ସେୟାର
 
Comments
The decision to remove Article 370 may seem politically difficult, but it has given a new ray of hope for development in Jammu, Kashmir and Ladakh: PM Modi
For Better Tomorrow, our government is working on to solve the current challenges: PM Modi
112 districts are being developed as Aspirational Districts, with a focus on every parameter of development and governance: PM

ଶୋଭନା ଭରତୀୟା ମହୋଦୟା, ‘ହିନ୍ଦୁସ୍ତାନ ଟାଇମ୍ସ’ ପରିବାରର ସମସ୍ତ ଭଦ୍ର ବ୍ୟକ୍ତିଗଣ, ଦେଶ ଏବଂ ବିଦେଶରୁ ଏଠାରେ ଉପସ୍ଥିତ ଭଦ୍ର ବ୍ୟକ୍ତି ଓ ମହିଳା । ଯେ କୌଣସି ଦେଶକୁ ମାର୍ଗ ପ୍ରଦର୍ଶନ କରିବାରେ, ଯେ କୌଣସି ସମାଜ ଅବା ବ୍ୟକ୍ତିଙ୍କୁ ନୂତନ ଉର୍ଜ୍ଜାର ସହିତ ଆଗକୁ ଅଗ୍ରସର ହେବାରେ କଥାବାର୍ତ୍ତା ବା ଆଲୋଚନା – ସମ୍ବାଦର ବହୁତ ମହତ୍ତ୍ଵ ରହିଥାଏ । ଆଜିର ଏହି ଆଲୋଚନା ହିଁ ଉନ୍ନତ ଭବିଷ୍ୟତର ମୂଳଦୁଆ ହୋଇଥାଏ । ଆଜି ମଧ୍ୟ ହେଉଛି ଆମର ସମ୍ବିଧାନ ନିର୍ମାତା ବାବା ସାହେବ ଡ଼କ୍ଟର ଭୀମରାଓ ଆମ୍ବେଦକର ମହୋଦୟଙ୍କର ପୁଣ୍ୟତିଥି ।

ମୁଁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ପ୍ରଣାମ କରୁଛି ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ବାବା ସାହେବ ଯେଉଁ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, ତାକୁ ସାକାର କରିବାର ଶକ୍ତି ଦିଅନ୍ତୁ, ଆମକୁ ସମର୍ଥ କରାନ୍ତୁ ।

ସାଥୀଗଣ,

ଭବିଷ୍ୟତରେ ଆମେ ଯେଉଁ ମାର୍ଗରେ ଯିବାକୁ ଚାହୁଁଛୁ, ସେଥିରେ ସବୁଠାରୁ ବଡ଼ ଭୂମିକା ହେଉଛି ବର୍ତ୍ତମାନର, ଆଉ ଏବେ ଶୋଭନା ମହୋଦୟା ଗୋଟିଏ ପ୍ରଶ୍ନ ରଖିଛନ୍ତି କି ଆପଣ ସମସ୍ତଙ୍କୁ କହିବା ପାଇଁ କି ମୁଁ କିଭଳି ନିର୍ବାଚନ ଜିତେ, ଦେଶର ଜନତା ଜିତାଇଛନ୍ତି ଏଥିପାଇଁ ଜିତିଗଲି ଏବଂ ଦେଶର ଜନତା କାହିଁକି ଜିତାଇଲେ, କାରଣ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏହି ମନ୍ତ୍ରକୁ ଆଧାର କରି କାର୍ଯ୍ୟ କଲି । ଏଥିପାଇଁ ଜିତାଇଲେ ଆଉ ଅନେକ ଲୋକଙ୍କୁ ନ ଚାହିଁ ମଧ୍ୟ ଜିତାଇଲେ । ଛାଡ଼ନ୍ତୁ, ଉନ୍ନତ ଭବିଷ୍ୟତ ପାଇଁ ଆମ ସରକାର, ବର୍ତ୍ତମାନର ଆହ୍ୱାନ ଉପରେ, ସମସ୍ୟାଗୁଡ଼ିକ ଉପରେ କାର୍ଯ୍ୟ କରୁଛନ୍ତି ଆଉ ଏହି ଆହ୍ୱାନ ଯେ ଆଜି ସୃଷ୍ଟି ହୋଇଛି, ଏକଥା ନୁହେଁ । ଏହା ଦଶକ ଦଶକ ଧରି ଚାଲି ଆସିଛି ।

ସାଥୀଗଣ,

ଧାରା-370 ଉଚ୍ଛେଦ କରିବାର ନିଷ୍ପତ୍ତି ରାଜନୈତିକ ଦୃଷ୍ଟିକୋଣରୁ ଯଦିଓ ଜଟିଳ ଲାଗୁଥାଏ, କିନ୍ତୁ ଏହା ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖର ଲୋକଙ୍କ ବିକାଶ ଏବଂ ସେମାନଙ୍କ ମଧ୍ୟରେ ନୂତନ ଆଶା ଜାଗ୍ରତ କରିଛି, ମୁସଲମାନ ଭଉଣୀଙ୍କୁ ତିନି ତଲାକର ଦଂଶନରୁ ମୁକ୍ତି ମିଳିବା ଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାରକୁ ଉନ୍ନତ ଭବିଷ୍ୟତର ଅନୁଭବ ହୋଇ ପାରିଛି ।

ପଡ଼ୋଶୀ ଦେଶରୁ ଆସିଥିବା ଶହ ଶହ ପରିବାର, ଯେଉଁମାନଙ୍କ ସହିତ ସେହି ଦେଶରେ ଅତ୍ୟାଚାର ହୋଇଥିଲା, ଯେଉଁମାନଙ୍କର ମାଆ ଭାରତୀ ଉପରେ ଆସ୍ଥା ଥିଲା, ଯେତେବେଳେ ସେମାନଙ୍କ ନାଗରିକତାର ପଥ ଉନ୍ମୁକ୍ତ ହେବ ତ ଏହାଦ୍ୱାରା ମଧ୍ୟ ସେମାନଙ୍କର ଉନ୍ନତ ଭବିଷ୍ୟତ ସୁନିଶ୍ଚିତ ହେବ । ଦିଲ୍ଲୀର ଅନଧିକୃତ କଲୋନୀଗୁଡ଼ିକୁ ନେଇ ଯେଉଁ ନିଷ୍ପତ୍ତି ହୋଇଛି, ତାହାଦ୍ୱାରା ମଧ୍ୟ ଏଠାକାର 40 ଲକ୍ଷ ଲୋକଙ୍କର ଉନ୍ନତ ଭବିଷ୍ୟତର ରାସ୍ତା ପକ୍କା ହୋଇଛି । ଏଭଳି ଅନେକ ନିଷ୍ପତ୍ତି ଅଛି, ଯାହା ବିଗତ ଦିନର ପରମ୍ପରା ଥିଲା, କିନ୍ତୁ ନ୍ୟୁ ଇଣ୍ଡିଆ ପାଇଁ, ଉନ୍ନତ ଭବିଷ୍ୟତ ପାଇଁ ତାହାକୁ ଦୂରେଇ ଦିଆ ଯାଇପାରିବ ନାହିଁ ।

ଏହିଭଳି ଭାବେ ରାମ ଜନ୍ମଭୂମୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କେବଳ ଗୋଟିଏ ବିବାଦର ସମାଧାନ ନୁହେଁ ବରଂ ଏହା ଭାରତର ଉନ୍ନତ ଭବିଷ୍ୟତର ଏକ ବଡ଼ କାରକ ।

ସାଥୀଗଣ, ଆମକୁ ମନେ ରଖିବାକୁ ହେବ କି ରାମ ଜନ୍ମଭୂମୀର ରାୟ ଆସିବା ପୂର୍ବରୁ କେଜାଣି କାହିଁକି କେତେ କ’ଣ ଆଶଙ୍କା କରାଯାଉଥିଲା । ସକାଳେ ରାୟ ଆସିଲା ଆଉ ସନ୍ଧ୍ୟା ହେଉ ହେଉ ଦେଶବାସୀ ସମସ୍ତ ଆଶଙ୍କାଗୁଡ଼ିକୁ ଭୁଲ ସାବ୍ୟସ୍ତ କରିଦେଲେ । ଏହା ପଛରେ କ’ଣ ଭାବନା ଥିଲା – ଉନ୍ନତ ଭବିଷ୍ୟତ । ସମାଜ ଏବେ ବିଗତ ଦିନର କଥାକୁ ନେଇ ଦ୍ୱନ୍ଦରେ ରହିବାକୁ ଚାହୁଁନାହିଁ, ଦେଶ ଭବିଷ୍ୟତ ଆଡ଼କୁ ଦେଖୁଛି । ଦେଶର ଉନ୍ନତ ଭବିଷ୍ୟତ ପାଇଁ ଜନ-ମନରେ ଆସିଥିବା ଏହି ବହୁତ ବଡ଼ ପରିବର୍ତ୍ତନକୁ ଆମେ କେବେ କମ୍ ବୋଲି ଭାବି ପାରିବା ନାହିଁ ।

ଭାଇ ଓ ଭଉଣୀମାନେ,

ସମସ୍ୟାଗୁଡ଼ିକୁ, ଆହ୍ୱାନଗୁଡ଼ିକୁ, ପାଳନ ପୋଷଣ କରି ଉନ୍ନତ ଭବିଷ୍ୟତର କଳ୍ପନା କରାଯାଇ ପାରିବ ନାହିଁ । ଆମ ସରକାରଙ୍କ ଅଭିବ୍ୟକ୍ତି କ’ଣ ଅଛି, ଯଦି ମୁଁ ସହଜ ଭାବରେ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେଇ କହିବାକୁ ଚାହିଁବି ଯେ, ଯଦି ମୁଁ ଆପଣଙ୍କ ଭଳି ହୋଇ ଆପଣଙ୍କ ପରିସରରେ କହିବି ତ ଏହା କେବଳ ହିନ୍ଦୁସ୍ଥାନ ଟାଇମ୍ସକୁ ହିଁ ପଚାରୁଛି ଏପରି ନୁହେଁ, ମୁଁ ସମସ୍ତ ଖବର କାଗଜମାନଙ୍କୁ ପଚାରୁଛି କି କ’ଣ କେବେ ଏପରି ହୋଇ ପାରିବ ଯଦି ସମ୍ପାଦକୀୟ ପୃଷ୍ଠା ପାଇଁ ଲେଖା ଆସି ପାରିବ ନାହିଁ ତ ଆପଣମାନେ କୁହନ୍ତି କି କ’ଣ ହେଲା, କାଲି ତ ଛପା ଯାଇଥିଲା, ଆଜି ଖାଲି ଛାଡିଦେବା ?

କେବେ ଏଭଳି ହୋଇଛି କି ? ହୋଇ ନାହିଁ ।

ଅବା କେବେ ଏପରି ହୋଇଛି କି ସମ୍ବାଦପତ୍ରର ଶେଷ ପୃଷ୍ଠା ପାଇଁ କୌଣସି ଖବର ହିଁ ନାହିଁ । ମଝି ଏବଂ ତାକୁ ଛାଡ଼ି ଦିଆ ଯାଇଛି ? ଏଭଳି ନିଷ୍ପତ୍ତି ନିଆ ଯାଇଛି କି? ପ୍ରଥମ ପୃଷ୍ଠାରୁ ଯେତେବେଳେ ପାଠକ ପଢ଼ିବା ଆରମ୍ଭ କରିଥାଏ, ଆଗକୁ ଯାଇ ପଢ଼ି ପଢ଼ି ଥକି ପଡ଼ିବ, ସେ କିପରି ଦେଖିବ କି ଛାଡ଼.. ଆଜି ଶେଷ ପୃଷ୍ଠା ଖାଲି ରଖିଦିଅ । ମୋତେ ଭଲ ଭାବେ ଜଣାଅଛି କି ଆପଣମାନେ ହିନ୍ଦୁସ୍ଥାନ ଟାଇମ୍ସର ଇତିହାସରେ ଅବା ଅନ୍ୟ କୌଣସି ସମ୍ବାଦପତ୍ର ନିଜ ଇତିହାସରେ କେବେ ଏଭଳି କରି ନଥିବେ । ସମ୍ବାଦପତ୍ରର ପ୍ରତ୍ୟେକ ପୃଷ୍ଠା ଉତ୍ତମରୁ ଅତି ଉତ୍ତମ ହେଉ, ଏଥିପାଇଁ ଆପଣମାନଙ୍କ ପ୍ରତିନିଧିମାନେ, ଆପଣମାନଙ୍କର ସମ୍ବାଦକକ୍ଷର ଲୋକମାନେ ନିଜ ପ୍ରାଣପଣେ ଲାଗିଥାଆନ୍ତି ।

କିନ୍ତୁ ସାଥୀଗଣ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଆମର ଏଠି ତ ସରକାର, ଦେଶର ଏକ ବହୁତ ବଡ଼ ଭାଗକୁ ହିଁ ଖାଲି ଛାଡ଼ି ଦେଇଥିଲେ । ଦେଶର ଏହା ହେଉଛି ସେହି ଜିଲ୍ଲା ଯାହା ସବୁଠାରୁ ପଛୁଆ ଥିଲା, ପ୍ରାୟ ସବୁ ମାନଦଣ୍ଡରେ ସବୁଠାରୁ ପଛୁଆ ।

ମାତୃ ମୃତ୍ୟୁହାର ସବୁଠାରୁ ଅଧିକ କେଉଁଠାରେ? ଏହି ଜିଲ୍ଲାମାନଙ୍କରେ ।

ନବଜାତ ଶିଶୁଙ୍କର ମୃତ୍ୟୁହାର ସବୁଠାରୁ ଅଧିକ କେଉଁଠାରେ ? ଏହି ଜିଲ୍ଲାମାନଙ୍କରେ।

କୁପୋଷଣର ସବୁଠାରୁ ଅଧିକ ସମସ୍ୟା କେଉଁଠାରେ ? ଏହି ଜିଲ୍ଲାମାନଙ୍କରେ ।

ଟୀକାକରଣରୁ ବଞ୍ଚିତ ଥିବା ପିଲା ସଂଖ୍ୟା ସବୁଠାରୁ ଅଧିକ କେଉଁଠାରେ? ଏହି ଜିଲ୍ଲାମାନଙ୍କରେ ।

ପାଣିର, ବିଜୁଳିର, ରାସ୍ତାର ସବୁଠାରୁ ଅଧିକ ସଙ୍କଟ କେଉଁଠାରେ ? ଏହି ଜିଲ୍ଲାମାନଙ୍କରେ ।

ଏବେ ଏହାର ବିପରୀତରେ ଦେଖନ୍ତୁ – ବିରୋଧାଭାଷ ଦେଖନ୍ତୁ ।

ପୂର୍ବ ସରକାରଙ୍କର ସବୁଠାରୁ କମ୍ ଗୁରୁତ୍ୱ କେଉଁ ଜିଲ୍ଲାମାନଙ୍କ ଉପରେ ଥିଲା?

ମନ୍ତ୍ରୀମାନଙ୍କର ସବୁଠାରୁ କମ୍ ବୈଠକ କେଉଁ ଜିଲ୍ଲାମାନଙ୍କରେ ବସୁଥିଲା? ଏହି ଜିଲ୍ଲାମାନଙ୍କରେ ହୋଇଥିଲା ।

ସରକାରଙ୍କର ସବୁଠାରୁ ଦୁର୍ବଳ ଅଧିକାରୀଙ୍କର ନିଯୁକ୍ତି କେଉଁ ଜିଲ୍ଲାମାନଙ୍କରେ ହୋଇଥିଲା? ଏହି ଜିଲ୍ଲାମାନଙ୍କରେ ହୋଇଥିଲା ।

ସରକାରଙ୍କର ମନିଟରିଂରୁ ସବୁଠାରୁ ଦୂରରେ କେଉଁ ଜିଲ୍ଲାଗୁଡ଼ିକ ଥିଲା ? ଏହି ଜିଲ୍ଲାଗୁଡ଼ିକ ଥିଲା । ଅର୍ଥାତ ବିକାଶର ଦୌଡ଼ରେ ଶେଷ ପୃଷ୍ଠାରେ ରହୁଥିବା ଏହି ଜିଲ୍ଲାଗୁଡ଼ିକୁ ଖାଲି ଛାଡ଼ି ଦିଆ ଯାଇଥିଲା, ନିଜ ଭାଗ୍ୟ ଉପରେ, ନିଜ ପରିସ୍ଥିତି ଉପରେ ଛାଡ଼ି ଦିଆ ଯାଇଥିଲା ।

ସାଥୀଗଣ,

ଆଜି ଯେତେବେଳେ ଆମେ ଉନ୍ନତ ଭବିଷ୍ୟତର କଥା ହେଉଛେ ତ ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବାକୁ ଚାହିଁବି କି ଏହି ଜିଲ୍ଲାରେ 5-10 ଲକ୍ଷ ନୁହେଁ, ଦେଶର 15କୋଟି ଅତ୍ୟନ୍ତ ଗରିବ ଲୋକ ରହୁଛନ୍ତି । ଆଉ ଏହି ଲୋକମାନେ ମୁଖ୍ୟତଃ ହେଉଛନ୍ତି ଆଦିବାସୀ, ଦଳିତ ଏବଂ ପଛୁଆବର୍ଗର ।

କ’ଣ ଉନ୍ନତ ଭବିଷ୍ୟତ ପାଇଁ ଏମାନଙ୍କର ସ୍ୱପ୍ନ କୌଣସି ଗୁରୁତ୍ୱ ରଖୁନାହିଁ ? କ’ଣ ଏହି ଜିଲ୍ଲାଗୁଡ଼ିକର ଗରିବ ଲୋକମାନଙ୍କୁ ନିଜର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବାର ଅଧିକାର ନ ଥିଲା ?

ମୁଁ ଏହି ସଭାଗୃହରେ ବସିଥିବା ଲୋକମାନଙ୍କୁ ପଚାରିବାକୁ ଚାହୁଁଛି- ଆପଣମାନେ ମାମିତର ନାମ ଶୁଣିଛନ୍ତି କି ? ନାମସାଇର ନାମ ଶୁଣିଛନ୍ତି କି ? କିଫିରେର ନାମ ଶୁଣିଛନ୍ତି କି ? ଆପଣମାନଙ୍କ ମଧ୍ୟରୁ କେହି ଶୁଣି ନଥିବେ ଆଉ କେହି ଥରେ ଅଧେ ଶୁଣିଥିବେ । ଏହା କ’ଣ.. ଏହା ହେଉଛି ଆମ ଦେଶର ଜିଲ୍ଲାଗୁଡ଼ିକର ନାମ ।

କିନ୍ତୁ କଳାହାଣ୍ଡିର ନାମ ତ ଆପଣମାନେ ଜାଣିଥିବେ ? ଗୁମଲା ବିଷୟରେ ତ ଆପଣମାନଙ୍କୁ ଜଣାଥିବ, ଶୁଣିଥିବେ, ବେଗୁସରାଇ ତ ଆପଣମାନେ ଶୁଣିଥିବେ ? ଗଡଚିରୋଲି – ବସ୍ତର ତ ଆପଣମାନେ ଶୁଣିଥିବେ ?

ଭାଇ ଓ ଭଉଣୀମାନେ,

ଏଭଳି 112ଟି ଜିଲ୍ଲା ଅର୍ଥାତ ହିନ୍ଦୁସ୍ଥାନର ପ୍ରାୟ 700 ଜିଲ୍ଲାକୁ ଦେଖନ୍ତୁ, 112ଟି ଜିଲ୍ଲାକୁ ଏବେ ଆମ ସରକାର ଆକାଂକ୍ଷୀ ଜିଲ୍ଲା ଭାବେ ବିକଶିତ କରୁଛନ୍ତି । ବିକାଶର ପ୍ରତ୍ୟେକ ମାନଦଣ୍ଡରେ, ପ୍ରଶାସନର ସମସ୍ତ ମାନଦଣ୍ଡରେ ଏବେ ସଂପୂର୍ଣ୍ଣ ଗୁରୁତ୍ୱ ଦେଇ ଏହି ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରାଯାଉଛି ।

କୁପୋଷଣ ହେଉ, ମାତୃ ଏବଂ ଶିଶୁ ମୃତ୍ୟୁହାର ହେଉ, ବ୍ୟାଙ୍କିଙ୍ଗ ସୁବିଧା ହେଉ, ବୀମା ସୁରକ୍ଷା ହେଉ, ବିଜୁଳି ସଂଯୋଗ ହେଉ, ଶିକ୍ଷା ବ୍ୟବସ୍ଥା ହେଉ, ସ୍ୱାସ୍ଥ୍ୟ ସହିତ ଜଡ଼ିତ ସୁବିଧାଗୁଡ଼ିକ ହେଉ, ଆମେ ସମସ୍ତ ମାନଦଣ୍ଡ ଉପରେ କ୍ରମାଗତ ଭାବରେ ପ୍ରକୃତ ସମୟ ଆଧାରରେ ମନିଟରିଂ କରୁଛୁ ।

ଶହ ଶହ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଏହି ସମସ୍ତ ଆକାଂକ୍ଷୀ ଜିଲ୍ଲାର ବିକାଶ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସାଧାରଣ ଭାବେ ସରକାରୀ କର୍ମଚାରୀମାନଙ୍କ ପ୍ରତି ଘୃଣା ଭାବ ସେମାନଙ୍କୁ ନକାରାତ୍ମକ ଦୃଷ୍ଟିରେ ଦେଖିବା ଓ ବ୍ୟବହାର କରିବାର ମାନସିକତା ଏକ ଦୀର୍ଘ ସମୟ ଧରି ଚାଲି ଆସୁଥିଲା । କିନ୍ତୁ ଆପଣମାନେ ଜାଣି ଖୁସି ହେବେ ଯେ ଦିଲ୍ଲୀରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସୁଥିବା ଶହ ଶହ ଅଧିକାରୀ ଏବେ କ୍ରମାଗତ ଭାବେ ମାସକୁ ଦୁଇ ତିନି ଥର ଏହି ଦୂର ଦୂରାନ୍ତ ଜିଲ୍ଲାଗୁଡ଼ିକୁ ଯାଇ ବସି ରହୁଛନ୍ତି, ଦୁଇ-ଦୁଇ ତିନି-ତିନି ଦିନ ସେଠାରେ ରହୁଛନ୍ତି, ସେହି ଟିମ୍ ସହିତ ବସି ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରି ସମସ୍ତ କଥାକୁ ବଦଳାଇବାରେ ନିଜେ ପ୍ରୟାସ କରୁଛନ୍ତି । ଭାରତ ସରକାରଙ୍କ କେନ୍ଦ୍ରୀୟ ଅଫିସର ଶହ ଶହ କର୍ମଚାରୀଙ୍କୁ ହିନ୍ଦୁସ୍ତାନର ଦୂର ଦୂରାନ୍ତର ଅଞ୍ଚଳକୁ ଦୁଇ ଦୁଇ ଦିନ ଧରି ଭ୍ରମଣ କରିବାକୁ ପଡ଼ୁଛି । ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ଗ୍ୟାରେଣ୍ଟି ରହିଛି । ଆଉ ଆଜି ମୁଁ ହିନ୍ଦୁସ୍ତାନ ଟାଇମ୍ସର ମଞ୍ଚ ଉପରୁ କହୁଛି, ଭାରତର ସାମଗ୍ରିକ ବିକାଶ ପାଇଁ ମାନଦଣ୍ଡକୁ ସୁଧାରିବା ଲାଗି ସବୁଠାରୁ ବଡ଼ ମାର୍ଗ ଏହି 112ଟି ଆକାଂକ୍ଷୀ ଜିଲ୍ଲାରୁ ମିଳିପାରିବ । ଯେତେବେଳେ ଏଠାକାର ଲୋକମାନଙ୍କର ଭବିଷ୍ୟତ ସୁଧୁରିଯିବ ଭାରତର ଭବିଷ୍ୟତ ଆପଣାଛାଏଁ ସୁଧୁରି ଯିବ ।

ସାଥୀଗଣ,

ଆମେ ପୃଷ୍ଠା ଛାଡିବା ବାଲାଙ୍କ ମଧ୍ୟରୁ ଜଣେ ନୁହେଁ, ଆମେ ହେଉଛୁ ନୂତନ ଅଧ୍ୟାୟ ଲେଖିବାବାଲା ।

ଆମେ ଦେଶର ସାମର୍ଥ୍ୟ, ଦେଶର ସଂସାଧନ ଏବଂ ଦେଶର ସ୍ୱପ୍ନ ଉପରେ ଭରସା କରିବା ଭଳି ଲୋକଙ୍କ ମଧ୍ୟରୁ ହେଉଛୁ ଜଣେ । ଆମେ ସଂପୂର୍ଣ୍ଣ ନିଷ୍ଠାର ସହିତ, ସଂପୂର୍ଣ୍ଣ ସଚ୍ଚୋଟତାର ସହିତ, ଦେଶବାସୀଙ୍କର ଉନ୍ନତ ଭବିଷ୍ୟତ ପାଇଁ, ଦେଶରେ ଉପଲବ୍ଧ ପ୍ରତ୍ୟେକ ସଂସାଧନର ଉପଯୋଗ କରିବା ପାଇଁ ପ୍ରୟାସ କରୁଛୁ । ଆମେ ଦେଶକୁ କଥାଦେବାର ରାଜନୀତି ବଦଳରେ ପ୍ରଦର୍ଶନର ରାଜନୀତି ଆଡ଼କୁ ନେଇ ଯାଉଛୁ ।

ନିର୍ବାଚନ ଅଛି ତ ନୂତନ ରେଳ ଲାଇନର ଘୋଷଣା କରିଦିଅ, ନିର୍ବାଚନ ଅଛି ତ, ନୂତନ ରାଜପଥର ଘୋଷଣା କରିଦିଅ, ନିର୍ବାଚନ ଅଛି ତ, ଋଣ ଛାଡ଼ର  ସ୍ୱପ୍ନ ଦେଖାଇ ଦିଅ, ନିର୍ବାଚନ ରହିଛି ତ ଗରିବୀ ହଟାଓର ନାରା ଦେଇଦିଅ । ଏସବୁ ବହୁତ କିଛି ଦେଶ ଦେଖି ସାରିଛି ।

ସାଥୀଗଣ,

ପୂର୍ବ ସରକାରଙ୍କ ସମୟରେ ଆମର ଏଠି ଶହ ଶହ ଏଭଳି ଟ୍ରେନର ଘୋଷଣା କରାଗଲା । ସଂସଦରେ କୁହାଯାଇଥିବା ପ୍ରତ୍ୟେକ ଶବ୍ଦରେ ପବିତ୍ରତା ଭରି ରହିଥାଏ । ସଂସଦରେ କୁହାଗଲା, ସବୁ ତାଳି, ଟେବୁଲ ଥାପୁଡାଗଲା ଏବଂ ସବୁ ସାଂସଦମାନେ ମଧ୍ୟ ନିଜ ନିଜ ଅଞ୍ଚଳକୁ ଯାଇ ଏହା ଘୋଷଣା କରିଦେଲେ କି ଆମ ଅଞ୍ଚଳକୁ ଟ୍ରେନ ଆସିବାକୁ ଯାଉଛି ଆଉ ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ବହୁତ ଗୁଡ଼ିଏ ଟ୍ରେନ ଚାଲିବା ପାଇଁ ଘୋଷଣା କରାଗଲା କିନ୍ତୁ ଗୋଟିଏ ମଧ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ ହେଲା ନାହିଁ । ଆଉ ମୁଁ 30-40 ବର୍ଷର ହିସାବ ଦେଉଛି । ମୁଁ ଆସିବା ପରେ ତ ଏଭଳି କିଛି ଘୋଷଣା ଦେଖିଲି ଯାହା 30 ବର୍ଷ 40 ବର୍ଷ ପୂର୍ବରୁ ହୋଇଛି ରେଳ ଲାଇନ କାଗଜ ଉପରେ ମଧ୍ୟ ଅଙ୍କା ଯାଇନାହିଁ । ମାଟି ଉପରର କଥା ଛାଡ଼ନ୍ତୁ, ଆପଣମାନେ ଆଶ୍ଚର୍ଯ୍ୟ ହେବେ ଆଜି ମୋତେ 30-30, 40-40 ବର୍ଷ ପୁରୁଣା ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ରେଲୱେ ଏବଂ ହାଇୱେ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ କସରତ କରିବାକୁ ପଡୁଛି । ସେହି ସମୟରେ ଯାହା କରାଗଲା, ତାହା କ’ଣ ଉନ୍ନତ ଭବିଷ୍ୟତ ବିଷୟରେ ଚିନ୍ତା କରି କରାଯାଇଛି ? ନାହିଁ ।

କୌଣସି ସରକାର ହୁଅନ୍ତୁ, କେନ୍ଦ୍ରର କିମ୍ବା ରାଜ୍ୟର, ତାଙ୍କ ଉପରେ ଏହି ଚାପ ରହିବା ଦରକାର ଯାହା ଫଳରେ କି ତାଙ୍କୁ ପ୍ରଦର୍ଶନ କରିବାକୁ ହିଁ ପଡ଼ିବ ।

ମୁଁ ଜାଣିଛି କି ଏହି ଚାପ ଆମେ ନିଜେ ଆଗକୁ ବଢ଼ି ନିଜ ଉପରେ ନେଇଛୁ, ଆଜି ଗଣମାଧ୍ୟମରେ ଯେତେଗୁଡ଼ିଏ ବିଷୟ ଉପରେ ଆମ କଥା ଆଲୋଚନା ହେଉଛି ସେ ସମସ୍ତ ବିଷୟ ଆମେ ନିଜେ ସେଟ୍ କରିଛୁ.. ଆମେ କହିଛୁ କି ଆମେ ଏହା କରିବାକୁ ଚାହୁଁଛୁ.. ତ କେହି ଆମକୁ ପଚାରିବେ କି କୁହନ୍ତୁ ଏହା କାହିଁକି ହେଲା ନାହିଁ ଏବଂ ଏହା ହେଉଛି ଏକ ଭଲ କଥା କି ଚାପ ଆବଶ୍ୟକ ଅଟେ.. ଆମେ ଏକ ନୂତନ ସଂସ୍କୃତିକୁ ପ୍ରୋତ୍ସାହନ ଦେଇଛୁ । କିନ୍ତୁ ମୁଁ ମାନୁଛି କି ଏହା ହିଁ ହେଉଛି ଫଳାଫଳ ଦେବାର ପ୍ରକୃତ ପଥ । ଚାପ ବଢ଼ିବ, ଲୋକଙ୍କର ଆଶା ଅକାଂକ୍ଷା ବଢ଼ିବ ଆଉ ଲୋକମାନଙ୍କର ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଭାଗୀଦାରି ମଧ୍ୟ ବଢ଼ିବ ।

ସାଥୀଗଣ,

ଦେଶର ଉନ୍ନତ ଭବିଷ୍ୟତର ଚିନ୍ତା ଥିଲା, ଏଥିପାଇଁ ହିଁ ଆମେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କଲୁ ଆଉ ଏବେ ସେତିକି ହିଁ ଶକ୍ତି ନେଇ ଆମେ ଜଳ ଜୀବନ ମିଶନର ଶୁଭାରମ୍ଭ କରୁଛେ । ଆଉ ଏଗୁଡ଼ିକ ହେଉଛି ଏଭଳି ଜିନିଷ ବିଗତ 50 ବର୍ଷ ଭିତରେ ହେଲା ନାହିଁ ତ କେହି ପଚାରିଲେ ନାହିଁ କି କାହିଁକି ହେଲା ନାହିଁ କିନ୍ତୁ ଏବେ ମୁଁ କହିଛି ତ ଏବେ ପ୍ରତ୍ୟେକ ଦିନ ହିଁ ମୋତେ ପଚରାଯିବ କି କେଉଁ ପର୍ଯ୍ୟନ୍ତ କାମ ହେଲା । କିନ୍ତୁ ଏହା କ’ଣ କରିବାର ଆବଶ୍ୟକ ଥିଲା କି ଆବଶ୍ୟକ ନ ଥିଲା । ମୁଁ ମଧ୍ୟ ଅଣଦେଖା କରି ପାରି ଥାଆନ୍ତି ମୁଁ ମଧ୍ୟ ତାକୁ ଫାଙ୍କି ପାରି ଥାଆନ୍ତି .. ସେହି ରାସ୍ତା ମୋତେ ମଞ୍ଜୁର ନୁହେଁ ।

ଆଗାମୀ ବର୍ଷମାନଙ୍କରେ ପ୍ରାୟ 15 କୋଟି ଘରକୁ ଜଳ ଯୋଗାଣ ସହିତ ସଂଯୋଗ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ।

ଏହିଭଳି ଭାବେ ଆଜି ଭାରତ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ନିଜର ଅର୍ଥବ୍ୟବସ୍ଥାକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଲାଗି ପଡ଼ିଛି ।

ଏହି ଲକ୍ଷ୍ୟ ଅର୍ଥବ୍ୟବସ୍ଥା ସହିତ 130 କୋଟି ଭାରତୀୟଙ୍କ ହାରାହାରି ଆୟ, ତାଙ୍କର ସହଜ ସହାବସ୍ଥାନ ଏବଂ ଉନ୍ନତ ଭବିଷ୍ୟତ ସହିତ ଯୋଡି ହୋଇଛି।

ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଆମ ସରକାର ସମ୍ବଳ, ସୁବିଧା ଏବଂ ପ୍ରୋତ୍ସାହନର ଭୂମିକା ସଂପୂର୍ଣ୍ଣ ଶକ୍ତିର ସହିତ ତୁଲାଉଛନ୍ତି । ଆମେ ସଂସ୍କାର ଏବଂ ପ୍ରଦର୍ଶନ ଲକ୍ଷ୍ୟ ସହିତ ଆଗକୁ ବଢ଼ୁଛୁ ।

ଦେଶର ଭୌତିକ ଏବଂ ଅର୍ଥନୈତିକ ଭିତ୍ତିଭୂମିରେ ସଂସ୍କାର କରିବାଠାରୁ ନେଇ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଶିଳ୍ପକୁ ଅଭିବୃଦ୍ଧି ପ୍ରଦାନ କରିବା ପର୍ଯ୍ୟନ୍ତ, ଦେଢ଼ ହଜାରରୁ ଅଧିକ ପୁରୁଣା ଆଇନ ସମାପ୍ତ କରିବା ପର୍ଯ୍ୟନ୍ତ, ନିୟମ ଓ ପ୍ରଣାଳୀ ଏବଂ ସରଳୀକରଣ ପର୍ଯ୍ୟନ୍ତ, ଆମେ ପ୍ରତ୍ୟେକ ଦିଗରେ ଏକସଙ୍ଗେ କାର୍ଯ୍ୟ କରୁଛୁ ।

ସାଥୀଗଣ,

ବିକାଶର ଗତି ବଢ଼ାଇବା ପାଇଁ ପ୍ରାୟତଃ ଚାରୋଟି ବିଷୟରେ ଚର୍ଚ୍ଚା ହୋଇଥାଏ ।

ଟିକସ ହାରରେ ହ୍ରାସ,

ବ୍ୟବସାୟ ସୁଗମତାରେ ସୁଧାର,

ଶ୍ରମ ସଂସ୍କାର ଏବଂ ନିବେଶ ।

ଏ ସମସ୍ତ ଦିଗକୁ ଦୃଷ୍ଟି ଦେଇ ସରକାର ଯେଉଁସବୁ ପଦକ୍ଷେପ ଉଠାଇଛନ୍ତି, ତାହା ଉନ୍ନତ ଭବିଷ୍ୟତର ଆଶା ଜାଗ୍ରତ କରାଇବ ।

ଏ ବର୍ଷ ବ୍ୟକ୍ତିଗତ ଟିକସକୁ ନେଇ ଆମେ ବଡ଼ ନିଷ୍ପତ୍ତି ନେଇଛୁ ଆଉ 5 ଲକ୍ଷ ପର୍ଯ୍ୟନ୍ତ ଆୟକର ସୀମାକୁ ଛାଡ କରିଦେଲୁ ।

ଏହାଦ୍ୱାରା ମାସିକ 40 ହଜାର ଟଙ୍କାରୁ ଅଧିକ ଆୟ କରିବାଭଳି ଏକ ବହୁତ ବଡ଼ ବର୍ଗଙ୍କୁ ସିଧା ସଳଖ ଲାଭ ହୋଇଛି, ଯେତେବେଳେ କି ସଞ୍ଚୟ ଦୃଷ୍ଟିରୁ 70 ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଆୟ କରୁଥିବା ଲୋକଙ୍କୁ ମଧ୍ୟ ବହୁତ ଆଶ୍ୱାସନା ମିଳିଛି ।

ଏଠାରୁ ହେଉଥିବା ସଞ୍ଚୟ ନିଶ୍ଚିତ ରୂପେ ଏହି ପରିବାରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତରେ ସହାୟକ ହେବ ।

ଏହିଭଳି ଭାବେ କର୍ପୋରେଟ ଟିକସରେ କରାଯାଇଥିବା ଐତିହାସିକ ହ୍ରାସ ଫଳରେ ଭାରତ ଦୁନିଆର ସବୁଠାରୁ କମ୍ ଟିକସ ହାର ଥିବା ଅର୍ଥବ୍ୟବସ୍ଥା ତ ହୋଇଛି ହିଁ, ନିବେଶ ଏବଂ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଆମର ସ୍ଥିତି ସୁଦୃଢ଼ ହୋଇଛି।

ଟିକସ ବ୍ୟବସ୍ଥାକୁ ସୁଧାରିବା ପାଇଁ ନିକଟରେ ଇ-ଆସେସମେଣ୍ଟ ଯୋଜନା ଲାଗୁ କରାଯାଇଛି ।

ଏବେ କୌଣସି ଅଧିକାରୀଙ୍କ ପାଖକୁ ଯଦି ଆପଣଙ୍କର ଫାଇଲ ଯିବ, ନା ଆପଣଙ୍କୁ ଜଣାଥିବ ନା ସେ ଅଧିକାରୀଙ୍କୁ ଜଣାଥିବ କି ଏ ଫାଇଲ ହେଉଛି କାହାର ।

କେବଳ ଏତିକି ନୁହେଁ, କାହିଁକି ନା ଅଫିସରଙ୍କୁ ଏହା ଜଣା ନଥିବ କି ତାଙ୍କୁ କାହାର ଆସେସମେଣ୍ଟ କରିବାକୁ ଅଛି, ଏଥିପାଇଁ ବଦଳି ଓ ନିଯୁକ୍ତିକୁ ନେଇ ଯେଉଁ ଗୁଣନ ହରଣ ହେଉଥିଲା, ତାହା ମଧ୍ୟ ବନ୍ଦ ହୋଇଯିବ ।

ଅର୍ଥାତ ମୋଟ ଉପରେ କହିବାକୁ ଗଲେ, ଏହା ହେବ କି ଟକସ ଆସେସମେଣ୍ଟକୁ ନେଇ ଯେଉଁ ଖେଳ ହେଉଥିଲା, ଏହି ଖେଳ ବାହାନାରେ ସାଧାରଣ ଜନତାଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ଏବେ ତାହା ଶେଷ ହୋଇଯିବ ।

ବ୍ୟବସାୟ ସୁଗମତାରେ ଆମେ ଏ ବର୍ଷ ମଧ୍ୟ ଶୀର୍ଷ-10 ଉନ୍ନତ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ହେଉଛୁ ଜଣେ । ବିଗତ 5 ବର୍ଷ ମଧ୍ୟରେ ଆମେ 79 ରାଙ୍କର ସୁଧାର ଆଣିଛୁ । ମୋର ଭଲ ଭାବେ ମନେଅଛି ଗତଥର ଯେତେବେଳେ ବ୍ୟବସାୟ ସୁଗମତାର ରାଙ୍କ ଆସିଲା ତ ବିଶ୍ୱବ୍ୟାଙ୍କର ଚେୟାରମ୍ୟାନ ମୋତେ ସ୍ୱତନ୍ତ୍ର ଭାବେ ଫୋନ କଲେ କି ରାଙ୍କିଙ୍ଗ ତ ଆସିଥାଏ, ମୋ ପାଇଁ ଏହା ହେଉଛି ଖୁସିର ବିଷୟ କି ଏତେ ବଡ଼ ଦେଶ, ତାହା ମଧ୍ୟ ବିକାଶଶୀଳ ଦେଶ ଆଉ ସେମାନେ ଏତେ ବଡ଼ ସୁଧାର ଆଣି ପାରିଲେ ଏବଂ ଲଗାତାର ରାଙ୍କିଙ୍ଗରେ ସୁଧାର କରି ଚାଲିଛନ୍ତି, ଏଭଳି କୌଣସି ଇତିହାସ ବିଶ୍ୱ ବ୍ୟାଙ୍କ ପାଖରେ ମହଜୁଦ ନାହିଁ ଯାହା ପ୍ରଥମ ଥର ପାଇଁ ଭାରତ କରିଛି, ସେ ଫୋନ କରି କହିଲେ ।

ଯେଉଁ ପର୍ଯ୍ୟନ୍ତ ଶ୍ରମ ସଂସ୍କାର କଥା ରହିଛି ତ ଦଶକ ଦଶକ ଧରି ରହିଥିବା ପୁରୁଣା ଆଇନକୁ 4 ଆଇନକୁ ସଂଶୋଧିତ କରାଯାଉଛି, ଯାହା ଫଳରେ କର୍ମଚାରୀ ଏବଂ ନିଯୁକ୍ତିଦାତା ଦୁହିଁଙ୍କୁ ବହୁତ ଲାଭ ହେବାକୁ ଯାଉଛି ।

ନିବେଶର କଥା କହିବି ତ ନିକଟରେ ନିଆ ଯାଇଥିବା ନିଷ୍ପତ୍ତିରୁ ଏହା ସ୍ପଷ୍ଟ ଯେ ସେହି ଦିଗରେ ମଧ୍ୟ ଆମେ ଦ୍ରୁତ ଗତିରେ ଆଗକୁ ବଢୁଛୁ ।

ଭାଇ ଓ ଭଉଣୀମାନେ,

ତିନି-ଚାରି ଦଶକ ପୂର୍ବରୁ ଯେତେବେଳେ ଦେଶରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହେଲା, ତ ଖୁବ୍ ଡିଣ୍ଡିମ ପିଟାଗଲା କି ବହୁତ ବଡ଼ ସଂସ୍କାର କରାଯାଇଛି ।

ପୁଣି ସମୟ ସହିତ ଏହା ଜାଣିବାକୁ ପାଇଲୁ କି ଏହି ସବୁ ବ୍ୟାଙ୍କର ବ୍ୟବସ୍ଥାରେ ମଧ୍ୟ ନିଜର କିଛି ଦୋଷ ଦୁର୍ବଳତା ରହିଛି ।

ଆପଣମାନଙ୍କର ଏଠାରେ ହିଁ ସଂପାଦକୀୟ ଲେଖା ଯାଉଥିଲା, ଅର୍ଥନୀତିର ବିଶାରଦମାନେ ଦାବୀ କରୁଥିଲେ କି ଦେଶରେ ବ୍ୟାଙ୍କ ସଂଖ୍ୟା କମ୍ ହେବା ଦରକାର, ତେବେଯାଇ ଆମର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରଭାବଶାଳୀ ହେବ ।

ଆମେ ବ୍ୟାଙ୍କଗୁଡ଼ିକର ମିଶ୍ରଣ ବା ବିଲୀନ କରିବା ସହିତ ହିଁ, ସେମାନଙ୍କର ପୁନଃପୁଞ୍ଜୀକରଣ ପାଇଁ ଅଢ଼େଇ ଲକ୍ଷ କୋଟି ଟଙ୍କାର ରାଶି ପ୍ରଦାନ କରାଯାଇଛି ।

ବ୍ୟାଙ୍କ ଦେବାଳିଆପଣ ସଂହିତ ଆଇବିସି ପ୍ରାୟ 3 ଲକ୍ଷ କୋଟି ଟଙ୍କାର ଫେରସ୍ତ ସୁନିଶ୍ଚିତ କରିଛନ୍ତି ।

ଏହିଭଳି ଭାବେ ବହୁତଗୁଡ଼ିଏ ସଂସ୍କାର ପରେ, ବହୁତଗୁଡ଼ିଏ ବଡ଼ ବଡ଼ ନିଷ୍ପତ୍ତି ପରେ ଆଜି ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ପୂର୍ବାପେକ୍ଷା ଖୁବ ସୁଦୃଢ ସ୍ଥିତିରେ ରହିଛି ।

ମୁଁ ଆଜି ପୁଣି ଆପଣଙ୍କ ମାଧ୍ୟମରେ, ଦେଶର ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଭରସା ଦେବାକୁ ଚାହୁଁଛି କି ଆମେ ପୁରୁଣା ସ୍ଥିତିରୁ ବାହାରକୁ ବାହାରି ଆସିଛୁ । ଏବେ ଆପଣଙ୍କର ବାସ୍ତବିକ ବ୍ୟବସାୟ ନିଷ୍ପତ୍ତି ଉପରେ କୌଣସି ପ୍ରଶ୍ନ ଉଠାଯିବ ନାହିଁ ।

କୌଣସି ପ୍ରକାରର ପଦକ୍ଷେପ ନେବା ପୂର୍ବରୁ କୌଣସି ଆର୍ଥିକ ସେବା ଏବଂ ବ୍ୟାଙ୍କ ବିଶେଷଜ୍ଞ ଦ୍ୱାରା ଯାଞ୍ଚ କରାଇବା ସହିତ ଜଡ଼ିତ ନିର୍ଦ୍ଦେଶନାମା ମଧ୍ୟ ଶୀଘ୍ର ଜାରି କରିବାକୁ ଯାଉଛୁ । ଆଜି ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ଯେଉଁ ଚାପ ରହିଛି, ଚିନ୍ତା ରହିଛି, ତା’ଠାରୁ ମୁକ୍ତି କରାଇବା.. ଏହା ମଧ୍ୟ ହେଉଛି ସରକାରଙ୍କର କାର୍ଯ୍ୟ ଏବଂ ଆମେ କରିବୁ, ଯଦି ବ୍ୟାଙ୍କରେ ବସିଥିବା ବ୍ୟକ୍ତି ନିଷ୍ପତ୍ତି ନେବାକୁ ଡରୁଛନ୍ତି, ତାଙ୍କୁ ଚିନ୍ତିତ ଲାଗୁଛି ତ ସେ ନିଷ୍ପତ୍ତି ନେଇ ପାରିବେ ନାହିଁ ଆଉ ସରକାର ତାଙ୍କୁ ଅସହାୟ ଭାବେ ଛାଡି ପାରିବେ ନାହିଁ, ତାଙ୍କର ସୁରକ୍ଷା କରିବା ପାଇଁ ସରକାର ସଂପୂର୍ଣ୍ଣ ଦାୟିତ୍ୱ ନେଉଛନ୍ତି । ଆଉ ସେତେବେଳେ ତ ଯାଇ ଦେଶ ଆଗକୁ ବଢ଼ିଥାଏ । ଆଉ ମୁଁ ହେଉଛି ଏହିଭଳି ବ୍ୟକ୍ତି ଯିଏକି ଦାୟିତ୍ୱକୁ ଡରି ଦୌଡି ପଳାଇଲା ଭଳି ଲୋକ ନୁହେଁ । ମୁଁ ନିଜେ ଦାୟିତ୍ୱ ନେଉଛି ।

ଭାଇ ଓ ଭଉଣୀମାନେ,

ଆଜି ଏଠାରେ ଏହି ପ୍ରକୋଷ୍ଠରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଦିଲ୍ଲୀ ଏନସିଆରରେ ରହୁଛନ୍ତି । କଳାଧନର ଅବିଚାରିତ ପ୍ରବାହ ରିୟଲ ଇଷ୍ଟେଟର ଅବସ୍ଥା କ’ଣ କରି ଦେଇଥିଲା, ଆପଣମାନଙ୍କୁ ସମସ୍ତଙ୍କୁ ଜଣାଅଛି । ଆଜି ମଧ୍ୟ ଶହ-ଶହ, ହଜାର ହଜାର ଲୋକ ଏପରି ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଇଏମଆଇ ଦେଉଛନ୍ତି, ଭଡ଼ା ଘରେ ରହୁଛନ୍ତି ଆଉ ନିଜର ସ୍ୱପ୍ନର ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଏହି ସ୍ଥିତିରୁ ବାହାର କରିବା ପାଇଁ, ଅଧା ଏବଂ ଅଟକିଥିବା ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ସରକାର ନିକଟରେ ଏକ ଏକକ ବାତାୟନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହା ମାଧ୍ୟମରେ 25 ହଜାର କୋଟି ଟଙ୍କା ଯୋଗାଡ଼ କରାଯାଉଛି । ମୋର ବିଶ୍ୱାସ ରହିଛି କି ମଧ୍ୟମବର୍ଗର ଏକ ବୃହତ ଅଂଶର, ନିଜର ଘରର ସ୍ୱପ୍ନ ପୂରଣ ହେବ ।

ଏହା ବ୍ୟତୀତ ସରକାର ନିଜର ଯୋଜନାଗୁଡ଼ିକ ମାଧ୍ୟମରେ ଯେଉଁ 2 କୋଟି ଗୃହ ନିର୍ମାଣ କରିବାକୁ ଯାଉଛନ୍ତି, ଜିଏସଟିରେ ଛାଡ଼, ସୁଧରେ ଛାଡ଼ ଭଳି ନିଷ୍ପତ୍ତି ଫଳରେ ମଧ୍ୟ ଏହି କ୍ଷେତ୍ରକୁ ବହୁତ ବଡ଼ ସାହାଯ୍ୟ ମିଳିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଉନ୍ନତ ଭବିଷ୍ୟତର ଆମର ଯେଉଁ ସ୍ୱପ୍ନ ରହିଛି ସେଥିରେ ଆଉ ଗୋଟିଏ କଥା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଭାରତରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି । ଆଗାମୀ କିଛି ବର୍ଷ ମଧ୍ୟରେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାର 100 ଲକ୍ଷ କୋଟି ଟଙ୍କା ବ୍ୟୟର ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ।

ଏହା ସହିତ ଭିତ୍ତିଭୂମି କ୍ଷେତ୍ରରେ ବ୍ୟକ୍ତିଗତ ନିବେଶକୁ ମଧ୍ୟ ପ୍ରୋତ୍ସାହନ ଦେବା ଉପରେ ଆମର ଗୁରୁତ୍ଵ ରହିଛି । ସରକାର ଏହି କଥା ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି କି ଭିତ୍ତିଭୂମି ଏବଂ ଶିଳ୍ପକୁ ମିଳୁଥିବା ଋଣରେ କିପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ୁ ।

ସାଥୀଗଣ,

ଆଜି ସରକାର ରେଳ ଯୋଗାଯୋଗ ଉପରେ, ସଡ଼କ ଯୋଗାଯୋଗ ଉପରେ, ଆକାଶ ପଥରେ ଯୋଗାଯୋଗ ଉପରେ ଯେତିକି ନିବେଶ କରୁଛନ୍ତି, ସେତିକି ନିବେଶ ପୂର୍ବରୁ କେବେ କରି ନାହାଁନ୍ତି ।

ଏହାର ପର୍ଯ୍ୟାବରଣ ଉପରେ, ସହଜରେ ସହାବସ୍ଥାନ ଉପରେ ପ୍ରଭାବ ସହିତ ଆପଣମାନେ ଭଲ ଭାବେ ପରିଚିତ ଅଛନ୍ତି ।

କିନ୍ତୁ ଆଉ ଏକ କ୍ଷେତ୍ରରେ ସଂଯୋଗ ବ୍ୟବସ୍ଥାକୁ ସୁଧାରିବା ପାଇଁ ବହୁତ ବଡ଼ ପ୍ରଭାବ ପଡ଼ିଛି ।

ଏହି କ୍ଷେତ୍ର ହେଉଛି ପର୍ଯ୍ୟଟନ ।

ସାଥୀଗଣ,

ସରକାରଙ୍କ ପ୍ରୟାସର ହିଁ ହେଉଛି ଫଳାଫଳ କି ଆଜି ଭାରତ ବିଶ୍ୱ ଅର୍ଥନୈତିକ ଫୋରମର ପର୍ଯ୍ୟଟନ ଏବଂ ଟୁରିଜିମ ପ୍ରତିଯୋଗିତାମୂଳକ ସୂଚକାଙ୍କରେ 34ତମ ସ୍ଥାନରେ ରହିଛି । ଯେତେବେଳେ କି ବର୍ଷ 2009ରୁ ବର୍ଷ 2013 ମଧ୍ୟରେ ଆମେ 62ରୁ 65ତମ ସ୍ଥାନ ମଧ୍ୟରେ ରହିଥିଲେ ।

ଆଉ ମୁଁ ଆପଣମାନଙ୍କୁ ଏହା ମଧ୍ୟ ମନେ ପକାଇ ଦେବାକୁ ଚାହୁଁଛି କି, ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେଲେ ଏହାର ଲାଭ ସବୁଠାରୁ ଅଧିକ ଗରିବମାନଙ୍କୁ ହୋଇଥାଏ, ଗରିବରୁ ଅତି ଗରିବଙ୍କୁ ରୋଜଗାର ମିଳିଥାଏ, କମରୁ ଅତି କମ୍ ପୁଞ୍ଜି ନିବେଶ କରି ଅଧିକରୁ ଅତି ଅଧିକ ରୋଜଗାର ମିଳିଥାଏ । ଯେତେବେଳେ ପର୍ଯ୍ୟଟନ ବୃଦ୍ଧି ହୋଇଥାଏ, ବିଦେଶୀ ପର୍ଯ୍ୟଟକ ଆସି ଥାଆନ୍ତି ତ ଏଠାରେ ଖର୍ଚ୍ଚ ମଧ୍ୟ କରି ଥାଆନ୍ତି । ବର୍ଷ 2014ରେ ଭାରତର ଲୋକମାନଙ୍କର ପର୍ଯ୍ୟଟନ କ୍ଷେତ୍ରରେ ବିଦେଶୀ ମୁଦ୍ରା ବାବଦରେ 1 ଲକ୍ଷ 20 ହଜାର କୋଟି ଟଙ୍କା ଆୟ ହୋଇଥିଲା । ସେହିପରି ଗତ ବର୍ଷରେ ଏହି ବିଦେଶୀ ମୁଦ୍ରା ବୃଦ୍ଧି ପାଇ ପ୍ରାୟ 2 ଲକ୍ଷ କୋଟି ଟଙ୍କା ପାଖାପାଖି ପହଞ୍ଚି ଯାଇଛି ।

ଶେଷରେ ଏହି ଆୟ କିଏ କଲା । ଭାରତର ହୋଟେଲ ଶିଳ୍ପ ସହିତ ଜଡ଼ିତ ଲୋକମାନେ, ଟୁରିଷ୍ଟ ଗାଇଡ଼ମାନେ, ଟ୍ୟାକ୍ସି ଚଳାଇଲା ବାଲା, ଛୋଟ ଛୋଟ ଢ଼ାବାବାଲା ଆୟ କରିଥିଲେ । ସେହିପରି ହସ୍ତଶିଳ୍ପ ବିକ୍ରି କରୁଥିବା ଲୋକମାନେ ମଧ୍ୟ ଆୟ କରିଥିଲେ ।

ଭାଇ ଓ ଭଉଣୀମାନେ,

ଦେଶର ଉନ୍ନତ ଭବିଷ୍ୟତ ପାଇଁ, ଆଜି ସମୟର ଆହ୍ୱାନ ହେଉଛି କି ସରକାର ପ୍ରଶାସନର ପ୍ରମୁଖ କ୍ଷେତ୍ର ଉପରେ କାର୍ଯ୍ୟ କରନ୍ତୁ ।

ଲୋକମାନଙ୍କର ଜୀବନରେ ସରକାରଙ୍କର ଦଖଲ ଯେତିକି କମ୍ ହେବ, ଏବଂ ଯେତେ ଅଧିକ ସୁଶାସନ ହେବ, ସେତିକି ହିଁ ଦ୍ରୁତ ଗତିରେ ଦେଶ ଆଗକୁ ବଢ଼ିବ । ଏହା ହେଉଛି ମୋର ସ୍ୱୀକାରୋକ୍ତି ଯେ ଗରିବଙ୍କ ପାଇଁ ସରକାରଙ୍କର ପାଖରେ କୌଣସି ଅଭାବ ରହିବା କଥା ନୁହେଁ ଏବଂ ନାଗରିକଙ୍କ ଜୀବନରେ ସରକାରଙ୍କର ଚାପ ରହିବା ମଧ୍ୟ ଉଚିତ ନୁହେଁ । ସରକାର ଲୋକଙ୍କ ଜୀବନରୁ ଯେତେ ଅଧିକ ବାହାରି ଯିବେ, ସେତେ ଅଧିକ ଭଲ କଥା ହେବ ।

ଏଥିପାଇଁ ଅଧିକ ଆବଶ୍ୟକ ହେଉଛି କି ସରକାର ନିଜେ ନିଜର ମାନବ ସମ୍ବଳ ଉପରେ ଧ୍ୟାନ ଦିଅନ୍ତୁ ।

ସାଥୀଗଣ,

ଆମେ ଏକବିଂଶ ଶତାବ୍ଦୀରେ ଏକ ଏଭଳି ଶାସନ ବ୍ୟବସ୍ଥାର ମଡେଲ ସହିତ ପ୍ରବେଶ କଲୁ ଯାହା ଊନବିଂଶ ଏବଂ ବିଂଶ ଶତାବ୍ଦୀର ଚିନ୍ତାଧାରା ଏବଂ ଅଭିବ୍ୟକ୍ତି ଦ୍ୱାରା ଚାଲୁଥିଲା ।

ଏହି ବ୍ୟବସ୍ଥାର ପ୍ରମୁଖ ଟୁଲ୍ ଅର୍ଥାତ ଆମର ଅଧିକାରୀ, ଆମର କର୍ମଚାରୀ ପୁରୁଣା ଧାରଣା, ପୁରୁଣା ପ୍ରଣାଳୀ ଏବଂ ଧାରାରେ ଅଭ୍ୟସ୍ତ ହୋଇ ଯାଇଥିଲେ ଏବଂ ସେହି ପରମ୍ପରାକୁ ସେମାନେ ଆଗକୁ ବଢ଼ାଇ ଚାଲିଥିଲେ ।

ଊନବିଂଶ-ବିଂଶ ଶତାବ୍ଦୀର ମାନସିକତା ଥିବା ଭଳି ସୁଶାସନ ମଡେଲ ସହିତ ଏକବିଂଶ ଶତାବ୍ଦୀର ଭାରତର ଆକାଂକ୍ଷାକୁ ପୂରଣ କରିବା ବହୁତ ହିଁ କଷ୍ଟସାଧ୍ୟ ଥିଲା ।

ଏଥିପାଇଁ ଗତ 5 ବର୍ଷ ମଧ୍ୟରେ ଆମେ ଏହି ବ୍ୟବସ୍ଥାକୁ ଏବଂ ସରକାରଙ୍କର ମାନବ ସମ୍ବଳକୁ ପରିବର୍ତ୍ତନ କରିବାର ଏକ ଗମ୍ଭୀର ପ୍ରୟାସ କଲୁ ।

ମୁଁ କେବେ ଏ ସମ୍ପର୍କରେ ସାର୍ବଜନୀନ ମଞ୍ଚରେ ବିସ୍ତୃତ ଭାବେ ଆଲୋଚନା କରି ନାହିଁ।

କିନ୍ତୁ ଉନ୍ନତ ଭବିଷ୍ୟତ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ, ଏଥିପାଇଁ ଆଜି ଏହି ବିଷୟରେ ମୁଁ ମଧ୍ୟ ବହୁତ କିଛି କଥା ଆପଣମାନଙ୍କ ସହ ବିନିମୟ କରିବାକୁ ଚାହୁଁଛି ।

ସାଥୀଗଣ,

ଆମେ ସରକାରୀ ଚାକିରି ପ୍ରକ୍ରିୟାର ନିୟମ ବଦଳାଇଛୁ, ନିଯୁକ୍ତି ପ୍ରକ୍ରିୟାର ନିୟମ ବଦଳାଇଛୁ । ବଡ଼ ବଡ଼ ପଦବୀରେ ନିଯୁକ୍ତି ପାଇଁ ସୁପାରିଶ, ଏବେ ବିଗତ ଦିନର କଥା ପାଲଟି ଯାଇଛି । ବ୍ୟାଙ୍କଗୁଡ଼ିକରେ ପାରଦର୍ଶୀ ନିଯୁକ୍ତି ପାଇଁ ଆମେ ବ୍ୟାଙ୍କିଙ୍ଗ ବୋର୍ଡର ମଧ୍ୟ ଶୁଭାରମ୍ଭ କରିଛୁ ।

ସାଥୀଗଣ,

ଦେଶର ଯେଉଁ ଶ୍ରେଷ୍ଠ ନିଷ୍ପତ୍ତି ନିର୍ଦ୍ଧାରକ ଅଛନ୍ତି, ନୀତି ନିର୍ଦ୍ଧାରକ ଅଛନ୍ତି, ସେମାନଙ୍କ ସହିତ ପ୍ରଶାସନକୁ ନେଇ ଆମେ କ୍ରମାଗତ ଭାବେ ବିଚାର ବିମର୍ଶ ଅଧିବେଶନମାନ ଆୟୋଜନ କରୁଛୁ ଆଉ ଏହି ବ୍ୟବସ୍ଥାକୁ ଆମ ବ୍ୟବସ୍ଥାର ଅଂଶ ଭାବେ ବିବେଚନା କରୁଛୁ ।

ମୁଁ ନିଜେ ଭିନ୍ନ ଭିନ୍ନ କ୍ଷେତ୍ରର ବିଚାର ବିମର୍ଶ ଅଧିବେଶନମାନରେ ଭାଗ ନେବାକୁ ଯାଉଛି, ସେ ରେଳବାଇ ହେଉ, ବ୍ୟାଙ୍କିଙ୍ଗ ହେଉ ଅବା ପୁଣି ନୀତି ଆୟୋଗର ସମସ୍ତ ବ୍ୟାଖାନ ।

ଆମେ ପୁରୁଣା ଏବଂ ଔପଚାରିକ ବ୍ୟବସ୍ଥାକୁ ପରିଣାମ ଆଧାରିତ କରିବାକୁ ଯାଉଛୁ । ଯେଉଁଠାରେ ଆବଶ୍ୟକ ପଡୁଛି, ସେଠାରେ ବିଦେଶୀ ଏବଂ ଶିଳ୍ପର ବିଶେଷଜ୍ଞଙ୍କୁ ଡକାଇ ଆମେ ପ୍ରଶାସନ କଳଙ୍କୁ ତାଲିମ ପ୍ରଦାନ କରୁଛୁ ।

ଏବେ ଯେପରି କାଲି-ପଅରଦିନ ମୁଁ ପୁଣେ ଯାଉଛି, ସେଠାରେ ଯେଉଁ ଡିଜିପି ସମ୍ମିଳନୀ ହେବାକୁ ଯାଉଛି, ଏହି ଡିଜିପି ସମ୍ମିଳନୀର ପରମ୍ପରା ପ୍ରାୟ 120 ବର୍ଷ ଧରି ଚାଲୁ ରହି ଆସିଛି କିନ୍ତୁ ସେଥିରେ 115 ବର୍ଷ ଏହି ସମ୍ମିଳନୀ କେବଳ ଦିଲ୍ଲୀରେ ହିଁ ହୋଇଛି ଆଉ ସକାଳେ ଆରମ୍ଭ ହେଉଥିଲା ଏବଂ ମଧ୍ୟାହ୍ନ ଅବକାଶ ପରେ ଶେଷ ହୋଇ ଯାଉଥିଲା ଅର୍ଥାତ ପ୍ରାୟ 115 ବର୍ଷର ପରମ୍ପରା ମୁଁ ତାହାକୁ ସଂପୂର୍ଣ୍ଣ ବଦଳାଇ ଦେଇଛି, ଏବେ ଦିଲ୍ଲୀକୁ ବାଦ ଦେଇ ଅନ୍ୟାନ୍ୟ ସ୍ଥାନରେ ଆୟୋଜନ ହେଉଛି । ତିନି ଦିନ ପାଇଁ ସମସ୍ତ ପୁଲିସ ବିଭାଗର ଲୋକ ଏକାଠି ହେଉଛନ୍ତି ଏବଂ ଅତି ସୂକ୍ଷ୍ମରୁ ସୂକ୍ଷ୍ମ ଭାବେ ଚର୍ଚ୍ଚା କରୁଛନ୍ତି ଏବଂ ନୂଆ ନୂଆ ସମସ୍ୟା ଗୁଡ଼ିକର, ନୂଆ ନୂଆ ସଙ୍କଟ ବିଷୟରେ ଚର୍ଚ୍ଚା କରୁଛନ୍ତି, ନିଜର ଶ୍ରେଷ୍ଠ ଅଭିଜ୍ଞତା ବିଷୟରେ ପରସ୍ପର ମଧ୍ୟରେ ଭାବ ବିନିମୟ କରୁଛନ୍ତି, ନୂତନ ପଦକ୍ଷେପ ବିଷୟରେ ଚର୍ଚ୍ଚା କରୁଛନ୍ତି, ଆଉ ସବୁକିଛିକୁ ମିଶାଇ ଏକ କାର୍ଯ୍ୟଖସଡା ସ୍ଥିର କରୁଛନ୍ତି ଯେ କିଭଳି ପୁଲିସିଙ୍ଗକୁ ଆଗକୁ ନିଆଯାଇ ପାରିବ । ଯୋର ଜବରଦସ୍ତ କରି ଲଦିଦିଆ ଯାଉନାହିଁ, ତିନି ଦିନ କ୍ରମାଗତ ଭାବେ ପୁଣେରେ ବସି ଏହି କାର୍ଯ୍ୟ ଏବେ କରିବୁ । ପ୍ରତ୍ୟେକ ବର୍ଷ କୌଣସି ନା କୌଣସି ସ୍ଥାନକୁ ଯାଇ ଏହି କାର୍ଯ୍ୟ କରୁଛୁ ।

ଅର୍ଥାତ ଫଳାଫଳ ଆଧାରିତ ଆଭିମୁଖ୍ୟ ନେଇ ସେଠାରୁ ବାହାରିବୁ । ସମୟବଦ୍ଧ କାର୍ଯ୍ୟର ଦାୟିତ୍ୱ ନେଇ ଚାଲିବା, ସେହି ଦିଗରେ କାର୍ଯ୍ୟ ହେଉଛି । ଆଜି ଏହା ମଧ୍ୟ ସଠିକ ଯେ ଆଇନ ଶୃଙ୍ଖଳା ରାଜ୍ୟର ବିଷୟ ହେବା ପରେ ମଧ୍ୟ ଏହି ବିଷୟ ବହୁତ ପରସ୍ପର ସମ୍ପର୍କିତ ହୋଇଯାଇଛି । ଗୋଟିଏ ରାଜ୍ୟର ଏହି ପ୍ରକାରର ଦଳଙ୍କ ବିଷୟରେ ଅନ୍ୟ ରାଜ୍ୟ ଜାଣି ନଥାଏ ତ କେବେ ନା କେବେ ସଙ୍କଟ ଆସିପାରେ । ତ ଏହି ପ୍ରକାରରେ ଏକ ଆଇନ ଶୃଙ୍ଖଳା ରାଜ୍ୟର ବିଷୟ ହେବା ସତ୍ତ୍ୱେ ମଧ୍ୟ ତଥ୍ୟ ଆଦାନ ପ୍ରଦାନ ଦୃଷ୍ଟିରୁ ରାଜ୍ୟର ପାରସ୍ପରିକ ବ୍ୟବସ୍ଥାର ବହୁତ ଆବଶ୍ୟକତା ରହିଛି । ଆମେ ଏଥିରେ ପରିବର୍ତ୍ତନ ଆଣୁଛୁ ।

ସାଥୀଗଣ,

ଆମେ ଆଉ ଏକ ଦିଗ ବିଷୟରେ ଶୁଭାରମ୍ଭ କରିଛୁ.. ପ୍ରଶାସନିକ ସେବାକୁ ନେଇ । ନିଯୁକ୍ତିର ପ୍ରାରମ୍ଭିକ ଦିନରେ ହିଁ ସେମାନଙ୍କୁ ଏହି କଥାର ଅନୁଭବ ଦିଆଯାଉଛି କି ନୀତିଗତ ସ୍ତରରେ କିଭଳି କାର୍ଯ୍ୟ କରାଯାଉଛି । ଫ୍ଲାଗସିପ ଯୋଜନାଗୁଡ଼ିକୁ କିପରି ଅନୁସରଣ କରାଯାଉଛି ।

ପୂର୍ବରୁ ସେମାନଙ୍କୁ ଏଭଳି ଅନୁଭବ ମିଳୁ ନଥିଲା । ଅନେକ ଏଭଳି ଆଇଏଏସ- ଆଇପିଏସ୍ ଅଫିସର ଅଛନ୍ତି, ଯେଉଁମାନଙ୍କୁ ଚାକିରି ମିଳିବା ପରେ ନିଜ ରାଜ୍ୟ କ୍ୟାଡରକୁ ଚାଲିଗଲେ, ସେମାନଙ୍କୁ କେବେ ଦିଲ୍ଲୀ ଆସିବାର ସୌଭାଗ୍ୟ ମିଳିଲା ନାହିଁ, ଏତେ ବଡ଼ ଦେଶରେ କିପରି କାର୍ଯ୍ୟ ହେଉଛି, ସେମାନଙ୍କୁ କେବେ ଏହା ଜାଣିବାର ସୌଭାଗ୍ୟ ମିଳି ପାରିଲା ନାହିଁ, ସେ ଅବସର ନେଇଗଲେ । ଆମେ ଏବେ ପ୍ରାରମ୍ଭିକ ସମୟରେ ହିଁ ମସୁରୀରୁ ବାହାରିବା ପରେ ସେମାନଙ୍କୁ ତିନି ମାସ ଭାରତ ସରକାରଙ୍କ ଭିନ୍ନ ଭିନ୍ନ ବ୍ୟବସ୍ଥା ସହିତ ଯୋଡ଼ିବାକୁ ଆରମ୍ଭ କରିଛୁ । ଏହାଦ୍ୱାରା ସେମାନେ ଏଠାକାର ଦୃଷ୍ଟିଭଙ୍ଗୀକୁ ନେଇକରି ଯିବେ କି, ହଁ ଦେଶ ସାମ୍ନାରେ ଏହିସବୁ ଆହ୍ୱାନ ରହିଛି ତ ମୁଁ ଯେଉଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବି ତ ମୁଁ ମଧ୍ୟ ଦେଶର ଏହି କଥାକୁ ଧ୍ୟାନରେ ରଖି ସରକାରଙ୍କର ନିର୍ଣ୍ଣୟ ପ୍ରକ୍ରିୟାଗୁଡ଼ିକୁ ଚଲାଇବି । ଫଳରେ ଦେଶ ଏବଂ ସ୍ଥାନୀୟ ପରିସ୍ଥିତିରେ ବିଷମତା ସୃଷ୍ଟି ନ ହେବ ଆଉ ତାହାର ଏକ ସଫଳ ପ୍ରୟୋଗ ହେବ । ଆଉ ଏକ ଲାଭ ହେଲା କି ଏଠାରେ ଅଧିକାଂଶ ସେହି ଲୋକ ଥାଆନ୍ତି ଯେଉଁମାନେ ଅବସର ଦିନକୁ ଲେଖିକରି ବସି ଥାଆନ୍ତି । ସେହିମାନେ ମୁଖ୍ୟ ଟିମ୍ ହୋଇ ଥାଆନ୍ତି ଯେଉଁମାନେ ଚିନ୍ତା କରୁଥାଆନ୍ତି କି ଏବେ 11 ମାସ ବାକି ରହିଛି, 9 ମାସ ବାକି ରହିଛି, 6 ମାସ ବାକି ଅଛି ଏଭଳି ଭାବରେ ଯେଉଁମାନଙ୍କର 35 ବର୍ଷର ଭବିଷ୍ୟତ ବାକି ଅଛି, ସେହିଭଳି ନୂତନ ଉର୍ଜ୍ଜାବାନ ଯୁବକ ସେମାନଙ୍କ ସହିତ ଯୋଡ଼ି ହୋଇ ଯାଇଥାଆନ୍ତି ତ ସେମାନଙ୍କୁ ସ୍ୱୟଂକ୍ରିୟ ଉର୍ଜ୍ଜା ମିଳିବା ଆରମ୍ଭ ହୋଇ ଯାଇଥାଏ। ପରିବର୍ତ୍ତନ ଆରମ୍ଭ ହୋଇ ଯାଇଥାଏ । କେବଳ ଏତିକି ହିଁ ନୁହେଁ, ଚଳିତ ବର୍ଷ ଆମେ ଆଉ ଏକ ଶୁଭାରମ୍ଭ କରିଛୁ । ଚଳିତ ଥର ଦେଶରେ 20ରୁ ଅଧିକ ସାଧାରଣ ସେବାକୁ ପ୍ରଶିକ୍ଷଣର ରୂପ ଦେଇ ଫାଉଣ୍ଡେସନ୍ ପ୍ରୋଗ୍ରାମ ଆମେ କରିଛୁ ।

ଏ ପର୍ଯ୍ୟନ୍ତ ବହୁତ ବଡ଼ ଅଭିଯୋଗ ଏହା ରହୁଥିଲା ଆଉ ମୁଁ ଥରେ ଲାଲକିଲ୍ଲା ଉପରୁ ଯେତେବେଳେ ନୂଆ ନୂଆ ଆସିଥିଲି ତ ମୁଁ ପ୍ରଥମରୁ ହିଁ ସ୍ଥାଣୁତା ବିଷୟରେ ଚର୍ଚ୍ଚା କରିଥିଲି । ଲାଲକିଲ୍ଲାରୁ ମୋର ଯେଉଁ ପ୍ରଥମ ଉଦବୋଧନ ଥିଲା, ଏବେ ମୁଁ ତାହାକୁ ତ ବେମାରୀ ଭାବେ ଧରି ନେଇଥିଲି, ତା’ର ସମାଧାନ ତ କରିବାକୁ ପଡିବ ଆଉ ମୋତେ ହିଁ କରିବାକୁ ପଡିବ । ଆଉ ଆମେ ସେହି ସମସ୍ୟାର ସମାଧାନ ପାଇଁ ଯେଉଁ ସେବା ସମାଧାନର କାର୍ଯ୍ୟ କରୁଛି । ସେଥିରେ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ରକାରରେ ଯୁଗ୍ମ ଫାଉଣ୍ଡେସନ ପାଠ୍ୟକ୍ରମ ଦିଗରେ ଆମେ ଆଗକୁ ବଢୁଛୁ । ଭିନ୍ନ ଭିନ୍ନ ସେବା ଯେପରି ରାଜସ୍ୱ, ଜଙ୍ଗଲ, ରେଲବାଇ, ଆକାଉଂଟ ଏବଂ ଅଡିଟ ସେମାନଙ୍କର ଅଧିକାରୀମାନଙ୍କୁ ଏବେ ବହୁତ ଦାୟିତ୍ୱର ସହ କାର୍ଯ୍ୟ ଦେଇଛୁ, ଗୁରୁତ୍ୱପୂର୍ଣ୍ଣ ଯୁଗ୍ମ ସଚିବ ସ୍ତରର ପଦ ମଧ୍ୟ ଦିଆଯାଉଛି ଫଳରେ ନୀତି ନିର୍ଦ୍ଧାରଣରେ ସମସ୍ତ ସେବାର ସମନ୍ୱୟ ହୋଇ ପାରିବ ।

 ଆଉ ହଁ,

ଏହି ସବୁ ମଧ୍ୟରେ ଆମେ 220ରୁ ଅଧିକ ସରକାରୀ ଅଧିକାରୀଙ୍କୁ ଭ୍ରଷ୍ଟାଚାର ଅଭିଯୋଗରେ, ଉପଯୁକ୍ତ ଭାବେ କାର୍ଯ୍ୟ ନ କରିପାରିବା ଅଭିଯୋଗରେ ଅବସର ପୂର୍ବରୁ ସେବା ନିବୃତ କରି ଦେଇଛୁ ।

ସାଥୀଗଣ,

ବିଶେଷ ଅଧିକାର ବଦଳରେ ଆମେ ବୃତ୍ତିଗତ ଦକ୍ଷତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ ।

ଲାଟରାଲ ଏଣ୍ଟ୍ରି, ଆପଣମାନଙ୍କ ମଧ୍ୟରେ ବହୁତ ଲୋକ ଥିବେ ଯେଉଁମାନେ ଏହି କଥାକୁ ସ୍ୱୀକାର କରିବେ କି କେହି ଆଇଏଏସ ହୋଇଗଲା ତ ସମସ୍ତ ବିଶ୍ୱ ବିଷୟରେ ସେ ଜାଣିଥାଏ ଏହି ଚିନ୍ତାଧାରା ଠିକ୍ ନୁହେଁ । ସମାଜରେ ବହୁତ ପ୍ରତିଭାବାନ ଲୋକ ଅଛନ୍ତି । ଏତେ ବଡ଼ ଦେଶ ଚଳାଇବା ପାଇଁ ସେମାନେ ମଧ୍ୟ ଯୋଗଦାନ ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ସୁଯୋଗ ମିଳିବା ଦରକାର ଏବଂ ସେମାନଙ୍କୁ ସୁଯୋଗ ଦେବା ପାଇଁ ଆମେ ଏକ ମେକାନିଜିମ୍ ବିକଶିତ କରିଛୁ ତାହା ମଧ୍ୟ ସଂଗଠିତ ଭାବେ, ସରକାରଙ୍କର ଚିନ୍ତାଧାରରେ ନୁହେଁ ବରଂ ୟୁପିଏସସି   ପ୍ରକ୍ରିୟାରେ ଆଉ ଦେଶରେ ମୁଁ ଦେଖିଛି କି କୋଟିଏ – କୋଟିଏ, ଦୁଇ-ଦୁଇ କୋଟି ପ୍ୟାକେଜରେ କାର୍ଯ୍ୟ କରୁଥିବା ଯୁବକ ସାଧାରଣ ବେତନରେ ଦୁଇ ବର୍ଷ, ତିନି ବର୍ଷ ଦେଶ ପାଇଁ ଦେବାକୁ, ସରକାରୀ ବ୍ୟବସ୍ଥାରେ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କିଛି ଆମେ ଆରମ୍ଭ କରିଛୁ ଏବଂ ସେମାନଙ୍କ ପାଖରେ କର୍ପୋରେଟ ଜଗତର ଅନୁଭବ ରହିଛି, ପ୍ରଶାସନ ଏବଂ ସରକାରଙ୍କ ସହିତ ଯୋଡ଼ି ହୋଇଥିବା କାରଣରୁ ସେମାନେ ଅଧିକ ମୂଲ୍ୟାୟନ କରି ପାରୁଛନ୍ତି । ମୁଁ ଭାବୁଛି କି ଆଗାମୀ ଦିନମାନଙ୍କରେ ଆଉ ଏକ ଅଧିକ ଭଲ ପରିଣାମ ପାଇଁ ଆମେ ଏ ଯେଉଁ ପ୍ରୟାସ ଜାରି ରଖିଛୁ, ସେଥିରୁ ସୁଖଦ ପରିଣାମ ମିଳି ପାରିବ । ଆଉ ଦେଶର ଉନ୍ନତ ପ୍ରତିଭା, ସେ ହୁଏତ ପ୍ରଶାସନିକ ସେବା ସମ୍ପର୍କିତ ପ୍ରକ୍ରିୟାର ଅଂଶବିଶେଷ ନ ହୋଇଥାଆନ୍ତୁ, ସେମାନେ ଦେଶର ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାନ ଗୁଡ଼ିକର ମୂଲ୍ୟବୋଧକୁ ପ୍ରଚଳନ କରି ପାରନ୍ତୁ, ଏହି ଚେଷ୍ଟା ଜାରି ରହିଛି ।

 ଏବେ ନିର୍ଦ୍ଧାରିତ ସମୟସୀମାକୁ ସରକାରୀ ବ୍ୟବସ୍ଥାରେ ମଧ୍ୟ ପୁଣ୍ୟମୟ କାର୍ଯ୍ୟ ମାନି ନିଆଗଲାଣି । ମୁଁ ଏହା କହୁ ନାହିଁ କି ସମଗ୍ର ଦେଶରେ ଏହି ବ୍ୟବସ୍ଥା ହୋଇ ସାରିଛି । କିନ୍ତୁ ବହୁତ ଗୁଡ଼ିଏ ବିଭାଗରେ ଏହି ପରିବର୍ତ୍ତନକୁ ଆପଣ ଅନୁଭବ କରି ପାରିବେ ।

ପ୍ରଶାସନର ଭିତ୍ତିଭୂମିରେ କରାଯାଉଥିବା ଏହି ସୁଧାର କେବଳ 5 କିମ୍ବା 10 ବର୍ଷ ପାଇଁ ନୁହେଁ । ଏହା କେବଳ ଆମ ସରକାରଙ୍କ ମଧ୍ୟରେ ସୀମିତ ନୁହେଁ । ବରଂ ଏହାର ଲାଭ ଆଗାମୀ ଦଶକ ପର୍ଯ୍ୟନ୍ତ ଦେଶକୁ ମିଳିବାକୁ ଯାଉଛି ।

ଆମର ଏହି ଚିନ୍ତାଧାରା ଏବଂ ଅଭିବ୍ୟକ୍ତି ରହିଛି ।

ଆମେ କେବଳ 5 କିମ୍ବା 10 ବର୍ଷର କାର୍ଯ୍ୟକାଳ ପାଇଁ କାମ କରୁ ନାହୁଁ ବରଂ ଉନ୍ନତ ଭବିଷ୍ୟତ ପାଇଁ ନ୍ୟୁ ଇଣ୍ଡିଆ ପାଇଁ ସ୍ଥାୟୀ ଏବଂ ପ୍ରଦର୍ଶନ ଅଭିମୁଖୀ ବ୍ୟବସ୍ଥା ନିର୍ମାଣ କରିବା ପାଇଁ ପ୍ରୟାସ କରୁଛୁ ।

130 କୋଟି ଭାରତବାସୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ସଠିକ ଉଦ୍ଦେଶ୍ୟ, ଉନ୍ନତ ଟେକ୍ନୋଲୋଜି ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଏହା ହିଁ ହେଉଛି ଆମର ରୋଡ଼୍ ମ୍ୟାପ୍ ।

ମୋର ବିଶ୍ୱାସ ଯେ ଏହି ସମ୍ମିଳନୀରେ ଯେଉଁ ଆଲୋଚନା ହେବ, ସେଥିରେ ଭାରତର ହିତ ସହିତ ଜଡ଼ିତ ଅନେକ କଥା ସାମ୍ନାକୁ ବାହାରି ଆସିବ, ତାହା ମଧ୍ୟ ଉନ୍ନତ ଭବିଷ୍ୟତର ଗ୍ୟାରେଣ୍ଟି ନେଇକରି ଆସିବ ।

ଆପଣ ସମସ୍ତଙ୍କୁ ଏହି ସାର୍ଥକ ଆଲୋଚନା ପାଇଁ ବହୁତ ବହୁତ ଶୁଭକାମନା ସହିତ ବହୁତ ବହୁତ ଧନ୍ୟବାଦ !      

 
ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
'ପରିକ୍ଷା ପେ ଚର୍ଚ୍ଚା 2022' ରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
Explore More
ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲୋକପ୍ରିୟ ଅଭିଭାଷଣ

ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
Undoing efforts of past to obliterate many heroes: PM Modi

Media Coverage

Undoing efforts of past to obliterate many heroes: PM Modi
...

Nm on the go

Always be the first to hear from the PM. Get the App Now!
...
Our youth has a key role in taking India to new heights in the next 25 years: PM Modi
January 24, 2022
ସେୟାର
 
Comments
“Sacrifice of Sahibzadas of Guru Gobind Singh Ji for India's civilization, culture, faith and religion is incomparable”
“Today we feel proud when we see the youth of India excelling in the world of startups. We feel proud when we see that the youth of India are innovating and taking the country forward”
“This is New India, which does not hold back from innovating. Courage and determination are the hallmark of India today”
“Children of India have shown their modern and scientific temperament in the vaccination program and since January 3, in just 20 days, more than 40 million children have taken the corona vaccine”

कार्यक्रम में उपस्थित मंत्रीपरिषद के हमारे साथी स्मृति ईरानी जी, डॉक्टर महेंद्रभाई, सभी अधिकारीगण, सभी अभिभावक एवं शिक्षकगण, और भारत के भविष्य, ऐसे मेरे सभी युवा साथियों!

आप सबसे बातचीत करके बहुत अच्छा लगा। आपसे आपके अनुभवों के बारे में जानने को भी मिला। कला-संस्कृति से लेकर वीरता, शिक्षा से लेकर इनोवेशन, समाजसेवा और खेल, जैसे अनेकविध क्षेत्रों में आपकी असाधारण उपलब्धियों के लिए आपको अवार्ड मिले हैं। और ये अवार्ड एक बहुत बड़ी स्‍पर्धा के बाद आपको मिले हैं। देश के हर कोने से बच्‍चे आगे आए हैं। उसमें से आपका नंबर लगा है। मतलब कि अवार्ड पाने वालों की संख्‍या भले कम है, लेकिन इस प्रकार से होनहार बालकों की संख्‍या हमारे देश में अपरम्‍पार है। आप सबको एक बार फिर इन पुरस्कारों के लिए बहुत बहुत बधाई। आज National Girl Child Day भी है। मैं देश की सभी बेटियों को भी बधाई देता हूं, शुभकामनाएं देता हूं।

साथियों

आपके साथ-साथ मैं आपके माता-पिता और टीचर्स को भी विशेष रूप से बधाई देना चाहता हूँ। आज आप इस मुकाम पर पहुंचे हैं, इसके पीछे उनका भी बहुत बड़ा योगदान है। इसीलिए, आपकी हर सफलता आपके अपनों की भी सफलता है। उसमें आपके अपनों का प्रयास और उनकी भावनाएं शामिल हैं।

मेरे नौजवान साथियों,

आपको आज ये जो अवार्ड मिला है, ये एक और वजह से बहुत खास है। ये वजह है- इन पुरस्कारों का अवसर! देश इस समय अपनी आज़ादी के 75 साल का पर्व मना रहा है। आपको ये अवार्ड इस महत्वपूर्ण कालखंड में मिला है। आप जीवन भर, गर्व से कहेंगे कि जब मेरा देश आज़ादी का अमृत महोत्सव मना रहा था, तब मुझे ये अवार्ड मिला था। इस अवार्ड के साथ आपको बहुत बड़ी ज़िम्मेदारी भी मिली है। अब दोस्तों की, परिवार की, समाज की, हर किसी की आपसे अपेक्षाएँ भी बढ़ गई हैं। इन अपेक्षाओं का आपको दबाव नहीं लेना है, इनसे प्रेरणा लेनी है।

युवा साथियों, हमारे देश के छोटे छोटे बच्चों ने, बेटे-बेटियों ने हर युग में इतिहास लिखा है। हमारी आज़ादी की लड़ाई में वीरबाला कनकलता बरुआ, खुदीराम बोस, रानी गाइडिनिल्यू जैसे वीरों का ऐसा इतिहास है जो हमें गर्व से भर देता है। इन सेनानियों ने छोटी सी उम्र में ही देश की आज़ादी को अपने जीवन का मिशन बना लिया था, उसके लिए खुद को समर्पित कर दिया था।

आपने टीवी देखा होगा, मैं पिछले साल दीवाली पर जम्मू-कश्मीर के नौशेरा सेक्टर में गया था। वहां मेरी मुलाकात श्रीमान बलदेव सिंह और श्रीमान बसंत सिंह नाम के ऐसे वीरों से हुई जिन्होंने आज़ादी के तुरंत बाद जो युद्ध हुआ था कश्‍मीर की धरती पर, अभी तो इनकी उम्र बहुत बड़ी है, तब वो बहुत छोटी उम्र के थे और उन्‍होंने उस युद्ध में बाल सैनिक की भूमिका निभाई थी। और हमारी सेना में पहली बार बाल-सैनिक के रूप में उनकी पहचान की गई थी। उन्होंने अपने जीवन की परवाह न करते हुए उतनी कम उम्र में अपनी सेना की मदद की थी।

इसी तरह, हमारे भारत का एक और उदाहरण है- गुरु गोविन्द सिंह जी के बेटों का शौर्य और बलिदान! साहिबज़ादों ने जब असीम वीरता के साथ, धैर्य के साथ, साहस के साथ पूर्ण समर्पण भाव से बलिदान दिया था तब उनकी उम्र बहुत कम थी। भारत की सभ्यता, संस्कृति, आस्था और धर्म के लिए उनका बलिदान अतुलनीय है। साहिबज़ादों के बलिदान की स्मृति में देश ने 26 दिसम्बर को 'वीर बाल दिवस' की भी शुरुआत की है। मैं चाहूँगा कि आप सब, और देश के सभी युवा वीर साहिबज़ादों के बारे में जरूर पढ़ें।

आपने ये भी जरूर देखा होगा, कल दिल्ली में इंडिया गेट के पास नेताजी सुभाषचंद्र बोस की डिजिटल प्रतिमा भी स्थापित की गई है। नेताजी से हमें सबसे बड़ी प्रेरणा मिलती है- कर्तव्य की, राष्ट्रप्रथम की! नेताजी से प्रेरणा लेकर हम सबको, और युवा पीढ़ी को विशेष रूप से देश के लिए अपने कर्तव्यपथ पर आगे बढ़ना है।

साथियों,

हमारी आजादी के 75 साल इसलिए महत्वपूर्ण हैं क्योंकि आज हमारे सामने अपने अतीत पर गर्व करने का, उससे ऊर्जा लेने का समय है। ये समय वर्तमान के संकल्पों को पूरा करने का है। ये समय भविष्य के लिए नए सपने देखने का है, नए लक्ष्य निर्धारित करके उन पर बढ़ने का है। ये लक्ष्य अगले 25 सालों के लिए हैं, जब देश अपनी आज़ादी के सौ साल पूरे करेगा।

अब आप कल्‍पना कीजिए, आज आप में से ज्‍यादातर लोग 10 और 20 के बीच की उम्र के हैं। जब आजादी के सौ साल होंगे तब आप जीवन के उस पड़ाव पर होंगे, तब ये देश कितना भव्‍य, दिव्‍य, प्रगतिशील, ऊंचाइयों पर पहुंचा हुआ, आपका जीवन कितना सुख-शांति से भरा हुआ होगा। यानी, ये लक्ष्य हमारे युवाओं के लिए हैं, आपकी पीढ़ी और आपके लिए हैं। अगले 25 सालों में देश जिस ऊंचाई पर होगा, देश का जो सामर्थ्य बढ़ेगा, उसमें बहुत बड़ी भूमिका हमारी युवा पीढ़ी की है।

साथियों,

हमारे पूर्वजों ने जो बोया, उन्‍होंने जो तप किया, त्‍याग किया, उसके फल हम सबको नसीब हुए हैं। लेकिन आप वो लोग हैं, आप एक ऐसे कालखंड में पहुंचे हैं, देश आज उस जगह पर पहुंचा हुआ है कि आप जो बोऐंगे उसके फल आपको खाने को मिलेंगे, इतना जल्‍दी से बदलाव होने वाला है। इसीलिए, आप देखते होंगे, आज देश में जो नीतियाँ बन रही हैं, जो प्रयास हो रहे हैं, उन सबके केंद्र में हमारी युवा पीढ़ी है, आप लोग हैं।

आप किसी सेक्टर को सामने रखिए, आज देश के सामने स्टार्टअप इंडिया जैसे मिशन हैं, स्टैंडअप इंडिया जैसे प्रोग्राम चल रहे हैं, डिजिटल इंडिया का इतना बड़ा अभियान हमारे सामने है, मेक इन इंडिया को गति दी जा रही है, आत्मनिर्भर भारत का जनआंदोलन देश ने शुरू किया है, देश के हर कोने में तेजी से आधुनिक इनफ्रास्ट्रक्चर विस्तार ले रहा है, हाइवेज़ बन रहे हैं, हाइस्पीड एक्सप्रेसवेज़ बन रहे हैं, ये प्रगति, ये गति किसकी स्पीड से मैच करती है? आप लोग ही हैं जो इन सब बदलावों से खुद को जोड़कर देखते हैं, इन सबके लिए इतना excited रहते हैं। आपकी ही जेनेरेशन, भारत ही नहीं, बल्कि भारत के बाहर भी इस नए दौर को लीड कर रही है।

आज हमें गर्व होता है जब देखते हैं कि दुनिया की तमाम बड़ी कंपनियों के CEO, हर कोई उसकी चर्चा कर रहा है, ये CEO कौन हैं, हमारे ही देश की संतान हैं। इसी देश की युवा पीढ़ी है जो आज विश्‍व में छाई हुई है। आज हमें गर्व होता है जब देखते हैं कि भारत के युवा स्टार्ट अप की दुनिया में अपना परचम फहरा रहे हैं। आज हमें गर्व होता है, जब हम देखते हैं कि भारत के युवा नए-नए इनोवेशन कर रहे हैं, देश को आगे बढ़ा रहे हैं। अब से कुछ समय बाद, भारत अपने दमखम पर, पहली बार अंतरिक्ष में भारतीयों को भेजने वाला है। इस गगनयान मिशन का दारोमदार भी हमारे युवाओं के पर ही है। जो युवा इस मिशन के लिए चुने गए हैं, वो इस समय कड़ी मेहनत कर रहे हैं।

साथियों,

आज आपको मिले ये अवार्ड भी हमारी युवा पीढ़ी के साहस और वीरता को भी celebrate करते हैं। ये साहस और वीरता ही आज नए भारत की पहचान है। कोरोना के खिलाफ देश की लड़ाई हमने देखी है, हमारे वैज्ञानिकों ने, हमारे वैक्सीन Manufacturers ने दुनिया में लीड लेते हुये देश को वैक्सीन्स दीं। हमारे हेल्थकेयर वर्कर्स ने मुश्किल से मुश्किल समय में भी बिना डरे, बिना रुके देशवासियों की सेवा की, हमारी नर्सेस गाँव गाँव, मुश्किल से मुश्किल जगहों पर जाकर लोगों को वैक्सीन लगा रही हैं, ये एक देश के रूप में साहस और हिम्मत की बड़ी मिसाल है।

इसी तरह, सीमाओं पर डटे हमारे सैनिकों की वीरता को देखिए। देश की रक्षा के लिए उनकी जांबाजी हमारी पहचान बन गई है। हमारे खिलाड़ी भी आज वो मुकाम हासिल कर रहे हैं, जो भारत के लिए कभी संभव नहीं माने जाते थे। इसी तरह, जिन क्षेत्रों में बेटियों को पहले इजाजत भी नहीं होती थी, बेटियाँ आज उनमें कमाल कर रही हैं। यही तो वो नया भारत है, जो नया करने से पीछे नहीं रहता, हिम्मत और हौसला आज भारत की पहचान है।

साथियों,

आज भारत, अपनी वर्तमान और आने वाली पीढ़ियों के भविष्य को मजबूत करने के लिए निरंतर कदम उठा रहा है। नई राष्ट्रीय शिक्षा नीति में स्थानीय भाषा में पढ़ाई पर जोर दिया जा रहा है। इससे आपको पढ़ने में, सीखने में और आसानी होगी। आप अपनी पसंद के विषय पढ़ पाएं, इसके लिए भी शिक्षा नीति में विशेष प्रावधान किए गए हैं। देश भर के हजारों स्कूलों में बन रही अटल टिंकरिंग लैब्स, पढ़ाई के शुरुआती दिनों से ही बच्चों में इनोवेशन का सामर्थ्य बढ़ा रही हैं।

साथियों,

भारत के बच्चों ने, युवा पीढ़ी ने हमेशा साबित किया है कि वो 21वीं सदी में भारत को नई ऊंचाई पर ले जाने के लिए कितने सामर्थ्य से भरे हुए हैं। मुझे याद है, चंद्रयान के समय, मैंने देशभर के बच्चों को बुलाया था। उनका उत्साह, उनका जोश मैं कभी भूल नहीं सकता। भारत के बच्चों ने, अभी वैक्सीनेशन प्रोग्राम में भी अपनी आधुनिक और वैज्ञानिक सोच का परिचय दिया है। 3 जनवरी के बाद से सिर्फ 20 दिनों में ही चार करोड़ से ज्यादा बच्चों ने कोरोना वैक्सीन लगवाई है। ये दिखाता है कि हमारे देश के बच्चे कितने जागरूक हैं, उन्हें अपनी जिम्मेदारियों का कितना एहसास है।

साथियों,

स्वच्छ भारत अभियान की सफलता का बहुत बड़ा श्रेय भी मैं भारत के बच्चों को देता हूं। आप लोगों ने घर-घर में बाल सैनिक बनकर, स्‍वच्‍छाग्रही बनकर अपने परिवार को स्वच्छता अभियान के लिए प्रेरित किया। घर के लोग, स्वच्छता रखें, घर के भीतर और बाहर गंदगी ना हो, इसका बीड़ा बच्चों ने खुद उठा लिया था। आज मैं देश के बच्चों से एक और बात के लिए सहयोग मांग रहा हूं। और बच्‍चे मेरा साथ देंगे तो हर परिवार में परिवर्तन आएगा। और मुझे विश्‍वास है ये मेरे नन्‍हें-मुन्‍हें साथी, यही मेरी बाल सेना मुझे इस काम में बहुत मदद करेगी।

जैसे आप स्वच्छता अभियान के लिए आगे आए, वैसे ही आप वोकल फॉर लोकल अभियान के लिए भी आगे आइए। आप घर में बैठ करके, सब भाई-बहन बैठ करके एक लिस्‍ट बनाइए, गिनती करिए, कागज ले करके देखिए, सुबह से रात देर तक आप जो चीजों का उपयोग करते हैं, घर में जो सामान है, ऐसे कितने Products हैं, जो भारत में नहीं बने हैं, विदेशी हैं। इसके बाद घर के लोगों से आग्रह करें कि भविष्य में जब वैसा ही कोई Product खरीदा जाए तो वो भारत में बना हो। उसमें भारत की मिट्टी की सुगंध हो, जिसमें भारत के युवाओं के पसीने की सुगंध हो। जब आप भारत में बनी चीजें खरीदेंगे तो क्‍या होने वाला है। एकदम से हमारा उत्‍पादन बढ़ने लग जाएगा। हर चीज में उत्पादन बढ़ेगा। और जब उत्पादन बढ़ेगा, तो रोजगार के भी नए अवसर बनेंगे। जब रोजगार बढ़ेंगे तो आपका जीवन भी आत्मनिर्भर बनेगा। इसलिए आत्मनिर्भर भारत का अभियान, हमारी युवा पीढ़ी, आप सभी से भी जुड़ा हुआ है।

साथियों,

आज से दो दिन बाद देश अपना गणतन्त्र दिवस भी मनाएगा। हमें गणतन्त्र दिवस पर अपने देश के लिए कुछ नए संकल्प लेने हैं। हमारे ये संकल्प समाज के लिए, देश के लिए, और पूरे विश्व के भविष्य के लिए हो सकते हैं। जैसे कि पर्यावरण का उदाहरण हमारे सामने है। भारत पर्यावरण की दिशा में आज इतना कुछ कर रहा है, और इसका लाभ पूरे विश्व को मिलेगा।

मैं चाहूँगा कि आप उन संकल्पों के बारे में सोचें जो भारत की पहचान से जुड़े हों, जो भारत को आधुनिक और विकसित बनाने में मदद करें। मुझे पूरा भरोसा है, आपके सपने देश के संकल्पों से जुड़ेंगे, और आप आने वाले समय में देश के लिए अनगिनत कीर्तिमान स्थापित करेंगे।

इसी विश्वास के साथ आप सभी को एक बार फिर बहुत बहुत बधाई,

सभी मेरे बाल मित्रों को बहुत-बहुत प्‍यार, बहुत-बहुत बधाई, बहुत बहुत धन्यवाद !