Government is pushing growth and development of every individual and the country: PM Modi
Both the eastern and western dedicated freight corridors are being seen as a game changer for 21st century India: PM Modi
Dedicated Freight Corridors will help in the development of new growth centres in different parts of the country: PM

ନମସ୍କାର,

ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ରା ମହାଶୟ, ହରିୟାଣା ରାଜ୍ୟପାଳ ଶ୍ରୀ ସତ୍ୟଦେବ ନାରାୟଣ ଆର୍ଯ୍ୟ ମହାଶୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗହଲୋତ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ୟନ୍ତ ଚୌତାଲା ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପୀୟୂଷ ଗୋୟଲ ମହାଶୟ, ରାଜସ୍ଥାନର ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଶ୍ରୀ ଅର୍ଜୁନ ରାମ ମେଘୱାଲ ମହାଶୟ, ଶ୍ରୀ କୈଳାସ ଚୌଧୁରୀ ମହାଶୟ, ହରିୟାଣାର ରାଓ ଇନ୍ଦ୍ରଜିତ ସିଂହ ମହାଶୟ, ଶ୍ରୀ ରତନ ଲାଲ କଟାରିୟା ମହାଶୟ, ଶ୍ରୀ କୃଷ୍ଣପାଲ ମହାଶୟ, ସଂସଦରେ ମୋର ଅନ୍ୟ ସମସ୍ତ ସହଯୋଗୀଗଣ, ବିଧାୟକ ଗଣ, ଭାରତରେ ଜାପାନର ରାଷ୍ଟ୍ରଦୂତ ମହାମହିମ ଶ୍ରୀ ସତୋଶୀ ସୁଜୁକି ମହାଶୟ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ।

ଭାଇ ଓ ଭଉଣୀମାନେ,

ଆପଣମାନଙ୍କୁ ସମସ୍ତଙ୍କୁ ମୋ ତରଫରୁ 2021ର ଏହି ନବବର୍ଷ ପାଇଁ ଶୁଭକାମନା । ଦେଶର ଭିତ୍ତିଭୂମିକୁ ଅତ୍ୟାଧୁନିକ କରିବା ପାଇଁ ଚାଲୁ ରହିଥିବା ମହାଯଜ୍ଞ ଆଜି ଆଉ ଏକ ନୂତନ ଗତି ହାସଲ କରିଛି। କେବଳ ବିଗତ 10-12 ଦିନ ମଧ୍ୟରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି। ଆଧୁନିକ ଡିଜିଟାଲ ଭିତ୍ତିଭୂମି ସାହାଯ୍ୟରେ କୃଷକମାନଙ୍କ ବ୍ୟାଙ୍କଖାତାରେ ସିଧାସଳଖ 18 ହଜାର କୋଟିରୁ ମଧ୍ୟ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି, ଦିଲ୍ଲୀ-ମେଟ୍ରୋର ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ ମୋବିଲିଟି କାର୍ଡର ଶୁଭାରମ୍ଭ ହୋଇଛି, ସେହିଭଳି ଭାବେ ଚାଳକ ବିହୀନ ମେଟ୍ରୋର ମଧ୍ୟ ଶୁଭାରମ୍ଭ ମଧ୍ୟ ହୋଇଛି। ଗୁଜରାଟର ରାଜକୋଟରେ ଏମ୍ସ ଏବଂ ଓଡ଼ିଶାର ସମ୍ବଲପୁରଠାରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସର କାମ ଆରମ୍ଭ ହୋଇଛି। ଦୁନିଆର ଶ୍ରେଷ୍ଠତମ ଟେକ୍ନୋଲୋଜି ସହିତ ଦେଶର 6ଟି ସହରରେ 6 ହଜାର ଗୃହ ନିର୍ମାଣର କାମ ଆରମ୍ଭ କରାଯାଇଛି। ନ୍ୟାସନାଲ ଆଟମିକ ଟାଇମସ୍କେଲ ଏବଂ ‘ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀ’ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଦେଶର ପ୍ରଥମ ନ୍ୟାସନାଲ ପରିବେଶ ଷ୍ଟାଣ୍ଡାର୍ଡସ ଲାବୋରେଟୋରୀର ଶିଳାନ୍ୟାସ କରାଯାଇଛି। 450 କିଲୋମିଟର ଦୀର୍ଘ କୋଚ୍ଚୀ-ମେଙ୍ଗାଲୁରୁଗ୍ୟାସ ପାଇପଲାଇନର ଲୋକାର୍ପଣ, ମହାରାଷ୍ଟ୍ରର ସାଙ୍ଗୋଲାରୁ ପଶ୍ଚିମବଙ୍ଗର ଶାଲୀମାର ପାଇଁ ଶହେତମ କୃଷକ ରେଳ ଚଳାଚଳ, ପଶ୍ଚିମ ସମର୍ପିତ ମାଲ କରିଡରର ନ୍ୟୁ ଭାଉପୁର – ନ୍ୟୁ ଖୁର୍ଜା ମାଲ କରିଡର ରୁଟରେ ପ୍ରଥମ ମାଲଗାଡି ଚଳାଚଳ ଆରମ୍ଭ କରାଯାଇଛି। ଆଉ ଆଜି ପଶ୍ଚିମ ସମର୍ପିତ ମାଲ କରିଡର 306 କିଲୋମିଟର ଦୀର୍ଘ କରିଡର ଦେଶକୁ ସମର୍ପିତ ହେଲା। ଥରେ ଚିନ୍ତା କରନ୍ତୁ, କେବଳ 10-12 ଦିନରେ ହିଁ ଏତେ ସବୁ। ଯେତେବେଳେ ନୂଆ ବର୍ଷରେ ଦେଶର ଶୁଭାରମ୍ଭ ଭଲ ଅଛି, ତେବେ ଆଗାମୀ ସମୟ ଆହୁରି ମଧ୍ୟ ଭଲ ହେବ । ଏତେ ଲୋକାର୍ପଣ ଓ ଏତେଗୁଡ଼ିଏ ଶିଳାନ୍ୟାସ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଏହି ସମସ୍ତ କାମ କରୋନାର ଏହି ସଙ୍କଟପୂର୍ଣ୍ଣ ସମୟରେ ମଧ୍ୟ କରିପାରିଛି । କିଛି ଦିନ ପୂର୍ବରୁ ଦେଶ କରୋନାର ଦୁଇଟି ଭାରତ ନିର୍ମିତ ଟୀକାକୁ ମଧ୍ୟ ମଞ୍ଜୁର କରିଛି। ଭାରତର ନିଜର ଟୀକା ଦେଶବାସୀଙ୍କ ମନରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି । 2021ର ଆରମ୍ଭରୁ ଏଭଳି ପରିସ୍ଥିତିରେ ଭାରତର ଏହିପରି ଦ୍ରୁତ ଗତିରେ ଆତ୍ମନିର୍ଭରତା ପାଇଁ ଖୁବ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ଏହି ସବୁ କଥାକୁ ଦେଖି, ଶୁଣି ସମସ୍ତ ହିନ୍ଦୁସ୍ତାନୀ, ମାଆ ଭାରତୀଙ୍କ ସୁପତ୍ର, ଭାରତକୁ ଭଲ ପାଉଥିବା କେଉଁ ବ୍ୟକ୍ତିଙ୍କର ଛାତି ଗର୍ବରେ କୁଣ୍ଢେମୋଟ ହୋଇଯିବ। ଆଜି ପ୍ରତ୍ୟେକ ଭାରତୀୟଙ୍କର ଆହ୍ୱାନ ହେଉଛି- ନା ଆମେ ଅଟକିବା, ନା ହିଁ ଥକି ଯିବା, ଆମେ ଭାରତୀୟମାନେ ମିଳିମିଶି ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବା।

ସାଥୀଗଣ,

ସମର୍ପିତ ମାଲ କରିଡରର ଏହି ପ୍ରକଳ୍ପକୁ ଏକବିଂଶ ଶତାବ୍ଦୀରେ ଭାରତ ପାଇଁ ଗେମଚେଞ୍ଜର ଭାବେ ଦେଖାଯାଉଛି । ବିଗତ 5-6 ବର୍ଷର କଠିନ ପରିଶ୍ରମ ପରେ ଆଜି ଏହାର ଏକ ବୃହତ ଅଂଶ ସତ୍ୟରେ ପରିଣତ ହୋଇଛି। କିଛି ଦିନ ପୂର୍ବରୁ ଯେଉଁ ନ୍ୟୁ ଭାଓପୁର – ନ୍ୟୁ ଖୁର୍ଜା ସେକ୍ସନ ଆରମ୍ଭ ହୋଇଛି, ସେଠାରେ ମାଲଗାଡିଗୁଡ଼ିକର ଗତି ପ୍ରତି ଘଣ୍ଟାରେ 90 କିଲୋମିଟରୁ ଅଧିକ ବେଗରେ ଗତି କରିପାରିବ। ଯେଉଁ ପଥରେ ମାଲଗାଡିଗୁଡ଼ିକର ହାରାହାରି ଗତି ପ୍ରତି ଘଣ୍ଟାରେ 25 କିଲୋମିଟର ରହୁଥିଲା, ସେଠାରେ ଏବେ ପୂର୍ବାପେକ୍ଷା 3 ଗୁଣା ଅଧିକ ଦ୍ରୁତ ଗତିରେ ମାଲଗାଡିସବୁ ଚାଲିବାକୁ ଲାଗିଲାଣି । ଭାରତକୁ ପୂର୍ବାପେକ୍ଷା ବିକାଶର ଗତି ମଧ୍ୟ ଏହିଭଳି ଆବଶ୍ୟକ, ଦେଶ ଏହିଭଳି ପ୍ରଗତି କରିବା ମଧ୍ୟ ଆବଶ୍ୟକ।

ସାଥୀଗଣ,

ଆଜି ହରିୟାଣାର ନ୍ୟୁ ଅଟେଲିରୁ ରାଜସ୍ଥାନର ନ୍ୟୁ କିଶନଗଡ଼ ପାଇଁ ପ୍ରଥମ ଦୁଇ ଥାକିଆ କଣ୍ଟେନର ମାଲଗାଡି ଯାତ୍ରାରମ୍ଭ କରିଛି । ଅର୍ଥାତ ଡବା ଉପରେ ଡବା, ତାହା ମଧ୍ୟ ଦେଢ଼ କିଲୋମିଟର ଦୀର୍ଘ ମାଲଗାଡିରେ, ଏହା ଏକ ବହୁତ ବଡ଼ ଉପଲବ୍ଧି। ଏହି ସାମର୍ଥ୍ୟ ହାସଲ କରିଥିବା କିଛି ହାତଗଣତି ଦେଶ ମଧ୍ୟରେ ଭାରତ ଏବେ ନିଜକୁ ସାମିଲ କରିପାରିଛି। ଏହା ପଛରେ ଆମ ଇଂଜିନିୟରମାନେ, ଟେକ୍ନିସିଆନମାନେ ଏବଂ ଶ୍ରମିକମାନଙ୍କର ବହୁତ ବଡ଼ ପରିଶ୍ରମ ରହିଛି। ଦେଶ ଗର୍ବ କରିବା ଭଳି ଉପଲବ୍ଧି ଆଣି ପାରିଥିବାରୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଆଜିର ଦିନ, ଏନସିଆର, ହରିୟାଣା ଏବଂ ରାଜସ୍ଥାନର କୃଷକ, ଉଦ୍ୟମୀ, ବ୍ୟବସାୟୀ, ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସୁଯୋଗ ନେଇ ଆସିଛି । ସମର୍ପିତ ମାଲ କରିଡର, ସେ ହୁଏତ ପୂର୍ବ ହେଉ କିମ୍ବା ପଶ୍ଚିମ, ଏହା କେବଳ ଆଧୁନିକ ମାଲଗାଡ଼ିଗୁଡ଼ିକ ପାଇଁ ଆଧୁନିକ ରୁଟ୍ କେବଳ ନୁହେଁ । ଏହି ସମର୍ପିତ ମାଲ କରିଡର ହେଉଛି ଦେଶର ଦ୍ରୁତ ବିକାଶର କରିଡର। ଏହି କରିଡର, ଦେଶର ଭିନ୍ନ-ଭିନ୍ନ ସହରଗୁଡ଼ିକରେ ନୂତନ ବିକାଶ କେନ୍ଦ୍ର ଏବଂ ବିକାଶ ବିନ୍ଦୁର ମଧ୍ୟ ଆଧାର ହେବ ।

ଭାଇ ଓ ଭଉଣୀମାନେ,

ଦେଶର ଭିନ୍ନ-ଭିନ୍ନ ଅଂଶର ସାମର୍ଥ୍ୟକୁ ଏହା କିପରି ଭାବେ ବୃଦ୍ଧି କରୁଛି, ଏହା ପୂର୍ବ ମାଲ କରିଡର ମଧ୍ୟ ଦେଖାଇବାକୁ ଆରମ୍ଭ କରି ଦେଲାଣି। ନ୍ୟୁ ଭାଉପୁର-ନ୍ୟୁ ଖୁର୍ଜା ସେକ୍ସନ ଉପରେ ଗୋଟିଏ ପଟେ ପଞ୍ଜାବରୁ ହଜାର ହଜାର ଟନ ଶସ୍ୟର ବୋଝେଇ କରି ଗାଡି ବାହାରିଲା ବେଳେ ଅନ୍ୟପଟେ ଝାଡଖଣ୍ଡରୁ, ମଧ୍ୟପ୍ରଦେଶର ସିଙ୍ଗରୋଲିରୁ ହଜାର-ହଜାର ଟନ କୋଇଲା ନେଇ ମାଲଗାଡି ଏନସିଆର, ପଞ୍ଜାବ ଏବଂ ହରିୟାଣା ପହଞ୍ଚୁଛି। ଏହି କାର୍ଯ୍ୟ ପଶ୍ଚିମ ମାଲ କରିଡର ଜରିଆରେ ମଧ୍ୟ ୟୁପି, ହରିୟାଣା ଠାରୁ ନେଇ ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରରେ କରାଯିବ। ହରିୟାଣା ଏବଂ ରାଜସ୍ଥାନରେ କୃଷି ଏବଂ ଏହାସହିତ ଜଡ଼ିତ ବ୍ୟବସାୟକୁ ସହଜ ହେବ। ଏହାସହିତ ମହେନ୍ଦ୍ରଗଡ଼, ଜୟପୁର, ଅଜମେର, ସିକର, ଭଳି ଅନେକ ଜିଲ୍ଲାରେ ଉଦ୍ୟୋଗର ନୂତନ ଉର୍ଜ୍ଜା ଭରି ଦେବ। ଏହି ରାଜ୍ୟଗୁଡ଼ିକର ବିନିର୍ମାଣ ୟୁନିଟ ଏବଂ ଉଦ୍ୟମୀମାନଙ୍କ ପାଇଁ ଖୁବ କମ୍ ଖର୍ଚ୍ଚରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାର ପର୍ଯ୍ୟନ୍ତ ଦ୍ରୁତ ଗତିରେ ପହଞ୍ଚିବାର ପଥ ଖୋଲି ଯାଇଛି । ଗୁଜରାଟ ଏବଂ ମହାରାଷ୍ଟ୍ରର ବନ୍ଦରଗୁଡ଼ିକ ପର୍ଯ୍ୟନ୍ତ ଦ୍ରୁତ ଏବଂ ଶସ୍ତା ଯୋଗାଯୋଗ ମିଳି ପାରିବାରୁ ଏହି କ୍ଷେତ୍ରରେ ନିବେଶର ନୂତନ ସମ୍ଭାବନାକୁ ଶକ୍ତି ମିଳିବ।

ସାଥୀଗଣ,

ଆମେ ସମସ୍ତେ ଭଲ ଭାବରେ ଜାଣୁ ଯେ ଆଧୁନିକ ଭିତ୍ତିଭୂମି ନିର୍ମାଣ, ଜୀବନ ପାଇଁ ଯେତିକି ଆବଶ୍ୟକ, ବ୍ୟବସାୟ ପାଇଁ ମଧ୍ୟ ଯେତିକି ଆବଶ୍ୟକ, ଏବଂ ଏହା ମଧ୍ୟ ପ୍ରତ୍ୟେକ ନୂତନ ବ୍ୟବସ୍ଥାକୁ ଆଗକୁ ବଢାଇବା ପାଇଁ ଏଥିରୁ ନୂତନ ସୃଷ୍ଟି  ହୋଇଥାଏ, ଏଥିରୁ ସାମର୍ଥ୍ୟ ମିଳିଥାଏ। ଏହା ସହିତ ଜଡିତ କାର୍ଯ୍ୟ ଅର୍ଥବ୍ୟବସ୍ଥାର ଅନେକ ଇଞ୍ଜିନକୁ ଗତି ଦେଇଥାଏ । ଫଳରେ କେବଳ ସେହି ସ୍ଥାନରେ ନିଯୁକ୍ତି ସୃଷ୍ଟି ହୁଏ ନାହିଁ, ବରଂ ଅନ୍ୟ ଉଦ୍ୟୋଗ ଯେପରି ସିମେଣ୍ଟ, ଇସ୍ପାତ, ପରିବହନ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନୂତନ ନିଯୁକ୍ତି ସୃଷ୍ଟି କରେ । ଉଦାହରଣ ସ୍ୱରୂପ, ଯେପରି ଏହି ସମର୍ପିତ ମାଲ ପରିବହନ କରିଡର୍ 9 ଟି ରାଜ୍ୟରେ 133 ରେଳ ଷ୍ଟେସନକୁ ଅନ୍ତର୍ଭୁକ୍ତ କରଛି । ଏହି ଷ୍ଟେସନଗୁଡିକରେ ଅନେକ ମଲ୍ଟି-ମଡେଲ୍ ଲଜିଷ୍ଟିକ୍ ପାର୍କ, ମାଲ ପରିବହନ ଟର୍ମିନାଲ୍, କଣ୍ଟେନର ଡିପୋ, କଣ୍ଟେନର ଟର୍ମିନାଲ୍, ପାର୍ସଲ୍ କେନ୍ଦ୍ର ଭଳି ଅନେକ ବ୍ୟବସ୍ଥା ବିକଶିତ ହେବ। ଏ ସବୁର ଲାଭ କୃଷକଙ୍କୁ ମିଳିବ,  କ୍ଷୁଦ୍ର ଶିଳ୍ପକୁ ମିଳିବ,   କୁଟୀର ଶିଳ୍ପକୁ ମିଳିବ,  ବଡ଼ ବଡ଼  ଉତ୍ପାଦକଙ୍କୁ ମିଳିବ ।

ସାଥୀଗଣ,

ଆଜି ଏହା ହେଉଛି ରେଳବାଇର କାର୍ଯ୍ୟକ୍ରମ, ଟ୍ରାକ ବିଷୟରେ ଆଲୋଚନା କରାଯିବା ସ୍ୱାଭାବିକ, ତେଣୁ ଟ୍ରାକଗୁଡ଼ିକୁ ଆଧାର କରି ମୁଁ ଅନ୍ୟ ଉଦାହରଣ ଦେବି । ଆଜି ଭାରତରେ ଦୁଇଟି ଟ୍ରାକରେ ଭିତ୍ତିଭୂମି କାମ ଏକସଙ୍ଗରେ ଚାଲିଛି । ଗୋଟିଏ ଟ୍ରାକ ବ୍ୟକ୍ତିର ବିକାଶକୁ ଆଗକୁ ବଢାଉଛି, ଦ୍ୱିତୀୟ ଟ୍ରାକ ଦେଶର ଅଭିବୃଦ୍ଧି ଇଞ୍ଜିନକୁ ନୂତନ ଶକ୍ତି ପ୍ରଦାନ କରୁଛି। ଯଦି ଆମେ ବ୍ୟକ୍ତିର ବିକାଶ ବିଷୟରେ ଆଲୋଚନା କରିବା, ତେବେ ଆଜି ଦେଶର ସାଧାରଣ ଲୋକଙ୍କ ପାଇଁ ଘର, ଶୌଚାଳୟ, ପାଣି, ବିଜୁଳି, ଗ୍ୟାସ୍, ସଡ଼କ, ଇଣ୍ଟରନେଟ୍ ଭଳି ପ୍ରତ୍ୟେକ ସୁବିଧା ଉପଲବ୍ଧ କରିବା ପାଇଁ ଏକ ଅଭିଯାନ ଚାଲୁ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ସୌଭାଗ୍ୟ, ଉଜ୍ଜ୍ଵଳା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରାଯିବା ଫଳରେ କୋଟି କୋଟି ଭାରତୀୟଙ୍କ ଜୀବନ ସରଳ, ସହଜ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଛି। ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବାର ଏହି କଲ୍ୟାଣମୂଳକ କାମ ମଧ୍ୟ ଦ୍ରୁତ ଗତିରେ ଚାଲୁଛି। ଅନ୍ୟପକ୍ଷରେ, ଭିତ୍ତିଭୂମିର ଦ୍ୱିତୀୟ ଟ୍ରାକର ଲାଭ ଦେଶର ଅଭିବୃଦ୍ଧି ଇଞ୍ଜିନ୍, ଆମର ଉଦ୍ୟୋଗୀ, ଆମର ଶିଳ୍ପ  ଜଗତକୁ ହେଉଛି । ଆଜି ରାଜପଥ, ରେଳପଥ, ଆକାଶ ପଥ, ଜଳପଥଗୁଡ଼ିକର ସଂଯୋଗ ସାରା ଦେଶରେ ପହଞ୍ଚାଯାଉଛି ଏବଂ ଦ୍ରୁତ ଗତିରେ ପହଞ୍ଚାଯାଉଛି।  ଦେଶର ବନ୍ଦରଗୁଡିକୁ ପରିବହନର ଭିନ୍ନ ଭିନ୍ନ ମାଧ୍ୟମରେ ସଂଯୋଗ କରାଯାଉଛି, ବହୁମୁଖୀ ସଂଯୋଗ  ଉପରେ ଧ୍ୟାନ ଦିଆଯାଉଛି।

ଆଜି ସାରା ଦେଶରେ ମାଲ କରିଡର ଭଳି  ଅର୍ଥନୈତିକ କରିଡର, ପ୍ରତିରକ୍ଷା କରିଡର, ଟେକ୍ କ୍ଲଷ୍ଟର, ଉଦ୍ୟୋଗ ପାଇଁ  ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥାମାନ ପ୍ରସ୍ତୁତ କରାଯାଉଛି। ସାଥୀଗଣ, ଯେତେବେଳେ ବିଶ୍ୱ ଦେଖୁଛି ଯେ ଭାରତରେ ବ୍ୟକ୍ତି ଏବଂ ଶିଳ୍ପ ପାଇଁ ସର୍ବୋତ୍ତମ ଭିତ୍ତିଭୂମି ନିର୍ମାଣ କରାଯାଉଛି, ତେବେ ଏହାର ଆଉ ଏକ ସକରାତ୍ମକ ପ୍ରଭାବ ପଡିଥାଏ । ଏହି ପ୍ରଭାବର ପରିଣାମ ହେଉଛି- ଭାରତକୁ ଆସୁଥିବା ରେକର୍ଡ ପରିମାଣର ଏଫଡିଆଇ, ବୃଦ୍ଧି ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାର, ସାରା ଦୁନିଆରେ ଭାରତ  ପ୍ରତି ବୃଦ୍ଧି ପାଉଥିବା ଭରସା। ଏହି କାର୍ଯ୍ୟକ୍ରମରେ ଜାପାନର ରାଷ୍ଟ୍ରଦୂତ ଶ୍ରୀ ସୁଜୁକି ମହାଶୟ ମଧ୍ୟ ଅଛନ୍ତି । ଜାପାନ ଏବଂ ଜାପାନର ଲୋକମାନେ, ଭାରତର ବିକାଶ ଯାତ୍ରାରେ ଜଣେ ବିଶ୍ୱାସଯୋଗ୍ୟ ବନ୍ଧୁ ଭାବେ ସର୍ବଦା ଭାରତର ସାଥୀ ଭଳି ରହିଛନ୍ତି। ପଶ୍ଚିମ ସମର୍ପିତ ମାଲ କରିଡର ନିର୍ମାଣରେ ମଧ୍ୟ ଜାପାନ ଆର୍ଥିକ ସହାୟତା ସହିତ ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରିଛି । ମୁଁ ଜାପାନ ଏବଂ ଜାପାନର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି, ବିଶେଷ ଧନ୍ୟବାଦ ଦେଉଛି।

ସାଥୀଗଣ,

ବ୍ୟକ୍ତି, ଉଦ୍ୟୋଗ ଏବଂ ନିବେଶର ସମନ୍ୱୟ ଭାରତୀୟ ରେଳବାଇକୁ ମଧ୍ୟ ନିରନ୍ତର ଆଧୁନିକ କରୁଛି । କେହି ଭୁଲି ପାରିବେ ଏଠାରେ ରେଳ ଯାତ୍ରୀଙ୍କର ଅନୁଭୂତି ପୂର୍ବରୁ କିଭଳି ଥିଲା ? ଆମେ ମଧ୍ୟ ସେହି ଅସୁବିଧାଗୁଡ଼ିକର ସାକ୍ଷୀ। ବୁକିଂ ଠାରୁ ଆରମ୍ଭ କରି ଯାତ୍ରା ଶେଷ ପର୍ଯ୍ୟନ୍ତ ଅଭିଯୋଗର ଭଣ୍ଡାର ରହୁଥିଲା। ପରିସ୍କାର-ପରିଚ୍ଛନ୍ନତା ହେଉ, ଠିକ ସମୟରେ ଟ୍ରେନ୍ ଚାଲିବା, ସେବା ହେଉ, ସୁବିଧା ହେଉ ଅବା ସୁରକ୍ଷା ହେଉ, ମାନବ ବିହୀନ ଫାଟକକୁ ଉଚ୍ଛେଦ କରିବା ହେଉ, ପ୍ରତ୍ୟେକ ସ୍ତରରେ ରେଳବାଇରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ପରିବର୍ତ୍ତନର ଏହି କାର୍ଯ୍ୟଗୁଡ଼ିକୁ ବିଗତ ବର୍ଷମାନଙ୍କରେ ନୂଆ ଗତି ଦିଆଯାଇଛି। ଷ୍ଟେସନ ଠାରୁ କୋଚ୍(ଡ଼ବା) ଭିତରେ ପରିସ୍କାର-ପରିଚ୍ଛନ୍ନତା ହେଉ  କିମ୍ବା ବାୟୋ-ଡିଗ୍ରେଡେବଲ୍ ଶୈଚାଳୟ, ଖାଦ୍ୟ-ପାନୀୟ ସମ୍ବନ୍ଧୀୟ ବ୍ୟବସ୍ଥାରେ ସୁଧାର କିମ୍ବା ଟିକେଟ୍ ବୁକିଂ ପାଇଁ ଆଧୁନିକ ବ୍ୟବସ୍ଥା, ତେଜସ୍ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ ଅବା ପୁଣି ଭିସ୍ତା-ହୋମ କୋଚ୍ ନିର୍ମାଣ, ଭାରତୀୟ ରେଳବାଇ ଆଧୁନିକ ହେବାରେ ଲାଗିଛି, ଦ୍ରୁତ ଗତିରେ ହେଉଛି ଏବଂ ଭାରତକୁ ଦ୍ରୁତ ଗତିରେ ଆଗକୁ ନେଇ ଯିବା ପାଇଁ ହେଉଛି।

ସାଥୀଗଣ,

ବିଗତ 6 ବର୍ଷ ମଧ୍ୟରେ ରେଳ ଲାଇନ, ରେଳ ଲାଇନର ସମ୍ପ୍ରସାରଣ ଏବଂ ବିଦ୍ୟୁତକରଣ ପାଇଁ ଯେତେ ନିବେଶ କରାଯାଇଛି, ପୂର୍ବରୁ କେବେ ଏଭଳି କରାଯାଇ ନାହିଁ । ରେଳ ନେଟୱର୍କ ଉପରେ ଧ୍ୟାନ ଦେବାରୁ  ଭାରତୀୟ ରେଳର ଗତି ମଧ୍ୟ ବୃଦ୍ଧି ପାଇଛି ଏବଂ ଏହାର ପରିସର ମଧ୍ୟ ବୃଦ୍ଧି ପାଇଛି । ସେଦିନ ଆଉ ଦୂର ନୁହେଁ ଯେତେବେଳେ ଉତ୍ତର ପୂର୍ବାଞ୍ଚଳର ପ୍ରତ୍ୟେକ ରାଜ୍ୟ ରାଜଧାନୀକୁ ରେଳ ସଂଯୋଗ ହେବ । ଆଜି ଭାରତରେ ସେମି ହାଇ ସ୍ପିଡ୍ ଟ୍ରେନ୍ ଚାଲୁଛି। ହାଇ ସ୍ପିଡ୍ ଟ୍ରେନ୍ ପାଇଁ ଟ୍ରାକ୍ ବିଛାଇବା ଠାରୁ ଆରମ୍ଭ କରି ଉନ୍ନତ ଟେକ୍ନୋଲୋଜି ପର୍ୟ୍ୟନ୍ତ ସବୁକିଛି ପାଇଁ ଭାରତରେ ହିଁ କାର୍ଯ୍ୟ କରାଯାଉଛି । ଭାରତୀୟ ରେଳବାଇ ଆଜି ମେକ୍ ଇନ୍ ଇଣ୍ଡିଆରୁ ନେଇ ସର୍ବୋତ୍ତମ ଇଞ୍ଜିନିୟରିଂ ପାଇଁ ଏକ ଉଦାହରଣ ପାଲଟିଛି । ମୋର ବିଶ୍ୱାସ ଯେ ରେଳବାଇର ଏହି ଗତି ଭାରତର ପ୍ରଗତିକୁ ନୂତନ ଶିଖରକୁ ନେବା ଜାରି ରଖିବ । ଭାରତୀୟ ରେଳବାଇକୁ ଏହିପରି ଭାବରେ ଦେଶର ସେବା କରୁଥାଉ, ଏଥିପାଇଁ ମୋର ଅନେକ ଅନେକ ଶୁଭକାମନା । କରୋନା ସମୟରେ  ରେଳବାଇର ସାଥୀମାନେ ଯେଭଳି କାମ କଲେ, ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇଲେ, ଆପଣମାନକୁ ଅନେକ ଅନେକ ଆଶୀର୍ବାଦ ମିଳିଛି । ରେଳବାଇର ପ୍ରତ୍ୟେକ କର୍ମଚାରୀଙ୍କ ପ୍ରତି ଦେଶର ଲୋକମାନଙ୍କର ଦିନକୁ ଦିନ ସ୍ନେହ ଏବଂ ଆଶୀର୍ବାଦ ବଢୁ, ଏହା ହେଉଛି ମୋର କାମନା।

ପୁଣି ଥରେ ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର ପାଇଁ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି।

ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.