ଆଦରଣୀୟ ସୁମିତ୍ରା ମହାଜନ ମହାଶୟା, ମନ୍ତ୍ରୀ ପରିଷଦର ମୋର ସାଥୀ ଶ୍ରୀମାନ ଆନନ୍ଦ କୁମାର, ଉପ ବାଚସ୍ପତି ଶ୍ରୀମାନ ଥାମ୍ବିଦୁରାଇ ମହାଶୟ, ସାରା ଦେଶରୁ ଆସିଥିବା ସମସ୍ତ ବିଧାନସଭାର ଆଦରଣୀୟ ବାଚସ୍ପତି ମହୋଦୟ, ସବୁ ରାଜନୈତିକ ଦଳର ସମସ୍ତ ବରିଷ୍ଠ ନେତାଗଣ, ସାଂସଦଗଣ, ବିଧାୟକଗଣ ।

ମୁଁ ସର୍ବପ୍ରଥମେ ସୁମିତ୍ରା ମହାଜନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବାକୁ ଚାହିଁବି ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ । ଆମମାନଙ୍କୁ ଜଣା ଅଛି କି ଆମର ସାଧାରଣ ଜୀବନରେ ଆମମାନଙ୍କର ମନ ହୁଏ କିଛି ବଡ଼ ତୀର୍ଥ କ୍ଷେତ୍ରକୁ ଯିବା, ଆମର ମାତା-ପିତାଙ୍କୁ ନେଇ ଯିବା, ଆଉ ଯେତେବେଳେ ବଡ଼ ତୀର୍ଥ କ୍ଷେତ୍ରକୁ ଯାଆନ୍ତି ତ ସେଠାକୁ ଯାଇ ମନରେ ଗୋଟିଏ ସଂକଳ୍ପ ମଧ୍ୟ କରନ୍ତି କି ଭାଇ ମୁଁ ଜୀବନରେ ଏଇଟା କରିବି କିମ୍ବା ପରିବାରରେ ଏଇଟା କରିବି; କୌଣସି ନା କୌଣସି ସଂକଳ୍ପ ନିଅନ୍ତି । ପ୍ରତ୍ୟେକ ନିଜ-ନିଜ ତୀର୍ଥ କ୍ଷେତ୍ରରେ କରନ୍ତି ।

ଆଜି ଆପଣ ସମସ୍ତେ କେବଳ ଗୋଟିଏ କାର୍ଯ୍ୟକ୍ରମରେ ନାହାନ୍ତି । ଆପଣ କଳ୍ପନା କରନ୍ତୁ-ଆପଣ କେଉଁଠି ବସିଛନ୍ତି? ଏହା ହେଉଛି ସେହି ସଦନ ଯେଉଁଠାରେ ମୁଁ ଜୀବନରେ ପ୍ରଥମ ଥର 2014 ମସିହାର ମଇ ମାସରେ ପ୍ରବେଶ କରିଥିଲି, ତା’ପୂର୍ବରୁ ମୁଁ କେନ୍ଦ୍ରୀୟ କକ୍ଷ ବା ସେଣ୍ଟ୍ରାଲ ହଲ୍ ଦେଖି ନଥିଲି । ମୁଖ୍ୟମନ୍ତ୍ରୀ ଏଠାକୁ ଆସି ପାରିବେ, ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ କଟକଣା ନଥିଲା, କିନ୍ତୁ ମୋ ପାଇଁ ଏଭଳି ଅବସର କେବେ ଆସି ନଥିଲା । ଆଉ ଯେତେବେଳେ ଦେଶ ବହୁମତ ଦେଲା, ଆଉ ଏଠାରେ ନେତା ନିର୍ବାଚନ ହେବାକୁ ଥିଲା ତ ସେହି ଦିନ ମୁଁ ଏହି ସେଣ୍ଟ୍ରାଲ ହଲକୁ ଆସିଥିଲି । ଏହା ହେଉଛି ସେହି ସେଣ୍ଟ୍ରାଲ ହଲ, ଯେଉଁଠାରେ ସମ୍ବିଧାନ ସଭାର ବିସ୍ତୃତ ବୈଠକ ହୋଇଥିଲା, ବର୍ଷ ବର୍ଷ ଧରି ହୋଇଥିଲା । ଆପଣ ସେହି ସ୍ଥାନରେ ବସିଛନ୍ତି ଯେଉଁଠାରେ କେବେ ସେହି ସ୍ଥାନରେ ପଣ୍ଡିତ ନେହେରୁ ବସିଥିବେ, କେବେ ବାବା ସାହେବ ଆମ୍ବେଦକର ବସିଥିବେ, କେଉଁଠି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବସିଥିବେ, ରାଜଗୋପାଳଚାରୀ ବସିଥିବେ, ଡକ୍ଟର ରାଜେନ୍ଦ୍ର ବାବୁ ବସିଥିବେ, କେ ଏମ ମୁନସି ବସିଥିବେ ।

ଅର୍ଥାତ ଦେଶରେ ଏଭଳି ମହାପୁରୁଷ-ଯାହାଙ୍କର ନାମ ଆମ ଭିତରେ ଏକ ନୂତନ ପ୍ରେରଣା ଦିଅନ୍ତି-ସେମାନେ କେବେ ଏଠି ବସୁଥିଲେ, ସମ୍ବିଧାନ ସଭାର ଚର୍ଚ୍ଚା କରୁଥିଲେ, ସେହି ଜାଗାରେ ଆଜି ଆପଣ ବସିଛନ୍ତି । ଅର୍ଥାତ ନିଜକୁ ନିଜ ମଧ୍ୟରେ ଏକ ପବିତ୍ରତାର ଅନୁଭବ, ଯଦି ଏହି କଥାଗୁଡ଼ିକୁ ଆମେ ସ୍ମରଣ କରିବା-ତ ମନକୁ-ମନ ହୋଇଥାଏ ।

ସମ୍ବିଧାନ ନିର୍ମାତାମାନେ ଆଉ ବିଶେଷ କରି ବାବା ସାହେବ ଆମ୍ବେଦକର ଆମ ସମ୍ବିଧାନକୁ ଏ ସାମାଜିକ ଦସ୍ତାବେଜ ରୂପେ ବର୍ଣ୍ଣନା କରିଛନ୍ତି । ଆଉ ଏହି କଥା ହେଉଛି ଠିକ୍, ଦୁନିଆରେ ଆମ ସମ୍ବିଧାନର ବିଶେଷତା ରହିଛି, କେବଳ ଧାରାଗୁଡ଼ିକ କାରଣରୁ ନୁହେଁ, ଅଧିକାରଗୁଡ଼ିକ ପାଇଁ ନୁହେଁ, କାର୍ଯ୍ୟ ବଂଟନ କାରଣରୁ ନୁହେଁ; କିନ୍ତୁ ଦେଶରେ ଶହ ଶହ ବର୍ଷ ଧରି ଯେଉଁ କୁପ୍ରଥା ଘର କରି ନେଇ ଥିଲା, ସେଥିରୁ ମୁକ୍ତି ଦେବାର ଗୋଟିଏ ଜିଦରୁ, ଏକ ମନ୍ଥନରୁ ଯେଉଁ ଅମୃତ ବାହାରିଲା, ତାହା ଆମର ସମ୍ବିଧାନ ମଧ୍ୟରେ ଶବ୍ଦ ରୂପରେ ସ୍ଥାନ ପାଇଛି; ଆଉ ସେହି କଥା ଥିଲା ସାମାଜିକ ନ୍ୟାୟର । ଏବେ ଅଧିକାଂଶ ସମୟରେ ଆମେ ସାମାଜିକ ନ୍ୟାୟ କଥା ଚର୍ଚ୍ଚା କରୁଛେ ତ ସମାଜର ଅବସ୍ଥା ଭିତରେ ସୀମିତ ରହୁଛେ, ଆବଶ୍ୟକ ମଧ୍ୟ ରହିଛି, କିନ୍ତୁ କେବେ-କେବେ ଏମିତି ମଧ୍ୟ ଲାଗିଥାଏ କି ସାମାଜିକ ନ୍ୟାୟର ଆଉ ଏକ ପରିସର ମଧ୍ୟ ରହିଛି ।

କେହି ମୋତେ କୁହନ୍ତୁ କି ଗୋଟିଏ ଘରେ ବିଜୁଳି ଅଛି, ପାଖ ଘରେ ବିଜୁଳି ନାହିଁ- କ’ଣ ସାମାଜିକ ନ୍ୟାୟ ଆମ ଉପରେ ଏହି ଦାୟିତ୍ୱ ଦେଉ ନାହିଁ କି ତା’ ଘରେ ମଧ୍ୟ ବିଜୁଳି ହେବା ଦରକାର? ଗୋଟିଏ ଗାଁରେ ବିଜୁଳି ଅଛି, କିନ୍ତୁ ପାଖ ଗାଁରେ ବିଜୁଳି ନାହିଁ- କ’ଣ ସାମାଜିକ ନ୍ୟାୟ ସେହି ସନ୍ଦେଶ ଦେଉ ନାହିଁ କି ଯଦି ଏହି ଗାଁରେ ବିଜୁଳି ଅଛି ତ ସେହି ଗାଁରେ ମଧ୍ୟ ବିଜୁଳି ରହିବା ଦରକାର? ଗୋଟିଏ ଜିଲ୍ଲା ବିକଶିତ ଅଛି, ବହୁତ ଆଗକୁ ବଢ଼ିଛି କିନ୍ତୁ ଅନ୍ୟ ଜିଲ୍ଲା ପଛରେ ରହି ଯାଇଛି- କ’ଣ ସାମାଜିକ ନ୍ୟାୟ କଥା କହିବାରେ ଆମର ଏହା ବାଧ୍ୟତା ନୁହେଁ କି ସେହି ଜିଲ୍ଲା ମଧ୍ୟ ଅତି କମରେ ସମାନତା ମଧ୍ୟକୁ ଆସୁ? ଆଉ ଏଥିପାଇଁ  ସାମାଜିକ ନ୍ୟାୟର ସିଦ୍ଧାନ୍ତ ଆମ ସମସ୍ତଙ୍କୁ ଏହି ଦାୟିତ୍ୱ ପାଇଁ ପ୍ରେରିତ କରୁଛି ।

ହୋଇପାରେ କି ଦେଶ, ଯାହା ସମସ୍ତଙ୍କର ଆଶା ଥିଲା-ସେଠାରେ ପହଂଚି ନଥିବ, କିନ୍ତୁ ଆମର ହିଁ ରାଜ୍ୟରେ ପାଞ୍ଚୋଟି ଜିଲ୍ଲା ବହୁତ ଭଲ ଭାବେ ପହଂଚିଛନ୍ତି କିନ୍ତୁ ତିନୋଟି ଜିଲ୍ଲା ବହୁତ ପଛରେ ରହି ଯାଇଛନ୍ତି, ଏହାର ଅର୍ଥ ପାଞ୍ଚ ପର୍ଯ୍ୟନ୍ତ ତ ପହଂଚିବାର କ୍ଷମତା ରହିଛି ହିଁ ରହିଛି, ସେହି ତିନୋଟିକୁ ମଧ୍ୟ ପାଞ୍ଚୋଟିର ସମକକ୍ଷକୁ ଅଣାଯାଇପାରେ । ଯଦି ରାଜ୍ୟ ଭିତରେ କିଛି ମାନଦଣ୍ଡରେ କିଛି ଜିଲ୍ଲା ବହୁତ ଭଲ କରି ପାରିବେ, ଅର୍ଥାତ ସେହି ରାଜ୍ୟ ମଧ୍ୟରେ ଶକ୍ତି ରହିଛି, କିନ୍ତୁ କିଛି ଜିଲ୍ଲା ପଛରେ ରହି ଯାଇଛନ୍ତି, କ’ଣ ଆମେ ସ୍ଥିର କରି ପାରିବା କି?

ଆମ ଦେଶରେ ଆମର ସ୍ୱଭାବ ହେଉଛି କ’ଣ, ଆମେ ପରୀକ୍ଷା ଦେଉ ଯେତେବେଳେ ଆମେ ସ୍କୁଲରେ ପଢ଼ୁ ତ, ଯଦି ଭୂଗୋଳରେ ଆମେ ଦୁର୍ବଳ ରହିଛୁ ତ ଆମେ ଚିନ୍ତା କରୁ କି ସାଙ୍ଗ ଗଣିତରେ ଏତେ ଜୋର ଲଗାଇ ଦେବି ଫଳରେ ଭୂଗୋଳରେ କମ୍ ନମ୍ବର ଆସିବ ତ ଭରଣା କରି ନେବି କିନ୍ତୁ ପ୍ରଥମ ଶ୍ରେଣୀ ମୁଁ ନିଶ୍ଚୟ ନେଇ କରି ଆସିବି । ପ୍ରତ୍ୟେକ ଏହି ଭଳି ଭାବୁ, ଆମେ ଲୋକମାନେ ଏହି ଭଳି ଭାବୁ ହିଁ ଲାଳିତ ପାଳିତ ହୋଇଛେ । ରାଜ୍ୟକୁ ମଧ୍ୟ ଯେତେବେଳେ ଲକ୍ଷ୍ୟ ଆସେ, କିମ୍ବା ଭାରତ ସରକାର ମଧ୍ୟ କୌଣସି ଲକ୍ଷ୍ୟ ସ୍ଥିର କରନ୍ତି ତ କ’ଣ କରନ୍ତି? ଯେଉଁମାନେ ସହଜରେ ଫଳାଫଳ ଦେବା ଲୋକ ଥାଆନ୍ତି, ସେମାନଙ୍କ ପାଖରେ ଶକ୍ତି ପ୍ରୟୋଗ କରନ୍ତି, ବନ୍ଧୁ କରିଦିଅ । ଆଉ ତାହାର ପରିଣାମ ଏହା ଆସିଥାଏ -ଯେଉଁମାନେ ଭଲ କରନ୍ତି ସେମାନେ ତ ଭଲରୁ ଆହୁରି ଭଲ ହୋଇ ଚାଲନ୍ତି ଆଉ ଅଙ୍କ ଅନୁସାରେ ଫଳାଫଳ ମଧ୍ୟ ଭଲ ଲାଗିଥାଏ କି ବାଃ ବଢ଼ିଆ ହୋଇଗଲା, ଏତେ ଶତକଡ଼ା ସ୍ଥିର କରିଥିଲୁ ହୋଇଗଲା, କିନ୍ତୁ ଯେଉଁମାନେ ପଛେଇ ଯାଆନ୍ତି ସେମାନେ ଆହୁରି ପଛେଇଯିବା ଦିଗରେ ଆସି ଯାଆନ୍ତି । ଆଉ ସେଥିପାଇଁ ଖସଡା ପ୍ରସ୍ତୁତ କରି ଆମକୁ ଆମର ବିକାଶର ମଡେଲକୁ ଟିକେ ଅଧିକ ସୂକ୍ଷ୍ମତା ଆଡ଼କୁ ଯିବାର ଆବଶ୍ୟକତା ସୃଷ୍ଟି ହୋଇଛି । ଆମେ ରାଜ୍ୟ ଗୁଡ଼ିକର ହିସାବରେ ଦେଖିବା ତ ଭଲ ହୋଇଛି । ଗୋଟିଏ ପ୍ରତିଯୋଗୀ ସହଭାଗୀ ସଂଘୀୟ ବ୍ୟବସ୍ଥାର ପରିବେଶ ସୃଷ୍ଟି ହୋଇଛି । ଆଉ ମୁଁ ଏହି ଦୃଶ୍ୟକୁ ମଧ୍ୟ ମାନୁଛି । ଏହି ଦୃଶ୍ୟ ହେଉଛି ନିଜକୁ ନିଜ ମଧ୍ୟରେ ଏକ ସଂଘୀୟ ବ୍ୟବସ୍ଥାର ଏକ ଜୀବନ୍ତ ଦୃଶ୍ୟ-ଯେଉଁଠାରେ ସଂସଦର ସଭ୍ୟ, ବିଧାୟକଙ୍କ ସହିତ ବସି ଅଂଚଳର, ରାଜ୍ୟର ଏବଂ ଦେଶର ଚିନ୍ତା ଏବଂ ଚର୍ଚ୍ଚା କରୁଛନ୍ତି । ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ସଂଘୀୟ ବ୍ୟବସ୍ଥାର ଏକ ନୂତନ ଅଭିଯାନ ଅବସର ଦ୍ୱାରା ମିଳିଛି ।

କାହିଁକି ନା ଆମେ-ସହଭାଗୀ ସଂଘୀୟ ବ୍ୟବସ୍ଥାର କାରଣରୁ ରାଜ୍ୟମାନଙ୍କ ମଧ୍ୟରେ ତୁଳନା ତ ହେବାକୁ ଲାଗିଛି ଆଉ କୌଣସି ରାଜ୍ୟ ପଛରେ ରହିଗଲା ତ ଆଲୋଚନା ମଧ୍ୟ ହେଉଛି । ସେମାନଙ୍କୁ ମଧ୍ୟ ଲାଗୁଛି ନାଇଁ ଆମେ କିଛି କରିବା- ଏହି ପରିବେଶ ତ ସୃଷ୍ଟି ହୋଇଛି, କିନ୍ତୁ ଦେଶ ଯେଉଁ ଆଶା କରେ, ଯଦି ସେହି ଆଶାଗୁଡ଼ିକୁ ପୂରଣ କରିବାର ଅଛି ତ ଆମେ ସେହି ମାନଦଣ୍ଡ ହିସାବରେ ଆଉ ସେହି ଶାଖା ହିସାବରେ ଚାଲିବା ତ ବୋଧହୁଏ ଉଚିତ ପରିଣାମ ବାହାରିବ ନାହିଁ ।

ଏକ ଅନୁଭବ ଆସିଲା ସ୍ୱଚ୍ଛତା ଅଭିଯାନର । ସ୍ୱଚ୍ଛତାର ଯେତେବେଳେ ରେଂକିଙ୍ଗ ଆରମ୍ଭ ହେଲା-ନଗର-ନଗର ମଧ୍ୟରେ ହେଲା; ମହାନଗର-ମହାନଗର ମଧ୍ୟରେ ହେବାକୁ ଲାଗିଲା, ତ ଗୋଟିଏ ପ୍ରତିଯୋଗିତା ସୃଷ୍ଟି ହେଲା ଆଉ ଯଦି ଗୋଟିଏ ନଗର ପଛରେ ରହିଗଲା ତ ଗାଁର ଲୋକମାନେ ହିଁ ସ୍ୱର ଉତ୍ତୋଳନ କଲେ, କି ଭାଇ କ’ଣ କାରଣ ରହିଛି କି ସେହି ନଗର ତ ଆଗକୁ ବଢ଼ିଗଲା, ଆମେ କାହିଁକି ଅପରିଷ୍କାର ରହିଗଲୁ? ତା’ମଧ୍ୟରେ ଗୋଟିଏ ଆନ୍ଦୋଳନ ଠିଆ ହେଲା, ଗୋଟିଏ ପ୍ରତିଯୋଗିତା ସୃଷ୍ଟି ହୋଇଛି ।

ଯେତେବେଳେ ଏହି ବିଷୟକୁ ଦେଖିଲୁ ତ ଭାଇ  ଶେଷରେ ଦେଶରେ ଯେଉଁ କିଛି ବହୁତ ଭଲ ପ୍ରଗତି କରୁଛନ୍ତି, ପୁଣି ମଧ୍ୟ ଦେଶ ଆଗକୁ କାହିଁକି ବଢ଼ୁ ନାହିଁ? ସ୍ଥିତି ସବୁ ନ ବଦଳିଲା କାହିଁକି? ତ ସେଥିମଧ୍ୟରୁ ଗୋଟିଏ ବିଚାର ଆସିଲା କି କାହିଁକି ନା ଆମେ ଦେଶରେ ସେହି ଜିଲ୍ଲାଗୁଡ଼ିକୁ ଖେଳାଇ, କିଛି ମାନଦଣ୍ଡ ସ୍ଥିର କରିବା ଆଉ ଯେଉଁ ସରକାରୀ ପ୍ରକାଶନ ଯାହାର ହୋଇ ସାରିଛି, ସେହି ପରିସଂଖ୍ୟାନକୁ ଆଧାରକୁ ନେବୁ । କିଛି ପରିସଂଖ୍ୟାନ 2011ର ମାନଦଣ୍ଡ ଉପରେ ପର୍ଯ୍ୟବସିତ, ତା’ପରର ସର୍ଭେ ନାହିଁ, କିନ୍ତୁ ଯାହା ମଧ୍ୟ ଉପଲବ୍ଧ ଅଛି । ଅଠଚାଳିଶଟି ଛୋଟ ଛୋଟ ମାନଦଣ୍ଡ ବାହାର କଲୁ ଆଉ ତା ମଧ୍ୟରେ ଦେଖିଲୁ କି ଭାଇ ଏହି ଅଠଚାଳିଶ ମାନଦଣ୍ଡରେ ପଛରେ ଅଛି, ସେଭଳି ଜିଲ୍ଲା ହେଉଛି କେଉଁଟି? ଆଉ ଅନୁଭବ ଆସିଲା କି ଯିଏ ପାଞ୍ଚ ଦଶଟି ମାନଦଣ୍ଡରେ ପଛରେ ରହିଛି, ଅଧିକାଂଶ ସେହି ସବୁ ମାନଦଣ୍ଡରେ ପଛରେ ରହିଛି ।

କ’ଣ ହୋଇଥାଏ-ରାଜ୍ୟରେ ମଧ୍ୟ 10 ଜିଲ୍ଲା ପରିଶ୍ରମ କରି ଆଗକୁ ବଢ଼ୁଛନ୍ତି କିନ୍ତୁ ପାଞ୍ଚୋଟି ଜିଲ୍ଲା ପଛରେ ରହିଛନ୍ତି ତ ସେ ତାହାର ଗୋଡ଼ ଟାଣନ୍ତି, ଟାଣି ଧରନ୍ତି – ଆଗକୁ ଯାଇଥିବାକୁ ମଧ୍ୟ ପଛକୁ ଟାଣିବାର କାମ କରନ୍ତି । ସବୁ ଜିଲ୍ଲା, ଆଗକୁ ଟାଣନ୍ତୁ, ଏହା ହେଉଛି ବ୍ୟବହାରିକ ଦୃଷ୍ଟିକୋଣରୁ ବହୁତ ଆବଶ୍ୟକ ଆଉ ସେଥି ମଧ୍ୟରୁ ବିଚାରକୁ ଆସିଲା କି ନିଶ୍ଚିତ ମାନଦଣ୍ଡର ସହିତ ଚିହ୍ନଟ କରିବା କି କେଉଁ ଜିଲ୍ଲା ଯେଉଁଠି କାମ କରିବା ପାଇଁ ବିଶେଷ ଧ୍ୟାନ ଦେବା ପାଇଁ zative ertilzm ଦସ୍ତାବେଜର ଆବଶ୍ୟକତା ରହିଛି । ପାଖାପାଖି ବର୍ଷେ ଧରି ଏହା ପାଇଁ ପ୍ରସ୍ତୁତି ଚାଲୁ ରହିଛି । ଭିନ୍ନ-ଭିନ୍ନ ସ୍ତରରେ ଚର୍ଚ୍ଚା ହେଲା, ବୈଠକ ହେଲା, ଚିହ୍ନଟ ହୋଇଗଲା । ପରେ ସେହି 115 ଜିଲ୍ଲା, ଯେଉଁଠାରେ ଡିଏମ୍ ଅଛନ୍ତି, ଜିଲ୍ଲାପାଳ ଅଛନ୍ତି, କେଉଁଠି ଜିଲ୍ଲା ଜଜ୍ କୁହନ୍ତି, ସେମାନଙ୍କୁ ଏଠାକୁ ଡକାଗଲା । ସେମାନଙ୍କର ଦୁଇ ଦିନର କର୍ମଶାଳା କରାଗଲା କି ଭାଇ ସମସ୍ୟା କେଉଁଠାରେ ରହିଛି?

ଏବେ ରାଜନୀତି- ଯେଭଳି ସ୍ୱଭାବ ରହିଛି ଆମମାନଙ୍କର, ସେଥିରେ ଆପଣ ଆଉ ମୁଁ  କେହି ଅଲଗା ନୁହଁନ୍ତି, ସମସ୍ତେ ହିଁ ହେଉଛେ ଏକ । ଆମମାନଙ୍କର ସ୍ୱଭାବ କ’ଣ ହୋଇ ରହିଛି, ଆଚ୍ଛା ଠିକ୍ ଅଛି-ବଜେଟ କୁହନ୍ତୁ, ଅର୍ଥ କେଉଁଠି ଅଛି? କିନ୍ତୁ କେବେ ଯଦି ଧ୍ୟାନର ସହିତ ଦେଖିବା ତ ଉପଲବ୍ଧ ସଂସାଧନଗୁଡ଼ିକ ଦ୍ୱାରା ହିଁ ଯଦି ଗୋଟିଏ ଜିଲ୍ଲା ଆଗେଇ ଯାଇଛି, ସେହି ସଂସାଧନ ଉପଲବ୍ଧ ଥିବା ସତ୍ୱେ ଅନ୍ୟଟି ପଛରେ ରହି ଯାଇଛି, ଅର୍ଥାତ ସଂସାଧନ ଗୋଟିଏ ପ୍ରସଙ୍ଗ ନୁହେଁ, ବୋଧହୁଏ ଶାସନ ହେଉଛି ଗୋଟିଏ ପ୍ରସଙ୍ଗ, ନେତୃତ୍ୱ ହେଉଛି ଗୋଟିଏ କାରଣ ପ୍ରସଙ୍ଗ, ସହଯୋଗ ହେଉଛି ଗୋଟିଏ ପ୍ରସଙ୍ଗ, କାର୍ଯ୍ୟସାଧନ କାର୍ଯ୍ୟାନ୍ୱୟନ ହେଉଛି ଗୋଟିଏ ପ୍ରସଙ୍ଗ, ଆଉ ଏଥିପାଇଁ ଆମେ ଏହି ଜିନିଷଗୁଡ଼ିକୁ କିପରି ବଦଳାଇବା? ଆଉ ସେଥିମଧ୍ୟରୁ ସମସ୍ତ ଜିଲ୍ଲାପାଳଙ୍କ ସହିତ ମୁଁ ମଧ୍ୟ ବସିଲି, କଥାବାର୍ତ୍ତା କଲି, ଭାରତ ସରକାରଙ୍କ ସମସ୍ତ ବରିଷ୍ଠ ଅଧିକାରୀ, ସେମାନଙ୍କ ସହିତ ବସିଲୁ ।

ଗୋଟିଏ କଥା ମୋ ଧ୍ୟାନକୁ ଆସିଲା, ମୁଁ କାହାର ସମାଲୋଚନା କରିବା ପାଇଁ କହୁ ନାହିଁ, କିନ୍ତୁ ଗୋଟିଏ ସଦନରେ ଏଭଳି ଲୋକମାନେ ଆଜି ବସିଛନ୍ତି କି ଯାହାଙ୍କ ସାମ୍ନାରେ ଯଦି ମୁଁ ଖୋଲି କରି କିଛି କଥା କହିବି ତ କିଛି ଖରାପ ହେବ ନାହିଁ । ମୁଁ ଆଶ୍ଚର୍ଯ୍ୟ ଥିଲି, ସାଧାରଣ ଭାବେ ଜିଲ୍ଲାର ଜିଲ୍ଲାପାଳ ଯିଏ ଥାଆନ୍ତି ତାଙ୍କର ହାରାହାରି ବୟସ 27, 28, 30 ବର୍ଷ ପାଖାପାଖି ହୋଇଥାଏ । ଯୁବ ଆଇଏଏସ୍ ଅଫିସର ହୋଇ ଥାଆନ୍ତି, ତାଙ୍କୁ ତିନି-ଚାରି ବର୍ଷରେ ସେଠାକୁ ଯିବାର ସୁଯୋଗ ମିଳି ଯାଇଥାଏ, କିନ୍ତୁ ଏଇ 115 ଜିଲ୍ଲା ମୁଁ ଦେଖିଲି, ସେଥିରେ 80 ପ୍ରତିଶତରୁ ଅଧିକ ଜିଲ୍ଲାପାଳଙ୍କୁ ମୁଁ ଭେଟିଲି, ସେମାନେ 40 ବର୍ଷ ବୟସରୁ ଅଧିକ ଥିଲେ, କେହି 45 ବର୍ଷ ବୟସ ପର୍ଯ୍ୟନ୍ତ ଭଳି ଥିଲେ ।

ଏବେ ମୋତେ ଜଣାନ୍ତୁ 40-45 ବର୍ଷ ବୟସର ଅଫିସର ସେହି ଜିଲ୍ଲାରେ ଅଛନ୍ତି, ତାଙ୍କର ପିଲାମାନେ ବଡ଼ ହୋଇ ଗଲେଣି, ସେମାନଙ୍କ ଆଡମିସନ ପାଇଁ ଚିନ୍ତା କରୁଛନ୍ତି, ବଡ଼ ସହରରେ କାମ ମିଳିଯାଉ, ତାଙ୍କ ମୁଣ୍ଡରେ ରହୁଛି, ପିଲାଙ୍କ ପଢ଼ା କଥା କିଛି ହୋଇଯାଉ-ତାଙ୍କ ମୁଣ୍ଡରେ ତାହା ହିଁ ରହିଥାଏ । ଅନ୍ୟଟି ହେଉଛି-ଅଧିକାଂଶ ଏହି ରାଜ୍ୟ ସ୍ତରୀୟର ଯେଉଁ ଉନ୍ନତ ଅଫିସର ରହିଥାଆନ୍ତି, ସେମାନଙ୍କୁ ସେଠାକୁ ଯିବାର, ଅର୍ଥ ଚିନ୍ତାଧାରାରେ ହିଁ ବସି ଯାଇଛି କି ଏହା ତ ହେଉଛି ଅନଗ୍ରସର ବା ପଛୁଆ, ଜିଲ୍ଲା ହେଉଛି ଅନଗ୍ରସର ବା ପଛୁଆ, ଏହାକୁ ପଠାଇ ଦିଅ ସାଙ୍ଗ, ଗାଡ଼ି ଚାଲିବ-ସେହିଠାରୁ ଆରମ୍ଭ ହୋଇଥାଏ । ଯଦି ଆମେ ସମସ୍ତେ ମିଶି ନିଷ୍ପତି ନେବା କି ନାହିଁ 115 ଜିଲ୍ଲାରେ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୁବ ଅଫିସରଙ୍କୁ ଲଗାଇବା ଯାହାଙ୍କ ପାଖରେ ଶକ୍ତି ଅଛି, କିଛି କରିବାର ସ୍ପୃହା ଅଛି, ଆପଣ ଦେଖନ୍ତୁ ଜିନିଷ ବଦଳିବା ଆରମ୍ଭ ହୋଇଯିବ ।

ମୁଁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହେଉଛି କି ଆପଣ, ଆଉ ତାଙ୍କୁ ବିଶ୍ୱାସ ଦିଅନ୍ତୁ କି ଭାଇ, ତୁମକୁ ଆହ୍ୱାନ ଦେଉଛୁ । ସେଠାକୁ ପଠାଇଲୁ- ଅର୍ଥାତ ଅଫିସରମାନେ ଭିତରେ-ଭିତରେ ଚର୍ଚ୍ଚା କରିବାକୁ ଲାଗନ୍ତି-ମରିଗଲୁ ତୁ । କ’ଣ କରିବା-କୌଣସି ରାଜନୈତିକ ଲିଙ୍କ୍ ନାହିଁ ରେ ସାଙ୍ଗ? କ’ଣ ହେଲା ତୋତେ କାହିଁକି ଏଠାରେ ପକାଇ ଦେଲେ? ଏହି ବିଚାର ଆରମ୍ଭ ହୋଇଯାଏ ।

କେବେ-କେବେ ଆମକୁ ଲାଗେ ସଂସାଧନ । ଏବେ କେହି ମୋତେ ଜଣାନ୍ତୁ କି ଭାଇ ଗୋଟିଏ ଜିଲ୍ଲାରେ ଟୀକାକରଣର କାମ ବହୁତ ଭଲ ହେଉଛି କିନ୍ତୁ ପାଖଟିରେ ହେଉ ନାହିଁ । କ’ଣ ଊଣା ରହିଛି? ମୁଁ ମାନୁ ନାହିଁ ଯେ କିଛି ଊଣା ରହି ଯାଇଛି । କିନ୍ତୁ ଯେଉଁ ପ୍ରୋତ୍ସାହନ ଦରକାର, ଯେଉଁ ଏକ ଉପଯୁକ୍ତ ଯୋଜନା ଆବଶ୍ୟକ, ଜନ ଅଂଶଗ୍ରହଣ ଦରକାର, ତାହାର ଅଭାବ ରହିଛି ତେଣୁ ଟୀକାକରଣ ହେଉ ନାହିଁ, ଟୀକାକରଣ ନାହିଁ ତ ରୋଗଗୁଡ଼ିକ ପାଇଁ ଦ୍ୱାର ଖୋଲି ଯାଇଛି, କବାଟ ଖୋଲି ଯାଇଛି ତ ରୋଗ ସବୁ ଆସି ଚାଲନ୍ତି, ତାହା ଗୋଟିଏ ପରେ ଗୋଟିଏ ବଢ଼ି ଚାଲିଛି ।

ବିଦ୍ୟାଳୟ ଅଧାରୁ ପାଠ ଛାଡିବା – ସ୍କୁଲ ଅଛି? ଅଛି । ଶିକ୍ଷକ ଅଛନ୍ତି? ଅଛନ୍ତି । ଅଟ୍ଟାଳିକା ଅଛି? ଅଛି । ସବୁକିଛି ଅଛି । ବଜେଟ୍ ଅଛି? ଅଛି । କିନ୍ତୁ ଏଠାରେ ଅଧାରୁ ପାଠ ଛାଡିବା ପିଲା କମ୍ ଅଛନ୍ତି, ସେଠାରେ ଚାରିପଟକୁ ଦୃଷ୍ଟି ଦିଅ । କହିବାର ତାତ୍ପର୍ଯ୍ୟ  ଏହା ହେଉଛି କି କଥା ସଂସାଧନ ଉପରେ ଅଟକି ଯାଇ ନାହିଁ ।

ଅନ୍ୟଟି ଆପଣ ଦେଖିଥିବେ ଯେଉଁଠାରେ ଅଫିସରମାନେ ଆଉ ସ୍ଥାନୀୟ ନେତାମାନେ ଏକ ମିଶନ ମୋଡ଼ରେ ନେତୃତ୍ୱ ଦେଇଛନ୍ତି, ଲୋକଙ୍କୁ ଯୋଡ଼ିଛନ୍ତି; ଆପଣ ଦେଖନ୍ତୁ- ଦେଖୁ ଦେଖୁ ବହୁତ ବଡ଼ ପରିଣାମ ମିଳିଥାଏ ।

ଜନ ଭାଗିଦାରୀ ଆଉ ସମସ୍ତେ ଗୋଟିଏ ଦିଗରେ- କ’ଣ ଆମର ପଞ୍ଚାୟତର ସରପଞ୍ଚ ହୁଅନ୍ତୁ, ପଞ୍ଚାୟତର ସଦସ୍ୟ ହୁଅନ୍ତୁ, ନଗରପାଳିକାର ସଦସ୍ୟ ହୁଅନ୍ତୁ, ନଗରପାଳିକାର ପ୍ରଧାନ ହୁଅନ୍ତୁ, ଜିଲ୍ଲା ପଞ୍ଚାୟତ ହେଉ, ତହସିଲ ପଞ୍ଚାୟତ ହେଉ, ଏ ସମସ୍ତ ଯିଏ ମଧ୍ୟ ନିଜର ସମାଜିକ ଜୀବନରେ ଯାହାଙ୍କ ପାଖରେ ପ୍ରତିନିଧିତ୍ୱର ଅବସର ମିଳିଛି, ଜଣେ ବିଧାୟକ ଭାବରେ, ଜଣେ ସାଂସଦ ଭାବରେ ମୋ କ୍ଷେତ୍ରରେ ଯଦି ଏହି ପ୍ରକାରର ଆକାଂକ୍ଷିତ ଜିଲ୍ଲା ଆସିଛି, ଆମେ ସ୍ଥିର କରିବା କି ଆମେ ସବୁ ଗୋଟିଏ ଦିଗରେ ଚାରୋଟି କାର୍ଯ୍ୟ ତ ସଂମ୍ପୂର୍ଣ୍ଣ କରି ରହିବା, ଏହି ଦଶଟି କାମ ତ ସଂମ୍ପୂର୍ଣ୍ଣ କରି ରହିବା, ଆମେ ଶକ୍ତି ଲଗାଇବା, ଆମେ ଲୋକମାନଙ୍କୁ ଯୋଡିବା । ଆପଣ ଦେଖନ୍ତୁ, ପରିବର୍ତ୍ତନ ଆରମ୍ଭ ହୋଇଯିବ ।

କେବେ-କେବେ ସୁକ୍ଷ୍ମ ଭାବେ ଜାଣିଲେ କିପରି ପରିବର୍ତ୍ତନ ଆସିଥାଏ-କେହି ଜଣେ ବ୍ୟକ୍ତି ଭଲ-ଭାବେ ସୁସ୍ଥ ସବଳ, ଦୌଡି-କୁଦି କାମ କରୁଥିବା ବ୍ୟକ୍ତି; ଭଲ ଭାବେ ଠିକ କରି ଖାଉଛି, ପାରିବାରିକ ଜୀବନ ଠିକ୍ ଅଛି, ଭଲ ବ୍ୟବସ୍ଥା ଅଛି କୌଣସି ଅସୁବିଧା ନାହିଁ- କିନ୍ତୁ ଧୀରେ-ଧୀରେ-ଧୀରେ ଓଜନ କମ୍ ହେଉଛି । ତ ତାଙ୍କୁ ଲାଗିଥାଏ ନାହିଁ, ନାହିଁ-ଆରମ୍ଭରେ ତ ସେ କହି ଦେଇଥାଏ ନାହିଁ ମୁଁ ଟିକେ ଡାଏଟିଙ୍ଗ କରୁଛି । ପ୍ରଥମରୁ ତ ଟିକେ ଫିଟ୍ ଅନୁଭବ କରୁଛି । ତଥାପି ଓଜନ କମ୍ ହୋଇଥାଏ, ତ ତାକୁ ଲାଗିଥାଏ ବନ୍ଧୁ କ’ଣ ହେଲା? ସେତେବେଳେ ଦୁର୍ବଳ ଅନୁଭବ କରିବା ଆରମ୍ଭ ହୋଇଯାଇଥାଏ, ପୁଣି ମଧ୍ୟ ଜୀବନ ସେହି ଭଳି ଭାବେ ଜୀଇଁ ରହିଥାଏ, ଆରାମରେ ଜୀଇଁଥାଏ । କିନ୍ତୁ କୌଣସି ଭଲ ଅନୁଭବୀ ଡାକ୍ତର କହି ଥାଆନ୍ତି ଆରେ ଭାଇ ଥରେ ଯାଞ୍ଚ କରି ଦିଅ । ଆଉ ଯେତେବେଳେ ଯାଞ୍ଚ କରି ଥାଆନ୍ତି, ଜଣା ପଡ଼ିଥାଏ ବନ୍ଧୁ ମଧୁମେହ ଅଛି, ଆଉ ସେହି କାରଣରୁ ଏତେ ବଢ଼ିଆ ସୁସ୍ଥ ସବଳ ଶରୀର, ଥରେ ଯଦି ମଧୁମେହ ପ୍ରବେଶ କରିଗଲା, ଆଉ ଯେଭଳି ତାହା ମଧୁମେହକୁ ନିୟନ୍ତ୍ରଣ କଲା, ସେ ଯେଉଁ ଔଷଧ ମଧ୍ୟ ଆରମ୍ଭ କଲା, ମଧୁମେହ ତ ଥିଲା- ଗଲା ନାହିଁ- ନିୟନ୍ତ୍ରଣ ହେଲା, ଅନ୍ୟ ସବୁ ମାନଦଣ୍ଡ ଠିକ୍ ହେବାରେ ଲାଗିଲା ।

ମୁଁ ବୁଝି ପାରୁଛି କି ଆମର ଜିଲ୍ଲାଗୁଡ଼ିକର ମଧ୍ୟ ଏହି ଅବସ୍ଥା ହୋଇଛି । ଆମେ ଥରେ ଦେଖିବା କି ତାହା କେଉଁ କଥା ଅଛି ଯାହା ଏହି ଜିଲ୍ଲାଗୁଡ଼ିକୁ ଦୁର୍ବଳ କରି ଚାଲି ଯାଉଛି, ଆମେ ତାହାକୁ ସମାଧାନ କରି ଚାଲିବା ଆଉ ସେଥିରୁ ପରିବର୍ତ୍ତନ ଆଣିବାର ପ୍ରୟାସ କରି ଚାଲିବା; ଆପଣ ଦେଖିବେ କୌଣସି ଜିଲ୍ଲା ପଛରେ ରହିବେ ନାହିଁ ।

କଳ୍ପନା କରନ୍ତୁ 115 ଜିଲ୍ଲା, ସେଥରୁ 30-35ଟି ହେଉଛି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ, ଯାହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ମୁଁ ସ୍ୱତନ୍ତ୍ର ଭାବେ କହିଛି କି ସେଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେଇ ସେହି ସମସ୍ୟାଗୁଡ଼ିକୁ କିପରି ସମାଧାନ କରି ପାରିବା । କିନ୍ତୁ ବାକି ପାଖାପାଖି 80-90 ଜିଲ୍ଲା ଏଭଳି ଅଛି କି ଯାହାକୁ ଆମେ ବଡ଼ ସହଜରେ ନିୟନ୍ତ୍ରଣ କରି ପାରିବା । ଏବେ ଜିଲ୍ଲାର ଯୋଜନା ମଧ୍ୟ କିପରି ହେବା ଦରକାର? ଗୋଟିଏ ଜିଲ୍ଲାରେ ମଧ୍ୟ ଆପଣମାନେ ଦେଖିଥିବେ, ଗୋଟିଏ ତହସିଲ ଥିବ, ହୋଇପାରେ ଟୀକାକରଣରେ ବହୁତ ଭଲ ହୋଇଥିବ, ଗୋଟିଏ ତହସିଲ ଏପରି ଥିବ କି ଯାହା ବୋଧହୁଏ ଅଧାରୁ ପାଠ ଛାଡ଼ୁଥିବା କ୍ଷେତ୍ରରେ ବହୁତ ସକାରାତ୍ମକ ସଙ୍କେତ ଦେଉଥିବ, ଅଧାରୁ ପାଠ ଛାଡ଼ୁଥିବା ବହୁତ କମ୍ ହେଉଥିବ । କେଉଁଠି ନା କେଉଁଠି ସେଥିରେ ମଧ୍ୟ ସୁଦୃଢ ଥିବ । ସେଥିରେ ଯେଉଁ ଦୁର୍ବଳ ଅଂଚଳ ଥିବ, ଧୀରେ-ଧୀରେ ସେହି ଗାଁ ଆଡ଼କୁ ଦୃଷ୍ଟି ଦିଅନ୍ତୁ, ଭାଇ ଏହି ଗାଁରେ ତିନୋଟି କଥା ତ ବହୁତ ଭଲ ଅଛି, କିନ୍ତୁ ଦୁଇଟି ଜିନିଷ କମ୍ ଅଛି, ସେହି ଦୁଇଟିକୁ ନିୟନ୍ତ୍ରଣ କରିବା ।

ଥରେ ଏହା ହୋଇଗଲେ, ଆଉ ଏଥିରେ ଅଧିକ ପରିଶ୍ରମ ଲାଗିବ ନାହିଁ । 115ଟି ଜିଲ୍ଲାରେ ଥିବା ଅଭାବଗୁଡ଼ିକୁ ଆଉ ଆପଣମାନଙ୍କୁ ଯେତେବେଳେ ନୀତି ଆୟୋଗର ଲୋକ ଉପସ୍ଥାପନା କରିବେ, ମୁଁ ଏବେ ଦୁଇ ଦିନ ପୂର୍ବେ ସମସ୍ତ ମନ୍ତ୍ରୀମାନଙ୍କ ସହିତ ବସି ଉପସ୍ଥାପନା ଦେଖିଲି । ସରକାରଙ୍କ ଉପସ୍ଥାପନାରେ ବିଗତ 20 ବର୍ଷରୁ ଦେଖି ଆସୁଛୁ, କିନ୍ତୁ ଏତେ ସୂକ୍ଷ୍ମ, ଏତେ ସ୍ପଷ୍ଟ ଆଉ ଜଣେ ସାଧାରଣ ଲୋକ ମଧ୍ୟ ବୁଝି ପାରିବ କି ଭାଇ ହଁ ଏହାର ରାସ୍ତା ହେଉଛି ଇଏ, ଏତେ ଭଲ ଭାବେ ଉପସ୍ଥାପନା ଅମିତାଭ କାନ୍ତ ଏବେ ଦେଇଛନ୍ତି । ନୀତି ଆୟୋଗର ଉପସ୍ଥାପନା ଥିଲା, ମୁଁ ଏତେ ଅଧିକ ମାତ୍ରାରେ ପ୍ରଭାବିତ ଯେ, ଏବେ ସେ  ତାହା ଏଠାରେ ଆପଣମାନଙ୍କୁ ମଧ୍ୟ ଦେବାକୁ ଯାଉଛନ୍ତି, ଆପଣମାନଙ୍କୁ ମଧ୍ୟ ଦେଖାଇବାକୁ ଯାଉଛନ୍ତି ।

ସେଥିରେ ଗୋଟିଏ ବିଷୟ ଅଛି କି ଭାଇ ଆପଣଙ୍କର ଏହି ଜିଲ୍ଲା, ଏହି ବିଷୟରେ ଆପଣମାନଙ୍କ ରାଜ୍ୟର ଯେଉଁ ଅନୁମାନିକ ସ୍ଥିତି ରହିଛି, ସେଥିରୁ ଏତିକି ପଛରେ ରହିଛି, ଆପଣଙ୍କ ରାଜ୍ୟରେ ଯେଉଁ ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲା ଅଛି, ସେଥିରେ ଏତିକି ଅଛନ୍ତି । ଜାତୀୟ ଅନୁମାନିକ ସ୍ଥିତିରେ ଏତେ ପଛରେ ରହିଛି ଆଉ ଦେଶର ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାଠାରୁ ଏତେ ପଛରେ ଏହି ଚାରୋଟି ମାନଦଣ୍ଡରେ ତାହାକୁ ବାରମ୍ବାର ଦେଖା ଯାଇଥାଏ । ଆପଣମାନଙ୍କୁ ମଧ୍ୟ ଲାଗୁଛି କି ଯଦି ମୋ ଦେଶର 200 ଜିଲ୍ଲା ଆଗକୁ ବଢ଼ି ପାରୁଛି ତ ମୋ ଜିଲ୍ଲା ମଧ୍ୟ ଆଗକୁ ବଢ଼ି ପାରିବ । ମୋ ଦେଶର ହଜାର ତହସିଲ ଆଗକୁ ବଢ଼ି ପାରିବ ତ ମୋ ତହସିଲ ମଧ୍ୟ ଆଗକୁ ବଢ଼ି ପାରିବ । ଆଉ ଏହି କଥା ଆମେ ମାନି କରି ଚାଲିବା, ଆମେ ଯେଉଁଠାରେ ସମସ୍ତ ରାଜନୈତିକ ଦଳର ଲୋକ ବସିଛେ । କେହି ଜଣେ ଜାଣିଥିଲା ଯେତେବେଳେ ଦେଶରେ କଠୋରପନ୍ଥୀ ରାଜନୀତି, ଦିନ-ରାତି ରାଜନୀତି, ଆନ୍ଦୋଳନର ରାଜନୀତି, ବୟାନବାଜିର ରାଜନୀତି, ସଂଘର୍ଷର ରାଜନୀତି; ଏହା ବହୁତ କାମରେ ଆସୁଥିଲା । ଆଜି ସମୟ ବଦଳିଛି, ଆପଣ କ୍ଷମତାରେ ଅଛନ୍ତି ଅବା ବିପକ୍ଷରେ, ଲୋକଙ୍କର କାମରେ ଆସୁଛନ୍ତି କି ଆସୁ ନାହାଁନ୍ତି, ଏହି କଥାକୁ ଜନତା ଦେଖୁଛନ୍ତି ।

ଆପଣ କେତେ ଲଢ଼େଇ ଲଢ଼ିଲେ, କେତେ ଶୋଭାଯାତ୍ରା ବାହାର କଲେ, କେତେ ଥର ଜେଲ ଗଲେ, ତାହା ଆଜିଠାରୁ 20 ବର୍ଷ ପୂର୍ବେ ଘଟଣା ଭାବେ ପରିଗଣିତ ହେଉଥିଲା । ଆପଣଙ୍କ ରାଜନୈତିକ କ୍ୟାରିୟରରେ, ଆଜି ସ୍ଥିତି ବଦଳି ଯାଇଛି । ଆଜି ତ ସେମାନେ ଚାହୁଁଛନ୍ତି, ଆଉ ଆପଣମାନେ ଦେଖିଥିବେ, ଯେଉଁମାନେ ବାରମ୍ବାର ନିର୍ବାଚିତ ହୋଇ ଆସୁଥିବା ପ୍ରତିନିଧି ଅଛନ୍ତି, ସେମାନଙ୍କୁ ଯଦି ଆପଣ ବିଶ୍ଳେଷଣ କରିବେ, ତ ଏଥିପାଇଁ ନିର୍ବାଚିତ ହୋଇ ଆସୁଛନ୍ତି କି ସେ କେତେଥର ସଂଘର୍ଷ କରିଥିଲେ, କିନ୍ତୁ ଆପଣ ମୋଟାମୋଟି ଦେଖନ୍ତୁ ତାଙ୍କ ଜୀବନରେ ଗୋଟିଏ ଦୁଇଟି ଜିନିଷ ଏପରି ହୋଇଥାଏ ଯାହା ସଂପୂର୍ଣ୍ଣ ଭାବେ ରାଜନୀତି ଦ୍ୱାରା ପ୍ରେରିତ, କ୍ଷମତା ସଂଘର୍ଷର ଉର୍ଦ୍ଧ୍ଵରେ । ଜନତାଙ୍କ ସୁଖ ଦୁଃଖ ସହିତ ଯୋଡ଼ି ହୋଇ ଆଉ ସେ ସେଥିରେ ପରିଚିତ ହୋଇ ଥାଆନ୍ତି, ଏଭଳି ସେ ତ ପହଂଚି ଯାଇଥାଏ । ସେ ପ୍ରତ୍ୟେକ ଥର ନିଜ ବିଷୟରେ କିଛି ନା କିଛି କହି ଥାଆନ୍ତି । ସେ ହୁଏତ ଡାକ୍ତରଖାନା ଯାଉଥିବେ, ସାକ୍ଷାତ କରୁଥିବେ, ସେହି ଛବି ଦ୍ୱାରା ତାହାର ବାକି ରାଜନୀତି ଚଳି ଯାଏ ।

ଆମମାନଙ୍କୁ ମଧ୍ୟ ପ୍ରୟାସ କରିବାକୁ ହେବ କି କଠୋରପନ୍ଥୀ ରାଜନୀତି, ଆପଣ ଛାଡ଼ି ଦିଅନ୍ତୁ- ଏଭଳି ମୁଁ କହୁ ନାହିଁ, କିନ୍ତୁ ସମାଜର ପରିକଳ୍ପନା ହିଁ ଛଡ଼ାଇ ଦେଉଛି । ସମାଜରେ ଯେଉଁ ଜାଗୃତି ଆସିଛି, ତାହା ହିଁ ଛଡ଼ାଇ ଦେଉଛି । ସେମାନେ ଚାହୁଁଛନ୍ତି କି ମୋର ସୁଖ ଦୁଃଖ ସମୟରେ କିଏ ମୋ ସହିତ ଅଛନ୍ତି? ମୋ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କିଏ ମୋ ସାଙ୍ଗରେ ଅଛନ୍ତି? ଏହାର ବହୁତ ବଡ଼ ପ୍ରଭାବ ରହିଥାଏ । ଆମେ ନିଜ କ୍ଷେତ୍ରରେ ସ୍ଥିର କରିବା କି ଭାଇ କନ୍ୟା ସନ୍ତାନ ଶିକ୍ଷାରେ 100 ପ୍ରତିଶତ କାମ କରିବି । ମୁଁ ନିଜର ପଦକ୍ଷେପ ଦ୍ୱାରା ଗୋଟିଏ କଥାରେ ପରିବର୍ତ୍ତନ କରିବି, ବ୍ୟବସ୍ଥା ନିଜକୁ ନିଜେ ବଦଳାଇବାକୁ ଆରମ୍ଭ କରିବ ।

କିଏ କହିବ କି ଭାଇ ଇନ୍ଦ୍ରଧନୁଷ ଯୋଜନା ଅଛି, ଟୀକାକରଣର ତାରିଖ ଅଛି, ସେହି ଦିନ ତ ମୁଁ କ୍ଷେତ୍ରରେ ରହିବି ହିଁ ରହିବି । ମୋର ସ୍ୱେଚ୍ଛାସେବୀମାନଙ୍କୁ ରଖିବି । ଆମ ସମାଜ ଜୀବନରେ ଯେଉଁ ଲୋକମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଏକାଠି କରିବି । ଇନ୍ଦ୍ରଧନୁଷ ଯୋଜନା ଅଧୀନରେ ମୁଁ ଟୀକାକରଣର କାର୍ଯ୍ୟ ଶେଷ କରିବି । ଆମର ଏଠାରେ ପୂର୍ବରୁ ଟୀକାକରଣର 30%, 40%, 50% ସରକାର ଖର୍ଚ୍ଚ କରୁ ନଥିଲେ । ଏପରି ମଧ୍ୟ ନ ଥିଲା । ସରକାର ଖର୍ଚ୍ଚ କରୁଥିଲେ, ବଜେଟ ଖର୍ଚ୍ଚ କରୁଥିଲେ । ଗୁଲାମନବୀ ମହାଶୟ ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଖୁଥିଲେ, ସେତେବେଳେ ମଧ୍ୟ ହେଉଥିଲା, କିନ୍ତୁ ଜନ ଭାଗିଦାରୀର ଅଭାବରେ ତାହା ଅଟକି ରହୁଥିଲା ।

ଇନ୍ଦ୍ରଧନୁଷ ଯୋଜନା ମାଧ୍ୟମରେ ଏକ ବିଶେଷ ପ୍ରୟାସ ଆରମ୍ଭ କଲୁ, ଏବେ ଟୀକାକରଣ ପାଖାପାଖି 70-75 ପର୍ଯ୍ୟନ୍ତ ଏହାକୁ ପହଂଚାଇଲୁ । କିନ୍ତୁ କ’ଣ ଆମେ ଏହାକୁ 90 ପ୍ରତିଶତ ପର୍ଯ୍ୟନ୍ତ ପହଂଚାଇ ପାରିବା? ଥରେ 90 ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଗଲା ତ 100 ପ୍ରତିଶତ ପାଇଁ ଅସୁବିଧା ହେବ ନାହିଁ । ଆଉ ଯଦି ଟୀକାକରଣ ହୋଇଗଲା ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କର, ପୋଲିଓ ମୁକ୍ତ ନିଜକୁ ନିଜେ ହୋଇଯିବ ଆଉ ଜଟିଳ ରୋଗରୁ ବଂଚିବାର ଉପାୟ ଆପେ ଆପେ ହୋଇଯିବ ।

ବ୍ୟବସ୍ଥାଗୁଡିକ ଅଛି, ଯୋଜନା ଅଛି ଆଉ କିଛି ଆବଶ୍ୟକତା ନାହିଁ କି ନୂତନ ବଜେଟ ମଧ୍ୟ ଦରକାର ନାହିଁ, ଯେଉଁ ମାନବସମ୍ବଳ ଅଛି, ସେହିମାନେ ଯଦି ମିଶନ ମୋଡରେ କାର୍ଯ୍ୟ କରିବେ ତ ଉତ୍ତମ ପରିଣାମ ମିଳି ପାରିବ, ଏହି ଗୋଟିଏ ଭୂମିକା ସହିତ ଆକାଂକ୍ଷିତ ଆଉ ସେଥିରେ ଅନଗ୍ରସର ବା ପଛୁଆ ଶବ୍ଦ ପ୍ରୟୋଗ କରିବାକୁ ମନା କରିଛି, ନଚେତ ଚିନ୍ତାଧାରା ସେହିଠାରୁ ହିଁ ଆରମ୍ଭ ହୋଇଥାଏ ।

ଆପଣମାନଙ୍କୁ ଜଣାଥିବ ପୂର୍ବରୁ ଆମର ଏଠି ରେଳବାଇରେ ତିନୋଟି ଶ୍ରେଣୀ ଥିଲା । ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ । ପୁଣି ପରେ ସରକାର ଆଜିଠାରୁ 20-25 ବର୍ଷ ପୂର୍ବରୁ ତୃତୀୟ ଶ୍ରେଣୀକୁ ବନ୍ଦ କରିଦେଲେ । ଡବା ବା କମ୍ପାଟମେଣ୍ଟରେ କୌଣସି ପ୍ରଭେଦ ରଖିଲେ ନାହିଁ କିନ୍ତୁ ମାନସିକତାରେ ବହୁତ ବଡ଼ ପରିବର୍ତ୍ତନ ଆସିଲା କି ଯେଉଁ ଲୋକ ସେଥିରେ ବସୁଥିଲା ତା ପ୍ରତି ଘୃଣା ଭାବ, ଆଚ୍ଛା ଇଏ ତୃତୀୟ ଶ୍ରେଣୀରେ ଯାଉଛି? ଏବେ ସେଥିରେ ପରିବର୍ତ୍ତନ ଆସିଗଲା । ଡବା ବା କମ୍ପାଟମେଣ୍ଟ ତାହା ହିଁ ଅଛି, ବସିବାର ସ୍ଥାନ ମଧ୍ୟ ତାହା ଅଛି, ଆଉ ଏଥିପାଇଁ  ଯଦି ଆମେ ଅନଗ୍ରସର ବା ପଛୁଆ ଶବ୍ଦ କହିବା ତ ପୁଣି, ବନ୍ଧୁ ଛାଡ ବନ୍ଧୁ, ମୁଁ ତ ହେଉଛି ସେହି ଅନଗ୍ରସର ବା ପଛୁଆ ଜିଲ୍ଲାର ବିଧାୟକ । ଆଚ୍ଛା-ଆଚ୍ଛା ତୁମେ ମଧ୍ୟ ହେଉଛ ଅନଗ୍ରସର ବା ପଛୁଆ? ସେହିଠାରୁ ଆରମ୍ଭ ହୋଇଯାଇ ଥାଏ । ଆମକୁ ଦେଶରେ ଅନଗ୍ରସର ବା ପଛୁଆ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବାର ନାହିଁ, ଆମକୁ ଦେଶରେ ଆଗକୁ ଯିବା ନେଇ ପ୍ରତିଦ୍ୱନ୍ଦିତା କରିବାର ଅଛି । ଆଉ ଆମେ, ଆମର ଏହି ଅଂଚଳର, ଏହି କ୍ଷେତ୍ରର ବିକାଶ ହେଉଛି ସାମାଜିକ ନ୍ୟାୟର କାର୍ଯ୍ୟ, ଯଦି ସେହି ଜିଲ୍ଲାର ବିକାଶ ହେଲା, ଅର୍ଥାତ ନିଜକୁ ନିଜେ ସାମାଜିକ ନ୍ୟାୟର ଅଧିକାର ହିଁ ସୃଷ୍ଟି ହୋଇଯିବ ।

ଯଦି ଆମ ଅଂଚଳରେ ସମସ୍ତ ପିଲାଙ୍କୁ ଶିକ୍ଷା ମିଳୁଛି, ଏହାର ଅର୍ଥ ହେଉଛି ସାମାଜିକ ନ୍ୟାୟର ଏକ ପଦକ୍ଷେପ । ଯଦି ସମସ୍ତଙ୍କ ଘରେ ବିଜୁଳି ଅଛି, ଏହାର ଅର୍ଥ ହେଉଛି ସାମାଜିକ ନ୍ୟାୟର ଏକ ପଦକ୍ଷେପ । ସାମାଜିକ ନ୍ୟାୟର ଯେଉଁ ବିଭାବନା ଏହି ସଦନରେ, ଏହି ସଭାଗୃହରେ ଆମର ପୂର୍ବ ପୁରୁଷମାନେ ଆମ ଆଗରେ ରଖିଥିଲେ, ତାହାକୁ ଏକ ନୂଆ ସ୍ୱରୂପରେ, ଆଉ ଯେଉଁଥିରେ ସଂଘର୍ଷର ସମ୍ଭାବନା ବହୁତ ଅଛି- ତୁମକୁ ମିଳିଲା, ମୋତେ ମିଳିଲା ନାହିଁ, ଏହି ଭାବ କମ୍ ଅଛି, ସମସ୍ତଙ୍କ ପାଇଁ କରିବା-ଏହି ଭାବକୁ ନେଇ ଚାଲିବା ତ କେତେ ବଡ଼ ପରିଣାମ ଆମେ ପ୍ରାପ୍ତ କରି ପାରିବା ।

ଆଉ ମୋର ବିଶ୍ୱାସ ଅଛି କି ସମସ୍ତ ରାଜନୈତିକ ଦଳର ନେତା ଏଠାରେ ଉପସ୍ଥିତ ଅଛନ୍ତି । ସେହି କ୍ଷେତ୍ରର ବିଧାୟକ ଏବଂ ସାଂସଦ ଏଠାରେ ଉପସ୍ଥିତ ଅଛନ୍ତି । ଥରେ ଆପଣ ନିଷ୍ପତି ନେଇ ନେଲେ । ଏବେ ମୁଁ ମୋର ଗସ୍ତ କରୁଛି, ତ ମୁଁ ଆକାଂକ୍ଷିତ ଜିଲ୍ଲାର ଯେଉଁ ଅଧିକାରୀ ମୋତେ ପ୍ରଥମେ ସାକ୍ଷାତ କରୁଥିଲେ, ଯାହା ଦୁଇ ମାସ ପୂର୍ବରୁ ଆରମ୍ଭ କରାଯାଇଥିଲା, ସେମାନଙ୍କୁ ମୁଁ ଏଠାକୁ ଡାକୁଛି, ପଚାରୁଛି । ଏବେ ମୁଁ ପଅରିଦିନ ଝୁନଝୁନୁ ଯାଇଥିଲି, ତ ମୁଁ ରାଜସ୍ଥାନର ପାଞ୍ଚୋଟି ଆକାଂକ୍ଷିତ ଜିଲ୍ଲାକୁ ମଧ୍ୟ ଡକାଇଥିଲି, ଆଉ ହରିୟାଣାର ମଧ୍ୟ ଗୋଟିଏ ଥିଲା, ତାଙ୍କୁ ମଧ୍ୟ ମୁଁ ଡକାଇଥିଲି । ମୁଁ ପଚାରିଲି, କୁହ ଭାଇ-ଅଧ ଘଂଟା ବସିଲି ସେମାନଙ୍କ ସହିତ, କୁହ ଭାଇ କ’ଣ ହେଲା? ମୁଁ ଦେଖୁଛି କି ଯଦି ଆମ୍ଭେମାନେ ମଧ୍ୟ ସେମାନଙ୍କର ଏକ ସାହାଯ୍ୟକାରୀର ହାତ ଭାବେ କାର୍ଯ୍ୟ କରିବା, ଆମେ ହିସାବ କିତାବ ମାଗିବା ତ ସେମାନେ ଥକିଯିବେ । କାହିଁକି ହେଲା ନାହିଁ? ମୋ ଅଂଚଳରେ କାହିଁକି ହେଲା ନାହିଁ? ଅମୁକ, ତାହା ଠିକ୍ ଅଛି, ତାହା ହେଉଛି ରାଜନୀତିର ନିଜସ୍ୱ ସ୍ୱଭାବ- କିନ୍ତୁ, ଆରେ ଭାଇ ତୁମେ ଚିନ୍ତା କର ନାହିଁ, ମୁଁ ରହିବି । ଭଲ ଲୋକ ସାହାଯ୍ୟ କରନ୍ତି ନାହିଁ, ମୁଁ ତୁମମାନଙ୍କ ସହିତ ଆସୁଛି, ଚାଲ, ସେମାନଙ୍କର ଉତ୍ସାହ ବୃଦ୍ଧି ପାଇବ । ଆମେ ସେହି ସରକାରରେ ବସିଥିବା ଲୋକମାନଙ୍କର, ସେମାନଙ୍କର ଉତ୍ସାହ ବୃଦ୍ଧି କରିବା ।

ଜନ-ସହଯୋଗକୁ ବଢ଼ାଇବା । କାହିଁକି ନା ଆମେ ସେହି ଅଂଚଳରେ ଯେତେ ଏନଜିଓ ଅଛନ୍ତି, ସେମାନଙ୍କୁ ଏକାଠି କରିବା? ଯୁବକମାନଙ୍କର ଯେତେ କାର୍ଯ୍ୟକ୍ରମ ଅଛି, ସେମାନଙ୍କୁ ଏକାଠି କରିବା, କି ଦେଖନ୍ତୁ ଭାଇ ଏହି ସ୍ଥିତିକୁ ଆମକୁ ବଦଳାଇବାକୁ ହେବ । ଆମ ପାଖରେ ସମ୍ବଳ ଅଛି, କିନ୍ତୁ ପରିଣାମ ଆସି ପାରୁନାହିଁ । ଆମକୁ ମଝିରେ ଥିବା ଖାତକୁ ପୂରଣ କରିବାର ଅଛି ଆଉ ଆମେ କରିବା । ଶାସନ ବ୍ୟବସ୍ଥା ନିଜକୁ ନିଜେ ଦୌଡ଼ିବାରେ ଲାଗିବ । କାରଣ ସେମାନଙ୍କୁ ମଧ୍ୟ ଯେତେବେଳେ ପରିଣାମ ମିଳିବାର ଲାଗିଥାଏ ତ ସେମାନଙ୍କର ଉତ୍ସାହ ମଧ୍ୟ ବୃଦ୍ଧି ପାଇଥାଏ । ଏବେ ତ ଆପଣ ଆଶ୍ଚର୍ଯ୍ୟ ହେବେ 115ଟି ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲା ଏଭଳି ଅଛନ୍ତି କି ଯେଉଁମାନଙ୍କର ନାମ ଶୁଣିଲେ ଆମେ ଉତ୍ତେଜିତ ହୋଇଯିବା, ଆଚ୍ଛା ଏମାନେ ମଧ୍ୟ ହେଉଛନ୍ତି ଅନଗ୍ରସର ବା ପଛୁଆ? ଏଠାରେ ତ ଏତେ ବଡ଼ ଶିଳ୍ପ ବିକାଶ ହେଲା ଆଉ ଏହାର ନାମ ହେଉଛି ଅନଗ୍ରସର ବା ପଛୁଆ? କାରଣ କ’ଣ- ସେହି ଶିଳ୍ପ ବିକାଶ ଅଥବା କୌଣସି ଏକ ଜିନିଷ କାରଣରୁ ଏହାର ମହତ୍ୱ ଏତେ ବଢ଼ିଗଲା କି ତଳେ ଯେପରି ସେ ମଧୁମେହ ରୋଗୀର ହୋଇଥାଏ ନା, ଅନ୍ୟ କିଛି କଥା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ, ଗୋଟିଏ ବଡ଼ କଥାର ଜୟ-ଜୟକାର ହୋଇ ଚାଲିଲା । ଏଭଳି ଜିଲ୍ଲା ମଧ୍ୟ ଦୃଷ୍ଟିକୁ ଆସିଲେ କି ନିଜକୁ ନିଜେ ବହୁତ ନାମ ଅର୍ଜନ କରିଥିବା ଜିଲ୍ଲା, କିନ୍ତୁ ସୂକ୍ଷ୍ମ ଭାବରେ ଦେଖିବା ତ ମାନଦଣ୍ଡରେ ଦୋହଲି ଯାଇଥିଲେ । ଆଉ ତାହା ଏକ ଏଭଳି ଜିନିଷ ତା’ପାଖରେ ଥିଲା କି ତାହା କେହି ମଧ୍ୟ ଯାଇ ଅଭିଭୂତ ହୋଇ ଯାଆନ୍ତି, ବାଃ- ଏତେ ବଢ଼ିଆ? କିନ୍ତୁ ଭିତରେ ଭୁଲଭାଲ ରହିଥିଲା ।

ତ ଏଭଳି ମଧ୍ୟ କିଛି କଥା ଦୃଷ୍ଟିକୁ ଆସିଛି । କିଛି ଲୋକଙ୍କ ମନରେ ଏହା ରହି ଯାଉଥିଲା କି ଭାଇ ମୋ ଜିଲ୍ଲା ଆସିଲା ନାହିଁ, ମୋର ଏଭଳି ଅଛି । ମୁଁ ବୁଝୁଛି ଏବେ ତ ଗୋଟିଏ 2011ର ଯେଉଁ ପରିସଂଖ୍ୟାନ ରହିଥିଲା, ତାହା ଆଧାରରେ କିଛି ନେଇଛନ୍ତି, କିଛି ସଂଖ୍ୟା ପରେ ମିଳିଲା । ରାଜ୍ୟଗୁଡ଼ିକୁ ମଧ୍ୟ କୁହାଗଲା କି ଭାଇ ଆପଣଙ୍କର ଏହି ଜିଲ୍ଲାଗୁଡ଼ିକୁ ଚୟନ କରାଯାଇଛି, ଆପଣଙ୍କୁ ଯଦି ଲାଗୁଛି କି ବଦଳିବା ଦରକାର ତ, ଏପରି ପାଞ୍ଚ-ଛଅଟି ରାଜ୍ୟ ଏଭଳି ଅଛନ୍ତି ଯେଉଁମାନେ ଜିଲ୍ଲାର ନାମ ବଦଳାଇ ଥିଲେ ।

ଯାହା ହେଉ ଏହାକୁ କୌଣସି ରାଜନୈତିକ ରଙ୍ଗ ଦିଆ ନଯାଇ- ତାହାର ହେଲା, ମୋର ହେଲା ନାହିଁ- ସେହି ଭାବନାକୁ ଛାଡ଼ି, ଆମେ ସମସ୍ତେ ମିଳିମିଶି, ଗୋଟିଏ ବର୍ଷ- ମୁଁ ଅଧିକ କିଛି କରୁ ନାହିଁ ବନ୍ଧୁଗଣ-ଗୋଟିଏ ବର୍ଷ, ଯଦି ଗୋଟିଏ ବର୍ଷ ଆମେ ସମସ୍ତେ ଲାଗିଯିବା ଆଉ ଯଦି ଏହି ମାନଦଣ୍ଡ ବଦଳି ଯିବ ତ ଆପଣଙ୍କ ରାଜ୍ୟର ମାନଦଣ୍ଡ ବଦଳିଯିବ, ଦେଶର ଚିତ୍ର ବଦଳିଯିବ । ଆପଣଙ୍କର ମାନବ ସମ୍ବଳ ବିକାଶ ସୂଚକାଙ୍କ ଦୁନିଆରେ ଆମେ 130-131 ନମ୍ବରରେ ଠିଆ ହୋଇଛେ ।

ଆଜି ବିଶ୍ୱରେ ଯଦି ଭାରତ ପ୍ରତି ଯେଉଁ ପ୍ରକାରର ଆଶା-ଆକାଂକ୍ଷା ସୃଷ୍ଟି ହୋଇଛି, ଆମ ମାନବସମ୍ବଳ ବିକାଶ ସୂଚକାଙ୍କ ଦୃଷ୍ଟିରେ ତାହାକୁ ଯଦି ଆମେ ଆମର ଉନ୍ନତି କରିବା, ଆଉ ଏହି 115 ଟି ଜିଲ୍ଲାରେ ଉନ୍ନତି ହେବ ତ ଦେଶର ଉନ୍ନତି ନିଜକୁ ନିଜେ ହୋଇ ପାରିବ, ଅଧିକ କିଛି କରିବାକୁ ପଡ଼ିବନାହିଁ ।

ଆଉ ଏହାକୁ ଯଦି ଆମେ କରି ଚାଲିବା, ଯୋଜନାଗୁଡ଼ିକର ଲାଭ ମଧ୍ୟ ଅଛି । ଦେଖନ୍ତୁ, କେବେ-କେବେ କ’ଣ ଲାଗିଥାଏ-ଯେପରି ମନରେଗା ହେଉ- ଗରିବ, ଯେଉଁଠାରେ ରୋଜଗାର ନାହିଁ, ତାକୁ ରୋଜଗାର ମିଳୁ-ଏହା ହେଉଛି ତାହାର ମୌଳିକ ଲକ୍ଷ୍ୟ । ଅନୁଭବ ଏହା ଆସିଛି କି ଯେଉଁଠାରେ ସବୁଠାରୁ ଅଧିକ ଗରିବୀ ଅଛି, ସେଠାରେ ଅତି କମରେ ମନରେଗା ରହିଥାଏ, ଆଉ ଯେଉଁଠାରେ ସମୃଦ୍ଧି ଅଛି, ସେଠାରେ ଅଧିକା ମନରେଗା ରହିଥାଏ । ଅଧିକ ଲୋକ କାର୍ଯ୍ୟ-କାହିଁକି? କାରଣ ଏହା ହିଁ ହେଉଛି ଭଲ ରାଜ୍ୟ, ଯେଉଁଠାରେ ସୁଶାସନ ଅଛି, ଯାହା ତାକୁ ପ୍ରାକୃତିକ ଲାଭ ମନରେଗା ମାଧ୍ୟମରେ ହିଁ ଜଣା ଯାଇଥାଏ ଆଉ ଯେଉଁଠାରେ ଗରିବୀ ମଧ୍ୟ ଅଛି, ଶ୍ରମିକର ମଧ୍ୟ ଆବଶ୍ୟକତା ଅଛି, ମନରେଗାର ଅର୍ଥ ମଧ୍ୟ ଅଛି କିନ୍ତୁ ପ୍ରଶାସନରେ ଦୁର୍ବଳତା ଅଛି, ତ ଅର୍ଥ ସେହି ଗରିବଙ୍କ ପାଖରେ ପହଂଚି ପାରୁନାହିଁ ।

ବାସ୍ତବରେ ଯେଉଁମାନେ ଦେଶର ଭଲ, ଆର୍ଥିକ ଅଭିବୃଦ୍ଧିସମ୍ପନ୍ନ ରାଜ୍ୟ ଅଛନ୍ତି, ସେଠାରେ ତ ମନରେଗାର ସର୍ବନିମ୍ନ ଅର୍ଥ ଯିବା ଦରକାର ଏବଂ ଯେଉଁଠାରେ ଗରିବୀ ଅଛି, ସେହି ରାଜ୍ୟକୁ ସବୁଠାରୁ ଅଧିକ ଯିବା ଦରକାର, କିନ୍ତୁ ସଂସାଧନ ସମସ୍ୟା ନୁହେଁ । ସୁଶାସନ ହିଁ ସମସ୍ୟା? ସମନ୍ୱୟ ହିଁ ସମସ୍ୟା, ଧ୍ୟାନ ଦେଇ କାମ କରିବା ହିଁ ସମସ୍ୟା । ଏହି ଜିନିଷଗୁଡ଼ିକ ଉପରେ ଯଦି ଆମେ ଗୁରୁତ୍ୱ ଦେବା ତ ଆମେ ବହୁତ ବଡ଼ ପରିଣାମ ଆଣି ପାରିବା ।

ମୁଁ ପୁଣି ଥରେ ସୁମିତ୍ରା ମହାଜନଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି କି ଏକ ଭଲ ସମାଗମ ମାଧ୍ୟମରେ, ଦୁଇ ଦିନର ମନ୍ଥନରେ, ଏହି 115 ଜିଲ୍ଲାର ଭାଗ୍ୟ ବଦଳାଇବାର କାମ-ସମ୍ବିଧାନ ସଭା ଯେଉଁଠାରେ ବସିଥିଲା, ଯେଉଁଠାରେ ଆମ ମହାପୁରୁଷମାନେ ବସି କରି ଚିନ୍ତନ କରିଥିଲେ, ରାଷ୍ଟ୍ର ପାଇଁ ସ୍ୱପ୍ନ ଦେଖିଥିଲେ; ସେହି ସଦନରେ ବସି ଆଜି ଆମେ ଆମର ଏକ ନୂତନ ଅଭିଯାନ ଆଡ଼କୁ ପାଦ ବଢ଼ାଉଛେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭ କାମନା ଜଣାଉଛି । ମୁଁ ପୁଣି ଥରେ ଏଠାକୁ ଆସିଥିବାରୁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଦେଉଛି ।

ଧନ୍ୟବାଦ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.