Railways connect every citizen of India. Poorest of the poor benefit due to it: PM Modi
NDA government has accorded topmost priority to the railways: PM Modi
We want to make our rail network modern: PM Modi
We want our railways to bring a qualitative difference in the lives of citizens: PM
Budget allocation has increased, doubling work, gauge conversion work is happening faster: PM
Railway gives 'Gati' and 'Pragati' to the nation: PM

ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ,

ଆମ ଦେଶରେ ରେଳବାଇ, ଦେଶର ସାଧାରଣ ଲୋକଙ୍କ ସହ ଜଡିତ ଥିବା ବ୍ୟବସ୍ଥା । ଗରିବରୁ ଗରିବ ପରିବାରକୁ ମଧ୍ୟ ରେଳବାଇ ଏକ ସାହାରା ହୋଇ ରହିଛି । କିନ୍ତୁ ଦୁର୍ଭାଗ୍ୟ ଯେ, ରେଳବାଇକୁ ତା’ ଭାଗ୍ୟ ଉପରେ ଛାଡି ଦିଆଯାଇଛି । ଆଉ ଗତ 30 ବର୍ଷରେ ବିଶେଷ କରି ଯେବେ ଦିଲ୍ଲୀରେ ମିଳିତ ସରକାର ରୁହଥିଲେ ଏବଂ ସେଥିରେ ଏକ ପ୍ରକାରରେ ଯେଉଁ ସହଯୋଗୀ ଦଳ ରହୁଥିଲେ, ସେମାନେ ସେତେ ବେଳେ ମନ୍ତ୍ରୀ ପରିଷଦରେ ସାମିଲ ହେଉଥିଲେ ଅବା ସରକାରଙ୍କୁ ସମର୍ଥନ ଦେଉଥିଲେ ଯଦି ସେମାନଙ୍କୁ ରେଳ ମନ୍ତ୍ରଣାଳୟ ମିଳୁ ଥିଲା । ମାନେ ଏକ ପ୍ରକାରରେ ରେଳ ମନ୍ତ୍ରଣାଳୟ ସରକାର ଗଠନ ହେବା ପାଇଁ ରାବିଡି ବାଣ୍ଟିବା ଭଳି କାମରେ ଆସୁଥିଲା । ଏହା ହେଉଛି ଅପ୍ରିୟ ସତ୍ୟ ଆଉ ତାହାର ପରିଣାମ ଏହା ଆସିଛି କି ଯେଉଁ ରାଜନୈତିକ ଦଳର ବ୍ୟକ୍ତିଙ୍କ ପାଖକୁ ରେଳବାଇ ଯାଇଛି ତାଙ୍କର ରେଳବାଇ ଚିନ୍ତା କମ୍ ରହିଲା; ବାକି କ’ଣ ରହିଥିବ ମତେ କହିବାର ଆବଶ୍ୟକ ନାହିଁ ।

ଏହି ସରକାର ରେଳବାଇକୁ ପ୍ରାଥମିକତା ଦେଇଛନ୍ତି, ରେଳବାଇର ସଂପ୍ରସାରଣ ହେଉ; ରେଳବାଇର ବିକାଶ ହେଉ; ରେଳବାଇର ଆଧୁନିକ ରୂପ ନେଉ, ଆଉ ରେଳବାଇ ଜନ ସାଧାରଣଙ୍କ ଜୀବନରେ ଏକ ଗୁଣାତ୍ମକ ପରିବର୍ତ୍ତନ ସହିତ କିପରି ସାହାଯ୍ୟକାରୀ ହେବ? ଆଉ ଆପଣମାନେ ବିଗତ ଅଢେଇ ବର୍ଷରେ ରେଳବାଇର କାର୍ଯ୍ୟକଳାପକୁ ଦେଖିଥିବେ ତ ଏହା ଆପଣଙ୍କ ଧ୍ୟାନକୁ ଆସିଥିବ କି ବିଗତ ଦିନ ତୁଳନାରେ ବଜେଟ୍ ଦୁଇଗୁଣା କରି ଦିଆଯାଇଛି ଏହା ଛୋଟ କଥା ନୁହେଁ । ଆଉ ରେଳବାଇର ଉପଯୋଗ ଗରିବରୁ ଗରିବକୁ ମଧ୍ୟ ହୋଇଥାଏ । ଏଥିପାଇଁ ଏତେ ବଡ଼ ବଜେଟ୍ ରେଳବାଇ ଖର୍ଚ୍ଚ କରିବାକୁ ସ୍ଥିର କରିଛି । ଆଗରୁ ଯଦି ଦିନକୁ ଦୋହରୀକରଣ କାର୍ଯ୍ୟ, ବର୍ଷକୁ କିଛି କିଲୋମିଟର ହେଉଥିଲା ତ ଆଜି ଦୋହରୀକରଣ କାର୍ଯ୍ୟ ତା’ଠାରୁ ଦୁଇଗୁଣା, ତିନଗୁଣା ହେଉଅଛି ।

ପୁର୍ବରୁ ରେଳବାଇରେ ଗେଜ୍ ପରିବର୍ତ୍ତନ(ରେଳପଥ ଓସାରିଆ କରିବା)ର କାର୍ଯ୍ୟ, ମିଟର ଗେଜ୍ କୁ ବ୍ରଡ ଗେଜ୍ କରିବା, ଅଣଓସାରିଆ ଗେଜ୍ କୁ ଓସାରିଆ ଗେଜ୍ ରେ ପରିଣତ କରିବା; ଏହା କାର୍ଯ୍ୟ ତାଲିକାର ଶେଷରେ ରହୁଥିଲା, ତାକୁ ଅଗ୍ରାଧିକାର ଦିଆଯାଇଛି । ପୂର୍ବ ତୁଳନାରେ ତାହା ଅନେକ ଗୁଣ ସଫଳତା ଲାଭ କଲା । ରେଳ ଡିଜେଲ ଇଂଜିନରେ ଚାଲୁ, କୋଇଲାରେ ଚାଲୁ, ପର୍ଯ୍ୟାବରଣର ପ୍ରଶ୍ନ, ଡିଜେଲରେ ଚାଲିଲେ ତ ଦୁନିଆରୁ, ବିଦେଶରୁ ଡିଜେଲ ଆମଦାନୀ କରିବାକୁ ପଡେ । ପର୍ଯ୍ୟାବରଣ ରକ୍ଷା ହେଉ ବିଦେଶୀ ମୁଦ୍ରା ମଧ୍ୟ ନ ଯାଉ, ଡିଜେଲରୁ ରେଳବାଇକୁ ଶୀଘ୍ରାତିଶ୍ରୀଘ ବିଦ୍ୟୁତକରଣ ଆଡକୁ କିପରି ନିଆଯିବ, ବହୁତ ବଡ଼ ମାତ୍ରାରେ, ଦ୍ରୁତ ଗତିରେ ଆଜି ରେଳ ଲାଇନ ଗୁଡିକର ବିଦ୍ୟୁତକରଣ ହେଉଛି, ରେଳ ଇଂଜିନକୁ ବିଦ୍ୟୁତ ଇଂଜିନ କରିବାର କାମ ହେଉଛି । ସ୍ୱାଧୀନ ହିନ୍ଦୁସ୍ଥାନରେ ସବୁଠାରୁ ବଡ଼ ବିଦେଶୀ ପୁଞ୍ଜି ନିବେଶ ରେଳବାଇ କ୍ଷେତ୍ରରେ ଆସିଛି ଆଉ ଦୁଇଟି ବଡ ରେଳଗାଡି ନିର୍ମାଣ କାରଖାନା ପାଇଁ ତାହା କାମରେ ଆସିବ । ଭବିଷ୍ୟତରେ ତାହା ସଂପୂର୍ଣ୍ଣ ଭାବେ ରେଳବାଇର ଗତି ବଦଳାଉଥିବା ଇଂଜିନ ତିଆରି କରିବା କାର୍ଯ୍ୟ ହେବ ।

ଏହି ସବୁ କଥା ସହିତ ସଫାଇ ଠାରୁ ଆରମ୍ଭ କରି ରେଳବାଇରେ ସୁବିଧା ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ବାୟୋ ଶୌଚାଳୟ; ନଚେତ ଆମେ ଜାଣିଛେ କି ଷ୍ଟେସନରେ ରେଳ ଧାରଣା ଅପରିଷ୍କାରରେ ପୁରି ରହୁଥିଲା । ବହୁତ ଦ୍ରୁତ ଗତିରେ ସେ ଦିଗରେ କାମ, ଗରୁତ୍ୱ ଦିଆଗଲା, ବହୁତ ବଡ଼ ଖର୍ଚ୍ଚ ହେବ । କିନ୍ତୁ ଏହାକୁ ତତ୍କାଳ ଦେଖିବା ତ ଦୀର୍ଘ ସମୟ ପର୍ଯ୍ୟନ୍ତ ବଡ଼ ଲାଭ ଆଣି ଦେବ ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏକ ପରିବର୍ତ୍ତନର ପ୍ରୟାସ, ସେହି ଦିଗରେ ବଡ଼ ଯୋର୍ ଦିଆ ଯାଇଛି । ରେଳର ଗତି କିପରି ବଢିବ? ନଚେତ ପୂର୍ବରୁ ଚାଲୁଛି ଚାଲୁ ଥିଲା; ବସିଥିବେ ଓହ୍ଲାଇ ଯାଇ ପାରିବେ ପୁଣି ଦୌଡି ଚଢି ଯାଇ ପାରିବେ; ଏହା ସବୁ ବଦଳାଯାଇ ପାରିବ । ସ୍ୱତନ୍ତ୍ର ମିଶନ ମୋଡ୍ ରେ କାମ ଚାଲୁ ରହିଛି କି ବର୍ତ୍ତମାନର ଯେଉଁ ବ୍ୟବସ୍ଥା ରହିଛି ସେଥିରେ କ’ଣ ସଂସ୍କାର ଆଣିଲେ ରେଳର ଗତି ବଢିଯିବ । ଟେକ୍ନୋଲଜିରେ ପରିବର୍ତ୍ତନ ଅଣା ଯାଉଛି, ସାରା ବିଶ୍ୱର ଟେକ୍ନୋଲଜି ଦୃଷ୍ଟିରୁ ଲୋକଙ୍କୁ ଯୋଡୁଛୁ କି ନିରାପତ୍ତା ଏକ ବହୁତ ବଡ଼ ଚିନ୍ତାର ବିଷୟ ଏବଂ ଆହ୍ୱାନ ମଧ୍ୟ ।

ବିଶ୍ୱରେ ବୈଷୟିକ ଜ୍ଞାନରେ ଏତେ ପରିବର୍ତ୍ତନ ହୋଇଛି କି ରେଳବାଇକୁ ସୁରକ୍ଷିତ କରାଯାଇ ପାରିବ । ବହୁତ ବଡ଼ ମାତ୍ରାରେ ବଜେଟ୍ ଖର୍ଚ୍ଚ କରି କମ୍ପାର୍ଟମେଣ୍ଟ ହେଉ ତ ତାକୁ ମଧ୍ୟ କି ପ୍ରକାର ସୁରକ୍ଷା ଦିଆଯିବ ସେଥିପାଇଁ ଚିନ୍ତା ଓ ବ୍ୟବସ୍ଥାମାନ ଆଗକୁ ବଢୁଛି । ରେଳ ଦୁନିଆରେ ଉତ୍ସର୍ଗୀକୃତ ମାଲ ପରିବହନ ରେଳପଥ(Freight Corridor) ଦ୍ଵାରା 70 ପ୍ରତିଶତ ମାଲ, ମାଲ ଓ ଜିନିଷ ରେଳରେ ଯାଇଥାଏ, 30 ପ୍ରତିଶତ ସଡକରେ ଯାଏ । ଆମେ କିନ୍ତୁ ଏମିତି ଏକ ଦେଶ କି ଯେଉଁଠି 15-20% ରେଳରେ ଯାଇଥାଏ, 70-80% ସଡକରେ ଯାଇଥାଏ । ଆଉ ଯଦି ସଡକରେ ମାଲ ଯାଇଥାଏ ତ ବହୁତ ମହଙ୍ଗା ହୋଇ ଥାଏ । ଯଦି କିଏ ଭାବିବ କି ଗୁଜୁରାଟରୁ ଉତ୍ପାଦିତ ହେଉଥିବା ଲୁଣ ଜାମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଯିବ ଆଉ ସଡକ ପଥରେ ଯିବ ତ ସିଏ ଏତେ ମହଙ୍ଗା ହୋଇଯିବ କେହି କିଣି ପାରିବେ ନାହିଁ । ଆଉ ଏଥି ପାଇଁ ରେଳ ମାଧ୍ୟମରେ ଯେତେ ଅଧିକ ମାଲ ପରିବହନ ହେବ, ଗରିବରୁ ଗରିବ ବ୍ୟକ୍ତିଙ୍କ ପାଇଁ ଶସ୍ତାରେ ମିଳିବ । ଆଉ ଏଥି ପାଇଁ ମାଲ ପରିବହନକୁ ବଢାଇବା ଦିଗରେ କାମ ଚାଲୁ ରହିଛି ।

ମୁଁ ଆସିବା କ୍ଷଣି ରେଳବାଇ ଲୋକଙ୍କୁ କାମ ଦେଇଥିଲି, ମୁଁ କହିଥିଲି ଲୁଣ, ଯାହା ରେଳବାଇର କଣ୍ଟେନର ଅଛି ତାହାର ନିଜର ଓଜନ ହେଉଛି 16 ଟନ୍ । ଆଉ ପୁଣି ସେଥିରେ ଅତି କଷ୍ଟରେ ଦୁଇ ଟନ୍, ତିନି ଟନ୍ ଲୁଣ ଆସିଥାଏ, ମୁଁ କହିଲି 16 ଟନ୍ ର କଣ୍ଟେନର 6 ଟନ୍ ର ହୋଇ ଯାଇଥାଏ କି? ଯଦି ତହା 6 ଟନ୍ ର ହୋଇଯାଏ ତ 12 ଟନ୍ ଲୁଣ ଯିବ ଏବଂ ଲୁଣ ଯିବ ତ ଲୁଣ ଯେଉଁଠାରେ ପହଞ୍ଚିବ ସେଠାରେ ମାଗଣାରେ ମିଳିବା ଆରମ୍ଭ ହୋଇଯିବ । ଆଉ ଲୁଣ ଉତ୍ପାଦନ କରିଲାବାଲାଙ୍କ ଲୁଣ ଶୀଘ୍ର ପହଞ୍ଚିଯିବ । ରେଳବାଇ ଡିଜାଇନ ତିଆରି କରିଛି, ଲୁଣ ନେଇ ଯିବା ପାଇଁ କେମିତି କଣ୍ଟେନର ହେବ ଫଳରେ ଓଜନ କମ୍ ହେବ । ଅର୍ଥାତ ଗୋଟିଏ ଗୋଟିଏ ଜିନିଷକୁ ସଠିକ୍ ଭାବରେ ପରିବର୍ତ୍ତନ କରିବା ଦିଗରେ ରେଳବାଇ କାର୍ଯ୍ୟରତ ଅଛି ।

ଆଉ ମୋର ବିଶ୍ୱାସ ଅଛି କି ବହୁତ ଦ୍ରୁତ ଗତିରେ ରେଳ ବଦଳି ଯିବ । ସାମାନ୍ୟ ମଣିଷର ସୁବିଧା ତ ବଢିବ, ଦୂର ଦୂରାନ୍ତ ଅଞ୍ଚଳରେ ରେଳବାଇ ପହଞ୍ଚିବ, ଭାରତର ବନ୍ଦରଗୁଡିକ ସହିତ ରେଳବାଇ ଯୋଡିହେବ, ଭାରତର ଖଣି ଗୁଡିକ ସହିତ ରେଳବାଇ ଯୋଡି ହେବ, ଭାରତର ଉପଭୋକ୍ତାଙ୍କ ସହିତ ରେଳବାଇ ଯୋଡିହେବ । କିନ୍ତୁ ତା ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ । ରେଳ ଷ୍ଟେସନ ଯାହା ମଧ୍ୟ ଅଛି, ସହରର କେନ୍ଦ୍ର ସ୍ଥଳରେ ଅଛି । ସେହି ଜମି ହେଉଛି ଏତେ ମୂଲ୍ୟବାନ କିନ୍ତୁ ଉପର ଖାଲି ପଡିଛି । ତ ବଡ଼ ବୁଦ୍ଧିମାନର ବିଷୟ ଏହା ଯେ, ଯଦିଓ ତଳେ ରେଳ ଯାଉ, ଆଉ ଉପରେ ଏକ ଦଶ ମହଲା, 25 ମହଲା ତିଆରି କରିଦିଅ, ସେଠାରେ ମଲ୍ ହେଉ, ଥିଏଟର ହେଉ, ହୋଟେଲ ହେଉ, ବଜାର ହେଉ, ରେଳ ଉପରେ ଚାଲିଥିବ; ତଳେ ରେଳ ଚାଲିଥିବ । ଜାଗାର ଦୁଇ ପ୍ରକାର ଉପଯୋଗ ହେବ, ରେଳବାଇର ରୋଜଗାର ବଢିବ, ନିବେଶକାରୀ ନିବେଶ କରିବା ପାଇଁ ଆସିବେ । ଗୁଜରାଟରେ ଆମେ ସଫଳ ପ୍ରୟୋଗ କରିଛୁ, ବସଷ୍ଟାଣ୍ଡର ସରକାରୀ-ଘରୋଇ ଭାଗିଦାରୀ ମଡେଲ ଆଧାରରେ ବିକାଶ କରିଛୁ । ଆଜି ଗରିବରୁ ଗରିବ ବସଷ୍ଟାଣ୍ଡକୁ ଯାଉଛନ୍ତି, ତାକୁ ସେହି ସୁବିଧା ମିଳୁଛି ଯାହା ଧନୀ ଲୋକ ବିମାନ ବନ୍ଦରରେ ପାଇଥାନ୍ତି, ତାହା ଗୁଜରାଟ କରି ଦେଖାଇଛି ।

ଆଗାମୀ ଦିନରେ ହିନ୍ଦୁସ୍ଥାନରେ ହଜାର ହଜାର ରେଳ ଷ୍ଟେସନ ଅଛି, ଯାହାର ଏହି ପ୍ରକାରରେ ବିକାଶ ହୋଇ ପାରିବ । ଆପଣ ସମସ୍ତଙ୍କର ମନେ ଥିବ ଯେଉଁ ଦିନ ଏହି ମହାତ୍ମା ମନ୍ଦିରର ଶିଳାନ୍ୟାସ କରାଯାଇଥିଲା, ଗୁଜରାଟର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଥିଲା, 2010ରେ; ଆଉ ମଇ ପହିଲା ଦିନ ଏହି ଯାଗାରେ କହିବା ସମୟରେ ମୁଁ କହିଥିଲି କି ମହାତ୍ମା ମନ୍ଦିରର ଆଜି ଯେଉଁ ନିଅଁ ଦିଆଗଲା ଆଉ ମୁଁ ଭଲ ଭାବେ ଦେଖି ପାରୁଥିଲି କି ଦିନ ଏମିତି ଆସିବ ଯେତେବେଳେ ଏହି ମହାତ୍ମା ମନ୍ଦିରରେ ବିଶ୍ୱର ପ୍ରଭାବଶାଳୀ ଲୋକ ବସି ବିଶ୍ୱ ଶାନ୍ତିର ଚର୍ଚ୍ଚା କରୁଥିବେ ।

ମହାତ୍ମା ଗାନ୍ଧୀଙ୍କ ନାମ ସହିତ ଯୋଡି ହୋଇ ଥିବା ମହାତ୍ମା ମନ୍ଦିର, କିନ୍ତୁ ସେହି ମହାତ୍ମା ମନ୍ଦିରରକୁ ତ, ଅମେ ତିଆରି କରି ଦେଇଛୁ , ଏତେ ଶୀଘ୍ର ତିଆରି କଲୁ, ଏବେ ସେହି ବ୍ୟବସ୍ଥା ଗୁଡିକର ଆବଶ୍ୟକତା ରହିଛି କି ଏହି ପ୍ରକାରରେ ଦୁନିଆର ପ୍ରଭାବଶାଳୀ ଲୋକ ଆସି ରହିବେ, ଏହି ରେଲୱେ ଷ୍ଟେସନରେ ଯେଉଁ ହୋଟେଲ ତିଆରି ହେଉଛି ଏଠାକୁ ଆସୁଥିବା ଲୋକ ସ୍ୱଭାବିକ ରୂପରେ ମହାତ୍ମା ମନ୍ଦିରର ସମ୍ମେଳନ କେନ୍ଦ୍ରରେ ଉପଯୋଗ କରିବେ; ଏଠାରେ ରହିବେ ସେଠରେ ସଭା କରିବେ, ଆଉ ହେଲିପ୍ୟାଡ଼ ପଡିଆରେ ପ୍ରଦର୍ଶନୀ ହେବ । ଅର୍ଥାତ ଏକ ପ୍ରକାରରେ ପୁରା କରିଡର, ରେଳବାଇ ହେଉ, କିମ୍ବା ମହାତ୍ମା ମନ୍ଦିର ହେଉ, ହେଲିପ୍ୟାଡ଼ ଅଞ୍ଚଳ ହେଉ, ଏହା ସଂପୂର୍ଣ୍ଣ ହିନ୍ଦୁସ୍ଥାନର ବ୍ୟବସାୟିକ କାର୍ଯ୍ୟକଳାପର ଏକ ଇଲେକ୍ଟ୍ରୋନିକ କେନ୍ଦ୍ରର ସମ୍ଭାବନା ମୁଁ ଦେଖିପାରୁଛି । ଆଉ ଏଥିପାଇଁ ରେଳ ଷ୍ଟେସନ ଉପରେ ତିଆରି ହେଉଥିବା ଭିତ୍ତିଭୁମି, ରେଳ ତ ଯାଉଥିଲା, ଜାଗା ପଡିଥିଲା, କିନ୍ତୁ ତାକୁ ଏହା ସହିତ ଯୋଡି ଉପଯୋଗ କରିବା ଆଉ ଯେଉଁ କାରଣରୁ ମହାତ୍ମା ମନ୍ଦିରରେ 365 ଦିନରୁ 300 ଦିନ ଯାଏ ବ୍ୟସ୍ତ ରହୁ, ଏମିତି ତା’ସହିତ ସିଧା ସଳଖ ସମ୍ଭାବନା ତିଆରି ହେଇଛି । ବିଶ୍ୱସ୍ତରର କେତେ କାର୍ଯ୍ୟକ୍ରମ ହେବାକୁ ଯାଉଛି ସେଥି ପାଇଁ ମଧ୍ୟ ସମ୍ଭାବନା ତା ସହିତ ସୃଷ୍ଟି ହେଉଛି ଏବଂ ରେଳବାଇ ବିକାଶର ଇଏ ମଧ୍ୟ ଆଧାର ହେଉଛି ।

ଏହା ହିନ୍ଦୁସ୍ଥାନର ପ୍ରଥମ ପ୍ରକଳ୍ପ ଯାହାକି ଆଜି ଗାନ୍ଧୀନଗରରେ ଆରମ୍ଭ ହେଉଛି । ଆଗାମୀ ଦିନ ମାନଙ୍କରେ ହିନ୍ଦୁସ୍ଥାନର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହା ଆଗକୁ ବଢିବ । ଆମର ସୁରେଶ ପ୍ରଭୁଜୀ ରେଳ ଷ୍ଟେସନଗୁଡିକରେ ୱାଇ-ଫାଇର ସୁବିଧା ଦେଇଛନ୍ତି । ଡିଜିଟାଲ ଇଣ୍ଡିଆର ଯେଉଁ ସ୍ୱପ୍ନ ରହିଛି ତାହାକୁ ପୁରା କରିବା ଦିଗରେ କାମ ଚାଲୁ ରହିଛି । କିଛି ଲୋକଙ୍କୁ ଏହା ଲାଗେ ହିନ୍ଦୁସ୍ଥାନରେ ଗରିବ ଲୋକ ଅଛନ୍ତି ତାଙ୍କର କ’ଣ ବୁଦ୍ଧି ଅଛି, ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରେଳବାଇରେ 60-70ପ୍ରତିଶତ ଲୋକ ଅନ୍-ଲାଇନ୍ ଟିକେଟ କିଣନ୍ତି, ଷାଠିଏ-ସତୁରୀ ଶତକଡା ହେଲା? ଅନ୍-ଲାଇନ୍ ଟିକେଟ କିଣନ୍ତି, ଏହା ହେଉଛି ହିନ୍ଦୁସ୍ଥାନର ଶକ୍ତି ।

ସାମାନ୍ୟ ମଣିଷ ଯିଏ ରେଳରେ ଯାଉଛି ସେ ମଧ୍ୟ ଆଜି ଅନ୍-ଲାଇନ୍ ରେ ରେଲ ଟିକେଟ କରୁଛି ଏବଂ ୱାଇ-ଫାଇ ଯୋଗୁଁ ଅନୁଭବ ହେଉଛି କି ଆଜି ହିନ୍ଦୁସ୍ଥାନରେ ଆଉ ବିଶ୍ୱରେ ସବୁ ଲୋକଙ୍କ ବିଶ୍ଳେଷଣ ହେଉଛି, ଗୁଗୁଲ୍ ର ଲୋକ ଆସିବେ ତ ସେମାନେ ଚର୍ଚ୍ଚା କରୁଥିବେ, ଭାରତର ରେଳ ଷ୍ଟେସନରେ ୱାଇ-ଫାଇର ଯାହା କ୍ଷମତା ଅଛି ତାହା ବୋଧହୁଏ ଦୁନିଆରେ ସବୁଠାରୁ ଅଧିକ ଅଛି, ଷ୍ଟେସନ ଅଞ୍ଚଳରେ । ଆଉ ତାହାର ପରିଣାମ ଏହା ହେଲା ଯେ ବହୁ ସଂଖାରେ ଛାତ୍ର ଯେଉଁମାନେ ଅନ୍-ଲାଇନ୍ ରେ ପଢିବାକୁ ପସନ୍ଦ କରିଥାନ୍ତି, ବିଭିନ୍ନ ଜିନିଷ ଡାଉନଲୋଡ କରି ଶିକ୍ଷା ପାଇଁ ଉପଯୋଗ କରୁଛନ୍ତି, ସେମାନେ ଚେଷ୍ଟା କରନ୍ତି କି ରେଳ ଷ୍ଟେସନରେ ପହଞ୍ଚିଯାଉ ଆଉ ନିଜ କମ୍ପ୍ୟୁଟର, ଲେପଟପ୍ ପାଖରେ ବସି ମାଗଣାରେ ସେମାନଙ୍କ କାମ ହୋଇ ଯାଇଥାଏ ଏବଂ ତାକୁ ଦୁନିଆର ଯେଉଁ ଜିନିଷ ଦରକାର, ଉପଲବ୍ଧ ହୋଇ ଯାଇଥାଏ । ଅର୍ଥାତ ଗୋଟିଏ ବ୍ୟବସ୍ଥା କିପରି ପରିବର୍ତ୍ତନ ଆଣିପାରିଥାଏ । ଏହାର ଉଦାହରଣ ଅଢେଇ ବର୍ଷ ଭିତରେ ହିନ୍ଦୁସ୍ଥାନର ରେଳବାଇ କରି ଦେଖାଇ ଦେଇଛି ।

ଏହି ଅନୁସାରେ ଆଜି ଗୁଜରାଟରେ ପୁରା ଦେଶ ପାଇଁ ଉପଯୋଗୀ ଏମିତି ଏକ ପ୍ରକଳ୍ପର ଆରମ୍ଭ ହେଉଛି ଯାହା ଆଗାମୀ ଦିନରେ ହିନ୍ଦୁସ୍ଥାନର ଅନ୍ୟ ସହରରେ ମଧ୍ୟ ହେବ ଏବଂ ରେଳବାଇକୁ ନୂଆ ଶିଖରକୁ ନେଇ ଯିବ, ରେଳବାଇକୁ ସାଧାରଣ ମଣିଷର ସୁବିଧାର ଏକ ମାଧ୍ୟମ ଭାବେ ଗଢିତୋଳିବା ଆଉ ରେଳବାଇ ହେଉଛି ଯାହା ଦେଶକୁ ଗତି ମଧ୍ୟ ଦେଇଥାଏ, ରେଳବାଇ ହେଉଛି ଯାହା ଦେଶକୁ ପ୍ରଗତି ମଧ୍ୟ ଦେଇଥାଏ । ମତେ, ଗୁଜରାଟର ଲୋକଙ୍କୁ, ଗାନ୍ଧୀନଗର ଲୋକଙ୍କୁ ଆଉ ଆଜି ଭାଇବ୍ରାଣ୍ଟ ଗୁଜୁରାଟ ସମ୍ମେଳନର ପୂର୍ବ ସଂଧ୍ୟାରେ ଏହି ଉପହାର ଦେଇଥିବାରୁ ବହୁତ ଗର୍ବ ଏବଂ ସନ୍ତୋଷର ଭାବ ଅନୁଭବ କରୁଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report

Media Coverage

Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of legendary playback singer S. Janaki Amma
July 12, 2026

The Prime Minister, Shri Narendra Modi, has expressed deep grief over the passing of distinguished playback singer S. Janaki Amma.

The Prime Minister said that her passing is an irreparable loss to the world of music and culture. He noted that her songs in various languages were popular across generations and gave voice to every emotion with unparalleled grace and versatility.

Shri Modi said that her melodies will continue to enchant listeners in the years to come.

The Prime Minister wrote on X;

“The passing of the distinguished playback singer S. Janaki Amma is an irreparable loss to the world of music and culture. Her songs in various languages were popular across generations. They gave voice to every emotion with unparalleled grace as well as versatility. Her melodies will continue to enchant listeners in the years to come. My heartfelt condolences to her family, countless admirers and the entire music fraternity in this hour of grief. Om Shanti.”