"ପର୍ଯ୍ୟାବରଣକୁ ସଂରକ୍ଷିତ ରଖି କିପରି ବିକାଶ କରାଯାଇ ପାରେ, ତାହାର ଏକ ଜୀବନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳୁଛି : ପ୍ରଧାନମନ୍ତ୍ରୀ ମୋଦୀ "
"ଅଣୁ ଜଳସେଚନ ଯୋଗୁଁ ବୁନ୍ଦା ଜଳସେଚନ ଯୋଗୁଁ ଗୁଜରାଟରେ ଜଳ ସଂଚୟ ହୋଇପାରିଛି : ପ୍ରଧାନମନ୍ତ୍ରୀ ମୋଦୀ "
"ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତକୁ ଏକଜୁଟ କରିବାରେ ସାହାଯ୍ୟ କରିଛି : ପ୍ରଧାନମନ୍ତ୍ରୀ ମୋଦୀ "

ମୋ ସହିତ କୁହନ୍ତୁ, ଦୁଇ ହାତ ଉପରକୁ କରି କୁହନ୍ତୁ.. ….ନର୍ମଦେ ନର୍ମଦେ…. ନର୍ମଦେ…. ସର୍ବଦେ… ନର୍ମଦେ… ନର୍ମଦେ…. ନର୍ମଦେ…. ।

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବ ବ୍ରତ ମହୋଦୟ, ଏଠାକାର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟଭାଇ ରୂପାନୀ, ଉପ-ମୁଖ୍ୟମନ୍ତ୍ରୀ ନିତିନ ଭାଇ …ମଂଚରେ ଉପସ୍ଥିତ ସମସ୍ତ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

କେତେ ବେଳେ ମୋର ଫଟୋଗ୍ରାଫିର ଟିକେ ଅଭ୍ୟାସ ଥିଲା । ଇଚ୍ଛା ହେଇଥିଲା ଫଟୋ ଉଠାଇବି… ପରେ ସବୁ ଅଭ୍ୟାସ ଛାଡିଗଲା । କିନ୍ତୁ ଆଜି ଯେତେବେଳେ ମୁଁ ଏଠାରେ ବସିଛି, ତ ମୋ ମନ ହୋଉଛି କି ଭଲ ହୋଇଥାନ୍ତା ଯଦି ମୋ ହାତରେ  ମଧ୍ୟ କ୍ୟାମେରା ଥାଆନ୍ତା । ଉପରେ ମୁଁ ଯେଉଁ ଦୃଶ୍ୟ ଦେଖୁଛି । ତଳେ ଅଛି ଜନସାଗର, ପଛପଟେ ଜଳସାଗର ଆଉ ମୁଁ ଏହି ସମସ୍ତ କ୍ୟାମେରା ବାଲାଙ୍କୁ ପ୍ରାର୍ଥନା କରିବି କି ଆମର ବହୁତ ଫଟୋ ଉଠାନ୍ତୁ, ଟିକେ ସେପଟକୁ କ୍ୟାମେରା କରନ୍ତୁ… କିପରି ଜନସାଗର ଏବଂ ଜଳ ସାଗରର ମିଳନ ହେଉଛି । ବୋଧହୁଏ ଫଟୋଗ୍ରାଫି ଜଗତର ଲୋକଙ୍କ ପାଇଁ ଏଭଳି ବିରଳ ଦୃଶ୍ୟ ଖୁବ କମ ମିଳୁଥିବ । ଆଉ ମୁଁ ଏଠାକାର ଆୟୋଜକମାନଙ୍କୁ ମଧ୍ୟ ଏହି ସ୍ଥାନର ସୌନ୍ଦର୍ଯ୍ୟ ବୋଧତା ପାଇଁ ସେମାନଙ୍କୁ ବିଶେଷ ଶୁଭକାମନା ଜଣାଉଛି ।

ଆଜିକାର ଦିନରେ ମାଆ ନର୍ମଦାଙ୍କର ଦର୍ଶନ କରିବାର ସୁଯୋଗ ମିଳିବା, ପୂଜା-ଅର୍ଚ୍ଚନା କରିବାର ସୁଯୋଗ ମିଳିବା ଏହାଠାରୁ ବଡ଼ ସୌଭାଗ୍ୟର ବିଷୟ ଆଉ କ’ଣ ହୋଇପାରେ, ମୁଁ ଗୁଜରାଟ ସରକାରଙ୍କର, ଆପଣମାନଙ୍କ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଉଛି କି ଆପଣମାନେ ମୋତେ ନମାମୀ ଦେବୀ ନର୍ମଦା ସମାରୋହକୁ ଆସିବାକୁ ନିମନ୍ତ୍ରଣ ଦେଲେ ଏବଂ ତାହାର ଅଂଶ ହେବାର ସୌଭାଗ୍ୟ ପ୍ରଦାନ କଲେ । ମୁଁ ସମସ୍ତ ଗୁଜରାଟବାସୀଙ୍କୁ ମଧ୍ୟ ଏହି ଉତ୍ସବ ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ଆଉ ଆଜି ହେଉଛି ଏଭଳି ଅବସର ଯାହାର ଲାଭ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଗୁଜରାଟକୁ… ଏହି ଚାରି ରାଜ୍ୟର ଲୋକମାନଙ୍କୁ, କୃଷକମାନଙ୍କୁ, ସେହି ରାଜ୍ୟର ଜନତାଙ୍କୁ ଏହି ଯୋଜନାର ଲାଭ ମିଳି ପାରୁଛି ।

ସାଥୀଗଣ, ଆମର ସଂସ୍କୃତିରେ ଏହା ମାନି ନିଆଯାଇଛି କି ପର୍ଯ୍ୟାବରଣର ରକ୍ଷା କରାଯାଇ ମଧ୍ୟ ବିକାଶ ହୋଇ ପାରିବ । ପ୍ରକୃତି ହେଉଛି ଆମ ପାଇଁ ଆରାଧ୍ୟ, ପ୍ରକୃତି ହେଉଛି ଆମର ଆଭୂଷଣ, ହେଉଛି ଆମର ଅଳଙ୍କାର ସଦୃଶ । ପର୍ଯ୍ୟାବରଣକୁ ସଂରକ୍ଷିତ ରଖି କିପରି ବିକାଶ କରାଯାଇ ପାରେ, ତାହାର ଏକ ଜୀବନ୍ତ ଉଦାହରଣ ଏବେ କେୱଡିଆରେ ଦେଖିବାକୁ ମିଳୁଛି ।

ଆଜି ସକାଳୁ ମୋତେ ଏହାର ଅନେକ ସ୍ଥାନକୁ ଯିବାର ସୁଯୋଗ ମିଳିଛି ଆଉ ପ୍ରତ୍ୟେକ ସ୍ଥାନରେ ମୁଁ ପ୍ରକୃତି ଏବଂ ବିକାଶର ଅଦ୍ଭୁତ ସମନ୍ୱୟକୁ ଅନୁଭବ କରିଛି । ଗୋଟିଏ ପଟେ ସର୍ଦ୍ଦାର ସରୋବର ବନ୍ଧ ରହିଛି, ବିଜୁଳି ଉତ୍ପାଦନର ଯନ୍ତ୍ର ରହିଛି ତ ଅନ୍ୟପଟେ ଏକତା ନର୍ସରୀ, ବଟର-ଫ୍ଲାଏ (ପ୍ରଜାପତି) ଉଦ୍ୟାନ, କାକଟସ ଉଦ୍ୟାନ ଭଳି ଇକୋ-ଟୁରିଜିମ ସହିତ ଜଡ଼ିତ ବହୁତ ସୁନ୍ଦର ବ୍ୟବସ୍ଥାମାନ ଅଛି । ଏହିସବୁ ମଧ୍ୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହୋଦୟଙ୍କ ଭବ୍ୟ ପ୍ରତିମା ଯେଭଳି ଆମକୁ ଆଶୀର୍ବାଦ ଦେଉଥିବା ଦୃଷ୍ଟିଗୋଚର ହେଉଛି । ମୁଁ ବୁଝି ପାରୁଛି କି କେୱଡ଼ିଆରେ ପ୍ରଗତି, ପ୍ରକୃତି, ପର୍ଯ୍ୟାବରଣ ଏବଂ ପର୍ଯ୍ୟଟନର ଅଦ୍ଭୁତ ସଙ୍ଗମ ହୋଇଛି ଆଉ ଏହା ସମସ୍ତଙ୍କ ପାଇଁ ବହୁତ ପ୍ରେରଣାଦାୟୀ ହୋଇଛି ।

ସାଥୀଗଣ, ଆଜି ହିଁ ନିର୍ମାଣ ଏବଂ ସୃଜନର ଦେବତା ବିଶ୍ୱକର୍ମାଙ୍କର ମଧ୍ୟ ହେଉଛି ଜୟନ୍ତି । ନୂତନ ଭାରତର ନିର୍ମାଣର ଯେଉଁ ସଂକଳ୍ପକୁ ନେଇ ଆମେ ଆଗକୁ ବଢ଼ୁଛେ, ସେଥିରେ ଭଗବାନ ବିଶ୍ୱକର୍ମାଙ୍କ ଭଳି ସୃଜନଶୀଳତା ଆଉ ବୃହତ ଲକ୍ଷ୍ୟକୁ ପ୍ରାପ୍ତ କରିବାର ଇଚ୍ଛାଶକ୍ତିର ବହୁତ ଆବଶ୍ୟକତା ରହିଛି । ଭଗବାନ ବିଶ୍ୱକର୍ମାଙ୍କର ଭାରତ ଉପରେ ଆଶୀର୍ବାଦ ଅତୁଟ ରହୁ, ଆମ ସମସ୍ତଙ୍କର ଏହା ହେଉଛି ପ୍ରାର୍ଥନା ।

ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି ତ’ ସର୍ଦ୍ଦାର ସରୋବର ବନ୍ଧ ଏବଂ ସର୍ଦ୍ଦାର ସାହେବଙ୍କ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଉଭୟ ହିଁ ସେହି ଇଚ୍ଛାଶକ୍ତି, ସେହି ସଂକଳ୍ପ ଶକ୍ତିର ହେଉଛି ପ୍ରତୀକ ।

ମୋର ବିଶ୍ୱାସ ରହିଛି କି ତାଙ୍କ ପ୍ରେରଣାରୁ ଆମେ ନୂତନ ଭାରତ ସହିତ ଜଡ଼ିତ ପ୍ରତ୍ୟେକ ସଂକଳ୍ପକୁ ସିଦ୍ଧ କରିବା, ପ୍ରତ୍ୟେକ ଲକ୍ଷ୍ୟକୁ ପ୍ରାପ୍ତ କରିବା ।

ସାଥୀଗଣ, ଆଜିର ଏହି ସୁଯୋଗ ହେଉଛି ବହୁତ ଭାବନାତ୍ମକ । ସର୍ଦ୍ଦାର ପଟେଲ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଅନେକ ଦଶକ ପରେ ପୂରଣ ହେଉଛି ଆଉ ତାହା ମଧ୍ୟ ସର୍ଦ୍ଦାର ସାହେବଙ୍କ ଭବ୍ୟ ପ୍ରତିମାର ସେହି ଆଖି ଆଗରେ ହେଉଛି ।

ଆମେ ପ୍ରଥମ ଥର ସର୍ଦ୍ଦାର ସରୋବର ବନ୍ଧକୁ ସଂପୂର୍ଣ୍ଣ ଭାବେ ଜଳପୂର୍ଣ୍ଣ ଥିବା ଦେଖିଛୁ । ଗୋଟିଏ ସମୟ ଥିଲା, ଯେତେବେଳ 122 ମିଟର ଲକ୍ଷ୍ୟ ପର୍ଯ୍ୟନ୍ତ ପହଂଚିବାକୁ ବହୁତ ବଡ଼ ସିଦ୍ଧି ଭାବେ ଗ୍ରହଣ କରାଯାଉଥିଲା । କିନ୍ତୁ ଆଜି 5 ବର୍ଷ ମଧ୍ୟରେ 138 ମିଟର ପର୍ଯ୍ୟନ୍ତ ସର୍ଦ୍ଦାର ସରୋବର ଜଳ ପୂର୍ଣ୍ଣ ହୋଇଯିବା, ହେଉଛି ଅଦ୍ଭୁତ, ହେଉଛି ଅବିସ୍ମରଣୀୟ ।

ସାଥୀଗଣ, ଆଜିକାର ସ୍ଥିତି ପର୍ଯ୍ୟନ୍ତ ଆମକୁ ପହଂଚାଇବାରେ ଲକ୍ଷ ଲକ୍ଷ ଲୋକଙ୍କର ଯୋଗଦାନ ରହିଛି । ସାଧାରଣରୁ ଅତି ସାଧାରଣ ନାଗରିକଙ୍କ ଯୋଗଦାନ ରହିଛି । ଆଜିର ଦିନ ହେଉଛି ସେହି ଲକ୍ଷ-ଲକ୍ଷ ସାଥୀଙ୍କୁ କୃତଜ୍ଞତା ଜଣାଇବାର ଦିନ । ଯେଉଁମାନେ ଏହି ସର୍ଦ୍ଦାର ସରୋବର ପ୍ରକଳ୍ପ ପାଇଁ ନିଜର ଯୋଗଦାନ ଦେଇଛନ୍ତି । ଏଭଳି ପ୍ରତ୍ୟେକ ବନ୍ଧୁଙ୍କୁ ମୁଁ ପ୍ରଣାମ କରୁଛି ।

ସାଥୀଗଣ, କେୱଡ଼ିଆରେ ଆଜି ଯେତିକି ଉତ୍ସାହ ଅଛି, ସେତିକି ଉନ୍ମାଦନା ସଂପୂର୍ଣ୍ଣ ଗୁଜରାଟରେ ରହିଛି । ଆଜି ନାଳ, ପୋଖରୀ, ଝରଣା, ନଦୀଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତାର କାର୍ଯ୍ୟ କରାଯାଉଛି । ଆଗାମୀ ଦିନରେ ବ୍ୟାପକ ସ୍ତରରେ, ବ୍ୟାପକ ଭାବେ ବୃକ୍ଷରୋପଣର କାର୍ଯ୍ୟକ୍ରମ ରହିଛି । ଏହା ହେଉଛି ନିଶ୍ଚିତ ରୂପରେ ଅଭିନନ୍ଦନୀୟ, ହେଉଛି ପ୍ରଶଂସନୀୟ କାର୍ଯ୍ୟ । ଏହା ହେଉଛି ସେହି ପ୍ରେରଣା ଯାହା ଆଧାରରେ ଜଳ-ଜୀବନ ମିଶନ ଆଗକୁ ବଢ଼ି ପାରିବା । ଆଉ ଦେଶରେ ଜଳ ସଂରକ୍ଷଣର ଆନ୍ଦୋଳନ ସଫଳ ହୋଇପାରିବ । ଗୁଜରାଟରେ ହେଉଥିବା ସଫଳ ପ୍ରୟୋଗଗୁଡ଼ିକୁ, ଜନ ସହଯୋଗିତାର ପ୍ରୟାସକୁ, ଜନସହଯୋଗିତା ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆମକୁ ଆହୁରି ଆଗକୁ ବଢ଼ାଇବାର ଅଛି । ଗୁଜରାଟର ଗାଁ ଗାଁ ରେ ଯେଉଁ ଏହି ପ୍ରକାରର ଜନ ସହଯୋଗିତା ଦ୍ୱାରା, ଜନ ସମର୍ଥନ ଦ୍ୱାରା ଏହି ଅଭିଯାନ ଦଶକ ଦଶକ ଧରି ଜଡ଼ିତ ରହିଛି । ଏଭଳି ସାଥୀମାନଙ୍କୁ ମୁଁ ଅନୁରୋଧ କରିବି କି ସେମାନେ ସାରା ଦେଶରେ ନିଜ ଅନୁଭବକୁ ବାଂଟନ୍ତୁ ।

ସାଥୀଗଣ, ଆଜି କଚ୍ଛ ଏବଂ ସୌରାଷ୍ଟ୍ରର ସେହି ଅଂଚଳରେ ମଧ୍ୟ ମାଆ ନର୍ମଦାଙ୍କ କୃପା ହୋଇଛି ଯେଉଁଠାରେ କେବେ ଅନେକ-ଅନେକ ସପ୍ତାହ ଧରି ପାଣି ପହଂଚି ପାରୁ ନଥିଲା, ଗୁଜରାଟରେ ଦଶକ-ଦଶକ ପୂର୍ବର ସେହି ଦିନ ମଧ୍ୟ ସେତେବେଳେ ଜଳ ପାଇଁ ସଂଘର୍ଷରେ ଗୁଳି ମଧ୍ୟ ଚଳାଇବାକୁ ପଡିଥିଲା । ଝିଅ-ଭଉଣୀମାନଙ୍କୁ ପିଇବା ପାଣି ଯୋଗାଡ଼ କରିବା ପାଇଁ 5-5, 10-10 କିଲୋମିଟର ପାଦରେ ଚାଲିବାକୁ ପଡ଼ୁଥିଲା । ଖରାଦିନ ଆରମ୍ଭ ହେଲା ମାତ୍ରେ ସୌରାଷ୍ଟ୍ର ଏବଂ ଉତ୍ତର ଗୁଜରାଟର ଲୋକମାନଙ୍କୁ ନିଜ-ନିଜ ପଶୁଧନକୁ ନେଇ ଶହ ଶହ କିଲୋମିଟର ଦୂରକୁ ଯିବାକୁ ପଡ଼ୁଥିଲା, ଯେଉଁଠାରେ ପାଣିର ସମ୍ଭାବନା ଥିଲା, ସେଠାକୁ ସେମାନେ ଘର, ଗାଁ, କ୍ଷେତ, ବିଲବାଡ଼ି ଛାଡ଼ି ଯିବାକୁ ବାଧ୍ୟ ହେଉଥିଲେ । ମୋର ମନେଅଛି 2000 ମସିହାରେ କେତେ ଭୟଙ୍କର ଗରମରେ ଏଭଳି ସ୍ଥିତି ହୋଇ ଯାଇଥିଲା, କି ରାଜକୋଟକୁ ସୂର୍ଯ୍ୟ ନଗର, ଜାମ ନଗର, ପାଣି ପହଂଚାଇବା ପାଇଁ ହିନ୍ଦୁସ୍ଥାନରେ ପ୍ରଥମ ଥର ପାଇଁ ପାଣି ନେଇ ଏକ ସ୍ୱତନ୍ତ୍ର ଜଳ ଟ୍ରେନ ଚଲାଇବାର ପରିସ୍ଥିତି ଆସିଥିଲା ।

ସାଥୀଗଣ, ଆଜି ଯେତେବେଳେ ସେହି ପୁରୁଣା ଦିନକୁ ମନେ ପକାଉଛେ ତ ଲାଗୁଛି କି ଗୁଜରାଟ ଆଜି ଏତେ ଆଗକୁ ଚାଲି ଆସିଛି । ଆପଣମାନଙ୍କୁ ଗର୍ବ ଲାଗୁଛି କି ଲାଗୁ ନାହିଁ, ଆପଣମାନଙ୍କୁ ଖୁସି ଲାଗୁଛି ତ । ଆପଣମାନେ ମୋତେ ଯେତେବେଳେ ଏଠାକାର ଦାୟିତ୍ୱ ଦେଇଥିଲେ, ସେତେବେଳେ ଆମ ସମ୍ମୁଖରେ ଦ୍ୱିମୁଖୀ ଆହ୍ୱାନ ରହିଥିଲା ଜଳସେଚନ ପାଇଁ, ପିଇବା ପାଇଁ, ବିଜୁଳି ଉତ୍ପାଦନ ପାଇଁ, ବନ୍ଧର କାର୍ଯ୍ୟକୁ ଦ୍ରୁତ ଗତି କରିବାକୁ ଥିଲା । ଅନ୍ୟପଟେ ନର୍ମଦା କେନାଲ ନେଟୱାର୍କକୁ ଅନ୍ୟ ବିକଳ୍ପ ସେଚ ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରିବାର ଥିଲା । ଆପଣମାନେ ଚିନ୍ତା କରନ୍ତୁ 2001 ପର୍ଯ୍ୟନ୍ତ ମୁଖ୍ୟ କେନାଲର କାର୍ଯ୍ୟ କେବଳ 150 କିଲୋମିଟର ପର୍ଯ୍ୟନ୍ତ ହୋଇ ପାରିଥିଲା । ଜଳସେଚନ ବ୍ୟବସ୍ଥା ଏବଂ ନାଳଗୁଡ଼ିକର ନେଟୱାର୍କ ଅଧା ପନ୍ତରିଆ ଭାବେ ବିଛେଇ ହୋଇ ଅଧାରେ ପଡ଼ି ରହିଥିଲା, କିନ୍ତୁ ଆପଣ ସମସ୍ତେ ଗୁଜରାଟର ଲୋକମାନେ କେବେ ହେଲେ ମଧ୍ୟ ସାହସ ହରାଇ ନଥିଲେ ।

ଆଜି ଜଳସେଚନ ଯୋଜନାର ଏକ ବ୍ୟାପକ ନେଟୱାର୍କ ଗୁଜରାଟରେ ପ୍ରସ୍ତୁତ ହୋଇ ଯାଇଛି । ବିଗତ 17-18 ବର୍ଷ ମଧ୍ୟରେ ପ୍ରାୟ ଦୁଇ ଗୁଣ କ୍ଷେତକୁ ଜଳସେଚନ ପରିସରକୁ ଅଣା ଯାଇ ପାରିଛି ।

ଭାଇ ଓ ଭଉଣୀମାନେ, ଆପଣମାନେ କଳ୍ପନା କରି ପାରିବେ କି ବୁନ୍ଦା ଜଳସେଚନ, ଅଣୁ ଜଳସେଚନର ପରିସର 2001 ମସିହାରେ କେବଳ 14 ହଜାର ହେକ୍ଟର ଥିଲା ଆଉ ପ୍ରାୟ 8 ହଜାର କୃଷକ ପରିବାର ହିଁ ଏହାର ଲାଭ ନେଇ ପାରୁଥିଲେ । ପ୍ରତି ବୁନ୍ଦା ଜଳ, ଅଧିକ ଫସଲ (ପର ଡ୍ରପ ମୋର କ୍ରପ)ର ଅଭିଯାନ ଚଲାଇଲୁ, ଜଳ ସଂରକ୍ଷଣର ଅଭିଯାନ ଚଲାଇଲୁ, ଅଣୁ-ଜଳସେଚନ ଉପରେ ଗୁରୁତ୍ୱ ଦେଲୁ । ଆଉ ଏକ ସମୟରେ କେବଳ 12-14 ହଜାର ହେକ୍ଟର ଥିଲା, ଆଜି ତାହା 19 ଲକ୍ଷ ହେକ୍ଟର ଜମିରେ.. ମୁଁ ଗୁଜରାଟର କଥା କହୁଛି । ଆଜି 19 ଲକ୍ଷ ହେକ୍ଟର ଜମି ଅଣୁ ଜଳସେଚନ ପରିସରକୁ ଆସିଛି । ଆଉ ପ୍ରାୟ 12 ଲକ୍ଷ କୃଷକ ପରିବାରଙ୍କୁ ଏହାର ଲାଭ ମିଳୁଛି । ଏହା ଆପଣ ସମସ୍ତଙ୍କ ସହଯୋଗ ବିନା ସମ୍ଭବ ନଥିଲା । ଗୁଜରାଟରେ ଗାଁରେ ଥିବା କୃଷକଙ୍କ ସମ୍ବେଦନଶୀଳତା ବିନା ଏହା ସମ୍ଭବ ନଥିଲା । ନୂତନ ବିଜ୍ଞାନ, ଟେକ୍ନୋଲଜିକୁ ସ୍ୱୀକାର କରି ଗୁଜରାଟର କୃଷକମାନଙ୍କର ସ୍ୱଭାବର ପରିଣାମ ଥିଲା କି ଆମେ ଏତେବଡ଼ ସ୍ୱପ୍ନକୁ ସିଦ୍ଧ କରି ପାରିଲେ । ପ୍ରତି ବୁନ୍ଦା ଜଳ, ଅଧିକ ଫସଲ (ପର ଡ୍ରପ ମୋର କ୍ରପ)ର ଅଭିଯାନ ଏହା ଗୁଜରାଟର ପ୍ରତ୍ୟେକ ଚାଷଜମି ପର୍ଯ୍ୟନ୍ତ ଏହି କଥା ପହଂଚିଗଲା । ତେବେ କିଛି ସମୟ ପୂର୍ବରୁ ଆଇଆଇଏମ ଅହମ୍ମଦାବାଦ ଏହି ବିଷୟରେ ଅଧ୍ୟୟନ କରିଥିଲେ । ମୁଁ ଆପଣମାନଙ୍କୁ ଏବଂ ଦେଶବାସୀଙ୍କୁ ଏ ବିଷୟରେ ମଧ୍ୟ କହିବାକୁ ଚାହୁଁଛି ।

ସାଥୀଗଣ, ଏହି ଅଧ୍ୟୟନ ଦ୍ୱାରା ସାମ୍ନାକୁ ଆସିଲା କି ଅଣୁ ଜଳସେଚନ ଯୋଗୁଁ ବୁନ୍ଦା ଜଳସେଚନ ଯୋଗୁଁ ଏବଂ ଫୁଆରା ଜଳସେଚନ ଯୋଗୁଁ ଗୁଜରାଟରେ 50 ପ୍ରତିଶତ ପର୍ଯ୍ୟନ୍ତ ଜଳ ସଂଚୟ ହୋଇଛି । 25 ପ୍ରତିଶତ ପର୍ଯ୍ୟନ୍ତ ସାରର ବ୍ୟବହାର ହ୍ରାସ ପାଇଛି । 40 ପ୍ରତିଶତ ପର୍ଯ୍ୟନ୍ତ ଶ୍ରମିକଙ୍କ ଖର୍ଚ୍ଚ (ଲେବର କଷ୍ଟ), ମଜୁରୀ ବାବଦରେ ଖର୍ଚ୍ଚ କମ ହୋଇଛି ଏବଂ ବିଜୁଳି ସଂଚୟ ହୋଇଛି । ତ ଅନ୍ୟପଟେ ଫସଲ ଉତ୍ପାଦନ କ୍ଷେତ୍ରରେ 30 ପ୍ରତିଶତ ବୃଦ୍ଧି ଘଟିଛି । ଏହା ସହିତ ପ୍ରତି ହେକ୍ଟର ପିଛା ପ୍ରତ୍ୟେକ କୃଷକ ପରିବାରର ଆୟ ମଧ୍ୟ ପ୍ରାୟ ସାଢ଼େ ପନ୍ଦର ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ସାଥୀଗଣ, ମୋର ମନେଅଛି କି ଯେତେବେଳେ କଚ୍ଛରେ ନର୍ମଦାର ପାଣି ପହଂଚିଥିଲା । ସେତେବେଳେ ମୁଁ କହିଥିଲି କି ପାଣି କଚ୍ଛ ପାଇଁ ପରଶମଣି ସଦୃଶ୍ୟ ପ୍ରମାଣିତ ହେବ, ଆଜି ମୁଁ ଖୁସି ଯେ, ମାଆ ନର୍ମଦାର ଜଳ କେବଳ କଚ୍ଛ ନୁହେଁ, ସୌରାଷ୍ଟ୍ର ହିଁ ନୁହେଁ ଗୁଜରାଟର ଏକ ବହୁତ ବଡ଼ ଅଂଶ ପାଇଁ ପରଶମଣି ସଦୃଶ୍ୟ ପ୍ରମାଣିତ ହୋଇଛି, ନର୍ମଦାର ଜଳ କେବଳ ଜଳ ନୁହେଁ, ତାହା ତ ହେଉଛି ପରଶମଣି, ପରଶମଣି । ଯାହା ମାଟିକୁ ସ୍ପର୍ଶ କରିବା ମାତ୍ରେ ହିଁ ସୁନା କରି ଦେଉଛି । ନର୍ମଦା ଜଳ ଯୋଗୁଁ ଜଳସେଚନ ସୁବିଧା ବୃଦ୍ଧି ପାଇଛି ପାଇପ ଯୋଗେ ଜଳଯୋଗାଣର ବ୍ୟାପକତା ମଧ୍ୟ ବିଗତ ଦୁଇ ଦଶକରେ ପ୍ରାୟ ତିନି ଗୁଣ ବଢ଼ି ଯାଇଛି । 2001ରେ ଗୁଜରାଟରେ କେବଳ 26 ପ୍ରତିଶତ ଘରକୁ ପାଇପ ଯୋଗେ ଜଳ ଆସୁଥିଲା । ଅର୍ଥାତ ଯେବେଠାରୁ ଦେଶରେ ପାଇପ ଯୋଗେ ଘରକୁ ଜଳଯୋଗାଣ ଆରମ୍ଭ ହୋଇଥିଲା, ସେତେବେଳଠାରୁ 2001 ପର୍ଯ୍ୟନ୍ତ ପ୍ରାୟ 5 ଦଶକ ମଧ୍ୟରେ କେବଳ 26 ପ୍ରତିଶତ ଘରକୁ ପାଇପ ଯୋଗେ ଜଳ ଆସୁଥିଲା । ଆଜି ଆପଣ ସମସ୍ତଙ୍କର ପ୍ରୟାସର ପ୍ରଭାବ ହେଉଛି ଗୁଜରାଟର ଯୋଜନାଗୁଡ଼ିକର ପ୍ରଭାବ ହେଉଛି କି ରାଜ୍ୟର 78 ପ୍ରତିଶତ ଘରେ ନଳ ଦ୍ୱାରା ପାନୀୟ ଜଳ ଆସୁଛି । ଏବେ ଏହି ପ୍ରେରଣାରେ ଆମେ ସାରା ଦେଶରେ ପ୍ରତ୍ୟେକଙ୍କ ଘରେ ପାଇପ ଯୋଗେ ଜଳ ପହଂଚାଇବାର ଲକ୍ଷ୍ୟ ହାସଲ କରିବାର ଅଛି ।

ଭାଇ ଓ ଭଉଣୀମାନେ, ଆଜି ସୋନି ଯୋଜନା ହେଉ, ସୁଜଳାମ ସୁଫଳାମ ଯୋଜନା ହେଉ ଆଜି ଗୁଜରାଟର ଗାଁ ଏବଂ ସହର ଦ୍ରୁତ ଗତିରେ ପାନୀୟ ଜଳ ନେଟୱାର୍କ ସହିତ ଯୋଡ଼ି ହେଉଛନ୍ତି । ମୁଁ ଗୁଜରାଟ ସରକାରଙ୍କର ପୂର୍ବ ମୁଖ୍ୟମନ୍ତ୍ରୀ ଆନନ୍ଦି ବେନଙ୍କ ନେତୃତ୍ୱରେ ଆଉ ଏବେ ରୂପାନୀ ମହୋଦୟଙ୍କ ନେତୃତ୍ୱରେ ପ୍ରତ୍ୟେକଙ୍କ ଘରକୁ, ପ୍ରତ୍ୟେକ କୃଷିଜମିକୁ, ଜଳ ସହିତ ଯୋଡ଼ିବାର ମିଶନକୁ ଆଗକୁ ବଢ଼ାଇବା ପାଇଁ ସେହି ସମସ୍ତ ସରକାରଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ସେଚ ସୁବିଧା ମିଳିବାରୁ ଆଉ ଏକ ଲାଭ ଗୁଜରାଟର କୃଷକମାନଙ୍କୁ ହୋଇଛି । ଆଗରୁ କୃଷକ ପାରମ୍ପରିକ ଫସଲ ହିଁ ଫଳାଉଥିଲେ । କିନ୍ତୁ ସେଚ ସୁବିଧା ମିଳିବା ପରେ ନଗଦ ଲାଭ ମିଳୁଥିବା ଫସଲ ଉତ୍ପାଦନ ଆରମ୍ଭ କରିଛନ୍ତି, ଉଦ୍ୟାନକୃଷି ଆଡ଼କୁ ମନ ବଳାଇଛନ୍ତି । ନଗଦରେ କାମ ହେବାକୁ ଲାଗିଛି । ନିକଟରେ ଆଉ ଏକ ଅଧ୍ୟୟନ ସାମ୍ନାକୁ ଆସିଛି ଯାହାଦ୍ୱାରା ଜଣା ପଡ଼ିଛି କି ପ୍ରତ୍ୟେକ ପରିବର୍ତ୍ତନରେ ଅନେକ କୃଷକ ପରିବାରର ଆୟ ବୃଦ୍ଧି ପାଇଛି ।

ଭାଇ ଓ ଭଉଣୀମାନେ, ଗୁଜରାଟ ସହିତ ଦେଶର ପ୍ରତ୍ୟେକ କୃଷକ ପରିବାରଙ୍କ ଆୟ 2022 ସୁଦ୍ଧା ଦୁଇ ଗୁଣା କରିବା ପାଇଁ ଅନେକ ଦିଗରୁ ଅନେକ ପ୍ରୟାସ ଚାଲୁ ରହିଛି । ନୂଆ ସରକାର ଗଠନ ହେବା ପରେ ବିଗତ 100 ଦିନରେ ଏହି ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ପିଏମ କିଷାନ ସମ୍ମାନ ନିଧିର ଲାଭ ଏବେ ଗୁଜରାଟର ପ୍ରତ୍ୟେକ କୃଷକ ପରିବାରଙ୍କୁ ମିଳୁଛି ।

କିଛି ଦିନ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପେନସନ ଯୋଜନାର ମଧ୍ୟ ଶୁଭାରମ୍ଭ ହୋଇ ଯାଇଛି । ଏହାର ଲାଭ ମଧ୍ୟ ଗୁଜରାଟର ଏବଂ ଦେଶର କୃଷକ ପରିବାରଙ୍କୁ ମିଳିବାକୁ ଯାଉଛି ।

ସାଥୀଗଣ, ଗୁଜରାଟରେ କୃଷକ, ବ୍ୟବସାୟୀ ଏବଂ ଅନ୍ୟ ନାଗରିକମାନଙ୍କ ପାଇଁ ଜଳ ଯୋଗାଣ ମାଧ୍ୟମରେ ପରିବହନର ମଧ୍ୟ ଏକ ବ୍ୟାପକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଘୋଘା-ଦହେଜ ରୋ-ରୋ ଫେରି ସେବା, ଏହାର ଶୁଭାରମ୍ଭ କରିବାର ସୌଭାଗ୍ୟ ମୋତେ ମିଳିଛି । ମୋତେ ଅବଗତ କରାଯାଇଛି କି ଏ ପର୍ଯ୍ୟନ୍ତ ଏହି ଫେରି ସୁବିଧାର ଉପଯୋଗ ତିନି ଶହ ପଚିଶ ଲକ୍ଷ ଯାତ୍ରୀ ଉପଯୋଗ କରି ସାରିଛନ୍ତି । କେବଳ ଏତିକି ନୁହେଁ ପ୍ରାୟ 70 ହଜାର ଗାଡ଼ି ମଧ୍ୟ ଏହା ସହାୟତାରେ ପରିବହନ କରାଯାଇଛି । ଚିନ୍ତା କରନ୍ତୁ, ପୂର୍ବରୁ କିଭଳି ଭାବେ ସଡ଼କ ମାଧ୍ୟମରେ ସାଢ଼େ ତିନି ଶହ କିଲୋମିଟର ବୁଲିବାକୁ ପଡ଼ୁଥିଲା । ଏବେ ସମୁଦ୍ରରେ କେବଳ 31 କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ୁଛି । କେଉଁଠି ସାଢ଼େ ତିନି ଶହ କିଲୋମିଟର ଆଉ କେଉଁଠି 31 କିଲୋମିଟରର ଯାତ୍ରା, ଏହି ସୁବିଧା ଲୋକଙ୍କ ସୁବିଧା ତ ବଢ଼ାଇଛି ସେମାନଙ୍କ ସମୟ ମଧ୍ୟ ବଂଚାଇଛି । ପର୍ଯ୍ୟାବରଣର ମଧ୍ୟ ରକ୍ଷା କରିଛି । ଆର୍ଥିକ ରୂପରେ ମଧ୍ୟ ସହାୟତା ମିଳିଛି ।

ସାଥୀଗଣ, ଏହିଭଳି ଭାବେ ସେବା ମୁମ୍ବାଇରୁ ହଜିରା ମଧ୍ୟରେ ସେ ଦିଗରେ ମଧ୍ୟ ଚିନ୍ତା କରାଯାଉଛି । ଗୁଜରାଟ ସରକାର ଏହା ଉପରେ ସାମ୍ବିଧାନିକ ସହମତି ପ୍ରଦାନ କରିଛନ୍ତି । ବହୁତ ଶୀଘ୍ର ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଯିବ । ରୋ-ରୋ ଫେରି ଭଳି ପ୍ରକଳ୍ପ ଦ୍ୱାରା ଗୁଜରାଟରେ ଜଳ ପର୍ଯ୍ୟଟନର ମଧ୍ୟ ବହୁତ ଅଭିବୃଦ୍ଧି ଘଟିଛି ।

ସାଥୀଗଣ, ପର୍ଯ୍ୟଟନର କଥା ଯେତେବେଳେ ହିଁ ଆସିଥାଏ, ତ ଏକତାର ପ୍ରତିମୂର୍ତ୍ତି ବିଷୟରେ ଚର୍ଚ୍ଚା ହେବା ସ୍ୱାଭାବିକ କଥା । ଏହା ଯୋଗୁଁ କେୱଡ଼ିଆ ଏବଂ ଗୁଜରାଟ ସମଗ୍ର ବିଶ୍ୱରେ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖତାର ସହ ସ୍ଥାନ ପାଇଛି । ଏବେ ଏହାର ଲୋକାର୍ପଣ ହେବାର ମାତ୍ର 11 ମାସ ହିଁ ହୋଇଛି ଗୋଟିଏ ବର୍ଷ ମଧ୍ୟ ହୋଇ ନାହିଁ କିନ୍ତୁ 11 ମାସରେ ଏ ପର୍ଯ୍ୟନ୍ତ 23 ଲକ୍ଷରୁ ଅଧିକ ପର୍ଯ୍ୟଟକ ଦେଶ ବିଦେଶରୁ ଆମର ଏଠାରେ ସର୍ଦ୍ଦାର ପଟେଲଙ୍କ ଏକତାର ପ୍ରତିମୂର୍ତ୍ତିକୁ ଦେଖିବାକୁ ଆସିଛନ୍ତି ।

ପ୍ରତ୍ୟେକ ଦିନ ପ୍ରାୟ ସାଢ଼େ 8 ହଜାର ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ମୋତେ ଅବଗତ କରାଯାଇଛି କି ଗତ ମାସରେ ଜନ୍ମାଷ୍ଟମୀ ଦିନରେ ତ ରେକର୍ଡ ସଂଖ୍ୟକ 34 ହଜାରରୁ ଅଧିକ ପର୍ଯ୍ୟଟକ ଏଠାରେ ଏହି ମାଟିରେ ପହଂଚିଥିଲେ । ଯେତେବେଳେ ଏତେ ବଡ଼ ଉପଲବ୍ଧ ହୋଇଛି ଏହାର ଅନୁମାନ ଆପଣ ଏହି କଥାରୁ ଲଗାଇ ପାରିବେ, ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ଦେଖିବା ପାଇଁ ହାରାହାରି 10 ହଜାର ଲୋକ ପ୍ରତିଦିନ ପହଂଚୁଛନ୍ତି ଯେତେବେଳେ କି ଷ୍ଟାଚ୍ୟୁ ଅଫ ଲିବର୍ଟି 133 ବର୍ଷର ପୁରୁଣା ହୋଇ ସାରିଛି ଏବଂ ଷ୍ଟାଚ୍ୟୁ ଅଫ ୟୁନିଟିକୁ କେବଳ 11 ମାସ ହୋଇଛି । ପ୍ରତିଦିନ ସାଢ଼େ ୮ ହଜାର ଲୋକଙ୍କ ଆସିବା ଆଉ 11 ମାସରେ 23 ଲକ୍ଷ ଲୋକଙ୍କ ଆସିବା ଏହା ହେଉଛି ନିଜକୁ ନିଜେ ବହୁତ ବଡ଼ ଆଶ୍ଚର୍ଯ୍ୟର କଥା ।

ଭାଇ ଓ ଭଉଣୀମାନେ, ଷ୍ଟାଚ୍ୟୁ ଅଫ ୟୁନିଟି ଏବେ ଏଠାକାର ଆଦିବାସୀ ଭାଇ ଓ ଭଉଣୀମାନଙ୍କର ଏବଂ ଯୁବ ସାଥୀମାନଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟି ଯାଇଛି । ଆଗାମୀ ଦିନରେ ଯେତେବେଳେ ଏଠାକାର ରାସ୍ତାରେ, ଯେଉଁଠାରେ ପର୍ଯ୍ୟଟନ ସହିତ ଜଡ଼ିତ ଅନ୍ୟାନ୍ୟ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯିବ ତ ରୋଜଗାରର ସୁଯୋଗ ଆହୁରି ଅଧିକ ବଢ଼ିଯିବ । ଆଜି ଯେତେବେଳେ ମୁଁ ସଂପୂର୍ଣ୍ଣ ସମୟ ଯେଉଁ-ଯେଉଁ ପ୍ରକଳ୍ପ ଯେଉଁଠାରେ ହେଉଛି ତାକୁ ଦେଖିବାକୁ ଯାଇଥିଲୁ । ଯେଉଁଥିପାଇଁ ଏଠାକୁ ଆସିବା ନିମନ୍ତେ ମୋତେ ଟିକେ ବିଳମ୍ବ ହେଲା । ମୁଁ ତାହାକୁ ଦେଖୁ ଦେଖୁ ଆଉ ମୋ ପାଇଁ ତ ଟିକେ ଟ୍ରାଫିକ ମଧ୍ୟ ନଥିଲା, ଦ୍ରୁତ ଗତିରେ ଯାଉଥିଲୁ ତ ଚାରି ଘଂଟା ଲାଗିଗଲା ଆଉ ଏବେ ମଧ୍ୟ ମୁଁ ସଂପୂର୍ଣ୍ଣ ଦେଖିପାରି ନାହିଁ । ଏଠାରେ ଏତେ ବଡ଼ ବ୍ୟାପକ ଭାବେ କାର୍ଯ୍ୟ.. ଯେତେବେଳେ ଭବିଷ୍ୟତରେ ପର୍ଯ୍ୟଟକ ମାନେ ଏଠାକୁ ଆସିବେ, ଦୁଇ-ଦୁଇ, ଚାରି-ଚାରି ଦିନ ରହିବା ପାଇଁ ସେମାନେ ଇଚ୍ଛା କରିବେ । ଏଠାରେ ପନି ପରିବା, ଫଳଫୁଲ, ଦୁଗ୍ଧ ଉତ୍ପାଦନ କରୁଥିବା ଆଦିବାସୀମାନଙ୍କ ପାଇଁ ବହୁତ ବଡ଼ ବଜାର ଏଠାରେ ଉପଲବ୍ଧ ହେବାକୁ ଯାଉଛି ।

ଆମକୁ କେବଳ ଗୋଟିଏ କଥା ଧ୍ୟାନରେ ରଖିବାକୁ ହେବ କି ଏହି କ୍ଷେତ୍ରକୁ ପ୍ଲାଷ୍ଟିକ ଠାରୁ ଦୂରେଇ ରଖିବାକୁ ପଡ଼ିବ । ପ୍ଲାଷ୍ଟିକର ଥରେ ମାତ୍ର ବ୍ୟବହାର ଠାରୁ ମୁକ୍ତି ପାଇଁ ପୂରା ଦେଶ ପ୍ରୟାସ କରୁଛି । ମୋତେ ସୂଚନା ମିଳିଛି କି ଆପଣ ସମସ୍ତେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଏହି କାମ ସହିତ ଯୋଡ଼ି ହୋଇଛନ୍ତି । କିନ୍ତୁ ଆମେ ଏହା ଭୁଲିବା ନାହିଁ ଆମର ଜଳ, ଆମର ଜଙ୍ଗଲ ଏବଂ ଆମର ମାଟି ପ୍ଲାଷ୍ଟିକରୁ ମୁକ୍ତ ରହୁ, ଏଥିପାଇଁ ଆମର ପ୍ରୟାସ ଆହୁରି ଦ୍ରୁତତର ହେବା ଦରକାର । ପ୍ରତ୍ୟେକ ନାଗରିକଙ୍କୁ ଶପଥ ନେବା ଦରକାର ପ୍ରତିବଦ୍ଧତା ରହିବା ଆବଶ୍ୟକ ।

ସାଥୀଗଣ, ବିଶ୍ୱକର୍ମା ଦିବସ ଯେଭଳି ମୁଁ ପ୍ରାରମ୍ଭରେ କହିଥିଲି 17 ସେପ୍ଟେମ୍ବରକୁ ବିଶ୍ୱକର୍ମା ଦିବସ ଭାବେ ପାଳନ କରାଯାଉଛି । କିନ୍ତୁ 17 ସେପ୍ଟେମ୍ବର ସହିତ ଆଜିର ଦିନର ଆଉ ଏକ ମହତ୍ୱ ମଧ୍ୟ ରହିଛି ଆଜି ହେଉଛି 17 ସେପ୍ଟେମ୍ବରର ଦିନ, ଏହି ଦିନ ସର୍ଦ୍ଦାର ସାହେବ… ଭାରତର ଏକତା ପାଇଁ ଯେଉଁ ସବୁ ପ୍ରୟାସ କରିଥିଲେ, ତାଙ୍କ ପ୍ରୟାସରେ ଏହି 17 ସେପ୍ଟେମ୍ବରରେ ଏକ ସ୍ୱର୍ଣ୍ଣିମ ପୃଷ୍ଠାରେ ଲେଖା ଯାଇଛି । ଆଜି ମଧ୍ୟ ହେଉଛି ହାଇଦ୍ରାବାଦ ମୁକ୍ତି ଦିବସ । ଆଜିର ଦିନରେ ହିଁ 1948ରେ ଭାରତ ସହିତ ହାଇଦ୍ରାବାଦର ବିଲୟ ହୋଇଥିଲା ଆଉ ଆଜି ହାଇଦ୍ରାବାଦ ଦେଶର ଉନ୍ନତି ଏବଂ ପ୍ରଗତିରେ ସଂପୂର୍ଣ୍ଣ ଦୃଢ଼ତାର ସହିତ ଯୋଗଦାନ ଦେଉଛି ।

କଳ୍ପନା କରନ୍ତୁ ଯଦି ସର୍ଦ୍ଦାର ବଲ୍ଲଭ ଭାଇ ତାଙ୍କ ଯେଉଁ ଦୂରଦର୍ଶିତା, ଯଦି ତାହା ସେତେବେଳେ ନଥାଆନ୍ତା, ସର୍ଦ୍ଦାର ସାହେବଙ୍କ ଦ୍ୱାରା ଏହି କାର୍ଯ୍ୟ ହୋଇ ନଥାଆନ୍ତା, ତ ଆଜି ଭାରତର ନକ୍ସା କିଭଳି ହୋଇ ଥାଆନ୍ତା ଆଉ ଭାରତର ସମସ୍ୟାଗୁଡ଼ିକ କେତେ ଅଧିକ ହୋଇ ଥାଆନ୍ତା ।

ଭାଇ ଓ ଭଉଣୀମାନେ, ଏକ ଭାରତ-ଶ୍ରେଷ୍ଠ ଭାରତ ନେଇ ସର୍ଦ୍ଦାର ସାହେବଙ୍କ ସ୍ୱପ୍ନକୁ ଆଜି ଦେଶ ସାକାର ହେଉଥିବା ଦେଖିବାକୁ ପାଉଛି । ସ୍ୱାଧୀନତା ସମୟରେ, ସ୍ୱାଧୀନତା ପର ବର୍ଷରେ ଯେଉଁ କାର୍ଯ୍ୟଗୁଡ଼ିକ ଅଧା ରହି ଯାଇଥିଲା, ତାହାକୁ ସଂପୂର୍ଣ୍ଣ କରିବାର ପ୍ରୟାସ ଆଜି ହିନ୍ଦୁସ୍ଥାନ କରୁଛି ।

ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖର ଲୋକଙ୍କୁ 70 ବର୍ଷ ପର୍ଯ୍ୟନ୍ତ ଭେଦଭାବର ସାମ୍ନା କରିବାକୁ ପଡ଼ିଛି । ଏହାର ଦୁଷ୍ପରିଣାମ, ହିଂସା ଏବଂ ବିଚ୍ଛିନ୍ନତାବାଦ ରୂପରେ ଅଧା ଆଶା ଏବଂ ଆକାଂକ୍ଷା ଭାବେ ସାରା ହିନ୍ଦୁସ୍ଥାନ ଭୋଗି ଆସୁଥିଲା ।

ସର୍ଦ୍ଦାର ସାହେବଙ୍କ ପ୍ରେରଣାର ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ଦେଶ ନେଇଛି । ଦଶକ ଦଶକ ଧରି ଲାଗି ରହିଥିବା ପୁରୁଣା ସମସ୍ୟାର ସମାଧାନ ପାଇଁ ନୂତନ ରାସ୍ତାରେ ଚାଲିବାର ନିଷ୍ପତ୍ତି ନିଆ ଯାଇଛି ।

ମୋର ବିଶ୍ୱାସ ଯେ ଜମ୍ମୁ କଶ୍ମୀରର ଲଦ୍ଦାଖ ଏବଂ କାରଗିଲର ଲକ୍ଷ ଲକ୍ଷ ସାଥୀମାନଙ୍କର ସକ୍ରିୟ ସହଯୋଗରେ ଆମେ ବିକାଶ ଏବଂ ବିଶ୍ୱାସର ନୂତନ ଧାରା ପ୍ରବାହିତ କରିବାରେ ସଫଳ ହେବାକୁ ଯାଉଛେ ।

ସାଥୀଗଣ, ଭାରତର ଏକତା ଏବଂ ଭାରତର ଶ୍ରେଷ୍ଠତା ପାଇଁ ଆପଣଙ୍କର ଏହି ସେବକ ସଂପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ । ବିଗତ ଶହେ ଦିନରେ ନିଜର ଏହି ପ୍ରତିବଦ୍ଧତାକୁ ଆମେ ଆହୁରି ସୁଦୃଢ଼ କରିଛୁ । ବିଗତ ଶହେ ଦିନରେ ଗୋଟିଏ ପରେ ଗୋଟିଏ ଅନେକ କଠୋର ନିଷ୍ପତ୍ତି ନିଆଯାଇଛି । ଏଥିରେ କୃଷକମାନଙ୍କ କଲ୍ୟାଣ ଠାରୁ ନେଇ ଭିତ୍ତିଭୂମି ଏବଂ ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ସମାଧାନର ମାର୍ଗ ମଧ୍ୟ ଏଥିରେ ସାମିଲ ହୋଇ ରହିଛି ।

ମୁଁ ନିର୍ବାଚନ ସମୟରେ ମଧ୍ୟ ଆପଣମାନଙ୍କୁ କହିଥିଲି, ଆଜି ପୁଣି ଥରେ ମଧ୍ୟ କହୁଛି । ଆମର ନୂତନ ସରକାର, ପୂର୍ବଠାରୁ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରିବ, ପୂର୍ବଠାରୁ ମଧ୍ୟ ଅଧିକ ବଡ଼ ଲକ୍ଷ୍ୟକୁ ପ୍ରାପ୍ତ କରିବ ।

ଆଉ ଥରେ ପୁଣି ମୁଁ ସମଗ୍ର ଗୁଜରାଟକୁ ସର୍ଦ୍ଦାର ସାହେବଙ୍କ ଭାବନା ସାକାର ହେବା ଅବସରରେ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ ମୋତେ ଏହି ଅବସରର ଅଂଶ ଭାବେ ବିବେଚନା କଲେ, ଏଥିପାଇଁ ବହୁତ ବହୁତ କୃତଜ୍ଞତା ଜଣାଉଛି । ଆପଣ ସମସ୍ତେ ଆଜି ମୋ ଉପରେ ଯେଉଁ ଆଶୀର୍ବାଦ ବର୍ଷା କରିଛନ୍ତି । ଗୁଜରାଟର ଲୋକମାନେ, ଦେଶର ଲୋକମାନେ, ସାରା ଦୁନିଆରେ ବସବାସ କରୁଥିବା ସମସ୍ତେ ଆଜି ଏଠାରେ ମାତା ନର୍ମଦାଙ୍କୁ ସାକ୍ଷୀ ରଖି ଠିଆ ହୋଇ ମୁଣ୍ଡ ନୁଆଁଇ ସେମାନଙ୍କୁ ମଧ୍ୟ ପ୍ରଣାମ କରୁଛି, ସେମାନଙ୍କୁ ମଧ୍ୟ ଧନ୍ୟବାଦ କରୁଛି । ପୁଣିଥରେ ଦୁଇ ହାତ ଉପରକୁ କରି କୁହନ୍ତୁ….. …ନର୍ମଦେ…..ସ୍ୱର କଚ୍ଛ ପର୍ଯ୍ୟନ୍ତ ପହଂଚିବା ଦରକାର, ନର୍ମଦେ…ନର୍ମଦେ…ନର୍ମଦେ… ।

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
100% FDI in insurance: Global investors drawn to India's non-life market

Media Coverage

100% FDI in insurance: Global investors drawn to India's non-life market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value of truth and perseverance
May 05, 2026

The Prime Minister, Shri Narendra Modi, said that success achieved through tireless effort and by following the path of truth is lasting. He noted that such success not only builds self-confidence but also brings a deep sense of satisfaction to the mind.

The Prime Minister shared a Sanskrit Subhashitam-

“न तथा बलवीर्याभ्यां जयन्ति विजिगीषवः।
यथा सत्यानृशंस्याभ्यां धर्मेणैवोद्यमेन च॥”

The Subhashitam conveys that those who aspire to win do not succeed merely through strength and power, but through truth, compassion, righteousness and unwavering effort.

The Prime Minister wrote on X;

“अथक परिश्रम और सत्य के मार्ग पर चलकर प्राप्त की गई सफलता स्थायी होती है। इससे जहां आत्मविश्वास बढ़ता है, वहीं मन को अद्भुत संतोष भी मिलता है।

न तथा बलवीर्याभ्यां जयन्ति विजिगीषवः।

यथा सत्यानृशंस्याभ्यां धर्मेणैवोद्यमेन च ।।”