ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର 81ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ ଉତ୍ସବରେ ଯୋଗଦାନ କରିଛନ୍ତି, ଏହିସବୁ ପ୍ରକଳ୍ପରେ ମୋଟ 60,000 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ 
ସରକାର ଲୋକମାନଙ୍କ ପ୍ରତି ସଦାସର୍ବଦା ଯତ୍ନଶୀଳ  ଏବଂ ଯେଉଁ ଲୋକମାନେ ସମସ୍ୟା ମଧ୍ୟରେ ରହିଛନ୍ତି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସରକାରଙ୍କ ଉଦ୍ଦେଶ୍ୟ :ପ୍ରଧାନମନ୍ତ୍ରୀ ମୋଦୀ 
ଯେଉଁଭଳି ଭାବେ ଅତିଶୀଘ୍ର ମାତ୍ର ପାଞ୍ଚମାସ ମଧ୍ୟରେ ଏହିସବୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ୱୟନ କରାଯାଇଛି ତାହା ଅତୀବ ପ୍ରଶଂସନୀୟ :ପ୍ରଧାନମନ୍ତ୍ରୀ  ମୋଦୀ 
ନିବେଶ ପ୍ରକଳ୍ପଗୁଡିକ  ଅନେକ ନୂଆ ନୂଆ ନିଯୁକ୍ତି ସୁଯୋଗ ଯୋଗାଇବ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଏହାଦ୍ୱାରା ଉପକୃତ ହୋଇପାରିବେ

ଦେବୀ ଏବଂ ସଜ୍ଜନମଣ୍ଡଳୀ,

ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ଆରମ୍ଭ ହୋଇସାରିଛି । ଦେଶର ଭିନ୍ନ ଭିନ୍ନ ଭାଗରେ ଭୋଳାନାଥଙ୍କ ପ୍ରିୟ ଭକ୍ତ କାଉଡ଼ିଆମାନେ ହାତରେ କାଉଡ଼ି ଧରି ଶିବପୀଠମାନଙ୍କୁ ଯାତ୍ରା ଆରମ୍ଭ କରି ସାରିଛନ୍ତି । ଏକପ୍ରକାର କହିବାକୁ ଗଲେ ଏବେଠାରୁ ନେଇ ଦିପାବଳୀ ପର୍ଯ୍ୟନ୍ତ ଉତ୍ସବର ପରିବେଶଜାରି ରହିବ ଏବଂ ଆଗାମୀ ଦିନରେ ଯେଉଁସବୁ ଉତ୍ସବାନୁଷ୍ଠାନ ଆସୁଛି ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ତଥା ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜ୍ଞାପନ କରୁଛି ।

ସାଥୀଗଣ, ଉତ୍ସବର ସହ ଦେଶର ଏକ ବଡ଼ ଭାଗରେ ଖୁବ୍‌ ଭଲ ବର୍ଷା ବି ହେଉଛି । ମୌସୁମୀର ଏଭଳି ଦୟା କ୍ଷେତପାଇଁ ବିଶେଷ ହିତକାରୀ । ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ବିଶେଷ ଆଶା ଓ ସମ୍ଭାବନା ଭରି ରହିଛି । କିନ୍ତୁ କେତେକ ଭାଗରେ ଯେଉଁ ଭାରୀ ବର୍ଷାବର୍ଷି ଚାଲିଛି ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । ରାଜ୍ୟ ସରକାରଙ୍କ ସହ ମିଶି ପୁରା ପ୍ରୟାସ ଜାରି ରଖିଛୁ ଯେ କୌଣସି ପ୍ରକାର ଆପାତ ପରିସ୍ଥିତି ସୃଷ୍ଟି ହେଲେ ଯେଭଳି ଦୁର୍ଗତ ଲୋକମାନଙ୍କ ନିକଟରେ ସକଳ ପ୍ରକାର ସହାୟତା ପହଞ୍ଚାଯାଇପାରିବ ।

ବନ୍ଧୁଗଣ, ଏକ ସମ୍ବେଦନଶୀଳ ସରକାର ହୋଇଥିବା ଦୃଷ୍ଟିରୁ ସାଧାରଣ ଜନତାଙ୍କ ଜୀବନକୁ କିଭଳି ସଂକଟମୟ ପରିସ୍ଥିତିରୁ ମୁକୁଳାଯାଇ ପାରିବ, ଏହାକୁ ସରଳ ଓ ସୁଗମ କରାଯାଇପାରିବ ତାହା ଆମେ ସୁନିଶ୍ଚିତ କରିବୁ । ମୁଁ ସ୍ୱୀକାର କରୁଛି ଯେ ରାଜ୍ୟର ଏହା ପ୍ରଥମ ଦାୟିତ୍ୱ ଏବଂ ଆମମାନଙ୍କର ସମସ୍ତଙ୍କର ଏହା ହେଉଛି ଧେୟ । ବିଗତ ଚାରି ବର୍ଷ ମଧ୍ୟରେ ଏହି କଥାକୁ ଆମେ ନିରନ୍ତର ଭାବେ ପାଥେୟ କରି ଆଗକୁ ଅଗ୍ରସର ହୋଇଛୁ ଏବଂ ଆଜି ଯେତେବେଳେ ଲକ୍ଷ୍ନୌର ଏହି ଜନପୂର୍ଣ୍ଣ ସମାଗମରେ ଆମେମାନେ ଉପସ୍ଥିତ ହୋଇଛେ, ସେଇ ଏକା ଲକ୍ଷ୍ୟକୁ ସାକାର କରିବା ହେଉଛି ଆମମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ।  ଗତକାଲି ମୋତେ ଲକ୍ଷ୍ନୌଠାରେ ସହରୀ ଜୀବନକୁ କିଭଳି ସ୍ମାର୍ଟ କରାଯିବ ଏବଂ ସୁବିଧାପୂର୍ଣ୍ଣ କରାଯିବ ସେଥିପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିଲା । ଉତ୍ତର ପ୍ରଦେଶର ସହର ଏବଂ ସହରମାନଙ୍କ ସହ ଯୋଡ଼ିହୋଇ ରହିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପରିଯୋଜନାର ଶିଳାନ୍ୟାସ ତଥା ଗରିବ ଓ ବାସହୀନ ଭାଇ ଉଭଣୀମାନଙ୍କ ସକାଶେ ସେମାନଙ୍କୁ ନିଜର ଘରର ଚାବି ହସ୍ତାନ୍ତର କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଥିଲା । ଏବଂ ମୋତେ ଏକଥା ସବୁଠାରୁ ବେଶୀ ପ୍ରସନ୍ନ କରିଥିଲା ଯେ ଆଜି ଉତ୍ତର ପ୍ରଦେଶର କୋଣ ଅନୁକୋଣରେ ଯେଉଁ ପରିବର୍ତ୍ତନ ଆଣିବା ସକାଶେ ଆମେମାନେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ସଂକଳ୍ପ ଗ୍ରହଣ କରିଛେ ଏବଂ ଆଗକୁ ବଢ଼ିବାର ପ୍ରୟାସ ଜାରିରଖିଛେ, ତାହା ସ୍ୱତଃପ୍ରବୃତ୍ତ ଏବଂ ବାସ୍ତବଧର୍ମୀ ।

ବନ୍ଧୁଗଣ, ପାଞ୍ଚମାସ ଭିତରେ ଏହା ଦ୍ୱିତୀୟ ଥର ପାଇଁ ଘଟିଛି ଯେତେବେଳେ ଉଦ୍ୟୋଗ ଜଗତ ସହ ଯୋଡ଼ିହୋଇ ରହିଥିବା ସାଥୀମାନଙ୍କ ସହ ମୁଁ ଏଠାକୁ ଲକ୍ଷ୍ନୌ ଆସିଛି । ଏଥି ପୂର୍ବରୁ ଫେବୃୟାରୀ ମାସରେ ମୁଁ ଉତ୍ତର ପ୍ରଦେଶ ନିବେଶ ସମ୍ମିଳନୀରେ ଯୋଗ ଦେବାକୁ ଏଠାକୁ ଆସିଥିଲି । ଏବଂ ମୋତେ ଏକଥା ସୂଚୀତ କରାଯାଇଛି ଯେ ସେହି ସମ୍ମିଳନୀ ସୁଯୋଗରେ ଉତ୍ତର ପ୍ରଦେଶରେ ଚାରିଲକ୍ଷ 25 ହଜାର କୋଟିରୁ ଅଧିକ ନିବେଶର ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ଏବଂ ଏହା ମୋତେ ବିଶେଷ ପ୍ରସନ୍ନତା ଦେଇଥିଲା ଯେ ଏହି ସଂକଳ୍ପକୁ ସାକାର କରିବା ଏବଂ ପ୍ରବର୍ତ୍ତନ କରିବାର ପ୍ରୟାସରେ ଆଜି ଏକ ବିରାଟ ପଦକ୍ଷେପ ଉଠାଯାଇପାରିଛି ।

ଜଣାନାହିଁ ଆଜି ଆମର ସତୀଶଜୀ କାହିଁକି ଏତେ ସଂକୋଚର ସହ ନିଜର ବକ୍ତବ୍ୟ ପ୍ରଦାନ କରୁଥିଲେ । ଅତି ନମ୍ରତା ଏବଂ ବିବେକର ସହ, ଏପରି କହୁଥିଲେ ଯେପରିକି ଷାଠିଏ ହଜାର, ମାତ୍ର ଷାଠିଏ ହଜାର । ଆପଣମାନଙ୍କ ବିକାଶର କ୍ଷୁଧା ଅଧିକ ହୋଇଥିବାରୁ ମୋତେ ଖୁବ୍‌ ଖୁସି ଅନୁଭବ ହେଉଛି । ମୁଁ ମଧ୍ୟ ଦୀର୍ଘ ବର୍ଷ ଧରି ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ପ୍ରଧାନମନ୍ତ୍ରୀ ହୋଇଛି ଏବଂ ଔଦ୍ୟୋଗିକ ଗତିବିଧି ସହ ଯୋଡ଼ି ହୋଇଥିବା ଏକ ରାଜ୍ୟରୁ ଆସିଛି । 60 ହଜାର କୋଟି କିଛି କମ୍‌ କଥା ନୁହେଁ । 60 ହଜାର କୋଟି ଏକ ବଡ଼ ଅର୍ଥ । ଆପଣମାନଙ୍କୁ ସମ୍ଭବତଃ ଜଣାନାହିଁ ଆପଣମାନେ କେଡ଼େବଡ଼ ସଫଳତା ହାସଲ କରିପାରିଛନ୍ତି ।

ମୁଁ ଏଠାକାର ସମସ୍ତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହା ଆପଣମାନଙ୍କର ଏକ କଳ୍ପନୀୟ କାର୍ଯ୍ୟ ଏବଂ ତାହା ଆପଣମାନେ ସାକାର କରି ଦେଖାଇଛନ୍ତି । ମୁଁ ଜାଣିଛି ଯେ ପୁଂଜି ନିବେଶରେ କି କି ପ୍ରକାର କଥା ସବୁ ଆସିଥାଏ । କୋର୍ଟ କଚେରୀକୁ ଗୋଟିଏ କାଗଜ ଚାଲିଗଲେ, ଦୁଇ ଦୁଇ ବର୍ଷ ପର୍ଯ୍ୟନ୍ତ କାମ ଅଧାବାଟରେ ଅଟକିଯାଏ । ଯଦି ପର୍ଯ୍ୟାବରଣବାଲାଙ୍କ ପାଖକୁ କିଛି ପ୍ରତିବାଦ ଚାଲିଗଲା, ତେବେ ସେମାନେ ଫାଇଲ ଉପରେ ବସିପଡ଼ନ୍ତି । ଏବଂ କୌଣସି ଖବରକାଗଜବାଲାଙ୍କ ହାତ ବାଜିଗଲା ତ, ସୁଭାଷଜୀ, ତା’ହେଲେ ତ ସରକାର ବି ଡ଼ରିଯାଆନ୍ତି ଯେ ସେପରି ଉଦ୍ୟୋଗୀଙ୍କୁ କାମ ଦିଆଯିବ କି ନାହିଁ,   କରାଇ ଦିଆଯିବ କି ନାହିଁ । କାରଣ, ବିରୋଧୀ ଗୋଷ୍ଠୀର ଲୋକ ନାନା ପ୍ରକାର ଖେଳ ଖେଳିବା ଆରମ୍ଭ କରିଦିଅନ୍ତି । ଏହିସବୁ ସଂକଟକୁ ପାର କରି ମାତ୍ର ପାଂଚ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସକାଶେ ଏଭଳି ଗତି ଆଣିବା, 60 ହଜାର କୋଟି ଟଙ୍କାର ପୁଂଜି ନିବେଶର କାମ ଆରମ୍ଭ କରିବା, ଏହାକୁ ଅଦ୍ଭୁତ ସଫଳତା ବୋଲି କୁହାଯାଇପାରେ । ମୁଁ ଅନୁଭବ କରିଛି, ତେଣୁ ଏପରି କହୁଛି । ଆପଣମାନଙ୍କ ପୁରା ଟିମ୍‌, ସଂପୂର୍ଣ୍ଣ ଟିମକୁ ମୁଁ ଅନେକ ଅନେକ ଶୁଭକାମନା ଜ୍ଞାପନ କରୁଛି । ଆପଣମାନେ ଏହା ପାଇବାର ପାତ୍ର । ମୁଁ ସେହିସବୁ କୃଷକମାନଙ୍କୁ ବି ଅଭିନନ୍ଦନ ଜ୍ଞାପନ କରୁଛି ଯେଉଁମାନେ ଯେଉଁଠି ଭୂମିର ଆବଶ୍ୟକତା ପଡ଼ିଛି, ସେଠାରେ ସେମାନେ ସ୍ୱଇଚ୍ଛାରେ ସେହି ଜମି ହସ୍ତାନ୍ତର କରିଛନ୍ତି । ମୁଁ ସେହି ସବୁ ଛୋଟ ଛୋଟ କର୍ମଚାରୀ, ସେଠାକାର ପଟୱାରୀଙ୍କୁ, ସେ ବି କୌଣସି ପ୍ରକାର ପ୍ରତିବନ୍ଧକ ବିନା ନିଜର କର୍ତ୍ତବ୍ୟ ସଂପାଦନ କରିଛନ୍ତି, ତେଣୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଦେଶକୁ ଜଣେ ପ୍ରଧାନମନ୍ତ୍ରୀ ଚଳାଇପାରେ ଅଥବା ଜଣେ ପଟୱାରୀ ଚଳାଇପାରେ । ଏବଂ ସେଇଥିପାଇଁ ଏହା ହେଉଛି ନେତୃତ୍ୱର ସଫଳତା ଯେ ଏତେ କମ୍‌ ସମୟ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ପଟୱାରୀଙ୍କ ପର୍ଯ୍ୟନ୍ତ, ପୁରା ଟିମ୍‌ ଏକ ସମାନ ଦିଗରେ ଚିନ୍ତାଶୀଳ ଭାବେ ଆଗକୁ ବଢ଼ିବାର କାର୍ଯ୍ୟ ସଂପାଦନ କରିପାରିଛନ୍ତି ।

ମୋର ଦ୍ୱିତୀୟ ଖୁସିର କାରଣ ହେଉଛି ଏହା ଯେ ଆପଣମାନେ ଏଭଳି ସବୁ କଥାକୁ କିଭଳି ବ୍ୟକ୍ତିଗତ ମନୋଭାବ ଉପରେ ଛାଡ଼ିଦେଇନାହାନ୍ତି । ଆପଣଭାବେ ଭିନ୍ନ ଭିନ୍ନ ସେକ୍ଟର ପାଇଁ ନୀତି ନିର୍ଦ୍ଧାରଣ କରିଛନ୍ତି । ବ୍ଲାକ୍‌ ଏଣ୍ଡ ହ୍ୱାଇଟ୍‌ ଭାବେ ସବୁ କଥାକୁ ରଖିଛନ୍ତି । ଅନଲାଇନ୍‌ରେ ସେକଥା ଯେକେହି ଦେଖିପାରିବେ, ପରଖି ପାରିବେ ଏବଂ ଯାହାଙ୍କ ଲାଗିବ ଯେ ଭାଇ, ଏଥିରେ ମୁଁ ନିଜକୁ ଏହି କାର୍ଯ୍ୟକ୍ରମରେ ଫିଟ୍‌ କରିପାରିବି, ସେ ଆଗକୁ ଆଗେଇ ଆସିବ । ଏହା ଏକ ନୀତିଦ୍ୱାରା ପରିଚାଳିତ ବ୍ୟବସ୍ଥା, ଏହା ଉତ୍ତର ପ୍ରଦେଶର ସବୁଠାରୁ ବଡ଼ ସିଦ୍ଧି ବୋଲି କୁହାଯାଇପାରେ । ଏବଂ ସେଇଥିପାଇଁ କୃପା ପୂର୍ବକ ଏହି 60 ହଜାରକୁ, 60 ହଜାର କୋଟିକୁ କମ୍‌ ପରିମାଣ ବୋଲି କଦାପି ଭାବନ୍ତୁ ନାହିଁ । ଆପଣମାନେ ଅଦ୍ଭୂତ ସଫଳତା ହାସଲ କରିପାରିଛନ୍ତି । କାରଣ ମୁଁ ଏଭଳି କାର୍ଯ୍ୟ ଦୀର୍ଘ ବର୍ଷ ଧରି କରିଆସିଛି । ତେଣୁ ମୋତେ ଭଲ ଭାବେ ଜଣା କେତେ ଶ୍ରମ ସ୍ୱୀକାର ଏଥିପାଇଁ ଆପଣମାନଙ୍କୁ କରିବାକୁ ପଡ଼ିଥିବ । କେତେ ପ୍ରୟାସ କରିବାକୁ ହୋଇଥିବ । କେତେ କେତେ ଲୋକଙ୍କୁ ପ୍ରବାଭିତ କରିବାକୁ ପଡ଼ିଥିବ । କେତେ କେତେ ଲୋକଙ୍କ ଠାରୁ ଗାଳି ଶୁଣିବାକୁ ହୋଇଥିବ । କିନ୍ତୁ ରାଜ୍ୟର ହିତ ପାଇଁ ଏଭଳି ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ମାର୍ଗରେ ପ୍ରତିବନ୍ଧକ ତ ଆସିବ ହିଁ ଆସିବ । ଆମକୁ ସେ ସବୁକୁ ଅତିକ୍ରମ କରି ଆଗକୁ ଅଗ୍ରସର ହେବାକୁ ପଡ଼ିବ ।

ମୋର ଦ୍ୱିତୀୟ ଖୁସିର କାରଣ ଏହା ଯେ, ଦେଖନ୍ତୁ ସାଇକେଲ ଟ୍ୟୁବରେ ପମ୍ପ୍‌ ଭରିଲେ ଏତେ ଶକ୍ତି ଠୁଳ ହୋଇଥାଏ ଯେ ତାହା କଳ୍ପନାତୀତ । ଏବଂ ଟ୍ୟୁବରେ ପବନ ପଶିଲେ ହିଁ ସାଇକେଲ ଚଳମାନ ହୋଇଥାଏ । କିନ୍ତୁ ବେଳେବେଳେ ସେହି ଟ୍ୟୁବ୍‌ରେ କେଉଁଠି କେଉଁଠି ଛୋଟ ଛିଦ୍ରଟିଏ ବି ହୋଇ ଯାଇଥାଏ । ସେହିବାଟ ଦେଇ ହାୱା ବାହାରି ଯାଇଥାଏ । ସେତେବେଳେ ମିଟର ଦେଖିବ ତ ଠିକ୍‌ ଲାଗିବ । ହଁ, ଏତେ ପାୱାରର ହାୱା ଚାଲିଗଲା, ସେଇଥିପାଇଁ ସାଇକେଲ ଆଉ ପୂର୍ବଭଳି ଚାଲିପାରୁନାହିଁ । ସେହି ହାୱା ପ୍ରତିବନ୍ଧକ ସାଜିଛି । ମୋତେ ଏକଥା ଜାଣି ଖୁସି ଲାଗୁଛି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଜୀ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି । ଉତ୍ତର ପ୍ରଦେଶର ସମସ୍ତ ଭୂଭାଗକୁ ଯେଭଳି ବିକାଶର ସୁଯୋଗ ମିଳିବ, ସନ୍ତୁଳିତ ପ୍ରଗତି ଘଟିପାରିବ ସେଥିପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ସନ୍ତୁଳିତ ବିକାଶ ହିଁ ଉତ୍ତର ପ୍ରଦେଶ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା । ନୋଏଡ଼ା, ଗାଜିଆବାଦ ତ ଏବେ ବିକାଶ ପ୍ରକ୍ରିୟାରେ ବିଶ୍ୱରେ ଅଗ୍ରଣୀ କ୍ଷେତ୍ରରେ ପରିଣତ ହୋଇସାରିଛି । କିନ୍ତୁ ଉତ୍ତର ପ୍ରଦେଶର ଆବଶ୍ୟକତାଗୁଡ଼ିକ ଏହା ଦ୍ୱାରା ପୂରଣ ହୋଇପାରିବନାହିଁ । ଏବଂ ସେହିସବୁ କଥା ପ୍ରତି ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀଜୀ ଯେଉଁଭଳି ଭାବେ କାର୍ଯ୍ୟ କରି ଚାଲିଛନ୍ତି ଏବଂ ଆଜି ମୁଁ ଖୁସିର ସହ ଆପଣମାନଙ୍କୁ ସମସ୍ତଙ୍କୁ ଏହା ଅବଗତ କରାଇବାକୁ ଚାହେଁ ଯେ ଏଭଳି ସବୁ ପ୍ରଗତିର କାର୍ଯ୍ୟ ଅଭିନନ୍ଦନଯୋଗ୍ୟ । ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଆପଣମାନେ ସମସ୍ତେ ଧନ୍ୟବାଦର ପାତ୍ର ।

କିଛି ଲୋକ ଏହାକୁ ଏକ ଉଲ୍ଲେଖଯୋଗ୍ୟ ଉତ୍ସବ ବୋଲି କହୁଛନ୍ତି । ସେପରି ଦେଖିବାକୁ ଗଲେ ତ ପରମ୍ପରା ଏଇଆ । କିନ୍ତୁ ଏସବୁ ଦେଖିବା ପରେ ମୁଁ କହିବାକୁ ଚାହେଁ ଯେ ଏହା ଏକ ରେକର୍ଡ଼ ସୃଷ୍ଟିକାରୀ ଉତ୍ସବ । ଏତେ କମ୍‌ ସମୟ ଭିତରେ ସମସ୍ତ ପ୍ରକ୍ରିୟା ଯେଭଳି କ୍ଷିପ୍ରତାର ସହ ଆଗକୁ ଅଗ୍ରସର ହୋଇପାରିଛି, ପୁରୁଣା କାର୍ଯ୍ୟଧାରା ଓ ପରମ୍ପରାକୁ ଏପରି ଭାବେ ବଦଳାଇ ଦିଆଯାଇପାରିଛି, ମୋ ମତରେ ପୂର୍ବରୁ ଉତ୍ତର ପ୍ରଦେଶରେ ଏପରି କେବେ ହୋଇନଥିଲା । କେବଳ ମୁଁ ନୁହେଁ ଯେକୌଣସି ବ୍ୟକ୍ତି ଏହା ସ୍ୱୀକାର କରିବାକୁ ବାଧ୍ୟ । ଆପଣମାନଙ୍କ ମନରେ ଏଭଳି ପ୍ରତ୍ୟୟ ନିଶ୍ଚିତ ଭାବେ ସୃଷ୍ଟି ହୋଇଛି, ଏହା ମୁଁ ଦୃଢ଼ତାର ସହ କହିପାରେ । ଏଠିକା ପାଇଁ ଏ ଶାସନ ପ୍ରଶାସନ ଲାଗି ଏହାତ ବିଲକୁଲ ନୂଆ କଥା । ଏବଂ ମୁଁ ଅତିଶୟ ପ୍ରସନ୍ନ ଯେ ଯୋଗୀଜୀଙ୍କ ନେତୃତ୍ୱରେ ଗଠିତ ସରକାର ନିବେଶକମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ଆସିଛନ୍ତି । ସେମାନଙ୍କର ଅଭିପ୍ରାୟକୁ ନିବେଶରେ ବଦଳାଇବାରେ ସକ୍ଷମ ହୋଇପାରିଛନ୍ତି । ଏପରି ବାତାବରଣ ସୃଷ୍ଟି କରିପାରିଛନ୍ତି । ଅନ୍‌-ଲାଇନ୍‌ ବୁଝାମଣା ପତ୍ର ସ୍ୱାକ୍ଷର, ଟ୍ରାକିଂ ହୋଇଥାଉ କିମ୍ବା ଆବେଦନପତ୍ରକୁ ମଂଜୁରି ପ୍ରଦାନ ହୋଇଥାଉ, ନିବେଶ ମିତ୍ର ଭଳି ସିଙ୍ଗଲ ୱିଣ୍ଡୋ ଡ଼ିଜିଟାଲ ପ୍ଲାଟଫର୍ମ ହୋଇଥାଉ, ଏପରି ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତି ଏବଂ ସମଗ୍ର ଉତ୍ତର ପ୍ରଦେଶରେ ସୃଷ୍ଟି ହୋଇଥିବା ଅନୁକୂଳ ବାତାବରଣ ହେଉଛି ଏହାର ପ୍ରମାଣ ।

ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ଉତ୍ତର ପ୍ରଦେଶରେ ନିବେଶକୁ ଏକ ଚାଲେଞ୍ଜ ବୋଲି ମନେ କରୁଥିଲେ । ଏବେ ସେହି ଚାଲେଞ୍ଜ ଏକ ସୁଯୋଗ ରୂପରେ ସାମ୍ନାରେ ଦଣ୍ଡାୟମାନ । ସେ ସୁଯୋଗ ରୋଜଗାରର ହୋଇଥାଉ, ବ୍ୟାପାରର ହୋଇଥାଉ, ଉତ୍ତମ ସଡ଼କର ହୋଇଥାଉ,ପର୍ଯ୍ୟାପ୍ତ ବିଜୁଳିଶକ୍ତି ଉତ୍ପାଦନର ହୋଇଥାଉ, ଉତ୍ତମ ବର୍ତ୍ତମାନ ଠାରୁ ନେଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଆଗେଇବାର ହୋଇଥାଉ । ଆଜିର ଏହି ଆୟୋଜନ ୟୁପି ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧିର ପ୍ରତୀକ ସାଜିଛି । ଏହା ଉତ୍ଥାନର ପ୍ରତୀକ ହୋଇଛି । ୟୁପିର ବିକାଶର ପ୍ରତୀକ ହୋଇଛି । ମୋର ବିଶ୍ୱାସ ଯେ ଯେଉଁ ଗତିରେ ଆପଣମାନେ ଆଗକୁ ବଢ଼ି ଚାଲିଛନ୍ତି, ସେଥିରେ ଉତ୍ତର ପ୍ରଦେଶକୁ ଏକ ଟ୍ରିଲିୟନ ଡ଼ଲାର ଅର୍ଥବ୍ୟବସ୍ଥା ପରୀକ୍ଷା ପାର କରିବାରେ ଅଧିକ ସମୟ ଲାଗିବ ନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ ।  ମୋ ଆତ୍ମା ଏହା କହୁଛି । ଉତ୍ତର ପ୍ରଦେଶ ସରକାରକୁ ଉଦ୍ୟୋଗ ଜଗତକୁ ଆପଣମାନଙ୍କୁ ସବୁ ସାଥୀଙ୍କୁ ଏଭଳି ପ୍ରତିବଦ୍ଧତା ପାଇଁ ମୁଁ ଅନେକ ଅନେକ ଶୁଭକାମନା ଦେଉଛି ।

ଆମେ ସେପରି ଲୋକ ନୋହୁ ବନ୍ଧୁଗଣ, ଯିଏ ଉଦ୍ୟୋଗପତିମାନଙ୍କ ପାଖରେ ଠିଆ ହେବାକୁ ଡ଼ରନ୍ତି । କିଛି ଲୋକଙ୍କୁ ଆପଣମାନେ ଦେଖିଥିବେ, ଆପଣମାନେ ସେମାନଙ୍କର କୌଣସି ଫଟୋ ବି ବାହାର କରିପାରିବେନାହିଁ ଯିଏ କି ଉଦ୍ୟୋଗପତିମାନଙ୍କ ସହ ସଗର୍ବରେ ଠିଆ ହୋଇଥିବେ ।  କିନ୍ତୁ ଗୋଟିଏ ଦେଶର ଉଦ୍ୟୋଗପତିମାନେ ସେପରି ହେବା ଅନୁଚିତ ଯେଉଁମାନେ ସେମାନଙ୍କ ଘରକୁ ଯାଇ ସାଷ୍ଟାଙ୍ଗ ଦଣ୍ଡବତ ହୋଇନଥିବେ । ଅମର ସିଂହ ଜୀ ଏଠାରେ ବସିଛନ୍ତି, ତାଙ୍କ ପାଖରେ ସବୁ ଖବର ଅଛି । ସେ ଚାହିଁଲେ ସମସ୍ତଙ୍କ ଇତିହାସ ଖୋଲିଦେବେ । କିନ୍ତୁ ଯେତେବେଳେ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ,ଅଭିପ୍ରାୟ ସତ୍‌ ସେତେବେଳେ ତ କାହା ସାଙ୍ଗରେ ବି ଠିଆ ହେବାରେ କୌଣସି ଭୟ ନଥିବ ।  ନରହିବା ବି ଉଚିତ । କାରଣ ସେତେବେଳେ ନିଜଠାରେ କୌଣସି ଦାଗ ଲାଗିବ ନାହିଁ । ମହାତ୍ମା ଗାନ୍ଧୀଙ୍କ ଜୀବନ ପବିତ୍ର ଥିଲା  । ତେଣୁ ସେ ବିରଳାଜୀଙ୍କ ଘର ଓ ପରିବାରକୁ ଯାଇ ସେଠାରେ ରହିବା ଲାଗି ସାମାନ୍ୟତମ ସଂକୋଚବୋଧ କରୁନଥିଲେ । ବିରଳାଜୀଙ୍କ ସହ ଠିଆ ହେବାକୁ ତାଙ୍କ ମନରେ ତିଳେ ହେଲେ ଦ୍ୱିଧାବୋଧ ନଥିଲା । କାରଣ ତାଙ୍କର ମନ ଓ ଉଦ୍ଦେଶ୍ୟ ସ୍ୱଚ୍ଛ ଥିଲା । ଯେଉଁ ଲୋକମାନଙ୍କୁ ସର୍ବ ସମକ୍ଷରେ ଭେଟଭାଟ ବା ସାକ୍ଷାତ କରିହୁଏ ନାହିଁ, କିଛି ଲୋକ ପର୍ଦ୍ଦା ଆଢ଼ୁଆଳରେ ସେମାନଙ୍କୁ ଭେଟିଥାନ୍ତି । ସେମାନଙ୍କର ସବୁ କାର୍ଯ୍ୟ ପର୍ଦ୍ଦା ପଛରେ ଲୁକ୍ଳାୟିତ ହୋଇ ରହିଥାଏ । କାରଣ ସେମାନେ ଲୋକଙ୍କୁ , ସମାଜକୁ ଡ଼ରନ୍ତି । ଯଦି ଭାରତକୁ ଗଢ଼ିବା ସକାଶେ ଜଣେ କୃଷକର ଶ୍ରମ କାମରେ ଆସୁଛି, ଜଣେ କାରିଗରର ଶ୍ରମ କାର୍ଯ୍ୟ କରୁଛି, ଏକ ବ୍ୟାଙ୍କର ଫାଇନାନ୍ସରର ଶ୍ରମ କାର୍ଯ୍ୟରେ ଆସୁଛି, ଏକ ସରକାରୀ କର୍ମଚାରୀର କାର୍ଯ୍ୟ କାମରେ ଆସୁଛି, ସେମିତି ଉଦ୍ୟୋଗପତିମାନଙ୍କର ମଧ୍ୟ ଦେଶ ଗଠନରେ ଦେଶକୁ ଗଢ଼ିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦି ଆମେମାନେ ସେମାନଙ୍କୁ ଅପମାନିତ କରିବା, ଚୋର ଲୁଟେରା ବୋଲି କହିବା, ଏହା କିଭଳି ଆଚରଣ ବୋଲି ସଭିଏଁ ବିବେଚନା କରିବେ? ହଁ, ଯିଏ ଭୁଲ୍‌ କାର୍ଯ୍ୟ କରିବେ, ତାଙ୍କୁ ତ ଦେଶ ଛାଡ଼ି ଅନ୍ୟତ୍ର ପଳାୟନର ପନ୍ଥା ହିଁ ଦେଖାଯିବ । କାରଣ, ଅନ୍ୟଥା ତାଙ୍କୁ ଜେଲ୍‌ରେ ଜୀବନ ବିତାଇବାକୁ ପଡ଼ିବ । କିନ୍ତୁ, ଏଭଳି କାର୍ଯ୍ୟ ବି ପୂର୍ବରୁ ଏଇଥିପାଇଁ ହେଉନଥିଲା କାରଣ ପର୍ଦ୍ଦା ପଛରେ ପୂର୍ବରୁ କ୍ୱଚିତ୍‌ କାର୍ଯ୍ୟ ହେଉଥିଲା । କାହା ଜାହାଜରେ ଲୋକ ଭ୍ରମଣ କରୁଛନ୍ତି, ସେକଥା କଣ କାହାକୁ ଅଛପା ରହିଛି?

ସେଇଥିପାଇଁ ଦେଶକୁ ଆଗକୁ ବଢ଼ାଇନେବା ଲାଗି ପ୍ରତ୍ୟେକ ବ୍ୟକ୍ତିର ସାହଚର୍ଯ୍ୟ ଏବଂ ସହଯୋଗର ଆବଶ୍ୟକତା ରହିଛି । ଏବଂ ଦେଶର ସେବା ପାଇଁ 125 କୋଟି ନାଗରିକଙ୍କୁ ସମ୍ମାନ ପ୍ରଦର୍ଶନ କରିବା,ଏହା ଆମ ସମସ୍ତ ଦେଶବାସୀଙ୍କର ପରମ ଦାୟିତ୍ୱ । ଯେଉଁ ପ୍ରକଳ୍ପ ଆଜି ଆରମ୍ଭ କରାଯାଇଛି, ସେସବୁ ଆଗାମୀ ଦିନରେ 2 ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିବ । ଏହାଅତିରିକ୍ତ, ଯେଉଁଠାରେ ଏହିସବୁ ଉଦ୍ୟୋଗ କାର୍ଯ୍ୟକାରୀ ହେଉଛି, କାରଖାନା ସ୍ଥାପନ କରାଯାଉଛି,ସେଠାରେ ସ୍ଥାନୀୟ ଲୋକମାନଙ୍କୁ ଅପ୍ରତ୍ୟକ୍ଷ ରୋଜଗାର ମଧ୍ୟ ମିଳିବ । ଏହିସବୁ ପରିଯୋଜନାମାନଙ୍କରୁ କୃଷକ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ. ଯୁବକଯୁବତୀ ହୁଅନ୍ତୁ, ସମସ୍ତଙ୍କୁ ସୁଫଳ ମିଳିବା ସୁନିଶ୍ଚିତ ।

ବନ୍ଧୁଗଣ, ମୁଁ ଉତ୍ତର ପ୍ରଦେଶର 22 କୋଟି ଜନତାଙ୍କୁ ବଚନ ଦେଇଥିଲି ଯେ ସେମାନଙ୍କର ଶ୍ରଦ୍ଧାକୁ ସୁଧମୂଳ ସହ ଫେରାଇଦେବି । ଆଜି ଏଠାରେ ଯେଉଁସବୁ ପରିଯୋଜନାମାନ ଆରମ୍ଭ ହେବାକୁ ଯାଉଛି ସେସବୁ ସେଇ ବଚନବଦ୍ଧତାର ଏକ ମହତ୍ତ୍ୱପୂର୍ଣ୍ଣ ଠୋସ୍‌ ପଦକ୍ଷେପ । ଏହିସବୁ ପ୍ରକଳ୍ପ ଉତ୍ତର ପ୍ରଦେଶରେ ଆର୍ଥିକ ଓ ଔଦ୍ୟୋଗିକ ଅସନ୍ତୁଳନକୁ ଦୂର କରିବାରେ ସହାୟକ ହେବ । କାରଣ ଏହା ରାଜ୍ୟର କିଛି ବିଶେଶ କ୍ଷେତ୍ର ମଧ୍ୟରେ ସୀମିତ ରହିବନାହିଁ । ଏହାର ବିସ୍ତାର ନୋଏଡ଼ା, ଗ୍ରେଟର ନୋଏଡ଼ା, ମେରଟ, ମୁଜାଫରନଗର ଠାରୁ ଆରମ୍ଭ କରି ଝାନସୀ, ହରଦୋଇ, ଆମେଥି,ରାୟବରେଲୀ ଏବଂ ଜଉନପୁର, ମିର୍ଜାପୁର, ଗୋରଖପୁର ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ପ୍ରକଳ୍ପମାନ ଡ଼ିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନକୁ ନୂତନ ଦିଗଦର୍ଶନ ଦେବାରେ ମଧ୍ୟ ବହୁତ ବଡ଼ ପଦକ୍ଷେପ ବୋଲି ସିଦ୍ଧ ହେବାକୁ ଯାଉଛି ।

ସମଗ୍ର ଉତ୍ତର ପ୍ରଦେଶରେ ଦ୍ରୁତ ଇଣ୍ଟରନେଟ ସେବା ପହଞ୍ଚାଇବା ସକାଶେ ଅପଟିକାଲ ଫାଇବର ବିଛାଯିବା  ଅଥବା ଆଇଟି ସେଣ୍ଟର ସ୍ଥାପନ କରାଯିବା କାର୍ଯ୍ୟ, ଡ଼ିଜିଟାଲ ଭିତ୍ତିଭୂମି ଭଳି କାର୍ଯ୍ୟ ଉତ୍ତର ପ୍ରାଦେଶର ବିକାଶକୁ ନୂତନ ଗତି ପ୍ରଦାନ କରିବ । ଏଥିସହ ଯୁବପିଢ଼ିଙ୍କୁ କର୍ମନିଯୁକ୍ତି ଓ ରୋଜଗାରକ୍ଷମ କରିବାର ନୂତନ ସୁଯୋଗ ପ୍ରଦାନ କରିବ । ଏହା ହେଉଛି ଆମ ସରକାରଙ୍କ ସେହି ବ୍ୟାପକ ଯୋଜନାର ଅଂଶବିଶେଷ ଯାହା ମାଧ୍ୟମରେ ଆମେ ଡ଼ିଜିଟାଇଜେସନ୍‌ ସହ ସାଧାରଣ ମାନବଙ୍କ ଜୀବନକୁ ଅଧିକ ସରଳ କରିବାକୁ ଚାହୁଁ । ଆମେ ଏପରି ଏକ ବ୍ୟବସ୍ଥା ଠିଆ କରିବାକୁ ଚାହୁଁ,ଯେଉଁଥିରେ କୌଣସି ପ୍ରକାର ଭେଦଭାବ ପରିଲକ୍ଷିତ ହେବନାହିଁ । ଏହିସବୁ ପ୍ରକଳ୍ପର ଗତିକୁ ବି ଲକ୍ଷ୍ୟ କରିବା କଥା । ପୁଣି ଏସବୁର ସଂବେଦନଶୀଳତାକୁ ବି ଦେଖିବା ଉଚିତ । କେହି ନିଜର ନୁହନ୍ତି, କେହି ପର ନୁହନ୍ତି, କେହି ଛୋଟ ନୁହନ୍ତି, କେହି ବଡ଼ ବି ନୁହନ୍ତି, ସମସ୍ତଙ୍କ ପ୍ରତି ସାମାନ୍ୟ ବ୍ୟବହାର, ଅର୍ଥାତ୍‌,ମୋଟାମୋଟି ଭାବେ କହିଲେ- “ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ” ।

ବନ୍ଧୁଗଣ, ସେବାର କ୍ଷିପ୍ରତା ଏବଂ ସ୍ୱଚ୍ଛ ଡ଼େଲିଭରି ବ୍ୟବସ୍ଥା ସୁନିଶ୍ଚିତ କରିବା ସକାଶେ “ଡ଼ିଜିଟାଲ ଇଣ୍ଡିଆ ଅଭିଯାନ” ଆଜି ବ୍ୟାପକ ଭୂମିକା ଗ୍ରହଣ କରିଛି । ଗାଁ ଗାଁରେ ପ୍ରସାରିତ ତିନି ଲକ୍ଷରୁ ଅଧିକ କମନ ସର୍ଭିସ ସେଣ୍ଟର ଆଜି ଆମର ଗ୍ରାମୀଣ ଜୀବନକୁ ବଦଳାଇ ଚାଲିଛି । ଟିକଟ ବୁକିଂ ହେଉ, ବିଜୁଳି ବିଲ ପୈଠ, ଟେଲିଫୋନ୍‌ ବିଲ୍‌ ଭରିବା, ଟେଲି ମେଡ଼ିସିନ୍‌, ଜନ ଔଷଧି, ଆଧାର ସେମା ଭଳି ଶହ ଶହ ସେବାପାଇଁ ଆଜି ଗାଁର ଲୋକମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ଚକ୍କର କାଟିବାକୁ ପଡ଼ୁନାହିଁ କି ଗୋଡ଼ଭାଙ୍ଗି କାହା ଆଗରେ ଠିଆ ହେବାକୁ ହେଉନାହିଁ । ଗାଁର କମନ ସର୍ଭିସ ସେଣ୍ଟର ତ ସହରରେ ବି ମାଗଣା ୱାଇଫାଇ ହଟସ୍ପଟ୍, ଶସ୍ତା ମୋବାଇଲ ଇଣ୍ଟରନେଟ ଗରିବ ଓ ମଧ୍ୟମ ବର୍ଗଙ୍କ ଜୀବନକୁ ସୁଗମ କରିବାରେ ବଡ଼ ସହାୟତା ଯୋଗାଇ ଦେଉଛି ।

ବନ୍ଧୁଗଣ, ଆଇଟି ଶିଳ୍ପ ଦୀର୍ଘ ବର୍ଷ ଧରି ଆମର ସାମର୍ଥ୍ୟ ଭାବେ ରହିଆସିଛି । ଆଇଟି ଏକ୍ସପୋର୍ଟ ରେକର୍ଡ଼ ସ୍ତରରେ ରହିଆସିଛି । 40 ଲକ୍ଷରୁ ଅଧିକ ଲୋକ ଏହି ଶିଳ୍ପ ସହ ସଂଶ୍ଳିଷ୍ଟ ଅଛନ୍ତି । କିନ୍ତୁ ଦେଶର ଏଭଳି ଶକ୍ତି ବଡ଼ ବଡ଼ ସହର, ମେଟ୍ରୋ ସହରମାନଙ୍କରେ କେବଳ ସୀମିତ ରହିଛି । ଆମ ସରକାର ଏହି ଶକ୍ତିକୁ ଦେଶର ଛୋଟ ଛୋଟ ସହର ଏବଂ ଗ୍ରାମମାନଙ୍କରେ ପହଞ୍ଚାଇବା ସକାଶେ ସଂକଳ୍ପର ସହ କାର୍ଯ୍ୟ କରିଆସୁଛି ।

ବନ୍ଧୁଗଣ, ଖଣ୍ଡିତ ଭାବେ ଚିନ୍ତା କରିବାର ପରମ୍ପରା ଏବେ ସମାପ୍ତ ହୋଇସାରିଛି । ଏବେ ପ୍ରତିବନ୍ଧକକୁ ଦୂରକରି ସମସ୍ୟାର ସମାଧାନ ସୂତ୍ର ବାହାର କରିବା, ସେସବୁକୁ ଉପଯୁକ୍ତ ଭାବେ ସଂଯୋଜିତ କରିବା,ପ୍ରୋତ୍ସାହନ ଯୋଗାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ସରକାରଙ୍କ ଗୋଟିଏ ଯୋଜନା,ଗୋଟିଏ କାର୍ଯ୍ୟାନୁଷ୍ଠାନକୁ ଅନ୍ୟ ଯୋଜନା ଓ କାର୍ଯ୍ୟାନୁଷ୍ଠାନ ସହ ସହଜରେ ସଂଯୋଗ କରାଯାଉଛି । ଡ଼ିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଏହାର ସବୁଠାରୁ ଉତ୍ତମ ଉଦାହରଣ । ଆଜି ଡ଼ିଜିଟାଲ ଇଣ୍ଡିଆ, ଡ଼ିଜିଟାଲ କାରବାରର ବି ବହୁଳ ପ୍ରସାର ଘଟିଚାଲିଛି । ଏହା ପଛରେ ଶସ୍ତା ହୋଇ ଚାଲିଥିବା ମୋବାଇଲ  ଗୋଟିଏ କାରଣ । ମୋବାଇଲ ଫୋନ୍‌ ସେଇଥିପାଇଁ ଶସ୍ତା ହେଉଛି କାରଣ ଏବେ ଭାରତରେ ବିପୁଳ ପରିମାଣର ମୋବାଇଲ ନିର୍ମାତା ସୃଷ୍ଟି ହୋଇଛନ୍ତି । ଏବେ ଭାରତ ମୋବାଇଲ ନିର୍ମାଣର ଏକ ପେଣ୍ଠସ୍ଥଳୀ ପାଲଟି ସାରିଛି । ଆଜି ଆମେ ସମଗ୍ର ବିଶ୍ୱରେ ମୋବାଇଲ ଫୋନ୍‌ ନିର୍ମାଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିସାରିଛୁ । ଏବଂ ମୋତେ ଏକଥା କହିଲା ବେଳେ ଅତି ପ୍ରସନ୍ନତା ଆସୁଛି ଯେ ଉତ୍ତର ପ୍ରଦେଶ ଏହି ମୋବାଇଲ ଉତ୍ପାଦନ ବିପ୍ଳବରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଅଧୁନା କେବଳ ଉତ୍ତର ପ୍ରଦେଶରେ 50ରୁ ଉର୍ଦ୍ଧ୍ଵ ମୋବାଇଲ ଉତ୍ପାଦନକାରୀ କମ୍ପାନୀ କାର୍ଯ୍ୟ କରୁଛନ୍ତି । ନିକଟରେ ବିଶ୍ୱର ସବୁଠାରୁ ବଡ଼ ମୋବାଇଲ ନିର୍ମାଣକାରୀ ସଂସ୍ଥା ତା’ର ଉତ୍ପାଦନ ୟୁନିଟ ଏଇ ଉତ୍ତର ପ୍ରଦେଶରେ ହିଁ ଆରମ୍ଭ କରିଛନ୍ତି । ଆଜି ହିଁ ଏଠାରେ ନୂଆ ନୂଆ ଅନେକକାରଖାନାର ଶିଳାନ୍ୟାସ ହୋଇଛି । ସେଥି ମଧ୍ୟରେ ମୋବାଇଲ ନିର୍ମାଣକାରୀ କାରଖାନା ରହିଛି ।

ବନ୍ଧୁଗଣ, ଆଜି ଏଠାରେ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ସେଥିପାଇଁ ବିଗତ ଚାରି ବର୍ଷରେ ସରକାର ଅନେକ ଗୁଡ଼ିଏ ନିଷ୍ପତ୍ତି ଗ୍ରହଣ କରିଥିଲେ ଏବଂ ଏହା ହେଉଛି ତାହାର ସୁଫଳ । ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ଭଳି ନିଷ୍ପତ୍ତି ହୋଇଥାଉ, ଅଥବା ଦେଶରେ ଉତ୍ପାଦନ ବୃଦ୍ଧି ସକାଶେ ପ୍ରୋତ୍ସାହନ ଯୋଗାଣ ଭଳି ଫଇସଲା ହେଉ, କିମ୍ବା ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ସକାଶେ ହୋଇଥିବା ନିଷ୍ପତ୍ତି ହେଉ, ସେସବୁ ଉଦ୍ୟୋଗମାନଙ୍କ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ସିଦ୍ଧ ହେବାରେ ଲାଗିଛି । ବର୍ଷ ବର୍ଷ ଧରି ଯେଉଁ ଜିଏସଟି ( ବସ୍ତୁ ଓ ସେବା କର ) ଅଟକି ରହିଥିଲା ତାହା ଆଜି  ଟିକସ ଜାଲରୁ ଦେଶକୁ ମୁକ୍ତ କରିଛି ଏବଂ ଏହାର ଫାଇଦା ବି ଉଦ୍ୟୋଗ ଜଗତକୁ ପ୍ରାପ୍ତ ହୋଇଛି ।

ଗତ ବର୍ଷ ଦେଶରେ ଉତ୍ପାଦନ ବୃଦ୍ଧି ସକାଶେ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଯାଇଥିଲା । ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଜନ ସଂଗ୍ରହକୁ ଅଗ୍ରାଧିକାର ପ୍ରଦାନ କରାଯାଇଥିଲା । ଏହି ଆଦେଶ ଦ୍ୱାରା ସରକାର ସମସ୍ତ ବିଭାଗ ଏବଂ ସଂସ୍ଥାନମାନଙ୍କରେ କ୍ରୟ କରାଯାଉଥିବା ସାମଗ୍ରୀ ଓ ସେବାକୁ ଘରୋଇ ଉତ୍ସର କ୍ରୟ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ମେକ୍‌ ଇନ୍‌ ଇଣ୍ଡିଆକୁ ଅଧିକ ଶକ୍ତି ମିଳିଛି । ଏହି ଆଦେଶର ଲାଭ ଦେଶର ଲଘୁ ଉଦ୍ୟୋଗମାନଙ୍କୁ ବି ମିଳୁଛି ।

ଗତ ଏକ ବର୍ଷ ମଧ୍ୟରେ, ଏଠାରେ ଯୋଗୀଜୀଙ୍କ ନେତୃତ୍ୱରେ ଯେଉଁ ପରିବର୍ତ୍ତନ ଆସିଛି, ନୀତିମାନ ପ୍ରଣୀତ ହୋଇଛି, ଅପରାଧ ଉପରେ କାବୁ ଅଣାଯାଇ ପାରିଛି, ସେଥିରୁ ଉତ୍ତର ପ୍ରଦେଶକୁ ଦୋହରା ଲାଭ ପ୍ରାପ୍ତ ହୋଇଛି । ବନ୍ଧୁଗଣ, ଭାଜପା ସରକାର, ସାମଗ୍ରିକ ଦୂରଦୃଷ୍ଟି, ଉପରେ ହିଁ କାର୍ଯ୍ୟ କରୁଛି ।

ଏହି ମଞ୍ଚ ଉପରୁ ଏଠାରେ ଉପସ୍ଥିତ ଥିବା ଉଦ୍ୟୋଗ ଜଗତର ସମସ୍ତ ସାଥୀଗଣ, ଆପଣମାନେ ସମସ୍ତଙ୍କୁ ଏବଂ ସବୁ ନିବେଶକମାନଙ୍କୁ ମୁଁ ଭରସା ଦେବାକୁ ଚାହେଁ ଯେ ପ୍ରଗତି ଆଡ଼କୁ ଆମର ଏହି ଯେଉଁ ଦୌଡ଼ ଆରମ୍ଭ ହୋଇଛି ତାହା ମୋ ପାଇଁ ଏକ ଅୟମାରମ୍ଭ ମାତ୍ର । ଆଗକୁ ଆମମାନଙ୍କୁ ଅନେକ ପଥ ଅତିକ୍ରମ କରିବାକୁ ଅଛି । କ୍ଷିପ୍ରତାର ସହ ଅଗ୍ରସର ହେବାକୁ ଅଛି । ଆପଣମାନେ ହେଉଛନ୍ତି ରାଷ୍ଟ୍ରନିର୍ମାଣର ମହତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଆପଣମାନଙ୍କ ସଂକଳ୍ପ ଦେଶର କୋଟି କୋଟି ନୂତନ ପିଢ଼ିର ଯୁବଗୋଷ୍ଠୀଙ୍କ ସହ ସଂଶ୍ଳିଷ୍ଟ । ଏହି ସ୍ୱପ୍ନକୁ ସାକାର କରିବା ସକଶେ ଯେଉଁ ନିଷ୍ପତ୍ତି ବି ନେବାକୁ ହେବ ତାହା ଭବିଷ୍ୟତରେ ସଂପୂର୍ଣ୍ଣ ନିର୍ଭରଯୋଗ୍ୟତାର ସହ ଆମେ ଗ୍ରହଣ କରିବୁ, ଏ ପ୍ରତିଶ୍ରୁତି ମୁଁ ଆପଣମାନଙ୍କୁ ଦେଉଛି ଏବଂ ଏଭଳି ସାମର୍ଥ୍ୟ ଆମର ଅଛି ।

ଭିତ୍ତିଭୂମି ସହ ଯୋଡ଼ିହୋଇ ରହିଥିବା ବଡ଼ ବଡ଼ ପ୍ରକଳ୍ପମାନ ଯେତେ ଯେତେ ପ୍ରସ୍ତୁତ ହୋଇ ଚାଲିଥିବ,ଦେଶରେ ବିନିବେଶ ଘଟାଇବା ସେତିକି ସହଜସାଧ୍ୟ ହେବ । ବିଶେଷକରି, ଲଜିଷ୍ଟିକ୍ସ ଉପରେ ହେଉଥିବା ଖର୍ଚ୍ଚ ଖୁବ୍‌ କମ୍‌ ହେବ । ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଗଠନ ହେଲେ ସାଧାରଣ ଜନତାଙ୍କ ସହ ଉଦ୍ୟୋଗ ଜଗତକୁ ବି ଏଥିରୁ ବିଶେଷ ସୁଫଳ ମିଳିବ ।

ବନ୍ଧୁଗଣ, ସୂଚନା ପ୍ରଯୁକ୍ତ, ଉପଭୋକ୍ତା ଇଲୋକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଉତ୍ତର ପ୍ରଦେଶରେ ପର୍ଯ୍ୟାପ୍ତ ସମ୍ଭାବନା ଭରି ରହିଛି । ଏଠାକାର ଏମଏସଏମଇ ସେକ୍ଟରକୁ ଆଗାମୀ ଦିନରେ ଏହି ନୂତନ ଭିତ୍ତିଭୂମିର ସୁଫଳ ମିଳିବାକୁ ଯାଉଛି । ଏଠାକାର ଛୋଟ ଛୋଟ ବ୍ୟାପାରୀମାନେ, ଛୋଟ ଓ ମଧ୍ୟମ ଧରଣର ଉଦ୍ୟୋଗୀମାନଙ୍କୁ ମୋର ନିବେଦନ ଯେ ଆପଣମାନେ ଏବେ ଯେଉଁ ନଗଦ କାରବାର କରୁଛନ୍ତି ତାକୁ ଡ଼ିଜିଟାଲ ପଦ୍ଧତି ମାଧ୍ୟମରେ କରନ୍ତୁ । ତାହା ଆପଣମାନଙ୍କୁ ଆହୁରି ଆଗକୁ ଆଗେଇ ନେବାରେ ସହାୟକ ହେବ ।

ବନ୍ଧୁଗଣ, ସ୍ଥାୟୀ ବିକାଶ ଏବଂ ନିରବଚ୍ଛିନ୍ନ ପ୍ରୟାସ ହିଁ 125 କୋଟି ଭାରତବାସୀଙ୍କ ସ୍ୱପ୍ନକୁ ସାକାର କରିପାରିବ । ସ୍ଥାୟୀ ବିକାଶ ବିଷୟରେ ଆମେମାନେ ଯେତେବେଳେ ଆଲୋଚନା କରୁଛେ,ସେତେବେଳେ ବିଜୁଳିର ବ୍ୟବସ୍ଥା ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଆମକୁ ସ୍ମରଣ ରଖିବାକୁ ପଡ଼ିବ । ସୁଲଭ ଏବଂ ନିରନ୍ତର ବିଜୁଳିଶକ୍ତି ଉପଲବ୍ଧ ସାଧାରଣ ଜନତାଙ୍କ ଜୀବନର ମୌଳିକ ଆବଶ୍ୟକତା । ପୁଣି କୃଷି ଓ ଉଦ୍ୟୋଗ ସକାଶେ ବି ବିଜୁଳିର ଆବଶ୍ୟକତା ଅନିବାର୍ଯ୍ୟ । ଏବଂ ସେଇଥିପାଇଁ ବିଜୁଳି ଉପରେ ଆମ ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରିଆସୁଛନ୍ତି । ଆଜି ପାରମ୍ପରିକ ଶକ୍ତିରୁ ଦେଶ ଗ୍ରୀନ୍‌ ଏନର୍ଜି ବା ସବୁଜ ଶକ୍ତି ଉତ୍ସ ଆଡ଼କୁ ଅଗ୍ରସର ହେଉଛି ଏବଂ ଏହି ଗତି ବେଶ୍‌ ଦ୍ରୁତତର ହୋଇଛି । ବିଶେଷକରି ସୌର ଶକ୍ତି ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଭଳି ଆମର ପ୍ରୟାସକୁ ଆଜି ସାରା ବିଶ୍ୱରେ ସମର୍ଥନ ମିଳିବାରେ ଲାଗିଛି । ସୌର ଶକ୍ତି କ୍ଷେତ୍ରରେ ବି ଉତ୍ତର ପ୍ରଦେଶ ଏକ ବୃହତ୍‌ ପେଣ୍ଠ ହେବାକୁ ଯାଉଛି । ମିର୍ଜାପୁର ଠାରେ କେଇ ମାସ ପୂର୍ବେ ଏକ ବିଶାଳ ଫ୍ଲାଟ ଉଦ୍ଘାଟନ କରାଯାଇଥିଲା । ଆଜି ସେଠାରେ ଆଉ ଏକ ଅନୁରୂପ ଧରଣର ଫ୍ଲାଟର ଶିଳାନ୍ୟାସ କରାଯାଇଛି ।

ଭାଇ ଓ ଭଉଣୀମାନେ, ଆଜି ଭାରତ କେବଳ ନୁହେଁ, ଆଫ୍ରିକା ସମେତ ପୃଥିବୀର ଅନେକ ବିକାଶଶୀଳ ରାଷ୍ଟ୍ରଙ୍କୁ ସୌର ପ୍ରଯୁକ୍ତି, ସୌର ପମ୍ପସେଟ୍ ଭଳି ମେସିନର ବିଶେଷ ଆବଶ୍ୟକତା ରହିଛି । ମୋର ଆପଣମାନଙ୍କୁ ସମସ୍ତଙ୍କୁ ବିନମ୍ର ନିବେଦନ ଯେ ଗ୍ରୀନ୍ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଭାରତରେ ନିର୍ମିତ ଅଭୂତପୂର୍ବ ପରିବେଶ ଏବଂ ବୈଶ୍ୱିକ ପରିସ୍ଥିତିର ଲାଭ ଉଠାଇବା ସକାଶେ ଆପଣମାନେ ଉଦ୍ୟୋଗ ଜଗତର ସାଥିମାନେ ଆଗେଇ ଆସନ୍ତୁ ।

ସାଥୀଗଣ, ବିଜୁଳି ଉତ୍ପାଦନ ଠାରୁ ଆରମ୍ଭ କରି ପ୍ରତି ଘରକୁ ବିଜୁଳି ପହଞ୍ଚାଯିବା ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟ ଏବେ ଅଭୂତପୂର୍ବ ବେଗରେ ଆଗକୁ ବଢ଼ିବାରେ ଲାଗିଛି । 2013-14 ରେ ଯେତେବେଳେ ନିଅଣ୍ଟ ଶକ୍ତି ମାତ୍ରା 4.2 ପ୍ରତିଶତ ଥିଲା, ମାତ୍ର ଚାରି ବର୍ଷ ପରେ ତାହା ଏବେ ଏକ ପ୍ରତିଶତରୁ ବି କମ୍ ସ୍ତରକୁ ଖସିଆସିଛି । ଯେଉଁ କୋଇଲା, କୋଇଲାର ନାଁ ଶୁଣି ଦେଶରେ, ଯେଉଁ କୋଇଲା କେବେ କାଳିମାର କାରଣ ପାଲଟିଥିଲା, ତାହା ଆଜି ରେକର୍ଡ଼ ସ୍ତରରେ ଉତ୍ତୋଳନ ଓ ବିତରଣ ହୋଇପାରୁଛି । ଆଜି କୋଇଲା ଚାହିଦା କୌଣସି ଚଳମାନ ପାୱାର ଗ୍ରୀଡ଼ ପାଇଁ ଚିନ୍ତାର କାରଣ ହୋଇ ରହିନାହିଁ ।

କେବଳ ସେତିକି ନୁହେଁ, ବିଜୁଳି କ୍ଷେତ୍ରରେ ଯେତେ ଯେତେ ସଂସ୍କାର କାର୍ଯ୍ୟକାରୀ ହୋଇଛି, ସେଥିରୁ ଦେଶ ଏବଂ ଦେଶର ସାମାନ୍ୟତମ ଜନତାଙ୍କ ସକାଶେ ହଜାର ହଜାର କୋଟି ଟଙ୍କାର ଅର୍ଥ ସଂଚୟ କରାଯାଇପାରିଛି ।

ଉଦୟ ଯୋଜନା ଦ୍ୱାରା ବିତରକ କମ୍ପାନୀମାନଙ୍କୁ ନୂତନ ଜୀବନମାର୍ଗ ପ୍ରଦାନ କରାଯାଇଛି ।ଉଜାଲା ଯୋଜନା ମାଧ୍ୟମରେ ଘରେ ଘରେ ତ ଏଲଇଡ଼ି ବଲ୍ବ ଲଗାଯାଇଛି, ତାହା ଦ୍ୱାରା ତିନି ବର୍ଷ ମଧ୍ୟରେ ବିଜୁଳି ବିଲ୍ ରେ ପାଖାପାଖି ଏବଂ ଏହା ମୋର ବିଶେଶ କରି ମଧ୍ୟମ ବର୍ଗ ପରିବାର,ଯେଉଁମାନେ ବିଶେଷ କରି ବିଜୁଳିର ଉପଭୋକ୍ତା, ନଗରପାଳିକା, ମହାନଗର ପାଳିକା, ଯେଉଁମାନେକି ରାସ୍ତାକଡ଼ରେ ଜଳୁଥିବା ବିଜୁଳି ବତୀପାଇଁ ବିଲ୍ ଭରିଥାନ୍ତି, ବିଜୁଳିର ବିଲରେ ଗତ ତିନିବର୍ଷ ମଧ୍ୟରେ 50 ହଜାର କୋଟି ଟଙ୍କା ବଞ୍ଚାଯାଇପାରିଛି । 50ହଜାର କୋଟି ଟଙ୍କା ଏବଂ ସେହି 50 ହଜାର କୋଟି ଟଙ୍କା ବଞ୍ଚାଯିବା କଥା ଅନ୍ୟ କୌଣସି ମୋଦୀ ଘୋଷଣା କରିଥାନ୍ତା ତ ସେକଥା ସପ୍ତାହ ସାରା ହେଡ଼ଲାଇନ ହୋଇ ରହିଥାନ୍ତା । ବାଃ ବାଃ ମୋଦୀ, ବାଃ ବାଃ ଆମର ଯୋଜନା । ଯୋଜନା ଏମିତି ପ୍ରସ୍ତୁତ କରିଛନ୍ତି ଯେ ଲୋକଙ୍କ ପକେଟରେ 50 ହଜାର କୋଟି ଟଙ୍କା ସଞ୍ଚୟ କରାଯାଇପାରିଲା । ଦେଶ କେମିତି ବଦଳି ଚାଲିଛି!  ଯେତେବେଳେ କୌଣସି ସତ୍ ଉଦ୍ଦେଶ୍ୟ ରଖି କୌଣସି କାର୍ଯ୍ୟ କରାଯାଇଥାଏ ସେତେବେଳେ ଏଭଳି ସଚ୍ଚା ବିକାଶ ସମ୍ଭବପର ହୋଇଥାଏ ।

ସାଥୀଗଣ, ଆଜି ଦେଶରେ ବିଜୁଳିଶକ୍ତି ଉପଲବ୍ଧ ବେଶ୍ ସହଜସାଧ୍ୟ ହୋଇପାରିଛି । ବିଶ୍ୱ ବ୍ୟାଙ୍କ୍ ର“ଇଜ୍ ଅଫ୍ ଗେଟିଂ ଇଲେକ୍ଟ୍ରିସିଟି” ରେଙ୍କିଙ୍ଗ୍ ବା ମାନ୍ୟତାରେ ଭାରତ ବିଗତ ଚାରିବର୍ଷ ମଧ୍ୟରେ ହାରାହାରି 82 ଅଙ୍କ ଉପରକୁ ଉଠିପାରିଛି । ଏଭଳି ଅଗ୍ରଗତି ହାସଲ କରାଯାଇପାରିଛି । ଆଜି ଦେଶର ପ୍ରତ୍ୟେକ ଗାଁକୁ ବିଜୁଳି ପହଞ୍ଚାଯାଇସାରିଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରତ୍ୟେକ ଘରେ ବିଜୁଳି ପହଞ୍ଚାଯିବା ଲକ୍ଷ୍ୟ ନେଇ ଆମେ କ୍ଷିପ୍ର ଗତିରେ ଆଗକୁ ବଢ଼ିଚାଲିଛୁ ।

ମୁଁ ବେଳେବେଳେ ବିସ୍ମିତ ହୋଇପଡ଼ିଥାଏ- କିଛି ଲୋକ ଏପରି ଅଛନ୍ତି ଯିଏ ଆମ ପଛରେ ପଡ଼ିଯାଇଥାନ୍ତି । ଆମେ ଯେତେବେଳେ କହୁ ଯେ ଆମେ ଏଇଆ କରିଛୁ ସେମାନେ ଆମ ପଛରେ ପଡ଼ନ୍ତି । ଆମେ ଯଦି କହୁ ଆମେ କରିନାହୁଁ, ତେବେ ସୁଦ୍ଧା ଆମକୁ ନିସ୍ତାର ନାହିଁ । କିନ୍ତୁ ମୋର କହିବା କଥା ହେଲା ଯେଉଁ ଲୋକ ମୋଦୀକୁ ସମାଲୋଚନା କରୁଛନ୍ତି,ସେମାନେ ଲେଖି ରଖନ୍ତୁ- ଆପଣମାନେ ଯେତେବେଳେ ମୋଦୀକୁ ସମାଲୋଚନା କରିବା ସକାଶେ ପ୍ରସଙ୍ଗ ଖୋଜୁଥିବେ, ଯେଉଁ କାର୍ଯ୍ୟ ପିଛିଲା 70 ବର୍ଷ ଧରି ବାକି ପଡ଼ିଥିଲା, ଆପଣମାନଙ୍କୁ କେବଳ ସେଇ ପ୍ରସଙ୍ଗ ହିଁ ମିଳିବ । ମୋ ଖାତାରେ ତ କେବଳ ଚାରିବର୍ଷ ରହିଛି । ଅନ୍ୟମାନଙ୍କ ଖାତାରେ ତ ୭୦ ବର୍ଷ! ଏହା ପରେ ଲକ୍ଷ୍ୟ- ଦେଶକୁ ଅବାରିତ ବିଜୁଳି ଯୋଗାଣ କରାଯିବା ଉପରେ । ସେଥିପାଇଁ ଟ୍ରାନ୍ସମିଶନ୍ ନେଟୱାର୍କକୁ ମଜଭୁତ କରାଯାଉଛି ।

ଆଜି ଯେଉଁ ଘାଟମପୁର- ହାପୁର ଟ୍ରାନ୍ସମିଶନ୍ ଲାଇନର ଶିଳାନ୍ୟାସ କରାଯାଇଛି, ତାହା ଏହି ଯୋଜନାର ଅଂଶବିଶେଷ । ଉତ୍ତର ପ୍ରଦେଶରେ ପୂର୍ବବର୍ତ୍ତୀ ସରକାରଙ୍କ ଅମଳରେ ଯେଉଁ ପ୍ରକାରେ ଟ୍ରାନ୍ସମିଶନ୍ ବ୍ୟବସ୍ଥା ସଙ୍କଟ ଜର୍ଜ୍ଜରିତ ହୋଇଯାଇଥିଲା, ସେଥରେ ପୁନଃ ପ୍ରାଣସଞ୍ଚାର କରିବା ସକାଶେ ଯୋଗୀଜୀଙ୍କ ସରକାରକୁ ସଂପୂର୍ଣ୍ଣ ପ୍ରେତ୍ସାହନ ଯୋଗାଇ ଦିଆଯାଉଛି ।

ସାଥୀଗଣ, ଉତ୍ତର ପ୍ରଦେଶର ଲକ୍ଷ୍ନୌର ଦୀର୍ଘ ସମୟ ଧରି ସାଂସଦ ରହି ଆସିଥିବା ଆମର ଶ୍ରଦ୍ଧେୟ,ଦେଶର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସଦାବେଳେ କହିଆସିଛନ୍ତି ଯେ ସେ ଏଭଳି ଭାରତ ଦେଖିବାକୁ ଚାହାନ୍ତି ଯାହା ସମୃଦ୍ଧ ହୋଇଥିବ, ସକ୍ଷମ ହୋଇଥିବ ଏବଂ ସଂବେଦନଶୀଳ ହୋଇଥିବ । ଯେଉଁଠି ଗ୍ରାମ ଏବଂ ସହରମାନଙ୍କ ମଧ୍ୟରେ କୌଣସି ବୈଷମ୍ୟର ଗଡ଼ଖାଇ ନଥିବ । ଯେଉଁଠି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶ୍ରମ ଓ ପୁଂଜି ଭିତରେ, ପ୍ରଶାସନ ଏବଂ ନାଗରିକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନଥିବ ।

ଅଟଳଜୀ କେବଳ ସ୍ୱପ୍ନ ଦେଖିନଥିଲେ ପରନ୍ତୁ ସେସବୁକୁ ସାକାର କରିବା ସକାଶେ ସେ ଏହାରମାର୍ଗଚିତ୍ର ମଧ୍ୟ ସ୍ପଷ୍ଟ କରିଥିଲେ । ଅଟଳଜୀ କଦାଚିତ୍ କହିଥିଲେ, ସଡ଼କ ହେଉଛି ହାତର ଆଶାବାଡ଼ି ପରି । ଏହି ଚିନ୍ତନର ପରିଣାମ ହେଉଛି ଏଇଆ ଯେ ସେ ଭିତ୍ତିଭୂମି ଉପରେ ଗୁରତ୍ୱାରୋପ କରିଥିଲେ । ଅଟଳଜୀଙ୍କ ଚିନ୍ତନ ଏକବିଂଶ ଶତାବ୍ଦୀର ସକଳ ଆବଶ୍ୟକତା ଅନୁସାରେ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବା ନିମନ୍ତେ ଆମେ ସଂପୂର୍ଣ୍ଣ ରୂପେ କାର୍ଯ୍ୟ କରିଆସୁଛୁ ।

ଉତ୍ତର ପ୍ରଦେଶରେ ପୂର୍ବାଞ୍ଚଳ ଏକ୍ସପ୍ରେସ ଭଳି ଦେଶର ସବୁଠାରୁ ବଡ଼ ଏକ୍ସପ୍ରେସ ରହିଛି । ବୁନ୍ଦେଲଖଣ୍ଡରେ ପ୍ରତିରକ୍ଷା ଉଦ୍ୟୋଗ କରିଡ଼ର ସ୍ଥାପନା କରାଯାଇଛି । ଏଭଳି ସବୁ ପ୍ରକଳ୍ପକୁ ତ୍ୱରିତ କରାଯାଇ ସଂପୂର୍ଣ୍ଣ କରାଯିବାର ପ୍ରୟାସ ଆରମ୍ଭ ହୋଇଛି । ବନ୍ଧୁଗଣ, ସାରା ବିଶ୍ୱରେ କେଉଁଠାରେ ବିଉତ୍ତମ କାର୍ଯ୍ୟଶୈଳୀ, ଉତ୍ତମ ସୁବିଧା ଉପଲବ୍ଧ ହେଉଛି ତ ମୋର ଯୁବ ବନ୍ଧୁଗଣ, ତାହାକୁ ଦେଶର ଯୁବବର୍ଗଙ୍କ ନିକଟରେ ପହଞ୍ଚାଇବା ସକାଶେ ଆମେ ସବୁ ପ୍ରକାର ପ୍ରୟାସ ଜାରି ରଖିଛୁ ।  କୋଟି କୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସକାଶେ ଆମେ ଜନ ଭାଗିଦାରୀ ମାଧ୍ୟମରେ ତାହାକୁ ପୂରଣ କରିବାର ଉଦ୍ୟମ କରୁଛୁ । ଏହା ହେଉଛି ଆମର ମାର୍ଗ । ନୂତନ ଭାରତ ଗଠନରମାର୍ଗଚିତ୍ର । ଉତ୍ତର ପ୍ରଦେଶ ପାଇଁ, ଦେଶ ପାଇଁ ଆପଣମାନେ ସମସ୍ତେ ଯାହା କରୁଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ହୃଦୟର ସହ ସାଧୁବାଦ ଜଣାଉଛି, ଆପଣମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।

ମୁଁ ଗତ ମାସେ ଦି’ମାସ ପୂର୍ବେ ମୁମ୍ବାଇ ଯାଇଥିଲି । ସେତେବେଳେ ମୁଁ ମୁମ୍ବାଇରେ ଉଦ୍ୟୋଗ ଜଗତର ଲୋକଙ୍କୁ ସେଠାକୁ ଆମନ୍ତ୍ରଣ କରିଥିଲି । ଏବଂ ଲୋକମାନେ ଆମନ୍ତ୍ରଣ କରନ୍ତି କିନ୍ତୁ ସେମାନଙ୍କୁ ସବୁକଥା କହିବା ଲାଗି ସେମାନେ ସାହସ ଜୁଟାଇ ପାରନ୍ତିନାହିଁ । ମୁଁ କିନ୍ତୁ ଆମନ୍ତ୍ରଣ କରିଥିଲି । ଏବଂ ମୁଁ ସେମାନଙ୍କ ସାମ୍ନାରେ ଏକ ପ୍ରେଜେଣ୍ଟେସନ୍ ଦେଇଥିଲି ଯେ ଆପଣମାନେ ଏତେ ବଡ଼ ବଡ଼ ଧନୀ ଲୋକ । ଏତେ ବଡ଼ ବଡ଼ ଉଦ୍ୟୋଗମାନ ପରିଚାଳନା କରୁଛନ୍ତି । ଏତେ ଏତେ ଟଙ୍କା କାରବାର କରୁଛନ୍ତି । କିନ୍ତୁ ଆମ ଦେଶରେ ଯେଉଁ ଉଦ୍ୟୋଗ ଜଗତ ରହିଛି, ସମଗ୍ର ବିଶ୍ୱରେ, ଏହାର କୃଷି ସେକ୍ଟରରେ, କର୍ପୋରେଟ ଜଗତର ନିବେଶ  କେବଳ ଏକ ପ୍ରତିଶତ ! ବିଶ୍ୱର କୌଣସି ଦେଶରେ କୃଷି କ୍ଷେତ୍ରରେ ନିବେଶର ମାତ୍ରା ଏତେ କମ୍ ନୁହେଁ । ଏବଂ ମୁଁ ସେମାନଙ୍କୁ ଅଧା ଦିନ ଧରି ଚିନ୍ତନ ପାଇଁ ପ୍ରୋତ୍ସାହିତ କରିଥିଲି ଯେ କୃଷି କ୍ଷେତ୍ରକୁ ଆମର ନିବେଶର ମାତ୍ରା କିଭଳି ଭାବେ ବୃଦ୍ଧି କରାଯାଇପାରିବ । ଏବଂ ଏହି ଏକ ପ୍ରତିଶତରେ କ’ଣ ହେଉଛି- ଟ୍ରାକ୍ଟର ନିର୍ମାତା, ୟୁରିଆ ଉତ୍ପାଦନକାରୀ- ସେଇମାନଙ୍କର ସଂଖ୍ୟା ଅଧିକ । ପ୍ରତ୍ୟକ୍ଷ କୃଷକଙ୍କୁ ଲାଭ କିପରି ମିଳିପାରିବ ସେଥି ସକାଶେ ମୁଁ ଉଦ୍ୟୋଗ ଜଗତର ଲୋକଙ୍କୁ ଆହ୍ୱାନ ଜଣାଇଥିଲି । କେତେକ ବିଷୟରେ ବି ବୁଝାଇଥିଲି । କିପରି କୃଷି ଉତ୍ପାଦକୁ ମୂଲ୍ୟଯୁକ୍ତ କରାଯାଇପାରିବ, କୃଷିକ୍ଷେତ୍ରରେ କିଭଳି ପ୍ରଯୁକ୍ତିକୁ ବିନିଯୋଗ କରିହେବ,ପଣ୍ୟାଗାର(ୱେର ହାଉସ), ଶୀତଳ ଭଣ୍ଡାର, ପ୍ୟାକେଜିଂ ଏଇଭଳି କେତେଗୋଟି ବିଷୟ ଉପରେ ଆଲୋଚନା କରିଥିଲି ଯେଉଁଥିରୁ କି କୃଷକମାନେ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇପାରିବେ । ଏବଂ ସେହି ଦିଗରେ କାର୍ଯ୍ୟକରିବା ସକାଶେ ମୁଁ ଦେଶର ଉଦ୍ୟୋଗପତିମାନଙ୍କୁ ବିଶେଷ ଭାବେ ଅନୁରୋଧ କରିଥିଲି ଯେ ଆପଣମାନେ ଏଠାରେ ଗୋଟିଏ କ୍ଷୁଦ୍ର ମାନସମନ୍ଥନ ଚିନ୍ତନ ମଣ୍ଡଳୀ/ଟିମ୍ ଗଠନ କରନ୍ତୁ । ଏପରି ଏକ ଟିମ୍ ଗଠନ କରନ୍ତୁ ଯେଉଁମାନେ କେଉଁ କେଉଁ କ୍ଷେତ୍ରରେ କି କି କାର୍ଯ୍ୟ କରାଯାଇପାରିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇପାରିବ ସେ ବିଷୟରେ ଚିନ୍ତା କରିବେ । ଦେଶର କୃଷି କ୍ଷେତ୍ରରେ ଆମେ ଯେତେ କର୍ପୋରେଟ ନିବେଶ କରାଇପାରିବା ଆମର କୃଷକମାନେ ସେତିକି ସୁଦୃଢ଼ ଓ ଶକ୍ତିଶାଳୀ ହୋଇପାରିବେ । ସେମାନେ ଅଧିକ ଅମଳ କରିପାରିବେ । ବେଳେବେଳେ ଆମର ଉତ୍ପାଦିତ ଫସଲ ଏତେ ମାତ୍ରାରେ ନଷ୍ଟ ହୋଇଯାଇଥାଏ ଯେ ତାହା କଳ୍ପନାତୀତ । ଏବେ ସୁରୀଜୀ କହୁଥିଲେ ଯେ ଆମେ ଆମ ଦେଶରେ ଯେଉଁ ଫସଲ ଉପୁଜାଉଛୁ ତାହାରି ମଣ୍ଡ(Pulp)ରୁ ଜୁସ୍ ବାହାର କରି ବିକ୍ରି କରିବାକୁ ଆମେ ଫଇସଲା କରିଛୁ । ଏହାର ଅର୍ଥ ହେଉଛି ଏହାଦ୍ୱାରା ଆମର କୃଷକଭାଇମାନେ ଅଧିକ ଲାଭବାନ ହୋଇପାରିବେ । ଏବଂ ଯେଉଁମାନେ ଜୁସ୍ ପିଇବାବାଲା,ସେମାନେ ବି ମଜଭୁତ ହେବେ । ଏବଂ ସେମାନେ ଯେତେବେଳେ ମଜଭୁତ ହେବେ ସେତେବେଳେ ଦେଶ ବି ଶକ୍ତିଶାଳୀ ହେବ ।

ମୋ କହିବାର ତାତ୍ପର୍ଯ୍ୟ ହେଲା, ଆମକୁ ଗ୍ରାମୀଣ ଜୀବନ ସହ ଆମର ଏଇ ଉଦ୍ୟୋଗମାନଙ୍କୁ କିଭଳି ଭାବେ ନିକଟତର କରାଯାଇପାରିବ । ଛୋଟ ଛୋଟ କଥା ଗ୍ରୀମୀଣ ଜୀବନକୁ କିଭଳି ପହଞ୍ଚାଯାଇପାରିବ । ତାହା ଆଗାମୀ ପିଢ଼ି ସକାଶେ ଏକାନ୍ତ ଆବଶ୍ୟକ । ଏବଂ ଏହା ଉପରେ ମୁଁ ଗୁରୁତ୍ୱ ଆରୋପ କରୁଛି । ସମସ୍ତଙ୍କ ସହ ଏହି ପ୍ରସଙ୍ଗ ଉପରେ ଆଲୋଚନା କରୁଛି । ମୋର ବିଶ୍ୱାସଯେ ଏହାର ପରିଣାମ ବି ମିଳିବ । ଆଜି ଯେଉଁଭଳି ଭାବେ ଏଠାରେ 60 ହଜାର କୋଟି ଟଙ୍କାର ପ୍ରକଳ୍ପ ଆସି ପହଞ୍ଚିଛି ସେଇଭଳି ଆଗାମୀ ଦିନରେ ଏହାର ସ୍ରୋତ ଅବ୍ୟାହତ ରହିବ । ଯୋଗୀଜୀ କହୁଥିଲେ ଯେ 50 ହଜାର କୋଟି ଟଙ୍କାର କାମ ତ ପାଖାପାଖି ପୂର୍ଣ୍ଣତା ଭଳି । ମୋର ବିଶ୍ୱାସ ଯେ ଆପଣ ନିଜେ ଗୋଟିଏ ବଡ଼ କାର୍ଯ୍ୟ କରିପାରିଛନ୍ତି । ଆପଣଙ୍କ ପୁରା ଟିମ ଏଥିପାଇଁ ଅଭିନନ୍ଦନର ପାତ୍ର ।

ମୋ ପକ୍ଷରୁ ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ । ଏବଂ ଉତ୍ତର ପ୍ରଦେଶର ସାଂସଦ ଭାବେ ଉତ୍ତର ପ୍ରଦେଶର ବିକାଶର ଖବର ମୋତେ ଅତ୍ୟନ୍ତ ଖୁସି ଦେଇଛି ଓ ଏହା ମୋର ଦାୟିତ୍ୱ ବି ଯେ ଉତ୍ତର ପ୍ରଦେଶର ଲୋକମାନଙ୍କର ମୋ ଉପରେ ବି କିଛି ହକ୍ ରହିଛି । ସେଥିପାଇଁ ମୁଁ ଏଠାକୁ ଦୁଇଥର ଆସେ କି ପାଞ୍ଚଥର ଆସେ କି 15 ଥର ଆସେ, ମୁଁ ଆପଣମାନଙ୍କ ନିଜର । ମୁଁ ଏଠାକୁ ଆସୁନାହିଁ, ମୁଁ ଏଠାରେ ଆପଣମାନଙ୍କ ଭିତରୁ ଜଣେ ଓ ଆପଣମାନଙ୍କର ନିଜର ।

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tier-2 cities drive growth in India's tech hiring as GCC expansion spreads beyond metros

Media Coverage

Tier-2 cities drive growth in India's tech hiring as GCC expansion spreads beyond metros
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister of Japan’s visit to India for the 16th India-Japan Annual Summit
July 02, 2026
Sl. No.OutcomeDescription
1. India-Japan Joint Declaration on Economic Security Promotes project-based collaboration for enhancing joint resilience in key sectors including semiconductors, critical minerals, information and communication technology including AI, clean energy and pharmaceuticals. India-Japan Fact Sheet 2.0 captures growing India-Japan G2G and B2B engagement in this crucial area.
2. India-Japan Joint Statement on Cooperation in the Field of Artificial Intelligence Elevates the India-Japan relationship to a strategic research and development partnership in the AI domain. Building on the India-Japan AI Initiative, the Joint Statement provides a roadmap for greater cooperation across the entire AI technology stack in pursuit of the shared vision of safe, secure, trusted, inclusive, and human-centric AI.
3 Joint Statement on Energy Resilience (between MoPNG and METI, Japan) Strengthens cooperation in strategic stockpiling and reserve mechanisms for crude oil and petroleum products. Promotes collaboration in joint investments across the maritime energy transport value chain.
4. Celebrating the 75th Anniversary of India-Japan Diplomatic Relations Outlines a series of commemorative events to celebrate 2027, the 75th anniversary of establishment of diplomatic relations, as the India-Japan Year of Shared Horizons
5. Memorandum of Cooperation for India-Japan Cooperative Biogas for Growth (CBG) Initiative Promotes cooperation towards the goal of establishing 1,000 biogas and organic fertilizer plants all across India, leveraging the extensive network of dairy cooperatives.
6. Memorandum of Cooperation in the Field of Batteries Promotes cooperation in battery-related projects and expands business opportunities with an aim of building a trusted, resilient and sustainable battery supply chain.
7. Memorandum of Cooperation in the Field of Pharmaceuticals and Medical Devices Sector Strengthens pharma supply chains, including in Active Pharmaceutical Ingredients (APIs) and Key Starting Materials (KSMs), through promotion of bilateral investment and business linkages, technical collaboration and industry-academia collaboration.
8. Memorandum of Cooperation in the Field of Geology and Mineral Exploration Strengthens cooperation in upstream critical minerals exploration through exchange of technical expertise.
9. Memorandum of Cooperation between IndiaAI Mission and Ministry of Economy, Trade and Industry (METI), Japan Promotes institutional cooperation between IndiaAI Mission and Japan’s GENIAC initiative – through B2B matchmaking, webinars on AI policies and challenges and support for joint projects through access to computing resources
10. Memorandum of Cooperation on Next Generation Mobility Partnership (NGMP) Establishes a framework for operationalizing the Next Generation Mobility Partnership (NGMP) which was announced at the 15th Annual Summit in August 2025. The NGMP would accelerate private sector-led cooperation and investment in mobility sectors including rail, automotive and road infrastructure, aviation, shipbuilding and ports, logistics, and urban development, positioning India as a hub for “Make in India for the World” exports to third countries.
11. Memorandum of Understanding between India’s Centre for Cellular and Molecular Platforms (C-CAMP) and RIKEN, Japan Establishes a framework for academic, translational research and start-up oriented innovation in deep-tech and life sciences, covering healthcare, agriculture and environment.
12. Memorandum of Understanding between National Center for Biological Sciences-Tata Institute of Fundamental Research and RIKEN, Japan Creates a framework for cooperation in basic biological and neuroscience research between the two leading research institutions
13. Memorandum of Understanding between IIT Bombay, BharatGen Technology Foundation and National Institute of Informatics, Japan Furthers collaboration on large language models (LLMs), with a focus on developing LLMs for enhanced scientific reasoning, through joint research exchanges
14. Memorandum of Understanding between SarvamAI and Preferred Network on LLM Development Creates a framework for cooperation across the full AI technology stack, including foundation models.
15. Memorandum of Understanding Between National Internet Exchange of India (NIXI) and Japan Network Information Center (JPNIC) Promotes cooperation in National Internet Registry operations, IPv6 adoption, internet security improvements, capacity building, student/professional exchanges and exchange of views on internet governance at regional and global forums.
16. Exchange of Letters Between International Financial Services Centres Authority (IFSCA) and Financial Services Agency, Japan (JFSA) Establishes a framework for cooperation in development, regulation and supervision of financial services as well as information exchange on financial-market trends and best practices, particularly in FinTech and RegTech.