Subject of water was very important to Atal ji and very close to his heart: PM Modi
Water crisis is worrying for us as a family, as a citizen and as a country also it affects development: PM Modi
New India has to prepare us to deal with every situation of water crisis: PM Modi

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାଜନାଥ ସିଂହ ମହାଶୟ, ଶ୍ରୀ ଗଜେନ୍ଦ୍ର ଶେଖାୱତ ମହାଶୟ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଏବଂ ଭଦ୍ର ମହିଳାଗଣ!

ସମଗ୍ର ଦେଶର ଅନେକ ସାଧାରଣ ସେବା କେନ୍ଦ୍ରରୁ ଆସିଥିବା ହଜାର ହଜାର ଲୋକ, ବିଶେଷ କରି ଗାଁର ପଞ୍ଚ-ସରପଞ୍ଚ ମଧ୍ୟ ଏହି ସମୟରେ ଆମ ସହିତ ଯୋଡ଼ି ହୋଇଛନ୍ତି ।

ଏହା ବ୍ୟତିତ ହିମାଚଳ ପ୍ରଦେଶର ମନାଲୀରୁ ସେଠାକାର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ମହାଶୟ, ଜଙ୍ଗଲ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ସିଂହ ଠାକୁର ମହାଶୟ, ସାଂସଦ ରାମ ସ୍ୱରୂପ ଶର୍ମା ମହୋଦୟ ମଧ୍ୟ ଟେକ୍ନୋଲଜି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ଅଛନ୍ତି ।

ସେମାନଙ୍କ ସହିତ ଅଟଳ ମହାଶୟଙ୍କ ପ୍ରିୟ ଗ୍ରାମରୁ ମଧ୍ୟ କିଛି ଲୋକ ଯୋଡ଼ି ହୋଇଛନ୍ତି ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ମଧ୍ୟ କରୁଛି, ଅଭିନନ୍ଦନ ମଧ୍ୟ ଜଣାଉଛି ।

ଆଜି ଏହି ମଂଚ ଉପରୁ ସର୍ବପ୍ରଥମେ ମୁଁ ଦେଶର ଲୋକମାନଙ୍କୁ, ଦୁନିଆକୁ, ଖ୍ରୀଷ୍ଟମାସ ପାଇଁ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ।

ମେରୀ କ୍ରିସମାସ!!!

ଆଜି ଭାରତର ଦୁଇ ଦୁଇଟି ରତ୍ନ, ଆମ ସମସ୍ତଙ୍କର ଶ୍ରଦ୍ଧେୟ ଅଟଳ ମହାଶୟ ଏବଂ ମହାମନା ମଦନ ମୋହନ ମାଲବ୍ୟ ମହାଶୟଙ୍କର ହେଉଛି ମଧ୍ୟ ଜନ୍ମ ଦିବସ ।

ମୁଁ ସେମାନଙ୍କୁ ପ୍ରଣାମ କରୁଛି, ଦେଶ ତରଫରୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋତେ ଅବଗତ କରାଯାଇଛି କି ପ୍ରୀଣୀଠାରେ ଆଜି ଅଟଳ ମହାଶୟଙ୍କ ସ୍ମୃତିରେ ଯଜ୍ଞ କରାଯାଇଛି, କିଛି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି ।

ସାଥୀଗଣ,

ଆଜି ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏକ ବଡ଼ ପ୍ରକଳ୍ପର ନାମକୁ ଅଟଳ ମହାଶୟଙ୍କୁ ସମର୍ପିତ କରାଯାଇଛି ।

ହିମାଚଳ ପ୍ରଦେଶକୁ ଲଦ୍ଦାଖ ଏବଂ ଜମ୍ମୁ କଶ୍ମୀର ସହିତ ଯୋଡୁଥିବା, ମନାଲୀକୁ ଲେହ ସହିତ ସଂଯୋଗ କରୁଥିବା, ରୋହତାଙ୍ଗ ସୁଡ଼ଙ୍ଗ, ଏବେ ଅଟଳ (ଟନଲ) ସୁଡ଼ଙ୍ଗ ନାମରେ ପରିଚିତ ହେବ ।

ହିମାଚଳର ଲୋକମାନଙ୍କୁ, ପ୍ରୀଣୀର ଲୋକମାନଙ୍କୁ ଏହା ହେଉଛି ସରକାରଙ୍କ ତରଫରୁ ଅଟଳ ମହାଶୟଙ୍କ ଜନ୍ମଦିନରେ ଏକ ଛୋଟିଆ ଉପହାର ।

ସେ ସେହି ଅଟଳ ମହାଶୟ ହିଁ ଥିଲେ, ଯିଏକି ଏହି ସୁଡ଼ଙ୍ଗର ଗୁରୁତ୍ୱକୁ ବୁଝିଥିଲେ ଏବଂ ଏହାକୁ ନିର୍ମାଣ କରିବାର ରାସ୍ତା ପ୍ରସ୍ତୁତ କରିଥିଲେ ।

ଅଟଳ ମହାଶୟଙ୍କ ନାମରେ ଏହି ସୁଡ଼ଙ୍ଗର ନାମକରଣ ହେବା, ହିମାଚଳ ପ୍ରତି ତାଙ୍କର ସ୍ନେହ ଏବଂ ଅଟଳ ମହାଶୟଙ୍କ ପ୍ରତି ଆପଣମାନଙ୍କର ଆଦର ଏବଂ ଅସୀମ ଭଲ ପାଇବାର ହେଉଛି ପ୍ରତୀକ ।

ସାଥୀଗଣ,

ପାଣି ବା ଜଳ ବିଷୟ ଅଟଳ ମହାଶୟଙ୍କ ପାଇଁ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଥିଲା, ତାଙ୍କ ହୃଦୟର ବହୁତ ନିକଟତର ଥିଲା ।

ଜଳକୁ ନେଇ ତାଙ୍କର ଦୃଷ୍ଟିକୋଣ, ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି ।

ଅଟଳ ଜଳ ଯୋଜନା ହେଉ କିମ୍ବା ଜଳ ଜୀବନ ମିଶନ ସହିତ ଜଡ଼ିତ ମାର୍ଗଦର୍ଶୀକା, 2024 ମଧ୍ୟରେ ଦେଶର ପ୍ରତ୍ୟେକ ଘରକୁ ଜଳ ପହଂଚାଇବାର ସଙ୍କଳ୍ପକୁ ସିଦ୍ଧ କରିବାରେ ଏହା ହେଉଛି ଏକ ବହୁତ ବଡ଼ ପଦକ୍ଷେପ ।

ସାଥୀଗଣ,

ଏହା ହେଉଛି ତ ଜଳ, ଯିଏକି ଘର, କ୍ଷେତ ଏବଂ ଉଦ୍ୟୋଗକୁ ପ୍ରଭାବିତ କରିଥାଏ ।

ଆଉ ଆମର ଏଠି ଜଳ ସ୍ରୋତଗୁଡ଼ିକର ସ୍ଥିତି ଯେ କିପରି ରହିଛି, ଏହି କଥା କାହାକୁ ଅଜଣା ନାହିଁ ।

ଏହି ଜଳ ସଙ୍କଟ ଗୋଟିଏ ପରିବାର ଭାବେ, ଜଣେ ନାଗରିକ ଭାବେ ଆମ ପାଇଁ ଚିନ୍ତାଜନକ ତ ଅଟେ, ଗୋଟିଏ ଦେଶ ଭାବେ ଚିନ୍ତାକଲେ ଏହା ହିଁ ଦେଶର ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ ।

ନିଉ ଇଣ୍ଡିଆରେ ଆମକୁ ଜଳ ସଙ୍କଟର ପ୍ରତ୍ୟେକ ପ୍ରକାରର ପରିସ୍ଥିତି ସହିତ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତ କରିବାକୁ ହେବ ।

ଏଥିପାଇଁ ଆମେ ପାଞ୍ଚୋଟି ସ୍ତରରେ ଏକା ସହିତ କାର୍ଯ୍ୟ କରୁଛୁ ।

ପ୍ରଥମ- ଜଳ ସହିତ ଜଡ଼ିତ ଯେଉଁ ମନ୍ତ୍ରଣାଳୟ ରହିଛି, ଆମେ ସେମାନଙ୍କର ସ୍ଥାଣୁତାକୁ ଭାଙ୍ଗିଲୁ ।

ଦ୍ୱିତୀୟ- ଭାରତ ଭଳି ବିବିଧତାରେ ଭରି ରହିଥିବା ଦେଶରେ ଆମେ ପ୍ରତ୍ୟେକ କ୍ଷେତ୍ରର ମୃତ୍ତିକାର ସ୍ଥିତିକୁ ଦେଖି ଯୋଜନାଗୁଡ଼ିକର ସ୍ୱରୂପ ସ୍ଥିର କରିବା ଉପରେ ଗୁରୁତ୍ୱ ଦେଲୁ ।

ତୃତୀୟ- ଯେଉଁ ପାଣି ଉପଲବ୍ଧ ହେଉଛି, ତାହାର ଉପଯୁକ୍ତ ସଂଚୟ ଏବଂ ବିତରଣ ଉପରେ ଧ୍ୟାନ ଦେଲୁ ।

ଚତୁର୍ଥ- ଜଳର ଗୋଟିଏ ଗୋଟିଏ ବୁନ୍ଦାର ଉପଯୋଗ ହେଉ, ଜଳର ପୁନର୍ବିନିଯୋଗ ହେଉ, ଏହି ଯୋଜନାଗୁଡ଼ିକୁ ପ୍ରାଥମିକତା ଦେଲୁ

ଏବଂ

ପଞ୍ଚମ- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଜନ ଜାଗରଣ ଏବଂ ଜନଭାଗିଦାରୀ ।

ସାଥୀଗଣ,

ନିର୍ବାଚନ ପୂର୍ବରୁ ଯେତେବେଳେ ଆମେ ପାଣି ପାଇଁ ସମର୍ପିତ ଏକ ଜଳ ଶକ୍ତି ମନ୍ତ୍ରଣାଳୟର କଥା କହିଥିଲୁ, ତ କିଛି ଲୋକଙ୍କୁ ଲାଗିଥିଲା କି ଏହା ହେଉଛି କିଭଳି ପ୍ରତିଶୃତି ।

କିନ୍ତୁ ବହୁତ କମ ଲୋକ ଏହି କଥା ଉପରେ ଗୁରୁତ୍ୱ ଦେଲେ କି କାହିଁକି ଏହାର ଆବଶ୍ୟକତା ରହିଥିଲା ।

ସାଥୀଗଣ,

ବର୍ଷ ବର୍ଷ ଧରି ଆମର ଏଠି ପାଣି ସହିତ ଜଡ଼ିତ ବିଷୟ, ସେ ହୁଏତ ଜଳ ଉତ୍ସ ହେଉ, ସଂରକ୍ଷଣ ହେଉ, ପରିଚାଳନା ହେଉ, ସମସ୍ତ ସଂଚାଳନ ଏବଂ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ରହିଥିଲା ।

ଅର୍ଥାତ ଗୋଟିଏ ପ୍ରକାରରେ କହିବାକୁ ଗଲେ ଯେଉଁ ସ୍ଥାଣୁତାର କଥା ମୁଁ କହୁଛି, ତାହାର ଏହା ଏକ ସର୍ବୋତମ ଉଦାହରଣ ଥିଲା ।

ଏହି କାରଣରୁ କେଉଁଠି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ, କେଉଁଠି କେନ୍ଦ୍ର ସରକାରଙ୍କର ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ, କେଉଁଠି ଭିନ୍ନ ଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ଅଧିକାଂଶ ସମୟରେ ବିବାଦ ଲାଗି ରହୁଥିଲା, କିଛି ନା କିଛି ଅସୁବିଧା ଆସୁଥିଲା ।

ଏହା ଫଳରେ ଅସୁବିଧା ଏହା ହେଲା କି ପାଣି ଭଳି ମୌଳିକ ଆବଶ୍ୟକତା ପାଇଁ ଯେଉଁ ସାମଗ୍ରିକ ଦୃଷ୍ଟିକୋଣ ହେବା ଦରକାର ଥିଲା, ତାହା ପୂର୍ବର ସରକାରମାନଙ୍କ ସମୟରେ ଆପଣାଇ ପାରି ନଥିଲେ ।

ଜଳ ଶକ୍ତି ମନ୍ତ୍ରଣାଳୟ ଏହି ସଂକଳିତ ଦୃଷ୍ଟିକୋଣ ଦ୍ୱାରା ଜଳକୁ ବାହାରକୁ ବାହାର କଲେ ଏବଂ ବ୍ୟାପକ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କଲେ ।

ଚଳିତ ମୌସୁମୀ ସମୟରେ ଆମେ ଦେଖିଲୁ କି ସମାଜ ତରଫରୁ, ଜଳଶକ୍ତି ମନ୍ତ୍ରଣାଳୟ ତରଫରୁ ଜଳ ସଂରକ୍ଷଣ ପାଇଁ କିଭଳି ବ୍ୟାପକ ଭାବେ ପ୍ରୟାସ ହୋଇଛି ।

ସାଥୀଗଣ,

ଯେଉଁ କ୍ଷେତ୍ରୀୟ ବିବିଧତାର କଥା ମୁଁ କହିଲି, ତାହା ଜଳ ସହିତ ଜଡ଼ିତ ଯୋଜନାଗୁଡ଼ିକ ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ।

ଆମର ଏଠି ତ କୁହାଯାଇଥାଏ କି ପ୍ରତ୍ୟେକ କୋଶକ ଦୂରତାରେ ପାଣି ବଦଳି ଯାଇଥାଏ ।

ଆଉ ଯେଉଁ ଦେଶ ହେଉଛି ଏତେ ବିବିଧ, ଏତେ ବିସ୍ତୃତ, ସେଠାରେ ପାଣି ଭଳି ବିଷୟ ପାଇଁ ଆମକୁ ପ୍ରତ୍ୟେକ କ୍ଷେତ୍ରର ଆବଶ୍ୟକତାକୁ ଦେଖିକରି ଆଗକୁ ବଢ଼ିବାକୁ ହେବ ।

ଏହି ଚିନ୍ତାଧାରା ଅଟଳ ଜଳ ଯୋଜନାର ଆଧାର ସ୍ଥିର କରିଛି ।

ଅର୍ଥାତ ଗୋଟିଏ ପଟେ ଜଳ ଜୀବନ ମିଶନ ରହିଛି, ଯାହା ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପାଇପ ଦ୍ୱାରା ଜଳ ପହଂଚାଇବାର କାର୍ଯ୍ୟ କରିବ ଏବଂ ଅନ୍ୟ ପଟେ ଅଟଳ ଜଳ ଯୋଜନା ରହିଛି, ଯାହା ସେହିସବୁ କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବ ଯେଉଁଠି ଭୂ-ତଳ ଜଳ ବହୁତ ନିମ୍ନରେ ରହିଛି ।

ଏହି ଯୋଜନା ଫଳରେ ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ, ଏହି ସାତୋଟି ରାଜ୍ୟର ଭୂ-ତଳ ଜଳକୁ ଉପରକୁ ଆଣିବାରେ ବହୁତ ସାହାଯ୍ୟ ମିଳିବ ।

ଏହି ସାତୋଟି ରାଜ୍ୟର 78ଟି ଜିଲ୍ଲାରେ, 8300ରୁ ଅଧିକ ଗ୍ରାମ ପଞ୍ଚାୟତରେ ଭୂ-ତଳ ଜଳର ସ୍ତର ଚିନ୍ତାଜନକ ସ୍ଥିତିରେ ରହିଛି ।

ଏହାଦ୍ୱାରା କେଉଁ ପ୍ରକାରର ସମସ୍ୟା ସେଠାକାର ଲୋକମାନଙ୍କୁ ଉଠାଇବାକୁ ପଡ଼ିଥାଏ, ତାହା ଏବେ ଆମ ସହିତ ସିଧାସଳଖ ଭାବେ ଯୋଡ଼ି ହୋଇଥିବା ସାଥୀ ବହୁତ ଭଲ ଭାବେ ଜାଣିଛନ୍ତି ।

ଏହି ଅଂଚଳର କୃଷକମାନଙ୍କୁ, ପଶୁପାଳକମାନଙ୍କୁ, ଛୋଟ-ଛୋଟ ଉଦ୍ୟୋଗୀମାନଙ୍କୁ, ସେଠାକାର ମହିଳାମାନଙ୍କୁ ହେଉଥିବା ଅସୁବିଧା ସବୁ କାହାକୁ ଆଉ ଅଛପା ହୋଇ ନାହିଁ ।

ସାଥୀଗଣ,

ଲୋକମାନଙ୍କୁ ଏହି ଅସୁବିଧାଗୁଡ଼ିକରୁ ମୁକ୍ତି ମିଳୁ, ଜଳ ସ୍ତରରେ ସୁଧାର ହେଉ, ଏଥିପାଇଁ ଆମ୍ଭମାନଙ୍କୁ ଜାଗ୍ରତ ହୋଇ ଅଭିଯାନ ଚାଲୁ କରିବାକୁ ହେବ, କୃତ୍ରିମ ବୁଦ୍ଧିମତା, ଇଂଟରନେଟ ଅଫ ଥିଙ୍ଗସ ଏବଂ ଜରୁରୀ ଡାଟା ସବୁକୁ ଯୋଡ଼ିବାକୁ ହେବ ।

ଆଉ ସବୁଠାରୁ ପ୍ରମୁଖ କଥା, ଆମକୁ ଜଳ ସଂରକ୍ଷଣ ଏବଂ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ହେବ ଫଳରେ ପାଣିର ପ୍ରତିଟି ବୁନ୍ଦାର ଉପଯୋଗ ଉଚିତ ରୂପେ ହେବ ।

ଏହା ତେବେ ହେବ କିପରି ହେବ ?

ଏହି ଟିମର ନେତୃତ୍ୱ କିଏ ନେବ?

ଅଫିସର, କର୍ମଚାରୀ, ଅମଲା?

ନାହିଁ ।

ଏଥିପାଇଁ ଆମକୁ ସେହି ଲୋକମାନଙ୍କ ପାଖକୁ ଯିବାକୁ ପଡ଼ିବ, ସେହି ଲୋକମାନଙ୍କୁ ଯୋଡ଼ିବାକୁ ହେବ, ଯେଉଁମାନେ ପାଣିର ବ୍ୟବହାର କରୁଛନ୍ତି, ଯେଉଁମାନେ ଜଳ ସଙ୍କଟ ଦ୍ୱାରା ପ୍ରଭାବିତ ହେଉଛନ୍ତି ।

ଏଥିପାଇଁ ଆମକୁ ଆମର ସେହି ମାଆ ଭଉଣୀମାନଙ୍କ ପାଖକୁ ଯିବାକୁ ପଡ଼ିବ ଯେଉଁମାନେ ହେଉଛନ୍ତି ପ୍ରକୃତରେ ଘରର ମୁଖିଆ । ଘରେ ପାଣିର ବ୍ୟବହାର ଆବଶ୍ୟକତା ଅନୁସାରେ ହିଁ ହେଉ, ଯେତେ ଅଧିକ ସମ୍ଭବ ପୁନର୍ବିନିଯୋଗ କରାଯାଉଥିବା ପାଣିରେ କାମ ଚଳାଯାଉ, ଏହି ଅନୁଶାସନ ଘର ଭିତରେ ହିଁ ଆଣିବାକୁ ହେବ ।

ଏଥିପାଇଁ ଆମକୁ କୃଷକମାନଙ୍କ ପାଖକୁ ମଧ୍ୟ ଯିବାକୁ ହେବ ।

ଆମର କ୍ଷେତ ଭୂତଳ ଜଳ ଦ୍ୱାରା ସେଚନ ଉପରେ ଅଧିକ ନିର୍ଭରଶୀଳ ।

କିନ୍ତୁ ଏହା ମଧ୍ୟ ସତ୍ୟ କି ଆମ ସିଂଚନ ବ୍ୟବସ୍ଥାର ପୁରୁଣା ଉପାୟ ଦ୍ୱାରା ବହୁତ ଗୁଡ଼ିଏ ପାଣି ନଷ୍ଟ ହୋଇ ଯାଉଛି ।

ଏହା ବ୍ୟତୀତ ଆଖୁ ହେଉ, ଧାନ ହେଉ, ବହୁତ ଗୁଡ଼ିଏ ଏଭଳି ଫସଲ ରହିଛି ଯେଉଁଗୁଡ଼ିକ ବହୁତ ଅଧିକ ଜଳ ଆବଶ୍ୟକ କରିଥାଏ ।

ଏହି ପ୍ରକାରର ଫସଲ, ଯେଉଁଠାରେ ହୋଇଥାଏ, ସେଠାରେ ବହୁତ ଥର ଏହା ଦେଖିବାକୁ ମିଳିଥାଏ କି ଏହିସବୁ ସ୍ଥାନରେ ଭୂତଳ ଜଳସ୍ତର ଖୁବ ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି ।

ଏହି ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଆମକୁ କୃଷକମାନଙ୍କୁ ସଚେତନ କରାଇବାକୁ ହେବ କି ବର୍ଷା ଜଳ ସଂଚୟ କରିବା ପାଇଁ, ବିକଳ୍ପ ଫସଲ ଉତ୍ପାଦନ କରିବା ପାଇଁ ସଚେତନ କରିବାକୁ ହେବ, ଅଧିକରୁ ଅଧିକ ଅଣୁ-ଜଳସେଚନ ଆଡ଼କୁ ବଢ଼ିବାକୁ ହେବ, ଆମକୁ ପ୍ରତି ବୁନ୍ଦା ଜଳ- ଅଧିକ ଫସଲ(ପର ଡ୍ରପ ମୋର କ୍ରପ)କୁ ପ୍ରୋତ୍ସାହନ ଦେବାକୁ ହେବ ।

ସାଥୀଗଣ,

ଯେତେବେଳେ ଆମେ ଘର ପାଇଁ କିଛି ଖର୍ଚ୍ଚ କରୁ, ତ ଆମର ଆୟ ଏବଂ ବ୍ୟାଙ୍କ ବାଲାନ୍ସକୁ ମଧ୍ୟ ଦେଖି ନିଜର ବଜେଟ ତିଆରି କରିଥାଉ । ଠିକ ସେମିତି ଯେଉଁଠାରେ ପାଣି କମ ରହିଛି, ସେଠାରେ ଗାଁର ଲୋକମାନଙ୍କୁ ଜଳ ବଜେଟ ତିଆରି କରିବା ପାଇଁ, ସେହି ଆଧାରରେ ଫସଲ ଉତ୍ପାଦନ କରିବା ପାଇଁ ଆମକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ।

ଆଉ ଏଠାକୁ ଗାଁର ଯେଉଁସବୁ ଲୋକମାନେ ଆସିଛନ୍ତି, ଯେଉଁମାନେ ଆମ ସହିତ ସିଧାସଳଖ ଭାବେ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମୁଁ ଜଣାଇବାକୁ ଚାହୁଁଛି ଅଟଳ ଜଳ ଯୋଜନାରେ ସବୁଠାରୁ ଅଧିକ ଦାୟିତ୍ୱ ଆପଣମାନଙ୍କର ହିଁ ରହିଛି ।

ଆପଣମାନେ ଯେତେ ଅଧିକ ଭଲ କାମ କରିବେ, ତା’ଫଳରେ ଗାଁର ମଙ୍ଗଳ ହିଁ ତ ହେବ, ଗ୍ରାମ ପଞ୍ଚାୟତଗୁଡ଼ିକର ମଧ୍ୟ ମଙ୍ଗଳ ହେବ ।

ଅଟଳ ଜଳ ଯୋଜନାରେ ଏହା ମଧ୍ୟ ବ୍ୟବସ୍ଥା କରାଯାଇଛି କି ଯେଉଁ ଗ୍ରାମପଞ୍ଚାୟତଗୁଡ଼ିକ ଜଳ ସମ୍ପର୍କିତ ଭଲ କାମ କରିବେ, ସେମାନଙ୍କୁ ଆହୁରି ଅଧିକ ରାଶି ପ୍ରଦାନ କରାଯିବ, ଫଳରେ ସେମାନେ ଆହୁରି ଅଧିକ ଭଲ କାମ କରି ପାରିବେ ।

ମୋର ସରପଞ୍ଚ ଭାଇ ଓ ଭଉଣୀମାନେ,

ଆପଣମାନଙ୍କର ଶ୍ରମ, ଆପଣଙ୍କର ପରିଶ୍ରମ, ଆପଣଙ୍କର ଭାଗିଦାରୀ, ଦେଶର ପ୍ରତ୍ୟେକ ଘରକୁ ଜଳ ପହଂଚାଇବାରେ ହେଉଛି ଗୁରୁତ୍ୱପୂର୍ଣ୍ଣ ।

ମୁଁ ଅଟଳ ଜଳ ଯୋଜନା ସହିତ ଜଡ଼ିତ ସମସ୍ତ 8300 ସରପଞ୍ଚଙ୍କୁ କହିବାକୁ ଚାହୁଁଛି କି ଆପଣମାନଙ୍କର ସଫଳତା ନା କେବଳ ଅଟଳ ଜଳ ଯୋଜନାକୁ ସଫଳ କରିବ ବରଂ ଜଳ ଜୀବନ ମିଶନକୁ ମଧ୍ୟ ସୁଦୃଢ଼ କରିବ ।

କିପରି?

ଏହା ଆପଣମାନେ ଜାଣିବା ବହୁତ ଜରୁରୀ ।

ଏହା ଦେଶର ପ୍ରତ୍ୟେକ ନାଗରିକ ଜାଣିବା ବହୁତ ଜରୁରୀ ।

ସାଥୀଗଣ,

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆଜି ଦେଶର 3 କୋଟି ଘରେ ହିଁ ପାଇପ ମାଧ୍ୟମରେ ଜଳ ପହଂଚିଥାଏ ।

ଚିନ୍ତାକରନ୍ତୁ,

18 କୋଟି ଗ୍ରାମୀଣ ଘରମାନଙ୍କ ମଧ୍ୟରୁ କେବଳ 3 କୋଟି ଘରେ ।

70 ବର୍ଷରେ ଏତିକି ହୋଇ ପାରିଲା ।

ଏବେ ଆମକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 15 କୋଟି ଘରେ ସ୍ୱଚ୍ଛ ପାନୀୟ ଜଳ, ପାଇପ୍ ମାଧ୍ୟମରେ ପହଂଚାଇବାର ଅଛି ।

ଏଥିପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ସାଢ଼େ ତିନି ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ନିଶ୍ଚିତ ରୂପେ ଏହି ସଂକଳ୍ପ ହେଉଛି ବିରାଟ, କିନ୍ତୁ ଆମ ପାଖରେ ସଫଳ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ, ଆମକୁ ସଫଳ ହେବାକୁ ହିଁ ହେବ ।

ଏଭଳି ସ୍ଥିତିରେ ଆମର ପ୍ରତିବଦ୍ଧତା ମାଟିରେ, ଦେଶର ପ୍ରତିଟି ଗାଁରେ ଦେଖାଯିବାର ବହୁତ ଆବଶ୍ୟକତା ରହିଛି ।

ଆଜି ଯେଉଁ ଜଳ ଜୀବନ ମିଶନର ମାର୍ଗଦର୍ଶିକା ଜାରି କରାଯାଇଛି, ତାହା ଆମକୁ ଏଥିରେ ସାହାଯ୍ୟ କରିବ ।

ସାଥୀଗଣ,

ଜଳ ଜୀବନ ମିଶନର ଏହି ଅଭିଯାନ କେବଳ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ସ୍ୱଚ୍ଛ ଜଳ ପହଂଚାଇବା ସହିତ ଯୋଡ଼ି ହୋଇ ନାହିଁ ।

ଆମର ମାଆ ଭଉଣୀମାନଙ୍କୁ ଘର ପାଖରୁ ଦୂରକୁ ଯାଇ ପାଣି ଆଣିବାକୁ ନ ପଡୁ, ସେମାନଙ୍କ ଗରିମାର ସମ୍ମାନ ହେଉ, ସେମାନଙ୍କର ଜୀବନ ସହଜ ହେଉ, ଏହି ମିଶନର ଏହା ମଧ୍ୟ ଲକ୍ଷ୍ୟ ରହିଛି ।

ଆଜି ମଧ୍ୟ ଯେତେବେଳେ କୌଣସି ବୟସ୍କା ବା ବରିଷ୍ଠ ମାଆଙ୍କୁ ପାଣି ଆଣିବାକୁ ଯାଇ ବିଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିଥାଏ ତ, ଯେତେବେଳେ କୌଣସି ଭଉଣୀଙ୍କୁ ମୁଣ୍ଡରେ ମାଠିଆ ରଖି ମାଇଲ ମାଇଲ ଦୂର ପାଦରେ ଚାଲି ଚାଲି ଯାଉଥିବାର ଦେଖିଥାଏ ତ, ପିଲାଦିନର ବହୁତ କିଛି ସ୍ମୃତି ସତେଜ ହୋଇ ଯାଇଥାଏ ।

ସାରା ଦେଶର କୋଟି କୋଟି ଭଉଣୀମାନଙ୍କୁ ଏଭଳି ପାଣି ଯୋଗାଡ କରିବାର ସମସ୍ୟାରୁ ମୁକ୍ତି ଦେବାର ସମୟ ଆସିଯାଇଛି ।

ଯେପରି ଆମେ ପ୍ରତ୍ୟେକ ଘରେ ଶୌଚାଳୟ ପହଂଚାଇଲୁ, ଠିକ ସେହିପରି ପ୍ରତ୍ୟେକ ଘରେ ମଧ୍ୟ ପାଣି ପହଂଚାଇବୁ, ଏହି ପଣ କରି ଆମେ ବାହାରିଛୁ ।

ଯେତେବେଳେ ସଂକଳ୍ପ ନେଇ ସାରିଛୁ, ତ ତାକୁ ମଧ୍ୟ ସିଦ୍ଧ କରି ଦେଖାଇବୁ ।

ସାଥୀଗଣ,

ଗାଁର ଭାଗିଦାରୀ ଏବଂ ସହଯୋଗର ଏହି ଯୋଜନାରେ ଗାନ୍ଧିଜୀଙ୍କର ଗ୍ରାମ ସ୍ୱରାଜର ମଧ୍ୟ ଏକ ଝଲକ ରହିଛି ।

ଜଳ ସହିତ ଜଡ଼ିତ ଯୋଜନା ପ୍ରତ୍ୟେକ ଗ୍ରାମ ସ୍ତରରେ ସେଠାକାର ସ୍ଥିତି ଓ ପରିସ୍ଥିତି ଅନୁସାରେ ପ୍ରସ୍ତୁତ ହେଉ, ଏହି ଜଳ ଜୀବନ ମିଶନର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସମୟରେ ଧ୍ୟାନ ଦିଆଯାଇଛି ।

କେବଳ ଏତିକି ହିଁ ନୁହେଁ,

ଗ୍ରାମ ପଞ୍ଚାୟତ କିମ୍ବା ପଞ୍ଚାୟତ ଦ୍ୱାରା ଗଠିତ ଜଳ କମିଟି ହିଁ ନିଜ ସ୍ତରରେ ପାଣି ସହିତ ଜଡ଼ିତ ଯୋଜନା ପ୍ରସ୍ତୁତ କରିବେ, ତାକୁ କାର୍ଯ୍ୟକାରୀ କରିବେ, ତାହାର ରକ୍ଷଣାବେକ୍ଷଣ କରିବେ ।

ଆଉ ଏଥିପାଇଁ,

ଆମକୁ, ପାଣି ପାଇଁ ପାଇପ ଲାଇନ ବିଛାଇବା ନିମନ୍ତେ ଯୋଜନାଠାରୁ ଆରମ୍ଭ କରି ତାହାର ବ୍ୟବସ୍ଥା ପର୍ଯ୍ୟନ୍ତ ଗାଁ ଗାଁକୁ ଯୋଡ଼ିବାର କାର୍ଯ୍ୟ ଆମକୁ କରିବାର ଅଛି ।

ଆମକୁ ସର୍ବଦା ମନେ ରଖିବାକୁ ହେବ କି ଗାଁର ମୋର ଭାଇ ଭଉଣୀଙ୍କ ପାଖରେ ବୟସ୍କ ଲୋକଙ୍କ ପାଖରେ ଜଳ ଉତ୍ସକୁ ନେଇ, ଜଳର ଭଣ୍ଡାରଣକୁ ନେଇ ଅନେକ କଥାର ଅସରନ୍ତି ଖଣି ରହିଛି ।

ଆମକୁ ଗାଁର ଲୋକମାନଙ୍କଠାରୁ ବଳି କୌଣସି ଅଧିକ ବିଶେଷଜ୍ଞ କିଏ ମିଳିବେ?

ଏଥିପାଇଁ ଗାଁ ଲୋକଙ୍କର ଅନୁଭୂତିକୁ ଆମକୁ ସଂପୂର୍ଣ୍ଣ ରୂପେ ବ୍ୟବହାର କରିବାର ଅଛି ।

ସାଥୀଗଣ,

ଆମ ସରକାରଙ୍କ ପ୍ରୟାସ ଜଳ ଜୀବନ ମିଶନରେ ଅଧିକରୁ ଅଧିକ ଗାଁର ଲୋକଙ୍କୁ ଅଧିକାର ଦେବା, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ଅଛି ।

ଏହି ମିଶନ ପାଇଁ ପ୍ରତ୍ୟେକ ଗାଁରେ ଏକ ବିଶେଷ କମିଟି ଗଠନ କରାଯିବ, ଗ୍ରାମ ସ୍ତରରେ ହିଁ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରାଯିବ । ଏହା ମୋର ଅନୁରୋଧ ରହିବ କି ଏହି କମିଟିରେ ଅତି କମରେ 50 ପ୍ରତିଶତ ଗାଁର ଭଉଣୀ ଓ ଝିଅମାନେ ରହିବେ ।

କେବଳ ଏତିକି ନୁହେଁ, ପରିଷ୍କାର ପାଣି ଆସୁଛି ଅବା ଆସୁନାହିଁ, ଏହାର ଯାଞ୍ଚ କରିବା ପାଇଁ ଗ୍ରାମବାସୀମାନଙ୍କୁ, ସେଠାକାର ପୁଅ-ଝିଅମାନଙ୍କୁ ମଧ୍ୟ ତାଲିମ ଦିଆଯିବ ।

ଏହିଭଳି ଭାବେ, କୌଶଳ ବିକାଶ ଯୋଜନା ମାଧ୍ୟମରେ ବ୍ୟାପକ ସ୍ତରରେ ଗ୍ରାମର ଯୁବକମାନଙ୍କୁ ଫିଟର, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍, ମିସ୍ତ୍ରୀ ଭଳି ଅନେକ କାର୍ଯ୍ୟର ତାଲିମ ଦିଆଯିବ ।

ହଁ, ଏହି ସମସ୍ତ ପ୍ରୟାସ ମଧ୍ୟରେ,

କିଛି ଦୁର୍ଗମ ଅଂଚଳରେ, କିଛି ସୁଦୂର ପାହାଡ଼ିଆ ଅଂଚଳରେ ଜଳବାୟୁ ଏବଂ ଭୌଗୋଳିକ ସ୍ଥିତି ଯୋଗୁଁ ପାଇପ ଲାଇନ ପହଂଚାଇବାରେ କିଛି ସମସ୍ୟା ନିଶ୍ଚିତ ଆସିବ ।

ଏଭଳି ସ୍ଥାନକୁ କ’ଣ ଛାଡ଼ି ଦେବା?

ନୁହେଁ ।

ଏଭଳି ସ୍ଥାନ ପାଇଁ ବୈକଳ୍ପିକ ବ୍ୟବସ୍ଥା କରାଯିବ ।

ସେଠାରେ ମଧ୍ୟ ଏହା ସୁନିଶ୍ଚିତ କରାଯିବ କି ସେହି ଗ୍ରାମବାସୀମାନଙ୍କୁ ଶୁଦ୍ଧ ପାଣି ମିଳୁ ।

ସାଥୀଗଣ,

ଜଳ ଜୀବନ ମିଶନ ମାଧ୍ୟମରେ ଆଉ ଏକ ନୂଆ କାର୍ଯ୍ୟ କରାଯାଉଛି । ଏହି ଯୋଜନାର ଅନୁଧ୍ୟାନ ପାଇଁ ମହାକାଶ ଟେକ୍ନୋଲଜି ଏବଂ କୃତ୍ରିମ ବୁଦ୍ଧିମତା ଭଳି ଟେକ୍ନୋଲଜି ଭଳି ଉଭୟର ବ୍ୟବହାର କରାଯାଉଛି ।

ପ୍ରତ୍ୟେକ ଗାଁରେ ଜଳର କେତେ ଭଣ୍ଡାରଣ ହେଉଛି, କେତେ ଖର୍ଚ୍ଚ ହେଉଛି, ଜଳର ସ୍ଥିତି ସମ୍ବନ୍ଧରେ ସମସ୍ତ ତଥ୍ୟ ଉପରେ ନିରନ୍ତର ଦୃଷ୍ଟି ରଖାଯିବ ।

ସାଥୀଗଣ,

ଜଳ ଜୀବନ ମିଶନରେ ସରକାର ଏହା ମଧ୍ୟ ବ୍ୟବସ୍ଥା କରିଛନ୍ତି କି ଆପଣଙ୍କ ଗ୍ରାମରେ ଯୋଜନା ସଂପୂର୍ଣ୍ଣ ହେବା ପରେ ସରକାର ଜଳ କମିଟି ଖାତାକୁ ସିଧା ସଳଖ ଅର୍ଥ ପଠାଇବେ । ଫଳରେ ଜଳ ସହିତ ଜଡ଼ିତ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ ଓ ପରିଚାଳନା ଗାଁର ଲୋକମାନେ ହିଁ କରିବେ ।

ମୋର ଆଉ ଏକ ଅନୁରୋଧ ହେଉଛି କି ପ୍ରତ୍ୟେକ ଗାଁର ଲୋକ ଜଳ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରନ୍ତୁ, ଜଳପାଣ୍ଠି ଗଠନ କରନ୍ତୁ । ଆପଣଙ୍କ ଗାଁରେ ଜଳ ସହିତ ଜଡ଼ିତ ଯୋଜନାଗୁଡ଼ିକ ପାଇଁ ଅନେକ କାର୍ଯ୍ୟକ୍ରମରୁ ଅର୍ଥ ଆସୁଛି । ବିଧାୟକ ଏବଂ ସାଂସଦ ପାଣ୍ଠିରୁ ଆସୁଛି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାରୁ ଆସୁଛି ।

ଆମକୁ ଏପରି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ ଯେ, ଏହି ସମସ୍ତ ଅର୍ଥ ଗୋଟିଏ ସ୍ଥାନକୁ ଆସିବ ଆଉ ଗୋଟିଏ ପ୍ରକାରରେ ଖର୍ଚ୍ଚ ହେବ । ଏହାକୁ ଅଳ୍ପ-ଅଳ୍ପ କରି କିଛି-କିଛି ଅର୍ଥ ଖର୍ଚ୍ଚ କରିବା ବଦଳରେ ଏକା ଥରକେ ଅଧିକ ଅର୍ଥ ବିନିଯୋଗ ହୋଇ ପାରିବ ।

ସାଥୀଗଣ,

ମୁଁ ଆଜି ଏହି ଅବସରରେ ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟମାନଙ୍କୁ ମଧ୍ୟ ଅନୁରୋଧ କରିବି କି ସେମାନେ ଏହି ପବିତ୍ର ଅଭିଯାନରେ ନିଜର ଯୋଗଦାନ ଦିଅନ୍ତୁ ।

ମୁଁ ଆଜି ଏହି ମଂଚରୁ ଗାଁରେ ରହୁଥିବା ନିଜର ଭାଇ ଭଉଣୀମାନଙ୍କୁ ମଧ୍ୟ ନିବେଦନ କରୁଛି କି ସେମାନେ ଜଳ ସଂରକ୍ଷଣ ପାଇଁ ଜଳର ବିତରଣ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା ପାଇଁ, ଜଳର ପୁନର୍ବିନିଯୋଗ ପାଇଁ ଆଗକୁ ଆସନ୍ତୁ ।

ଆପଣ ନିଜର ସମୟ ଦିଅନ୍ତୁ, ନିଜର ଶ୍ରମ ଦିଅନ୍ତୁ । ଆପଣ ଗୋଟିଏ ପାଦ ଚାଲିବେ ତ ସରକାର 9 ପାଦ ଚାଲିବେ ।

ଆସନ୍ତୁ, ଏକଜୁଟ ହୋଇ, ପାଦରେ ପାଦ ମିଳାଇ, ଦେଶର ସାଧାରଣ ଜନତାଙ୍କୁ ସ୍ୱଚ୍ଛ ପାଣିର ଅଧିକାର ସହିତ ସାମିଲ କରିବାରେ ନିଜର ଦାୟିତ୍ୱ ତୁଲାଇବା ।

ଆପଣଙ୍କର ପ୍ରୟାସ, ଆପଣଙ୍କର ସଫଳତା, ଦେଶର ଜଳ ସୁରକ୍ଷା ଏବଂ ଖାଦ୍ୟ ସୁରକ୍ଷା ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ ।

ଆଉ ପୁଣି ଥରେ ଅଟଳ ଜଳ ଯୋଜନା ପାଇଁ ଜଳ ଜୀବନ ମିଶନ ପାଇଁ ସଂପୂର୍ଣ୍ଣ ଦେଶକୁ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!!!   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electric PV retail sales jump 44% in February; Tata Motors leads: FADA

Media Coverage

India’s electric PV retail sales jump 44% in February; Tata Motors leads: FADA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Jan Aushadhi Diwas 2026
March 07, 2026
PM highlights transformative impact of Pradhan Mantri Bhartiya Janaushadhi Pariyojana

On the occasion of Jan Aushadhi Diwas 2026, the Prime Minister, Shri Narendra Modi extended his greetings to all those who have been positively impacted by the Pradhan Mantri Bhartiya Janaushadhi Pariyojana. Shri Modi said that this initiative reflects our commitment to ensuring that every citizen has access to quality medicines at affordable prices. Through Jan Aushadhi Kendras, countless families are saving on healthcare expenses and receiving proper treatment, Shri Modi added.

The Prime Minister also shared a glimpse of the transformative impact of the Pradhan Mantri Bhartiya Janaushadhi Pariyojana.

The Prime Minister wrote on X;

“On #JanAushadhiDiwas2026, my best wishes to all those who have been positively impacted by the Pradhan Mantri Bhartiya Janaushadhi Pariyojana. This initiative reflects our commitment to ensuring that every citizen has access to quality medicines at affordable prices. Through Jan Aushadhi Kendras, countless families are saving on healthcare expenses and receiving proper treatment.” 

“A glimpse of the transformative impact of Pradhan Mantri Bhartiya Janaushadhi Pariyojana.

#JanAushadhiDiwas2026”