ଭାରତୀୟଙ୍କ ଜୀବନକୁ ସରଳ ଏବଂ ଆରାମଦାୟକ କରିବାର ଆମର ସଂକଳ୍ପକୁ ଗତ 3 ବର୍ଷରେ ଶକ୍ତି ମିଳିଛି :ପ୍ରଧାନମନ୍ତ୍ରୀ ମୋଦୀ 
ଆମେ ଭବିଷ୍ୟ ପିଢ଼ିଙ୍କ ପାଇଁ ଏକ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ବାଧ୍ୟ ହୋଇଛନ୍ତି ,ଯେଉଁଠି ଜୀବନ 5 'ଇ' ଉପରେ ଆଧାରିତ ହେବ : ଇଜ ଅଫ ଲିଭିଙ୍ଗ ,ଏଜୁକେସନ ,ଏମ୍ପ୍ଲୟମେଣ୍ଟ ,ଇକୋନୋମି ଏବଂ ଏଣ୍ଟେରଟେନମେଣ୍ଟ :ପ୍ରଧାନମନ୍ତ୍ରୀ ମୋଦୀ 
ସରକାର ବର୍ଷ 2022 ସୁଦ୍ଧା ପ୍ରତ୍ୟକଙ୍କ ପାଖେ ଆବାସ ସୁନିଶ୍ଚିତ ଲାଗି ପ୍ରୟାସ କରୁଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ 
କଂଗ୍ରେସ ଅଧ୍ୟକ୍ଷଙ୍କ 'ଚୌକିଦାର-ଭାଗିଦାର' ର ଟିପ୍ପଣୀ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ,ମତେ ଗର୍ବ ଅନୁଭବ ହେଉଛି ଯେ ମୁଁ ଦେଶର ଗରିବମାନଙ୍କ ଦୁଃଖର 'ଭାଗିଦାର' :ପ୍ରଧାନମନ୍ତ୍ରୀ ମୋଦୀ 
ସ୍ମାର୍ଟ ସିଟି ମିଶନ ମାଧ୍ୟମରେ ଆମେ ଆମ ସହରମାନଙ୍କୁ ନୂଆ ଭାରତର ନୂଆ ସଂଘର୍ଷର ମୁକାବିଲା ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛୁ:ପ୍ରଧାନମନ୍ତ୍ରୀ ମୋଦୀ   
ଉତ୍ତରପ୍ରଦେଶରେ ପୂର୍ବ ସରକାର ଗରିବଙ୍କ ଘର ପରିବର୍ତ୍ତେ ନିଜ ବଙ୍ଗଳାକୁ ଅଧିକ ପ୍ରାଥମିକତା ଦେଇଥିଲେ :ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ବିଭିନ୍ନ କୋଣରୁ ଆସିଥିବା ସମସ୍ତ ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ  ।

ଉତ୍ତରପ୍ରଦେଶରୁ ମୁଁ ସାଂସଦ ହୋଇଛି ଏବଂ ଏଥିପାଇଁ ସର୍ବପ୍ରଥମେ ଉତ୍ତରପ୍ରଦେଶର ପ୍ରତିନିଧି ଭାବେ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ ଜଣାଉଛି  । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆପଣମାନେ ଏଠାରେ ଏକତ୍ରୀତ ହୋଇଛନ୍ତି, ମୋର ବିଶ୍ୱାସ ଯେ ଆପଣମାନେ ଏହି ଐତିହାସିକ ନଗରର, ଏଠିକାର ଆତିଥ୍ୟର ଏବଂ ଲକ୍ଷ୍ନୌର ଉଚ୍ଚାରଣ ଭଙ୍ଗୀର ମଧ୍ୟ ଆନନ୍ଦ ଉଠାଇଥିବେ  । ବନ୍ଧୁଗଣ, ଆପଣମାନେ ସମସ୍ତେ ଏହି ପରିବର୍ତ୍ତନକୁ ଗ୍ରହଣ କରୁଥିବା, ପରିବର୍ତ୍ତନ କରାଉଥିବା ଦଳ  । ମେୟର ହୁଅନ୍ତୁ, କମିଶନର ହୁଅନ୍ତୁ ବା ସିଇଓ ହୁଅନ୍ତୁ, ଆପଣମାନେ ଦେଶର ସେହିସବୁ ସହରଗୁଡିକର ପ୍ରତିନିଧି ଅଟନ୍ତି ଯେଉଁମାନେ ନୂତନ ଶତାବ୍ଦୀ, ନୂତନ ଭାରତ ଏବଂ ନୂତନ ପିଢିର ଆଶା ଏବଂ ଆକାଂକ୍ଷାର ପ୍ରତୀକ  ।  ବିଗତ ତିନି ବର୍ଷରେ ଆପଣମାନେ କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନ ସାକାର କରିବାକୁ କାନ୍ଧରେ କାନ୍ଧ ମିଳାଇ ଆମ ସହିତ ଚାଲିଛନ୍ତି  ।

କିଛି ସମୟ ପୂର୍ବରୁ ଏଠାରେ ଆୟୋଜିତ ପ୍ରଦର୍ଶନୀକୁ ମୋତେ ଦେଖିବାର ସୁଯୋଗ ମିଳିଥିଲା  । ଦେଶସାରା ଜାରୀ ରହିଥିବା ପ୍ରକଳ୍ପଗୁଡିକ ବିଷୟରେ ସୂଚନା ପ୍ରଦାନ କରାଯାଇଛି  । ସ୍ମାର୍ଟ ସିଟି ମିଶନରେ ଉତ୍ତମ କାର୍ଯ୍ୟ କରିଥିବା କିଛି ସହରଗୁଡିକୁ ପୁରସ୍କୃତ ମଧ୍ୟ କରାଯାଇଛି  । ଏହା ବ୍ୟତୀତ କିଛି ଭାଇ ଭଉଣୀ ଏବଂ ଝିଅମାନଙ୍କୁ ସେମାନଙ୍କ ଘରର ଚାବି ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଚାବି ମିଳିବା ପରେ ସେମାନଙ୍କ ମୁଖ ମଣ୍ଡଳରେ ଯେଉଁ ଚମକ ଦେଖିବାକୁ ମିଳିଥିଲା, ଉଜ୍ଜ୍ୱଳ ଭବିଷ୍ୟତର ଯେଉଁ ଆତ୍ମବିଶ୍ୱାସ ତାଙ୍କ ଆଖିରୁ ସ୍ପଷ୍ଟ ବାରି ହୋଇପଡୁଥିଲା, ତାହା ଆମ ସମସ୍ତଙ୍କ ପାଇଁ ବହୁତ ବଡ ପ୍ରେରଣାଦାୟୀ  ।

ଏହିଭଳି ଅନେକ ଲାଭାର୍ଥୀମାନଙ୍କ ସହ ମଂଚ ଉପରକୁ ଆସିବା ପୂର୍ବରୁ ଆଲୋଚନା କରିବାର ସୁଯୋଗ ମୋତେ ମିଳିଥିଲା  । ଦେଶର ଗରିବ, ବାସହୀନମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସୁଯୋଗ ଏବଂ ପରବର୍ତ୍ତନ ହେବାର ଦେଖିବା, ଏହା ପ୍ରକୃତପକ୍ଷେ ଏକ ବହୁତ ବଡ ସନ୍ତୋଷଜନକ ଅନୁଭୂତି  ।  ଯେଉଁ ସହରଗୁଡିକୁ ପୁରସ୍କାର ମିଳିଲା, ସେହି ସହରର ପ୍ରତ୍ୟେକ ନାଗରିକଙ୍କୁ ଏବଂ ଯେଉଁମାନଙ୍କୁ ନିଜର ବାସଗୃହ ମିଳିଲା, ସେମାନଙ୍କ ପରିବାରବର୍ଗଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା  ।

କିନ୍ତୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେତେବେଳେ ମୁଁ ପୁରସ୍କାର ପ୍ରଦାନ କରୁଥିଲି, ସବୁ ଲୋକମାନେ ଆସୁଥିଲେ, କିନ୍ତୁ ଏହା ଲକ୍ଷ୍ୟ କରି ନ ଥିବେ ଯେ କେବଳ ଦୁଇଜଣ ପୁରୁଷ ମେୟର ଥିଲେ ବାକି ସମସ୍ତେ ମହିଳା ମେୟର ବୋଲି  । ଆମର ଭଉଣୀମାନେ ଯେଉଁ ସଂକଳ୍ପର ସହ କାର୍ଯ୍ୟ କରିଛନ୍ତି ଟିକେ ସେହି ଭଉଣୀମାନଙ୍କ ପାଇଁ ତାଳି ବଜାନ୍ତୁ  ।

ବନ୍ଧୁଗଣ, ସହରର ଗରିବ, ବାସହୀନଙ୍କୁ ପକ୍କା ଘର ଯୋଗାଇଦେବା ଅଭିଯାନ ହେଉ, 100ଟି ସ୍ମାର୍ଟ ସିଟିର କାର୍ଯ୍ୟ ହେଉ ଅବା 500 ଅମୃତ ସହରାଞ୍ଚଳ ଯୋଜନା ହେଉ, କୋଟି କୋଟି ଦେଶବାସୀମାନଙ୍କ ଜୀବନକୁ ସରଳ, ସୁଗମ ଏବଂ ସୁରକ୍ଷିତ କରିବାର ଆମ ସଂକଳ୍ପ ପ୍ରତି ତିନି ବର୍ଷକୁ ଥରେ ଆହୁରୀ ଅଧିକ ମଜବୁତ ହୋଇଛି  । ଆଜି ମଧ୍ୟ ଏହି ଉତ୍ତରପ୍ରଦେଶର ସହରଗୁଡିକୁ ସ୍ମାର୍ଟ ସିଟି କରିବା ପାଇଁ ଅନେକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ଏବଂ ମୋତେ କୁହାଯାଇଛି ଯେ ସ୍ମାର୍ଟ ସିଟି ମିଶନ ଅଧିନରେ ଦେଶରେ ପ୍ରାୟ ସାତ ହଜାର କୋଟି ଟଙ୍କାରୁ ଅଧିକର ଯୋଜନାଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ଏବଂ 52 ହଜାର କୋଟି ଟଙ୍କାରୁ ଅଧିକ ଯୋଜନାଗୁଡିକର କାର୍ଯ୍ୟ ଦୃତ ଗତିରେ ଜାରି ରହିଛି  । ଏହି ମିଶନର ଉଦ୍ଦେଶ୍ୟ ହେଉଛି ସହରରେ ବସବାସ କରୁଥିବା ଗରିବ, ନିମ୍ନ ମଧ୍ୟ ବର୍ଗ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କ ଜୀବନକୁ ସରଳ କରିବା, ସେମାନଙ୍କୁ ଉତ୍ତମ ନାଗରିକ ସୁବିଧାଗୁଡିକ ପ୍ରଦାନ କରିବା  । ସ୍ମାର୍ଟ ସିଟିରେ ଏହିସବୁ ସୁବିଧା ପ୍ରଦାନ କରିବା ପାଇଁ ସମନ୍ଵିତ କମାଣ୍ଡ ସେଣ୍ଟର; ଏହା ସେମାନଙ୍କ ଆତ୍ମା ପରି, ଏହିଠାରୁ ସଂପୂର୍ଣ୍ଣ ସହରର ବ୍ୟବସ୍ଥାଗୁଡିକର ପରିଚାଳନା ହେବ, ସହରର ଗତିବିଧି ଉପରେ ନଜର ରଖାଯିବ  ।

ବନ୍ଧୁଗଣ, ମିଶନ ଅନ୍ତର୍ଗତ ଚୟନିତ 100ଟି ସହର ମଧ୍ୟରୁ 11ଟି ସହରରେ ସମନ୍ଵିତ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟ ଆରମ୍ଭ କରିସାରିଛି ଏବଂ ଆସନ୍ତା କିଛି ମାସ ମଧ୍ୟରେ ଆଉ 50ଟି ସହରରେ ମଧ୍ୟ ଏହାର କାର୍ଯ୍ୟ ସଂପୂର୍ଣ୍ଣ କରିବାର ପ୍ରଚେଷ୍ଟା ଜାରି ରହିଛି  । ଏହି ପ୍ରଚେଷ୍ଟାର ପରିଣାମ ମଧ୍ୟ ଦେଖିବାକୁ ମିଳୁଛି ଏବଂ ମୋତେ କୁହାଯାଇଛି ଯେ ଗୁଜରାଟର ରାଜକୋଟ ସହରରେ ଏହି ଜ୍ଞାନକୌଶଳ ମାଧ୍ୟମରେ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି, ବିଗତ ଛଅ ମାସ ମଧ୍ୟରେ ଅପରାଧ ସଂଖ୍ୟା ବହୁତ ଅଧିକ ମାତ୍ରାରେ ହ୍ରାସ ହୋଇଛି  । ସିସିଟିଭି କ୍ୟାମେରାରେ ନଜର ରଖାଯାଉଥିବାରୁ ଆବର୍ଜନା କରୁଥିବା ଏବଂ ସାର୍ବଜନୀନ ସ୍ଥାନରେ ଆବର୍ଜନା ଜଳାଇବା ପରି ଅନେକ କାର୍ଯ୍ୟରେ ମଧ୍ୟ ଏହି କାରଣରୁ ହ୍ରାସ ପରିଲକ୍ଷିତ ହୋଇଛି  ।

ଭୋପାଳରେ ପ୍ରପର୍ଟି ଟିକସ ସଂଗ୍ରହରେ ଏହି କାରଣରୁ ବୃଦ୍ଧି ପରିଲକ୍ଷିତ ହୋଇଛି  । ଅହମଦାବାଦରେ ବିଆରଟିଏସ କରିଡର- ସେଥିରେ ବିନା ମୂଲ୍ୟରେ ୱାଇ-ଫାଇ ମାଧ୍ୟମରେ ବସଗୁଡିକରେ ଯାତ୍ରୀଙ୍କ ସଂଖ୍ୟା ସ୍ୱତଃପ୍ରୋତ ଭାବେ ବୃଦ୍ଧି ପାଇଛି  ।  ବିଶାଖାପାଟନମରେ ସିସିଟିଭି ଏବଂ ଜିପିଏସ ମାଧ୍ୟମରେ ବସଗୁଡିକର ଅନଲାଇନ ଟ୍ରାକ ରଖା ଯାଇ ପାରୁଛି  । ପୁନେଠାରେ ପ୍ରାୟ 125ଟି ସ୍ଥାନରେ ଜରୁରିକାଳୀନ ଘଣ୍ଟି ବ୍ୟବସ୍ଥା ଲଗାଯାଇଛି  । ଯେଉଁଠାରେ ଗୋଟିଏ ବଟନ ଦବେଇଲା ମାତ୍ରେ ନିକଟସ୍ଥ ପୁଲିସ ଷ୍ଟେସନକୁ ସୂଚନା ମିଳିଯାଉଛି  । ଏହିଭଳି ଅନେକ ବ୍ୟବସ୍ଥା ଏବେ କାର୍ଯ୍ୟ କରିବା ଆରମ୍ଭ କରିଦେଲାଣି  । ଅତି ଶୀଘ୍ର ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ଉତ୍ତର ପ୍ରଦେଶର ଆଗ୍ରା,କାନପୁର, ଆହ୍ଲାବାଦ, ଆଲିଗଡ, ବାରଣାସୀ, ଝାନ୍ସୀ, ବରେଲୀ, ସହରାନପୁର, ମୁରାଦାବାଦ ଏବଂ ଏଇ ଆମର ଲକ୍ଷ୍ନୌ, ଏଠାରେ ମଧ୍ୟ ଏହିଭଳି ସୁବିଧାଗୁଡିକ, ଆପଣମାନଙ୍କୁ ଏହାର ଲାଭ ମିଳିବା ଆରମ୍ଭ ହେବ  ।

ଭାଇ ଓ ଭଉଣୀମାନେ, ସହରାଞ୍ଚଳ ଭାରତର ପରିଦୃଶ୍ୟ ରୂପାନ୍ତରଣ ଆମର ଲକ୍ଷ୍ୟ ଏବଂ ଲକ୍ଷ୍ନୌର ଅତି ନିକଟତର ସଂପର୍କ ରହିଛି  । ଲକ୍ଷ୍ନୌ ସହର ଥିଲା ଦେଶର ସହରୀ ଜୀବନକୁ ନୂତନ ଦିଗନ୍ତ ପ୍ରଦାନ କରିଥିବା ମହାପୁରୁଷ ଶ୍ରୀମାନ ଅଟଳ ବିହାରୀ ବାଜପେୟୀଙ୍କର କର୍ମଭୂମି  । ଆମର ପ୍ରେରଣାର ସ୍ରୋତ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମାନ ଅଟଳ ବିହାରୀ ବାଜପେୟୀଙ୍କର ଏହା ଦୀର୍ଘ ସମୟ ଧରି ସଂସଦୀୟ କ୍ଷେତ୍ର ରହିଆସିଛି  । ଆଜିକାଲି ଅଟଳଜୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ  । ସଂପୂର୍ଣ୍ଣ ଦେଶ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି  । କିନ୍ତୁ ଅଟଳଜୀ ଯେଉଁ କଷ୍ଟ କରିଥିଲେ ତାକୁ ଏକ ସ୍ୱତନ୍ତ୍ର ଶିଖରରେ ପହଂଚାଇବା ଦିଗରେ ଆମ ସରକାର, କୋଟି କୋଟି ହିନ୍ଦୁସ୍ଥାନୀ ଦୃତ ଗତିରେ ତାହା ସହିତ ଜଡିତ ହୋଇ ଆଗକୁ ଅଗ୍ରସର ହେଉଛନ୍ତି  ।

ବନ୍ଧୁଗଣ, ଅଟଳଜୀ, ଲକ୍ଷ୍ନୌ ସହରକୁ ଏକ ପ୍ରକାରର ଦେଶର ସହରୀ ଜୀବନର ଉନ୍ନତ ପ୍ରୟୋଗଶାଳା ଗଢିତୋଳିଥିଲେ  । ଆଜି ଆପଣମାନେ ଏଠାରେ ଲକ୍ଷ୍ନୌରେ ଯେଉଁ ଜୈବପ୍ରଯୁକ୍ତି ପାର୍କ, ବୈଜ୍ଞାନିକ ସମ୍ମେଳନ କେନ୍ଦ୍ର – ଏହିସବୁ ଯାହା ଆପଣମାନେ ଦେଖୁଛନ୍ତି, ଏହା ଲକ୍ଷ୍ନୌର ପାଖାପାଖି ଏକ ହଜାର ଗ୍ରାମକୁ ଲକ୍ଷ୍ନୌ ସହିତ ସଂଯୋଗ କରୁଥିବା ରାସ୍ତା  । ଲକ୍ଷ୍ନୌରେ ଏହିଭଳି ଅନେକ କାର୍ଯ୍ୟ ସାଂସଦ ଭାବେ ତାଙ୍କର ଲକ୍ଷ୍ୟ ଥିଲା, ତାହାର ଏହା ପରିଣାମ ସ୍ୱରୂପ  । ଆଜି ଦେଶର 12ଟି ସହରରେ ମେଟ୍ରୋ ଚାଲୁଅଛି ଅବା ଅତିଶୀଘ୍ର ଚାଲିବାକୁ ଯାଉଛି  । ଏଠାରେ ଲକ୍ଷ୍ନୌରେ ମଧ୍ୟ ମେଟ୍ରୋର ବିସ୍ତାର କାର୍ଯ୍ୟ ଜାରି ରହିଛି  । ରେ ବହୁତ ବଡ ପରିବର୍ତ୍ତନ ଆଣିବାକୁ ଥିବା ଏହି ବ୍ୟବସ୍ଥାକୁ ସର୍ବପ୍ରଥମେ ଦିଲ୍ଲୀରେ କାର୍ଯ୍ୟକାରୀ କରିବାର କାର୍ଯ୍ୟ ମଧ୍ୟ ଅଟଳ ବିହାରୀ ବାଜପେୟୀ ଜୀ କରିଥିଲେ  । ଦିଲ୍ଲୀ ମେଟ୍ରୋ ର ସଫଳତା ଆଜି ସଂପୂର୍ଣ୍ଣ ଦେଶରେ ପୁନରାବୃତ୍ତି କରାଯାଉଛି  ।

ବନ୍ଧୁଗଣ, ଅଟଳଜୀ କହୁଥିଲେ ପୁରୁଣାର ରକ୍ଷଣାବେକ୍ଷଣ ନକଲେ ନୂତନର ମଧ୍ୟ ଏହା କରିବା ସମ୍ଭବପର ନୁହେଁ  । ଏହି କଥା ସେ ପୁରୁଣା ଏବଂ ନୂତନ ଲକ୍ଷ୍ନୌ ସଂପର୍କରେ କହିଥିଲେ  । ଏହା ଆଜି ଆମ ଅମୃତ(AMRUT) ଏବଂ  ତାହାର ନାମ ମଧ୍ୟ ଅଟଳଜୀଙ୍କ ସହିତ ଯୋଡି ହୋଇଛି, ଏହି ଅମୃତ ଯାହା ଆମେ କହୁଛୁ- ‘ଅମୃତ ଯୋଜନା’- ଯାହାର ସଂପୂର୍ଣ୍ଣ ଶବ୍ଦ ହେଉଛି – ଅଟଳ ମିଶନ ଫର ରିଜୁବେନେସନ ଏଣ୍ଡ ଅର୍ବାନ ଟ୍ରାନ୍ସଫରମେସନ (Atal Mission for rejuvenation and urban transformation), ଏବଂ ସ୍ମାର୍ଟ ସିଟି ମିଶନ ପାଇଁ ଏହା ଆମର ପ୍ରେରଣା  ।

ଏହି ଚିନ୍ତାଧାରା ସହିତ ଅନେକ ସହରରେ ଦଶନ୍ଧି ଦଶନ୍ଧି ପୁରୁଣା ବ୍ୟବସ୍ଥାଗୁଡିକରେ ଉନ୍ନତି ଅଣାଯାଉଛି  । ଏହି ସହରଗୁଡିକରେ ସ୍ୱୀରେଜର ବ୍ୟବସ୍ଥା, ପେୟ ଜଳର ବ୍ୟବସ୍ଥା, ଷ୍ଟ୍ରିଟ ଲାଇଟରେ ଉନ୍ନତି, ପୋଖରୀ, ଗଡିଆ ଏବଂ ପାର୍କଗୁଡିକର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି  ।

ବନ୍ଧୁଗଣ, ସହରର ବସ୍ତିଗୁଡିକରେ ମୁକ୍ତ ଆକାଶ ତଳେ ଜୀବନଯାପନ କରୁଥିବା ଗରିବ, ବାସହୀନ ଭାଇ ଓ ଭଉଣୀମାନଙ୍କୁ ତାଙ୍କ ବାସଗୃହ ଯୋଜନା ଆଜି ଜାରି ରହିଛି, ଏହାର ଶୁଭାରମ୍ଭ ମଧ୍ୟ ଅଟଳଜୀ ହିଁ କରିଥିଲେ  । 2001 ମସିହାରେ ବାଲ୍ମିକୀ-ଆମ୍ବେଦକର ଆବାସ ଯୋଜନା ଦେଶରେ ଅଟଳଜୀ ହିଁ ଆରମ୍ଭ କରିଥିଲେ  । ଏହିଠାରେ, ଲକ୍ଷ୍ନୌରେ ହିଁ ଏହି ଯୋଜନା ଅନ୍ତର୍ଗତ ପାଖାପାଖି 10 ହଜାର ଭାଇ ଭଉଣୀମାନଙ୍କୁ ନିଜର ବାସଗୃହ ମିଳିଥିଲା  । ଆଜି ଯେଉଁ ଯୋଜନାଗୁଡିକ ଜାରି ରହିଛି ତାହାର ମୂଳ ଉଦ୍ଦେଶ୍ୟ ମଧ୍ୟ ତାହାହିଁ ରହିଛି ମାତ୍ର ଆମେ ଦ୍ରୁତ ବେଗ, ଉର୍ଦ୍ଧ୍ଵମୁଖୀ ପ୍ରଗତି ଏବଂ ଉତ୍ତମ ମାନର ଜୀବନ ଶୈଳୀକୁ ଆମେ ଏକ ସ୍ୱତନ୍ତ୍ର ସ୍ଥାନକୁ ନେବାର ପ୍ରୟାସ କରୁଛୁ  । ସରକାର 2022 ସୁଦ୍ଧା ପ୍ରତ୍ୟେକଙ୍କୁ ବାସଗୃହ ପ୍ରଦାନ କରିବାର ପ୍ରୟାସ କରୁଛି  । ଯେତେବେଳେ ସ୍ୱାଧୀନତା 75 ବର୍ଷରେ ପଦାର୍ପଣ କରିବ ସେତେବେଳେ ହିନ୍ଦୁସ୍ଥାନର କୌଣସି ପରିବାର ଏଭଳି ନ ଥାଉ ଯାହାର ନିଜର ବାସଗୃହ ନ ଥିବ  ।

ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବିଗତ ତିନି ବର୍ଷରେ ସହରାଂଚଳରେ 54 ଲକ୍ଷ ବାସଗୃହ ସ୍ୱୀକୃତ କରାଯାଇଛି  । କେବଳ ସହରରେ ନୁହେଁ ବରଂ ଗ୍ରାମାଂଚଳରେ ମଧ୍ୟ 1 କୋଟିରୁ ଅଧିକ ବାସଗୃହ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି  । ଏବେ ଯେଉଁ ବାସଗୃହ ନିର୍ମାଣ କରାଯାଉଛି, ସେଥିରେଶୌଚାଳୟ ରହିଛି, ସୌଭାଗ୍ୟ ଯୋଜନା ଅନ୍ତର୍ଗତ ବିଜୁଳି ସୁବିଧା, ଉଜାଲା ଯୋଜନା ଅନ୍ତର୍ଗତ ଏଲଇଡି ବଲ ମଧ୍ୟ ଲଗାଯାଇଛି, ଆପଣମାନେ କହିପାରିବେ ଏହା ହେଉଛି ଏକ ସଂପୂର୍ଣ୍ଣ ପ୍ୟାକେଜ ତାଙ୍କୁ ଉପଲବ୍ଧ କରାଯାଉଛି  । ଏହିସବୁ ବାସଗୃହଗୁଡିକ ପାଇଁ ମଧ୍ୟ ସରକାର ସୁଧରେ ରିହାତି ପ୍ରଦାନ କରାଯାଉଛି, ପୂର୍ବ ତୁଳନାରେ ଏବେ ବାସଗୃହଗୁଡିକର ଏରିଆ ମଧ୍ୟ ବୃଦ୍ଧି କରାଯାଇଛି  ।

ବନ୍ଧୁଗଣଏହି ବାସଗୃହ ଯାହାସବୁ ପ୍ରଦାନ କରାଯାଉଛି, ଏହା କେବଳ ଗରିବ, ବାସହୀନଙ୍କ ମୁଣ୍ଡ ଉପର ପାଇଁ ଛାତ ନୁହେଁ ବରଂ ମହିଳାମାନଙ୍କ ଶସକ୍ତିକରଣର ଏକ ଜୀବନ୍ତ ପ୍ରମାଣ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଯେଉଁ ବାସଗୃହ ପ୍ରଦାନ କରାଯାଉଛି, ମା’ ଏବଂ ଭଉଣୀମାନଙ୍କ ନାମରେ ପ୍ରଦାନ କରାଯାଉଛି  । ଏହି ଯୋଜନା ଅନ୍ତର୍ଗତ ପାଖାପାଖି 87 ଲକ୍ଷ ବାସଗୃହର ପଂଜୀକରଣ ମହିଳାମାନଙ୍କ ନାମରେ ଅବା ଅଂଶୀଦାର ଭାବେ ମଧ୍ୟ କରାଯାଉଛି  । ନଚେତ୍ ଆମର ସାମାଜିକ ବ୍ୟବସ୍ଥା ଏଭଳି ରହିଆସିଛି ଯେ କୌଣସି ପରିବାରକୁ ଯାଆନ୍ତୁ, ଭୂମି କାହା ନାମରେ – ସ୍ୱାମୀଙ୍କ ନାମରେ, ପିତାଙ୍କ ନାମରେ, ପୁତ୍ର ନାମରେ  । ଘର କାହା ନାମରେ- ସ୍ୱାମୀଙ୍କ ନାମରେ, ପୁତ୍ର ନାମରେ  । ସ୍କୁଟର ଆଣିଲେ କାହା ନାମରେ- ପୁତ୍ର ନାମରେ, ସେହି ମହିଳାଙ୍କ ନାମରେ କିଛି ନାହିଁ  ।

ସ୍ଥିତିରେ ଆମେ ଉନ୍ନତି ଆଣିଛୁ  । ଏବଂ ପୂର୍ବରୁ ଏହା ମଧ୍ୟ ଆମର କୁହାଯାଉଥିଲା ଯେ- ଏବେ ଗଳିରେ ଯାଉଥିବା ଲୋକମାନେ ପଚାରିବେନି ଯେ ସେହି ଘରର ମାଲିକ କିଏ ବରଂ ଏହା ପଚାରିବେ ଯେ ଏହି ଘରର ମାଲିକାଣୀ କିଏ? ଏହି ପରିବର୍ତ୍ତନ ସମାଜର ଚିନ୍ତାଧାରାରେ ଆସିବାକୁ ଯାଉଛି  ।

ମୁଁ ଯୋଗୀଜୀ ଏବଂ ତାଙ୍କ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ଯେ ସେ ଗରିବର ଜୀବନ ସ୍ତରକୁ ଉପରକୁ ଉଠାଇବାର ଏହି ଯୋଜନାକୁ ଦୃତ ଗତିରେ ଅଗ୍ରସର କରାଉଛନ୍ତି  । ନହେଲେ ଏହା ପୂର୍ବ ସରକାରଙ୍କ ଉପଲବ୍ଧି ମଧ୍ୟ ରହିଛି  । 2014 ପରେ ଯୋଗୀଜୀ ଆସିବା ପର୍ଯ୍ୟନ୍ତ ସେହିସବୁ ଦିନ କିଭଳି ରହିଛି, ମୁଁ ଭଲଭାବେ ଜାଣିଛି ଏବଂ ମୁଁ ଜନସାଧାରଣଙ୍କୁ ବାରମ୍ବାର ସ୍ମରଣ କରାଇଦେଉଛି  । ଗରିବଙ୍କ ଘର ପାଇଁ କିଭଳି ଆମେ କେନ୍ଦ୍ରକୁ ବାରମ୍ବାର ପତ୍ର ଲେଖିବାକୁ ପଡୁଥିଲା, ଯେତେବେଳେ ମଧ୍ୟ ସାକ୍ଷାତ ହେଉଥିଲା ସେତେବେଳେ ଆଲୋଚନା କରିବାକୁ ପଡୁଥିଲା- ଆରେ ଭାଇ କିଛି କର, ଆମେ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତୁତ  । ତାଙ୍କୁ ଅନୁରୋଧ କରିବାକୁ ପଡୁଥିଲା, କିନ୍ତୁ ସେହି ସରକାରମାନେ ହିଁ ଏଭଳି ଥିଲେ, ସେହି ଲୋକମାନେ ମଧ୍ୟ ଏହିଭଳି ଥିଲେ  । ସେମାନେ ନିଜର କାର୍ଯ୍ୟ ପରମ୍ପରାକୁ ଛାଡିବାକୁ ପ୍ରସ୍ତୁତ ହେଉନଥିଲେ  । ସେମାନଙ୍କର ତ କେବଳ ଏକମାତ୍ର କାର୍ଯ୍ୟକ୍ରମ ଥିଲା, ନିଜର ବଙ୍ଗଳାକୁ ସାଜସଜ୍ଜା କରିବା  । ସେଥିରୁ ଫୁରସତ ମିଳିଲେ ଗରିବର ଗୃହ ନିର୍ମାଣ ହୋଇପାରିବ ନାଁ  ।

ଆଜି ଆଉ ଗୋଟିଏ କଥା କହିବାକୁ ଚାହୁଁଛି, ଏବଂ ଉତ୍ତରପ୍ରଦେଶ ମୋତେ ସାଂସଦ କରିଛି ତେବେ ଏହା ମୋତେ ଉତ୍ତରପ୍ରଦେଶର ଲୋକମାନଙ୍କ ସହ ଜଣାଇବାକୁ ଅଛି, କାରଣ ଏହା ଆପଣମାନଙ୍କର ଜାଣିବାର ଅଧିକାର  । ଆପଣମାନେ ଶୁଣିଥିବେ ଯେ ଏବେ ମୋ ଉପରେ ଏକ ଅଭିଯୋଗ ଲାଗୁଛି  । ଏବଂ ଅଭିଯୋଗ ଏହା ଯେ ମୁଁ ଚୌକିଦାର ନୁହେଁ ଅଂଶୀଦାର ଅଟେ  ।

କିନ୍ତୁ ମୋର ଉତ୍ତର ପ୍ରଦେଶର ଭାଇ ଓ ଭଉଣୀମାନେ ଏବଂ ମୋର ଦେଶବାସୀଗଣ, ମୁଁ ଏହି ଅଭିଯୋଗକୁ ପୁରସ୍କାର ଭାବୁଛି ଏବଂ ମୋର ଗର୍ବ ଯେ ମୁଁ ଅଂଶୀଦାର  । ମୁଁ ଦେଶର ଗରିବର ଅଂଶୀଦାର, ମୁଁ ପରିଶ୍ରମୀ ଶ୍ରମିକମାନଙ୍କର ଅଂଶୀଦାର, ମୁଁ ପ୍ରତ୍ୟେକ ଦୁଃଖୀ ମା’ ର ଦୁଃଖର ଅଂଶୀଦାର  । ମୁଁ ଅଂଶୀଦାର ସେହି ମା’ର ଯିଏ ଏଠୁ ସେଠୁ ଜାଳେଣୀ ସଂଗ୍ରହ କରି ଚୁଲିର ଧୂଆଁରେ ନିଜର ଆଖି ଏବଂ ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ  । ମୁଁ ସେଭଳି ପ୍ରତି ମା’ର ଚୁଲି ବଦଳାଇବାକୁ ଚାହୁଁଛି  ।

ମୁଁ ସେହି ବିକାଶର କଷ୍ଟରେ ଅଂଶୀଦାର ଯାହାର ଫସଲ ମରୁଡିରେ ଅବା ଜଳାଧିକ ଯୋଗୁଁ ନଷ୍ଟ ହୋଇଯାଏ ଏବଂ ସେ ହତାଶ ହୋଇଯାଏ  । ମୁଁ ସେହି କୃଷକର ଆର୍ଥିକ ସୁରକ୍ଷା ପ୍ରଦାନ କରିବାର ଅଂଶୀଦାର  ।

ମୁଁ ଅଂଶୀଦାର ସେହି ବାହାଦୂର ଯବାନମାନଙ୍କର ସେହି ଆକ୍ରମଣାତ୍ମକ ମନୋବୃତ୍ତିର ଯିଏ ସିଆଚେନ ଏବଂ କାର୍ଗିଲର ହାଡଭଙ୍ଗା ଶୀତ ଠାରୁ ନେଇ ଜୈସଲମେର ଏବଂ କଚ୍ଛ ଭଳି ଚମଡା ସିଝାଇଲା ଭଳି ତ୍ତତପ୍ତ ମରୁଭୂମିରେ ଆମ ସୁରକ୍ଷା ପାଇଁ ସବୁକିଛି ଜଳାଂଜଳି ଦେବା ପାଇଁ ପ୍ରସ୍ତୁତ ରହିଥାନ୍ତି  ।

ମୁଁ ଅଂଶୀଦାର ସେହି ଗରିବ ପରିବାରର କଷ୍ଟର ଯିଏ ନିଜ ଘରେ ବେମାର ପଡିଥିବା ବ୍ୟକ୍ତିର ଚିକିତ୍ସା ପାଇଁ ନିଜ ଜମି ପର୍ଯ୍ୟନ୍ତ ବିକ୍ରୀ କରିବାକୁ ବାଧ୍ୟ ହୋଇଥାଏ  । ମୁଁ ସେହି ପରିବାର ପାଇଁ ଚିନ୍ତା କରେ ଏବଂ ତାଙ୍କ ସେବା ପାଇଁ କାର୍ଯ୍ୟ କରେ  ।

ମୁଁ ଅଂଶୀଦାର, ମୁଁ ଅଂଶୀଦାର ସେହି ପ୍ରୟାସର ଯାହା ଗରିବଙ୍କ ମୁଣ୍ଡ ଉପରେ ଛାତ ରହୁ, ତାଙ୍କୁ ବାସଗୃହ ମିଳୁ, ସେହି ଘରେ ତାଙ୍କୁ ଶୌଚାଳୟ ମିଳୁ, ବିଶୁଦ୍ଧ ପେୟ ଜଳ ମିଳୁ, ବିଜୁଳି ମିଳୁ  । ସେମାନେ ରୋଗଗ୍ରସ୍ତ ହେଲେ କମ ଦରରେ ଔଷଧ ଉପଲବ୍ଧ ସହିତ ଚିକିତ୍ସା ମିଳୁ, ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉ  ।

ମୁଁ ଅଂଶୀଦାର ହେଇଛି ସେହି ପ୍ରୟାସରେ ଯେଉଁଥିରେ ଆମ ଯୁବଗୋଷ୍ଠିଙ୍କୁ ଶ୍ରେୟ ମିଳୁ, ରୋଜଗାର ମିଳୁ, ନିଜେ ରୋଜଗାରକ୍ଷମ ହେବାପାଇଁ ସାହାଯ୍ୟ ମିଳୁ  । ଆମର ହାୱାଇ ଚପଲ ପିନ୍ଧୁଥିବା ସାଧାରଣ ନାଗରିକଙ୍କୁ ବିମାନ ଯାତ୍ରାର ସୁବିଧା ମିଳୁ, ଏହା ମୁଁ ଦେଖିବାକୁ ଚାହୁଁଛି  ।

ମୁଁ ଗର୍ବିତ ଯେ ମୁଁ ଅଂଶୀଦାର, ଯେପରିକି ମୁଁ ଗର୍ବିତ ଯେ ମୁଁ ଗୋଟିଏ ଗରିବ ମା’ ର ପୁତ୍ର  । ଦାରିଦ୍ର୍ୟତା ମୋତେ ସଚ୍ଚୋଟତା ଏବଂ ସାହସ ଦେଇଛି  । ଦାରିଦ୍ର୍ୟର କସଟିରେ ମୁଁ ଜୀବନ ବଂଚିବା ଶିଖିଛି  । ମୁଁ ଦାରିଦ୍ର୍ୟକୁ ଦେଖିଛି  । ଗରିବର ଦୁଃଖ ମୁଁ ଅତି ନିକଟରୁ ଦେଖିଛି  । ଆମ ଅଂଚଳରେ କୁହାଯାଏ ଯେ –‘जिसके पांव न फटी बिवाई, सो क्या जाने पीर पराई।‘  ଯିଏ ଭୋଗିଛି ସେ ହିଁ କଷ୍ଟ ଜାଣିଛି ଏବଂ କଷ୍ଟର ସମାଧାନ ମଧ୍ୟ ଜାଣିଛି  ।

ଏହାପୂର୍ବରୁ ମୋ ଉପରେ ଏହାମଧ୍ୟ ଅଭିଯୋଗ ଲଗାଯାଇଥିଲା ଯେ ମୁଁ ଚା’ବାଲା, ମୁଁ ନିଜ ଦେଶର ପ୍ରଧାନସେବକ କିଭଳି ହୋଇପାରିବି ? କିନ୍ତୁ ଏହି ନିଷ୍ପତ୍ତି ସେହି ଲୋକମାନେ ନେଇପାରିବେ ନାହିଁ,ଏହି ନିଷ୍ପତ୍ତି ଦେଶର 125 କୋଟି ଜନସାଧାରଣ ନେବେ  । ବନ୍ଧୁଗଣ, ଅଂଶୀଦାରକୁ ଅପମାନିତ କରୁଥିବା, ଏହି ଚିନ୍ତା ଆଜିର ଆମ ସହରର ସମସ୍ୟାଗୁଡିକର କାରଣର ମଧ୍ୟ ପରିଣାମ, ତାହାର ଦୁର୍ଗନ୍ଧ ଆସୁଛି  ।

ସ୍ମାର୍ଟ ସିଟି ପାଇଁ ଆମ ପାଖରେ ପ୍ରେରଣା ମଧ୍ୟ ଥିଲା ଏବଂ ସଫଳ କରିବା ପାଇଁ ଲୋକ ମଧ୍ୟ ଥିଲେ  । ଆଜି ଖନନ ବେଳେ ମିଳୁଥିବା ସହର ଏହାର ଉଦାହରଣ ଯେ କେଉଁଭଳି ଆମ ପୂର୍ବପୁରୁଷ ସହରର ସଂରଚନା କରୁଥିଲେ  । କେଉଁଭଳି ଭାବେ ସେହି ଯୁଗରେ, ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଗୋଟିଏ ପ୍ରକାରର ସେହି ଯୁଗର ସ୍ମାର୍ଟ ସିଟିର ଶିଳ୍ପକାର ଥିଲେ  । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଏବଂ ସଂପୂର୍ଣ୍ଣତାର ଚିନ୍ତନର ଅଭାବ ବହୁତ ବଡ କ୍ଷତି କରିଛି  ।

ସ୍ୱାଧୀନତା ପରେ ଯେତେବେଳେ ନୂତନ ଭାବେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ଆମ କାନ୍ଧରେ ଥିଲା,ଯେତେବେଳେ ଏତେ ଜନସଂଖ୍ୟା ମଧ୍ୟ ନ ଥିଲା ସେତେବେଳେ ଆମ ସହରଗୁଡିକୁ ଭବିଷ୍ୟତର ଆବଶ୍ୟକତା ଅନୁସାରେ ଗଢିବାର ଏକ ବହୁତ ବଡ ସୁଯୋଗ ଥିଲା । ଆଜି ଭଳି ସମସ୍ୟା ସେ ସମୟରେ ନଥିଲା  । ଯଦି ସେହି ସମୟରେ ପ୍ଲାନ ଅନୁସାରେ କାର୍ଯ୍ୟ କରାଯାଇଥାନ୍ତା ତେବେ ଆଜି ଯେଉଁ ସମସ୍ୟା ଉପୁଜୁଛି ତାହା ହୋଇନଥାନ୍ତା  । କିନ୍ତୁ ଅନିୟତ ଭାବେ ସହରଗୁଡିକ ମନଇଚ୍ଛା ଭାବେ ପରିବ୍ୟାପ୍ତ କରାଗଲା  । ଯାଆନ୍ତୁ, ଦେଖନ୍ତୁ, ମୋ ଘର ଭରନ୍ତୁ, ତୁମେ ଯୁଆଡେ ଇଚ୍ଛା ଯାଅ  । ଗୋଟିଏ ପ୍ରକାରର କଂକ୍ରୀଟ ଜଙ୍ଗଲ ବିକଶିତ ହେବାକୁ ଦିଆଗଲା  । ଏହାର ପରିଣାମ ଆଜି ହିନ୍ଦୁସ୍ଥାନର ପ୍ରତ୍ୟେକ ସହର ଭୋଗୁଛି  ।

ବନ୍ଧୁଗଣ, ଏକ ପୂରା ପିଢି ଏହି ଅବ୍ୟବସ୍ଥାଗୁଡିକ ସହ ସଂଘର୍ଷ କରି ବିତାଇଦେଉଥିଲେ ଏବଂ କିଛି କିଛି ସ୍ଥାନରେ ଦୁଇ-ଦୁଇ, ତିନି-ତିନି ପିଢି ଏମିତି ହିଁ ବିତିଗଲା ଏବଂ ଅନ୍ୟଟି ଏହାର କଟୁ ଉପଲବ୍ଧିଗୁଡିକ ନେଇ ଚାଲିଛି  । ଏବଂ ବିଜ୍ଞ ଲୋକଙ୍କର ଆଶା ରହିଛି ଏବଂ ଆଜି ପ୍ରାୟ ସାଢେ ସାତ ପ୍ରତିଶତ ଗତିରେ ବିକଶିତ ହେଉଥିବା ଭାରତ ଆଗାମୀ ବର୍ଷଗୁଡିକରେ ଆହୁରୀ ଦୃତ ଗତିରେ ଅଗ୍ରସର ହେବାକୁ ଯାଉଛି  । ଏଭଳି ସ୍ଥିତିରେ ଦେଶର ସେହି ଭାଗ ଯାହାର ଜିଡିପିରେ 65 ପ୍ରତିଶତରୁ ଅଧିକର ଭାଗୀଦାରୀତା ରହିଛି, ଯିଏ ଗୋଟିଏ ପ୍ରକାର ଅଭିବୃଦ୍ଧିର ଇଂଜିନ, ସେ ଯଦି ଅବ୍ୟବସ୍ଥିତ ହେବେ ତେବେ ଆମର କିଭଳି ବିଘ୍ନ ଘଟିବ ତାହା ଆମେ ଅନୁମାନ କରିପାରୁଛୁ, ଏଥିପାଇଁ ଏହି ବ୍ୟବସ୍ଥାଗୁଡିକୁସୁବ୍ୟବସ୍ଥିତ କରିବା ଅନିର୍ବାଯ୍ୟ  ।

ଝୁଲୁଥିବା ତାର, ଅପରିସ୍କାର ପାଣିରେ ଭର୍ତ୍ତି କଲଭର୍ଟ, ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ, ଏଭଳି ଅନେକ ଅବ୍ୟବସ୍ଥା ଏକବିଂଶ ଶତାବ୍ଦୀର ଭାରତର ପରିଚୟ ହୋଇପାରିବ ନାହିଁ  । ଏହି ଚିନ୍ତାଧାରା ସହିତ ତିନି ବର୍ଷ ପୂର୍ବେ ଏହି ମିଶନର ଆଧାର ରଖାଯାଇଥିଲା  । ଦେଶର 100ଟି ସହରକୁ ଏଥିପାଇଁ ଚୟନ କରାଗଲା ଏବଂ ସ୍ଥିର କରାଗଲା ଯେ 2 ଲକ୍ଷ କୋଟି ରୁ ଅଧିକ ପୁଂଜି ନିବେଶ ଦ୍ୱାରା ଏଗୁଡିକ ବିକଶିତ କରାଯିବ  । ବିକାଶ ଏଭଳି କରାଯିବ ଯେଉଁଠି ନୂତନ ଶରୀରରେ ପୁରୁଣା ଆତ୍ମା ଥିବ, ସଂସ୍କୃତି ଯେଉଁଠିର ପରିଚୟ ହେବ, ସ୍ମାର୍ଟ ନେସ, ଏହା ତାର ଜୀବନ ହେବ  । ଏଭଳି ଜୀବନ୍ତ ସହର ବିକଶିତ କରିବା କ୍ଷେତ୍ରରେ ଆମେ ଦୃତ ଗତିରେ ଅଗ୍ରସର ହେଉଛୁ  ।

ବନ୍ଧୁଗଣ, ଆମ ସରକାରଙ୍କ ପାଇଁ ସ୍ମାର୍ଟ ସିଟି କେବଳ ଏକ ପ୍ରୋଜେକ୍ଟ ନୁହେଁ ବରଂ ଆମ ପାଇଁ ଏକ ମିଶନ  ।  Mission to transformation, mission to transform, mission to transform the nation, ଏହି ମିଶନ ଆମ ସହରଗୁଡିକୁ ନିଉ ଇଣ୍ଡିଆର ନୂତନ ଆହ୍ୱାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିବ  । ଏକବିଂଶ ଶତାବ୍ଦୀର ଭାରତରେ ବିଶ୍ୱସ୍ତରୀୟ ସ୍ମାର୍ଟ ସହରୀ କେନ୍ଦ୍ର ପ୍ରତିଷ୍ଠା ହେବ  । ଏହା ଦେଶର ସେହି ଯୁବଗୋଷ୍ଠିଙ୍କର ଆକାଂକ୍ଷାଗୁଡିକର ପ୍ରତିନିଧିତ୍ୱ କରେ ଯାହା କେବଳ ଉତ୍ତମ ନୁହେଁ ସର୍ବୋତ୍କୃଷ୍ଟ ଚାହାଁନ୍ତି । ଏହା ଆମର ଉତ୍ତରଦାୟିତ୍ୱ, ଏହା ଆମର ପ୍ରତିବଦ୍ଧତା ଯେ ଏହା ଆମ ପିଢି ପାଇଁ ଭବିଷ୍ୟତ ବ୍ୟବସ୍ଥାଗୁଡିକର ନିର୍ମାଣ ହେଉ  । ଏଠାରେ ଜୀବନପାଞ୍ଚ-ଇ (Five E)  ଉପରେ ଆଧାରିତ ହେଉ ଏବଂ ପାଞ୍ଚ-ଇ  ଯାହା ସହଜ ଜୀବନଧାରଣ, ଶିକ୍ଷା, ନିଯୁକ୍ତି, ଅର୍ଥବ୍ୟବସ୍ଥା ଏବଂ ଅବସରବିନୋଦ ।

ଏବଂ ଯେତେବେଳେ ମୁଁ ଆପଣମାନଙ୍କ ଭଳି ସହରର ମେୟରଙ୍କ ସହିତ, ମ୍ୟୁନିସିପାଲ କମିଶନର ଅବା ସିଇଓଙ୍କ ସହିତ ଆଲୋଚନା କରେ ସେତବେଳେ ଏକ ନୂତନ ଆଶା ଦେଖାଯାଏ  । ସ୍ମାର୍ଟ ସିଟି ମିଶନର ପ୍ରକ୍ରୀୟାର ଢାଂଚା ଜନ ଭାଗିଦାରୀ, ଜନ ଆକାଂକ୍ଷା ଏବଂ ଜନ ଦାୟିତ୍ୱ, ଏହି ତିନୋଟି ଉପରେ ଆଧାରିତ  । ନିଜ ସହରରେ ଏହିଭଳି ଯୋଜନା ଆରମ୍ଭ ହେଉ, ଏହା ସହରର ଲୋକମାନେ ନିଜେ ନିର୍ଣ୍ଣୟ କରିଛନ୍ତି  । ସେମାନଙ୍କର ଚିନ୍ତାଧାରା ସହରଗୁଡିକର ସ୍ମାର୍ଟ ସିଟି ଭିଜନର ଆଧାର ହୋଇଛି ଏବଂ ଏହା ଉପରେ ଆଜି ଦୃତ ଗତିରେ କାର୍ଯ୍ୟ ପ୍ରଗତି କରୁଛି  ।

ମୋତେ ଏହା  ସନ୍ତୋଷ  ପ୍ରଦାନ କରେ ଯେ ଏଠାରେ କେବଳ ନୂତନ ବ୍ୟବସ୍ଥାର ନିର୍ମାଣ ହେଉଛି ବରଂ ଅର୍ଥର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉଛି  । ପୁନେ, ହାଇଦ୍ରାବାଦ ଏବଂ ଇନ୍ଦୋର ପୌରସଂସ୍ଥାମ୍ୟୁନିସିପାଲ ବଣ୍ଡ ଜରିଆରେ ପାଖାପାଖି ସାଢେ ପାଂଚ ଶହ କୋଟି ଟଙ୍କା ଯୋଗାଡ କରିଛନ୍ତି  । ଏବେ ଲକ୍ଷ୍ନୌ ଏବଂ ଘାଜିଆବାଦରେ ମଧ୍ୟ ଅତି ଶୀଘ୍ର ଏହି ପ୍ରକ୍ରୀୟା ଆରମ୍ଭ ହେବାକୁ ଯାଉଛି  । ଏହି ମ୍ୟୁନିସିପାଲ ବଣ୍ଡ ସରକାରଙ୍କ ଉପରେ ଆର୍ଥିକ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବ  । ମୋର ବାକି ସହରମାନଙ୍କୁ ମଧ୍ୟ ନିବେଦନ ଯେ ସେମାନେ ମଧ୍ୟ ଏହି ପ୍ରକାର ପଦକ୍ଷେପ ପାଇଁ ଆଗକୁ ଆସନ୍ତୁ  ।

ବନ୍ଧୁଗଣ, ସହରଗୁଡିକର ସ୍ମାର୍ଟ ହେବା, ବ୍ୟବସ୍ଥା ଟେକ୍ନୋଲଜି ସହିତ ସଂଯୋଗ କରିବା, ଏହା ରବଗ୍ଦର କ୍ଟଲ କ୍ଷସଙ୍ଖସଦ୍ଭଶ କୁ ସୁନିଶ୍ଚିତ କରୁଛି  । ଆଜି ଆପଣମାନେ ଅନୁଭବ କରିପାରିବେ ଯେ କେଉଁଭଳି ସେବାକୁ ଅନଲାଇନ କରାଯାଇଛି, ଯାହାର କାରଣ ଏବେ ସାଧାରଣ ଲୋକଙ୍କୁ ଧାଡିରେ ଛିଡା ହେବାକୁ ପଡୁନାହିଁ  । ଏହି ଧାଡି ମଧ୍ୟ ଦୁର୍ନିତୀର ମୂଳ  । ଆଜି ଆପଣମାନଙ୍କୁ କୌଣସି ବିଲ ପ୍ରଦାନ କରିବାକୁ ହେଲେ, କୌଣସି ସୁବିଧା ପାଇଁ ଆବେଦନ କରିବାକୁ ହେଲେ, କୌଣସି ସାର୍ଟିଫିକେଟ ଦରକାର, ଅବା ଛାତ୍ର ବୃତ୍ତି, ପେନସନ, ପ୍ରୋଭିଡେଣ୍ଟ ଫଣ୍ଡ ଭଳି ଅନେକ ସୁବିଧା ଆଜି ଅନଲାଇନରେ ଉପଲବ୍ଧ, ଆଜି ଶାସନ ବ୍ୟବସ୍ଥା ମଧ୍ୟ ସ୍ମାର୍ଟ ହେଉଛି ଯାହାଦ୍ୱାରା ପାରଦର୍ଶିତା ସୁନିଶ୍ଚିତ ହୋଇପାରିଛି  । ଏବଂ ଏଥିପାଇଁ ଦୁର୍ନିତୀ କ୍ଷେତ୍ରରେ ହ୍ରାସ ହୋଇପାରିଛି  ।

ବନ୍ଧୁଗଣ, ସ୍ମାର୍ଟ, ନିରାପଦ, ଦୀର୍ଘସ୍ଥାୟୀ ଏବଂ ପାରଦର୍ଶୀ ବ୍ୟବସ୍ଥାଗୁଡିକ ଦେଶର କୋଟି କୋଟି ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି  । ଏହା ଯାହା ବି ବ୍ୟବସ୍ଥା କରାଯାଉଛି ତାହା ସମସ୍ତଙ୍କ ପାଇଁ  । ଏଥିରେ ଉଚ୍ଚ -ନୀଚ, ସଂପ୍ରଦାୟ, ଛୋଟ-ବଡ, ଏଭଳି କୌଣସି ସୀମା ନାହିଁ, ନା ତାହା ଆଧାର,କେବଳ ବିକାଶ, ଏହା ହିଁ ହେଉଛି ମନ୍ତ୍ର  ।  କୌଣସି ଭେଦ ନାହିଁ, ଭେଦଭାବ ନାହିଁ  । ଜନ-ଭାଗିଦାରୀ,ରାଜ୍ୟମାନଙ୍କର ଭାଗିଦାରୀ, ସ୍ଥାନୀୟ ନଗର ନିଗମର ଭାଗିଦାରୀ ଦ୍ୱାରା ଏହିସବୁ ସମ୍ଭବ ହୋଇପାରିବ  । ‘ସବକା ସାଥ ସବକା ବିକାଶ’ ଏବଂ ଟିମ ଇଣ୍ଡିଆର ଚିନ୍ତାଧାରା ନିଉ ଇଣ୍ଡିଆର ସଂକଳ୍ପ ସିଦ୍ଧ କରିବାକୁ ଯାଉଛି  ।

ଏବଂ ମୁଁ ଆଜି ଯୋଗୀଜୀଙ୍କ ସହିତ ଯେତେବେଳେ ଆଲୋଚନା କରୁଥିଲି ସେତେବେଳେ ସେ ଏକ ଭଲ ଖବର ଦେଇଥିଲେ  । ଦେଖନ୍ତୁ, କିଛି କଥା ଏପରି ଅଛି ଯେଉଁ ଦେଶରେ ଯଦି ଆମେ ଆମ ଦେଶର ନାଗରିକଙ୍କ ଉପରେ ଭରସା ରଖିବା, କିଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବା  । ଏବଂ ଦୁର୍ଭାଗ୍ୟବଶତଃ ପୂର୍ବରୁ ନେତାମାନଙ୍କୁ ଭୋଟ ବେଳେ ନାଗରିକମାନେ ମନେପଡୁଥିଲେ  । ଯଦି ଆମେ ପ୍ରକୃତରେ ନାଗରିକମାନଙ୍କର ଶକ୍ତି ଏବଂ ସଦଭାବନାକୁ ଦେଖିବା ଏବଂ ତାକୁ ମୂଲ୍ୟାୟନ କରିବା ତେବେ କିଭଳି ପରିଣାମ ମିଳିଥାଏ, ଯୋଗୀ ଜୀ ମୋତେ କହୁଥିଲେ  । ଆପଣମାନଙ୍କୁ ଜଣାଅଛି ଯେ ମୁଁ ଗୋଟିଏ ଥର 15 ଅଗଷ୍ଟରେ ଲାଲ କିଲ୍ଲାରୁ କହିଥିଲି ଯେ ଯଦି ଆପଣ ରୋଜଗାର କରୁଛନ୍ତି ଗୋଟିଏ ଗ୍ୟାସ ରିହାତିରେ କଣ ଅଛି, କାହିଁକି ନେଉଛନ୍ତି ସେହି ଗ୍ୟାସର ରିହାତି ? ଏହି ଦେଶରେ ରିହାତି, ରାଜନୀତି ସହିତ ଏପରି ଜଡିତ, କୌଣସି ଏଭଳି କଥା କହିବା ପାଇଁ ସାହସ କରୁନାହାଁନ୍ତି, ଆମେ କଲୁ ଏବଂ ଦେଶକୁ ଗର୍ବିତ ହେବା ଆବଶ୍ୟକ ପାଖାପାଖି କୋଟି କୋଟି ପରିବାର ଗ୍ୟାସ ରିହାତି ପରିତ୍ୟାଗ କରିଦେଲେ  ।

ସେ କଥା ତ ଲାଲ କିଲାରୁ କହିଥିଲି କିନ୍ତୁ ଦେଶର ମାନସିକତା ଦେଖନ୍ତୁ – ରେଳ ବିଭାଗ ନିଜ ରିଜର୍ଭେସନ ଫର୍ମରେ ସେଥିରେ ଏକ ସ୍ତମ୍ଭ ଏବେ କରିଛନ୍ତି, ନୂତନ ନୂତନ କଲମ କରିଛନ୍ତି, ଏବେ କିଛି ମାସ ପୂର୍ବରୁ କରିଛନ୍ତି  । ଅଧିକ ବିଜ୍ଞାପନ ମଧ୍ୟ କରିନାହାଁନ୍ତି, ଏମିତି ହିଁ ଲେଖିଛନ୍ତି  । ଏବଂ ସେଥିରେ ଆମକୁ ଜଣାଅଛି ଯେ ରେଳରେ ଯେଉଁ ବରିଷ୍ଠ ନାଗରିକ ଯାତ୍ରା କରୁଛନ୍ତି ସେମାନଙ୍କୁ  Concessionମିଳୁଛି, ରିହାତି ମିଳୁଛି  । କଣ ରୋଜଗାର କରୁଛନ୍ତି, କିଛି ନୁହେଁ, ଆପଣଙ୍କ ବୟସ ଏତେ ହୋଇଯାଇଛି ଯେ ଆପଣମାନଙ୍କୁ ଏହି ଲାଭ ମିଳିବ  । ସେମାନେ ଲେଖିଥିଲେ, ଯଦି ଆପଣଙ୍କୁ,ଆପଣ ରୋଜଗାର କରୁଛନ୍ତି, ଯଦି ଆପଣ ଏହି ଯେଉଁ ରିହାତି ଅଛି ପରିତ୍ୟାଗ କରିବାକୁ ଚାହୁଁଛନ୍ତି,ଏହି କଲମରେ ଟିକ୍ ମାର୍କ କରନ୍ତୁ  । ମୁଁ ଏହା ଜାଣି ଖୁସି ହେଲି ଯେ ଏତେ କମ ସମୟ ମଧ୍ୟରେକୌଣସି ବିଜ୍ଞାପନ ନାହିଁ, କୌଣସି ନେତାଙ୍କ କଥା ନୁହେଁ, କିଛି ନାହିଁ, ଦେଶର 40 ଲକ୍ଷରୁ ଅଧିକ ରେଳ ଯାତ୍ରା କରିଥିବା ଲୋକ ନିଜର ସବସିଡି ପରିତ୍ୟାଗ କରିଛନ୍ତି, ଏହା କିଛି କମ କଥା ନୁହେଁ  ।

ଆଜି ମୋତେ ଯୋଗୀ ଜୀ କହିଥିଲେ ଯେ ଉତ୍ତର ପ୍ରଦେଶର ଗ୍ରାମାଂଚଳରେ ଯେଉଁ ଲୋକମାନଙ୍କୁ ପୂର୍ବରୁ ବାସଗୃହ ମିଳିଥିଲା, କିଛି ଲୋକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥିଲା, କିଛି ଲୋକ ସେଠାରୁ ସହରକୁ ପଳାଇଥିଲେ, ପୁତ୍ର ରୋଜଗାର କରିବାକୁ ଗଲେ ଏବଂ ସେଠାରେ ବସବାସ କରି ରହିଗଲେ । ଏବଂ ଉତ୍ତର ପ୍ରଦେଶ ସରକାର ନିବେଦନ କରିଥିଲେ ଯେ ଯଦି ଆପଣମାନଙ୍କ ସ୍ଥିତିରେ ଉନ୍ନତି ଆସିଛି ଏବଂ ଆପଣଙ୍କ ପାଖରେ ପୂର୍ବରୁ ସରକାରଙ୍କ ପ୍ରଦତ୍ତ ବାସଗୃହ ରହିଛି, ଯଦି ଆପଣ ସେହି ବାସଗୃହ ସରକାରଙ୍କୁ ଫେରସ୍ତ କରିବେ ତେବେ ସେହି ବାସଗୃହକୁ ଆମେ କୌଣସି ଗରିବକୁ ପ୍ରଦାନ କରିବାକୁ ଚାହୁଁଛୁ  । ମୋ ପାଇଁ ଏତେ ଖୁସିର କଥା ଯେ ମୋ ଉତ୍ତର ପ୍ରଦେଶର 46 ହଜାର ଲୋକ ନିଜ ଘର ଫେରସ୍ତ କରିଥିଲେ, ଏହା କିଛି କମ କଥା ନୁହେଁ  ।

ଆମ ଦେଶରେ ଏଭଳି ମାନସିକତା ଥିଲା ଯେ ଯେପରିକି ସବୁ ଲୋକ ଚୋର, ସମସ୍ତେ ଏଭଳି କରିବେ  । ଏହା ତ ଆବଶ୍ୟକ ନୁହେଁ , ଆମେ ଦେଶର ନାଗରିକମାନଙ୍କ ଉପରେ ଭରସା କରୁ, ଦେଶ ଚଲାଇବାକୁ ଆମଠାରୁ ଅଧିକ ଶକ୍ତି ମୋ ଦେଶବାସୀଙ୍କ ପାଖରେ ରହିଛି, ଏହା ଆମ ଭିତରେ ବିଶ୍ୱାସ ରହିବା ଦରକାର  । ଦେଶକୁ ବଦଳାଇବା ପାଇଁ କିଭଳି ଭାବେ ଲୋକମାନେ ଆଗକୁ ଆସୁଛନ୍ତି, ଏକ ସଚ୍ଚୋଟତାର ବାତାବରଣ ହୋଇଛି  । ପୂର୍ବ ତୁଳନାରେ ଏବେ ଅଧିକ ଲୋକ ଟିକସ ଦେବା ପାଇଁ ଆସୁଛନ୍ତି  । ସହରରେ ଯଦି ସୁବିଧା ମିଳୁଛି ତେବେ ଲୋକମାନେ ଟିକସ ଦେବାକୁ ପ୍ରସ୍ତୁତ ହେଉଛନ୍ତି  । ତାଙ୍କୁ ଭରସା ହୋଇଛି ଯେ ପ୍ରତ୍ୟେକ ଟଙ୍କା ସଠିକ ଭାବେ ଖର୍ଚ୍ଚ ହେବ, ନିଜ ବଙ୍ଗଳାରେ ଖର୍ଚ୍ଚ ହେବନି,ତେବେ ଦେଶର ସାଧାରଣ ନାଗରିକ ପଇସା ଦେବା ପାଇଁ ପ୍ରସ୍ତୁତ ହୋଇଯାଇଛି  ।

ଏବଂ ଏଥିପାଇଁ ସମସ୍ତଙ୍କୁ ପୁନର୍ବାର ଏହି ମିଶନ ପାଇଁ, ଯେଉଁ କାର୍ଯ୍ୟ ଆପଣମାନେ କରିଛନ୍ତି ଏବଂ ଯାହା ଆମ ଦେଶ ନଗର ନିଗମରୁ ସମସ୍ତ ବିଜ୍ଞ ବ୍ୟକ୍ତିମାନେ ଆସିଛନ୍ତି, ତାଙ୍କୁ ମଧ  । ମୋର ବିଶ୍ୱାସ ଯେ ଆଗାମୀ ଦିନରେ ଆହୁରୀ ମଧ୍ୟ ସହର ଆଗକୁ ଆସିବେ, ଯେଉଁମାନେ ଆଗକୁ ଅଗ୍ରସର ହୋଇସାରିଛନ୍ତି – କିନ୍ତୁ ନୂଆ ଲୋକମାନେ ଆଗକୁ ଆସିବେ  । ନୂଆ ସହରରେ କ୍ଷମତା ରହିଛି,ନେତୃତ୍ଵ ପ୍ରଦାନ କରନ୍ତୁ  । ସେଠାକାର କମିଶନର ହୁଅନ୍ତୁ, ସେଠାକାର ମେୟର ହୁଅନ୍ତୁ, ସେଠାକାରCEO  ହୁଅନ୍ତୁ- ଟିକେ ମନଧ୍ୟାନ ଦେଇ ଗୋଟିଏ ଲକ୍ଷ୍ୟ ପ୍ରସ୍ତୁତ କରନ୍ତୁ  । ଆପଣଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ମୁଁ ଅପେକ୍ଷାରତ  । ଏବେ ମୋତେ ଆପଣମାନଙ୍କୁ ସମ୍ମାନିତ କରିବାର ସୁଯୋଗ ଦିଅନ୍ତୁ  । ମୁଁ ହିନ୍ଦୁସ୍ଥାନର ସମସ୍ତ ସହରକୁ ନିମନ୍ତ୍ରିତ କରୁଛି, ମୁଁ ସମ୍ମୁଖରୁ ଆପଣମାନଙ୍କ ସମ୍ମାନ କରିବାକୁ ଚାହୁଁଛି, ମୋତେ ଆପଣମାନଙ୍କୁ ସମ୍ମାନ କରିବାର ସୁଯୋଗ ଦିଅନ୍ତୁ,  ଏତିକ ଭଲ କର୍ମ କରିକି ଆସନ୍ତୁ  ।

ପୁନର୍ବାର ସଫଳତା ପ୍ରାପ୍ତ କରିଥିବା ଲୋକଙ୍କୁ ଅନେକ ଅନେକ ଶୁଭକାମନା, ସଫଳତା ପାଇଁ ପ୍ରଚେଷ୍ଟା କରିଥିବା ଲୋକଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା  ।

ବହୁତ ବହୁତ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।