It is wonderful how Daman has become a mini-India. People from all over the country live and work here: PM
I congratulate the people and local administration for making this place ODF. This is a big step: PM
The Government is taking several steps for the welfare of fishermen, says PM Modi
Our entire emphasis on the 'blue revolution' is inspired by the commitment to bring a positive difference in the lives of fishermen: PM

ବିଶାଳ ସଂଖ୍ୟାରେ ଆସିଥିବା ଦାମନର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ବୋଧହୁଏ ଦାମନର ଇତିହାସରେ ପୂର୍ବରୁ ନା କେବେ ଏତେ ବଡ଼ ଜନ ସମୁଦ୍ର ଆସିଥିବ ଏବଂ ନା କେବେ ଦାମନର, ଦିଉର ବିକାଶ ପାଇଁ ପାଖା ପାଖି ଏକ ହଜାର କୋଟି ଟଙ୍କାର ଯୋଜନା କେବେ ଲାଗୁ କରାଯାଇଥିବ – ତାହା ବୋଧହୁଏ ପୂର୍ବରୁ କେବେ ହୋଇ ନ ଥିବ ।

ଭାଇ ଓ ଭଉଣୀମାନେ, ଯେଉଁଭଳି ଭାବରେ ଦାମନ-ଦିଉ, ଦାଦରା ନଗର ହବେଳୀ- ଏହି ସମସ୍ତ କ୍ଷେତ୍ରରେ ବିକାଶର ଏ ନୂତନ ବାତାବରଣ ସୃଷ୍ଟି ହୋଇଛି । ଆଜି ଦାମନ ଗୋଟିଏ ପ୍ରକାରରେ କ୍ଷୁଦ୍ର-ଭାରତ ପାଲଟି ଯାଇଛି । ହିନ୍ଦୁସ୍ଥାନର ଏପରି କୌଣସି ରାଜ୍ୟ ନ ଥିବ ଯେଉଁଠାରେ ଦୁଇ-ପାଂଚ, ଦୁଇ-ପାଂଚ ପରିବାର ଦାମନରେ ରହୁ ନ ଥିବେ । ଯେ କେହି ଦାମନକୁ ନିଜର ଘର କରି ନେଇଛନ୍ତି । ଆଉ ଏଥିପାଇଁ ଯେଉଁ କଥା ଆମେ ଦିଲ୍ଲୀ, ମୁମ୍ବାଇରେ ଦେଖୁଛୁ, ସେଭଳି ସାମାଜିକ ଜୀବନ ଆମକୁ ଦାମନରେ ଦେଖିବାକୁ ମିଳୁଛି । ଗୋଟିଏ ଆପଣାର ଭାବ, ଗୋଟିଏ ଭାତୃଭାବ, ଅନେକ ଭାଷାରେ କଥା ହେଉଥିବା ଲୋକ ସମୂହ ଏବଂ ଆଜି ଯେବେ ମୁଁ  ବିମାନ ବନ୍ଦରରୁ ଏଠାକୁ ଆସୁଥିଲି, ମୁଁ ସମଗ୍ର ରାସ୍ତାରେ ଦୁଇ ପଟକୁ ଦେଖୁଥିଲି, ଯେପରିକି ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ ଉତ୍ସାହ ଏବଂ ଉଦ୍ଦୀପନାରେ ପୁରି ଉଠିଥିଲା ।

ଭାଇ ଓ ଭଉଣୀମାନେ, ଦାମନରେ ସ୍ୱଚ୍ଛତା ପ୍ରତି ଏତେ  ସଚେତନତା ଏବଂ ଦାମନରେ ଏତେ ବଡ଼ ସଫେଇ ଅଭିଯାନ, ଦାମନ ଗୋଟିଏ ପ୍ରକାରରେ ପର୍ଯ୍ୟଟନ ସ୍ଥଳ ହୋଇ ଯାଇଛି, ଆଉ ଯେବେ ସଫେଇ ହୋଇଥାଏ ତେବେ ବାହାରର ଲୋକଙ୍କୁ ଆସିବାକୁ ମନ ହୋଇଥାଏ । ଯଦି ପର୍ଯ୍ୟଟନ ବୃଦ୍ଧି ପାଇଥାଏ ତ ଏଠାକାର ଲୋକଙ୍କୁ ରୋଜଗାର ମିଳିଥାଏ । ଆଉ ଆଜି ଦାମନ, ଦିଉ ସହିତ ଯୋଡ଼ି ହୋଇ ଯାଇଛି, ହେଲିକପ୍ଟର ସେବା ମାଧ୍ୟମରେ ଯୋଡ଼ି ହୋଇ ଯାଇଛି ଆଉ ଏଥିପାଇଁ ଦକ୍ଷିଣ ଭାରତ ପଟୁ ଯେଉଁମାନେ ଯାତ୍ରା କରିବା ପାଇଁ, ଆସିବା ପାଇଁ ଚାହୁଁଥିବେ, ସୋମନାଥ ଯିବାକୁ ଚାହୁଁଥିବେ, ଗିର(Gir)ର ସିଂହ ଦେଖିବାକୁ ଯିବାକୁ ଚାହୁଁଥିବେ, ସେମାନେ ଦାମନ ଆସିବେ ଆଉ ହେଲିକପ୍ଟରରେ ଚାଲି ଯିବେ; ଆପଣ ଦେଖନ୍ତୁ ଦାମନର କେତେ ବିକାଶ ହେବ । ଆଉ ଏବେ ଦିଉକୁ ମଧ୍ୟ ଅହମ୍ମଦାବାଦ ସହିତ ଯୋଡ଼ି ଦିଆଯାଇଛି । ଅର୍ଥାତ ଗୋଟିଏ ପ୍ରକାରରେ ଦିଉ ଏବଂ ଦାମନ ବିକାଶର ମୁଖ୍ୟ ଧାରାରେ ଯୋଡ଼ି ହୋଇ ଯାଇଛନ୍ତି ।

ଭାଇ ଓ ଭଉଣୀମାନେ, ମୋତେ ଅବଗତ କରାଯାଇଛି କି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାମନ ଓଡିଏଫ୍ ଭାବେ ନିଜକୁ ନିଜେ ସଜାଇ ନେଇଛି, ବାହ୍ୟ ମଳମୁକ୍ତ, ଖୋଲାରେ ଶୌଚ ଯିବାରୁ ମୁକ୍ତି । ଏଠାରେ 2,000 ରୁ ଅଧିକ ଶୌଚାଳୟ ତିଆରି କରାଗଲା । ମୁଁ ନିଜକୁ ନିଜେ ଏହି କାର୍ଯ୍ୟ ପାଇଁ ପ୍ରଶାସନକୁ ଏବଂ ଏଠାକାର ସଚେତନ ନାଗରିକଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି କି ଆପଣ ମାନେ ଏହି ବାହ୍ୟ ମଳ ମୁକ୍ତ, ସାର୍ବଜନିକ ସ୍ଥାନରେ ଶୌଚରୁ ମୁକ୍ତି । ଏହା ଗୋଟିଏ ପ୍ରକାରରେ ହେଉଛି ମାତୃ ସମ୍ମାନର ଆନ୍ଦୋଳନ, ହେଉଛି ନାରୀ ସମ୍ମାନର ଆନ୍ଦୋଳନ ।

ଆଉ ମୁଁ ତ ଯେତେବେଳେ ଥରେ ଉତ୍ତରପ୍ରଦେଶ ଯାଇଥିଲି, ମୋ ଲୋକସଭା କ୍ଷେତ୍ରରେ ଶୌଚାଳୟ ତିଆରି କରିବାର ଅଭିଯାନ ଥିଲା, ତ ମୁଁ ଦେଖିଲି କି ଉତ୍ତରପ୍ରଦେଶ ସରକାର ଗୋଟିଏ ବଢ଼ିଆ କାମ କରିଛନ୍ତି-ସେମାନେ ଶୌଚାଳୟରେ ବୋର୍ଡ ଲଗାଇଛନ୍ତି ଆଉ ତାହାର ନାମ ରଖିଛନ୍ତି – ଇଜ୍ଜତ ଘର । ଆଉ ବାସ୍ତବିକତା ହେଉଛି, ଶୌଚାଳୟ-ଏହା ହେଉଛି ଇଜ୍ଜତ ଘର । ଆମର ମାଆ, ଭଉଣୀଙ୍କ ଇଜ୍ଜତ ପାଇଁ  ଶୌଚାଳୟ ହେବା ହେଉଛି ବହୁତ ଆବଶ୍ୟକ । ତ ଆଜି ଆପଣମାନେ ସେହି କାମକୁ ମଧ୍ୟ କରି ଦେଇଛନ୍ତି ।

ଦାମନରେ ଏକ ସବୁଜ ଆନ୍ଦୋଳନ ଆରମ୍ଭ ହୋଇଛି – ସ୍ୱଚ୍ଛତାର ଅଭିଯାନ ହେଉ, ଇ-ରିକ୍ସାର କଥା ହେଉ, ସିଏନଜି ଟେକ୍ସିର କଥା ହେଉ । ଆଉ ମୁଁ, ଏବେ ଆପଣମାନେ ମଧ୍ୟ ଦାମନକୁ ଗୋଟିଏ ନୂଆ ରୂପରେ ଦେଖିବେ-ଏଠାକାର ଭଉଣୀ-ଝିଅମାନେ ଇ-ରିକ୍ସା ନେଇ ଦାମନରେ ଚାଲୁଥିବେ ଆଉ ଦାମନର ପର୍ଯ୍ୟାବରଣ ମଧ୍ୟ ରକ୍ଷା କରିବେ । ଆଉ ଯେଉଁ ଦାମନ-ଗୋଟିଏ ପ୍ରକାରରେ ଏହା ହେଉଛି ଶାନ୍ତିପ୍ରିୟ ଅଂଚଳ, ଏହା ଗଣ୍ଡଗୋଳିଆ ଅଂଚଳ ନୁହେଁ । ମିଳିମିଶି ରହୁଥିବା ଲୋକଙ୍କର ଅଂଚଳ-ଏଠାରେ ଯେବେ ମାଆ, ଭଉଣୀ ସେମାନେ ସେହି ଇ-ରିକ୍ସା ଚଲାଉଥିବେ ତ ସ୍ୱାଭାବିକ ଭାବେ ସେହି ଯାତ୍ରୀଭାବେ ଯେଉଁମାନେ ଆସୁଥିବେ ସେମାନଙ୍କ ମନରେ ମଧ୍ୟ ମାଆ ଭଉଣୀ ମାନଙ୍କ ପ୍ରତି ଅଧିକ ସମ୍ମାନ ବଢ଼ିବ ଆଉ ଦାମନର ଏକ ନୂଆ ପରିଚୟ ସୃଷ୍ଟି ହେବ ।

ସିଏନଜି ଆନ୍ଦୋଳନ ହେଉ, ଇ-ରିକ୍ସାର କଥା ହେଉ ଅଥବା ଏଠାରେ ଏଲଇଡ଼ି ବଲ୍ବ ଲଗାଇବାର ଅଭିଯାନ ହେଉ-ପ୍ରାୟ ଏକ ଲକ୍ଷ 40 ହଜାର ବଲ୍ବ ଏହି ଏତେ ଛୋଟ ଅଂଚଳରେ ବଂଟା ଯାଇଛି । ଆଉ ଏହି କାରଣରୁ ଯେଉଁମାନଙ୍କ ଘରେ ବିଜୁଳି ଅଛି, ସେହି ଘରେ ବିଜୁଳି ବିଲ୍ ରେ ଯେଉଁ ହ୍ରାସ ଘଟିଛି, ବିଜୁଳି ବିଲ୍ ପଇସା ବଂଚି ଯାଇଛି । କେବଳ ଦାମନରେ ମଧ୍ୟମ ବର୍ଗର ପରିବାରର ପାଖାପାଖି ସାତ କୋଟି ଟଙ୍କାର ସଂଚୟ ଏଲଇଡ଼ି ବଲ୍ବ ଲଗାଇବାରୁ ବିଜୁଳି ବିଲ୍ ରେ ହୋଇଛି । ଆଉ ଏହା ପ୍ରତିବର୍ଷ ହେବାକୁ ଯାଉଛି ।

ମୁଁ ବୁଝିପାରୁଛି କି ଏଠାରେ ଦୂରଦୃଷ୍ଟିର ସହିତ ଯେଉଁ ଯୋଜନା ଗୁଡ଼ିକ ପ୍ରସ୍ତୁତ ହୋଇଛି, ଆଜି ମଧ୍ୟ ଆମ ଦେଶରେ କାରଖାନା ପ୍ରତିଷ୍ଠା ହେଉଛି କିନ୍ତୁ ଶ୍ରମିକ ମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦିଆଯାଉଛି । ସେମାନେ କାରଖାନାକୁ ଆସୁଛନ୍ତି, କାମ କରୁଛନ୍ତି, କିନ୍ତୁ କେଉଁଠାରେ ରହୁଛନ୍ତି, କେଉଁଠାରେ ଖାଉଛନ୍ତି, ସେମାନଙ୍କର କୌଣସି ଗୁରୁତ୍ୱ ନାହିଁ? ତାହା ଉପରେ କେହି ଧ୍ୟାନ ଦେଉ ନାହାଁନ୍ତି ।

ମୁଁ ଶ୍ରୀମାନ ପ୍ରଫୁଲ୍ଲ ଭାଇ ପଟେଲଙ୍କୁ ହୃଦୟର ସହିତ ବହୁତ-ବହୁତ ଅଭିନନ୍ଦନ ଜଣାଇବାକୁ ଚାହୁଁଛି କି ଦାମନ ହେଉଛି ଏକ ଔଦ୍ୟୋଗିକ ନଗରୀ । ସାରା ଦେଶର ଲୋକ କାମ କରିବା ପାଇଁ ଏଠାକୁ ଆସୁଛନ୍ତି ଆଉ ଗୋଟିଏ-ଗୋଟିଏ ଛୋଟ-ଛୋଟ ଘରେ 15-15, 20-20ଲୋକ ରହିଥାଆନ୍ତି । ସେ ଜଣେ ଯେତେବେଳେ କାମ କରିବାକୁ ଯାଇଥାଏ ତ ଅନ୍ୟ ଦଳ ଶୋଇଥାଆନ୍ତି । ସେ କାମରୁ ଫେରିଥାଏ, ତ ସେ ଶୋଇଥାଏ ଆଉ ପ୍ରଥମରୁ ଶୋଇଥିବା ଲୋକ କାମକୁ ଯାଇଥାଏ, ଶୋଇବା ପାଇଁ ମଧ୍ୟ ସିଫ୍ଟ ବ୍ୟବସ୍ଥା ଚାଲିଥାଏ ।

ସରକାରୀ ଘରୋଇ ଭାଗିଦାରୀର ଏତେ ଉତ୍ତମ ମଡେଲ ପ୍ରସ୍ତୁତ କରି ଦାମନକୁ କାମ କରିବାକୁ ଆସୁଥିବା ଲୋକମାନଙ୍କ ପାଇଁ ଏକ ଉତ୍ତମ ପ୍ରକାରର ରହିବାର ବ୍ୟବସ୍ଥା-ତାହା ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି । ଏହା ଦ୍ୱାରା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ ଆସିବ । ଆଉ ସବୁଠାରୁ ବଡ଼, ଯେଉଁ ଉଦ୍ୟୋଗପତିମାନେ ସରକାରଙ୍କ ସହିତ ଭାଗିଦାରୀ କରିବା ପାଇଁ ଆଗକୁ ଆସିବେ, ମୁଁ ସେମାନଙ୍କୁ ବିଶ୍ୱାସ ଦେଉଛି କି-ଏହି ଶ୍ରମିକ ମାନଙ୍କୁ, ଆମର ଏହି ଶ୍ରମିକ ଭାଇ-ଭଉଣୀମାନଙ୍କୁ ଯଦି ରହିବା ପାଇଁ ଭଲ ଜାଗା ମିଳିଯାଏ, ଖାଇବାର ସୁବିଧା ମିଳିଯାଏ, ତ ସେମାନେ ନିଜର ଯେଉଁ ଶକ୍ତି ଅଛି ତାହାକୁ ସଂପୂର୍ଣ୍ଣ ଭାବେ ଆପଣଙ୍କର କାରଖାନାର ଉତ୍ପାଦନରେ ଲଗାଇ ଦେଇ ଥାଆନ୍ତି । ଆପଣଙ୍କର ଉତ୍ପାଦକତା ବଢ଼ାଇ ଦେଇ ଥାଆନ୍ତି । ଆପଣମାନେ ଘର ତିଆରି କରିବାରେ ଯେଉଁ ଧନ ଲଗାଇବାକୁ ଯାଉଛନ୍ତି, ତା’ଠାରୁ ଅଧିକ ଧନ ଆମର ସେହି ଶ୍ରମିକମାନେ, ବହୁତ ଭଲ ଉତ୍ପାଦନ କରି ଗୋଟିଏ ବର୍ଷରେ ଆପଣମାନଙ୍କ ଲାଭ ବଢ଼ାଇ ଦେବେ, ଏହା ମୋର ବିଶ୍ୱାସ ଅଛି ।

ଏହା ଖୁସିର କଥା କି ଆଜି ଏଠାରେ ଆମର ଅଧିକାଂଶ ଶ୍ରମିକ ଭାଇ ଭଉଣୀ ଏକୁଟିଆ ରହୁଛନ୍ତି, ଗାଁରେ ମାଆ ବାପାଙ୍କୁ ଛାଡ଼ି ଏଠାକୁ ଆସିଛନ୍ତି । ଆଉ ଯାହା ମଧ୍ୟ ମିଳି ଯାଉଛି ତାହା ଖାଇ ଚଳି ଯାଉଛନ୍ତି । କିନ୍ତୁ ଆଜି ଏହି ଶ୍ରମିକ ଭାଇ ଭଉଣୀମାନଙ୍କୁ ଭଲ ଖାଦ୍ୟ ମିଳୁ, ଜଣେ ଶ୍ରମିକ ଖର୍ଚ୍ଚ କରିପାରୁ, ତାକୁ ସେତିକି ପଇସା ମିଳୁ; ଏଥିପାଇଁ ଏକ ସାର୍ବଜନିକ ଭୋଜନର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଆଜି ଏଠାରେ ପ୍ରାରମ୍ଭ କରାଯାଉଛି । ଆଗାମୀ ଦିନରେ ଏହାର ଲାଭ ମଧ୍ୟ ଏଠାକାର ଶ୍ରମିକ ଭାଇ ଭଉଣୀଙ୍କୁ ମିଳିବ, ଭଲ ଖାଦ୍ୟ ମିଳୁ, ଭଲ ନିଦ ପାଇଁ ଜାଗା ମିଳୁ, ସକାଳେ ନିତ୍ୟ କର୍ମ, ସ୍ନାନ କରିବା ପାଇଁ ବ୍ୟବସ୍ଥା ମିଳିଯାଉ – ମୁଁ ବୁଝି ପାରୁଛି କି ସେହି ଶ୍ରମିକ ଏହି ଦାମନ ଏବଂ ଏହି ଦେଶର ବିକାଶ ପାଇଁ କେବେ ପଛଘୁଂଚା ଦେବ ନାହିଁ, ଏହା ମୋର ପୂରା ବିଶ୍ୱାସ ରହିଛି ।

ଜଳ ବିଶୋଧନ ପ୍ରକଳ୍ପ – ଆଜି ମଧ୍ୟ ଆମ ଦେଶରେ ଅନେକ ସହର ଅଛି ଯେଉଁଠାରେ 100 ପ୍ରତିଶତ ବିଶୋଧିତ ପାଣି ବୋଧ ହୁଏ ପହଂଚୁଥିବ କି ପହଂଚୁନଥିବ – କହିବା କଷ୍ଟକର । କିନ୍ତୁ ଏବେ ମୋତେ ଏଠାରେ କୁହା ଯାଇଛି କି ଦାମନ ଭିତରେ ଜଳ ବିଶୋଧନ ପ୍ରକଳ୍ପ ଯୋଗୁଁ ଏବେ ଦାମନର ନାଗରିକମାନଙ୍କୁ ବିଶୋଧିତ ପାଣି ମିଳି ଯାଉଛି, ପିଇବା ଯୋଗ୍ୟ ଶୁଦ୍ଧ ପାଣି ସେମାନଙ୍କୁ ପ୍ରାପ୍ତ ହେଉଛି, ଅର୍ଥାତ ସାଧାରଣ ମଣିଷର ସୁଖପାଇଁ, ଏଠାରେ ଆଜି ଚିନ୍ତା କରାଯାଉଛି ।

ଆମ ଦେଶରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର, ଏହା କମ୍ କରିବା ପାଇଁ ଆମର ଏଠାରେ କୁପୋଷଣରୁ ମୁକ୍ତି ପାଇଁ ଭାରତ ସରକାରଙ୍କ ତରଫରୁ ଶହ-ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଆଜି ଦାମନରେ ଏକ ନୂତନ ଶୁଭାରମ୍ଭ ହୋଇଛି । ଭାରତ ସରକାରଙ୍କ ଏହି ଯୋଜନାକୁ ସେହି ପରିବାର ମଧ୍ୟରେ – ଯେଉଁଠାରେ 14-18 ବର୍ଷ ବୟସର ଝିଅ ଅଛନ୍ତି, ଯେଉଁଠାରେ ପ୍ରସ୍ତୁତି ମାତା ଅଛନ୍ତି, ଯେଉଁଠାରେ ଛୋଟ-ଛୋଟ ପିଲା ଅଛନ୍ତି, ସେମାନଙ୍କୁ ପୁଷ୍ଟିକର ଆହାର ମିଳୁ -ଏଥିପାଇଁ ଏକ ଆହାର କିଟ୍ ପ୍ରତ୍ୟେକ ମାସରେ ସେମାନଙ୍କୁ ଦେବାର କାମ ଆଉ ତାହା ମଧ୍ୟ ଆଜି ମୋ ହାତରେ କିଛି ପରିବାରକୁ ଦେବାର ସୌଭାଗ୍ୟ ମିଳିଲା ।

ମୁଁ ଆଶା କରୁଛି କି ଏହି ପରିବାରଗୁଡ଼ିକୁ ସରକାରଙ୍କର ଏହି ଯୋଜନାରୁ ଯେଉଁ ସହାୟତା ମିଳିଛି, ତାହାର ଉପଯୋଗ ଏପରି ହେବା ଉଚିତ ନୁହେଁ, କି ଏବେ ଏହା ଆସିଗଲା ତ ଘରକୁ ପୂର୍ବରୁ ଆସୁଥିବା ଜିନିଷ ଆଣିବା ବନ୍ଦ କରିଦେବା, ଏଭଳି କରିବା ନାହିଁ । ଯାହା ପ୍ରଥମରୁ ଖର୍ଚ୍ଚ କରୁଥିଲେ, ତାହାଠାରୁ ଏହା ହେଉଛି ଅତିରିକ୍ତ – ତେବେ ଯାଇ ଆପଣଙ୍କର 14-18 ବର୍ଷ ଝିଅର ଶରୀରର ବିକାଶ ହେବ ।

ଯଦି ସେହି ଝିଅର ଶରୀରର ବିକାଶ ହେବ, ସେ ଯଦି ସଶକ୍ତ ହେବ; ଯେତେବେଳେ ମାଆ ହେବ ତ ପିଲା ମଧ୍ୟ ସଶକ୍ତ ମିଳିବ । ଆଉ ଯେଉଁ ଦେଶର ପିଲା ସଶକ୍ତ ହେବ, ସେହି ଦେଶ ମଧ୍ୟ ସଶକ୍ତ ହେବ; ଏହି କାର୍ଯ୍ୟ ଏହି ଯୋଜନା ଅଧୀନରେ ହେଉଛି ।

ଭାଇ ଓ ଭଉଣୀମାନେ – ଦିଉ, ଏବେ ସ୍ମାର୍ଟ ସିଟିରେ ତାହାର ନମ୍ବର ଲାଗି ଯାଇଛି । ବହୁବିଧ ଯୋଜନା ଦିଉ ସହିତ ଯୋଡ଼ି ହୋଇଛି । ଏଠାରେ ଆପଣମାନଙ୍କର ବିଶ୍ୱବିଦ୍ୟାଳୟର ସ୍ୱପ୍ନ ଥିଲା, ଥିଲା ନା? ଆପଣମାନଙ୍କୁ ଲାଗୁଥିଲା ସୁରତ-ନର୍ମଦା ବିଶ୍ୱବିଦ୍ୟାଳୟରେ କେତେ ଦିନ ପର୍ଯ୍ୟନ୍ତ ରହିବା? ଭାରତ ସରକାର ଆପଣମାନଙ୍କ ପାଇଁ ମଧ୍ୟ ଏକ ବିଶ୍ୱବିଦ୍ୟାଳୟ ଦେବା ପାଇଁ ନିଷ୍ପତ୍ତି କରିଛନ୍ତି ।

ଆମର ମତ୍ସ୍ୟଜୀବୀ ଭାଇ ଓ ଭଉଣୀ, କିରୋସିନିରେ ଚାଲୁଥିବା ଡଙ୍ଗା, କିରୋସିନିରେ ଚାଲୁଥିବା ଡଙ୍ଗା । ମୁଁ ଖୁସି କି ମାଛ ମାରୁଥିବା ଆମର ଭାଇ ଭଉଣୀମାନଙ୍କୁ ଶୁଳ୍କ ଶୂନ୍ୟ କରି ଦିଆଯିବ । ଫଳରେ…କିନ୍ତୁ ଏହା ସହିତ ମୁଁ ମୋର ମାଛ ଧରୁଥିବା ଭାଇ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଆଉ ମୁଁ ଶ୍ରୀମାନ ପ୍ରଫୁଲ୍ଲ ଭାଇ ଆଉ ଏଠାକାର MP ଙ୍କୁ ମଧ୍ୟ କହିବାକୁ ଚାହୁଁଛି କି-ଆମକୁ କେବଳ ଏଠାରେ ଅଟକିବାର ନାହିଁ । ଏବେ ଭାରତ ସରକାର ନୀଳ ବିପ୍ଳବ ଅଧୀନରେ ଆମର ମାଛ ଧରୁଥିବା ଭାଇ ଓ ଭଉଣୀମାନଙ୍କ ପାଇଁ ଏକ ଦୀର୍ଘକାଳୀନ ଡଙ୍ଗା ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଉଠାଇଛନ୍ତି । ଯଦି ଆପଣ ପାଞ୍ଚ-ଦଶ ମତ୍ସ୍ୟଜୀବୀ ଏକାଠି ହୋଇ ଗୋଷ୍ଠୀ ଗଠନ କରିବେ-ବ୍ୟାଙ୍କରୁ ଆପଣମାନଙ୍କ ଋଣ ଦିଆଯିବ, ସେଥିରେ ରିହାତି ଦିଆଯିବ ଆଉ ଆପଣ ଏହି ନୂଆ ବୋଟ୍ ନେଇ ଗଭୀର ସମୁଦ୍ରକୁ ଯାଇ ପାରିବେ ଏବଂ ଗଭୀର ସମୁଦ୍ରରୁ ଆପଣ ସବୁଠାରୁ ଅଧିକ ମାଛ ଧରି ପାରିବେ, ଉତ୍ତମ ପ୍ରକାରର ମାଛ ଆଣି ପାରିବେ । ଏଠାରେ ପାଖା-ପାଖି ଆପଣମାନେ ବୁଲୁଛନ୍ତି ଆଉ 12 ଘଂଟା କାମ କଲା ପରେ ଯେତିକି ମାଛ ନେଇ ଆସୁଛନ୍ତି, ଏହି ନୂତନ ବୋଟ ସାହାଯ୍ୟରେ ଭିତରକୁ ଯାଇ ଏହି କାମ ଦୁଇ ଘଂଟାରେ କରି ଆସି ପାରିବେ ।

ମୁଁ ଚାହୁଁଛି କି ଦାମନର ସମୁଦ୍ର କୂଳରେ, ଦିଉର ସମୁଦ୍ର କୂଳରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଉ ଆଉ ସେହି ପ୍ରକଳ୍ପ ଅଧୀନରେ ଏଠାକାର ମାଛଧରାଳୀ ପରିବାରଙ୍କ ଦ୍ୱାରା ସମୁଦ୍ର ଘାସ ଚାଷ କରାଯାଉ, ସମୁଦ୍ର ଭିତରେ ଲୁଣି ପାଣିରେ ଏହି ଘାସ ହୋଇଥାଏ । ଆଉ ତାହା ଯାହା ଉତ୍ପାଦନ ହୋଇଥାଏ, ତାହାକୁ ଆମ କ୍ଷେତରେ ଲୋକ ଚାଷ କରନ୍ତୁ, ତା’ଠାରୁ ଉତ୍ତମ ଉର୍ବରକ କିଛି ହୋଇ ପାରେ ନାହିଁ । ତା’ଠାରୁ ଉତ୍ତମ ଫସଲ କିଛି ହୋଇ ପାରେ ନାହିଁ, ବହୁତ ଆରାମରେ ଏହି କାମକୁ କରାଯାଇ ପାରେ । ଆଉ ମୁଁ ଚାହିଁବି କି ପ୍ରଫୁଲ୍ଲ ଭାଇ ଏହି ପଦକ୍ଷେପକୁ ନେଇ ଆଉ ଏହି କାମକୁ ଏକ ନୂତନ ମଡେଲ, ଦେଶ ସାମ୍ନାରେ ଏକ ମଡେଲ ପ୍ରସ୍ତୁତ କରନ୍ତୁ । ଆଉ ମୋର ବିଶ୍ୱାସ ଅଛି କି ଦିଉ-ସାମନ ଏହି କାର୍ଯ୍ୟ ବହୁତ ସହଜରେ ହୋଇ ପାରିବ ।

ଭାଇ ଓ ଭଉଣୀମାନେ, ଯୋଗାଯୋଗ ବ୍ୟବସ୍ଥା ହେଉ, ଡିଜିଟାଲ ଯୋଗାଯୋଗ ବ୍ୟବସ୍ଥା ହେଉ, ଘରେ ଏଲଇଡ଼ି ବଲ୍ବ ଲଗାଇବାର କଥା ହେଉ, ରାସ୍ତା ତିଆରି କରିବାର କଥା ହେଉ, ସେତୁ ତିଆରି କରିବାର ହେଉ, ସମୁଦ୍ର ପଥରେ ମଧ୍ୟ ଦିଉକୁ ଯୋଡ଼ିବା ଦିଗରେ ଆମେ କାମ କରୁଛୁ । ଆପଣ କଳ୍ପନା କରି ବାରିବେ କି 15-15ଘଂଟା ଯେଉଁଠାକୁ ଲାଗୁଥିଲା, ଏବେ ଏକ ଘଂଟାରେ ଆପଣ ପହଂଚିଯିବେ – କେତେ ସମୟ ବଂଚିବ, କେତେ ପଇସା ବଂଚିବ ଆଉ ଏଠାକାର ଲୋକଙ୍କୁ କେତେ ଲାଭ ହେବ ।

ଭାଇ ଓ ଭଉଣୀମାନେ, ଦାମନ ଏକ ବିକାଶର ନୂତନ ଶିଖରକୁ ଯାଉ । ଆମର ଦିଉ-ଦାମନ ସିଲଭାସାରୁ ସମଗ୍ର ଅଂଚଳ ଦେଶ ସାମ୍ନାରେ ଏକ ମଡେଲ ଭାବେ ଠିଆ ହେଉ, ଏହା ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି କି ଆପଣମାନେ ଆଜି ଏତେ ଅଧିକ ସଂଖ୍ୟାରେ ଆସି ମୋତେ ଯେଉଁ ସ୍ନେହ ଦେଇଛନ୍ତି, ଆଶୀର୍ବାଦ ଦେଇଛନ୍ତି, ଏଥିପାଇଁ ମୁଁ ହୃଦୟର ସହିତ ଆପଣମାନଙ୍କ ନିକଟରେ ବହୁତ-ବହୁତ କୃତଜ୍ଞ ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”