Railways has to be about both 'Gati' and 'Pragati': PM Narendra Modi
In a technology driven century, innovation in railways is essential: PM Modi
The focus of our government's Rail Budgets has never been politics: PM Modi
Indian Railways has to develop and be financially strong: PM Modi
The century has changed and so must the systems in our Railways: PM Modi

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଥିବେ, ଯେଉଁମାନଙ୍କୁ ହୁଏତ ରାତିସାରା ନିଦ ଆସିନଥିବ । ଆପଣମାନଙ୍କ ମନରେ ଏପରି ପ୍ରଶ୍ନ ଉଠୁଥିବ ଯେ ପ୍ରଧାନମନ୍ତ୍ରୀ ଏପରି କାହିଁକି କହୁଛନ୍ତି ? ଏହାର କାରଣ ହେଲା ସମ୍ଭବତଃ ସୁରଜକୁଣ୍ଡର ଏ ସ୍ଥାନ ଆଖପାଖରେ କେଉଁଠି ରେଳ ଲାଇନ ନାହିଁ । ତେଣୁ ରେଳ ଚଳାଚଳ ଶଦ୍ଦ ଆସିବ ନାହିଁ । ଏବଂ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସେଇମାନେ ଯେଉଁମାନଙ୍କୁ ରେଳ ଧାରଣାରେ ରେଳ ଚଳାଚଳ ଶଦ୍ଦ ନଶୁଣିଲେ ନିଦ ଆସେ ନାହିଁ । ତେଣୁ ଆପଣମାନଙ୍କ ଭଳି ଲୋକମାନଙ୍କ ସକାଶେ ବେଳେବେଳେ ଆରାମ (Comfort) ବି ଅଶାନ୍ତ (Un-Comfort) ହୋଇଯାଏ ।

ଏକ ଅଭିନବ ପ୍ରୟାସ । ମୋର ଦୀର୍ଘ ବର୍ଷର ଅନୁଭବରୁ ମୁଁ କହିବାକୁ ଚାହେଁ ଯେ ଯେତେବେଳେ ଆମେ କିଛି ପରିବର୍ତ୍ତନ ଚାହେଁ, ବାହାରୁ ଆମ ନିକଟକୁ ଯେତେ ସୁନ୍ଦର ବିଚାର ମିଳୁନା କାହିଁକି, ଉପାୟ ମିଳୁ ନା କାହିଁକି, ପରାମର୍ଶ ମିଳୁ ନା କାହିଁକି, ତାର ପ୍ରଭାବ ଓ ପରିଣାମ ସେତେଟା ହୋଇନଥାଏ, ଯାହାକି ନିଜ ଭିତରୁ ଏକ ଝଙ୍କାର ଆସିବା ଦ୍ୱାରା ମିଳିଥାଏ । ଆପଣମାନେ ସେଇ ଲୋକ, ଯେଉଁମାନେ ସାରା ଜୀବନ ଏଇ ରେଳବାଇ କାର୍ଯ୍ୟରେ ବିତାଇ ଆସିଛନ୍ତି । କିଏ ୧୫ ବର୍ଷ, କିଏ ୨୦ ବର୍ଷ, କାହାର ଅବା ୩୦ ବର୍ଷ । ପ୍ରତ୍ୟେକ ମୋଡ, ପରିବର୍ତ୍ତନକୁ ଆପଣମାନେ ଦେଖିଛନ୍ତି । କେତେବେଳେ ବେଗ ବଢ଼ିଲା, କେତେବେଳେ କମିଲା, ସବୁ ଆପଣଙ୍କୁ ଜଣା । ସୁଯୋଗ କଣ, ଚାଲେଞ୍ଜ କଣ, ସେ କଥା ବି ଜଣା । ସମସ୍ୟା କଣ ସେକଥା ବି ଜଣା । ତେଣୁ ମୋ ମନରେ ଏଇଭଳି ବିଚାର ଆସିଥିଲା ଯେ ଏତେ ବଡ ରେଳବାଇ, ଏତେ ବଡ ଶକ୍ତି, ଆମେମାନେ କଣ ଏକାଠି ବସି କେବେ ଚିନ୍ତା କରୁଛୁ, ଯେ ସାରା ଦୁନିଆ ବଦଳି ସାରିଛି । ଦୁନିଆଯାକର ରେଳ ବ୍ୟବସ୍ଥା ବଦଳି ସାରିଛି । କାରଣ କଣ ଯେ ଆମେ ଗୋଟିଏ ସୀମା ଭିତରେ ବାନ୍ଧି ହୋଇରହିଛୁ । ମୁଖ୍ୟତଃ କେତୋଟି ଷ୍ଟପେଜ ବଢ଼ିବ, କେତେ ଅଧିକ ଡବା ଯୋଡାଯିବ, ତାରି ଆଖପାଖରେ ଆମ ଦୁନିଆ ସୀମିତ ରହିଛି ।

ଠିକ ଅଛି, ଗତ ଶତାଦ୍ଦୀରେ ଏସବୁ କଥା ଆବଶ୍ୟକ ଥିଲା । ଏ ଶତାଦ୍ଦୀ ସମ୍ପୂର୍ଣ୍ଣ ରୂପେ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରଭାବିତ ଏକ ଶତାଦ୍ଦୀ । ବିଶ୍ଵବ୍ୟାପୀ ବହୁଧା ପ୍ରୟୋଗ ହୋଇଛି । ପ୍ରୟାସ ହୋଇଛି, ଇନୋଭେସନ ହୋଇଛି । ଭାରତକୁ ଏକଥା ବୁଝିବାକୁ ପଡିବ ଯେ ରେଳ ଭାରତ ପାଇଁ ଗତି ଓ ପ୍ରଗତିର ଏକ ବିରାଟ ବ୍ୟବସ୍ଥା । ଦେଶକୁ ଯଦି ଗତି ଦରକାର ତାହା ରେଳରୁ ମିଳିବ, ଯଦି ପ୍ରଗତି ଦରକାର ତାହା ବି ରେଳରୁ ମିଳିବ । କିନ୍ତୁ ରେଳବାଇରେ ଯେଉଁ କଥା ଅଛି ଯେଉଁ ପର୍ଯ୍ୟନ୍ତ ଏହା ନିଜ ସହ ନିଜକୁ ପରିଚିତ କରିବ ନାହିଁ, ସେ ପର୍ଯ୍ୟନ୍ତ ଏତେ ବଡ ପରିବର୍ତ୍ତନ ସମ୍ଭବ ହେବନାହିଁ । ଯିଏ ଗେଙ୍ଗମେନ ସିଏ ନିଜ କାମ ଠିକ ଢ଼ଙ୍ଗରେ କରୁଥିବେ, ଯିଏ ଷ୍ଟେସନ ମାଷ୍ଟର, ସିଏ ତାଙ୍କ କାମ ବି ଉଚିତ ଢ଼ଙ୍ଗରେ କରୁଥିବେ, ଯିଏ ରିଜିଓନାଲ ମେନେଜର ସେ ବି ତାଙ୍କ କାମ ଠିକ ଭାବେ କରୁଛନ୍ତି । କିନ୍ତୁ ତିନିଜଣ ଯାକ ଯଦି ଭାଗ ଭାଗ ହୋଇ ନିଜ ନିଜ କାମ କରୁଛନ୍ତି ତା ହେଲେ ସେଥିରୁ କିଛି ପରିଣାମ ମିଳିନପାରେ । ତେଣୁ ଆବଶ୍ୟକ ଯେ ଆମର ମନ କିପରି ଏକ ହେବ, ଆମେ ସମସ୍ତେ ମିଶି ଚିନ୍ତା କରିବା ଦରକାର ଯେ ଆମେ ଦେଶକୁ କଣ ଦେଇପାରିବା । ଆମେ କଣ ଏଇ ଭଳିଆ ରେଳ ଚଳାଇବାକୁ ଚାହୁଁଛୁ ଯେ ଆମର ଯେଉଁ ଗେଙ୍ଗମେନ ଅଛନ୍ତି, ସେମାନଙ୍କ ପିଲାମାନେ ବଡ ହୋଇ ସେଇ ଗେଙ୍ଗମେନ ହେବେ ? ଏ ଧାରାରେ ମୁଁ ପରିବର୍ତ୍ତନ ଚାହେଁ । ଆମେ ଏପରି ପରିବେଶ ସୃଷ୍ଟି କରିବା, ଯେ ଆମର ଜଣେ ଗେଙ୍ଗମେନର ପୁଅ ବି ଇଂଜିନିୟର ହୋଇ ରେଳବାଇର ନୂଆ ଯୋଗଦାନରେ ସାମିଲ ହୋଇପାରିବ । ରେଳବାଇ ସହ ଯୋଡିହୋଇ ରହିଥିବା ମୋର ଗରିବରୁ ଗରିବତମ ସାଥୀ, ଛୋଟରୁ ଅତି ଛୋଟ କାର୍ଯ୍ୟରେ ନିୟୋଜିତ ଥିବା ଆମର କର୍ମଚାରୀଗଣ, ସେମାନଙ୍କ ଜୀବନରେ ପରିବର୍ତ୍ତନ କିପରି ଆସିବ ? ଏବଂ ସେଇ ପରିବର୍ତ୍ତନ ଆଣିବା ଲାଗି ଆବଶ୍ୟକ ରେଳ ପ୍ରଗତି, ରେଳ ବିକାଶ, ଆର୍ଥିକ ଦୃଷ୍ଟିରୁ ରେଳବାଇର ସମୃଦ୍ଧି । ଏହାର ସୁଫଳ ଦେଶକୁ ସେତିକିବେଳେ ମିଳିବ, ଯେତେବେଳେ ରେଳବାଇରେ ବିକାଶ ଘଟିବ । ରେଳବାଇରେ କାମ କରୁଥିବା ଆମର ୧୦, ୧୨, ୧୩ ଲକ୍ଷ ଲୋକ, ଏଥିରେ ସବୁଠାରୁ ତଳସ୍ତରରେ କାମ କରୁଥିବା ଲୋକଙ୍କୁ ତ ଏହାର ସୁଫଳ ମିଳିବା ଆବଶ୍ୟକ । ଆଜି ଯେଉଁ ପ୍ରକାର ଆମେ ରେଳବାଇକୁ ଚଳାଉଛେ, ମୋତେ ବେଳେବେଳେ ଚିନ୍ତା ଲାଗେ ଯେ ଲକ୍ଷ ଲକ୍ଷ ଗରିବ ପରିବାରଙ୍କର କଣ ହେବ ? ଛୋଟ ଛୋଟ କର୍ମଚାରୀ ଯିଏ ଏଠାରେ କାମ କରୁଛନ୍ତି । ସେମାନଙ୍କର କଣ ହେବ ? ରେଳପ୍ରଗତିର ପ୍ରଥମ ସୁଫଳ ରେଳବାଇରେ ତଳସ୍ତରରେ କାମ କରୁଥିବା କର୍ମଚାରୀଙ୍କ ପରିବାରଙ୍କୁ ମିଳିବା ଦରକାର । ସେମାନେ ଏ ପ୍ରଗତିକୁ ଅନୁଭବ କରିପାରିବେ । ସେମାନେ ପ୍ରତିଦିନ ଆମ ସାମ୍ନାରେ କାମ କରୁଛନ୍ତି, ଯେନତେନ ପ୍ରକାରେ ଜୀବନ ବଂଚୁଛନ୍ତି, ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସକାଶେ ଆମେ ଚିନ୍ତା କରିବା । ରେଳ ବଦଳାଇବା କାମ ଆପେ ଆପେ ହୋଇଯିବ । ଦେଶ ପ୍ରଗତିର ଆଉ ସମସ୍ତଙ୍କୁ ମିଳିବ ।

ବେଳେବେଳେ ଆପଣମାନଙ୍କ ଭିତରୁ ବହୁତ ବଡ ବଡ ଲୋକ ଥିବେ, ଯେଉଁମାନେ ବଡ ବଡ ଆଲୋଚନାଚକ୍ରରେ ଯୋଗ ଦେଇଥିବେ । ବିଶ୍ଵସ୍ତରୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିବେ । କେତେ ନୂଆ ନୂଆ କଥା ସେମାନେ ଶୁଣିଥିବେ । କିନ୍ତୁ ସେଠାରୁ ଫେରିଲା ପରେ ବିଚାର-ବିଚାର ସ୍ତରରେ ରହିଯାଏ । ସ୍ଵପ୍ନଟିଏ ଦେଖିଥିଲି – ଏପରି ଲାଗୁଥାଏ । ସେଠାରୁ ଫେରିବା ପରେ, ପୁରୁଣା ବ୍ୟବସ୍ଥା ଭିତରେ, କାମ ଭିତରେ ପୁଣି ସାମିଲ ହୋଇଯାଆନ୍ତି । ଏଭଳି ସାମୂହିକ ଚିନ୍ତନରୁ ଏବଂ ଏଠାରେ ସବୁ ପାହ୍ୟାର ଲୋକ ଏକତ୍ରିତ ଅଛନ୍ତି । ଏକତ୍ର ରହିବାର ଅଛି । ତିନିଦିନ ସାଥୀ ହୋଇ ରହିବାର ଅଛି । ଏଭଳି କ୍ଵଚିତ ଘଟିଥାଏ । ସମ୍ବବତଃ ପ୍ରଥମ ଥର ଲାଗି ଏପରି ଘଟିଛି । ସାମୂହିକ ଚିନ୍ତନର ଶକ୍ତି ଅମାପ । ଏବଂ ବେଳେବେଳେ ସାଧାରଣ ଅନୁଭବି ଲୋକଟିଏ ବଡ ବଡ ସମସ୍ୟାର ଏଭଳି ସହଜ ଓ ସରଳ ସମାଧାନ ସୂତ୍ରଟିଏ ବଢ଼େଇ ଦିଏ ଯେ ତାହା ବଡ ବଡ ମୁଣ୍ଡରେ ସୁଦ୍ଧା ଢ଼ୁକିନଥାଏ । ଏଠାରେ ଦୁଇ ପ୍ରକାର ଲୋକ ଉପସ୍ଥିତ ଅଛନ୍ତି । ଯେଉଁମାନଙ୍କ ନିକଟରେ ଅନୁଭବ ଅଛି ଓ ଯେଉଁମାନଙ୍କ ନିକଟରେ ଗ୍ଲୋବାଲ ଏକ୍ସପୋଜର ବି ଅଛି । ଏହି ଦୁଇ ବର୍ଗର ଲୋକ ଯେତେବେଳେ ମିଶିଯିବେ କେତେ ବଡ ପରିବର୍ତ୍ତନ ନ ଆଣିପାରିବେ ସତରେ !

ଆମେ କଳ୍ପନା କରିପାରୁଛୁ, ଆପଣଙ୍କ ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ୨.୨୫ କୋଟିରୁ ଅଧିକ ଲୋକ ପ୍ରତିଦିନ ଆପଣମାନଙ୍କ ସହ ଯୋଗାଯୋଗରେ ରହୁଛନ୍ତି । ଲକ୍ଷ ଲକ୍ଷ ଟନ ମାଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛି । କିନ୍ତୁ ଆମର ଗତି, ଆମର ସମୟ, ଆମର ବ୍ୟବସ୍ଥା ଯେ ପର୍ଯ୍ୟନ୍ତ ଆମେ ନ ବଦଳାଇବା, ଆଜିକାଲି ସମଗ୍ର ବିଶ୍ଵରେ ଯେଉଁ ପରିବର୍ତ୍ତନମାନ ଘଟିଚାଲିଛି, ସେଥିରୁ ନା ଆମେ କିଛି ଲାଭ ପାଇପାରିବା, ନା ସେଥିରେ କିଛି ଅବଦାନ ଯୋଡିପାରିବା । ଏହି ଚିନ୍ତନ ଶିବିରରୁ କଣ ସୁଫଳ ବାହାରିବ, ତାର କୌଣସି କାର୍ଯ୍ୟସୂଚୀ ନାହିଁ । କାର୍ଯ୍ୟସୂଚୀ ଆପଣମାନଙ୍କୁ ସ୍ଥିର କରିବାକୁ ପଡିବ । ସମାଧାନ ଆପଣମାନଙ୍କୁ ଖୋଜି ବାହାର କରିବାକୁ ପଡିବ । ସେଥିରୁ ଯେଉଁ ନିଷ୍କର୍ଷ ବାହାରିବ, ତାର ରୋଡ-ମ୍ୟାପ ବି ଆପଣମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ଏବଂ ବାହାରର କୌଣସି ବ୍ୟକ୍ତି ଏକଥା କରନ୍ତୁ, ତା ଠାରୁ ଢ଼େର ଗୁଣରେ ଉତ୍ତମ କାମ ଆପଣମାନେ ହାସଲ କରିପାରିବେ, ଏ ଭରସା ମୋର, ଆପଣମାନଙ୍କ ଉପରେ ଅଛି ।

ସେଇଥିପାଇଁ ଏ ସାମୂହିକ ଚିନ୍ତନ ବହୁତ ବଡ ସାମର୍ଥ୍ୟ ପ୍ରଦାନ କରିଥାଏ । ସହ ଜୀବନର ବି ନିଜସ୍ଵ ଏକ ଶକ୍ତି ରହିଛି । ଆପଣମାନଙ୍କ ଭିତରେ ଅନେକ ଲୋକ ଥିବେ, ଯାହାଙ୍କୁ ନିଜ ସାଥୀମାନଙ୍କ ସାମର୍ଥ୍ୟ ବିଷୟରେ ଧାରଣା ନଥିବ । ସେଥିରେ ଆପଣଙ୍କର କିଛି ଦୋଷ ନାହିଁ । ଆମମାନଙ୍କ କାର୍ଯ୍ୟ ଧାରା ଏମିତିକା ଯେ ଅନ୍ୟମାନଙ୍କୁ ଜାଣିବାର କ୍ଵଚିତ ଅବସର ଆମେ ପାଇଥାଉ । କାମକୁ ନିଶ୍ଚୟ ଜାଣିଥାଉ । ଏଠାରେ ସହ ଜୀବନ ବିତାଇବା ଅବସରରେ ଆପଣମାନଙ୍କ ଆଖପାଖରେ ଯେଉଁ ୧୨, ୧୫, ୨୫ ଲୋକ କାମ କରନ୍ତି, ସେମାନଙ୍କ ଭିତରେ ଯେଉଁ ଅସାଧାରଣ ଦକ୍ଷତା ରହିଛି, ଏହି ହାଲୁକା ଫୁଲକା ବାତାବରଣରେ ଆପଣମାନେ ତାହା ଅନୁଭବ କରିପାରିବେ । ଆପଣଙ୍କ ନିକଟରେ କେତେ ସୁଦକ୍ଷ ମାନବ ସମ୍ବଳ ମହଜୁଦ ରହିଛି । ଯାହାଙ୍କ ସହ ପୂର୍ବରୁ ଆପଣଙ୍କର ପରିଚୟ ନାହିଁ । ଏକତ୍ର ରହିବା କାରଣରୁ ସେସବୁ ଆପଣଙ୍କ ଧ୍ୟାନରେ ଆସିବ ।

ଯେତେବେଳେ ଆପଣମାନେ ପରସ୍ପର ମଧ୍ୟରେ ମନଖୋଲା ଆଲୋଚନା କରିବେ, ସେତେବେଳେ ଆପଣଙ୍କ ମନରେ ଆସିବ, ଯେ ଆରେ ଭାଇ ଇଏ ତ ପ୍ରଥମେ ଖାଲି ଟିକେଟ ୱିଣ୍ଡୋରେ ବସି ରହୁଥିଲେ, କେବେ ଭାବି ନଥିଲେ ଯେ ଏ ଲୋକ ଏତେ କଥା ଭାବୁଥିବେ । ୟାଙ୍କ ପାଖରେ ଏତେ ସବୁ ଧାରଣା ଅଛି । ଆରେ ଆମ ସାହେବଙ୍କୁ ତ ମୁଁ ଭାରୀ ଗମ୍ଭୀର ଲୋକ ବୋଲି ଭାବୁଥିଲି । ଭାଇ ଡର ମାଡେ ତାଙ୍କୁ ଚାହିଁଲେ । ନାଇଁ, ନାଇଁ ତାଙ୍କର ମାନବୀୟ ଚିନ୍ତାଧାରା କେତେ ମହାନ! ଆରେ ଇଏତ ଏତେ ଭଲ ଭଲ କଥା କହୁଛନ୍ତି । ତାଙ୍କ କଥାରେ ତ କାନ୍ଥ ବି ତରଳିଯିବ । ପୁଣି ତାଙ୍କ କଥାରେ କେଡେ ସାଂଗଠନିକ ପ୍ରେରଣା ଆଉ ଶକ୍ତି ଭରି ରହିଛି । ଯେତେବେଳେ ଉଚ୍ଚ ନୀଚ୍ଚ ପଦବୀର କାନ୍ଥ ତୁଟିଯିବ, ଆପଣମାନଙ୍କର ପାରିବାରିକ ପରିବେଶ ଚାରିଆଡେ ସୃଷ୍ଟି ହେବ । ଚାହୁଁ ଚାହୁଁ ପରିବର୍ତ୍ତନ ଆସିବା ଆରମ୍ଭ ହେଇଯିବ ।
ଏମିତିକା ଜୀବନର ଏକ ନିଜସ୍ଵ ଶକ୍ତି ରହିଛି, ଯାହା ପରିବର୍ତ୍ତନ ଘଟାଇପାରିବ । ଏଠାରେ ଯେଉଁସବୁ ବିଷୟ ପ୍ରସ୍ତୁତ କରାଯାଇଛି ସେସବୁ କାର୍ଯ୍ୟକ୍ରମ ବି ମାନସ ମନ୍ଥନରୁ ନିସୃତ । ମୁଁ ଶୁଣିଛି ଯେ ପ୍ରାୟ ଏକ ଲକ୍ଷ ଲୋକଙ୍କ ସାମଗ୍ରୀକ ବିଚାର ପ୍ରକ୍ରିୟାରୁ ଏହା ସୃଷ୍ଟ । କିଏ ଏହା ଉପରେ ନିବନ୍ଧ ଲେଖିଛି, କେହି କେହି ଛୋଟ ଛୋଟ ସାମୂହିକ ଆଲୋଚନା କରିଛନ୍ତି । ସେଥି ମଧ୍ୟରୁ କିଛି କିଛି ତଥ୍ୟ ସଂଗ୍ରହ କରାଯାଇ ଉପରକୁ ପଠାଯାଇଛି । କିଏ ପୁଣି ଅନଲାଇନରେ ନିଜ ମତାମତ ପଠାଇଛି । ଅବା ଆଉ କିଏ ଏସଏମଏସ ଜରିଆରେ । କିନ୍ତୁ ତଳ ସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଏକ ଲକ୍ଷ ଲୋକ ରେଳବାଇର ସ୍ଥିତି କଣ, ସମ୍ଭାବନା କଣ, ସାମର୍ଥ୍ୟ କଣ, ଚାଲେଞ୍ଜ କଣ, ସ୍ଵପ୍ନ କଣ, ଏହାର ଯଦି ତାଲିକା ପ୍ରସ୍ତୁତ କରନ୍ତି । ଏସବୁ ଆପଣମାନଙ୍କ କାର୍ଯ୍ୟ । ଏତେ ବଡ ମାନସ ମନ୍ଥନରୁ ତ ଅମୃତ ନିଶ୍ଚିତ ଭାବେ ବାହାରିବ ।

ଏକ ଲକ୍ଷ ସାଥୀଙ୍କର ଅବଦାନ ରହିଛି । ଏହା କିଛି ଛୋଟ କଥା ନୁହେଁ । ବହୁତ ବଡ ଘଟଣା । କିନ୍ତୁ ଆମେ ଯେତେବେଳେ ଏଥିରୁ ମୋତି ଖୋଜି ବସିବା ଏବଂ ମୁଁ ଶୁଣିଛି ଆପଣମାନେ ଖୁବ ଉତ୍ସାହର ସହ ଏହି ଶିବିରରେ ଉପସ୍ଥିତ ହୋଇଛନ୍ତି । ଆପଣମାନେ ଖୁବ ଶ୍ରମ ସ୍ଵୀକାର ପୂର୍ବକ ଏ ଦାୟିତ୍ଵ ନିର୍ବାହ କରିବେ । ତେଣୁ ଏସବୁ ସର୍ବୋତ୍ତମ ଉତ୍କର୍ଷ ପ୍ରାପ୍ତ ହେବା ସୁନିଶ୍ଚିତ । ଏହି ମାନସ ମନ୍ଥନରୁ ଯେଉଁ ଅମୃତ ବାହାରିବ, ତାହା ରେଳବାଇକୁ ଏକ ନୂଆ ଶୀର୍ଷରେ ପହଂଚାଇବା ଦିଗରେ କାର୍ଯ୍ୟରେ ଆସିବ ।

ପ୍ରଥମ ମୁଁ ଭାବିଥିଲି ଯେ ଆଜି ସନ୍ଧ୍ୟା ଆପଣମାନଙ୍କ ଗହଣରେ ବିତାଇବି । ଆପଣମାନଙ୍କ ସହ ମିଶି ଭୋଜନ କରିବି । ଏମିତିରେ ମୁଁ ଅଧିକ ସମୟ ଦେଇପାରୁଥିବା ଲୋକଙ୍କ ଭିତରୁ ଜଣେ । ମୋ ପାଖରେ ସେମିତି କିଛି କାମଧନ୍ଦା ନାହିଁ । ତେଣୁ ବସିଯାଏ, ସମସ୍ତଙ୍କୁ ଶୁଣେ । କିନ୍ତୁ ସଂସଦ ଅଧିବେଶନ ଆରମ୍ଭ ହୋଇସାରିଥିବାରୁ ଏଭଳି କାର୍ଯ୍ୟକ୍ରମ ହୋଇପାରିଲାନି । କିନ୍ତୁ ପଅରଦିନ ମୁଁ ଆସୁଛି । ଏକଥା ମୁଁ ଧମକ ଦେଇ କହୁନାହିଁ । ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବା ସକାଶେ ମୁଁ ଆସୁଛି । ସମସ୍ତଙ୍କୁ ଭେଟିବି, ଆପଣମାନେ ଯାହା ଚର୍ଚ୍ଚା କରିଥିବେ, ସେ ଅମୃତକୁ ଆଚମନ କରିବା ଲାଗି ଆସିବି । କାରଣ ଯଦି ଆପଣମାନେ ଅଛନ୍ତି, ତା ହେଲେ ରେଳ ଅଛି । ଆପଣମାନେ ଥିଲେ ଭବିଷ୍ୟତ ଅଛି । ଏବଂ ଆପଣମାନଙ୍କ ସମସ୍ତଙ୍କ ଉପରେ ମୋର ଭରସା ଅଛି । ସେଇଥିପାଇଁ ମୁଁ ଆପଣମାନଙ୍କ ନିକଟକୁ ଆସିବି । ଖୋଲା ପରିବେଶ ମଧ୍ୟରେ ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବି । ଆପଣଙ୍କ ମନ୍ଥନର ନିର୍ଯାସକୁ ବୁଝିବାକୁ ଚେଷ୍ଟା କରିବି । ଯାହା କିଛି ସମସ୍ୟା ରହିଛି, ତାକୁ ବୁଝିବାକୁ ପ୍ରୟାସ କରିବି । ନୀତି ନିର୍ଦ୍ଧାରଣ ସମୟରେ ଏହାର ପ୍ରଭାବ ନିଶ୍ଚିତ ଭାବେ ରହିବ ।

ଆପଣମାନେ ଦେଖୁଛନ୍ତି ଏବଂ ଆପଣମାନେ ନିଶ୍ଚିତ ଭାବେ ଜାଣିଛନ୍ତି ଯେ ଏହା ପଛରେ ମୋର କୌଣସି ରାଜନୈତିକ ଏଜେଣ୍ଡା ନାହିଁ । ରେଳ ବଜେଟ ଯାହା ପ୍ରଥମେ ସରକାର ଉପସ୍ଥାପନ କରନ୍ତି, ସେଥିରୁ ଆପଣମାନେ ଦେଖିଥିବେ, ସାଧାରଣତଃ ରେଳ ବଜେଟର ଉଦ୍ଦେଶ୍ୟ ହେଉଥିଲା କେଉଁ ସାଂସଦଙ୍କୁ କେଉଁଠୁ ଟିକେଟ ମିଳିଲା, କେଉଁ ସାଂସଦଙ୍କୁ କେଉଁଠି ଷ୍ଟପେଜ ମିଳିଲା, କେଉଁ ସାଂସଦଙ୍କ ଲାଗି ନୂଆ ରେଳଡବା ଯୋଡାଗଲା ଏବଂ ରେଳ ବଜେଟ ଉପସ୍ଥାପନ ବେଳେ ତାଳିମାଡରେ ସଦନ କମ୍ପମାନ ହେଉଥିଲା । ଆଉ ମୁଁ ଯେତେବେଳେ ଆସି ଦେଖିଲି ଯେ ଏତେ ଘୋଷଣା ତ କରାଯାଇଛି, କାମ କେତେ ହୋଇଛି ଭାଇ । ଏମିତିକିଆ ପ୍ରାୟ ୧୫୦୦ ଘୋଷଣା ମୋ ନଜରକୁ ଆସିଲା । ଯାହା କେବଳ ବଜେଟ ଉପସ୍ଥାପନ ଦିନ ତାଳିମାଡ ଛଡା ଆଉ କୌଣସି କାର୍ଯ୍ୟ ପାଇଁ ନୁହେଁ । ଏ କାମ ମୁଁ ବି କରିପାରିଥାନ୍ତି, ମୁଁ ବି ତାଳିମାଡ କରି ଖୁସି ଦେଇପାରିଥାନ୍ତି । ବାଃ ବାଃ ମୋଦୀଜୀ ଏତେ ବଢ଼ିଆ ରେଳ ବଜେଟ ଦେଇଛନ୍ତି ଯେ ଏତେ ଭଲ କାମ ହୋଇଯିବ । ଏଭଳି ରାଜନୈତିକ ଲୋଭରୁ ମୁଁ ନିଜକୁ ମୁକ୍ତ ରଖିଛି ଏବଂ ଖୁବ ସାହସର ସହ ଏ ପ୍ରକାର ଲାଭ-ଲୋଭନୀୟ କଥା କହିବା ପରିବର୍ତ୍ତେ ବ୍ୟବସ୍ଥାକୁ ସୁସଂଗତ କରିବାର ସାହସ କରିଛି ।

ମୁଁ ରାଜନୈତିକ କ୍ଷତି ସହ୍ୟ କରିବାର ସାହସ କରିଛି । ଏଇଥି ପାଇଁ ମୋର ପ୍ରଥମ ସ୍ଵପ୍ନ ହେଲା ଯେ ରେଳରେ ଆଜି ମୋର ସବୁଠୁ ଛୋଟ ସାଥୀ, ଯିଏ କୌଣସି ଏକ କ୍ରସିଙ୍ଗରେ ଠିଆ ହୋଇଥିବ, ହାତରେ ପତାକାଟି ଧରି, କେଉଁଠି ଟ୍ରାକ ଉପରେ ଖାଲି ପାଦରେ ଚାଲିଚାଲି ଯାଉଥିବ । ଆମେ କଣ ତାର ପିଲାମାନଙ୍କୁ ପଢ଼ାଇ ଲେଖାଇ ଆଜି ଯେଉଁ ବଡ ବଡ ବାବୁ ନିଜ ପରିବାର ସହ ଦେଖୁଛନ୍ତି, ସେଇ ପିଲାମାନଙ୍କୁ କଣ ସେମାନଙ୍କ ସ୍ଥାନରେ ପହଂଚାଯାଇ ପାରିବନି ? ମୋର ଏ ସ୍ଵପ୍ନ ସେତିକିବେଳେ ପୂରଣ ହେବ, ଯେତେବେଳେ ମୁଁ ରେଳକୁ ଅଧିକ କ୍ଷମତାଶାଳୀ କରିପାରିବି, ସାମର୍ଥ୍ୟବାନ ବନେଇବି । ଯେତବେଳେ ରେଳବାଇ ସାମର୍ଥ୍ୟବାନ ବନିବ, ସେତେବେଳେ ଦେଶର ଲାଭ ହେବ ହିଁ ହେବ । ତେଣୁ ମୋର ବନ୍ଧୁଗଣ, ତତ୍କାଳୀକ କୌଣସି ଲାଭ ଆମର ହାସଲ କରିବାର ନାହିଁ । ରାଜନୈତିକ ଫାଇଦା ହାସଲ କରିବାର ବିଲକୁଲ ଅଭିପ୍ରାୟ ନାହିଁ । କେବଳ ଗୋଟିଏ ମାତ୍ର ଲକ୍ଷ୍ୟ – ଶତାଦ୍ଦୀ ବଦଳି ସାରିଛି, ରେଳକୁ ବଦଳାଇବାକୁ ପଡିବ ।

ଏକବିଂଶ ଶତାଦ୍ଦୀ ଅନୁକୂଳ ଆମକୁ ନୂଆ ରେଳ, ନୂଆ ବ୍ୟବସ୍ଥା, ନୂଆ ପିଢୀ, ନୂଆ ସାମର୍ଥ୍ୟ ଏ ସବୁ ଦେବାକୁ ପଡିବ । ଏବଂ ଲୋକମାନେ ମିଳିମିଶି ତାହା ଦେଇପାରିବେ । ଯଦି ଆମମାନଙ୍କ ମଧ୍ୟରୁ ଜଣେ ଅଧେ କିଏ ପୂର୍ବରୁ ଛୋଟ ଘରେ ରହୁଥିଲା, ସେଥିରେ ତ ସେ ତାର ଗୁଜରାଣ କରିନିଏ । କିନ୍ତୁ ଯେତବେଳେ ପରିସ୍ଥିତି ସୁଧୁରେ, ଧରାଯାଉ ସେ ଯାଇ ଫ୍ଲାଟରେ ରହିଲେ । ତେଣୁ ସେଠାରେ ନୂଆ ଢ଼ଙ୍ଗରେ କେମିତି ରହିବାକୁ ପଡିବ, କିଏ କେଉଁ କୋଠରୀରେ ରହିବ, ଘରକୁ ଅତିଥି ଆସିଲେ କେଉଁଠି ବସିବେ, ସବୁ ଚିନ୍ତା କରିବା ଆରମ୍ଭ କରନ୍ତି ଓ ସେସବୁ ବି ହୋଇଯାଏ । ମଣିଷ ହିଁ ପରିବର୍ତ୍ତନ ଆଣିଥାଏ । ପ୍ରଥମେ ଗୋଟିଏ କୋଠରୀରେ ରହୁଥିଲେ, ସେତେବେଳେ ବି ଗୁଜରାଣ ମେଂଟୁଥିଲା । କିନ୍ତୁ ସେତେବେଳେ ଜୀବନକୁ ଯେନକେନ ପ୍ରକାରେ ଚଳେଇ ନେଉଥିଲେ । ଯଦି ଆପଣ ସ୍ଵର ବଦଳାଇବେ, ଯେ ଆମେ ଏକବିଂଶ ଶତାଦ୍ଦୀରେ, ବଦଳିଥିବା ଶତାଦ୍ଦୀରେ ଆମକୁ ସେଟ କରିବାକୁ ପଡିବ, ତା ହେଲେ ଆମେ ବି ପରିବର୍ତ୍ତନ ଆରମ୍ଭ କରିଦେବୁ ଏବଂ ଏହା ବି ସମ୍ଭବ ପର ।
ସାଥୀଗଣ, ଆପଣମାନଙ୍କର ରେଳ ସହ ଯେତେଯେତେ ସମ୍ପର୍କ ରହିଛି, ମୋର ତ ସେ ଦୃଷ୍ଟିରୁ ସମ୍ପର୍କ ପୁରୁଣା । ମୋର ପିଲାଦିନ ରେଳ ଧାରଣା ଉପରେ ବିତିଥିଲା । ଏବଂ ମୁଁ କହିବାକୁ ଗଲେ ଆପଣମାନଙ୍କ ଭିତରର ଜଣେ ଲୋକ । ରେଳବାଲା । ସେ ସମୟରେ ମୁଁ ପିଲାଦିନେ ସବୁ ଦିଗରୁ ରେଳବାଇକୁ ପ୍ରତ୍ୟେକ ଦୃଷ୍ଟିରୁ ଦେଖିଥିଲି । ଜୀବନରେ କିଛି ହେଲେ କିଛି ଦେଖିନଥିଲି । ଯାହା କିଛି ଦେଖିଛି, ରେଳ ହିଁ ଦେଖିଛି । ଏବଂ ଏହା ସହ ମୋର ପିଲାଦିନ ଏପରି ଭାବେ ସଂଶ୍ଳିଷ୍ଟ ଯେ ସେସବୁ ଜିନିଷକୁ ମୁଁ ଭଲଭାବେ ବୁଝିଛି । ଯେଉଁ କଥା ପିଲାଦିନ ସହ ସଂଶ୍ଳିଷ୍ଟ ସେଥିରେ ଯେତେବେଳେ ପରିବର୍ତ୍ତନ ଆଣିବାର ଅବସର ଆସେ, ସେଥିରେ କେତେ ଆନନ୍ଦ ମିଳେ, ସେ କଥା ଆପଣମାନେ କଳ୍ପନା କରିପାରୁଥିବେ । ରେଳବାଇରେ ପରିବର୍ତ୍ତନ ଘଟିବ, ସେଥିରେ ଆପଣଙ୍କୁ ଯେତିକି ଆନନ୍ଦ ମିଳିବ, ମୋତେ ସେଥିରୁ ତିଳେମାତ୍ର କମ ହେବନାହିଁ । କାରଣ ଏଇ ପରିସରରୁ ବଢ଼ି ମୁଁ ଆଗକୁ ପହଂଚିଛି । ଆଜି ବି ମୁଁ ଯେତେବେଳେ କାଶୀ (ବାରଣାସୀ) ଯାଏ, ମୋ ସଂସଦୀୟ କ୍ଷେତ୍ରରେ ମୁଁ ତ ରେଳବାଇ ବ୍ୟବସ୍ଥାରେ ରାତିରେ ରହିବା ଲାଗି ଚାଲିଯାଏ । ସେଠାରେ ମୋତେ ସବୁକିଛି ନିଜର ନିଜର ଲାଗେ । ଖୁସି ଲାଗେ । ଅନ୍ୟଥା ପ୍ରଧାନମନ୍ତ୍ରୀଙ୍କ ଲାଗି ଅନ୍ୟ ଯେ କୌଣସି ବ୍ୟବସ୍ଥା ମିଳିପାରିବ । କିନ୍ତୁ ମୁଁ ସେଇ ରେଳବାଇ ଗେଷ୍ଟ ହାଉସରେ ଯାଇ ରହେ । ମୋତେ ଖୁବ ନିଜର ନିଜର ଲାଗେ ।

ତେଣୁ ଆପଣମାନଙ୍କ ସହ ମୋର ସମ୍ପର୍କ ଏମିତି । ସେଥିପାଇଁ ଆପଣମାନଙ୍କ ଠାରୁ ମୋର ଆଶା ଆକାଂକ୍ଷା ଯେ ଆସନ୍ତୁ, ଏଇ ତିନିଦିନକୁ ସର୍ବାଧିକ ଉପଯୋଗ କରନ୍ତୁ । ଭଲ କରିବାର ମନୋଭାବ ନେଇ ଉପଯୋଗ କରନ୍ତୁ । ଭଲ କରିବା ପାଇଁ ଦାୟିତ୍ଵ ବହନ କରିବାର ସାହସ ନେଇ କରନ୍ତୁ । ସାଥୀମାନଙ୍କୁ ଯୋଡିବାର ଆଉ କଣ ବ୍ୟବସ୍ଥା ହୋଇପାରେ ? ଆମ ମାନବ ସମ୍ବଳ ପରିଚାଳନରେ ନୂଆ କଣ ? ଏଇସବୁ କଥାକୁ ଦେଖି ଆପଣମାନେ ପରସ୍ପର ମଧ୍ୟରେ ଆଲୋଚନା କରନ୍ତୁ ।

ଦେଶକୁ ଚଲାଇବା ଲାଗି ଦେଶକୁ ଗତି ଦେବାଲାଗି, ଦେଶକୁ ପ୍ରଗତି ଦେବାଲାଗି ଆପଣମାନଙ୍କ ଠାରୁ ବଳି ଆଉ ବଡ ସଂଗଠନ କିଛି ନାହିଁ । ବଡ ବ୍ୟବସ୍ଥା ନାହିଁ । ଗୋଟିଏ ପଟେ ଭାରତର ସବୁ ବ୍ୟବସ୍ଥା ଓ ଅନ୍ୟ ପଟେ ରେଳ ବ୍ୟବସ୍ଥା – ଏତେ ବଡ ଆପଣମାନଙ୍କର ପ୍ରଭାବ । ଆପଣମାନେ କଣ କରି ନପାରିବେ ? ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ସମୟର ପୂରା ଉପଯୋଗ କରାଯାଉ, ଧ୍ୟାନ କେନ୍ଦ୍ରିତ ହେଉ । କିଛି କରିବା, ବାହାର କରିବା ଉଦ୍ଦେଶ୍ୟ ନେଇ ହେଉ । ଆଗକୁ ଆସିବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଚିନ୍ତା କରନ୍ତୁ । ବେଶ କଠିନ ପରିସ୍ଥିତି, ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବ, ଅନ୍ୟାୟ ହୋଇଥିବ, ଏଠାରେ ପୋଷ୍ଟିଙ୍ଗ ହେବା ଦରକାର, ସେଠାରେ ସେକଥା ହେବା ଦରକାର । ଏଠାରେ ପ୍ରମୋସନ ହେବା ଉଚିତ ହୋଇନଥାଇପାରେ । ଏମିତି ଅନେକ କଥା । ଅଭିଯୋଗ କମ ନଥିବ । କିନ୍ତୁ ଆଗାମୀ ଦିନ ପାଇଁ ୧୨୫ କୋଟି ଦେଶବାସୀଙ୍କ ପାଇଁ ପରିବର୍ତ୍ତିତ ଓ ଉତ୍ତମ ପରିଣାମ ଦିଅନ୍ତୁ, ଏହି ଅପେକ୍ଷା ସହ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"