The decision to remove Article 370 may seem politically difficult, but it has given a new ray of hope for development in Jammu, Kashmir and Ladakh: PM Modi
For Better Tomorrow, our government is working on to solve the current challenges: PM Modi
112 districts are being developed as Aspirational Districts, with a focus on every parameter of development and governance: PM

ଶୋଭନା ଭରତୀୟା ମହୋଦୟା, ‘ହିନ୍ଦୁସ୍ତାନ ଟାଇମ୍ସ’ ପରିବାରର ସମସ୍ତ ଭଦ୍ର ବ୍ୟକ୍ତିଗଣ, ଦେଶ ଏବଂ ବିଦେଶରୁ ଏଠାରେ ଉପସ୍ଥିତ ଭଦ୍ର ବ୍ୟକ୍ତି ଓ ମହିଳା । ଯେ କୌଣସି ଦେଶକୁ ମାର୍ଗ ପ୍ରଦର୍ଶନ କରିବାରେ, ଯେ କୌଣସି ସମାଜ ଅବା ବ୍ୟକ୍ତିଙ୍କୁ ନୂତନ ଉର୍ଜ୍ଜାର ସହିତ ଆଗକୁ ଅଗ୍ରସର ହେବାରେ କଥାବାର୍ତ୍ତା ବା ଆଲୋଚନା – ସମ୍ବାଦର ବହୁତ ମହତ୍ତ୍ଵ ରହିଥାଏ । ଆଜିର ଏହି ଆଲୋଚନା ହିଁ ଉନ୍ନତ ଭବିଷ୍ୟତର ମୂଳଦୁଆ ହୋଇଥାଏ । ଆଜି ମଧ୍ୟ ହେଉଛି ଆମର ସମ୍ବିଧାନ ନିର୍ମାତା ବାବା ସାହେବ ଡ଼କ୍ଟର ଭୀମରାଓ ଆମ୍ବେଦକର ମହୋଦୟଙ୍କର ପୁଣ୍ୟତିଥି ।

ମୁଁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ପ୍ରଣାମ କରୁଛି ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ବାବା ସାହେବ ଯେଉଁ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, ତାକୁ ସାକାର କରିବାର ଶକ୍ତି ଦିଅନ୍ତୁ, ଆମକୁ ସମର୍ଥ କରାନ୍ତୁ ।

ସାଥୀଗଣ,

ଭବିଷ୍ୟତରେ ଆମେ ଯେଉଁ ମାର୍ଗରେ ଯିବାକୁ ଚାହୁଁଛୁ, ସେଥିରେ ସବୁଠାରୁ ବଡ଼ ଭୂମିକା ହେଉଛି ବର୍ତ୍ତମାନର, ଆଉ ଏବେ ଶୋଭନା ମହୋଦୟା ଗୋଟିଏ ପ୍ରଶ୍ନ ରଖିଛନ୍ତି କି ଆପଣ ସମସ୍ତଙ୍କୁ କହିବା ପାଇଁ କି ମୁଁ କିଭଳି ନିର୍ବାଚନ ଜିତେ, ଦେଶର ଜନତା ଜିତାଇଛନ୍ତି ଏଥିପାଇଁ ଜିତିଗଲି ଏବଂ ଦେଶର ଜନତା କାହିଁକି ଜିତାଇଲେ, କାରଣ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏହି ମନ୍ତ୍ରକୁ ଆଧାର କରି କାର୍ଯ୍ୟ କଲି । ଏଥିପାଇଁ ଜିତାଇଲେ ଆଉ ଅନେକ ଲୋକଙ୍କୁ ନ ଚାହିଁ ମଧ୍ୟ ଜିତାଇଲେ । ଛାଡ଼ନ୍ତୁ, ଉନ୍ନତ ଭବିଷ୍ୟତ ପାଇଁ ଆମ ସରକାର, ବର୍ତ୍ତମାନର ଆହ୍ୱାନ ଉପରେ, ସମସ୍ୟାଗୁଡ଼ିକ ଉପରେ କାର୍ଯ୍ୟ କରୁଛନ୍ତି ଆଉ ଏହି ଆହ୍ୱାନ ଯେ ଆଜି ସୃଷ୍ଟି ହୋଇଛି, ଏକଥା ନୁହେଁ । ଏହା ଦଶକ ଦଶକ ଧରି ଚାଲି ଆସିଛି ।

ସାଥୀଗଣ,

ଧାରା-370 ଉଚ୍ଛେଦ କରିବାର ନିଷ୍ପତ୍ତି ରାଜନୈତିକ ଦୃଷ୍ଟିକୋଣରୁ ଯଦିଓ ଜଟିଳ ଲାଗୁଥାଏ, କିନ୍ତୁ ଏହା ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖର ଲୋକଙ୍କ ବିକାଶ ଏବଂ ସେମାନଙ୍କ ମଧ୍ୟରେ ନୂତନ ଆଶା ଜାଗ୍ରତ କରିଛି, ମୁସଲମାନ ଭଉଣୀଙ୍କୁ ତିନି ତଲାକର ଦଂଶନରୁ ମୁକ୍ତି ମିଳିବା ଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାରକୁ ଉନ୍ନତ ଭବିଷ୍ୟତର ଅନୁଭବ ହୋଇ ପାରିଛି ।

ପଡ଼ୋଶୀ ଦେଶରୁ ଆସିଥିବା ଶହ ଶହ ପରିବାର, ଯେଉଁମାନଙ୍କ ସହିତ ସେହି ଦେଶରେ ଅତ୍ୟାଚାର ହୋଇଥିଲା, ଯେଉଁମାନଙ୍କର ମାଆ ଭାରତୀ ଉପରେ ଆସ୍ଥା ଥିଲା, ଯେତେବେଳେ ସେମାନଙ୍କ ନାଗରିକତାର ପଥ ଉନ୍ମୁକ୍ତ ହେବ ତ ଏହାଦ୍ୱାରା ମଧ୍ୟ ସେମାନଙ୍କର ଉନ୍ନତ ଭବିଷ୍ୟତ ସୁନିଶ୍ଚିତ ହେବ । ଦିଲ୍ଲୀର ଅନଧିକୃତ କଲୋନୀଗୁଡ଼ିକୁ ନେଇ ଯେଉଁ ନିଷ୍ପତ୍ତି ହୋଇଛି, ତାହାଦ୍ୱାରା ମଧ୍ୟ ଏଠାକାର 40 ଲକ୍ଷ ଲୋକଙ୍କର ଉନ୍ନତ ଭବିଷ୍ୟତର ରାସ୍ତା ପକ୍କା ହୋଇଛି । ଏଭଳି ଅନେକ ନିଷ୍ପତ୍ତି ଅଛି, ଯାହା ବିଗତ ଦିନର ପରମ୍ପରା ଥିଲା, କିନ୍ତୁ ନ୍ୟୁ ଇଣ୍ଡିଆ ପାଇଁ, ଉନ୍ନତ ଭବିଷ୍ୟତ ପାଇଁ ତାହାକୁ ଦୂରେଇ ଦିଆ ଯାଇପାରିବ ନାହିଁ ।

ଏହିଭଳି ଭାବେ ରାମ ଜନ୍ମଭୂମୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କେବଳ ଗୋଟିଏ ବିବାଦର ସମାଧାନ ନୁହେଁ ବରଂ ଏହା ଭାରତର ଉନ୍ନତ ଭବିଷ୍ୟତର ଏକ ବଡ଼ କାରକ ।

ସାଥୀଗଣ, ଆମକୁ ମନେ ରଖିବାକୁ ହେବ କି ରାମ ଜନ୍ମଭୂମୀର ରାୟ ଆସିବା ପୂର୍ବରୁ କେଜାଣି କାହିଁକି କେତେ କ’ଣ ଆଶଙ୍କା କରାଯାଉଥିଲା । ସକାଳେ ରାୟ ଆସିଲା ଆଉ ସନ୍ଧ୍ୟା ହେଉ ହେଉ ଦେଶବାସୀ ସମସ୍ତ ଆଶଙ୍କାଗୁଡ଼ିକୁ ଭୁଲ ସାବ୍ୟସ୍ତ କରିଦେଲେ । ଏହା ପଛରେ କ’ଣ ଭାବନା ଥିଲା – ଉନ୍ନତ ଭବିଷ୍ୟତ । ସମାଜ ଏବେ ବିଗତ ଦିନର କଥାକୁ ନେଇ ଦ୍ୱନ୍ଦରେ ରହିବାକୁ ଚାହୁଁନାହିଁ, ଦେଶ ଭବିଷ୍ୟତ ଆଡ଼କୁ ଦେଖୁଛି । ଦେଶର ଉନ୍ନତ ଭବିଷ୍ୟତ ପାଇଁ ଜନ-ମନରେ ଆସିଥିବା ଏହି ବହୁତ ବଡ଼ ପରିବର୍ତ୍ତନକୁ ଆମେ କେବେ କମ୍ ବୋଲି ଭାବି ପାରିବା ନାହିଁ ।

ଭାଇ ଓ ଭଉଣୀମାନେ,

ସମସ୍ୟାଗୁଡ଼ିକୁ, ଆହ୍ୱାନଗୁଡ଼ିକୁ, ପାଳନ ପୋଷଣ କରି ଉନ୍ନତ ଭବିଷ୍ୟତର କଳ୍ପନା କରାଯାଇ ପାରିବ ନାହିଁ । ଆମ ସରକାରଙ୍କ ଅଭିବ୍ୟକ୍ତି କ’ଣ ଅଛି, ଯଦି ମୁଁ ସହଜ ଭାବରେ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେଇ କହିବାକୁ ଚାହିଁବି ଯେ, ଯଦି ମୁଁ ଆପଣଙ୍କ ଭଳି ହୋଇ ଆପଣଙ୍କ ପରିସରରେ କହିବି ତ ଏହା କେବଳ ହିନ୍ଦୁସ୍ଥାନ ଟାଇମ୍ସକୁ ହିଁ ପଚାରୁଛି ଏପରି ନୁହେଁ, ମୁଁ ସମସ୍ତ ଖବର କାଗଜମାନଙ୍କୁ ପଚାରୁଛି କି କ’ଣ କେବେ ଏପରି ହୋଇ ପାରିବ ଯଦି ସମ୍ପାଦକୀୟ ପୃଷ୍ଠା ପାଇଁ ଲେଖା ଆସି ପାରିବ ନାହିଁ ତ ଆପଣମାନେ କୁହନ୍ତି କି କ’ଣ ହେଲା, କାଲି ତ ଛପା ଯାଇଥିଲା, ଆଜି ଖାଲି ଛାଡିଦେବା ?

କେବେ ଏଭଳି ହୋଇଛି କି ? ହୋଇ ନାହିଁ ।

ଅବା କେବେ ଏପରି ହୋଇଛି କି ସମ୍ବାଦପତ୍ରର ଶେଷ ପୃଷ୍ଠା ପାଇଁ କୌଣସି ଖବର ହିଁ ନାହିଁ । ମଝି ଏବଂ ତାକୁ ଛାଡ଼ି ଦିଆ ଯାଇଛି ? ଏଭଳି ନିଷ୍ପତ୍ତି ନିଆ ଯାଇଛି କି? ପ୍ରଥମ ପୃଷ୍ଠାରୁ ଯେତେବେଳେ ପାଠକ ପଢ଼ିବା ଆରମ୍ଭ କରିଥାଏ, ଆଗକୁ ଯାଇ ପଢ଼ି ପଢ଼ି ଥକି ପଡ଼ିବ, ସେ କିପରି ଦେଖିବ କି ଛାଡ଼.. ଆଜି ଶେଷ ପୃଷ୍ଠା ଖାଲି ରଖିଦିଅ । ମୋତେ ଭଲ ଭାବେ ଜଣାଅଛି କି ଆପଣମାନେ ହିନ୍ଦୁସ୍ଥାନ ଟାଇମ୍ସର ଇତିହାସରେ ଅବା ଅନ୍ୟ କୌଣସି ସମ୍ବାଦପତ୍ର ନିଜ ଇତିହାସରେ କେବେ ଏଭଳି କରି ନଥିବେ । ସମ୍ବାଦପତ୍ରର ପ୍ରତ୍ୟେକ ପୃଷ୍ଠା ଉତ୍ତମରୁ ଅତି ଉତ୍ତମ ହେଉ, ଏଥିପାଇଁ ଆପଣମାନଙ୍କ ପ୍ରତିନିଧିମାନେ, ଆପଣମାନଙ୍କର ସମ୍ବାଦକକ୍ଷର ଲୋକମାନେ ନିଜ ପ୍ରାଣପଣେ ଲାଗିଥାଆନ୍ତି ।

କିନ୍ତୁ ସାଥୀଗଣ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଆମର ଏଠି ତ ସରକାର, ଦେଶର ଏକ ବହୁତ ବଡ଼ ଭାଗକୁ ହିଁ ଖାଲି ଛାଡ଼ି ଦେଇଥିଲେ । ଦେଶର ଏହା ହେଉଛି ସେହି ଜିଲ୍ଲା ଯାହା ସବୁଠାରୁ ପଛୁଆ ଥିଲା, ପ୍ରାୟ ସବୁ ମାନଦଣ୍ଡରେ ସବୁଠାରୁ ପଛୁଆ ।

ମାତୃ ମୃତ୍ୟୁହାର ସବୁଠାରୁ ଅଧିକ କେଉଁଠାରେ? ଏହି ଜିଲ୍ଲାମାନଙ୍କରେ ।

ନବଜାତ ଶିଶୁଙ୍କର ମୃତ୍ୟୁହାର ସବୁଠାରୁ ଅଧିକ କେଉଁଠାରେ ? ଏହି ଜିଲ୍ଲାମାନଙ୍କରେ।

କୁପୋଷଣର ସବୁଠାରୁ ଅଧିକ ସମସ୍ୟା କେଉଁଠାରେ ? ଏହି ଜିଲ୍ଲାମାନଙ୍କରେ ।

ଟୀକାକରଣରୁ ବଞ୍ଚିତ ଥିବା ପିଲା ସଂଖ୍ୟା ସବୁଠାରୁ ଅଧିକ କେଉଁଠାରେ? ଏହି ଜିଲ୍ଲାମାନଙ୍କରେ ।

ପାଣିର, ବିଜୁଳିର, ରାସ୍ତାର ସବୁଠାରୁ ଅଧିକ ସଙ୍କଟ କେଉଁଠାରେ ? ଏହି ଜିଲ୍ଲାମାନଙ୍କରେ ।

ଏବେ ଏହାର ବିପରୀତରେ ଦେଖନ୍ତୁ – ବିରୋଧାଭାଷ ଦେଖନ୍ତୁ ।

ପୂର୍ବ ସରକାରଙ୍କର ସବୁଠାରୁ କମ୍ ଗୁରୁତ୍ୱ କେଉଁ ଜିଲ୍ଲାମାନଙ୍କ ଉପରେ ଥିଲା?

ମନ୍ତ୍ରୀମାନଙ୍କର ସବୁଠାରୁ କମ୍ ବୈଠକ କେଉଁ ଜିଲ୍ଲାମାନଙ୍କରେ ବସୁଥିଲା? ଏହି ଜିଲ୍ଲାମାନଙ୍କରେ ହୋଇଥିଲା ।

ସରକାରଙ୍କର ସବୁଠାରୁ ଦୁର୍ବଳ ଅଧିକାରୀଙ୍କର ନିଯୁକ୍ତି କେଉଁ ଜିଲ୍ଲାମାନଙ୍କରେ ହୋଇଥିଲା? ଏହି ଜିଲ୍ଲାମାନଙ୍କରେ ହୋଇଥିଲା ।

ସରକାରଙ୍କର ମନିଟରିଂରୁ ସବୁଠାରୁ ଦୂରରେ କେଉଁ ଜିଲ୍ଲାଗୁଡ଼ିକ ଥିଲା ? ଏହି ଜିଲ୍ଲାଗୁଡ଼ିକ ଥିଲା । ଅର୍ଥାତ ବିକାଶର ଦୌଡ଼ରେ ଶେଷ ପୃଷ୍ଠାରେ ରହୁଥିବା ଏହି ଜିଲ୍ଲାଗୁଡ଼ିକୁ ଖାଲି ଛାଡ଼ି ଦିଆ ଯାଇଥିଲା, ନିଜ ଭାଗ୍ୟ ଉପରେ, ନିଜ ପରିସ୍ଥିତି ଉପରେ ଛାଡ଼ି ଦିଆ ଯାଇଥିଲା ।

ସାଥୀଗଣ,

ଆଜି ଯେତେବେଳେ ଆମେ ଉନ୍ନତ ଭବିଷ୍ୟତର କଥା ହେଉଛେ ତ ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବାକୁ ଚାହିଁବି କି ଏହି ଜିଲ୍ଲାରେ 5-10 ଲକ୍ଷ ନୁହେଁ, ଦେଶର 15କୋଟି ଅତ୍ୟନ୍ତ ଗରିବ ଲୋକ ରହୁଛନ୍ତି । ଆଉ ଏହି ଲୋକମାନେ ମୁଖ୍ୟତଃ ହେଉଛନ୍ତି ଆଦିବାସୀ, ଦଳିତ ଏବଂ ପଛୁଆବର୍ଗର ।

କ’ଣ ଉନ୍ନତ ଭବିଷ୍ୟତ ପାଇଁ ଏମାନଙ୍କର ସ୍ୱପ୍ନ କୌଣସି ଗୁରୁତ୍ୱ ରଖୁନାହିଁ ? କ’ଣ ଏହି ଜିଲ୍ଲାଗୁଡ଼ିକର ଗରିବ ଲୋକମାନଙ୍କୁ ନିଜର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବାର ଅଧିକାର ନ ଥିଲା ?

ମୁଁ ଏହି ସଭାଗୃହରେ ବସିଥିବା ଲୋକମାନଙ୍କୁ ପଚାରିବାକୁ ଚାହୁଁଛି- ଆପଣମାନେ ମାମିତର ନାମ ଶୁଣିଛନ୍ତି କି ? ନାମସାଇର ନାମ ଶୁଣିଛନ୍ତି କି ? କିଫିରେର ନାମ ଶୁଣିଛନ୍ତି କି ? ଆପଣମାନଙ୍କ ମଧ୍ୟରୁ କେହି ଶୁଣି ନଥିବେ ଆଉ କେହି ଥରେ ଅଧେ ଶୁଣିଥିବେ । ଏହା କ’ଣ.. ଏହା ହେଉଛି ଆମ ଦେଶର ଜିଲ୍ଲାଗୁଡ଼ିକର ନାମ ।

କିନ୍ତୁ କଳାହାଣ୍ଡିର ନାମ ତ ଆପଣମାନେ ଜାଣିଥିବେ ? ଗୁମଲା ବିଷୟରେ ତ ଆପଣମାନଙ୍କୁ ଜଣାଥିବ, ଶୁଣିଥିବେ, ବେଗୁସରାଇ ତ ଆପଣମାନେ ଶୁଣିଥିବେ ? ଗଡଚିରୋଲି – ବସ୍ତର ତ ଆପଣମାନେ ଶୁଣିଥିବେ ?

ଭାଇ ଓ ଭଉଣୀମାନେ,

ଏଭଳି 112ଟି ଜିଲ୍ଲା ଅର୍ଥାତ ହିନ୍ଦୁସ୍ଥାନର ପ୍ରାୟ 700 ଜିଲ୍ଲାକୁ ଦେଖନ୍ତୁ, 112ଟି ଜିଲ୍ଲାକୁ ଏବେ ଆମ ସରକାର ଆକାଂକ୍ଷୀ ଜିଲ୍ଲା ଭାବେ ବିକଶିତ କରୁଛନ୍ତି । ବିକାଶର ପ୍ରତ୍ୟେକ ମାନଦଣ୍ଡରେ, ପ୍ରଶାସନର ସମସ୍ତ ମାନଦଣ୍ଡରେ ଏବେ ସଂପୂର୍ଣ୍ଣ ଗୁରୁତ୍ୱ ଦେଇ ଏହି ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରାଯାଉଛି ।

କୁପୋଷଣ ହେଉ, ମାତୃ ଏବଂ ଶିଶୁ ମୃତ୍ୟୁହାର ହେଉ, ବ୍ୟାଙ୍କିଙ୍ଗ ସୁବିଧା ହେଉ, ବୀମା ସୁରକ୍ଷା ହେଉ, ବିଜୁଳି ସଂଯୋଗ ହେଉ, ଶିକ୍ଷା ବ୍ୟବସ୍ଥା ହେଉ, ସ୍ୱାସ୍ଥ୍ୟ ସହିତ ଜଡ଼ିତ ସୁବିଧାଗୁଡ଼ିକ ହେଉ, ଆମେ ସମସ୍ତ ମାନଦଣ୍ଡ ଉପରେ କ୍ରମାଗତ ଭାବରେ ପ୍ରକୃତ ସମୟ ଆଧାରରେ ମନିଟରିଂ କରୁଛୁ ।

ଶହ ଶହ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଏହି ସମସ୍ତ ଆକାଂକ୍ଷୀ ଜିଲ୍ଲାର ବିକାଶ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସାଧାରଣ ଭାବେ ସରକାରୀ କର୍ମଚାରୀମାନଙ୍କ ପ୍ରତି ଘୃଣା ଭାବ ସେମାନଙ୍କୁ ନକାରାତ୍ମକ ଦୃଷ୍ଟିରେ ଦେଖିବା ଓ ବ୍ୟବହାର କରିବାର ମାନସିକତା ଏକ ଦୀର୍ଘ ସମୟ ଧରି ଚାଲି ଆସୁଥିଲା । କିନ୍ତୁ ଆପଣମାନେ ଜାଣି ଖୁସି ହେବେ ଯେ ଦିଲ୍ଲୀରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସୁଥିବା ଶହ ଶହ ଅଧିକାରୀ ଏବେ କ୍ରମାଗତ ଭାବେ ମାସକୁ ଦୁଇ ତିନି ଥର ଏହି ଦୂର ଦୂରାନ୍ତ ଜିଲ୍ଲାଗୁଡ଼ିକୁ ଯାଇ ବସି ରହୁଛନ୍ତି, ଦୁଇ-ଦୁଇ ତିନି-ତିନି ଦିନ ସେଠାରେ ରହୁଛନ୍ତି, ସେହି ଟିମ୍ ସହିତ ବସି ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରି ସମସ୍ତ କଥାକୁ ବଦଳାଇବାରେ ନିଜେ ପ୍ରୟାସ କରୁଛନ୍ତି । ଭାରତ ସରକାରଙ୍କ କେନ୍ଦ୍ରୀୟ ଅଫିସର ଶହ ଶହ କର୍ମଚାରୀଙ୍କୁ ହିନ୍ଦୁସ୍ତାନର ଦୂର ଦୂରାନ୍ତର ଅଞ୍ଚଳକୁ ଦୁଇ ଦୁଇ ଦିନ ଧରି ଭ୍ରମଣ କରିବାକୁ ପଡ଼ୁଛି । ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ଗ୍ୟାରେଣ୍ଟି ରହିଛି । ଆଉ ଆଜି ମୁଁ ହିନ୍ଦୁସ୍ତାନ ଟାଇମ୍ସର ମଞ୍ଚ ଉପରୁ କହୁଛି, ଭାରତର ସାମଗ୍ରିକ ବିକାଶ ପାଇଁ ମାନଦଣ୍ଡକୁ ସୁଧାରିବା ଲାଗି ସବୁଠାରୁ ବଡ଼ ମାର୍ଗ ଏହି 112ଟି ଆକାଂକ୍ଷୀ ଜିଲ୍ଲାରୁ ମିଳିପାରିବ । ଯେତେବେଳେ ଏଠାକାର ଲୋକମାନଙ୍କର ଭବିଷ୍ୟତ ସୁଧୁରିଯିବ ଭାରତର ଭବିଷ୍ୟତ ଆପଣାଛାଏଁ ସୁଧୁରି ଯିବ ।

ସାଥୀଗଣ,

ଆମେ ପୃଷ୍ଠା ଛାଡିବା ବାଲାଙ୍କ ମଧ୍ୟରୁ ଜଣେ ନୁହେଁ, ଆମେ ହେଉଛୁ ନୂତନ ଅଧ୍ୟାୟ ଲେଖିବାବାଲା ।

ଆମେ ଦେଶର ସାମର୍ଥ୍ୟ, ଦେଶର ସଂସାଧନ ଏବଂ ଦେଶର ସ୍ୱପ୍ନ ଉପରେ ଭରସା କରିବା ଭଳି ଲୋକଙ୍କ ମଧ୍ୟରୁ ହେଉଛୁ ଜଣେ । ଆମେ ସଂପୂର୍ଣ୍ଣ ନିଷ୍ଠାର ସହିତ, ସଂପୂର୍ଣ୍ଣ ସଚ୍ଚୋଟତାର ସହିତ, ଦେଶବାସୀଙ୍କର ଉନ୍ନତ ଭବିଷ୍ୟତ ପାଇଁ, ଦେଶରେ ଉପଲବ୍ଧ ପ୍ରତ୍ୟେକ ସଂସାଧନର ଉପଯୋଗ କରିବା ପାଇଁ ପ୍ରୟାସ କରୁଛୁ । ଆମେ ଦେଶକୁ କଥାଦେବାର ରାଜନୀତି ବଦଳରେ ପ୍ରଦର୍ଶନର ରାଜନୀତି ଆଡ଼କୁ ନେଇ ଯାଉଛୁ ।

ନିର୍ବାଚନ ଅଛି ତ ନୂତନ ରେଳ ଲାଇନର ଘୋଷଣା କରିଦିଅ, ନିର୍ବାଚନ ଅଛି ତ, ନୂତନ ରାଜପଥର ଘୋଷଣା କରିଦିଅ, ନିର୍ବାଚନ ଅଛି ତ, ଋଣ ଛାଡ଼ର  ସ୍ୱପ୍ନ ଦେଖାଇ ଦିଅ, ନିର୍ବାଚନ ରହିଛି ତ ଗରିବୀ ହଟାଓର ନାରା ଦେଇଦିଅ । ଏସବୁ ବହୁତ କିଛି ଦେଶ ଦେଖି ସାରିଛି ।

ସାଥୀଗଣ,

ପୂର୍ବ ସରକାରଙ୍କ ସମୟରେ ଆମର ଏଠି ଶହ ଶହ ଏଭଳି ଟ୍ରେନର ଘୋଷଣା କରାଗଲା । ସଂସଦରେ କୁହାଯାଇଥିବା ପ୍ରତ୍ୟେକ ଶବ୍ଦରେ ପବିତ୍ରତା ଭରି ରହିଥାଏ । ସଂସଦରେ କୁହାଗଲା, ସବୁ ତାଳି, ଟେବୁଲ ଥାପୁଡାଗଲା ଏବଂ ସବୁ ସାଂସଦମାନେ ମଧ୍ୟ ନିଜ ନିଜ ଅଞ୍ଚଳକୁ ଯାଇ ଏହା ଘୋଷଣା କରିଦେଲେ କି ଆମ ଅଞ୍ଚଳକୁ ଟ୍ରେନ ଆସିବାକୁ ଯାଉଛି ଆଉ ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ବହୁତ ଗୁଡ଼ିଏ ଟ୍ରେନ ଚାଲିବା ପାଇଁ ଘୋଷଣା କରାଗଲା କିନ୍ତୁ ଗୋଟିଏ ମଧ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ ହେଲା ନାହିଁ । ଆଉ ମୁଁ 30-40 ବର୍ଷର ହିସାବ ଦେଉଛି । ମୁଁ ଆସିବା ପରେ ତ ଏଭଳି କିଛି ଘୋଷଣା ଦେଖିଲି ଯାହା 30 ବର୍ଷ 40 ବର୍ଷ ପୂର୍ବରୁ ହୋଇଛି ରେଳ ଲାଇନ କାଗଜ ଉପରେ ମଧ୍ୟ ଅଙ୍କା ଯାଇନାହିଁ । ମାଟି ଉପରର କଥା ଛାଡ଼ନ୍ତୁ, ଆପଣମାନେ ଆଶ୍ଚର୍ଯ୍ୟ ହେବେ ଆଜି ମୋତେ 30-30, 40-40 ବର୍ଷ ପୁରୁଣା ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ରେଲୱେ ଏବଂ ହାଇୱେ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ କସରତ କରିବାକୁ ପଡୁଛି । ସେହି ସମୟରେ ଯାହା କରାଗଲା, ତାହା କ’ଣ ଉନ୍ନତ ଭବିଷ୍ୟତ ବିଷୟରେ ଚିନ୍ତା କରି କରାଯାଇଛି ? ନାହିଁ ।

କୌଣସି ସରକାର ହୁଅନ୍ତୁ, କେନ୍ଦ୍ରର କିମ୍ବା ରାଜ୍ୟର, ତାଙ୍କ ଉପରେ ଏହି ଚାପ ରହିବା ଦରକାର ଯାହା ଫଳରେ କି ତାଙ୍କୁ ପ୍ରଦର୍ଶନ କରିବାକୁ ହିଁ ପଡ଼ିବ ।

ମୁଁ ଜାଣିଛି କି ଏହି ଚାପ ଆମେ ନିଜେ ଆଗକୁ ବଢ଼ି ନିଜ ଉପରେ ନେଇଛୁ, ଆଜି ଗଣମାଧ୍ୟମରେ ଯେତେଗୁଡ଼ିଏ ବିଷୟ ଉପରେ ଆମ କଥା ଆଲୋଚନା ହେଉଛି ସେ ସମସ୍ତ ବିଷୟ ଆମେ ନିଜେ ସେଟ୍ କରିଛୁ.. ଆମେ କହିଛୁ କି ଆମେ ଏହା କରିବାକୁ ଚାହୁଁଛୁ.. ତ କେହି ଆମକୁ ପଚାରିବେ କି କୁହନ୍ତୁ ଏହା କାହିଁକି ହେଲା ନାହିଁ ଏବଂ ଏହା ହେଉଛି ଏକ ଭଲ କଥା କି ଚାପ ଆବଶ୍ୟକ ଅଟେ.. ଆମେ ଏକ ନୂତନ ସଂସ୍କୃତିକୁ ପ୍ରୋତ୍ସାହନ ଦେଇଛୁ । କିନ୍ତୁ ମୁଁ ମାନୁଛି କି ଏହା ହିଁ ହେଉଛି ଫଳାଫଳ ଦେବାର ପ୍ରକୃତ ପଥ । ଚାପ ବଢ଼ିବ, ଲୋକଙ୍କର ଆଶା ଅକାଂକ୍ଷା ବଢ଼ିବ ଆଉ ଲୋକମାନଙ୍କର ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଭାଗୀଦାରି ମଧ୍ୟ ବଢ଼ିବ ।

ସାଥୀଗଣ,

ଦେଶର ଉନ୍ନତ ଭବିଷ୍ୟତର ଚିନ୍ତା ଥିଲା, ଏଥିପାଇଁ ହିଁ ଆମେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କଲୁ ଆଉ ଏବେ ସେତିକି ହିଁ ଶକ୍ତି ନେଇ ଆମେ ଜଳ ଜୀବନ ମିଶନର ଶୁଭାରମ୍ଭ କରୁଛେ । ଆଉ ଏଗୁଡ଼ିକ ହେଉଛି ଏଭଳି ଜିନିଷ ବିଗତ 50 ବର୍ଷ ଭିତରେ ହେଲା ନାହିଁ ତ କେହି ପଚାରିଲେ ନାହିଁ କି କାହିଁକି ହେଲା ନାହିଁ କିନ୍ତୁ ଏବେ ମୁଁ କହିଛି ତ ଏବେ ପ୍ରତ୍ୟେକ ଦିନ ହିଁ ମୋତେ ପଚରାଯିବ କି କେଉଁ ପର୍ଯ୍ୟନ୍ତ କାମ ହେଲା । କିନ୍ତୁ ଏହା କ’ଣ କରିବାର ଆବଶ୍ୟକ ଥିଲା କି ଆବଶ୍ୟକ ନ ଥିଲା । ମୁଁ ମଧ୍ୟ ଅଣଦେଖା କରି ପାରି ଥାଆନ୍ତି ମୁଁ ମଧ୍ୟ ତାକୁ ଫାଙ୍କି ପାରି ଥାଆନ୍ତି .. ସେହି ରାସ୍ତା ମୋତେ ମଞ୍ଜୁର ନୁହେଁ ।

ଆଗାମୀ ବର୍ଷମାନଙ୍କରେ ପ୍ରାୟ 15 କୋଟି ଘରକୁ ଜଳ ଯୋଗାଣ ସହିତ ସଂଯୋଗ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ।

ଏହିଭଳି ଭାବେ ଆଜି ଭାରତ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ନିଜର ଅର୍ଥବ୍ୟବସ୍ଥାକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଲାଗି ପଡ଼ିଛି ।

ଏହି ଲକ୍ଷ୍ୟ ଅର୍ଥବ୍ୟବସ୍ଥା ସହିତ 130 କୋଟି ଭାରତୀୟଙ୍କ ହାରାହାରି ଆୟ, ତାଙ୍କର ସହଜ ସହାବସ୍ଥାନ ଏବଂ ଉନ୍ନତ ଭବିଷ୍ୟତ ସହିତ ଯୋଡି ହୋଇଛି।

ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଆମ ସରକାର ସମ୍ବଳ, ସୁବିଧା ଏବଂ ପ୍ରୋତ୍ସାହନର ଭୂମିକା ସଂପୂର୍ଣ୍ଣ ଶକ୍ତିର ସହିତ ତୁଲାଉଛନ୍ତି । ଆମେ ସଂସ୍କାର ଏବଂ ପ୍ରଦର୍ଶନ ଲକ୍ଷ୍ୟ ସହିତ ଆଗକୁ ବଢ଼ୁଛୁ ।

ଦେଶର ଭୌତିକ ଏବଂ ଅର୍ଥନୈତିକ ଭିତ୍ତିଭୂମିରେ ସଂସ୍କାର କରିବାଠାରୁ ନେଇ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଶିଳ୍ପକୁ ଅଭିବୃଦ୍ଧି ପ୍ରଦାନ କରିବା ପର୍ଯ୍ୟନ୍ତ, ଦେଢ଼ ହଜାରରୁ ଅଧିକ ପୁରୁଣା ଆଇନ ସମାପ୍ତ କରିବା ପର୍ଯ୍ୟନ୍ତ, ନିୟମ ଓ ପ୍ରଣାଳୀ ଏବଂ ସରଳୀକରଣ ପର୍ଯ୍ୟନ୍ତ, ଆମେ ପ୍ରତ୍ୟେକ ଦିଗରେ ଏକସଙ୍ଗେ କାର୍ଯ୍ୟ କରୁଛୁ ।

ସାଥୀଗଣ,

ବିକାଶର ଗତି ବଢ଼ାଇବା ପାଇଁ ପ୍ରାୟତଃ ଚାରୋଟି ବିଷୟରେ ଚର୍ଚ୍ଚା ହୋଇଥାଏ ।

ଟିକସ ହାରରେ ହ୍ରାସ,

ବ୍ୟବସାୟ ସୁଗମତାରେ ସୁଧାର,

ଶ୍ରମ ସଂସ୍କାର ଏବଂ ନିବେଶ ।

ଏ ସମସ୍ତ ଦିଗକୁ ଦୃଷ୍ଟି ଦେଇ ସରକାର ଯେଉଁସବୁ ପଦକ୍ଷେପ ଉଠାଇଛନ୍ତି, ତାହା ଉନ୍ନତ ଭବିଷ୍ୟତର ଆଶା ଜାଗ୍ରତ କରାଇବ ।

ଏ ବର୍ଷ ବ୍ୟକ୍ତିଗତ ଟିକସକୁ ନେଇ ଆମେ ବଡ଼ ନିଷ୍ପତ୍ତି ନେଇଛୁ ଆଉ 5 ଲକ୍ଷ ପର୍ଯ୍ୟନ୍ତ ଆୟକର ସୀମାକୁ ଛାଡ କରିଦେଲୁ ।

ଏହାଦ୍ୱାରା ମାସିକ 40 ହଜାର ଟଙ୍କାରୁ ଅଧିକ ଆୟ କରିବାଭଳି ଏକ ବହୁତ ବଡ଼ ବର୍ଗଙ୍କୁ ସିଧା ସଳଖ ଲାଭ ହୋଇଛି, ଯେତେବେଳେ କି ସଞ୍ଚୟ ଦୃଷ୍ଟିରୁ 70 ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଆୟ କରୁଥିବା ଲୋକଙ୍କୁ ମଧ୍ୟ ବହୁତ ଆଶ୍ୱାସନା ମିଳିଛି ।

ଏଠାରୁ ହେଉଥିବା ସଞ୍ଚୟ ନିଶ୍ଚିତ ରୂପେ ଏହି ପରିବାରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତରେ ସହାୟକ ହେବ ।

ଏହିଭଳି ଭାବେ କର୍ପୋରେଟ ଟିକସରେ କରାଯାଇଥିବା ଐତିହାସିକ ହ୍ରାସ ଫଳରେ ଭାରତ ଦୁନିଆର ସବୁଠାରୁ କମ୍ ଟିକସ ହାର ଥିବା ଅର୍ଥବ୍ୟବସ୍ଥା ତ ହୋଇଛି ହିଁ, ନିବେଶ ଏବଂ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଆମର ସ୍ଥିତି ସୁଦୃଢ଼ ହୋଇଛି।

ଟିକସ ବ୍ୟବସ୍ଥାକୁ ସୁଧାରିବା ପାଇଁ ନିକଟରେ ଇ-ଆସେସମେଣ୍ଟ ଯୋଜନା ଲାଗୁ କରାଯାଇଛି ।

ଏବେ କୌଣସି ଅଧିକାରୀଙ୍କ ପାଖକୁ ଯଦି ଆପଣଙ୍କର ଫାଇଲ ଯିବ, ନା ଆପଣଙ୍କୁ ଜଣାଥିବ ନା ସେ ଅଧିକାରୀଙ୍କୁ ଜଣାଥିବ କି ଏ ଫାଇଲ ହେଉଛି କାହାର ।

କେବଳ ଏତିକି ନୁହେଁ, କାହିଁକି ନା ଅଫିସରଙ୍କୁ ଏହା ଜଣା ନଥିବ କି ତାଙ୍କୁ କାହାର ଆସେସମେଣ୍ଟ କରିବାକୁ ଅଛି, ଏଥିପାଇଁ ବଦଳି ଓ ନିଯୁକ୍ତିକୁ ନେଇ ଯେଉଁ ଗୁଣନ ହରଣ ହେଉଥିଲା, ତାହା ମଧ୍ୟ ବନ୍ଦ ହୋଇଯିବ ।

ଅର୍ଥାତ ମୋଟ ଉପରେ କହିବାକୁ ଗଲେ, ଏହା ହେବ କି ଟକସ ଆସେସମେଣ୍ଟକୁ ନେଇ ଯେଉଁ ଖେଳ ହେଉଥିଲା, ଏହି ଖେଳ ବାହାନାରେ ସାଧାରଣ ଜନତାଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ଏବେ ତାହା ଶେଷ ହୋଇଯିବ ।

ବ୍ୟବସାୟ ସୁଗମତାରେ ଆମେ ଏ ବର୍ଷ ମଧ୍ୟ ଶୀର୍ଷ-10 ଉନ୍ନତ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ହେଉଛୁ ଜଣେ । ବିଗତ 5 ବର୍ଷ ମଧ୍ୟରେ ଆମେ 79 ରାଙ୍କର ସୁଧାର ଆଣିଛୁ । ମୋର ଭଲ ଭାବେ ମନେଅଛି ଗତଥର ଯେତେବେଳେ ବ୍ୟବସାୟ ସୁଗମତାର ରାଙ୍କ ଆସିଲା ତ ବିଶ୍ୱବ୍ୟାଙ୍କର ଚେୟାରମ୍ୟାନ ମୋତେ ସ୍ୱତନ୍ତ୍ର ଭାବେ ଫୋନ କଲେ କି ରାଙ୍କିଙ୍ଗ ତ ଆସିଥାଏ, ମୋ ପାଇଁ ଏହା ହେଉଛି ଖୁସିର ବିଷୟ କି ଏତେ ବଡ଼ ଦେଶ, ତାହା ମଧ୍ୟ ବିକାଶଶୀଳ ଦେଶ ଆଉ ସେମାନେ ଏତେ ବଡ଼ ସୁଧାର ଆଣି ପାରିଲେ ଏବଂ ଲଗାତାର ରାଙ୍କିଙ୍ଗରେ ସୁଧାର କରି ଚାଲିଛନ୍ତି, ଏଭଳି କୌଣସି ଇତିହାସ ବିଶ୍ୱ ବ୍ୟାଙ୍କ ପାଖରେ ମହଜୁଦ ନାହିଁ ଯାହା ପ୍ରଥମ ଥର ପାଇଁ ଭାରତ କରିଛି, ସେ ଫୋନ କରି କହିଲେ ।

ଯେଉଁ ପର୍ଯ୍ୟନ୍ତ ଶ୍ରମ ସଂସ୍କାର କଥା ରହିଛି ତ ଦଶକ ଦଶକ ଧରି ରହିଥିବା ପୁରୁଣା ଆଇନକୁ 4 ଆଇନକୁ ସଂଶୋଧିତ କରାଯାଉଛି, ଯାହା ଫଳରେ କର୍ମଚାରୀ ଏବଂ ନିଯୁକ୍ତିଦାତା ଦୁହିଁଙ୍କୁ ବହୁତ ଲାଭ ହେବାକୁ ଯାଉଛି ।

ନିବେଶର କଥା କହିବି ତ ନିକଟରେ ନିଆ ଯାଇଥିବା ନିଷ୍ପତ୍ତିରୁ ଏହା ସ୍ପଷ୍ଟ ଯେ ସେହି ଦିଗରେ ମଧ୍ୟ ଆମେ ଦ୍ରୁତ ଗତିରେ ଆଗକୁ ବଢୁଛୁ ।

ଭାଇ ଓ ଭଉଣୀମାନେ,

ତିନି-ଚାରି ଦଶକ ପୂର୍ବରୁ ଯେତେବେଳେ ଦେଶରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହେଲା, ତ ଖୁବ୍ ଡିଣ୍ଡିମ ପିଟାଗଲା କି ବହୁତ ବଡ଼ ସଂସ୍କାର କରାଯାଇଛି ।

ପୁଣି ସମୟ ସହିତ ଏହା ଜାଣିବାକୁ ପାଇଲୁ କି ଏହି ସବୁ ବ୍ୟାଙ୍କର ବ୍ୟବସ୍ଥାରେ ମଧ୍ୟ ନିଜର କିଛି ଦୋଷ ଦୁର୍ବଳତା ରହିଛି ।

ଆପଣମାନଙ୍କର ଏଠାରେ ହିଁ ସଂପାଦକୀୟ ଲେଖା ଯାଉଥିଲା, ଅର୍ଥନୀତିର ବିଶାରଦମାନେ ଦାବୀ କରୁଥିଲେ କି ଦେଶରେ ବ୍ୟାଙ୍କ ସଂଖ୍ୟା କମ୍ ହେବା ଦରକାର, ତେବେଯାଇ ଆମର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରଭାବଶାଳୀ ହେବ ।

ଆମେ ବ୍ୟାଙ୍କଗୁଡ଼ିକର ମିଶ୍ରଣ ବା ବିଲୀନ କରିବା ସହିତ ହିଁ, ସେମାନଙ୍କର ପୁନଃପୁଞ୍ଜୀକରଣ ପାଇଁ ଅଢ଼େଇ ଲକ୍ଷ କୋଟି ଟଙ୍କାର ରାଶି ପ୍ରଦାନ କରାଯାଇଛି ।

ବ୍ୟାଙ୍କ ଦେବାଳିଆପଣ ସଂହିତ ଆଇବିସି ପ୍ରାୟ 3 ଲକ୍ଷ କୋଟି ଟଙ୍କାର ଫେରସ୍ତ ସୁନିଶ୍ଚିତ କରିଛନ୍ତି ।

ଏହିଭଳି ଭାବେ ବହୁତଗୁଡ଼ିଏ ସଂସ୍କାର ପରେ, ବହୁତଗୁଡ଼ିଏ ବଡ଼ ବଡ଼ ନିଷ୍ପତ୍ତି ପରେ ଆଜି ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ପୂର୍ବାପେକ୍ଷା ଖୁବ ସୁଦୃଢ ସ୍ଥିତିରେ ରହିଛି ।

ମୁଁ ଆଜି ପୁଣି ଆପଣଙ୍କ ମାଧ୍ୟମରେ, ଦେଶର ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଭରସା ଦେବାକୁ ଚାହୁଁଛି କି ଆମେ ପୁରୁଣା ସ୍ଥିତିରୁ ବାହାରକୁ ବାହାରି ଆସିଛୁ । ଏବେ ଆପଣଙ୍କର ବାସ୍ତବିକ ବ୍ୟବସାୟ ନିଷ୍ପତ୍ତି ଉପରେ କୌଣସି ପ୍ରଶ୍ନ ଉଠାଯିବ ନାହିଁ ।

କୌଣସି ପ୍ରକାରର ପଦକ୍ଷେପ ନେବା ପୂର୍ବରୁ କୌଣସି ଆର୍ଥିକ ସେବା ଏବଂ ବ୍ୟାଙ୍କ ବିଶେଷଜ୍ଞ ଦ୍ୱାରା ଯାଞ୍ଚ କରାଇବା ସହିତ ଜଡ଼ିତ ନିର୍ଦ୍ଦେଶନାମା ମଧ୍ୟ ଶୀଘ୍ର ଜାରି କରିବାକୁ ଯାଉଛୁ । ଆଜି ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ଯେଉଁ ଚାପ ରହିଛି, ଚିନ୍ତା ରହିଛି, ତା’ଠାରୁ ମୁକ୍ତି କରାଇବା.. ଏହା ମଧ୍ୟ ହେଉଛି ସରକାରଙ୍କର କାର୍ଯ୍ୟ ଏବଂ ଆମେ କରିବୁ, ଯଦି ବ୍ୟାଙ୍କରେ ବସିଥିବା ବ୍ୟକ୍ତି ନିଷ୍ପତ୍ତି ନେବାକୁ ଡରୁଛନ୍ତି, ତାଙ୍କୁ ଚିନ୍ତିତ ଲାଗୁଛି ତ ସେ ନିଷ୍ପତ୍ତି ନେଇ ପାରିବେ ନାହିଁ ଆଉ ସରକାର ତାଙ୍କୁ ଅସହାୟ ଭାବେ ଛାଡି ପାରିବେ ନାହିଁ, ତାଙ୍କର ସୁରକ୍ଷା କରିବା ପାଇଁ ସରକାର ସଂପୂର୍ଣ୍ଣ ଦାୟିତ୍ୱ ନେଉଛନ୍ତି । ଆଉ ସେତେବେଳେ ତ ଯାଇ ଦେଶ ଆଗକୁ ବଢ଼ିଥାଏ । ଆଉ ମୁଁ ହେଉଛି ଏହିଭଳି ବ୍ୟକ୍ତି ଯିଏକି ଦାୟିତ୍ୱକୁ ଡରି ଦୌଡି ପଳାଇଲା ଭଳି ଲୋକ ନୁହେଁ । ମୁଁ ନିଜେ ଦାୟିତ୍ୱ ନେଉଛି ।

ଭାଇ ଓ ଭଉଣୀମାନେ,

ଆଜି ଏଠାରେ ଏହି ପ୍ରକୋଷ୍ଠରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଦିଲ୍ଲୀ ଏନସିଆରରେ ରହୁଛନ୍ତି । କଳାଧନର ଅବିଚାରିତ ପ୍ରବାହ ରିୟଲ ଇଷ୍ଟେଟର ଅବସ୍ଥା କ’ଣ କରି ଦେଇଥିଲା, ଆପଣମାନଙ୍କୁ ସମସ୍ତଙ୍କୁ ଜଣାଅଛି । ଆଜି ମଧ୍ୟ ଶହ-ଶହ, ହଜାର ହଜାର ଲୋକ ଏପରି ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଇଏମଆଇ ଦେଉଛନ୍ତି, ଭଡ଼ା ଘରେ ରହୁଛନ୍ତି ଆଉ ନିଜର ସ୍ୱପ୍ନର ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଏହି ସ୍ଥିତିରୁ ବାହାର କରିବା ପାଇଁ, ଅଧା ଏବଂ ଅଟକିଥିବା ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ସରକାର ନିକଟରେ ଏକ ଏକକ ବାତାୟନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହା ମାଧ୍ୟମରେ 25 ହଜାର କୋଟି ଟଙ୍କା ଯୋଗାଡ଼ କରାଯାଉଛି । ମୋର ବିଶ୍ୱାସ ରହିଛି କି ମଧ୍ୟମବର୍ଗର ଏକ ବୃହତ ଅଂଶର, ନିଜର ଘରର ସ୍ୱପ୍ନ ପୂରଣ ହେବ ।

ଏହା ବ୍ୟତୀତ ସରକାର ନିଜର ଯୋଜନାଗୁଡ଼ିକ ମାଧ୍ୟମରେ ଯେଉଁ 2 କୋଟି ଗୃହ ନିର୍ମାଣ କରିବାକୁ ଯାଉଛନ୍ତି, ଜିଏସଟିରେ ଛାଡ଼, ସୁଧରେ ଛାଡ଼ ଭଳି ନିଷ୍ପତ୍ତି ଫଳରେ ମଧ୍ୟ ଏହି କ୍ଷେତ୍ରକୁ ବହୁତ ବଡ଼ ସାହାଯ୍ୟ ମିଳିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଉନ୍ନତ ଭବିଷ୍ୟତର ଆମର ଯେଉଁ ସ୍ୱପ୍ନ ରହିଛି ସେଥିରେ ଆଉ ଗୋଟିଏ କଥା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଭାରତରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି । ଆଗାମୀ କିଛି ବର୍ଷ ମଧ୍ୟରେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାର 100 ଲକ୍ଷ କୋଟି ଟଙ୍କା ବ୍ୟୟର ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ।

ଏହା ସହିତ ଭିତ୍ତିଭୂମି କ୍ଷେତ୍ରରେ ବ୍ୟକ୍ତିଗତ ନିବେଶକୁ ମଧ୍ୟ ପ୍ରୋତ୍ସାହନ ଦେବା ଉପରେ ଆମର ଗୁରୁତ୍ଵ ରହିଛି । ସରକାର ଏହି କଥା ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି କି ଭିତ୍ତିଭୂମି ଏବଂ ଶିଳ୍ପକୁ ମିଳୁଥିବା ଋଣରେ କିପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ୁ ।

ସାଥୀଗଣ,

ଆଜି ସରକାର ରେଳ ଯୋଗାଯୋଗ ଉପରେ, ସଡ଼କ ଯୋଗାଯୋଗ ଉପରେ, ଆକାଶ ପଥରେ ଯୋଗାଯୋଗ ଉପରେ ଯେତିକି ନିବେଶ କରୁଛନ୍ତି, ସେତିକି ନିବେଶ ପୂର୍ବରୁ କେବେ କରି ନାହାଁନ୍ତି ।

ଏହାର ପର୍ଯ୍ୟାବରଣ ଉପରେ, ସହଜରେ ସହାବସ୍ଥାନ ଉପରେ ପ୍ରଭାବ ସହିତ ଆପଣମାନେ ଭଲ ଭାବେ ପରିଚିତ ଅଛନ୍ତି ।

କିନ୍ତୁ ଆଉ ଏକ କ୍ଷେତ୍ରରେ ସଂଯୋଗ ବ୍ୟବସ୍ଥାକୁ ସୁଧାରିବା ପାଇଁ ବହୁତ ବଡ଼ ପ୍ରଭାବ ପଡ଼ିଛି ।

ଏହି କ୍ଷେତ୍ର ହେଉଛି ପର୍ଯ୍ୟଟନ ।

ସାଥୀଗଣ,

ସରକାରଙ୍କ ପ୍ରୟାସର ହିଁ ହେଉଛି ଫଳାଫଳ କି ଆଜି ଭାରତ ବିଶ୍ୱ ଅର୍ଥନୈତିକ ଫୋରମର ପର୍ଯ୍ୟଟନ ଏବଂ ଟୁରିଜିମ ପ୍ରତିଯୋଗିତାମୂଳକ ସୂଚକାଙ୍କରେ 34ତମ ସ୍ଥାନରେ ରହିଛି । ଯେତେବେଳେ କି ବର୍ଷ 2009ରୁ ବର୍ଷ 2013 ମଧ୍ୟରେ ଆମେ 62ରୁ 65ତମ ସ୍ଥାନ ମଧ୍ୟରେ ରହିଥିଲେ ।

ଆଉ ମୁଁ ଆପଣମାନଙ୍କୁ ଏହା ମଧ୍ୟ ମନେ ପକାଇ ଦେବାକୁ ଚାହୁଁଛି କି, ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେଲେ ଏହାର ଲାଭ ସବୁଠାରୁ ଅଧିକ ଗରିବମାନଙ୍କୁ ହୋଇଥାଏ, ଗରିବରୁ ଅତି ଗରିବଙ୍କୁ ରୋଜଗାର ମିଳିଥାଏ, କମରୁ ଅତି କମ୍ ପୁଞ୍ଜି ନିବେଶ କରି ଅଧିକରୁ ଅତି ଅଧିକ ରୋଜଗାର ମିଳିଥାଏ । ଯେତେବେଳେ ପର୍ଯ୍ୟଟନ ବୃଦ୍ଧି ହୋଇଥାଏ, ବିଦେଶୀ ପର୍ଯ୍ୟଟକ ଆସି ଥାଆନ୍ତି ତ ଏଠାରେ ଖର୍ଚ୍ଚ ମଧ୍ୟ କରି ଥାଆନ୍ତି । ବର୍ଷ 2014ରେ ଭାରତର ଲୋକମାନଙ୍କର ପର୍ଯ୍ୟଟନ କ୍ଷେତ୍ରରେ ବିଦେଶୀ ମୁଦ୍ରା ବାବଦରେ 1 ଲକ୍ଷ 20 ହଜାର କୋଟି ଟଙ୍କା ଆୟ ହୋଇଥିଲା । ସେହିପରି ଗତ ବର୍ଷରେ ଏହି ବିଦେଶୀ ମୁଦ୍ରା ବୃଦ୍ଧି ପାଇ ପ୍ରାୟ 2 ଲକ୍ଷ କୋଟି ଟଙ୍କା ପାଖାପାଖି ପହଞ୍ଚି ଯାଇଛି ।

ଶେଷରେ ଏହି ଆୟ କିଏ କଲା । ଭାରତର ହୋଟେଲ ଶିଳ୍ପ ସହିତ ଜଡ଼ିତ ଲୋକମାନେ, ଟୁରିଷ୍ଟ ଗାଇଡ଼ମାନେ, ଟ୍ୟାକ୍ସି ଚଳାଇଲା ବାଲା, ଛୋଟ ଛୋଟ ଢ଼ାବାବାଲା ଆୟ କରିଥିଲେ । ସେହିପରି ହସ୍ତଶିଳ୍ପ ବିକ୍ରି କରୁଥିବା ଲୋକମାନେ ମଧ୍ୟ ଆୟ କରିଥିଲେ ।

ଭାଇ ଓ ଭଉଣୀମାନେ,

ଦେଶର ଉନ୍ନତ ଭବିଷ୍ୟତ ପାଇଁ, ଆଜି ସମୟର ଆହ୍ୱାନ ହେଉଛି କି ସରକାର ପ୍ରଶାସନର ପ୍ରମୁଖ କ୍ଷେତ୍ର ଉପରେ କାର୍ଯ୍ୟ କରନ୍ତୁ ।

ଲୋକମାନଙ୍କର ଜୀବନରେ ସରକାରଙ୍କର ଦଖଲ ଯେତିକି କମ୍ ହେବ, ଏବଂ ଯେତେ ଅଧିକ ସୁଶାସନ ହେବ, ସେତିକି ହିଁ ଦ୍ରୁତ ଗତିରେ ଦେଶ ଆଗକୁ ବଢ଼ିବ । ଏହା ହେଉଛି ମୋର ସ୍ୱୀକାରୋକ୍ତି ଯେ ଗରିବଙ୍କ ପାଇଁ ସରକାରଙ୍କର ପାଖରେ କୌଣସି ଅଭାବ ରହିବା କଥା ନୁହେଁ ଏବଂ ନାଗରିକଙ୍କ ଜୀବନରେ ସରକାରଙ୍କର ଚାପ ରହିବା ମଧ୍ୟ ଉଚିତ ନୁହେଁ । ସରକାର ଲୋକଙ୍କ ଜୀବନରୁ ଯେତେ ଅଧିକ ବାହାରି ଯିବେ, ସେତେ ଅଧିକ ଭଲ କଥା ହେବ ।

ଏଥିପାଇଁ ଅଧିକ ଆବଶ୍ୟକ ହେଉଛି କି ସରକାର ନିଜେ ନିଜର ମାନବ ସମ୍ବଳ ଉପରେ ଧ୍ୟାନ ଦିଅନ୍ତୁ ।

ସାଥୀଗଣ,

ଆମେ ଏକବିଂଶ ଶତାବ୍ଦୀରେ ଏକ ଏଭଳି ଶାସନ ବ୍ୟବସ୍ଥାର ମଡେଲ ସହିତ ପ୍ରବେଶ କଲୁ ଯାହା ଊନବିଂଶ ଏବଂ ବିଂଶ ଶତାବ୍ଦୀର ଚିନ୍ତାଧାରା ଏବଂ ଅଭିବ୍ୟକ୍ତି ଦ୍ୱାରା ଚାଲୁଥିଲା ।

ଏହି ବ୍ୟବସ୍ଥାର ପ୍ରମୁଖ ଟୁଲ୍ ଅର୍ଥାତ ଆମର ଅଧିକାରୀ, ଆମର କର୍ମଚାରୀ ପୁରୁଣା ଧାରଣା, ପୁରୁଣା ପ୍ରଣାଳୀ ଏବଂ ଧାରାରେ ଅଭ୍ୟସ୍ତ ହୋଇ ଯାଇଥିଲେ ଏବଂ ସେହି ପରମ୍ପରାକୁ ସେମାନେ ଆଗକୁ ବଢ଼ାଇ ଚାଲିଥିଲେ ।

ଊନବିଂଶ-ବିଂଶ ଶତାବ୍ଦୀର ମାନସିକତା ଥିବା ଭଳି ସୁଶାସନ ମଡେଲ ସହିତ ଏକବିଂଶ ଶତାବ୍ଦୀର ଭାରତର ଆକାଂକ୍ଷାକୁ ପୂରଣ କରିବା ବହୁତ ହିଁ କଷ୍ଟସାଧ୍ୟ ଥିଲା ।

ଏଥିପାଇଁ ଗତ 5 ବର୍ଷ ମଧ୍ୟରେ ଆମେ ଏହି ବ୍ୟବସ୍ଥାକୁ ଏବଂ ସରକାରଙ୍କର ମାନବ ସମ୍ବଳକୁ ପରିବର୍ତ୍ତନ କରିବାର ଏକ ଗମ୍ଭୀର ପ୍ରୟାସ କଲୁ ।

ମୁଁ କେବେ ଏ ସମ୍ପର୍କରେ ସାର୍ବଜନୀନ ମଞ୍ଚରେ ବିସ୍ତୃତ ଭାବେ ଆଲୋଚନା କରି ନାହିଁ।

କିନ୍ତୁ ଉନ୍ନତ ଭବିଷ୍ୟତ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ, ଏଥିପାଇଁ ଆଜି ଏହି ବିଷୟରେ ମୁଁ ମଧ୍ୟ ବହୁତ କିଛି କଥା ଆପଣମାନଙ୍କ ସହ ବିନିମୟ କରିବାକୁ ଚାହୁଁଛି ।

ସାଥୀଗଣ,

ଆମେ ସରକାରୀ ଚାକିରି ପ୍ରକ୍ରିୟାର ନିୟମ ବଦଳାଇଛୁ, ନିଯୁକ୍ତି ପ୍ରକ୍ରିୟାର ନିୟମ ବଦଳାଇଛୁ । ବଡ଼ ବଡ଼ ପଦବୀରେ ନିଯୁକ୍ତି ପାଇଁ ସୁପାରିଶ, ଏବେ ବିଗତ ଦିନର କଥା ପାଲଟି ଯାଇଛି । ବ୍ୟାଙ୍କଗୁଡ଼ିକରେ ପାରଦର୍ଶୀ ନିଯୁକ୍ତି ପାଇଁ ଆମେ ବ୍ୟାଙ୍କିଙ୍ଗ ବୋର୍ଡର ମଧ୍ୟ ଶୁଭାରମ୍ଭ କରିଛୁ ।

ସାଥୀଗଣ,

ଦେଶର ଯେଉଁ ଶ୍ରେଷ୍ଠ ନିଷ୍ପତ୍ତି ନିର୍ଦ୍ଧାରକ ଅଛନ୍ତି, ନୀତି ନିର୍ଦ୍ଧାରକ ଅଛନ୍ତି, ସେମାନଙ୍କ ସହିତ ପ୍ରଶାସନକୁ ନେଇ ଆମେ କ୍ରମାଗତ ଭାବେ ବିଚାର ବିମର୍ଶ ଅଧିବେଶନମାନ ଆୟୋଜନ କରୁଛୁ ଆଉ ଏହି ବ୍ୟବସ୍ଥାକୁ ଆମ ବ୍ୟବସ୍ଥାର ଅଂଶ ଭାବେ ବିବେଚନା କରୁଛୁ ।

ମୁଁ ନିଜେ ଭିନ୍ନ ଭିନ୍ନ କ୍ଷେତ୍ରର ବିଚାର ବିମର୍ଶ ଅଧିବେଶନମାନରେ ଭାଗ ନେବାକୁ ଯାଉଛି, ସେ ରେଳବାଇ ହେଉ, ବ୍ୟାଙ୍କିଙ୍ଗ ହେଉ ଅବା ପୁଣି ନୀତି ଆୟୋଗର ସମସ୍ତ ବ୍ୟାଖାନ ।

ଆମେ ପୁରୁଣା ଏବଂ ଔପଚାରିକ ବ୍ୟବସ୍ଥାକୁ ପରିଣାମ ଆଧାରିତ କରିବାକୁ ଯାଉଛୁ । ଯେଉଁଠାରେ ଆବଶ୍ୟକ ପଡୁଛି, ସେଠାରେ ବିଦେଶୀ ଏବଂ ଶିଳ୍ପର ବିଶେଷଜ୍ଞଙ୍କୁ ଡକାଇ ଆମେ ପ୍ରଶାସନ କଳଙ୍କୁ ତାଲିମ ପ୍ରଦାନ କରୁଛୁ ।

ଏବେ ଯେପରି କାଲି-ପଅରଦିନ ମୁଁ ପୁଣେ ଯାଉଛି, ସେଠାରେ ଯେଉଁ ଡିଜିପି ସମ୍ମିଳନୀ ହେବାକୁ ଯାଉଛି, ଏହି ଡିଜିପି ସମ୍ମିଳନୀର ପରମ୍ପରା ପ୍ରାୟ 120 ବର୍ଷ ଧରି ଚାଲୁ ରହି ଆସିଛି କିନ୍ତୁ ସେଥିରେ 115 ବର୍ଷ ଏହି ସମ୍ମିଳନୀ କେବଳ ଦିଲ୍ଲୀରେ ହିଁ ହୋଇଛି ଆଉ ସକାଳେ ଆରମ୍ଭ ହେଉଥିଲା ଏବଂ ମଧ୍ୟାହ୍ନ ଅବକାଶ ପରେ ଶେଷ ହୋଇ ଯାଉଥିଲା ଅର୍ଥାତ ପ୍ରାୟ 115 ବର୍ଷର ପରମ୍ପରା ମୁଁ ତାହାକୁ ସଂପୂର୍ଣ୍ଣ ବଦଳାଇ ଦେଇଛି, ଏବେ ଦିଲ୍ଲୀକୁ ବାଦ ଦେଇ ଅନ୍ୟାନ୍ୟ ସ୍ଥାନରେ ଆୟୋଜନ ହେଉଛି । ତିନି ଦିନ ପାଇଁ ସମସ୍ତ ପୁଲିସ ବିଭାଗର ଲୋକ ଏକାଠି ହେଉଛନ୍ତି ଏବଂ ଅତି ସୂକ୍ଷ୍ମରୁ ସୂକ୍ଷ୍ମ ଭାବେ ଚର୍ଚ୍ଚା କରୁଛନ୍ତି ଏବଂ ନୂଆ ନୂଆ ସମସ୍ୟା ଗୁଡ଼ିକର, ନୂଆ ନୂଆ ସଙ୍କଟ ବିଷୟରେ ଚର୍ଚ୍ଚା କରୁଛନ୍ତି, ନିଜର ଶ୍ରେଷ୍ଠ ଅଭିଜ୍ଞତା ବିଷୟରେ ପରସ୍ପର ମଧ୍ୟରେ ଭାବ ବିନିମୟ କରୁଛନ୍ତି, ନୂତନ ପଦକ୍ଷେପ ବିଷୟରେ ଚର୍ଚ୍ଚା କରୁଛନ୍ତି, ଆଉ ସବୁକିଛିକୁ ମିଶାଇ ଏକ କାର୍ଯ୍ୟଖସଡା ସ୍ଥିର କରୁଛନ୍ତି ଯେ କିଭଳି ପୁଲିସିଙ୍ଗକୁ ଆଗକୁ ନିଆଯାଇ ପାରିବ । ଯୋର ଜବରଦସ୍ତ କରି ଲଦିଦିଆ ଯାଉନାହିଁ, ତିନି ଦିନ କ୍ରମାଗତ ଭାବେ ପୁଣେରେ ବସି ଏହି କାର୍ଯ୍ୟ ଏବେ କରିବୁ । ପ୍ରତ୍ୟେକ ବର୍ଷ କୌଣସି ନା କୌଣସି ସ୍ଥାନକୁ ଯାଇ ଏହି କାର୍ଯ୍ୟ କରୁଛୁ ।

ଅର୍ଥାତ ଫଳାଫଳ ଆଧାରିତ ଆଭିମୁଖ୍ୟ ନେଇ ସେଠାରୁ ବାହାରିବୁ । ସମୟବଦ୍ଧ କାର୍ଯ୍ୟର ଦାୟିତ୍ୱ ନେଇ ଚାଲିବା, ସେହି ଦିଗରେ କାର୍ଯ୍ୟ ହେଉଛି । ଆଜି ଏହା ମଧ୍ୟ ସଠିକ ଯେ ଆଇନ ଶୃଙ୍ଖଳା ରାଜ୍ୟର ବିଷୟ ହେବା ପରେ ମଧ୍ୟ ଏହି ବିଷୟ ବହୁତ ପରସ୍ପର ସମ୍ପର୍କିତ ହୋଇଯାଇଛି । ଗୋଟିଏ ରାଜ୍ୟର ଏହି ପ୍ରକାରର ଦଳଙ୍କ ବିଷୟରେ ଅନ୍ୟ ରାଜ୍ୟ ଜାଣି ନଥାଏ ତ କେବେ ନା କେବେ ସଙ୍କଟ ଆସିପାରେ । ତ ଏହି ପ୍ରକାରରେ ଏକ ଆଇନ ଶୃଙ୍ଖଳା ରାଜ୍ୟର ବିଷୟ ହେବା ସତ୍ତ୍ୱେ ମଧ୍ୟ ତଥ୍ୟ ଆଦାନ ପ୍ରଦାନ ଦୃଷ୍ଟିରୁ ରାଜ୍ୟର ପାରସ୍ପରିକ ବ୍ୟବସ୍ଥାର ବହୁତ ଆବଶ୍ୟକତା ରହିଛି । ଆମେ ଏଥିରେ ପରିବର୍ତ୍ତନ ଆଣୁଛୁ ।

ସାଥୀଗଣ,

ଆମେ ଆଉ ଏକ ଦିଗ ବିଷୟରେ ଶୁଭାରମ୍ଭ କରିଛୁ.. ପ୍ରଶାସନିକ ସେବାକୁ ନେଇ । ନିଯୁକ୍ତିର ପ୍ରାରମ୍ଭିକ ଦିନରେ ହିଁ ସେମାନଙ୍କୁ ଏହି କଥାର ଅନୁଭବ ଦିଆଯାଉଛି କି ନୀତିଗତ ସ୍ତରରେ କିଭଳି କାର୍ଯ୍ୟ କରାଯାଉଛି । ଫ୍ଲାଗସିପ ଯୋଜନାଗୁଡ଼ିକୁ କିପରି ଅନୁସରଣ କରାଯାଉଛି ।

ପୂର୍ବରୁ ସେମାନଙ୍କୁ ଏଭଳି ଅନୁଭବ ମିଳୁ ନଥିଲା । ଅନେକ ଏଭଳି ଆଇଏଏସ- ଆଇପିଏସ୍ ଅଫିସର ଅଛନ୍ତି, ଯେଉଁମାନଙ୍କୁ ଚାକିରି ମିଳିବା ପରେ ନିଜ ରାଜ୍ୟ କ୍ୟାଡରକୁ ଚାଲିଗଲେ, ସେମାନଙ୍କୁ କେବେ ଦିଲ୍ଲୀ ଆସିବାର ସୌଭାଗ୍ୟ ମିଳିଲା ନାହିଁ, ଏତେ ବଡ଼ ଦେଶରେ କିପରି କାର୍ଯ୍ୟ ହେଉଛି, ସେମାନଙ୍କୁ କେବେ ଏହା ଜାଣିବାର ସୌଭାଗ୍ୟ ମିଳି ପାରିଲା ନାହିଁ, ସେ ଅବସର ନେଇଗଲେ । ଆମେ ଏବେ ପ୍ରାରମ୍ଭିକ ସମୟରେ ହିଁ ମସୁରୀରୁ ବାହାରିବା ପରେ ସେମାନଙ୍କୁ ତିନି ମାସ ଭାରତ ସରକାରଙ୍କ ଭିନ୍ନ ଭିନ୍ନ ବ୍ୟବସ୍ଥା ସହିତ ଯୋଡ଼ିବାକୁ ଆରମ୍ଭ କରିଛୁ । ଏହାଦ୍ୱାରା ସେମାନେ ଏଠାକାର ଦୃଷ୍ଟିଭଙ୍ଗୀକୁ ନେଇକରି ଯିବେ କି, ହଁ ଦେଶ ସାମ୍ନାରେ ଏହିସବୁ ଆହ୍ୱାନ ରହିଛି ତ ମୁଁ ଯେଉଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବି ତ ମୁଁ ମଧ୍ୟ ଦେଶର ଏହି କଥାକୁ ଧ୍ୟାନରେ ରଖି ସରକାରଙ୍କର ନିର୍ଣ୍ଣୟ ପ୍ରକ୍ରିୟାଗୁଡ଼ିକୁ ଚଲାଇବି । ଫଳରେ ଦେଶ ଏବଂ ସ୍ଥାନୀୟ ପରିସ୍ଥିତିରେ ବିଷମତା ସୃଷ୍ଟି ନ ହେବ ଆଉ ତାହାର ଏକ ସଫଳ ପ୍ରୟୋଗ ହେବ । ଆଉ ଏକ ଲାଭ ହେଲା କି ଏଠାରେ ଅଧିକାଂଶ ସେହି ଲୋକ ଥାଆନ୍ତି ଯେଉଁମାନେ ଅବସର ଦିନକୁ ଲେଖିକରି ବସି ଥାଆନ୍ତି । ସେହିମାନେ ମୁଖ୍ୟ ଟିମ୍ ହୋଇ ଥାଆନ୍ତି ଯେଉଁମାନେ ଚିନ୍ତା କରୁଥାଆନ୍ତି କି ଏବେ 11 ମାସ ବାକି ରହିଛି, 9 ମାସ ବାକି ରହିଛି, 6 ମାସ ବାକି ଅଛି ଏଭଳି ଭାବରେ ଯେଉଁମାନଙ୍କର 35 ବର୍ଷର ଭବିଷ୍ୟତ ବାକି ଅଛି, ସେହିଭଳି ନୂତନ ଉର୍ଜ୍ଜାବାନ ଯୁବକ ସେମାନଙ୍କ ସହିତ ଯୋଡ଼ି ହୋଇ ଯାଇଥାଆନ୍ତି ତ ସେମାନଙ୍କୁ ସ୍ୱୟଂକ୍ରିୟ ଉର୍ଜ୍ଜା ମିଳିବା ଆରମ୍ଭ ହୋଇ ଯାଇଥାଏ। ପରିବର୍ତ୍ତନ ଆରମ୍ଭ ହୋଇ ଯାଇଥାଏ । କେବଳ ଏତିକି ହିଁ ନୁହେଁ, ଚଳିତ ବର୍ଷ ଆମେ ଆଉ ଏକ ଶୁଭାରମ୍ଭ କରିଛୁ । ଚଳିତ ଥର ଦେଶରେ 20ରୁ ଅଧିକ ସାଧାରଣ ସେବାକୁ ପ୍ରଶିକ୍ଷଣର ରୂପ ଦେଇ ଫାଉଣ୍ଡେସନ୍ ପ୍ରୋଗ୍ରାମ ଆମେ କରିଛୁ ।

ଏ ପର୍ଯ୍ୟନ୍ତ ବହୁତ ବଡ଼ ଅଭିଯୋଗ ଏହା ରହୁଥିଲା ଆଉ ମୁଁ ଥରେ ଲାଲକିଲ୍ଲା ଉପରୁ ଯେତେବେଳେ ନୂଆ ନୂଆ ଆସିଥିଲି ତ ମୁଁ ପ୍ରଥମରୁ ହିଁ ସ୍ଥାଣୁତା ବିଷୟରେ ଚର୍ଚ୍ଚା କରିଥିଲି । ଲାଲକିଲ୍ଲାରୁ ମୋର ଯେଉଁ ପ୍ରଥମ ଉଦବୋଧନ ଥିଲା, ଏବେ ମୁଁ ତାହାକୁ ତ ବେମାରୀ ଭାବେ ଧରି ନେଇଥିଲି, ତା’ର ସମାଧାନ ତ କରିବାକୁ ପଡିବ ଆଉ ମୋତେ ହିଁ କରିବାକୁ ପଡିବ । ଆଉ ଆମେ ସେହି ସମସ୍ୟାର ସମାଧାନ ପାଇଁ ଯେଉଁ ସେବା ସମାଧାନର କାର୍ଯ୍ୟ କରୁଛି । ସେଥିରେ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ରକାରରେ ଯୁଗ୍ମ ଫାଉଣ୍ଡେସନ ପାଠ୍ୟକ୍ରମ ଦିଗରେ ଆମେ ଆଗକୁ ବଢୁଛୁ । ଭିନ୍ନ ଭିନ୍ନ ସେବା ଯେପରି ରାଜସ୍ୱ, ଜଙ୍ଗଲ, ରେଲବାଇ, ଆକାଉଂଟ ଏବଂ ଅଡିଟ ସେମାନଙ୍କର ଅଧିକାରୀମାନଙ୍କୁ ଏବେ ବହୁତ ଦାୟିତ୍ୱର ସହ କାର୍ଯ୍ୟ ଦେଇଛୁ, ଗୁରୁତ୍ୱପୂର୍ଣ୍ଣ ଯୁଗ୍ମ ସଚିବ ସ୍ତରର ପଦ ମଧ୍ୟ ଦିଆଯାଉଛି ଫଳରେ ନୀତି ନିର୍ଦ୍ଧାରଣରେ ସମସ୍ତ ସେବାର ସମନ୍ୱୟ ହୋଇ ପାରିବ ।

 ଆଉ ହଁ,

ଏହି ସବୁ ମଧ୍ୟରେ ଆମେ 220ରୁ ଅଧିକ ସରକାରୀ ଅଧିକାରୀଙ୍କୁ ଭ୍ରଷ୍ଟାଚାର ଅଭିଯୋଗରେ, ଉପଯୁକ୍ତ ଭାବେ କାର୍ଯ୍ୟ ନ କରିପାରିବା ଅଭିଯୋଗରେ ଅବସର ପୂର୍ବରୁ ସେବା ନିବୃତ କରି ଦେଇଛୁ ।

ସାଥୀଗଣ,

ବିଶେଷ ଅଧିକାର ବଦଳରେ ଆମେ ବୃତ୍ତିଗତ ଦକ୍ଷତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ ।

ଲାଟରାଲ ଏଣ୍ଟ୍ରି, ଆପଣମାନଙ୍କ ମଧ୍ୟରେ ବହୁତ ଲୋକ ଥିବେ ଯେଉଁମାନେ ଏହି କଥାକୁ ସ୍ୱୀକାର କରିବେ କି କେହି ଆଇଏଏସ ହୋଇଗଲା ତ ସମସ୍ତ ବିଶ୍ୱ ବିଷୟରେ ସେ ଜାଣିଥାଏ ଏହି ଚିନ୍ତାଧାରା ଠିକ୍ ନୁହେଁ । ସମାଜରେ ବହୁତ ପ୍ରତିଭାବାନ ଲୋକ ଅଛନ୍ତି । ଏତେ ବଡ଼ ଦେଶ ଚଳାଇବା ପାଇଁ ସେମାନେ ମଧ୍ୟ ଯୋଗଦାନ ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ସୁଯୋଗ ମିଳିବା ଦରକାର ଏବଂ ସେମାନଙ୍କୁ ସୁଯୋଗ ଦେବା ପାଇଁ ଆମେ ଏକ ମେକାନିଜିମ୍ ବିକଶିତ କରିଛୁ ତାହା ମଧ୍ୟ ସଂଗଠିତ ଭାବେ, ସରକାରଙ୍କର ଚିନ୍ତାଧାରରେ ନୁହେଁ ବରଂ ୟୁପିଏସସି   ପ୍ରକ୍ରିୟାରେ ଆଉ ଦେଶରେ ମୁଁ ଦେଖିଛି କି କୋଟିଏ – କୋଟିଏ, ଦୁଇ-ଦୁଇ କୋଟି ପ୍ୟାକେଜରେ କାର୍ଯ୍ୟ କରୁଥିବା ଯୁବକ ସାଧାରଣ ବେତନରେ ଦୁଇ ବର୍ଷ, ତିନି ବର୍ଷ ଦେଶ ପାଇଁ ଦେବାକୁ, ସରକାରୀ ବ୍ୟବସ୍ଥାରେ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କିଛି ଆମେ ଆରମ୍ଭ କରିଛୁ ଏବଂ ସେମାନଙ୍କ ପାଖରେ କର୍ପୋରେଟ ଜଗତର ଅନୁଭବ ରହିଛି, ପ୍ରଶାସନ ଏବଂ ସରକାରଙ୍କ ସହିତ ଯୋଡ଼ି ହୋଇଥିବା କାରଣରୁ ସେମାନେ ଅଧିକ ମୂଲ୍ୟାୟନ କରି ପାରୁଛନ୍ତି । ମୁଁ ଭାବୁଛି କି ଆଗାମୀ ଦିନମାନଙ୍କରେ ଆଉ ଏକ ଅଧିକ ଭଲ ପରିଣାମ ପାଇଁ ଆମେ ଏ ଯେଉଁ ପ୍ରୟାସ ଜାରି ରଖିଛୁ, ସେଥିରୁ ସୁଖଦ ପରିଣାମ ମିଳି ପାରିବ । ଆଉ ଦେଶର ଉନ୍ନତ ପ୍ରତିଭା, ସେ ହୁଏତ ପ୍ରଶାସନିକ ସେବା ସମ୍ପର୍କିତ ପ୍ରକ୍ରିୟାର ଅଂଶବିଶେଷ ନ ହୋଇଥାଆନ୍ତୁ, ସେମାନେ ଦେଶର ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାନ ଗୁଡ଼ିକର ମୂଲ୍ୟବୋଧକୁ ପ୍ରଚଳନ କରି ପାରନ୍ତୁ, ଏହି ଚେଷ୍ଟା ଜାରି ରହିଛି ।

 ଏବେ ନିର୍ଦ୍ଧାରିତ ସମୟସୀମାକୁ ସରକାରୀ ବ୍ୟବସ୍ଥାରେ ମଧ୍ୟ ପୁଣ୍ୟମୟ କାର୍ଯ୍ୟ ମାନି ନିଆଗଲାଣି । ମୁଁ ଏହା କହୁ ନାହିଁ କି ସମଗ୍ର ଦେଶରେ ଏହି ବ୍ୟବସ୍ଥା ହୋଇ ସାରିଛି । କିନ୍ତୁ ବହୁତ ଗୁଡ଼ିଏ ବିଭାଗରେ ଏହି ପରିବର୍ତ୍ତନକୁ ଆପଣ ଅନୁଭବ କରି ପାରିବେ ।

ପ୍ରଶାସନର ଭିତ୍ତିଭୂମିରେ କରାଯାଉଥିବା ଏହି ସୁଧାର କେବଳ 5 କିମ୍ବା 10 ବର୍ଷ ପାଇଁ ନୁହେଁ । ଏହା କେବଳ ଆମ ସରକାରଙ୍କ ମଧ୍ୟରେ ସୀମିତ ନୁହେଁ । ବରଂ ଏହାର ଲାଭ ଆଗାମୀ ଦଶକ ପର୍ଯ୍ୟନ୍ତ ଦେଶକୁ ମିଳିବାକୁ ଯାଉଛି ।

ଆମର ଏହି ଚିନ୍ତାଧାରା ଏବଂ ଅଭିବ୍ୟକ୍ତି ରହିଛି ।

ଆମେ କେବଳ 5 କିମ୍ବା 10 ବର୍ଷର କାର୍ଯ୍ୟକାଳ ପାଇଁ କାମ କରୁ ନାହୁଁ ବରଂ ଉନ୍ନତ ଭବିଷ୍ୟତ ପାଇଁ ନ୍ୟୁ ଇଣ୍ଡିଆ ପାଇଁ ସ୍ଥାୟୀ ଏବଂ ପ୍ରଦର୍ଶନ ଅଭିମୁଖୀ ବ୍ୟବସ୍ଥା ନିର୍ମାଣ କରିବା ପାଇଁ ପ୍ରୟାସ କରୁଛୁ ।

130 କୋଟି ଭାରତବାସୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ସଠିକ ଉଦ୍ଦେଶ୍ୟ, ଉନ୍ନତ ଟେକ୍ନୋଲୋଜି ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଏହା ହିଁ ହେଉଛି ଆମର ରୋଡ଼୍ ମ୍ୟାପ୍ ।

ମୋର ବିଶ୍ୱାସ ଯେ ଏହି ସମ୍ମିଳନୀରେ ଯେଉଁ ଆଲୋଚନା ହେବ, ସେଥିରେ ଭାରତର ହିତ ସହିତ ଜଡ଼ିତ ଅନେକ କଥା ସାମ୍ନାକୁ ବାହାରି ଆସିବ, ତାହା ମଧ୍ୟ ଉନ୍ନତ ଭବିଷ୍ୟତର ଗ୍ୟାରେଣ୍ଟି ନେଇକରି ଆସିବ ।

ଆପଣ ସମସ୍ତଙ୍କୁ ଏହି ସାର୍ଥକ ଆଲୋଚନା ପାଇଁ ବହୁତ ବହୁତ ଶୁଭକାମନା ସହିତ ବହୁତ ବହୁତ ଧନ୍ୟବାଦ !      

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review measures being taken in the context of ongoing West Asia Conflict
April 01, 2026
Interventions across agriculture, fertilizers, shipping, aviation, logistics and MSMEs to mitigate emerging challenges discussed
Supply diversification for LPG and LNG, fuel duty reduction and power sector measures reviewed to ensure stability of essential supplies
Steps being taken to ensure stable prices of essential commodities and strict action against hoarding and black-marketing
Control Rooms set up for constant monitoring and interaction with States/UTs on prices and enforcement of Essential Commodities Act
Various efforts being taken to ensure fertilizer supply such as maintaining Urea Production and coordination with overseas suppliers for DAP/NPKS supplies
PM assesses availability of critical needs for the common man
PM discusses availability of fertilisers in the country and steps being taken to ensure its availability in the Kharif and Rabi seasons
PM directs that all efforts must be made to safeguard the citizens from the impact of this conflict
PM underlines the need for timely & smooth flow of authentic information to the public to prevent misinformation and rumour mongering
Enough coal stock exists which shall serve power needs adequately in coming months

Prime Minister Shri Narendra Modi a special of the Cabinet Committee on Security (CCS) to review measures taken by various Ministries/Departments and also discussed further initiatives to be taken in the context of the ongoing West Asia conflict, at 7 Lok Kalyan Marg today. This was the second special CCS meeting on this issue.

Cabinet Secretary briefed about the action taken to ensure supply of petroleum products, particularly LNG/LPG, and sufficient power availability. Sources are being diversified for procurement of LPG with new inflows from different countries. Similarly, Liquefied Natural Gas (LNG) is being sourced from different countries. He further briefed that LPG prices for domestic consumers have remained the same and Anti-diversion enforcement to curb hoarding and black marketing of LPG is being conducted regularly.

Initiatives have also been taken to expand Piped Natural Gas connections. Measures like exempting the gas-based power plants with a capacity of 7-8 GW from gas pooling mechanism and increasing of rake for positioning more coal at thermal power stations etc. have also been taken to ensure availability of power during the peak summer months.

Further, interventions proposed to be taken for emerging challenges in various other sectors such as agriculture, civil aviation, shipping and logistics were also discussed.

Various efforts like maintaining urea production to meet requirements, coordinating with overseas supplies for DAP/NPKS suppliers are being taken to ensure fertilizer supply. State governments are being requested to curb black marketing, hoarding, and diversion of fertilizers through daily monitoring, raids, and strict action.

The retail prices of food commodities have been stable over the past one month. Control Rooms have been set up for constant monitoring and interaction with States/UTs on prices and enforcement of Essential Commodities Act. The prices of agricultural products , vegetables and fruits are also being monitored.

Efforts to globally diversify our sources for energy, fertilizers and other supply chains, and international initiatives for securing safe passage of vessels through the strait of Hormuz and ongoing diplomatic efforts are being taken.

Enhanced coordination, real-time communication, and proactive measures across central, state, and district levels to drive effective information dissemination and public awareness amid the evolving crisis is being undertaken.

Prime Minister assessed the availability of critical needs for the common man. He discussed availability of fertilisers in the country and steps being taken to ensure its availability in the Kharif and Rabi seasons. He said that all efforts must be made to safeguard the citizens from the impact of this conflict. Prime Minister also emphasised smooth flow of authentic information to the public to prevent misinformation and rumour mongering.

Prime Minister directed all concerned departments to take all possible measures to ameliorate the problems of citizens and sectors affected by the ongoing global situation.