4Ps are essential for making the world clean - Political Leadership, Public Funding, Partnerships & People’s Participation: PM Modi
#SwachhBharat While fighting for freedom, Gandhi ji once said that out of freedom and cleanliness, he would give greater priority to cleanliness, says PM Modi
For the #SwacchBharat Mission, I derive inspiration from respected Bapu and followed his guidelines while initiating the movement: PM Modi
Today, I am proud that our nation of 125 crore people is following the footsteps of Gandhi ji, and have turned #SwacchBharat Mission into a success story: PM
So many countries coming together for a cleanliness campaign is an unheard of event, says PM Modi at MGISC #Gandhi150

ମିଳିତ ଜାତିସଂଘର ମହାମହୀମ ମହାସଚିବ ଆଣ୍ଟୋନିଓ ଗୁଟେରସ, ସ୍ୱଚ୍ଛତା ସଂକଳ୍ପରେ ସହଯୋଗ କରି ଏଠାରେ ଉପସ୍ଥିତ ଥିବା ବିଭିନ୍ନ ରାଷ୍ଟ୍ରର ମାନନୀୟ ମନ୍ତ୍ରୀଗଣ, ମନ୍ତ୍ରୀ ପରିଷଦର ସହଯୋଗୀ ସୁଷମା ସ୍ୱରାଜ ଜୀ, ହରଦୀପ ପୁରୀ ଜୀ, ରମେଶ ଜୀ, ଦେଶ ବିଦେଶରୁ ଆସିଥିବା ବିଶିଷ୍ଟ ଅତିଥିବୃନ୍ଦ,ଭାଇ ଓ ଭଉଣୀମାନେ ।

ଭାରତରେ, ପୂଜ୍ୟ ବାପୁଙ୍କ ଏଇ ପବିତ୍ର ଭୂମିକୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଅନେକ ଅନେକ ସ୍ୱାଗତ ଜଣାଉଛି । 125 କୋଟି ଭାରତୀୟଙ୍କ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର ଜଣାଉଛି । ସ୍ୱଚ୍ଛତା ଭଳି ମହତ୍ତ୍ୱପୂର୍ଣ୍ଣ ବିଷୟରେ ଆପଣମାନଙ୍କ ପ୍ରତିବଦ୍ଧତା ଏବଂ ସେହି ପ୍ରତିବଦ୍ଧତାକୁ ଏକ ସାମୂହିକତାର ସହ ମାନବ ସମାଜ ନିକଟରେ ଉପସ୍ଥାପନ କରିବା, ସେମାନଙ୍କୁ ପ୍ରେରିତ କରିବା ଏବଂ ସେଥିପାଇଁ ଆପଣମାନେ ସମସ୍ତେ ବିଶ୍ୱ ନେତୃବର୍ଗ, ପରିମଳ ଏବଂ ପୋଷଣୀୟ ବିକାଶ ସହ ଯୋଡ଼ି ହୋଇ ରହିଥିବା ବିଶ୍ୱର ମହାନ ହସ୍ତୀଗଣଙ୍କ ଗହଣରେ ଆଜି ଉପସ୍ଥିତ ହେବା ମୋ ପାଇଁ ଏକ ପରମ ସୌଭାଗ୍ୟର ମୁହୂର୍ତ୍ତ ଏବଂ ଅବସର । ମହାତ୍ମା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ପରିମଳ ସମ୍ମିଳନୀରେ ଭାଗ ନେବାପାଇଁ ଏବଂ ନିଜ ଦେଶର ଅନୁଭବକୁ ଉଜ୍ଜୀବିତ କରିବା ଲାଗି ଏବଂ ଏକ ପ୍ରକାର ଏହି ସମ୍ମିଳନୀକୁ ନିଜ ଅନୁଭବରେ, ନିଜ ବିଚାରରେ, ନିଜର ପରିକଳ୍ପନାରେ ସମୃଦ୍ଧ କରିବା ସକାଶେ ଏଠାରେ ବହୁସଂଖ୍ୟାରେ ଉପସ୍ଥିତ ହୋଇଥିବାରେ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ କୃତଜ୍ଞ ।

ଆଜି ସମଗ୍ର ବିଶ୍ୱ ଯେତେବେଳେ ଅନେକ ଆହ୍ଵାନ ମଧ୍ୟଦେଇ ଗତିକରୁଛି, ସେତେବେଳେ ମାନବତା ସହ ଯୋଡ଼ିହୋଇ ରହିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏତେ ଦେଶକୁ ଏକତ୍ରିତ କରିବା, ଏବଂ ତାହା ଉପରେ ମାର୍ମିକ ବିଚାର କରିବା ମଧ୍ୟ ଏକ ଅଭୂତପୂର୍ବ ଘଟଣା ବୋଲି କୁହାଯାଇପାରେ ।

ମୋର ବିଶ୍ୱାସ ଯେ  ଆଜିର ଏହି ଆୟୋଜନ ବିଶ୍ୱ ପରିମଳ ଦିଗରେ ଆପଣମାନେ ସମସ୍ତେ ଯେତିକି ସମୟ ଦେଇଛନ୍ତି, ଆପଣମାନେ ଏଠାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି, ଏହି ଅବସର ଆଗାମୀ ଦିନରେ ମାନବ କଲ୍ୟାଣ ଦିଗରେ କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଏକ ମାଇଲଖୁଣ୍ଟ ସଦୃଶ୍ୟ ପରିକଳ୍ପିତ ହେବାକୁ ଯାଉଛି ।

ବନ୍ଧୁଗଣ, ଆଜି ହିଁ ଆମେମାନେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବର୍ଷ ପାଳନ କରିବା ଅବସରରେ,ଏବଂ 150ତମ ବର୍ଷ ପୂର୍ତ୍ତି ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ପାଳନ ହେଉଥିବା ପରିପ୍ରେକ୍ଷୀରେଆମେମାନେ ଏକ ପଦକ୍ଷେପ ନେଇଛୁ । ପୂଜ୍ୟ ବାପୁଙ୍କୁ ଆପଣମାନଙ୍କ ସମସ୍ତଙ୍କ ତରଫରୁ ଆଦରପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରୁଛି । ଏବଂ ମୁଁ ସ୍ପଷ୍ଟ ଦେଖିପାରୁଛି ଯେ ପୂଜ୍ୟ ବାପୁଙ୍କ ସ୍ୱପ୍ନ ସ୍ୱଚ୍ଛତା ଲାଗି ସଂକଳ୍ପିତ ଥିଲା । ଏବଂ  ଆଜି ସ୍ୱଚ୍ଛତା ସହ ଯୋଡ଼ିହୋଇଥିବା ଭିନ୍ନ ଭିନ୍ନ ଅନୁଭବଗୁଡ଼ିକୁ ମୋତେ ସତ୍କାର କରିବାର ସୁଯୋଗ ମିଳିଛି । ତେଣୁ ଏକପ୍ରକାର ଶ୍ରଦ୍ଧାଞ୍ଜଳି ଜ୍ଞାପନର ସହ କାର୍ଯ୍ୟାଞ୍ଜଳି ଦେବାର ସୌଭାଗ୍ୟ ବି ଆମକୁ ପ୍ରାପ୍ତ ହୋଇଛି ।

ଆପଣମାନେ ସମସ୍ତେ ବାପୁଙ୍କ ଆଶ୍ରମରେ ଗୋଟିଏ ଦିନ ବିତାଇଛନ୍ତି । ସାବରମତୀ ତଟରେ,ଯେଉଁଠି ପୂଜ୍ୟ ବାପୁ ଦେଶର ସ୍ୱାଧୀନତା ଲାଗି ସଂଗ୍ରାମ କରିବା ସକାଶେ ସମସ୍ତଙ୍କୁ ପ୍ରସ୍ତୁତ କରିଥିଲେ । ସେଠାକାର ପରିବେଶ, ସେଠାକାର ଜୀବନ ଆପଣମାନେ ଅତି ନିକଟରୁ ଦେଖିଛନ୍ତି । ମୋର ବିଶ୍ୱାସ ଯେ ଆପଣମାନେ ବାପୁଙ୍କ ବିଚାର ଯାହାକି ସ୍ୱଚ୍ଛତା ସଂପର୍କରେ ଉଦ୍ଦିଷ୍ଟ ଥିଲା ଏବଂ ସେହି ଅଭିଯାନ ସହ ସଂପୃକ୍ତ ଲୋକମାନଙ୍କ ସକାଶେ ନୂତନ ଆଲୋକ, ନୂତନ ଚେତନା, ନୂତନ ପ୍ରେରଣାର ନିଶ୍ଚିତ ଭାବେ ଏକ ଅବସର ହୋଇଥିବ । ଏବଂ ଏହା ବି ବହୁତ ସାର୍ଥକର କଥା ଯେ ଆଜି ଆମେ ମହାତ୍ମା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ପରିମଳ ସମ୍ମିଳନୀର ଏହି ସମାରୋହର ସମାପନ ଅବସରରେ ଏକତ୍ରିତ ହୋଇଛେ ।

କିଛି ଦିନ ପୂର୍ବେ ମୋତେ କେତେକ ସ୍ୱଚ୍ଛାଗ୍ରହୀଙ୍କୁ ସମ୍ମାନ ଓ ପୁରସ୍କାର ଦେବାର ଅବସର ମିଳିଥିଲା । ମୁଁ ସେହି ପୁରସ୍କାର ବିଜେତାଙ୍କୁ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି । ପୂଜ୍ୟ ଆମ୍ମାଙ୍କୁ ବିଶେଷ ଭାବେ ପ୍ରଣାମ କରୁଛି । କାରଣ ଯେବେଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି, ପୂଜ୍ୟ ଆମ୍ମା ଏଥିରେ ସକ୍ରିୟ ଭାବେ ଏକ ପ୍ରକାର ଏହି ସଂପୂର୍ଣ୍ଣ ଅଭିଯାନକୁ ନିଜ କାନ୍ଧ ଉପରକୁ ନେଇ ଯାଇଛନ୍ତି । ସେମିତିତ ଅସଂଖ୍ୟ ଲୋକ ଏପରି ମହାପୁରୁଷମାନଙ୍କୁ, ମହାମାନବଙ୍କୁ , ମନୀଷୀମାନଙ୍କ ଜୀବନରୁ ପ୍ରେରଣା ପାଇ ଆଜି ଏହି ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି । ଏହାକୁ ଏକ ମହାଶକ୍ତିରେ ପରିଣତ କରିଛନ୍ତି । ମୁଁ ସେମାନଙ୍କୁ ସମସ୍ତଙ୍କୁ ଆଜି ଏହି ମଞ୍ଚ ଉପରୁ ପ୍ରଣାମ କରୁଛି ।

ସାଥୀଗଣ, ସ୍ୱାଧୀନତା ଆନ୍ଦୋଳନରେ ସଂଗ୍ରାମରତ ଥିବାବେଳେ  ଗାନ୍ଧୀଜୀ ଥରେ କହିଥିଲେ ଯେ ସ୍ୱତନ୍ତ୍ରତା ଏବଂ ସ୍ୱଚ୍ଛତା ଭିତରୁ କେଉଁଟିକୁ ସେ ଅଗ୍ରପ୍ରାଧାନ୍ୟ ଦିଅନ୍ତି ବୋଲି ଯଦି କେହି ତାଙ୍କୁ ପଚାରେ ତେବେ ସେ ସ୍ୱଚ୍ଛତାକୁ ଏହି ମାନ୍ୟତା ଦିଅନ୍ତି ବୋଲି କହିବେ । ଗାନ୍ଧୀଜୀ, ଯିଏ ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନକୁ ସମ୍ପୁର୍ଣ୍ଣ ରୂପେ ଉତ୍ସର୍ଗ କରିଦେଇଥିଲେ, ସେହି ବ୍ୟକ୍ତି ସ୍ୱାଧୀନତା ଓ ସ୍ୱଚ୍ଛତା ମଧ୍ୟରୁ ସ୍ୱଚ୍ଛତାକୁ ଅଗ୍ରପ୍ରାଧାନ୍ୟ ଦେବାକୁ ସଂପଳ୍ପ କରିବା ବାସ୍ତବତା ଦୃଷ୍ଟିରୁ ଯଥାର୍ଥ ।

ଗାନ୍ଧୀଜୀ 1945 ମସିହାରେ ନିଜର ଏ ସଂକ୍ରାନ୍ତ ବିଚାରକୁ ଶବ୍ଦବଦ୍ଧ କରିଥିଲେ । ସେ ଲେଖିଥିଲେ ଏବଂ ସେହି ପ୍ରକାଶିତ ଲେଖରେ ସେ ଗଠନମୂଳକ କାର୍ଯ୍ୟକ୍ରମ ରୂପରେ ତାହାକୁ ପ୍ରସ୍ତୁତ କରିଥିଲେ । ମୁଁ ଯେଉଁ ଜରୁରୀ ପ୍ରସଙ୍ଗରେ ସୂଚନା ଦେଇଥିଲି, ସେଥିରେ ମହାତ୍ମା ଗାନ୍ଧୀଙ୍କ ସେହି ଦସ୍ତାବିଜରେ ଗ୍ରାମୀଣ ସ୍ୱଚ୍ଛତାକୁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଗ୍ରହଣ କରାଯାଇଥିଲା ।

ପ୍ରଶ୍ନ ଏହି ଯେ ଗାନ୍ଧୀଜୀ ସ୍ୱଚ୍ଛତା ଉପରେ ବାରମ୍ବାର ଏଭଳି ଗୁରୁତ୍ୱ ଆରୋପ କରିବାର କାରଣ କ’ଣ?ଏହାର କାରଣ କ’ଣ ଏଇଆ ଯେ ଆବର୍ଜନା ଯୋଗୁ ବେମାରୀ ବ୍ୟାପିଥାଏ? ମୋ ଆତ୍ମା କହୁଛି , ନା । ଏହାର ଏପରି ସୀମିତ ଉଦ୍ଦେଶ୍ୟ କଦାଚିତ ହୋଇନଥିବ ।

ବନ୍ଧୁଗଣ, ଯଦି ଆପଣମାନେ ସମସ୍ତେ ଅତି ସୂକ୍ଷ୍ମ ଭାବେ କଥାଟିକୁ ଚିନ୍ତା କରିବେ, ତର୍ଜମା କରିବେ,ତେବେ ଆପଣମାନେ ଜାଣିପାରିବେ ଯେ ଯେତେଦିନ ପର୍ଯ୍ୟନ୍ତ ଆମେ ଅସ୍ୱଚ୍ଛତାକୁ , ଆବର୍ଜନାକୁ ଦୂର ନକରିଛେ, ସେତେଦିନ ପର୍ଯ୍ୟନ୍ତ ସେହି ଅସ୍ୱଚ୍ଛତା ଆମ ଭିତରେ ପରିସ୍ଥତିମାନଙ୍କୁ ସ୍ୱୀକାର କରିବାର ପ୍ରବୃତ୍ତିର କାରଣ ହୋଇ ରହିଥିବ । ସେଭଳି ପ୍ରବୃତ୍ତି କଦାଚିତ ହିତକର ନୁହେଁ । କୌଣସି ଏକ ବସ୍ତୁ ଆବର୍ଜନା ଘେରରେ ରହିଥିବ, କୌଣସି ସ୍ଥାନ ଆବର୍ଜନାମୟ ହୋଇଥିବ ଏବଂ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଯଦି ତାକୁ ବଦଳାଇବାକୁ ଚାହିଁବେ ନାହିଁ ବା ସଫାସୁତରା କରିବାକୁ ପ୍ରୟାସୀ ହେବେନାହିଁ,ତେବେ ସେ ନିଜେ ଧୀରେ ଧୀରେ ସେହି ଆବର୍ଜନାକୁ ସ୍ୱୀକାର କରିବାକୁ ଆରମ୍ଭ କରିବେ ଓ କରିନେବେ ମଧ୍ୟ । କିଛି ସମୟ ପରେ ପରିସ୍ଥିତି ଏଭଳି ହୋଇଯିବ, ମାନସିକ ସ୍ଥିତି ଏପରି ପାଳଟିବ ଯେ ସେଭଳି ଆବର୍ଜନା ଆଉ ତାଙ୍କୁ ଆବର୍ଜନା ବୋଲି ପ୍ରତୀତ ହେବନାହିଁ । ଅର୍ଥାତ, ଏକପ୍ରକାର କହିବାକୁ ଗଲେ, ଅସ୍ୱଚ୍ଛତା ବ୍ୟକ୍ତିର ଚିନ୍ତାକୁ, ଚେତନାକୁ ତାର ବିଚାରଧାରାକୁ କାବୁ କରିଦେବ, ଜଡ ଓସଂକୀର୍ଣ୍ଣ କରିଦେବ ।

ଏବେ କଥାଟିର ଓଲଟା ଭିନ୍ନ ପରିସ୍ଥିତି ପ୍ରତି ଚିନ୍ତା କରାଯାଉ । ଯେତେବେଳେ ବ୍ୟକ୍ତି ସେଭଳି ଆବର୍ଜନାକୁ ସ୍ୱୀକାର କରିବ ନାହିଁ, ତେବେ ତାହାକୁ ସଫା କରିବାକୁ ପ୍ରୟାସ କରିବ । ସେତେବେଳେ ତା’ର ଚେତନା ବି ଚଳମାନ ପାଲଟିଯିବ । ସେଥିରେ ତାର ଏକ ଅଭ୍ୟାସ ଆସିବ ଯେ ଯେକୌଣସି ପରିସ୍ଥିତିକୁ ସେ କଦାପି ସେମିତି ଭାବେ ସ୍ୱୀକାର କରିବନାହିଁ ।

ପୂଜ୍ୟ ବାପୁ ଯେତେବେଳେ ସ୍ୱଚ୍ଛତାକୁ ଆନ୍ଦୋଳନରେ ବଦଳାଇଦେଲେ ସେତେବେଳେ ତାହାର ପଛରେ ଯେଉଁ ମନୋଭାବଟି ଥିଲା, ସେଇ ମନୋଭାବ ବ୍ୟକ୍ତିର ସେଭଳି ମାନସିକତାକୁ ବି ବଦଳାଇ ଦେଇଥିଲା । ଜଡ଼ତାରୁ ଚେତନା ଜାଗରଣ ଆଡ଼କୁ ଅଗ୍ରସର ହେବା ଏବଂ ସେହି ଚେତନା ଜଡ଼ତାକୁ ନିଃଶେଷ କରିବା ଲାଗି ଜାଗିଉଠିବ । ଏହାହିଁ ତ ତାର ପ୍ରୟାସ ହେବ । ଯେତେବେଳେ ଆମ ଭାରତୀୟଙ୍କ ମନରେ ଏହି ଚେତନା ଜାଗ୍ରତ ହେଲା ସେତେବେଳେ ସ୍ୱତନ୍ତ୍ରତା ଆନ୍ଦୋଳନରେ ଆମେ ଏକ ବିଶେଷ ପ୍ରଭାବ ଉଦ୍ରେକ ହୋଇଥିଲା ଏବଂ ସେଥିରେ ଦେଶ ସ୍ୱାଧୀନ ହୋଇଥିଲା ।

ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ, ବିଶ୍ୱ ସମ୍ମୁଖରେ ସ୍ୱୀକାର କରୁଛି ଯେ ଯଦି ଆମେ ଭାରତବାସୀ ଏବଂ ମୋ ଭଳି ଅନେକ ଲୋକ ପୂଜ୍ୟ ବାପୁଙ୍କ ବିଚାର ସହ ପରିଚିତ ନହୋଇ, ତାଙ୍କର ଦର୍ଶନକୁ ଜାଣିବା ଓ ବୁଝିବା ଲାଗି ଜଣେ ବିଦ୍ୟାର୍ଥୀ ଭଳି ପ୍ରୟାସୀ ହୋଇନଥାନ୍ତେ, ସେ କହିଥିବା ଉପଦେଶକୁ ବିଶ୍ୱକୁ ଦେବାଲାଗି ଚେଷ୍ଟା କରିନଥାନ୍ତେ, ତାହାକୁ ବୁଝିନଥାନ୍ତେ, ତା’ହେଲେ ସମ୍ଭବତଃ କୌଣସି ସରକାରଙ୍କ ସକାଶେ ଏହି କାର୍ଯ୍ୟକ୍ରମ କଦାପି ପ୍ରାଥମିକତା ହୋଇପାରି ନଥାନ୍ତା ।

ଆଜି ଏହା ଏଇଥିପାଇଁ ପ୍ରାଥମିକତାରେ ପରିଣତ ହୋଇଛିଯେ ଆମେ ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲା ମଞ୍ଚ ଉପରୁ ଏହାକୁ ସାକାର କରିବା ଲାଗି ମନସ୍ଥ କରିଥିଲୁ କାରଣ ଗାନ୍ଧୀଜୀଙ୍କ ବିଚାର,ଆଦର୍ଶ ମନ ଉପରେ ବିଶେଷ ପ୍ରଭାବ ପକାଇଥିଲା । ଏବଂ ଏହାହିଁ କାରଣ ଯେଉଁମାନେ ଆଜି ଏହି କାର୍ଯ୍ୟ ସକାଶେ ବିନା କୌଣସି ପ୍ରତୀକ୍ଷା ରଖି କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଆସୁଛି, ଯୋଡ଼ି ଆସୁଛି, ତା’ର ପ୍ରାସଙ୍ଗିକତା ଓ ଗୁରୁତ୍ୱ ରହିଛି ।

ମୁଁ ଆଜି ଗର୍ବ ଅନୁଭବ କରୁଛି ଯେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହୋଇ 125 କୋଟି ଭାରତବାସୀ ସ୍ୱଚ୍ଛ ଭାରତ ଅଭିଯାନକୁ ବିଶ୍ୱର ସର୍ବବୃହତ୍‌ ଜନ ଆନ୍ଦୋଳନରେ ପରିଣତ କରିପାରିଛନ୍ତି । ଏହାହିଁ ଜନଭାବନାର ପରିଣାମ ଯେ 2014 ପୂର୍ବରୁ ଗ୍ରାମୀଣ ସ୍ୱଚ୍ଛତାକୁ ଯେଉଁ ସଫଳତା ମାତ୍ର ହାରାହାରି 38 ପ୍ରତିଶତ ମିଳିଥିଲା ଆଜି ତାହା 94 ପ୍ରତିଶତ ହୋଇସାରିଛି । ମାତ୍ର ଚାରିବର୍ଷ ଭିତରେ 38 ପ୍ରତିଶତରୁ 94 ପ୍ରତିଶତରେ ପହଞ୍ଚିବା, ଏହା ସାଧାରଣ ଜନତାଙ୍କ ଦାୟିତ୍ୱ ସଂପାଦନର ସବୁଠାରୁ ବଡ଼ ଉଦାହରଣ ବୋଲି ନିର୍ବିବାଦରେ କୁହାଯାଇପାରେ ।

ଭାରତକୁ ଖୋଲା ଶୌଚମୁକ୍ତ ଗ୍ରାମ ସଂଖ୍ୟା ଆଜି 5 ଲକ୍ଷକୁ ଟପି ସାରିଛି । ଦେଶର 25ଟି ରାଜ୍ୟ ନିଜକୁ ଖୋଲା ଶୌଚମୁକ୍ତ ରାଜ୍ୟ ଘୋଷଣା କରିସାରିଛନ୍ତି ।

ବନ୍ଧୁଗଣ, ଆଜକୁ ଚାରିବର୍ଷ ପୂର୍ବେ ଖୋଲାରେ ଶୌଚକାର୍ଯ୍ୟ କରୁଥିବା ବିଶ୍ୱର ମୋଟ ଜନସଂଖ୍ୟାର 60 ପ୍ରତିଶତ କେବଳ ଥିଲେ ଭାରତୀୟ । ଏହା ଏବେ ହ୍ରାସ ପାଇ 20 ପ୍ରତିଶତରୁ ନିମ୍ନରେ ପହଞ୍ଚôଛି । ଅର୍ଥାତ୍‌, ଆମର ଏଭଳି ପ୍ରୟାସ ବିଶ୍ୱ ମାନଚିତ୍ରରେ ଏକ ନୂତନ ଉତ୍ସାହ, ନୂତନ ଆଶା ଭରିଦେଇଛି । ଏବଂ ସବୁଠାରୁ ବଡ଼ କଥାଟି ହେଲା ଯେ ଏହି ଚାରି ବର୍ଷରେ କେବଳ ଶୌଚାଳୟ ନିର୍ମାଣ କରାଯାଇନାହିଁ, ଗ୍ରାମଠାରୁ ସହର ପର୍ଯ୍ୟନ୍ତ, ଖୋଲା ତଳେ ଶୌଚ କାର୍ଯ୍ୟ ନୁହେଁ, ବରଂ 90 ପ୍ରତିଶତରୁ ଅଧିକ ଶୌଚାଳୟକୁ ଲୋକମାନେ ନିୟମିତ ଭାବେ ଉପଯୋଗ କରିଆସୁଛନ୍ତି ।

ସରକାର ମଧ୍ୟ ଏହି କାର୍ଯ୍ୟକୁ ନିରବଚ୍ଛିନ୍ନ ଭାବେ ମନିଟରିଂ କରୁଛନ୍ତି ଯେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନିଜକୁ ଖୋଲା ଶୌଚମୁକ୍ତ ଘୋଷଣ କରିବା ସକାଶେ ତତ୍ପର । ସେମାନେ କିଭଳି ପୁଣି ଥରେ ସେଇ ପୁରୁଣା ଅଭ୍ୟାସ ଆଡ଼କୁ ଫେରି ନଯାଆନ୍ତି ତାହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଏଥିପାଇଁ ଯେଉଁ ଆଚରଣଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ଏବଂ ତାହା ସବୁଠାରୁ ବଡ଼ କାର୍ଯ୍ୟ,ତାହା ଉପରେ ଆମେ ଲଗାତାର ଭାବେ ଗୁରୁତ୍ୱ ଆରୋପ କରିଚାଲିଛୁ ।  ତାହା ଉପରେ ଆମେ ନିବେଶ କରିଚାଲିଛୁ ।

ବନ୍ଧୁଗଣ, ଯେତେବେଳେ ଆମେ ଏହି ଅଭିଯାନ ଆରମ୍ଭ କରିଥିଲୁ, ସେତେବେଳେ ବି ଏପରି ପ୍ରଶ୍ନ ଉଠିଥିଲା ଯେ ଏଥିପାଇଁ ଢ଼େର୍‌ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । କିନ୍ତୁ ଅର୍ଥ ଅପେକ୍ଷା ଭାରତ ସରକାର ଏହି ସାମାଜିକ ପରିବର୍ତ୍ତନ ଉପରେ ପ୍ରାଥମିକତା ଆରୋପ କରିଥିଲେ । ଏହାର ମହତ୍ତ୍ୱକୁ ବଳ ଦେଇଥିଲେ ଏବଂ ଯେତେବେଳେ ମନରେ ପରିବର୍ତ୍ତନର ଭାବନା ଆସିବ ସେତେବେଳେ ବାସ୍ତବରେ ଆଉ ପରିବର୍ତ୍ତନ ସକାଶେ ସରକାରଙ୍କ ଆବଶ୍ୟକତା ରହିବ ନାହିଁ । ଲୋକମାନେ ନିଜେ ନିଜେ ଏ ଦିଗରେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଥାନ୍ତି ।

ଆଜି ଯେତେବେଳେ ମୁଁ ଶୁଣିବାକୁ ପାଉଛି , ଦେଖିବାକୁ ପାଉଛି ଯେ ସ୍ୱଚ୍ଛ ଭାରତ ଅଭିଯାନରେ ଭାରତର ଜନସାଧାରଣଙ୍କ ମନରେ ପରିବର୍ତ୍ତନ ଆସିଛି, ତାହା ମୋତେ ଅଶେଷ ଆନନ୍ଦ ପ୍ରଦାନ କରୁଛି । କେମିତି ଭାବେ ଦେଶର ଗାଁ ଗାଁରେ ଲୋକମାନଙ୍କୁ ହେଉଥିବା ବେମାରୀରେ ହ୍ରାସ ଘଟିଛି । ଚିକିତ୍ସା ଖର୍ଚ୍ଚରେ କମି ଆସିଛି । ଏବଂ ଯେତେବେଳେ ଏଭଳି ଖବର ମିଳେ ସେତେବେଳେ ମନକୁ ଅଶେଷ ସନ୍ତୋଷ ମିଳିଥାଏ ।

ମିଳିତ ଜାତିସଂଘ ସହ ସଂଶ୍ଳିଷ୍ଟ ଭିନ୍ନ ଭିନ୍ନ ସଂଗଠନମାନେ ସେମାନଙ୍କର ଅଧ୍ୟୟନ କରିଛନ୍ତି । ସେମାନଙ୍କ ଅଧ୍ୟୟନରୁ ଏହି ଅଭିଯାନର ନୂଆ ନୂଆ ଦିଗ ଦୁନିଆ ଆଗରେ ସେମାନେ ପ୍ରକଟ କରିଛନ୍ତି ।

ଭାଇ ଓ ଭଉଣୀମାନେ, କୋଟି କୋଟି ଭାରତବାସୀ ଏହି ଆନ୍ଦୋଳନକୁ ଆଶା ଓ ପରିବର୍ତ୍ତନର ପ୍ରତୀକ ବନେଇ ଦେଇଛନ୍ତି । ସ୍ୱଚ୍ଛତା ଭାରତ ଅଭିଯାନ ଆଜି ବିଶ୍ୱର ସବୁଠାରୁ ବଡ଼ ଓ ପୁନଃପୌନିକପ୍ରଭାବସିଦ୍ଧ ହେବାକୁ ଯାଉଛି ।

ବନ୍ଧୁଗଣ, ଆଜି ଏକଥା ଦେଖି ଗର୍ବ ଲାଗୁଛି ଯେ ସ୍ୱଚ୍ଛତା ଭାରତ ଅଭିଯାନ ମିଶନ କାରଣରୁ ଭାରତ ସ୍ୱଚ୍ଛତା ପ୍ରତି, ନିଜର ପୁରାତନ ଆଗ୍ରହ ପ୍ରତି ପୁଣି ଥରେ ଜାଗ୍ରତ ହୋଇଛି । ସ୍ୱଚ୍ଛତାର ଏହି ସଂସ୍କାର ଆମର ପ୍ରାଚୀନ ପରମ୍ପରା, ସଂସ୍କୃତି ଏବଂ ଚିନ୍ତନରେ ନିହିତ ରହିଛି । ବିକୃତି ପଛରେ ଆମକୁ ଆଚ୍ଛନ୍ନ କରିଥିଲା । ମାନବ ଜୀବନରେ ବଞ୍ଚିବାର ଉଚିତ ପଦ୍ଧତିର ବର୍ଣ୍ଣନା କଲାବେଳେ ଅଷ୍ଟାଙ୍ଗ ଯୋଗ ସଂପର୍କରେ ସୂଚନା ଦେଇ ମହର୍ଷି ପତଂଜଳି କହିଥିଲେ-

ଶୌଚ ସନ୍ତୋଷ ତପଃ ସ୍ୱାଧ୍ୟାୟ ଈଶ୍ୱର ପ୍ରଣିଧାନ ନିୟମଃ

ଅର୍ଥାତ, ସମୃଦ୍ଧ ଜୀବନ ବଞ୍ଚିବା ସକାଶେ ଯେଉଁ ପାଞ୍ଚ ନିୟମ ଆବଶ୍ୟକ  ସେଥିରେ ବ୍ୟକ୍ତିଗତ ସଫାସୁତୁରା, ସନ୍ତୋଷ, ତପସ୍ୟା, ସ୍ୱାଧ୍ୟାୟନ ଏବଂ ଈଶ୍ୱର ଚେତନା ଲୋଡ଼ା । ସେଥି ମଧ୍ୟରୁ ବି, ଏଇ ପାଞ୍ଚଟିରୁ ବି ସବୁଠାରୁ ପ୍ରଥମ ନିୟମ ହେଲା ସ୍ୱଚ୍ଛତା । ମହର୍ଷି ପତଞ୍ଜଳି ମଧ୍ୟ ଏହା ସପକ୍ଷରେ ଓକିଲାତି କରିଥିଲେ । ଈଶ୍ୱରୀୟ ଚେତନା ଏବଂ ତପସ୍ୟା ବି ସ୍ୱଚ୍ଛତା ପରେ ହିଁ ସମ୍ଭବ ହୋଇଥାଏ । ସଫା ସୁତୁରାର ଏହି ସଦଗୁଣ ଭାରତୀୟ ଜନଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ପ୍ରାଚୀନ କାଳରୁ ରହି ଆସିଛି ।

ଆଜି ଯେତେବେଳେ ମୁଁ ଏହି ହଲ୍‌ ଭିତରକୁ ଆସୁଥିଲି, ସେତେବେଳେ ମହାନୁଭବ ଆଣ୍ଟୋନିଓ ଗୁଟେରେସ ମହୋଦୟଙ୍କ ସହ ମୋତେ ଏକ ପ୍ରଦର୍ଶନୀ ସ୍ଥଳ ବୁଲି ଦେଖିବାର ସୁଯୋଗ ମିଳିଥିଲା ।  ଏବଂ ସେଥିରେ ଦେଖାଯାଇଛି ଯେ କିଭଳି ଭାବେ ସିନ୍ଧୁ  ସଭ୍ୟତା ସମୟରେ ଶୌଚାଗାରମାନ ନିର୍ମିତ ହୋଇଥିଲା ଏବଂ ବର୍ଜ୍ୟଜଳ ନିଷ୍କାସନର କିପରି ସୁବ୍ୟବସ୍ଥା ସେଠାରେ ଥିଲା ।

ବନ୍ଧୁଗଣ, ମହାନୁଭବ ଆଣ୍ଟୋନିଓ ଗୁଟେରେସଙ୍କ ନେତୃତ୍ୱରେ ମିଳିତ ଜାତିସଂଘ ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗକୁ ବଢ଼ିବାରେ ଲାଗିଛି । ଏହି ଲକ୍ଷ୍ୟ ସାଧନ ସକାଶେ 2030 ମସିହା ସୁଦ୍ଧା ବିଶ୍ୱରେ ସ୍ୱଚ୍ଛତା, ଖୋଲା ଶୌଚମୁକ୍ତି, ସ୍ୱଚ୍ଛ ଶକ୍ତି ଭଳି ସତରଟି ଲକ୍ଷ୍ୟ ହାସଲ କରିବା ସକାଶେ ଚିନ୍ତା କରାଯାଇଛି । ଏହା ହାସଲ କରିବା ଲାଗି ସଂକଳ୍ପ ନିଆଯାଇଛି ।

ମହାସଚିବ ମହୋଦୟ, ମୁଁ ଆଜି ଆପଣଙ୍କ ଆଶ୍ୱାସନା ଦେବାକୁ ଚାହେଁ ଯେ ଭାରତ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଆମେ ଆମର ଏହି ପ୍ରୟାସକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗକୁ ବଢ଼ାଇ ପାରିବୁ । ସମୃଦ୍ଧ ଦର୍ଶନ, ପୁରାତନ ପ୍ରେରଣା, ଆଧୁନିକ ଉପାୟ ଏବଂ ପ୍ରଭାବୀ କାର୍ଯ୍ୟକ୍ରମର ସହାୟତାରେ ଜନ ଭାଗୀଦାରୀ ମାଧ୍ୟମରେ ଆଜି ଭାରତ ପୋଷଣୀୟ ବିକାଲ ଲକ୍ଷ୍ୟ ହାସଲ ଦିଗରେ ଦ୍ରୁତ ଗତିରେ  ଧାବମାନ ।

ଆମ ସରକାର ପରିମଳ ସହ ପୁଷ୍ଟି ଉପରେ ସମାନ ଭାବେ ଗୁରୁତ୍ୱ ଆରୋପ କରୁଛି । ଭାରତରେ ଏବେ କୁପୋଷଣ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ବସୁଧୈବ କୁଟୁମ୍ବକମ୍‌ ଅର୍ଥାତ୍‌ ସାରା ସଂସାର ଗୋଟିଏ ପରିବାର ଚିନ୍ତନରେ ବିଶ୍ୱାସୀ ଆମେ ଏହି କାର୍ଯ୍ୟ ଦିଗରେ ଆଗକୁ ଅଗ୍ରସର ହେଉଛୁ । ଏହି କାର୍ଯ୍ୟ ହାସଲ କରିବା ନିମନ୍ତେ ଆମର ସମର୍ପଣ, ଆଜି ସାରା ସଂସାର ସମ୍ମୁଖରେ, ମାନବ ଜାତି ଆଗରେ ସ୍ପଷ୍ଟ ।

ବନ୍ଧୁଗଣ, ମୁଁ ଏଇ କଥା ଲାଗି ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ଚାରିଦିନର ଏହି ସମ୍ମିଳନୀ ପରେ ଆମେ ସମସ୍ତେ ଏହି ନିଷ୍କର୍ଷରେ ପହଞ୍ଚିଛେ ଯେ ବିଶ୍ୱକୁ  ସ୍ୱଚ୍ଛ କରିବା ନିମନ୍ତେ ଚାରିଟି“ପି”ର ଆବଶ୍ୟକତା ରହିଛି । ଏବଂ ସେହି ଚାରି “ପି” ହେଲା- ପଲିଟିକାଲ ଲିଡ଼ରସିପ୍‌  (ରାଜନୈତିକ ନେତୃତ୍ୱ), ପବ୍ଲିକ୍‌ ଫଣ୍ଡିଂ (ସାର୍ବଜନୀନ ପାଣ୍ଠି ବିନିଯୋଗ), ପାର୍ଟନରସିପ୍‌ (ସହଭାଗୀତା) ଏବଂ ପିପୁଲ୍ସ ପାର୍ଟିସିପେସନ୍‌ (ଜନ ଭାଗୀଦାରୀ) । ଏହା ହେଉଛି ସେହି ମୂଳମନ୍ତ୍ର ଯାହା ଉପରେ ଆମେ ଗୁରୁତ୍ୱ ଆରୋପ କରୁଛୁ । ଦିଲ୍ଲୀ ଘୋଷଣାନାମା ମାଧ୍ୟମରେ ଆପଣମାନେ ସର୍ବବ୍ୟାପୀ ସ୍ୱଚ୍ଛତା ଦିଗରେ ଏହି ଚାରି ମହତ୍ତ୍ୱପୂର୍ଣ୍ଣ ମନ୍ତ୍ରକୁ ମାନ୍ୟତା ପ୍ରଦାନ କରିଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି ।

ଏହି ଅବସରରେ ମୁଁ ସ୍ୱଚ୍ଛ ଭାରତ ଅଭିଯାନକୁ ଆଗକୁ ଆଗେଇ ନେଉଥିବା ବ୍ୟକ୍ତିବିଶେଷଙ୍କୁ, କୋଟି କୋଟି ସ୍ୱେଚ୍ଛାଗ୍ରହୀଙ୍କୁ, ଗଣମାଧ୍ୟମରେ ଥିବା ମୋର ସାଥୀମାନଙ୍କୁ, ଏବଂ ମୁଁ ଏଠାରେ ଗଣମାଧ୍ୟମ କଥା ଏଇଥିପାଇଁ କରୁଛି ଯେ ସ୍ୱଚ୍ଛତା ଅଭିଯାନରେ ଗଣମାଧ୍ୟମ ସଂପର୍କରେ ଲୋକମାନଙ୍କ ମନରେ ଯେଉଁ ଧାରଣା ରହିଛି, ତାହା ବଦଳି ଯାଇଛି । ମୋ ଦେଶ ଗର୍ବର ସହ କହିପାରିବ ଯେ ମୋ ଦେଶର ଗଣମାଧ୍ୟମର ପ୍ରତ୍ୟେକ ଛୋଟ ବଡ଼ ସଂସ୍ଥା ତାହା ଛାପା ଗଣମାଧ୍ୟମ ହୋଇଥାଉ କିମ୍ବା ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମ, ସେମାନେ ସ୍ୱଚ୍ଛତା ସକାଶେ କାର୍ଯ୍ୟରତ ଲୋକମାନଙ୍କ ସଂପର୍କରେ ନିରବଚ୍ଛିନ୍ନ ଭାବେ ଚର୍ଚ୍ଚା କରି ଆସୁଛନ୍ତି । ଉତ୍ତମ ଉପଲବ୍ଧୀ ସଂପର୍କରେ ଚର୍ଚ୍ଚା ଜାରି ରଖିଛନ୍ତି । ଏହାର ବ୍ୟାପକ ପ୍ରଚାର ପ୍ରସାର କରିଛନ୍ତି । ଏବଂ ଏହି ପ୍ରକାର ଖବର ସମାଜରେ ପ୍ରେରଣାର ଏକ ନୂତନ ବାତାବରଣ ସୃଷ୍ଟି କରିଛି । ଏବଂ ସେଥିପାଇଁ ମୁଁ ଗଣମାଧ୍ୟମକୁ ଏବଂ ଏହାର ସକ୍ରିୟ ଯୋଗଦାନକୁ ଆଗ୍ରହ ସହକାରେ ମୋର କୃତଜ୍ଞତା ଜ୍ଞାପନ କରିବାକୁ ଚାହେଁ ।

ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ, ଭାଗୀଦାରୀରେ , ଏହା ହୁଏତ ଏକ କଠିନ କାର୍ଯ୍ୟ ବୋଲି ପ୍ରତୀତ ହୁଏ, କିନ୍ତୁ କେବଳ କଠିନ ବୋଲି ଦେଖା ଯାଉଥିବା କାମର ଲକ୍ଷ୍ୟ ହାସଲ କରିବା ଦିଗରେ ଏବେ ଦେଶ ଆଗକୁ ଅଗ୍ରସର ହେଉଛି । ଏବେ ସୁଦ୍ଧା ଆମର ଅନେକ କାର୍ଯ୍ୟ ବାକି ଅଛି । ଆମେମାନେ ଏଠାରେ କେବଳ ଖୁସି ମନାଇବା ଲାଗି ଏକଜୁଟ ହୋଇନାହେଁ । ଆମେମାନେ ଏଇଥିପାଇଁ ଏକତ୍ରିତ ହୋଇଛେ ଯେ ଏବେ ଯାହାକିଛି ହାସଲ କରିବା ଲାଗି ବାକି ଅଛି, ସେସବୁକୁ ଆହୁରି କ୍ଷିପ୍ରତାର ସହ ସାକର କରିବା ଲାଗି ପ୍ରେରଣା ମିଳିପାରିବ ।

ଆମେମାନଙ୍କୁ ଆଗକୁ ବଢ଼ିବାର ଅଛି ଏବଂ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କର 150ତମ ଜନ୍ମ ଦିବସରେ ସ୍ୱଚ୍ଛତା ଏବଂ ସ୍ୱସ୍ଥ ଭାରତର ଭବ୍ୟ କାବ୍ୟ କାର୍ଯ୍ୟାଞ୍ଜଳି ଅର୍ପଣ କରିବାର ଅଛି । ମୋର ବିଶ୍ୱାସ, ସଂପୂର୍ଣ୍ଣ ବିଶ୍ୱାସ ଯେ ଆମେ ଭାରତବାସୀ ଏହି ସ୍ୱପ୍ନକୁ ସାକାର କରିବା ହିଁ କରିବା । ଏହି ସଂକଳ୍ପକୁ ସିଦ୍ଧ କରିବା ଲାଗି ଆମମାନଙ୍କୁ ଯାହାକିଛି ଶ୍ରମ ସ୍ୱୀକାର କରିବାକୁ ପଡ଼ିବ ତାହା ଆମେ କରିବାକୁ ପ୍ରସ୍ତୁତ ଅଛୁ । ଯାହାକିଛି ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ ତାହା ଉଠାଇବୁ । ସେଥିପାଇଁ କୌଣସି ଭାରତବାସୀ କେବେସୁଦ୍ଧା ପଶ୍ଚାତପଦ ହେବେନାହିଁ ।

ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ଆପଣମାନେ ସମସ୍ତେ ଏଠାକୁ ଆସିଛନ୍ତି, ଭାରତକୁ ଆପଣମାନଙ୍କୁ ସତ୍କାର କରିବାର ଅବସର ପ୍ରଦାନ କରିଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତ ଅତିଥିଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରୁଛି ।

ଆଜି ଏଠାରେ ଭାରତ ସରକାରଙ୍କ ଡ଼ାକ ବିଭାଗ ପକ୍ଷରୁ ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ପୂଜ୍ୟ ବାପୁଙ୍କ ଏକ ଡାକ ଟିକଟ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅବସର । ମୁଁ ଭାରତର ଡ଼ାକ ବିଭାଗର ସକ୍ରିୟତାକୁ ପ୍ରଶଂସା କରୁଛି । ପୋଷ୍ଟାଲ ଷ୍ଟାମ୍ପ ମଧ୍ୟ ନିଜେ ଏକ ବାର୍ତ୍ତାବହ । ଏହା ଆମକୁ ଇତିହାସ ସହ ଯୋଡ଼ିଥାଏ । ସମାଜର ପରିବର୍ତ୍ତିତ ପ୍ରଭାବକୁ ନିଜ ସାଥିରେ ଯୋଡ଼ିଥାଏ ।

ଆଜି ଏଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଅବସର ମୁଁ ଏଠାରେ ଲକ୍ଷ୍ୟ କରୁଥିଲି- ବୈଷ୍ଣବ ଜନ ତୋ ତେନେ ରେ କହିଏ – ପୂଜ୍ୟ ବାପୁ ବିଶ୍ୱ ମାନବ ଥିଲେ । ଏବଂ ତାଙ୍କ ଲାଗି କୁହାଯାଇଛି ଯେ ଶତାବ୍ଦୀ ଶତାବ୍ଦୀ ପରେ ଯେତେବେଳେ କେହି ଦେଖିବ ଯେ ଏଭଳି ଜଣେ ମଣିଷ ଏ ଧରାରେ ଜନ୍ମ ନେଇଥିଲେ,ସେତେବେଳେ ହୁଏତ ସେ କହିବେ- ନା, ନା, ଏହା କେବଳ କଳ୍ପନା ମାତ୍ର । ଏମିତି ଜଣେ ମହାନ ବ୍ୟକ୍ତି କ’ଣ ସତରେ ହୋଇପାରନ୍ତି? ଏଭଳି ମହାପୁରୁଷ ଥିଲେ ବାପୁ । ଏବଂ ତାଙ୍କର ଯେଉଁ ପ୍ରେରଣା ଥିଲା- ବୈଷ୍ଣବ ଜନ ତୋ ତେନେ କହିଏ- ମନରେ ଗୋଟିଏ ଛୋଟ ଚିନ୍ତା ଆସିଥିଲା ଯେ ବିଶ୍ୱର 150ଟି ରାଷ୍ଟ୍ରରେ, କିଏ 150 ବର୍ଷର ହୋଇଥିବ । ସେଠାକାର ଯେଉଁ ସୁପରିଚିତ ଗୀତକାର, ସଙ୍ଗୀତକାର,ଗାୟକ, ବାଦକ ଯେଉଁ ବି ଲୋକ ଅଛନ୍ତି, ସେମାନେ ମିଶିକରି ବୈଷ୍ଣବ ଜନ- ସେହି ରୂପରେ ପୁଣି ଥରେ ପ୍ରସ୍ତୁତ କରନ୍ତୁ ।

ମୁଁ ସୁଷମାଜୀଙ୍କୁ ଏଇ କଥା କହିଥିଲି । କିନ୍ତୁ ସୁଷମା ଜୀ ଏବଂ ତାଙ୍କର ପୁରା ଟିମ୍‌ ଯେଉଁ ନିଷ୍ଠାର ସହ ବିଶ୍ୱର ସବୁ ମିଶନରେ ଅବସ୍ଥାପିତ ଥିବା ଆମର ସାଥୀମାନେ ନିଜ ପ୍ରୟାସରେ ତାହାକୁ ସାକାର କଲେ,ଏବଂ ଏହାର ଗୁଣାତ୍ମକ ମାନ ଏପରି ଉକ୍ରୃଷ୍ଟ ଯେ ଯେଉଁ ବିଦେଶୀ ଲୋକମାନେ ଏହି ଗୀତକୁ ଗାଇଥିବେ, ମୁଁ ମାନୁଛି ସମ୍ଭବତଃ ସେମାନେ ଢ଼େର୍‌ ଦିନ ଧରି ଏହାକୁ ଅଭ୍ୟାସ କରିଥିବେ । ଅର୍ଥାତ୍‌ କହିବାକୁ ଗଲେ ସେମାନେ ସମସ୍ତେ ଗାନ୍ଧୀଜୀଙ୍କ ଚିନ୍ତନରେ ସଂପୂର୍ଣ୍ଣ ରୂପେ ମଗ୍ନ ରହିଥିବେ ।

ଆମ ନିକଟକୁ ଏଭଳି ଏକ କ୍ୟାସେଟ ଆସିଛି । କିନ୍ତୁ ମୁଁ  ବିଶ୍ୱାସର ସହ କହିବାକୁ ଚାହେଁ ସେହିସବୁ ଦେଶର କଳା ଜଗତର ଲୋକ ଗାନ୍ଧୀ ଚିନ୍ତନରେ ନିମଗ୍ନ ହୋଇଥିବେ । ସେମାନଙ୍କ ମନରେ ପ୍ରଶ୍ନ ଉଠିଥିବ ଯେ କି କଥା, କିଏ ଏହି ମହାପୁରୁଷ, ସେମାନେ ଏହି ଭଜନର ଅର୍ଥ ବୁଝିବାକୁ ପ୍ରୟାସ କରିଥିବେ । ବୈଷ୍ଣବ  ଭଜନର ବୈଶ୍ୱିକ ରୂପ ପ୍ରଥମ ଥର ପାଇଁ ବିଶ୍ୱ ସାମ୍ନାରେ ଆସିପାରିଛି । ଏବଂ ମୋର ବିଶ୍ୱାସ ଯେ ଏହି ଯେଉଁ ପ୍ରୟାସ ହେଲା, ସେଥିରେ ଦେଢ଼ଶହ ବର୍ଷ ନିମିତ୍ତ, ଏ ସ୍ୱର, ଏ ଦୃଶ୍ୟ,ଏହା ବିଶ୍ୱର ପ୍ରତ୍ୟେକ ଦେଶର ପରିଚୟ ଏବଂ ମୁଁ ମିଳିତ ଜାତିସଂଘର ମହାସଚିବ ମହୋଦୟଙ୍କୁ କହୁଥିଲି ଯେ ଆପଣଙ୍କ ମାତୃଭୂମି, ଆପଣଙ୍କର ନିଜ ରାଷ୍ଟ୍ରର ବଂଶୀବାଦକ ବି ଏଥିରେ ବଂଶୀର ସୁର ଦେଇଛନ୍ତି ।

ବିଶ୍ୱର ବିଭିନ୍ନ ଦେଶର ଲୋକ ନିଜ ନିଜ କଳାକାରମାନଙ୍କୁ ଏଥିରେ ଦେଖିବେ, ଶୁଣିବେ । ସେମାନଙ୍କ ମନରେ ଏକପ୍ରକାର କୌତୁହଳ ଜାଗ୍ରତ ହେବ । ସେମାନେ ଏହାକୁ ବୁଝିବାକୁ ପ୍ରୟାସ କରିବେ । ଆମ ଭାରତୀୟଙ୍କୁ ତ ମାଲୁମ ନାହିଁ ଯେ ବୈଷ୍ଣବ ଭଜନ କେଉଁ ଭାଷାରେ ଲେଖାଯାଇଛି । ଆମ ମନ ଭିତରେ ଏଭଳି ଉତ୍ତର ରହିଯାଇଛି ଯେ ଏହାର ମୂଳ ଭାଷା କାହାକୁ ଜଣାନାହିଁ । ଆମେ କେବଳ ତାକୁ ଗାଇଆସୁଛୁ । କୌଣସି ନା କୌଣସି ଭାଷାରେ ତ ଲେଖା ଯାଇଥିବ । ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ ଗାଇବାକୁ ତ ମିଳିଯାଉଛି । ସେହିଭଳି ଏହା ବିଶ୍ୱବ୍ୟାପୀ, ମାନବ ଜାତିଙ୍କ ହୃଦୟରେ ନିଶ୍ଚିତ ଭାବେ ସ୍ଥାନ ଅଧିକାର କରିଥିବ । ଏହା ମୋର ପୂର୍ଣ୍ଣ ବିଶ୍ୱାସ । ମୁଁ ପୁଣି ଥରେ ସୁଷମାଜୀଙ୍କ ଟିମକୁ ହୃଦୟପୂର୍ବକ ଧନ୍ୟବାଦ ଅର୍ପଣ କରୁଛି ।

ଆଜି ସ୍ୱଚ୍ଛତା କ୍ଷେତ୍ରରେ ଆମମାନଙ୍କୁ ଯେଉଁ ପରିଣାମ ମିଳିଛି, ଏହି ପରିଣାମ ଅଧିକ କରିବାକୁ ଆମମାନଙ୍କୁ  ପ୍ରେରଣା ଯୋଗାଉଛି । ଆମେମାନେ କଦାଚିତ୍‌ ଏଭଳି ଦାବି କରିନାହୁଁ ଯେ ଆମେମାନେ ସବୁକିଛି ହାସଲ କରିସାରିଛୁ । କିନ୍ତୁ ଆମମାନଙ୍କ ମନରେ ଏଭଳି ବିଶ୍ୱାସ ସୃଷ୍ଟି ହୋଇଛି ଯେ ଯେଉଁ କଥାକୁ ଆମେ ପୂର୍ବରୁ ଡ଼ରୁଥିଲୁ, ସେଥିରେ ହାତସୁଦ୍ଧା ମାରୁନଥିଲୁ, ତା’ଠାରୁ ଦୂରକୁ ପଳାଉଥିଲୁ, ସେହି ଆବର୍ଜନାରେ ହାତ ଲଗାଇ ଆମେ ସ୍ୱଚ୍ଛତା ସୃଜନ କରିବାରେ ସଫଳତା ପାଇପାରିଛୁ । ଆହୁରି ଅଧିକ ସଫଳତା ପାଇପାରିବୁ  । ଜନସାଧାରଣଙ୍କୁ ଆବର୍ଜନା କଦାପି ପସନ୍ଦ ନୁହେଁ । ସାଧାରଣ ଜନତା ସ୍ୱଚ୍ଛତା ସହ ଯୋଡ଼ିହେବାକୁ ପ୍ରସ୍ତୁତ ଅଛନ୍ତି, ଏହି ବିଶ୍ୱାସକୁ ଏହା ଦ୍ୱାରା ବଳ ମିଳିଛି । ଏବଂ ଏହି କାର୍ଯ୍ୟ ସକାଶେ ଉମା ଭାରତୀ ଜୀ, ତାଙ୍କର ବିଭାଗ, ତାଙ୍କର ପୂରା ଟିମ୍‌, ଦେଶବ୍ୟାପୀ ଲୋକମାନେ, ଭିନ୍ନି ଭିନ୍ନ ସଂଗଠନମାନେ ଯେଉଁ କାର୍ଯ୍ୟ କରିଛନ୍ତି, ଆଜି ସେମାନେ ଅଭିନନ୍ଦନର ପାତ୍ର । ପ୍ରଶଂସା ଓ ସାଧୁବାଦପାଇବା ସକାଶେ ଯୋଗ୍ୟ । ମୁଁ ଉମାଜୀଙ୍କୁ , ରମେଶଜୀଙ୍କୁ ଏବଂ ତାଙ୍କର ପୁରା ଟିମକୁ ଯେଉଁଭଳି ସମର୍ପଣ ଭାବନା ନେଇ କାର୍ଯ୍ୟ କରିବାର ଦେଖିଛି ତାହା କେହି ସୁଦ୍ଧା କଳ୍ପନା କରିପାରିବେନାହିଁ । ବାହାରେ ବସିଥାନ୍ତୁ ଅବା ସରକାରୀ ଦପ୍ତରରେ, ବାବୁମାନଙ୍କ ଛବି କିଛି ଭିନ୍ନ ହୋଇଥାଏ । ଏହି କାର୍ଯ୍ୟରେ ମୁଁ ଅନ୍ତତଃ କହିପାରିବି ଯେ ସେଠାରେ କୌଣସି ବାବୁଗିରି ନାହିଁ । ସେଠାରେ କେବଳ ଗାନ୍ଧୀଗିରି, ସ୍ୱଚ୍ଛତାଗିରି ଦୃଶ୍ୟମାନ ।

ଏତେ ବଡ଼ ଏକ କାର୍ଯ୍ୟ ଯାହା ଦଳବଦ୍ଧ ଭାବେ କରାଯାଇପାରିଛି । ଛୋଟମୋଟ ପ୍ରତ୍ୟେକ ବ୍ୟକ୍ତି,ଅଧିକାରୀଙ୍କର ଏଥିରେ ଯୋଗଦାନ ରହିଛି । ଏହା ବାସ୍ତବିକ ଏକ ବିରଳ ଅନୁଭବ । ଏବଂ ଏହି କାର୍ଯ୍ୟ ସହ ମୁଁ ବେଶ୍‌ ଭାବାବେଗର ସହ ସଂଶ୍ଳିଷ୍ଟ । ମୁଁ ଯେତେବେଳେ ଏହି କାର୍ଯ୍ୟକୁ ଦୂରରୁ ଥାଇ ଲକ୍ଷ୍ୟ କରେ ତ ମୁଁ ଜାଣିବାକୁ ପାଏ ଯେ ଲୋକମାନେ ଏଥିପାଇଁ କେତେ ଶ୍ରମ ସ୍ୱୀକାର କରୁଛନ୍ତି । କେତେ ପ୍ରୟାସ କରୁଛନ୍ତି । ମନ ପ୍ରାଣ ଦେଇ କାର୍ଯ୍ୟ କରୁଛନ୍ତି । ସେତିକି ବେଳେ ହିଁ ଦେଶର ଘଟୁଥିବା ପରିବର୍ତ୍ତନ ଆମମମାନଙ୍କ ନଜରକୁ ଆସିଥାଏ ।

ଆଜି ମୋ ପାଇଁ ଏକ ସଂକଳ୍ପର ଅବସର । ସନ୍ତୋଷର ଅବସର । ଯେତେବେଳେ ମୋର ଦେଶବାସୀ ପୂଜ୍ୟ ବାପୁଙ୍କୁ ସଚ୍ଚା ଅର୍ଥରେ ଶ୍ରଦ୍ଧାଞ୍ଜଳି ସହ କାର୍ଯ୍ୟାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ତାହା ପୁଣି ସ୍ୱଚ୍ଛତାର ସଫଳତାକୁ ଆଗକୁ ବଢ଼ାଇବା ମାଧ୍ୟମରେ ତାହା ମୋତେ ଅପାର ଆନନ୍ଦ ଦେଉଛି । ମୁଁ ପୁଣି ଥରେ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି ।

ମହାସଚିବ ମହୋଦୟ ତାଙ୍କର କାର୍ଯ୍ୟବ୍ୟସ୍ତତା ଭିତରୁ ସମୟ କାଢ଼ି ପୂଜ୍ୟ ବାପୁଙ୍କ ଜୟନ୍ତୀ ପାଇଁ ଆମମାନଙ୍କ ଗହଣରେ ଏଠାକୁ ଆସିଛନ୍ତି । ଏବଂ ମିଳିତ ଜାତିସଂଘ ର ଯେଉଁ ଲକ୍ଷ୍ୟ ରହିଛି ଆମେ ତାକୁ ଭାରତରେ କିଭଳି ଭାବେ ଆଗକୁ ବଢ଼ାଇନେବୁ ଏବଂ ବିଶ୍ୱର ଏତେ ବନ୍ଧୁ ଯେତେବେଳେ ଏହି କାର୍ଯ୍ୟ ସହ ଯୋଡ଼ି ହୋଇ ରହିଛନ୍ତି, ତ ସେ ନିଜେ ଏଠାକୁ ଆସି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଛନ୍ତି । ସେଥିପାଇଁ ମୁଁ ତାଙ୍କୁ ମଧ୍ୟ ହୃଦୟର ସହ ଢ଼େର୍‌ ଧନ୍ୟବାଦ ଅର୍ପଣ କରୁଛି ।

ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Spirit of patriotism deeply embedded within Jayalalithaa: Prime Minister Narendra Modi

Media Coverage

Spirit of patriotism deeply embedded within Jayalalithaa: Prime Minister Narendra Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the demise of former Union Minister, Shri Mukul Roy
February 23, 2026

The Prime Minister, Shri Narendra Modi has expressed deep grief over the passing away of former Union Minister, Shri Mukul Roy. Shri Modi said that Shri Mukul Roy will be remembered for his political experience and efforts to serve society.

In a post on X, the Prime Minister said:

“Pained by the passing of former Union Minister Shri Mukul Roy Ji. He will be remembered for his political experience and efforts to serve society. Condolences to his family and supporters. Om Shanti.”