Technology can be beneficial in reducing poverty to a great extent: PM Modi
High Speed Rail project project would bring in latest technology and ensure fast-paced progress: PM Modi
Whether it is railways, highways, waterways or airways, we are focusing on all areas. Integrated transport system is the dream of new India: PM
Our efforts are to provide benefits of new technology to the common man: PM Modi
Economic development has a direct relation with productivity. Our aim is: More productivity with high-speed connectivity: PM Modi

ଜାପାନରୁ ଆସିଥିବା ବିଶିଷ୍ଟ ଅତିଥିଗଣ, ଆଉ ଏଠାରେ ଏହି ଐତିହାସିକ ଅବସରରେ ଉପସ୍ଥିତ ସମସ୍ତ ମହାନୁଭବ,

ମୋର ଅନ୍ତରଙ୍ଗ ବନ୍ଧୁ ଶ୍ରୀମାନ ଆବେ-ସାନଙ୍କୁ, ମୁଁ ଭାରତରେ ଆଉ ବିଶେଷ କରି ଗୁଜରାଟର ମାଟିରେ ପୁଣି ଥରେ ହୃଦୟର ସହିତ ବହୁତ-ବହୁତ ସ୍ୱାଗତ କରୁଛି ।

ମୁଁ ଏଠାକୁ ଆସିଥିବା ଆପଣ ସମସ୍ତଙ୍କୁ ଅଭିନନ୍ଦନନ ଜଣାଉଛି, ବିଶ୍ୱର ଜଣେ ନେତା, ଜାପାନର ପ୍ରଧାନମନ୍ତ୍ରୀ ଭାରତର ପରମ ମିତ୍ର, ମୋର ଅତ୍ୟନ୍ତ ପରମ ମିତ୍ରଙ୍କୁ ସ୍ୱାଗତ ସମ୍ମାନ କରୁଛି, ଏଇ ଯେଉଁ ଦୃଶ୍ୟ ଆଉ ବାତାବରଣ ଦେଖିବାକୁ ମିଳୁଛି ସେଥିପାଇଁ ଗୁଜରାଟବାସୀଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି ।  

ସାଥୀମାନେ, କୌଣସି ମଧ୍ୟ ଦେଶ ଅଧା-ଅଧୁରା ସଙ୍କଳ୍ପ ଆଉ ବାନ୍ଧି ହୋଇଥିବା ସ୍ୱପ୍ନକୁ ସାଙ୍ଗରେ ନେଇ କେବେ ହେଲେ ଆଗକୁ ବଢ଼ି ପାରିବ ନାହିଁ । ସ୍ୱପ୍ନଗୁଡ଼ିକର ବିସ୍ତାର ହିଁ କୌଣସି ମଧ୍ୟ ଦେଶକୁ, କୌଣସି ମଧ୍ୟ ସମାଜକୁ, କୌଣସି ମଧ୍ୟ ବ୍ୟକ୍ତିକୁ ଉଡ଼ିବାର ସୀମା ନିର୍ଦ୍ଧାରଣ କରିବାର ସାମର୍ଥ୍ୟ ରଖିଥାଏ । ଏହା ହେଉଛି ‘ନିଉ ଇଣ୍ଡିଆ’ ଆଉ ଏହାର ସ୍ୱପ୍ନର ବିସ୍ତାର, ଏହାର ଉଡ଼ାଣ ହେଉଛି ଅସୀମ, ଏହାର ଇଚ୍ଛାଶକ୍ତି  ହେଉଛି ଅସୀମିତ ।

ଆଜି ଭାରତ ନିଜର ବହୁ ବର୍ଷର ପୁରୁଣା ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ପାଦ ବଢ଼ାଇଛି । ମୁଁ ଦେଶର ଶହେ ପଚିଶ କୋଟି ଦେଶବାସୀଙ୍କୁ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ଼୍ ରେଳ କରିଡରର ଏହି ଭୂମି ପୂଜା ଅବସରରେ କୋଟି-କୋଟି ଶୁଭକାମନା ଏବଂ ଶୁଭେଚ୍ଛା ଜଣାଉଛି । ବୁଲେଟ୍ ଟ୍ରେନ୍ ପରିଯୋଜନା ହେଉଛି ଏକ ଏଭଳି ପ୍ରକଳ୍ପ ଯାହା ଦ୍ରୁତ ଗତି, ଦ୍ରୁତ ପ୍ରଗତି ଏବଂ ତା’ସହିତ ଦ୍ରୁତ ଟେକ୍ନୋଲଜି ମାଧ୍ୟମରେ ଦ୍ରୁତ ପରିଣାମ ମଧ୍ୟ ଆଣିବ । ଯେଉଁଥିରେ ସୁବିଧା ମଧ୍ୟ ଅଛି, ସୁରକ୍ଷା ମଧ୍ୟ ଅଛି । ଯାହା ରୋଜଗାର ମଧ୍ୟ ଆଣିବ ଏବଂ ବେଗ ମଧ୍ୟ ଆଣିବ । ଯାହା ମଧ୍ୟ ହେଉଛି ମାନବ ଅନୁକୂଳ, ଯାହା ମଧ୍ୟ ହେଉଛି ପରିବେଶ ଅନୁକୂଳ । ଆଜିର ଦିନ, ଜାପାନ ଏବଂ ଭାରତର ସମ୍ବନ୍ଧ ପାଇଁ ହେଉଛି ଏକ ଐତିହାସିକ ଏବଂ ସେହିଭଳି ଭାବାତ୍ମକ ଅବସର । ଜଣେ ଭଲ ବନ୍ଧୁ ସର୍ବଦା ସମୟ ଏବଂ ସୀମାର ବନ୍ଧନରୁ ଉର୍ଦ୍ଧ୍ଵରେ ରହିଥାଏ । ଆଉ ଜାପାନ ଦେଖାଇ ଦେଇଛି ସେ କିଭଳି ଭାରତର ଏକ ସୁଦୃଢ଼ ବନ୍ଧୁ, ଯିଏ ହେଉଛି ସମୟ ଏବଂ ସୀମାରୁ ଉର୍ଦ୍ଧ୍ଵରେ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ, ଭାରତର ପ୍ରଥମ ହାଇ-ସ୍ପିଡ଼୍ ରେଳ ପ୍ରକଳ୍ପ, ଦୁଇ ଦେଶ ମଧ୍ୟରେ ମଜବୁତ ହେଉଥିବା ସମ୍ବନ୍ଧର ମଧ୍ୟ ଏହା ହେଉଛି ଏକ ଉକ୍ରୃଷ୍ଟ ଉଦାହରଣ, ଏକ ପ୍ରତୀକ । ଯଦି ଆଜି ଏତେ କମ ସମୟରେ ଏହି ପ୍ରକଳ୍ପର ଭୂମି-ପୂଜା ହେଉଛି ତ ତାହାର ସବୁଠାରୁ ବଡ଼ ଶ୍ରେୟ ମୋର ପରମ ମିତ୍ର ଶ୍ରୀ ଆବେ-ସାନଙ୍କୁ ଯାଉଛି । ଶ୍ରୀ ଶିଞ୍ଜୋ ଆବେ ବ୍ୟକ୍ତିଗତ ଆଗ୍ରହ ସହିତ ଏହା ସୁନିଶ୍ଚିତ କଲେ ଯେ ପ୍ରକଳ୍ପରେ କେଉଁଠି କୌଣସି ଅସୁବିଧା ଯେପରି ନ ଆସେ । ସାଥୀଗଣ ମାନବ ସଭ୍ୟତାର ବିକାଶ, ଯାତାୟତର ସାଧନଗୁଡ଼ିକର ବିକାଶ ସହିତ ବହୁତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଯଦି ଆମେ ଏସୀୟ ସଭ୍ୟତା ଉପରେ ଦୃଷ୍ଟି ଦେବା ତ ଦେଖିବା ସେହି ସମୟରେ ଗାଁ, ସହର ଆଉ ଲୋକ ନଦୀ କୂଳରେ ବସବାସ କରୁଥିଲେ ଆଉ ଏଇଗୁଡ଼ିକ ସେହି କ୍ଷେତ୍ର ଥିଲା ଯାହା ବିକାଶର କେନ୍ଦ୍ର ହେଉଥିଲା, ତା’ପରେ ସଡ଼କ ବିକାଶର ମାଧ୍ୟମ ହେଲା ଆଉ ଯେଉଁ ଯେଉଁଠାରେ ରାଜରାସ୍ତା ଯାଉଥିଲା ସେହିଠାରେ ସହର ଗଢିଉଠିବା ଆରମ୍ଭ ହୋଇଗଲା । ଆଉ ଏବେ ଆଗାମୀ ପିଢିର ଉନ୍ନତି ସେହିଠାରୁ ହେବ, ଯେଉଁଠାରେ ହାଇ-ସ୍ପିଡ଼୍ କରିଡର୍ ଥିବ ।

ସାଥୀଗଣ, କୌଣସି ଦେଶର ବିକାଶରେ ପରିବହନ ବ୍ୟବସ୍ଥା ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ, ତାହା ହୁଏତ ରେଳ ହେଉ, ସଡ଼କ ହେଉ, ଜଳମାର୍ଗ ହେଉ ଅଥବା ଆକାଶ ମାର୍ଗ ହେଉ । ଏହି ପରିବହନ ବ୍ୟବସ୍ଥା ଦେଶରେ ସଂଯୋଗ ବ୍ୟବସ୍ଥାର ଆଧାର ହୋଇଥାଏ ଆଉ ସଂଯୋଗ ବ୍ୟବସ୍ଥାର ଲାଭ ଦେଶର ଲୋକଙ୍କୁ ବିଭିନ୍ନ ଉପାୟରେ ମିଳିଥାଏ ଅନେକ ପ୍ରକାରରେ ମିଳିଥାଏ । ଯିଏ ଆମେରିକାର ଇତିହାସକୁ ଜାଣିଥିବେ ଆମେରିକାର ଇତିହାସରେ ଆଜି ସମଗ୍ର ବିଶ୍ୱ ଜାଣିଛି ଯେ ରେଳ ଆସିବା ପରେ କିଭଳି ଆମେରିକାରେ ଆର୍ଥିକ ପ୍ରଗତିର ନୂଆ ଯୁଗ ଆରମ୍ଭ ହୋଇଥିଲା । ଏବେ ଆମର ମିତ୍ର ଆବେ-ସାନ କହୁଥିଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନର ଅବସ୍ଥା କ’ଣ ଥିଲା! କିଭଳି ଭୟାନକ ଜୀବନ ଥିଲା, କିଭଳି ଗରିବୀ ଥିଲା, କିନ୍ତୁ 1964ରେ ଜାପାନରେ ବୁଲେଟ୍ ଟ୍ରେନ୍ ଚାଲିଲା ଆଉ ପୁଣି ଏଇ କୌଶଳ ଧୀରେ-ଧୀରେ ଦୁନିଆର ପନ୍ଦର ଦେଶରେ ବିସ୍ତାରିତ ହେଲା ଆଉ ତାହା ଜାପାନର ଅର୍ଥ ଜଗତକୁ ବଦଳାଇଦେଲା । ଆଜି ୟୁରୋପରୁ ଚୀନ ପର୍ଯ୍ୟନ୍ତ ଏହାର ଛାୟା ଦେଖିବାକୁ ମିଳୁଛି । ହାଇ-ସ୍ପିଡ଼୍ ରେଳ ଏହି ଦେଶମାନଙ୍କରେ ନା କେବଳ ଆର୍ଥିକ, ବରଂ ସାମାଜିକ ପରିବର୍ତ୍ତନ ଆଣିବାରେ ମଧ୍ୟ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଅଛି । ସେତେବେଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ସମୟ ବହୁତ ବଦଳି ଯାଇଛି, ଆବଶ୍ୟକତା ବଦଳିଛି । ଆଉ ଏଥିପାଇଁ ପ୍ରୟାସ କରିବା କୌଶଳରେ ମଧ୍ୟ ପରିବର୍ତ୍ତନ ଆଣିବାର ବହୁତ ଆବଶ୍ୟକ ହେଉଛି । ସମୟ ସହିତ ତାଳ ଦେଇ ଛୋଟ-ଛୋଟ ପ୍ରୟାସ କରାଯାଇଛି । ନୂଆ ଜିନିଷସବୁ ଯୋଡ଼ା ଯାଇଛି । କିନ୍ତୁ ବର୍ତ୍ତମାନର ସମୟ ଧୀରେ-ଧୀରେ ବଢ଼ିବାର ନୁହେଁ । ସମୟ ଅଧିକ ଅପେକ୍ଷା କରେ ନାହିଁ । ଟେକ୍ନୋଲଜି ଯାହା ବିଗତ ଶହେ ବର୍ଷରେ ବଦଳି ନଥିଲା, ତାହା ବିଗତ ପଚିଶ ବର୍ଷରେ ବଦଳି ଯାଇଛି । ଏବେ ଏତେ ଦ୍ରୁତ ଗତିରେ ପରିବର୍ତ୍ତନ ଆସୁଛି, ତ ଆଜି ଆମର ଯୋଗାଯୋଗରୁ ଆଗକୁ ଯାଇ ବଢ଼ି, ହାଇ-ସ୍ପିଡ଼୍ ଯୋଗାଯୋଗ ଉପରେ ହେଉଛି ଆମର ପ୍ରାଥମିକତା, ଆମର ଗରୁତ୍ୱ । ହାଇ-ସ୍ପିଡ଼୍ ଯୋଗାଯୋଗରୁ ବେଗ ବଢ଼ିବ ଦୂରତା କମିବ, ଆର୍ଥିକ ପ୍ରଗତିର ନୂତନ ଅବସର ଖୋଲିବ । ସାଥୀମାନେ, କୌଣସି ମଧ୍ୟ ଦେଶରେ ଆର୍ଥିକ ପ୍ରଗତିର ସିଧାସଳଖ ସମ୍ବନ୍ଧ ଥାଏ ଉତ୍ପାଦନ କ୍ଷମତା ସହିତ, ଅଭିବୃଦ୍ଧି ସେତେବେଳେ ହେବ ଯେତେବେଳେ ଉତ୍ପାଦନ ହେବ । ଆମର ଗୁରୁତ୍ୱ ହେଉଛି “ହାଇ-ସ୍ପିଡ଼୍ ସଂଯୋଗ ସହ ଅଧିକ ଉତ୍ପାଦକତା” ।

ସାଥୀମାନେ, ଆଜି ଏହି ଅବସରରେ ମୁଁ ଜାପାନର ଆଉ ଏକ ମିତ୍ରଭାବନାର ବିଶେଷ ଭାବେ ପ୍ରଶଂସା କରିବାକୁ ଚାହୁଁଛି । ଆମ ଭାରତୀୟମାନେ ବିଶେଷ କରି ଆମେ ଗୁଜରାଟୀ ଆଉ ଅହମ୍ମଦାବାଦୀମାନେ ଯେବେ ବି କୌଣସି ଜିନିଷ କିଣିବାକୁ ଯାଉ, ଯେବେ ବିକ୍ରିର କଥା ଆସେ ତ ବାରମ୍ବାର ତଉଲି-ତାଉଲି ହିସାବ ଲଗାଉ, ଗୋଟିଏ-ଗୋଟିଏ ପଇସାର ହିସାବ ଲଗାଉ । କ୍ଷତି ଆଉ ଲାଭର ରୂପ ରଙ୍ଗ ବାରମ୍ବାର ମାପୁ । ଯେବେ ଆମେ ଗୋଟିଏ ଛୋଟିଆ ବାଇକ୍ ମଧ୍ୟ କିଣିବାକୁ ଯାଉ ଆଉ ବ୍ୟାଙ୍କରୁ ଋଣ ଆଣୁ ତ ଦଶଟି ବ୍ୟାଙ୍କର ଚକ୍କର ଲଗାଉ । ଗୋଟିଏ ବ୍ୟାଙ୍କକୁ ଦଶ-ଦଶ ଥର ଯାଉ ଆଉ କମ୍ ଦରରେ କମ ସୁଧ ହାରରେ କିଏ ଋଣ ଦେବ, ତାହାର ଟିକେ ହିସାବ ଲଗାଉ । କୌଣସି ବ୍ୟାଙ୍କ 8 ପ୍ରତିଶତ କହୁଥିବ, କୌଣସି ବ୍ୟାଙ୍କ 9 ପ୍ରତିଶତ କହୁଥିବ ଆଉ ପୁଣି ଆମେ ହିସାବ ଲଗାଉଥିବା ଯୋଗ-ବିୟୋଗ ମଧ୍ୟ କରୁଥିବା କି ଏତେ ପ୍ରତିଶତ ହିସାବରେ ଯଦି ମୁଁ ବାଇକ ଆଣୁଛି ଆଉ ଯେବେ ମୁଁ ବ୍ୟାଙ୍କରେ ସୁଧ ସମେତ ପଇସା ଫେରାଇବି ସେତେବେଳେ ମୋ ବାଇକର ଦାମ କେତେ ହେବ? କେତେ ବର୍ଷରେ ହେବ? ଏହିସବୁ ଟିକିନିଖି ଭାବେ ଦେଖୁ, ବ୍ୟାଙ୍କ ବାଲା ମଧ୍ୟ ହାଲିଆ ହୋଇଯିବ ଯେତିକି ଥର ଆମେ ବ୍ୟାଙ୍କର ଦ୍ୱାର ପାଖକୁ ଯାଉଛେ ଟିକେ କମ୍ କର ସାଙ୍ଗ । 8 ପ୍ରତିଶତରେ ନେଇ ପାରିବି ନାହିଁ 9 ପ୍ରତିଶତରେ ନେଇ ପାରିବି ନାହିଁ ଟିକେ କମ୍ କରନ୍ତୁ । ଅଧା ପ୍ରତିଶତ କେହି କମ କରିଦିଅନ୍ତି ତ ଖୁସି ହୋଇଯାଉ । ଏହା ଆମେ ଭଲ ଭାବରେ ଜାଣୁ ଆଉ ଅହମ୍ମଦାବାଦୀ ତ ବୋଧହୁଏ ଖୁବ ଭଲ ଭାବରେ ଜାଣନ୍ତି । କିନ୍ତୁ କଳ୍ପନା କରନ୍ତୁ ବନ୍ଧୁଗଣ କେହି ଏଭଳି ବନ୍ଧୁ, ଏଭଳି ବ୍ୟାଙ୍କ ମିଳିବ ନାହିଁ ଯେଭଳି ଭାରତକୁ ଆବେ-ସାନଙ୍କ ଭଳି ବନ୍ଧୁ ମିଳିଛନ୍ତି, ଜାପାନ ଭଳି ବନ୍ଧୁ ମିଳିଛି । ଯଦି କିଏ କହିବେ କି ବିନା ସୁଧରେ ହିଁ ଋଣ ନେଇଯାଅ ଆଉ ଦଶ କୋଡ଼ିଏ ନୁହେଁ ପଚାଶ ବର୍ଷରେ ସୁଝିବ, କେହି ବିଶ୍ୱାସ କରିବେ କି?  ଲୋକଙ୍କୁ ଏଭଳି ବ୍ୟାଙ୍କ ମିଳେ ନାହିଁ, କିନ୍ତୁ ଭାରତକୁ ଏଭଳି ବନ୍ଧୁ ମିଳିଛନ୍ତି ଯିଏ ବୁଲେଟ୍ ଟ୍ରେନ୍ ପାଇଁ 88 ହଜାର କୋଟି ଟଙ୍କା, ଅଠାଅଶୀ ହଜାର କୋଟି ଟଙ୍କା କେବଳ 0.1 ପ୍ରତିଶତ, 0.1 ପ୍ରତିଶତ ସୁଧ ହାରରେ ଏହି ବୁଲେଟ୍ ଟ୍ରେନ୍ ପାଇଁ ଟଙ୍କା ଦେବାର ନଷ୍ପତ୍ତି ନେଇଛନ୍ତି ।

ମୁଁ ଆଶ୍ଚର୍ଯ୍ୟ ହେଉଛି ଯେବେ ମୁଁ ଗୁଜରାଟରେ ଥିଲି, ସେତେବେଳେ ମୁଁ ଯେବେ ବୁଲେଟ୍ ଟ୍ରେନ୍ କଥା କହୁଥିଲି ତ ମୋତେ ପଚରା ଯାଉଥିଲା ମୋଦୀ କଥା କହୁଛି ବୁଲେଟ୍ କାହିଁକି ଆଣିବେ, କେବେ ଆଣିବେ, କେବେ ଆଣିବେ, କେବେ ଆଣିବେ? ଏବେ ଯେବେ ଆଣିବା ଆରମ୍ଭ କଲି ତ କହୁଛନ୍ତି କାହିଁକି ଆଣିଲେ? ଭାଇ ଓ ଭଉଣୀମାନେ ଏହି ବୁଲେଟ୍ ଟ୍ରେନ୍ ହେଉଛି ଭାରତକୁ ଜାପାନର ବହୁତ ବଡ଼ ଉପହାର ଗୋଟିଏ ପ୍ରକାରରେ ମାଗଣାରେ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ଆଉ ମୁଁ ପୁଣିଥରେ ଜାପାନ ପ୍ରତି ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି । ଯିଏ ଏହି ପ୍ରକଳ୍ପ ପାଇଁ ବୈଷୟିକ ଜ୍ଞାନ ଏବଂ ଆର୍ଥିକ ସାହାଯ୍ୟ ସହିତ ଭାରତର ସହଯୋଗ ପାଇଁ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି, ଆଗକୁ ଆସିଛନ୍ତି ।

ଭାଇ ଓ ଭଉଣୀମାନେ, ହାଇ-ସ୍ପିଡ଼୍ ରେଳ ବ୍ୟବସ୍ଥା ଦ୍ୱାରା ନା କେବଳ ଦୁଇଟି ସ୍ଥାନ ମଧ୍ୟରେ ଦୂରତା କମ୍ ହେବ ବରଂ ପାଞ୍ଚ ଶହ କିଲୋମିଟର ଦୂରରେ ରହିଥିବା ସହରର ଲୋକ ମଧ୍ୟ ଆହୁରି ନିକଟତର ହୋଇଯିବେ, ଆହୁରି ପାଖକୁ ଆସିଯିବେ ଆଉ ଏଥିପାଇଁ ମୁଁ ତ କହିବି ଏହି ଟ୍ରେନ୍ ଆମରୁ ଅହମ୍ମଦାବାଦଠାରୁ ଆମ୍ଚି-ମୁମ୍ବାଇ ଯିବ । ଯେତେବେଳେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଯିବ ତ ମୁମ୍ବାଇରୁ ଅହମ୍ମଦାବାଦର ଦୂରତା ଦୁଇରୁ ତିନି ଘଣ୍ଟା ମଧ୍ୟରେ-ମଧ୍ୟରେ ଶେଷ କରିହେବ । ଯଦି ଆମେ ଏହାକୁ ଉଡ଼ାଜାହାଜ ଯାତ୍ରା ସହିତ ତୁଳନା କରିବା ତ ଯେତିକି ସମୟ ଏଠାରୁ ବିମାନବନ୍ଦର ଯିବାରେ ସେଠାକାର ଔପଚାରିକତା ପୂରଣ କରିବାରେ ଆଉ ଉଡ଼ାଜାହାଜ ଯାତ୍ରା ପରେ ନିଜର ଘର କିମ୍ବା କାର୍ଯ୍ୟାଳୟରେ ପହଞ୍ଚିବାରେ ଯେତେ ସମୟ ଲାଗେ ତା’ଠାରୁ ମଧ୍ୟ ଅଧା ସମୟରେ ଏହି ହାଇ-ସ୍ପିଡ଼୍ ରେଳ ଦ୍ୱାରା ମୁମ୍ବାଇ ଯାଇ ପାରିବା । ଆପଣ କଳ୍ପନା କରି ପାରୁଥିବେ କେତେ ବଡ଼ ପରିବର୍ତ୍ତନ ଆସିବ । ଲୋକଙ୍କର କେତେ ସମୟ ବଞ୍ଚିବ । ମୁମ୍ବାଇ ଅହମଦାବାଦ ସଡ଼କ ପଥରେ ଯେଉଁ ହଜାର ହଜାର ଗାଡ଼ି ପ୍ରତିଦିନ ଚାଲୁଛି, ତାହା ମଧ୍ୟ କମିବ ଏହାର ପରିବେଶ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପଡ଼ିବ ଆଉ ଯେବେ ଇନ୍ଧନ ବଞ୍ଚିବ, ତ ବିଦେଶୀ ପୁଞ୍ଜି ମଧ୍ୟ ବଞ୍ଚିବ କାରଣ ଆମକୁ ସମସ୍ତ ଇନ୍ଧନ ବିଦେଶରୁ ଆଣିବାକୁ ପଡ଼ିଥାଏ ।

ସାଥୀମାନେ, ଏହି ପ୍ରକଳ୍ପ ସହିତ ମୁମ୍ବାଇ-ଅହମ୍ମଦାବାଦ ପଥରେ ଏକ ନୂଆ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ବିକଶିତ ହେବାକୁ ଯାଉଛି । ଦୁଇ ସହର ମଧ୍ୟବର୍ତ୍ତୀ ଅଂଚଳ ଗୋଟିଏ ପ୍ରକାରରେ ଏକକ ଅର୍ଥନୈତିକ ଜୋନରେ ପରିବର୍ତ୍ତିତ ହୋଇଯିବ । ହାଇ-ସ୍ପିଡ଼୍ କରିଡର୍ ଦ୍ୱାରା ନା କେବଳ ଯାତାୟାତ ଦ୍ରୁତ ହେବ, ବରଂ ବ୍ୟବସାୟକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଅଧିକରୁ ଅଧିକ ଅଂଚଳ ମଧ୍ୟରେ ପାରସ୍ପରିକ ସମ୍ପର୍କ ବଢ଼ିବ । ଆଉ ଏହା ଦ୍ୱାରା ମାନବ ଶକ୍ତିର ସ୍ଥନାନ୍ତର ହେଉ କିମ୍ବା ଜିନିଷ ବୋଝେଇ, ଏହା ବହୁତ ହିଁ ସରଳ ଆଉ ସୁଗମ ହୋଇଯିବ । ଏହା ଦ୍ୱାରା ଦେଶର ବିକାଶ ମଧ୍ୟ ହେବ ଆଉ ମୁଁ ଯେପରି ଆଗରୁ କହିଥିଲି ଦେଶକୁ ଏକ ନୂତନ ଗତି ମିଳିବ ।

ଏଭଳି ଏକ ଧାରଣା ହୋଇ ଯାଇଛି ଯେ ଯେତେ ମଧ୍ୟ ନୂଆ ଟେକ୍ନୋଲଜି ଆସିଥାଏ ତାହା କେବଳ ଧନୀ ଲୋକଙ୍କ ପାଇଁ ଆସିଥାଏ, ଯେବେ କି ଅନୁଭବ କିଛି ଅଲଗା ହୋଇଥାଏ । ଟେକ୍ନୋଲଜି ଗରିବଙ୍କୁ ସଶକ୍ତ କରିବାରେ ଯଦି ଉପଯୋଗ କରାଯାଏ ତ ଗରିବୀ ବିରୁଦ୍ଧରେ କରାଯାଉଥିବା ଲଢ଼େଇ ବହୁତ ଦ୍ରୁତ ଗତିରେ ଆମେ ଜିତି ପାରିବା । ଆଉ ଏଥିପାଇଁ ଆମର ଉଦ୍ଦେଶ୍ୟ ହେଉଛି ଏହି ଟେକ୍ନୋଲଜିର ସର୍ବାଧିକ ଉପଯୋଗ କରି ତାହାକୁ ଏତେ କମ ବ୍ୟୟ ସାପେକ୍ଷ କରାଇ ଦିଆଯିବ ଯେ ଦେଶର ଗରିବର ଜୀବନ ସହିତ ତାହା ଯୋଡ଼ି ହୋଇଯିବ । ମୁଁ ମାନୁଛି କି ଟେକ୍ନୋଲଜିର ଲାଭ ସେତେବେଳେ ହେବ ଯେତେବେଳେ ଦେଶର ସାଧାରଣ ନାଗରିକ ମଧ୍ୟ ଭଲ ଭାବରେ ଏହାର ଉପଯୋଗ କରିପାରିବ । ଆଜି ଯେବେ ଆମେ ରେଳବାଇରେ ନୂତନ ଏବଂ ଅତ୍ୟାଧୁନିକତାକୁ ଯୋଡ଼ୁ ଅଛେ ତ ଆମର ସମ୍ପୂର୍ଣ୍ଣ ପ୍ରୟାସ ଏହା ହେଉଛି କି ଦେଶର ସାଧାରଣ ମନୁଷ୍ୟଙ୍କୁ ନୂତନ ଟେକ୍ନୋଲଜିର ଲାଭ ମିଳିବା ଦରକାର । ଏହି ପ୍ରକଳ୍ପ ସମୟରେ ଟେକ୍ନୋଲଜି ସ୍ଥାନାନ୍ତର ଦ୍ୱାରା ରେଳବାଇର ଲାଭ ହେବ । ଅଂଚଳର ଟେକ୍ନିସିଆନ୍, ଭେଣ୍ଡର, ବିନିର୍ମାଣକାରୀ ସେମାନଙ୍କୁ ମଧ୍ୟ ଲାଭ ମିଳିବ ଆଉ ଗୋଟିଏ ପଟେ ରେଳବାଇର ଯେଉଁ ପୂରା ନେଟୱାର୍କ ଅଛି, ତାହାକୁ ନୂତନତ୍ୱର ସହିତ ଆହୁରି ଆଗକୁ ଯିବାକୁ ପଡ଼ିବ ଓ ତାହାକୁ ଲାଭ ମିଳିବ ।

ସାଥୀମାନେ, ଟେକ୍ନୋଲଜି ଆମକୁ ହୁଏତ ଜାପାନ ଠାରୁ ମିଳୁଛି କିନ୍ତୁ ବୁଲେଟ୍ ଟ୍ରେନ୍ ପାଇଁ ଅଧିକାଂଶ ସଂସାଧନ ଭାରତରେ ହିଁ ଯୋଗାଡ଼ କରାଯିବ । ଆଉ ଏଥିପାଇଁ ଆମର ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ଯନ୍ତ୍ରାଂଶ ବିନିର୍ମାଣ କରିବାକୁ ହେବ ଆଉ ସେଗୁଡ଼ିକୁ ସମୟାନୁସାରେ ଯୋଗାଣ ମଧ୍ୟ କରିବାକୁ ହେବ । ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ ବିନିର୍ମାଣ  ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଏହାଦ୍ୱାରା ‘ମେକ୍ ଇନ୍ ଇଣ୍ଡିଆ’କୁ ମଧ୍ୟ ସୁଦୃଢ଼ତା ମିଳିବ । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିଯୁକ୍ତିର ହଜାର ହଜାର ଅବସର ମଧ୍ୟ ଏହି ପ୍ରକଳ୍ପ ନିଜ ସହିତ ନେଇ କରି ଆସୁଛି ।

ସାଥୀମାନେ, ଦେଶରେ ସମନ୍ୱିତ ପରିବହନ ବ୍ୟବସ୍ଥା ‘ନିଉ ଇଣ୍ଡିଆ’ର ହେଉଛି ଆବଶ୍ୟକତା । ‘ନିଉ ଇଣ୍ଡିଆ’ର ହେଉଛି ସ୍ୱପ୍ନ । ଆଉ ସେଥିପାଇଁ ଆମ ଦେଶର ଭବିଷ୍ୟତ ସୁବିଧା ପ୍ରମାଣିତ କରିବା ଉପରେ ଧ୍ୟାନ ଦେଉଛୁ, ଫଳରେ ଆଗାମୀ ପିଢିଙ୍କ ହିସାବରେ ଭିତ୍ତିଭୂମିର ନିର୍ମାଣ କରାଯାଇ ପାରିବ । ରେଳପଥ ହେଉ, ସଡ଼କପଥ ହେଉ, ଜଳପଥ ହେଉ କିମ୍ବା ଆକାଶପଥ ହେଉ, ଆମେ ସବୁ କ୍ଷେତ୍ରରେ ଏକ ସମାନ ଭିତିଭୂମି ଉପରେ ଗୁରୁତ୍ୱ ଦେଇଛୁ ଆଉ ଅପ୍ରତ୍ୟାଶିତ ଗତିରେ କାର୍ଯ୍ୟକୁ ଆଗକୁ ବଢାଉଛୁ । ଅମେ ଆଜି ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ସଡ଼କ ନିର୍ମାଣ କରୁଛୁ । ଜିଏସଟିର ଲାଭ ଦେଶର ପରିବହନ ବ୍ୟବସ୍ଥାକୁ ମଧ୍ୟ ମିଳିଛି ଆଉ ଟ୍ରକ ଦ୍ୱାରା ପ୍ରତିଦିନ ସ୍ଥିର କରାଯାଇଥିବା ଦୂରତା 30 ପ୍ରତିଶତ ବୃଦ୍ଧି ପାଇଛି । ଯଦି ପ୍ରଥମେ ମାଲ ନେଇ ଯାଉଥିବା ଟ୍ରକ ଗୋଟିଏ ଦିନରେ ଯଦି 200 କିଲୋମିଟର ଯାଉଥିଲା, ତ ଜିଏସଟି ଆସିବା ପରେ ତନଖି ଫାଟକର ସମସ୍ୟା ଦୂର ହୋଇଯିବା ପରେ ଆଜି ସେହି ଟ୍ରକ ଗୋଟିଏ ଦିନରେ 200 କିଲୋମିଟର ବଦଳରେ 250 କିଲୋମିଟରରୁ ଅଧିକ ଯାତ୍ରା କରିପାରୁଛି । ଅର୍ଥାତ ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥାରେ 30 ପ୍ରତିଶତ ବୃଦ୍ଧି ଏକ ମାତ୍ର ଜିଏସଟି ନିଷ୍ପତ୍ତି କାରଣରୁ ସମ୍ଭବ ହୋଇଛି ଆଉ ସେହି କାରଣରୁ ଲୋକଙ୍କୁ ଶସ୍ତାରେ ସାମଗ୍ରୀ ପହଂଚାଇବାର ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ।

ସରକାର ଜଳମାର୍ଗରେ ପରିବହନକୁ ପରିବେଶ ଅନୁକୂଳ ପଦ୍ଧତି ରୂପରେ ବିକଶିତ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ଏହି ଦିଗରେ ଆଗକୁ ବଢି 106 ପ୍ରମୁଖ ନଦୀକୁ ଜାତୀୟ ଜଳପଥ ଭାବରେ ବିକଶିତ କରିବାର କାମ ଏହି ଦିଗରେ ଆମେ ଆଗକୁ ବଢୁଛୁ । ଭାରତରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ସମ୍ଭବନା ନେଇ ଆସୁଛି । ବିଗତ ତିନି ବର୍ଷରେ ଘରୋଇ ବିମାନ ସଂଖ୍ୟାରେ ଏବଂ ଉଡାଜାହାଜରେ ଯାତ୍ରା କରିବାବାଲାଙ୍କ ସଂଖ୍ୟାରେ ପାଖାପାଖି ତିନି କୋଟି ବୃଦ୍ଧି ହୋଇଛି । ବିମାନ ଚଳାଚଳ କ୍ଷେତ୍ରକୁ ମଜବୁତ କରିବା ପାଇଁ ପ୍ରଥମ ଥର ଜାତୀୟ ବିମାନ ଚଳାଚଳ ନୀତି ଆମେ ପ୍ରସ୍ତୁତ କରିଅଛୁ । ମଧ୍ୟମ ବର୍ଗଙ୍କ ଜୀବନରେ ‘ଉଡ଼ାଣ ଯୋଜନା’ ମାଧ୍ୟମରେ ପରିବର୍ତ୍ତନ ଅଣାଯାଉଛି । ଏହି ଯୋଜନା ଅଧୀନରେ ଦେଶର 70 ଟି ଛୋଟ ଛୋଟ ସହରକୁ ଯୋଡ଼ା ଯାଉଛି ଫଳରେ ଦେଶର ସାଧାରଣ ନାଗରିକ କେବେ ଶସ୍ତାରେ ବିମାନ ଯାତ୍ରା ଓ ଚଳାଚଳ ସେବାର ସୁବିଧା ନେଇ ପାରିବେ ।

ବର୍ତ୍ତମାନ ରେଳ ବ୍ୟବସ୍ଥାରେ ଉନ୍ନତି ଆଉ ଆଧୁନିକ କୌଶଳ ଆଧାରରେ ନୂଆ ରେଳ ନେଟୱାର୍କର ନିର୍ମାଣ ଏହି ଦୁଇଟି ଉପରେ ସମାନ ଭାବେ ଧ୍ୟାନ ଦିଆ ଯାଉଛି । ଆମେ ରେଳ ଟ୍ରାକ୍, ତାହାକୁ ଦୁଇ ଗୁଣା କରିବା, ବିଦ୍ୟୁତକରଣ କରିବା, ଏହି କାମକୁ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ାଇଛୁ ଆଉ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ କାମ ହେଉଛି । ବର୍ତ୍ତମାନ ସୁଦ୍ଧା ରେଳବାଇରେ ଯେତେ ନିବେଶ ସରକାର କରୁଛନ୍ତି, ଏହା ପୂର୍ବରୁ ଏତେ ପରିମାଣରେ କେବେ ହୋଇ ନଥିଲା । ନିବେଶ ବଢ଼ାଇବା ସହିତ ମଧ୍ୟ ଏବେ ଦଶ-ଦଶ ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପକୁ ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ରେଳବାଇର କ୍ଷମତାରେ ବୃଦ୍ଧି ଏବଂ ମାଲ ବୋଝେଇ ସହଜ କରିବା ପାଇଁ ଭାରତ ସରକାର କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି ।

ମୁମ୍ବାଇର ଜବାହରଲାଲ ବନ୍ଦରରୁ ନେଇ ୟୁପିର ଦାଦ୍ରୀ ପର୍ଯ୍ୟନ୍ତ ସମର୍ପିତ ପଶ୍ଚିମାଞ୍ଚଳ ମାଲ ପରିବହନ କରିଡର (Western Dedicated Fright Corridor) ତିଆରି କରାଯାଉଛି । ସେହି ପରି କୋଲକାତାରୁ ଲୁଧିଆନା ପର୍ଯ୍ୟନ୍ତ ସମର୍ପିତ ପୂର୍ବାଞ୍ଚଳ ମାଲ ପରିବହନ କରିଡର (Eastern Dedicated Fright Corridor) ତିଆରି କରାଯାଉଛି । ଆସନ୍ତା 3ରୁ ସାଢ଼େ ତିନି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରି ନେବା ପାଇଁ ଆମେ ପ୍ରୟାସ କରୁଅଛୁ । ଏହି ପ୍ରକଳ୍ପ ଶେଷ ହେବା ପରେ ଯେଉଁ ଭିଡ ତାହା ମଧ୍ୟ କମ୍ ହେବ, ଯାତ୍ରୀବାହୀ ଟ୍ରେନର ସମୟ ବଂଚିବ ଆଉ ରେଳବାଇର ପରିବହନ କ୍ଷମତା ମଧ୍ୟ ବଢ଼ିବ ।

ସାଥୀମାନେ, ଦ୍ରୁତଗାମୀ ରେଳ ପ୍ରକଳ୍ପ ଆଧୁନିକ ରେଳ ନିର୍ମାଣର ଭିଜନର ହେଉଛି ଏକ ମହତ୍ୱପୂର୍ଣ୍ଣ ଅଂଶ । ମୁଁ ବହୁତ ଖୁସି ଯେ ଆଜି ଏହାର ଭୂମିପୂଜା ହୋଇଛି । ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ପ୍ରିୟ ଦେଶବାସୀଗଣ, ଆଜି ଭୂମିପୂଜା ହୋଇଛି । ସ୍ୱାଧୀନତାର 70 ବର୍ଷ ହୋଇଅଛି, ସାବରମତୀ ଆଶ୍ରମର ଶତାବ୍ଦୀ ପାଳନ କରୁଅଛୁ, ମନରେ ଇଚ୍ଛା ଅଛି ସ୍ୱପ୍ନ ଅଛି, ଯେବେ ସ୍ୱାଧୀନତାର 75 ବର୍ଷ ହେବ 2022-23 ରେ ଏହି ରେଳର କାମ ଆମେ ପୂରଣ କରିବୁ ଆଉ ଯେପରି ଆବେ-ସାନ୍ କହିଲେ ଆମେ ଦୁହେଁ ବସିକରି ସେଥିରେ ଯାତ୍ରା କରି ତାହାର ଉଦ୍ଘାଟନ କରିବୁ । ଜାପାନ ଆଉ ଭାରତ ଥରେ ନିଶ୍ଚୟ କରିନେଲେ ତ ଏହା ମଧ୍ୟ ଆମେ କରି ଦେଖାଇବୁ, ଏହା ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ।

ଏହି ପ୍ରକଳ୍ପ ସହିତ ଦ୍ରୁତଗାମୀ ରେଳ ପ୍ରକଳ୍ପ ବିଶେଷଜ୍ଞ ପ୍ରସ୍ତୁତ କରିବା ପାଇଁ ବଦୋଦରାରେ ଦ୍ରୁତଗାମୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଉଛି । ମୁଁ ମାନୁଛି ଯେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ । ବଦୋଦରା ବର୍ଷ-ବର୍ଷ ଧରି ରେଳବାଇର ଏକ ବଡ଼ ମହତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛି । ଏବେ ଜାପାନ ସେଠାରେ ଦ୍ରୁତଗାମୀ ରେଳ ପାଇଁ ଯେଉଁଭଳିଭାବେ ମାନବ ଶକ୍ତିର ଆବଶ୍ୟକତା ରହିଛି, ନୂତନ ଟେକ୍ନୋଲଜିକୁ ଶିଖାଇବାର ଆବଶ୍ୟକତା ରହିଛି, ଭାରତର ଯୁବକମାନଙ୍କୁ ବିଶେଷ କରି ଗୁଜରାଟର ଯୁବକମାନଙ୍କୁ ଏହି ସୁଯୋଗ ମିଳିବ ଆଉ ଯେବେ ମାନବ ସମ୍ବଳର ଦକ୍ଷତା ବିକାଶ ହୋଇଥାଏ ତ ଦେଶର ଶକ୍ତି ଅନେକ ଗୁଣ ବଢ଼ି ଯାଇଥାଏ । ଯାହା କି ଏକ ହାଇ-ସ୍ପିଡ଼୍ ଠାରୁ ମଧ୍ୟ ଅଧିକ ହୋଇଥାଏ, ସେହି କାମ ଏବେ ବଦୋଦରାର ଭୂମିରେ ହେବ, ଜାପାନର ସାହାଯ୍ୟରେ ହେବ ଆଉ ଏହା ହେଉଛି ଆଧୁନିକରୁ ଆଧୁନିକ ରେଲୱେ ଇଂଜିନିୟରିଂର କାମ, ସେଥିପାଇଁ ଭାରତର ଯୁବକମାନଙ୍କୁ ପ୍ରସ୍ତୁତ କରାଯିବ । ଆପଣ କଳ୍ପନା କରି ପାରୁଥିବେ କି ନୂତନ ଭାରତ ପାଇଁ କେତେ ବଡ଼ ସାମର୍ଥ୍ୟବାନ ମାନବ ସମ୍ବଳଙ୍କୁ ପ୍ରସ୍ତୁତ କରିବାର କାମ ଏହି ଗୋଟିଏ ପ୍ରତିଷ୍ଠାନ ଦ୍ୱାରା ହେବାକୁ ଯାଉଛି । ମୋ ପାଇଁ ଯେତିକି ମହତ୍ୱ ହେଉଛି ଦ୍ରୁତଗାମୀ ରେଳ ପ୍ରକଳ୍ପର ଭୂମି ପୂଜା ତା’ଠାରୁ ମଧ୍ୟ କେତେ ଅଧିକ ମହତ୍ୱ ହେଉଛି ଦେଶର ଯୁବକମାନଙ୍କୁ ଏହି ଆଧୁନିକ ପ୍ରଶିକ୍ଷଣ ଦେବାପାଇଁ ଏହି ଯେଉଁ ସଂସ୍ଥାର ଭୂମି ପୂଜା ହେଉଅଛି ଏଥିରେ ଅଛି ଆଉ ଏହା ଏକବିଂଶ ଶତାବ୍ଦୀର ଭାରତର ମଜବୁତ ମୂଳଦୁଆ ପକାଇବାର କାମ ଏଥିରେ ହେବାକୁ ଯାଉଛି ।

ମୁଁ ଏହି ପ୍ରକଳ୍ପ ସହିତ ଯୋଡ଼ି ହୋଇଥିବା ଭାରତ ଏବଂ ଜାପାନର ସମସ୍ତ ପ୍ରତିନିଧିଙ୍କୁ, କର୍ମଚାରୀଙ୍କୁ ପୁଣି ଆଉ ଥରେ ବହୁତ ବହୁତ ଶୁଭ କାମନା ଜଣାଉଛି, ସେମାନଙ୍କୁ ଧନ୍ୟବାଦ ଜଣାଉଛି । ସେମାନଙ୍କର ପ୍ରୟାସ ଫଳରେ ଏହି ପ୍ରକଳ୍ପ ଏ ପର୍ଯ୍ୟନ୍ତ ପହଂଚିଛି । ଆଉ ବର୍ତ୍ତମାନ ଏହାର ପ୍ରକୃତ କାମ ମାଟି ଉପରେ ଆରମ୍ଭ ହେବାକୁ ଯାଉଛି । ମୋର ସଂପୂର୍ଣ୍ଣ ଭରସା ଯେ ମିଳିମିଶି ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରୁ କମ୍ ସମୟରେ ସମ୍ପୂର୍ଣ୍ଣ କରିବାର ପ୍ରୟାସ କରିବା ଆଉ କରି ଦେଖାଇବା । ପୁଣି ଆଉ ଥରେ ଜାପାନର ପ୍ରଧାନମନ୍ତ୍ରୀ ଆଉ ମୋର ପରମମିତ୍ର ଶ୍ରୀମାନ ସିଞ୍ଜୋ ଆବେ, ଶ୍ରୀମାନ ଆବେ-ସାନ୍ ତାଙ୍କୁ ମୁଁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଉ ଭାରତର ରେଳ ନେଟୱାର୍କ ଏତେ ବଡ଼ ଏତେ ବଡ଼ ଯାହାକି ହେଉଛି ଜାପାନର ମୋଟ ଜନସଂଖ୍ୟା । ଆମର ଏଠି ଏକ ସପ୍ତାହରେ ଜାପାନର ଯାହା ହେଉଛି ଜନସଂଖ୍ୟା, ସେତିକି ଲୋକ ରେଳରେ ଯାତ୍ରା କରିଥାଆନ୍ତି । କେତେ ବିଶାଳତା କେତେ କ୍ଷମତା, ଆମ ପାଖରେ ସୁଯୋଗ ଅଛି, ବେଗ ଅଛି, ଆପଣଙ୍କର ଦକ୍ଷତା ଅଛି ଆଉ ଆମେ ମିଳିମିଶି ଏହି ନୂତନ ଭାରତକୁ ନୂତନ ଗତି ଦେବା ଦିଗରେ ଆଗକୁ ବଢ଼ିବା ।

ମୁଁ ପୁଣି ଥରେ ଗୁଜରାଟବାସୀମାନେ ଯେଉଁ ଭବ୍ୟ ସ୍ୱାଗତ ସମ୍ମାନ କଲେ ଜାପାନର ପ୍ରଧାନମନ୍ତ୍ରୀଙ୍କ ଶୋଭା ଅନୁରୂପ କଲେ ଏଥିପାଇଁ ଗୁଜରାଟର ହୃଦୟର ସହିତ କୃତଜ୍ଞତା ବ୍ୟକ୍ତ କରୁଛି । ମୁଁ ଗୁଜରାଟ ଆଉ ମହାରାଷ୍ଟ୍ର ସରକାର ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛି, ଏହି କାମ ମଧ୍ୟରେ ଏହି ଦୁଇ ସରକାର ମିଶି ଭାରତ ସରକାର ଆଉ ଜାପାନ ସରକାରଙ୍କ ସହିତ ମିଶି ସାରା ବିଶ୍ୱକୁ ଗୋଟିଏ ପରେ ଗୋଟିଏ ଦ୍ରୁତ-ଗତିରେ କରି ଚାଲିଲେ ଆଉ ସମସ୍ତ ବ୍ୟବସ୍ଥାକୁ ଆଗକୁ ବଢ଼ାଇଲେ ଆଉ ଏଥିପାଇଁ ମୁଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି ।

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"