Every effort, however big or small, must be valued. Governments may have schemes and budgets but the success of any initiative lies in public participation: PM Modi
On many occasions, what ‘Sarkar’ can't do, ‘Sanskar’ can do. Let us make cleanliness a part of our value systems: Prime Minister Modi
More people are paying taxes because they have faith that their money is being used properly and for the welfare of people: Prime Minister
It is important to create an India where everyone has equal opportunities. Inclusive growth is the way ahead, says PM Modi

ମନ୍ତ୍ରୀ ପରିଷଦର ମୋର ସାଥୀଗଣ, ଭାରତର ଔଦ୍ୟୋଗିକ ଜୀବନକୁ ଗତି ପ୍ରଦାନ କରିଥିବା ଆଇଟି ପ୍ରଫେସନକୁ ବଳ ଦେଇଥିବା ସମସ୍ତ ଅନୁଭବୀ ମହାନୁଭବଗଣ ଏବଂ ଆଇଟି କ୍ଷେତ୍ରରେ ଯୋଡ଼ିହୋଇ ରହିଥିବା ଆମର ଯୁବପିଢ଼ି, ଗ୍ରାମାଞ୍ଚଳରେ ସିଏସସି ସେଣ୍ଟରରେ ବସିରହି ଢ଼େର ଆଶାର ସହ ନିଜର ସ୍ୱପ୍ନକୁ ସଜାଉଥିବା ଆମର ସ୍କୁଲ କଲେଜର ଛାତ୍ରଛାତ୍ରୀଗଣ, ଆଇଆଇଟି ସମେତ ଅନେକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଗଣ, ମୋ ପାଇଁ ଏହା ଖୁସିର କଥା ଯେ ଏହା ମୋର ସବୁଠାରୁ ପ୍ରିୟ କାର୍ଯ୍ୟ ଓ ଏହିଭଳି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଏବଂ ଆପଣମାନଙ୍କ ଗହଣରେ ସାମିଲ ହେବା ସକାଶେ ମୋତେ ଆଜି ସୁଯୋଗ ମିଳିଛି ।

ଆମର ମନ୍ତ୍ରୀ ଶ୍ରୀ ରବିଶଙ୍କର ମହାଶୟ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆପଣମାନଙ୍କୁ ସୂଚନା ଦେଉଥିଲେ । କିନ୍ତୁ ମୁଁ ଏହି କାର୍ଯ୍ୟ ଲାଗି ଆପଣଙ୍କ ଗହଣରେ ଆଜି ଉପସ୍ଥିତ ହୋଇନାହିଁ । ଯେକୌଣସି ବ୍ୟକ୍ତି ତାଙ୍କ କ୍ୟାରିଅରରେ କେତେ ଆଗକୁ ବଢ଼ି ସାରିଥାନ୍ତୁ ନା କାହିଁକି, ସେ ଯେତେ ଧନ ଅର୍ଜନ କରିଥାନ୍ତୁ ନା କାହିଁକି, ପଦ ପ୍ରତିଷ୍ଠା ଲାଭ କରିଥାନ୍ତୁ ନା କାହିଁକି, ଅନ୍ୟ ଭାଷାରେ କହିବାକୁ ଗଲେ ଜୀବନରେ ଯେତେ ଯେତେ ସ୍ୱପ୍ନ ଜଣେ ଦେଖିଥିବ ଯଦି ସେସବୁ ସ୍ୱପ୍ନ ନିଜ ଆଖି ଆଗରେ ସ୍ୱପ୍ରଯତ୍ନରେ ସାକାର ହୋଇଥିବ, ଏହା ସତ୍ତ୍ୱେ ସୁଦ୍ଧା ତା’ର ମନ କୌଣସି ନା କୌଣସି କାମ ଲାଗି ବ୍ୟାକୁଳ ହୋଇଉଠୁଥିବ । ତାକୁ ଲାଗୁଥିବ ମନକୁ କିପରି ସନ୍ତୋଷ ମିଳିବ? ଏବଂ ଆମେ ଅନୁଭବ କରିଛୁ ଯେ ସକଳ ପ୍ରାପ୍ତି ସତ୍ତ୍ୱେ ସେ ଅନ୍ୟମାନଙ୍କ ଲାଗି କିଛି କରିଥାଏ । କିଛି ମାତ୍ରାରେ ଅନ୍ୟଙ୍କ ପାଇଁ ଜୀଇଁବାକୁ ଚାହିଁଥାଏ । ସେହି ଆଶା ସାକାର ହେଲେ ହିଁ ତାର ମାନସିକ ଶାନ୍ତି ସ୍ତର ସର୍ବାଧିକ ସୀମାରେ ପହଞ୍ଚିଥାଏ ।

ମୁଁ ଏବେ ପ୍ରାରମ୍ଭିକ ଫିଲ୍ମରେ ଶ୍ରୀମାନ ଅଜୀମ ପ୍ରେମଜୀଙ୍କୁ ଶୁଣୁଥିଲି । 2003-04ରେ ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ଏବଂ ସେତେବେଳେ ସାଧାରଣ ଲୋକ ମୋତେ ସାକ୍ଷାତ କରିବାକୁ ଆସୁଥିଲେ, କିଏ ତାଙ୍କର ବ୍ୟବସାୟିକ କାର୍ଯ୍ୟ ସଂପର୍କରେ ଆଲୋଚନା କରୁଥିଲେ, କିଏ ସରକାରଙ୍କ ସହ କିପ୍ରକାର ସଂପର୍କ ସ୍ଥାପନ କରିବା ଲାଗି ଚାହୁଁଛି ତାହା କହିବା ପାଇଁ ଆସୁଥିଲେ । କିନ୍ତୁ ଏହା ପରେ ମୁଁ ଦେଖିଲି, 10-15 ବର୍ଷ ଭିତରେ ଯେତେବେଳେ ଲୋକମାନେ ମୋତେ ଭେଟିବାକୁ ଆସିଲେ ସେତେବେଳେ ସେମାନେ ନିଜ କମ୍ପାନୀ କଥା, ନିଜ କର୍ପୋରେଟ କାର୍ଯ୍ୟକଥା ସେମାନେ କେତେବେଳେ ଆଲୋଚନା କଲେନାହିଁ । କେବଳ ଚର୍ଚ୍ଚା କଲେ ଯେଉଁ ମିଶନରେ ସେମାନେ ଆଜିକାଲି କାର୍ଯ୍ୟ କରୁଛନ୍ତି, ଯଥା, ଶିକ୍ଷା ସଂପର୍କରେ କଥାବାର୍ତ୍ତା କଲେ । ପୁଣି ଯେଉଁଭଳି ଭାବେ ନିବିଷ୍ଟ ଭାବେ ସେମାନେ ଏଭଳି ଆଲୋଚନା ମୋ ସହିତ କରନ୍ତି ତାହା ହୁଏତ ସେମାନଙ୍କ ନିଜ କମ୍ପାନୀ ସଂପର୍କରେ କରନ୍ତିନାହିଁ । ସେଥିରୁ ମୁଁ ଅନୁଭବ କଲି’ଯେ ସେମାନଙ୍କ ବୟସରେ, ଏତିକି ବୟସରେ ସେମାନେ ନିଜ ଜୀବନରେ ଏତେବଡ଼ କମ୍ପାନୀ ଠିଆ କରାଇ ପାରିଛନ୍ତି, ଏତେ ସଫଳତା ପାଇଛନ୍ତି,ଏତେ ଯାତ୍ରା କରିଛନ୍ତି, ସେହି ମାତ୍ରାରେ ସେମାନଙ୍କୁ ସନ୍ତୁଷ୍ଟି ମିଳିଛି କି? ଏବେ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରୁ ସେମାନେ ମାନସିକ ଆନନ୍ଦ ପାଉଛନ୍ତି କି? ଏହାର ଅର୍ଥ ଏଇଆ ଯେ ବ୍ୟକ୍ତି ଜୀବନରେ, ଏହା ନୁହେଁ ଯେ ଆମେମାନେ ଯେଉଁ ପ୍ରଫେସନରେ କାର୍ଯ୍ୟ କରୁଛେ, ଏବଂ ଧରି ନିଆଯାଉ ଯେ ଜଣେ ଡ଼ାକ୍ତର ହୋଇଥିଲେ ସେ ତ ସେବା କରୁଛନ୍ତି… ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବି ସେବା କରୁଛନ୍ତି । ତାହା ତାଙ୍କ ବିଜ୍ଞାନାଗାର କାର୍ଯ୍ୟ ସହ ଜଡ଼ିତ ଓ ତା’ରି ଭିତରେ ସେ ନିଜର ଜୀବନକୁ ସମର୍ପି ଦେଇଛନ୍ତି । ତା’ରି ଭିତରେ ସେ ଏପରି କିଛି ଖୋଜି ବାହାର କରନ୍ତି ଯାହା ପିଢି ପିଢ଼ିର ଲୋକମାନଙ୍କ ଜୀବନକୁ ବଦଳାଇ ଦେଇଥାଏ । ଏହାର ଅର୍ଥ ନୁହେଁ ଯେ ସେ ସମାଜ ପାଇଁ କିଛି କରୁନାହାନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ବ୍ୟକ୍ତି କେବଳ ନିଜ ପାଇଁ ଜୀବନ ବଞ୍ଚୁଛି ବା ନିଜର ନାମ କମାଇବା ସକାଶେ କିଛି କରୁଛି । ନା, ତାହା ନୁହେଁ । ସେ କିଛି କରୁଛନ୍ତି ଯାହା ଲୋକମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ । ନିଜ ହାତରେ ନିଜ ଆଖି ଆଗରେ, ନିଜ ଉପସ୍ଥିତି ଦ୍ୱାରା ସେ ଯାହାକିଛି କରୁଛନ୍ତି,ସେଥିରେ ତାଙ୍କୁ ଅଲଗା ପ୍ରକାର ସନ୍ତୁଷ୍ଟି ମିଳୁଛି । ଏବଂ ଆଜି ପରିଶେଷରେ ଏହି ସନ୍ତୁଷ୍ଟିର ଯାହା ମୂଳ ପ୍ରେରଣା, ତାହା ପ୍ରତ୍ୟେକ ବ୍ୟକ୍ତି, ଆପଣମାନେ ସ୍ୱୟଂ ତାହା ମଧ୍ୟ ଦେଖିପାରିବେ, ଆପଣମାନଙ୍କ ନିଜ ଜୀବନରୁ ତାହା ଜାଣିପାରିବେ । ସ୍ୱାନ୍ତଃ ସୁଖାୟ । କିଛି ଲୋକ ଏହା ଅନୁଭବ କରିଥାନ୍ତି ଯେ ମୋତେ ସନ୍ତୁଷ୍ଟି ମିଳୁଛି, ମୋତେ ଆଲୋକ ପ୍ରାପ୍ତ ହେଉଛି । ମୁଁ ଖୁସି ହୋଇପାରୁଛି ।

ଆମେ ରାମାୟଣରେ ଶୁଣିଥାଏ ଯେ ଗୁଣ୍ଡୁଚିମୂଷା ବି ରାମସେତୁ ନିର୍ମାଣ କାର୍ଯ୍ୟରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ସହ ସାମିଲ ହୋଇଥିଲା । ଗୋଟିଏ ଗୁଣ୍ଡୁଚିମୂଷା ତ ପ୍ରେରଣା ପାଇ ଏଭଳି ପବିତ୍ର କାର୍ଯ୍ୟରେ ଯୋଡ଼ି ହୋଇ ରହିବାକୁ ଦାୟିତ୍ୱ ବୋଲି ଭାବିଲା । କିନ୍ତୁ ଦ୍ୱିତୀୟ ଗୁଣ୍ଡୁଚିମୂଷାର ଦୃଷ୍ଟିକୋଣ ଆଉ କିଛି ହୋଇ ଥାଇପାରେ! ହୋଇଥାଇପାରେ ଯେ ରାମଜୀଙ୍କୁ ଯଦି ସଫଳତା ପାଇବାର ଅଛି ତ ସେ ସ୍ୱୟଂ ଈଶ୍ୱର ହୋଇଥିଲେ ବି ଗୁଣ୍ଡୁଚିମୂଷା ଠାରୁ ସାହାଯ୍ୟ ତାଙ୍କର ଆବଶ୍ୟକ ଥିଲା । ଯେତେବେଳେ ରାମଙ୍କ ସହ ଗୁଣ୍ଡୁଚିମୂଷାଟି ଯୋଡ଼ି ହୋଇଗଲା ସେତେବେଳେ ସଫଳତା ପ୍ରାପ୍ତି ସହଜସାଧ୍ୟ ହୋଇଯାଉଛି । ସରକାର ଯେତେ ପ୍ରୟାସ କରନ୍ତୁ ନା କାହିଁକି, ଯେତେ ବଜେଟ ଅର୍ଥ ବିନିଯୋଗ କରନ୍ତୁ ନା କାହିଁକି, ଯେତେ ପର୍ଯ୍ୟନ୍ତ ଜନସାଧାରଣ ସେହି କାର୍ଯ୍ୟରେ ଅଂଶୀଦାର ହୋଇନାହାନ୍ତି, ସହଭାଗୀ ହୋଇନାହାନ୍ତି, ସେପର୍ଯ୍ୟନ୍ତ ଆମେ ଯେଉଁ ପରିଣାମ ଚାହୁଁଥିବା, ପ୍ରତ୍ୟାଶା ରଖିଥିବା, ତାହା ସହଜସାଧ୍ୟ ହେବନାହିଁ । ହିନ୍ଦୁସ୍ତାନକୁ ତାହା ପ୍ରାପ୍ତ ହେବନାହିଁ । ଦୁନିଆ ତ ଭାରତ ଆଡ଼କୁ ପ୍ରତୀକ୍ଷା ଦୃଷ୍ଟିରେ ଦେଖିବାକୁ ଚାହୁଁନଥିଲା । କିନ୍ତୁ ଏବେ ଏପରି ହୋଇଛି ସମଗ୍ର  ବିଶ୍ୱ ଭାରତ ଆଡ଼କୁ, ଭାରତର ନେତୃତ୍ୱ ପାଇଁ ଅପେକ୍ଷା କରୁଛି । ଯଦି ଏହା ବିଶ୍ୱର ପ୍ରତୀକ୍ଷା ହୋଇଥାଏ ତେବେ ଆମ ଦେଶକୁ ସେହି ଦାୟିତ୍ୱ ଓ ଭୂମିକା ନିର୍ବାହ କରିବାକୁ ପଡ଼ିବ । ଯଦି ତାହା କରିବାକୁ ପଡ଼ିବ ତେବେ ଭାରତ ସାମ୍ନାରେ ସାଧାରଣ ମଣିଷଙ୍କ ଜୀବନରେ କିଭଳି ଭାବେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିବ ତାହା ଆମମାନଙ୍କୁ ଚିନ୍ତା କରିବାକୁ ପଡ଼ିବ । ମୋ ପାଖରେ ଯେଉଁ କୌଶଳ ମହଜୁଦ ରହିଛି,ସାମର୍ଥ୍ୟ ଅଛି, ଯେଉଁ ଶକ୍ତ ଅଛି, ଯେଉଁ ଅନୁଭବ ରହିଛି, ତାହାର କିଛି ଉପଯୋଗ କରିବାକୁ ପଡ଼ିବ । ଅନ୍ୟମାନଙ୍କ ସକାଶେ ମୁଁ କଣ କରିପାରିବି ତାହା ମୋତେ ଚିନ୍ତା କରିବାକୁ ପଡ଼ିବ । ଗୋଟିଏ କଥା ନିଶ୍ଚିତ ଯେ ଏପରି କୌଣସି ସ୍ଥାନ ଅଛି ଯେଉଁଠାକୁ ଯେକୌଣସି ଗରିବ ଲୋକ ଯିବେ, ଯେକୌଣସି କ୍ଷୁଧାର୍ତ୍ତ ଲୋକ ଯିବେ, ତାଙ୍କୁ ଖାଦ୍ୟ ମିଳିଯିବ । ସେଠାରେ ଯେଉଁ ଦାତା ଅଛନ୍ତି ସେମାନେ ବି ବେଶ ସମର୍ପିତ ଭାବରେ ସମସ୍ତଙ୍କୁ ଦେଖନ୍ତି । ଯେଉଁ ଭୋକିଲା ଲୋକଟି ସେଠାକୁ ଯାଏ, ସେଠାରେ ତା’ପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥା ରହିଛି । ମୁଁ ଯିବି, ମୋତେ ଖାଇବାକୁ ମିଳିବ । ଯିବା ଲୋକର ବି ବିଶେଷ ଧ୍ୟାନ ନଥାଏ, ଦାତା କିଏ? ଦାତା ମନରେ ବି ପ୍ରଶ୍ନ ନଥାଏ କି କିଏ ଆସିଥିଲା? କାରଣ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ, କିଏ ଆସୁଛି ଓ କିଏ ଏ ଖାଦ୍ୟ ଖୁଆଉଛି? କିନ୍ତୁ ଯେତେବେଳେ ଜଣେ ଗରିବ ଲୋକ ଅନ୍ୟ ଜଣେ ଗରିବ ଲୋକର ଦୁଆରମୁହଁରେ ଯାଇ ପହଞ୍ଚୁଛି, ଭୋକିଲା ଅଛି,ଏବଂ ଜଣେ ଗରିବ ଲୋକ ତା’ ନିଜ ଖାଦ୍ୟରୁ ଅଧା ରୁଟି ବାଣ୍ଟି ଭୋକିଲା ଲୋକକୁ ଖୁଆଉଚି, ସେଥିରେ ଉଭୟଙ୍କ ଜୀବନ ଓ ମନ ଭରିଉଠୁଚି । ସେମାନଙ୍କୁ ସନ୍ତୋଷ ମିଳୁଛି । ବ୍ୟବସ୍ଥା ଅନୁସାରେ ହେଉଥିବା କାର୍ଯ୍ୟ ପରିବର୍ତ୍ତେ ସ୍ୱପ୍ରେରଣାରୁ ହେଉଥିବା କାର୍ଯ୍ୟ କେତେ ବଡ଼ ପରିବର୍ତ୍ତନ ଘଟାଇପାରେ ସେକଥା ଆମେମାନେ ସମସ୍ତେ ଦେଖୁଛେ । ଆମେ ଯେତେବେଳେ ଉଡ଼ାଜାହାଜରେ ଯାତ୍ରା କରେ ଏବଂ ଆମ କଡ଼କୁ ଜଣେ ବୟସ୍କ ବ୍ୟକ୍ତି ବସିଥିବେ । ସେ ପାଣି ପିଉଥିବେ । ବୋତଲ ଥିବ କିନ୍ତୁ ତାକୁ ସେ ଖୋଲି ପାରୁନଥିବେ । ଆମର ତାଙ୍କ ଆଡ଼କୁ ଧ୍ୟାନ ଯିବା ସ୍ୱାଭାବିକ । ଆମେ ତୁରନ୍ତ ତାଙ୍କ ବୋତଲଟି ଆଣି ଖୋଲିଦିଏ । ଆମକୁ ସନ୍ତୁଷ୍ଟି ମିଳେ । ଅର୍ଥାତ୍, ଅନ୍ୟ କାହାପାଇଁ ଜୀବନ ବଞ୍ଚିବାର ମଜା କିଛି ନିଆରା ।

ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଁ ଗୋଟିଏ ପରମ୍ପରାର ବିକାଶ ଘଟାଇବାକୁ ଚାହିଁଲି । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, କୌଣସି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ଯାଉଥିଲି,ମୋତେ ଆମନ୍ତ୍ରଣ କରିଥିବା ଲୋକମାନଙ୍କୁ ମୁଁ ପଚାରେ, ଯେ ଆପଣମାନେ ଏହି ବିଶ୍ୱବିଦ୍ୟାଳୟର ଆଖପାଖରେ କେଉଁଠି ସରକାରୀ ବିଦ୍ୟାଳୟ ହେଉ, ଝୁପୁଡ଼ି ବସ୍ତି ହେଉ ଏହାର ଗରିବ ପିଲାମାନଙ୍କୁ ପଢ଼ାଇବାକୁ କାହିଁକି ଚେଷ୍ଟା କରୁନାହାନ୍ତି? ସେହିସବୁ ସ୍ଥାନରେ ଯେଉଁସବୁ ପିଲାମାନେ ଅଷ୍ଟମ ହେଉ କି, ନବମ, ଦଶମ ଭଳି ଶ୍ରେଣୀରେ ସେମାନେ ପଢ଼ୁଥିବେ । ସେମାନଙ୍କ ଭିତରୁ 50ଜଣଙ୍କୁ ଆଣି ଏଭଳି ସମାବର୍ତ୍ତନ ଉତ୍ସବରେ ଅତିଥି ଭାବେ ବସାନ୍ତୁ । ସେମାନଙ୍କୁ ନିମନ୍ତ୍ରଣ କରନ୍ତୁ । ମୋ କଥା ମାନି ସେମାନେ ସେପରି କରନ୍ତି ଓ ସେଭଳି ପିଲାମାନେ ସମାବର୍ତ୍ତନ ସମାରୋହକୁ ନିମନ୍ତ୍ରିତ ହୋଇ ଆସି ସେଠାରେ ଉପସ୍ଥିତ ହୁଅନ୍ତି । ସେମାନେ ହୁଏତ କେଉଁଠି ଭଙ୍ଗା ଦଦରା ସ୍କୁଲରେ ପଢ଼ୁଥିବେ । କିନ୍ତୁ ସମାବର୍ତ୍ତନକୁ ଆସି ସେମାନେ ଦେଖନ୍ତି ଯେ କେତେ କେତେ ବଡ଼ ପୋଷାକ ପିନ୍ଧି ଅତିଥିମାନେ ବିଦ୍ୟାର୍ଥୀମାନେ ସେଠାରେ ବସିଛନ୍ତି । ମୁଣ୍ଡରେ ଟୋପି ପିନ୍ଧିଛନ୍ତି । ସବୁ ଅତିଥି ସେମାନଙ୍କୁ ସାର୍ଟିଫିକେଟ ଓ ମେଡ଼ାଲ ଦେଉଛନ୍ତି । ସେମାନଙ୍କ ଭିତରେ ବି ଗୋଟିଏ ସ୍ୱପ୍ନ ଜାଗିବ । ଗୋଟିଏ ବୀଜ ରୋପଣ ହେବ । ଧୀରେ ଧୀରେ ତାହାର ଅଙ୍କୁରୋଦ୍ଗମ ହେବ । କେଉଁଦିନ ମୁଁ ସେଠାକୁ ଯିବ ଏବଂ ସେମିତି ପୋଷାକ ଓ ଟୋପି ପିନ୍ଧି ଡ଼ିଗ୍ରୀ ଗ୍ରହଣ କରିବି । କ୍ଲାସ୍ ରୁମରେ ଯେତିକି ପିଲା ନହୁଅନ୍ତି ତା’ଠାରୁଅଧିକ ପିଲା ସେଭଳି ଉତ୍ସବକୁ ଆସନ୍ତି । ମୋ କହିବାର ଉଦ୍ଦେଶ୍ୟ ହେଲା, ଆମ ଭିତରେ ଏପରି କିଛି କଥା ଅଛି, ଯାହା କାରଣରୁ ଆମେମାନେ ବେଶ କିଛି କାର୍ଯ୍ୟ କରିପାରିବୁ ଓ ସଫଳତା ହାସଲ କରିପାରିବୁ । ଆମର ଆନନ୍ଦ ମହାଶୟ ଏଠାରେ ବିରାଜମାନ ଅଛନ୍ତି । ମୁଁ ଗୋଟିଏ କଥା ସଦାବେଳେ ଲକ୍ଷ୍ୟ କରିଆସିଛି ଯେ ଏବଂ ସେ ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ ଥିବା ଦିନଠାରୁ, ମୁଁ ବି କେତେବେଳେ ଗୁଜରାଟର ବିକାଶ ଲାଗି, ନିବେଶ ଲାଗି ତାଙ୍କୁ ଭେଟିବାକୁ ଯାଉଥିଲି, ଉଦ୍ୟୋଗପତିମାନଙ୍କ ବୈଠକ ଡ଼ାକୁଥିଲି,ସେ ଭଦ୍ରବ୍ୟକ୍ତି କେତେବେଳେ ସେ ସଂପର୍କରେ କୌଣସି ପ୍ରଶ୍ନ ପଚାରୁଥିଲେ କିମ୍ବା କିଛି ଚର୍ଚ୍ଚା କରୁଥିଲେ । ସେ ସଦାବେଳେ କହୁଥିଲେ, ସା’ବ୍, ସାମାଜିକ କାର୍ଯ୍ୟରେ କଣ କଣ ହୋଇପାରିବ । ଆଜି ଏଇ ଯେଉଁ ଟେମ୍ପରାମେଣ୍ଟ ଅଛି, ତାହା ସମାଜର ଏବଂ ଦେଶର ବହୁତ ବଡ଼ ସାମର୍ଥ୍ୟ ହୋଇପାରିବ । ଏବଂ ଆଜି ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବାରୁ ମୋତେ ଢ଼େର୍ ଆନନ୍ଦ ଲାଗୁଛି । ମୁଁ ସଦାବେଳେ ସୋସିଆଲ ମିଡ଼ିଆ ସହ ଯୋଡ଼ି ହୋଇ ରହିଥିବା ଜଣେ ଲୋକ । ସେଥିପାଇଁ ମୋତେ ଯେଉଁ ସୂଚନା ମିଳେ ମୁଁ ସେହି ସୂଚନାର କେବେ ଶିକାର ହୋଇନାହିଁ । ମୋର ଯେଉଁ ସୂଚନା ଦରକାର, ମୁଁ ତାହା ଖୋଜି ନେଇଥାଏ ଏବଂ ସେହି କାରଣରୁ ମୋତେ ସଦାବେଳେ ନୂଆ ନୂଆ କଥା ମିଳିଥାଏ । ଏବଂ ଆଜି ଟେକ୍ନୋଲଜିର ପ୍ଲାଟଫର୍ମ ମୋତେ ଏସବୁ ଯୋଗାଇ ଦେଇଛି । ସେଥିରେ ବି ମୁଁ ଦେଖୁଛି, କେତେକ ପିଲା, କେତେକ ଯୁବକ ଏତେ କାମ କରୁଛନ୍ତି ଯେ ସେଥିରେ କେଉଁଠି ତିନିଜଣିଆ ଗ୍ରୁପ୍, ଚାରିଜଣିଆ ଗ୍ରୁପ୍ ହୋଇ ଶନିବାର, ରବିବାର ଚାଲି ଯାଉଛନ୍ତି । ସେମାନେ ଗାଁକୁ ଯାଉଛନ୍ତି,କେତେବେଳେ ବସ୍ତିକୁ ଯାଉଛନ୍ତି । ଲୋକମାନଙ୍କ ଗହଣରେ ରହୁଛନ୍ତି । କେତେବେଳେ ପିଲାମାନଙ୍କୁ ପଢ଼ାଉଛନ୍ତି । ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି । ଅର୍ଥାତ, ବିଶେଷ କରି ଭାରତର ବର୍ତ୍ତମାନ ପରିସ୍ଥିତିରେ 25 ଠାରୁ 40 ବର୍ଷ ବୟସ ସୀମା ମଧ୍ୟରେ ଯେଉଁ ପିଢ଼ି ରହିଛନ୍ତି, ସେମାନଙ୍କ ମନରେ ଏଭଳି ସହଜ ଭାବ ସୃଷ୍ଟି ହେଉଛି । ସେମାନଙ୍କୁ ଏଭଳି କାର୍ଯ୍ୟ ଦିଶୁଚି । କିନ୍ତୁ ସେଥିରେ ଯଦି ସାମୂହିକତା ଯୋଡ଼ି ହୋଇଯିବ, ସେତେବେଳେ ତାହା ଏକ ବିରାଟ ଶକ୍ତି ଭାବେ ମୁଣ୍ଡ ଟେକେ । ତାହାକୁ କେଉଁଠି ନା କେଉଁଠି ଏକ ମିଶନ ସହ ଯୋଡ଼ି ଦିଆଯିବା ଦରକାର । ବ୍ୟବସ୍ଥା ପାଇଁ କୌଣସି ଢ଼ାଞ୍ଚା ରହିବା ଜରୁରୀ ନୁହେଁ । ଏହାକୁ ଏକ ମିଶନ ସହ ଯୋଡ଼ିଦିଅ, ପ୍ଲାଟଫର୍ମ ଆପେ ଆପେ ମିଳିଯିବ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଢ଼ଙ୍ଗରେ କାମ କରିବାକୁ ଚାହାନ୍ତି । କିନ୍ତୁ ସେ ଯେଉଁ କାମ କରନ୍ତି, ତାହା କେଉଁଠି ନା କେଉଁଠି ଠୂଳ ହୁଏ । ତାହାର ପରିମାଣ ବଢ଼େ । ତେଣୁ ପରିବର୍ତ୍ତନ ଆସିବା ନଜରକୁ ଆସେ । ପୁଣି ଏକଥା ସୁନିଶ୍ଚିତ ଯେ ଭାରତର ଭାଗ୍ୟ, ପ୍ରଯୁକ୍ତିରେ ନିବଦ୍ଧ । ଯେଉଁ ପ୍ରଯୁକ୍ତି ଆପଣମାନଙ୍କ ପାଖରେ ଅଛି, ତାହା ଭାରତର ସ୍ୱରୂପକୁ ବଦଳାଇବାକୁ ସକ୍ଷମ । ଏହି ଦୁଇଟି ସାମର୍ଥ୍ୟକୁ ଏକତ୍ର କରି କିଭଳି କାର୍ଯ୍ୟ କରିବାକୁ ହେବ ତାହା ଚିନ୍ତା କରିବାକୁ ପଡ଼ିବ । କିଏ ମାଳି, ଖୋଲା ପଡ଼ିଆରେ କେଉଁଠି ଗୋଟିଏ ଏଭଳି ବୀଜ ଛାଡ଼ି ଦେଇଥିବ ଯାହା ଉପଯୁକ୍ତ ପାଣିପବନ ପାଇଲେ ଅଙ୍କୁରିତ ହୋଇ ଫୁଲ ଫଳ ଫଳିବା ଆରମ୍ଭ କରିଦେବ । କିନ୍ତୁ କେହି କେଉଁଠୁ ଯାଇ ତା’ ଆଡ଼କୁ ନଜର ପକେଇବାକୁ ମନ ନାହିଁ । କିନ୍ତୁ ସେହି ମାଳି ବେଶ୍ ଶୃଙ୍ଖଳିତ ଭାବେ ଏଠାରେ ଗୋଟିଏ ଫୁଲଚାରା, ସେଠାରେ ଗୋଟିଏ ଫୁଲଚାରା ବେଶ୍ ଯତ୍ନରେ ଲଗାଇଲେ ତାହା ସମସ୍ତଙ୍କୁ ନଜରକୁ ଆସିବ । ଉଚ୍ଚତା ଅନୁସାରେ ବେଶ୍ ଶୃଙ୍ଖଳିତ ଢ଼ଙ୍ଗରେ ତାହା ରୋପଣ କରାଯାଇଥିବାରୁ ସବୁ ଲୋକଙ୍କ ଦୃଷ୍ଟି ତାହା ଉପରେ ପଡ଼ିବ । ସେ ବଗିଚା ଆଡ଼କୁ ସମସ୍ତେ ଆକୃଷ୍ଟ ହେବେ । ସେଠାକୁ ଯାଇ ସମସ୍ତେ ପ୍ରେରଣା ଲାଭ କରିବେ । କାରଣ?କାରଣଟି ହେଲା ସେଠାରେ ବେଶ୍ ସଂଗଠିତ ଭାବେ ଫୁଲଚାରା ସବୁ ଲଗାଯାଇଛି । କାର୍ଯ୍ୟ କରାଯାଇଛି । ଏକ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟ ହୋଇଛି । ଆମ ଭିତରେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ସେବା ଶକ୍ତି ଆମକୁ ଦୃଶ୍ୟମାନ ହେଉଛି । ଏବେ ସୋସିଆଲ୍ ଷ୍ଟାର୍ଟଅପର ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏବେ ଯେଉଁ ଯୁବକମାନେ ପରସ୍ପରଙ୍କୁ  ଭେଟୁଛନ୍ତି ସେମାନେ ଜଣେ ଅନ୍ୟକୁ ପଚାରୁଛନ୍ତି ଯେ ସେମାନେ କଣ କରୁଛନ୍ତି । ସେମାନେ କହୁଛନ୍ତି, ଆରେ ଭାଇ କଣ ଗୋଟାଏ କାମ କରୁଚି । ମୁଁ ଦେଖିଥିଲି ବାଙ୍ଗାଲୁରର ଜଣେ ଯୁବକ ଯିଏ ଜଣେ ଆଇଟି ପ୍ରଫେସନାଲ ଥିଲେ, କେଉଁଠି ବୋଧେ ମୁଁ ସୋସିଆଲ ମିଡ଼ିଆରେ ଦେଖିଥିଲି, ସେ ଡ଼୍ରାଇଭ୍ କରୁଥିଲେ । କହୁଥିଲେ ଯେ ଦିନକୁ ସେ ତିନରୁ ଚାରିଘଣ୍ଟା ଡ଼୍ରାଇଭ୍ କରୁଛନ୍ତି । କାହିଁକି?  ସେ କହୁଥିଲେ ଯେ ଗରିବ ଲୋକମାନଙ୍କୁ ନେବାଆଣିବା କରନ୍ତି, କାମ କରନ୍ତି, ଅନ୍ୟକୁ ସାହାଯ୍ୟ କରନ୍ତି । ଲୋକମାନଙ୍କୁ ହସପିଟାଲ ନିଅନ୍ତି, ତାଙ୍କୁ ସେ କାମ ଖୁବ୍ ଭଲ ଲାଗେ ।

ମୁଁ ଏମିତିକିଆ ଅଟୋରିକ୍ସା ଡ଼୍ରାଇଭରଙ୍କୁ ବି ଦେଖିଛି ଯେଉଁମାନେ ଅଟୋ ପଛରେ ଲେଖିଥାନ୍ତି ଯେ ଯଦି ଆପଣଙ୍କର ହସ୍ପିଟାଲ ଯିବାର ଅଛି ତା’ହେଲେ ମୁଁ ମାଗଣାରେ ଆପଣଙ୍କୁ ନେଇଯିବି । ମୋ ଦେଶର ଗରିବ ଅଟୋରିକ୍ସାବାଲା । ଧରିନିଅନ୍ତୁ, ଯଦି ସେଦିନ ସେ ଅଟୋଚାଳକଙ୍କୁ ସେମିତିକିଆ ଛଅଜଣ ଲୋକ ମିଳିଗଲେ ଯାହାଙ୍କର ହସ୍ପିଟାଲ ଯିବାର ଥିବ, ତା’ହେଲେ ସେ ଅଟୋଚାଳକଙ୍କ ପିଲାମାନଙ୍କୁ ତ ଭୋକଉପାସରେ ରହିବାକୁ ପଡ଼ିବ । ହେଲେ ସେଥିପାଇଁ ତାଙ୍କର ଖାତିର ନାହିଁ । ସେ କିନ୍ତୁ ବୋର୍ଡ଼ ମାରିଛନ୍ତି ଏବଂ ଅତି ନିଷ୍ଠାର ସହ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତାହା ହେଉଛି ଏକ ବୁନିଆଦୀ ସ୍ୱଭାବ ଯାହା ପ୍ରତ୍ୟେକ ମଣିଷ ଭିତରେ ସୁପ୍ତ ଅବସ୍ଥାରେ ପଡ଼ିରହିଛି । କାହା ପାଇଁ କିଛି କରିବାର ପ୍ରବୃତ୍ତି । ତାହାରି ମୂଳରେ ରହିଛି “ମୁଁ ନୁହେଁ, ଆମେ” । ଏହାର ଅର୍ଥ ନୁହେଁ ଯେ ମୁଁତ୍ୱକୁ ସଂପୂର୍ଣ୍ଣ ରୂପେ ହତ୍ୟା କରିବା । ଆମକୁ ମୁଁତ୍ୱକୁ ବିସ୍ତାର ବି କରିବାକୁ ପଡ଼ିବ । ସ୍ୱ ଠାରୁ ସମିଷ୍ଟ ଆଡ଼କୁ ଯାତ୍ରା କରିବାକୁ ହେବ । ମଣିଷ ନିଜର କାର୍ଯ୍ୟ ପରିସର କାହିଁକି ବଢ଼ାଇଥାଏ । ବୃହତ ପରିବାର ଭିତରେ ଆନନ୍ଦ କାହିଁକି ଅନୁଭବ କରିଥାଏ? ସେହି ବୃହତ ପରିବାରରୁ ବି ବୃହତ ପରିବାର ମୋର ପୁରା ସମାଜ, ସମଗ୍ର ଦେଶ,ଏହି ନିଜେ ନିଜେ ଏକ ଶକ୍ତିରେ ପରିଣତ ହୋଇଯିବ । ଏହି ଭାବନାକୁ ନେଇ ଆଜି ସେବା ଭାବନାକୁ ନେଇ ଆଇଟି ଟୁ ସୋସାଇଟିର ଯାତ୍ରା । ଗୋଟିଏ ପଟେ ଆଇଟି ଟୁ ସୋସାଇଟି ଏବଂ ଅନ୍ୟ ପଟେ ଆଇଆଇଟି ଟୁ ସୋସାଇଟି ବି ରହିଛି । ଏହି ଭାବନାକୁ ନେଇ ଆମକୁ ଆଗକୁ ଚାଲିବାକୁ ହେବ । ମୁଁ କହିବି ଯେ ମୋତେ ସାତ ଆଠଟି ସ୍ଥାନରେ ଏହା ଉପରେ କଥାବାର୍ତ୍ତା କରିବାକୁ ପଡ଼ିବ ଏବଂ ଏହିଠାରୁ କଥାବାର୍ତ୍ତା ଆରମ୍ଭ କରାଯାଉ ।

ଆମ ଦେଶର ସାଧାରଣ ଛବି ଏମିତି ଯେ ଧନାଢ଼୍ୟ ଲୋକମାନଙ୍କୁ ଗାଳି ଦେବା, ବ୍ୟବସାୟୀମାନଙ୍କୁ ଗାଳିଦେବା, ଉଦ୍ୟୋଗପତିମାନଙ୍କୁ ଗାଳି ଦେବା ଏକ ଫେସନରେ ପରିଣତ ହୋଇଯାଇଛି । ଜାଣିପାରୁନାହିଁ ଏଭଳି ମନୋଭାବର କାରଣ କଣ? ମୁଁ ବେଳେବେଳେ ଚିନ୍ତାରେ ପଡ଼ିଯାଏ । ଏବଂ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ମୁଁ ଏହାର ଘୋର ବିରୋଧୀ । ଦେଶ ଗଠନରେ ସମସ୍ତଙ୍କର ନିଜ ନିଜ ଅବଦାନ ଓ ଯୋଗଦାନ ରହିଛି । ଆଜି ଏକଥା ଦେଖି ମୋତେ ଲାଗୁଛି ଯେ ଏହି ସବୁ କମ୍ପାନୀମାନେ ନିଜ ନିଜର ସିଏସଆର ମାଧ୍ୟମରେ ସମଗ୍ର ବ୍ୟବସ୍ଥା ନିଜର ବ୍ରିଲିଆଣ୍ଟ ଷ୍ଟାଟ ଅପ ମାଧ୍ୟମରେ ଚାରି ପାଞ୍ଚ ଦିନ ପାଇଁ ଏଭଳି ସମାଜସେବା ପାଇଁ ମନସ୍ଥିର କରିଛନ୍ତି । ତା’ହେଲେ ଯାଅ, କର୍ମଚାରୀମାନେ, ତୁମର ଚାକିରି ରହିବ କାର୍ଯ୍ୟ କରିଯାଅ । ଏହା ସାଧାରଣ ଲୋକଙ୍କ ଜୀବନ ପ୍ରତି ବେଶ୍ ମହତ୍ତ୍ୱପୂର୍ଣ୍ଣ ଅବଦାନ ହେବ । କିନ୍ତୁ ଆଜି ଯେତେବେଳେ ଗୋଟିଏ ପ୍ଲାଟଫର୍ମକୁ ଆସିଛେ, ସେତେବେଳେ ସମସ୍ତଙ୍କ ଆଖି ଖୋଲି ଯିବ । ଉତ୍ତମ ଦେଶର ପ୍ରତ୍ୟେକ କୋଣରେ ଏଭଳି କାର୍ଯ୍ୟ ହେବା ଦରକାର । ସମସ୍ତେ ଏବେ ସେହି କାର୍ଯ୍ୟ କରୁଛନ୍ତି । ଏହା ଯେଉଁ ସାମୂହିକତାର ଶକ୍ତି, ତାହା ବେଶ୍ ବଡ଼ । ମୋତେ ଲାଗୁଛି ଯେ ଏହି ଯେଉଁ ପ୍ରେରଣାର ଆଧାର “ଆମେ” ସେଥିରେ ଆତ୍ମ ଏବଂ ସେବାର ଯେଉଁ ଦିଗଟି ରହିଛି,ତାହାର ବେଶ୍ ବଡ଼ ଭୂମିକା ସଂପାଦନ କରିବାର ଅଛି ଏବଂ ଆପଣମାନେ ସମସ୍ତେ କମ୍ୟୁନିକେଶନ ଦୁନିଆର ଲୋକ । ପ୍ରଯୁକ୍ତି ଦୁନିଆର ଲୋକ । ବେଶ୍ ସହଜରେ ଆପଣମାନେ ଏ କଥାକୁ ପ୍ରସ୍ତୁତ କରିପାରିବେ ଯାହାର ସମାଜ ଉପରେ ବ୍ୟାପକ ପ୍ରଭାବ ପଡ଼ିବ । ଏହାର କାର୍ଯ୍ୟ ପରିସର ମଧ୍ୟ ବ୍ୟାପକ ହୋଇପାରିବ । କାରଣ ଆପଣମାନେ ସଭିଏଁ ଏହି କଥା ସହ ଯୋଡ଼ିହୋଇ ରହିଛନ୍ତି । ତାହା ପୁଣି ସୁଲଭ ମୂଲ୍ୟରେ ଆପଣମାନେ ସାକାର କରିପାରିବେ । ଏ ସଂପର୍କରେ ଆମେ ଯେତିକି ଅଧିକ କହିବା, ତାହା ସେତିକି ପ୍ରେରଣାର କାରଣ ପାଲଟିବ । ଏବଂ ଆମମାନଙ୍କ ଏହି ପ୍ରୟାସ ଅଧିକତମ ଲୋକଙ୍କୁ ପ୍ରେରଣା ଯୋଗାଇବ । ଗୋଟିଏ ଗୋଟିଏ ଫୁଲ ବିଭିନ୍ନ ସ୍ଥାନରେ ରହିଛି । କିନ୍ତୁ ସେସବୁକୁ ନେଇ ଯେତେବେଳେ ଫୁଲତୋଡ଼ାଟିଏ ପ୍ରସ୍ତୁତ କରାଯାଉଛି ତାହାର ଶୋଭା ଅଧିକ ବଢ଼ିଯାଉଛି । ଆଜି ଏଠାରେ ଏହି ପ୍ରୟାସରୁ, ସେବା ଭାବରୁ, ନିଜକୁ ନିଜେ ସେଥିରେ ସାମିଲ କରିବାର ନୂଆ ନୂଆ କ୍ଷେତ୍ରରେ କାର୍ଯ୍ୟ କରିବାର ଲୋକ ଏକଜୁଟ ହୋଇଛନ୍ତି । ଏହିସବୁ କାର୍ଯ୍ୟ ଆମର ଯୁବ ବର୍ଗ କରୁଛନ୍ତି । ଭାରତମାତାଙ୍କ ପାଇଁ ଏହାଠାରୁ ବଳି ଗର୍ବର କଥା ଆଉ କଣ ଥାଇପାରେ? ଏହାଦ୍ୱାରା ଅସଂଖ୍ୟ ଲୋକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଘଟିପାରିବ ।

ମୁଁ ସେହିଭଳି ସମସ୍ତ ଯୁବ ବର୍ଗଙ୍କୁ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି ଯେଉଁମାନେ ଏଭଳି କାର୍ଯ୍ୟକୁ ବେଶ୍ ମନଧ୍ୟାନ ସହକାରେ ସାକାର କରିଛନ୍ତି । ସେମାନେ ସେଥିରେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ମୁଁ ସେହିସବୁ କମ୍ପାନୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେଉଁମାନେ ନିଜର ଆର୍ଥିକ ବିକାଶର ସହ ସେମାନଙ୍କର ସାମାଜିକ ଦାୟିତ୍ୱବୋଧ ଉପରେ ନିଜର ବ୍ୟବସ୍ଥାକୁ ଉପଯୋଗ କରିଛନ୍ତି । ନିଜର ପ୍ରଜ୍ଞାର ଉପଯୋଗ କରିଛନ୍ତି । ଆମ ଦେଶରେ ଦେଶକୁ ଆଗକୁ ଆଗେଇ ନେବାଲାଗି ଜନ ଭାଗୀଦାରୀ ଅନିବାର୍ଯ୍ୟ । 125 କୋଟି ଦେଶବାସୀଙ୍କୁ ଆଗକୁ ବଢ଼ାଇ ନେବାକୁ ପଡ଼ିବ । ଆମେ ସେଥିପାଇଁ ପ୍ରତିଜ୍ଞା କରିବାକୁ ହେବ ଯେ ବିଶ୍ୱର କୌଣସି ଶକ୍ତି  ଭାରତକୁ ଏହି ଲକ୍ଷ୍ୟରେ ପଛକୁ ହଟାଇପାରିବ ନାହିଁ । ଭାରତକୁ ଆଗକୁ ବଢ଼ିବାକୁ ହେବ । ଏଥିପାଇଁ 125 କୋଟି ଜନତାଙ୍କ ଶକ୍ତି ରହିଛି । ପୁଣି ଦେଶକୁ ଉଚିତ ମାର୍ଗରେ ଆଗକୁ ନେବାକୁ ପଡ଼ିବ । ପ୍ରତ୍ୟେକ କାର୍ଯ୍ୟକୁ ପରିଣାମକୁ ଦେଖି କରାଯାଇ ନଥାଏ । ସମସ୍ତେ ମିଳିମିଶି ଯେତେବେଳେ ଗୋଟିଏ ଦିଗରେ କାର୍ଯ୍ୟ କରନ୍ତି, ଚାଲନ୍ତି,ତେବେଳେ ଏହାର ପରିଣାମ ଆପେ ଆପେ ମିଳିଥାଏ । ମୁଁ ଢ଼େର ଆଶାବାଦୀ ମଣିଷ । ଚାରିବର୍ଷର ମୋର କ୍ଷୁଦ୍ର ଅନୁଭବରୁ ମୁଁ କହିପାରେ ଯେ ଦେଶ ଏପର୍ଯ୍ୟନ୍ତ ଆଗକୁ କାହିଁକି ଯଥେଷ୍ଟ ଆଗେଇ ପାରିନାହିଁ । ଏହା ମୋ ପାଇଁ ମଧ୍ୟ ଏପ ପ୍ରଶ୍ନ । ମୋ ମନରେ ଏ ପ୍ରଶ୍ନ ନାହିଁ ଯେ ଦେଶ ଆଗକୁ ବଢ଼ିବ କି ନାହିଁ । ମୋର ବିଶ୍ୱାସ ଯେ ଦେଶ ଢ଼େର ଆଗକୁ ବଢ଼ିବ । ବିଶ୍ୱର ସବୁ ଚାଲେଞ୍ଜକୁ ସାମ୍ନା କରିବ ଏବଂ ସେସବୁକୁ ପାର କରିବ । ନିଜର ସ୍ଥାନ ସୁରକ୍ଷିତ କରିପାରିବ ବୋଲି ମୁଁ ବିଶ୍ୱାସର ସହ କହିପାରେ । ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନେ ସମସ୍ତେ ବହୁ ସଂଖ୍ୟାରେ ଏଠାରେ ଏତେ ସମୟ ଧରି ଉପସ୍ଥିତ ରହି ମୋତେ ଆପଣମାନଙ୍କୁ ଶୁଣିବାର ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ।

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy, banks well positioned to tackle West Asia crisis, trade risks: RBI Governor Malhotra

Media Coverage

Indian economy, banks well positioned to tackle West Asia crisis, trade risks: RBI Governor Malhotra
NM on the go

Nm on the go

Always be the first to hear from the PM. Get the App Now!
...
Shri Ram Nath Kovind’s autobiography will become a treasure for Indian democracy and Indian society: PM Modi
August 12, 2026
Today, we have the opportunity to release the autobiography of Shri Ram Nath Kovind ji; I am happy to be a part of this program: PM
His journey reflects a life dedicated to public service and the progress of our nation:PM
My prolonged acquaintance with Kovind Ji and his special affection and warmth towards me have been my greatest assets: PM
Mahatma Gandhi, Babasaheb Ambedkar, Jyotiba Phule, and Savitribai Phule dreamed of a new India where the poorest and the most disadvantaged could reach the top: PM
Individuals like Kovind Ji have transformed their own lives and also played a pivotal role in bringing their dream and vision for India to fruition: PM
Even after retiring as President; he is working on 'One Nation, One Election'; Its resolution can start a new chapter in Democracy: PM


हमारे पूर्व राष्ट्रपति श्रीमान रामनाथ कोविंद जी, लोकसभा के अध्यक्ष आदरणीय ओम बिरला जी, श्रीमती सविता कोविंद जी, सभाग्रह में सभी वरिष्ठ जन बैठे हैं, सबका उल्लेख नहीं कर पाऊंगा, लेकिन मेरे लिए बहुत आनंद है कि एक पारिवारिक कार्यक्रम लग रहा है।

भाइयों-बहनों,

आज हमें श्री रामनाथ कोविंद जी की आत्मकथा के विमोचन का अवसर मिला है। मुझे खुशी है कि मुझे भी इस कार्यक्रम का हिस्सा बनने का सौभाग्य मिला है। कोविंद जी से मेरा बहुत लंबा परिचय रहा है, उन्हें करीब से जानने का भी अवसर मिला और राष्ट्रपति के रूप में उनका मार्गदर्शन और इस सबके साथ-साथ उनका मेरे प्रति विशेष स्नेह, उनकी आत्मीयता, ये मेरी बहुत बड़ी पूंजी रही है। मैंने उनके जीवन को जितना समझा है, उनकी कार्यक्षमताओं को जितना जाना है, मैं पूरे विश्वास से कह सकता हूं कि श्री रामनाथ कोविंद जी की ऑटो-बायोग्राफ़ी अपने आप में भारतीय लोकतंत्र और भारतीय समाज के लिए एक धरोहर बनेगी। कोविंद जी की जीवन यात्रा, समाज और राष्ट्र के लिए उनका योगदान, ऐसा कितना कुछ है जिसके बारे में मैं विस्तार से बात कर सकता हूं, लेकिन बुक रिलीज़ में केवल ‘कर्टन रेज़र’ ही होना चाहिए। आप सब किताब का पूरा लाभ पढ़कर ही लें, तो ही ज्यादा अच्छा है।

साथियों,

कोविंद जी की जीवन यात्रा को आप उनके शब्दों में जानें, उनकी लेखनी को, उनके अनुभवों को देश की नई पीढ़ी पढ़े, इससे हर किसी को काफी कुछ सीखने को मिलेगा। मैं रामनाथ कोविंद जी को इस आत्मकथा के लिए बहुत-बहुत बधाई देता हूं।

साथियों,

कोविंद जी ने अपनी इस पुस्तक को बहुत ही सटीक नाम दिया है- “Triumph of the Indian Republic: My Life, My Struggles” कहने का भाव ये कि जीवन और जीवन के संघर्ष उनके व्यक्तिगत हैं, लेकिन उन संघर्षों के परिणामस्वरूप मिली जीत, भारत के गणतंत्र की है, भारत के लोकतंत्र की है।

साथियों,

हम सब अक्सर अनुभव करते हैं कि इंसान का एक स्वभाव होता है, लोग अपनी सफलता का श्रेय खुद को देते हैं और जीवन की मुश्किलों के लिए, कठिनाइयों के लिए समाज को जिम्मेदार ठहराते हैं। लेकिन, जब हृदय उदार हो, भारतीय संस्कार हों, तब व्यक्ति समाज की कमियाँ निकालने में समय नहीं गँवाता, वो उसके सकारात्मक पक्ष पर फोकस करता है, वो अपनी सफलता में समाज को बराबर का भागीदार मानता है। कोविंद जी की आत्मकथा और उसका शीर्षक इसके उदाहरण हैं। आप उनका जीवन देखिए, एक बेहद सामान्य परिवार में, कानपुर देहात में उनका जन्म हुआ। कोविंद जी ने अभी भी कुछ वर्णन किया और अपनी किताब में भी लिखा है, कैसे गर्मी के मौसम में एक दिन उनके घर में आग लग गई, उनकी माँ अपनी चिंता छोड़कर घर की चीजों को बचा रही थीं। आखिर, एक सामान्य परिवार में, माँ के लिए एक-एक चीज बच्चों के पालन-पोषण का जरिया होती है। उसी कोशिश में, आग में फंसकर उनकी माता जी की मृत्यु हो गई। आप कल्पना कर सकते हैं, छोटी सी उम्र में इस तरह की घटना, माँ को इस तरह खो देना, ये कितना दर्दनाक रहा होगा। मैं तो भाग्यशाली रहा हूं, मेरी मां 100 साल से भी अधिक जीवित रही और मुझे आशीर्वाद देती रही। उसके बावजूद भी, आज भी मैं मां की कमी महसूस करता हूं।

साथियों,

उनके जीवन का एक ऐसा दर्दनाक ये घटनाक्रम था, कोई भी इससे टूट सकता था, लेकिन कोविंद जी को उन मुश्किलों ने मजबूत किया। पड़ोस की एक माता जी ने उनके पालन-पोषण में मदद की। इससे उन्होंने समाज की एकता और सौहार्द की ताकत को समझा। इस घटना के बाद कोविंद जी के जीवन में उनके पिता की भूमिका और बड़ी हो गई और जिस तरह से उन्होंने अपने परिवार को संभाला, बच्चों को संस्कार दिये, इसीलिए, कोविंद जी अपने पिता को अपना हीरो मानते हैं।

साथियों,

बचपन के इन संघर्षों के बीच, कोविंद जी ने शिक्षा को, अपने सामर्थ्य को बढ़ाने का मार्ग बनाया। उन्होंने मेहनत की, उन्होंने संसाधनों की कमी को कमजोरी नहीं बनने दिया। और, एक ऐसे मुकाम तक पहुंचे, जिसकी कल्पना भी तब लोगों ने नहीं की थी। वो भारत जैसे विशाल देश के राष्ट्रपति बने।

साथियों,

इतने बड़े पद पर पहुंचने के बाद भी कोविंद जी का विनम्र व्यक्तित्व, उनकी सादगी ऐसे ही कायम रही। मुझे याद है प्रधानमंत्री के तौर पर मैं राष्ट्रपति भवन में उनसे मिलने जाता था। प्रोटोकॉल के हिसाब से जो बातें नहीं हो सकती हैं, वो बातें वो करते थे। वो प्रधानमंत्री को छोड़ने के लिए गाड़ी के दरवाजे तक आते थे। मैं शुरू में उनको प्रार्थना करता रहता था, प्लीज आप ऐसा मत कीजिए, लेकिन उन्होंने जीवन के आखिर तक अपनी उस विनम्रता को कभी छोड़ा नहीं। राष्ट्रपति बनने के बाद जब वे अपने गांव परौंख गए, तो उन्होंने वहाँ अपने गुरुओं के पैर छूकर उन्हें प्रणाम किया। गाँव की मिट्टी को नमन करके उन्होंने गाँव के सामान्य लोगों का धन्यवाद किया। पूरे देश ने वो भावुक दृश्य देखा था। उनके इस आचरण ने दुनिया के सामने भारत के संस्कारों की ऐसी तस्वीर सामने रखी, जिस पर हर भारतवासी गर्व करता है।

साथियों,

गुलामी के सैकड़ों साल में हमारे देश ने आर्थिक और सामाजिक रूप से बहुत कुछ खोया था। हमारे पूर्वजों ने सदियों तक संघर्ष किया। महात्मा गांधी, बाबा साहब अंबेडकर, ज्योतिबा फुले, सावित्रबाई फुले, ऐसी कितनी ही महान विभूतियों ने भारत के नवनिर्माण का सपना देखा था। एक ऐसा भारत जहां गरीब से गरीब, वंचित से वंचित को शिखर तक पहुँचने का अवसर मिल सके। कोविंद जी जैसे व्यक्तित्वों ने अपने श्रम और काबिलियत से केवल खुद का जीवन ही बदला, इतना नहीं है, उन्होंने सदियों के उस स्वप्न को, उस विज़न को भी साकार करने में अपनी अहम भूमिका निभाई है। और इस दिशा में हम सबके प्रयास अभी भी जारी हैं। हमें भविष्य में कोविंद जी जैसे अनेकों युवा चाहिए, जो परेशानियों से परास्त न हों, जो मुश्किलों के सामने मायूस न हों, बल्कि अपनी मेहनत से हर मंजिल को आसान बनाने का हौसला रखें। इसी बदलाव से सशक्त भारत के निर्माण का संकल्प पूरा होगा। यहीं से आत्मनिर्भर और विकसित भारत का रास्ता बनेगा।

साथियों,

ऐसे युवाशक्ति के निर्माण के लिए जो प्रेरणा चाहिए, कोविंद जी की ऑटोबायोग्राफ़ी उसका अहम स्रोत बन सकती है।

साथियों,

कोविंद जी ने अपनी जीवनी में मोरारजी भाई देसाई के साथ अनुभवों के बारे में भी इसमें विस्तार से बताया है। कोविंद जी के भीतर देशसेवा की जो भावना थी, मोरारजी भाई के साथ काम करके उन्हें जो सीखने को मिला, जो रास्ता मिला। कोविंद जी ने राजनीति और समाजसेवा को अपना मार्ग बनाया। वो अपने कर्तव्यों के लिए समर्पित रहे। सेवा को उन्होंने अपना लक्ष्य बनाकर काम किया। संसद में उनका कार्यकाल गवाह है। राज्यपाल के रूप में भी उन्होंने एक उदाहरण प्रस्तुत किया। राष्ट्रपति के रूप में भी हमें उनकी यही कर्तव्यनिष्ठा दिखाई देती रही। यहाँ तक कि राष्ट्रपति जैसे सर्वोच्च पद से सेवामुक्त होने के बाद भी उन्होंने विश्राम नहीं लिया है। वो अभी भी ‘एक देश, एक चुनाव’ One Nation, One Election जैसे महत्वपूर्ण विषय पर काम कर रहे हैं। देश को जगा रहे हैं। ये एक ऐसा विषय है, जिसका समाधान देश के लोकतंत्र का नया अध्याय शुरू कर सकता है। मैं मानता हूँ, कोविंद जी की इस कर्तव्यनिष्ठा और सेवाभाव से देश के लोग बहुत कुछ सीख सकते हैं।

साथियों,

सामाजिक जीवन में सक्रिय रहते हुये ऑटोबायोग्राफ़ी के लिए समय निकाल पाना बहुत मुश्किल होता है। कोविंद जी ने ये काम हम सबके लिए किया है, क्योंकि उनके जीवन में ऐसा कितना कुछ है, जिसमें गरीब वंचित तबके से आए तमाम लोग अपने जीवन की परछाई देख सकते हैं। कैसे एक साधारण परिवार मुश्किल हालातों में भी जीवन की शुचिता और ईमानदारी से समझौता नहीं करता, कैसे वही आदर्श आगे चलकर हमारे जीवन का आधार बनते हैं, हमारे कठिन समय के मूल्य किस तरह जीवनभर हमें रोशनी देते हैं, कैसे इस पवित्रता से हमें राष्ट्र सेवा की शक्ति मिलती है। अलग-अलग पदों का दायित्व निभाते हुए, कोविंद जी ने समाज को निरंतर इसकी प्रेरणा दी है।

साथियों,

मुझे विश्वास है, कोविंद जी की ऑटोबायोग्राफ़ी, इसमें उनके जीवन की ही नहीं, बल्कि हमारे लोकतंत्र की भी अहम स्मृतियाँ सुरक्षित होंगी। मैं एक बार फिर उन्हें उनकी आत्मकथा के लिए शुभकामनाएं देता हूं। और मैं खास करके युवा पीढ़ी से आग्रह करूंगा, रील का जमाना है, सोशल मीडिया में इनफ्लुएंसर आपको खींच के कहीं-कहीं ले जाते हैं। इस शॉर्टकट के युग में भी एक बात हम जरूर याद रखें, रेलवे स्टेशन पर लिखा हुआ होता है, कुछ लोगों को पटरी पर कूद कर के जाने की आदत होती है, ब्रिज पर नहीं जाते। तो वहां लिखा होता है, शॉर्टकट विल कट यू शॉर्ट। और अगर शॉर्टकट के रास्ते से भी कहीं बाहर निकलना है, तो मैं नौजवानों को कहूंगा आपको जिसका भी पसंद हो ऑटोबायोग्राफी जरूर पढ़ें। ऑटोबायोग्राफी उस कालखंड की इतिहास की घटनाओं को अलग तरीके से समझने का अवसर देती है। इतिहास से काफी निकट होता है वो कालखंड बायोग्राफी का और इसलिए मैं जरूर चाहूंगा कि कोविंद जी की जो मेहनत है, वो आने वाली पीढ़ियों को काम आए, युवा पीढ़ी को विशेष रूप से काम आए। बहुत-बहुत शुभकामनाएं। बहुत-बहुत धन्यवाद।