Technology can be beneficial in reducing poverty to a great extent: PM Modi
High Speed Rail project project would bring in latest technology and ensure fast-paced progress: PM Modi
Whether it is railways, highways, waterways or airways, we are focusing on all areas. Integrated transport system is the dream of new India: PM
Our efforts are to provide benefits of new technology to the common man: PM Modi
Economic development has a direct relation with productivity. Our aim is: More productivity with high-speed connectivity: PM Modi

ଜାପାନରୁ ଆସିଥିବା ବିଶିଷ୍ଟ ଅତିଥିଗଣ, ଆଉ ଏଠାରେ ଏହି ଐତିହାସିକ ଅବସରରେ ଉପସ୍ଥିତ ସମସ୍ତ ମହାନୁଭବ,

ମୋର ଅନ୍ତରଙ୍ଗ ବନ୍ଧୁ ଶ୍ରୀମାନ ଆବେ-ସାନଙ୍କୁ, ମୁଁ ଭାରତରେ ଆଉ ବିଶେଷ କରି ଗୁଜରାଟର ମାଟିରେ ପୁଣି ଥରେ ହୃଦୟର ସହିତ ବହୁତ-ବହୁତ ସ୍ୱାଗତ କରୁଛି ।

ମୁଁ ଏଠାକୁ ଆସିଥିବା ଆପଣ ସମସ୍ତଙ୍କୁ ଅଭିନନ୍ଦନନ ଜଣାଉଛି, ବିଶ୍ୱର ଜଣେ ନେତା, ଜାପାନର ପ୍ରଧାନମନ୍ତ୍ରୀ ଭାରତର ପରମ ମିତ୍ର, ମୋର ଅତ୍ୟନ୍ତ ପରମ ମିତ୍ରଙ୍କୁ ସ୍ୱାଗତ ସମ୍ମାନ କରୁଛି, ଏଇ ଯେଉଁ ଦୃଶ୍ୟ ଆଉ ବାତାବରଣ ଦେଖିବାକୁ ମିଳୁଛି ସେଥିପାଇଁ ଗୁଜରାଟବାସୀଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି ।  

ସାଥୀମାନେ, କୌଣସି ମଧ୍ୟ ଦେଶ ଅଧା-ଅଧୁରା ସଙ୍କଳ୍ପ ଆଉ ବାନ୍ଧି ହୋଇଥିବା ସ୍ୱପ୍ନକୁ ସାଙ୍ଗରେ ନେଇ କେବେ ହେଲେ ଆଗକୁ ବଢ଼ି ପାରିବ ନାହିଁ । ସ୍ୱପ୍ନଗୁଡ଼ିକର ବିସ୍ତାର ହିଁ କୌଣସି ମଧ୍ୟ ଦେଶକୁ, କୌଣସି ମଧ୍ୟ ସମାଜକୁ, କୌଣସି ମଧ୍ୟ ବ୍ୟକ୍ତିକୁ ଉଡ଼ିବାର ସୀମା ନିର୍ଦ୍ଧାରଣ କରିବାର ସାମର୍ଥ୍ୟ ରଖିଥାଏ । ଏହା ହେଉଛି ‘ନିଉ ଇଣ୍ଡିଆ’ ଆଉ ଏହାର ସ୍ୱପ୍ନର ବିସ୍ତାର, ଏହାର ଉଡ଼ାଣ ହେଉଛି ଅସୀମ, ଏହାର ଇଚ୍ଛାଶକ୍ତି  ହେଉଛି ଅସୀମିତ ।

ଆଜି ଭାରତ ନିଜର ବହୁ ବର୍ଷର ପୁରୁଣା ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ପାଦ ବଢ଼ାଇଛି । ମୁଁ ଦେଶର ଶହେ ପଚିଶ କୋଟି ଦେଶବାସୀଙ୍କୁ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ଼୍ ରେଳ କରିଡରର ଏହି ଭୂମି ପୂଜା ଅବସରରେ କୋଟି-କୋଟି ଶୁଭକାମନା ଏବଂ ଶୁଭେଚ୍ଛା ଜଣାଉଛି । ବୁଲେଟ୍ ଟ୍ରେନ୍ ପରିଯୋଜନା ହେଉଛି ଏକ ଏଭଳି ପ୍ରକଳ୍ପ ଯାହା ଦ୍ରୁତ ଗତି, ଦ୍ରୁତ ପ୍ରଗତି ଏବଂ ତା’ସହିତ ଦ୍ରୁତ ଟେକ୍ନୋଲଜି ମାଧ୍ୟମରେ ଦ୍ରୁତ ପରିଣାମ ମଧ୍ୟ ଆଣିବ । ଯେଉଁଥିରେ ସୁବିଧା ମଧ୍ୟ ଅଛି, ସୁରକ୍ଷା ମଧ୍ୟ ଅଛି । ଯାହା ରୋଜଗାର ମଧ୍ୟ ଆଣିବ ଏବଂ ବେଗ ମଧ୍ୟ ଆଣିବ । ଯାହା ମଧ୍ୟ ହେଉଛି ମାନବ ଅନୁକୂଳ, ଯାହା ମଧ୍ୟ ହେଉଛି ପରିବେଶ ଅନୁକୂଳ । ଆଜିର ଦିନ, ଜାପାନ ଏବଂ ଭାରତର ସମ୍ବନ୍ଧ ପାଇଁ ହେଉଛି ଏକ ଐତିହାସିକ ଏବଂ ସେହିଭଳି ଭାବାତ୍ମକ ଅବସର । ଜଣେ ଭଲ ବନ୍ଧୁ ସର୍ବଦା ସମୟ ଏବଂ ସୀମାର ବନ୍ଧନରୁ ଉର୍ଦ୍ଧ୍ଵରେ ରହିଥାଏ । ଆଉ ଜାପାନ ଦେଖାଇ ଦେଇଛି ସେ କିଭଳି ଭାରତର ଏକ ସୁଦୃଢ଼ ବନ୍ଧୁ, ଯିଏ ହେଉଛି ସମୟ ଏବଂ ସୀମାରୁ ଉର୍ଦ୍ଧ୍ଵରେ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ, ଭାରତର ପ୍ରଥମ ହାଇ-ସ୍ପିଡ଼୍ ରେଳ ପ୍ରକଳ୍ପ, ଦୁଇ ଦେଶ ମଧ୍ୟରେ ମଜବୁତ ହେଉଥିବା ସମ୍ବନ୍ଧର ମଧ୍ୟ ଏହା ହେଉଛି ଏକ ଉକ୍ରୃଷ୍ଟ ଉଦାହରଣ, ଏକ ପ୍ରତୀକ । ଯଦି ଆଜି ଏତେ କମ ସମୟରେ ଏହି ପ୍ରକଳ୍ପର ଭୂମି-ପୂଜା ହେଉଛି ତ ତାହାର ସବୁଠାରୁ ବଡ଼ ଶ୍ରେୟ ମୋର ପରମ ମିତ୍ର ଶ୍ରୀ ଆବେ-ସାନଙ୍କୁ ଯାଉଛି । ଶ୍ରୀ ଶିଞ୍ଜୋ ଆବେ ବ୍ୟକ୍ତିଗତ ଆଗ୍ରହ ସହିତ ଏହା ସୁନିଶ୍ଚିତ କଲେ ଯେ ପ୍ରକଳ୍ପରେ କେଉଁଠି କୌଣସି ଅସୁବିଧା ଯେପରି ନ ଆସେ । ସାଥୀଗଣ ମାନବ ସଭ୍ୟତାର ବିକାଶ, ଯାତାୟତର ସାଧନଗୁଡ଼ିକର ବିକାଶ ସହିତ ବହୁତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଯଦି ଆମେ ଏସୀୟ ସଭ୍ୟତା ଉପରେ ଦୃଷ୍ଟି ଦେବା ତ ଦେଖିବା ସେହି ସମୟରେ ଗାଁ, ସହର ଆଉ ଲୋକ ନଦୀ କୂଳରେ ବସବାସ କରୁଥିଲେ ଆଉ ଏଇଗୁଡ଼ିକ ସେହି କ୍ଷେତ୍ର ଥିଲା ଯାହା ବିକାଶର କେନ୍ଦ୍ର ହେଉଥିଲା, ତା’ପରେ ସଡ଼କ ବିକାଶର ମାଧ୍ୟମ ହେଲା ଆଉ ଯେଉଁ ଯେଉଁଠାରେ ରାଜରାସ୍ତା ଯାଉଥିଲା ସେହିଠାରେ ସହର ଗଢିଉଠିବା ଆରମ୍ଭ ହୋଇଗଲା । ଆଉ ଏବେ ଆଗାମୀ ପିଢିର ଉନ୍ନତି ସେହିଠାରୁ ହେବ, ଯେଉଁଠାରେ ହାଇ-ସ୍ପିଡ଼୍ କରିଡର୍ ଥିବ ।

ସାଥୀଗଣ, କୌଣସି ଦେଶର ବିକାଶରେ ପରିବହନ ବ୍ୟବସ୍ଥା ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ, ତାହା ହୁଏତ ରେଳ ହେଉ, ସଡ଼କ ହେଉ, ଜଳମାର୍ଗ ହେଉ ଅଥବା ଆକାଶ ମାର୍ଗ ହେଉ । ଏହି ପରିବହନ ବ୍ୟବସ୍ଥା ଦେଶରେ ସଂଯୋଗ ବ୍ୟବସ୍ଥାର ଆଧାର ହୋଇଥାଏ ଆଉ ସଂଯୋଗ ବ୍ୟବସ୍ଥାର ଲାଭ ଦେଶର ଲୋକଙ୍କୁ ବିଭିନ୍ନ ଉପାୟରେ ମିଳିଥାଏ ଅନେକ ପ୍ରକାରରେ ମିଳିଥାଏ । ଯିଏ ଆମେରିକାର ଇତିହାସକୁ ଜାଣିଥିବେ ଆମେରିକାର ଇତିହାସରେ ଆଜି ସମଗ୍ର ବିଶ୍ୱ ଜାଣିଛି ଯେ ରେଳ ଆସିବା ପରେ କିଭଳି ଆମେରିକାରେ ଆର୍ଥିକ ପ୍ରଗତିର ନୂଆ ଯୁଗ ଆରମ୍ଭ ହୋଇଥିଲା । ଏବେ ଆମର ମିତ୍ର ଆବେ-ସାନ କହୁଥିଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନର ଅବସ୍ଥା କ’ଣ ଥିଲା! କିଭଳି ଭୟାନକ ଜୀବନ ଥିଲା, କିଭଳି ଗରିବୀ ଥିଲା, କିନ୍ତୁ 1964ରେ ଜାପାନରେ ବୁଲେଟ୍ ଟ୍ରେନ୍ ଚାଲିଲା ଆଉ ପୁଣି ଏଇ କୌଶଳ ଧୀରେ-ଧୀରେ ଦୁନିଆର ପନ୍ଦର ଦେଶରେ ବିସ୍ତାରିତ ହେଲା ଆଉ ତାହା ଜାପାନର ଅର୍ଥ ଜଗତକୁ ବଦଳାଇଦେଲା । ଆଜି ୟୁରୋପରୁ ଚୀନ ପର୍ଯ୍ୟନ୍ତ ଏହାର ଛାୟା ଦେଖିବାକୁ ମିଳୁଛି । ହାଇ-ସ୍ପିଡ଼୍ ରେଳ ଏହି ଦେଶମାନଙ୍କରେ ନା କେବଳ ଆର୍ଥିକ, ବରଂ ସାମାଜିକ ପରିବର୍ତ୍ତନ ଆଣିବାରେ ମଧ୍ୟ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଅଛି । ସେତେବେଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ସମୟ ବହୁତ ବଦଳି ଯାଇଛି, ଆବଶ୍ୟକତା ବଦଳିଛି । ଆଉ ଏଥିପାଇଁ ପ୍ରୟାସ କରିବା କୌଶଳରେ ମଧ୍ୟ ପରିବର୍ତ୍ତନ ଆଣିବାର ବହୁତ ଆବଶ୍ୟକ ହେଉଛି । ସମୟ ସହିତ ତାଳ ଦେଇ ଛୋଟ-ଛୋଟ ପ୍ରୟାସ କରାଯାଇଛି । ନୂଆ ଜିନିଷସବୁ ଯୋଡ଼ା ଯାଇଛି । କିନ୍ତୁ ବର୍ତ୍ତମାନର ସମୟ ଧୀରେ-ଧୀରେ ବଢ଼ିବାର ନୁହେଁ । ସମୟ ଅଧିକ ଅପେକ୍ଷା କରେ ନାହିଁ । ଟେକ୍ନୋଲଜି ଯାହା ବିଗତ ଶହେ ବର୍ଷରେ ବଦଳି ନଥିଲା, ତାହା ବିଗତ ପଚିଶ ବର୍ଷରେ ବଦଳି ଯାଇଛି । ଏବେ ଏତେ ଦ୍ରୁତ ଗତିରେ ପରିବର୍ତ୍ତନ ଆସୁଛି, ତ ଆଜି ଆମର ଯୋଗାଯୋଗରୁ ଆଗକୁ ଯାଇ ବଢ଼ି, ହାଇ-ସ୍ପିଡ଼୍ ଯୋଗାଯୋଗ ଉପରେ ହେଉଛି ଆମର ପ୍ରାଥମିକତା, ଆମର ଗରୁତ୍ୱ । ହାଇ-ସ୍ପିଡ଼୍ ଯୋଗାଯୋଗରୁ ବେଗ ବଢ଼ିବ ଦୂରତା କମିବ, ଆର୍ଥିକ ପ୍ରଗତିର ନୂତନ ଅବସର ଖୋଲିବ । ସାଥୀମାନେ, କୌଣସି ମଧ୍ୟ ଦେଶରେ ଆର୍ଥିକ ପ୍ରଗତିର ସିଧାସଳଖ ସମ୍ବନ୍ଧ ଥାଏ ଉତ୍ପାଦନ କ୍ଷମତା ସହିତ, ଅଭିବୃଦ୍ଧି ସେତେବେଳେ ହେବ ଯେତେବେଳେ ଉତ୍ପାଦନ ହେବ । ଆମର ଗୁରୁତ୍ୱ ହେଉଛି “ହାଇ-ସ୍ପିଡ଼୍ ସଂଯୋଗ ସହ ଅଧିକ ଉତ୍ପାଦକତା” ।

ସାଥୀମାନେ, ଆଜି ଏହି ଅବସରରେ ମୁଁ ଜାପାନର ଆଉ ଏକ ମିତ୍ରଭାବନାର ବିଶେଷ ଭାବେ ପ୍ରଶଂସା କରିବାକୁ ଚାହୁଁଛି । ଆମ ଭାରତୀୟମାନେ ବିଶେଷ କରି ଆମେ ଗୁଜରାଟୀ ଆଉ ଅହମ୍ମଦାବାଦୀମାନେ ଯେବେ ବି କୌଣସି ଜିନିଷ କିଣିବାକୁ ଯାଉ, ଯେବେ ବିକ୍ରିର କଥା ଆସେ ତ ବାରମ୍ବାର ତଉଲି-ତାଉଲି ହିସାବ ଲଗାଉ, ଗୋଟିଏ-ଗୋଟିଏ ପଇସାର ହିସାବ ଲଗାଉ । କ୍ଷତି ଆଉ ଲାଭର ରୂପ ରଙ୍ଗ ବାରମ୍ବାର ମାପୁ । ଯେବେ ଆମେ ଗୋଟିଏ ଛୋଟିଆ ବାଇକ୍ ମଧ୍ୟ କିଣିବାକୁ ଯାଉ ଆଉ ବ୍ୟାଙ୍କରୁ ଋଣ ଆଣୁ ତ ଦଶଟି ବ୍ୟାଙ୍କର ଚକ୍କର ଲଗାଉ । ଗୋଟିଏ ବ୍ୟାଙ୍କକୁ ଦଶ-ଦଶ ଥର ଯାଉ ଆଉ କମ୍ ଦରରେ କମ ସୁଧ ହାରରେ କିଏ ଋଣ ଦେବ, ତାହାର ଟିକେ ହିସାବ ଲଗାଉ । କୌଣସି ବ୍ୟାଙ୍କ 8 ପ୍ରତିଶତ କହୁଥିବ, କୌଣସି ବ୍ୟାଙ୍କ 9 ପ୍ରତିଶତ କହୁଥିବ ଆଉ ପୁଣି ଆମେ ହିସାବ ଲଗାଉଥିବା ଯୋଗ-ବିୟୋଗ ମଧ୍ୟ କରୁଥିବା କି ଏତେ ପ୍ରତିଶତ ହିସାବରେ ଯଦି ମୁଁ ବାଇକ ଆଣୁଛି ଆଉ ଯେବେ ମୁଁ ବ୍ୟାଙ୍କରେ ସୁଧ ସମେତ ପଇସା ଫେରାଇବି ସେତେବେଳେ ମୋ ବାଇକର ଦାମ କେତେ ହେବ? କେତେ ବର୍ଷରେ ହେବ? ଏହିସବୁ ଟିକିନିଖି ଭାବେ ଦେଖୁ, ବ୍ୟାଙ୍କ ବାଲା ମଧ୍ୟ ହାଲିଆ ହୋଇଯିବ ଯେତିକି ଥର ଆମେ ବ୍ୟାଙ୍କର ଦ୍ୱାର ପାଖକୁ ଯାଉଛେ ଟିକେ କମ୍ କର ସାଙ୍ଗ । 8 ପ୍ରତିଶତରେ ନେଇ ପାରିବି ନାହିଁ 9 ପ୍ରତିଶତରେ ନେଇ ପାରିବି ନାହିଁ ଟିକେ କମ୍ କରନ୍ତୁ । ଅଧା ପ୍ରତିଶତ କେହି କମ କରିଦିଅନ୍ତି ତ ଖୁସି ହୋଇଯାଉ । ଏହା ଆମେ ଭଲ ଭାବରେ ଜାଣୁ ଆଉ ଅହମ୍ମଦାବାଦୀ ତ ବୋଧହୁଏ ଖୁବ ଭଲ ଭାବରେ ଜାଣନ୍ତି । କିନ୍ତୁ କଳ୍ପନା କରନ୍ତୁ ବନ୍ଧୁଗଣ କେହି ଏଭଳି ବନ୍ଧୁ, ଏଭଳି ବ୍ୟାଙ୍କ ମିଳିବ ନାହିଁ ଯେଭଳି ଭାରତକୁ ଆବେ-ସାନଙ୍କ ଭଳି ବନ୍ଧୁ ମିଳିଛନ୍ତି, ଜାପାନ ଭଳି ବନ୍ଧୁ ମିଳିଛି । ଯଦି କିଏ କହିବେ କି ବିନା ସୁଧରେ ହିଁ ଋଣ ନେଇଯାଅ ଆଉ ଦଶ କୋଡ଼ିଏ ନୁହେଁ ପଚାଶ ବର୍ଷରେ ସୁଝିବ, କେହି ବିଶ୍ୱାସ କରିବେ କି?  ଲୋକଙ୍କୁ ଏଭଳି ବ୍ୟାଙ୍କ ମିଳେ ନାହିଁ, କିନ୍ତୁ ଭାରତକୁ ଏଭଳି ବନ୍ଧୁ ମିଳିଛନ୍ତି ଯିଏ ବୁଲେଟ୍ ଟ୍ରେନ୍ ପାଇଁ 88 ହଜାର କୋଟି ଟଙ୍କା, ଅଠାଅଶୀ ହଜାର କୋଟି ଟଙ୍କା କେବଳ 0.1 ପ୍ରତିଶତ, 0.1 ପ୍ରତିଶତ ସୁଧ ହାରରେ ଏହି ବୁଲେଟ୍ ଟ୍ରେନ୍ ପାଇଁ ଟଙ୍କା ଦେବାର ନଷ୍ପତ୍ତି ନେଇଛନ୍ତି ।

ମୁଁ ଆଶ୍ଚର୍ଯ୍ୟ ହେଉଛି ଯେବେ ମୁଁ ଗୁଜରାଟରେ ଥିଲି, ସେତେବେଳେ ମୁଁ ଯେବେ ବୁଲେଟ୍ ଟ୍ରେନ୍ କଥା କହୁଥିଲି ତ ମୋତେ ପଚରା ଯାଉଥିଲା ମୋଦୀ କଥା କହୁଛି ବୁଲେଟ୍ କାହିଁକି ଆଣିବେ, କେବେ ଆଣିବେ, କେବେ ଆଣିବେ, କେବେ ଆଣିବେ? ଏବେ ଯେବେ ଆଣିବା ଆରମ୍ଭ କଲି ତ କହୁଛନ୍ତି କାହିଁକି ଆଣିଲେ? ଭାଇ ଓ ଭଉଣୀମାନେ ଏହି ବୁଲେଟ୍ ଟ୍ରେନ୍ ହେଉଛି ଭାରତକୁ ଜାପାନର ବହୁତ ବଡ଼ ଉପହାର ଗୋଟିଏ ପ୍ରକାରରେ ମାଗଣାରେ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ଆଉ ମୁଁ ପୁଣିଥରେ ଜାପାନ ପ୍ରତି ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି । ଯିଏ ଏହି ପ୍ରକଳ୍ପ ପାଇଁ ବୈଷୟିକ ଜ୍ଞାନ ଏବଂ ଆର୍ଥିକ ସାହାଯ୍ୟ ସହିତ ଭାରତର ସହଯୋଗ ପାଇଁ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି, ଆଗକୁ ଆସିଛନ୍ତି ।

ଭାଇ ଓ ଭଉଣୀମାନେ, ହାଇ-ସ୍ପିଡ଼୍ ରେଳ ବ୍ୟବସ୍ଥା ଦ୍ୱାରା ନା କେବଳ ଦୁଇଟି ସ୍ଥାନ ମଧ୍ୟରେ ଦୂରତା କମ୍ ହେବ ବରଂ ପାଞ୍ଚ ଶହ କିଲୋମିଟର ଦୂରରେ ରହିଥିବା ସହରର ଲୋକ ମଧ୍ୟ ଆହୁରି ନିକଟତର ହୋଇଯିବେ, ଆହୁରି ପାଖକୁ ଆସିଯିବେ ଆଉ ଏଥିପାଇଁ ମୁଁ ତ କହିବି ଏହି ଟ୍ରେନ୍ ଆମରୁ ଅହମ୍ମଦାବାଦଠାରୁ ଆମ୍ଚି-ମୁମ୍ବାଇ ଯିବ । ଯେତେବେଳେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଯିବ ତ ମୁମ୍ବାଇରୁ ଅହମ୍ମଦାବାଦର ଦୂରତା ଦୁଇରୁ ତିନି ଘଣ୍ଟା ମଧ୍ୟରେ-ମଧ୍ୟରେ ଶେଷ କରିହେବ । ଯଦି ଆମେ ଏହାକୁ ଉଡ଼ାଜାହାଜ ଯାତ୍ରା ସହିତ ତୁଳନା କରିବା ତ ଯେତିକି ସମୟ ଏଠାରୁ ବିମାନବନ୍ଦର ଯିବାରେ ସେଠାକାର ଔପଚାରିକତା ପୂରଣ କରିବାରେ ଆଉ ଉଡ଼ାଜାହାଜ ଯାତ୍ରା ପରେ ନିଜର ଘର କିମ୍ବା କାର୍ଯ୍ୟାଳୟରେ ପହଞ୍ଚିବାରେ ଯେତେ ସମୟ ଲାଗେ ତା’ଠାରୁ ମଧ୍ୟ ଅଧା ସମୟରେ ଏହି ହାଇ-ସ୍ପିଡ଼୍ ରେଳ ଦ୍ୱାରା ମୁମ୍ବାଇ ଯାଇ ପାରିବା । ଆପଣ କଳ୍ପନା କରି ପାରୁଥିବେ କେତେ ବଡ଼ ପରିବର୍ତ୍ତନ ଆସିବ । ଲୋକଙ୍କର କେତେ ସମୟ ବଞ୍ଚିବ । ମୁମ୍ବାଇ ଅହମଦାବାଦ ସଡ଼କ ପଥରେ ଯେଉଁ ହଜାର ହଜାର ଗାଡ଼ି ପ୍ରତିଦିନ ଚାଲୁଛି, ତାହା ମଧ୍ୟ କମିବ ଏହାର ପରିବେଶ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପଡ଼ିବ ଆଉ ଯେବେ ଇନ୍ଧନ ବଞ୍ଚିବ, ତ ବିଦେଶୀ ପୁଞ୍ଜି ମଧ୍ୟ ବଞ୍ଚିବ କାରଣ ଆମକୁ ସମସ୍ତ ଇନ୍ଧନ ବିଦେଶରୁ ଆଣିବାକୁ ପଡ଼ିଥାଏ ।

ସାଥୀମାନେ, ଏହି ପ୍ରକଳ୍ପ ସହିତ ମୁମ୍ବାଇ-ଅହମ୍ମଦାବାଦ ପଥରେ ଏକ ନୂଆ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ବିକଶିତ ହେବାକୁ ଯାଉଛି । ଦୁଇ ସହର ମଧ୍ୟବର୍ତ୍ତୀ ଅଂଚଳ ଗୋଟିଏ ପ୍ରକାରରେ ଏକକ ଅର୍ଥନୈତିକ ଜୋନରେ ପରିବର୍ତ୍ତିତ ହୋଇଯିବ । ହାଇ-ସ୍ପିଡ଼୍ କରିଡର୍ ଦ୍ୱାରା ନା କେବଳ ଯାତାୟାତ ଦ୍ରୁତ ହେବ, ବରଂ ବ୍ୟବସାୟକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଅଧିକରୁ ଅଧିକ ଅଂଚଳ ମଧ୍ୟରେ ପାରସ୍ପରିକ ସମ୍ପର୍କ ବଢ଼ିବ । ଆଉ ଏହା ଦ୍ୱାରା ମାନବ ଶକ୍ତିର ସ୍ଥନାନ୍ତର ହେଉ କିମ୍ବା ଜିନିଷ ବୋଝେଇ, ଏହା ବହୁତ ହିଁ ସରଳ ଆଉ ସୁଗମ ହୋଇଯିବ । ଏହା ଦ୍ୱାରା ଦେଶର ବିକାଶ ମଧ୍ୟ ହେବ ଆଉ ମୁଁ ଯେପରି ଆଗରୁ କହିଥିଲି ଦେଶକୁ ଏକ ନୂତନ ଗତି ମିଳିବ ।

ଏଭଳି ଏକ ଧାରଣା ହୋଇ ଯାଇଛି ଯେ ଯେତେ ମଧ୍ୟ ନୂଆ ଟେକ୍ନୋଲଜି ଆସିଥାଏ ତାହା କେବଳ ଧନୀ ଲୋକଙ୍କ ପାଇଁ ଆସିଥାଏ, ଯେବେ କି ଅନୁଭବ କିଛି ଅଲଗା ହୋଇଥାଏ । ଟେକ୍ନୋଲଜି ଗରିବଙ୍କୁ ସଶକ୍ତ କରିବାରେ ଯଦି ଉପଯୋଗ କରାଯାଏ ତ ଗରିବୀ ବିରୁଦ୍ଧରେ କରାଯାଉଥିବା ଲଢ଼େଇ ବହୁତ ଦ୍ରୁତ ଗତିରେ ଆମେ ଜିତି ପାରିବା । ଆଉ ଏଥିପାଇଁ ଆମର ଉଦ୍ଦେଶ୍ୟ ହେଉଛି ଏହି ଟେକ୍ନୋଲଜିର ସର୍ବାଧିକ ଉପଯୋଗ କରି ତାହାକୁ ଏତେ କମ ବ୍ୟୟ ସାପେକ୍ଷ କରାଇ ଦିଆଯିବ ଯେ ଦେଶର ଗରିବର ଜୀବନ ସହିତ ତାହା ଯୋଡ଼ି ହୋଇଯିବ । ମୁଁ ମାନୁଛି କି ଟେକ୍ନୋଲଜିର ଲାଭ ସେତେବେଳେ ହେବ ଯେତେବେଳେ ଦେଶର ସାଧାରଣ ନାଗରିକ ମଧ୍ୟ ଭଲ ଭାବରେ ଏହାର ଉପଯୋଗ କରିପାରିବ । ଆଜି ଯେବେ ଆମେ ରେଳବାଇରେ ନୂତନ ଏବଂ ଅତ୍ୟାଧୁନିକତାକୁ ଯୋଡ଼ୁ ଅଛେ ତ ଆମର ସମ୍ପୂର୍ଣ୍ଣ ପ୍ରୟାସ ଏହା ହେଉଛି କି ଦେଶର ସାଧାରଣ ମନୁଷ୍ୟଙ୍କୁ ନୂତନ ଟେକ୍ନୋଲଜିର ଲାଭ ମିଳିବା ଦରକାର । ଏହି ପ୍ରକଳ୍ପ ସମୟରେ ଟେକ୍ନୋଲଜି ସ୍ଥାନାନ୍ତର ଦ୍ୱାରା ରେଳବାଇର ଲାଭ ହେବ । ଅଂଚଳର ଟେକ୍ନିସିଆନ୍, ଭେଣ୍ଡର, ବିନିର୍ମାଣକାରୀ ସେମାନଙ୍କୁ ମଧ୍ୟ ଲାଭ ମିଳିବ ଆଉ ଗୋଟିଏ ପଟେ ରେଳବାଇର ଯେଉଁ ପୂରା ନେଟୱାର୍କ ଅଛି, ତାହାକୁ ନୂତନତ୍ୱର ସହିତ ଆହୁରି ଆଗକୁ ଯିବାକୁ ପଡ଼ିବ ଓ ତାହାକୁ ଲାଭ ମିଳିବ ।

ସାଥୀମାନେ, ଟେକ୍ନୋଲଜି ଆମକୁ ହୁଏତ ଜାପାନ ଠାରୁ ମିଳୁଛି କିନ୍ତୁ ବୁଲେଟ୍ ଟ୍ରେନ୍ ପାଇଁ ଅଧିକାଂଶ ସଂସାଧନ ଭାରତରେ ହିଁ ଯୋଗାଡ଼ କରାଯିବ । ଆଉ ଏଥିପାଇଁ ଆମର ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ଯନ୍ତ୍ରାଂଶ ବିନିର୍ମାଣ କରିବାକୁ ହେବ ଆଉ ସେଗୁଡ଼ିକୁ ସମୟାନୁସାରେ ଯୋଗାଣ ମଧ୍ୟ କରିବାକୁ ହେବ । ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ ବିନିର୍ମାଣ  ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଏହାଦ୍ୱାରା ‘ମେକ୍ ଇନ୍ ଇଣ୍ଡିଆ’କୁ ମଧ୍ୟ ସୁଦୃଢ଼ତା ମିଳିବ । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିଯୁକ୍ତିର ହଜାର ହଜାର ଅବସର ମଧ୍ୟ ଏହି ପ୍ରକଳ୍ପ ନିଜ ସହିତ ନେଇ କରି ଆସୁଛି ।

ସାଥୀମାନେ, ଦେଶରେ ସମନ୍ୱିତ ପରିବହନ ବ୍ୟବସ୍ଥା ‘ନିଉ ଇଣ୍ଡିଆ’ର ହେଉଛି ଆବଶ୍ୟକତା । ‘ନିଉ ଇଣ୍ଡିଆ’ର ହେଉଛି ସ୍ୱପ୍ନ । ଆଉ ସେଥିପାଇଁ ଆମ ଦେଶର ଭବିଷ୍ୟତ ସୁବିଧା ପ୍ରମାଣିତ କରିବା ଉପରେ ଧ୍ୟାନ ଦେଉଛୁ, ଫଳରେ ଆଗାମୀ ପିଢିଙ୍କ ହିସାବରେ ଭିତ୍ତିଭୂମିର ନିର୍ମାଣ କରାଯାଇ ପାରିବ । ରେଳପଥ ହେଉ, ସଡ଼କପଥ ହେଉ, ଜଳପଥ ହେଉ କିମ୍ବା ଆକାଶପଥ ହେଉ, ଆମେ ସବୁ କ୍ଷେତ୍ରରେ ଏକ ସମାନ ଭିତିଭୂମି ଉପରେ ଗୁରୁତ୍ୱ ଦେଇଛୁ ଆଉ ଅପ୍ରତ୍ୟାଶିତ ଗତିରେ କାର୍ଯ୍ୟକୁ ଆଗକୁ ବଢାଉଛୁ । ଅମେ ଆଜି ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ସଡ଼କ ନିର୍ମାଣ କରୁଛୁ । ଜିଏସଟିର ଲାଭ ଦେଶର ପରିବହନ ବ୍ୟବସ୍ଥାକୁ ମଧ୍ୟ ମିଳିଛି ଆଉ ଟ୍ରକ ଦ୍ୱାରା ପ୍ରତିଦିନ ସ୍ଥିର କରାଯାଇଥିବା ଦୂରତା 30 ପ୍ରତିଶତ ବୃଦ୍ଧି ପାଇଛି । ଯଦି ପ୍ରଥମେ ମାଲ ନେଇ ଯାଉଥିବା ଟ୍ରକ ଗୋଟିଏ ଦିନରେ ଯଦି 200 କିଲୋମିଟର ଯାଉଥିଲା, ତ ଜିଏସଟି ଆସିବା ପରେ ତନଖି ଫାଟକର ସମସ୍ୟା ଦୂର ହୋଇଯିବା ପରେ ଆଜି ସେହି ଟ୍ରକ ଗୋଟିଏ ଦିନରେ 200 କିଲୋମିଟର ବଦଳରେ 250 କିଲୋମିଟରରୁ ଅଧିକ ଯାତ୍ରା କରିପାରୁଛି । ଅର୍ଥାତ ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥାରେ 30 ପ୍ରତିଶତ ବୃଦ୍ଧି ଏକ ମାତ୍ର ଜିଏସଟି ନିଷ୍ପତ୍ତି କାରଣରୁ ସମ୍ଭବ ହୋଇଛି ଆଉ ସେହି କାରଣରୁ ଲୋକଙ୍କୁ ଶସ୍ତାରେ ସାମଗ୍ରୀ ପହଂଚାଇବାର ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ।

ସରକାର ଜଳମାର୍ଗରେ ପରିବହନକୁ ପରିବେଶ ଅନୁକୂଳ ପଦ୍ଧତି ରୂପରେ ବିକଶିତ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ଏହି ଦିଗରେ ଆଗକୁ ବଢି 106 ପ୍ରମୁଖ ନଦୀକୁ ଜାତୀୟ ଜଳପଥ ଭାବରେ ବିକଶିତ କରିବାର କାମ ଏହି ଦିଗରେ ଆମେ ଆଗକୁ ବଢୁଛୁ । ଭାରତରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ସମ୍ଭବନା ନେଇ ଆସୁଛି । ବିଗତ ତିନି ବର୍ଷରେ ଘରୋଇ ବିମାନ ସଂଖ୍ୟାରେ ଏବଂ ଉଡାଜାହାଜରେ ଯାତ୍ରା କରିବାବାଲାଙ୍କ ସଂଖ୍ୟାରେ ପାଖାପାଖି ତିନି କୋଟି ବୃଦ୍ଧି ହୋଇଛି । ବିମାନ ଚଳାଚଳ କ୍ଷେତ୍ରକୁ ମଜବୁତ କରିବା ପାଇଁ ପ୍ରଥମ ଥର ଜାତୀୟ ବିମାନ ଚଳାଚଳ ନୀତି ଆମେ ପ୍ରସ୍ତୁତ କରିଅଛୁ । ମଧ୍ୟମ ବର୍ଗଙ୍କ ଜୀବନରେ ‘ଉଡ଼ାଣ ଯୋଜନା’ ମାଧ୍ୟମରେ ପରିବର୍ତ୍ତନ ଅଣାଯାଉଛି । ଏହି ଯୋଜନା ଅଧୀନରେ ଦେଶର 70 ଟି ଛୋଟ ଛୋଟ ସହରକୁ ଯୋଡ଼ା ଯାଉଛି ଫଳରେ ଦେଶର ସାଧାରଣ ନାଗରିକ କେବେ ଶସ୍ତାରେ ବିମାନ ଯାତ୍ରା ଓ ଚଳାଚଳ ସେବାର ସୁବିଧା ନେଇ ପାରିବେ ।

ବର୍ତ୍ତମାନ ରେଳ ବ୍ୟବସ୍ଥାରେ ଉନ୍ନତି ଆଉ ଆଧୁନିକ କୌଶଳ ଆଧାରରେ ନୂଆ ରେଳ ନେଟୱାର୍କର ନିର୍ମାଣ ଏହି ଦୁଇଟି ଉପରେ ସମାନ ଭାବେ ଧ୍ୟାନ ଦିଆ ଯାଉଛି । ଆମେ ରେଳ ଟ୍ରାକ୍, ତାହାକୁ ଦୁଇ ଗୁଣା କରିବା, ବିଦ୍ୟୁତକରଣ କରିବା, ଏହି କାମକୁ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ାଇଛୁ ଆଉ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ କାମ ହେଉଛି । ବର୍ତ୍ତମାନ ସୁଦ୍ଧା ରେଳବାଇରେ ଯେତେ ନିବେଶ ସରକାର କରୁଛନ୍ତି, ଏହା ପୂର୍ବରୁ ଏତେ ପରିମାଣରେ କେବେ ହୋଇ ନଥିଲା । ନିବେଶ ବଢ଼ାଇବା ସହିତ ମଧ୍ୟ ଏବେ ଦଶ-ଦଶ ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପକୁ ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ରେଳବାଇର କ୍ଷମତାରେ ବୃଦ୍ଧି ଏବଂ ମାଲ ବୋଝେଇ ସହଜ କରିବା ପାଇଁ ଭାରତ ସରକାର କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି ।

ମୁମ୍ବାଇର ଜବାହରଲାଲ ବନ୍ଦରରୁ ନେଇ ୟୁପିର ଦାଦ୍ରୀ ପର୍ଯ୍ୟନ୍ତ ସମର୍ପିତ ପଶ୍ଚିମାଞ୍ଚଳ ମାଲ ପରିବହନ କରିଡର (Western Dedicated Fright Corridor) ତିଆରି କରାଯାଉଛି । ସେହି ପରି କୋଲକାତାରୁ ଲୁଧିଆନା ପର୍ଯ୍ୟନ୍ତ ସମର୍ପିତ ପୂର୍ବାଞ୍ଚଳ ମାଲ ପରିବହନ କରିଡର (Eastern Dedicated Fright Corridor) ତିଆରି କରାଯାଉଛି । ଆସନ୍ତା 3ରୁ ସାଢ଼େ ତିନି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରି ନେବା ପାଇଁ ଆମେ ପ୍ରୟାସ କରୁଅଛୁ । ଏହି ପ୍ରକଳ୍ପ ଶେଷ ହେବା ପରେ ଯେଉଁ ଭିଡ ତାହା ମଧ୍ୟ କମ୍ ହେବ, ଯାତ୍ରୀବାହୀ ଟ୍ରେନର ସମୟ ବଂଚିବ ଆଉ ରେଳବାଇର ପରିବହନ କ୍ଷମତା ମଧ୍ୟ ବଢ଼ିବ ।

ସାଥୀମାନେ, ଦ୍ରୁତଗାମୀ ରେଳ ପ୍ରକଳ୍ପ ଆଧୁନିକ ରେଳ ନିର୍ମାଣର ଭିଜନର ହେଉଛି ଏକ ମହତ୍ୱପୂର୍ଣ୍ଣ ଅଂଶ । ମୁଁ ବହୁତ ଖୁସି ଯେ ଆଜି ଏହାର ଭୂମିପୂଜା ହୋଇଛି । ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ପ୍ରିୟ ଦେଶବାସୀଗଣ, ଆଜି ଭୂମିପୂଜା ହୋଇଛି । ସ୍ୱାଧୀନତାର 70 ବର୍ଷ ହୋଇଅଛି, ସାବରମତୀ ଆଶ୍ରମର ଶତାବ୍ଦୀ ପାଳନ କରୁଅଛୁ, ମନରେ ଇଚ୍ଛା ଅଛି ସ୍ୱପ୍ନ ଅଛି, ଯେବେ ସ୍ୱାଧୀନତାର 75 ବର୍ଷ ହେବ 2022-23 ରେ ଏହି ରେଳର କାମ ଆମେ ପୂରଣ କରିବୁ ଆଉ ଯେପରି ଆବେ-ସାନ୍ କହିଲେ ଆମେ ଦୁହେଁ ବସିକରି ସେଥିରେ ଯାତ୍ରା କରି ତାହାର ଉଦ୍ଘାଟନ କରିବୁ । ଜାପାନ ଆଉ ଭାରତ ଥରେ ନିଶ୍ଚୟ କରିନେଲେ ତ ଏହା ମଧ୍ୟ ଆମେ କରି ଦେଖାଇବୁ, ଏହା ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ।

ଏହି ପ୍ରକଳ୍ପ ସହିତ ଦ୍ରୁତଗାମୀ ରେଳ ପ୍ରକଳ୍ପ ବିଶେଷଜ୍ଞ ପ୍ରସ୍ତୁତ କରିବା ପାଇଁ ବଦୋଦରାରେ ଦ୍ରୁତଗାମୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଉଛି । ମୁଁ ମାନୁଛି ଯେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ । ବଦୋଦରା ବର୍ଷ-ବର୍ଷ ଧରି ରେଳବାଇର ଏକ ବଡ଼ ମହତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛି । ଏବେ ଜାପାନ ସେଠାରେ ଦ୍ରୁତଗାମୀ ରେଳ ପାଇଁ ଯେଉଁଭଳିଭାବେ ମାନବ ଶକ୍ତିର ଆବଶ୍ୟକତା ରହିଛି, ନୂତନ ଟେକ୍ନୋଲଜିକୁ ଶିଖାଇବାର ଆବଶ୍ୟକତା ରହିଛି, ଭାରତର ଯୁବକମାନଙ୍କୁ ବିଶେଷ କରି ଗୁଜରାଟର ଯୁବକମାନଙ୍କୁ ଏହି ସୁଯୋଗ ମିଳିବ ଆଉ ଯେବେ ମାନବ ସମ୍ବଳର ଦକ୍ଷତା ବିକାଶ ହୋଇଥାଏ ତ ଦେଶର ଶକ୍ତି ଅନେକ ଗୁଣ ବଢ଼ି ଯାଇଥାଏ । ଯାହା କି ଏକ ହାଇ-ସ୍ପିଡ଼୍ ଠାରୁ ମଧ୍ୟ ଅଧିକ ହୋଇଥାଏ, ସେହି କାମ ଏବେ ବଦୋଦରାର ଭୂମିରେ ହେବ, ଜାପାନର ସାହାଯ୍ୟରେ ହେବ ଆଉ ଏହା ହେଉଛି ଆଧୁନିକରୁ ଆଧୁନିକ ରେଲୱେ ଇଂଜିନିୟରିଂର କାମ, ସେଥିପାଇଁ ଭାରତର ଯୁବକମାନଙ୍କୁ ପ୍ରସ୍ତୁତ କରାଯିବ । ଆପଣ କଳ୍ପନା କରି ପାରୁଥିବେ କି ନୂତନ ଭାରତ ପାଇଁ କେତେ ବଡ଼ ସାମର୍ଥ୍ୟବାନ ମାନବ ସମ୍ବଳଙ୍କୁ ପ୍ରସ୍ତୁତ କରିବାର କାମ ଏହି ଗୋଟିଏ ପ୍ରତିଷ୍ଠାନ ଦ୍ୱାରା ହେବାକୁ ଯାଉଛି । ମୋ ପାଇଁ ଯେତିକି ମହତ୍ୱ ହେଉଛି ଦ୍ରୁତଗାମୀ ରେଳ ପ୍ରକଳ୍ପର ଭୂମି ପୂଜା ତା’ଠାରୁ ମଧ୍ୟ କେତେ ଅଧିକ ମହତ୍ୱ ହେଉଛି ଦେଶର ଯୁବକମାନଙ୍କୁ ଏହି ଆଧୁନିକ ପ୍ରଶିକ୍ଷଣ ଦେବାପାଇଁ ଏହି ଯେଉଁ ସଂସ୍ଥାର ଭୂମି ପୂଜା ହେଉଅଛି ଏଥିରେ ଅଛି ଆଉ ଏହା ଏକବିଂଶ ଶତାବ୍ଦୀର ଭାରତର ମଜବୁତ ମୂଳଦୁଆ ପକାଇବାର କାମ ଏଥିରେ ହେବାକୁ ଯାଉଛି ।

ମୁଁ ଏହି ପ୍ରକଳ୍ପ ସହିତ ଯୋଡ଼ି ହୋଇଥିବା ଭାରତ ଏବଂ ଜାପାନର ସମସ୍ତ ପ୍ରତିନିଧିଙ୍କୁ, କର୍ମଚାରୀଙ୍କୁ ପୁଣି ଆଉ ଥରେ ବହୁତ ବହୁତ ଶୁଭ କାମନା ଜଣାଉଛି, ସେମାନଙ୍କୁ ଧନ୍ୟବାଦ ଜଣାଉଛି । ସେମାନଙ୍କର ପ୍ରୟାସ ଫଳରେ ଏହି ପ୍ରକଳ୍ପ ଏ ପର୍ଯ୍ୟନ୍ତ ପହଂଚିଛି । ଆଉ ବର୍ତ୍ତମାନ ଏହାର ପ୍ରକୃତ କାମ ମାଟି ଉପରେ ଆରମ୍ଭ ହେବାକୁ ଯାଉଛି । ମୋର ସଂପୂର୍ଣ୍ଣ ଭରସା ଯେ ମିଳିମିଶି ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରୁ କମ୍ ସମୟରେ ସମ୍ପୂର୍ଣ୍ଣ କରିବାର ପ୍ରୟାସ କରିବା ଆଉ କରି ଦେଖାଇବା । ପୁଣି ଆଉ ଥରେ ଜାପାନର ପ୍ରଧାନମନ୍ତ୍ରୀ ଆଉ ମୋର ପରମମିତ୍ର ଶ୍ରୀମାନ ସିଞ୍ଜୋ ଆବେ, ଶ୍ରୀମାନ ଆବେ-ସାନ୍ ତାଙ୍କୁ ମୁଁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଉ ଭାରତର ରେଳ ନେଟୱାର୍କ ଏତେ ବଡ଼ ଏତେ ବଡ଼ ଯାହାକି ହେଉଛି ଜାପାନର ମୋଟ ଜନସଂଖ୍ୟା । ଆମର ଏଠି ଏକ ସପ୍ତାହରେ ଜାପାନର ଯାହା ହେଉଛି ଜନସଂଖ୍ୟା, ସେତିକି ଲୋକ ରେଳରେ ଯାତ୍ରା କରିଥାଆନ୍ତି । କେତେ ବିଶାଳତା କେତେ କ୍ଷମତା, ଆମ ପାଖରେ ସୁଯୋଗ ଅଛି, ବେଗ ଅଛି, ଆପଣଙ୍କର ଦକ୍ଷତା ଅଛି ଆଉ ଆମେ ମିଳିମିଶି ଏହି ନୂତନ ଭାରତକୁ ନୂତନ ଗତି ଦେବା ଦିଗରେ ଆଗକୁ ବଢ଼ିବା ।

ମୁଁ ପୁଣି ଥରେ ଗୁଜରାଟବାସୀମାନେ ଯେଉଁ ଭବ୍ୟ ସ୍ୱାଗତ ସମ୍ମାନ କଲେ ଜାପାନର ପ୍ରଧାନମନ୍ତ୍ରୀଙ୍କ ଶୋଭା ଅନୁରୂପ କଲେ ଏଥିପାଇଁ ଗୁଜରାଟର ହୃଦୟର ସହିତ କୃତଜ୍ଞତା ବ୍ୟକ୍ତ କରୁଛି । ମୁଁ ଗୁଜରାଟ ଆଉ ମହାରାଷ୍ଟ୍ର ସରକାର ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛି, ଏହି କାମ ମଧ୍ୟରେ ଏହି ଦୁଇ ସରକାର ମିଶି ଭାରତ ସରକାର ଆଉ ଜାପାନ ସରକାରଙ୍କ ସହିତ ମିଶି ସାରା ବିଶ୍ୱକୁ ଗୋଟିଏ ପରେ ଗୋଟିଏ ଦ୍ରୁତ-ଗତିରେ କରି ଚାଲିଲେ ଆଉ ସମସ୍ତ ବ୍ୟବସ୍ଥାକୁ ଆଗକୁ ବଢ଼ାଇଲେ ଆଉ ଏଥିପାଇଁ ମୁଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି ।

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Portraits of PVC recipients replace British officers at Rashtrapati Bhavan

Media Coverage

Portraits of PVC recipients replace British officers at Rashtrapati Bhavan
NM on the go

Nm on the go

Always be the first to hear from the PM. Get the App Now!
...
“Maitri Parv” celebrates the friendship between India and Oman: PM Modi during community programme in Muscat
December 18, 2025

नमस्ते!
अहलन व सहलन !!!

ये युवा जोश आपकी एनर्जी यहां का पूरा atmosphere चार्ज हो गया है। मैं उन सब भाई बहनों को भी नमस्कार करता हूँ, जो जगह की कमी के कारण, इस हॉल में नहीं हैं, और पास के हॉल में स्क्रीन पर यह प्रोग्राम लाइव देख रहें हैं। अब आप कल्पना कर सकते हैं, कि यहाँ तक आएं और अंदर तक नहीं आ पाएं तोह उनके दिल में क्या होता होगा।

साथियों,

मैं मेरे सामने एक मिनी इंडिया देख रहा हूं, मुझे लगता है यहां बहुत सारे मलयाली भी हैं।

सुखम आणो ?

औऱ सिर्फ मलयालम नहीं, यहां तमिल, तेलुगू, कन्नड़ा और गुजराती बोलने वाले बहुत सारे लोग भी हैं।

नलमा?
बागुन्नारा?
चेन्ना-गिद्दिरा?
केम छो?

साथियों,

आज हम एक फैमिली की तरह इकट्ठा हुए हैं। आज हम अपने देश को, अपनी टीम इंडिया को सेलिब्रेट कर रहे हैं।

साथियों,

भारत में हमारी diversity, हमारी संस्कृति का मजबूत आधार है। हमारे लिए हर दिन एक नया रंग लेकर आता है। हर मौसम एक नया उत्सव बन जाता है। हर परंपरा एक नई सोच के साथ आती है।

और यही कारण है कि हम भारतीय कहीं भी जाएं, कहीं भी रहें, हम diversity का सम्मान करते हैं। हम वहां के कल्चर, वहां के नियम-कायदों के साथ घुलमिल जाते हैं। ओमान में भी मैं आज यही होते हुए अपनी आंखों के सामने देख रहा हूं।

यह भारत का डायस्पोरा co-existence का, co-operation का, एक लिविंग Example बना हुआ है।

साथियों,

भारत की इसी समृद्ध सांस्कृतिक विरासत का एक और अद्भुत सम्मान हाल ही में मिला है। आपको शायद पता होगा, यूनेस्को ने दिवाली को Intangible Cultural Heritage of Humanity में शामिल किया है।

अब दिवाली का दिया हमारे घर को ही नहीं, पूरी दुनिया को रोशन करेगा। यह दुनिया भर में बसे प्रत्येक भारतीय के लिए गर्व का विषय है। दिवाली की यह वैश्विक पहचान हमारी उस रोशनी की मान्यता है, जो आशा, सद्भाव, और मानवता के संदेश को, उस प्रकाश को फैलाती है।

साथियों,

आज हम सब यहां भारत-ओमान "मैत्री पर्व” भी मना रहे हैं।

मैत्री यानि:
M से maritime heritage
A से Aspirations
I से Innovation
T से Trust and technology
R से Respect
I से Inclusive growth

यानि ये "मैत्री पर्व,” हम दोनों देशों की दोस्ती, हमारी शेयर्ड हिस्ट्री, और prosperous future का उत्सव हैं। भारत और ओमान के बीच शताब्दियों से एक आत्मीय और जीवंत नाता रहा है।

Indian Ocean की Monsoon Winds ने दोनों देशों के बीच ट्रेड को दिशा दी है। हमारे पूर्वज लोथल, मांडवी, और तामरालिप्ति जैसे पोर्ट्स से लकड़ी की नाव लेकर मस्कट, सूर, और सलालाह तक आते थे।

और साथियों,

मुझे खुशी है कि मांडवी टू मस्कट के इन ऐतिहासिक संबंधों को हमारी एंबेसी ने एक किताब में भी समेटा है। मैं चाहूंगा कि यहां रहने वाला हर साथी, हर नौजवान इसको पढ़े, और अपने ओमानी दोस्तों को भी ये गिफ्ट करे।

अब आपको लगेगा की स्कूल में भी मास्टरजी होमवर्क देते हैं, और इधर मोदीजी ने भी होमवर्क दे दिया।

साथियों,

ये किताब बताती है कि भारत और ओमान सिर्फ Geography से नहीं, बल्कि Generations से जुड़े हुए हैं। और आप सभी सैकड़ों वर्षों के इन संबंधों के सबसे बड़े Custodians हैं।

साथियों,

मुझे भारत को जानिए क्विज़ में ओमान के participation बारे में भी पता चला है। ओमान से Ten thousand से अधिक लोगों ने इस क्विज में participate किया। ओमान, ग्लोबली फोर्थ पोज़िशन पर रहा है।

लेकिन में तालियां नहीं बजाऊंगा। ओमान तो नंबर एक पे होना चाहिए। मैं चाहूँगा कि ओमान की भागीदारी और अधिक बढ़े, ज्यादा से ज्यादा संख्या में लोग जुड़ें। भारतीय बच्चे तो इसमें भाग ज़रूर लें। आप ओमान के अपने दोस्तों को भी इस क्विज़ का हिस्सा बनने के लिए मोटिवेट करें।

साथियों,

भारत और ओमान के बीच जो रिश्ता ट्रेड से शुरू हुआ था, आज उसको education सशक्त कर रही है। मुझे बताया गया है कि यहां के भारतीय स्कूलों में करीब फोर्टी सिक्स थाउज़ेंड स्टूड़ेंट्स पढ़ाई कर रहे हैं। इनमें ओमान में रहने वाले अन्य समुदायों के भी हज़ारों बच्चे शामिल हैं।

ओमान में भारतीय शिक्षा के पचास वर्ष पूरे हो रहे हैं। ये हम दोनों देशों के संबंधों का एक बहुत बड़ा पड़ाव है।

साथियों,

भारतीय स्कूलों की ये सफलता His Majesty the Late सुल्तान क़ाबूस के प्रयासों के बिना संभव नहीं थी। उन्होंने Indian School मस्कत सहित अनेक भारतीय स्कूलों के लिए ज़मीन दी हर ज़रूरी मदद की।

इस परंपरा को His Majesty सुल्तान हैथम ने आगे बढ़ाया।

वे जिस प्रकार यहां भारतीयों का सहयोग करते हैं, संरक्षण देते हैं, इसके लिए मैं उनका विशेष तौर पर आभार व्यक्त करता हूं।

साथियों,

आप सभी परीक्षा पे चर्चा कार्यक्रम से भी परिचित हैं। यहां ओमान से काफी सारे बच्चे भी इस प्रोग्राम से जुड़ते हैं। मुझे यकीन है, कि यह चर्चा आपके काम आती होगी, पैरेंट्स हों या स्टूडेंट्स, सभी को stress-free तरीके से exam देने में हमारी बातचीत बहुत मदद करती है।

साथियों,

ओमान में रहने वाले भारतीय अक्सर भारत आते-जाते रहते हैं। आप भारत की हर घटना से अपडेट रहते हैं। आप सभी देख रहे हैं कि आज हमारा भारत कैसे प्रगति की नई गति से आगे बढ़ रहा है। भारत की गति हमारे इरादों में दिख रही है, हमारी परफॉर्मेंस में नज़र आती है।

कुछ दिन पहले ही इकॉनॉमिक ग्रोथ के आंकड़े आए हैं, और आपको पता होगा, भारत की ग्रोथ 8 परसेंट से अधिक रही है। यानि भारत, लगातार दुनिया की Fastest growing major economy बना हुआ है। ये तब हुआ है, जब पूरी दुनिया चुनौतियों से घिरी हुई है। दुनिया की बड़ी-बड़ी economies, कुछ ही परसेंट ग्रोथ अचीव करने के लिए तरस गई हैं। लेकिन भारत लगातार हाई ग्रोथ के पथ पर चल रहा है। ये दिखाता है कि भारत का सामर्थ्य आज क्या है।

साथियों,

भारत आज हर सेक्टर में हर मोर्चे पर अभूतपूर्व गति के साथ काम कर रहा है। मैं आज आपको बीते 11 साल के आंकड़े देता हूं। आपको भी सुनकर गर्व होगा।

यहां क्योंकि बहुत बड़ी संख्या में, स्टूडेंट्स और पेरेंट्स आए हैं, तो शुरुआत मैं शिक्षा और कौशल के सेक्टर से ही बात करुंगा। बीते 11 साल में भारत में हज़ारों नए कॉलेज बनाए गए हैं।

I.I.T’s की संख्या सोलह से बढ़कर तेईस हो चुकी है। 11 वर्ष पहले भारत में 13 IIM थे, आज 21 हैं। इसी तरह AIIMs की बात करुं तो 2014 से पहले सिर्फ 7 एम्स ही बने थे। आज भारत में 22 एम्स हैं।

मेडिकल कॉलेज 400 से भी कम थे, आज भारत में करीब 800 मेडिकल कॉलेज हैं।

साथियों,

आज हम विकसित भारत के लिए अपने एजुकेशन और स्किल इकोसिस्टम को तैयार कर रहे हैं। न्यू एजुकेशन पॉलिसी इसमें बहुत बड़ी भूमिका निभा रही है। इस पॉलिसी के मॉडल के रूप में चौदह हज़ार से अधिक पीएम श्री स्कूल भी खोले जा रहे हैं।

साथियों,

जब स्कूल बढ़ते हैं, कॉलेज बढ़ते हैं, यूनिवर्सिटीज़ बढ़ती हैं तो सिर्फ़ इमारतें नहीं बनतीं देश का भविष्य मज़बूत होता है।

साथियों,

भारत के विकास की स्पीड और स्केल शिक्षा के साथ ही अन्य क्षेत्रों में भी दिखती है। बीते 11 वर्षों में हमारी Solar Energy Installed Capacity 30 गुना बढ़ी है, Solar module manufacturing 10 गुना बढ़ी है, यानि भारत आज ग्रीन ग्रोथ की तरफ तेजी से कदम आगे बढ़ा रहा है।

आज भारत दुनिया का सबसे बड़ा फिनटेक इकोसिस्टम है। दुनिया का दूसरा सबसे बड़ा Steel Producer है। दूसरा सबसे बड़ा Mobile Manufacturer है।

साथियों,

आज जो भी भारत आता है तो हमारे आधुनिक इंफ्रास्ट्रक्चर को देखकर हैरान रह जाता है। ये इसलिए संभव हो पा रहा है क्योंकि बीते 11 वर्षों में हमने इंफ्रास्ट्रक्चर पर पांच गुना अधिक निवेश किया है।

Airports की संख्या double हो गई है। आज हर रोज, पहले की तुलना में डबल स्पीड से हाइवे बन रहे हैं, तेज़ गति से रेल लाइन बिछ रही हैं, रेलवे का इलेक्ट्रिफिकेशन हो रहा है।

साथियों,

ये आंकड़े सिर्फ उपलब्धियों के ही नहीं हैं। ये विकसित भारत के संकल्प तक पहुंचने वाली सीढ़ियां हैं। 21वीं सदी का भारत बड़े फैसले लेता है। तेज़ी से निर्णय लेता है, बड़े लक्ष्यों के साथ आगे बढ़ता है, और एक तय टाइमलाइन पर रिजल्ट लाकर ही दम लेता है।

साथियों,

मैं आपको गर्व की एक और बात बताता हूं। आज भारत, दुनिया का सबसे बड़ा digital public infrastructure बना रहा है।

भारत का UPI यानि यूनिफाइड पेमेंट्स इंटरफेस, दुनिया का सबसे बड़ा रियल टाइम डिजिटल पेमेंट सिस्टम है। आपको ये बताने के लिए कि इस पेमेंट सिस्टम का स्केल क्या है, मैं एक छोटा सा Example देता हूं।

मुझे यहाँ आ कर के करीब 30 मिनट्स हुए हैं। इन 30 मिनट में भारत में यूपीआई से फोर्टीन मिलियन रियल टाइम डिजिटल पेमेंट्स हुए हैं। इन ट्रांजैक्शन्स की टोटल वैल्यू, ट्वेंटी बिलियन रुपीज़ से ज्यादा है। भारत में बड़े से बड़े शोरूम से लेकर एक छोटे से वेंडर तक सब इस पेमेंट सिस्टम से जुड़े हुए हैं।

साथियों,

यहां इतने सारे स्टूडेंट्स हैं। मैं आपको एक और दिलचस्प उदाहरण दूंगा। भारत ने डिजीलॉकर की आधुनिक व्यवस्था बनाई है। भारत में बोर्ड के एग्ज़ाम होते हैं, तो मार्कशीट सीधे बच्चों के डिजीलॉकर अकाउंट में आती है। जन्म से लेकर बुढ़ापे तक, जो भी डॉक्युमेंट सरकार जेनरेट करती है, वो डिजीलॉकर में रखा जा सकता है। ऐसे बहुत सारे डिजिटल सिस्टम आज भारत में ease of living सुनिश्चित कर रहे हैं।

साथियों,

भारत के चंद्रयान का कमाल भी आप सभी ने देखा है। भारत दुनिया का पहला ऐसा देश है, जो मून के साउथ पोल तक पहुंचा है, सिर्फ इतना ही नहीं, हमने एक बार में 104 सैटेलाइट्स को एक साथ लॉन्च करने का कीर्तिमान भी बनाया है।

अब भारत अपने गगनयान से पहला ह्युमेन स्पेस मिशन भी भेजने जा रहा है। और वो समय भी दूर नहीं जब अंतरिक्ष में भारत का अपना खुद का स्पेस स्टेशन भी होगा।

साथियों,

भारत का स्पेस प्रोग्राम सिर्फ अपने तक सीमित नहीं है, हम ओमान की स्पेस एस्पिरेशन्स को भी सपोर्ट कर रहे हैं। 6-7 साल पहले हमने space cooperation को लेकर एक समझौता किया था। मुझे बताते हुए खुशी है कि, ISRO ने India–Oman Space Portal विकसित किया है। अब हमारा प्रयास है कि ओमान के युवाओं को भी इस स्पेस पार्टनरशिप का लाभ मिले।

मैं यहां बैठे स्टूडेंट्स को एक और जानकारी दूंगा। इसरो, "YUVIKA” नाम से एक स्पेशल प्रोग्राम चलाता है। इसमें भारत के हज़ारों स्टूडेंट्स space science से जुड़े हैं। अब हमारा प्रयास है कि इस प्रोग्राम में ओमानी स्टूडेंट्स को भी मौका मिले।

मैं चाहूंगा कि ओमान के कुछ स्टूडेंट्स, बैंगलुरु में ISRO के सेंटर में आएं, वहां कुछ समय गुज़ारें। ये ओमान के युवाओं की स्पेस एस्पिरेशन्स को नई बुलंदी देने की बेहतरीन शुरुआत हो सकती है।

साथियों,

आज भारत, अपनी समस्याओं के सोल्यूशन्स तो खोज ही रहा है ये सॉल्यूशन्स दुनिया के करोड़ों लोगों का जीवन कैसे बेहतर बना सकते हैं इस पर भी काम कर रहा है।

software development से लेकर payroll management तक, data analysis से लेकर customer support तक अनेक global brands भारत के टैलेंट की ताकत से आगे बढ़ रहे हैं।

दशकों से भारत IT और IT-enabled services का global powerhouse रहा है। अब हम manufacturing को IT की ताक़त के साथ जोड़ रहे हैं। और इसके पीछे की सोच वसुधैव कुटुंबकम से ही प्रेरित है। यानि Make in India, Make for the World.

साथियों,

वैक्सीन्स हों या जेनरिक medicines, दुनिया हमें फार्मेसी of the World कहती है। यानि भारत के affordable और क्वालिटी हेल्थकेयर सोल्यूशन्स दुनिया के करोड़ों लोगों का जीवन बचा रहे हैं।

कोविड के दौरान भारत ने करीब 30 करोड़ vaccines दुनिया को भेजी थीं। मुझे संतोष है कि करीब, one hundred thousand मेड इन इंडिया कोविड वैक्सीन्स ओमान के लोगों के काम आ सकीं।

और साथियों,

याद कीजिए, ये काम भारत ने तब किया, जब हर कोई अपने बारे में सोच रहा था। तब हम दुनिया की चिंता करते थे। भारत ने अपने 140 करोड़ नागरिकों को भी रिकॉर्ड टाइम में वैक्सीन्स लगाईं, और दुनिया की ज़रूरतें भी पूरी कीं।

ये भारत का मॉडल है, ऐसा मॉडल, जो twenty first century की दुनिया को नई उम्मीद देता है। इसलिए आज जब भारत मेड इन इंडिया Chips बना रहा है, AI, क्वांटम कंप्यूटिंग और ग्रीन हाइड्रोजन को लेकर मिशन मोड पर काम कर रहा है, तब दुनिया के अन्य देशों में भी उम्मीद जगती है, कि भारत की सफलता से उन्हें भी सहयोग मिलेगा।

साथियों,

आप यहां ओमान में पढ़ाई कर रहे हैं, यहां काम कर रहे हैं। आने वाले समय में आप ओमान के विकास में, भारत के विकास में बहुत बड़ी भूमिका निभाएंगे। आप दुनिया को लीडरशिप देने वाली पीढ़ी हैं।

ओमान में रहने वाले भारतीयों को असुविधा न हो, इसके लिए यहां की सरकार हर संभव सहयोग दे रही है।

भारत सरकार भी आपकी सुविधा का पूरा ध्यान रख रही है। पूरे ओमान में 11 काउंसलर सर्विस सेंटर्स खोले हैं।

साथियों,

बीते दशक में जितने भी वैश्विक संकट आए हैं, उनमें हमारी सरकार ने तेज़ी से भारतीयों की मदद की है। दुनिया में जहां भी भारतीय रहते हैं, हमारी सरकार कदम-कदम पर उनके साथ है। इसके लिए Indian Community Welfare Fund, मदद पोर्टल, और प्रवासी भारतीय बीमा योजना जैसे प्रयास किए गए हैं।

साथियों,

भारत के लिए ये पूरा क्षेत्र बहुत ही स्पेशल है, और ओमान हमारे लिए और भी विशेष है। मुझे खुशी है कि भारत-ओमान का रिश्ता अब skill development, digital learning, student exchange और entrepreneurship तक पहुंच रहा है।

मुझे विश्वास है आपके बीच से ऐसे young innovators निकलेंगे जो आने वाले वर्षों में India–Oman relationship को नई ऊंचाई पर ले जाएंगे। अभी यहां भारतीय स्कूलों ने अपने 50 साल celebrate किए हैं। अब हमें अगले 50 साल के लक्ष्यों के साथ आगे बढ़ना है। इसलिए मैं हर youth से कहना चाहूंगा :

Dream big.
Learn deeply.
Innovate boldly.

क्योंकि आपका future सिर्फ आपका नहीं है, बल्कि पूरी मानवता का भविष्य है।

आप सभी को एक बार फिर उज्जवल भविष्य की बहुत-बहुत शुभकामनाएं।

बहुत-बहुत धन्यवाद!
Thank you!