ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ ପି ଶର୍ମା ଓଲିଙ୍କ ଠାରୁ ଟେଲିଫୋନ୍‌ ବାର୍ତ୍ତା ପାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଟେଲିଫୋନ୍‌ ଯୋଗେ ଭାରତର 74ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତଥା ଭାରତର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଭାରତ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଉଭୟ ନେତା ପାରସ୍ପରିକ ଦୃଢ଼ ସଂପର୍କ ରକ୍ଷା ଉପରେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିବା ସହ ଉଭୟ ଦେଶରେ କରୋନା ମହାମାରୀର ପ୍ରଭାବକୁ ନିୟନ୍ତ୍ରଣ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ନେପାଳକୁ ଭାରତର ନିରବଚ୍ଛିନ୍ନ ସହଯୋଗ ଅବ୍ୟାହତ ରହିବ ବୋଲି ଶ୍ରୀ ମୋଦୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କୁ ତାଙ୍କର ଏଭଳି ଟେଲିଫୋନ ଯୋଗେ ଅଭିନନ୍ଦନ ଜ୍ଞାପନ ନିମନ୍ତେ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ କହିଲେ ଯେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସଭ୍ୟତାଗତ ସଂପର୍କ ଓ ସାଂସ୍କୃତିକ ଯୋଗସୂତ୍ର ରହିଆସିଛି ଓ ତାହାକୁ ଜାରି ରଖିବା ନିମନ୍ତେ ଭାରତ ସଦା ସର୍ବଦା ବଦ୍ଧ ପରିକର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FinMin confident of coping with West Asia crisis with adequate fiscal room

Media Coverage

FinMin confident of coping with West Asia crisis with adequate fiscal room
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India