ପ୍ରଧାନମନ୍ତ୍ରୀ  ଶ୍ରୀ  ନରେନ୍ଦ୍ର ମୋଦୀ  ଆଜି ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାରିଓ ଦ୍ରାଘିଙ୍କ ସହିତ ଟେଲିଫୋନ୍‍ ଯୋଗେ କଥା ହୋଇଛନ୍ତି ।

ଆଫଗାନିସ୍ତାନର ସାମ୍ପ୍ରତିକ ଘଟଣା ଏବଂ ସ୍ଥାନୀୟ ଅଞ୍ଚଳ ତଥା ବିଶ୍ୱରେ ଏହାର ପ୍ରଭାବ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ ।

ଗତକାଲି କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଦୁଇ ନେତା ଦୃଢ ନିନ୍ଦା କରିବା ସହ ସେଠାରେ ଫସି ରହିଥିବା ଲୋକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ଆବଶ୍ୟକ ବୋଲି କହିଥିଲେ ।

ଆଫଗାନିସ୍ତାନରେ ଦେଖା ଦେଇଥିବା ମାନବିକ ସଙ୍କଟ ତଥା ଦୀର୍ଘ ଦିନର ସୁରକ୍ଷା ଚିନ୍ତାକୁ ଦୂର କରିବାପାଇଁ  ଜି -୨୦ ସ୍ତରରେ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଦୁଇ ନେତା ଜଳବାୟୁ ପରିବର୍ତ୍ତନ ଭଳି ଜି -୨୦ ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ସିଓପି-୨୬ ପରି ଆଗାମୀ ଅନ୍ୟାନ୍ୟ ବହୁପକ୍ଷୀୟ ଘଟଣାଗୁଡ଼ିକ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।

ଜି -୨୦ ମଧ୍ୟରେ ଫଳପ୍ରଦ ଆଲୋଚନାରେ ଭାଗ ନେବାକୁ ଇଟାଲୀର ସକ୍ରିୟ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ, ବିଶେଷ କରି ଆଫଗାନିସ୍ତାନର ପରିସ୍ଥିତି ଉପରେ ସମ୍ପର୍କ ରଖିବାକୁ ଦୁଇ ନେତା ରାଜି ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth