ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ବାବା କେଦାରନାଥ ଧାମରେ ମୋର ଅନୁଭୂତି ଅଲୌକିକ ଓ ଦିବ୍ୟ , ଏହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ : ପ୍ରଧାନମନ୍ତ୍ରୀ
ଆଦି ଶଙ୍କରାଚାର୍ଯ୍ୟଙ୍କ ଜୀବନ ଯେତିକି ଅସାଧାରଣ ଥିଲା ସେତିକି ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ
ଭାରତୀୟ ଦର୍ଶନ ମାନବ କଲ୍ୟାଣ ବିଷୟରେ କୁହେ ଏବଂ ଜୀବନକୁ ଏକ ସାମଗ୍ରିକ ଦୃଷ୍ଟିରେ ଦେଖେ । ଆଦି ଶଙ୍କରାଚାର୍ଯ୍ୟ ସମାଜକୁ ଏହି ସତ୍ୟ ବିଷୟରେ ଅବଗତ କରାଇବା କାର୍ଯ୍ୟ କରିଛନ୍ତି: ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉଛି, ଅଯୋଧ୍ୟା ଏହାର ଗୌରବ ଫେରି ପାଇଛି;
ଆଜି ଭାରତ ନିଜ ପାଇଁ କଠୋର ଲକ୍ଷ୍ୟ ଏବଂ ସମୟସୀମା ସ୍ଥିର କରିଛି, ସମୟସୀମା ଏବଂ ଲକ୍ଷ୍ୟକୁ ନେଇ ଭାରତ ଭୟଭୀତ ନୁହେଁ ;
ଉତ୍ତରାଖଣ୍ଡର ଲୋକଙ୍କ ସାମର୍ଥ୍ୟ ଉପରେ ଥିବା ଅପାର ସମ୍ଭାବନା ଏବଂ ସମ୍ପୂର୍ଣ୍ଣ ବିଶ୍ୱାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରାଖଣ୍ଡ ବିକାଶର ‘ମହାଯଜ୍ଞ' ରେ ସାମିଲ ଅଛନ୍ତି: ପ୍ରଧାନମନ୍ତ୍ରୀ
କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।

ଜୟ ବାବା କେଦାର! ଜୟ ବାବା କେଦାର! ଜୟ ବାବା କେଦାର! ଦୈବୀୟ ଆଭାରେ ସୁସଜ୍ଜିତ ଏହି କାର୍ଯ୍ୟକ୍ରମରେ ଆମ ସହିତ ମଂଚ ଉପରେ ଉପସ୍ଥିତ ସମସ୍ତ ମହାନୁଭବ, ଏହି ପବିତ୍ର ଭୂମିରେ ପହଂଚିଥିବା ଶ୍ରଦ୍ଧାଳୁଗଣ, ଆପଣ ସମସ୍ତଙ୍କୁ ମୋର ଆଦରପୂର୍ବକ ନମସ୍କାର!

ଆଜି ସମସ୍ତ ମଠ, ସମସ୍ତ 12 ଜ୍ୟୋର୍ତିଲିଙ୍ଗ, ଅନେକ ଶିବାଳୟ, ଅନେକ ଶକ୍ତିଧାମ ଅନେକ ତୀର୍ଥକ୍ଷେତ୍ରରେ ଦେଶର ଗଣମାନ୍ୟ ପୁରୁଷ, ପୂଜ୍ୟ ସନ୍ଥଗଣ, ପୂଜ୍ୟ ଶଙ୍କରାଚାର୍ଯ୍ୟ ପରମ୍ପରା ସହିତ ଜଡ଼ିତ ସମସ୍ତ ବରିଷ୍ଠ ଋଷି- ମୁନିଋଷି ଏବଂ ଅନେକ ଶ୍ରଦ୍ଧାଳୁ ମଧ୍ୟ । ଦେଶର ପ୍ରତ୍ୟେକ କୋଣ- ଅନୁକୋଣରେ ଆଜି କେଦାରନାଥଙ୍କ ଏହି ପବିତ୍ର ଭୂମି ସହିତ, ପବିତ୍ର ପରିବେଶ ସହିତ କେବଳ ଶରୀର ହିଁ ନୁହେଁ କିନ୍ତୁ ଆଧ୍ୟାତ୍ମିକ ରୂପରେ ଭର୍ଚୁଆଲ ମାଧ୍ୟମରେ ଟେକ୍ନୋଲୋଜିର ସହାୟତାରେ ସେ ଆମକୁ ଆଶୀର୍ବାଦ ଦେଉଛନ୍ତି । ଆପଣ ସମସ୍ତେ ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କ ସମାଧିର ପୁନଃସ୍ଥାପନାର ସାକ୍ଷୀ ହୋଇଛନ୍ତି । ଏହା ହେଉଛି ଭାରତର ଆଧ୍ୟାତ୍ମିକ ସମୃଦ୍ଧି ଏବଂ ବ୍ୟାପକତାର ବହୁତ ହିଁ ଅଲୌକିକ ଦୃଶ୍ୟ। ଆମ ଦେଶ ତ ହେଉଛି ଏତେ ବିଶାଳ, ଏତେ ମହାନ ଋଷି ପରମ୍ପରା ରହିଛି, ଏକରୁ ବଳି ଅନେକ ତପସ୍ୱୀ ଆଜି ମଧ୍ୟ ଭାରତର ପ୍ରତ୍ୟେକ କୋଣ- ଅନୁକୋଣରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରୁଛନ୍ତି। ଏଭଳି ଅନେକ ସନ୍ଥଗଣ ଆଜି ଦେଶର ପ୍ରତ୍ୟେକ କୋଣ- ଅନୁକୋଣରେ ଆଉ ଆଜି ଏଠାରେ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି। କିନ୍ତୁ ସମ୍ବୋଧନରେ ଯଦି ମୁଁ କେବଳ ସେମାନଙ୍କର ନାମକୁ ଉଲ୍ଲେଖ କରିବାକୁ ଚାହିଁବି, ତେବେ ମଧ୍ୟ ହୁଏତ ଗୋଟିଏ ସପ୍ତାହ କମ ପଡ଼ିବ । ଆଉ ଯଦି ଗୋଟିଏ- ଅଧେ ନାମ ଯଦି ଛାଡ଼ି ହୋଇଯିବ ତେବେ ବୋଧହୁଏ ମୁଁ କୌଣସି ପାପର ବୋଝ ତଳେ ଦବି ଯିବି । ମୋର ଇଚ୍ଛା ଥାଇ ମଧ୍ୟ ବର୍ତମାନ ଏହି ସମୟରେ ସମସ୍ତଙ୍କର ନାମ ଉଲ୍ଲେଖ କରି ପାରୁ ନାହିଁ । କିନ୍ତୁ ମୁଁ ସେହି ସମସ୍ତଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି। ସେଠି ଯେଉଁଠାରୁ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି। ସେମାନଙ୍କର ଆଶୀର୍ବାଦ ହେଉଛି ଆମ୍ଭମାନଙ୍କ ପାଇଁ ଏକ ବହୁତ ବଡ଼ ଶକ୍ତି। ଅନେକ ପବିତ୍ର କାର୍ଯ୍ୟ କରିବା ପାଇଁ ସେମାନଙ୍କର ଆଶୀର୍ବାଦ ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବ। ଏଭଳି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଆମର ଏଠାରେ ମଧ୍ୟ କୁହାଯାଇଥାଏ,

ଆବାହନମ  ଜାନାମି

 ଜାନାମି ବିସର୍ଜନମ୍,

ପୂଜାମ ଚୈବ ନା

ଜାନାମି କ୍ଷମସ୍ୱ ପରମେଶ୍ୱରଃ!

ଏଥିପାଇଁ, ମୁଁ ହୃଦୟର ସହିତ ଏଭଳି ସମସ୍ତ ବ୍ୟକ୍ତିତ୍ୱଙ୍କ ନିକଟରେ କ୍ଷମା ମାଗି, ଏହି ପୂଣ୍ୟ ଅବସରରେ ଦେଶର କୋଣ- ଅନୁକୋଣରେ ଯୋଡ଼ି ହୋଇଥିବା ଶଙ୍କରାଚାର୍ଯ୍ୟ, ଋଷିଗଣ, ମହାନ ସନ୍ଥ ପରମ୍ପରାର ସମସ୍ତ ଅନୁଗାମୀ ମୁଁ ଆପଣ ସମସ୍ତଙ୍କୁ ଏହିଠାରୁ ପ୍ରଣାମ ଜଣାଇ ଆପଣ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା କରୁଛି।

ସାଥୀଗଣ,

ଆମର ଉପନିଷଦମାନଙ୍କରେ, ଆଦି ଶଙ୍କରାଚାର୍ଯ୍ୟଙ୍କ ରଚନାଗୁଡ଼ିକରେ ବହୁ ସ୍ଥାନରେ ନେତିନେତିଯେତେବେଳେ ମଧ୍ୟ ଦେଖିବେ ନେତି- ନେତି, ଏଭଳି ଏକ ଭାବନା ବିଶ୍ୱ ନେତି- ନେତି କହି ଗୋଟିଏ ଭାବ ବିଶ୍ୱକୁ ବିସ୍ତାରିତ କରି ଦିଆଯାଇଛି। ରାମଚରିତ ମାନସକୁ ମଧ୍ୟ ଯଦି ଆମେ ଦେଖିବା ତେବେ ସେଥିରେ ମଧ୍ୟ ଏହିକଥାକୁ ଦୋହରା ଯାଇଛି- ଭିନ୍ନ ଭାବେ କୁହାଯାଇଛି- ରାମଚରିତ ମାନସରେ କୁହାଯାଇଛ – ଯେ

ଅବିଗତ ଅକଥ ଅପାରଅବିଗତ ଅକଥ ଅପାର,

ନେତିନେତି ନିତ ନିଗମ କହ ନେତିନେତି ନିତ ନିଗମ କହ 

ଅର୍ଥାତ, କିଛି ଅନୁଭବ ଏଭଳି ଅଲୌକିକ, ଏତେ ଅନନ୍ତ ହୋଇଥାଏ ଯେ ସେଗୁଡ଼ିକୁ ଶବ୍ଦରେ ବ୍ୟକ୍ତ କରାଯାଇ ପାରିବ ନାହିଁ । ବାବା କେଦାରନାଥଙ୍କ ଶରଣକୁ ଆସି ଯେବେ ମଧ୍ୟ ଆସିଥାଏ, ଏଠାକାର କୋଣ- ଅନୁକୋଣ ସହିତ ଯୋଡ଼ି ହୋଇଯାଏ । ଏଠାକାର ପବନ, ଏହି ହିମାଳୟର ଶୀଖର, ଏଇ ବାବା କେଦାରନାଥଙ୍କ ସାନିଧ୍ୟ ଜାଣେନା କେଉଁଭଳି ଅନୁଭୂତି ଆଡ଼କୁ ଟାଣି କରି ନେଇ ଯାଏ ଯାହାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ହିଁ ନାହିଁ। ଦୀପାବଳିର ପବିତ୍ର ପର୍ବରେ କାଲି ମୁଁ ସୀମାରେ ଆମର ସୈନିକମାନଙ୍କ ସହିତ ଥିଲି ଆଉ ଆଜି ଏବେ ଏହି ସୈନିକମାନଙ୍କର ଭୂମିରେ ଅଛି। ମୁଁ ପର୍ବର ଆନନ୍ଦି ମୋ ଦେଶର ଯବାନ ବୀର  ସୈନିକମାନଙ୍କ ସହିତ ବାଂଟିଛି। ଦେଶବାସୀଙ୍କର ପ୍ରେମର ସନ୍ଦେଶ, ଦେଶବାସୀଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା, ଦେଶବାସୀଙ୍କର ସେମାନଙ୍କ ପ୍ରତି ଆଶୀର୍ବାଦ, ଶହେ ତିରିଶ କୋଟି ଆଶୀର୍ବାଦ ନେଇ ମୁଁ କାଲି ସେନାର ଯବାନମାନଙ୍କ ଗହଣକୁ ଯାଇଥିଲି। ଆଉ ଆଜି ଗୋବର୍ଦ୍ଧନ ପୂଜାର ଦିନରେ, ଆଉ ଗୁଜରାଟର ଲୋକମାନଙ୍କ ପାଇଁ ଆଜି ହେଉଛି ନୂଆ ବର୍ଷ। ଗୋବର୍ଦ୍ଧନ ପୂଜାର ଦିନରେ କେଦାରନାଥ ଜୀଙ୍କ ଦର୍ଶନ-ପୂଜନ କରିବାର ସୌଭାଗ୍ୟ ମିଳିଛି। ବାବା କେଦାରନାଥଙ୍କ ଦର୍ଶନ ସହିତ ହିଁ ଏବେ ମୁଁ ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କ ସମାଧି ସ୍ଥଳ ସେଠାରେ କିଛି କ୍ଷଣ ବିତାଇଲି ଯାହାକି ଏକ ଦିବ୍ୟ ଅନୁଭୂତିର କ୍ଷଣ ଥିଲା । ସାମ୍ନାରେ ବସିବା କ୍ଷଣି ହିଁ ଲାଗୁଥିଲା, ଯେ ଆଦି ଶଙ୍କରଙ୍କର ଆଖିରୁ ସେହି ତେଜ ପୁଞ୍ଜ ସେହି ପ୍ରକାଶ ପୁଞ୍ଜ ପ୍ରକାଶିତ ହେଉଛି ଯାହା ଭବ୍ୟ ଭାରତର ବଶ୍ୱାସକୁ ଜାଗ୍ରତ କରୁଛି। ଶଙ୍କରାଚାର୍ଯ୍ୟ ଜୀଙ୍କ ସମାଧି ଆଉ ଥରେ ପୁଣି, ଆହୁରି ଅଧିକ ଦିବ୍ୟରୂପରେ ଆମ୍ଭମାନଙ୍କ ଗହଣରେ ଉପସ୍ଥିତ। ଏହା ସହିତ ହିଁ, ସରସ୍ୱତୀ ତଟରେ ଘାଟର ନିର୍ମାଣ ମଧ୍ୟ ହୋଇ ସାରିଛି, ଆଉ ମନ୍ଦାକିନୀରେ ନିର୍ମିତ ହୋଇଥିବା ସେତୁ ଯୋଗୁଁ ଗରୁଣଚଟ୍ଟୀ ସେହି ମାର୍ଗକୁ ମଧ୍ୟ ସୁଗମ କରି ଦିଆଯାଇଛି। ତେବେ ଗରୁଣଚଟ୍ଟୀ ସହିତ ମୋର ସମ୍ପର୍କ ହେଉଛି ଖୁବ ସ୍ୱତନ୍ତ୍ର, ଏଠାରେ ଜଣେ ଦୁଇଜଣ ପୁରୁଣା ଲୋକ ଅଛନ୍ତି ଯେଉଁମାନଙ୍କୁ ମୁଁ ଚିହ୍ନିଛି। ମୁଁ ଆପଣମାନଙ୍କର ଦର୍ଶନ କଲି ମୋତେ ଭଲ ଲାଗିଲା । ସାଧୁମାନେ ଭଲରେ ଚାଲି ଯାଆନ୍ତି, ଅର୍ଥାତ ପୁରୁଣା ଲୋକମାନେ ଏବେ ତ ଚାଲି ଯାଇଛନ୍ତି । କିଛି ଲୋକ ଏହି ସ୍ଥାନକୁ ଛାଡ଼ି ଚାଲି ଯାଇଛନ୍ତି । କିଛି ଲୋକ ଏହି ଧରାକୁ ଛାଡ଼ି ଚାଲି ଯାଇଛନ୍ତି। ଏବେ ମନ୍ଦାକିନୀ କୂଳରେ, ବନ୍ୟାରୁ ସୁରକ୍ଷା କରିବା ପାଇଁ ଯେଉଁ ପ୍ରାଚୀରର ନିର୍ମାଣ କରାଯାଇଛି, ଏହାଦ୍ୱାରା ଶ୍ରଦ୍ଧାଳୁମାନଙ୍କର ଯାତ୍ରା ଏବେ ଆହୁରି ସୁରକ୍ଷିତ ହୋଇପାରିବ। ତୀର୍ଥ- ପୁରୋହିତଙ୍କ ପାଇଁ ନୂତନ ଭାବେ ନିର୍ମାଣ କରାଯାଇଥିବା ଆବାସ ଦ୍ୱାରା ସେମାନଙ୍କୁ ଯେକୌଣସି ଋତୁରେ ସୁବିଧା ହେବ, ଭଗବାନ କେଦାରନାଥଙ୍କ ସେବା ଏବେ ସେମାନଙ୍କ ପାଇଁ କିଛି ମାତ୍ରାରେ ସରଳ ହେବ ଏବେ କିଛି ସହଜ ହେବ। ଆଉ ପୂର୍ବରୁ  ମୁଁ ଦେଖିଛି ଯଦି କେବେ ପ୍ରାକୃତିକ ବିପଦ ଆସି ଯାଉଥିଲା ତେବେ ଯାତ୍ରୀମାନେ ଏଠାରେ ଫସି ଯାଉଥିଲେ । ଫଳରେ ଏହି ପୁରୋହିତମାନଙ୍କ ଘରେ ହିଁ ଗୋଟିଏ- ଗୋଟିଏ କୋଠରୀରେ ଏତେ ଲୋକ ନିଜର ସମୟ ଅତିବାହିତ କରୁଥିଲେ। ଆଉ ମୁଁ ଦେଖୁଥିଲି ଯେ ଆମର ଏହି ପୁରୋହିତମାନେ ନିଜେ ବାହାରେ ଥଣ୍ଡାରେ ଥରୁଥିଲେ କିନ୍ତୁ ସେମାନଙ୍କ ଘରକୁ ଯେଉଁ ଯଜମାନ ଆସୁଥିଲେ, ସେମାନଙ୍କର ଚିନ୍ତା କରୁଥିଲେ। ମୁଁ ସବୁକିଛି ଦେଖିଛି, ସେମାନଙ୍କର ଭକ୍ତିଭାବକୁ ମୁଁ ଦେଖିଛି। ଏବେ ସେହି ଅସୁବିଧାରୁ ସେମାନଙ୍କୁ ମୁକ୍ତି ମିଳିବାକୁ ଯାଉଛି।

ସାଥୀଗଣ,

ଆଜି ଏଠାରେ ଯାତ୍ରୀ ସେବା ଏବଂ ସୁବିଧାଗୁଡ଼ିକ ସହିତ ଜଡ଼ିତ ଅନେକ ଯୋଜନା ସବୁର ଶିଳାନ୍ୟାସ ମଧ୍ୟ ହୋଇଛି। ପର୍ଯ୍ୟଟକଙ୍କ ସୁବିଧା କେନ୍ଦ୍ରର ନିର୍ମାଣ ହେଉ, ଯାତ୍ରୀମାନଙ୍କର ଏବଂ ଏଠାକାର ଅଂଚଳର ଲୋକମାନଙ୍କର ସୁବିଧା ପାଇଁ ଆଧୁନିକ ହସ୍ପାତାଳ ହେଉ, ସମସ୍ତ ସୁବିଧା ଥିବା ହସ୍ପାତାଳ ହେଉ, ବର୍ଷା  ଆଶ୍ରୟସ୍ଥଳ ହେଉ, ଏ ସମସ୍ତ ସୁବିଧା ଶ୍ରଦ୍ଧାଳୁମାନଙ୍କର ସେବାର ମାଧ୍ୟମ ହେବ, ସେମାନଙ୍କର ତୀର୍ଥଯାତ୍ରା ଏବେ କଷ୍ଟରୁ ମୁକ୍ତ, କେଦାରରେ ସଂଯୁକ୍ତ ଜୟ ଭୋଳାଙ୍କ ପାଦପଦ୍ମରେ ଲୀନ ହେବାରେ ଯାତ୍ରୀମାନଙ୍କୁ ଏକ ସୁଖଦ ଅନୁଭବ ହେବ।

ସାଥୀଗଣ,

ବର୍ଷ ବର୍ଷ ପୂର୍ବରୁ ଏଠାରେ ଯେଉଁ ପ୍ରଳୟ ଆସିଥିଲା, ଯେଉଁ ପ୍ରକାରର କ୍ଷତି ହୋଇଥିଲା, ତାହା ଅକଳ୍ପନୀୟ ଥିଲା । ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି କିନ୍ତୁ ମୁଁ ନିଜକୁ ନିଜେ ରୋକି ପାରି ନଥିଲି। ମୁଁ ଏଠାକୁ ଦୌଡ଼ି ଚାଲି ଆସିଲି। ମୁଁ ମୋ ନିଜ ଆଖିରେ ଏହି ପ୍ରଳୟକୁ ଦେଖିଥିଲି, ସେହି କଷ୍ଟକୁ ଦେଖିଥିଲି । ଯେଉଁ ଲୋକମାନେ ଏଠାକୁ ଆସୁଥିଲେ, ସେମାନେ ଚିନ୍ତା କରୁଥିଲେ ଯେ କ’ଣ ଏବେ ଆମର ଏହି କେଦାରଧାମ ଏହି କେଦାରପୁରୀ ପୁଣିଥରେ ଉଠି ଠିଆ ହେବ କି ? କିନ୍ତୁ ମୋ ଭିତରର ପ୍ରତିଧ୍ୱନୀ ଏହା କହୁଥିଲା ଯେ ଏହା ପୂର୍ବାପେକ୍ଷା ଅଧିକ ଗର୍ବ- ଗୌରବ ଓ ସମ୍ମାନ ସହିତ ଠିଆ ହେବ। ଆଉ ମୋର ଏହି ବିଶ୍ୱାସ ବାବା କେଦାରନାଥଙ୍କ କରଣାରୁ ଥିଲା । ଆଦିଶଙ୍କଙ୍କ ସାଧନା କାରଣରୁ ଥିଲା । ଋଷି- ମୁନି ମାନଙ୍କର ତପସ୍ୟା କାରଣରୁ ଥିଲା । କିନ୍ତୁ ଏହା ସହିତ କଚ୍ଛର ଭୂମିକମ୍ପ ପରେ କଚ୍ଛକୁ ପୁଣି ପୁନଃସ୍ଥାପିତ କରିବାର ଅନୁଭବ ମଧ୍ୟ ମୋ ପାଖରେ ଥିଲା, ଆଉ ଏଥିପାଇଁ ମୋର ବିଶ୍ୱାସ ଥିଲା ଏବଂ ଆଜି ସେହି ବିଶ୍ୱାସ ନିଜ ଆଖି ଆଗରେ ସାକାର ହେବା ଦେଖିବା, ଏହାଠାରୁ ବଡ଼ ଜୀବନରେ ଆଉ କ’ଣ ସନ୍ତୋଷ ହୋଇପାରେ। ମୁଁ ଏହାକୁ ନିଜର ସୌଭାଗ୍ୟ ବୋଲି ଭାବୁଛି ଯେ ବାବା କେଦାରଙ୍କର, ସନ୍ଥମାନଙ୍କର ଆଶୀର୍ବାଦର ଏହି ପବିତ୍ର ଧରଣୀ, ଯେଉଁ ମାଟି, ପାଣି, ପବନ କେବେ ମୋତେ ଲାଳନପାଳନ କରିଥିଲା; ତାହାର ସେବା କରିବାର ସୌଭାଗ୍ୟ ମିଳିବା ଏହାଠାରୁ  ବଡ଼ ଜୀବନରେ କ’ଣ ପୁଣ୍ୟ ହୋଇପାରେ। ଏହି ଆଦିଭୁମିରେ ଶାଶ୍ୱତ ସହିତ ଆଧୁନିକତାର ଏଇ ମିଳନ, ବିକାଶର ଏହି କାର୍ଯ୍ୟ ଭଗବାନ ଶଙ୍କରଙ୍କ ସରଳ କୃପାର ହେଉଛି ପରିଣାମ। ଏହାର ଶ୍ରେୟ ଈଶ୍ୱର ନେଇ ପାରିବେ ନାହିଁ, ଈଶ୍ୱରଙ୍କୁ ବାଦ ଦେଇ ଏହି ଶ୍ରେୟ ମନୁଷ୍ୟ ନେଇ ପାରିବ ନାହିଁ। ଈଶ୍ୱରଙ୍କ କୃପା ହିଁ ହେଉଛି ଏହାର ହକଦାର। ମୁଁ ଏହି ପୁଣ୍ୟ ପ୍ରୟାସ ପାଇଁ ଉତରାଖଣ୍ଡ ସରକାରଙ୍କୁ, ଆମର ଉର୍ଜ୍ଜାବାନ ଯୁବ ମୁଖ୍ୟମନ୍ତ୍ରୀ ଧାମୀ ମହାଶୟଙ୍କୁ ଏବଂ ଏହି କାର୍ଯ୍ୟକୁ ଦାୟିତ୍ୱର ସହ ତୁଲାଇଥିବା ସମସ୍ତ ଲୋକମାନଙ୍କୁ ଆଜି ମୁଁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରୁଛି। ଯେଉଁମାନେ ଆଣ୍ଠୁ- ଗଣ୍ଠି ଛିଣ୍ଡାଇ ଏହି ସ୍ୱପ୍ନକୁ ପୂରଣ କଲେ। ମୋତେ ଜଣାଅଛି ଯେ ଏଠାରେ ତୁଷାରପାତ ମଧ୍ୟରେ କିଭଳି ଭାବେ ଅର୍ଥାତ ବର୍ଷସାରା କାର୍ଯ୍ୟ କରିବା କଷ୍ଟକର ହୋଇଥାଏ। ଏଠାରେ କାମ କରିବା ପାଇଁ ବହୁତ କମ ସମୟ ମିଳିଥାଏ। କିନ୍ତୁ ତୁଷାରପାତ ମଧ୍ୟରେ ଆମର ଶ୍ରମିକ ଭାଇ- ଭଉଣୀ ଯେଉଁମାନେ ଏହି ପାହାଡ଼ିଆ ଅଂଚଳର ନୁହେଁ, ବାହାରୁ ଆସିଥିଲେ, ସେମାନେ ଈଶ୍ୱରୀୟ କାର୍ଯ୍ୟ ନାମରେ ବରଫ ଓ ବର୍ଷା ମଧ୍ୟରେ, ବିଯୁକ୍ତ ତାପମାତ୍ରା ମଧ୍ୟରେ କାମ ଛାଡ଼ି ଯାଉ ନଥିଲେ, କାର୍ଯ୍ୟ କରି ଚାଲିଥିଲେ। ତେବେ ଯାଇ ଏହି କାର୍ଯ୍ୟ ହୋଇ ପାରିଛି। ମୋର ମନ ଏଠାରେ ଲାଗି ରହୁଥିଲା ତେଣୁ ମୁଁ ମଝିରେ- ମଝିରେ ଡ୍ରୋନ ସହାୟତାରେ, ଟେକ୍ନୋଲୋଜିର ସହାୟତାରେ ମୋ କାର୍ଯ୍ୟାଳୟରେ ସେଠାରେ ଏକ ପ୍ରକାରର ଭର୍ଚୁଆଲ ଯାତ୍ରା କରୁଥିଲି। କ୍ରମାଗତ ଭାବେ ମୁଁ ସେସବୁର ସୂକ୍ଷ୍ମତା ଗୁଡ଼ିକୁ ଅନୁଧ୍ୟାନ କରୁଥିଲି। କାର୍ଯ୍ୟ କେତେ ପର୍ଯ୍ୟନ୍ତ ଗଲା, ଏକମାସ ଧରି କେଉଁଠି ଥିଲା। ଚଳିତ ମାସରେ କେଉଁଠି ପହଂଚିଲା, କ୍ରମାଗତ ଭାବେ ଦେଖୁଥିଲି। ମୁଁ କେଦାରନାଥ ମନ୍ଦିରର ରାୱଲ ଏବଂ ସମସ୍ତ ପୂଜାରୀମାନଙ୍କ ନିକଟରେ ମଧ୍ୟ ଆଜି ବିଶେଷ ଭାବେ କୃତଜ୍ଞତା ଜ୍ଞାପନ କରୁଛି। କାରଣ, ସେମାନଙ୍କର ସକରାତ୍ମକ ଆଭିମୁଖ୍ୟ ଯୋଗୁଁ ସେମାନଙ୍କର ସକରାତ୍ମକ ପ୍ରୟାସ ଯୋଗୁଁ ଏବଂ ସେମାନେ ପରମ୍ପରା ସହିତ ଆମର ଯେଉଁ ମାର୍ଗଦର୍ଶନ କରି ଚାଲିଥିଲେ, ସେହି କାରଣରୁ ଆମେ ଏହାର ଏକ ପୁରାତନ ପରମ୍ପରାକୁ ମଧ୍ୟ ରକ୍ଷା କରି ପାରିଲୁ ଏବଂ ଆଧୁନିକତା ମଧ୍ୟ ଆଣି ପାରିଲୁ। ଆଉ ଏଥିପାଇଁ ମୁଁ ଏହି ପୂଜାରୀ ମାନଙ୍କର, ରାୱଲ ପରିବାରଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି।

ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କ ବିଷୟରେ ଆମର ବିଦ୍ୱାନମାନେ କହିଛନ୍ତି ଶଙ୍କରାଚାର୍ଯ୍ୟ ଜୀଙ୍କ ପାଇଁ ପ୍ରତ୍ୟେକ ବିଦ୍ୱାନ କହିଛନ୍ତି- ଶଙ୍କରୋ ଶଙ୍କରଃ ସାକ୍ଷାତ ଅର୍ଥାତ ଆଚାର୍ଯ୍ୟ ଶଙ୍କର ସାକ୍ଷାତ ଭଗବାନ ଶଙ୍କରଙ୍କର ହିଁ ସ୍ୱରୂପ ଥିଲେ। ଏହି ମହିମା, ଏହି ଦିବ୍ୟତା, ତାଙ୍କ ଜୀବନର ପ୍ରତ୍ୟେକ କ୍ଷଣ, ଆମେ ଅନୁଭବ କରି ପାରୁଛେ। ତାଙ୍କ ଆଡ଼କୁ ଟିକେ ଦୃଷ୍ଟି ପକାଇଲେ ସମସ୍ତ ସ୍ମୃତି ସାମ୍ନାକୁ ଆସି ଯାଇଥାଏ। ଛୋଟ ବୟସରେ ବାଳୁତ ବୟସରେ ଅଦ୍ଭୁତବୋଧ! ବାଳକ ବୟସରେ ହିଁ ଶାସ୍ତ୍ରଗୁଡ଼ିକର, ଜ୍ଞାନ- ବିଜ୍ଞାନର ଚିନ୍ତନ ଏବଂ ଯେଉଁ ବୟସରେ ଜଣେ ସାଧାରଣ ମଣିଷ, ସାଧାରଣ ରୂପରେ ସଂସାରର କଥାକୁ ଟିକେ ଦେଖିବା, ବୁଝିବା ଆରମ୍ଭ କରିଥାଏ, ଟିକେ ସଚେତନତା ଆରମ୍ଭ ହୋଇଥାଏ, ସେହି ବୟସରେ ବେଦାନ୍ତର ଗଭୀରତାକୁ ଉଠିଏ ଗୁଡହାଦ କୋ, ସାଙ୍ଗୋପାଙ୍ଗ ବିବେଚନ, ତାହାର ବ୍ୟାଖ୍ୟା ଅବିରତ ରୂପରେ କରି ଚାଲିଥିଲେ! ଏହି ଶଙ୍କରଙ୍କ ଭିତରେ ସାକ୍ଷାତ ଶଙ୍କରତ୍ୱର ଜାଗରଣ ବିନା କିଛି ହୋଇ ନ ପାରେ। ଏହା ଶଙ୍କରତ୍ୱର ଜାଗରଣ ଥିଲା।

ସାଥୀଗଣ,

ଏଠାରେ ସଂସ୍କୃତ ଏବଂ ବେଦର ବଡ଼- ବଡ଼ ପଣ୍ଡିତମାନେ ଏଠାରେ ମଧ୍ୟ ବସିଛନ୍ତି ଆଉ ଭର୍ଚୁଆଲୀ ଆମ ସହିତ ଯୋଡ଼ି ହୋଇଛନ୍ତି। ଆପଣମାନେ ଜାଣିଛନ୍ତି ଯେ ଶଙ୍କରର ସଂସ୍କୃତ ଅର୍ଥ ହେଉଛି ବଡ଼ ସରଳ-ଶଂ କରୋତି ସଃ ଶଙ୍କରଃଅର୍ଥାତ,  ଯିଏ କଲ୍ୟାଣ କରନ୍ତି, ସେ ହେଉଛନ୍ତି ଶଙ୍କର । ଏହି କଲ୍ୟାଣକୁ ମଧ୍ୟ ଆଚାର୍ଯ୍ୟ ଶଙ୍କର ପ୍ରତ୍ୟକ୍ଷ ଭାବେ ପ୍ରମାଣିତ କରିଦେଲେ । ତାଙ୍କର ସମଗ୍ର ଜୀବନ ଯେତେ ଅସାଧାରଣ ଥିଲା, ସେତିକି ହିଁ ଜନସାଧାରଣଙ୍କ କଲ୍ୟାଣ ପାଇଁ ସମର୍ପିତ ଥିଲେ । ଭାରତ ଏବଂ ବିଶ୍ୱର କଲ୍ୟାଣ ପାଇଁ ଅହର୍ନିଶି ନିଜ ଚେତନାକୁ ସମର୍ପିତ କରି ଚାଲିଥିଲେ । ଯେତେବେଳେ ଭାରତ, ରାଗ ଦ୍ୱେଷର ଭଉଁରୀରେ ଫସି ନିଜର ଏକଜୁଟତା ହରାଉଥିଲା, ସେତେବେଳେ ଅର୍ଥାତ କେତେ ଦୂର ପର୍ଯ୍ୟନ୍ତ ସନ୍ଥମାନେ ଦେଖିପାରନ୍ତି, ସେତେବେଳେ ଶଙ୍କରାଚାର୍ଯ୍ୟ ଜୀ କହିଲେ –‘ ମେ ଦ୍ୱେଷ ରାଗୌ ମେ ଲୋଭ ମୋହୌମଦୋ ନୈବମେ ନୈବମାତ୍ସର୍ଯ୍ୟ ଭାବଃ। ଅର୍ଥାତ, ରାଗ ଦ୍ୱେଷ, ଲୋଭ, ମୋହ, ଇର୍ଷା ଅହମ୍, ଏସବୁ ଆମର ସ୍ୱଭାବ ନୁହେଁ। ଯେତେବେଳେ ଭାରତକୁ ଜାତି- ସମ୍ପ୍ରଦାୟର ସୀମାରୁ ବାହାରକୁ ଦେଖିବାର ଶଙ୍କା ଓ ଆଶଙ୍କାରୁ ଉପରକୁ ଯାଇ ମାନବ ଜାତିର ଆବଶ୍ୟକତା ଥିଲା, ସେତେବେଳେ ସେ ସମାଜରେ ଚେତନାର ପ୍ରବାହ କରିଥିଲେ- ଆଦି ଶଙ୍କର କହିଥିଲେ  ମେ ମୃତ୍ୟୁ-ଶଂକା ମେ ଜାତିଭେଦଃ। ଅର୍ଥାତ, ନାଶ- ବିନାଶର ଆଶଂକା ଗୁଡିକ, ଜାତି- ଅଜାତିର ଭେଦ ଏହା ସହ ଆମ ପରମ୍ପରାର କୌଣସି ସଂପର୍କ ନାହିଁ, ହିଂସା ନାହିଁ । ଆମେ କ’ଣ, ଆମର ଦର୍ଶନ ଏବଂ ବିଚାର କ’ଣ, ଏ ସଂପର୍କରେ ମତାମତ ଦେଇ ଆଦି ଶଂକର କହିଥିଲେ- ଚିଦାନନ୍ଦ ରୂପଃ ଶିବୋହମ୍ ଶିବୋହମ୍ ଅର୍ଥାତ ଆମେ ହିଁ ହେଉଛୁ ଆନନ୍ଦ ସ୍ୱରୂପ ଶିବ। ଜୀବତ୍ୱରେ ହିଁ ଅଛି ଶିବତ୍ୱ। ଆଉ ଅଦ୍ୱୈତର ସିଦ୍ଧାନ୍ତ କେବେ- କେବେ ଅଦ୍ୱୈତର ସିଦ୍ଧାନ୍ତକୁ ବୁଝିବା ପାଇଁ ବଡ଼- ବଡ଼ ଗ୍ରନ୍ଥ ଗୁଡିକର ଆବଶ୍ୟକତା ପଡିଥାଏ। ମୁଁ ଏତେ ବିଦ୍ୱାନ ନୁହେଁ। ମୁଁ ସରଳ ଭାଷାରେ ନିଜ କଥା ବୁଝାଉଛି। ଆଉ ମୁଁ ଏତିକି ହିଁ କହୁଛି, ଯେଉଁଠାରେ ଦ୍ୱୈତ ନାହାନ୍ତି, ସେଠାରେ ଅଦ୍ୱୈତ ଅଛନ୍ତି। ଶଙ୍କରାଚାର୍ଯ୍ୟଜୀ ଭାରତର ଚେତନାରେ ପୁଣିଥରେ ପ୍ରାଣ ସଂଚାର କରିଥିଲେ, ଆଉ ଆମକୁ ଆମର ଆର୍ଥିକ- ପରମାର୍ଥିକ ଉନ୍ନତିର ମନ୍ତ୍ର ଜଣାଇଲେ। ସେ କହିଛନ୍ତି- ଜ୍ଞାନ ବିହୀନଃ ଦେଖନ୍ତୁ ଜ୍ଞାନର ଉପାସନାର  ମହିମା  କେତେ ମହତ୍ୱ ରଖିଥାଏ। ଜ୍ଞାନ ବିହୀନଃ ସର୍ବ ମତେନତମୁକ୍ତିମ୍  ଭଜତି ଜନ୍ମ ଶତେନ।। ଅର୍ଥାତ, ଦୁଃଖ, କଷ୍ଟ ଏବଂ ସମସ୍ୟା ମଧ୍ୟରେ ଆମର ମୁକ୍ତିର ମାର୍ଗ ହିଁ ହେଉଛି ଗୋଟିଏ, ଆଉ ତାହା ହେଉଛି ଜ୍ଞାନ।

ଭାରତର ଜ୍ଞାନ- ବିଜ୍ଞାନ ଏବଂ ଦର୍ଶନର ଯେଉଁ କାଳାତୀତ ପରମ୍ପରା ଅଛି, ତାହାକୁ ଆଦି ଶଙ୍କରାଚାର୍ଯ୍ୟ ଜୀ ପୁଣିଥରେ ପୁନର୍ଜିବୀତ କଲେ, ଚେତନା ଭରି ଦେଲେ।

ସାଥୀଗଣ,

ଗୋଟିଏ ସମୟ ଥିଲା, ଯେତେବେଳେ ଆଧ୍ୟାତ୍ମକୁ, ଧର୍ମକୁ କେବଳ ରୁଢ଼ିବାଦୀ ସହିତ ଯୋଡ଼ି ଏପରି କିଛି ଭୁଲ ମର୍ଯ୍ୟାଦା ଏବଂ କଳ୍ପନାଗୁଡ଼ିକ ସହିତ ଯୋଡ଼ି ଦେଖା ଯାଉଥିଲା। କିନ୍ତୁ ଭାରତୀୟ ଦର୍ଶନ ମାନବ କଲ୍ୟାଣ କଥା କହିଥାଏ, ଜୀବନକୁ ପୂର୍ଣ୍ଣତାର ସହିତ, ସାମଗ୍ରିକ ଅଭିବ୍ୟକ୍ତି, ସାମଗ୍ରିକ ପଥ ପ୍ରଦର୍ଶନ କରିଥାଏ। ଆଦି ଶଙ୍କରାଚାର୍ଯ୍ୟଜୀ ସମାଜକୁ ଏହି ସତ୍ୟ ସହିତ ପରିଚିତ କରାଇବାର କାର୍ଯ୍ୟ କରିଥିଲେ। ସେ ପବିତ୍ର ମଠଗୁଡ଼ିକର ସ୍ଥାପନା କଲେ, ଚାରି ଧାମର ସ୍ଥାପନା କଲେ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ପୁନଃଜାଗୃତିର କାର୍ଯ୍ୟ କଲେ। ସେ ସବୁକିଛି ତ୍ୟାଗ କରି ଦେଶ, ସମାଜ ଏବଂ ମାନବତା ପାଇଁ ଜୀଉଁଥିବା ଲୋକମାନଙ୍କ ନିମନ୍ତେ ଏକ ସଶକ୍ତ ପରମ୍ପରା ପ୍ରତିଷ୍ଠା କଲେ। ଆଜି ତାଙ୍କର ଏହି ଅଧିଷ୍ଠାନ ଭାରତ ଏବଂ ଭାରତୀୟତାର ଏକ ପ୍ରକାରରେ ସ୍ୱତନ୍ତ୍ର ପରିଚୟ ହୋଇ ରହୁ । ଆମ ପାଇଁ ଧର୍ମ କ’ଣ, ଧର୍ମ ଏବଂ ଜ୍ଞାନର ସମ୍ବନ୍ଧ କ’ଣ ଆଉ ଏଥିପାଇଁ ତ କୁହାଯାଇଛି– ଅଥାତୋ ବ୍ରହ୍ମ ଜିଜ୍ଞାସା ଏହାର ମନ୍ତ୍ର ଦେଇଥିବା ଉପନିଷଦୀୟ ପରମ୍ପରା କ’ଣ ଯାହା ଆମକୁ କ୍ଷଣ-ପ୍ରତିକ୍ଷଣ ପ୍ରଶ୍ନ କରିବା ଶିଖାଇଥାଏ। ଆଉ ଏବେ ତ ବାଳକ ନଚିକେତା ଯମଙ୍କ ଦରବାରକୁ ଯାଇ ଯମଙ୍କ ଆଖିରେ ଆଖି ମିଶାଇ ପଚାରିଥାଏ, ଯମଙ୍କୁ ପଚାରିଥାଏ, ମୃତ୍ୟୁ କ’ଣ, ମୃତ୍ୟୁ ହେଉଛି କ’ଣ? କୁହନ୍ତୁ ପ୍ରଶ୍ନ ପଚାରିବା, ଜ୍ଞାନ ଅର୍ଜନ କରିବା, ଅଥାତୋ ବ୍ରହ୍ମ ଜିଜ୍ଞାସା ଭବଃ ଆମର ଏହି ପରମ୍ପରାକୁ ଆମର ମଠଗୁଡ଼ିକ ହଜାର- ହଜାର ବର୍ଷ ଧରି ଜୀବନ୍ତ କରି ରଖିଛନ୍ତି, ତାହାକୁ ସମୃଦ୍ଧ କରୁଛନ୍ତି । ସଂସ୍କୃତ ହେଉ, ସଂସ୍କୃତ ଭାଷାରେ ବୈଦିକ ଗଣିତ ଭଳି ବିଜ୍ଞାନ ହେଉ, ଏହି ମଠଗୁଡ଼ିକରେ ହଜାର- ହଜାର ଶଙ୍କରାଚାର୍ଯ୍ୟଙ୍କ ପରମ୍ପରାର ଏ ସବୁର ସଂରକ୍ଷଣ କରୁଛନ୍ତି, ପିଢ଼ୀ ପରେ ପିଢ଼ୀ ପଥ ପ୍ରଦର୍ଶନ କରିବାର କାର୍ଯ୍ୟ କରିଛନ୍ତି । ମୁଁ ବୁଝି ପାରୁଛି, ଆଜିର ଏହି ସମୟରେ ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କ ସିଦ୍ଧାନ୍ତ, ଆହୁରି ଅଧିକ ପ୍ରାସଙ୍ଗିକ ହୋଇ ଯାଇଛି।

ସାଥୀଗଣ,

ଆମର ଏଠାରେ ଶତାବ୍ଦୀ- ଶତାବ୍ଦୀ ଧରି ଚାରି ଧାମ ଯାତ୍ରାର ମହତ୍ୱ ରହିଛି, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଦର୍ଶନର, ଶକ୍ତି ପୀଠଗୁଡ଼ିକର ଦର୍ଶନର, ଅଷ୍ଟବିନାୟକ ଜୀଙ୍କ ଦର୍ଶନର ଏହି ସମସ୍ତ ଯାତ୍ରାର ପରମ୍ପରା। ଏହି ତୀର୍ଥଯାତ୍ରା ଆମର ଏଠାରେ ଜୀବନକାଳର ଅଂଶ ଭାବେ ଗ୍ରହଣ କରାଯାଇଛି । ଏହି ତୀର୍ଥଯାତ୍ରା ଆମ ପାଇଁ କେବଳ ବୁଲାବୁଲି କରିବା ପର୍ଯ୍ୟଟନ ମାତ୍ର ନୁହେଁ । ଏହା ହେଉଛି ଭାରତକୁ ଯୋଡ଼ୁଥିବା, ଭାରତକୁ ସାକ୍ଷାତ କରିବାର ଏକ ଜୀବନ୍ତ ପରମ୍ପରା। ଆମର ଏଠାରେ ପ୍ରତ୍ୟେକଙ୍କୁ, ସେ ଯିଏ ମଧ୍ୟ ହୁଅନ୍ତୁ ତାଙ୍କର ଇଚ୍ଛା ହୋଇଥାଏ ଯେ ଜୀବନରେ ଅତି କମ୍ରେ ଥରେ ମାତ୍ର ଚାରି ଧାମ ବୁଲିକରି ଆସିବେ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବେ। ମାଆ ଗଙ୍ଗାରେ ଥରେ ନିଶ୍ଚିତ ବୁଡ଼ ପକାଇବେ। ପୂର୍ବରୁ ଆମେ ଘରେ ପିଲାମାନଙ୍କୁ ଆରମ୍ଭରୁ ହିଁ ଶିଖାଉଥିଲେ, ପରମ୍ପରା ଥିଲା, ଘରେ ପିଲାମାନଙ୍କୁ ଶିଖା ଯାଉଥିଲା– ସୌରାଷ୍ଟ୍ରେ ସୋମନାଥମ୍ ଶ୍ରୀ ଶୈଳେ ମଲ୍ଲିକାର୍ଜୁନମ୍ ପିଲାଦିନେ ଶିକ୍ଷା ଦିଆ  ଯାଉଥିଲା। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଏହି ମନ୍ତ୍ର ଘରେ ବସି- ବସି ହିଁ ବୃହତ ଭାରତର ଏକ ବିଶାଳ ଭାରତକୁ ପ୍ରତିଦିନ ଯାତ୍ରା କରାଉଥିଲା। ପିଲା ଦିନରେ ହିଁ ଦେଶର ଏହି ଭିନ୍ନ- ଭିନ୍ନ ଅଂଶ ସହିତ ଯୋଡ଼ି ହେବା ଏକ ସରଳ ସଂସ୍କାର ପାଲଟି ଯାଇଥିଲା, ସେହି ଆସ୍ଥା, ସେହି ବିଶ୍ୱାସ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ଉତରରୁ ଦକ୍ଷିଣ ପର୍ଯ୍ୟନ୍ତ, ଭାରତକୁ ଏକ ଜୀବନ୍ତ ଶାଖାରେ ବଦଳାଇ ଦେଉଥିଲା, ରାଷ୍ଟ୍ରୀୟ ଏକତାର ଶକ୍ତିକୁ ବୃଦ୍ଧି କରିବା ଭଳି, ଏକ ଭାରତ- ଶ୍ରେଷ୍ଠ ଭାରତର ଭବ୍ୟ ଦର୍ଶନ ସରଳ ଜୀବନର ଅଂଶ ଥିଲା। ବାବା କେଦାରନାଥଙ୍କ ଦର୍ଶନ କରି ପ୍ରତ୍ୟେକ ଶ୍ରଦ୍ଧାଳୁ ଏକ ନୂତନ ଉର୍ଜ୍ଜା ନେଇକରି ଯାଇଥାଏ।

ସାଥୀଗଣ,

ଆଦି ଶଙ୍କରାଚାର୍ଯ୍ୟଙ୍କ ପରମ୍ପରାକୁ, ଏହି ଚିନ୍ତନକୁ ଆଜି ଦେଶ ନିଜ ପାଇଁ ଏକ ପ୍ରେରଣା ରୂପେ ଦେଖୁଛି। ଏବେ ଆମର ସାଂସ୍କୃତିକ ପରମ୍ପରାକୁ ଆସ୍ଥାର କେନ୍ଦ୍ରକୁ, ସେହି ଗୌରବ ଭାବ ସହିତ ଦେଖା ଯାଉଛି, ଯେପରି ଦେଖାଯିବା ଉଚିତ ଥିଲା। ଆଜି ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କର ଭବ୍ୟ ମନ୍ଦିର ସମ୍ପୂର୍ଣ୍ଣ ଗୌରବର ସହିତ ନିର୍ମାଣ ହେଉଛି, ଅଯୋଧ୍ୟାକୁ ତାହାର ଗୌରବ ଶତାବ୍ଦୀ- ଶତାବ୍ଦୀ ପରେ ପୁଣି ମିଳୁଛି। ଏବେ ଦୁଇ ଦିନ ପୂର୍ବେ ହିଁ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ ସମଗ୍ର ବିଶ୍ୱ ଦେଖିଛି। ଭାରତର ପ୍ରାଚୀନ ସାଂସ୍କୃତିକ ସ୍ୱରୂପ କିପରି ରହିଥିବ, ଆଜି ଆମେ ଏହାର କଳ୍ପନା କରି ପାରିବା। ସେହିଭଳି, ଉତର ପ୍ରଦେଶରେ ହିଁ କାଶୀର ମଧ୍ୟ କାୟାକଳ୍ପ ବା ପରିବର୍ତନ କରାଯାଉଛି, ଏବେ ବିଶ୍ୱନାଥ ଧାମର କାର୍ଯ୍ୟ ଦ୍ରୁତ ଗତିରେ ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହେଉଛି। ବନାରସରେ ସାରନାଥ ନିକଟରେ କୁଶୀନଗର, ବୋଧଗୟା, ଯେଉଁଠାରେ ପ୍ରତ୍ୟେକ ସ୍ଥାନରେ ଏକ ବୁଦ୍ଧ ସର୍କିଟ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଶ୍ୱର ବୁଦ୍ଧ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଭଗବାନ ରାମଙ୍କ ସହିତ ଜଡ଼ିତ ଯେତେ ମଧ୍ୟ ତୀର୍ଥ ସ୍ଥାନ ଅଛି, ତାକୁ ଯୋଡ଼ି ଏକ ସମ୍ପୂର୍ଣ୍ଣ ସର୍କିଟ ନିର୍ମାଣ କରିବାର କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ମଥୁରା, ବୃନ୍ଦାବନରେ ମଧ୍ୟ ବିକାଶର ସହିତ ସେଠାରେ ମଧ୍ୟ ଶୁଦ୍ଧତା, ପବିତ୍ରତାକୁ ନେଇ ସନ୍ଥମାନଙ୍କର, ଆଧୁନିକତା ଆଡ଼କୁ ବଦଳାଇ ଦିଆ ଯାଇଛି। ଭାବନା ଗୁଡ଼ିକର ଧ୍ୟାନ ରଖାଯାଉଛି। ଏତେ ସବୁ ଆଜି ଏଥିପାଇଁ ହେଉଛି, କାରଣ ଆଜିର ଭାରତ ଆଦି ଶଙ୍କରାଚାର୍ଯ୍ୟଙ୍କ ଭଳି ଆମର ମନିଷୀମାନଙ୍କର ନିର୍ଦ୍ଦେଶ ପ୍ରତି ଶ୍ରଦ୍ଧା ଭାବ ରଖି, ତାହା ଉପରେ ଗୌରବ କରି ଆଗକୁ ଆଗେଇ ଚାଲିଛି ।

ସାଥୀଗଣ,

ଏହି ସମୟରେ ଆମ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି। ଦେଶ ଆପଣଙ୍କ ଭବିଷ୍ୟତ ପାଇଁ, ନିଜର ପୁନଃନିର୍ମାଣ ପାଇଁ ନୂତନ ସଂକଳ୍ପ ନେଉଛି। ଅମୃତ ମହୋତ୍ସବର ଏହି ସବୁ ସଂକଳ୍ପ ଗୁଡିକରେ ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କୁ ଏକ ବହୁତ ବଡ଼ ପ୍ରେରଣା ଭାବେ ଦେଖୁଛି। ଯେତେବେଳେ ଦେଶ ନିଜ ପାଇଁ ବଡ଼- ବଡ଼ ଲକ୍ଷ୍ୟ ସ୍ଥିର କରିଥାଏ, କଷ୍ଟକର ସମୟ ଆଉ କେବଳ ସମୟ ହିଁ ନୁହେଁ ସମୟର ସୀମା ନିର୍ଦ୍ଧାରିତ କରିଥାଏ, ତେବେ କିଛି ଲୋକ କୁହନ୍ତି ଏତେ କମ୍ ସମୟ ମଧ୍ୟରେ ଏତେ ସବୁ କାର୍ଯ୍ୟ କିପରି ହେବ। ହୋଇ ପାରିବ କି ହୋଇ ପାରିବ ନାହିଁ? ଆଉ ସେତେବେଳେ ମୋ ଭିତରୁ ଏକ ସ୍ୱର ଆସେ ଶହେ ତିରିଶ କୋଟି ଦେଶବାସୀଙ୍କ ସ୍ୱର ମୋତେ ଶୁଭିଥାଏ । ଆଉ ମୋ ମୁହଁରୁ ଏହା ବାହାରିଥାଏ। ଗୋଟିଏ କଥା ହିଁ ବାହାରିଥାଏ ସମୟର ପରିସରରେ ବାନ୍ଧିହୋଇ ଭୟଭୀତ ହେବା ଏବେ ଭାରତକୁ ମଞ୍ଜୁର ନୁହେଁ । ଆପଣ ଦେଖନ୍ତୁ ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କୁ, କମ୍ ବୟସ ହୋଇଥିଲା, ଘର ପରିବାର ଛାଡିଦେଲେ, ସନ୍ୟାସୀ ପାଲଟିଗଲେ, କେଉଁଠି କେରଳର କାଲଡୀ ଆଉ କେଉଁଠି କେଦାର, କେଉଁଠାରୁ କେଉଁଠିକି ଚାଲିଆସିଥିଲେ। ସନ୍ୟାସୀ ପାଲଟିଲେ, ବହୁତ କମ୍ ବୟସରେ ଏହି ପବିତ୍ରଭୁମିରେ ତାଙ୍କ ଶରୀର ଏହି ଧରଣୀରେ ବିଲୀନ ହୋଇଗଲା, ନିଜର ଏତେ କମ୍ ସମୟରେ ସେ ଭାରତର ଭୂଗୋଳକୁ ଚୈତନ୍ୟ କରି ଦେଲେ, ଭାରତ ପାଇଁ ନୂତନ ଭବିଷ୍ୟତ ପ୍ରତିଷ୍ଠା କରିଦେଲେ । ସେ ଯେଉଁ ଉର୍ଜ୍ଜା ପ୍ରଜ୍ୱଳିତ କଲେ, ତାହା ଆଜି ମଧ୍ୟ ଭାରତକୁ ଗତିବାନ କରିଚାଲିଛି, ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଗତିମାନ କରି ରଖିବ। ସେହିପରି ସ୍ୱାମୀ ବିବେକାନନ୍ଦ ଜୀଙ୍କୁ ଦେଖନ୍ତୁ, ସ୍ୱାଧୀନତା ସଂଗ୍ରାମର ଅନେକ ଅନେକ ସଂଗ୍ରାମୀଙ୍କୁ ଦେଖନ୍ତୁ, ଏଭଳି କେତେ ମହାନ ଆତ୍ମା, ମହାନ ବିଭୂତିମାନେ ଏହି ଧରଣୀରେ ପ୍ରକଟ ହୋଇଛନ୍ତି, ଯେଉଁମାନେ ସମୟର ସୀମାକୁ ଉଳଂଘନ କରି ବହୁତ କମ୍ ସମୟରେ ଅନେକ- ଅନେକ ଯୁଗକୁ ଗଢି ଦେଇଛନ୍ତି। ଏଇ ଭାରତ ଏହି ମହାନ ବିଭୂତିମାନଙ୍କର ପ୍ରେରଣା ଗୁଡିକ ସହିତ ଚାଲିଥାଏ। ଆମେ ଶାଶ୍ୱତକୁ ଏକ ପ୍ରକାରରେ ସ୍ୱୀକାର କରି, ଆମ କ୍ରିୟାଶୀଳତା ଉପରେ ବିଶ୍ୱାସ କରିଥାଏ। ଏହି ଆତ୍ମବିଶ୍ୱାସକୁ ନେଇ ଦେଶ ଆଜି ଏହି ଅମୃତକାଳରେ ଆଗକୁ ଅଗ୍ରସର ହେଉଛି। ଆଉ ଏଭଳି ସମୟରେ, ମୁଁ ଦେଶବାସୀଙ୍କୁ ଆଉ ଏକ ଅନୁରୋଧ କରିବାକୁ ଚାହୁଁଛି। ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଐତିହାସିକ ସ୍ଥାନକୁ ଦେଖିବା ସହିତ, ଏଭଳି ପବିତ୍ର ସ୍ଥାନକୁ ମଧ୍ୟ ଅଧିକରୁ ଅଧିକ ଯାଆନ୍ତୁ, ନୂଆ ପିଢୀକୁ ନେଇ ଯାଆନ୍ତୁ, ପରିଚିତ କରାନ୍ତୁ। ମା ଭାରତୀର ସାକ୍ଷାତ କରନ୍ତୁ, ହଜାର ହଜାର ବର୍ଷର ମହାନ ପରମ୍ପରାର  ଚେତନାର ଅନୁଭୁତି କରନ୍ତୁ। ସ୍ୱାଧୀନତାର ଅମୃତକାଳରେ, ସ୍ୱାଧୀନତାର ଏହା ମଧ୍ୟ ଏକ ମହୋତ୍ସବ ହୋଇ ପାରିବ। ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କ ହୃଦୟରେ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ- ଅନୁକୋଣରେ ପ୍ରତ୍ୟେକ ଧୂଳି- ବାଲିରେ ଶଙ୍କରଙ୍କ ଭାବ ଜାଗ୍ରତ ହୋଇ ପାରିବ। ଆଉ ଏଥିପାଇଁ ବାହାରି ପଡିବାର ଏହା ହେଉଛି ପ୍ରକୃତ ସମୟ। ଯେଉଁମାନେ ପରାଧୀନତାର ଶହ- ଶହ ବର୍ଷ ସମୟ ମଧ୍ୟରେ ଆମର ଆସ୍ଥାକୁ ବାନ୍ଧି ରଖିଲେ, ଆମ ଆସ୍ଥା ଉପରେ କୌଣସି ଆଂଚ ଆଣିବାକୁ ଦେଲେ ନାହିଁ, ପରାଧୀନତାର ସମୟରେ ଏହା କୌଣସି ଛୋଟ ସେବା ନଥିଲା। ସ୍ୱାଧୀନତା ସମୟରେ ଏହି ମହାନ ସେବାକୁ, ତାହାର ପୂଜା କରିବା, ତାହାର ତର୍ପଣ କରିବା, ସେଠାରେ ତପସ୍ୟା କରିବା, ସେଠାରେ ସାଧନା କରିବା, କ’ଣ ଏହା ହିନ୍ଦୁସ୍ତାନର ନାଗରିକମାନଙ୍କର କର୍ତବ୍ୟ ନୁହେଁ? ଆଉ ଏଥିପାଇଁ ମୁଁ କହୁଛି, ଜଣେ ନାଗରିକ ଭାବେ ଆମେ ଏହି ପବିତ୍ର ସ୍ଥାନଗୁଡ଼ିକୁ ମଧ୍ୟ ଦର୍ଶନ କରିବା ଉଚିତ, ସେହି ସ୍ଥାନର ମହିମାକୁ ଜାଣିବା ଉଚିତ।

ସାଥୀଗଣ,

ଦେବଭୁମୀ ପ୍ରତି ଅସୀମ ଶ୍ରଦ୍ଧାକୁ ଦେଖି, ଏଠାକାର ଅପାର ସମ୍ଭାବନାକୁ ବିଶ୍ବାସ କରି ଉତ୍ତରାଖଣ୍ଡ ସରକାର ଏଠାରେ ବିକାଶର ମହାଯଜ୍ଞରେ ସାମିଲ ହୋଇଛନ୍ତି, ସମ୍ପୂର୍ଣ୍ଣ ଶକ୍ତି ସହିତ ଯୋଡି ହୋଇଛନ୍ତି । ଚାରିଧାମ ସଡ଼କ ପ୍ରକଳ୍ପ ଉପରେ ଦ୍ରୁତ ଗତିତରେ କାର୍ଯ୍ୟ ହେଉଛି, ଚାରିଧାମ ରାଜପଥ ସହିତ ସଂଯୋଗ ହେଉଛି । ଭବିଷ୍ୟତରେ, ଏଠାରେ କେଦାରନାଥ ଜୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ  କେବଳ କାର୍ ମାଧ୍ୟମରେ ଆସିପାରିବେ, ଏହା ସହିତ ଜଡିତ ସମସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ଏଠାରେ ନିକଟରେ ପବିତ୍ର ହେମକୁଣ୍ଡ ସାହିବ ଜୀ ମଧ୍ୟ ଅଛନ୍ତି। ହେମକୁଣ୍ଡ ସାହିବ ଜୀଙ୍କର ଦର୍ଶନ ସହଜ ହେଉ, ଏଥିପାଇଁ ଏକ ରୋପୱେ ମଧ୍ୟ ନିର୍ମାଣ ପାଇଁ ମଧ୍ୟ ଏକ ପ୍ରସ୍ତୁତି ଚାଲିଛି । ଏହା ବ୍ୟତୀତ ଋଷିକେଶ ଏବଂ କର୍ଣ୍ଣପ୍ରୟାଗକୁ ରେଳ ଯୋଗେ ସଂଯୋଗ କରିବାକୁ ପ୍ରୟାସ ଚାଲିଛି । ଏବେ ମୁଖ୍ୟମନ୍ତ୍ରୀ ମହାଶୟ କହୁଥିଲେ ଯେ ପାହାଡିଆ ଅଞ୍ଚଳର ଲୋକଙ୍କୁ ରେଳ ଦେଖିବା କଷ୍ଟକର ହୋଇଯାଇଛି । ଏବେ ରେଳ ସେବା ପହଞ୍ଚୁଛି । ଦିଲ୍ଲୀ ଦେହରାଡୁନ୍ ରାଜପଥ ନିର୍ମାଣ ହେବା ପରେ, ଦେହରାଡୁନରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ସମୟ ଆହୁରି ହ୍ରାସ ପାଇବ। ଏହି ସମସ୍ତ କାର୍ଯ୍ୟ ଉତ୍ତରାଖଣ୍ଡକୁ, ଉତ୍ତରାଖଣ୍ଡର ପର୍ଯ୍ୟଟନକୁ ପାଇଁ ବହୁତ ଲାଭଦାୟକ ହେବ। ଆଉ ମୋର ଶବ୍ଦଗୁଡ଼ିକୁ ଉତ୍ତରାଖଣ୍ଡର ଲୋକ ଲେଖିକରି ରଖନ୍ତୁ। ଯେଉଁ ଗତିରେ ଭିତ୍ତିଭୂମି ନିର୍ମାଣ କରାଯାଉଛି, ଗତ ଶହେ ବର୍ଷ ମଧ୍ୟରେ ଏଠାକୁ ଆସିଥିବା ଭକ୍ତଙ୍କ ସଂଖ୍ୟା ଆସନ୍ତା ଦଶ ବର୍ଷ ମଧ୍ୟରେ ତାହାଠାରୁ ଅଧିକ ହେବାକୁ ଯାଉଛି। ଆପଣମାନେ କଳ୍ପନା କରିପାରିବେ ଯେ ଏଠାକାର ଅର୍ଥବ୍ୟବସ୍ଥାକୁ କେତେ ବଡ଼ ଶକ୍ତି ମିଳିବାକୁ ଯାଉଛି । ଏକବିଂଶ ଶତାବ୍ଦୀର ଏହା ହେଉଛି ତୃତୀୟ ଦଶନ୍ଧି, ଏହା ହେଉଛି ଉତ୍ତରାଖଣ୍ଡର ଦଶନ୍ଧି, ମୋର ଶବ୍ଦ ଲେଖି କରି ରଖନ୍ତୁ । ମୁଁ ପବିତ୍ର ଧରଣୀରୁ କହୁଛି। ସାମ୍ପ୍ରତିକ ସମୟରେ, ଆମେ ସମସ୍ତେ ଦେଖୁଛେ କିପରି ଚାର-ଧାମ ଯାତ୍ରାରେ ଆସୁଥିବା ଭକ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ରେକର୍ଡ ଭଙ୍ଗ କରୁଛି। ଆଉ ଯଦି କୋଭିଡ୍ ହୋଇନଥାନ୍ତା, ତେବେ ମୁଁ ଜାଣେ ନାହିଁ ଏହି ସଂଖ୍ୟା କେଉଁଠାରୁ କେଉଁଠି ପହଞ୍ଚି ଯାଇଥାଆନ୍ତା। ଉତ୍ତରାଖଣ୍ଡରେ ମୁଁ ଏଥିପାଇଁ ମଧ୍ୟ ବହୁତ ଖୁସି, ବିଶେଷକରି ମୋ ମାଆ- ଭଉଣୀ ଏବଂ ପାହାଡରେ, ମାଆ ଏବଂ ଭଉଣୀମାନଙ୍କର ଶକ୍ତିର ଏକ ସାମର୍ଥ୍ୟ ଥାଏ। ଯେଉଁଭଳି ଭାବରେ ଉତ୍ତରାଖଣ୍ଡର ଛୋଟ- ଛୋଟ ସ୍ଥାନରେ ପ୍ରକୃତିର କୋଳରେ ଘରେ ପର୍ଯ୍ୟଟକ ରହିବାର ନେଟୱାର୍କ(ଷ୍ଟେ ହୋମ୍) ପ୍ରତିଷ୍ଠା ହେଉଛି । ଶହ ଶହ ଷ୍ଟେ ହୋମ୍ ନିର୍ମାଣ କରାଯାଉଛି ଏବଂ ମାଆ ଓ ଭଉଣୀ ଏବଂ ଯାତ୍ରୀମାନେ ମଧ୍ୟ ଆସୁଛନ୍ତି ଷ୍ଟେ ହୋମକୁ ପସନ୍ଦ କରୁଛନ୍ତି। ରୋଜଗାର ମଧ୍ୟ ଉପଲବ୍ଧ ହେବାକୁ ଯାଉଛି, ଆତ୍ମ ସମ୍ମାନର ସହିତ ବଞ୍ଚିବାର ଏକ ସୁଯୋଗ ମଧ୍ୟ ମିଳିବାକୁ ଯାଉଛି ।ଏଠାକାର ସରକାର  ଯେଭଳି ଭାବରେ ବିକାଶର କାର୍ଯ୍ୟ ସହିତ ଯୋଡି ହୋଇଛନ୍ତି, ତାହାର ଆଉ ଏକ ଲାଭ ହୋଇଛି। ନଚେତ ଏଠାରେ ସର୍ବଦା କୁହାଯାଉଥିଲା ପାହାଡର ପାଣି ଏବଂ ପାହାଡର ଯୌବନ କେବେ ପାହାଡର କାର୍ଯ୍ୟରେ ଆସି ନ ଥାଏ। ମୁଁ ଏହି କଥାକୁ ବଦଳାଇ ଦେଲି ଏବେ ପାଣି ମଧ୍ୟ ପାହାଡର କାର୍ଯ୍ୟରେ ଆସିବ, ଆଉ ଯୌବନ  ମଧ୍ୟ ପାହାଡର କାର୍ଯ୍ୟରେ ଆସିବ। ପଳାୟନକୁ ରୋକିବାର ଅଛି, ଗୋଟିଏ ପରେ ଗୋଟିଏ ଯେଉଁ ପଳାୟନ ହେଉଛି, ଚାଲନ୍ତୁ ସାଥୀଗଣ, ମୋର ଯୁବ ସାଥୀଗଣ, ଏହି ଦଶକ ହେଉଛି ଆପଣମାନଙ୍କର, ହେଉଛି ଉତରାଖଣ୍ଡର । ହେଉଛି ଉଜ୍ଜ୍ୱଳ ଭବିଷ୍ୟତର। ବାବା କେଦାରଙ୍କ ଆଶୀର୍ବାଦ ଆମ ସହିତ ଅଛି।

ଏହି ଦେବଭୂମି, ମାତୃଭୂମିର ରକ୍ଷା କରୁଥିବା ଅନେକ ବୀର ପୁଅ-ଝିଅଙ୍କ ଏହା ମଧ୍ୟ ହେଉଛି ଜନ୍ମସ୍ଥଳୀ । ଏଠାକାର କୌଣସି ଘର, କୌଣସି ଗାଁ ଏଭଳି ନାହିଁ, ଯେଉଁଠାରେ ପରାକ୍ରମର ଗାଥା ସହିତ କେହି ପରିଚିତ ନଥିବେ। ଆଜି ଦେଶ ଯେଭଳି ଭାବରେ ନିଜ ସେନାର ଆଧୁନିକୀକରଣ କରୁଛି ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରୁଛି, ଫଳରେ ହଜାର-ହଜାର ବୀର ସୈନିକଙ୍କ ଶକ୍ତି ଆହୁରି ବୃଦ୍ଧି ପାଉଛି। ଆଜି ସେମାନଙ୍କ ଆବଶ୍ୟକତାକୁ, ସେମାନଙ୍କ ଆଶାକୁ ଅନେକ ପରିବାରର ଆବଶ୍ୟକତାଗୁଡ଼ିକ ପ୍ରତି ବହୁତ ପ୍ରାଥମିକତା ଦେଇ କାର୍ଯ୍ୟ କରାଯାଉଛି। ଏହା ହେଉଛି ଆମ ସରକାର, ଯିଏକି ‘ୱାନ୍ ରାଙ୍କ– ୱାନ୍ ପେନସନ’ର ଚାରି ଦଶକ ପୁରୁଣା ଦାବୀକୁ ଗତ ଶତାବ୍ଦୀର ଦାବୀକୁ ଏହି ଶତାବ୍ଦୀରେ ଆମେ ପୂରଣ କରିଛୁ। ମୁଁ ସନ୍ତୋଷ ଯେ ମୋର ଦେଶର ସୈନିକ ଯବାନଙ୍କ ପାଇଁ ମୋତେ ସେବା କରିବାର ସୁଯୋଗ ମିଳିଲା। ଏହାର ଲାଭ ଉତରାଖଣ୍ଡର ପାଖାପାଖି ହଜାର-ହଜାର ପରିବାରଙ୍କୁ ମିଳିଛି, ଦେଶ ପାଇଁ ପ୍ରାଣବଳୀ ଦେଇଥିବା ପରିବାରଙ୍କୁ ମିଳିଛି।

ସାଥୀଗଣ,

ଉତରାଖଣ୍ଡ କରୋନା ବିରୋଧୀ ଲଢ଼େଇରେ ଯେଭଳି ଭାବେ ଅନୁଶାସନ ଦେଖାଇଛି, ତାହା ମଧ୍ୟ ହେଉଛି ବହୁତ ଅଭିନନ୍ଦନୀୟ ଓ ପ୍ରଶଂସନୀୟ। ଭୌଗୋଳିକ ସମସ୍ୟାକୁ ଅତିକ୍ରମ କରି ଆଜି ଉତରାଖଣ୍ଡ, ଉତରାଖଣ୍ଡର ଲୋକମାନେ ଶତ ପ୍ରତିଶତ ପ୍ରଥମ ଡୋଜ ଟିକା ଲକ୍ଷ୍ୟ ହାସଲ କରି ନେଇଛନ୍ତି। ଏହା ଉତରାଖଣ୍ଡର ଶକ୍ତିକୁ ଦର୍ଶାଉଛି, ଉତରାଖଣ୍ଡର ସାମର୍ଥ୍ୟକୁ ଦର୍ଶାଉଛି। ଯେଉଁ ଲୋକମାନେ ପାହାଡ଼ଗୁଡ଼ିକ ସହିତ ପରିଚିତ ଅଛନ୍ତି, ସେମାନଙ୍କୁ ଜଣାଅଛି, ଏହି କାର୍ଯ୍ୟ ସହଜ ହୋଇ ନଥାଏ। ଘଂଟା- ଘଂଟା ଧରି ପାହାଡ଼ର ଶୀଖରକୁ ଯାଇ ଦୁଇଟି ଅବା ପାଂଚୋଟି ପରିବାରକୁ ଟିକା ଦେଇ ରାତି-ରାତି ଚାଲି ଘରକୁ ଫେରିବାକୁ ହୋଇଥାଏ, କେତେ କଷ୍ଟ ହୋଇଥାଏ, ମୁଁ ଅନୁମାନ କରି ପାରୁଛି। ଏହା ପରେ ମଧ୍ୟ ଉତରାଖଣ୍ଡ କାର୍ଯ୍ୟ କରିଛି, କାହିଁକି ନା ଉତରାଖଣ୍ଡର ଗୋଟିଏ ଗୋଟିଏ ପରିବାରର ଜୀବନକୁ ବଂଚାଇବାର ଅଛି। ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ମହାଶୟ, ମୁଁ ଆପଣଙ୍କୁ ଏବଂ ଆପଣଙ୍କ ଟିମକୁ ଶୁଭେଚ୍ଛା ଜଣାଉଛି । ମୋର ବିଶ୍ୱାସ ଯେ ଉତରାଖଣ୍ଡ ଯେତେ ଉଚ୍ଚତାରେ ଅବସ୍ଥିତ ତା’ଠାରୁ ଅଧିକ ଶୀଖର ମୋର ଉତରାଖଣ୍ଡ ହାସଲ କରି ରହିବ। ବାବା କେଦାରଙ୍କ ଭୂମିରେ ଆପଣ ସମସ୍ତଙ୍କ ଆଶୀର୍ବାଦରେ ଦେଶର କୋଣ- ଅନୁକୋଣରେ ଥିବା ସନ୍ଥମାନଙ୍କର, ମହନ୍ତମାନଙ୍କର, ଋଷି- ମୁନୀଙ୍କର, ଆଚାର୍ଯ୍ୟମାନଙ୍କର ଆଶୀର୍ବାଦ ସହିତ ଆଜି ଏହି ପବିତ୍ର ଧରଣୀରୁ ଅନେକ ସଂକଳ୍ପ ସହିତ ଆମେ ଆଗକୁ ବଢ଼ିବା । ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରତ୍ୟେକ ଲୋକ ଦେଶକୁ ନୂତନ ଶୀଖରରେ ପହଂଚାଇବାର ସଂକଳ୍ପ କରନ୍ତୁ। ଦୀପାବଳି ପରେ ଏକ ନୂତନ ଉଦ୍ଦୀପନା, ଏକ ନୂତନ ଆଲୋକ, ନୂତନ ଶକ୍ତି ଆମକୁ ନୂଆ କିଛି କରିବାର ସାମର୍ଥ୍ୟ ପ୍ରଦାନ କରୁ। ମୁଁ ପୁଣିଥରେ ଭଗବାନ କେଦାରନାଥଙ୍କ ପାଦତଳେ, ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କ ଚରଣରେ ପ୍ରଣାମ କରି ଆପଣ ସମସ୍ତଙ୍କୁ ଆଉ ଥରେ ଦିୱାଲୀର ଏହି ମହାପର୍ବରୁ ନେଇ ଛଠ୍ ପୂଜା ପର୍ଯ୍ୟନ୍ତ ଅନେକ ପର୍ବ ଆସୁଛି, ଏହିସବୁ ପର୍ବ ପାଇଁ ଆପଣମାନଙ୍କୁ ଅନେକ-ଅନେକ ଶୁଭକାମନା ଜଣାଉଛି । ମୋ ସହ ପ୍ରେମର ସହିତ କୁହନ୍ତୁ, ଭକ୍ତିର ସହ କୁହନ୍ତୁ, ନିମଗ୍ନ ହୋଇ କୁହନ୍ତୁ ।

ଜୟ କେଦାର!

ଜୟ କେଦାର!

ଜୟ କେଦାର!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Passenger vehicle sales jump 34.4% in July

Media Coverage

Passenger vehicle sales jump 34.4% in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”