"ଭାରତକୁ ଅପରିସୀମ ସୁଯୋଗ, ବିକଳ୍ପ ଓ ମୁକ୍ତ ବାଣିଜ୍ୟ ସ୍ଥଳୀର ମିଶ୍ରଣ ଭାବରେ ଦେଖାଯାଏ"
’’ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି’’
"ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି"
"ଆମକୁ ସ୍ଥିର ଏବଂ ସମାବେଶୀ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ଭବିଷ୍ୟତର ଝଟକାକୁ ସହ୍ୟ କରିପାରିବ’’
"ବାଣିଜ୍ୟ ଦସ୍ତାବିଜର ଡିଜିଟାଲାଇଜେସନ୍ ପାଇଁ ଉଚ୍ଚସ୍ତରୀୟ ନୀତି' ଦେଶଗୁଡ଼ିକୁ ସୀମାପାର ଇଲେକ୍ଟ୍ରୋନିକ୍ ବାଣିଜ୍ୟ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଏବଂ ଅନୁପାଳନ ବୋଝ ହ୍ରାସ କରିବାରେ ସହାୟକ ହେବ’’
’’ଭାରତ ଏକ ନିୟମ ଭିତ୍ତିକ, ମୁକ୍ତ, ସମାବେଶୀ ଏବଂ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ୱାସ କରେ ଯାହାର ମୂଳରେ ଡବ୍ଲ୍ୟୁଟିଓ ରହିଛି’’
"ଆମ ପାଇଁ ଏମଏସଏମଇ ର ଅର୍ଥ ହେଉଛି - ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସର୍ବାଧିକ ସହାୟତା"

ମହାମହିମ, ମହିଳା ଓ ଭଦ୍ର ବ୍ୟକ୍ତିଗଣ, ନମସ୍କାର !

ଗୋଲାପୀ ନଗରୀ ଜୟପୁରକୁ ହାର୍ଦ୍ଦିକ ସ୍ୱାଗତ! ଏହି ଅଞ୍ଚଳ ଏହାର ଗତିଶୀଳତା ଏବଂ ଉଦ୍ୟୋଗୀ ଲୋକ ମାନଙ୍କ ପାଇଁ ବେଶ୍ ଜଣାଶୁଣା ।

ବନ୍ଧୁଗଣ,

ସମଗ୍ର ଇତିହାସକୁ ଯଦି ଦେଖାଯାଏ, ତେବେ ବାଣିଜ୍ୟ ମାଧ୍ୟମରେ ଚିନ୍ତାଧାରା, ସଂସ୍କୃତି ଏବଂ ପ୍ରଯୁକ୍ତି ବିଦ୍ୟାର ଆଦାନପ୍ରଦାନ ହୋଇଛି । ଏହା ଲୋକ ମାନଙ୍କୁ ପରସ୍ପରର ନିକଟତର କରିଛି । ବାଣିଜ୍ୟ ଓ ଜଗତୀକରଣ ମଧ୍ୟ କୋଟି କୋଟି ଲୋକଙ୍କୁ ଅତ୍ୟଧିକ ଦାରିଦ୍ର‌୍ୟରୁ ମୁକ୍ତ କରିଛି ।

ମହାମହିମ,

ଆଜି ଆମେ ଭାରତୀୟ ଅର୍ଥନୀତି ଉପରେ ବିଶ୍ୱସ୍ତରୀୟ ଆଶା ଏବଂ ବିଶ୍ୱାସକୁ ଦେଖୁଛୁ । ଭାରତକୁ ଏକ ମୁକ୍ତ ଚିନ୍ତାଧାରା ସମ୍ପନ୍ନ, ଅନେକ ସୁଯୋଗ ଏବଂ ବିକଳ୍ପ ଗୁଡିକର ମିଶ୍ରଣ ଭାବରେ ଦେଖାଯାଏ । ବିଗତ ୯ ବର୍ଷ ମଧ୍ୟରେ,  ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି । ଏହା ଆମର ନିରନ୍ତର ପ୍ରୟାସ ଗୁଡିକର ଫଳ । ଆମେ ୨୦୧୪ ମସିହାରେ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ର ଯାତ୍ରା ଆରମ୍ଭ କରିଥିଲୁ । ଆମେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିଛୁ ଏବଂ ସ୍ୱଚ୍ଛତା ବଢ଼ାଇଛୁ । ଆମେ ଡିଜିଟାଲୀକରଣକୁ ବ୍ୟାପକ କରିଛୁ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିଛୁ । ଆମେ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ସ୍ଥାପନ କରିଛୁ ଏବଂ ଉଦ୍ୟୋଗ ଜୋନ୍ ନିର୍ମାଣ କରିଛୁ । ଆମେ ଲାଲ୍ ଫିତାରୁ ବାହାରି ଲାଲ୍ ଗାଲିଚା ଆଡକୁ ଯାଇଛୁ ଏବଂ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ (ଏଫଡିଆଇ)  ପ୍ରବାହକୁ ଉଦାର କରିଛୁ । ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ପଦକ୍ଷେପ ଗୁଡିକ ଉତ୍ପାଦନକୁ ପ୍ରୋତ୍ସାହିତ କରିଛି । ସର୍ବୋପରି,  ଆମେ ନୀତିଗତ ସ୍ଥିରତା ଆଣିଛୁ । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ତୃତୀୟ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

ବନ୍ଧୁଗଣ,

ମହାମାରୀ ଠାରୁ ଆରମ୍ଭ କରି ଭୂ- ରାଜନୈତିକ ଉତ୍ତେଜନା ପର୍ଯ୍ୟନ୍ତ ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନ ବିଶ୍ୱ ଅର୍ଥନୀତିକୁ ପରୀକ୍ଷା କରିଛି । ଜି- ୨୦ ଅନୁସାରେ ଅନ୍ତର୍ଜାତୀୟ ବାଣିଜ୍ୟ ଓ ପୁଞ୍ଜି ନିବେଶ ଉପରେ ପୁନଃବିଶ୍ୱାସ ସୃଷ୍ଟି କରିବା ଆମର ଦାୟିତ୍ୱ । ଭବିଷ୍ୟତର ବିପଦକୁ ସହ୍ୟ କରିପାରୁଥିବା ସ୍ଥିର ଏବଂ ଅନ୍ତର୍ଭୁକ୍ତ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ।

 ଏହି ପରିପ୍ରେକ୍ଷୀରେ, ବିଶ୍ୱ ସ୍ତରର ମୂଲ୍ୟ ଶୃଙ୍ଖଳା ଗୁଡିକର ମାନଚିତ୍ରଣ ନିମନ୍ତେ ଏକ ସାମାନ୍ୟ ରୂପରେଖ ପ୍ରସ୍ତୁତ କରିବାକୁ ଭାରତର ପ୍ରସ୍ତାବ ଗୁରୁତ୍ୱପୂର୍ଣ୍ଣ । ଏହି ଢାଞ୍ଚାର ଉଦ୍ଦେଶ୍ୟ ଦୁର୍ବଳତାକୁ ଆକଳନ କରିବା, ବିପଦକୁ ହ୍ରାସ କରିବା ଏବଂ ସହନଶୀଳତା ବୃଦ୍ଧି କରିବା ।

ମହାମହିମ,

ବାଣିଜ୍ୟ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପରିବର୍ତ୍ତନକାରୀ ଶକ୍ତିକୁ ଅସ୍ୱୀକାର କରି ହେବ ନାହିଁ । ଭାରତରେ ଅନଲାଇନ୍ ଏକକ ପରୋକ୍ଷ ଟିକସ - ଜିଏସଟି କାର୍ଯ୍ୟକ୍ଷମ ହେବା ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକକ ଆଭ୍ୟନ୍ତରୀଣ ବଜାର ସୃଷ୍ଟି କରିବାରେ ସହାୟକ ହୋଇଥିଲା । ଆମର ୟୁନିଫାଇଡ୍ ଲଜିଷ୍ଟିକ୍ସ ଇଣ୍ଟର-ଫେସ୍ ପ୍ଲାଟଫର୍ମ ବାଣିଜ୍ୟ ଲଜିଷ୍ଟିକ୍ସକୁ ଶସ୍ତା ଏବଂ ଅଧିକ ସ୍ୱଚ୍ଛ କରିଥାଏ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ‘ଡିଜିଟାଲ୍ କମର୍ସ ପାଇଁ ମୁକ୍ତ ନେଟୱର୍କ , ଯାହା ଆମର ଡିଜିଟାଲ୍ ମାର୍କେଟପ୍ଲେସ୍ ପାରିବେଶିକ ବ୍ୟବସ୍ଥାକୁ ଗଣତାନ୍ତ୍ରିକ କରିବ । ଦେୟ ପ୍ରଦାନ ବ୍ୟବସ୍ଥା ପାଇଁ ଆମର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟର-ଫେସ୍ ସହିତ ଆମେ ଏହା କରି ସାରିଛୁ । ଇ- କମର୍ସ ପ୍ରକ୍ରିୟାକୁ ଡିଜିଟାଲୀକରଣ କରିବା ଏବଂ ଏହାର ବ୍ୟବହାର ବଜାର ପହଂଚକୁ ବୃଦ୍ଧି କରିବାର ସମ୍ଭାବନା ରହିଛି । ମୁଁ ଖୁସି ଯେ ଆପଣଙ୍କ ଗୋଷ୍ଠୀ  'ବାଣିଜ୍ୟ ଦସ୍ତାବିଜର ଡିଜିଟାଲୀକରଣ ପାଇଁ ଉଚ୍ଚସ୍ତରୀୟ ନିୟମ' ଉପରେ କାର୍ଯ୍ୟ କରୁଛି । ଏହି ନୀତିଗୁଡ଼ିକ ସୀମାପାର ଇଲେକ୍ଟ୍ରୋନିକ୍ ବାଣିଜ୍ୟ ପଦକ୍ଷେପ ଗୁଡିକୁ କାର୍ଯ୍ୟକାରୀ କରିବାରେ ଏବଂ ଅନୁପାଳନ ବୋଝ ହ୍ରାସ କରିବାରେ ଦେଶ ମାନଙ୍କୁ ସାହାଯ୍ୟ କରି ପାରିବ । ସୀମାପାର ଇ-କମର୍ସ ବୃଦ୍ଧି ପାଉଥିବା ବେଳେ ଆହ୍ୱାନ ମଧ୍ୟ ସୃଷ୍ଟି ହୋଇଛି । ବୃହତ୍ ଓ କ୍ଷୁଦ୍ର ବିକ୍ରେତା ମାନଙ୍କ ମଧ୍ୟରେ ସମାନ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ । ଉପଯୁକ୍ତ ମୂଲ୍ୟ ଖୋଜି ପାଇବା ଏବଂ ଅଭିଯୋଗ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ଉପଭୋକ୍ତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି ।

ମହାମହିମ,

ଭାରତ ଏକ ନିୟମ ଭିତ୍ତିକ, ମୁକ୍ତ, ଅନ୍ତର୍ଭୁକ୍ତ, ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ୱାସ କରେ, ଯାହାର ମୂଳରେ ଡବ୍ଲ୍ୟୁଟିଓ ରହିଛି । ଦ୍ୱାଦଶ ଡବ୍ଲୁଟିଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାରତ ଦକ୍ଷିଣ ବିଶ୍ୱର ଚିନ୍ତାକୁ ସମର୍ଥନ କରିଛି । ଲକ୍ଷ ଲକ୍ଷ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମେ ସହମତି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲୁ । ବିଶ୍ୱ ଅର୍ଥନୀତିରେ ଏମଏସଏମଇର ପ୍ରମୁଖ ଭୂମିକାକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ୬୦ରୁ ୭୦ ପ୍ରତିଶତ ନିଯୁକ୍ତି ଦେଇଥାନ୍ତି ଏବଂ ବିଶ୍ୱର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ରେ ୫୦ ପ୍ରତିଶତ ଯୋଗଦାନ ଦିଅନ୍ତି ।

 ସେମାନଙ୍କୁ ଆମର ନିରନ୍ତର ସମର୍ଥନ ଦରକାର । ସେମାନଙ୍କ ସଶକ୍ତିକରଣ ହେଉଛି ସାମାଜିକ ସଶକ୍ତିକରଣ । ଆମ ପାଇଁ ଏମଏସଏମଇର ଅର୍ଥ ହେଉଛି - ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସର୍ବାଧିକ ସହାୟତା । ଭାରତ ଆମର ଅନଲାଇନ୍ ପ୍ଲାଟଫର୍ମ - ସରକାରୀ ଇ-ମାର୍କେଟପ୍ଲେସ୍ ମାଧ୍ୟମରେ ଏମଏସଏମଇ ଗୁଡିକୁ ସର୍ବସାଧାରଣ କ୍ରୟରେ ସାମିଲ କରିଛି । ପରିବେଶ ଉପରେ 'ଜିରୋ ଡିଫେକ୍ଟ'  (ତ୍ରୁଟି ଶୂନ୍ୟ) ଏବଂ 'ଜିରୋ ଇଫେକ୍ଟ' (ପ୍ରଭାବ ଶୂନ୍ୟ) ର ନୀତି ଗ୍ରହଣ କରିବା ପାଇଁ ଆମେ ଆମର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ କାମ କରୁଛୁ । ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭାରତୀୟ ଅଧ୍ୟକ୍ଷତାର ପ୍ରାଥମିକତା ଅଟେ । ପ୍ରସ୍ତାବିତ 'ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ସୂଚନାର ନିରବଚ୍ଛିନ୍ନ ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ଜୟପୁର ଇନିସିଏଟିଭ୍‌' ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସମ୍ମୁଖୀନ ହେଉଥିବା ବଜାର ସମ୍ପର୍କିତ ଏବଂ ବ୍ୟବସାୟ ସମ୍ବନ୍ଧୀୟ ସୂଚନାରେ ପର୍ଯ୍ୟାପ୍ତ ଉପଲବ୍ଧତାର ଆହ୍ୱାନର ସମାଧାନ କରିବ । ମୋର ବିଶ୍ୱାସ ଯେ ବିଶ୍ୱ ବାଣିଜ୍ୟ ସହାୟତା ଡେସ୍କ (ଗ୍ଲୋବାଲ ଟ୍ରେଡ୍ ହେଲ୍ପ ଡେସ୍କ) ର ଉନ୍ନତିକରଣ ବିଶ୍ୱ ବାଣିଜ୍ୟରେ ଏମ୍‌ଏସ୍‌ଏମ୍‌ଇ ଗୁଡିକର ଭାଗିଦାରୀ ବୃଦ୍ଧି କରିବ ।

ମହାମହିମ,

ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ନିବେଶ ପ୍ରକ୍ରିୟା ଉପରେ ବିଶ୍ୱାସ ଫେରାଇ ଆଣିବା ଏକ ପରିବାର ଭାବରେ ଆମର ସାମୂହିକ ଦାୟିତ୍ୱ । ମୋର ବିଶ୍ୱାସ ଯେ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ଯେପରି ଧୀରେ ଧୀରେ ଏକ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ସମାବେଶୀ ଭବିଷ୍ୟତରେ ପରିଣତ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଆପଣମାନେ ସାମୂହିକ ଭାବରେ କାର୍ଯ୍ୟ କରିବେ । ମୁଁ ଆପଣ ସମସ୍ତଙ୍କୁ ଆଲୋଚନାର ସଫଳତା ପାଇଁ କାମନା କରୁଛି । ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph