"ଦକ୍ଷିଣ-ପୂର୍ବ ଏସିଆର ଦ୍ୱାର ଭାବେ ପୂର୍ବ ଭାରତକୁ ବିକଶିତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ :ପ୍ରଧାନମନ୍ତ୍ରୀ ମୋଦୀ "
" ଆଇଆଇଟି ଭୁବନେଶ୍ୱର ଓଡିଶାରେ ଶିଳ୍ପ ପ୍ରଗତିକୁ ଅଧିକ ବେଗରେ ଆଗେଇ ନେବ ଏବଂ ଜନସାଧାରଣଙ୍କ ଜୀବନ ସ୍ତରରେ ଉନ୍ନତି ଆଣିବା ପାଇଁ ବୈଷୟିକ ଜ୍ଞାନର ବିକାଶ ଦିଗରେ କାର୍ଯ୍ୟ କରିବ :ପ୍ରଧାନମନ୍ତ୍ରୀ "
"ଓଡିଶାର ସାମଗ୍ରୀକ ବିକାଶ ଲାଗି କେନ୍ଦ୍ର ସରକାର ସଂକଳ୍ପ :ପ୍ରଧାନମନ୍ତ୍ରୀ ମୋଦୀ "

ଏଠାରେ ଉପସ୍ଥିତ ଭାଇ-ଭଉଣୀମାନେ ଏବଂ ଯୁବ ବନ୍ଧୁଗଣ!

ଓଡ଼ିଶାର ବିକାଶ ଲାଗି ସମର୍ପିତ ଭାବନା ନେଇ କାମ କରିବା ଲାଗି ଆମର ସଂକଳ୍ପ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଁଚିଛି । କିଛି ସମୟ ପୂର୍ବରୁ 14 ହଜାର କୋଟି ଟଙ୍କାରୁ ଅଧିକ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଏହି ଯୋଜନଗୁଡ଼ିକ ମଧ୍ୟରେ ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ୟାସ, ସଡ଼କ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଅନେକ ପ୍ରକଳ୍ପ ରହିଛି । ଏ ସମସ୍ତ ପ୍ରକଳ୍ପ ଓଡ଼ିଶାର ବିକାଶ, ଏଠାକାର ଜନସାଧାରଣଙ୍କ ଜୀବନକୁ ସହଜ ଏବଂ ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିକାଶର ଏ ସମସ୍ତ ପ୍ରକଳ୍ପ ଲାଗି ଆପଣମାନଙ୍କୁ ସମସ୍ତଙ୍କୁ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ସାଥୀଗଣ, ଦେଶର ଇତିହାସରେ ପ୍ରଥମ ଥର କୌଣସି କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ସମେତ ସାରା ପୂର୍ବ ଭାରତର ବିକାଶ ଉପରେ ଏତେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶର ସନ୍ତୁଳିତ ବିକାଶକୁ ପ୍ରାଥମିକତା ଦେଇ ଗତ ଚାରି ବର୍ଷ ଧରି ନିରନ୍ତର ଭାବେ ଏଠାରେ ଭିତ୍ତିଭୂମି ସହ ଜଡ଼ିତ, ଆବଶ୍ୟକ ସୁବିଧା ସହ ଜଡ଼ିତ ଅନେକ ପ୍ରକଳ୍ପର ବିସ୍ତାର ହୋଇଛି । କେନ୍ଦ୍ର ସରକାର ପୂର୍ବ ଭାରତକୁ ପୂର୍ବ ଏସିଆ ଏବଂ ଦକ୍ଷିଣ ଏସିଆର ଗେଟୱେ ଭାବେ ବିକଶିତ କରିବା ଦିଗରେ ଆଗକୁ ବଢ଼ୁଛନ୍ତି । ସବକା ସାଥ, ସବକା ବିକାଶ ଏହି ମନ୍ତ୍ର ସହ ଆଗକୁ ଚାଲି ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ, ଓଡ଼ିଶାର କୋଣ ଅନୁକୋଣର ବିକାଶ ଏହି ସଂକଳ୍ପକୁ ନେଇ କେନ୍ଦ୍ର ସରକାର ଆଗକୁ ବଢ଼ୁଛନ୍ତି ।

ସାଥୀଗଣ, ଆଜି ଆଇଆଇଟି ଭୁବନେଶ୍ୱରକୁ ଓଡ଼ିଶାର ପ୍ରତିଭାମାନଙ୍କ ଲାଗି, ଯୁବକମାନଙ୍କ ଲାଗି ସମର୍ପିତ କରିବା ଲାଗି ମୋତେ ସୌଭାଗ୍ୟ ମିଳିଛି । ଏହାର ନିର୍ମାଣରେ 1260 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଭବ୍ୟ କ୍ୟାମ୍ପସ ଆଗାମୀ ଦିନରେ ଓଡ଼ିଶାର ନବଯୁବକମାନଙ୍କ ସ୍ୱପ୍ନକୁ… ଏହି ସ୍ୱପ୍ନର କେନ୍ଦ୍ର ତ’ ନିର୍ମାଣ ହେବ ହିଁ ହେବ । ଏଠାକାର ଯୁବକମାନଙ୍କ ଲାଗି ନିଯୁକ୍ତିର ନୂତନ ମାଧ୍ୟମ ମଧ୍ୟ ସିଦ୍ଧ ହେବ । ଆଇଆଇଟିର ଏହି କ୍ୟାମ୍ପସରେ ଓଡ଼ିଶାର ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ପାଇଁ, ଏଠାକାର ଜଙ୍ଗଲରେ ଥିବା ପ୍ରାକୃତିକ ସମ୍ପଦ ସହ ଜଡ଼ିତ ଗବେଷଣା ହେବ । ଏଠାକାର ଆଦିବାସୀ ଭଉଣୀ-ଭାଇଙ୍କ ଜୀବନକୁ ଉନ୍ନତ କରିବା ଲାଗି ନୂତନ କୌଶଳରେ ଗବେଷଣା ହେବ । ଏଠାକାର ସଂସ୍ଥାନ ଦେଶ ଏବଂ ବିଶ୍ୱ ଲାଗି ଉଚ୍ଚସ୍ତରର ଇଞ୍ଜିନିୟର ଏବଂ ଉଦ୍ୟମୀ ତ’ ସୃଷ୍ଟି କରିବ ତା’ସହିତ ଓଡ଼ିଶାକୁ ମଧ୍ୟ ହାଇଟେକ ଶିଳ୍ପ ବିକାଶ ମାର୍ଗରେ ଆଗକୁ ନେଇଯିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହାବ୍ୟତୀତ ଆଗାମୀ ଦିନରେ ବ୍ରହ୍ମପୁରରେ ପାଖାପାଖି 1600 କୋଟି ଟଙ୍କା ବ୍ୟୟ କରାଯାଇ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ (ଆଇଜର) ଏହାର କାମ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।

ସାଥୀଗଣ! ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତି ସହ ଜଡ଼ିତ ଏପରି ଅନେକ ପ୍ରତିଷ୍ଠାନ ଗତ ସାଢ଼େ ଚାରି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସାରା ଦେଶରେ ମଞ୍ଜୁରି ଲାଭ କରିଛି । ଏ ସରକାର ଏହି ଭିଜନକୁ ହିଁ ଆଗକୁ ବଢ଼ାଇଥାଏ । ଏହାର ଅନ୍ତର୍ଗତ ନିଉ ଇଣ୍ଡିଆ ବା ନୟା ଭାରତ ଏହାକୁ ବିଶ୍ୱ ଲାଗି ଆଧୁନିକ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପର ହବ କରିବା ଲାଗି ପ୍ରୟାସ କରାଯାଉଛି । ମୋର ଆଶା ଯେ ଓଡ଼ିଶାର ଏହି ନୂଆ ସଂସ୍ଥାନ ଜ୍ଞାନ ଏବଂ ଉଦ୍ଭାବନର ଓଡ଼ିଶାର ନିଜ ପ୍ରାଚୀନ ପରିଚୟକୁ ଆହୁରି ସୁଦୃଢ଼ କରିବ । ସାଥୀଗଣ, ଶିକ୍ଷା ସହିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଗମ୍ଭୀରତାର ସହିତ ଧ୍ୟାନ ଦେଉଛନ୍ତି । ଏହି ଭାବନା ସହିତ ଭୁବନେଶ୍ୱରେ ନିର୍ମିତ ଇଏସଆଇସି ହସପିଟାଲରେ ହୋଇଥିବା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇସାରିଛି ।

ଆଜି ଆଧୁନିକ ସୁବିଧା ସହ ଯୁକ୍ତ ଏହି ଡାକ୍ତରଖାନାକୁ ମଧ୍ୟ ଜନସାଧାରଣଙ୍କ ପାଇଁ ସମର୍ପିତ କରାଯାଇଛି, ଯେଉଁ ପୁରୁଣା ଡାକ୍ତରଖାନା ଥିଲା ତା’ର କ୍ଷମତା ଏବେ ଦୁଇଗୁଣା ହୋଇଯାଇଛି । ଏବେ ଏହା ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ଯେ ଦୂରବର୍ତ୍ତୀ ଗ୍ରାମଗୁଡ଼ିକର ଜଙ୍ଗଲରେ ରହୁଥିବା ମୋର ଆଦିବାସୀ ପରିବାରଗୁଡିକୁ ଚିକିତ୍ସା ପାଇଁ ଏଣେତେଣେ ବୁଲିବାକୁ ନପଡ଼ୁ । ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ନିର୍ମାଣ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଅଛି । ଓଡ଼ିଶାରେ ମଧ୍ୟ ପାଖାପାଖି ସାଢ଼େ 11 ଶହ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ନିର୍ମାଣକୁ ମଞ୍ଜୁରି ମିଳିଛି । ଆଗାମୀ ଗୋଟିଏ ଦୁଇ ବର୍ଷରେ ଯେତେବେଳେ ସବୁ ସେଂଟର ନିର୍ମାଣ ହୋଇଯିବ ତ’ ଓଡ଼ିଶା ଏବଂ ଦେଶରେ ସ୍ୱାସ୍ଥ୍ୟ ସୁବିଧାରେ ବିପ୍ଳବାତ୍ମକ ପରିବର୍ତ୍ତନ ଆସିବ ।

ସାଥୀଗଣ, ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧାକୁ ବଢ଼ାଇବା ସହିତ ହିଁ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବାର କାମ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଦ୍ରୁତ ଗତିରେ କରାଯାଉଛି । ରାଜ୍ୟର ସବୁ ଦୁର୍ଗମ କ୍ଷେତ୍ରକୁ ସଡ଼କ ସହ ଯୋଡ଼ିବା ଲାଗି ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରାଯାଉଛି । ଗ୍ରାମ ଏବଂ ସହରରେ ସଡ଼କର ନେଟୱାର୍କ ବିଛାଯାଉଛି । ଓଡ଼ିଶାରେ ନେସନାଲ ହାଇୱେର ଲମ୍ବ 10 ହଜାର କିଲୋମିଟର ପର୍ଯ୍ୟନ୍ତ କରିବା ଦିଗରେ କେନ୍ଦ୍ର ସରକାର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି । ଏହି ଲକ୍ଷ୍ୟ ଅନ୍ତର୍ଗତ ଆଜି ସଡ଼କ, ରାଜପଥ ସହ ଜଡ଼ିତ 4ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଚଣ୍ଡିଖୋଲ-ଭଦ୍ରକ ସେକ୍ସନ ଏବଂ ଟାଙ୍ଗୀ-ପୁଇଁତଳା ସେକ୍ସନକୁ 6 ଲେନ କରାଯିବା, କଟକ-ଅନୁଗୁଳ ସେକ୍ସନକୁ ଚଉଡ଼ା କରାଯିବା ହେଉ କିମ୍ବା ପୁଣି ଖଣ୍ଡଗିରି ଫ୍ଲାଏ ଓଭରର ନିର୍ମାଣ, ପାଖାପାଖି ସାଢ଼େ ଚାରି ହଜାର କୋଟି ଟଙ୍କାର ଏହି ସବୁ ପ୍ରକଳ୍ପ ଓଡ଼ିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ବହନ କରିବାକୁ ଯାଉଛି । ଏହି ସୁବିଧା ଫଳରେ ଲୋକମାନଙ୍କ ଯିବାଆସିବା ସହଜ ହେବ । ବ୍ୟବସାୟ-କାରବାର କରିବା ମଧ୍ୟ ସହଜ ହେବ ।

ସାଥୀଗଣ, ଓଡ଼ିଶାର ଭିତ୍ତିଭୂମିରେ ଯେତିକି ସମ୍ପ୍ରସାରଣ ହୋଇଚାଲିବ ସେତିକି ଏଠାରେ ଶିଳ୍ପ ବ୍ୟବସାୟ ପାଇଁ ମଧ୍ୟ ନୂଆ ରାସ୍ତା, ନୂଆ ସୁଯୋଗ ଖୋଲିବ । ବିଶେଷ କରି ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ଅଟେ । ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଓଡ଼ିଶାକୁ ନୂତନ ପରିଚୟ ଦେବାକୁ ଯାଉଛି । ଏଠାକାର ଯୁବକମାନଙ୍କ ଲାଗି ନିଯୁକ୍ତିର ନୂଆ ଅନେକ ସୁଯୋଗ ସୃଷ୍ଟି କରିବାକୁ ଯାଉଛି । ପାଖାପାଖି 1200 କିଲୋମିଟରର ଏହି ପାଇପଲାଇନ ଓଡ଼ିଶା ସହିତ ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାର ପେଟ୍ରୋଲିୟମ ପଦାର୍ଥଗୁଡ଼ିକର ଆବଶ୍ୟକତାକୁ ମଧ୍ୟ ପୂରଣ କରିବ । ପାରାଦୀପ ରିଫାଇନାରୀରୁ ବାହାରୁଥିବା ପେଟ୍ରୋଲ, ଡିଜେଲ, କିରାସିନି ଏବଂ ବିମାନ ଇନ୍ଧନ ଅନେକ ସହର ଏବଂ ଗ୍ରାମଗୁଡ଼ିକର ଆବଶ୍ୟକତାକୁ ପୂରଣ କରିବ । ପାଖାପାଖି 4 ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଅନ୍ତର୍ଗତ ବ୍ରହ୍ମପୁର, ବିଶାଖାପାଟଣା, ରାଜମହେନ୍ଦ୍ରୀ ଏବଂ ବିଜୟୱାଡ଼ାରେ ଡେଲିଭରି ତଥା ପମ୍ପିଂ ଷ୍ଟେସନ ନିର୍ମାଣ ହେବା ଏହି ପାଇପଲାଇନ ନିର୍ମାଣ ହେବା ପରେ ଓଡ଼ିଶା ଏକପ୍ରକାରେ ପୂର୍ବ ଭାରତର ପେଟ୍ରୋଲିୟମ କେନ୍ଦ୍ର ହେବାକୁ ଯାଉଛି ।

ସାଥୀଗଣ, ଦେଶର ଗରିବରୁ ଗରିବ ପରିବାର ପର୍ଯ୍ୟନ୍ତ ସ୍ୱଚ୍ଛ ଧୂଆଁ ମୁକ୍ତ ଇନ୍ଧନ ଦେବା ଲାଗି ସରକାର ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଦେଶର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ପହଁଚାଇବାରେ ଆମେ ସଫଳତାର ଖୁବ ନିକଟରେ ରହିଛୁ । ଏବେ ପାଇପରୁ ରୋଷେଇ ଗ୍ୟାସ ଦେବାର ମଧ୍ୟ ଏକ ବ୍ୟାପକ ଅଭିଯାନ ସରକାର ଆରମ୍ଭ କରିଛନ୍ତି । ବିଶେଷ କରି ପୂର୍ବ ଭାରତକୁ ପାଇପ ଯୋଗେ ଗ୍ୟାସ ପହଁଚାଇବା ଦିଗରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଦ୍ରୁତ ଗତିରେ ଚାଲୁଅଛି । ଉତ୍ତରପ୍ରଦେଶ ଠାରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ପାଇପ ଯୋଗେ ଗ୍ୟାସ ଯୋଗାଣ ଲାଇନ (ପିଏନଜି) ବିଛାଇବା ଲାଗି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହାର ଅନ୍ତର୍ଗତ ଆଜି ଜଗଦୀଶପୁର, ହଳଦିଆ, ବୋକାରୋ, ଧାମରା ପାଇପ ଲାଇନ ପ୍ରକଳ୍ପର ବୋକାରୋ-ଅନୁଗୁଳ ସେକ୍ସନର ଶିଳାନ୍ୟାସ ଆଜି କରାଯାଇଛି । ପାଖାପାଖି ସାଢ଼େ ତିନି ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଏବେ ସମ୍ପୂର୍ଣ୍ଣ ହୋଇଯିବ ତ ଏହାଦ୍ୱାରା ଓଡ଼ିଶାର 5ଟି ଜିଲ୍ଲା ସହିତ ଝାଡ଼ଖଣ୍ଡର 6ଟି ଜିଲ୍ଲାରେ ମଧ୍ୟ ପାଇପଯୁକ୍ତ ଗ୍ୟାସ ସହ ଯୋଡ଼ି ହୋଇଯିବ ।

ସାଥୀଗଣ, ସାଧନ, ସମ୍ବଳର ବିକାଶା ସେପର୍ଯ୍ୟନ୍ତ ଅପୂର୍ଣ୍ଣ ରହିବ, ଯେପର୍ଯ୍ୟନ୍ତ ସାଂସ୍କୃତିକ ବିକାଶର ଦିଗ ତା’ସହିତ ଯୋଡ଼ିହୋଇନାହିଁ । ଦେଶର ପ୍ରଥମ ସ୍ୱାଥୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ପାଇକ ବିଦ୍ରୋହର 200 ବର୍ଷ ପୂରଣ ହେବା ପରେ ଏକ ସ୍ୱତନ୍ତ୍ର ଡାକ ଟିକେଟ ଏବଂ ମୁଦ୍ରା ଆଜି ଜାରି କରାଯାଇଛି । ଏହାବ୍ୟତୀତ ପାଇକ ବିପ୍ଳବର ନାୟକ ବକ୍ସି ଜଗବନ୍ଧୁଙ୍କ ନାମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଚେୟାର ମଧ୍ୟ ସରକାର ଆରମ୍ଭ କରିଛନ୍ତି । ଏହି ଚେୟାର ପାଇକ ଏବଂ ଆଦିବାସୀ ଆନ୍ଦୋଳନ ସମେତ ସମସ୍ତ ରାଷ୍ଟ୍ରବାଦୀ ଆନ୍ଦୋଳନର ଗବେଷଣା ସହ ଜଡ଼ିତ ବିଷୟ ଉପରେ ରିସର୍ଚ୍ଚ ସେଂଟର ନିର୍ମାଣ ହେବ । ଏଥିସହିତ ଏହା ଓଡ଼ିଶାର ଆଦିବାସୀ ସମାଜରେ ଆସିଥିବା ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନଗୁଡ଼ିକ ବୁଝିବାର ଦିଗରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

ସାଥୀଗଣ, ପାଇକ ଆନ୍ଦୋଳନର ନାୟକମାନଙ୍କୁ ସମ୍ମାନ ଦେବା ସହିତ ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟକୁ ବିଶ୍ୱ ସମ୍ମୁଖକୁ ଆଣିବା ଲାଗି ଧ୍ୟାନ ମଧ୍ୟ ଦିଆଯାଉଛି । କଟକ ଜିଲ୍ଲାର ଲଳିତଗିରିରେ ପ୍ରତ୍ନତାତ୍ୱିକ ସଂଗ୍ରହାଳୟର ଉଦଘାଟନ କରିବାର ସୁଯୋଗ ମଧ୍ୟ ମୋତେ ଆଜି ମିଳିଛି । ଏଥିରେ ବୌଦ୍ଧ କାଳର ପ୍ରାରମ୍ଭିକ ସମୟ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଅବଶେଷ ରଖାଯାଇଛି । ଏହି ସଂଗ୍ରହାଳୟର ସାରା ବିଶ୍ୱର ବୌଦ୍ଧ ମତ ସହ ଜଡ଼ିତ ଲୋକମାନଙ୍କୁ, ଗବେଷକମାନଙ୍କୁ ତ’ ଆକର୍ଷିତ କରିବ ହିଁ, ଅନ୍ୟ ଲୋକମାନଙ୍କ ସହିତ ପର୍ଯ୍ୟଟକମାନଙ୍କ ଲାଗି ମଧ୍ୟ ଏହା ଆକର୍ଷଣର କେନ୍ଦ୍ର ହେବ । ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଦ୍ୱାରା ଏହାକୁ ଆହୁରି ଶକ୍ତି ମିଳିବାକୁ ଯାଉଛି । ଯଦ୍ଦ୍ୱାରା ଏଠାକାର ନବଯୁବକମାନଙ୍କ ପାଇଁ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ହେବ ।

ସାଥୀଗଣ, କେନ୍ଦ୍ର ସରକାର ଓଡ଼ିଶାର ସାମଗ୍ରୀକ ବିକାଶ ଲାଗି ସମର୍ପିତ । ଓଡ଼ିଶାର ଭିତ୍ତିଭୂମି ଠାରୁ ଆରମ୍ଭ କରିବ ପ୍ରତ୍ୟେକ ଜନସାଧାରଣଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଛି । ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଏହି କାମ ନିରନ୍ତର ଜାରି ରହିବ । ଓଡ଼ିଶା ନୂତନ ଭାରତର ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ ହେବ । ଏଥିପାଇଁ ଆମେ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବାର ଅଛି, ଆଗକୁ ବଢ଼ିବା, ମିଳିମିଶି ପ୍ରୟାସ କରିବା । ଏହି କାମନା ସହିତ ପୁଣିଥରେ ମୁଁ ଏହି ସମସ୍ତ ବିକାଶ ପ୍ରକଳ୍ପ ଲାଗି ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କୁ ହୃଦୟ ପୂର୍ବକ ଅଭିନନ୍ଦନ ଜଣାଉଛି । ଏଥିସହିତ ଜୟ ଜଗନ୍ନାଥଙ୍କୁ ସ୍ମରଣ କରି ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Data centres, nuclear power drive ₹26.75 trillion investment plans: Report

Media Coverage

Data centres, nuclear power drive ₹26.75 trillion investment plans: Report
NM on the go

Nm on the go

Always be the first to hear from the PM. Get the App Now!
...
You have not just increased the number of medals, you have prepared an entire generation: PM Modi to CWG Champions
August 10, 2026

प्रधानमंत्री – मेरे यहां, मुझे यहां लगभग 12-13 साल हो गए इसी मकान में, अगर मैंने regularly और हर बार किसी को रिसिव किया है, किसी को मैं मिला हूं, तो खिलाड़ी हैं। पिछले 10-12 साल हो गए, आप लोगों के पुरुषार्थ के कारण, भारत को लगातार विजय दिलाने के आपके प्रयासों के कारण और उत्तरोत्तर सफलता में नई ऊंचाईयां पार करने की परंपरा के कारण, जो काम शायद हम स्कूलों में जाकर कहें कि नहीं नहीं भई खेलना चाहिए, ये करना चाहिए, वो काम स्कूलों में जाकर के हम कर सकते थे, उससे ज्यादा आपका मेडल उनको inspire करता है।

प्रधानमंत्री – तुमने मुझे वादा किया था पिछली बार कि तुम्हारी दोनों बेटियां खिलाड़ी बन जाएंगी?

खिलाड़ी - हाँ जी अभी वे उमर की छोटी हैं, अगले कॉमनवेल्थ में एक घर में तीन मेडल लाकर दिखाएंगी।

प्रधानमंत्री – पक्का।

खिलाड़ी – हाँ जी।

खिलाड़ी – जब मैं दौड़ रहा था, जब मेरा इवेंट था 29 को, तो उस दिन गुरुपूर्णिमा थी, तो उस दिन मेरे गुरू को मैंने एक गिफ्ट दे दिया।

प्रधानमंत्री – बड़ी शान बढ़ाई आपने। इतनी आंसू टपक रहे थे, मुझे लगता है कि आंसू के हर बूंद से जैसे गोल्ड मेडल टपक रहा है।

खिलाड़ी – मैं बहुत ज्यादा खुशी थी, इमोशनल भी थे उसी दिन, खुशी ज्यादा था और मैं इसलिए रोई थी कि मेरा पेरिस आलंपिक में मेरा 1 Kg में मेडल रह गई थी और एक प्लेयर्स की लाइफ में क्या क्या हमको फेस करना पड़ता है। तो ये 4 साल के अंदर में कितना क्या क्या कुछ मैंने फेस किया था, हर टाइम injury ही चल रहे थे और family problem, वो सब हो रहा था। तो बहुत मुश्किल से मैं ये 4 साल फेस किया था। तो वो सब जब पोडियम में जब मैं खड़ी थी सर और हमारी जो फ्लैग ऊपर जाते हैं और हमारे नेशनल एंथम जब बजते हैं तो सर हम रुक नहीं सकते सर, अपना आप आंसू निकलते हैं।

प्रधानमंत्री – बहुत बहुत बढ़िया

प्रधानमंत्री – आपके इस अचीवमेंट को सिर्फ आपका अचीवमेंट मानता हूं, ऐसा नहीं है, ये आपका विजय आने वाली पीढ़ियों के लिए बहुत बड़ी प्रेरणा बन जाता है।

खिलाड़ी – सब डर रहे थे हमसे कि इंडिया के साथ फाइट आ गई, अब तो हम पहली फाइट ही हार जायेंगे, हमारा मेडल भी नहीं आयेगा।

प्रधानमंत्री – यानी मान के चलते हैं।

खिलाड़ी – हाँ सर।

प्रधानमंत्री – क्या हुआ, वो restaurant वालों से झगड़ा कर रही थी?

खिलाड़ी – हम लोगों का जो इतना अच्छा परफॉर्मेंस था, लास्ट डे था और सब जीत के गए थे और पूरा इंडिया के लोग थे। तो थोड़ा सा मुझे बुरा लग रहा। तो मैंने उनको अच्छे से बोला रिक्वेस्ट किया था सर, फिर उन्होंने मान भी लिया, अभी चेंज भी हो गया सर।

प्रधानमंत्री – इस विजय की परिस्थिति खुशी, आनंद, अपने साथियों के साथ और गेम पूरे हो चुके हैं। तो हसी मजाक मस्ती का मूड ऐसे समय उस मैप पर नजर जाना और उसको रजिस्टर करना और तुरंत सिर्फ मेडल लेते समय देश खड़ा हो जाता है ऐसा नहीं, भीतर से देश का भाव मैं सच बताता हूँ ये वीडियो सामान्य नहीं है आपका, लंबे समय तक लोगों को याद रहेगा। ये बॉक्सिंग वालों से भी दुनिया के खिलाड़ी अब डरने लगे हैं।

खिलाड़ी – जरूर सर, पुरे सभी डरे हुए थे। एक के बाद एक गोल्ड मेडल गोल्ड मेडल आ रहे थे और मतलब पूरा लास्ट में ऐसे धमाका जैसा हो गया बिल्कुल। जिस तरीके से हम लोगों को सपोर्ट मिल रहा है, हमें बैक टू बैक कंपटीशन मिल रहा है वो एक बहुत बड़ी बात है और हमारे जितने भी यंग एथलीट है वो लोग सभी जैसे खेलो इंडिया स्कीम से आए हुए हैं और ये एक बहुत बड़ा changes ला रहा है पूरे स्पोर्ट्स में ही।

प्रधानमंत्री – अगर आप लोग खेलो इंडिया की प्रतिष्ठा बढ़ाते हैं और प्रतिष्ठा सिर्फ वहां जाकर के रिबिन काटने से नहीं होगी। आप वैसे ही खेलेंगे जैसे एक छोटा विद्यार्थी, एक छोटा नौजवान, छोटा खिलाड़ी खेलता है। यह बहुत बड़ा कंट्रीब्यूशन करेगा। क्योंकि अभी तो हमें बहुत आगे जाना है, बहुत मेडल लाना है। कारगिल विजय दिवस पर किसकी विजय हुई थी?

खिलाड़ी – उस दिन कारगिल डे था वैसे और जिस दिन मैंने पाकिस्तान के साथ फाइट किया था सर, वो उसी दिन का था। तो मैं एक इंडियन आर्मी से हूं, तो मैंने उस दिन मैं पहले से बहुत वो था कि सर पाकिस्तान को हराना है। तो मैंने वो पाकिस्तान एक तरफ मैंने 5-0 से हराया, तो मैंने हमारा इंडियन आर्मी का कारगिल हीरोज़ को मैंने डेडिकेट किया किया था सर।

प्रधानमंत्री – आपको यह याद रहना और आप स्वयं फौज से हैं तो, मैं जरूर मानता हूं कि देश के वीर जवानों को आपने जो भाव प्रकट किया ना कि, मैं कारगिल के विजेताओं को मेरा मेडल समर्पित करता हूं। उसने उस विजय पर चार चांद लगा दिए और जिसको पराजित करना था उसी को किया आपने।

खिलाड़ी – वो पाकिस्तान की बात चल रही है, मुझे किस्सा याद आ गया सर। 2015 वर्ल्ड मिलिट्री गेम थे और मेरी पाकिस्तान के साथ पहली फाइट आ गई थी और वर्ल्ड मिलिट्री गेम थे तो मिलिट्री वाले के फोन आए कि भई पाकिस्तान से नहीं हारना है। तो फिर मैं फर्स्ट राउंड 4-1 से जीत गया। सेकंड राउंड 3-2 से जीत गया, पर दोनों के सर लग गए आपस में, तो दोनों के लग गए कट और फाइट तो मैं जीत गया।

प्रधानमंत्री – हाँ

खिलाड़ी – उसके बाद फिर दोनों चले गए हॉस्पिटल में टांके लगवाने के लिए। फिर 2014 में आप फर्स्ट टाइम प्रधानमंत्री जी बने थे और जो हमारे साथ आर्मी का कोच गया हुआ था उसका नाम नरेंद्र राणा था और फिर वो कई देर तक सोच के मेरे को बोला कि भाईजान एक बात बोलूं, मैं हां बोलो, बोला भाईजान आपका नाम नरेंद्र है। आपके कोच का नाम नरेंद्र है, आपके प्रधानमंत्री का नाम नरेंद्र है, तो मुझे नरेंद्र नाम से नफरत हो गई है।

प्रधानमंत्री – सिर्फ आपने मेडल की संख्या बढ़ाई ऐसा नहीं है। आपने एक पीढ़ी को तैयार किया।

खिलाड़ी – मेरे मन में भी धक-धक धक-धक हो रहा है सर।

प्रधानमंत्री – आप चिंता मत कीजिए।

खिलाड़ी – पर..

प्रधानमंत्री – आप चाहें तो आपको बोलने में भी मेडल मिलने वाला है।

खिलाड़ी – मेरे फ्रेंड सर्कल में किसी ने बोला था कि मैं उनको कुछ बोलती थी भई तुम्हारे अच्छे के लिए तुम करो। तो अक्सर मुझे वो बोलते थे कि तू के मोदी ते मिल रही है?

प्रधानमंत्री – हाँ

खिलाड़ी – हरियाणवी में बोल देते हैं सर कि क्या तू मोदी से मिली हुई है, कि तेरी बात माने। तो आज मैं आपसे मिली हूं सर। मैं उनको बोल पाऊंगी कि हां मैं मोदी जी से मिली हूं।

खिलाड़ी – कॉमनवेंल्थ गेम्स में मैंने सिल्वर मेडल जीता, फिर मैंने क्रेडिट साहब को दिया, सपना तो था एक बार मेडल जीत के लेके आने के लिए, बट ट्रेनिंग का सेंटर नहीं था, मैंने SAI आने के बाद मैं बहुत ट्रेनिंग करके मेडल जीत पा रहा, इसलिए बहुत खुशी से मैंने सर को क्रेडिट दिया था क्योंकि बहुत इंप्रूव हुआ।

प्रधानमंत्री – मेरे लिए बहुत बड़ा सम्मान का विषय है, मेहनत आपने की और मुझे याद किया, मैं आपका बहुत आभारी हूं दोस्त।

प्रधानमंत्री – वाराणसी में खेल तुम प्रैक्टिस कर रही थी ना?

खिलाड़ी – जी सर।

प्रधानमंत्री – कैसा बना है स्टेडियम?

खिलाड़ी – सर अच्छा बना है, वहां पर मैं 10-12 दिन के लिए ट्रेनिंग करने गई थी, क्योंकि मैं मंदिर गई थी तो वहां पर ही ट्रेनिंग करके आई थी। और मैं वहां पे मतलब सेटल भी होना चाहती हूं क्योंकि मुझे काशी विश्वनाथ बहुत अच्छा लगता है सर।

प्रधानमंत्री – भोपाल में ट्रेनिंग कर रही थी ना?

खिलाड़ी – जी सर।

प्रधानमंत्री – तो उज्जैन जाते थे कि नहीं?

खिलाड़ी – जी सर उज्जैन भी गई थी सर।

प्रधानमंत्री – अच्छा महाकाल के पास भी गई।

खिलाड़ी – जी सर।

प्रधानमंत्री – काशी विश्वनाथ के पास हो आई एक बार।

खिलाड़ी – जी सर।

प्रधानमंत्री – सावन महीना तो अभी है।

खिलाड़ी – वहां घर जाके फिर उसके बाद जाऊंगी सर।

प्रधानमंत्री – ठीक है।

खिलाड़ी – साई ने भी सर बहुत सपोर्ट किया है मुझे। इसके कारण ही मैं यहां तक पहुंची हूं सर। और मैं खेलो इंडिया स्कीम में भी थी 2018 में जो फर्स्ट खेलो इंडिया हुआ था, उसमें मेरा सिल्वर मेडल था, वहां पे भी मैंने आपको देखा था ओपनिंग सेरेमनी में, तो उसमें मेरा मेडल था, तो मेरे को स्कीम भी मिल गया और मैं यहां तक पहुंची हूं सर।

प्रधानमंत्री – स्पोर्ट्स व्यवस्था एक बात है, लेकिन देश मेडल तब प्राप्त करता है जब देश में स्पोर्ट्स कल्चर बनता है। दोस्तों आपने बहुत बड़ा काम किया है। देश का नाम रोशन किया है। आपको मैं बहुत बधाई देता हूं और आप विश्वास कीजिए आगे भी आप विजयी होंगे और फिर से एक बार यहीं पर हम मिलेंगे। बहुत-बहुत धन्यवाद। बहुत-बहुत शुभकामनाएं।

प्रधानमंत्री – ये लगातार तीसरी बार देश को मेडल दिलवाया है।

खिलाड़ी – थैंक यू सर।

प्रधानमंत्री – बहुत आशीर्वाद बेटा।

खिलाड़ी – और थैंक यू सो मच मैं सर के हाथ से लड्डू खा रही मेरा कल बर्थडे था तो आज सर के हाथ से…

प्रधानमंत्री – बहुत बधाई वाह।

प्रधानमंत्री – मुस्कुराओ यार ।

प्रधानमंत्री – जो खेलेगा वो खिलेगा।