ଆଦରଣୀୟ ରାଷ୍ଟ୍ରପତି ଶ୍ରୀମାନ ପ୍ରଣବ ମୁଖାର୍ଜୀ ମହୋଦୟ,

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମାନ ରାମନାଥ କୋବିନ୍ଦ ମହୋଦୟ,

ଆଦରଣୀୟ ଉପରାଷ୍ଟ୍ରପତି ମହୋଦୟ, ଉପସ୍ଥିତ ସମସ୍ତ ଆଦରଣୀୟ ମହାନୁଭବ ।

ମିଶ୍ରିତ ଭାବନାରେ ଏହି କ୍ଷଣ ପରିପୂର୍ଣ୍ଣ ହୋଇଛି । ପ୍ରଣବ ଦା’ଙ୍କ କାର୍ଯ୍ୟକାଳ ଏହି ରାଷ୍ଟ୍ରପତି ଭବନରେ ଆଜି ହେଉଛି ଶେଷ ଦିନ । ଗୋଟିଏ ପ୍ରକାରରେ ଏହି ସମାରୋହରେ ଯେବେ ମୁଁ ଠିଆ ହେଉଛି ତ ବହୁତ ଗୁଡିଏ ସ୍ମୃତି ଜାଗ୍ରତ ହେବା ବହୁତ ସ୍ୱାଭାବିକ କଥା । ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର କର୍ତ୍ତବ୍ୟ; ଏହା ସହିତ ଆମେ ଭଲଭାବେ ପରିଚିତ ଅଛୁ । କିନ୍ତୁ ମଣିଷର ଏକ ସ୍ୱଭାବିକ ସ୍ୱଭାବ ରହିଥାଏ, ଆଉ ସହଜ ମଧ୍ୟ ଯେ ସେ ନିଜ ଅତୀତ ସହିତ ବର୍ତ୍ତମାନକୁ ଆକଳନ କରିବାର ମୋହରୁ ବଞ୍ଚିତ ହୋଇ ପାରି ନ ଥାଏ । ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ନିଷ୍ପତ୍ତିକୁ, ପ୍ରତ୍ୟେକ ପଦକ୍ଷେପକୁ, ନିଜ ଜୀବନର କାର୍ଯ୍ୟକାଳ ସହିତ ତୁଳନା କରିବା ବଡ଼ ସ୍ୱଭାବିକ ହୋଇଥାଏ । ମୋର ତିନି ବର୍ଷର ଅନୁଭବ ମୋ ପାଇଁ ବଡ଼ ଆଶ୍ଚର୍ଯ୍ୟ ଜନକ ଥିଲା କି ଏତେ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିଲେ, ସରକାରଙ୍କର ନିର୍ଣ୍ଣାୟକ ପଦରେ ରହିଲେ, କିନ୍ତୁ ବର୍ତ୍ତମାନ ସରକାରଙ୍କ କୌଣସି ନିଷ୍ପତ୍ତିକୁ ସେ ଅତୀତ ସହିତ ନା କେବେ ତରାଜୁରେ ତଉଲିଛନ୍ତି, ନା କେବେ ତାହାକୁ ସେହି ରୂପରେ ମୂଲ୍ୟାଙ୍କନ କରିଛନ୍ତି, ପ୍ରତ୍ୟେକ କଥାକୁ ସେ ବର୍ତ୍ତମାନ ସନ୍ଦର୍ଭରେ ମୂଲ୍ୟାଙ୍କନ କରିଛନ୍ତି; ମୁଁ ବୁଝି ପାରୁଛି ଏହା ହେଉଛି ତାଙ୍କର ଏକ ବହୁତ ବଡ ପରିଚୟ ।


ସରକାର କେତେ ପଦକ୍ଷେପ ନେଉଥିଲେ, ଆଉ ମୋର ଏହାସବୁ ସୌଭାଗ୍ୟ ରହିଲା କି ମତେ ପ୍ରତି କ୍ଷଣ ତାଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳୁଥିଲା, ଖୋଲାଖୋଲି ଭାବେ କଥା ହେବାର ସୁଯୋଗ ମିଳୁଥିଲା, ଆଉ ବହୁତ ଧ୍ୟାନର ସହିତ ପ୍ରତ୍ୟେକ କଥାକୁ ମଧ୍ୟ ସେ ଶୁଣୁଥିଲେ । କେଉଁଠାରେ ସୁଧାରିବାର ଆବଶ୍ୟକତା ହୋଇଥାଏ ତ ପରାମର୍ଶ ଦେଉଥିଲେ; ଅଧିକାଂଶ ପ୍ରୋତ୍ସାହନ ଦେଉଥିଲେ । ଅର୍ଥାତ ଅଭିଭାବକ ଭାବେ ଜଣେ ପିତୃତ୍ୱଲ୍ୟ ବ୍ୟକ୍ତିତ୍ୱ ଭାବେ ରାଷ୍ଟ୍ରପତିଙ୍କ ଭୂମିକା କ’ଣ ହୋଇଥାଏ, ତାହାକୁ କାଇଦା-କଟକଣାରେ, ପରିସରରୁ କେତେ ଉପରେ, ନିଜସ୍ୱ ଭାବେ, ସ୍ନେହରେ ଆଉ ଏହି ସମ୍ପୂର୍ଣ୍ଣ ରାଷ୍ଟ୍ର ଜୀବନର ପରିବାରର ମୁଖିଆ ହିସାବରେ ଯେଉଁଭଳି ଭାବରେ ତାଙ୍କର ମାର୍ଗ ଦର୍ଶନ ରହୁଥିଲା । ମୋ ପରି ନୂଆ ଲୋକକୁ, ଯାହା ପାଖରେ ଏ ପ୍ରକାରର କୌଣସି ଅନୁଭବ ନ ଥିଲା; ମୁଁ ଗୋଟିଏ ରାଜ୍ୟରୁ କାମ କରି ଆସିଥିଲି । ଏହା ତାଙ୍କରି କାରଣରୁ ହିଁ ମତେ ସବୁ ଜିନିଷ ବୁଝିବାରେ, ନିଷ୍ପତ୍ତି ନିର୍ଣ୍ଣୟ କରିବାରେ ତାଙ୍କର ବହୁତ ସହଯୋଗ ଥିଲା । ଆଉ ସେହି କାରଣରୁ କେତେ ମହତ୍ୱପୂର୍ଣ୍ଣ କାମ ବିଗତ ତିନି ବର୍ଷରେ ଆମେ କରି ପାରିଲୁ ।


ଜ୍ଞାନର ଭଣ୍ଡାର, ସହଜତା, ସରଳତା, ଏହି ଜିନିଷ ଗୁଡିକ ଯେ କୌଣସି ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଆମ ଦୁଇ ଜଣଙ୍କର ଲାଳନ ପାଳନ ଅଲଗା ଚିନ୍ତାଧାରାରେ ହେଲା, ଭିନ୍ନ କାର୍ଯ୍ୟ ସଂସ୍କୃତିରେ ହେଲା । ଆମ ଅନୁଭବରେ ମଧ୍ୟ; ମୋର ଆଉ ତାଙ୍କ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ରହିଛି । କିନ୍ତୁ ସେ କେବେ ମତେ ଏହାକୁ ଅନୁଭବ କରିବାକୁ ଦେଇ ନାହାନ୍ତି । ଆଉ ସେ ଗୋଟିଏ କଥା କୁହନ୍ତି ଯେ ଭାଇ ଦେଖନ୍ତୁ ମୁଁ ରାଷ୍ଟ୍ରପତି ଯେବେ ହେଲି ତେବେ ହେଲି, ଆଜି ରାଷ୍ଟ୍ରପତି ଅଛି, କିନ୍ତୁ ଗଣତନ୍ତ୍ର କହୁଛି, ଯେ ଦେଶର ଜନତା ତୁମ ଉପରେ ଭରସା କରିଛନ୍ତି, ତୁମର ଦାୟିତ୍ୱ ରହିଛି, ଆଉ ମୋର କାମ ହେଉଛି ଯେ ତୁମେ ଏହି କାମକୁ ଭଲ ଢ଼ଙ୍ଗରେ କର । ରାଷ୍ଟ୍ରପତି ପଦ, ରାଷ୍ଟ୍ରପତି ଭବନ ଏବଂ ପ୍ରଣବ ମୁଖାର୍ଜୀ ସ୍ୱୟଂ, ତା ପାଇଁ ମଧ୍ୟ ଯାହା କରିହେବ, କରିବେ । ଏହା ନିଜ ମଧ୍ୟରେ ବହୁତ ବଡ଼ ସମ୍ବଳ ଥିଲା, ଗୋଟିଏ ବହୁତ ବଡ଼ ସମ୍ବଳ ଥିଲା । ଆଉ ଏଥିପାଇଁ ରାଷ୍ଟ୍ରପତି ମହୋଦୟଙ୍କୁ ହୃଦୟର ସହିତ ବହୁତ କୃତଜ୍ଞତା ଜଣାଉଛି ।

ଆଉ ମୋର ବିଶ୍ୱାସ ଅଛି ଯେ, ସେ ଏତେ ବଡ଼ ଦାୟିତ୍ୱ ସହ ମୋତେ ସୁଦୃଢ କରିବାରେ ଯେଉଁ ଭୂମିକା ତୁଲାଇଛନ୍ତି ତାହା ମୋର ଆଗାମୀ ଜୀବନରେ କାମରେ ଆସିବାର ଅଛି । ତାଙ୍କର ପ୍ରତ୍ୟେକ କଥା ମୋ ଜୀବନରେ ଏକ ପଥ ପ୍ରଦର୍ଶକ ଭାବେ ରହିବ, ଏମିତି ମୋତେ, ମୁଁ ନିଜେ ଅନୁଭବ କରୁଛି । ଆଉ ବୋଧହୁଏ ଯେଉଁ ଯେଉଁ ଲୋକମାନେ ତାଙ୍କ ସହିତ କାମ କରିଛନ୍ତି, ସେହି ସମସ୍ତଙ୍କୁ ଏହି ସୌଭାଗ୍ୟ ପ୍ରାପ୍ତ ହୋଇଥିବ । ମୋ ପାଇଁ ହେଉଛି ଏକ ବହୁତ ବଡ଼ ଜମା ପୁଞ୍ଜି, ଯେଉଁ ଜମା ପୁଞ୍ଜି ବ୍ୟକ୍ତିଗତ ଭାବେ ହେଉଛି ମୋର ବହୁତ ବଡ଼ ପୁଞ୍ଜି ଆଉ ସେଥିପାଇଁ ମଧ୍ୟ ମୁଁ ତାଙ୍କ ପାଖରେ ବହୁତ ବଡ଼ କୃତଜ୍ଞ । ଆଜି ଏଠାରେ କେତେ ରିପୋର୍ଟ ଆଦି ପ୍ରଦାନ କରାଗଲା । ରାଷ୍ଟ୍ରପତି ଭବନକୁ ଲୋକ ଭବନ କରିବା, ଏହା ଏଥିପାଇଁ ସମ୍ଭବ ହେଲା କି ପ୍ରଣବ ଦା’ ମାଟି ସହିତ ଯୋଡି ହୋଇଛନ୍ତି, ଜନତାଙ୍କ ମଧ୍ୟରୁ ବିକଶିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ରହି ନିଜର ରାଜନୈତିକ ଯାତ୍ରା କରିବା କାରଣରୁ; ଲୋକ ଶକ୍ତି କ’ଣ ହୋଇଥାଏ, ଲୋକ ସମ୍ଭାବନା କ’ଣ ହୋଇଥାଏ - ତାହା ତାଙ୍କୁ ପୁସ୍ତକରୁ ପଢିବାର ଆବଶ୍ୟକ ହୋଇ ନ ଥିଲା । ତାହାକୁ ଅନୁଭବ ମଧ୍ୟ କରୁଥିଲେ ଆଉ ତାକୁ ଲାଗୁ କରିବା ପାଇଁ ମଧ୍ୟ ପ୍ରୟାସ କରୁଥିଲେ, ତାହାହିଁ କାରଣ ଥିଲା କି ଭାରତର ରାଷ୍ଟ୍ରପତି ଭବନ ଲୋକ–ଭବନ ହୋଇଗଲା । ଜନତା-ଜନାର୍ଦ୍ଦନଙ୍କ ପାଇଁ ଏକ ପ୍ରକାରରେ ଏହାର ଦ୍ୱାର ଖୋଲିଗଲା ।


ସ୍ୱୟଂ ଇତିହାସର ଛାତ୍ର ଥିଲେ । ଆଉ ମୁଁ ଦେଖିଛି କି ଇତିହାସର ପ୍ରତ୍ୟେକ ଘଟଣା ତାଙ୍କ ଅଙ୍ଗୁଳି ଅଗରେ ରହିଥାଏ, କୌଣସି ବିଷୟ ବାହାର କର ତ’ ତାରିଖ ଅନୁସାରେ କହି ଦେଇଥାନ୍ତି । କିନ୍ତୁ ସେ ଜ୍ଞାନକୁ, ଇତିହାସର ମହତ୍ୱକୁ ଆଗକୁ କିପରି ନିଆଯାଇ ପାରିବ ଆଉ ଏହି ରାଷ୍ଟ୍ରପତି ଭବନରେ ଯେଉଁ ପ୍ରକାରରେ, ଏବେ ଓମିତା ଜୀ ସଂପୂର୍ଣ୍ଣ ରିପୋର୍ଟ ଦେଉଥିଲେ, ବହୁତ ବଡ଼ ଇତିହାସ ପାଇଁ ଅମୂଲ୍ୟ ସଂପଦ ପ୍ରସ୍ତୁତ ହୋଇଛି ତାଙ୍କ କାର୍ଯ୍ୟକାଳରେ । ଆଉ ମୁଁ କହି ପାରୁଛି କି ଏଠାକାର ଗଛ ହେଉ, ପଥ ହେଉ, ପଥର ହେଉ; ପ୍ରତ୍ୟେକଙ୍କ ପାଇଁ ହେଉଛି କିଛି ନା କିଛି ଇତିହାସ, ପ୍ରତ୍ୟେକଙ୍କର ନିଜସ୍ୱ ବିଶେଷତ୍ୱ ରହିଛି ଏବଂ ତାହା ସବୁ ପୁସ୍ତକ ଆକାରରେ ଏବେ ଉପଲବ୍ଧ ହେଉଛି ।

ଏଠାରେ ଏହା ବହୁତ ବଡ଼ କାମ ହୋଇଛି । ଆଉ ମୁଁ ଏଥିପାଇଁ ତାଙ୍କୁ ଓ ତାଙ୍କ ସଂପୂର୍ଣ୍ଣ ଟିମକୁ ହୃଦୟର ସହିତ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ମୁଁ ପୁଣି ଥରେ ପ୍ରଣବ ଦା’ଙ୍କୁ ଦୀର୍ଘ ନିରାମୟ ଜୀବନ ପାଇଁ ଶୁଭକାମନା ଦେଉଛି, ଆଉ ତାଙ୍କର ଏତେ ଦୀର୍ଘ ଦୃଷ୍ଟିଭଙ୍ଗୀ, ଦୀର୍ଘ ଅନୁଭବ, ତାଙ୍କର ନୂଆ ଇନିଂସ(ପାଳି)ରେ ଯେପରି ଲୋକଙ୍କୁ ବ୍ୟକ୍ତିଗତ ଭାବେ, ଆଉ ଦେଶକୁ ସ୍ୱଭାବିକ ଭାବେ ସବୁବେଳେ ଏଭଳି ଉପକାରୀ ହୋଇ ପାରିବ, ଏହା ହେଉଛି ମୋର ବିଶ୍ୱାସ ।

ପୁଣି ଥରେ ମୁଁ ବହୁତ-ବହୁତ ଶୁଭକାମନା ସହିତ ଆପଣ ମସସ୍ତଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.