&“ଜଳ ଜୀବନ ମିଶନ ଏକ ବଡ଼ ବିକେନ୍ଦ୍ରୀକରଣ ଆନ୍ଦୋଳନ। ଏହା ଏକ ଗ୍ରାମ ପରିଚାଳିତ, ମହିଳା ପରିଚାଳିତ ଆନ୍ଦୋଳନ। ଏହାର ମୁଖ୍ୟ ଆଧାର ହେଉଛି ଏକ ଗଣ ଆନ୍ଦୋଳନ ଏବଂ ଜନଭାଗୀଦାରୀ”
“ଲୋକମାନଙ୍କୁ ଟ୍ୟାପ ପାଣି ସୁବିଧା ଯୋଗାଇ ଦେବା ଲାଗି ଗତ ଦୁଇ ବର୍ଷରେ ଯେତିକି କାମ ହୋଇଛି ତାହା ଗତ ସାତ ଦଶନ୍ଧି ମଧ୍ୟରେ ହୋଇପାରିନଥିଲା”
“ଗୁଜରାଟ ଭଳି ରାଜ୍ୟରୁ ଆସିଥିବାରୁ, ମୁଁ ମରୁଡ଼ି ଭଳି ପରସ୍ଥିତି ଦେଖିଛି ଏବଂ ପ୍ରତ୍ୟେକ ବୁନ୍ଦା ପାଣିର ଗୁରୁତ୍ବ ବୁଝିଛି। ତେଣୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜଳ ଯୋଗାଣ ଏବଂ ଜଳ ସଂରକ୍ଷଣ ମୋର ଗୁରୁତ୍ବପୂର୍ଣ୍ଣ ପ୍ରାଥମିକତା ମଧ୍ୟରେ ସାମିଲ ଥିଲା”
“ବର୍ତ୍ତମାନ ଦେଶର ପ୍ରାୟ ୮୦ଟି ଜିଲ୍ଲାର ୧.୨୫ ଲକ୍ଷ ଗ୍ରାମର‍େ ପ୍ରତ୍ୟେକ ଗ୍ରାମୀଣ ପରିବାର ନିକଟରେ ପାଣି ପହଞ୍ଚି ପାରିଛି”
“ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଟ୍ୟାପ ସଂଯୋଗ ସଂଖ୍ୟା ୩୧ ଲକ୍ଷରୁ ୧.୧୬ କୋଟିକୁ ବୃଦ୍ଧି ପାଇଛି
“ପ୍ରତି ଘର ଏବଂ ବିଦ୍ୟାଳୟରେ ଶୌଚାଳୟ, ଶସ୍ତାରେ ସାନିଟାରୀ ପ୍ୟାଡ, ଗର୍ଭାବସ୍ଥା ସମୟରେ ପୁଷ୍ଟିସାଧନ ଏବଂ ଟିକାକରଣ ସହାୟତା ମାତୃଶକ୍ତିକୁ ସୁଦୃଢ଼ କରିଛି”

ନମସ୍କାର,

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଶ୍ରୀ ପହ୍ଲାଦ ସିଂହ ପଟେଲ ମହାଶୟ, ଶ୍ରୀ ବିଶ୍ୱେଶ୍ୱର ଟୁଡୁ ମହାଶୟ, ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟମାନଙ୍କର ମନ୍ତ୍ରୀଗଣ, ସାରା ଦେଶର ପଂଚାୟତ ଗୁଡିକର ସଦସ୍ୟ, ଜଳ ସମିତି ସହିତ ସାମିଲ ସଦସ୍ୟ ଏବଂ ଦେଶର କୋଣ ଅନୁକୋଣରୁ ଭର୍ଚ୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିବା ମୋର କୋଟି କୋଟି ଭାଇ ଓ ଭଉଣୀମାନେ।

ଆଜି ହେଉଛି 2 ଅକ୍ଟୋବରର ଦିନ, ଦେଶର ଦୁଇ ମହାନ ସନ୍ତାନଙ୍କୁ ଆମେ ବଡ଼ ଗର୍ବର ସହିତ ସ୍ମରଣ କରୁଛୁ । ପୁଜ୍ୟ ବାପୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଜୀ, ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ହୃଦୟରେ ଭାରତର ଗାଁ ହିଁ ବସବାସ କରି ରହିଥିଲା। ମୁଁ ଖୁସି ଯେ ଆଜିକାର ଦିନରେ ସମଗ୍ର ଦେଶର ଗାଁର ଲକ୍ଷ-ଲକ୍ଷ ଲୋକ ‘ଗ୍ରାମସଭା ଗୁଡ଼ିକ’ ଭାବେ ଜଳ ଜୀବନ ସମ୍ବାଦ କରୁଛନ୍ତି । ଏଭଳି ଅଦ୍ଭୂତପୂର୍ବ ଏବଂ ରାଷ୍ଟ୍ରବ୍ୟାପୀ- ମିଶନକୁ ଏହିପରି ଉତ୍ସାହ ଏବଂ ଉର୍ଜ୍ଜାର ସହିତ ସଫଳ କରାଯାଇ ପାରିବ। ଜଳ ଜୀବନ ମିଶନର ଦୃଷ୍ଟିଭଙ୍ଗୀ, କେବଳ ଲୋକମାନଙ୍କ ନିକଟରେ ଜଳ ପହଂଚାଇବାର ନୁହେଁ । ଏହା ହେଉଛି ଡିସେଂଟ୍ରାଲାଇଜେସନ ବା ବିକେନ୍ଦ୍ରୀକରଣ, ତାହାର ଏକ ବହୁତ ବଡ଼ ଆନ୍ଦୋଳନ ମଧ୍ୟ । ଏହା ହେଉଛି ଗ୍ରାମ ପରିଚାଳିତ- ମହିଳା ପରିଚାଳିତ ଆନ୍ଦୋଳନ। ଏହାର ମୁଖ୍ୟ ଆଧାର ହେଉଛି, ଜନ ଆନ୍ଦୋଳନ ଏବଂ ଜନ ଭାଗିଦାରୀ । ଆଉ ଆଜି ଆମେ ଏହି ଆୟୋଜନରେ ମାମିଲ ହୋଇ ଦେଖି ପାରୁଛେ।

ଭାଇ ଓ ଭଉଣୀମାନେ,

ଜଳ ଜୀବନ ମିଶନକୁ ଅଧିକ ସଶକ୍ତ, ଅଧିକ ପାରଦର୍ଶୀ କରିବା ପାଇଁ ଆଜି ଆହୁରି ଅନେକ ପଦକ୍ଷେପ ନିଆଯାଇଛି । ଜଳ ଜୀବନ ମିଶନ ଆପରେ ଏହି ଅଭିଯାନ ସହିତ ଜଡିତ ସମସ୍ତ ସୂଚନା ଗୋଟିଏ ସ୍ଥାନରେ ହିଁ ମିଳି ପାରିବ । କେତେ ଘର ପର୍ଯ୍ୟନ୍ତ ପାଣି ପହଂଚିଲା, ଜଳର ମାନ କିପରି, ଜଳ ଯୋଗାଣ ଯୋଜନାର ବିବରଣୀ, ସବୁ କିଛି ଏହି ଆପରେ ମିଳିବ। ଆପଣମାନଙ୍କର ଗାଁର ସୂଚନା ମଧ୍ୟ ସେଥିରେ ରହିବ । ଜଳର ଗୁଣବତା ଅନୁଧ୍ୟାନ ଏବଂ ତଦାରଖର କାର୍ଯ୍ୟଖସଡାଠାରୁ ଜଳର ଗୁଣବତା ବଜାୟ ରଖିବାରେ ବହୁତ ସହାୟତା ମିଳିବ। ଗାଁର ଲୋକମାନେ ମଧ୍ୟ ଏହାର ସହାୟତା ଦ୍ୱାରା ସେଠାରେ ପାଣିର ଶୁଦ୍ଧତା ଉପରେ ଅତି ସୁକ୍ଷ୍ମତାର ସହ ଦୃଷ୍ଟି ରଖିପାରିବେ ।

ସାଥୀଗଣ,

ଚଳିତ ବର୍ଷ ପୂଜ୍ୟ ବାପୁଙ୍କ ଜନ୍ମ ଜୟନ୍ତୀ ଆମେ ଆଜାଦୀ କା ଅମୃତ ମହୋତ୍ସବର ଏହି ସମୟରେ ଏକ ସଙ୍ଗେ ପାଳନ କରୁଛେ । ଆମ ସମସ୍ତଙ୍କୁ ଏକ ସୁଖଦ ଅନୁଭବ ହେଉଛି ଯେ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶବାସୀ ନିରନ୍ତର ପରିଶ୍ରମ କରିଛନ୍ତି, ନିଜର ସହଯୋଗ ଦେଇଛନ୍ତି। ଆଜି ଦେଶର ସହର ଏବଂ ଗାଁ, ନିଜକୁ ଖୋଲା ମଳମୁକ୍ତ ଘୋଷିତ କରି ପାରିଛନ୍ତି। ପାଖା-ପାଖି 2 ଲକ୍ଷ ଗାଁଗୁଡିକ ଏଠାରେ ନିଜର ବର୍ଜ୍ୟ ପରିଚାଳନା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । 40 ହଜାରରୁ ଅଧିକ ଗ୍ରାମପଂଚାୟତ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ଦୀର୍ଘ ସମୟ ଧରି ଉପେକ୍ଷାର ଶିକାର ହୋଇଥିବା ଖଦୀ, ହସ୍ତଶିଳ୍ପର ବିକ୍ରି ଏବେ ଅନେକ ଗୁଣ ଅଧିକ ହୋଇଛି। ଏହି ସମସ୍ତ ପ୍ରୟାସ ଗୁଡିକ ସହିତ ହିଁ, ଆଜି ଦେଶ, ଆତ୍ମନିର୍ଭର ଭାରତ ଅଭିଯାନର ସଂକଳ୍ପ ସହିତ ଆଗକୁ ଅଗ୍ରସର ହେଉଛି।

ସାଥୀଗଣ,

ଗାନ୍ଧିଜୀ କହୁଥିଲେ ଯେ ଗ୍ରାମ ସ୍ୱରାଜର ବାସ୍ତବିକ ଅର୍ଥ ହେଉଛି ଆତ୍ମବଳରେ ପରିପୂର୍ଣ୍ଣ ହୋଇ ରହିବା । ତେଣୁ ମୋର ନିରନ୍ତର ପ୍ରୟାସ ରହିଛି ଯେ ଗ୍ରାମ ସ୍ୱରାଜର ଏହି ଚିନ୍ତାଧାରା, ସିଦ୍ଧିଗୁଡ଼ିକ ଆଡ଼କୁ ଆଗକୁ ବଢ଼ିବା । ଗୁଜରାଟରେ ନିଜର ଦୀର୍ଘ ସେବାକାଳ ସମୟ ମଧ୍ୟରେ ମୋତେ ଗ୍ରାମ ସ୍ୱରାଜର ଭିଜନକୁ ତୃଣମୂଳ ସ୍ତରରେ  କାର୍ଯ୍ୟକାରୀ କରିବାର ସୁଯୋଗ ମିଳିଛି। ନିର୍ମଳ ଗାଁର ସଂକଳ୍ପ ସହିତ ଖୋଲାରେ ଶୌଚରୁ ମୁକ୍ତି, ଜଳ ମନ୍ଦିର ଅଭିଯାନ ମାଧ୍ୟମରେ ଗାଁର ପୁରୁଣା ଜଳଉତ୍ସ ଗୁଡ଼ିକୁ ପୁନର୍ଜିବୀତ କରିବା, ଜ୍ୟୋର୍ତିଗ୍ରାମ ଯୋଜନା ମାଧ୍ୟମରେ 24 ଘଂଟା ବିଜୁଳି ପହଂଚାଇବା, ତୀର୍ଥଗ୍ରାମ ଯୋଜନା ମାଧ୍ୟମରେ ଗାଁମାନଙ୍କରେ ଲଢ଼େଇ-ଝଗଡ଼ା ବା ଗଣ୍ଡଗୋଳ ପରିବର୍ତେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ପ୍ରୋତ୍ସାହନ ଦେବା, ଇ-ଗ୍ରାମ ଏବଂ ବ୍ରଡ଼ବ୍ୟାଣ୍ଡ ଦ୍ୱାରା ସମସ୍ତ ଗ୍ରାମପଂଚାୟତକୁ ସଂଯୋଗ କରିବା, ଏହିଭଳି ଅନେକ ପ୍ରୟାସ ଦ୍ୱାରା ଗାଁ ଏବଂ ଗାଁର ବ୍ୟବସ୍ଥାଗୁଡ଼ିକ ଦ୍ୱାରା ରାଜ୍ୟର ବିକାଶକୁ ମୁଖ୍ୟ ଆଧାର କରାଯାଇଛି। ବିଗତ ଦୁଇ ଦଶକରେ ଗୁଜରାଟରେ ଏଭଳି ଯୋଜନାଗୁଡ଼ିକ ପାଇଁ ବିଶେଷ କରି ଜଳ କ୍ଷେତ୍ରରେ ବହୁତ ଉନ୍ନତ କାର୍ଯ୍ୟ କରିବା ପାଇଁ, ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସଂସ୍ଥାନ ଦ୍ୱାରା ଅନେକ ପୁରସ୍କାର ମିଳିଛି।

ସାଥୀଗଣ,

2014ରେ ଯେତେବେଳେ ଦେଶ ମୋତେ ନୂତନ ଦାୟିତ୍ୱ ପ୍ରଦାନ କଲା, ତେବେ ମୋତେ ଗୁଜରାଟରେ ଗ୍ରାମ ସ୍ୱରାଜର ଅନୁଭବ ଗୁଡ଼ିକୁ, ରାଷ୍ଟ୍ରୀୟ ସ୍ତରରେ ବିକାଶ କରିବାର ସୁଯୋଗ ମିଳିଲା । ଗ୍ରାମ ସ୍ୱରାଜର ଅର୍ଥ କେବଳ ପଂଚାୟତ ଗୁଡ଼ିକରେ ନିର୍ବାଚନ କରାଇବା, ପଂଚ-ସରପଂଚ ନିର୍ବାଚିତ କରିବା, କେବଳ ଏତିକି ହିଁ ନୁହେଁ। ଗ୍ରାମ ସ୍ୱରାଜର ପ୍ରକୃତ ଲାଭ ସେତେବେଳେ ମିଳିବ ଯେତେବେଳେ ଗାଁରେ ରହୁଥିବା ଲୋକମାନଙ୍କର, ଗାଁର ବିକାଶ କାର୍ଯ୍ୟଗୁଡ଼ିକର ସହିତ ଜଡ଼ିତ ପ୍ଲାନିଂ ବା ଯୋଜନା ଏବଂ ପରିଚାଳନା ପର୍ଯ୍ୟନ୍ତରେ ସକ୍ରିୟ ସହଭାଗିତା ରହିବ । ଏହି ଲକ୍ଷ୍ୟ ସହିତ ସରକାରଙ୍କ ଦ୍ୱାରା ବିଶେଷ କରି ଜଳ ଏବଂ ସ୍ୱଚ୍ଛତା ପାଇଁ, ଦୁଇ ଲକ୍ଷ ପଚିଶ ହଜାର କୋଟିରୁ ଅଧିକ ଟଙ୍କାର ରାଶି ସିଧାସଳଖ ଭାବେ ଗ୍ରାମପଂଚାୟତ ଗୁଡ଼ିକୁ ଦିଆଯାଇଛି। ଆଜି ଗୋଟିଏ ପଟେ ଯେତେବେଳେ ଗ୍ରାମ ପଂଚାୟତଗୁଡ଼ିକୁ ଅଧିକରୁ ଅଧିକ ଅଧିକାର ପ୍ରଦାନ କରାଯାଉଛି, ଅନ୍ୟପଟେ ପାରଦର୍ଶୀତାର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖାଯାଉଛି। ଗ୍ରାମ ସ୍ୱରାଜକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ଏକ ବହୁତ ବଡ଼ ପ୍ରମାଣ ହେଉଛି ଜଳ ଜୀବନ ମିଶନ ଆଉ ଜଳ ସମିତିଗୁଡ଼ିକ ମଧ୍ୟ।

ସାଥୀଗଣ,

ଆମେ ଏଭଳି ବହୁତଗୁଡ଼ିଏ ଚଳଚ୍ଚିତ୍ର ଦେଖିଛନ୍ତି, ଗପ ପଢ଼ିଛନ୍ତି, କବିତା ଗୁଡ଼ିକୁ ପଢ଼ିଛନ୍ତି ଯେଉଁଥିରେ ବିସ୍ତୃତ ଭାବେ ଏହା କୁହାଯାଏ ଯେ କିଭଳି ଗାଁର ମହିଳାମାନେ ଆଉ ପିଲାମାନେ ପାଣି ଆଣିବା ପାଇଁ ମାଇଲ-ମାଇଲ ବାଟ ଚାଲିକରି ଯାଉଛନ୍ତି । କିଛି ଲୋକଙ୍କ ମନରେ, ଗାଁର ନାମ ନେଉ-ନେଉ ହିଁ ଏଭଳି କଠିନ ପରିସ୍ଥିତି ଗୁଡ଼ିକର ଛବି ଆଖି ସାମ୍ନାରେ ନାଚି ଯାଉଥିବ । କିନ୍ତୁ ବହୁତ ହିଁ କମ୍ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ ଯେ ପ୍ରକୃତରେ ଏଭଳି ଲୋକମାନଙ୍କୁ କାହିଁକି ପ୍ରତିଦିନ କୌଣସି ନଦୀ କିମ୍ବା ପୋଖରୀ ପର୍ଯ୍ୟନ୍ତ ଯିବାକୁ ପଡ଼େ, ବାସ୍ତବରେ କାହିଁକି ଜଳ ଏମାନଙ୍କ ପର୍ଯ୍ୟନ୍ତ ପହଂଚି ପାରୁ ନାହିଁ ? ମୁଁ ବୁଝି ପାରୁଛି, ଯେଉଁ ଲୋକମାନଙ୍କ ଉପରେ ଦୀର୍ଘ ସମୟ ଧରି ନୀତି ନିର୍ଦ୍ଧାରଣ କରିବାର ଦାୟିତ୍ୱ ରହିଥିଲା, ସେମାନେ ନିଜକୁ ନିଜେ ଏହି ପ୍ରଶ୍ନ ପଚାରିବା ଜରୁରୀ ଥିଲା । କିନ୍ତୁ ଏହି ପ୍ରଶ୍ନ ପଚରାଗଲା ନାହିଁ। କାରଣ ଏହି ଲୋକମାନେ ଯେଉଁ ସ୍ଥାନରେ ଅଛନ୍ତି, ସେଠାରେ ପାଣିର ଏଭଳି ସମସ୍ୟା ସେମାନେ ସେଠାରେ ଦେଖି ହିଁ ନ ଥିଲେ । ଜଳ ବିନା ଜୀବନ କିଭଳି କଷ୍ଟକର ହୋଇଥାଏ, ତାହା ସେମାନଙ୍କୁ ଜଣା ହିଁ ନଥିଲା। ଘରେ ପାଣି, ସୁଇମିଂ ପୁଲରେ ପାଣି, ସବୁଠାରେ ପାଣି ହିଁ ପାଣି। ଏଭଳି ଲୋକମାନେ କେବେ ହେଲେ ଦରିଦ୍ର୍ୟତା ଦେଖି ନାହାଁନ୍ତି, ସେଥିପାଇଁ ଗରିବ ସେମାନଙ୍କ ପାଇଁ ଗୋଟିଏ ଆକର୍ଷଣ ହୋଇ ରହିଲେ, ସାହିତ୍ୟ ଏବଂ ବୌଦ୍ଧିକ ଜ୍ଞାନ ଦେଖାଇବାର ମାଧ୍ୟମ ମାତ୍ର। ଏହି ଲୋକମାନଙ୍କ ଠାରେ ଏକ ଆଦର୍ଶ ଗ୍ରାମ ପ୍ରତି ମୋହ ରହିବା ଆବଶ୍ୟକ ଥିଲା କିନ୍ତୁ ଏହି ଲୋକମାନେ ଗାଁରେ ଅଭାବ ରହିବାକୁ ହିଁ ପସନ୍ଦ କରି ଚାଲିଲେ।

ମୁଁ ତ ଗୁଜରାଟ ଭଳି ରାଜ୍ୟର, ଯେଉଁଠାରେ ଅଧିକାଂଶ ସମୟରେ ମରୁଡ଼ିର ପରିସ୍ଥିତି ମୁଁ ଦେଖିଛି। ମୁଁ ଏହା ମଧ୍ୟ ଦେଖିଛି ଯେ ଜଳର ଏକ-ଏକ ବୁନ୍ଦାର କେତେ ଗୁରୁତ୍ୱ ରହିଥାଏ। ଏଥିପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ରହି, ଲୋକମାନଙ୍କ ପାଖରେ ଜଳ ପହଂଚାଇବା ଏବଂ ଜଳ ସଂରକ୍ଷଣ, ଏହା ମୋର ପ୍ରାଥମିକତା ରହି ଆସିଛି। ଆମେ ନା କେବଳ ଲୋକମାନଙ୍କ ପାଖରେ, କୃଷକମାନଙ୍କ ପାଖରେ, ଜଳ ପହଂଚାଇଲୁ, ବରଂ ଏହା ମଧ୍ୟ ସୁନିଶ୍ଚିତ କରାଇଲୁ ଯେ କିଭଳି ଭାବେ ଭୂତଳ ଜଳ ସ୍ତର ବୃଦ୍ଧି ହେବ। ଏହା ଏକ ବହୁତ ବଡ଼ କାରଣ ଥିଲା ଯେ ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ଜଳ ସହିତ ଜଡ଼ିତ ଆହ୍ୱାନ ଗୁଡ଼ିକ ଉପରେ କ୍ରମାଗତ ଭାବେ କାର୍ଯ୍ୟ କରିଛି। ଆଉ ଆଜି ଆମକୁ ଏହି ପରିଣାମ ମିଳୁଛି, ଯାହାକି ହେଉଛି ପ୍ରତ୍ୟେକ ଭାରତୀୟଙ୍କ ମନକୁ ଗର୍ବରେ ଭରି ଦେବାଭଳି ।

ସ୍ୱାଧୀନତା ପରଠାରୁ 2019 ପର୍ଯ୍ୟନ୍ତ, ଆମ ଦେଶରେ କେବଳ 3 କୋଟି ଘର ପର୍ଯ୍ୟନ୍ତ ହିଁ ପାଇପ ଯୋଗେ ଜଳ ପହଂଚିଥିଲା । 2019ରେ ଜଳ ଜୀବନ ମିଶନ ଆରମ୍ଭ ହେବା ପରେ, 5 କୋଟି ଘରକୁ ପାଇପ ଯୋଗେ ଜଳ ସଂଯୋଗ କରାଯାଇଛି । ଆଜି ପ୍ରାୟ ଦେଶର 80-ଜିଲ୍ଲାର 125 ଲକ୍ଷ ଗାଁର ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ପହଂଚାଯାଇଛି । ଅର୍ଥାତ ବିଗତ 7 ଦଶକରେ ଯେଉଁ କାର୍ଯ୍ୟ ହୋଇଥିଲା, ଆଜି ଭାରତ କେବଳ 2 ବର୍ଷରେ ତା’ଠାରୁ ଅଧିକ କାର୍ଯ୍ୟ କରି ଦେଖାଇଛି । ଆଉ ସେହି ଦିନ ଦୂର ନୁହେଁ ଯେତେବେଳେ ଦେଶର କୌଣସି ମଧ୍ୟ ଭଉଣୀ- ଝିଅଙ୍କୁ ପାଣି ଆଣିବା ପାଇଁ ପ୍ରତିଦିନ ଦୂର- ଦୂରାନ୍ତ ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯିବାକୁ ପଡିବ ନାହିଁ । ସେମାନେ ନିଜ ସମୟର ସଦୁପଯୋଗ କରି ନିଜର ଉନ୍ନତି, ନିଜର ପଢା- ଲେଖା, ଅବା ନିଜର ରୋଜଗାର ଆଦି ଆରମ୍ଭ କରିପାରିବେ ।

 

ଭାଇ ଓ ଭଉଣୀମାନେ,

ଭାରତର ବିକାଶରେ, ପାଣିର ଅଭାବ ପ୍ରତିବନ୍ଦକ ସୃଷ୍ଟି ନ କରୁ, ଏଥିପାଇଁ କାର୍ଯ୍ୟ କରି ଚାଲିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ, ସମସ୍ତଙ୍କ ପ୍ରୟାସର ବହୁତ ଆବଶ୍ୟକତା ରହିଛି। ଆମେ ନିଜର ଭବିଷ୍ୟତ ପିଢିମାନଙ୍କ ପ୍ରତି ମଧ୍ୟ ଦାୟିତ୍ୱବାନ ହେବା ଆବଶ୍ୟକ। ପାଣିର ଅଭାବରୁ ଆମର ପିଲାମାନେ, ନିଜର ଉର୍ଜ୍ଜା  ରାଷ୍ଟ୍ର ନିର୍ମାଣରେ ନ ଲଗାଇ ପାରନ୍ତୁ, ସେମାନଙ୍କ ଜୀବନ ଜଳର ଅଭାବର ମୁକାବିଲାରେ ବିତି ନ ଯାଉ, ଏହା ଆମେ ହେବାକୁ ଦେବା ନାହିଁ। ଏଥପାଇଁ ଆମକୁ ଯୁଦ୍ଧକାଳୀନ ଭିତିରେ ନିଜର କାର୍ଯ୍ୟ ଜାରି ରଖିବାକୁ ହେବ। ସ୍ୱାଧୀନତାର 75 ବର୍ଷ ବହୁତ ସମୟ ବିତିଗଲା, ଏବେ ଆମକୁ ବହୁତ ଦ୍ରୁତ ଗତିରେ କରିବାର ଅଛି। ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଦେଶର କୌଣସି ମଧ୍ୟ ଭାଗରେ ‘ଟ୍ୟାଙ୍କର’ ଅବା ‘ଟ୍ରେନ’ରେ ପାଣି ପହଂଚାଇବାର ପୁଣି ସମୟ ନ ଆସୁ।

ସାଥୀଗଣ,

ମୁଁ ପ୍ରଥମରୁ ମଧ୍ୟ କହିଛି ଯେ ଜଳର ଉପଯୋଗ ଆମକୁ ପ୍ରସାଦ ଭଳି କରିବା ଉଚିତ। କିନ୍ତୁ କିଛି ଲୋକ ପାଣିକୁ ପ୍ରସାଦ ନୁହେଁ, ବହୁତ ସହଜ ଓ ସୁଲଭ ଭାବି ତାହାକୁ ନଷ୍ଟ କରୁଛନ୍ତି। ସେମାନେ ଜଳର ମୂଲ୍ୟ ହିଁ ବୁଝିପାରୁ ନାହାନ୍ତି। ପାଣିର ମୂଲ୍ୟ ସିଏ ବୁଝି ପାରିଥାଏ, ଯିଏ ପାଣିର ଅଭାବ ସହିତ ବଂଚିଥାଏ । ସିଏ ଜାଣିଥାଏ, ଏକ- ଏକ ବୁନ୍ଦା ପାଣି ସଂଗ୍ରହ କରିବାକୁ କେତେ ପରିଶ୍ରମ କରିବାକୁ ପଡିଥାଏ । ମୁଁ ଦେଶର ସେହି ପ୍ରତ୍ୟେକ ନାଗରିକଙ୍କୁ କହିବି ଯେଉଁମାନେ ପ୍ରଚୁର ପାଣି ଥିବା ଅଂଚଳରେ ରହୁଛନ୍ତି, ମୋର ସେମାନଙ୍କୁ ଅନୁରୋଧ ଯେ ଆପଣମାନେ ପାଣି ସଂଚୟ କରିବାରେ ଅଧିକ ପ୍ରୟାସ କରିବା ଆବଶ୍ୟକ। ଆଉ ନିଶ୍ଚିତ ଭାବେ ଏଥିପାଇଁ ଲୋକମାନଙ୍କୁ ନିଜର ଅଭ୍ୟାସ ମଧ୍ୟ ପରିବର୍ତନ କରିବାକୁ ହେବ। ଆମେ ଦେଖିଛୁ, ଅନେକ ସ୍ଥାନରେ ପାଇପରୁ ପାଣି ବୋହି ଚାଲିଥାଏ, ଲୋକ ଖାତିର କରନ୍ତି ନାହିଁ। ମୁଁ ମଧ୍ୟ ଦେଖିଛି ଅନେକ ଲୋକ ରାତିରେ ପାଇପ ଖୋଲି ତା’ତଳେ ବାଲଟି ଓଲଟାଇ ରଖି ଦେଇ ଥାଆନ୍ତି। ସକାଳେ ଯେତେବେଳେ ପାଣି ଆସିଥାଏ, ବାଲଟି ଉପରେ ପଡ଼ିଥାଏ, ଏହି ଶବ୍ଦ ସେମାନଙ୍କ ପାଇଁ ସକାଳର ଆଲାର୍ମ ଭଳି କାର୍ଯ୍ୟ କରିଥାଏ। ସେମାନେ ଏହା ଭୁଲି ଯାଇଥାଆନ୍ତି ଯେ ସାରା ବିଶ୍ୱରେ ପାଣିର ସ୍ଥିତି କିଭଳି ବିପଦଜ୍ଜନକ ହେବାକୁ ଯାଉଛି।

ମୁଁ ସବୁବେଳେ ମନ୍ କୀ ବାତ୍ରେ ଏଭଳି ମହାନୁଭବଙ୍କ ବିଷୟରେ ଆଲୋଚନା କରୁଛି, ଯେଉଁମାନେ ଜଳ ସଂରକ୍ଷଣ, ଜଳ ସଂଚୟକୁ ନିଜ ଜୀବନର ସବୁଠାରୁ ବଡ଼ ମିଶନ ଭାବେ ଗ୍ରହଣ କରିଛନ୍ତି। ଏଭଳି ଲୋକମାନଙ୍କ ଠାରୁ ମଧ୍ୟ ଶିକ୍ଷା କରିବା ଉଚିତ, ପ୍ରେରଣା ନେବା ଉଚିତ। ଦେଶର ଭିନ୍ନ ଭିନ୍ନ କୋଣରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ, ତା’ର ସୂଚନା ଆମକୁ ଆମ ଗାଁରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ। ଆଜି ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ସାରା ଦେଶର ଗ୍ରାମ ପଂଚାୟତଗୁଡ଼ିକୁ ମଧ୍ୟ ମୋର ଅନୁରୋଧ ଯେ, ଗାଁରେ ଜଳ ଉତ୍ସର ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ ମନ-ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ। ବର୍ଷାପାଣିକୁ ସଂଚୟ କରିବା, ଘରେ ଉପଯୋଗ ପରେ ବାହାରୁଥିବା ପାଣିକୁ କ୍ଷେତରେ ବ୍ୟବହାର କରି, କମ୍ ପାଣିରେ ହେଉଥିବା ଫସଲକୁ ପ୍ରୋତ୍ସାହନ ଦେଇ କରି ହିଁ ଆମେ ନିଜର ଲକ୍ଷ୍ୟ ହାସଲ କରି ପାରିବା।

ସାଥୀଗଣ,

ଦେଶରେ ଏଭଳି ଅନେକ ଅଂଚଳ ଅଛି ଯେଉଁଠାରେ ପ୍ରଦୂଷିତ ପାଣିର ସମସ୍ୟା ରହିଛି, କିଛି ଅଂଚଳରେ ପାଣିରେ ଆର୍ସେନିକର ମାତ୍ରା ଅଧିକ ହୋଇଥାଏ। ଏହି ଅଂଚଳରେ ପ୍ରତ୍ୟେକ ଘରେ ପାଇପ ଯୋଗେ ଶୁଦ୍ଧ ଜଳ ପହଂଚାଇବା, ସେଠାକାର ଲୋକଙ୍କ ପାଇଁ ଜଳ ଜୀବନ ମିଶନ ହେଉଛି ସବୁଠାରୁ ବଡ଼ ଆଶୀର୍ବାଦ ଭଳି। ଗୋଟିଏ ସମୟରେ, ଇନସେଫାଲାଇଟିସ- ମସ୍ତିଷ୍କ ଜ୍ୱରରେ ପ୍ରଭାବିତ ଦେଶର 61 ଜିଲ୍ଲାରେ ପାଇପ ଜଳ ସଂଯୋଗ ସଂଖ୍ୟା କେବଳ 8 ଲକ୍ଷ ଥିଲା। ଆଜି ଏହା ବୃଦ୍ଧି ପାଇ 1 କୋଟି 11 ଲକ୍ଷରୁ ମଧ୍ୟ ଅଧିକ ହୋଇ ଯାଇଛି । ଦେଶର ଯେଉଁ ସବୁ ଜିଲ୍ଲା ବିକାଶର ଦୌଡ଼ରେ ସବୁଠାରୁ ପଛରେ ରହି ଯାଇଥିଲେ, ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ବିକାଶ କରିବାର ଏକ ବହୁତ ବଡ଼ ଆକାଂକ୍ଷା ରହିଛି, ସେଠାରେ ପ୍ରାଥମିକତା ଆଧାରରେ ପ୍ରତ୍ୟେକ ଘରେ ଜଳ ପହଂଚାଯାଉଛି। ଆକାଂକ୍ଷୀ ଜିଲ୍ଲାରେ ଏବେ ପାଇପ ଜଳ ସଂଯୋଗ ସଂଖ୍ୟା 31 ଲକ୍ଷରୁ ବୃଦ୍ଧି ପାଇ 1 କୋଟି 16 ଲକ୍ଷରୁ ଅଧିକ ହୋଇ ଯାଇଛି।

ସାଥୀଗଣ,

ଆଜି ଦେଶରେ ପାନୀୟ ଜଳ ଯୋଗାଣ ହିଁ ନୁହେଁ, ଜଳ ପରିଚାଳନା ଏବଂ ଜଳ ସେଚନର ଏକ ବ୍ୟାପକ ଭିତିଭୂମି ନିର୍ମାଣ କରିବା ପାଇଁ ମଧ୍ୟ ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି। ଜଳର ପ୍ରଭାବୀ ପରିଚାଳନା ପାଇଁ ପ୍ରଥମ ଥର ନିମନ୍ତେ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଜଳ ସହିତ ଜଡ଼ିତ ଅଧିକାଂଶ ବିଷୟ ଅଣାଯାଇଛି। ମାଆ ଗଙ୍ଗାଜୀଙ୍କ ସହିତ ଅନ୍ୟାନ୍ୟ ନଦୀଗୁଡ଼ିକର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରାଯାଉଛି। ଅଟଳ ଭୂଜଳ ଯୋଜନା ଅଧୀନରେ ଦେଶର 7ଟି ରାଜ୍ୟରେ ଭୂତଳ ଜଳ ସ୍ତରକୁ ଉପରକୁ ଆଣିବା ପାଇଁ କାର୍ଯ୍ୟ ହେଉଛି। ବିଗତ 7 ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅଧୀନରେ ପାଇପ୍ ଯୋଗେ ଜଳ ସେଚନ ଏବଂ ଅଣୁ ଜଳ ସେଚନ ଉପରେ ମଧ୍ୟ ବହୁତ ଗୁରୁତ୍ୱ ଦିଆ ଯାଇଛି। ଏ ପର୍ଯ୍ୟନ୍ତ 13 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଅଣୁ ଜଳ ସେଚନ ପରିସର ମଧ୍ୟକୁ ଅଣା ଯାଇ ସାରିଛି। ପ୍ରତି ବୁନ୍ଦା- ଅଧିକ ଫସଲ, ଏହି ସଂକଳ୍ପକୁ ପୂରଣ କରିବା ପାଇଁ ଏଭଳି ଅନେକ ପ୍ରୟାସ କାର୍ଯ୍ୟକାରୀ କରାଯାଉଛି। ଦୀର୍ଘ ସମୟ ଧରି ଅଟକି ରହିଥିବା ଜଳ ସେଚନର 99ଟି ବଡ଼ ପ୍ରକଳ୍ପରୁ ପ୍ରାୟ ଅଧାଅଧି ଶେଷ ହୋଇ ସାରିଛି ଆଉ ବାକି ପ୍ରକଳ୍ପ ଗୁଡ଼ିକ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ସାରା ଦେଶରେ ଜଳଭଣ୍ଡାରର ଉନ୍ନତ ପରିଚାଳନା ଏବଂ ତାହାର ରକ୍ଷଣାବେକ୍ଷଣ ପାଇଁ ହଜାର-ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଏହା ଅଧୀନରେ 200ରୁ ଅଧିକ ଜଳଭଣ୍ଡାରରେ ସୁଧାର ଅଣାଯାଇଛି।

ସାଥୀଗଣ,

କୁପୋଷଣ ବିରୁଦ୍ଧରେ ଲଢ଼େଇରେ ମଧ୍ୟ ପାଣିର ବହୁତ ବଡ଼ ଭୂମିକା ରହିଛି। ପ୍ରତ୍ୟେକ ଘରେ ପାଣି ପହଂଚିବ, ତେବେ ପିଲାମାନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିବ। ଏବେ ନିକଟରେ ସରକାର, ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ଅଧୀନରେ ସାରା ଦେଶରେ ସ୍କୁଲରେ ପିଲାମାନଙ୍କର ପାଠ ପଢ଼ା ମଧ୍ୟ ହେବ ଏବଂ ସେମାନଙ୍କର ପୋଷଣ ମଧ୍ୟ ସୁନିଶ୍ଚିତ କରାଯିବ। ଏହି ଯୋଜନାରେ କେନ୍ଦ୍ର ସରକାର 54 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହାର ଲାଭ ଦେଶର ପ୍ରାୟ 12 କୋଟି ପିଲାଙ୍କୁ ମିଳିବ।

ସାଥୀଗଣ,

ଆମର ଏଠାରେ କୁହାଯାଇଛି-

ଉପ-କର୍ତୁମ ୟଥା ସୁ-ଅଳ୍ପମ୍, ସାମର୍ଥ୍ୟୋ ନ ତଥା ମହାନ।

ପ୍ରାୟଃ କୂପଃ ତୃଷାମ୍ ହନ୍ତି, ଶତତମ୍ ନ ତୁ ବାରିଧି।।

ଅର୍ଥାତ୍, ପାଣିଥିବା ଏକ ଛୋଟ କୂଅ, ଲୋକଙ୍କ ଶୋଷ ମେଂଟାଇଥାଏ, ଯେତେବେଳେ କି ଏତେ ବଡ଼ ସମୁଦ୍ର ଏଭଳି କରି ପାରି ନଥାଏ। ଏହି କଥା କେତେ ସଠିକ୍। ଅନେକ ଥର ଆମେ ଦେଖୁଛୁ ଯେ କାହାର ଏକ ଛୋଟ ପ୍ରୟାସ, ବହୁତ ବଡ଼ ନିଷ୍ପତି ଠାରୁ ମଧ୍ୟ ବଡ଼ ହୋଇଥାଏ। ଆଜି ଜଳ ସମିତି ଉପରେ ମଧ୍ୟ ଏହି କଥା ଲାଗୁ ହେଉଛି। ଜଳ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଏବଂ ଜଳ ସଂରକ୍ଷଣ ସହିତ ଜଡ଼ିତ କାମ ଯଦିଓ ଜଳ ସମିତି ନିଜ ଗ୍ରାମ ପରିସରରେ କରିଥାଏ, କିନ୍ତୁ ଏହାର ବ୍ୟାପକତା ହେଉଛି ବହୁତ ବଡ଼। ଏହି ଜଳ ସମିତିଗୁଡ଼ିକ ଗରିବ- ଦଳିତ- ବଂଚିତ - ଆଦିବାସୀମାନଙ୍କ ଜୀବନରେ ବହୁତ ବଡ଼ ପାରିବର୍ତନ ଆଣି ପାରୁଛି।

ଯେଉଁ ଲୋକମାନଙ୍କୁ ସ୍ୱାଧୀନତା ପରେ, 7 ଦଶକ ପର୍ଯ୍ୟନ୍ତ ପାଇପ ଯୋଗେ ପାଣି ମିଳିପାରି ନ ଥିଲା, ଛୋଟ ପାଣି ପାଇପ ସେମାନଙ୍କର ଦୁନିଆ ହିଁ ବଦଳାଇ ଦେଇଛି। ଆଉ ଏହା ମଧ୍ୟ ଗର୍ବର କଥା ଯେଜଳ ଜୀବନ ମିଶନ ଅଧୀନରେ ପ୍ରତିଷ୍ଠା ହୋଇଥିବା ‘ଜଳ ସମିତି’ ମାନଙ୍କ ମଧ୍ୟରୁ 50 ପ୍ରତିଶତ ସଦସ୍ୟ ଅନିବାର୍ଯ୍ୟ ଭାବେ ମହିଳାମାନେ ହିଁ ହୋଇଥାନ୍ତି। ଏହା ଦେଶର ଉପଲବ୍ଧି ଯେ ଏତେ କମ୍ ସମୟରେ ପ୍ରାୟ ସାଢେ 3 ଲକ୍ଷ ଗାଁରେ ‘ଜଳ ସମିତିମାନ’ ଗଠନ ହୋଇ ସାରିଛି। ଏବେ କିଛି ସମୟ ପୂର୍ବେ ଆମେ ଜଳ ଜୀବନ ସମ୍ବାଦ ସମୟରେ ମଧ୍ୟ ଦେଖିଛୁ ଯେ ଏହି ଜଳ ସମିତିମାନ କୁଶଳତାର ସହିତ କାର୍ଯ୍ୟ କରୁଛି। ମୁଁ ଖୁସି ଯେ ଗାଁର ମହିଳାମାନଙ୍କୁ, ନିଜ ଗାଁର ପାଣି ଯାଂଚ ପାଇଁ ବିଶେଷ ଭାବେ ତାଲିମ ଦିଆ ଯାଉଛି।

 

ସାଥୀଗଣ,

ଗାଁର ମହିଳାମାନଙ୍କ ସଶକ୍ତିକରଣ ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ହେଉଛି ଗୋଟିଏ। ବିଗତ ବର୍ଷମାନଙ୍କରେ ଝିଅମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି। ଘରେ ଏବଂ ସ୍କୁଲରେ ଶୌଚାଳୟ, ଶସ୍ତା ସାନିଟାରି ପ୍ୟାଡ୍ ଠାରୁ ନେଇ, ଗର୍ଭାବସ୍ଥା ସମୟରେ ପୋଷଣ ପାଇଁ ହଜାର ହଜାର ଟଙ୍କାର ସହାୟତା ଏବଂ ଟିକାକରଣ ଅଭିଯାନ ଦ୍ୱାରା ମାତୃଶକ୍ତି ଆହୁରି ମଜବୁତ ହୋଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ 2 କୋଟିରୁ ଅଧିକ ଗର୍ଭବତୀ ମହିଳାମାନଙ୍କୁ ପାଖାପାଖି ସାଢେ 8 ହଜାର କୋଟି ଟଙ୍କା ସିଧାସଳଖ ସହାୟତା ଦିଆଯାଇ ସାରିଛି। ଗାଁରେ ଯେଉଁ ଅଢେଇ କୋଟିରୁ ଅଧିକ ପକ୍କା ଘର ତିଅ।।ରି କରାଯାଇଛି, ସେଥିରୁ ଅଧିକାଂଶ ଘର ଉପରେ ମହିଳାମାନଙ୍କର ମାଲିକାନା ରହିଛି । ଉଜ୍ଜ୍ୱଳା ଯୋଜନା ଗାଁର କୋଟି କୋଟି ମହିଳାଙ୍କୁ କାଠ ଧୂଆଁରୁ ମୁକ୍ତି ଦେଇଛି।

ମୁଦ୍ରା ଯୋଜନା ଅଧୀନରେ ପ୍ରାୟ 70 ପ୍ରତିଶତ ଋଣ ମହିଳା ଉଦ୍ୟମୀମାନଙ୍କୁ ହିଁ ମିଳିଛି। ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମଧ୍ୟ ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭର ମିଶନ ସହିତ ଯୋଡ଼ା ଯାଉଛି। ବିଗତ 7 ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଂଖ୍ୟାରେ ତିନି ଗୁଣରୁ ଅଧିକ ବୃଦ୍ଧି ହୋଇଛି, 3 ଗୁଣ ଅଧିକ ଭଉଣୀମାନଙ୍କର ଭାଗିଦାରୀ ସୁନିଶ୍ଚିତ ହୋଇଛି। ରାଷ୍ଟ୍ରୀୟ ଜୀବିକା ମିଶନ ଅଧୀନରେ 2014 ପୂର୍ବର 5 ବର୍ଷରେ ସରକାର ଯେତିକି ସହାୟତା ଭଉଣୀମାନଙ୍କ ନିକଟକୁ ପଠାଇଥିଲେ, ବିଗତ 5 ବର୍ଷରେ ତା’ଠାରୁ ପ୍ରାୟ 13 ଗୁଣା ବୃଦ୍ଧି ହୋଇଛି। କେବଳ ଏତିକି ହିଁ ନୁହେଁ, ପ୍ରାୟ 3 ଲକ୍ଷ 75 କୋଟି ଟଙ୍କାର ଋଣ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ଏହି ମାଆମାନଙ୍କୁ- ଭଉଣୀମାନଙ୍କୁ ଉପଲବ୍ଧ କରାଯାଇଛି । ସରକାର ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିନା ଗ୍ୟାରେଂଟି ଋଣରେ ମଧ୍ୟ ବହୁତ ବୃଦ୍ଧି କରିଛନ୍ତି।

ଭାଇ ଓ ଭଉଣୀମାନେ,

ଭାରତର ବିକାଶ, ଗାଁର ବିକାଶ ଉପରେ ନିର୍ଭର କରିଥାଏ। ଗାଁରେ ରହୁଥିବା ଲୋକ, ଯୁବକ- କୃଷକମାନଙ୍କ ସହିତ ହିଁ ସରକାର ଏଭଳି ଯୋଜନାଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି, ଯାହା ଭାରତର ଗାଁକୁ ଆହୁରି ଅଧିକ ସକ୍ଷମ କରିବ। ଗାଁରେ ପଶୁମାନଙ୍କର ଏବଂ ଘରର ଜୈବ ବର୍ଜ୍ୟ ବାହାରିଥାଏ, ତାକୁ ବ୍ୟବହାର କରିବା ପାଇଁ ଗୋବର ଧନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ଦେଶର 150ରୁ ଅଧିକ ଜିଲ୍ଲାରେ 300ରୁ ଅଧିକ ବାୟୋ ଗ୍ୟାସ ପ୍ଲାଂଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି। ଗାଁର ଲୋକଙ୍କୁ ଗାଁରେ ହିଁ ଉନ୍ନତ ପ୍ରାଥମିକ ଚିକିତ୍ସା ମିଳିପାରୁ, ସେମାନେ ଗାଁରେ ହିଁ ଆବଶ୍ୟକ ପରୀକ୍ଷା କରି ପାରନ୍ତୁ, ଏଥିପାଇଁ ଦେଢ଼ ଲକ୍ଷରରୁ ଅଧିକ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯାଉଛି। ଏଥିମଧ୍ୟରୁ ପ୍ରାୟ 80 ହଜାର ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇ ସାରିଛି । ଗାଁର ଅଙ୍ଗନୱାଡ଼ି ଏବଂ ଅଙ୍ଗନୱାଡ଼ିରେ କାର୍ଯ୍ୟ କରୁଥିବା ଆମର ଭଉଣୀମାନଙ୍କ ପାଇଁ ମଧ୍ୟ ଆର୍ଥିକ  ସହାୟତା ବୃଦ୍ଧି କରାଯାଇଛି । ଗାଁରେ ସୁବିଧା ଗୁଡ଼ିକ ସହିତ ସରକାରଙ୍କ ସେବା ଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ପହଂଚୁ, ଏଥିପାଇଁ ମଧ୍ୟ ଆଜି ଟେକ୍ନୋଲୋଜିର ବ୍ୟାପକ ଉପଯୋଗ କରାଯାଉଛି।

ପିଏମ ସ୍ୱାମିତ୍ୱ ଯୋଜନା ଅଧୀନରେ ଡ୍ରୋନ ସହାୟତାରେ ମ୍ୟାପିଂ କରାଯାଇ, ଗାଁର ଜମି ଏବଂ ଘରର ଡିଜିଟାଲ ସମ୍ପତି କାର୍ଡ ପ୍ରସ୍ତୁତ କରାଯାଉଛି। ସ୍ୱାମିତ୍ୱ ଯୋଜନା ଅଧୀନରେ 7 ବର୍ଷ ପୂର୍ବେ ଯେଉଁଠି ଦେଶର ଶହେରୁ ମଧ୍ୟ କମ୍ ପଂଚାୟତରେ ବ୍ରଡ ବ୍ୟାଣ୍ଡ୍ ସଂଯୋଗ ସହିତ ଯୋଡ଼ି ହୋଇଥିଲେ, ଆଜି ଦେଢ଼ ଲକ୍ଷ ପଂଚାୟତରେ ଅପ୍ଟିକାଲ ଫାଇବର୍ ପହଂଚି ସାରିଛି । ଶସ୍ତା ମୋବାଇଲ ଫୋନ୍ ଏବଂ ଶସ୍ତା ଇଂଟରନେଟ୍ ଯୋଗୁଁ ଆଜି ଗାଁରେ ସହରଠାରୁ ଅଧିକ ଲୋକ ଇଂଟରନେଟ୍ ବ୍ୟବହାର କରୁଛନ୍ତି। ଆଜି 3 ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର, ସରକାରଙ୍କର ଡଜନ- ଡଜନ ଯୋଜନା ଗାଁରେ ହିଁ ଉପଲବ୍ଧ କରାଉଛି ଆଉ ହଜାର-ହଜାର ଯୁବକମାନଙ୍କୁ ରୋଜଗାର ମଧ୍ୟ ଦେଉଛି।

ଆଜି ଗାଁରେ ପ୍ରତ୍ୟେକ ପ୍ରକାରର ଭିତିଭୂମି ପାଇଁ ରେକର୍ଡ ସଂଖ୍ୟକ ନିବେଶ କରାଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ହେଉ, ଏକ ଲକ୍ଷ କୋଟି ଟଙ୍କାର ଏଗ୍ରି ଫଣ୍ଡ ହେଉ, ଗାଁ ପାଖରେ ଶୀତଳ ଭଣ୍ଡାରର ନିର୍ମାଣ ହେଉ, ଔଦ୍ୟୋଗିକ କ୍ଲଷ୍ଟରର ନିର୍ମାଣ ହେଉ, ଅବା ପୁଣି କୃଷି ବଜାର(ମଣ୍ଡି)ର ଆଧୁନିକୀକରଣ, ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି। ଜଳ ଜୀବନ ମିଶନ ପାଇଁ ମଧ୍ୟ ଯେଉଁ 3 ଲକ୍ଷ 60 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ତାହା ଗାଁରେ ହିଁ ଖର୍ଚ୍ଚ କରାଯିବ। ଅର୍ଥାତ ଏହି ମିଶନ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ନୂତନ ଦୃଢ଼ତା ପ୍ରଦାନ କରିବା ସହିତ ହିଁ ଗାଁରେ ରୋଜଗାରର ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରିବ।

ସାଥୀଗଣ,

ଆମେ ଦୁନିଆକୁ ଦେଖାଇଛୁ ଯେ ଆମେ ଭାରତର ଲୋକ, ଦୃଢ଼ ସଂକଳ୍ପ ସହିତ, ସାମୁହିକ ପ୍ରୟାସ ଦ୍ୱାରା କଠିନରୁ କଠିନ ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରୁ। ଆମେ ଐକ୍ୟବଦ୍ଧ ହୋଇ ଏହି ଅଭିଯାନକୁ ସଫଳ କରିବା। ଜଳ ଜୀବନ ମିଶନ ଶୀଘ୍ରରୁ ଅତିଶୀଘ୍ର ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଂଚୁ, ଏହି କାମନା ସହିତ ମୁଁ ନିଜର କଥା ସମାପ୍ତ କରୁଛି।

ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା!

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tier-2 cities drive growth in India's tech hiring as GCC expansion spreads beyond metros

Media Coverage

Tier-2 cities drive growth in India's tech hiring as GCC expansion spreads beyond metros
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister of Japan’s visit to India for the 16th India-Japan Annual Summit
July 02, 2026
Sl. No.OutcomeDescription
1. India-Japan Joint Declaration on Economic Security Promotes project-based collaboration for enhancing joint resilience in key sectors including semiconductors, critical minerals, information and communication technology including AI, clean energy and pharmaceuticals. India-Japan Fact Sheet 2.0 captures growing India-Japan G2G and B2B engagement in this crucial area.
2. India-Japan Joint Statement on Cooperation in the Field of Artificial Intelligence Elevates the India-Japan relationship to a strategic research and development partnership in the AI domain. Building on the India-Japan AI Initiative, the Joint Statement provides a roadmap for greater cooperation across the entire AI technology stack in pursuit of the shared vision of safe, secure, trusted, inclusive, and human-centric AI.
3 Joint Statement on Energy Resilience (between MoPNG and METI, Japan) Strengthens cooperation in strategic stockpiling and reserve mechanisms for crude oil and petroleum products. Promotes collaboration in joint investments across the maritime energy transport value chain.
4. Celebrating the 75th Anniversary of India-Japan Diplomatic Relations Outlines a series of commemorative events to celebrate 2027, the 75th anniversary of establishment of diplomatic relations, as the India-Japan Year of Shared Horizons
5. Memorandum of Cooperation for India-Japan Cooperative Biogas for Growth (CBG) Initiative Promotes cooperation towards the goal of establishing 1,000 biogas and organic fertilizer plants all across India, leveraging the extensive network of dairy cooperatives.
6. Memorandum of Cooperation in the Field of Batteries Promotes cooperation in battery-related projects and expands business opportunities with an aim of building a trusted, resilient and sustainable battery supply chain.
7. Memorandum of Cooperation in the Field of Pharmaceuticals and Medical Devices Sector Strengthens pharma supply chains, including in Active Pharmaceutical Ingredients (APIs) and Key Starting Materials (KSMs), through promotion of bilateral investment and business linkages, technical collaboration and industry-academia collaboration.
8. Memorandum of Cooperation in the Field of Geology and Mineral Exploration Strengthens cooperation in upstream critical minerals exploration through exchange of technical expertise.
9. Memorandum of Cooperation between IndiaAI Mission and Ministry of Economy, Trade and Industry (METI), Japan Promotes institutional cooperation between IndiaAI Mission and Japan’s GENIAC initiative – through B2B matchmaking, webinars on AI policies and challenges and support for joint projects through access to computing resources
10. Memorandum of Cooperation on Next Generation Mobility Partnership (NGMP) Establishes a framework for operationalizing the Next Generation Mobility Partnership (NGMP) which was announced at the 15th Annual Summit in August 2025. The NGMP would accelerate private sector-led cooperation and investment in mobility sectors including rail, automotive and road infrastructure, aviation, shipbuilding and ports, logistics, and urban development, positioning India as a hub for “Make in India for the World” exports to third countries.
11. Memorandum of Understanding between India’s Centre for Cellular and Molecular Platforms (C-CAMP) and RIKEN, Japan Establishes a framework for academic, translational research and start-up oriented innovation in deep-tech and life sciences, covering healthcare, agriculture and environment.
12. Memorandum of Understanding between National Center for Biological Sciences-Tata Institute of Fundamental Research and RIKEN, Japan Creates a framework for cooperation in basic biological and neuroscience research between the two leading research institutions
13. Memorandum of Understanding between IIT Bombay, BharatGen Technology Foundation and National Institute of Informatics, Japan Furthers collaboration on large language models (LLMs), with a focus on developing LLMs for enhanced scientific reasoning, through joint research exchanges
14. Memorandum of Understanding between SarvamAI and Preferred Network on LLM Development Creates a framework for cooperation across the full AI technology stack, including foundation models.
15. Memorandum of Understanding Between National Internet Exchange of India (NIXI) and Japan Network Information Center (JPNIC) Promotes cooperation in National Internet Registry operations, IPv6 adoption, internet security improvements, capacity building, student/professional exchanges and exchange of views on internet governance at regional and global forums.
16. Exchange of Letters Between International Financial Services Centres Authority (IFSCA) and Financial Services Agency, Japan (JFSA) Establishes a framework for cooperation in development, regulation and supervision of financial services as well as information exchange on financial-market trends and best practices, particularly in FinTech and RegTech.