ । ଆପଣମାନେ ଏଠାରେ ବସି ସେ ସମ୍ପର୍କରେ ଚର୍ଚ୍ଚା କରିବେ, ହୋଇପାରେ ସେଥିରୁ କୌଣସି ନିର୍ଯ୍ୟାସ ବାହାରିପାରେ ।

ଆଜି ପର୍ଯ୍ୟଟନ ସମଗ୍ର ବିଶ୍ୱରେ ଖୁବ ତୀବ୍ର ଗତିରେ ଆଗକୁ ବଢ଼ିଚାଲିଥିବା ବ୍ୟବସାୟିକ କ୍ଷେତ୍ରରେ ପରିଣତ ହୋଇଛି । ସବୁଠାରୁ ଦ୍ରୁତ ଗତିରେ ଏହାର ବିକାଶ ହୋଇଚାଲିଛି । ସମଗ୍ର ପୃଥିବୀରେ ମଧ୍ୟମ ବର୍ଗ, ଉଚ୍ଚ ମଧ୍ୟମ ବର୍ଗଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଉଚ୍ଚ ମଧ୍ୟ ବର୍ଗ ଓ ମଧ୍ୟମ ବର୍ଗର ଲୋକ ନିଜ ଉପାର୍ଜିତ ଧନକୁ ବାହାରକୁ ଯାଇ ଖର୍ଚ୍ଚ କରିବାକୁ ଆଗଭର ହେଉଛନ୍ତି । ଭାରତ ଭଳି ଦେଶ, ବିଶ୍ୱ ପର୍ଯ୍ୟଟନକୁ ଆମେ ଆମ ଲକ୍ଷ୍ୟ ସ୍ଥଳ ଭାବେ ଚିନ୍ତା କରିପାରବା କି ? ସଂସାରକୁ କଣ ଦରକାର, ଆମ ଦେଶର କେଉଁ କ୍ଷେତ୍ରରେ କଣ ସବୁ ଉପଲବ୍ଧ, ଆମେ କେବେ ବିଶ୍ୱର 50 ଟି ରାଷ୍ଟ୍ରର ପର୍ଯ୍ୟଟକଙ୍କ ମାନସିକତା କଣ, ରୁଚି କଣ, ସେ ବିଷୟରେ ବିଶ୍ଳେଷଣ କରିଛେ ? ଯଦି ୟୁରୋପୀୟ ପର୍ଯ୍ୟଟକ ହୋଇଥିବେ, ତେବେ ସେମାନଙ୍କର ପସନ୍ଦ ଏଇ ଏଇ ସ୍ଥାନକୁ ବୁଲିଦେଖିବା, ସେମାନଙ୍କର ସଉକ ଏଇଆ ହୋଇଥିବ… ଭାରତର ଏ କୋଣରେ ଯେଉଁସବୁ କଥା ଉପଲବ୍ଧ ୟୁରୋପୀୟ ପର୍ଯ୍ୟଟକମାନଙ୍କୁ ସେସବୁ ଦେଖାଇ ଆକର୍ଷିତ କରାଇପାରିବା । ଏଇ ଦୁଇଟି କଥାକୁ ଯୋଡିବାକୁ ପଡିବ । ଆମେ ନା ଆମର ଉପଲବ୍ଧ ସମ୍ଭାବ୍ୟ ସାମର୍ଥ୍ୟକୁ ନିରୀକ୍ଷଣ କରିଛେ, ନା ବିଶ୍ୱର ପର୍ଯ୍ୟଟକମାନଙ୍କର କଣ କଣ ପସନ୍ଦ ତାହା ଆମେ ଆକଳନ କରିଛେ । ବିଶ୍ୱର ପ୍ରତ୍ୟେକ ବର୍ଗର ଲୋକଙ୍କର କିଛି ନା କିଛି ରୁଚି ରହିଛି । ଯେ ପର୍ଯ୍ୟନ୍ତ ସେମାନେ ନିଜ ରୁଚିରେ ବସ୍ତୁ ନପାଇଛନ୍ତି, ସେମାନେ କେବେ ସନ୍ତୁଷ୍ଟ ହେବେନାହିଁ । ସୁନ୍ଦର ପକ୍ଷୀ ଦେଖାଳୀ (Bird watchers), ସେମାନେ ହେଲେ ବିଶ୍ୱର ସବୁଠାରୁ ଅଧିକ ଅର୍ଥବ୍ୟୟ କରୁଥିବା ପର୍ଯ୍ୟଟକ । ସେମାନେ ଯେଉଁଠାକୁ ଯିବେ, ନିଜ କ୍ୟାମେରାଟି ଧରି ସେଠାରେ ମାସ ମାସ ଧରି ପଡିରହିବେ । ଗୋଟିଏ ଗୋଟିଏ ପକ୍ଷୀ ପଛରେ ପଡିଥିବେ ଯେ ପଡିଥିବେ । ସେମାନେ ସବୁଠୁ ଅଧିକ ଅର୍ଥ ଖର୍ଚ୍ଚ କରିଥାନ୍ତି । ଆମ ନିକଟରେ ଏସବୁ ଚିହ୍ନଟ କରିବାର ଦକ୍ଷତା ଅଛି କି ?

ଯଦି ଏଭଳି ପ୍ରକାର ପକ୍ଷୀ ଦେଖିବାକୁ ଚାହୁଁଛନ୍ତି ତ ଏ ରାଜ୍ୟକୁ ଯାଆନ୍ତୁ, ଏମିତିକା ଜଳାଶୟ ନିକଟକୁ ଯାଆନ୍ତୁ, ଏଭଳି ପାଗ ବେଳେ ଯାଆନ୍ତୁ, ବିଶ୍ୱରେ ଯେଉଁ Bird Watchers କ୍ଲବମାନ ରହିଛି । ସେମାନଙ୍କୁ ଏ ବିଷୟରେ ସବୁ ପ୍ରକାର ତଥ୍ୟ ଜଣା । ସେମାନଙ୍କୁ ଜଣା ଯେ ଭାରତର କେଉଁ କୋଣରେ କି କି ପ୍ରକାର ପକ୍ଷୀ ସବୁ ଦେଖାଯାନ୍ତି । ସେମାନଙ୍କ ପାଇଁ ଏଠାରେ ସ୍ଥାନ ରହିଛି । ଆମେ ଏହି ଦୁଇଟି ତଥ୍ୟକୁ କେବେ ସଂଯୋଗ କରିବାର ଉଦ୍ୟମ କରିଛେ ? ଯଦି ଥରେ ସେ ବିଷୟରେ ଜଣାପଡିଗଲା, ଯେ ଭାଇ, ଭାରତ ଭିତରେ ଏଇ ଏଇ ଚାରିଶହ ସ୍ଥାନ ରହିଛି ଯାହା Bird Watchersଙ୍କ ପାଇଁ ଉତ୍ତମ ଗନ୍ତବ୍ୟସ୍ଥଳ ପାଲଟି ପାରିବ, ତା ହେଲେ ସେମାନେ ଏଠାକୁ ଆସିବାକୁ ଆଗ୍ରହୀ ହେବେ । ପୁଣି Bird Watchersଙ୍କ ସକାଶେ କି କି ପ୍ରକାର ସାଧନ ଆବଶ୍ୟକ, କି କି ପ୍ରକାର ସୁବିଧାସୁଯୋଗ ଉପଲବ୍ଧ ହେବା ଜରୁରୀ । ଆମେ ଏଭଳି ଲକ୍ଷଭିତ୍ତିକ ବିକାଶ ବିଷୟରେ ପ୍ରୟାସ କରିବା, ତା ହେଲେ କମ ଖର୍ଚ୍ଚରେ ଏଥିରୁ ଅଧିକ ସୁଫଳ ଅର୍ଜନ କରାଯାଇପାରିବ । ଆମକୁ ଏଭଳି ବ୍ୟବସାୟ ବିକାଶ ଘଟାଇବାକୁ ପଡିବ ।

ଆପଣମାନେ ଲକ୍ଷ୍ୟ କରିଥିବେ, ଯେଉଁମାନେ ଏଇ ଅଳ୍ପ ସମୟ ପୂର୍ବରୁ ପହଂଚିଥିବେ, ସେମାନେ ହୁଏତ ଦେଖିନଥିବେ । କିନ୍ତୁ, ଯେଉଁମାନେ କାଲି ଆସିଥିବେ, ସକାଳେ ପହଂଚିଥିବେ ସେମାନେ ଅବଶ୍ୟ ଦେଖିଥିବେ ଯେ ଏଇ ମରୁ ଅଞ୍ଚଳରେ କେତେ ବିଶାଳ ପର୍ଯ୍ୟଟନ ସ୍ଥଳୀ ଠିଆ କରାଯାଇପାରିବ । ଏହା ଏକ କାର୍ଯ୍ୟଶାଳା । ଏହି କର୍ମଶାଳାକୁ କଚ୍ଛର ମରୁଭୂମିରେ ଆୟୋଜନ କରାଯିବା ପଛରେ ଥିବା କାରଣଟି ହେଲା, ଥରେ ଆମେ ଦେଖିପାରିବା ଯେ ଯଦି ପ୍ରୟାସ କରାଯାଏ, ତା ହେଲେ କି କି ପ୍ରକାର ବସ୍ତୁକୁ ଆମେ ଲୋକମାନଙ୍କ ନିକଟରେ ପହଂଚାଇ ପାରିବା । ଯେଉଁମାନେ କଚ୍ଛ ଅଞ୍ଚଳରେ ବସବାସ କରୁଛନ୍ତି ସେମାନେ ବି ଜାଣିନଥିଲେ ଯେ ସେମାନଙ୍କ ନିକଟରେ ଏତେ ବିସ୍ତୀର୍ଣ୍ଣ ଶ୍ୱେତ ମରୁକ୍ଷେତ୍ର ରହିଛି । ଯେତେବେଳେ ଏଠାରେ କଚ୍ଛ ରଣୋତ୍ସବ ଆରମ୍ଭ ହେଲା, ସେତେବେଳେ ଆପେ ଆପେ ଗୋଟିଏ ଗୋଟିଏ ଜିଲ୍ଲାରେ 50 ରୁ 100 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ହେଲା । ହସ୍ତକଳା ସାମଗ୍ରୀ ବିକ୍ରୟ ହେଲା । ଆପଣମାନେ ଲକ୍ଷ୍ୟ କରନ୍ତୁ, ଗୋଟିଏ ବ୍ୟବସ୍ଥା ଠିଆ କରାଇଦେଲେ ସାରା ସଂସାରର ପର୍ଯ୍ୟଟକମାନଙ୍କୁ କିପରି ଆକର୍ଷିତ କରାଯାଇପାରେ । ଆପଣମାନେ ସ୍ୱୟଂ ଆଜି ତାହା ଦେଖିପାରୁଛନ୍ତି ।

ଆମେ ଦେଖୁଛେ ଯେ ଆମର ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି, କିନ୍ତୁ ଏହା ଉପରେ କେଉଁ ଭାଷାରେ ବୋର୍ଡ ରହିବ, ଆମ ପାଖରେ କିଛି ବ୍ୟବସ୍ଥା ନାହିଁ । ଯଦି ଗୋଆକୁ ଅଧିକ ସଂଖ୍ୟକ ରୁଷୀୟ ପର୍ଯ୍ୟଟକ ଆସୁଛନ୍ତି, ତା ହେଲେ ଗୋଆର ବ୍ୟବସାୟୀମାନଙ୍କୁ ରୁଷୀୟ ଭାଷା ଶିଖିବାକୁ ଇଚ୍ଛା ହେଉଛି । ଆପଣମାନେ ଦେଖୁଥିବେ ଗୋଆର ଛୋଟଛୋଟ ବ୍ୟବସାୟୀମାନେ ଛୋଟ ମୋଟ ରୁଷୀୟ ଭାଷା ଶିଖି ପାରୁଛନ୍ତି । କାହିଁକି ? କାରଣ, ଯେତେବେଳେ ଅଧିକ ସଂଖ୍ୟକ ରୁଷୀୟ ପର୍ଯ୍ୟଟକ ଆସିବା ଆରମ୍ଭ କଲେ ସେମାନଙ୍କୁ ଲାଗିଲା ଯେ ଏବେ ଆମକୁ ଏ ଭାଷା ଶିଖିବା ଦରକାର । କିନ୍ତୁ ଆମେ ଏ ଦିଗରେ ପ୍ରୟାସ କରିଛୁ କି ? ଯଦି କୁଲ୍ଲୁ-ମନାଲୀକୁ ଅଧିକ ସଂଖ୍ୟକ ୟୁରୋପୀୟ ପର୍ଯ୍ୟଟକ ଆସୁଛନ୍ତି ତେବେ ୟୁରୋପୀୟ ଭାଷାରେ ସେଠାରେ ନାମ ଫଳକ ଲଗାଯାଇଛି କି ? ଏସବୁ କଥା ଆମେ ଯତ୍ନର ସହ କରିନାହୁଁ ଏବଂ ଏହାର ପରିଣାମ ଏଇଆ ହେବ ଯେ ଆମେ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରିପାରିନାହୁଁ । ଏବଂ ପରିଣାମତଃ ଆମକୁ ଯେଉଁ ଲାଭ ମିଳିବା କଥା ତାହା ମିଳିପାରୁନାହିଁ ।
ଆପଣମାନେ କଚ୍ଛରେ ଏବେ ଅଛନ୍ତି, ସେଠାରୁ ପ୍ରାୟ ଦୁଇ ବା ଅଢ଼େଇ ଶହ କିଲୋମିଟର ଦୂରରେ ଧୋଲାବିରା । ଏହା ପାଞ୍ଚହଜାର ବର୍ଷ ପୂର୍ବର ଏକ ନଗରରଚନା, ଯାହା ମହେଞ୍ଜୋଦାରୋ ସଭ୍ୟତା କାଳର । ଯଦି ଆପଣମାନେ କଚ୍ଛଠାରୁ ଧୋଲାବିରା ଯିବାର କାର୍ଯ୍ୟକ୍ରମ କରିବେ, ତେବେ ଦେଖିବେ ଯେ ପାଞ୍ଚହଜାର ବର୍ଷ ପୂର୍ବରୁ ବି ସେଠାରେ ବର୍ଣ୍ଣନା ଫଳକମାନ ଥିଲା । ଏ ଦିଗକୁ ଗଲେ ଏଇ ଏଇ ସ୍ଥାନ ପଡିବ, 500 ମିଟର ପରେ ଏ ସ୍ଥାନ ରହିଛି, ବାମ ପାଶ୍ୱର୍କୁ ଗଲେ ସେସବୁ ବର୍ଣ୍ଣନା/ଚିହ୍ନ ରହିଛି । ଏହାର ଅର୍ଥ ହେଲା ପାଞ୍ଚହଜାର ବର୍ଷ ପୂର୍ବେ ଧୋଲାବିରାକୁ ବାହାର ଲୋକମାନଙ୍କ ଆତଯାତ ଅଧିକ ମାତ୍ରାରେ ହେଉଥିଲା । ତା ହେଲେ ଯାଇ ବର୍ଣ୍ଣନା ଫଳକର ଆବଶ୍ୟକତା ପଡିଥିବ ଏବଂ ତାହା ସାରା ସଂସାରର ସର୍ବପ୍ରଥମ ବର୍ଣ୍ଣନା ଚିହ୍ନ/ଫଳକ ବ୍ୟବସ୍ଥା ଭାବେ ସ୍ୱୀକୃତ । ଆମେ କେବେ ଚିନ୍ତା କରିଛେ କି ଆମର ପର୍ଯ୍ୟଟକ ଗନ୍ତବ୍ୟ ସ୍ଥଳର ଫଳକରେ କିଛି ଜିନିଷ ସମାନ ହୋଇପାରିବ ? ଏହାଦ୍ୱାରା ଯେଉଁମାନେ ବାହାରୁ ଆସିବେ ସେମାନଙ୍କୁ ଲାଗିବ ଯେ ହଁ, ହଁ, ଏଠାରେ ଏକଥା ଲେଖାହୋଇଛି, ଅର୍ଥ ଏ ସବୁ କଥା ରହିଛି । ମୋତେ ଏଠାରେ ଏସବୁ ସ୍ଥାନ ଦେଖିବାକୁ ମିଳିବ, ଏଇଆ ଏଇଆ ଉପଲବ୍ଧ ହେବ ।

ଆମେ ଆମର ପର୍ଯ୍ୟଟନକୁ ବୈଜ୍ଞାନିକ ପଦ୍ଧତିରେ ବିକାଶ ଘଟାଇବା ଲାଗି, ମୁଁ ଏଇ ଗୋଟିଏ ଛୋଟ ଉଦାହରଣ ଆପଣମାନଙ୍କୁ ଦେଲି । ତାର ଅର୍ଥ, ଆମ ମନକୁ ଏ ଧାରଣା ଆସିବ ଯେ ଆମ ପର୍ଯ୍ୟଟନକୁ ବିକାଶ ଘଟାଇବା ଲାଗି, ଏପରିକି ଆମର ସାହିତ୍ୟ କେଉଁ ଭାଷାରେ ଅଛି, ସେ ସବୁର ବିକାଶ କରିବା ଉଚିତ । ଯଦି ଆମର ଏହିସବୁ ପର୍ଯ୍ୟଟନ ସ୍ଥଳୀମାନଙ୍କୁ ଅଧିକ ସଂଖ୍ୟକ ଇଂରାଜୀ ଭାଷା କହୁଥିବା ଲୋକ ଆସୁଛନ୍ତି ଏବଂ ସେଠାକାର ସବୁ ସାହିତ୍ୟ ହିନ୍ଦୀ କିମ୍ବା ସ୍ଥାନୀୟ ଭାଷାରେ ରହିଛି, ତେବେ ମୁଁ ଢ଼େର ଅର୍ଥ ବ୍ୟୟ କରିସୁଦ୍ଧା ଏହାର ମାର୍କେଟିଂ କରିପାରୁନାହିଁ । ଆମର ୱେବସାଇଟ, ପର୍ଯ୍ୟଟନସ୍ଥଳୀମାନଙ୍କ ଲାଗି ଥିବା ୱେବସାଇଟମାନ ଆମକୁ ବିକଶିତ କରିବାକୁ ପଡିବ । କିନ୍ତୁ ଅଧିକତମ ୱେବସାଇଟ ଆମ ନିଜ ଭାଷାରେ ରହିଛି । କିନ୍ତୁ ଆମକୁ ବିଶ୍ୱ ବଜାରକୁ କବଜା କରିବାକୁ ହେଲେ ଆମକୁ ସେମାନଙ୍କ ଭାଷାରେ ୱେବସାଇଟ ବିକାଶ ଘଟାଇବାକୁ ପଡିବ । ଆମେ ସେସବୁ କାର୍ଯ୍ୟ କରିଛେ କି ? ଏବଂ ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଏହା କୌଣସି ଅଧିକ ଖର୍ଚ୍ଚାନ୍ତ ହେବାର କାମ ।

ଏକଥା ଆମେ ସ୍ଥିର କରୁଛୁ ଯେ, ହଁ ଭାଇ, ପର୍ଯ୍ୟଟନ ଶିଳ୍ପକୁ ବଢ଼ାଇବାର ଅଛି । ଆପଣମାନେ ଦେଖନ୍ତୁ, ତାହା ହୋଇଯିବ । ବେଳେବେଳେ ଏହା ଗଭୀର ଚିନ୍ତାର ବିଷୟ ହୋଇଥାଏ ଯେ ପର୍ଯ୍ୟଟନ କ୍ଷେତ୍ରକୁ ଲୋକ କାହିଁକି ଆସୁନାହାନ୍ତି । ଏମିତି ଦେଖିବାକୁ ଗଲେ ଏଠାରେ ସାଧନ ନାହିଁ । ସେଇଥିପାଇଁ ଲୋକ ଆସୁନାହାନ୍ତି । ଏଇଭଳି ଦ୍ୱନ୍ଦ୍ୱ ରହିଛି ଯେଉଁଥିରୁ ଆପଣମାନଙ୍କୁ ସାହସର ସହ ମୁକୁଳିବାକୁ ହେବ ।

ଏଠାରେ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟରେ ବି ଲୋକ ବସି ରହିଛନ୍ତି । ରାଜ୍ୟ ସରକାରମାନେ ଏଭଳି ସିଦ୍ଧାନ୍ତ ଦେଇପାରିବେ କି ? ଧରାଯାଉ ଆପଣମାନେ ରାଜ୍ୟରେ ସ୍ଥିର କଲେ ଯେ ଭାଇ, ଏଇ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀମାନେ ହେବେ, ସେମାନଙ୍କୁ ବର୍ଷକୁ ଥରେ ପର୍ଯ୍ୟଟନ ଲାଗି ଯିବାକୁ ପଡିବ, ତା ହେଲେ ଆପଣମାନେ ଗାଁର ଭିନ୍ନ ଭିନ୍ନ ଜାଗାକୁ ଯିବାକୁ ହେବ । ଏତିକି ବର୍ଷ ହେବାପରେ ପୁଣି ତହସିଲରେ, ଏତିକି ଷ୍ଟାଣ୍ଡାର୍ଡରେ ପହଂଚିବା ପରେ ଜିଲ୍ଲାକୁ ଯିବେ । ପୁଣି ତା ଠାରୁ ଅଧିକ ଷ୍ଟାଣ୍ଡର୍ଡରେ ପହଂଚିଲେ ରାଜ୍ୟସ୍ତରର ପର୍ଯ୍ୟଟନରେ ଯିବେ । ଆମେ ସେମାନଙ୍କ ଲାଗି ଏଇ ପ୍ରକାର କାମ ସ୍ଥିର କରିବା ଏବଂ ସେମାନେ ଧୀରେ ଧୀରେ ଜାଣିବାକୁ ପାଇବେ ଯେ ସେମାନଙ୍କ ଗାଁରେ କଣ ଅଛି, ତହସିଲରେ କଣ ଅଛି, ଜିଲ୍ଲାରେ କଣ ସବୁ ଅଛି । ଯେତେବେଳେ ପିଲାଟି ଦଶମ ଶ୍ରେଣୀରେ ପହଂଚିବ ତାକୁ ସବୁ ବିଷୟ ଜ୍ଞାତ ହୋଇସାରିଥିବ । କିନ୍ତୁ ବାସ୍ତବରେ ଆମେ ସେକଥା କରିନଥାଉ । ଆମର ଏଠାରେ ପଞ୍ଚମ ଶ୍ରେଣୀର ଛାତ୍ର ଅଛନ୍ତି, କିନ୍ତୁ ଶିକ୍ଷକ ମହାଶୟ ଯଦି ଉଦୟପୁର ଦେଖିନାହାନ୍ତି, ତା ହେଲେ ସେ କିପରି ପିଲାମାନଙ୍କୁ ଉଦୟପୁର ନେଇଯିବେ ? ଗାଁରେ ସେ କଣ ସବୁ ଦେଖିଛନ୍ତି ।

ଆମର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ଆମ ପର୍ଯ୍ୟଟନ ମନ୍ତ୍ରଣାଳୟ ଭିତରେ ଏପରି ତାଳମେଳ ରକ୍ଷା ହେବା ଜରୁରୀ । ଧରାଯାଉ ଆମେ ସ୍ଥିର କଲେ ଯେ ଆମ ରାଜ୍ୟର 10ଟି ସ୍ଥାନ ଏପରି ରହିଛି, ଯାହାକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବା ଦରକାର । ସମସ୍ତେ ମିଳିମିଶି ଏକଥା ସ୍ଥିର କରନ୍ତୁ । ଆପଣମାନଙ୍କୁ ଜଣାଥିବ ଯେ ସେଇ ଦଶଟି ସ୍ଥାନରେ ନା କୌଣସି ହୋଟେଲ ଅଛି, ନା ରେସ୍ତୋରାଁ ଅଛି, ନା ଅଛି ଖାଇବା ପିଇବାର ଆଉ କିଛି ବନ୍ଦୋବସ୍ତ । କିନ୍ତୁ destination ଖୁବ ଭଲ । ଆପଣମାନେ କେବେ ଏକଥା ଚିନ୍ତା କରିଛନ୍ତି ଯେ ପ୍ରଥମେ ଆପଣମାନଙ୍କ ନିଜ ରାଜ୍ୟର ଯେଉଁ ସମ୍ପଦ ରହିଛି, ତାକୁ mobilize କରିବା ଦରକାର । ସ୍ଥିର କରିବା ଆବଶ୍ୟକ ଯେ ଭାଇ ଆମର ସବୁ ୟୁନିଭରସିଟିରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଯଦି କେଉଁଠାକୁ ପର୍ଯ୍ୟଟନରେ ଯିବେ ତ ପ୍ରଥମେ ସେଇ ଦଶଟି destination ମଧ୍ୟରୁ ଗୋଟିକୁ ସ୍ଥିର କରିବେ । ସେଠାକୁ ଯିବାକୁ ପଡିବ । ସେଠାରେ ଦୁଇ ରାତି ବିତାଇବ, ପର୍ଯ୍ୟଟନ ଲାଗି ସେ ଅର୍ଥ ଖର୍ଚ୍ଚ ହେବ । କିନ୍ତୁ ତାହା ଗୋଟିଏ ଦୃଷ୍ଟିରୁ ପୁଞ୍ଜି ନିବେଶ ସଦୃଶ ହେବ ।

125 କୋଟି ଦେଶବାସୀଙ୍କ ପାଇଁ ଏହା ମଧ୍ୟ ନିଜର ଏକ ବିଶାଳ ବଜାର । ଆମେ କେବେ ଏପରି ଆବଶ୍ୟକତା ଅନୁଭବ କରିଛେ ? ଆମର 125 କୋଟି ଜନତା ଯେଉଁମାନେ କି ସଦାବେଳେ ସ୍ୱାଭାବିକ ଭାବେ କୌଣସି ନା କୌଣସି ସ୍ଥାନକୁ ଯାତ୍ରା କରିବାକୁ ଆଗ୍ରହ ପ୍ରକଟ କରିଥାନ୍ତି । ଯଦି ଆମେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଚିନ୍ତାକରି ଏଭଳି ଭିତ୍ତିଭୂମି ପ୍ରସ୍ତୁତ କରିବା, ତା ହେଲେ ତାହା ବିଶ୍ୱ ପର୍ଯ୍ୟଟକମାନଙ୍କ ଲାଗି ଏକ ଆକର୍ଷଣର କାରଣ ପାଲଟିଯିବ ।

ଅନ୍ୟ ପର୍ଯ୍ୟଟକମାନେ ସେଇମାନେ ହୋଇପାରିବେ, ଯେଉଁମାନେ ବିଦେଶରୁ ବି ଆସିବେ, ଯେଉଁମାନେ ଆମକୁ ଓ ଆମ ଦ୍ୱାରା ପ୍ରସ୍ତୁତ ବସ୍ତୁକୁ ଦେଖିବାକୁ ଆଗ୍ରହୀ । ସେମାନଙ୍କୁ ବେଳାଭୂମି ପର୍ଯ୍ୟଟନରେ ଆଗ୍ରହ ଥିବ, ସେମାନଙ୍କୁ ଦୁଃସାହସିକ ପର୍ଯ୍ୟଟନରେ ରୁଚି ଥିବ । କ୍ରୀଡା ପର୍ଯ୍ୟଟନରେ ଆଗ୍ରହ ଥିବ, ସେମାନଙ୍କ ହିମାଳୟର ତୁଷାରବୃତ ଅଞ୍ଚଳକୁ ଯିବାଲାଗି ଇଚ୍ଛା ଥିବ, ସେମାନଙ୍କୁ ତାଜମହଲ ଓ କୁତୁବମୀନାର ଦେଖିବାକୁ ପସନ୍ଦ ଥିବ । ତେଣୁ ଏହା ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ବର୍ଗ । ଆମେ ଯେ ପର୍ଯ୍ୟନ୍ତ ଆମ ପର୍ଯ୍ୟଟକମାନଙ୍କ ସକାଶେ ସବୁ ପ୍ରକାର ସୁବନ୍ଦୋବସ୍ତ ନ କରିଛେ, ଏ ଦିଗରେ ଯଦି ଚିନ୍ତା ନକରିଛେ, ଆମେ କଦାପି ପର୍ଯ୍ୟଟନକୁ ସଶକ୍ତ ଓ ମଜଭୁତ କରିପାରିବା ନାହିଁ ।

ଆପଣମାନେ ସମସ୍ତେ ସେଠାରେ ବସିଛନ୍ତି । ସମ୍ଭବତଃ ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଅଛି । “ଏକ ଭାରତ, ଶ୍ରେଷ୍ଠ ଭାରତ” । ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିକାରୀମାନେ ବି ଉପସ୍ଥିତ ଅଛନ୍ତି । ଭାରତ ଭଳି ଏକ ରାଷ୍ଟ୍ରକୁ ଆମେ ଆଗକୁ ବଢ଼ାଇବା ଲାଗି ଢ଼େର ବଳ ଓ ଶ୍ରମ ଦେବାର ଆବଶ୍ୟକତା ରହିଛି । ଘଟଣା ଏଇଆ ଯେ ଆମେ ଲୋକମାନଙ୍କୁ ଏଇଆ କହିଲୁ ଭାଇ, ହୁଏତ ଏଇଆ ନହେଲେ ସେଇଆ । କିନ୍ତୁ ଏତେ ବଡ ଦେଶ ପାଇଁ ଏତିକି କଥା ଯଥେଷ୍ଟ ହେବନାହିଁ । ଆମ ଦେଶରେ ଯଦି କୌଣସି ଯୁବକ ଫ୍ରାନ୍ସ ଭାଷା ଜାଣିଛି, ଆମେ ଗର୍ବର ସହ ମୁଣ୍ଡଟେକି କହିପାରିବା ଯେ ଦେଖ, ଇଏ ଆମ ପଡୋଶୀ, ତାଙ୍କ ପୁଅ ଫରାସୀ ଭାଷା ଜାଣିଛି, ପଢିଛି । ଯଦି କିଏ ସ୍ପେନିସ ଭାଷା ଜାଣିଛି, ଆମେ ସେଇଆ କହିଥାଉ । କିନ୍ତୁ ଆମେ ଦେଶ ଭିତରେ ଏପରି ବାତାବରଣ ସୃଷ୍ଟି କରୁନାହୁଁ ଯେ ହରିଆଣାର କୌଣସି ଜଣେ ଯୁବକ, ସିଏ ବି ତ ତେଲୁଗୁ ଭାଷା ଶିଖିବା ଦରକାର । ଗୁଜରାଟର କୌଣସି ବାଳକକୁ ମାଲୟାଲାମ ଭାଷା ଶିକ୍ଷା କରିବା ଉଚିତ । ଯଦି ତାକୁ ସେ ଭାଷା ଆସୁଥାଏ ତେବେ ସେ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ ।

ଆମ ଦେଶ ଭିତରେ ଯେଉଁ ବୈଭବ ରହିଛି, ଆମେ ସେଥିପାଇଁ ଗୌରବ ଅନୁଭବ କରୁନାହୁଁ । ଯେଉଁ ଦେଶ ନିକଟରେ 100 ରୁ ଊର୍ଦ୍ଧ ଭାଷା ଉପଲବ୍ଧ, 1700 ରୁ ଅଧିକ ଉପଭାଷା ରହିଛି । ସେ ଦେଶ କେତେ ଧନ ! ଆମେ କେବେ ଏଭଳି ସମ୍ପଦ ପ୍ରତି ଆମ ଯୁବପିଢ଼ିଙ୍କୁ ଯୋଡିବା ଲାଗି ପ୍ରୟାସ କରିଛେ ? ଆମେ ବେଳେବେଳେ ବିଶ୍ୱର ଅନ୍ୟ ସବୁ ରାଷ୍ଟ୍ରରେ କଣ ଘଟୁଛି ଓ ରହିଛି ସେ ସମ୍ପର୍କରେ ଖବର ରଖିଥାଏ । ହେଲେ ମୋ ଦେଶରେ ମୋ ନିଜ ରାଜ୍ୟର କୌଣସି କୋଣରେ କଣ ରହିଛି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ଭାରତ ଏପରି ଏକ ବିଶାଳ ରାଷ୍ଟ୍ର, ଆମେ ଆମର ଆଗାମୀ ପିଢ଼ିକୁ ଭାରତ ସହ ଉତ୍ତମ ରୂପେ ପରିଚିତ କରାଇବା ଉଚିତ, ଉତ୍ତମ ରୂପେ ଯୋଡିବା ଆବଶ୍ୟକ । ସେଇଥିପାଇଁ ସର୍ଦ୍ଦାର ପଟେଲ ଜୟନ୍ତୀ ଅବସରରେ “ଏକ ଭାରତ, ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ରାଜ୍ୟ ପରସ୍ପର ସହ ବୁଝାମଣା ପତ୍ର (MOU) ସ୍ୱାକ୍ଷର କରନ୍ତି । ପ୍ରୟାସ ଏହା ରହେ ଯେ ଦୁଇଟି ରାଜ୍ୟ ପରସ୍ପର ମଧ୍ୟରେ ସମ୍ପର୍କକୁ କିପରି ଘନିଷ୍ଠ କରିବେ । ଆମେ ତ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ସହ ଏଭଳି ସମ୍ବନ୍ଧ ଯୋଡିପାରୁଛେ । କିନ୍ତୁ ନିଜ ଦେଶ ଭିତରେ ନୁହେଁ, ଏବେ ଯେମିତି ହରିଆନା ରାଜ୍ୟ ତେଲଙ୍ଗାନା ସହ ଏମଓୟୁ ସ୍ୱାକ୍ଷର କରିଛି । ହରିଆଣାର ଯୁବକମାନେ ଏହି ବର୍ଷସାରା ପର୍ଯ୍ୟଟକ ଭାବେ ତେଲଙ୍ଗାନାକୁ କାହିଁକି ନ ଯିବେ । ତେଲଙ୍ଗାନାର ଯୁବଗୋଷ୍ଠୀ କାହିଁକି ହରିଆନା ଗସ୍ତରେ ନଆସିବେ ? ହରିଆନାର ପାରମ୍ପରିକ ଖେଳକୁଦ, ତେଲଙ୍ଗାନାର ପାରମ୍ପରିକ ଖେଳକୁଦ, ଦୁଇ ରାଜ୍ୟଙ୍କ ମଧ୍ୟରେ କାହିଁକି ବିନିମୟ ନହେବ ? ହରିଆନାରେ କାହିଁକି ତେଲୁଗୁ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାନଯିବ ? ତେଲଙ୍ଗାନାରେ ହରିଆଣାର ଚଳଚ୍ଚିତ୍ର ମହୋତ୍ସବ କାହିଁକି ନହେବ ? ହରିଆଣାରେ ତେଲୁଗୁ ନାଟ୍ୟ ମହୋତ୍ସବ କାହିଁକି କରାନଯିବ ? ତେଲଙ୍ଗାନାରେ ହରିଆନାର ନାଟ୍ୟ ମହୋତ୍ସବ କାହିଁକି ଆୟୋଜନ ନହେବ ? ସହଜ ଓ ସରଳ ଭାବେ ଗୋଟିଏ ବର୍ଷ ମଧ୍ୟରେ ହରିଆନା ପିଲାମାନଙ୍କୁ 100ଟି ତେଲୁଗୁ ବାକ୍ୟ ଶିଖାଯାଇପାରିବ, ସାଧାରଣ ଭାବ ବିନିମୟ କରିପାରିବା ଭଳି 100ଟି ବାକ୍ୟ । ତେଲଙ୍ଗାନାର ପିଲାମାନଙ୍କୁ 100ଟି ହରିଆଣୀ ବାକ୍ୟ, ହିନ୍ଦୀ ଭାଷାର ବାକ୍ୟ ଶିଖାଯିବ ।

ଆପଣମାନେ ଦେଖନ୍ତୁ, ଦେଶରେ କୌଣସି ଉଦ୍ୟମ ବିନା ପ୍ରତ୍ୟେକ ରାଜ୍ୟରେ ପ୍ରତି ଆଠ-ଦଶଟି ବାକ୍ୟ ଭିତରେ ଜଣେ ବ୍ୟକ୍ତି କୌଣସି ନା କୌଣସି ରାଜ୍ୟର ଭାଷା ନିଜ ଜ୍ଞାତ ବା ଅଜ୍ଞାତ ସାରରେ କହିଥାଏ । ଯଦି କେହି ବାହାରୁ ଆସିଥାନ୍ତି, ତାଙ୍କୁ ଲାଗିବ, ଆଚ୍ଛା ଭାଇ, ତାମିଲନାଡୁରୁ ଆସିଛ, ଆସ ଆସ । ୱଣକମ କହି ସମ୍ବୋଧନରୁ କଥାବାର୍ତ୍ତା ଆରମ୍ଭ କରିଥାଏ । ତା ପରେ ସବୁ କିଛି ଭାବ ବିନିମୟ ଆରମ୍ଭ ହୋଇଯାଇଥାଏ । ତେଣୁ ମୋର ଆପଣମାନଙ୍କୁ ନିବେଦନ ଯେ “ଏକ ଭାରତ, ଶ୍ରେଷ୍ଠ ଭାରତ” ଏଇ କାର୍ଯ୍ୟକ୍ରମ ଲାଗି ରାଜ୍ୟମାନେ ଆଗେଇ ଆସନ୍ତୁ । ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ହେଉ, ଯୁବସେବା ଏବଂ ସାଂସ୍କୃତିକ ସଂଗଠନ ହେଉ, ସଂସ୍କୃତି ବିଭାଗ କି ପର୍ଯ୍ୟଟନ ବିଭାଗ ହୋଇଥାଉ, ଏଇ ସବୁ ବିଭାଗମାନେ ଏ ଦିଗରେ ପ୍ରୋତ୍ସାହକର ବହୁତ ବଡ ଭୂମିକା ଗ୍ରହଣ କରିପାରିବେ ।

ଆପଣମାନେ ଧରନ୍ତୁ କୌଣସି କୁଇଜ୍ ପ୍ରତିଯୋଗିତା ହେଉଛି, ଆଜିକାଲି ଆମ ବିଦେଶ ବିଭାଗ ବିଶ୍ୱବ୍ୟାପୀ ପ୍ରସାରିତ ହୋଇଥିବା ଭାରତୀୟ ସମ୍ପ୍ରଦାୟଙ୍କ ଲାଗି କୁଇଜ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଦୁଇ ତିନି ପିଢ଼ି ଧରି ଯେଉଁ ଲୋକମାନେ ବିଦେଶରେ ବସବାସ କରୁଛନ୍ତି ସେମାନଙ୍କ ପିଲାମାନଙ୍କୁ ଏତିକି ତ ଅବଶ୍ୟ ଜଣା ଅଛି ଯେ ସେମାନଙ୍କ ପୂର୍ବଜ ଭାରତୀୟ । କିନ୍ତୁ ସେମାନଙ୍କୁ ଏକଥା ଜଣାନାହିଁ ଯେ ଭାରତ କଣ । ତେଣୁ ସେମାନେ ଏକ ଅନଲାଇନ କୁଇଜ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଗତ ବର୍ଷ ବିଭିନ୍ନ ଦେଶରେ ବସବାସ କରୁଥିବା ମୂଳ ଭାରତୀୟମାନଙ୍କର ପ୍ରାୟ 5000 ପିଲା ଏଥିରେ ଅଂଶଗ୍ରହଣ କରିଥିଲେ । ସେ ପିଲାମାନେ ଭାରତରେ ଜନ୍ମ ହୋଇନାହାନ୍ତି, କେବେ ହିନ୍ଦୁସ୍ତାନ ଦେଖି ସୁଦ୍ଧା ନାହାନ୍ତି । ସେମାନେ ଏଭଳି ପ୍ରତିଯୋଗିତାରେ ଭାଗ ନେଲେ, ଭାରତ ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବାର ପ୍ରୟାସ କରିଥିଲେ । ପୁଣି ସେମାନଙ୍କୁ ଗୋଟିଏ ପୁରସ୍କାର ଦେବାରେ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଛି, ଗଲା ଅକ୍ଟୋବର 2 ତାରିଖ ଠାରୁ ।

ଏବେ ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟଙ୍କ ମଧ୍ୟରେ କଣ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇପାରିବ ନାହିଁ ? ଯଦି ଗୁଜରାଟ ଛତିଶଗଡ ସହ ଏମଓୟୁ ସ୍ୱାକ୍ଷର କରେ, “ଏକ ଭାରତ, ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମକୁ ନେଇ, ତା ହେଲେ ଗୁଜରାଟ ସମ୍ପର୍କରେ 5000 ପ୍ରଶ୍ନର ଉତ୍ତର ଛତିଶଗଡର ଛାତ୍ରମାନଙ୍କୁ ପଚରାଯାଇ ପାରିବ, ସେମିତି ଗୁଜରାଟର ଛାତ୍ରମାନଙ୍କୁ ଛତିଶଗଡ ସମ୍ପର୍କରେ 5000 ପ୍ରଶ୍ନର ଉତ୍ତର ଦେବାକୁ କୁହାଯିବ । କେତେ ଜିଲ୍ଲା, କେତେ ଜାତି, କେତେ ବୋଲି, କି ପ୍ରକାର ଖାଦ୍ୟପେୟ, କି ପ୍ରକାର ଚିହ୍ନିବାର ବିଶେଷତା, କେଉଁ କେଉଁ ବସ୍ତୁ କେଉଁଠି ମିଳୁଛି ଏଇଭଳି ପ୍ରସଙ୍ଗ ଉପରେ । ଆପଣମାନେ ଲକ୍ଷ୍ୟ କରନ୍ତୁ କେତେବଡ ସମନ୍ୱୟ, କେଡେ ସହଜରେ ହୋଇଯିବ ଏବଂ ସେଇ ପିଲାମାନେ ଧୀରେ ଧୀରେ ଯଦି ଦଶଟି ରାଜ୍ୟର କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି, ତା ହେଲେ ଭାରତ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ କେତେ ବଢ଼ିଯିବ ! ମୋର ଇଚ୍ଛା ଯେ, ସବୁ ରାଜ୍ୟ ନିଜ ନିଜର ଏକ କୁଇଜ ବ୍ୟାଙ୍କ ବନାନ୍ତୁ । ଦୁଇ ହଜାର, ପାଂଚ ହଜାର, ସାତ ହଜାର ପ୍ରଶ୍ନ ଏବଂ ଉତ୍ତର, ହୋଇପାରେ ଯେଉଁ ପ୍ରଶ୍ନ ସମ୍ପର୍କୀତ ଫଟୋଚିତ୍ର ଉପଲବ୍ଧ ତାକୁ ତା ସଙ୍ଗେ ଯୋଡାଯାଉ, ତାର ଏକ ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ ହେଉ । ଏଥିସହ ଅନ୍ୟ ରାଜ୍ୟମାନଙ୍କ ସହ ଏମଓୟୁ ସ୍ୱାକ୍ଷର କରି ସେଇ ରାଜ୍ୟର ପିଲାମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଉ ।

ଏବେ ଆମେ ଅଗଷ୍ଟ 15 ଏବଂ 26 ଜାନୁଆରୀକୁ ପୁଲିସ ଦଳର ଲୋକଙ୍କୁ କହିଛୁ ଯେ 26 ଜାନୁଆରୀ ପରେଡରେ ଗୋଟିଏ ରାଜ୍ୟର ପୁଲିସ ଦଳ ଅନ୍ୟ ରାଜ୍ୟକୁ ଯାଆନ୍ତୁ । ସେ ରାଜ୍ୟର ପୁଲିସ ପରେଡରେ ଆଉ ଗୋଟିଏ ରାଜ୍ୟ ସାମିଲ ହେବ । ଏହି ସବୁ କଥା ପରସ୍ପରକୁ ନିକଟତର କରାଇଥାଏ । ଏ କାର୍ଯ୍ୟ କରିବା ବେଶ ସହଜ ଏବଂ ଏହା ଉପରେ ଆମେ ଗୁରୁତ୍ୱ ଆରୋପ କରୁଛୁ । “ଏକ ଭାରତ, ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଆମମାନଙ୍କୁ ପ୍ରୟାସ କରିବାକୁ ପଡିବ । ପୁଣି ଭାରତ ବିବିଧତାରେ ଭରପୂର ଏକ ରାଷ୍ଟ୍ର । ଆମେ ନିଜ ଦେଶକୁ ନିଜ ଭିତରେ ସମାହିତ କରିବାର ଏକ ପ୍ରୟାସ । ଯଦି ଆମେ କରିବା, ତେବେ ଗୋଟିଏ ଜୀବନ ବି ପର୍ଯ୍ୟାପ୍ତ ହେବନାହିଁ । କାରଣ ଆମ ରାଷ୍ଟ୍ର ଏତେ ବିଶାଳ ! ସହଜ ଭାବେ ଆମେ ଦେଶର ବିବିଧତାକୁ ଜାଣିବା- ଚିହ୍ନିବା । ପୁଣି ନୂଆ ନୂଆ କଥା ଜାଣିଲେ ଆମକୁ ବି ଖୁସି ଲାଗିବ ।

“ଏକ ଭାରତ, ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମରେ ମୁଁ ଗୋଟିଏ କାର୍ଯ୍ୟ କଥା କହିଛି । ଧରାଯାଉ, ହରିଆନାର ଏମଓୟୁ ତେଲଙ୍ଗାନା ସହ ହେବ, କଣ ହରିଆନାର ସବୁ ସ୍କୁଲରେ ପିଲାମାନେ ପାଂଚଟି ତେଲୁଗୁ ଗୀତ କଣ୍ଠସ୍ଥ କରିପାରିବେନି ? ପାଂଚଟି ଗୀତ ଗାଇବେ । ତେଲଙ୍ଗାନା ଲୋକଙ୍କୁ ହରିଆନାର ପାଂଚଟି ଗୀତ ଶିଖିବାକୁ ପଡିବ । ଖୁବ ମଜା ହେବ । ଖୁବ ଖସିଲାଗିବ । ଏଥିପାଇଁ କିଛି ଅଧିକ ପରିଶ୍ରମ କରିବାକୁ ପଡିବନି । ସହଜ ଭାବେ ଆମେ ଦେଶର ବିବିଧତାକୁ ଜାଣିବା, ଚିହ୍ନିବା, ପୁଣି ଏହା ପର୍ଯ୍ୟଟନକୁ ବି ଢ଼େର ବଳ ଯୋଗାଇବ ।

ଆମ ଯୁବଶକ୍ତିଙ୍କ ଭିତରେ ଚେତନା ଭରିଲା ଭଳି ଏକ କାର୍ଯ୍ୟ । ଭାରତକୁ ଯୋଡିବ ଦେଶକୁ ଏକ ନୂଆ ଶୀର୍ଷରେ ପହଂଚାଇବାର ଅବସର ମିଳିବ । ଗୋଟିଏ କଥା ଯେତେ ଛୋଟ ହୋଇଥାଉ ପଛେ । କିନ୍ତୁ କେତେ ବଡ ପରିବର୍ତ୍ତନ ଆଣିବ, ଏହାରି ମଧ୍ୟରେ ଆମେ ଜାଣିପାରିବା, ତା ହେଲେ ଆପଣମାନେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଏଠାରେ ଚିନ୍ତନ-ମାନସ ମନ୍ଥନ କରିବେ । ଏତେ ଦୂର ଦୂରାନ୍ତରୁ ଆସିଛନ୍ତି । ମୁଁ ଆଶା କରୁଛି, ଆପଣମାନେ, ବିଶେଷ କରି ମନ୍ତ୍ରୀ ପରିଷଦର ଯେଉଁ ସଦସ୍ୟମାନେ ଆସିଛନ୍ତି । ସେମାନେ ନିଶ୍ଚୟ ଏଥିରେ ବିଶେଷ ଭାବେ ଅଂଶଗ୍ରହଣ କରିବେ । ନିଜ ନିଜର ଅନୁଭବ ଅନ୍ୟ ରାଜ୍ୟର ପ୍ରତିନିଧିମାନଙ୍କୁ ପ୍ରଦାନ କରିବେ । ନିଜ ଦୂରଦୃଷ୍ଟିର ସୁଫଳ ପ୍ରଦାନ କରିବେ ଏବଂ ସନ୍ଧ୍ୟାରେ ଯେତେବେଳେ ସେମାନେ ମରୁଭୂମିକୁ ଯିବେ, ମୋର ଏ ଭୂମି ସହ ବିଶେଷ ସମ୍ପର୍କ ରହିଛି । ମୁଁ ଆପଣମାନଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହିଁବି । ଆଜି ସନ୍ଧ୍ୟାରେ ଯେତେବେଳେ ମରୁଭୂମିକୁ ଯିବେ, ସୁରକ୍ଷା କର୍ମୀ ଯେତେ ଦୂର ଅନୁମତି ଦେବେ, ସେଠାକୁ ଯିବେ, ହଁ, ହୋଇପାରେ ଆପଣମାନଙ୍କ ବନ୍ଧୁଙ୍କୁ ଛାଡି 25, 50 ଖୋଦ ଦୂର କେଉଁଠି ଏକାକୀ ଠିଆ ହୋଇରହନ୍ତୁ । ମରୁଭୂମିର ବିରାଟ ରୂପକୁ ଦେଖନ୍ତୁ । ମୁଣ୍ଡ ଉପର ନୀଳ ଆକାଶକୁ ଅନାନ୍ତୁ । ସେଇ ଶ୍ୱେତ ଚାଦରକୁ ଦେଖନ୍ତୁ । ସମ୍ଭବତଃ ଜୀବନର ଏଭଳି ଅନୁଭବ ବିରଳ । ହଁ ବନ୍ଧୁଗଣ, ମୁଁ ଯଦି ଗପ ମାରିବି ଆପଣମାନଙ୍କ ଅନୁଭବ କଣ ହେବ । 15, 20 ମିନିଟ ପାଇଁ ସ୍ୱତଃ ଯାଇ ଏକୁଟିଆ ଠିଆ ହୁଅନ୍ତୁ, ନିଶ୍ଚୟ କିଛି ନୂଆ ଅନୁଭବ ଲାଗିବ । ପୁଣି ସେ ଅନୁଭବକୁ ସମସ୍ତଙ୍କ ଆଗରେ ବଖାଣିବେ । ଏ ଜାଗା ଏଭଳି ଯେ ଆଜିକୁ 10 ବର୍ଷ ପୂର୍ବେ ଯଦି ଆସିଥାନ୍ତୋ, ତେବେ ତିନି-ତିନି, ଚାରି-ଚାରି ଘଣ୍ଟା ଲାଗିଥାନ୍ତା ଆଜି 50, 60 ମିନିଟରେ ଏଠାରେ ପହଂଚିଯାଇ ହେଉଛି ।

ଭୂମିକମ୍ପ ପରେ କେତେ ପରିବର୍ତ୍ତନ ଆସିଛି ତାହା ଆପଣମାନେ ଦେଖିଛନ୍ତି । ଏବଂ ଏହା ହେଉଛି ଭାରତର ଶେଷ ଗ୍ରାମ ଯେଉଁଠି ଆପଣମାନେ ବସିଛନ୍ତି । ଏହା ପରେ ଆଉ କୌଣସି ଜନବସତି ନାହିଁ । ଏଇ ଶେଷ ଗ୍ରାମର ଶେଷ ଧାରରେ ବସି ଆପଣ ଭାରତର ଭବିଷ୍ୟତକୁ ଚିନ୍ତନ କରୁଛନ୍ତି । ଭାରତର ପର୍ଯ୍ୟଟନକୁ ଆଗକୁ ବଢ଼ାଇ ନେବାର ଚିନ୍ତନ କରୁଛନ୍ତି । ଦେଶର ଯୁବଶକ୍ତିଙ୍କୁ ପ୍ରେରଣା ଦେବା ଲାଗି କିଛି ନା କିଛି ସଂକଳ୍ପ କରି ଏଠାରୁ ଉଠିବେ ।

ମୋର ବିଶ୍ୱାସ, ଆପଣମାନଙ୍କର ଏହି ମାନସ ମନ୍ଥନ ଆଗାମୀ ଦିନରେ ନୀତି ନିର୍ଦ୍ଧାରଣ ବେଳେ ବହୁତ ବଡ ସକାରାତ୍ମକ ଭୂମିକା ଗ୍ରହଣ କରିବ । ଏହି ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା, ଆପଣ ଦୁଇ-ତିନି ଦିନ ଯେଉଁ ଚର୍ଚ୍ଚା କରିବେ, ତାକୁ ଖୁବ ଆଗ୍ରହର ସହ ଦେଖିବି । କାରଣ ଏହା ମୋର ରୁଚିର କ୍ଷେତ୍ର ।

କାରଣ ଏ କ୍ଷେତ୍ରରେ ଯଥେଷ୍ଟ ସାମର୍ଥ୍ୟ ରହିଛି । ଆମକୁ ଏହାକୁ ଆଗକୁ ବଢ଼ାଇନେବାକୁ ହେବ । ତେଣୁ ଆପଣମାନେ ଯେଉଁମାନେ ଏ ଦିଗରେ ଚିନ୍ତନ କରିବେ, ତାର ପୁରା ଫାଇଦା ଆମକୁ ମିଳିବ । ମୁଁ ନିଜେ ତାହା ଉଠାଇବାକୁ ଚାହୁଁଛି । ମୋତେ ଯେପରି ସର୍ବାଧିକ ଫାଇଦା ମିଳିବ । ସେଭଳି କାର୍ଯ୍ୟ ଆପଣ ନିଶ୍ଚୟ କରନ୍ତୁ । ଦେଶକୁ ତ ଲାଭ ମିଳିବ, ଏଭଳି କାର୍ଯ୍ୟ ଆପଣମାନେ କରନ୍ତୁ । ମୋର ବି ଜ୍ଞାନବର୍ଦ୍ଧନ ହେବ ଏଭଳି ଅନୁଭବ ଦ୍ୱାରା । ମୁଁ ଏଭଳି ପ୍ରତ୍ୟାଶା ରଖିଛି ।

ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ଆପଣମାନେ ବିଚାର-ବିମର୍ଷ ଏବଂ ମାନସ ମନ୍ଥନ କରି ଯେଉଁ ଅମୃତ ପାଇବେ, ସେ ଅମୃତକୁ ପିଇବା ଲାଗି ମୁଁ ବି ପ୍ରତୀକ୍ଷା କରିଛି । ଆପଣମାନଙ୍କୁ ମୋର ଅନେକ ଶୁଭକାମନା । ମୁଁ ବିଜୟ ରୁପାନୀଜୀ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ବି ଅଭିନନ୍ଦନ ଜଣାଉଛି ଯେ ଆପଣମାନେ ଏଥିପାଇଁ କାରଣ ଏଠାରେ ଏବେ ପର୍ଯ୍ୟଟନ ଲାଗି ବେଶ ଭିଡ ଲାଗେ । ତାରି ଭିତରେ କିପରି ଏ ସମ୍ମିଳନୀ ଲାଗି ତମ୍ବୁଠାରୁ ଆରମ୍ଭ କରି କିଛି ଯୋଗାଡ କରୁଛନ୍ତି । ଏହା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର । କିନ୍ତୁ ଦେଶବ୍ୟାପୀ ସବୁ ଲୋକ ଆପଣଙ୍କ ଋଣୋତ୍ସବର ପ୍ରଚାର ବି କରିବେ । ହୋଇପାରେ, ଆଗାମୀ ଦିନରେ 50-50 ଲୋକ ଏଠାକୁ ଅଧିକ ଆସିବା ଆରମ୍ଭ କରିବେ । ତେଣୁ ଆପଣଙ୍କର ଏହା ଏକ ପ୍ରକାର ନିବେଶ । ତେଣୁ ମୁଁ ଗୁଜରାଟ ସରକାରଙ୍କୁ ବି ସାଧୁବାଦ ଜଣାଉଛି ।

ଅଭିନନ୍ଦନ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The great toy turnaround: Made in India, played across the world

Media Coverage

The great toy turnaround: Made in India, played across the world
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi, Australian PM Anthony Albanese attend joint press meet in Melbourne
July 09, 2026

Your Excellency, Prime Minister एल्बनीसी,
दोनों देशों के delegates,
मीडिया के साथियों,

नमस्कार!

मेलबन में मेरे और मेरे delegation के शानदार स्वागत और आतिथ्य के लिए मैं अपने मित्र प्रधानमंत्री एल्बनीसी का हार्दिक आभार व्यक्त करता हूँ।

उनके व्यक्तिगत प्रयासों ने उनके कमिटमेंट ने भारत-ऑस्ट्रेलिया संबंधों को नई ऊंचाई और व्यापकता दी है। उनके इस बहुमूल्य योगदान के लिए मैं उनका अभिनंदन करता हूँ।

Friends,

भारत और ऑस्ट्रेलिया

दो vibrant democracies हैं,

दो multi-cultural societies हैं,

और दो महत्वपूर्ण ocean powers हैं।

हमारी ये समानताएं, और हमारा common world view, हमें गहरे आपसी विश्वास के साथ निरंतर आगे बढ़ने की प्रेरणा देते हैं। हमारी Comprehensive Strategic Partnership ने पिछले कुछ वर्षों में अभूतपूर्व प्रगति की है। और आज तीसरी Annual Summit से हमारे सहयोग में कई नए आयाम जुड़े हैं।

2022 में किए गए Economic Cooperation and Trade Agreement से हमारे व्यापार और निवेश का दायरा लगातार बढ़ा है। अब हमने Comprehensive Economic Cooperation Agreement यानी सीका पर तेजी से काम करने का निर्णय लिया है, जो दोनों देशों के लिए balanced, ambitious और win-win होगा। हम Bilateral Investment Treaty पर भी तेजी से आगे बढ़ेंगे।

हमारी Renewable Energy Partnership, Clean energy और climate action में हमारे प्रयासों को साकार रूप दे रही है। इसके तहत हम इन्वेस्टमेंट, टेक्नोलॉजी ट्रांसफर और इंडस्ट्री-टू-इंडस्ट्री collaboration पर विशेष बल दे रहे हैं।

PM सूर्य घर योजना को support करने के लिए हमने मिलकर गुजरात में Rooftop Solar Training Academy बनाई है। यह academy अनेक महिलाओं और युवाओं की capacity building में योगदान देगी।

न्यूक्लियर एनर्जी के क्षेत्र में आज हमने एक महत्वपूर्ण समझौता किया है। इससे ऑस्ट्रेलिया से भारत को Uranium supply का मार्ग खुलेगा और हमारे क्लीन एनर्जी के उद्देश्यों को नई ताकत मिलेगी।

Critical minerals में हमारा सहयोग हमारी स्ट्रैटेजिक सिक्योरिटी और क्लीन एनर्जी ट्रांज़िशन के लिए महत्वपूर्ण है। इसी सोच के साथ आज हमने Australia-India Partnership on Cyber, Critical Technologies, and Supply Chains यानि AI-पैक्ट्स, की पहल ली है। हम मिलकर Critical Minerals Corridor पर भी काम करेंगे।

साथियों,

इंडो-पैसिफिक केवल दो महासागरों का संगम नहीं है। यह भारत और ऑस्ट्रेलिया जैसे like-minded democracies के shared aspirations का भी प्रतीक है।

रक्षा और सुरक्षा में सहयोग बढ़ाने के लिए आज हमने एक महत्वपूर्ण Joint Declaration जारी की है। भारत-ऑस्ट्रेलिया Defence Innovation Corridor से हम defence startups और industries को जोड़ने पर काम करेंगे।

हमारे Maritime Security Collaboration Roadmap से इंडो-पैसिफिक में हमारे साझा प्रयासों को नई ताकत मिलेगी। हम शिप बिल्डिंग, ship repair और maintenance में भी मिलकर आगे बढ़ेंगे।

Friends,

आज हमने कई क्षेत्रीय एवं अंतर्राष्ट्रीय मुद्दों पर भी विस्तारपूर्वक चर्चा की।

भारत और ऑस्ट्रेलिया मानते हैं कि आतंकवाद केवल किसी एक देश के लिए नहीं, बल्कि पूरी मानवता के लिए गंभीर चुनौती है। इसलिए आतंकवाद के खिलाफ हमारी लड़ाई भी साझा है, हमारा संकल्प भी अटूट है, और हमारा सहयोग भी लगातार मजबूत हो रहा है।

हमारा यह भी मानना है कि विश्व के अनेक भागों में चल रहे तनावों और युद्धों का समाधान dialogue और diplomacy से ही संभव है। पूरे इंडो पेसिफिक क्षेत्र में हम मिलकर Peace, स्टेबिलिटी, फ्रीडम ऑफ नेविगेशन और रूल्स-बेस्ड ऑर्डर को और मजबूत करेंगे।

Friends,

हमारे संबंधों की सबसे विशिष्ट ताकत हमारे people-to-people ties हैं। भारतीय मूल के लोग ऑस्ट्रेलिया के आर्थिक और सामाजिक जीवन में सकारात्मक योगदान दे रहे हैं।

ऑस्ट्रेलिया भारतीय छात्रों के लिए पसंदीदा destination रहा है। भारत में Australian universities के campus खुलने से हमारी knowledge partnership में नया अध्याय जुड़ा है। हम दोनों देशों के बीच students, professionals और tourists के बीच आदान-प्रदान बढ़ाने के लिए प्रयास करते रहेंगे।

साथियों,

आज जब हम दुनिया की sporting capital, मेलबन में हैं, तो sports कि बात न करना वैसा ही होगा, जैसे क्रिकेट में toss के बाद मैच ही शुरू न करना!

क्रिकेट, भारत और ऑस्ट्रेलिया के रिश्तों की अपनी diplomatic language है। इसलिए हमारी मीटिंग्स भी cricket जैसी लगती हैं:

अजेन्डा - वन-डे जैसा focused,

Decisions - T20 जितने तेज़,

और partnership - Test match जितनी लंबी और गहरी।

आने वाले वर्षों में दोनों देशों में ओलिंपिक्स और Commonwealth Games जैसे बड़े sporting events आयोजित किए जाएंगे। इससे हमारा खेल सहयोग तो बढ़ेगा ही, स्पोर्ट्स infrastructure में निवेश की भी अनेक संभावनाएं बनेंगी।

Friends,

आज की हमारी चर्चा का भाव स्पष्ट रहा है: भारत और ऑस्ट्रेलिया की partnership केवल वर्तमान की नहीं, भविष्य की partnership भी है। हम हमारे साझा विज़न पर मिलकर आगे बढ़ते रहेंगे।

Prime Minister एल्बनीसी,

आपकी मित्रता, आपकी प्रतिबद्धता और आज की सार्थक चर्चा के लिए मैं एक बार फिर आपका आभार व्यक्त करता हूँ।

मुझे और 140 करोड़ भारतवासियों को जल्द से जल्द भारत में एक बार फिर आपका स्वागत करने में खुशी होगी।

बहुत-बहुत धन्यवाद।