ସଦ୍ୟ ସମାପ୍ତ ନିର୍ବାଚନରେ ବିଜୟ ପାଇଁ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ମି. ବୋରିସ ଜନସନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମି. ଜନସନଙ୍କୁ ଜଣାଇଥିଲେ ଯେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଭାବେ ସେ ପୁନଃନିର୍ବାଚିତ ହେବା ତାଙ୍କ ପ୍ରତି ତଥା କଞ୍ଜରଭେଟିଭ ଦଳ ପ୍ରତି ଇଂଲଣ୍ଡର ଜନସାଧାରଣଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ।

ଭାରତର ଜନସାଧାରଣ ଓ ତାଙ୍କ ତରଫରୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ଯେ ତାଙ୍କ ଦୃଢ଼ ନେତୃତ୍ୱ ଦ୍ୱାରା ଭାରତ ଓ ଇଂଲଣ୍ଡ ମଧ୍ୟରେ ରଣନୈତିକ ସମ୍ପର୍କ ପୁନଶ୍ଚ ଦୃଢ଼ ହେବ ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ମି. ବୋରିସ ଜନସନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଭାରତ-ଇଂଲଣ୍ଡ ମଧ୍ୟରେ ସମ୍ପର୍କକୁ ପୁନଶ୍ଚ ଦୃଢୀଭୂତ କରିବା ପାଇଁ ସେ ମଧ୍ୟ ତାଙ୍କ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ ।

ସୁବିଧା ଅନୁଯାୟୀ ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମି. ଜନସନଙ୍କୁ ନିମନ୍ତ୍ରଣ କରିଥିଲେ । ସେ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi