ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନରୱେର ପ୍ରଧାନମନ୍ତ୍ରୀ ଶ୍ରୀ ଜୋନାସ୍ ଗହର୍ ଷ୍ଟୋରଙ୍କ ସହିତ ଟେଲିଫୋନ୍‍ ଯୋଗେ ଆଲୋଚନା କରିଛନ୍ତି ।

ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ଜଡିତ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥି ମଧ୍ୟରେ ବିକାଶଶୀଳ ଦେଶମାନଙ୍କରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଜଳବାୟୁ ଅର୍ଥ ସଂଗ୍ରହ ପଦକ୍ଷେପ ଭଳି ପ୍ରସଙ୍ଗ ସ୍ଥାନ ପାଇଥିଲା । ବିକାଶଶୀଳ ଦେଶ ପାଇଁ ସମାନ, ସମୟାନୁବର୍ତ୍ତୀ ଏବଂ ପର୍ଯ୍ୟାପ୍ତ ଜଳବାୟୁ ଅର୍ଥ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଏବଂ ମାନ୍ୟବର ଷ୍ଟୋର ଏଥି ପାଇଁ ପ୍ରତିବଦ୍ଧତା ଦର୍ଶାଇଥିଲେ ।

ଦୁଇ ନେତା ନୀଳ ଅର୍ଥନୀତି ଉପରେ ଟାସ୍କ ଫୋର୍ସ ସମେତ ବିଭିନ୍ନ ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପଗୁଡିକର ସମୀକ୍ଷା କରିଛନ୍ତି । ସବୁଜ ହାଇଡ୍ରୋଜେନ, ଜାହାଜ ଚଳାଚଳ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ପରି କ୍ଷେତ୍ରରେ ଭାରତ-ନରୱେ ସହଯୋଗ ବୃଦ୍ଧି ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India