government has initiated number of measures to empower women by giving them opportunities to shine: PM
Over 70% people who have got loans under Mudra Yojana are women: PM Modi
From Panchayats to Parliament, women are leading from the front: PM Modi

 

ମୁଁ ଭାରତୀୟ ବଣିକ ଚାମ୍ବର ମହିଳା ପ୍ରକୋଷ୍ଠକୁ 50ବର୍ଷ ପୂର୍ତ୍ତି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । କୌଣସି ସଂସ୍ଥା ପାଇଁ 50 ବର୍ଷ ଅତିକ୍ରମ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହା ଏପରି ସମୟ ହୋଇଥାଏ କି ବ୍ୟକ୍ତି ହେଉ ଅବା ସଂସ୍ଥା, ତାହା ସୁନା ଭଳି ନିଆଁରୁ ତରଳି ବାହାରିଥାଏ, ଚମକିବାରେ ଲାଗିଥାଏ, ଆଉ ବୋଧହୁଏ ଏଥିପାଇଁ 50 ବର୍ଷ ସଂପୂର୍ଣ୍ଣ ହେବାକୁ ସୁବର୍ଣ୍ଣ ଜୟନ୍ତୀ ମଧ୍ୟ କହନ୍ତି । ଆପଣ ଯେଉଁ ସଂସ୍ଥାର ଅଂଶ ଅଟନ୍ତି ତାହାର ଏକ ଗୌରବଶାଳୀ ଇତିହାସ ରହିଛି । ସ୍ୱଦେଶୀ ଆନ୍ଦୋଳନର ପୃଷ୍ଠଭୁମିରେ ଏହା ସ୍ଥାପନ ହୋଇଥିଲା । ଆପଣମାନେ ମଧ୍ୟ ବିଗତ 50ବର୍ଷ ମହିଳାମାନଙ୍କ ପାଇଁ କାମ କରି, କିଛି ନା କିଛି ଯୋଗଦାନ ଦେଇଛନ୍ତି; ଆଉ ଏଥିପାଇଁ ଆପଣଙ୍କ ସଂସ୍ଥା ପ୍ରଶଂସାର ପାତ୍ର ଅଟେ । ଆଉ ବିଗତ 50ବର୍ଷରେ ଯେଉଁ ଯେଉଁ ଲୋକମାନେ ଏହାର ନେତୃତ୍ୱ ନେଇଛନ୍ତି, ଏହାକୁ ଆଗକୁ ବଢାଇଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ ।

ଆଜି ଯେଉଁ ଆର୍ଥôକ ସାମର୍ଥ୍ୟର ବିଷୟରେ ଯେବେ ଆସିଥାଏ, ନିଷ୍ପତ୍ତି ନେବାରେ ଭାଗିଦାରୀର କଥା ଆସିଥାଏ, ଯେତେବେଳେ ମଧ୍ୟ ମହିଳାମାନଙ୍କ ଭିତରେ ଆର୍ଥିକ ସାମର୍ଥ୍ୟ ବଢିଛି; ନିଷ୍ପତ୍ତି ନେବାରେ ସେମାନଙ୍କ ଭାଗିଦାରୀ ମଧ୍ୟ ବଢିଛି । ଆପଣ ଯେ କୌଣସି ସେକ୍ଟର ମଧ୍ୟ ଦେଖନ୍ତୁ; ଯେଉଁଠାରେ ମହିଳାମାନଙ୍କୁ ଉପଯୁକ୍ତ ସୁଯୋଗ ମିଳିଛି, ସେମାନେ ପୁରୁଷ ମାନଙ୍କଠାରୁ ଦୁଇପାଦ ଆଗକୁ ବଢିଯାଇଛନ୍ତି ।

ଆଜି ଦେଶର ମହିଳାମାନେ ଲଢୁଆ ଜେଟ ବିମାନ ଉଡାଉଛନ୍ତି, ମହାକାଶକୁ ଯାଉଛନ୍ତି, ଅଲମ୍ପିକରେ ଦେଶ ପାଇଁ ପଦକ ଆଣୁଛନ୍ତି । ପଂଚାୟତରୁ ନେଇ ପାର୍ଲାମେଂଟ ପର୍ଯ୍ୟନ୍ତ, ଗାଁର କୂଅ ମୂଳରୁ ସିଲିକନ୍ ଭ୍ୟାଲି ପର୍ଯ୍ୟନ୍ତ ଭାରତୀୟ ମହିଳାମାନଙ୍କର ଦଖଲ ରହିଛି । ଆଉ ଏଥିପାଇଁ ଏଇ କଳ୍ପନା କି ଭାରତର ମହିଳାମାନେ ହେଉଛନ୍ତି କେବଳ ଘରୋଇ, ଏହା ଏକ କାଳ୍ପନିକ କଥା । ଯଦି ଆମେ ଭାରତର କୃଷି କ୍ଷେତ୍ରକୁ ଦେଖିବା, ଡାଏରୀ ଉଦ୍ୟୋଗକୁ ଦେଖିବା, କେହି ଏ କଥାକୁ ଅସ୍ୱୀକାର କରିପାରିବେ ନାହିଁ କି ଭାରତର କୃଷି କ୍ଷେତ୍ରକୁ ଏବଂ ପଶୁପାଳନ କ୍ଷେତ୍ରକୁ ଯଦି ସବୁଠାରୁ ବଡ ଯୋଗଦାନ କାହାର ଅଛି; ତ ନାରୀ ଶକ୍ତିର ଅଛି ।

ଯଦି ଆପଣ ଆଦିବାସୀ ଅଂଚଳକୁ ଚାଲିଯିବେ, ସେଠାରେ ପୁରୁଷଙ୍କ କାମଧନ୍ଦା ଦେଖିବେ ତ ଆପଣଙ୍କୁ ଅନ୍ଦାଜ ଆସିଯିବ, ଆଉ ସଂଧ୍ୟା ପରେ ତ ଅବସ୍ଥା କ’ଣ ହୋଇଥାଏ, ଆଉ ଆଦିବାସୀ ଅଂଚଳକୁ ଯାଆନ୍ତୁ ମହିଳାମାନେ ଯେଉଁ ପ୍ରକାରରେ ଘର ଚଳାନ୍ତି, ଆର୍ଥିକ ତତ୍ପରତା ଦେଖାନ୍ତି, ସେମାନଙ୍କ ପାଖରେ ଯେଉଁ କଳା ଅଛି, କୌଶଳ ଅଛି, କୁଟୀର ଶିଳ୍ପ ଅଛି; ଆଦିବାସୀ ମହିଳାମାନଙ୍କ ପାଖରେ ଯେଉଁ ଦକ୍ଷତା ଥାଏ, ଯେଉଁ ସାମର୍ଥ୍ୟ ଥାଏ, ଆମମାନଙ୍କର ସେ ଆଡକୁ ଧ୍ୟାନ ଯାଇ ନ ଥାଏ; ଆଉ ମୁଁ ମାନୁଛି ଯେ, ପ୍ରତ୍ୟେକ ବ୍ୟକ୍ତି ଭିତରେ ଜଣେ ଉଦ୍ୟମୀ ମଧ୍ୟ ଥାଏ, ବ୍ୟବସାୟକୁ ବୁଝିବାର ଶକ୍ତି ଥାଏ । ଖାଲି ତାକୁ ଉପଯୁକ୍ତ ସୁଯୋଗ ଏବଂ ମାର୍ଗ ଦର୍ଶନ ଦେବାର ଆବଶ୍ୟକତା ରହିଥାଏ ।

ଦେଶରେ କେତେକ ସ୍ଥାନରେ ଦୁଗ୍ଧ ବ୍ୟବସାୟରେ ଯେଉଁ ମହିଳାମାନେ ଯୋଡି ହୋଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧା ପଇସା ହସ୍ତାନ୍ତର କରାଯାଉଛି । ଆଉ ମୁଁ ଯେଉଁଠାରେ ଡାଏରୀ ଉଦ୍ୟୋଗର ଲୋକଙ୍କ ସହିତ ମିଶିଥାଏ ମୁଁ ଅନୁରୋଧ କରିଥାଏ କି ଆପଣ ଡାଏରୀ ଉଦ୍ୟୋଗ ସମ୍ବନ୍ଧରେ କ୍ଷୀର ଭରିବା ପାଇଁ ଯେବେ ମହିଳାମାନେ ଆସିଥାନ୍ତି, ସେମାନେ ନଗଦ ବଦଳରେ ଭଲ ହେବ ସେହି ପଶୁପାଳକ ମହିଳାମାନଙ୍କର ହିଁ ଅଲଗା ବ୍ୟାଙ୍କ ଖାତା ହେଉ, ସେହି ମହିଳାମାନଙ୍କର ବ୍ୟାଙ୍କ ଖାତାରେ ପଇସା ଜମା ହେଉ । ଆପଣ ଦେଖନ୍ତୁ, ସେହି ଗାଁର ଗରିବ ମହିଳା ମଧ୍ୟ ଯେଉଁ ଗୋଟିଏ ଗାଈ, ଗୋଟିଏ ମଇଁଷୀ ପାଳିଥାଏ ଯେତେବେଳେ ତା’ ଖାତାରେ ବ୍ୟାଙ୍କରେ ପଇସା ଜମା ହୋଇଥାଏ ସେ ଏକ ସଶକ୍ତିକରଣ ଅନୁଭବ କରିଥାଏ; ପୂରା ଘରେ ତା ସ୍ୱରକୁ ଧ୍ୟାନ ଦିଆଯାଇଥାଏ, ତା’ କଥାକୁ ଶୁଣା ଯାଇଥାଏ । ଯେ ପର୍ଯ୍ୟନ୍ତ ଏହାକୁ ଏକ ମାଳାରେ ଗୁନ୍ଥାଯାଏ ନାହିଁ; ତାର ସବୁ ପରିଶ୍ରମ ଖେଳେଇ ହୋଇଯାଏ । ଆଉ ଏଥିପାଇଁ ଏହି ଛୋଟ-ଛୋଟ ପରିବର୍ତ୍ତନ ମଧ୍ୟ ଏକ ନୂଆ ଶକ୍ତି ଦେଇଥାଏ ।

ଆଜି ଦେଶରେ ହଜାର ହଜାର ଦୁଗ୍ଧ ସମିତିକୁ ମହିଳାମାନେ ଚଳାଉଛନ୍ତି । କେତେକ ବ୍ରାଣ୍ଡ ଏଥିପାଇଁ ସଫଳତା ପାଇଛି କାରଣ ତାଙ୍କ ପଛରେ ମହିଳାମାନଙ୍କର ଶକ୍ତି ଥିଲା, ମହିଳାମାନଙ୍କର ପରିଶ୍ରମ ଥିଲା, ତାଙ୍କର ବ୍ୟବସାୟିକ କୌଶଳ ଥିଲା । ଏହି ବ୍ରାଣ୍ଡ ଆଜି ସାରା ଦୁନିଆର ବଡ଼ ମ୍ୟାନେଜମେଂଟ ସ୍କୁଲମାନଙ୍କ ପାଇଁ ତଥ୍ୟ ଅଧ୍ୟୟନର ବିଷୟ ହୋଇଯାଇଛି । ଏବେ ଆପଣ ଲିଜ୍ଜତ ପାମ୍ପଡର କଥା ଦେଖନ୍ତୁ, ଗୋଟିଏ ସମୟରେ କିଛି ଆଦିବାସୀ ମହିଳାମାନେ ମିଳିମିଶି ଲିଜ୍ଜତ ପାମ୍ପଡ ଆରମ୍ଭ କରିଥିଲେ, ଗୋଟିଏ ପ୍ରକାରରେ କୁଟୀର ଉଦ୍ୟୋଗ ଭାବରେ ଆରମ୍ଭ ହେଲା, ଆଉ ଆଜି ଲିଜ୍ଜତ ପାମ୍ପଡ ଆଜି କେଉଁଠାରୁ କେଉଁ ପର୍ଯ୍ୟନ୍ତ ନିଜର ସ୍ଥାନ ତିଆରି କରି ନେଇଛି; ଆପଣ ଅମୂଲକୁ ଦେଖନ୍ତୁ, ପ୍ରତ୍ୟେକ ଘରେ ଅମୂଲ ପରିଚିତ ହୋଇପାରିଛି । ହଜାର ହଜାର ମହିଳା ଦୁଗ୍ଧ ମଣ୍ଡଳୀମାନଙ୍କ ଦ୍ୱାରା ତା’ ଭିତରେ ବହୁତ ବଡ଼ ପରିଚାଳନାରେ ଆଉ ଯୋଗଦାନ ହୋଇଥାନ୍ତି; ଆଉ ତାହାର ପରିଣାମ ଏହା ଯେ ସେମାନେ ନିଜର ଏକ ପରିଚୟ ସୃଷ୍ଟି କଲେ, ଏକ ସ୍ଥାନ ତିଆରି କରିଛନ୍ତି । ଆମ ଦେଶରେ ମହିଳାମାନଙ୍କ ମଧ୍ୟରେ ସଂଯମ ମଧ୍ୟ ଅଛି, ସମାର୍ଥ୍ୟ ମଧ୍ୟ ଅଛି, ଆଉ ସଫଳତା ପାଇଁ ସଂଘର୍ଷ କରିବାର ସାହସ ମଧ୍ୟ ଅଛି । ଆପଣ ମାନଙ୍କ ଭଳି ସଂସ୍ଥାମାନେ ସେମାନଙ୍କୁ ସଠିକ୍ ରାସ୍ତା ମଧ୍ୟ ଦେଖାଇବାରେ ସାହାଯ୍ୟ କରିପାରିବେ ।

ଭାରତୀୟ ବଣିକ ଚାମ୍ବର ସହିତ ଆଉ ଏକ ଗୌରବ ମଧ୍ୟ ଯୋଡି ହୋଇଛି । ଆଉ ସେହି ଗୌରବ ହେଉଛି ସ୍ୱୟଂ ମହାତ୍ମା ଗାନ୍ଧୀ ମଧ୍ୟ ଭାରତୀୟ ବଣିକ ଚାମ୍ବରର ସଦସ୍ୟ ଥିଲେ ।

ଯେଉଁ ଲୋକମାନେ ଗାନ୍ଧିଜୀଙ୍କ ବିଷୟରେ ବହୁତ ଅଧ୍ୟୟନ କରିଥିବେ ତାଙ୍କ ଧ୍ୟାନକୁ ଏକ ନାମ ଆସିଥିବ; ସେହି ନାମର ଯେତେ ବଡ଼ ଚର୍ଚ୍ଚା ହେବା ଦରକାର, ତାହା ହୋଇ ନାହିଁ । ଆଉ ଆଜି ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବି କି ଯେଉଁ ନାମ ମୁଁ ଉଲ୍ଲେଖ କରୁଛି, ଆପଣ ମଧ୍ୟ ଚେଷ୍ଟା କରନ୍ତୁ; ଗୁଗୁଲ୍ ଗୁରୁଙ୍କ ପାଖକୁ ଯାଇ ଟିକେ ପଚାରନ୍ତୁ କି କେଉଁ ନାମର ମୁଁ ଚର୍ଚ୍ଚା କରୁଛି, ଆଉ ସେହି ନାମ ହେଉଛି ଗଙ୍ଗା ୱା । ବହୁତ କମ୍ ଲୋକଙ୍କୁ ବୋଧହୁଏ ଏହି ଗଙ୍ଗା ୱା ବିଷୟରେ ଜଣାଥିବ । ମହାତ୍ମା ଗାନ୍ଧୀ ଆଫ୍ରିକାରୁ ଭାରତ ଫେରିଲେ, ସାବରମତି ଆଶ୍ରମରେ ତାଙ୍କର ସାର୍ବଜନିନ ଜୀବନ ପ୍ରାରମ୍ଭ ହେଲା । ତ ସେହି ଗାଁରୁ ଜଣାପଡିଲା, ଆଜକୁ 100 ବର୍ଷ ପୂର୍ବ ଘଟଣାର ଏହା ହେଉଛି କଥା! କି କେଉଁ ଗଙ୍ଗା ୱା ଥିଲେ ଯିଏ ବହୁତ କମ୍ ବର୍ଷ ବୟସରୁ ବିଧବା ହୋଇଗଲେ ଆଉ ସେ ସମାଜର ରୀତିଗୁଡିକ ବିରୁଦ୍ଧରେ ଲଢାଇ କରି ସେ ପୁଣି; ନିଜର ଶିକ୍ଷା ଆରମ୍ଭ କଲେ, ପଢିବା ଆରମ୍ଭ କଲେ । ବହୁତ କମ୍ ବର୍ଷ ବୟସରୁ ବିଧବା ହୋଇ ଯାଇଥିଲେ, ସେ ସମୟରେ ତ, 10 ବର୍ଷ ବୟସ ହୋଇଥିବ ବୋଧହୁଏ । ଆଉ ମହାତ୍ମା ଗାନ୍ଧୀ ଗଙ୍ଗା ୱାକୁ କହୁଥିଲେ ବଡ଼, ବଡ ସାହସୀ ମହିଳା ଥିଲେ । ଯେତେବେଳେ ଗାନ୍ଧିଜୀ ତାଙ୍କ ବିଷୟରେ ଶୁଣିଲେ ତ ଗାନ୍ଧିଜୀ ସାବରମତି ଆଶ୍ରମରୁ ତାଙ୍କୁ ଭେଟିବା ପାଇଁ ଚାଲିଗଲେ । ଆଉ ଯେତେବେଳେ ଗାନ୍ଧିଜୀ ଗଙ୍ଗା ୱାଙ୍କୁ ଭେଟିଲେ ତ ଗଙ୍ଗା ୱା ଗାନ୍ଧିଜୀଙ୍କୁ ଏକ ଉପହାର ଦେଇଥିଲେ, ଏକ ଗିଫ୍ଟ୍ ଦେଇଥିଲେ ।

ଆଉ ଆଜି ଯେଉଁ ସ୍ୱାଧୀନତା ଆନ୍ଦୋଳନ ସହିତ ଯେଉଁ ଚରଖା ଗାନ୍ଧିଜୀଙ୍କ ସହିତ ପ୍ରତି କ୍ଷଣରେ ଦେଖାଯାଉଥିଲା, ସେହି ଚରଖା ଗଙ୍ଗା ୱା ଗାନ୍ଧିଜୀଙ୍କୁ ଉପହାର ଦେଇଥିଲେ । ଆଉ ମହିଳା ସଶକ୍ତିକରଣ କଥା ସେହି ଚରଖା ମାଧ୍ୟମରେ ଗାନ୍ଧିଜୀଙ୍କୁ ପ୍ରେରଣା ଦେଇଥିଲେ । ଏବେ ଗଙ୍ଗା ୱାଙ୍କ ନାମରେ ମହିଳା ସଶକ୍ତିକରଣ ପାଇଁ ମଧ୍ୟ ପୁରସ୍କାର ଦିଆ ଯାଉଛି, ତାଙ୍କ ଜୀବନୀ ବିଷୟରେ ଏକ ପୁସ୍ତକ ମଧ୍ୟ ବାହାରିଛି । ମୋର କହିବାର ତାତ୍ପର୍ଯ୍ୟ ହେଉଛି କି 100 ବର୍ଷ ପୂର୍ବେ ଏକ ନାରୀ ମଧ୍ୟରେ ସେହି ଶକ୍ତି ଥିଲା ଯିଏ ଗାନ୍ଧିଜୀଙ୍କ ସହିତ ମଧ୍ୟ ଆଖିରେ ଆଖି ମିଶାଇ ମହିଳା ସଶକ୍ତି କରଣ ବିଷୟରେ ଖୋଲାଖୋଲି କଥା ହୋଇ ପାରୁଥିଲେ । ଏହା ହେଉଛି ଆମ ଦେଶ ନାରୀର ଶକ୍ତି ।

ଆମ ସମାଜରେ ମଧ୍ୟ ଗୋଟିଏ ନୁହେଁ, ଲକ୍ଷ ଲକ୍ଷ, କୋଟି କୋଟି ଗଙ୍ଗା ୱା ଅଛନ୍ତି, ଖାଲି ସେମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି । ଆଧୁନିକ ଭାରତରେ ମାଆ ଓ ଭଉଣୀଙ୍କୁ ସଶକ୍ତ କରିବା ଦ୍ୱାରା ହିଁ ଦେଶ ଆଗକୁ ବଢି ପାରିବ । ଆଉ ଏହି ଚନ୍ତାଧାରା ସହିତ ସରକାର ପ୍ରଗତିଶୀଳ ନିଷ୍ପତ୍ତି ନେଉଛନ୍ତି । ଯେଉଁଠାରେ ଆଇନ ବଦଳାଇବାର ଆବଶ୍ୟକତା ଅଛି, ସେଠାରେ ଆଇନ ବଦଳାଯାଉଛି, ଯେଉଁଠାରେ ନୂଆ ନିୟମର ଦରକାର ଅଛି, ସେଠାରେ ନୂଆ ନିୟମ ତିଆରି କରାଯାଉଛି । ଏବେ ନିକଟରେ ମାତୃତ୍ୱ ଅଧିନିୟମରେ ପରିବର୍ତ୍ତନ ଆଣି ମାତୃତ୍ୱ କାଳୀନ ଛୁଟିକୁ 12 ସପ୍ତାହରୁ 26 ସପ୍ତାହ କରି ଦିଆଯାଇଛି; 12 ସପ୍ତାହରୁ ସିଧା 26 ସପ୍ତାହ । ଦୁନିଆର ବଡ଼ ବଡ଼, ସମୃଦ୍ଧଶାଳୀ ଦେଶରେ ମଧ୍ୟ ଏମିତି ନିୟମ ନାହିଁ ।

କାରଖାନା ଅଧିନିୟମରେ ମଧ୍ୟ ପରିବର୍ତ୍ତନ କରି ରାଜ୍ୟକୁଡିକୁ ପରାମର୍ଶ ଦିଆଯାଇଛି କି ମହିଳାମାନଙ୍କୁ ରାତିରେ କାମ କରିବାର ସୁବିଧା ପ୍ରଦାନ କରାଯାଉ । ଭିନ୍ନକ୍ଷମ ଅଧିନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇ ଏସିଡ ଆକ୍ରମଣରେ ଯେଉଁ ପୀଡିତା ମହିଳା ଅଛନ୍ତି ସେହି ମହିଳାମାନଙ୍କୁ ସେହି ସହାୟତା, ସେହି ସଂରକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି, ଯାହା ଦିବ୍ୟାଙ୍ଗମାନଙ୍କୁ ମିଳୁଛି । ଏହା ବ୍ୟତୀତ ମୋବାଇଲ ଫୋନ ଦ୍ୱାରା ନାରୀ ସୁରକ୍ଷାକୁ ନେଇ ପାନିକ୍ ବଟନ୍ (Panic Button) ଦ୍ୱାରା ପୁରା ପୁଲିସ ଥାନା ସହିତ ନେଟୱାର୍କିଙ୍ଗ କାମ, ବଡ଼ ସଫଳତା ପୂର୍ବକ ତାକୁ କାର୍ଯ୍ୟାନ୍ୱୟନ କରାଯାଇଛି । ସାର୍ବଜନୀନ ହେଲ୍ପଲାଇନ 181 ଏବେ ତ ମହିଳାମାନଙ୍କ ପରିଚିତ ହୋଇଯାଇଛି ।

ସରକାର ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ କରିଛନ୍ତି କି ସରାକାରଙ୍କ ଯୋଜନାର ଲାଭ ଯେଉଁ ସବୁ ପରିବାରକୁ ମିଳୁଛି, ସେଥିରେ ପ୍ରମୁଖ ହକଦାର ସେହି ଘରର ପ୍ରମୁଖ ମହିଳାଙ୍କର ହେବ, ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି କଥାକୁ ପ୍ରାଥମିକତା ଦିଆଯାଉଛି କି ଘରର ପଞ୍ଜିକରଣ ମହିଳାଙ୍କ ନାମରେ ହେଉ । ଆମେ ଜାଣିଛୁ ଯଦି କୌଣସି ମହିଳାଙ୍କୁ ପଚରାଯାଏ; ଆଜି ମଧ୍ୟ ଆମ ସମାଜର ସ୍ଥିତି ହେଉଛି, ଘର କାହା ନାମରେ, ତ ସ୍ୱାମୀଙ୍କ ନାମରେ ଅବା ପୁଅ ନାମରେ; ସ୍କୁଟର ମଧ୍ୟ ଆଣିଲେ ତ କାହା ନାମରେ, ତ ସ୍ୱାମୀଙ୍କ ନାମରେ ଅବା ପୁଅ ନାମରେ । ସ୍ୱଭାବ ଯାହା ହେଉଛି କି ମହିଳାଙ୍କ ନାମରେ ମଧ୍ୟ ସଂପତ୍ତି ହୋଇ ପାରିବ, ସେଥିପାଇଁ ଟିକେ ପ୍ରୋତ୍ସାହିତ କରିବାକୁ ପଡିଥାଏ, କିଛି ନିୟମ ବଦଳାଇବାକୁ ପଡିଥାଏ, କିଛି ବ୍ୟବସ୍ଥାକୁ ମହିଳା କେନ୍ଦ୍ରୀତ କରିବାକୁ ପଡିଥାଏ, ତାହାର ପରିଣାମ ମଧ୍ୟ ମିଳୁଛି । ପାସପୋର୍ଟ ନିୟମରେ ମଧ୍ୟ ଏକ ବଡ଼ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି; ଏବେ ମହିଳାମାନଙ୍କୁ ନିଜ ବିବାହର କିମ୍ବା ତଲାକ୍ର ପ୍ରମାଣପତ୍ର ଦେବା ଜରୁରୀ ହେଉ ନାହିଁ । ଏହା ତାର ଇଚ୍ଛା ଉପରେ ନିର୍ଭର କରିବ କି ସେ ପାସପୋର୍ଟରେ ନିଜ ପିତାଙ୍କ ନାମ ଲେଖିବ କିମ୍ବା ମାଆଙ୍କ ନାମ । ସରକାର ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ସ୍ତରରେ ପ୍ରୟାସ କରୁଛନ୍ତି କି ମହିଳାମାନଙ୍କୁ ଚାକିରି କରିବା ପାଇଁ, ସ୍ୱରୋଜଗାର ପାଇଁ ସ୍ୱୟଂ ପ୍ରସ୍ତୁତ ହୋଇ ଆଗକୁ ଆସନ୍ତୁ ।

ଆପଣ ସମସ୍ତଙ୍କୁ ଜଣାଥିବ ଗୋଟିଏ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବିଗତ ତିନି ବର୍ଷ ଧରି ଚାଲୁଛି । ବିଗତ ଦୁଇ ବର୍ଷରେ ପାଖାପାଖି ତିନି ଲକ୍ଷ କୋଟି ଟଙ୍କା ବ୍ୟାଙ୍କରୁ ଋଣ ଦିଆଯାଇଛି, ଆଉ କିଛି ଗ୍ୟାରେଂଟି ବିନା ଦିଆଯାଇଛି । ଆପଣମାନେ ଜାଣି ଆନନ୍ଦିତ ହେବେ, ଆଶ୍ଚର୍ଯ୍ୟ ହେବେ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧିନରେ ଋଣ ନେଲାବାଲା ଯେଉଁ ସାତ କୋଟି ଖାତାଧାରୀ ସେମାନଙ୍କ ମଧ୍ୟରୁ 70 ପ୍ରତିଶତ ହେଉଛନ୍ତି ମହିଳା । ଯେ କୌଣସି ହିନ୍ଦୁସ୍ଥାନୀ ଏହି କଥାକୁ ନେଇ ଗର୍ବ କରିପାରିବ କି ବ୍ୟାଙ୍କରୁ ତିନି ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି; ତାକୁ ନେଲାବାଲାଙ୍କ ମଧ୍ୟରୁ 70 ପ୍ରତିଶତ ହେଉଛନ୍ତି ମହିଳା । ସରକାର ଷ୍ଟାଣ୍ଡଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ମଧ୍ୟ ମହିଳା ଉଦ୍ୟମୀଙ୍କୁ ନିଜର ରୋଜଗାର ପାଇଁ 10 ଲକ୍ଷରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ବିନା କୌଣସି ଗ୍ୟାରେଂଟିରେ ଦେବା ଆରମ୍ଭ କରିଛନ୍ତି ।

ଗରିବ ମହିଳା ଘରୁ ବାହାରି କାମ କରି ପାରୁ, ରୋଷେଇ ଧୂଆଁରୁ ତାଙ୍କୁ ମୁକ୍ତି ମିଳୁ; ଏବେ ଦୀପକ ଜୀ ତହାର ବଡ଼ ବର୍ଣ୍ଣନା କରୁଥିଲେ ଆଉ ଏଥିପାଇଁ ଉଜ୍ଜ୍ୱଳା ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ଦୁଇ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଛି ।

ମୁଁ ଆପଣମାନଙ୍କୁ ଏହାକୁ ଟିକେ ବିସ୍ତାର କରି କହିବାକୁ ଚାହୁଁଛି । ଯେତେବେଳେ ମୁଁ ଲାଲକିଲା ଉପରୁ ଦେଶର ଲୋକମାନଙ୍କୁ କହିଥିଲି ଯଦି ଆପଣମାନଙ୍କୁ ଆବଶ୍ୟକ ନାହିଁ ତ ଆପଣ ଗ୍ୟାସ ସିଲିଣ୍ଡରର ରିହାତି କାହିଁକି ନେଇଛନ୍ତି? ଆଉ ବଡ଼ ଲୋକଙ୍କ ଘରେ କେବେ ଏ ନେଇ ଚିନ୍ତା କରାଯାଇ ନ ଥିଲା, ରିହାତିରେ ଗ୍ୟାସ ଆସୁଥିଲା ନେଉଥିଲେ । …. କିନ୍ତୁ ଯେତେବେଳେ ମୁଁ ଦେଶବାସୀ ମାନଙ୍କୁ କହିଲି, ଏକ କୋଟି 20ଲକ୍ଷରୁ ଅଧିକ ପରିବାର ନିଜର ଗ୍ୟାସ ରିହାତି ଛାଡିଦେଲେ । ଆଉ ସେତେବେଳେ ମୁଁ କହିଥିଲି କି ଏହି ଗ୍ୟାସ ରିହାତି ଯାହା ସରେଣ୍ଡର ହୋଇଛି, ମୁଁ ଏହାକୁ ଗରିବଙ୍କୁ ହସ୍ତାନ୍ତର କରିଦେବି ।

ଗୋଟିଏ ସମୟ ଥିଲା ଆମ ଦେଶରେ ସଂସଦ ସଦସ୍ୟ ମାନଙ୍କୁ ଗ୍ୟାସ ସଂଯୋଗ ପାଇଁ 25ଟି କୁପନ୍ ଦିଆଯାଉଥିଲା ଫଳରେ ସେ ନିଜ ଅଂଚଳରେ ଲୋକଙ୍କୁ ଉପକୃତ କରିପାରିବେ । ଆଉ ଲୋକ ସାଂସଦଙ୍କ ଘର ପାଖରେ ଘୁରି ବୁଲୁଥିଲେ କି ତାଙ୍କ ପରିବାରକୁ ଏକ ଗ୍ୟାସ ସଂଯୋଗ ମିଳି ଯାଉ । ଗ୍ୟାସ ସଂଯୋଗ କୁପନ୍ ର କଳାବଜାରୀ ହେଉଥିଲା । 2014ରେ ଯେଉଁ ନିର୍ବାଚନ ହୋଇଥିଲା, ଗୋଟିଏ ଦଳ ଏହାକୁ ପ୍ରସଙ୍ଗ କରି ଲୋକସଭା ନିର୍ବାଚନ ଲଢୁଥିଲା; ଯେଉଁମାନେ ମୋ ବିରୁଦ୍ଧରେ ଲଢୁଥିଲେ, ତାଙ୍କର ପ୍ରସଙ୍ଗ ଏହା ଥିଲା କି ଏବେ ନଅ ସିଲିଣ୍ଡର ଦେବେ କିମ୍ବା 12 ସିଲିଣ୍ଡର ଦେବେ? ହିନ୍ଦୁସ୍ଥାନର ଲୋକସଭା ନିର୍ବାଚନ, ଦେଶର ପ୍ରଧାନମନ୍ତ୍ରୀ କିଏ ହେବ? ଦେଶର ସରକାର କେମିତି ହେବ? ଗୋଟିଏ ରାଜନୈତିକ ଦଳର ଏଜେଣ୍ଡା ବା କାର୍ଯ୍ୟସୂଚୀ ଥିଲା କି 9 ସିଲିଣ୍ଡର ଦେବେ କିମ୍ବା 12 ସିଲିଣ୍ଡର ଦେବେ? ଆପଣ କଳ୍ପନା କରି ପାରିବେ କି 2014 ରେ ଯେତେବେଳେ 9 ଆଉ 12 ମଝିରେ ଆମେ ଅଟକି ଯାଇଥିଲୁ, ଏହି ସରକାର ବିଗତ 11ମାସରେ ଏକ କୋଟି 20 ଲକ୍ଷ ପରିବାର ପାଖରେ ଗ୍ୟାସ ଚୂଲା ପହଂଚାଇ ଦେଇଛନ୍ତି ।

ଆଉ ଏହା, ଆପଣ ମାଆ ଓ ଭଉଣୀମାନେ ଏଠାରେ ବସିଛନ୍ତି, ଆପଣ ଏହାର ଅନୁମାନ କରି ପରୁଥିବେ; ଯେବେ କାଠ ଚୂଲି ଜଳାଇ ମାଆ ଖାଦ୍ୟ ରୋଷେଇ କରିଥାଏ ତ ଗୋଟିଏ ଦିନରେ ଶରୀର ମଧ୍ୟକୁ 400 ସିଗାରେଟର ଧୂଆଁ ଯାଇଥାଏ । ପିଲାମାନେ ଘରେ ଖେଳୁଥିବେ ସେତେବେଳେ କ’ଣ ହେବ? ତା ଣରୀରର ଅବସ୍ଥା କ’ଣ ହେଉଥିବ? ସେହି ପୀଡାକୁ ଅନୁଭବ କରି, ସେହି କଷ୍ଟକୁ ବୁଝି କରି ଏହି ମାଆ ଓ ଭଉଣୀମାନଙ୍କୁ କାଠ ଚୂଲାର ଧୂଆଁରୁ ମୁକ୍ତି ଦେବା ପାଇଁ ମୁଁ ଏକ ଅଭିଯାନ ଆରମ୍ଭ କଲି । ଆଉ ଆଗାମୀ ଦୁଇ ବର୍ଷରେ, 11 ମାସ ହୋଇଯାଇଛି; ଦ୍ୱିତୀୟ ଦୁଇ ବର୍ଷରେ ପାଂଚ କୋଟି ପରିବାରକୁ, ଯେଉଁମାନେ ଆମର ସବୁଠାରୁ ଗରିବ; ହିନ୍ଦୁସ୍ଥାନରେ ସମୁଦାୟ 25କୋଟି ପରିବାର ଅଛନ୍ତି । 5 କୋଟି ପରିବାରକୁ ଏହି ଧୂଆଁରୁ ମୁକ୍ତି ଦେବା ପାଇଁ ଏକ ବହୁତ ବଡ କାର୍ଯ୍ୟ ଆରମ୍ଭ କରା ଯାଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ଏହି କାମକୁ, ଆଉ ଯେମିତି ଏବେ ଦୀପକ ଜୀ କହୁଥିଲେ, ଯୋଜନା ହେଉଛି ଗୋଟିଏ କଥା, ଆଇନ କାନୁନ ହେଉଛି ଗୋଟିଏ କଥା, ସାଧାରଣ ମଣିଷର ଜୀବନରେ ପରିବର୍ତ୍ତନ ଆସିଥାଏ ଯେତେବେଳେ ତାହାକୁ କାର୍ଯ୍ୟକାରୀ କରାଯାଇଥାଏ, ଶେଷ ଧାଡିରେ ବସିଥିବା ବ୍ୟକ୍ତି ପର୍ଯ୍ୟନ୍ତ ସେହି ବ୍ୟବସ୍ଥାମାନ କିପରି ପହଂଚି ଥାଏ, ଆଉ ଏହି ସରକାରର ଏହା ପରିଚୟ ଯେ ଯୋଜନା ଗୁଡିକୁ ସଂକଳ୍ପିତ ଭାବେ କରାଯାଇଥାଏ, କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥାଏ, ଆଉ ଏହାକୁ ପରିପୂର୍ଣ୍ଣ କରିବା ପାଇଁ ଲଗାତାର ଅନୁଧ୍ୟାନ ହୋଇ ତାହାକୁ ସାକାର କରାଯାଇଥାଏ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଶତାବ୍ଦୀ ଚାଲୁ ରହିଛି, ଦୀନଦୟାଲ ଉପାଧ୍ୟାୟ ଯୋଜନା ଅଧିନରେ ବିଗତ ଅଢେଇ ବର୍ଷରେ 10 ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି, ଯେଉଁଥିରେ ପାଖାପାଖି ସାଢେ ତିନି କୋଟି ମହିଳାମାନଙ୍କୁ ଯୋଡି ଦିଆ ଯାଇଛି । ଏବର୍ଷ ବଜେଟରେ ମଧ୍ୟ 500 କୋଟିର ନିବେଶ ସହିତ ମହିଳା ଶକ୍ତି କେନ୍ଦ୍ରଗୁଡିକ ସ୍ଥାପନ କରିବା ପାଇଁ ଘୋଷଣା କରାଯାଇଛି । ଝିଅମାନଙ୍କୁ ସଂଚୟ ଉପରେ ଅଧିକରୁ ଅଧିକ ସୁଧ ମିଳୁ, ଏଥିପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଚାଲୁ ରହିଛି । ଏ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଝିଅମାନଙ୍କର ଖାତା ଏହି ଯୋଜନା ଅଧିନରେ ଖୋଲା ଯାଇ ସାରିଛି ।

ଆମ ଦେଶରେ ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, ପ୍ରସୂତି ମହିଳାଙ୍କ ମୃତ୍ୟୁ ହାର, କେବେ କେବେ ଗର୍ଭାବସ୍ଥାରେ ମାଆ ଝିଅ, ଦୁଇ ଜଣଙ୍କର, ପିଲା ଦୁଇଜଣଙ୍କର ମରିଯିବା, ଏହା ବଡ଼ ଭୟଙ୍କର ସ୍ଥିତି ଆମ ଦେଶରେ । ଯେତେ ଅଧିକ ଆନୁଷ୍ଠାନିକ ପ୍ରସବ ବଢିବ, ଆମେ ସେତେ ମାଆମାନଙ୍କର ଜୀବନ ବଂଚାଇ ପାରିବା, ପିଲାମାନଙ୍କର ଜୀବନ ବଂଚାଇ ପାରିବା । ଆଉ ଏଥିପାଇଁ ଆନୁଷ୍ଠାନିକ ପ୍ରସବକୁ ବଢାଇବା ନିମନ୍ତେ ଗରିବ ଗର୍ଭବତୀ ମହିଳାଙ୍କ ଖାତାକୁ 6000 ଟଙ୍କାର ରାଶି ତିନି କିସ୍ତିରେ ସିଧାସଳଖ ହସ୍ତାନ୍ତର କରାଯାଉଛି ।

ଏହି ନିଷ୍ପତ୍ତିକୁ ଯଦି ଆପଣ ଅଲଗା ଅଲଗା ଭାବରେ ଦେଖିବେ ତ ବୋଧହୁଏ ଅନୁମାନ କରିପାରିବେ ନାହିଁ କି ନାରୀ ଶକ୍ତିର ସଶକ୍ତିକରଣ ପାଇଁ, ତାଙ୍କ ଜୀବନର ମାନରେ ପରିବର୍ତ୍ତନ ଆଣିବା ପାଇଁ କ’ଣ ହେଉଛି । କିନ୍ତୁ ଏମିତି କେତେଗୁଡିଏ ଯୋଜନାଗୁଡିକ ଯଦି ଏକାଠିକରି ଦେଖିବେ ତ ଆପଣମାନଙ୍କୁ ଅନ୍ଦାଜ ଆସିବ କି ସରକାର ନାରୀଙ୍କ ସଶକ୍ତିକରଣ ପାଇଁ, ଭାରତର ବିକାଶରେ ନାରୀ ଶକ୍ତିର ଭାଗିଦାରୀ ପାଇଁ କେତେ ବୁଝି-ବିଚାରି ଯୋଜନା ଅଧିନରେ ଗୋଟିଏ ଗୋଟିଏ ଜିନିଷକୁ ଆଗକୁ ବଢାଉଛନ୍ତି ଆଉ କେତେ ବ୍ୟାପକ ସ୍ତରରେ କାମ ହେଉଛି ।

ବନ୍ଧୁଗଣ, ଆଜି ଦେଶର 65 ପ୍ରତିଶତରୁ ଅଧିକ ଜନସଂଖ୍ୟା ହେଉଛି 35 ବର୍ଷରୁ କମ୍ ବୟସର । ତାଙ୍କର ନିଜସ୍ୱ ସ୍ୱପ୍ନ ରହିଛି । ସେମାନେ କିଛି କରିଯିବା ପାଇଁ ଚାହୁଁଛନ୍ତି । ସେମାନେ ନିଜ ସ୍ୱପ୍ନ ପୂରା କରି ପାରନ୍ତୁ, ନିଜର ଉର୍ଜ୍ଜାକୁ ସଠିକ୍ ଭାବେ ବ୍ୟବହାର କରିପାରନ୍ତୁ, ଏଥିପାଇଁ ସରକାର ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ପ୍ରକାରରେ ଲାଗିଛନ୍ତି, କିନ୍ତୁ ସେଥିରେ ଆପଣମାନଙ୍କ ଭଳି ସଂସ୍ଥାଗୁଡିକ, ଆପଣମାନଙ୍କ ଭଳି ଏଜେନ୍ସିଗୁଡିକ, ସେମାନଙ୍କର ଭରପୁର ଯୋଗଦାନ ଆବଶ୍ୟକ ହୋଇଥାଏ ।

ଆଉ ମୋର ଆପଣମାନଙ୍କୁ ଅନୁରୋଧ କି ଯେତେବେଳେ 2022ରେ, ଏବଂ ଏଠାରେ ବସିଥିବା IMC ର ମହାନୁଭବଙ୍କୁ ମୋର ଇଏ ବିଶେଷ ଭାବରେ ଅନୁରେଧ, କି ଯେବେ 2022 ରେ ଦେଶ ନିଜ ସ୍ୱାଧୀନତାର 75ବର୍ଷ ପାଳନ କରିବ, ସ୍ୱାଧୀନତାର 75 ବର୍ଷ ହେଉଛି 2022 ରେ; ଏବେ ପାଂଚ ବର୍ଷ ଆମ ପାଖରେ ବାକି ଅଛି । ଆମେ ଏବେ ଠାରୁ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ସଂଗଠନ, ପ୍ରତ୍ୟେକ ସାମାଜିକ ବ୍ୟବସ୍ଥା, ପ୍ରତ୍ୟେକ ଗାଁ ଏବଂ ସହର, ସମସ୍ତେ ମିଳିମିଶି ନିଜ ପାଇଁ କୌଣସି ଲକ୍ଷ୍ୟ ସ୍ଥିର କରି ପାରିବା କି? କି ଆମେ 2022 ପର୍ଯ୍ୟନ୍ତ ବ୍ୟକ୍ତି ଭାବେ ମୋ ଦ୍ୱାରା ସମାଜ ପାଇଁ କିଛି କରିବି, ସଂସ୍ଥା ଦ୍ୱାରା ଦେଶ ପାଇଁ ସମାଜ ପାଇଁ କରିବି । ଆଜି ଆମେ ସ୍ୱାଧୀନତାର ଜୀବନ ଜୀଉଁଛେ । ଆମେ ନିଜ ନିଷ୍ପତ୍ତି ନିଜେ ନେଉଛେ । ଶହେ ପଚିଶ କୋଟି ଦେଶବାସୀ ହେଉଛନ୍ତି ନିଜ ଭାଗ୍ୟର ନିଜେ ନିୟନ୍ତା । ଯେଉଁ ସ୍ୱାଧୀନତା ପାଗଳମାନେ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜକୁ ନିଜେ ବଳି ଚଢାଇ ଦେଲେ, ଯୌବନ ଜେଲ୍ ରେ କାଟି ଦେଲେ, କଷ୍ଟ ସହିଲେ, କିଛି ଯୁବକ ଫାଶି ଖୁଂଟରେ ଚଢିଗଲେ, କିଛି ଲୋକ ନିଜ ଯୌବନ ଆଣ୍ଡାମାନ-ନିକୋବାରରେ କାଟି ଦେଲେ; କ’ଣ, ସେମାନଙ୍କର ସ୍ୱପ୍ନ ପୂରଣ କରିବା ଆମର ଦାୟିତ୍ୱ ନୁହେଁ? ଆଉ ଯେବେ ମୁଁ ଆମର ଦାୟିତ୍ୱ ବିଷୟରେ କହିଥାଏ ସେତେବେଳେ ଖାଲି ସରକାରଙ୍କ କଥା କହେ ନାହିଁ, ମୁଁ ଶହେ ପଚିଶ କୋଟି ଦେଶବାସୀମାନଙ୍କ କଥା କହିଥାଏ ।

ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆମେ ଯେଉଁଠି ଯାହା ସହିତ ବସିବା, 2022 -ସ୍ୱାଧୀନତାର 75 ବର୍ଷ; ଯେମିତି ସ୍ୱାଧୀନତା ପୂର୍ବରୁ ଗାନ୍ଧିଜୀଙ୍କ ନେତୃତ୍ୱରେ ପ୍ରତ୍ୟେକ କାର୍ଯ୍ୟଧାରା ସ୍ୱାଧୀନତା ହାସଲ କରିବା ପାଇଁ କରୁଥିଲେ, ସ୍ୱାଧୀନତା ପାଇଁ ନିଜକୁ ନିଜେ ଯୋଡି କରି ରଖୁଥିଲେ । କିଏ ସଫାଇ ଅଭିଯାନ କରୁଥିଲେ ତ ସ୍ୱାଧୀନତା ପାଇଁ କରୁଥିଲେ, କିଏ ଖଦି ବୁଣୁଥିଲା ତ ସ୍ୱାଧୀନତା ପାଇଁ ମଧ୍ୟ କରୁଥିଲା । କିଏ ଲୋକଙ୍କୁ ପାଠ ପଢାଉ ଥିଲା ତ ସ୍ୱାଧୀନତା ପାଇଁ ମଧ୍ୟ କରୁଥିଲା । କିଏ ସ୍ୱଦେଶୀ ପାଇଁ ଅନୁରୋଧ କରୁଥିଲେ ତ ସ୍ୱାଧୀନତା ପାଇଁ ମଧ୍ୟ କରୁଥିଲେ । ସମସ୍ତେ ଜେଲ୍ ଯାଉ ନ ଥିଲେ, ସମସ୍ତେ ଫାସି ଖୁଂଟରେ ଚଢୁ ନ ଥିଲେ କିନ୍ତୁ ଯେଉଁଠାରେ ଥିଲେ ସେଠାରେ ସ୍ୱାଧୀନତା ପାଇଁ କିଛି କରୁଥିଲେ । କ’ଣ ଆମେ 2022, କ’ଣ ଆମେ ସ୍ୱାଧୀନତାର 75 ବର୍ଷ ଆମର ନିଜର ଯୋଗଦାନ ସହିତ ପାଳନ କରି ପାରିବା କି? ମୁଁ ଆଜି ଆପଣ ସମସ୍ତଙ୍କୁ ଏଥିପାଇଁ ଅନୁରୋଧ କରୁଛି କି ଆମେ 2022 ପାଇଁ କିଛି ସଂକଳ୍ପ କରିବା, ସ୍ୱପ୍ନ ବୁଣିବା ଆଉ ଦେଶ ଏବଂ ସମାଜ ପାଇଁ କିଛି କରିଯିବା ପାଇଁ କିଛି ପାଦ ଆମେ ମଧ୍ୟ ଚାଲିବା; ଏହା ମୁଁ ଆପଣ ମାନଙ୍କଠାରୁ ଆଶା କରୁଛି । ଦେଶର ଅଲଗା ଅଲଗା ଭାଗରୁ ମଧ୍ୟ ମହିଳା-ଉଦ୍ୟୋଗୀ ବହୁ ତଳ ସ୍ତରରେ ଯେଉଁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ତାହା କିପରି ଏକ ବଡ଼ ମଂଚରେ ବଜାର ସୁବିଧା ପାଇବ, ଜାତୀୟ, ଅନ୍ତର୍ଜାତୀୟ; ଯେଉଁଠାରେ ଆମେ ପହଂଚାଇ ପାରିବା । ସେ ତାର ଉପସ୍ଥିତି କିପରି ଜାହିର କରିପାରିବ, କ’ଣ ତାକୁ ଏ ସଂପର୍କରେ ସଚେତନ କରିବା ପାଇଁ କୌଣସି ଅଭିଯାନ ଆରମ୍ଭ କରାଯାଇ ପାରିବ? 2022 ପର୍ଯ୍ୟନ୍ତ କୌଣସି ଲକ୍ଷ୍ୟ ସ୍ଥିର ସ୍ଥିର କରାଯାଇ ପାରିବ କି ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି 500 କିମ୍ବା 100 କ୍ୟାମ୍ପ ଆୟୋଜନ କରାଯାଇ ପାରିବ । ଏକ ଛୋଟ ପରୀକ୍ଷଣ, ଆପଣମାନଙ୍କୁ ମୁଁ ପ୍ରସ୍ତାବ ଦେବାକୁ ଚାହିଁବି, ଆପଣଙ୍କ ଭଳି ଏକ ଉତପ୍ରେରକ ଏଜେଂଟ ହେଉ ଯେଉଁ ସଂସ୍ଥା କାମ କରୁଛନ୍ତି, କର୍ପୋରେଟ ହାଉସ ଯେଉଁମାନେ ଉତ୍ପାଦନ କରୁଥବବେ, ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କର୍ପୋରେଟ ହାଉସ, ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ କାମ କରନ୍ତୁ, ତାଙ୍କୁ କଂଚାମାଲ ଦିଅନ୍ତୁ, ଆଉ ସେହି କର୍ପୋରେଟ ହାଉସ ପାଇଁ ଯେଉଁ ପ୍ରକାରର ଉତ୍ପାଦର ଆବଶ୍ୟକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କରାନ୍ତୁ । ଆଉ କର୍ପୋରେଟ ହାଉସ ନିଜର ବଡ଼ ଉତ୍ପାଦ ସହିତ ଏହାକୁ ଯୋଡି ମାର୍କେଟିଂ କରନ୍ତୁ । ଆପଣ ଦେଖିବେ କମ୍ ଖର୍ଚ୍ଚରେ ଏକ ବହୁତ ବଡ଼ ଅର୍ଥ ବ୍ୟବସ୍ଥା ପ୍ରସ୍ତୁତ ହେବ, ଯେଉଁଠି ସରକାର ତାହା ମଧ୍ୟକୁ ନ ଆସି ମଧ୍ୟ ଗରିବରୁ ଗରିବ ଲୋକଙ୍କୁ କାମ କରିବାର ସୁଯୋଗ ମିଳିଯିବ । ଆଉ ଏହି ଦିଗରେ ଆମେ କରିପାରିବା ।

ଆଜି ଭାରତରେ ସେହି ଶକ୍ତି ଅଛି, ସେ ସାରା ଦନୁନିଆକୁ ନିଜର ପରିଶ୍ରମୀ ଆଉ ଦକ୍ଷ ଶ୍ରମିକଙ୍କୁ ପଠାଇ ପାରିବ । କ’ଣ ଆପଣଙ୍କ ସଂସ୍ଥା ଏମିତି କିଛି ଅନ୍-ଲାଇନ୍ ମଂଚ ବିକଶିତ କରିପାରିବ? ଯେଉଁଥିରେ ଯୁବକମାନଙ୍କୁ ଏହା ଜଣାପଡିବ କି ଦୁନିଆର କେଉଁ ଦେଶରେ ଏହି ସମୟରେ କି ପ୍ରକାରର ଦକ୍ଷତାର ଚାହିଦା ରହିଛି ।

ସରକାର ରାଷ୍ଟ୍ରୀୟ ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା ଚଲାଉଛନ୍ତି । ଏହା ଅଧିନରେ ସରକାର 50 ଲକ୍ଷ ଯୁବକଙ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି । କ’ଣ ଆପଣଙ୍କ ସଂସ୍ଥା । କଂପାନୀମାନେ ଏହି ଯୋଜନାକୁ ନେଇ ସଚେତନତା ଅଭିଯାନ ଚଲାଇ ପାରିବେ? ଫଳରେ ଅଧିକରୁ ଅଧିକ ଯୁବକଙ୍କୁ, ମହିଳାମାନଙ୍କୁ ରୋଜଗାର କରିବା ପାଇଁ ସୁଯୋଗ ମିଳୁ । ଦକ୍ଷତା ବିକାଶ ତାଲିମ ନେଉଥିବା ଯୁବକମାନଙ୍କୁ ଚାକିରି ଦେବା ପାଇଁ ସରକାର ଘରୋଇ ସେକ୍ଟରର କମ୍ପାନୀ ସହିତ ବୁଝାମଣା କରୁଛନ୍ତି । ଅଧିକରୁ ଅଧିକ କଂପାନୀମାନେ ଏହି ଅଭିଯାନ ସହିତ ଯୋଡିହୁଅନ୍ତୁ, ଏଥିପାଇଁ ଆପଣଙ୍କ ସଂସ୍ଥା କି ପ୍ରକାରର ସହାୟତା କରିପାରିବ, ସେ ବିଷୟରେ ମଧ୍ୟ ଆପଣମାନଙ୍କୁ ଭାବିବା ଦରକାର ।

କ’ଣ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ମଜବୁତ କରିବା ପାଇଁ ଆପଣଙ୍କ ସଂସ୍ଥା କୌଣସି ସହଯୋଗ ଦେଇ ପାରିବ? ଏହିପରି କ’ଣ ବ୍ୟାଙ୍କର ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଆପଣଙ୍କ ସଂସ୍ଥାର ପ୍ରତିନିଧି ଯାଇ ନିଜର ଯୋଗଦାନ କ’ଣ ଦେଇ ପାରିବେ? IMCର ମହିଳା ଶାଖାର ପ୍ରତ୍ୟେକ ସଦସ୍ୟଙ୍କର ବ୍ୟବସାୟର ବିଭିନ୍ନ ଦିଗ ବିଷୟରେ ଗଭୀର ଜ୍ଞାନ ଅଛି । ସେମାନେ ଉଠିବା-ବସିବା ପଇସା, ବ୍ୟବସାୟ, ବ୍ୟାପାର, ଏହି ସବୁ ଚର୍ଚ୍ଚା କରିବା ହେଉଛି ତାଙ୍କର ସ୍ୱଭାବ । ନିଜ ବ୍ୟବସାୟ ଆରମ୍ଭ କରିବାରେ କେଉଁ କେଉଁ ପ୍ରକାରର ଅସୁବିଧା ଆସିଥାଏ, ସେମାନଙ୍କୁ ଭଲଭାବେ ଜଣାଥାଏ । ସେହି ଅସୁବିଧାର ସାମନା କରି କିପରି ଆଗକୁ ବାହାରି ଯିବ, ତାହାର ନିଜସ୍ୱ ଅନୁଭବ ଅଛି । ଆଉ ସେହି ଯେଉଁ ନୂଆ ଲୋକ ଅଛନ୍ତି ତାଙ୍କ ହାତ ଧରି ତାଙ୍କୁ ଏହି ଦିଗରେ କାମ କରିବା ପାଇଁ ପ୍ରେରିତ କରି ପାରିବା ।

ଆଉ ଏଥିପାଇଁ ମୁଁ ଆଶା କରିବି କି ଆପଣଙ୍କ ସଂଗଠନ ମାଧ୍ୟମରେ ସାଧାରଣ ସ୍ତରର ଲୋକ, ଯାହାଙ୍କର ଆପଣଙ୍କ ପାଖରେ ବସିବା ଉଠିବା ସମ୍ଭବ ନୁହେଁ; ତାଙ୍କ ପାଖକୁ ଯାଇ ସେମାନଙ୍କୁ ଆମେ ନୂଆ ଶକ୍ତି ଦେଇ ପାରିବା ।

ଏବେ ଆମ ଦୀପକ ଜୀ GST ବିଷୟରେ କହୁଥିଲେ । ସମୟ ଥାଉ ଥାଉ ଜିଏସ୍ଟି ସମ୍ବନ୍ଧରେ ଆମମାନଙ୍କୁ ଉଦ୍ୟମୀମାନଙ୍କୁ, ବିଶେଷକରି ମହିଳା ଉଦ୍ୟମୀମାନଙ୍କ ପାଇଁ ଅନେକ ଛୋଟ ଛୋଟ ଅଧ୍ୟୟନ ଶିବିର କରିପାରିବା କି? ଟେକ୍ନୋଲଜିର କିପରି ଉପଯୋଗ କରିବାକୁ ହେବ? ଜିଏସ୍ଟିକୁ କିପରି Stream-less କରାଯାଇ ପାରିବ? ନୂଆ ଟିକସ ବ୍ୟବସ୍ଥା କ’ଣ? ସେଥିରେ ଯେଉଁ ସାଧାରଣ ବ୍ୟକ୍ତି ଅଛନ୍ତି ତାହା ଦ୍ୱାରା କେତେ ସୁବିଧା ବଢିପାରିବ? ଏହି ସମସ୍ତ କଥା ଯଦି ଆମେ ଜଣାଇ ପାରିବା ତ ମୋର ବିଶ୍ୱାସ ଯେ, ଜିଏସ୍ଟି ଯାହା କେତେ ବର୍ଷ ଧରି ଦାବି ହେଉଥିଲା । ପ୍ରତ୍ୟେକ ଏହାକୁ ଚାହୁଁଥିଲେ, ଏବେ ହୋଇଛି ତ ଏହାକୁ ସଫଳ କରିବା ପାଇଁ ଆମ ସମସ୍ତଙ୍କର ଯୋଗଦାନର ବହୁତ ଆବଶ୍ୟକତା ଅଛି ।

ଆଉ ଲୋକତନ୍ତ୍ର ଯେଉଁ ରୂପରେ ଆମେ ଜାଣିଛୁ-ବୁଝିଛୁ ତାକୁ ଟିକେ ବଦଳେଇବାର ଆବଶ୍ୟକତା ଅଛି । ଅଧିକାଂଶ ଏହା ମାନନ୍ତି ଯେ ପାଂଚ ବର୍ଷରେ ଥରେ ଯିବା, ବଟନ୍ ଦବାଇ ଦେବା, ଆଙ୍ଗୁଠିରେ କଳା ଟୀକା ଲଗାଇଦେବା ତ ଦେଶର ଲୋକତନ୍ତ୍ର ହୋଇଗଲା । ଆଜ୍ଞା ନୁହେଁ, ଲୋକତନ୍ତ୍ର ପ୍ରତି କ୍ଷଣରେ ଭାଗିଦାରୀର, ଗଣତନ୍ତ୍ର ହେଉଛି ଭାଗିଦାରୀର ଯାତ୍ରା । ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ବ୍ୟକ୍ତିର ଭାଗିଦାରୀ ବିନା ଲୋକତନ୍ତ୍ର ସଫଳ ହୋଇ ନ ଥାଏ । ସରକାର କୌଣସି ଠିକାଦାର ନୁହନ୍ତି ଯାହାକୁ ଆମର ଭାଗ୍ୟ ବଦଳାଇବା ପାଇଁ ଆମେ ଠିକା ଦେଇ ଦେଇଛୁ, ପାଂଚ ବର୍ଷ ପରେ ସେମାନେ ଭାଗ୍ୟ ବଦଳାଇ ଦେବେ । ସରକାର ଆଉ ଜନତା ଏକ ମଜବୁତ ଅଂଶିଦାର ହୋଇଥାନ୍ତି ଯେଉଁମାନେ ମିଳିମିଶି ଦେଶର ଭାଗ୍ୟ ବଦଳାଇଥାନ୍ତି, ଦେଶର ଅର୍ଥ ବ୍ୟବସ୍ଥାକୁ ବଦଳାଇଥାନ୍ତି, ଦେଶର ନୂଆ ପିଢୀଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ପ୍ରୟାସ କରିଥାନ୍ତି । ଆସନ୍ତୁ ଏକ ବିଂଶ ଶତାବ୍ଦୀର ବିଶ୍ୱରେ ଯେଉଁ ପ୍ରକାରର ଆହ୍ୱାନ ଅଛି, ବିଶ୍ୱରେ ଯେଉଁ ପ୍ରକାରର ମାହୋଲ ବଦଳୁଛି; ଆମେ ମଧ୍ୟ ମିଳିମିଶି ନିଉ ଇଣ୍ଡିଆର ସ୍ୱପ୍ନ ନେଇ କରି ଚାଲିବା । ନିଉ ଇଣ୍ଡିଆ ପାଇଁ ଆମର ସ୍ୱପ୍ନ କେଉଁ ସଂକଳ୍ପ ହେବା ଦରକାର । ନିଉ ଇଣ୍ଡିଆ ପାଇଁ ଆମେ କିଛି ନା କିଛି ଯୋଗଦାନ କରିବା ପାଇଁ କାର୍ଯ୍ୟ ଖସଡା ହେବା ଦରକାର । ମୁଁ କିଛି ପରାମର୍ଶ ଆଜି ଆପଣଙ୍କ ଆଗରେ ରଖୁଛି, ହୋଇପାରେ ଏଥିରୁ କିଛି ଭଲ ବିକଳ୍ପ ଆପଣଙ୍କ ପାଖରେ ଥିବ । ମୋର ଆପଣମାନଙ୍କୁ ନିବେଦନ ଆପଣ ଯାହା ମଧ୍ୟ ଲକ୍ଷ୍ୟ ସ୍ଥିର କରିବେ ସେଥିରେ ପୂରା ଶକ୍ତିର ସହିତ ଲାଗି ଯାଆନ୍ତୁ । ନିଉ ଇଣ୍ଡିଆ ଦେଶର ଶହେ ପଚିଶ କୋଟି ଲୋକଙ୍କର ହେଉଛି ସ୍ୱପ୍ନ । ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଶହେ ପଚିଶ କୋଟି ଭାରତୀୟଙ୍କୁ ମିଳିମିଶି ରାସ୍ତା ବାହାର କରିବାକୁ ପଡିବ, ମିଳିମିଶି କାମ କରିବାକୁ ହେବ । ଆଉ ଏହି ଶବ୍ଦ ସହିତ ମୁଁ ନିଜ କଥା ଶେଷ କରୁଛି ।

IMCର ମହିଳା ପ୍ରକୋଷ୍ଠକୁ 50 ବର୍ଷ ପୂରା ହେବା ଅବସରରେ ମୁଁ ପୁଣି ଥରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ମୁଁ ସ୍ୱୟଂ ସେଠାକୁ ଯାଇ ପାରିଲି ନାହିଁ, ସମୟର ସୀମା ଥିଲା । କିନ୍ତୁ ପୁଣି ମଧ୍ୟ ଆପଣମାନେ ମତେ, ମୋ କଥା କହିବାର ସୁଯୋଗ ଦେଲେ, ସମସ୍ତଙ୍କୁ ଦେଖିବାର ସୁଯୋଗ ମିଳିଲା । ମୁଁ ଆପଣମାନଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”