ମହାମହୀମଗଣ,

ନମସ୍କାର,

ଆମର ଆଖପାଖର ପଡୋଶୀ ରାଷ୍ଟ୍ରର ସ୍ୱାସ୍ଥ୍ୟ ଅଧିକାରୀ ଓ ବିଶେଷଜ୍ଞମାନେ ଆଜି ଏହି ବୈଠକରେ ଏକତ୍ର ହୋଇଥିବାରୁ ମୁଁ ବିଶେଷ ଆନନ୍ଦିତ । ଆଜିର ଏହି ସମାବେଶର ସଫଳତା ପାଇଁ ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । ଏହି କରୋନା ମହାମାରୀ କାଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯେପରି ସହଯୋଗ ଅଣାଯାଇପାରିଲା ସେଥିପାଇଁ ମଧ୍ୟ ଆପଣମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ଗତବର୍ଷ କରୋନା ମହାମାରୀ ଯେତେବେଳେ ବିଶ୍ୱରେ ବ୍ୟାପିଲା ଆମଭଳି ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ଏହାର ପ୍ରଭାବ ଘେନି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷ ଆଶଙ୍କା ପ୍ରକାଶ କରିଥିଲେ । ସୁଖର କଥା ଆରମ୍ଭରୁ ଆମେ ସମସ୍ତେ ମିଳିତଭାବେ ଏହି ଆହ୍ୱାନର ସମ୍ମୁଖୀନ ହୋଇଥିଲେ । ଗତବର୍ଷ ମାର୍ଚ୍ଚରେ ପ୍ରଥମେ ଆମେ ଏକାଠି ହୋଇ ଏହି ମହାମାରୀର ଭୟାବହତାକୁ ଅନୁମାନ କରି ତଦନୁସାରେ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆମର ଏହି ଆଗୁଆ ପ୍ରସ୍ତୁତିକୁ ଅନ୍ୟାନ୍ୟ ଅଞ୍ଚଳର ଦେଶଗୁଡିକ ଅନୁକରଣ କରିଥିଲେ ।

ମହାମାରୀର ମୁକାବିଲା ପାଇଁ ଯେଉଁ ବିପୁଳ ଖର୍ଚ୍ଚର ଆବଶ୍ୟକତା ଥିଲା ତାହା ଯୋଗାଡ କରିବାକୁ ଆମେ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଣ୍ଠି (ଇଆରଏଫ୍‍) ତିଆରି କରିଥିଲେ । ଆମେ ଆମର ସମ୍ବଳ, ଔଷଧପତ୍ର, ପିପିଇ, ଟେଷ୍ଟିଂ ଉପକରଣ ଆଦିକୁ ନିଜ ନିଜ ମଧ୍ୟରେ ବାଣ୍ଟି ବ୍ୟବହାର କରିଥିଲେ । ସର୍ବୋପରି ଆମେ ସୁବଠୁ ମୂଲ୍ୟବାନ ପଦାର୍ଥ, ଜ୍ଞାନର ମାଧ୍ୟମକୁ ପରସ୍ପର ମଧ୍ୟରେ ଭାଗ କରି ଆମର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସହଯୋଗଭିତ୍ତିରେ ଆବଶ୍ୟକ ତାଲିମ ପ୍ରଦାନରେ ସମର୍ଥ ହୋଇଥିଲେ । ୱେବିନାର, ଅନଲାଇନ କୋର୍ସ ଏବଂ ଆଇଟି ପୋର୍ଟାଲ ମାଧ୍ୟମରେ ଆମେମାନେ ଆମର ଅଭିଜ୍ଞତା ଏବଂ ଅନୁଭୂତିକୁ ପରସ୍ପର ମଧ୍ୟରେ ବାଣ୍ଟିବା ସହିତ କୋଭିଡ୍‍ ମୁକାବିଲା କ୍ଷେତ୍ରରେ ଶ୍ରେଷ୍ଠ ନୀତି, ଟେଷ୍ଟିଂ, ସଂକ୍ରମଣ ନିୟନ୍ତ୍ରଣ, ମେଡିକାଲ ବର୍ଜ୍ୟ ପରିଚାଳନା ଆଦି ବିଷୟରେ ପରସ୍ପରକୁ ସାହାଯ୍ୟ ସହଯୋଗ କରିଥିଲେ । ଆମ ପାଇଁ ଯାହା ସର୍ବଶ୍ରେଷ୍ଠ ନୀତି ଓ ବ୍ୟବସ୍ଥା ପ୍ରମାଣିତ ହୋଇଥିଲା ତାହାକୁ ଆମେ ବିକଶିତ କରି ତଦନୁସାରେ ମହାମାରୀର ମୁକାବିଲାରେ ଲାଗିଥିଲେ । ଏହି ଜ୍ଞାନ ଓ ଅଭିଜ୍ଞତା ଏକାଠି କରିବାରେ ଆମେ ସମସ୍ତେ ପର୍ଯ୍ୟାପ୍ତଭାବରେ ଯୋଗଦାନ ରଖିଥିଲେ ।

ବନ୍ଧୁଗଣ,

ସହଯୋଗର ମନୋଭାବ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମକୁ ଏହି ମହାମାରୀ ଶିଖାଇଛି । ଆମର ଖୋଲାପଣ ଓ ସଂକଳ୍ପ ମାଧ୍ୟମରେ ଆମେ ଏ କ୍ଷେତ୍ରରେ ଅପେକ୍ଷାକୃତ ବେଶ ସଫଳତା ହାସଲ କରିଛୁ । କରୋନା ମୃତ୍ୟୁହାର ଆମ ଅଞ୍ଚଳରେ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ସବୁଠୁ କମ୍‍ । ଆହୁରି ମଧ୍ୟ ଯଥାଶୀଘ୍ର ସମ୍ଭବ ଆମେ କରୋନା ଟିକା ବିକଶିତ କରି ଏହାକୁ ଲୋକଙ୍କୁ ଦେବା କାର୍ଯ୍ୟ ଆରମ୍ଭ କରିଛୁ । ଏହି ଟିକାଦାନ କାର୍ଯ୍ୟରେ ଆମର ସେହି ସହଯୋଗ ଭାବନା ଅବ୍ୟାହତ ରହିବ ବୋଲି ମୁଁ ଆଶା କରୁଛି ।

ବନ୍ଧୁଗଣ,

ଗତ ପ୍ରାୟ ଏକବର୍ଷ ହେଲା ଆମେ ସ୍ୱାସ୍ଥ୍ୟଗତ ସହଭାଗିତାରେ ଅନେକ କିଛି ହାସଲ କରିଛନ୍ତି । ଏବେ ଏ କ୍ଷେତ୍ରରେ ଆମର ଆକାଂକ୍ଷା ଆହୁରି ବଢାଇବାର ସମୟ ଆସିଛି । ସେ ବିଷୟରେ ମୁଁ କେତେକ ପ୍ରସ୍ତାବ ଆପଣଙ୍କ ବିଚାର ପାଇଁ ରଖୁଛି । ତାହା ଉପରେ ଆଲୋଚନା କରାଯାଇପାରେ ।

ଜରୁରୀକାଳୀନ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ ପାଇଁ ଆମେ ଆମ ଅଞ୍ଚଳର ଡାକ୍ତର ଓ ନର୍ସମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଭିସା ସ୍କିମ୍‍ ସୃଷ୍ଟି କରିପାରିବା କି ? ଏହା ହେଲେ ଜରୁରୀକାଳୀନ ଆବଶ୍ୟକତା ସମୟରେ କୌଣସି ଦେଶ ଅନୁରୋଧ କରିବା ମାତ୍ରେ ସହଯୋଗୀ ରାଷ୍ଟ୍ରଗୁଡିକ ତୁରନ୍ତ ଚିକିତ୍ସକ ଓ ଚିକିତ୍ସାକର୍ମୀ ସେଠାକୁ ପହଞ୍ଚାଇପାରିବେ ।
ଆମ ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଗୁଡିକ ସ୍ୱାସ୍ଥ୍ୟଗତ ପରିସ୍ଥିତିର ଜରୁରୀ ମୁକାବିଲା ପାଇଁ ଏକ ଆଞ୍ଚଳିକ ଏୟାର ଆମ୍ବୁଲାନ୍ସ ଚୁକ୍ତିରେ ସ୍ୱାକ୍ଷର କରିପାରିବେ କି ?
ଆମ ଲୋକଙ୍କ ଉପରେ କୋଭିଡ୍‍ ଟିକାର ପ୍ରଭାବ ଏବଂ ତତ୍‍ସଂକ୍ରାନ୍ତ ତଥ୍ୟାବଳୀର ସଂଗ୍ରହ ଓ ଅନୁଧ୍ୟାନ ପାଇଁ ଆମେ ଏକ ଆଞ୍ଚଳିକ ପ୍ଲାଟଫର୍ମ ତିଆରି କରିପାରିବା କି ?
ସେହିଭଳି ଭବିଷ୍ୟତରେ ମହାମାରୀର ମୁକାବିଲା ପାଇଁ ଟେକନୋଲଜିର ଉପଯୋଗ ନିମନ୍ତେ ମିଳିତ ଉଦ୍ୟମ ମାଧ୍ୟମରେ ଆମେ ଆଞ୍ଚଳିକସ୍ତରରେ ଏକ ନେଟୱାର୍କ ତିଆରି କରିପାରିବା କି ?
ଆହୁରି ମଧ୍ୟ କରୋନା ମହାମାରୀ ବାହାରେ ଆମେ ଆମର ସଫଳ ଜନସ୍ୱାସ୍ଥ୍ୟ ନୀତି ଓ କାର୍ଯ୍ୟକ୍ରମଗୁଡିକୁ ପରସ୍ପର ମଧ୍ୟରେ ବାଣ୍ଟିପାରିବା କି ? ଭାରତ ପକ୍ଷରୁ ଆମର ଆୟୁଷ୍ମାନ ଭାରତ ଓ ଜନଆରୋଗ୍ୟ ଯୋଜନା ଆମ ଅଞ୍ଚଳର ଅନ୍ୟାନ୍ୟ ବନ୍ଧୁ ରାଷ୍ଟ୍ରଗୁଡିକ ପାଇଁ ଏକ ଅଧ୍ୟୟନର ବିଷୟ ହୋଇପାରେ । ଏଭଳି ଉଦ୍ୟମ ଆମ ଅଞ୍ଚଳର ରାଷ୍ଟ୍ରଗୁଡିକ ମଧ୍ୟରେ ସହଯୋଗକୁ ଆହୁରି ବ୍ୟାପକ କରିବ । ଅନ୍ୟାନ୍ୟ କ୍ଷେତ୍ର ପାଇଁ ମଧ୍ୟ ଏହା ସହାୟକ ହେବ । ସର୍ବୋପରି ଆମେ ମିଳିତଭାବେ ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଦାରିଦ୍ର‌୍ୟ, ନିରକ୍ଷରତା ଏବଂ ସାମାଜିକ ତଥା ଲିଙ୍ଗଗତ ବୈଷମ୍ୟ ସମସ୍ୟାର ସମ୍ମୁଖୀନ । ଏହା ସତ୍ତ୍ୱେ ଆମେ ଶହ ଶହ ବର୍ଷର ପୁରୁଣା ସାଂସ୍କୃତିକ ଓ ଲୋକସଂପର୍କ ଭିତ୍ତିକ ଶକ୍ତିବଳରେ ମଧ୍ୟ ବଳୀୟାନ । ଆମର ସହଯୋଗ ଅଧିକ ସୁଦୃଢ ହେଲେ ଭବିଷ୍ୟତରେ ମହାମାରୀ ସମେତ ବିଭିନ୍ନ ବଡ ବଡ ସମସ୍ୟାର ମିଳିତ ସମାଧାନ ଆମେ ସହଜରେ କରିପାରିବା ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀ ଯଦି ଏସିଆର ହୁଏ ସେଥିରୁ ଦକ୍ଷିଣ ଏସିଆ ଏବଂ ଭାରତ ମହାସାଗରର ଦ୍ୱୀପରାଷ୍ଟ୍ରଗୁଡିକୁ ବାଦ ଦେଇହେବ ନାହିଁ । ମହାମାରୀବେଳେ ଆପଣମାନେ ଆଞ୍ଚଳିକ ଐକ୍ୟର ଯେଉଁ ଭାବନା ପ୍ରଦର୍ଶନ କରିଛନ୍ତି ତାହା ପ୍ରମାଣିତ କରିଛି ଯେ ଏହି ସଂହତି ସମ୍ଭବ । ମୁଁ ପୁଣି ଥରେ ଆପଣମାନଙ୍କୁ ସସସ୍ତଙ୍କୁ ଏହି ସଫଳ ଆଲୋଚନା ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's crude supply secure, LPG production increased: Hardeep Puri

Media Coverage

India's crude supply secure, LPG production increased: Hardeep Puri
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates José Antonio Kast Rist on assuming the office of the President of Chile
March 13, 2026

The Prime Minister, Shri Narendra Modi congratulated José Antonio Kast Rist on assuming the office of the President of Chile. Shri Modi stated that he looks forward to working closely with him to further strengthen the warm and friendly relations between India and Chile and to deepen cooperation across trade, technology and energy. “Best wishes for a successful tenure! ”, Shri Modi said.

The Prime Minister posted on X:

“Warm congratulations to José Antonio Kast Rist on assuming the office of the President of Chile. I look forward to working closely with him to further strengthen the warm and friendly relations between India and Chile and to deepen our cooperation across trade, technology and energy. Best wishes for a successful tenure! “

@joseantoniokast