Government is making every effort to ensure good connectivity to Prayagraj: PM Modi
Kumbh unites us and gives a glimpse of Ek Bharat, Shreshtha Bharat: PM Modi
The actions of the Congress party are proving that it considers itself above country, democracy, judiciary and public: PM Modi

ମଂଚ ଉପରେ ବିରାଜମାନ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହାଶୟ, ଉତ୍ତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରକାଶ ମୌର୍ଯ୍ୟ ମହାଶୟ, ଉତ୍ତରପ୍ରଦେଶ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ସଂସଦରେ ମୋର ସହଯୋଗୀ ଶ୍ରୀମାନ ଶ୍ୟାମ ଚରଣ ଗୁପ୍ତା ମହାଶୟ, ବିନୋଦ କୁମାର ସୋନକର ମହାଶୟ, ବୀରେନ୍ଦ୍ର ସିଂହ ମହାଶୟ, ପ୍ରୟାଗରାଜର ମେୟର ଅଭିଳାଷା ଗୁପ୍ତା ମହାଶୟ ଆଉ ଏତେ ବିଶାଳ ସଂଖ୍ୟାରେ ଏଠାକୁ ଆସିଥିବା ମୋର ଭାଇ ଓ ଭଉଣୀମାନେ ।

ତପ, ତପସ୍ୟା, ସଂସ୍କୃତି, ସଂସ୍କାରର ଧରଣୀ ତୀର୍ଥରାଜ ପ୍ରୟାଗର ପ୍ରତ୍ୟେକ ଜନସାଧାରଣଙ୍କୁ ମୋର ସାଦର ପ୍ରଣାମ । ଯେତେବେଳେ ମଧ୍ୟ ପ୍ରୟାଗରାଜ ଆସିବାର ସୁଯୋଗ ମିଳିଥାଏ, ତ ମନ ଏବଂ ମସ୍ତିଷ୍କରେ ଗୋଟିଏ ଅଲଗା ପ୍ରକାରର ଉର୍ଜ୍ଜା ସଂଚାର ହୋଇଥାଏ । ଏଠାକାର ବାତାବରଣରେ, କୋଣ ଅନୁକୋଣରେ ହିଁ ଋଷି ଏବଂ ମନୀଷୀଙ୍କର ଦିବ୍ୟତା ବସବାସ କରିଥାଏ । ଯାହାର ସଂଚାର ଏଠାକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଅନନ୍ତକାଳରୁ ହୋଇ ଆସିଛି ।

ପ୍ରୟାଗ ବିଷୟରେ କୁହାଯାଇଛି- କୋ କହି ସକହି ପ୍ରୟାଗ ପ୍ରଭାଉ । କଳୁଷ ପୁଞ୍ଜ କୁଞ୍ଜର ମୃଗରାଉ ।

ଅର୍ଥ ଏହା ହେଉଛି କି ପାପର ସମୂହରୂପୀ ହାତୀକୁ ମାରିବା ପାଇଁ ସିଂହ ରୂପୀ ପ୍ରୟାଗରାଜଙ୍କ ପ୍ରଭାବ ଏବଂ ମହାତ୍ମ୍ୟର ବର୍ଣ୍ଣନା କରିବା ହେଉଛି କଷ୍ଟକର । ଏହା ହେଉଛି ସେହି ପବିତ୍ର ତୀର୍ଥସ୍ଥଳ ଯାହାର ଦର୍ଶନ କରି ସୁଖର ସମୁଦ୍ର ରଘୁକୁଳ ଶ୍ରେଷ୍ଠ ଶ୍ରୀରାମଚନ୍ଦ୍ର ମଧ୍ୟ ସୁଖ ପ୍ରାପ୍ତ କରିଥିଲେ ।

ଭାଇ ଓ ଭଉଣୀମାନେ, ଆଜି ଯେତେବେଳେ ଅର୍ଦ୍ଧକୁମ୍ଭ ପୂର୍ବରୁ ମୁଁ ଆସିଛି, ତ ସେତେବେଳେ ମୁଁ ସମସ୍ତଙ୍କୁ, ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ଗୋଟିଏ ଖୁସି ଖବର ଦେବାକୁ ଚାହୁଁଛି । ଏଥର ଅର୍ଦ୍ଧକୁମ୍ଭରେ ଶ୍ରଦ୍ଧାଳୁ ଅକ୍ଷୟ ବଟର ଦର୍ଶନ କରି ପାରିବେ । କେତେ କେତେ ପିଢି ଧରି ଅକ୍ଷୟ ବଟ ବନ୍ଦ ପଡିଥିଲା, କିନ୍ତୁ ଚଳିତ ଥର ଏଠାକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ପ୍ରୟାଗରାଜର ତ୍ରିବେଣୀରେ ସ୍ନାନ କରିବା ପରେ ଅକ୍ଷୟ ବଟର ଦର୍ଶନ କରିବାର ସୌଭାଗ୍ୟ ମଧ୍ୟ ପ୍ରାପ୍ତ କରିପାରିବେ ।

ଏତିକି ହିଁ ନୁହେଁ, ଅକ୍ଷୟ ବଟ ସହିତ ସରସ୍ୱତୀ କୁମ୍ଭ ଦର୍ଶନ ମଧ୍ୟ ଏବେ ତା’ପାଇଁ ସମ୍ଭବ ହୋଇପାରିବ । ମୁଁ ତ ନିଜେ ମଧ୍ୟ କିଛି ସମୟ ପୂର୍ବରୁ ଅକ୍ଷୟ ବଟର ଦର୍ଶନ କରି ଆପଣମାନଙ୍କ ସମ୍ମୁଖକୁ ଆସିଛି । ଏହି ବୃକ୍ଷ ନିଜର ଗଭୀର ଚେର ଯୋଗୁ ବାରମ୍ବାର ପଲ୍ଲବିତ ହୋଇ ଆମକୁ ମଧ୍ୟ ଜୀବନ ପ୍ରତି ଏମିତି ହିଁ ଜୀବନ୍ତ ମନୋବୃତି ରଖିବା ପାଇଁ ପ୍ରେରଣା ଦେଉଛି ।

ସାଥୀଗଣ, ଏଭଳି ଦିବ୍ୟ ଏବଂ ଜୀବନ୍ତ ପ୍ରୟାଗରାଜକୁ ଆହୁରି ଆକର୍ଷକ ଏବଂ ଆଧୁନିକ କରିବା ସହିତ ଜଡ଼ିତ ପ୍ରାୟ ସାଢ଼େ ଚାରି ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କିଛି ସମୟ ପୂର୍ବରୁ ଏଠାରେ କରାଯାଇଛି । ସଡ଼କ, ରେଳବାଇ, ସହର ଏବଂ ମାଆ ଗଙ୍ଗାଙ୍କ ସଫେଇ, ସ୍ମାର୍ଟ ସହର ଭଳି ଶହ ଶହ ପ୍ରକଳ୍ପ ଏଥିରେ ସାମିଲ ହୋଇଛି ।

ପ୍ରୟାଗରାଜର ଜନସାଧାରଣ ଆପଣ ସମସ୍ତଙ୍କର ଜୀବନକୁ ସୁଗମ ଏବଂ ସରଳ କରିବା ପାଇଁ କରାଯାଇଥିବା ଏସବୁ ସୁବିଧା ଗୁଡ଼ିକ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏହି ସମସ୍ତ ପରିଯୋଜନା ଦ୍ୱାରା କୁମ୍ଭରେ ଏଠାରେ ପ୍ରବାସ କରୁଥିବା କଳ୍ପବାସୀଙ୍କୁ ମଧ୍ୟ ବହୁତ ବହୁତ ସୁବିଧା ମିଳିବ ।

ସାଥୀଗଣ, ଭାଜପା ସରକାର କୁମ୍ଭମେଳା ସମୟରେ ଯୋଗାଯୋଗରୁ ନେଇ ଏଠାକାର ଭିତ୍ତିଭୂମି ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଆମର ପ୍ରୟାସ ହେଉଛି ପ୍ରୟାଗରାଜ ପର୍ଯ୍ୟନ୍ତ ଆସୁଥିବା ପ୍ରତ୍ୟେକ ରାସ୍ତାକୁ ସୁଦୃଢ଼ କରିବା ପାଇଁ, ସୁଧାରିବା ପାଇଁ; ସେ ହୁଏତ ରେଳ ମାର୍ଗ ହେଉ, ବିମାନ ସଂଯୋଗ ହେଉ କିମ୍ବା ସଡ଼କଗୁଡ଼ିକୁ ସୁଧାରିବାର କଥା ହେଉ । କୁମ୍ଭକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଏଥର ମଧ୍ୟ ଅନେକ ନୂତନ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଯାଉଛନ୍ତି । ଏବେ ସହରର ବଡ଼ ଫ୍ଲାଏଓଭର , ରେଳବାଇ ଓଭର ବ୍ରିଜ ଏବଂ ଅଣ୍ଡର ପାସ୍, ବିଜୁଳି ଏବଂ ପାନୀୟ ଜଳର ଯେଉଁ ସବୁ ପରିଯୋଜନା ଗୁଡ଼ିକର ଲୋକାର୍ପଣ ମୁଁ କରିଛି, ତାହାଦ୍ୱାରା ଏଠାକାର ଭିତ୍ତିଭୂମି ଏବଂ ଯୋଗାଯୋଗ, ଦୁଇଟି ଯାକ ହିଁ ସୁଧୁରି ଯିବ । ଏହି କାର୍ଯ୍ୟକ୍ରମ ପରେ ମୁଁ ଏଠାରୁ ଆପଣଙ୍କର ପ୍ରୟାଗରାଜ ବିମାନବନ୍ଦରର ନୂତନ ଟର୍ମିନାଲର ଉଦଘାଟନ କରିବା ପାଇଁ ମଧ୍ୟ ଯାଉଛି । ଏହି ନୂତନ ଟର୍ମିନାଲକୁ ଗୋଟିଏ ବର୍ଷ ଭିତରେ ନିର୍ମାଣ କରିବା ହେଉଛି ଗୋଟିଏ ରେକର୍ଡ । ଏହି ଟର୍ମିନାଲ ଦ୍ୱାରା ଯାତ୍ରୀ ମାନଙ୍କର ସୁବିଧା ତ ବୃଦ୍ଧି ପାଇବ ହିଁ, ଦେଶର ବହୁ ସହରମାନଙ୍କରୁ ପ୍ରୟାଗରାଜର ଯୋଗାଯୋଗ ମଧ୍ୟ ବୃଦ୍ଧି ପାଇବ । ମୁଁ ପ୍ରୟାଗରାଜର ଲୋକମାନଙ୍କୁ ଏଥିପାଇଁ ଅଗ୍ରୀମ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ଏ ସମସ୍ତ ସୁବିଧା ସବୁ, ଏମିତି ତ ଅର୍ଦ୍ଧକୁମ୍ଭର ଠିକ୍ ପୂର୍ବରୁ ପ୍ରସ୍ତୁତ ହେଉଛି, କିନ୍ତୁ ଏହାର ପ୍ରଭାବ ଏ ପର୍ଯ୍ୟନ୍ତ ସୀମିତ ହୋଇ ରହିବା ଭଳି ନୁହେଁ । ଏହା ଆଗାମୀ ସମୟରେ ପ୍ରୟାଗରାଜରେ ଜୀବନର ପ୍ରତ୍ୟେକ ସ୍ତରରେ ସକରାତ୍ମକ ପ୍ରଭାବ ଆଣିବାକୁ ଯାଉଛି । ଏଥିରେ ଏହା ମଧ୍ୟ ହେଉଛି ସବୁଠାରୁ ବିଶେଷ କଥା କି ଆଗ ଭଳି ଅଧା, ଅଧୂରା କାମ କରାଯାଇ ନାହିଁ, ଯେଉଁ ସୁବିଧାଗୁଡ଼ିକର ନିର୍ମାଣ କରାଯାଉଛି, ତାହା ହେଉଛି ସ୍ଥାୟୀ । 100 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସମନ୍ୱିତ କମାଣ୍ଡ କଂଟ୍ରୋଲ ସେଂଟର ପ୍ରୟାଗରାଜ ହେଉଛି ପୌରାଣିକତାର ଆଧୁନିକତା ସହିତ ସଙ୍ଗମର ପ୍ରତୀକ । ଏହା ହେଉଛି ସ୍ମାର୍ଟ ପ୍ରୟାଗରାଜର ଏକ ପ୍ରମୁଖ କେନ୍ଦ୍ର । ସଡ଼କ, ବିଜୁଳି, ପାଣିରୁ ନେଇ ସବୁ ବ୍ୟବସ୍ଥା ଏହି କେନ୍ଦ୍ର ଦ୍ଵାରା ସଂଚାଳିତ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, ସରକାରଙ୍କର ପ୍ରୟାସ ହେଉଛି କି ଚଳିତଥର ଅର୍ଦ୍ଧକୁମ୍ଭରେ ତପରୁ ନେଇ ଟେକ୍ନିକ ପର୍ଯ୍ୟନ୍ତ, ତାହାର ପ୍ରତ୍ୟେକ ଦିଗର ଅନୁଭବ, ସମଗ୍ର ଦୁନିଆର ଲୋକଙ୍କୁ ମିଳିପାରୁ । ତପର ଅନୁଭୂତି ହେଉ ଏବଂ ଆଧୁନିକ ଜ୍ଞାନ କୌଶଳର ମଧ୍ୟ ଅନୁଭୂତି ମିଳୁ । ଆଧ୍ୟାତ୍ମ, ଆସ୍ଥା ଏବଂ ଆଧୁନିକତାର ତ୍ରିବେଣୀ କେତେ ଭବ୍ୟ ଏବଂ ଘନିଷ୍ଠ ହୋଇପାରେ, ଏହାର ଅନୁଭବକୁ ନେଇ ଲୋକ ଏଠାରୁ ଯିବେ, ଏହାର ସଂମ୍ପୂର୍ଣ୍ଣ ପ୍ରୟାସ କରାଯାଉଛି ।

ଏଠାରେ ନିର୍ମାଣ କରାଯାଇଥିବା ସେଲଫି ପଏଣ୍ଟ ମଧ୍ୟ ହେଉଛି ଆକର୍ଷଣର କେନ୍ଦ୍ର । କିଛି ସମୟ ପୂର୍ବରୁ ମୁଁ ସ୍ୱତନ୍ତ୍ର ଅତିଥିମାନଙ୍କ ସହିତ ଦିବ୍ୟ କୁମ୍ଭ, ଭବ୍ୟ କୁମ୍ଭ ସେଲଫି ପଏଣ୍ଟରେ ମଧ୍ୟ ଫଟୋ ଉଠାଇଛି ।

ସାଥୀଗଣ, ଅର୍ଦ୍ଧକୁମ୍ଭ ଏବଂ ସେଲଫିର ସଙ୍ଗମ ସେ ପର୍ଯ୍ୟନ୍ତ ଅଧୁରା ରହିବ ଯେ ପର୍ଯ୍ୟନ୍ତ ଏଠାକାର ମୂଳ ଶକ୍ତି, ମୂଳ ସଙ୍ଗମ, ତ୍ରିବେଣୀ ଭବ୍ୟ ନ ହେବ । ତ୍ରିବେଣୀର ଶକ୍ତିର ଏକ ବଡ଼ ସ୍ରୋତ ହେଉଛନ୍ତି ମା’ ଗଙ୍ଗା । ମା ଗଙ୍ଗା ସ୍ୱଚ୍ଛ ହୁଅନ୍ତୁ, ନିର୍ମଳ ହୁଅନ୍ତୁ, ଚୀରସ୍ରୋତା ହୁଅନ୍ତୁ; ଏଥିପାଇଁ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ।

ଆଜି ଏଠାରେ ଯେଉଁ ହଜାର ହଜାର କୋଟିର ପ୍ରକଳ୍ପ ଲୋକାର୍ପଣ ହୋଇଛି, ସେଥିରେ ମାତା ଗଙ୍ଗାଙ୍କ ସଫେଇ ଏବଂ ଏଠାରେ ଥିବା ଘାଟର ସୌନ୍ଦର୍ଯ୍ୟକରଣ ସହିତ ଜଡିତ ଅନେକ ପ୍ରକଳ୍ପ ମଧ୍ୟ ସେଥିରେ ସାମିଲ ହୋଇଛି । 1700 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ ଦ୍ୱାରା ସହରରେ ପାଖାପାଖି ଏକ ଡର୍ଜନ ନାଳକୁ ସିଧା ସଳଖ ଗଙ୍ଗାରେ ମଇଳା ପାଣିର ପ୍ରବାହକୁ ଅଟକାଯାଇ ପାରିବ । ସେହିପରି ନମାମୀ ଗଙ୍ଗେ ପ୍ରକଳ୍ପରେ ପ୍ରାୟ 150 ଘାଟର ସୌନ୍ଦର୍ଯ୍ୟ କରଣ ମଧ୍ୟ କରାଯାଉଛି । ସେହପରି ପାଖାପାଖି 50 ଘାଟର କାର୍ଯ୍ୟ ସଂମ୍ପୂର୍ଣ୍ଣ ହୋଇଯାଇଛି । ଏପରିକି ଛଅଟି ଘାଟର ମଧ୍ୟ ଆଜି ଏଠାରେ ଲୋକାର୍ପଣ କରାଯାଇଛି ।

ଭାଇ ଓ ଭଉଣୀମାନେ, ପ୍ରୟାଗରାଜ ହେଉ, କାଶୀ ହେଉ, କାନପୁର ହେଉ, ୟୁପିର ସମସ୍ତ ସହର ସମେତ ଗଙ୍ଗା କୂଳରେ ଥିବା ପ୍ରତ୍ୟେକ ରାଜ୍ୟରେ ଏହି ପ୍ରକାରର ସୁବିଧା ଗୁଡିକର ନିର୍ମାଣ ହେଉଛି । ନମାମୀ ଗଙ୍ଗା ମିଶନ ଅଧିନରେ ଏ ପର୍ଯ୍ୟନ୍ତ ସାଢେ 24 ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇ ସାରିଛି । 5 ହଜାର କୋଟି ଟଙ୍କାର 75ଟି ପ୍ରକଳ୍ପ ସଂମ୍ପୂର୍ଣ୍ଣ କରାଯାଇ ସାରିଛି । ହଜାର ହଜାର କୋଟି ଟଙ୍କାର 150 ପ୍ରକଳ୍ପ, ତାହା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ, ଗଙ୍ଗାମାତା ନିର୍ମଳ ଏବଂ ଚିରସ୍ରୋତା ହେବେ, ଏହି ନିଷ୍ପତ୍ତି ପଛରେ ସବୁଠାରୁ ବଡ଼ ଶକ୍ତି, ସରକାରୀ କଳ ତ’ ଅଛି; କୋଟି କୋଟି ସ୍ୱଚ୍ଛାଗ୍ରହୀଙ୍କର, ମା ଗଙ୍ଗାଙ୍କର ସେବକମାନଙ୍କର ମଧ୍ୟ ଯୋଗଦାନ ରହିଛି । ଜନତା -ଜନାର୍ଦ୍ଦନ ଏହି ଅଭିଯାନ ସହିତ ଯୋଡି ହୋଇ ରହିଛନ୍ତି । ନିଜ ସ୍ତରରେ କାର୍ଯ୍ୟ କରୁଛନ୍ତି । ଗଙ୍ଗା ମାତାଙ୍କ ପ୍ରତି ଜନ-ଭାଗିଦାରୀ ଏବଂ ଦାୟିତ୍ୱ ଆମ ପ୍ରୟାସକୁ ଅଧିକ ଶକ୍ତି ଦେଇଛି । ଏବେ ଗଙ୍ଗା କୂଳରେ ପ୍ରାୟ ସମସ୍ତ ଗାଁକୁ ଖୋଲା ମଳ ମୁକ୍ତ ଘୋଷଣା କରା ଯାଇଛି ।

ଭାଇ ଓ ଭଉଣୀମାନେ, ଶାସ୍ତ୍ରରେ ସ୍ୱଚ୍ଛତାକୁ ଦେବତ୍ୱ ସହିତ ଯୋଡ଼ି ଦିଆ ଯାଇଛି । କୁମ୍ଭରେ ଦେବତା ମାନଙ୍କର ନିବାସ ହୋଇଥାଏ । ଏପରି କି କୁମ୍ଭରେ ମାଆ ଗଙ୍ଗାଙ୍କ ସଫେଇ ହେଉ ଅବା ସ୍ୱଚ୍ଛ କୁମ୍ଭର କଥା ହେଉ, ଚଳିତ ଥର କୁମ୍ଭରେ କୌଣସି କାର୍ଯ୍ୟକୁ ବାକି ରଖି ଦିଆଯାଉ ନାହିଁ ।

ଏବେ ମୁଁ ଏଠାକୁ ଆସିବା ପୂର୍ବରୁ ସ୍ୱଚ୍ଛ କୁମ୍ଭର ପ୍ରଦର୍ଶନୀ ଦେଖିଲି ଏବଂ ଲୋକାର୍ପଣରେ ମଧ୍ୟ କୁମ୍ଭରେ ସ୍ୱଚ୍ଛତା ରହୁ, ଏଥିପାଇଁ ଆଧୁନିକ କୌଶଳ ଆଉ ପୋର୍ଟେବୁଲ କମ୍ପ୍ୟୁଟର ଭଳି ଉପକରଣ ଲଗାଇବାର ଯୋଜନାର ଶୁଭାରମ୍ଭ କରା ଯାଇଛି ।

ସାଥୀଗଣ, କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ସରକାରଙ୍କ ସହିତ ମିଳିମିଶି ଏହା ସୁନିଶ୍ଚିତ କରିବାରେ ଯୋଡ଼ି ହୋଇଛନ୍ତି କି ଆୟୋଜନ ଦର୍ଶନୀୟ, ଦାର୍ଶନିକ ଆଉ ଦିବ୍ୟ ହେଉ । ସରକାରଙ୍କର ସଂପୂର୍ଣ୍ଣ ପ୍ରୟାସ ହେଉଛି କି ଏଠାରେ ଭାରତର ଗୌରବଶାଳୀ ଅତୀତର ଦର୍ଶନ ଏବଂ ବୈଭବଶାଳୀ ଭବିଷ୍ୟତର ଝଲକ ଦୁନିଆକୁ ଦେଖିବାକୁ ମିଳୁ ।

ମୁଁ ଖୁସି ଯେ ସରକାରଙ୍କର ଏହି ପ୍ରୟାସରେ ପ୍ରୟାଗରାଜର ପ୍ରତ୍ୟେକ ନାଗରିକ ଜଡ଼ିତ ଅଛନ୍ତି । ନିଜ ସ୍ତରରେ ଅନେକ ପ୍ରୟାସ ଆପଣ ମଧ୍ୟ କରୁଛନ୍ତି । ସହରର ପରିଷ୍କାର ପରିଚ୍ଛନ୍ନତା ଠାରୁ ନେଇ ଅତିଥି ମାନଙ୍କ ସକ୍ରାର ପାଇଁ ସକରାତ୍ମକ ବାତାବରଣ ସୃଷ୍ଟି କରିବାରେ ଆପଣ ମାନେ ଲାଗି ପଡ଼ିଛନ୍ତି । ଏଠାରେ ଯେଉଁ ପ୍ରଦର୍ଶନୀ ଚାଲିଛି, ସେଥିରେ ମୁଁ ଦେଖିଛି କି କିଭଳି ଆକର୍ଷକ ଚିତ୍ରକଳାରେ, ସେଥିରେ ସହରକୁ ସଜ୍ଜିତ କରା ଯାଉଛି । ଚିତ୍ର ମାଧ୍ୟମରେ ପ୍ରୟାଗରାଜ ଏବଂ ଭାରତ ଦର୍ଶନ କରାଇବାର ଅଦ୍ଭୁତ ପ୍ରୟାସ ହେଉଛି ପ୍ରଶଂସନୀୟ ଆଉ ଏହି ଅନୁଭବ ଏଠାକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଅନୁପମ ହେବ ।
ସାଥୀଗଣ, ପ୍ରୟାଗରାଜର ଲୋକଙ୍କ ଏହି ଭାବନାକୁ ବୁଝି, ଆପଣ ମାନଙ୍କ ସ୍ନେହକୁ ଦେଖି ମୁଁ ସାରା ଦୁନିଆର ଲୋକଙ୍କୁ ଅର୍ଦ୍ଧକୁମ୍ଭକୁ ଆସିବା ପାଇଁ ନିମନ୍ତ୍ରଣ ଦେଇ ଆସିଛି । ବିଗତ ଏକ-ଦେଢ଼ ବର୍ଷ ଧରି ଯେଉଁଠାକୁ ମଧ୍ୟ ଯାଇଛି, ସେଠାରେ ରହୁଥିବା ପ୍ରତ୍ୟେକ ଭାରତ ବାସୀଙ୍କୁ ନିଜର ବିଦେଶୀ ସାଥୀଙ୍କ ସହିତ ପ୍ରୟାଗରାଜ ଆସି ଭାରତର ସାଂସ୍କୃତିକ ପରମ୍ପରା ସହିତ ଯୋଡ଼ି ହେବାର ନିମନ୍ତ୍ରଣ ମୁଁ ସ୍ୱୟଂ ଯାଇ କରି ଦେଇଛି; କାରଣ ମୁଁ ମଧ୍ୟ ଏବେ ଉତ୍ତରପ୍ରଦେଶ ବାଲା ହୋଇଛି ନା ।

ଆପଣମାନେ ଦେଖିଥିବେ, କାଲି ହିଁ ସଙ୍ଗମରେ 70ଟି ଦେଶର ପତାକା ଉଡ଼ା ଯାଇଛି । 70ଟି ଦେଶରେ ଭାରତ ପକ୍ଷରୁ ନିଯୁକ୍ତ ପ୍ରତିନିଧିଗଣ, ରାଜନୈତିକ ପ୍ରତିନିଧିଗଣ ସଂପୂର୍ଣ୍ଣ କୁମ୍ଭ କ୍ଷେତ୍ର ପରିଦର୍ଶନ କରିଛନ୍ତି, ଏଠାକାର ଅଦ୍ଭୁତ ବାତାବରଣର ଆନନ୍ଦ ନେଇଛନ୍ତି । ଏଭଳି ପ୍ରୟାସ କୁମ୍ଭର ବିଶ୍ୱ ସ୍ତରରେ ଲୋକପ୍ରିୟତା ବଢ଼ାଇବାରେ ଆହୁରି ସହାୟକ ସିଦ୍ଧ ହେବ ।

ସାଥୀଗଣ, ଚଳିତ ଥର ଦୁଇଟି ମହତ୍ୱପୂର୍ଣ୍ଣ ଆୟୋଜନ ଦୁନିଆର ସର୍ବ ପୁରାତନ ସାଂସ୍କୃତିକ ସହର – ପ୍ରୟାଗରାଜ ଏବଂ କାଶୀରେ ଏକା ସଙ୍ଗରେ ହେଉଛି । ଯେତେବେଳେ ଏଠାରେ ଅର୍ଦ୍ଧକୁମ୍ଭ ପାଇଁ ଦୁନିଆ ଏକାଠି ହେବ ସେତେବେଳେ କାଶୀରେ ପ୍ରବାସୀ ଭାରତୀୟ ଦିବସ ପାଇଁ ସମଗ୍ର ଦୁନିଆର ଭାରତୀୟ ମାନେ ଏକାଠି ହେବାକୁ ଯାଉଛନ୍ତି । ଜଣାପଡୁଛି ସେମାନଙ୍କର ମଧ୍ୟ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିବ ।

ଭାଇ ଓ ଭଉଣୀମାନେ, ଅର୍ଦ୍ଧକୁମ୍ଭ କେବଳ କୋଟି କୋଟି ଲୋକଙ୍କର ଏକାଠି ହେବାର ପର୍ବ ନୁହେଁ, ଏଠାକୁ ଆସୁଥିବା କୋଟି କୋଟି ଲୋକଙ୍କ ମାଧ୍ୟମରେ ସମଗ୍ର ଦେଶ, ସେଥିରେ ଆସୁଥିବା କୋଟି କୋଟି ଲୋକଙ୍କ ମଧ୍ୟରେ ହେବାକୁ ଥିବା ସମ୍ପର୍କ ଏବଂ ଆଲୋଚନା ଆମ ଦେଶକୁ ମାର୍ଗ ଦେଖାଇଥାଏ । କୁମ୍ଭକୁ ଆସୁଥିବା କୋଟି କୋଟି ଲୋକଙ୍କ ସହିତ ହିଁ କୋଟି କୋଟି ବିଚାର ଧାରାର ପ୍ରବାହ ମଧ୍ୟ ଭାରତକୁ ସମୃଦ୍ଧ ଏବଂ ସଶକ୍ତ କରିଥାଏ ।

କୁମ୍ଭର ପର୍ବ ଭାରତ ଏବଂ ଭାରତୀୟତାର ହେଉଛି ସବୁଠାରୁ ବଡ଼ ପ୍ରମାଣ । ଏହି ପର୍ବ ଭାଷା, ପୋଷାକ ଏବଂ ଭିନ୍ନତାକୁ ଶେଷ କରି ଏକ ହେବା ପାଇଁ ପ୍ରେରଣା ଦେଇଥାଏ । ଏହି ପର୍ବ ଆମକୁ ଯୋଡିଥାଏ, ଏହି ପର୍ବ ଗାଁ ଏବଂ ସହରକୁ ଏକାଠି କରିଥାଏ । ଏକ ଭାରତ-ଶ୍ରେଷ୍ଠ ଭାରତର ଉପଯୁକ୍ତ ପ୍ରତିଛବି ଏଠାରେ ଦେଖିବାକୁ ମିଳିଥାଏ । ଏଥିରେ ଆମର ଦାୟିତ୍ୱ ରହୁଛି କି ଏଠାକୁ ଆସୁଥିବା ପ୍ରତ୍ୟେକ ଅତିଥିଙ୍କର ଆମେ ଧ୍ୟାନ ରଖିବା । ଏହି ଆୟୋଜନ କେବଳ ଶ୍ରଦ୍ଧା ନୁହେଁ, ହେଉଛି ଦେଶର ପ୍ରତିଷ୍ଠାର ମଧ୍ୟ ପ୍ରଶ୍ନ । ଆମକୁ ଏହା ସୁନିଶ୍ଚିତ କରିବାର ଅଛି କି ଭାରତର ଏକ ନୂତନ ଛବି, ତାହାକୁ ନେଇ ଦୁନିଆ ଏଠାରୁ ଫେରି ଯାଉ ।

ଏହି ସମୟରେ ସାରା ଦୁନିଆର ହଜାର ହଜାର ଛାତ୍ର ଏଠାକାର ପରିଚାଳନା ବିଷୟରେ ଶିଖିବାକୁ ପଢିବାକୁ ମଧ୍ୟ ଆସିବେ । ବିଶ୍ୱର ସବୁଠାରୁ ବଡ଼ ପ୍ରବନ୍ଧନ ବିଶ୍ୱ ବିଦ୍ୟାଳୟ ଏହି ଆୟୋଜନର ବିଶାଳତା, ବିବଧତା, ଏବଂ ସଫଳତା ଉପରେ ପିଲାମାନଙ୍କୁ ପ୍ରବନ୍ଧନର ଗୁରତ୍ୱ ବିଷୟରେ ଶିଖାଉଛି ।

ସାଥୀଗଣ, ଭାରତର ପରିଚୟ ହେଉଛି ଆମର ସାଂସ୍କୃତିକ ପରମ୍ପରା, ହେଉଛି ଜ୍ଞାନର ଭଣ୍ଡାର । ଏହି ଶକ୍ତି ସହିତ ଦୁନିଆକୁ ପରିଚିତ କରାଇବା ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ସମେତ ସମସ୍ତ ମହର୍ଷିମାନେ ନିଜର ଜୀବନ ସମର୍ପିତ କରିଦେଲେ । ବିଗତ ଚାରି – ସାଢେ ଚାରି ଧରି କେନ୍ଦ୍ର ସରକାର ମଧ୍ୟ ଏହି ନିରନ୍ତର ପ୍ରୟାସ କରୁଛନ୍ତି କି ସଂସାଧନ ସହିତ ଦେଶର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ମଧ୍ୟ ପ୍ରଭାବ ବଢୁ ।

ସାଥୀଗଣ, ମୁଁ ଆଜି ପବିତ୍ର ପ୍ରୟାଗରାଜରେ ଆପଣମାନଙ୍କ ସହିତ ଏବଂ ଦେଶର ଲୋକମାନଙ୍କ ସହିତ ଆଉ ଏକ ଗୁରୁତ୍ୱପୁର୍ଣ୍ଣ ବିଷୟରେ କଥା ହେବାକୁ ଚାହୁଁଛି । ପ୍ରୟାଗରାଜ ହେଉଛି ସେହି ସ୍ଥାନ, ଯାହାକୁ ଉତ୍ତର ପ୍ରଦେଶରେ ନ୍ୟାୟର ମନ୍ଦିର ମଧ୍ୟ କୁହାଯାଇ ପାରେ । ବିଗତ କିଛି ସମୟ ଧରି ଯେଭଳି ଭାବେ ପୁଣି ଥରେ ଦେଶର ନ୍ୟାୟପାଳିକା ଉପରେ ଚାପ ପକାଇବାର ଖେଳ ଆରମ୍ଭ ହୋଇଛି, ସେହି ସ୍ଥିତିରେ ଦେଶକୁ, ଆଜିର ଯୁବ ପିଢୀକୁ ସତର୍କ କରାଯିବାର ବହୁତ ଆବଶ୍ୟକତା ରହିଛି ।

ସାଥୀଗଣ, ଦେଶକୁ ସବୁଠାରୁ ଅଧିକ ସମୟ ଶାସନ କରିଥିବା ଦଳ ସର୍ବଦା ନିଜକୁ ପ୍ରତ୍ୟେକ ଆଇନ, ନ୍ୟାୟପାଳିକା, ସଂସ୍ଥା ଏପରିକି ଦେଶଠାରୁ ମଧ୍ୟ ନିଜକୁ -ନିଜେ ଉଚ୍ଚ ବୋଲି ଭାବିଥାଏ । ଦେଶର ପ୍ରତିଟି ସେହି ସଂସ୍ଥାକୁ, ଏପରିକି ସାଂବିଧାନିକ ସଂସ୍ଥାଗୁଡିକୁ ମଧ୍ୟ ଏହି ଦଳ ନଷ୍ଟ କରି ଦେଲା, ଯାହା ତାଙ୍କ ଇଚ୍ଛାରେ ଚାଲିଲା ନାହିଁ, ତାଙ୍କ ଇଶାରାରେ ଚାଲିଲା ନାହିଁ, ତାଙ୍କ ଇଶାରାରେ କାର୍ଯ୍ୟ କରିବାକୁ, ନଇଁବାକୁ ପ୍ରସ୍ତୁତ ହେଲା ନାହିଁ ।

ଭାଇ ଓ ଭଉଣୀମାନେ, ଏହି ମନମୁଖୀ ସ୍ୱଭାବ କାରଣରୁ ଆମ ଦେଶର ନ୍ୟାୟ ପ୍ରଣାଳୀକୁ ମଧ୍ୟ ଦୁର୍ବଳ କରିବାର ପ୍ରୟାସ କରାଗଲା । ଏହାର ଏକମାତ୍ର କାରଣ ଥିଲା କି ନ୍ୟାୟପାଳିକା ସେହି ସଂସ୍ଥା ଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା, ଯାହା ଏହି ପାର୍ଟିର ଭ୍ରଷ୍ଟ ଏବଂ ନିରଙ୍କୁଶ ଉପାୟ ବିରୁଦ୍ଧରେ ଠିଆ ହୋଇଥିଲା । ଏହି କଥାକୁ ପ୍ରୟାଗରାଜ ଏବଂ ଉତ୍ତର ପ୍ରଦେଶର ଲୋକ ମାନଙ୍କ ଠାରୁ କିଏ ଅଧିକ ଭଲ ଭାବେ ଜାଣି ପାରିବେ କି କଂଗ୍ରେସକୁ ନ୍ୟାୟପାଳିକା କାହିଁକି ପସନ୍ଦ ନୁହେଁ? ଉତ୍ତର ପ୍ରଦେଶର ଲୋକ ସେହି ଦିନକୁ ମନେ ପକାନ୍ତୁ – ଯେତେବେଳେ ଏହି ଦଳର ସର୍ବୋଚ୍ଚ ନେତା ଦ୍ୱାରା ଏଠାରେ ଜନମତକୁ ଅପମାନିତ କରିବାର କାର୍ଯ୍ୟ କରା ଯାଇଥିଲା । କ’ଣ ଏହା ଲୋକତନ୍ତ୍ରର ଅପମାନ ନ ଥିଲା?

ସାଥୀଗଣ, ଦେଶ ସେହି ଦିନକୁ ମଧ୍ୟ ଭୁଲି ପାରିବ ନାହିଁ ଯେତେବେଳେ ପ୍ରୟାଗରାଜର ହାଇକୋର୍ଟ ସତ୍ୟ ଏବଂ ସମ୍ବିଧାନ ସହିତ ରହି ସେମାନଙ୍କୁ ସଂସଦରୁ, ସଂସଦ ସଦସ୍ୟ ପଦରୁ ହଟାଇ ଦେଲା ତ ସେମାନେ ଗଣତନ୍ତ୍ରକୁ ହିଁ ଶେଷ କରିବାର ପ୍ରୟାସ କଲେ । ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲଗାଇ ଦେଲେ । ଏପରି କି ଦେଶର ସମ୍ବିଧାନକୁ ମଧ୍ୟ ବଦଳାଇ ଦିଆଗଲା । ଚେଷ୍ଟା ତ ଏ ପର୍ଯ୍ୟନ୍ତ ହୋଇଥିଲା କି ନ୍ୟାୟପାଳିକା ଠାରୁ ନିର୍ବାଚନ ମାମଲା ଶୁଣାଣୀର ଅଧିକାର ଛଡ଼ାଇ ନେବା ପର୍ଯ୍ୟନ୍ତ କଥା ଯାଇଥିଲା ।

ସାଥୀଗଣ, କଂଗ୍ରେସର ନେତା ମାନଙ୍କର ଏହି ପ୍ରବୃତି ରହିଛି । ଏହି ପ୍ରବୃତିରେ ଦେଶର ସାମ୍ବିଧାନିକ ସଂସ୍ଥା ଗୁଡ଼ିକୁ ଗୋଟିଏ ଦଳ ଆଗରେ ହାତ ବାନ୍ଧି ଠିଆ ହୋଇ ରହିବାକୁ ବାଧ୍ୟ କରାଯାଉଛି । ଯିଏ ମୁଣ୍ଡ ନୁଆଁଉ ନାହିଁ, ତାକୁ ଭାଙ୍ଗିବାର ପ୍ରୟାସ କରାଯାଉଛି । ଏହା ହେଉଛି ସେମାନଙ୍କର ସାମନ୍ତବାଦୀ ଏବଂ ରାଜତନ୍ତ୍ରର ଚିନ୍ତାଧାରା ଯାହା ସେମାନଙ୍କୁ ନିରପେକ୍ଷ ସଂସ୍ଥାଗୁଡ଼ିକୁ ବଳ ପୂର୍ବକ ନଷ୍ଟ କରିବା ପାଇଁ ପ୍ରେରିତ କରୁଥାଏ । ନ୍ୟାୟପାଳିକାର ପ୍ରତିଷ୍ଠାକୁ କ୍ଷତିଗ୍ରସ୍ତ କରିବା, ତାକୁ ନଷ୍ଟ କରିବା ପାଇଁ ଏହି ଦଳ କେବଳ ଶକ୍ତିର ହିଁ ପ୍ରୟୋଗ କରି ନ ଥାଏ, ସେ କପଟତାର ପ୍ରୟୋଗ ମଧ୍ୟ କରିଥାଏ । ନିଜର ଷଡଯନ୍ତ୍ରକୁ ସଫଳ କରିବା ପାଇଁ କପଟ, ପ୍ରପଂଚ, ଧୂର୍ତତାର ସମସ୍ତ ସୀମାକୁ ଲଙ୍ଘନ କରି ଦେଇଥାଏ । ନ୍ୟାୟପାଳିକାକୁ ନେଇ ଏହି ଦଳର କାର୍ଯ୍ୟ ସଂସ୍କୃତି ରହି ଆସିଛି – ଯେତେବେଳେ ଶାସନରେ ରହିଥାନ୍ତି ତ ଲଟକାଇ ରଖିବା ଏବଂ ବିପକ୍ଷରେ ରହିଥାନ୍ତି ତ ଧମକ ଦେଇଥାନ୍ତି ।

ସାଥୀଗଣ, ମୁଁ ଦେଶକୁ କେଶବାନନ୍ଦ ଭାରତୀଙ୍କର ମହତ୍ୱପୂର୍ଣ୍ଣ କେସ୍ ବିଷୟରେ ମଧ୍ୟ ମନେ ପକାଇ ଦେବାକୁ ଚାହେଁ । ଏହି ମାମଲାରେ ନିଷ୍ପତ୍ତି ଶୁଣାଉଥିବା ବିଚାରପତି ମାନେ ଯେତେବେଳେ ଚାପର ବଶବର୍ତି ହେବା ପାଇଁ ମନା କରି ଦେଲେ ତ ବର୍ଷ ବର୍ଷ ଧରି ଚାଲି ଆସୁଥିବା ନ୍ୟାୟିକ ପରମ୍ପରାକୁ ହିଁ ବଦଳାଇ ଦିଆ ଗଲା । ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି କରିବା ପରିବର୍ତେ ଜଣେ ଏଭଳି ବିଚାରପତିଙ୍କୁ ଏହି ପଦ ଦିଆଗଲା, ଯିଏ ବରିଷ୍ଠତା ଅନୁସାରେ ତିନି ଜଣ ବିଚାରପତିଙ୍କ ପଛରେ ଥିଲେ । ଏହା ଥିଲା ଏହି ଲୋକଙ୍କର କାମ କରିବାର ଶୈଳୀ, ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରିବାର କୌଶଳ । ଏହି ଭଳି ଭାବେ ଜରୁରୀ କାଳୀନ ପରିସ୍ଥିତିର ନିଷ୍ପତ୍ତି ଉପରେ ଯେତେବେଳେ ବିଚାରପତି ଖାନ୍ନା ଅସହମତି ପ୍ରକାଶ କରିଥିଲେ, ତ ତାଙ୍କ ସହିତ ମଧ୍ୟ ଏହା କରାଗଲା । ତାଙ୍କର ବରିଷ୍ଠତାକୁ ମଧ୍ୟ ଏଡ଼ାଇ ଦିଆଗଲା ।

ଭାଇ ଓ ଭଉଣୀମାନେ, ନିଜ ସ୍ୱାର୍ଥ ଆଗରେ ନା ଏମାନେ ଦେଶର ହିତକୁ ଦେଖନ୍ତି ନା ଗଣତନ୍ତ୍ରକୁ । ଏମାନଙ୍କ ମନରେ ନା ଆଇନ୍ ପ୍ରତି ସମ୍ମାନ ରହିଛି ନା ପରମ୍ପରା ପ୍ରତି । ଏମାନଙ୍କର ଜଣେ ନେତାଙ୍କର ସାର୍ବଜନିକ ଭାବେ ଦେଇଥିବା ବୟାନକୁ ନେଇ ଖୁବ ଚର୍ଚ୍ଚା ରହିଥିଲା । ସେ କହିଥିଲେ – ଆମେ ମୁଖ୍ୟ ବିଚାରପତି ଭାବେ ତାଙ୍କୁ ମନୋନୀତ କରିବୁ ଯିଏ ଆମ ଚିନ୍ତାଧାରା, ଆମ ବିଚାର ସହିତ ସହମତ ଥିବେ ଆଉ ଆମ ହିସାବରେ ଚାଲିବେ ।

ସାଥୀଗଣ, ଆମ ଦେଶ ନ୍ୟାୟପାଳିକାକୁ ସମ୍ବିଧାନର ସବୁଠାରୁ ଉପରେ ରଖିବାର କାର୍ଯ୍ୟ କରି ଚାଲିଛି । କିନ୍ତୁ ଦେଶ ଏହି କଥାର ମଧ୍ୟ ସାକ୍ଷୀ ରହିଛି କି ନ୍ୟାୟପାଳିକାକୁ ନିଜ ହିସାବରେ ମୋଡ଼ିବା ପାଇଁ କିଭଳି ଏକ ରାଜନୈତିକ ଦଳ ଦ୍ୱାରା ଲୋଭ, ଲାଳସା, ଶତ୍ରୁତା, କ୍ଷମତା, ସବୁକିଛିର ବ୍ୟବହାର କରା ଯାଉଛି । ଏହି ଦଳଙ୍କ ପାଖରେ ନ୍ୟାୟପାଳିକାକୁ ଅଟକାଇବା, ଲଟକାଇବା, ପଥଭ୍ରଷ୍ଟ ଏବଂ ଧମକାଇବାର ବହୁତ କୌଶଳ ସବୁ ସେମାନଙ୍କର ଅଭ୍ୟାସ ରହିଛି ।

ନିକଟରେ ଆମେ ଦେଖିଲେ କି କିଭଳି ସେମାନେ ନ୍ୟାୟପାଳିକାର ସର୍ବୋଚ୍ଚ ବିଚାରପତିଙ୍କ ବିରୁଦ୍ଧରେ ମହା ଅଭିଯୋଗ ପ୍ରସ୍ତାବ ଆଣିବାର ପ୍ରୟାସ କଲେ । ବିଚାରପତି ମାନଙ୍କୁ ଡରାଇବା, ଧମକାଇବାର ପ୍ରୟାସ ତାଙ୍କର ପୁରୁଣା ଚିନ୍ତାଧାରାର ହେଉଛି ଅଂଶ ।

ମୋତେ ଚର୍ଚ୍ଚାରେ ରହିଥିବା ସେହି ବାକ୍ୟ ମଧ୍ୟ ମନେ ଅଛି ଯେତେବେଳେ ତାଙ୍କ ନେତାଙ୍କର ଏକ ମାମଲାର ଶୁଣାଣୀ କରୁଥିବା ବିଚାରପତିଙ୍କୁ ପଚରା ଯାଇଥିଲା କି କ’ଣ ସେ ଚାହୁଁ ନାହାଁନ୍ତି କି ତାଙ୍କ ପତ୍ନୀ କର୍ବା ଚୌଥ୍ ପାଳନ କରନ୍ତୁ? ଏହା ଧମକ ନ ଥିଲା ତ କ’ଣ ଥିଲା?

ଭାଇ ଓ ଭଉଣୀମାନେ, ଏହି ଲୋକ ମାନେ ପ୍ରତ୍ୟେକ ସଂସ୍ଥାକୁ ନଷ୍ଟ କରିବାର ପ୍ରୟାସ କରିବା ପରେ ଏବେ ଗଣତନ୍ତ୍ରର ଦ୍ୱାହି ଦେଉଛନ୍ତି । କିନ୍ତୁ ଏମାନଙ୍କର ବ୍ୟବହାର, ଏମାନଙ୍କର ଷଡଯନ୍ତ୍ର ବାରମ୍ବାର ଏହା ପ୍ରମାଣିତ କରୁଛି କି ଏମାନେ ନିଜେ ଦେଶ, ଗଣତନ୍ତ୍ର, ନ୍ୟାୟପାଳିକା ଏବଂ ଏପରିକି ଲୋକ ମାନଙ୍କ ଠାରୁ ନିଜକୁ ଉଚ୍ଚ ବୋଲି ଭାବୁଛନ୍ତି । ଏବେ ଦୁଇ ଦିନ ପୂର୍ବରୁ ମଧ୍ୟ ଆମେ ଏହାର ଆଉ ଏକ ଉଦାହରଣ ଦେଖି ସାରିଛେ ଆଉ ଏଥିପାଇଁ ମୁଁ ଆପଣ ମାନଙ୍କୁ କହିବାକୁ ଚାହୁଁଛି ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ ଏଭଳି ଲୋକ ମାନଙ୍କ ଠାରୁ, ଏଭଳି ଦଳଠାରୁ ।

ଭାଇ ଓ ଭଉଣୀମାନେ, କଂଗ୍ରେସର ଇତିହାସ ଯେତିକି ସ୍ୱାର୍ଥପର, ବର୍ତମାନ ସେତିକି କଳଙ୍କିତ । କ୍ଷମତା ଏବଂ ସ୍ୱାର୍ଥରେ ଭରପୂର ଏହି ଲୋକ ଆଉ ସେମାନଙ୍କର ସହଯୋଗୀମାନଙ୍କୁ ନା ତ ଦେଶବାସୀଙ୍କ ଠାରେ କିଛି ସମ୍ପର୍କ ରହିଛି, ନା ହିଁ ଦେଶ ସହିତ ନା ହିଁ ଦେଶର ଆର୍ଥିକ-ସାଂସ୍କୃତିକ ସମୃଦ୍ଧି ସହିତ । ସେମାନଙ୍କୁ କିଛି ବିଶେଷ ଅବସରରେ ହିଁ ସଂସ୍କୃତି ବିଷୟରେ ମନେ ପଡ଼େ, ଯେତେବେଳେ କି ଆମମାନଙ୍କ ପାଇଁ ତ ରାଷ୍ଟ୍ର, ରାଷ୍ଟ୍ରର ସମ୍ପନ୍ନତା, ରାଷ୍ଟ୍ରର ବୈଭବ ଏବଂ ଆଧ୍ୟାତ୍ମିକ ସମୃଦ୍ଧି ହେଉଛି ଆମର ଚିନ୍ତାଧାରାର ଏକ ଅଂଶ ।

ଏହି ସଂସ୍କାର ଯୋଗୁଁ ୟୁପି ସମେତ ସମଗ୍ର ଦେଶରେ ପ୍ରସାଦ ଯୋଜନା ଅଧୀନରେ ଆସ୍ଥା ଏବଂ ଆଧ୍ୟାତ୍ମ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯୋଡ଼ା ଯାଉଛି । ସେଠାରେ ସୁବିଧାଗୁଡ଼ିକୁ ନିର୍ମାଣ କରାଯାଉଛି । ପ୍ରୟାଗରାଜ ହେଉ, କାଶୀ ହେଉ, ଅଯୋଧ୍ୟା-ବୃନ୍ଦାବନ ହେଉ, କେଦାରନାଥରୁ ନେଇ କାମାକ୍ଷା ଏବଂ ଶବରୀମାଳା ପର୍ଯ୍ୟନ୍ତ ଆସ୍ଥାର ଏଭଳି ଅନେକ କେନ୍ଦ୍ରକୁ ଭବ୍ୟ ଏବଂ ଦିବ୍ୟ କରାଯାଉଛି ।

ଭାଇ ଓ ଭଉଣୀମାନେ, ଭାରତ କେଉଁ ଭଳି ଭାବେ ପରିବର୍ତିତ ହେଉଛି । ନୂତନ ଭାରତ କିଭଳି ପୌରାଣିକତା ଏବଂ ଆଧୁନିକତାକୁ ଏକାଠି କରୁଛି, ତାହାର ଝଲକ ଅର୍ଦ୍ଧକୁମ୍ଭରେ ଦେଖିବାକୁ ମିଳିବା ପାଇଁ ଯାଉଛି ।

ମୋର ଆପଣ ସମସ୍ତ ପ୍ରୟାଗବାସୀଙ୍କୁ ଅନୁରୋଧ କି ଆମେ ଆଧୁନିକତା ଦ୍ୱାରା ଆଧ୍ୟାତ୍ମକୁ, ବିକାଶ ଦ୍ୱାରା ବିଶ୍ୱାସକୁ ଆଉ ଶାଳିନତା ଦ୍ୱାରା ଶ୍ରଦ୍ଧାକୁ ଯୋଡ଼ିକରି କୁମ୍ଭକୁ ସଫଳତମ ଆୟୋଜନ ଭାବେ ପ୍ରସ୍ତୁତ କରିବା ।

ସରକାର ନିଜର ଦାୟିତ୍ୱକୁ ପୂରଣ କରୁଛନ୍ତି । କିନ୍ତୁ ଏତେ ବଡ଼ ଆୟୋଜନ କେବଳ ସରକାରୀ ବ୍ୟବସ୍ଥାଗୁଡ଼ିକର ଭରସାରେ ସଫଳ ହେବା ସମ୍ଭବ ନୁହେଁ । ମୁଁ ନିଜେ, ଯୋଗୀ ମହାଶୟ, ଆମର ସମସ୍ତ ସାଥୀ ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚଳିତ ଥର ଅର୍ଦ୍ଧକୁମ୍ଭକୁ ଅଦ୍ଭୁତପୂର୍ବ ଭାବେ ଆୟୋଜନ କରିବା ।

ଏହି ଆଶା ସହିତ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ, ପ୍ରୟାଗରାଜର ସମସ୍ତ ବିକାଶ ପରିଯୋଜନାଗୁଡ଼ିକ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି ।

ଜୟ ଗଙ୍ଗା ମାତା – ଜୟ

ଜୟ ଯମୁନା ମାତା – ଜୟ

ଜୟ ସରସ୍ୱତୀ ମାତା – ଜୟ

ଜୟ ତୀର୍ଥରାଜ – ଜୟ ତୀର୍ଥରାଜ

ଜୟ ତୀର୍ଥରାଜ – ଜୟ ତୀର୍ଥରାଜ

ଭାରତ ମାତା କି- ଜୟ

ଭାରତ ମାତା କି- ଜୟ

ଭାରତ ମାତା କି- ଜୟ

ବହୁତ-ବହୁତ ଧନ୍ୟବାଦ

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PM Modi Turned India's Ordnance Factories Into Atmanirbhar Powerhouse

Media Coverage

How PM Modi Turned India's Ordnance Factories Into Atmanirbhar Powerhouse
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Speaks with King of Jordan
March 19, 2026
PM Conveys advance Eid Wishes and emphasizes need for dialogue and diplomacy in West Asia

Prime Minister Shri Narendra Modi held a telephonic conversation with His Majesty King Abdullah II, the King of Jordan, to exchange festive greetings and discuss the evolving security situation in the region.

The Prime Minister spoke with His Majesty King Abdullah II and conveyed advance Eid wishes. During the discussion, both leaders expressed concern at the evolving situation in West Asia and highlighted the need for dialogue and diplomacy for the early restoration of peace, security, and stability in the region.

The Prime Minister remarked that attacks on energy infrastructure in West Asia are condemnable and can lead to avoidable escalation. Shri Modi affirmed that India and Jordan stand in support of unhindered transit of goods and energy. The Prime Minister further expressed deep appreciation for Jordan’s efforts in facilitating the safe return of Indians stranded in the region.

The Prime Minister wrote on X:

"Conveyed advance Eid wishes to my brother, His Majesty King Abdullah II, the King of Jordan, over phone.We expressed concern at the evolving situation in West Asia and highlighted the need for dialogue and diplomacy for the early restoration of peace, security and stability in the region. Attacks on energy infrastructure in West Asia are condemnable and can lead to avoidable escalation.India and Jordan stand in support of unhindered transit of goods and energy.Deeply appreciated Jordan’s efforts in facilitating the safe return of Indians stranded in the region."