Constructive criticism is something I greatly look forward to: PM
New India is not about the voice of a select few. It is about the voice of each and every of the 130 crore Indians: PM
PM Modi calls for using language as a tool to unite India

ଶ୍ରୀ ମେମନ ମାଥ୍ୟୁ, ଶ୍ରୀ ଜ୍ୟାକବ ମାଥ୍ୟୁ, ଶ୍ରୀ ଜୟନ୍ତ ଜ୍ୟାକବ ମାଥ୍ୟୁ, ଶ୍ରୀ ପ୍ରକାଶ ଜାଭଡେକର ଓ ଡଃ ଶଶୀ ଥରୁର,ପ୍ରିୟ ଅତିଥି ବୃନ୍ଦ, ନମସ୍କାର,

ମାଲାୟାଲା ମନୋରମା ସମାଚାର ସମ୍ମିଳନୀ-2019କୁ ସମ୍ବୋଧିତ କରି ମୁଁ ଖୁବ ଆନନ୍ଦିତ । ମୁଁ କେରଳର ପବିତ୍ର ମାଟି ଏବଂ ଏହାର ଅଦ୍ୱିତୀୟ ସଂସ୍କୃତିକୁ ପ୍ରଣାମ କରୁଛି । ଏହା ଆଧ୍ୟାତ୍ମ ଓ ସାମାଜିକ ଜ୍ଞାନୋଦୟର ଭୂମି ଯାହାକି ଭାରତକୁ ଆଦି ଶଙ୍କର, ମହାତ୍ମା ଆୟନକଲି, ଶ୍ରୀ ନାରାୟଣ ଗୁରୁ, ଛତମ୍ବି ସ୍ୱାମୀଗଲ ପଣ୍ଡିତ କରୁପ୍ପନ,ସନ୍ଥ କୁରିଆକୋସ ଏଲିୟାସ ଛାଭରା, ସନ୍ଥ ଆଲଫୋନ୍ସୋ ଏବଂ ଅନ୍ୟ ମହାପୁରୁଷମାନଙ୍କୁ ଜନ୍ମ ଦେଇଛି ।ବ୍ୟକ୍ତିଗତ ଭାବେ କେରଳ ମୋ ପାଇଁ ବିଶେଷ ସ୍ଥାନ, ମୋତେ କେରଳ ଯାତ୍ରା କରିବାର ଅନେକ ଅବସର ମିଳିଛି । ଦେଶର ଜନତା ମୋତେ ପୁଣି ଥରେ ଏକ ବଡ ଦାୟିତ୍ୱ ଅର୍ପଣ କରିବା ପରେ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରପରିଦର୍ଶ ମୁଁ ପ୍ରଥମ କାମ କରିଥିଲି ।

ବନ୍ଧୁଗଣ,

ମାଲାୟାଲା ମନୋରମା ସମାଚାର ସମ୍ମିଳନୀରେ ମୋର ସମ୍ବୋଧନ ଅନେକ ଜିଜ୍ଞାସା ସୃଷ୍ଟି କରିଛି । ସାଧାରଣତଃ ଏହା ମନେ କରାଯାଏ କି ବିଶିଷ୍ଟ ବ୍ୟକ୍ତିମାନେ ଏପରି ମଂଚକୁ ଯିବାକୁ ପ୍ରଥମିକତା ଦେଇଥାନ୍ତିଯେଉଁଠାରେ ତାଙ୍କ ଚିନ୍ତାଧାରା ଅନ୍ୟ ବ୍ୟକ୍ତିର ଦୁନିଆ ସହିତ ମିଶୁଥିବ । କାରଣ ଏହିପରି ଲୋକମାନଙ୍କ ମଧ୍ୟକୁ ଯିବାରେ ଅନେକ ଆରାମ ମିଳିଥାଏ । ନିଶ୍ଚିତ ରୂପେ ମୁଁ ମଧ୍ୟ ଏହିପରି ମାହୋଲକୁ ଯାଇ ଆନନ୍ଦ ଉଠାଏ । ଏଥିସହିତ ମୋର ମାନିବା ହେଉଛି କି ବ୍ୟକ୍ତି ଏବଂ ସଙ୍ଗଠନ ମଧ୍ୟରେ ନିରନ୍ତର ଭାବେ ଆଲୋଚନା ଜାରି ରହିବା ଆବଶ୍ୟକ ଏନେଇ ବ୍ୟକ୍ତିର ଚିନ୍ତନ ପ୍ରକ୍ରିୟା ଯେକୌଣସି ପ୍ରକାର ହେଉ ନା କାହିଁକି ।

ଏହା ଜରୁରି ନୁହେଁ କି ଆମେ ସବୁ କଥାରେ ସହମତ ହେବୁ, ମାତ୍ର ବିଭିନ୍ନ କ୍ଷେତ୍ରର ସାର୍ବଜନୀନ ଜୀବନରେ ଏତିକି ଶିଷ୍ଟାଚାର ରହିବା ଆବଶ୍ୟକ କି ଆମେ ପରସ୍ପରର ବିଚାର ସମ୍ବନ୍ଧରେ ଚିନ୍ତା କରିପାରିବା । ଏଠାରେ ମୁଁ ଏପରି ମଂଚରେ ଅଛି ଯେଉଁଠାରେ ହେଇପାରେ କି ଏପରି ଖୁବ କମ ଲୋକ ମୋ ପରି ଚିନ୍ତା କରୁଥିବେ । ମାତ୍ର ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ସୃଜନାତ୍ମକ ଆଲୋଚନାକୁ ମୁଁ ସ୍ୱାଗତ କରୁଛି ।

ବନ୍ଧୁଗଣ,

ମୁଁ ଜାଣିଛି ଯେ ମାଲାୟାଲା ମନୋରମା ଏକ ଶତାବ୍ଦୀରୁ ମଧ୍ୟ ଅଧିକ ସମୟ ହେବ ମାଲାୟଲୀ ହୃଦୟ ଓ ମସ୍ତିସ୍କର ଅଂଶବିଶେଷ ଭାବେ ରହିଛି । ଏହା ନିଜର ଖବର ଜରିଆରେ କେରଳ ଜନସାଧାରଣଙ୍କୁ ଅଧିକ ସଚେତନ କରିଛି । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରିବାରେ ଏକ ଭୂମିକା ନିର୍ବାହ କରିଛି । ଅନେକ ଯୁବବର୍ଗ ବିଶେଷ କରି ଯେଉଁମାନେ ପ୍ରତିଯୋଗିତା ପୂର୍ଣ୍ଣ ପରୀକ୍ଷାରେ ବସନ୍ତି ସେମାନେ ଆପଣଙ୍କ ବାର୍ଷିକ ପୁସ୍ତକ ନିଶ୍ଚିତ ଭାବେ ପଢ଼ିଥିବେ ! ତେଣୁ ଆପଣ ଅନେକ ପିଢିଙ୍କ ମଧ୍ୟରେ ପ୍ରସିଦ୍ଧ । ମୁଁ ସେହି ସମସ୍ତ ସମ୍ପାଦକ,ଖବରଦାତା ଏବଂ କର୍ମଚାରୀମାନଙ୍କୁ ଅଭିବାଦନ କରୁଛି ଯେଉଁମାନେ କି ଏହି ମହାନ ଯାତ୍ରାର ଅଂଶବିଶେଷ ରହିଛନ୍ତି ।

ବନ୍ଧୁଗଣ,

ଏହି ସମ୍ମିଳନୀର ଆୟୋଜକ ମାନେ ଏକ ଅତି ରୋଚକ ବିଷୟ ବସ୍ତୁ-ନୂତନ ଭାରତ ଚୟନ କରିଛନ୍ତି । ଆଲୋଚକ ଆପଣମାନଙ୍କୁ ପ୍ରଶ୍ନ କରିପାରନ୍ତି-କ’ଣ ଆପଣ ବି ଏବେ ମୋଦୀ ଜୀଙ୍କ ଭାଷା କହିବାକୁ ଲାଗିଛନ୍ତି?ମୋର ଆଶା ଯେ ଆପଣ ଏହାର ଜବାବ ପ୍ରସ୍ତୁତ କରି ରଖିଛନ୍ତି ! ମାତ୍ର ଯେହେତୁ ଆପଣମାନେ ଏକ ବିଷୟବସ୍ତୁର ଚୟନ କରିଛନ୍ତି ଯାହାକି ମୋ ହୃଦୟର ଅତି ନିକଟତର, ଏଥିପାଇଁ ମୁଁ ଆପଣଙ୍କ ସହିତ ଏହି ଅବସରକୁ ବାଂଟିବାକୁ ଚାହିଁବି । ନୂତନ ଭାରତର ଭାବନା ସମ୍ବନ୍ଧରେ ମୁଁ କ’ଣ ଭାବୁଛି ।

ବନ୍ଧୁଗଣ,

ମୁଁ ସବୁବେଳେ କହିଛି-ଆମେ ଆଗକୁ ବଢ଼ୁ କିମ୍ବା ନବଢ଼ୁ, ଆମେ ପରିବର୍ତ୍ତନ ଚାହୁଁ କିମ୍ବା ନ ଚାହୁଁ, ଭାରତ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି ପରିବର୍ତ୍ତନ ଭଲ ପାଇଁ ହେଉଛି । ନୂତନ ଭାରତର ଭାବନାର ମର୍ମରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଆକାଂକ୍ଷା, ସାମୂହିକ ପ୍ରୟାସ ଏବଂ ରାଷ୍ଟ୍ରୀୟ ପ୍ରଗତିର ପ୍ରଭୁତ୍ୱ ଭାବନା ରହିଛି । ନୂତନ ଭାରତ ସହଭାଗୀ ଗଣତନ୍ତ୍ର, ନାଗରିକଙ୍କ ସରକାର ଏବଂ ଅତି ସକ୍ରିୟ ନାଗରିକଙ୍କ ପାଇଁ । ନୂତନ ଭାରତ ଉତ୍ତରଦାୟୀ ଜନସାଧାରଣ ଏବଂ ଉତ୍ତରଦାୟୀ ସରକାରଙ୍କ ସମୟ ।

ବିଶିଷ୍ଟ ଅତିଥି ଗଣ, ଅନେକ ବର୍ଷ ଧରି ଏକ ଏପରି ସଂସ୍କୃତି ଆଗକୁ ବଢ଼ୁଥିଲା ଯେଉଁଥିରେ ଆକାଂକ୍ଷା ଏକ ଖରାପ ଶବ୍ଦ ଥିଲା । ଦ୍ୱାର ଖୋଲିବା ଆପଣମାନଙ୍କ ସମ୍ପର୍କ ଉପରେ ନିର୍ଭର କରୁଥିଲା । ସଫଳତା ଏହି ବିଷୟ ଉପରେ ନିର୍ଭର କରୁଥିଲା କି ଆପଣ କ’ଣ ଧନ ଏବଂ ପଦବୀ ରଖୁଥିବା କୌଣସି ଗୋଷ୍ଠୀ ସହିତ ସମ୍ପର୍କ ରଖିଛନ୍ତି ନା ନାହିଁ । ବଡ ସହର, ବଛା ଯାଇଥିବା ବଡ ସଂସ୍ଥାନ ଏବଂ ବଡ ପରିବାର-ଏହି ସବୁ ମାନେ ରଖୁଥିଲା । ଲାଇସେନ୍ସ ରାଜ ଏବଂ ପରମିଟ ରାଜର ଆର୍ଥିକ ସଂସ୍କୃତି ବ୍ୟକ୍ତିମାନଙ୍କର ମହତ୍ୱକାଂକ୍ଷା ମଧ୍ୟରେ ଫସି ଯାଇଥିଲା । ମାତ୍ର ଆଜି ଉନ୍ନତି ପାଇଁ ବିଷୟ ବଦଳୁଛି । ଆମେ ଉତ୍ସାହପୂର୍ଣ୍ଣ ଷ୍ଟାର୍ଟ-ଅପ ପରିସଂସ୍ଥାନ ପ୍ରଣାଳୀରେ ନୂତନ ଭାରତର ଭାବନାକୁ ଦେଖୁଛୁ । ହଜାର ହଜାର ପ୍ରତିଭାଶାଳୀ ଯୁବକ ଚମତ୍କାର ମଞ୍ଚ ତିଆରି କରୁଛନ୍ତି, ଉଦ୍ୟୋଗ ପ୍ରତିଷ୍ଠାପ୍ରତି ସେମାନଙ୍କର ଉତ୍ସାହର ପ୍ରଦର୍ଶନ କରୁଛନ୍ତି । ଆମେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଏହି ଉତ୍ସାହ ଦେଖିଛୁ ।

ଭାରତ ଏବେ ନୂତନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଉତ୍କୃଷ୍ଟତା ହାସଲ କରୁଛି ପୂର୍ବରୁ ଯେଉଁଠାରେ ଆମେ କ୍ୱଚିତ ଦେଖା ଯାଉଥିଲେ । ଷ୍ଟାର୍ଟ-ଅପ ହେଉ କିମ୍ବା କ୍ରୀଡା, ଏହି ଉତ୍ସାହକୁ କିଏ ଶକ୍ତି ପ୍ରଦାନ କରୁଛି? ଏମାନେ ହେଉଛନ୍ତି ଛୋଟ ସହର ଏବଂ ଗ୍ରାମର ସାହସୀ ଯୁବକ ଯେଉଁମାନଙ୍କ ବିଷୟରେ ଅଧିକାଂଶ ଲୋକ ଶୁଣି ମଧ୍ୟ ନଥିବେ । ପ୍ରତିଷ୍ଠିତ ପରିବାର ସହିତ ସେମାନଙ୍କର ସମ୍ପର୍କ ନାହିଁ କିମ୍ବା ସେମାନଙ୍କ ପାଖରେ ବଡ ବ୍ୟାଙ୍କ ବାଲାନ୍ସ ନାହିଁ । ସେମାନଙ୍କ ପାଖରେ ବହୁତ ବଡ ମାତ୍ରାରେ ସମର୍ପଣ ଏବଂ ଆକାଂକ୍ଷା ରହିଛି । ସେମାନେ ସେମାନଙ୍କର ଆକଂକ୍ଷାକୁ ଉତ୍କୃଷ୍ଟତାରେ ପରିବର୍ତ୍ତନ କରୁଛନ୍ତି ଏବଂ ଭାରତକୁ ଗୌରବାନ୍ୱିତ କରୁଛନ୍ତି । ମୋ ପାଇଁ ଏହା ହେଉଛି ନୂତନ ଭାରତର ଉତ୍ସାହ । ଏହା ହେଉଛି ଏକ ଏପରି ଭାରତ ଯେଉଁଠାରେ ଯୁବକମାନଙ୍କ ସାଙ୍ଗିଆର କୌଣସି ଗୁରୁତ୍ଵ ନାହିଁ, ଗୁରୁତ୍ଵ ରହିଛି ତ କେବଳ ନିଜର ନାଁ କମାଇବା ପାଇଁ ସେମାନଙ୍କ କ୍ଷମତା । ଏହା ଏକ ଏପରି ଭାରତ ଯେଉଁଠାରେ ଭ୍ରଷ୍ଟାଚାର କେବେ ବି ଏକ ବିକଳ୍ପ ନୁହେଁ, ଯେକୌଣସି ବ୍ୟକ୍ତି ହେଉ ନା କାହିଁକି ।କେବଳ ଯୋଗ୍ୟତା ହିଁ ହେଉଛି ଏକ ମାପକାଠି । ନୂତନ ଭାରତ କିଛି ବଛା ହୋଇଥିବା ଲୋକଙ୍କ ସ୍ୱର ନୁହେଁ । ଏହା 130 କୋଟି ଭାରତୀୟଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ସ୍ୱର ଏବଂ ଗଣମାଧ୍ୟମ ମଞ୍ଚ ଲାଗି ଏହା ଜରୁରି ଯେ,ସେମାନେ ଲୋକମାନଙ୍କ ଏହି ସ୍ୱରକୁ ଶୁଣନ୍ତୁ । ପ୍ରତ୍ୟେକ ନାଗରିକ ହୁଏତ କିଛି ଯୋଗଦାନ ଦେବାକୁ ଚାହେଁ ଅଥବା ଦେଶ ପାଇଁ କିଛି ଛାଡିବାକୁ ଚାହେଁ । ଏହାର ଉଦାହରଣ ହେଉଛି ନଷ୍ଟ ହେଉନଥିବା ପ୍ଲାଷ୍ଟିକର ବ୍ୟବହାରକୁ କମ କରିବା ପାଇଁ ଏଇ ନିକଟରେ ଗ୍ରହଣ କରାଯାଇଥିବା ପଦକ୍ଷେପ । ଏହା କେବଳ ନରେନ୍ଦ୍ର ମୋଦୀଙ୍କ ବିଚାର ଅଥବା ପ୍ରୟାସ ନୁହେଁ । ଭାରତର ଜନସାଧାରଣ ସ୍ୱୟଂ ଗାନ୍ଧିଜୀଙ୍କ 150ତମ ଜୟନ୍ତୀ ଅବସରରେ ନଷ୍ଟ ହେଉନଥିବା ପ୍ଲାଷ୍ଟିକରୁ ଭାରତକୁ ମୁକ୍ତ କରିବାର ସଂକଳ୍ପ ଗ୍ରହଣ କରିଛନ୍ତି । ଏହା ଏକ ଅସାଧାରଣ ସମୟ ଏବଂ ଏପରି କୌଣସି ଅବସର ନରହିବା ଉଚିତ ଯେତେବେଳେ କି ଆମ ଦେଶରେ ପରିବର୍ତ୍ତନ ନହେବ ।

ବନ୍ଧୁଗଣ,

ସରକାର ଭାବେ ଆମେ ଭାରତର ଉନ୍ନତି ପାଇଁ ବ୍ୟକ୍ତିଗତ ମହତ୍ଵାକାଂକ୍ଷା ଏବଂ ସାମୂହିକ ପ୍ରୟାସକୁ ଆଗକୁବଢାଇବା ଲାଗି ଯଥାସମ୍ଭବ ପ୍ରୟାସ କରିଛୁ । ଜୀବନକୁ ସୁଗମ କରିବା ହେଉ, ମୂଲ୍ୟ ଉପରେ ନିୟନ୍ତ୍ରଣ ଆଣିବା ହେଉ, ପାଞ୍ଚ ବର୍ଷ ମଧ୍ୟରେ 1.25 କୋଟି ଗୃହ ନିର୍ମାଣ କରିବା ହେଉ, ସମସ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ ହେଉ,ପ୍ରତ୍ୟେକ ପରିବାରକୁ ଜଳ ଯୋଗାଣ କରିବା ହେଉ, ସ୍ୱାସ୍ଥ୍ୟ, ଶିକ୍ଷାର ମୌଳିକ ଢାଞ୍ଚାରେ ସୁଧାର ଆଣିବା ହେଉ,ଏଗୁଡ଼ିକ ହେଉଛନ୍ତି ଆମ ଯୁବବର୍ଗଙ୍କ ପାଇଁ ଉତ୍ତମ ପରିବେଶ ନିର୍ମାଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ । ଏହି ସରକାର ଯେପରି ଭାବେ କାର୍ଯ୍ୟ କରିଛନ୍ତି ତାହା ଚକିତ କଲାଭଳି । ଆମେ ଅନେକଦ୍ରୁତଗତିରେ ଏବଂ ବଡ ଧରଣର କାର୍ଯ୍ୟ ସହିତ ଅନ୍ତିମ ମାଇଲରେ ପହଂଚି ସାରିଛେ । 36 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି, ଛୋଟ ଉଦ୍ୟୋଗୀମାନଙ୍କୁ 200 କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଆଠ କୋଟିରୁ ଅଧିକ ଗ୍ୟାସ ସଂଯୋଗ ଦ୍ୱାରା ଧୂଆଁ ମୁକ୍ତ ରୋଷେଇ ସମ୍ଭବ ହୋଇପାରିଛି, ସଡକ ନିର୍ମାଣର ଗତି ଦୁଇ ଗୁଣ ହୋଇଛି ।

ଏହା କେବଳ କିଛି ଉଦାହରଣ । ତଥାପି ମୋତେ ଯାହା ସବୁଠାରୁ ଅଧିକ ଖୁସି ପ୍ରଦାନ କରେ ଏବଂ ମୋ ଅନୁଯାୟୀ ଯାହା ନୂତନ ଭାରତର ସୁଗନ୍ଧ ତାହା ହେଉଛି ଭାରତର ଜନସାଧାରଣ କିପରି ଭାବେ ସ୍ୱାର୍ଥର ଉର୍ଦ୍ଧ୍ଵକୁଉଠି ସମାଜର ହିତ ଦେଖନ୍ତି । ଏହାର କାରଣ କ’ଣ ଯେ ଗରିବରୁ ଗରିବ ବ୍ୟକ୍ତି ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଜମା କରୁଛନ୍ତି ।

ଶୂନ୍ୟ ବାଲାନ୍ସ ଖାତା ହେବା ସତ୍ୱେ ଜନ ଧନ ଖାତାରେ? କ’ଣ ପାଇଁ ଆମ ମଧ୍ୟମବର୍ଗ ସେମାନଙ୍କର ଗ୍ୟାସ ସବସିଡି ଛାଡି ଦେଇଛନ୍ତି? କ’ଣ ପାଇଁ ଆମ ବରିଷ୍ଠ ନାଗରିକ ଗୋଟିଏ ମାତ୍ର ଅନୁରୋଧରେ ରେଲୱେରେ ପ୍ରଦାନ କରାଯାଉଥିବା ରିହାତି ଛାଡି ଦେଇଛନ୍ତି?

ହୋଇପାରେ ଯେ ଏହା ସଂରକ୍ଷଣ ସିଦ୍ଧାନ୍ତରେ ଗାନ୍ଧିଜୀଙ୍କ ଦ୍ୱାରା କୁହାଯାଇଥିବା ଅଭିବ୍ୟକ୍ତି  । ଆଜି କେବଳ ଭାରତର ପରିବର୍ତ୍ତନ ଦେଖିବାକୁ ନେଇ ହାର୍ଦ୍ଦିକ ଇଚ୍ଛା ନାହିଁ ବରଂ ଏଥିରେ ନିଜର ଭୂମିକା ନିର୍ବାହ କରିବାର ଇଚ୍ଛା ରହିଛି । ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ କରଦାତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଜନସାଧାରଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କି ସେମାନେ ଭାରତକୁ ଆଗକୁ ନେଇଯିବାକୁ ଚାହୁଁଛନ୍ତି !

ବନ୍ଧୁଗଣ

ଆପଣ ଏପରି ପରିବର୍ତ୍ତନ ଦେଖୁଥିବେ ଯାହାକୁ କି ପୂର୍ବରୁ ଅସମ୍ଭବ ମନେ କରାଯାଉଥିଲା । ହରିୟାଣା ଭଳି ରାଜ୍ୟ ରେ ଏପରି ଚିନ୍ତା ମଧ୍ୟ କରାଯାଇ ପାରିନଥାନ୍ତା କି ସରକାରୀ ଚାକିରିରେ ପାରଦର୍ଶିତାର ସହିତ ନିଯୁକ୍ତ ପ୍ରଦାନ କରାଯାଇ ପାରେ । ମାତ୍ର ହରିୟାଣାର କୌଣସି ଗ୍ରାମକୁ ଯାଆନ୍ତୁ, ଜନସାଧାରଣ ପାରଦର୍ଶିତାର ସହିତ ନିଯୁକ୍ତି ହେବାର ଚର୍ଚ୍ଚା କରୁଛନ୍ତି । ଏବେ ଲୋକମାନଙ୍କୁ ରେଲୱେ ଷ୍ଟେସନରେ ୱାଇ-ଫାଇ ସୁବିଧାର ବ୍ୟବହାର କରୁଥିବାର ଦେଖାଯିବା ସାଧାରଣ ବିଷୟ ।

କିଏ ଚିନ୍ତା କରିପାରୁଥିଲା ଯେ ଏହା ଦିନେ ସତ ହେବ । ଏହା ପୂର୍ବରୁ ପ୍ଲାଟଫର୍ମର ମାଲ ଏବଂ ଯାତ୍ରୀମାନଙ୍କ ସହିତ ଯୋଡା ଯାଉଥିଲା । ମାତ୍ର ଏବେ ଟାୟାର-2 ଓ ଟାୟାର-3 ସହରରେ ସ୍କୁଲ ଅଥବା କଲେଜ ପରେ ଛାତ୍ରମାନେ ଷ୍ଟେସନକୁ ଯାଇଥା’ନ୍ତି, ୱାଇ-ଫାଇ ବ୍ୟବହାର କରନ୍ତି ଏବଂ ଆଗକୁ ବଢ଼ନ୍ତି । ସେହି ବ୍ୟବସ୍ଥା, ସେହିଲୋକ, ମାତ୍ର ତୃଣମୂଳ ସ୍ତରରେ ଅନେକ ପରିବର୍ତ୍ତନ ହୋଇଛି ।

ବନ୍ଧୁଗଣ

ଭାରତରେ ଲୋକମାନଙ୍କ ଭାବନା କିପରି ଭାବେ ବଦଳିଛି ତାହାକୁ କେବଳ ଦୁଇଟି ଶବ୍ଦରେ ବୁଝା ଯାଇପାରେ ।ପାଞ୍ଚ ବର୍ଷ ପୂର୍ବରୁ ଲୋକମାନେ ପଚାରୁଥିଲେ କି ଆମେ କ’ଣ କରିପାରିବୁ? କ’ଣ ନୀତିଗତ ଦୁର୍ବଳତା କାରଣରୁ ଆମେ ଭବିଷ୍ୟତରେ କିଛି କରିପାରିବା? ଆଜି ଲୋକ କହୁଛନ୍ତି କି-ଆମେ କରିପାରିବୁ! ଆମ ଭାରତ ସ୍ୱଚ୍ଛ ହେବ,ଆମେ ଭ୍ରଷ୍ଟାଚାରରୁ ମୁକ୍ତ ହେବୁ । ଆମେ ସୁଶାସନକୁ ଜନ ଆନ୍ଦୋଳନରେ ପରିଣତ କରିବୁ । “କରିବା” ଶବ୍ଦ ଯାହାକି ଏହା ପୂର୍ବରୁ ଆମ ନିରାଶାବାଦୀ ପ୍ରଶ୍ନର ପ୍ରତୀକ ଥିଲା, ତାହା ଏବେ ଏକ ଯୁବ ରାଷ୍ଟ୍ରର ସୃଜନାତ୍ମକ ଭାବନାକୁ ଦର୍ଶାଉଛି ।

ବନ୍ଧୁଗଣ,

ମୁଁ ଆପଣମାନଙ୍କ ସହିତ ଏହି ଉଦାହରଣ ବାଂଟିବାକୁ ଚାହୁଁଛି କି କିପରି ଭାବେ ଆମ ସରକାର ଏକ ନୂତନ ଭାରତର ସୃଜନ କରିବା ପାଇଁ ସାମଗ୍ରିକ ଭାବେ କାର୍ଯ୍ୟ କରୁଛି । ଆପଣମାନେ ସମସ୍ତେ ଜାଣନ୍ତି କି ଆମ ସରକାର ଗରିବ ମାନଙ୍କ ପାଇଁ ଅତ୍ୟନ୍ତ ଦ୍ରୁତଗତିରେ 1.5 କୋଟି ଗୃହ ନିର୍ମାଣ କରିଛି । ଗତ ସରକାରଙ୍କ ତୁଳନାରେ ଏହା ବଡ ସୁଧାର । ଅନେକ ଲୋକ ମୋତେ ପ୍ରଶ୍ନ ପଚାରନ୍ତି କି ଯୋଜନା ଏବଂ ପାଣ୍ଠି ପ୍ରଥମରୁ ମଧ୍ୟ ଥିଲା, ତେବେ ଆପଣ ଏପରି ଭିନ୍ନ କ’ଣ କରିଛନ୍ତି? ସେମାନଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ରହିଛି ।

ପୂର୍ବରୁ ଆମେ ଏହି ତଥ୍ୟ ପ୍ରତି ସଚେତନ ଥିଲୁ କି ଆମେ ଗୃହକୁ ପ୍ରସ୍ତୁତ କରୁ ନାହୁଁ ବରଂ ଗୃହର ନିର୍ମାଣ କରୁଛୁ । ତେଣୁ ଆମେ କେବଳ ଚାରି କାନ୍ଥ ନିର୍ମାଣ କରିବାର ଅବଧାରଣାରୁ ହଟିବାର ଆବଶ୍ୟକତା ଥିଲା । ଆମର ଚିନ୍ତାଧାରା ରହିଛି ଅଧିକ ସୁବିଧା ପ୍ରଦାନ କରିବା, ଅଧିକ ମୂଲ୍ୟ ଦେବା, କମ ସମୟ ମଧ୍ୟରେ ଅତିରିକ୍ତ ଖର୍ଚ୍ଚ ବିନା ଗୃହ ପ୍ରଦାନ କରିବା ।

ଆମ ସରକାର ଯେଉଁ ଗୃହମାନଙ୍କର ନିର୍ମାଣ କରିଛନ୍ତି ସେଥିରେ ଆମେ ନିର୍ମାଣ କଳାର କଠିନ ରାସ୍ତାକୁ ଆପଣାଇ ନାହୁଁ । ଆମେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ଇଚ୍ଛା ଅନୁଯାୟୀ ଗୃହ ନିର୍ମାଣ କରିଛୁ । ସମସ୍ତ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଆମେ ବିଭିନ୍ନ ସରକାରୀ ଯୋଜନା ସହିତ ତାଳମେଳପ୍ରତିଷ୍ଠା କରିଛୁ ଯାହାଫଳରେ କି ଘରେ ବିଦ୍ୟୁତ, ଗ୍ୟାସ ସଂଯୋଗ, ଶୌଚାଳୟ ଏବଂ ଏହିପରି ସମସ୍ତ ଆବଶ୍ୟକତା ମିଳିପାରିବ ।

ଅଧିକ ମୂଲ୍ୟ ପ୍ରଦାନ କରିବା ପାଇଁ ଆମେ ଲୋକଙ୍କ ଆବଶ୍ୟକତାକୁ ଶୁଣିଲୁ ଓ କେବଳ ଘରର କ୍ଷେତ୍ରଫଳ ବଢ଼ାଇଲୁ ନାହିଁ ବରଂ ନିର୍ମାଣ ରାଶିରେ ମଧ୍ୟ ବୃଦ୍ଧି କଲୁ । ଆମେ ଏହି ପ୍ରକ୍ରିୟାରେ ମହିଳାଙ୍କ ସହିତ ସ୍ଥାନୀୟ ଶିଳ୍ପୀ ଏବଂ ଶ୍ରମିକମାନଙ୍କୁ ସାମିଲ କଲୁ । କମ ସମୟ ମଧ୍ୟରେ ଅତିରିକ୍ତ ଖର୍ଚ୍ଚ ବିନା ଗୃହ ନିର୍ମାଣ ପାଇଁ ଆମେ ଏହି ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାକୁ ଏକ ମହତ୍ୱପୂର୍ଣ୍ଣ ଅଂଶବିଶେଷରେ ପରିଣତ କଲୁ । ବିଭିନ୍ନ ସୋପାନରେ ନିର୍ମାଣର ଚିତ୍ର ଅନଲାଇନରେ ଅପଲୋଡ କରାଗଲା ଯାହାଫଳରେ କି ପ୍ରଶାସନକୁ ସ୍ପଷ୍ଟ ଚିତ୍ର ମିଳିପାରିବ । ଅର୍ଥର ସିଧା ହସ୍ତାନ୍ତରଣ ଫଳସ୍ୱରୂପ ମଝିରେ କୌଣସି ଅସୁବିଧା ଦେଖିବାକୁ ମିଳିଲା ନାହିଁ ଏବଂ ପୂର୍ଣ୍ଣ  ସନ୍ତୁଷ୍ଟି ମିଳିଲା । ଏବେ ଯଦି ଆପଣ ପଛକୁ ବୁଲି ଦେଖିବେ ତେବେ ଏଥିମଧ୍ୟରୁ ଯଦି କୌଣସି ଗୋଟିଏରେ ବ୍ୟବଧାନ ଆସିଥା’ନ୍ତା ତେବେ ଏହା ସମ୍ଭବ ହୋଇ ପାରିନଥା’ନ୍ତା । ଏକୁଟିଆ କେବଳ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନୁହେଁ କିମ୍ବା ଯୋଜନାଗୁଡ଼ିକୁ ଏକାଠି କରିବା ଦ୍ୱାରା ସମସ୍ୟା ଗୁଡିକର ସମାଧାନ ହୋଇ ପାରିନଥାନ୍ତା । ସମାଧାନ ସେତେବେଳେ ଯାଇ ସମ୍ଭବ ଯେତେବେଳେ ସମଗ୍ର ପରିଣାମ ପ୍ରଦାନ କରିବା ପାଇଁ ସମସ୍ତ ଜିନିଷ ଗୋଟିଏ ସ୍ଥାନରେ ରହିବ । ଏହା ଆମ ସରକାରଙ୍କ ବିଶେଷତ୍ଵ ।

ବନ୍ଧୁଗଣ,

ଆମ ନୂତନ ଭାରତର କଳ୍ପନାରେ କେବଳ ଦେଶରେ ରହୁଥିବା ବ୍ୟକ୍ତି ନୁହନ୍ତି ବରଂ ବାହାରେ ରହୁଥିବା ବ୍ୟକ୍ତିର ଚିନ୍ତା କରିବାକୁ ପଡିବ । ଆମ ପ୍ରବାସୀ ଭାରତୀୟ ଆମର ଗୌରବ, ଯେଉଁମାନେ କି ଭାରତର ଆର୍ଥିକ ବିକାଶରେ ଯୋଗଦାନ ଦେଉଛନ୍ତି । ଯେତେବେଳେ ବି ବିଦେଶରେ ରହୁଥିବା ଭାରତୀୟଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ, ଆମେ ଏହି ସମାଧାନ ପାଇଁ ସବା ଆଗରେ ରହିଛୁ । ପଶ୍ଚିମ ଏସିଆର ବିଭିନ୍ନ ଭାଗରେ ଯେତେବେଳେ ଭାରତୀୟ ନର୍ସମାନଙ୍କୁ ଧରି ନିଆଗଲା, ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଆମେ ସମସ୍ତ ପ୍ରକାରର ପ୍ରୟାସ କରିଥିଲୁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ନର୍ସ ଦକ୍ଷିଣ ଭାରତର ଥିଲେ । କେରଳର ଆଉ ଜଣେ ସୁପୁତ୍ର ଫାଦର ଟମ ଉଦ୍ଧାର ହେବା ସମୟରେ ମଧ୍ୟ ଏହି ଭାବନା ଦେଖାଯାଇଥିଲା । ଅନେକ ଲୋକଙ୍କୁ ୟେମେନରୁ ଫେରାଇ ଅଣା ଯାଇଥିଲା ।

ମୁଁ ଅନେକ ପଶ୍ଚିମ ଏସୀୟ ରାଷ୍ଟ୍ର ଗସ୍ତରେ ଯାଇଛି ଏବଂ ସବୁବେଳେ ମୋର ପ୍ରାଥମିକ ଉଦ୍ଦେଶ୍ୟ ରହିଛି ଭାରତୀୟମାନଙ୍କ ସହିତ ସମୟ ବିତେଇବା । ଏଇ ନିକଟରେ ମୁଁ ବାହାରିନ ଯାତ୍ରାରୁ ଫେରିଛି । ବାହାରିନ ଭାରତର ଅନ୍ତରଙ୍ଗ ବନ୍ଧୁ, ମାତ୍ର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ନାହାନ୍ତି । ଏହି ଗୌରବ ମୋ ପାଇଁ ବାକିଥିଲା । ଏହି ଯାତ୍ରାର ବିଶେଷତ୍ଵ ହେଉଛି ରାଜକୀୟ ପରିବାରର ସହାନୁଭୂତିପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସେଠାରେ ସଜା କାଟୁଥିବା 250 ଭାରତୀୟଙ୍କୁ କ୍ଷମା ପ୍ରଦାନ କରାଯାଇଛି । ଓମାନ ଓ ସାଉଦି ଆରବ ମଧ୍ୟ ଏହିପରି କ୍ଷମା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ସାଉଦି ଆରବ ହଜ୍ କୋଟା ବୃଦ୍ଧି କରିଛି ।

ବନ୍ଧୁଗଣ,

ଏଇ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ ଯାତ୍ରା କରିଥିଲି, ସେଠାରେ ରୁପେ କାର୍ଡର ଆରମ୍ଭ କରାଯାଇଥିଲା ଏବଂ ଖୁବ ଶୀଘ୍ର ବାହାରିନ ପାଖରେ ମଧ୍ୟ ରୁପେ କାର୍ଡ ଥିବ । ଡିଜିଟାଲ କାର୍ଡର ଆଦାନ ପ୍ରଦାନକୁ ବୃଦ୍ଧି କରିବା ବ୍ୟତୀତ ଏହା ଫଳରେ ଗଲ୍ଫରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ମିଳିବ, ଯେଉଁମାନେ କି ସେମାନଙ୍କ ଘର ଲୋକମାନଙ୍କ ପାଇଁ ଧନରାଶି ପଠାଇଥାନ୍ତି । ଆଜି ମୋତେ ଏହା କହି ଗର୍ବ ଅନୁଭବ ହେଉଛି କି ଗଲ୍ଫ ସହିତ ଭାରତର ସମ୍ବନ୍ଧ ଏହା ପୂର୍ବରୁ ଏତେ ଭଲ କେବେ ବି ନଥିଲା । ଏହା କହିବାର ଆବଶ୍ୟକତା ନାହିଁ କି ଏହା ଦ୍ୱାରା ସାଧାରଣ ନାଗରିକ ମାନଙ୍କୁ ଲାଭ ହେବ ।

ବନ୍ଧୁଗଣ, ଆଜିର ଗଣମାଧ୍ୟମରେ ଆମେ ନୂତନ ଭାରତର ଉତ୍ସାହ ଦେଖୁଛୁ । ଭାରତର ଗଣମାଧ୍ୟମ ସବୁଠାରୁ ଅଧିକ ଭିନ୍ନ ଭାବରେ ବଢ଼ୁଥିବା ଗଣମାଧ୍ୟମ । ସମାଚାର ପତ୍ର, ପତ୍ରିକା, ଟିଭି ଚ୍ୟାନେଲ, ୱେବସାଇଟ ସଂଖ୍ୟାରେ ଲଗାତର ବୃଦ୍ଧି ହେଉଛି । ଏପରି ସମୟରେ ବିଭିନ୍ନ ଅଭିଯାନରେ ଗଣମାଧ୍ୟମର ସୃଜନାତ୍ମକ ଭୂମିକାକୁ ଉଜାଗର କରିବାକୁ ଚାହୁଁଛି । ଏହା ସ୍ୱଚ୍ଛ ଭାରତ ଅଭିଯାନ ହେଉ, ନଷ୍ଟ ହେଉନଥିବା ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦକରିବା ହେଉ, ଜଳ ସଂରକ୍ଷଣ, ଫିଟ ଇଣ୍ଡିଆ ବା ଅନ୍ୟ କିଛି ହେଉ । ଗଣମାଧ୍ୟମ ଏହି ଅଭିଯାନକୁ ତାର ନିଜର ବୋଲି ମନେକଲା ଏବଂ ଅନେକ ଲୋକଙ୍କୁ ଏକଜୁଟ କଲା ।

ବନ୍ଧୁଗଣ ବର୍ଷ ବର୍ଷ ଧରି ଏକ ବିଶେଷ ସମୟସୀମା ଏବଂ କାଳରେ ଲୋକପ୍ରିୟ ବିଚାର ସହିତ ଆଗକୁ ବଢ଼ିବା ନେଇ ଏକ ସଶକ୍ତ ମାଧ୍ୟମ ରହିଛି । ଭାରତ ବିଶ୍ୱରେ ହୁଏତ ଏକମାତ୍ର ଏପରି ଦେଶ ଯେଉଁଠାରେ ଏତେ ଅଧିକ ସଂଖ୍ୟାରେ ଭାଷା ରହିଛି । ମାତ୍ର ବାଂଟିବା ପାଇଁ ଦେଶରେ କୃତ୍ରିମ କାନ୍ଥ ଠିଆ କରିବା ପାଇଁ କିଛି ସ୍ଵାର୍ଥପର ତତ୍ତ୍ଵଦ୍ୱାରା ଭାଷାର ଉପଯୋଗ କରାଯାଇଛି । ଆଜି ମୋର ପ୍ରସ୍ତାବ ହେଉଛି କି ଆମେ କ’ଣ ଭାଷାର ଶକ୍ତିକୁବ୍ୟବହାର କରି ଭାରତକୁ ଏକଜୁଟ କରିପାରିବା?

ଗଣମାଧ୍ୟମ କ’ଣ ବିଭିନ୍ନ ଭାଷାରେ କଥା ହେଉଥିବା ଲୋକଙ୍କୁ ନିକଟତର କରିବା ନେଇ ସେତୁର ଭୂମିକା ନିର୍ବାହ କରିପାରିବ? ଏହା ଯେତିକି ଦେଖାଯାଉଛି ସେତିକି ପରିମାଣରେ କଠିନ ନୁହେଁ । ଆମେ ସମଗ୍ର ଦେଶରେ କୁହାଯାଉଥିବା 10-12ଟି  ବିଭିନ୍ନ ଭାଷାରେ ଏକ ଶବ୍ଦ ପ୍ରକାଶିତ କରିବା ସହିତ ସାଧାରଣ ଭାବେ ଏହାର ଆରମ୍ଭ କରିପାରିବା । ଗୋଟିଏ ବର୍ଷରେ କୌଣସି ବି ବ୍ୟକ୍ତି ବିଭିନ୍ନ ଭାଷାରେ 300ରୁ ଅଧିକ ନୂତନ ଶବ୍ଦ ଶିଖିପାରିବ । ଥରେ ଯେତେବେଳେ କୌଣସି ବ୍ୟକ୍ତି ଏକ ଅନ୍ୟ ଭାରତୀୟ ଭାଷା ଶିଖିଯାଇଥାଏ ତେବେ ସେହି ଭାଷାର ସାଧାରଣ ବ୍ୟବହାର ବୁଝିବାକୁ ଲାଗେ, ସେ ଭାରତୀୟ ସାଂସ୍କୃତିକ ଐକ୍ୟର ସଚ୍ଚା ପ୍ରଶଂସକ ହୋଇଯାଏ । ଏହାଫଳରେ ଏପରି ଲୋକଙ୍କ ସଂଖ୍ଯାରେ ବୃଦ୍ଧି ହୋଇପାରିବ ଯେଉଁମାନେ ବିଭିନ୍ନ ଭାଷା ଶିଖିବାକୁ ଚାହାନ୍ତି । କଳ୍ପନା କରନ୍ତୁ ହରିୟାଣାରେ ଏକ ଗୋଷ୍ଠୀ ମାଲାୟାଲମ ଓ କର୍ଣ୍ଣାଟକରେ ଏକ ଗୋଷ୍ଠୀ ବଙ୍ଗଳା ଶିଖୁଛନ୍ତି! ପ୍ରଥମପଦକ୍ଷେପ ନେବା ଦ୍ୱାରା ସବୁଠାରୁ ବଡ ଦୂରତା ଶେଷ ହୋଇ ଯାଇଥାଏ, ଆମେ ପ୍ରଥମ ପଦକ୍ଷେପ ନେଇପାରିବା?

ବନ୍ଧୁଗଣ,

ଏହି ଧରାକୁ ଆସିଥିବା ମହାନ ସନ୍ଥ, ଆମର ପିତାମହ, ଯେଉଁମାନେ କି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ, ସେମାନଙ୍କର ବଡ ସ୍ୱପ୍ନ ଥିଲା । ଏକବିଂଶ ଶତାବ୍ଦୀରେ ଆମର କର୍ତ୍ତବ୍ୟ ହେଉଛି ଆମେ ଏହାକୁ ପୂରଣ କରିବା ଏବଂ ଏକ ଏପରି ଭାରତର ନିର୍ମାଣ କରିବା ଯାହାକୁ ନେଇ ସେମାନେ ଗର୍ବ କରିବେ ।

ମୋର ବିଶ୍ୱାସ ଯେ ଆମେ ଏହାକୁ ହାସଲ କରିବା ଏବଂ ଆଗାମୀ ସମୟରେ ମିଳିମିଶି ବହୁତ କିଛି କରିପାରିବା ।

ପୁଣିଥରେ ମାଲାୟାଲା ମନୋରମା ସମୂହକୁ ମୋର ଶୁଭକାମନା ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମୋତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ।

ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।