Disburses 18th installment of the PM-KISAN Samman Nidhi worth about Rs 20,000 crore to around 9.4 crore farmers
Launches 5th installment of NaMo Shetkari Mahasanman Nidhi Yojana worth about Rs 2,000 crore
Dedicates to nation more than 7,500 projects under the Agriculture Infrastructure Fund (AIF) worth over Rs 1,920 crore
Dedicates to nation 9,200 Farmer Producer Organizations (FPOs) with a combined turnover of around Rs 1,300 crore
Launches Unified Genomic Chip for cattle and indigenous sex-sorted semen technology
Dedicates five solar parks with a total capacity of 19 MW across Maharashtra under Mukhyamantri Saur Krushi Vahini Yojana – 2.0
Inaugurates Banjara Virasat Museum
Our Banjara community has played a big role in the social life of India, in the journey of India's development: PM
Our Banjara community has given many such saints who have given immense energy to the spiritual consciousness of India: PM

ସମଗ୍ର ଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ- ସମ୍ମାନୀୟ ଭାଇ ଓ ଭଉଣୀମାନେ! ଜୟ ସେବାଲାଲ! ଜୟ ସେବାଲାଲ!

ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶିବରାଜ ସିଂ ଚୌହାନ, ରାଜୀବ ରଞ୍ଜନ ସିଂହ ଏବଂ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌, ଅଜିତ ପାୱାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକ ଏବଂ ଦୂରଦୂରାନ୍ତରୁ ଆସିଥିବା ବଂଜାରା ସମାଜର ମୋ ଭାଇ-ଭଉଣୀମାନେ, ସମଗ୍ର ଦେଶର ଚାଷୀ ଭାଇ-ଭଉଣୀମାନେ, ଅନ୍ୟ ସମସ୍ତ ମହାନୁଭବ ଏବଂ ମହାରାଷ୍ଟ୍ରର ମୋର ଭାଇ-ଭଉଣୀମାନେ ମୁଁ ୱାସିମର ଏହି ପବିତ୍ର ଭୂମିରୁ ପୋହରା ଦେବୀ ମାତାଙ୍କୁ ପ୍ରଣାମ କରୁଛି । ଆଜି ନବରାତ୍ର ଅବସରରେ ମା’ ଜଗଦମ୍ବାଙ୍କ ମନ୍ଦିରରେ ତାଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ମୋତେ ମିଳିଛି । ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମ ରାଓ ମହାରାଜଙ୍କ ସମାଧିକୁ ଯାଇ ସେମାନଙ୍କର ଆଶୀର୍ବାଦ ମଧ୍ୟ ନେଇଛି । ମୁଁ ଏହି ମଂଚରୁ ଦୁଇ ମହାନ ସନ୍ଥଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି ।

ଆଜି ମହାନ ଯୋଦ୍ଧା ଏବଂ ଗୋଣ୍ଡୱାନା ରାଣୀ ଦୁର୍ଗାବତୀ ଜୀଙ୍କ ଜନ୍ମ ଜୟନ୍ତୀ । ଗତ ବର୍ଷ ଦେଶରେ ତାଙ୍କର ୫୦୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ମୁଁ ରାଣୀ ଦୁର୍ଗାବତୀଙ୍କୁ ମଧ୍ୟ ପ୍ରଣାମ କରୁଛି ।

 

ବନ୍ଧୁଗଣ,

ଆଜି ହରିଆନାରେ ମଧ୍ୟ ମତଦାନ ହେଉଛି । ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ମୁଁ ହରିଆନାର ଦେଶଭକ୍ତ ଜନସାଧାରଣଙ୍କୁ ଅନୁରୋଧ କରୁଛି । ଆପଣଙ୍କ ଭେଟ ହରିଆନାକୁ ବିକାଶରୁ ନୂତନଶୀର୍ଷକୁ ନେଇଯିବ ।

ବନ୍ଧୁଗଣ,

ନବରାତ୍ରୀର ଏହି ପବିତ୍ର ଅବସରରେ ମୋତେ ଏବେ ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଜାରି କରିବାର ସୁଯୋଗ ମିଳିଛି । ଦେଶର ସାଢ଼େ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆଜି ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ମହାରାଷ୍ଟ୍ରର ଡବଲ ଇଞ୍ଜିନ ସରକାରତ ଏଠାକାର ଚାଷୀଙ୍କୁ ଦୁଇ ଗୁଣ ଫାଇଦା ଦେଉଛନ୍ତି । ନମୋ ଶେତକାରୀ ମହାସମ୍ମାନ ଯୋଜନାରେ ମହାରାଷ୍ଟ୍ରର ୯୦ ଲକ୍ଷରୁ ଅଧିକ ଚାଷୀଙ୍କୁ ପ୍ରାୟ ୧୯୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି କୃଷି, ପଶୁପାଳନ ଏବଂ କୃଷକ ଉତ୍ପାଦ ସଂଘ -ଏଫପିଓ ସହ ଯୋଡ଼ି ହୋଇଥିବା ଶହେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି । ପୋହରା ଦେବୀଙ୍କ ଆଶୀର୍ବାଦରୁ ମୁଁ ଏବେ ଲାଡକୀ ବେହେନ ଯୋଜନାର ଲାଭାର୍ଥୀଙ୍କୁ ସହାୟତା ପ୍ରଦାନ କରିବାର ସୌଭାଗ୍ୟ ପାଇଛି । ଏହି ଯୋଜନା ନାରୀ ଶକ୍ତିର ସାମର୍ଥ୍ୟ ବଢ଼ାଉଛି । ମୁଁ ମହାରାଷ୍ଟ୍ରର ଭାଇ-ଭଉଣୀଙ୍କୁ, ଦେଶର ଚାଷୀ ଭାଇ-ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,

ଆଜି ଏଠାକୁ ଆସିବା ପୂର୍ବରୁ ପୋହରାଦେବୀ ଠାରେ ବଂଜାରା ଐତିହ୍ୟ ସଂଗ୍ରହାଳୟକୁ ଉଦଘାଟନର କରିବାର ସୌଭାଗ୍ୟ ମିଳିଥିଲା । ଦେଶର ମହାନ୍ ବଂଜାରା ସଂସ୍କୃତି, ଐତିହ୍ୟ, ପ୍ରାଚୀନ ପରମ୍ପରା ସମ୍ପର୍କରେ ଏହି ସଂଗ୍ରହାଳୟ ନୂଆ ପିଢ଼ିଙ୍କୁ ଅବଗତ କରାଇବ । ମୁଁ ଆପଣ ମାନଙ୍କୁ, ମଂଚରେ ଥିବା ଅତିଥିମାନଙ୍କୁ ଅନୁରୋଧ କରୁଛି କି ଆଜି ଯିବା ପୂର୍ବରୁ ଥରେ ବଂଜାରା ଐତିହ୍ୟ ସଂଗ୍ରହାଳୟ ବୁଲି ଦେଖି ଯାଆନ୍ତୁ ।ମୁଁ ଦେେବେନ୍ଦ୍ର ଜୀଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କର ପ୍ରଥମ ସରକାର ସମୟରେ ଯେଉଁ ସଂକଳ୍ପ କରିଥିଲେ, ତାହା ବେଶ୍ ଭଲ ଭାବେ ନିର୍ମାଣ କରାଯାଇଥିବା ଆଜି ଦେଖୁଛି । ମୋତେ ବହୁତ ସନ୍ତୋଷ ମିଳୁଛି, ଆନନ୍ଦିତ ହେଉଛି, ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ଦେଖୁନ୍ତୁ, ପରେ ସମୟ ଦେଖି ଆପଣଙ୍କ ପରିବାରଙ୍କୁ ମଧ୍ୟ ଦେଖିବାକୁ ନିଶ୍ଚିତ ପଠାନ୍ତୁ । ମୁଁ ଏବେ ପୋହରାଦେବୀରେ କେତେକ ବଂଜାରା ମହାନୁଭବଙ୍କୁ ଭେଟି ଆସୁଛି । ଏହି ସଂଗ୍ରହାଳୟ ଦ୍ୱାରା ବଂଜାରା ଐତିହ୍ୟକୁ ଯେଉଁ ପରିଚୟ ମିଳିଛି, ଏହାର ସନ୍ତୋଷ ଓ ଗର୍ବ ଭାବନା ସେମାନଙ୍କ ମୁହଁରେ ଫୁଟି ଉଠୁଥିବା ଦେଖିବାକୁ ପାଇଥିଲି । ମୁଁ ଆପଣ ସମସ୍ତଙ୍କୁ ବଂଜାରା ଐତିହ୍ୟ ସଂଗ୍ରହାଳୟ ପାଇଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଯାହାକୁ କେହି ପଚାରୁ ନାହାନ୍ତି, ମୋଦୀ ସେମାନଙ୍କୁ ପୂଜା କରୁଛି । ଆମର ବଂଜାରା ସମାଜ ଭାରତର ସାମାଜିକ ଜୀବନରେ, ଭାରତର ନିର୍ମାଣ ଯାତ୍ରାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । କଳା, ସଂସ୍କୃତି, ଆଧ୍ୟାତ୍ମିକତା, ରାଷ୍ଟ୍ରରକ୍ଷା, ବାଣିଜ୍ୟ, ପ୍ରତ୍ୟେକ କ୍ଷେତ୍ରରେ ଏହି ସମାଜର ମହାପୁରୁଷ ମାନେ ଦେଶ ପାଇଁ କ’ଣ ନ କରିଛନ୍ତି? ରାଜା ଲଖୀଶାହା ବଂଜାରା ବିଦେଶୀ ଶାସକଙ୍କ ଅନେକ ଅତ୍ୟାଚାର ସହିଛନ୍ତି । ସେ ସମାଜସେବା ନିଜ ଜୀବନକୁ ସମର୍ପିତ କରିଦେଇଥିଲେ । ସନ୍ଥ ସେବାଲାଲ ମହାରାଜ, ସ୍ୱାମୀ ହାତୀରାମ ଜୀ, ସନ୍ଥ ଇଶ୍ୱରସିଂହ ବାପୁଜୀ, ସନ୍ଥ ଡା. ରାମାରାଓ ବାପୁ ମହାରାଜ, ସନ୍ଥ ଲକ୍ଷ୍ମଣ ଚୈତନ୍ୟ ବାପୁଜୀ, ଏପରି ଏହି ସମାଜର ଅନେକ ସନ୍ଥ ଭାରତର ଆଧ୍ୟାତ୍ମିକ ଚେତନାକୁ ଅସୀମ ଶକ୍ତି ଦେଇଛନ୍ତି । ପିଢ଼ି ପରେ ପିଢ଼ି, ଶତାଧିକ ସହସ୍ରାଧିକ ବର୍ଷ ଧରି ଏହି ସମ୍ପ୍ରଦାୟ ଭାରତର ସଂସ୍କୃତି ଓ ପରମ୍ପରାକୁ ସମ୍ଭାଳି ରଖିଛନ୍ତି । ଏପରିକି ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ସମ୍ପ୍ରଦାୟକୁ ବ୍ରିଟିଶ ସରକାର ଅପରାଧୀ ଭାବେ ଘୋଷଣା କରିଥିଲେ ।

କିନ୍ତୁ ଭାଇ-ଭଉଣୀମାନେ,

ସ୍ୱାଧୀନତା ପରେ, ଦେଶର ଦାୟିତ୍ୱ ଥିଲା ବଂଜାରା ସମ୍ପ୍ରଦାୟଙ୍କୁ ସେମାନେ ହକ୍‌ଦାର ଥିବା ସମ୍ମାନ ଦେବା । କିନ୍ତୁ କଂଗ୍ରେସ ସରକାର ସେ ସମୟରେ କ’ଣ କଲା? କଂଗ୍ରେସର ନୀତି ସେମାନଙ୍କୁ ମୁଖ୍ୟଧାରାରୁ ବାଦ୍ ଦେଇଥିଲା । ସ୍ୱାଧୀନତା ପରେ, ଏକ ନିର୍ଦ୍ଦିଷ୍ଟ ପରିବାରର ମାଲିକାନାରେ କଂଗ୍ରେସ ଦଳର ଚିନ୍ତାଧାରା ପ୍ରଥମରୁ ବିଦେଶୀ ଆଭିମୁଖ୍ୟରେ ରହିଥିଲା । ବ୍ରିଟିଶ ଶାସକମାନଙ୍କ ଭଳି କଂଗ୍ରେସ ପରିବାର ମଧ୍ୟ ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ସମାନ ଚକ୍ଷୁରେ ଦେଖିନାହିଁ । ସେମାନେ ବିଶ୍ୱାସ କରନ୍ତି ଭାରତକୁ କେବଳ ଗୋଟିଏ ପରିବାର ଶାସନ କରିବ, କାରଣ ବ୍ରିଟିଶ ସେମାନଙ୍କୁ ଏ ଅଧିକାର ଦେଇଛି । ଖାସ୍ ସେଥିପାଇଁ ସେମାନେ ସର୍ବଦା ବଂଜାରା ମାନଙ୍କ ପ୍ରତି ଅସମ୍ମାନସୂଚକ ମନୋଭାବ ଗ୍ରହଣ କରୁଥିଲେ ।

 

ବନ୍ଧୁଗଣ,

କେନ୍ଦ୍ରର ଏନଡିଏ ସରକାର ହିଁ ଯାଯାବର ଓ ଅଣ-ଯାଯାବର ସମ୍ପ୍ରଦାୟଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କଲା । ଏହି ସମାଜର ସାଂସ୍କୃତିକ ପରିଚୟକୁ ଯେପରି ସମ୍ମାନ ମିଳିବ ସେ ଦିଗରେ ବିଜେପି ଓ ଏନଡିଏ ସରକାର କ୍ରମାଗତ କାମ କରୁଛି । ବିକାଶକୁ ତ୍ୱରାନ୍ୱିତ କରିବାକୁ ଏଠାରେ ରାଜ୍ୟ ସରକାର ସନ୍ଥ ସେବାଲାଲ ମହାରାଜ ବଂଜାରା ତାଣ୍ଡା ସମୃଦ୍ଧି ଅଭିଯାନ ମଧ୍ୟ ଚଳାଉଛନ୍ତି ।

ବନ୍ଧୁଗଣ,

ଆମର ଏହି ପ୍ରଚେଷ୍ଟା ମଧ୍ୟରେ, ଆପଣମାନଙ୍କୁ ମଧ୍ୟ ମନେ ରଖିବାକୁ କଂଗ୍ରେସ-ମହା ଅଘାଡ଼ି ସରକାରର ଆପଣମାନଙ୍କ ପ୍ରତି କ’ଣ ଆଭିମୁଖ୍ୟ ରହିଛି । ଫଡନାବିସ୍ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ପୋହରା ଦେବୀ ତୀର୍ଥକ୍ଷେତ୍ର ବିକାଶ ପାଇଁ ଯୋଜନା ହୋଇଥିଲା । କିନ୍ତୁ ମଝିରେ ମହା-ଅଘାଢ଼ି ସରକାର ଆସିଲା ଏବଂ ଏହି କାମ ଅଟକିଗଲା । ପୋହରା ଦେବୀ ତୀର୍ଥକ୍ଷେତ୍ରର ବିକାଶ କାମ ପୁଣି ଆଗେଇଥିଲା ଯେତେବେଳେ ମହାୟୁତି ସିନ୍ଦେ ଜୀଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେଲା । ଆଜି ଏହି ଯୋଜନାରେ ୭ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ତୀର୍ଥସ୍ଥଳର ବିକାଶ ଯୋଗୁ ଭକ୍ତମାନଙ୍କୁ ସୁବିଧା ହେବା ଏବଂ ଆଖପାଖ ଅଞ୍ଚଳର ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ ।

ଭାଇ ଏବଂ ଭଉଣୀ ମାନେ

ବିଜେପି ତାର ନୀତିରେ ପଛୁଆ ବର୍ଗଙ୍କୁ ଆଗକୁ ନେବାକୁ ଚେଷ୍ଟା କରୁଛି । ଯେତେବେଳେ କି କଂଗ୍ରେସ କେବଳ ଲୁଟିବା ଜାଣିଛି । କଂଗ୍ରେସ ଗରିବଙ୍କୁ ଆହୁରି ଗରିବ କରି ରଖିବାକୁ ଚାହୁଁଛି । ଦୁର୍ବଳ ଏବଂ ଗରିବ ଭାରତ କଂଗ୍ରେସ ପାଇଁ ଏବଂ ତାର ରାଜନୀତିକୁ ସୁହାଉଛି । ତେଣୁ ଆପଣମାନେ କଂଗ୍ରେସକୁ ସାବଧାନ ରୁହନ୍ତୁ । ଆଜି କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବେ ସହରାଞ୍ଚଳ ନକ୍ସଲ ଗୋଷ୍ଠୀ ପରିଚାଳନା କରୁଛନ୍ତି । କଂଗ୍ରେସକୁ ଲାଗୁଛି ଯେ, ସମସ୍ତେ ଏକାଠି ହୋଇଗଲେ ଦେଶକୁ ଭାଗ ଭାଗ କରିବାର ତାର ଆଜେଣ୍ଡା ବିଫଳ ହୋଇଯିବ । ଏଥିପାଇଁ ଆମକୁ ସେ ନିଜ ନିଜ ଭିତରେ ଲଢ଼ାଇବାକୁ ଚାହୁଁଛି । ପୁରା ଦେଶ ଦେଖୁଛି କଂଗ୍ରେସର ବିପଦଜନକ ଆଜେଣ୍ଡାକୁ କାହାର ସମର୍ଥନ ମିଳୁଛି । ଯେଉଁ ଲୋକମାନେ ଭାରତର ବିକାଶ ରାସ୍ତାକୁ ବନ୍ଦ କରିବାକୁ ଚାହୁଁଛନ୍ତି ସେମାନେ ଆଜିକାଲି କଂଗ୍ରେସର ନିକଟତର ଦୋସ୍ତ ହୋଇଛନ୍ତି । ତେଣୁ ବର୍ତ୍ତମାନ ଏକାଠି ହେବାର ସମୟ । ଆମପକର ଏକତା ହିଁ ଦୋକୁ ବଞ୍ଚାଇବ ।

 

ଭାଇ ଭଉଣୀମାନେ,

ମୁଁ ମହାରାଷ୍ଟ୍ରର ଲୋକମାନଙ୍କୁ କଂଗ୍ରେସର ଆଉ ଏକ କାରନାମା ସମ୍ପର୍କରେ କହିବାକୁ ଚାହୁଁଛି । ଆପଣମାନେ ଖବରରେ ଦେଖିଥିବେ ନିକଟରେ ଦିଲ୍ଲୀରେ ହଜାରେ କୋଟି ଟଙ୍କାର ନିଶାଦ୍ରବ୍ୟ ଧରାପଡ଼ିଛି । ଦୁଃଖର କଥା ଯେ ଏହି ଡ୍ରଗ୍ସ ରାକେଟର ମୁଖ୍ୟ କିଏ? କଂଗ୍ରେସର ଜଣେ ନେତା ତାହାର ମୁଖ୍ୟ । କଂଗ୍ରେସ ଯୁବ ପିଢ଼ିଙ୍କୁ ନିଶାଗ୍ରସ୍ତ କରି ସେ ହି ପଇସାରେ ନିର୍ବାଚନ ଲଢ଼ି ବିଜୟୀ ହେବାକୁ ଚାହୁଁଛି । ଏଭଳି ବିପଦକୁ ଆମେ ସାବଧାନ ରହିବା ଉଚିତ ଏବଂ ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରିବା ଉଚିତ । ଏକାଠି ହୋଇ ଆମକୁ ଲଢ଼େଇ ଜିତିବାକୁ ହେବ ।

ବନ୍ଧୁଗଣ,

ଆଜି ଆମ ସରକାରର ପ୍ରତ୍ୟେକ ନୀତି, ନିଷ୍ପତ୍ତି ବିକଶିତ ଭାରତ ପ୍ରତି ସମର୍ପିତ ଏବଂ ବିକଶିତ ଭାରତର ବହୁତ ବଡ଼ ଆଧାର ଆମର ଚାଷୀଭାଇମାନେ । କୃଷକମାନଙ୍କୁ ସଶକ୍ତ କରିବା ଦିଗରେ ଆଜି ଆମ ସରକାର ଅନେକ ଗୁଡ଼ିଏ ବଡ଼ ପଦକ୍ଷେପ ନେଇଛନ୍ତି । ଆଜି ୯୨୦୦ କୃଷକ ଉତ୍ପାଦ ସଂଘ-ଏଫପିଓ ଦେଶକୁ ସମର୍ପିତ କରାଯାଇଛି । କୃଷି କ୍ଷେତ୍ର ପାଇଁ ଅନେକ ମୌଳିକ ଢାଞ୍ଚା ପ୍ରକଳ୍ପର ମଧ୍ୟ ଉଦଘାଟନ ହୋଇଛି । ଏହା ଦ୍ୱାରା କୃଷି ଉତ୍ପାଦର ଷ୍ଟୋରେଜ, ପ୍ରକ୍ରିୟାକରଣ ଏବଂ ପରିଚାଳନାର କ୍ଷମତା ବୃଦ୍ଧି ପାଇବ । ଏହି ସମସ୍ତ ପ୍ରଚେଷ୍ଟା କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ । ଏମିତି ବି ମହାରାଷ୍ଟ୍ରରେ ଏନଡିଏ ସରକାର ଦ୍ୱାରା କୃଷକମାନଙ୍କୁ ଦ୍ୱିଗୁଣ ଫାଇଦା ହେଉଛି । ଏକନାଥ ସିନ୍ଦେ ଜୀଙ୍କ ସରକାର ମଧ୍ୟ କୃଷକମାନଙ୍କ ବିଜୁଳି ବିଲ୍ ଶୂନ୍ୟ କରିଦେଇଛନ୍ତି । ଆମ କୃଷକମାନଙ୍କ ପାଇଁ, ସେମାନଙ୍କୁ ମିଳୁଥିବା ବିଜୁଳି ବିଲ୍‌ରେ ଜିରୋ ଲେଖାଯାଉଛି, ନୁହେଁ କି?

 

ବନ୍ଧୁଗଣ,

ମହାରାଷ୍ଟ୍ରର କୃଷକମାନେ, ବିଦର୍ଭର କୃଷକମାନେ ବହୁ ଦିନ ଧରି ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି । କଂଗ୍ରେସ ଏବଂ ତାର ସହଯୋଗୀ ସରକାର ମାନେ କୃଷକମାନଙ୍କୁ ଗରିବ କରିବାରେ କୌଣସି ସୁଯୋଗ ହାତଛଡ଼ା କରିନଥିଲେ । ଏଠାରେ ଯେପର୍ଯ୍ୟନ୍ତ ମହା-ଅଘାଡ଼ି ସରକାର ଥିଲା ଦୁଇଟି ଆଜେଣ୍ଡା ଥିଲା । ପ୍ରଥମ-କୃଷକମାନଙ୍କ ସମ୍ପର୍କିତ ଯୋଜନା ଗୁଡ଼ିକୁ ବନ୍ଦ କରିବା, ଦ୍ୱିତୀୟ- ସେହି ଯୋଜନାର ଅର୍ଥକୁ ହରିଲୁଟ କରିବା । ଆମେ କେନ୍ଦ୍ରରୁ ମହାରାଷ୍ଟ୍ରର କୃଷକମାନଙ୍କ ପାଇଁ ଟଙ୍କା ପଠାଉଥିଲୁ, କିନ୍ତୁ ଏଠାରେ ମହାଅଘାଡି ସରକାର ତାକୁ ବାଣ୍ଟିକୁଣ୍ଟି ଖାଉଥିଲେ । କଂଗ୍ରେସ ସର୍ବଦା କୃଷକମାନଙ୍କ ଜୀବନକୁ କଷ୍ଟକର କରିିଛି । ଦଳ ଆଜି ମଧ୍ୟ ସେହି ପୁରୁଣା ଖେଳ ଖେଳୁଛି । ତେଣୁ କଂଗ୍ରେସକୁ ପିଏମ୍ କିଷାନ ନିଧି ସମ୍ମାନ ଯୋଜନା ପସନ୍ଦ ଆସୁନାହିଁ । କଂଗ୍ରେସ ଏହି ଯୋଜନାକୁ ତାଚ୍ଛଲ୍ୟ କରୁଛି ଏବଂ କୃଷକମାନଙ୍କୁ ମିଳୁଥିବା ପଇସାର ବିରୋଧ କରୁଛି । କାରଣ କୃଷକମାନଙ୍କ ଖାତାକୁ ଯାଉଥିବା ପଇସାରୁ ତାକୁ ଯାହା ରୋଜଗାର କରିବା, ଭ୍ରଷ୍ଟାଚାର କରିବା, କାଟିବା ଇତ୍ୟାଦି ପାଇଁ ସୁଯୋଗ ମିଳୁନାହିଁ । ଆଜି ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକକୁ ଦେଖନ୍ତୁ । ମହାରାଷ୍ଟ୍ରରେ ଯେପରି ମହାୟୁତି ସରକାର କିଷାନ ସମ୍ମାନ ନିଧି ସହିତ ସ୍ୱତନ୍ତ୍ର ଭାବେ ଅଲଗା ପଇସା ଦେଉଛି, ସେଠାରେ ବିଜେପି ସରକାର ମଧ୍ୟ ତାହା ଦେଉଥିଲା । ଆଜି ଏଠାକୁ କର୍ଣ୍ଣାଟକରୁ ଅନେକ ବଂଜାରା ପରିବାର ଆସିଛନ୍ତି । କିନ୍ତୁ କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିବା ମାତ୍ରେ ସେହି ପଇସାକୁ ବନ୍ଦ କରିଦେଲା । ସେଠାରେ ଅନେକ ଜଳସେଚନ ପ୍ରକଳ୍ପରୁ ରାଜ୍ୟ ସରକାର ମୁହଁ ଫେରାଇ ନେଇଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ବିହନର ଦର ମଧ୍ୟ ବଢ଼ାଇ ଦେଇଛି । ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଋଣ ଛାଡ଼ର ମିଥ୍ୟା ପ୍ରତିଶ୍ରୁତି କଂଗ୍ରେସର ଦେହସୁହା ନୀତି । ତେଲଙ୍ଗାନାରେ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ଏମାନେ ସରକାରକୁ ଆସିଲେ । କିନ୍ତୁ ସରକାର ଗଠନର ଅନେକ ଦିନ ବିତିଗଲାଣି । ଏବେ କୃଷକମାନେ ପଚାରୁଛନ୍ତି ସେମାନଙ୍କର ଋଣଛାଡ଼ କାହିଁକି ହେଲାନାହିଁ ।

 

ଭାଇ ଭଉଣୀମାନେ,

ଏହା ମଧ୍ୟ ଆମେ ଭୁଲିବା ଅନୁଚିତ, ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ ଏବଂ ମହାଅଘାଡ଼ି ସରକାର ଜଳସେଚନ ସହ ଜଡ଼ିତ କେତେ ପ୍ରକଳ୍ପ ବନ୍ଦ କରି ରଖିଥିଲା । ଏନଡିଏ ସରକାର ଆସିବା ପରେ ଏହାର କାମ ତ୍ୱରାନ୍ୱିତ ହୋଇଥିଲା । ମହାରାଷ୍ଟ୍ର ସରକାର ୱାଇଗଙ୍ଗା ଏବଂ ନଲଗଙ୍ଗା ନଦୀ ସଂଯୋଗ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ୯୦ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ଅମରାବତୀ, ୟଭତମାଲ, ଅକୋଲା, ବୁଲଢାନା, ୱାସିମ, ନାଗପୁର ଏବଂ ୱାର୍ଦ୍ଧା ଅଞ୍ଚଳରେ ଜଳସଙ୍କଟକୁ ଦୂର କରିପାରିବ । ମହାରାଷ୍ଟ୍ର ସରକାର ମଧ୍ୟ କପା ଓ ସୋୟାବିନ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । କପା ଓ ସୋୟାବିନ୍ ଚାଷ ପାଇଁ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ନିକଟରେ ଅମରାବତୀ ବୟନ ପାର୍କର ଶିଳାନ୍ୟାସ କରାଯାଇଛି । କପା ଚାଷୀଙ୍କୁ ଏହା ବଡ଼ ସହାୟକ ହେବ ।

ବନ୍ଧୁଗଣ,

ଦେଶର ଆର୍ଥିକ ପ୍ରଗତିର ନେତୃତ୍ୱ ନେବା ପାଇଁ ମହାରାଷ୍ଟ୍ରର ଅସୀମ କ୍ଷମତା ରହିଛି । ଏହା ସେତେବେଳେ ହୋଇପାରିବ, ଯେତେବେଳେ ଗାଁ-ଗରିବ, କୃଷକ-ଶ୍ରମିକ, ଦଳିତ-ବଞ୍ଚିତ ସମସ୍ତଙ୍କୁ ଆଗେଇ ନେବାକୁ ଦୃଢ଼ତାର ସହ ଅଭିଯାନ ଚାଲିବ । ମୋର ବିଶ୍ୱାସ, ଆପଣମାନେ ଆଶୀର୍ବାଦ ଜାରି ରଖିବେ । ଆମେ ସମସ୍ତେ ଏକାଠି ହୋଇ ବିକଶିତ ମହାରାଷ୍ଟ୍ର, ବିକାଶିତ ଭାରତର ସ୍ୱପ୍ନକୁ ସାକାର କରିବା । ଏହି ଆଶା ସହିତ ମୁଁ ପୁଣି ଥରେ ମୋର କୃଷକ ବନ୍ଧୁ ଏବଂ ମୋର ବଂଜାରା ସମାଜର ସମସ୍ତ ଭାଇ-ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ମୋ ସହିତ କୁହନ୍ତୁ

ଭାରତ ମାତା କୀ -ଜୟ

ଭାରତ ମାତା କୀ- ଜୟ

ଭାରତ ମାତା କୀ-ଜୟ

ବହୁତ ବହୁତ ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.